ଓଡ଼ିଆ (Oriya): translationQuestions

Updated ? hours ago # views See on DCS Draft Material

1 Corinthians

1 Corinthians 1

1 Corinthians 1:1-2

ପାଉଲଙ୍କୁ କିଏ ଆହୂତ କରିଥିଲେ ଏବଂ ତାଙ୍କୁ କ’ଣ ଆହୂତ କରାଗଲା?

ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଜଣେ ପ୍ରେରିତ ହେବାକୁ ଆହୂତ କଲେ ।

1 Corinthians 1:3-4

କରିନ୍ଥୀୟରେ ଥିବା ମଣ୍ଡଳୀ ଆମ୍ଭମାନଙ୍କର ପିତା ଈଶ୍ବର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ କ’ଣ ଗ୍ରହଣ କରୁ ବୋଲି ପାଉଲ ଚାହୁଁଛନ୍ତି?

ପାଉଲ ଚାହୁଁଛନ୍ତି ଯେ ସେମାନେ ଆମ୍ଭମାନଙ୍କର ପିତା ଈଶ୍ବର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଏବଂ ଶାନ୍ତି ପ୍ରାପ୍ତ ହୁଅନ୍ତୁ ।

1 Corinthians 1:5-6

କରିନ୍ଥୀୟ ମଣ୍ଡଳୀକୁ ଈଶ୍ଵର କିପରି ଧନବାନ କଲା?

ଈଶ୍ବର ସେମାନଙ୍କୁ ସମସ୍ତ ପ୍ରକାରେ, ସମସ୍ତ ବିଷୟରେ ଏବଂ ସମସ୍ତ ଜ୍ଞାନରେ ଧନବାନ କଲେ ।

1 Corinthians 1:7

କରିନ୍ଥୀୟରେ ଥିବା ମଣ୍ଡଳୀର କ’ଣ ଅଭାବ ନଥିଲା?

ସେମାନଙ୍କର କୌଣସି ଆତ୍ମିକ ଉପହାରର ଅଭାବ ନଥିଲା ।

1 Corinthians 1:8-9

ଈଶ୍ଵର କାହିଁକି କରିନ୍ଥୀୟ ମଣ୍ଡଳୀକୁ ଶେଷ ପର୍ଯ୍ୟନ୍ତ ସ୍ଥିର କରିବେ?

ସେ ଏହା କରିବେ ଯାହା ଦ୍ବାରା ସେମାନେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିନ ଅନିନ୍ଦନୀୟ ହେବେ।

1 Corinthians 1:10

ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀକୁ କ’ଣ କରିବାକୁ ଅନୁରୋଧ କରନ୍ତି?

ପାଉଲ ସେମାନଙ୍କୁ ସମସତେ ଏକମତ ହେବାକୁ ଏବଂ ସେମାନଙ୍କ ମଧ୍ୟରେ କୌଣସି ଦଳଭେଦ ନହେବା ପାଇଁ ଏବଂ ସେମାନଙ୍କୁ ଏକ ମନ ଏବଂ ଏକ ବିଚାରରେ ମିଳିତ ରହିବାକୁ ଅନୁରୋଧ କରନ୍ତି ।

1 Corinthians 1:11

ଖ୍ଳୟୀଙ୍କ ପରିଜନମାନେ ପାଉଲଙ୍କୁ କ’ଣ ଜଣାଇଥିଲେ କରିଥିଲେ ?

ଖ୍ଳୟୀଙ୍କ ପରିଜନମାନେ ପାଉଲଙ୍କୁ ଜଣାଇଥିଲେ ଯେ କରିନ୍ଥୀୟରେ ମଣ୍ଡଳୀର ଲୋକଙ୍କ ମଧ୍ୟରେ ବାଦବିବାଦ ଉଠିଛି।

1 Corinthians 1:12-13

ପାଉଲଙ୍କର ଅର୍ଥରେ ବାଦବିବାଦ କ’ଣ ଅଟେ?

ପାଉଲ ଏହା କହିଥିଲେ: ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ କୁହନ୍ତି, “ମୁଁ ପାଉଲଙ୍କ ସହ ଅଛି,” କିମ୍ବା “ମୁଁ ଆପୋଲୋସଙ୍କ ସହ ଅଛି,” କିମ୍ବା “ମୁଁ କୈଫାଙ୍କ ସହ ଅଛି,” କିମ୍ବା “ମୁଁ ଖ୍ରୀଷ୍ଟଙ୍କ ସହ ଅଛି।”

1 Corinthians 1:14

ପାଉଲ କ୍ରୀଷ୍ପ ଏବଂ ଗାୟ ବ୍ୟତୀତ ସେମାନଙ୍କ ମଧ୍ୟରୁ କାହାକୁ ବାପ୍ତିଜିତ କଲେ ନାହିଁ ବୋଲି କାହିଁକି ଈଶ୍ବରଙ୍କୁ ଧନ୍ୟବାଦ ଦିଅନ୍ତି?

ପାଉଲ ଏଥିପାଇଁ ଈଶ୍ବରଙ୍କୁ ଧନ୍ୟବାଦ ଦିଅନ୍ତି କାରଣ ଏହା ସେମାନଙ୍କୁ ପାଉଲଙ୍କ ନାମରେ ବାପ୍ତିଜିତ ହେବାର କୌଣସି ସୁଯୋଗ ଦେବ ନାହିଁ ।

1 Corinthians 1:15-16

1 Corinthians 1:17

ଖ୍ରୀଷ୍ଟ ପାଉଲଙ୍କୁ କ’ଣ କରିବାକୁ ପ୍ରେରଣ କଲେ?

ଖ୍ରୀଷ୍ଟ ପାଉଲଙ୍କୁ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କଲେ ।

1 Corinthians 1:18-19

ଯେଉଁମାନେ ବିନାଶ ପ୍ରାପ୍ତ ହେଉଛନ୍ତି ସେମାନଙ୍କ ପାଇଁ କ୍ରୁଶର ବାର୍ତ୍ତା କ’ଣ ଅଟେ?

କ୍ରୁଶର ବାର୍ତ୍ତା ଯେଉଁମାନେ ବିନାଶ ପ୍ରାପ୍ତ ହେଉଛନ୍ତି ସେମାନଙ୍କ ପାଇଁ ମୂର୍ଖତା ଅଟେ ।

ଯେଉଁମାନଙ୍କୁ ଈଶ୍ବର ଉଦ୍ଧାର କରୁଛନ୍ତି ସେମାନଙ୍କ ମଧ୍ୟରେ କ୍ରୁଶର ବାର୍ତ୍ତା କ’ଣ ଅଟେ?

ଯେଉଁମାନଙ୍କ ମଧ୍ୟରେ ଈଶ୍ବର ଉଦ୍ଧାର କରୁଛନ୍ତି ସେମାନଙ୍କ ମଧ୍ୟରେ ଏହା ଈଶ୍ବରଙ୍କ ଶକ୍ତି ଅଟେ ।

1 Corinthians 1:20

ଈଶ୍ବର ଜଗତର ଜ୍ଞାନକୁ କିପରି ପରିଣତ କରିଛନ୍ତି?

ଈଶ୍ବର ଜଗତର ଜ୍ଞାନକୁ ମୂର୍ଖତାରେ ପରିଣତ କରିଛନ୍ତି ।

1 Corinthians 1:21-25

ମୂର୍ଖତାର ପ୍ରଚାର ଦ୍ୱାରା ବିଶ୍ଵାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା କାହିଁକି ଈଶ୍ବରଙ୍କୁ ସନ୍ତୁଷ୍ଟ କଲା?

ଏହା କରିବା ଈଶ୍ବରଙ୍କୁ ସନ୍ତୁଷ୍ଟ କଲା କାରଣ ଜ୍ଞାନରେ ଜଗତ ଈଶ୍ବରଙ୍କୁ ଜାଣି ନଥିଲା ।

1 Corinthians 1:26

କେତକକୁ ଯେଉଁମାନେ ସାଂସାରିକ ମାନଦଣ୍ଡ କିମ୍ବା କ୍ଷମତାପନ୍ନ କିମ୍ବା କୁଳୀନ ଜନ୍ମରେ ଜ୍ଞାନୀ ଥିଲେ ସେମାନମାନଙ୍କୁ ଈଶ୍ଵର ଆହୂତ କଲେ?

ଈଶ୍ବରଅ ନେକଙ୍କୁ ଆହୂତ କରି ଣ ଥିଲେ ଯେଉଁମାନେ ସେପରି ଥିଲେ ।

1 Corinthians 1:27

ଈଶ୍ବର କାହିଁକି ଜଗତର ମୂର୍ଖ ଏବଂ ଦୁର୍ବଳମାନଙ୍କୁ ମନୋନୀତ କଲେ ?

ଜ୍ଞାନୀମାନଙ୍କୁ ଏବଂ ବଳବାନମାନଙ୍କୁ ଲଜ୍ଜା ଦେବା ପାଇଁ ସେ ଏହା କରିଥିଲେ।

1 Corinthians 1:28

ଈଶ୍ବର ଏପରି କଲେ ଯାହାଦ୍ବାରା ତାହଙ୍କ ନିକଟରେରେ କେହି ଗର୍ବ କରିବାର କାରଣ ପାଇବ ନାହିଁ?

ଈଶ୍ବର ଜଗତର ନୀଚ ଓ ତୁଚ୍ଛ ନଗଣ୍ୟ ଲୋକମାନଙ୍କୁ ମନୋନୀତ କଲେ।

1 Corinthians 1:29

ଈଶ୍ବର ଏପରି କଲେ ଯାହାଦ୍ବାରା ତାହଙ୍କ ନିକଟରେରେ କେହି ଗର୍ବ କରିବାର କାରଣ ପାଇବ ନାହିଁ?

ଈଶ୍ବର ଜଗତର ନୀଚ ଓ ତୁଚ୍ଛ ନଗଣ୍ୟ ଲୋକମାନଙ୍କୁ ମନୋନୀତ କଲେ।

1 Corinthians 1:30

ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସୀମାନେ କାହିଁକି ଥିଲେ?

ଈଶ୍ବରଯାହା କରିଥିଲେ ସେଥିପାଇଁ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିଲେ ।

ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ପାଇଁ କ’ଣ ହେଲେ?

ସେ ଆମ୍ଭମାନଙ୍କ ପାଇଁ ଈଶ୍ବରଙ୍କଠାରୁ ଜ୍ଞାନ, ଧାର୍ମିକତା, ପବିତ୍ରତା ଓ ମୁକ୍ତି-ସ୍ୱରୂପ ହେଲେ ।

1 Corinthians 1:31

ଯଦି ଆମ୍ଭେମାନେ ଗର୍ବ କରିବା ଉଚିତ୍, କାହା ନିମନ୍ତେ ଗର୍ବ କରିବା ଉଚିତ୍?

ଯିଏ ଗର୍ବ କରେ, ସେ ପ୍ରଭୁଙ୍କ ନିକଟରେ ଗର୍ବ କରିବା ଉଚିତ୍।

1 Corinthians 2

1 Corinthians 2:1

ପାଉଲ ଯେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ଘୋଷଣା କରିଥିଲେ ସେତବେଳେ ସେ କିପରି କରିନ୍ଥୀୟମାନଙ୍କ ନିକଟକୁ ଆସିଥିଲେ?

ଯେତେବେଳେ ସେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ଘୋଷଣା କରିଥିଲେ, ପାଉଲ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହ ଆସି ନଥିଲେ ।

1 Corinthians 2:2-3

ପାଉଲ ଯେତେବେଳେ କରିନ୍ଥୀୟମାନଙ୍କ ମଧ୍ୟରେ ଥିଲେ ସେତେବେଳେ ସେ କ’ଣ ଜାଣିବାକୁ ସ୍ଥିର କଲେ?

ପାଉଲ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କିଛି ଜାଣିବାକୁ ସ୍ଥିର କଲେ ନାହିଁ ।

1 Corinthians 2:4

ପାଉଲଙ୍କ ଶିକ୍ଷା ଏବଂ ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ କାହିଁକି ଥିଲା?

ଏହା ସେହିପରି ଥିଲା କାରଣ ସେମାନଙ୍କର ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ବରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ ।

1 Corinthians 2:5-6

1 Corinthians 2:7

ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନେ କେଉଁ ଜ୍ଞାନ କଥା କହୁଥିଲେ?

ସେମାନେ ନିଗୂଢ଼ତତ୍ତ୍ୱ - ରହସ୍ୟ ଈଶ୍ବରଙ୍କ ଜ୍ଞାନ ବିଷୟରେ କଥା କହୁଥିଲେ ଯାହା ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ସ୍ଥିର କରିଥିଲେ ।

1 Corinthians 2:8-9

ଯଦି ପାଉଲଙ୍କ ସମୟର ଶାସକମାନେ ଈଶ୍ବରଙ୍କ ଜ୍ଞାନ ଜାଣିଥାନ୍ତେ, ସେମାନେ କ’ଣ କରି ନଥାନ୍ତେ?

ଯଦି ସେହି ଶାସକମାନେ ଈଶ୍ବରଙ୍କ ଜ୍ଞାନ ଜାଣିଥାନ୍ତେ, ସେମାନେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ।

1 Corinthians 2:10

ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନେ ଈଶ୍ବରଙ୍କ ଜ୍ଞାନ କିପରି ଜାଣିଲେ?

ଈଶ୍ୱର ସେହି ଜ୍ଞାନକୁ ଆତ୍ମା ଦ୍ୱାରା ପ୍ରକାଶ କଲେ।

1 Corinthians 2:11

ଈଶ୍ବରଙ୍କ ଗଭୀର ବିଷୟ କିଏ ଜାଣେ?

କେବଳ ଈଶ୍ବରଙ୍କ ଆତ୍ମା ଈଶ୍ବରଙ୍କ ଗଭୀର ବିଷୟ ଜାଣନ୍ତି ।

1 Corinthians 2:12-13

ପାଉଲ ଏବଂ ତାଙ୍କ ସହ ଥିବା ଲୋକମାନେ ଈଶ୍ୱରଙ୍କଠାରୁ ଆସିଥିବା ଆତ୍ମାକୁ ଗ୍ରହଣ କରିବାର ଗୋଟିଏ କାରଣ କ’ଣ ଥିଲା?

ସେମାନେ ଈଶ୍ୱରଙ୍କଠାରୁ ଆସିଥିବା ଆତ୍ମାକୁ ଗ୍ରହଣ କଲେ, ଯେପରି ସେମାନେ ଈଶ୍ବରଙ୍କ ଦ୍ୱାରା ମୁକ୍ତ ଭାବରେ ଦିଆଯାଇଥିବା ବିଷୟଗୁଡ଼ିକ ଜାଣିପାରିବେ ।

1 Corinthians 2:14-15

କାହିଁକି ସାଂସାରିକ ମନୁଷ୍ୟ ଈଶ୍ବରଙ୍କ ଆତ୍ମା ସହ ଥିବା ବିଷୟଗୁଡ଼ିକ ଗ୍ରହଣ କିମ୍ବା ଜାଣିପାରେ ନାହିଁ?

ସାଂସାରିକ ମନୁଷ୍ୟ ସେବିଷୟଗୁଡିକୁ ଗ୍ରହଣ କରିପାରେ ନାହିଁ କାରଣ ସେଗୁଡ଼ିକ ତାହା ପାଇଁ ମୂର୍ଖତା, ଏବଂ ସେ ସେବିଷୟଗୁଡିକୁ ବୁଝିପାରେ ନାହିଁ କାରଣ ସେଗୁଡ଼ିକ ଆତ୍ମିକ ଭାବରେ ବିଚାର କରାଯାଏ ।

1 Corinthians 2:16

ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର କାହାର ମନ ଅଛି ବୋଲି ପାଉଲ କହିଥିଲେ?

ସେମାନଙ୍କଠାରେ ଖ୍ରୀଷ୍ଟଙ୍କର ମନ ଅଛି ବୋଲି ପାଉଲ କହିଥିଲେ।

1 Corinthians 3

1 Corinthians 3:3-4

ପାଉଲ କାହିଁକି କରିନ୍ଥୀୟ ବିଶ୍ଵାସୀମାନେ ଏପର୍ଯ୍ୟନ୍ତ ଶାରୀରିକ ଅଟନ୍ତି ବୋଲି କହିଥିଲେ?

ପାଉଲ କହିଲେ, ସେମାନେ ଏପର୍ଯ୍ୟନ୍ତ  ଶାରୀରିକ ଥିଲେ କାରଣ ସେମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ଥିଲା ।

1 Corinthians 3:5-6

କରିନ୍ଥୀୟମାନଙ୍କ ପାଇଁ ପାଉଲ ଏବଂ ଆପଲ୍ଲ  କିଏ ଥିଲେ?

ସେମାନେ ସେବକ ଥିଲେ, ଯେଉଁମାନଙ୍କ ମାଧ୍ୟମରେ କରିନ୍ଥୀୟମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଥିଲେ ।

1 Corinthians 3:7-10

ବୃଦ୍ଧି କିଏ ଦିଏ?

ଈଶ୍ବର ବୃଦ୍ଧି ଦିଅନ୍ତି ।

1 Corinthians 3:11

ଭିତ୍ତିମୂଳ କ’ଣ ଅଟେ?

ଯୀଶୁ ଖ୍ରୀଷ୍ଟ ଭିତ୍ତିମୂଳ  ଅଟନ୍ତି ।

ଯୀଶୁ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ କ’ଣ ହେବ?

ତାଙ୍କର କାର୍ଯ୍ୟ ଦିନରେ ଏବଂ ନିଆଁରେ ପ୍ରକାଶ ପାଇବ ।

1 Corinthians 3:12

ଯୀଶୁ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ କ’ଣ ହେବ?

ତାଙ୍କର କାର୍ଯ୍ୟ ଦିନରେ ଏବଂ ନିଆଁରେ ପ୍ରକାଶ ପାଇବ ।

1 Corinthians 3:13

ଯୀଶୁ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ କ’ଣ ହେବ?

ତାଙ୍କର କାର୍ଯ୍ୟ ଦିନରେ ଏବଂ ନିଆଁରେ ପ୍ରକାଶ ପାଇବ ।

ଜଣେ ବ୍ୟକ୍ତିର କାର୍ଯ୍ୟ ପ୍ରତି ଅଗ୍ନି କ’ଣ କରିବ?

ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟର ଗୁଣବତ୍ତା ଅଗ୍ନି ପରୀକ୍ଷଣ କରିବ ।

1 Corinthians 3:14

ଯଦି ସେମାନଙ୍କର କାର୍ଯ୍ୟ ଅଗ୍ନିରୁ ନଷ୍ଟ ହେବ ନାହିଁ ତେବେ କ’ଣ ହେବ?

ସେହି ବ୍ୟକ୍ତି ପୁରସ୍କାର ପାଇବ ।

1 Corinthians 3:15

ଯାହାର କାର୍ଯ୍ୟ ଅଗ୍ନିରେ ଜଳିବ ସେହି ବ୍ୟକ୍ତି ସହିତ କ’ଣ ହେବ?

ସେହି ବ୍ୟକ୍ତିର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲା ପରି ହେବ।।

1 Corinthians 3:16

ଆମ୍ଭେମାନେ କିଏ ଏବଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀ ଭାବରେ ଆମ୍ଭମାନଙ୍କ ଭିତରେ କିଏ ବାସ କରନ୍ତି?

ଆମ୍ଭେମାନେ ଈଶ୍ବରଙ୍କ ମନ୍ଦିର, ଏବଂ ଈଶ୍ବରଙ୍କ ଆତ୍ମା ଆମ୍ଭମାନଙ୍କ ଭିତରେ ବାସ କରନ୍ତି ।

1 Corinthians 3:17

ଯଦି କେହି ଈଶ୍ବରଙ୍କ ମନ୍ଦିରକୁ ନଷ୍ଟ କରେ ତେବେ କ’ଣ ହେବ?

ଈଶ୍ବର ସେହି ମନ୍ଦିରକୁ ନଷ୍ଟ କରୁଥିବା ବ୍ୟକ୍ତିକୁ ବିନାଶ କରିବେ ।

1 Corinthians 3:18-19

ପାଉଲ ଯିଏ ଏହି ଯୁଗରେ ଜ୍ଞାନୀ ବୋଲି ନିଜକୁ ବିଚାର କରେ ତାହାକୁ କ’ଣ କହନ୍ତି?

ପାଉଲ କୁହନ୍ତି, “ସେ “ମୂର୍ଖ” ମନେକରୁ , ଯେପରି ସେ ଜ୍ଞାନୀ ହେବ।”

1 Corinthians 3:20

ଜ୍ଞାନୀମାନଙ୍କ ଯୁକ୍ତି ବିଷୟରେ ପ୍ରଭୁ କ’ଣ ଜାଣନ୍ତି?

ପ୍ରଭୁ ଜାଣନ୍ତି ଜ୍ଞାନୀମାନଙ୍କର ଯୁକ୍ତି ବୃଥା ଅଟେ।

1 Corinthians 3:21

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଲୋକମାନଙ୍କ ବିଷୟରେ ଗର୍ବ କରିବା ବନ୍ଦ କରିବାକୁ କାହିଁକି କୁହନ୍ତି?

ସେ ସେମାନଙ୍କୁ ଗର୍ବ କରିବା ବନ୍ଦ କରିବାକୁ କହନ୍ତି, “କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କରେ ଅଟେ,” ଏବଂ କାରଣ, “… ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ଏବଂ ଖ୍ରୀଷ୍ଟ ଈଶ୍ବରଙ୍କର” ..

1 Corinthians 3:22

1 Corinthians 3:23

1 Corinthians 4

1 Corinthians 4:1

କରିନ୍ଥୀୟମାନେ ପାଉଲ ଏବଂ ତାଙ୍କ ସାଥୀମାନଙ୍କୁ ସମ୍ମାନ କିପରି ଆଦର କରିବା ଉଚିତ୍ ବୋଲି ପାଉଲ କହିଲେ?

କରିନ୍ଥୀୟମାନେ ସେମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଈଶ୍ବରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ଭାବରେ ଗ୍ରହଣ କରିବା ଉଚିତ୍ ବୋଲି କହିଲେ।

1 Corinthians 4:2-3

ଭଣ୍ଡାରଘରିଆର ଆବଶ୍ୟକତା ମଧ୍ୟରୁ ଗୋଟିଏ ଆବଶ୍ୟକତା କ’ଣ ଅଟେ?

ଭଣ୍ଡାରଘରିଆ ବିଶ୍ୱସ୍ତ ହେବା ଆବଶ୍ୟକ ।

1 Corinthians 4:4

ପାଉଲ ତାଙ୍କର ବିଚାରକର୍ତ୍ତା କିଏ ବୋଲି କହନ୍ତି?

ପ୍ରଭୁ ତାଙ୍କୁ ବିଚାର କରିବେ ବୋଲି ପାଉଲ କହନ୍ତି।

1 Corinthians 4:5

ପ୍ରଭୁ ଆସିବା ପରେ ସେ କ'ଣ କରିବେ?

ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକୁ ଆଲୋକିତ କରିବେ ଏବଂ ହୃଦୟର ସଂକଳ୍ପଗୁଡ଼ିକୁ ପ୍ରକାଶ କରିବେ ।

1 Corinthians 4:6-7

ପାଉଲ କାହିଁକି ନିଜ ପ୍ରତି ଏବଂ ଆପଲ୍ଲଙ୍କ ପ୍ରତି  ଏହି ଦୃଷ୍ଟାନ୍ତଗୁଡ଼ିକୁ ପ୍ରୟୋଗ କଲେ?

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କ ଉଦ୍ଦେଶ୍ୟରେ ଏହା କରିଥିଲେ ଯାହା ଦ୍ଵରା ସେମାନେ “ଯାହା ଲେଖା ଆଛି ତାହାଠାରୁ ଅଧିକ ନୁହେଁ” ବାକ୍ୟର ଅର୍ଥ ଜାଣିପାରିବେ, ଯାହାଫଳରେ ସେମାନଙ୍କ ମଧ୍ୟରୁ କେହି ଜଣେ ଅନ୍ୟର ସପକ୍ଷରେ ରହିବ ନାହିଁ।

1 Corinthians 4:8-9

ପାଉଲ କାହିଁକି କରିନ୍ଥୀୟ ବିଶ୍ଵାସୀମାନେ ରାଜତ୍ୱ କରନ୍ତୁ ବୋଲି ଇଚ୍ଛା କରନ୍ତି?

ସେମାନେ ରାଜତ୍ୱ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ଯାହା ଦ୍ବାରା ପାଉଲ ଏବଂ ତାଙ୍କ ସାଥୀମାନେ ସେମାନଙ୍କ ସହ ରାଜତ୍ୱ କରିପାରିବେ।

1 Corinthians 4:10

ପାଉଲ ନିଜକୁ ଏବଂ ତାଙ୍କ ସାଥୀମାନଙ୍କୁ କରିନ୍ଥୀୟ ବିଶ୍ଵାସୀମାନଙ୍କ ସହ ତୁଳନା କରିବାର ତିନୋଟି ଉପାୟ କ’ଣ ଅଟେ?

ପାଉଲ କୁହନ୍ତି, “ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ ।”

1 Corinthians 4:11

ପାଉଲ ପ୍ରେରିତମାନଙ୍କ ଶାରୀରିକ ସ୍ଥିତିକୁ କିପରି ବର୍ଣ୍ଣନା କଲେ?

ପାଉଲ କହନ୍ତି, ସେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ଅତି ନିର୍ମମ ପ୍ରହାରିତ ହେଉଥିଲେ, ପୁଣି, ନିରାଶ୍ରୟ ଥିଲେ।

1 Corinthians 4:12

ପାଉଲ ଏବଂ ତାଙ୍କ ସାଥୀମାନେ ଯେତେବେଳେ ତାଡ଼ନା ପ୍ରାପ୍ତ  କଲେ ସେମାନେ କିପରି ପ୍ରତିକ୍ରିୟା କଲେ?

ଯେତେବେଳେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା, ସେମାନେ ଆଶୀର୍ବାଦ କଲେ। ଯେତେବେଳେ ସେମାନେ ନିର୍ଯ୍ୟାତିତ ହେଲେ, ସେମାନେ ଏହାକୁ ସହ୍ୟ କଲେ । ଯେତେବେଳେ ସେମାନଙ୍କୁ ଅପମାନ କରାଗଲା, ସେମାନେ ମିଳନର କଥା କହିଲେ

1 Corinthians 4:13

ପାଉଲ ଏବଂ ତାଙ୍କ ସାଥୀମାନେ ଯେତେବେଳେ ତାଡ଼ନା ପ୍ରାପ୍ତ  କଲେ ସେମାନେ କିପରି ପ୍ରତିକ୍ରିୟା କଲେ?

ଯେତେବେଳେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା, ସେମାନେ ଆଶୀର୍ବାଦ କଲେ। ଯେତେବେଳେ ସେମାନେ ନିର୍ଯ୍ୟାତିତ ହେଲେ, ସେମାନେ ଏହାକୁ ସହ୍ୟ କଲେ । ଯେତେବେଳେ ସେମାନଙ୍କୁ ଅପମାନ କରାଗଲା, ସେମାନେ ମିଳନର କଥା କହିଲେ।

1 Corinthians 4:14-15

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ କାହିଁକି ଏସବୁ ଲେଖିଥୀଲେ?

ସେ ସେମାନଙ୍କୁ ତାଙ୍କର ପ୍ରିୟ ସନ୍ତାନ ଭାବରେ ଚେତନା ଦେବାକୁ ଲେଖିଥିଲେ ।

1 Corinthians 4:16

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ କ’ଣ ଅନୁକରଣ କରିବାକୁ କହନ୍ତି?

ପାଉଲ ସେମାନଙ୍କୁ ନିଜକୁ ଅନୁକରଣ କରିବାକୁ କୁହନ୍ତି ।

1 Corinthians 4:17

ପାଉଲ ତୀମଥିଙ୍କୁ କରିନ୍ଥୀୟ ବିଶ୍ଵାସୀମାନଙ୍କୁ କ’ଣ ସ୍ମରଣ କରାଇବା ପାଇଁ ପ୍ରେରଣ କଲେ ?

ପାଉଲ ତୀମଥିଙ୍କୁ କରିନ୍ଥୀୟକୁ ପଠାଇ ସେଠାରେ ଥିବା ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ ପାଉଲଙ୍କ ମାର୍ଗ ବିଷୟରେ ସ୍ମରଣ ଲାରିବାକୁ ପ୍ରେରଣ କଲେ ।

1 Corinthians 4:18-19

କରିନ୍ଥୀୟର କେତେକ ବିଶ୍ଵାସୀ କିପରି କାର୍ଯ୍ୟ କରୁଥିଲେ?

ପାଉଲ ସେମାନଙ୍କ ନିକଟକୁ ଯାଉ ନାହାଁନ୍ତି ବୋଲି ସେମାନଙ୍କ ମଧ୍ୟରୁ କେତେକ ଗର୍ବରେ ପୂର୍ଣ୍ଣ ଥିଲେ ।

1 Corinthians 4:20-21

ଈଶ୍ବରଙ୍କ ରାଜ୍ୟ କେଉଁଥିରେ ପ୍ରକାଶ ପାଏ?

ଈଶ୍ବରଙ୍କ ରାଜ୍ୟ ଶକ୍ତିରେ ପ୍ରକାଶ ପାଏ ।

1 Corinthians 5

1 Corinthians 5:1

କରିନ୍ଥୀୟରେ ଥିବା ମଣ୍ଡଳୀ ବିଷୟରେ ପାଉଲ କେଉଁ ବିଷୟ ଶୁଣିଲେ?

ପାଉଲ ଶୁଣିଲେ ଯେ ସେଠାରେ ବ୍ୟଭିଚାର  ଅଛି । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପିତାଙ୍କ ପତ୍ନୀଙ୍କ ସହ ଯୌନ ସମ୍ପର୍କ ରଖୁଥିଲା।

1 Corinthians 5:2-3

ନିଜ ପିତାଙ୍କ ପତ୍ନୀ ସହ ପାପ କରିଥିବା ବ୍ୟକ୍ତି ପ୍ରତି ପାଉଲ କ’ଣ କରିବା ଉଚିତ୍ ବୋଲି କହିଥିଲେ?

ଯିଏ ନିଜ ପିତାଙ୍କ ପତ୍ନୀ ସହ ପାପ କଲା, ସେମାନଙ୍କ ମଧ୍ୟରୁ ସେମାନଙ୍କୁ ହଟାଇବାକୁ ହେବ ।

1 Corinthians 5:4

ନିଜ ପିତାଙ୍କ ପତ୍ନୀ ସହିତ ପାପ କରିଥିବା ସେହି ବ୍ୟକ୍ତିକୁ କିପରି ଏବଂ କାହିଁକି ଅପସାରଣ କରାଗଲା?

ଯେତେବେଳେ କରିନ୍ଥୀୟରେ ଥିବା ମଣ୍ଡଳୀ ପ୍ରଭୁ ଯୀଶୁଙ୍କ ନାମରେ ଏକତ୍ରିତ ହେଲେ, ସେମାନେ ପାପ କରୁଥିବା ବ୍ୟକ୍ତିକୁ ଶରୀରର ବିନାଶ ପାଇଁ ଶୟତାନକୁ ସମର୍ପଣ କଲେ, ଯେପରି ପ୍ରଭୁଙ୍କ ଦିନ ତାଙ୍କ ଆତ୍ମା ଉଦ୍ଧାର ପାଇବ।

1 Corinthians 5:5-7

1 Corinthians 5:8

ପାଉଲ ଖରାପ ଆଚରଣ ଏବଂ ଦୁଷ୍ଟତାକୁ କାହା ସହ ତୁଳନା କରନ୍ତି?

ପାଉଲ ସେଗୁଡିକୁ ଖମୀର ସହ ତୁଳନା କରନ୍ତି ।

ପାଉଲ ସରଳତ ଏବଂ ସତ୍ୟ ପାଇଁ ରୂପକ ଭାବରେ କ’ଣ ବ୍ୟବହାର କରନ୍ତି?

ପାଉଲ ଖମୀରଶୂନ୍ୟ ରୁଟିକୁ ସରଳତା ଏବଂ ସତ୍ୟ ପାଇଁ ରୂପକ ଭାବରେ ବ୍ୟବହାର କରନ୍ତି ।

1 Corinthians 5:9

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ କାହା ସହ ସମ୍ପର୍କ ନ ରଖିବାକୁ କହିଥିଲେ?

ବ୍ୟଭିଚାରୀମାନଙ୍କ ସହ ସମ୍ପର୍କ ନ ରଖିବାକୁ ପାଉଲ ସେମାନଙ୍କୁ ଲେଖିଥିଲେ ।

1 Corinthians 5:10

ବ୍ୟଭିଚାରୀମାନଙ୍କ ସହ ସମ୍ପର୍କ ନ ରଖିବାକୁ କହିବାରେ ପାଉଲଙ୍କର ଅର୍ଥ କ’ଣ ଥିଲା?

ପାଉଲ ଏହି ଜଗତର ବ୍ୟଭିଚାରୀ  ଲୋକମାନଙ୍କୁ କହି ନ ଥିଲେ। ସେମାନଙ୍କଠାରୁ ଦୂରରେ ରହିବାକୁ ତୁମ୍ଭେମାନେ ଜଗତରୁ ବାହାରକୁ ଯିବାକୁ ହେବ ।

1 Corinthians 5:11

କରିନ୍ଥୀୟ ବିଶ୍ଵାସୀମାନଙ୍କୁ କାହା ସହ ସମ୍ପର୍କ ନ ରଖିବା ପାଇଁ ପାଉଲ କହିଥିଲେ?

ଖ୍ରୀଷ୍ଟଙ୍କଠାରେ କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ ସେହି ଲୋକ ସହ ସମ୍ପର୍କ ନ ରଖିବା ପାଇଁ ପାଉଲ କହିଥିଲେ?

1 Corinthians 5:12

ବିଶ୍ଵାସୀମାନେ କାହାକୁ ବିଚାର କରିବା ଉଚିତ୍ ?

ସେମାନେ ମଣ୍ଡଳୀ ଭିତରେ ଥିବା ଲୋକମାନଙ୍କୁ ବିଚାର କରିବା ଉଚିତ୍ ।

1 Corinthians 5:13

ମଣ୍ଡଳୀ ବାହାରେ ଥିବା ଲୋକମାନଙ୍କୁ କିଏ ବିଚାର କରନ୍ତି?

ଯେଉଁମାନେ ବାହାରେ ଅଛନ୍ତି ସେମାନଙ୍କୁ ଈଶ୍ବରବିଚାର କରନ୍ତି ।

1 Corinthians 6

1 Corinthians 6:1

କରିନ୍ଥୀୟରେ ଥିବା ସାଧୁମାନେ କ’ଣ ବିଚାର କରିବାକୁ ସମର୍ଥ ହେବା ଉଚିତ୍ ବୋଲି ପାଉଲ କହନ୍ତି?

ସେମାନେ ଏହି ଜୀବନର ବିଷୟଗୁଡ଼ିକ ବିଷୟରେ ସାଧୁମାନଙ୍କ ମଧ୍ୟରେ ବିବାଦର ବିଚାର କରିବାକୁ ସମର୍ଥ ହେବା ଉଚିତ୍ ବୋଲି ପାଉଲ କହନ୍ତି ।

1 Corinthians 6:2

କରିନ୍ଥୀୟରେ ଥିବା ସାଧୁମାନେ କ’ଣ ବିଚାର କରିବାକୁ ସମର୍ଥ ହେବା ଉଚିତ୍ ବୋଲି ପାଉଲ କହନ୍ତି?

ସେମାନେ ଏହି ଜୀବନର ବିଷୟଗୁଡ଼ିକ ବିଷୟରେ ସାଧୁମାନଙ୍କ ମଧ୍ୟରେ ବିବାଦର ବିଚାର କରିବାକୁ ସମର୍ଥ ହେବା ଉଚିତ୍ ବୋଲି ପାଉଲ କହନ୍ତି ।

ସାଧୁମାନେ କାହାର ବିଚାର କରିବେ?

ସାଧୁମାନେ ଜଗତ ଓ ଦୂତମାନଙ୍କର ବିଚାର କରିବେ।

1 Corinthians 6:3-5

1 Corinthians 6:6

କରିନ୍ଥୀୟ ଖ୍ରୀଷ୍ଟିୟାନମାନେ ପରସ୍ପର ମଧ୍ୟରେ ବିବାଦଗୁଡ଼ିକୁ କିପରି ମୀମାଂସା କରୁଛନ୍ତି?

ଜଣେ ବିଶ୍ୱାସୀ ଭାଇ ଅନ୍ୟ ବିଶ୍ୱାସୀ ଭାଇ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ ।

1 Corinthians 6:7-8

କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦ କ’ଣ ସୂଚାଏ?

ଏହା ସୂଚିତ କରେ ଯେ ଏହା ସେମାନଙ୍କ ପାଇଁ ଏକ ପରାଜୟ ଅଟେ ।

1 Corinthians 6:9

ଈଶ୍ବରଙ୍କ ରାଜ୍ୟର କିଏ ଉତ୍ତରାଧିକାରୀ ହେବ ନାହିଁ?

ଅଧାର୍ମିକମାନେ: ବ୍ୟଭିଚାରୀ, ପ୍ରତିମାପୂଜକ, ପାରଦାରିକ, ସମଲିଙ୍ଗୀ; ପୁଂମୈଥୁନକାରୀ; ଚୋର; ଧନଲୋଭୀ; ମତୁଆଳ, ନିନ୍ଦକ, ପରଦ୍ରବ୍ୟ ଲୁଣ୍ଠନକାରୀ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।

1 Corinthians 6:10

ଈଶ୍ବରଙ୍କ ରାଜ୍ୟର କିଏ ଉତ୍ତରାଧିକାରୀ ହେବ ନାହିଁ?

ଅଧାର୍ମିକମାନେ: ବ୍ୟଭିଚାରୀ, ପ୍ରତିମାପୂଜକ, ପାରଦାରିକ, ସମଲିଙ୍ଗୀ; ପୁଂମୈଥୁନକାରୀ; ଚୋର; ଧନଲୋଭୀ; ମତୁଆଳ, ନିନ୍ଦକ, ପରଦ୍ରବ୍ୟ ଲୁଣ୍ଠନକାରୀ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।

1 Corinthians 6:11

କରିନ୍ଥୀୟ ବିଶ୍ଵାସୀମାନଙ୍କ ସହ କ’ଣ ଘଟେ ଯେଉଁମାନେ ପୂର୍ବରୁ ଅଧର୍ମ କରିଥିଲେ?

ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଧୌତ ହୋଇ, ପବିତ୍ରୀକୃତ ହୋଇ ଓ ଧାର୍ମିକ ବୋଲି ଗଣିତ ହୋଇଅଛନ୍ତି।

1 Corinthians 6:12

କେଉଁ ଦୁଇଟି ବିଷୟକୁ ତାଙ୍କୁ ଆୟତ୍ତ କରିବାକୁ ଦେବେ ନାହିଁ ବୋଲି ପାଉଲ କହନ୍ତି?

ତାଙ୍କୁ ଖାଦ୍ୟ କିମ୍ବା ଯୌନାଚାର ତାଙ୍କୁ ଆୟତ୍ତ କରିବାକୁ ଦେବେ ନାହିଁ ବୋଲି ପାଉଲ କହନ୍ତି।

1 Corinthians 6:13-14

କେଉଁ ଦୁଇଟି ବିଷୟକୁ ତାଙ୍କୁ ଆୟତ୍ତ କରିବାକୁ ଦେବେ ନାହିଁ ବୋଲି ପାଉଲ କହନ୍ତି?

ତାଙ୍କୁ ଖାଦ୍ୟ କିମ୍ବା ଯୌନାଚାର ତାଙ୍କୁ ଆୟତ୍ତ କରିବାକୁ ଦେବେ ନାହିଁ ବୋଲି ପାଉଲ କହନ୍ତି।

1 Corinthians 6:15

ବିଶ୍ଵାସୀମାନଙ୍କ ଶରୀର କାହାର ସଦସ୍ୟ ଅଟନ୍ତି?

ସେମାନଙ୍କର ଶରୀର ଖ୍ରୀଷ୍ଟଙ୍କର ସଦସ୍ୟ ଅଟନ୍ତି।

ବିଶ୍ଵାସୀମାନେ ବେଶ୍ୟାମାନଙ୍କ ସହ ନିଜକୁ ସମ୍ପୃକ୍ତ କରିବା ଉଚିତ୍ କି?

ନା।

1 Corinthians 6:16

ଯେତେବେଳେ କେହି ଜଣେ ବେଶ୍ୟା ସହ ସମ୍ପୃକ୍ତ ଜୁଏ, ସେତେବେଳେ କ’ଣ ହୁଏ?

ଦୁହେଁ ଗୋଟିଏ ଅଙ୍ଗ ପରି ହୋଇଯାଆନ୍ତି ।

1 Corinthians 6:17

ଯେତେବେଳେ ପ୍ରଭୁଙ୍କ ସହ କେହି ସମ୍ପୃକ୍ତ ହୁଏ, ସେତେବେଳେ କ’ଣ ହୁଏ?

ସେ ତାଙ୍କ ସହ ଏକ ଆତ୍ମା ହୁଅନ୍ତି ।

1 Corinthians 6:18

ବ୍ୟଭିଚାରରେ ଲୋକମାନେ କାହା ବିରୁଦ୍ଧରେ ପାପ କରନ୍ତି?

ଯେତେବେଳେ ସେମାନେ ବ୍ୟଭିଚାର କରନ୍ତି ସେତେବେଳେ ସେମାନେ ନିଜ ଶରୀର ବିରୁଦ୍ଧରେ ପାପ କରନ୍ତି ।

1 Corinthians 6:19

ବିଶ୍ଵାସୀମାନେ କାହିଁକି ନିଜ ଶରୀରରେ ଈଶ୍ବରଙ୍କୁ ଗୌରବ ଦେବା ଉଚିତ୍?

ସେମାନେ ନିଜ ଶରୀରରେ ଈଶ୍ବରଙ୍କୁ ଗୌରବ ଦେବା ଉଚିତ୍ କାରଣ ସେମାନଙ୍କର ଶରୀର ପବିତ୍ର ଆତ୍ମାଙ୍କର ଏକ ମନ୍ଦିର ଏବଂ ସେମାନେ ମୂଲ୍ୟ ଦେଇ କିଣାଯାଇଅଛନ୍ତି ।

1 Corinthians 6:20

ବିଶ୍ଵାସୀମାନେ କାହିଁକି ନିଜ ଶରୀରରେ ଈଶ୍ବରଙ୍କୁ ଗୌରବ ଦେବା ଉଚିତ୍?

ସେମାନେ ନିଜ ଶରୀରରେ ଈଶ୍ବରଙ୍କୁ ଗୌରବ ଦେବା ଉଚିତ୍ କାରଣ ସେମାନଙ୍କର ଶରୀର ପବିତ୍ର ଆତ୍ମାଙ୍କର ଏକ ମନ୍ଦିର ଏବଂ ସେମାନେ ମୂଲ୍ୟ ଦେଇ କିଣାଯାଇଅଛନ୍ତି ।

1 Corinthians 7

1 Corinthians 7:2-3

ପ୍ରତ୍ୟେକ ପୁରୁଷର ନିଜ ପତ୍ନୀ ଏବଂ ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ କାହିଁକି ରହିବା ଉଚିତ୍?

ଅନେକ ବ୍ୟଭିଚାର ଭୟ ହେତୁ, ପ୍ରତ୍ୟେକ ପୁରୁଷଙ୍କର ନିଜର ପତ୍ନୀ ହେବା ଉଚିତ୍ ଏବଂ ପ୍ରତ୍ୟେକ ପତ୍ନୀଙ୍କର ନିଜ ସ୍ୱାମୀ ରହିବା ଉଚିତ୍ ।

1 Corinthians 7:4

ଏକ ପତ୍ନୀ କିମ୍ବା ସ୍ୱାମୀଙ୍କର ନିଜ ଶରୀର ଉପରେ ଅଧିକାର ଅଛି କି?

ନା। ସ୍ୱାମୀଙ୍କ ପତ୍ନୀଙ୍କ ଶରୀର ଉପରେ ଅଧିକାର ଅଛି, ଏବଂ ସେହିଭଳି, ସ୍ୱାମୀଙ୍କ ଶରୀର ଉପରେ ପତ୍ନୀଙ୍କର ଅଧିକାର ଅଛି ।

1 Corinthians 7:5-7

ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ଯୌନାଚାରଠାରୁ ବଞ୍ଚିତ କରିବା କେବେ ଉଚିତ ଅଟେ?

ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପର ସହମତ ହୁଅନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତି, ତେବେ ଏହା ଉଚିତ ଅଟେ, ଯାହାଫଳରେ ସେମାନେ ନିଜକୁ ପ୍ରାର୍ଥନାରେ ଉତ୍ସର୍ଗ କରିପାରିବେ ।

1 Corinthians 7:8

ବିଧବା ଏବଂ ଅବିବାହିତ ଲୋକମାନଙ୍କ ପାଇଁ ପାଉଲ କ’ଣ ଉତ୍ତମ ବୋଲି କହନ୍ତି?

ପାଉଲ କହନ୍ତି ଯେ ତାଙ୍କ ପରି ଅବିବାହିତ ରହିବା ସେମାନଙ୍କ ପାଇଁ ଉତ୍ତମ ବିଷୟ ଅଟେ।

1 Corinthians 7:9

ଅବିବାହିତ ଏବଂ ବିଧବାମାନେ କେଉଁ ପରିସ୍ଥିତିରେ ବିବାହ କରିବା ଉଚିତ୍?

ଯଦି ସେମାନେ ଇନ୍ଦ୍ରିୟ ଦମନରେ ଜଳିଯାଆନ୍ତି ଏବଂ ଆତ୍ମ ନିୟନ୍ତ୍ରଣ କରିପାରନ୍ତି ନାହିଁ ତେବେ ସେମାନେ ବିବାହ କରିବା ଉଚିତ୍ ।

1 Corinthians 7:10

ବିବାହିତ ଲୋକମାନଙ୍କୁ ପ୍ରଭୁ କେଉଁ ଆଦେଶ ଦିଅନ୍ତି?

ପତ୍ନୀ ନିଜ ସ୍ୱାମୀଙ୍କଠାରୁ ଅଲଗା ହେବା ଉଚିତ୍ ନୁହେଁ। ଯଦି ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୁଅନ୍ତି, ତେବେ ସେ ଅବିବାହିତ ରହିବେ କିମ୍ବା ତାଙ୍କ ସହିତ ପୁଣି ରହିବା ଉଚିତ୍ । ଏଥିସହ ସ୍ୱାମୀ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ଉଚିତ୍ ନୁହେଁ।

1 Corinthians 7:11

1 Corinthians 7:12

ଜଣେ ବିଶ୍ୱାସୀ ସ୍ୱାମୀ କିମ୍ବା ସ୍ତ୍ରୀ ତାଙ୍କ ଅବିଶ୍ୱାସୀ ଦମ୍ପତିଙ୍କୁ ଛାଡପତ୍ର ଦେବା ଉଚିତ୍ କି?

ଯଦି ଅବିଶ୍ୱାସୀ ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ଜୀବନସାଥୀ ସହିତ ରହିବାକୁ ସନ୍ତୁଷ୍ଟ ହୁଅନ୍ତି, ତେବେ ବିଶ୍ୱାସୀ ସ୍ୱାମୀ ଅବିଶ୍ୱାସୀଙ୍କୁ ଛାଡପତ୍ର ଦେବା ଉଚିତ୍ ନୁହେଁ ।

1 Corinthians 7:13-14

1 Corinthians 7:15-16

ଯଦି ଜଣେ ଅବିଶ୍ୱାସୀ ସାଥୀ ଚାଲିଯାଏ ତେବେ ଜଣେ ବିଶ୍ଵାସୀ କ’ଣ କରିବା ଉଚିତ୍?

ବିଶ୍ଵାସୀ ଅବିଶ୍ୱାସୀ ସାଥୀକୁ ଯିବାକୁ ଦିଅନ୍ତୁ ..

1 Corinthians 7:17

ପାଉଲ ସମସ୍ତ ମଣ୍ଡଳୀରେ କେଉଁ ନିୟମ ସ୍ଥିର କଲେ?

ନିୟମ ଥିଲା: ପ୍ରଭୁ ସେମାନଙ୍କୁ ଯେଉଁ ଜୀବନ ଦେଇଛନ୍ତି, ଏବଂ ଈଶ୍ବର ସେମାନଙ୍କୁ ଆହ୍ୱାନ କରିଛନ୍ତି, ସେଥିରେ ପ୍ରତ୍ୟେକେ ବଞ୍ଚନ୍ତୁ।

1 Corinthians 7:18-20

ସୁନ୍ନତ ଓ ଆସୁନ୍ନତମାନଙ୍କୁ ପାଉଲ କେଉଁ ଉପଦେଶ ଦେଇଛନ୍ତି?

ପାଉଲ କହନ୍ତି ଆସୁନ୍ନତ ଲୋକମାନେ ସୁନ୍ନତ ହେବା ଉଚିତ୍ ନୁହେଁ ଏବଂ ସୁନ୍ନତ ହୋଇଥିବା ଲୋକମାନେ ସେମାନଙ୍କର ସୁନ୍ନତର ଚିହ୍ନଗୁଡ଼ିକୁ ହଟାଇବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ।

1 Corinthians 7:21

ଦାସମାନଙ୍କ ବିଷୟରେ ପାଉଲ କ’ଣ କହିଥିଲେ?

ଯଦି ଈଶ୍ବର ସେମାନଙ୍କୁ ଆହ୍ୱାନ କରିବା ସମୟରେ ସେମାନେ ଦାସ ଥିଲେ, ଏହା ବିଷୟରେ ଚିନ୍ତା କରିବେ ନାହିଁ, କିନ୍ତୁ ଯଦି ସେମାନେ ମୁକ୍ତ ହୋଇପାରିବେ, ତେବେ ସେମାନେ ତାହା କରିବା ଉଚିତ୍ । ଯଦିଓ ସେମାନେ ଦାସ ଥିଲେ ସେମାନେ ପ୍ରଭୁଙ୍କଠାରେ ମୁକ୍ତ ଅଟନ୍ତି । ସେମାନେ ମନୁଷ୍ୟର ଦାସ ହେବା ଉଚିତ୍ ନୁହେଁ।

1 Corinthians 7:22

1 Corinthians 7:23-25

1 Corinthians 7:26

ପାଉଲଙ୍କ ପରି ଅବିବାହିତ ରହିବା, ବିବାହ କରିନଥିବା ବ୍ୟକ୍ତିଙ୍କ ପାଇଁ ଭଲ ବୋଲି ପାଉଲ କାହିଁକି ଭାବିଲେ?

ପାଉଲ ଭାବିଲେ ଯେ, ଆସୁଥିବା ସଙ୍କଟ ହେତୁ, ଜଣେ ପୁରୁଷ ଅବିବାହିତ ରହିବା ଭଲ ଅଟେ।

1 Corinthians 7:27

ଯଦି ବିବାହର ଶପଥ ଦ୍ୱାରା ଜଣେ ବିଶ୍ୱାସୀ ସ୍ତ୍ରୀ ସହ ବନ୍ଧା ହୁଏ ତେବେ ବିଶ୍ୱାସୀମାନେ କ’ଣ କରିବା ଉଚିତ୍?

ସେମାନେ ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ଦେଇଥିବା ଶପଥରୁ ସ୍ୱାଧୀନତା ପାଇବା ଉଚିତ୍ ନୁହେଁ।

1 Corinthians 7:28-30

ଯେଉଁମାନେ ପତ୍ନୀଙ୍କଠାରୁ ମୁକ୍ତ ଏବଂ ଅବିବାହିତ ଲୋକମାନଙ୍କୁ ପାଉଲ କାହିଁକି, “ସ୍ତ୍ରୀ ଖୋଜ ନାହିଁ” ବୋଲି କହନ୍ତି।

ସେ ଏହା କହିଛନ୍ତି କାରଣ ସେ ସେମାନଙ୍କୁ ବିବାହର ଅନେକ ଅସୁବିଧାରୁ ରକ୍ଷା କରିବାକୁ ଚାହୁଁଥିଲେ।

1 Corinthians 7:31-32

ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି ସେମାନେ କାହିଁକି ଏପରି କରିବା ଉଚିତ୍ ଯେପରି ସେମାନଙ୍କର ଏହା ସହ କୌଣସି ସମ୍ପର୍କ ନାହିଁ ନାହିଁ?

ସେମାନେ ସେପରି କାର୍ଯ୍ୟ କରିବା ଉଚିତ କାରଣ ଏହି ଜଗତର ବ୍ୟବସ୍ଥା ଶେଷ ହେବାକୁ ଯାଉଛି।

1 Corinthians 7:33

ସେହି ଖ୍ରୀଷ୍ଟିୟାନମାନଙ୍କ ପାଇଁ ଯେଉଁମାନେ ବିବାହିତ, ସେମାନଙ୍କ ପାଇଁ ପ୍ରଭୁଙ୍କ ପ୍ରତି ଭକ୍ତିଭାବରେ ଅବିଭକ୍ତ ହେବା କାହିଁକି କଷ୍ଟକର ଅଟେ?

ଏହା କଷ୍ଟକର କାରଣ ଜଣେ ବିଶ୍ୱାସୀ ସ୍ୱାମୀ କିମ୍ବା ସ୍ତ୍ରୀ ଜଗତର ବିଷୟଗୁଡ଼ିକ ବିଷୟରେ ଚିନ୍ତିତ, କିପରି ତାଙ୍କ ପତ୍ନୀ କିମ୍ବା ସ୍ୱାମୀଙ୍କୁ ଖୁସି କରିବେ ।

1 Corinthians 7:34-37

1 Corinthians 7:38

ଆପଣା କୁମାରୀ କନ୍ୟାକୁ ବିବାହ ଦେଉଥିବା ବ୍ୟକ୍ତିଙ୍କ ଅପେକ୍ଷା କିଏ ଭଲ କରେ?

ଯିଏ ବିବାହ ଣ ଦେବାକୁ ପସନ୍ଦ କରେ ସେ ଆହୁରି ଭଲ କରିବ ।

1 Corinthians 7:39-40

କେତେ ଦିନ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ନିଜ ସ୍ୱାମୀ ସହ ବନ୍ଧା ଅଟେ?

ସେ ବଞ୍ଚିବା ଥିବା ପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କ ସହ ବନ୍ଧା ଅଟେ ।

ଯଦି ଜଣେ ବିଶ୍ୱାସୀ ସ୍ତ୍ରୀର ସ୍ୱାମୀ ମରିଯାଏ, ତେବେ ସେ କାହା ସହ ବିବାହ କରିପାରେ?

ସେ ଯାହାକୁ ଇଚ୍ଛା କରେ ସେ ବିବାହ କରିପାରେ, କିନ୍ତୁ ପ୍ରଭୁଙ୍କଠାରେ ଥିବା ବ୍ୟକ୍ତିକୁ କେବଳ ।

1 Corinthians 8

1 Corinthians 8:1-3

ପାଉଲ ଏହି ଅଧ୍ୟାୟରେ କେଉଁ ବିଷୟକୁ କହିବା ଆରମ୍ଭ କରନ୍ତି?

ମୂର୍ତ୍ତିଗୁଡ଼ିକୁ ବଳି ଦିଆଯାଇଥିବା ଖାଦ୍ୟ ବିଷୟ ପାଉଲ କହନ୍ତି ।

ଜ୍ଞାନ ଏବଂ ପ୍ରେମ କ’ଣ ସୃଷ୍ଟି କରେ?

ଜ୍ଞାନ ଜଣକୁ ଗର୍ବିତ କରେ, କିନ୍ତୁ ପ୍ରେମ ଗଢିଥାଏ ।

1 Corinthians 8:4-5

ଏକ ପ୍ରତିମା ଈଶ୍ବରଙ୍କ ସହ ସମାନ ଅଟେ କି?

ନା। ଏହି ଜଗତରେ ଏକ ପ୍ରତିମା କିଛି ନୁହେଁ, ଏବଂ କେବଳ ଏକମାତ୍ର ଈଶ୍ବର ଅଛନ୍ତି।

1 Corinthians 8:6

ଏକମାତ୍ର ଈଶ୍ବର କିଏ ଅଟନ୍ତି?

କେବଳ ପିତା ଈଶ୍ବର ଅଛନ୍ତି। ତାହାଙ୍କଠାରୁ ସମସ୍ତ ବିଷୟ, ଏବଂ ଆମ୍ଭେମାନେ ତାହାଙ୍କ ପାଇଁ ଜୀବିତ ଅତୁ ।

ଏକମାତ୍ର ପ୍ରଭୁ କିଏ ଅଟନ୍ତି?

ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ଅଟନ୍ତି, ଯାହାଙ୍କ ମାଧ୍ୟମରେ ସମସ୍ତ ବିଷୟ ବିଦ୍ୟମାନ ଅଛି, ଏବଂ ଯାହାଙ୍କ ମାଧ୍ୟମରେ ଆମ୍ଭେମାନେ ବିଦ୍ୟମାନ ଅଟୁ ।

1 Corinthians 8:7

ଯେତେବେଳେ ମୂର୍ତ୍ତି ପୂଜା କରୁଥିବା କିଛି ଲୋକ ଏକ ପ୍ରତିମାକୁ ବଳି ଦିଆଯାଇଥିବା ଖାଦ୍ୟକୁ ଖାଏ ସେତେବେଳେ କ’ଣ ହୁଏ?

ସେମାନଙ୍କର ବିବେକ ଭ୍ରଷ୍ଟ ହୋଇଯାଇଛି କାରଣ ଏହା ଦୁର୍ବଳ ଅଟେ ।

1 Corinthians 8:8

ଆମ୍ଭେମାନେ ଖାଉଥିବା ଖାଦ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଅଗ୍ରାହ୍ୟ କରିଥାଏ କି?

ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।

1 Corinthians 8:9-10

ଆମ୍ଭମାନଙ୍କର ସ୍ୱାଧୀନତା କ’ଣ ଣ ହେଉ ବୋଲି ଆମ୍ଭେମାନେ ସାବଧାନ ହେବା ଉଚିତ୍?

ଆମ୍ଭମାନଙ୍କର ସ୍ୱାଧୀନତା ବିଶ୍ଵାସରେ ଦୁର୍ବଳ ଲୋକମାନଙ୍କ ଝୁଣ୍ଟିବାର କାରଣ ନ ହୁଏ ସେଥିପ୍ରତି ସାବଧାନ ହେବା ଉଚିତ ।

1 Corinthians 8:11

ଦୁର୍ବଳ ବିବେକ ଥିବା ଭାଇ କିମ୍ବା ଭଉଣୀର କ’ଣ ହୋଇପାରେ ଯଦି ମୂର୍ତ୍ତିର ପ୍ରକୃତ ପ୍ରକୃତି ବୁଝିଥିବା ବ୍ୟକ୍ତିମାନେ ସେମାନଙ୍କର ସ୍ୱାଧୀନତାକୁ ବ୍ୟବହାର କରିବାରେ ଯତ୍ନବାନ ନ ହୁଅନ୍ତି?

ଦୁର୍ବଳ ବିବେକ ଥିବା ଭାଇ କିମ୍ବା ଭଉଣୀ ବିନାଶ ହୋଇପାରନ୍ତି ।

ଯେତେବେଳେ ଆମ୍ଭେମାନେ ଜାଣିଶୁଣି ଖ୍ରୀଷ୍ଟଙ୍କଠାରେ ଭାଇ କିମ୍ବା ଭଉଣୀଙ୍କୁ ସେମାନଙ୍କର ଦୁର୍ବଳ ବିବେକ ହେତୁ ଝୁଣ୍ଟି ପଡ଼ିବାର କାରଣ ହେଉ, ଆମ୍ଭେମାନେ କାହା ବିରୁଦ୍ଧରେ ପାପ କରିବା?

ଆମ୍ଭେମାନେ ଭାଇ କିମ୍ବା ଭଉଣୀ ବିରୁଦ୍ଧରେ ପାପ କରିଥାଉ ଯାହାକୁ ଆମ୍ଭେମାନେ ଝୁଣ୍ଟି ପଡିବାରେ କାରଣ ହେଇଥିଲୁ, ଏବଂ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁ ।

1 Corinthians 8:12

1 Corinthians 8:13

ଯଦି ଖାଦ୍ୟ ତାଙ୍କ ଭାଇ କିମ୍ବା ଭଉଣୀକୁ ପାପ କରାଏ ତେବେ ପାଉଲ କ’ଣ କରିବେ ବୋଲି କହିଛନ୍ତି?

ପାଉଲ କହିଛନ୍ତି ଯଦି ତାଙ୍କର ଖାଦ୍ୟ ତାଙ୍କ ଭାଇ କିମ୍ବା ଭଉଣୀକୁ ପାପ କରାଏ, ତେବେ ସେ ଆଉ ମାଂସ ଖାଇବ ନାହିଁ ।

1 Corinthians 9

1 Corinthians 9:1

ପାଉଲ ସେ ଜଣେ ପ୍ରେରିତ ଅଟନ୍ତି ବୋଲି କେଉଁ ପ୍ରମାଣ ଦେଇଛନ୍ତି ?

ପାଉଲ କହିଛନ୍ତି ଯେ କରିନ୍ଥୀୟ ବିଶ୍ଵାସୀମାନେ ପ୍ରଭୁଙ୍କଠାରେ ତାଙ୍କର କାର୍ଯ୍ୟକଳାପ ହୋଇଥିବାରୁ ସେମାନେ ନିଜେ ପ୍ରଭୁଙ୍କଠାରେ ପାଉଲଙ୍କ ପ୍ରେରିତ ହେବାର ପ୍ରମାଣ ଅଟନ୍ତି ବୋଲି କହନ୍ତି।

1 Corinthians 9:2-3

1 Corinthians 9:4

ପ୍ରେରିତ ଭାବରେ ପ୍ରଭୁଙ୍କ ଭାଇ ଏବଂ କୈଫାଙ୍କର କେତେକ ଅଧିକାର ଭାବରେ ପାଉଲ କ’ଣ ତାଲିକାଭୁକ୍ତ କଲେ?

ପାଉଲ କହନ୍ତି ଯେ ସେମାନଙ୍କର ଖାଇବା ପିଇବାର ଅଧିକାର ଅଛି ଏବଂ ସେମାନଙ୍କ ବିଶ୍ୱାସୀପତ୍ନୀ ନେବାକୁ ସେମାନଙ୍କର ଅଧିକାର ଅଛି।

1 Corinthians 9:5-6

ପ୍ରେରିତ ଭାବରେ ପ୍ରଭୁଙ୍କ ଭାଇ ଏବଂ କୈଫାଙ୍କର କେତେକ ଅଧିକାର ଭାବରେ ପାଉଲ କ’ଣ ତାଲିକାଭୁକ୍ତ କଲେ?

ପାଉଲ କହନ୍ତି ଯେ ସେମାନଙ୍କର ଖାଇବା ପିଇବାର ଅଧିକାର ଅଛି ଏବଂ ସେମାନଙ୍କ ବିଶ୍ୱାସୀପତ୍ନୀ ନେବାକୁ ସେମାନଙ୍କର ଅଧିକାର ଅଛି।

1 Corinthians 9:7-8

ଯେଉଁମାନେ ଆପଣା କାର୍ଯ୍ୟରୁ ଲାଭ ପାଉଛନ୍ତି ସେମାନଙ୍କ ବିଷୟରେ ପାଉଲ କେଉଁ ଉଦାହରଣ ଦେଇଛନ୍ତି?

ପାଉଲ ସୈନିକମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯିଏ ଦ୍ରାକ୍ଷାକ୍ଷେତ୍ର ରୋପଣ କରନ୍ତି, ଏବଂ ଜଣେ ମେଷପଲ ଚରାନ୍ତି, ଯେଉଁମାନେ ଲାଭ ପାଆନ୍ତି କିମ୍ବା ସେମାନଙ୍କ କାର୍ଯ୍ୟରୁ ବେତନ ପାଆନ୍ତି ।

1 Corinthians 9:9-11

ମୋଶାଙ୍କ ନିୟମରୁ ପାଉଲ ଲାଭ ପାଇବା କିମ୍ବା ଗୋଟିଏ କାମରୁ ଦେୟ ଗ୍ରହଣ କରିବା ଧାରଣାକୁ ସମର୍ଥନ କରିବା ପାଇଁ କେଉଁ ଉଦାହରଣ ଦେଇଛନ୍ତି?

ତାଙ୍କର ଯୁକ୍ତିକୁ ସମର୍ଥନ କରିବା ପାଇଁ, ପାଉଲ ଏହି ଆଦେଶକୁ ଉଦ୍ଧୃତ କରିଛନ୍ତି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।”

1 Corinthians 9:12-13

ପାଉଲ ଏବଂ ତାଙ୍କ ସାଥୀମାନେ କରିନ୍ଥୀୟମାନଙ୍କଠାରୁ ସାମଗ୍ରୀକ ଲାଭ ପାଇବାକୁ ସେମାନଙ୍କର ଅଧିକାର କାହିଁକି ଦାବି କଲେ ନାହିଁ?

ପାଉଲ ଏବଂ ତାଙ୍କ ସାଥୀମାନେ ଏହି ଅଧିକାର ଦାବି କଲେ ନାହିଁ ତେଣୁ ସେମାନେ ଖ୍ରୀଷ୍ଟଙ୍କ ସୁସମାଚାରରେ କୌଣସି ପ୍ରତିବନ୍ଧକ ସୃଷ୍ଟି କଲେ ନାହିଁ ।

1 Corinthians 9:14-15

ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନଙ୍କ ବିଷୟରେ ପ୍ରଭୁ କ’ଣ ଆଦେଶ ଦେଇଛନ୍ତି?

ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ସୁସମାଚାରରୁ ଜୀବିକା ନିର୍ବାହ କରନ୍ତୁ ବୋଲି ପ୍ରଭୁ ଆଦେଶ ଦେଇଛନ୍ତି ।

1 Corinthians 9:16-18

ପାଉଲ କେଉଁ ବିଷୟରେ ଗର୍ବ କରିପାରନ୍ତି ନାହିଁ, ଏବଂ ସେ କାହିଁକି ଗର୍ବ କରିପାରନ୍ତି ନାହିଁ ବୋଲି କହନ୍ତି?

ପାଉଲ ସୁସମାଚାର ପ୍ରଚାର କରିବାକୁ ଗର୍ବ କରିପାରିବେ ନାହିଁ, କାରଣ ତାଙ୍କୁ ସୁସମାଚାର ପ୍ରଚାର କରିବାକୁ ଥିଲା ବୋଲି କହନ୍ତି ।

1 Corinthians 9:19

ପାଉଲ କାହିଁକି ସମସ୍ତଙ୍କ ଦାସ ହେଲେ?

ପାଉଲ ସମସ୍ତଙ୍କ ପାଇଁ ଦାସ ହେଲେ ଯେପରି ସେ ଈଶ୍ବରଙ୍କ ନିକଟରେ ଅଧିକ ଲୋକମାନଙ୍କୁ ଜିତାଇ ପାରିବେ ।

1 Corinthians 9:20

ଯିହୂଦୀମାନଙ୍କୁ ଜିତିବା ପାଇଁ ପାଉଲ କାହା ପରି ହେଲେ?

ଯିହୁଦୀମାନଙ୍କୁ ଜିତିବା ପାଇଁ ପାଉଲ ଜଣେ ଯିହୁଦୀ ପରି ହେଲେ ।

1 Corinthians 9:21-22

ନିୟମ ବାହାରେ ଥିବା ଲୋକମାନଙ୍କୁ ଜିତିବା ପାଇଁ ପାଉଲ କିଏ ହେଲେ?

ପାଉଲ ନିୟମ ବାହାରେ ଥିବା ଲୋକମାନଙ୍କ ପରି ହୋଇଗଲେ।

1 Corinthians 9:23

ସୁସମାଚାର ପାଇଁ ପାଉଲ କାହିଁକି ସବୁ କାର୍ଯ୍ୟ କଲେ?

ସେ ସୁସମାଚାରର ଆଶୀର୍ବାଦରେ ଅଂଶଗ୍ରହଣ କରିବା ପାଇଁ ଏହା କରିଥିଲେ ।

1 Corinthians 9:24

ପାଉଲ କିପରି ଦୌଡ଼ିବାକୁ କହିଥିଲେ?

ପୁରସ୍କାର ପାଇବା ପାଇଁ ପାଉଲ ଦୌଡ଼ିବାକୁ କହିଥିଲେ।

1 Corinthians 9:25-26

ପାଉଲ କେଉଁ ପ୍ରକାରର ବିଷୟକୁ ପାଇବାକୁ ଦୌଡୁଥିଲେ?

ପାଉଲ ଦୌଡୁଥିଲେ ଯାହାଫଳରେ ସେ ଅକ୍ଷୟ ମୁକୁଟ ପାଇପାରିବେ ଯାହା ବିନଷ୍ଟ ହେବ ନାହିଁ ।

1 Corinthians 9:27

ପାଉଲ କାହିଁକି ନିଜ ଶରୀରକୁ ବଶୀଭୂତ କଲେ ଏବଂ ଏହାକୁ ଦାସ କଲେ?

ପାଉଲ ଏହା କଲେ ଯେପରି ସେ ଅନ୍ୟମାନଙ୍କୁ ପ୍ରଚାର କରିବା ପରେ, ସେ ନିଜେ ଅଗ୍ରାହ୍ୟ ନ ହୁଅନ୍ତି ।

1 Corinthians 10

1 Corinthians 10:1

ମୋଶାଙ୍କ ସମୟରେ ସେମାନଙ୍କର ପିତାମାନେ କେଉଁ ସାଧାରଣ ଅନୁଭୂତି ପାଇଥିଲେ?

ସମସ୍ତେ ମେଘ ତଳେ ଥିଲେ,  ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ ।

1 Corinthians 10:2

1 Corinthians 10:3

1 Corinthians 10:4-5

ସେମାନଙ୍କ ପିତାମାନଙ୍କ ଅନୁସରଣ କରୁଥିବା ଆତ୍ମିକ ପଥର କିଏ ଥିଲେ?

ଖ୍ରୀଷ୍ଟ ସେମାନଙ୍କୁ ଅନୁସରଣ କରୁଥିବା ପଥର ଥିଲେ।

1 Corinthians 10:6-8

ମୋଶାଙ୍କ ସମୟରେ ଈଶ୍ୱର ସେମାନଙ୍କ ପିତାମାନଙ୍କ ସହ କାହିଁକି ପ୍ରସନ୍ନ ଥିଲେ ନାହିଁ?

ସେ ସନ୍ତୁଷ୍ଟ ହେଲେ ନାହିଁ କାରଣ ସେମାନଙ୍କର ପୂର୍ବପୁରୁଷମାନେ ମନ୍ଦ ବିଷୟଗୁଡ଼ିକ ଇଚ୍ଛା କରୁଥିଲେ।

1 Corinthians 10:9

କେଉଁ ଉପାୟରେ ଈଶ୍ବର ଅବାଧ୍ୟ ଏବଂ ଅସନ୍ତୋଷୀ ଲୋକମାନଙ୍କୁ ବିନାଶ କଲେ?

ଈଶ୍ବର ସେମାନଙ୍କୁ ସର୍ପ ଏବଂ ବିନାଶକାରୀ, ମୃତ୍ୟୁ ଦୂତ ଦ୍ୱାରା ବିନାଶ କଲେ ।

1 Corinthians 10:10

କେଉଁ ଉପାୟରେ ଈଶ୍ବର ଅବାଧ୍ୟ ଏବଂ ଅସନ୍ତୋଷୀ ଲୋକମାନଙ୍କୁ ବିନାଶ କଲେ?

ଈଶ୍ବର ସେମାନଙ୍କୁ ସର୍ପ ଏବଂ ବିନାଶକାରୀ, ମୃତ୍ୟୁ ଦୂତ ଦ୍ୱାରା ବିନାଶ କଲେ ।

1 Corinthians 10:11-12

ଏହି ବିଷୟଗୁଡ଼ିକ କାହିଁକି ଘଟିଲା ଏବଂ କାହିଁକି ଲେଖାଗଲା?

ସେଗୁଡ଼ିକ ଆମ୍ଭମାନଙ୍କ ପାଇଁ ଉଦାହରଣ ଭାବରେ ଘଟିଥିଲା ଏବଂ ସେଗୁଡ଼ିକୁ ଆମ୍ଭମାନଙ୍କ ନିର୍ଦ୍ଦେଶ ପାଇଁ ଲେଖାଯାଇଥିଲେ ।

1 Corinthians 10:13

ଆମ୍ଭମାନଙ୍କ ସହ କୌଣସି ଅନନ୍ୟ ପ୍ରଲୋଭନ ଘଟିଅଛି କି?

କୌଣସି ପ୍ରଲୋଭନ ଆମ୍ଭମାନଙ୍କୁ ଅତିକ୍ରମ କରି ନାହିଁ ଯାହା ସମସ୍ତ ମାନବିକତା ପାଇଁ ସାଧାରଣ ନୁହେଁ ।

ପ୍ରଲୋଭନକୁ ସହ୍ୟ କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରିବାକୁ ଈଶ୍ବର କ’ଣ କରିଛନ୍ତି?

ସେ ପଳାୟନର ମାର୍ଗ ପ୍ରଦାନ କରିଛନ୍ତି ଯାହା ଦ୍ବାରା ଆମ୍ଭେମାନେ ପ୍ରଲୋଭନକୁ ସହ୍ୟ କରିପାରିବା ।

1 Corinthians 10:14-15

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ପଳାଇବାକୁ କ’ଣ ଚେତାବନୀ ଦେଇଛନ୍ତି?

ମୂର୍ତ୍ତିପୂଜାଠାରୁ ଦୂରେଇ ରହିବାକୁ ସେ ସେମାନଙ୍କୁ ଚେତାବନୀ ଦେଇଛନ୍ତି।

1 Corinthians 10:16-19

ବିଶ୍ଵାସୀମାନେ ଆଶୀର୍ବାଦ କରିବାର ପାତ୍ର କ’ଣ, ଏବଂ ସେମାନେ ଭାଙ୍ଗୁଥିବା ରୁଟି କ’ଣ ଅଟେ?

ଏହି ପାତ୍ର ଖ୍ରୀଷ୍ଟଙ୍କ ରକ୍ତରେ ସହଭାଗିତା ଅଟେ । ରୁଟି ଖ୍ରୀଷ୍ଟଙ୍କ ଶରୀରରେ ଏକ ଅଂଶ ଅଟେ ।

1 Corinthians 10:20

ଅଣଯିହୂଦୀମାନେ ସେମାନଙ୍କର ବଳି କାହାକୁ ଉତ୍ସର୍ଗ କରନ୍ତି?

ସେମାନେ ଏହି ବିଷୟଗୁଡ଼ିକୁ ଭୂତମାନଙ୍କୁ ଉତ୍ସର୍ଗ କରନ୍ତି ଏବଂ ଈଶ୍ବରଙ୍କୁ ନୁହେଁ ।

ଯେହେତୁ ପାଉଲ କରିନ୍ଥୀୟ ବିଶ୍ଵାସୀମାନେ ଭୂତମାନଙ୍କ ସହ ଅଂଶଗ୍ରହଣ କରନ୍ତୁ ବୋଲି ଚାହୁଁନଥିଲେ, ତେଣୁ ସେ ସେମାନଙ୍କୁ ସେମାନେ କ’ଣ କରିପାରିବେ ନାହିଁ ବୋଲି କହନ୍ତି?

ପାଉଲ ସେମାନଙ୍କୁ କହନ୍ତି ଯେ ସେମାନେ ପ୍ରଭୁଙ୍କ ପାତ୍ର ଏବଂ ଭୂତମାନଙ୍କ ପାନ ପିଇ ପାରିବେ ନାହିଁ, ଏବଂ ସେମାନେ ପ୍ରଭୁଙ୍କ ମେଜରେ ଏବଂ ଭୂତମାନଙ୍କ ମେଜରେ ସହଭାଗିତା କରିପାରିବେ ନାହିଁ ।

1 Corinthians 10:21

1 Corinthians 10:22-23

ଯଦି ଆମ୍ଭେମାନେ ପ୍ରଭୁଙ୍କ ବିଶ୍ଵାସୀ ଭାବରେ ଭୂତମାନଙ୍କ ସହ ଅଂଶଗ୍ରହଣ କରିବା ତେବେ ଆମ୍ଭେମାନେ କେଉଁ ବିପଦରେ ପଡ଼ିବା?

ଆମ୍ଭେମାନେ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବାର ବିପଦରେ ପଢ଼ିବା ।

1 Corinthians 10:24-26

ଆମ୍ଭେ ଆମ୍ଭମାନଙ୍କର ନିଜର ସ୍ୱାର୍ଥ ଦେଖିବା ଉଚିତ୍ କି?

ନା, ଏହା ପରିବର୍ତ୍ତେ ପ୍ରତ୍ୟେକ ନିଜ ପଡ଼ୋଶୀଙ୍କ ମଙ୍ଗଳ ଚେଷ୍ଟା କରିବା ଉଚିତ୍ ।

1 Corinthians 10:27

ଯଦି ଜଣେ ଅବିଶ୍ୱାସୀ ତୁମ୍ଭମାନଙ୍କୁ ଭୋଜନ ଖାଇବାକୁ ନିମନ୍ତ୍ରଣ କରନ୍ତି, ଏବଂ ତୁମ୍ଭେ ଯିବାକୁ ଇଚ୍ଛା କର, ତେବେ ତୁମ୍ଭେ କ’ଣ କରିବେ?

ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର ।

1 Corinthians 10:28

ଯଦି ତୁମର ଅବିଶ୍ୱାସୀ ବନ୍ଧୁ ତୁମ୍ଭକୁ କହେ ତୁମ୍ଭେ ଭୋଜନ କରିବାକୁ ଯାଉଥିବା ଖାଦ୍ୟ ଏକ ପୂଜାପାଠ ବଳିଦାନରୁ ଆସିଆଛି, ତୁମ୍ଭେ ଏହାକୁ କାହିଁକି ଭୋଜନ ଉଚିତ୍ ନୁହେଁ?

ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ ଣ କରିବା ଉଚିତ୍।

1 Corinthians 10:29-30

ଯଦି ତୁମର ଅବିଶ୍ୱାସୀ ବନ୍ଧୁ ତୁମ୍ଭକୁ କହେ ତୁମ୍ଭେ ଭୋଜନ କରିବାକୁ ଯାଉଥିବା ଖାଦ୍ୟ ଏକ ପୂଜାପାଠ ବଳିଦାନରୁ ଆସିଆଛି, ତୁମ୍ଭେ ଏହାକୁ କାହିଁକି ଭୋଜନ ଉଚିତ୍ ନୁହେଁ?

ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ ଣ କରିବା ଉଚିତ୍।

1 Corinthians 10:31

ଈଶ୍ବରଙ୍କ ଗୌରବ ପାଇଁ ଆମ୍ଭେମାନେ କ’ଣ କରିବା ଉଚିତ୍?

ଈଶ୍ବରଙ୍କ ଗୌରବ ପାଇଁ ଆମ୍ଭେମାନେ ଭୋଜନ କରିବା ଏବଂ ପିଇବା ସହ ସମସ୍ତ କାର୍ଯ୍ୟ କରିବା ଉଚିତ୍ ।

1 Corinthians 10:32

ଆମ୍ଭେମାନେ କାହିଁକି ଯିହୁଦୀମାନଙ୍କୁ, ଗ୍ରୀକମାନଙ୍କୁ କିମ୍ବା ଈଶ୍ବରଙ୍କ ମଣ୍ଡଳୀକୁ କୌଣସି ଅପରାଧ କରିବାକୁ କାରଣ ଣ ଦେବା ଉଚିତ୍?

ଆମ୍ଭେମାନେ ସେମାନଙ୍କୁ କୌଣସି ଅପରାଧ କରିବାକୁ କୌଣସି କାରଣ ଦେବା ଉଚିତ୍ ନୁହେଁ ଯାହା ଦ୍ବାରା ସେମାନେ ଉଦ୍ଧାର ପାଇପାରିବେ।

1 Corinthians 10:33

1 Corinthians 11

1 Corinthians 11:1

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ କାହାକୁ ଅନୁକରଣ କରିବାକୁ କହିଥିଲେ?

ପାଉଲ ସେମାନଙ୍କୁ ତାହାଙ୍କୁ ଅନୁକରଣ କରିବାକୁ କହିଥିଲେ।

ପାଉଲ କାହାକୁ ଅନୁକରଣ କଲେ?

ପାଉଲ ଖ୍ରୀଷ୍ଟଙ୍କର ଅନୁକରଣକାରୀ ଥିଲେ ।

1 Corinthians 11:2

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ କ’ଣ ପ୍ରଶଂସା କଲେ?

ସେମାନେ ସମସ୍ତ ବିଷୟରେ ପାଉଲଙ୍କୁ ସ୍ମରଣ କରିଥିଲେ ଏବଂ ସେ ସେମାନଙ୍କୁ ଯେ ସମସ୍ତ ବିଧି ଦେଇଥିଲେ, ସେହିସବୁ ପାଳନ କରୁଥିଲେ, ପାଉଲ ସେମାନଙ୍କୁ ପ୍ରଶଂସା କଲେ ।

1 Corinthians 11:3

ଖ୍ରୀଷ୍ଟଙ୍କ ମସ୍ତକ କିଏ?

ଈଶ୍ୱର ଖ୍ରୀଷ୍ଟଙ୍କର ମସ୍ତକ ଅଟନ୍ତି।

ମନୁଷ୍ୟର ମସ୍ତକ କିଏ?

ଖ୍ରୀଷ୍ଟ ପ୍ରତ୍ୟେକ ମନୁଷ୍ୟର ମସ୍ତକ ଅଟନ୍ତି।

ଜଣେ ସ୍ତ୍ରୀଙ୍କ ମସ୍ତକ କିଏ?

ଜଣେ ପୁରୁଷ ଜଣେ ସ୍ତ୍ରୀର ମସ୍ତକ ଅଟନ୍ତି।

1 Corinthians 11:4

ଯେତେବେଳେ ଜଣେ ପୁରୁଷ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ, ସେତେବେଳେ କ’ଣ ହୁଏ?

ଯଦି ସେ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ତେବେ ସେ ଆପଣା ମସ୍ତକକୁ ଅପମାନିତ କରେ ।

1 Corinthians 11:5-6

ଯେତେବେଳେ ଜଣେ ସ୍ତ୍ରୀ ମସ୍ତକ ଖୋଲି ପ୍ରାର୍ଥନା କରେ, ସେତେବେଳେ କ’ଣ ହୁଏ?

ଏକ ସ୍ତ୍ରୀ ଯିଏ ମସ୍ତକ ଖୋଲି ପ୍ରାର୍ଥନା କରେ, ସେ ତାଙ୍କ ମସ୍ତକକୁ ଅସମ୍ମାନ କରେ ।

1 Corinthians 11:7-8

ଜଣେ ପୁରୁଷ କାହିଁକି ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନାହିଁ?

ସେ ମସ୍ତକ ଆଚ୍ଛାଦନ କରିବା ଉଚିତ୍ ନୁହେଁ କାରଣ ସେ ଈଶ୍ବରଙ୍କ ପ୍ରତିମୂର୍ତ୍ତି ଏବଂ ଗୌରବ ଅଟେ ।

1 Corinthians 11:9-10

ସ୍ତ୍ରୀ କାହା ପାଇଁ ସୃଷ୍ଟି ହୋଇଥିଲା?

ସ୍ତ୍ରୀ ପୁରୁଷ ପାଇଁ ସୃଷ୍ଟି ହୋଇଥିଲା ।

1 Corinthians 11:11

କାହିଁକି ସ୍ତ୍ରୀ ଏବଂ ପୁରୁଷ ଉଭୟ ପରସ୍ପର ଉପରେ ନିର୍ଭରଶୀଳ?

ସ୍ତ୍ରୀ ପୁରୁଷଠାରୁ, ଏବଂ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ।

1 Corinthians 11:12

କାହିଁକି ସ୍ତ୍ରୀ ଏବଂ ପୁରୁଷ ଉଭୟ ପରସ୍ପର ଉପରେ ନିର୍ଭରଶୀଳ?

ସ୍ତ୍ରୀ ପୁରୁଷଠାରୁ, ଏବଂ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ।

1 Corinthians 11:13-18

ପାଉଲ, ତାଙ୍କର ସହଯୋଗୀ ଏବଂ ଈଶ୍ବରଙ୍କ ମଣ୍ଡଳୀଗୁଡ଼ିକ ତସରୀମାନଙ୍କ ପ୍ରାର୍ଥନା ବିଷୟରେ କ’ଣ ଅଭ୍ୟାସ କରୁଥିଲା?

ସ୍ତ୍ରୀମାନଙ୍କ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରିବା ସେମାନଙ୍କର ଅଭ୍ୟାସ ଥିଲା।

1 Corinthians 11:19-20

କରିନ୍ଥୀୟ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ କାହିଁକି ଦଳଭେଦ ରହିଥିଲା?

ଯେପରି ସେମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ସେମାନଙ୍କ ମଧ୍ୟରେ ଦଳଭେଦ ନିଶ୍ଚୟ ରହିଥିଲା ।

1 Corinthians 11:21-22

କରିନ୍ଥୀୟ ମଣ୍ଡଳୀ ଭୋଜନ କରିବାକୁ ଏକତ୍ର ହେଲେ କ’ଣ ଘଟୁଥିଲା ।

ଯେତେବେଳେ ସେମାନେ ଭୋଜନ କରିବାକୁ ଏକତ୍ର ହେଉଥିଲେ, ପ୍ରତ୍ୟେକ ଜଣ ଅନ୍ୟର ଅପେକ୍ଷା ନ କରି ଆପଣା ଆହାର ଭୋଜନ କରୁଥିଲେ। ଜଣେ କ୍ଷୁଧାରେ ରହେ ଓ ଅନ୍ୟ ଜଣେ ମାତାଲ ହୁଏ।

1 Corinthians 11:23

ଯେଉଁ ରାତ୍ରୀରେ ପ୍ରଭୁଙ୍କୁ ବିଶ୍ୱାସଘାତକତା କରାଯାଇଥିଲା, ପ୍ରଭୁ ସେ ରୁଟି ଭାଙ୍ଗିବା ପରେ କ’ଣ କହିଥିଲେ?

ସେ କହିଲେ, “ଏହା ମୋର ଶରୀର, ଯାହା ତୁମ୍ଭମାନଙ୍କ ପାଇଁ; ମୋତେ ସ୍ମରଣ କରି ଏହା କର।”

1 Corinthians 11:24

ଯେଉଁ ରାତ୍ରୀରେ ପ୍ରଭୁଙ୍କୁ ବିଶ୍ୱାସଘାତକତା କରାଯାଇଥିଲା, ପ୍ରଭୁ ସେ ରୁଟି ଭାଙ୍ଗିବା ପରେ କ’ଣ କହିଥିଲେ?

ସେ କହିଲେ, “ଏହା ମୋର ଶରୀର, ଯାହା ତୁମ୍ଭମାନଙ୍କ ପାଇଁ; ମୋତେ ସ୍ମରଣ କରି ଏହା କର।”

1 Corinthians 11:25

ରାତ୍ରୀ ଭୋଜନ ପରେ ପାତ୍ର ନେବାବେଳେ ପ୍ରଭୁ କ’ଣ କହିଥିଲେ?

ସେ କହିଥିଲେ, “ଏହି ପାତ୍ର ହେଉଛି ମୋ ରକ୍ତରେ ନୂତନ ନିୟମ ଅଟେ। ମୋତେ ସ୍ମରଣ କରି ଯେତେଥର ଏହାକୁ ପାନ କର, ତାହା କର।”

1 Corinthians 11:26

ତୁମ୍ଭେମାନେ ପ୍ରତ୍ୟେକ ଥର ଏହି ରୁଟି ଖାଇବା ଏବଂ ଏହି ପାତ୍ର ପାନ କରିବା ସମୟରେ କ’ଣ କରୁଆଛ?

ତୁମ୍ଭେମାନେ ପ୍ରଭୁଙ୍କ ମୃତ୍ୟୁକୁ ସେ ଆସିବା ପର୍ଯ୍ୟନ୍ତ ଘୋଷଣା କରୁଅଛ।

1 Corinthians 11:27-28

କାହିଁକି ଜଣେ ବ୍ୟକ୍ତି ରୁଟି ଖାଇବା ଉଚିତ୍ ନୁହେଁ କିମ୍ବା ପ୍ରଭୁଙ୍କ ପାତ୍ରକୁ ଅନୁଚିତ ଭାବରେ ପାନ କରିବା ଉଚିତ୍ ନୁହେଁ?

ଏପରି କରିବା ଦ୍ୱାରା ପ୍ରଭୁଙ୍କ ଶରୀର ଓ ରକ୍ତ ପାଇଁ ତୁମ୍ଭେ ଦୋଷୀ ହୁଆ ।

1 Corinthians 11:29

ରୁଟି ଖାଉଥିବା କିମ୍ବା ପାତ୍ର ପାନ କରୁଥିବା ବ୍ୟକ୍ତିଙ୍କ ସହ କ’ଣ ହୁଏ?

ଏପରି କରିବା ଦ୍ୱାରା, ସେହି ବ୍ୟକ୍ତି ନିଜେ ଉପରେ ବିଚାରକୁ ଆଣେ ।

1 Corinthians 11:30-32

କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ଅନେକଙ୍କ ସହ କ’ଣ ହେଲା, ଯେଉଁମାନେ ରୁଟି ଖାଇ ପ୍ରଭୁଙ୍କ ପାତ୍ରକୁ ଅନୁଚିତ୍ ଭାବରେ ପାନ କରୁଥିଲେ?

ସେମାନଙ୍କ ମଧ୍ୟରୁ ଅନେକ ଦୁର୍ବଳ ଓ ପୀଡ଼ିତ ହେଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁବରଣ କଲେ।

1 Corinthians 11:33-34

ପାଉଲ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଭୋଜନ କରିବାକୁ ଏକତ୍ର ହେଲେ କ’ଣ କରିବାକୁ କୁହନ୍ତି?

ସେ ପରସ୍ପରକୁ ଅପେକ୍ଷା କରିବାକୁ କୁହନ୍ତି।

1 Corinthians 12

1 Corinthians 12:1-2

କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ କେଉଁ ବିଷୟରେ ପାଉଲ ଅବଗତ କରାଇବାକୁ ଚାହୁଁଛନ୍ତି?

ପାଉଲ ସେମାନଙ୍କୁ ଆତ୍ମିକ ଉପହାର ବିଷୟରେ ଅବଗତ କରାଇବାକୁ ଚାହୁଁଛନ୍ତି ।

1 Corinthians 12:3

ଈଶ୍ବରଙ୍କ ଆତ୍ମା ଦ୍ୱାରା କଥାବାର୍ତ୍ତା କରୁଥିବା ବ୍ୟକ୍ତି କ’ଣ କହିପାରେ ନାହିଁ?

“ଯୀଶୁ ଅଭିଶାପିତ ହୋଇଛନ୍ତି” ସେ କହିପାରିବେ ନାହିଁ ।

“ଯୀଶୁ ପ୍ରଭୁ” ବୋଲି ଜଣେ କିପରି କହିପାରେ?

ଜଣେ କେବଳ ପବିତ୍ର ଆତ୍ମା ଦ୍ୱାରା “ଯୀଶୁ ପ୍ରଭୁ” କହିପାରେ ।

1 Corinthians 12:4

ପ୍ରତ୍ୟେକ ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ବର କ’ଣ ସମ୍ଭବ କରନ୍ତି?

ସେ ପ୍ରତ୍ୟେକ ବିଶ୍ଵାସୀଙ୍କୁ ବିଭିନ୍ନ ଉପହାର, ବିଭିନ୍ନ ସେବା ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ ସମ୍ଭବ କରନ୍ତି ।

1 Corinthians 12:5

ପ୍ରତ୍ୟେକ ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ବର କ’ଣ ସମ୍ଭବ କରନ୍ତି?

ସେ ପ୍ରତ୍ୟେକ ବିଶ୍ଵାସୀଙ୍କୁ ବିଭିନ୍ନ ଉପହାର, ବିଭିନ୍ନ ସେବା ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ ସମ୍ଭବ କରନ୍ତି ।

1 Corinthians 12:6

ପ୍ରତ୍ୟେକ ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ବର କ’ଣ ସମ୍ଭବ କରନ୍ତି?

ସେ ପ୍ରତ୍ୟେକ ବିଶ୍ଵାସୀଙ୍କୁ ବିଭିନ୍ନ ଉପହାର, ବିଭିନ୍ନ ସେବା ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ ସମ୍ଭବ କରନ୍ତି ।

1 Corinthians 12:7-8

ଆତ୍ମାଙ୍କର ଗୁଣପ୍ରକାଶକ କାହିଁକି ଦିଆଯାଏ?

ଏହା ସମସ୍ତଙ୍କ ହିତ ପାଇଁ ଦିଆଯାଏ ।

1 Corinthians 12:9

ଆତ୍ମା ଦ୍ୱାରା ଦିଆଯାଇଥିବା କିଛି ଉପହାରଗୁଡ଼ିକ କ’ଣ ଅଟେ?

କେତେକ ଉପହାର ଯେପରି ବିଶ୍ୱାସ, ଆରୋଗ୍ୟର ଉପହାର, ଶକ୍ତିର କାର୍ଯ୍ୟ, ଭବିଷ୍ୟବାଣୀ, ଆତ୍ମା ମଧ୍ୟରେ ପାର୍ଥକ୍ୟ କରିବାର କ୍ଷମତା, ବିଭିନ୍ନ ପ୍ରକାରର ଭାଷା ଏବଂ ଭାଷାର ବ୍ୟାଖ୍ୟା କରିବା ।

1 Corinthians 12:10

1 Corinthians 12:11-12

ପ୍ରତ୍ୟେକ ବ୍ୟକ୍ତି କେଉଁ ଉପହାର ଗ୍ରହଣ କରନ୍ତି ତାହା କିଏ ନିଷ୍ପତି କରେ?

ଆତ୍ମା ପ୍ରତ୍ୟେକଙ୍କୁ ନିଜ ଇଚ୍ଛା ଅନୁସାରେ ଉପହାର ଦିଅନ୍ତି ।

1 Corinthians 12:13-17

ସମସ୍ତ ଖ୍ରୀଷ୍ଟିୟାନମାନେ କେଉଁଥିରେ ବାପ୍ତିଜିତ ହେଲେ?

ଆମ୍ଭେମାନେ ସମସ୍ତେ ଏକ ଶରୀରରେ ବାପ୍ତିଜିତ ହେଲୁ ଏବଂ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ ।

1 Corinthians 12:18-21

ଶରୀରର ପ୍ରତ୍ୟେକ ଅଙ୍ଗକୁ କିଏ ଖଞ୍ଜିଅଛନ୍ତି?

ଈଶ୍ବର ଶରୀରର ପ୍ରତ୍ୟେକ ଅଙ୍ଗକୁ ଖଞ୍ଜିଅଛନ୍ତି ଏବଂ ଯେପରି ସେ ବ୍ୟବସ୍ଥା କରିଥିଲେ ।

1 Corinthians 12:22-23

ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିନା ଆମ୍ଭେମାନେ ରହିପାରିବା ଯାହା ଅଧିକ ଦୁର୍ବଳ ବୋଲି ବୋଧ ହୁଏ?

ନା। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଯାହା ଅଧିକ ଦୁର୍ବଳ ବୋଲି ବୋଧ ହୁଏ ତାହା ପ୍ରୟୋଜନୀୟ ଅଟେ।

1 Corinthians 12:24

ଈଶ୍ବର ଶରୀରର ଅଙ୍ଗପ୍ରତ୍ୟଙ୍ଗ ପାଇଁ କ’ଣ କରିଛନ୍ତି, ଯାହା ଦୁର୍ବଳ ବୋଲି ବୋଧ ହୁଏ ?

ଈଶ୍ଵର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କରିଛନ୍ତି, ଏବଂ ଏହାର ଅଭାବ ଥିବା ଲୋକମାନଙ୍କୁ ସେ ଅଧିକ ସମ୍ମାନ ଦେଇଛନ୍ତି ।

1 Corinthians 12:25-27

ଈଶ୍ବର ଶରୀରର ଅଙ୍ଗଗୁଡ଼ିକୁ କାହିଁକି ଅଧିକ ସମ୍ମାନ ଦେଲେ?

ସେ ଏହା କରିଥିଲେ ଯାହା ଦ୍ବାରା ଶରୀର ମଧ୍ୟରେ କୌଣସି ବିଭାଜନ ହୋଇନପାରେ, କିନ୍ତୁ ଅଙ୍ଗଗୁଡ଼ିକୁ ସମାନ ସ୍ନେହରେ ପରସ୍ପରର ଯତ୍ନ ନେବେ ।

1 Corinthians 12:28-30

ଈଶ୍ବର ମଣ୍ଡଳୀରେ କାହାକୁ ନିଯୁକ୍ତ କରିଛନ୍ତି?

ମଣ୍ଡଳୀରେ ଈଶ୍ଵର ପ୍ରଥମ ପ୍ରେରିତ, ଦ୍ୱିତୀୟ ଭବିଷ୍ୟ‌ଦ୍‌ବକ୍ତା, ତୃତୀୟ ଶିକ୍ଷକ, ଯେଉଁମାନେ ଶକ୍ତିଶାଳୀ କାର୍ଯ୍ୟ କରନ୍ତି, ଆରୋଗ୍ୟର ଉପହାର ଦିଅନ୍ତି, ଯେଉଁମାନେ ସାହାଯ୍ୟ ପ୍ରଦାନ କରନ୍ତି, ଯେଉଁମାନେ ପରିଚାଳନାର କ୍ଷମତା ଏବଂ ଯେଉଁମାନେ ବିଭିନ୍ନ ପ୍ରକାରର ଭାଷା କୁହନ୍ତି ।

1 Corinthians 12:31

ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ କ’ଣ ପାଇବାକୁ ଚେଷ୍ଟା କରିବାକୁ କୁହନ୍ତି?

ସେ ସେମାନଙ୍କୁ ଅଧିକ ଉପହାର ଖୋଜିବାକୁ କୁହନ୍ତି ।

ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ କ’ଣ ଦେଖାଇବେ ବୋଲି କହିଛନ୍ତି?

ସେ ସେମାନଙ୍କୁ ଏକ ଉତ୍କୃଷ୍ଟତର ପଥ ଦେଖାଇବେ ବୋଲି କହିଛନ୍ତି।

1 Corinthians 13

1 Corinthians 13:1

ଯଦି ପାଉଲ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ପ୍ରେମ ନ ରଖେ, ତେବେ କ’ଣ ହେବ?

ସେ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟା କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହେବ ।

1 Corinthians 13:2

ଯଦି ପାଉଲଙ୍କର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀତା ଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ପ୍ରେମ ନ ଥାଏ, ତେବେ ସେ କ’ଣ ହୁଅନ୍ତେ?

ପ୍ରେମ ବିନା ସେ କିଛି ହୋଇନଥାନ୍ତେ ।

1 Corinthians 13:3-4

ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ପାଉଲ ନିଜର ସର୍ବସ୍ୱ ବିତରଣ କରି, ଯଦି ସେ ନିଜର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ସେ ପ୍ରେମ ନ କରେ ତେବେ କ’ଣ ହେବ?

ଯଦି ସେ ପ୍ରେମ ଣ କେରେ, ସେ ଅନ୍ୟ ସମସ୍ତ କାର୍ଯ୍ୟ କରିଥିଲେ ମଧ୍ୟ ସେ କିଛି ଲାଭ ପାଇବ ନାହିଁ ।

1 Corinthians 13:5

ପ୍ରେମର କେତେକ ଗୁଣ ଅଛି?

ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ।

1 Corinthians 13:6

1 Corinthians 13:7

1 Corinthians 13:8

କ’ଣ କେବେ ବିଫଳ ହୁଏ ନାହିଁ?

ପ୍ରେମ କେବେ ବିଫଳ ହୁଏ ନାହିଁ ।

କେଉଁ ବିଷୟଗୁଡ଼ିକ ଲୋପ ଏବଂ ନିବୃତ୍ତ ହେବ?

ଭବିଷ୍ୟବାଣୀ, ଜ୍ଞାନ ଏବଂ ଯାହା ଅସମ୍ପୂର୍ଣ୍ଣ ଅଛି ଏବଂ ପରଭାଷା ବନ୍ଦ ହୋଇଯିବ ।

1 Corinthians 13:9

କେଉଁ ବିଷୟଗୁଡ଼ିକ ଲୋପ ଏବଂ ନିବୃତ୍ତ ହେବ?

ଭବିଷ୍ୟବାଣୀ, ଜ୍ଞାନ ଏବଂ ଯାହା ଅସମ୍ପୂର୍ଣ୍ଣ ଅଛି ଏବଂ ପରଭାଷା ବନ୍ଦ ହୋଇଯିବ ।

1 Corinthians 13:10

କେଉଁ ବିଷୟଗୁଡ଼ିକ ଲୋପ ଏବଂ ନିବୃତ୍ତ ହେବ?

ଭବିଷ୍ୟବାଣୀ, ଜ୍ଞାନ ଏବଂ ଯାହା ଅସମ୍ପୂର୍ଣ୍ଣ ଅଛି ଏବଂ ପରଭାଷା ବନ୍ଦ ହୋଇଯିବ ।

1 Corinthians 13:11-12

ପାଉଲ ବୟସପ୍ରାପ୍ତ ହେବାପରେ ସେ କ’ଣ କଲେ ବୋଲି କହନ୍ତି?

ପାଉଲ କହନ୍ତି ଯେ ଯେତେବେଳେ ସେ ବୟସପ୍ରାପ୍ତ ହେଲେ ସେ ଶିଶୁର ବିଷୟସବୁ ଛାଡିଦେଲେ ।

1 Corinthians 13:13

କେଉଁ ତିନୋଟି ବିଷୟ ସ୍ଥାୟୀ, ଏବଂ କେଉଁ ତିନୋଟି ବିଷୟ ଉତ୍କୃଷ୍ଟ ଅଟେ?

ବିଶ୍ୱାସ, ଭରସା ଏବଂ ପ୍ରେମ ସ୍ଥାୟୀ । ଏଥି ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ପ୍ରେମ ଅଟେ।

1 Corinthians 14

1 Corinthians 14:1

କେଉଁ ଆତ୍ମିକ ଉପହାର ପାଇଁ ଆମ୍ଭେମାନେ ବିଶେଷ ଉତ୍ସାହୀ ହେବା ଉଚିତ୍ ବୋଲି ପାଉଲ କହନ୍ତି?

ପାଉଲ କହିଛନ୍ତି ଯେ ଭବିଷ୍ୟବାଣୀ କରିବାକୁ ଆମ୍ଭେମାନେ ବିଶେଷ ଉତ୍ସାହିତ ହେବା ଉଚିତ୍ ।

1 Corinthians 14:2

ଯେତେବେଳେ କେହି ପରଭାଶାରେ କଥା କହେ, ସେ କାହା ସହ କଥା କହେ?

ସେ ଲୋକମାନଙ୍କ ସହ ନୁହେଁ ବରଂ ଈଶ୍ବରଙ୍କ ସହ କଥା କରେ ।

1 Corinthians 14:3

ଭବିଷ୍ୟ‌ଦ୍‌ବାଣୀ କରୁଥିବା ବ୍ୟକ୍ତି କାହାର ନିଷ୍ଠା ଜନ୍ମାଏ ଏବଂ ଯିଏ ପରଭାଷାରେ କଥାକହେ ସେ କାହାର ନିଷ୍ଠା ଜନ୍ମାଏ?

ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା ଜନ୍ମାଏ ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ।

1 Corinthians 14:4-6

ଭବିଷ୍ୟ‌ଦ୍‌ବାଣୀ କରୁଥିବା ବ୍ୟକ୍ତି କାହାର ନିଷ୍ଠା ଜନ୍ମାଏ ଏବଂ ଯିଏ ପରଭାଷାରେ କଥାକହେ ସେ କାହାର ନିଷ୍ଠା ଜନ୍ମାଏ?

ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା ଜନ୍ମାଏ ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ।

1 Corinthians 14:7

ପାଉଲ ବାକ୍ୟକୁ କାହା ସହ ତୁଳନା କରନ୍ତି ଯାହା ବୁଝାଯାଇ ପାରିବ ନାହିଁ?

ସେ ଏହାକୁ ବଂଶୀ କିମ୍ବା ବୀଣା ପରି ବାଦ୍ୟଯନ୍ତ୍ର ସହ ତୁଳନା କରନ୍ତି ଯଦି ସେଗୁଡ଼ିକ ଭିନ୍ନ ଧ୍ୱନି ନ କରନ୍ତି, ଏବଂ ଏକ ଅନିଶ୍ଚିତ ଧ୍ୱନି ସହ ବଜାଯାଇଥିବା ତୂରୀ ସହ ମଧ୍ୟ ତୁଳନା କରନ୍ତି ।

1 Corinthians 14:8

1 Corinthians 14:9-11

1 Corinthians 14:12

କରିନ୍ଥୀୟ ବିଶ୍ଵାସୀମାନେ କେଉଁ ବିଷୟରେ ଉତ୍ସାହିତ ହେବା ଉଚିତ୍ ବୋଲି ପାଉଲ କହିଛନ୍ତି?

ସେ କହିଛନ୍ତି ମଣ୍ଡଳୀର ନିଷ୍ଠା ପାଇଁ ଉପହାର ବିଷୟରେ ସେମାନେ ଅଧିକ ଉତ୍ସାହିତ ହେବା ଉଚିତ୍ ।

1 Corinthians 14:13

ଯିଏ ପରଭାଷାରେ କଥା ହୁଏ ସେ କ’ଣ ପ୍ରାର୍ଥନା କରିବା ଉଚିତ୍?

ସେ ପ୍ରାର୍ଥନା କରିବା ଉଚିତ୍ ଯେପରି ସେ ବ୍ୟାଖ୍ୟା କରିବେ ।

1 Corinthians 14:14

ପାଉଲ ପରଭାଷାରେ ପ୍ରାର୍ଥନା କଲାବେଳେ ତାଙ୍କ ଆତ୍ମା ଏବଂ ମନ କ’ଣ କହିଲା କହନ୍ତି?

ପାଉଲ କହନ୍ତି ଯଦି ସେ ପରଭାଷାରେ ପ୍ରାର୍ଥନା କରନ୍ତି, ତେବେ ତାଙ୍କର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ତାଙ୍କ ମନ ଫଳହୀନ ହୁଏ।

1 Corinthians 14:15-18

ପାଉଲ କିପରି ପ୍ରାର୍ଥନା ଓ ଗୀତ ଗାଇବାକୁ ବୋଲି କହିଥିଲେ?

ପାଉଲ କହନ୍ତି, ସେ କେବଳ ନିଜ ଆତ୍ମା ଦ୍ୱାରା ନୁହେଁ ବରଂ ତାଙ୍କ ମନ ସହ ପ୍ରାର୍ଥନା କରିବେ ଏବଂ ଗୀତ ଗାଇବେ।

1 Corinthians 14:19-21

ପରଭାଷାରେ 10,000 ଶବ୍ଦ କହିବା ଅପେକ୍ଷା ପାଉଲ କ’ଣ କରିବେ, କହନ୍ତି?

ପାଉଲ କହନ୍ତି ଯେ ସେ  ବୁଦ୍ଧି ସହ ପାଞ୍ଚୋଟି କଥା କହିବେ ଯାହାଫଳରେ ସେ ଅନ୍ୟମାନଙ୍କୁ ଶିକ୍ଷା ଦେଇ ପାରିବେ।

1 Corinthians 14:22

ପରଭାଷା କାହା ପାଇଁ ଏବଂ ଏକ ଭବିଷ୍ୟବାଣୀ କାହା ପାଇଁ ଅଟେ?

ଅବିଶ୍ୱାସୀମାନଙ୍କ ପାଇଁ ପରଭାଷା ଏକ ଚିହ୍ନ, ଏବଂ ଭବିଷ୍ୟବାଣୀ କରିବା ବିଶ୍ଵାସୀମାନଙ୍କ ପାଇଁ ଏକ ଚିହ୍ନ ଅଟେ ।

1 Corinthians 14:23

ଯଦି ଅବିଶ୍ୱାସୀମାନେ ମଣ୍ଡଳୀକୁ ଆସନ୍ତି ଏବଂ ସମସ୍ତେ ପରଭାଷାରେ କଥା କହନ୍ତି ତେବେ ବାହାର ଲୋକ କ’ଣ କହିବେ?

ସେମାନେ ବୋଧହୁଏ ବିଶ୍ଵାସୀମାନେ ପାଗଳ ବୋଲି କହିବେ ।

1 Corinthians 14:24

ଯଦି ମଣ୍ଡଳୀରେ ସମସ୍ତେ ଭବିଷ୍ୟବାଣୀ କରନ୍ତି, ଏବଂ ଜଣେ ଅବିଶ୍ୱାସୀ ବା ବାହାର ଲୋକ ଆସନ୍ତି ତେବେ କ’ଣ ହେବ ବୋଲି ପାଉଲ କହନ୍ତି?

ଅବିଶ୍ୱାସୀ ବା ବାହାର ଲୋକ ଦୋଷୀ ସାବ୍ୟସ୍ତ ହେବ ଏବଂ ସେ ଯାହା ଶୁଣିଥିବେ ତାହା ପରୀକ୍ଷା କରାଯିବ ବୋଲି ପାଉଲ କହନ୍ତି।

1 Corinthians 14:25-26

ଯେଉଁମାନେ ଭବିଷ୍ୟବାଣୀ କରନ୍ତି ଯଦି ସେମାନେ ଅବିଶ୍ୱାସୀଙ୍କ ହୃଦୟର ରହସ୍ୟ ପ୍ରକାଶ କରନ୍ତି ତେବେ ସେ ବା ବାହାର ଲୋକ କ’ଣ କରିବ?

ସେ ତାଙ୍କ ମୁହଁ ମାଡ଼ି ପଡ଼ିବ, ଈଶ୍ବରଙ୍କୁ ଉପାସନା କରିବ ଏବଂ ଘୋଷଣା କରିବ ଯେ ଈଶ୍ବର ପ୍ରକୃତରେ ସେମାନଙ୍କ ମଧ୍ୟରେ ଅଛନ୍ତି ।

1 Corinthians 14:27

ବିଶ୍ଵାସୀମାନେ ଏକାଠି ହେଲେ ଯେଉଁମାନେ ପରଭାଷାରେ କଥା ହୁଅନ୍ତି ସେମାନଙ୍କ ପାଇଁ ପାଉଲଙ୍କ ନିର୍ଦ୍ଦେଶ କ’ଣ ଅଟେ?

ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ। କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ ବୋଲି ପାଉଲ କହନ୍ତି।

1 Corinthians 14:28

1 Corinthians 14:29

ମଣ୍ଡଳୀ ଏକତ୍ରିତ ହେଲେ ଭବିଷ୍ୟ‌ଦ୍‌ବକ୍ତାମାନେ କ’ଣ କରିବା ଉଚିତ୍ ବୋଲି ପାଉଲ କହନ୍ତି?

ପାଉଲ କହିଛନ୍ତି ଯେ ଦୁଇ ବା ତିନି ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିବାକୁ ଦିଆଯିବ, ପୁଣି ଅନ୍ୟମାନେ ବିଚାର କରନ୍ତୁ, ଯଦି ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।

1 Corinthians 14:30-33

1 Corinthians 14:34

କେଉଁଠାରେ ସ୍ତ୍ରୀମାନଙ୍କୁ କହିବାକୁ ଅନୁମତି ନାହିଁ ବୋଲି ପାଉଲ କହନ୍ତି?

ପାଉଲ କହିଛନ୍ତି ସ୍ତ୍ରୀମାନଙ୍କୁ ମଣ୍ଡଳୀରେ କହିବା ପାଇଁ ଅନୁମତି ନାହିଁ।

1 Corinthians 14:35-36

ଯଦି ସ୍ତ୍ରୀମାନେ କିଛି ଶିଖିବାକୁ ଚାହାଁନ୍ତି ତେବେ ସେମାନେ କଣ କରିବା ଉଚିତ୍ ବୋଲି ପାଉଲ କହନ୍ତି?

ସେମାନେ ସ୍ୱାମୀମାନଙ୍କୁ ଘରେ ପଚାରନ୍ତୁ ବୋଲି ପାଉଲ କହନ୍ତି ।

ମଣ୍ଡଳୀରେ କଥା କହୁଥିବା ସ୍ତ୍ରୀକୁ ଲୋକମାନେ କିପରି ଦେଖିଥିଲେ?

ଏହାକୁ ଏକ ଅପମାନ ଭାବରେ ଦେଖାଯାଉଥିଲା ।

1 Corinthians 14:37-39

ଯେଉଁମାନେ ନିଜକୁ ଭବିଷ୍ୟ‌ଦ୍‌ବକ୍ତା ବା ଆତ୍ମିକ ବୋଲି ଭାବନ୍ତି, ସେମାନଙ୍କୁ ପାଉଲ କ’ଣ ସ୍ୱୀକାର କରିବା ଉଚିତ୍ କହନ୍ତି?

ପାଉଲ କହିଛନ୍ତି ସେମାନେ ସ୍ୱୀକାର କରିବା ଉଚିତ ଯେ ସେ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଯାହା ଲେଖିଛନ୍ତି ତାହା ପ୍ରଭୁଙ୍କ ଆଦେଶ ଅଟେ।

1 Corinthians 14:40

ମଣ୍ଡଳୀରେ ସମସ୍ତ ବିଷୟ କିପରି କରାଯିବା ଉଚିତ୍?

ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯିବା ଉଚିତ୍ ।

1 Corinthians 15

1 Corinthians 15:1

ପାଉଲ ଭାଇ ଓ ଭଉଣୀମାନଙ୍କୁ କେଉଁ ବିଷୟରେ ସ୍ମରଣ କରାଇଲେ?

ସେ ସେମାନଙ୍କୁ ସେ ପ୍ରଚାର କରୁଥିବା ସୁସମାଚାର ବିଷୟରେ ସ୍ମରଣ କରାଇଲେ।

1 Corinthians 15:2

ପାଉଲ ସେମାନଙ୍କ ନିକଟରେ ପ୍ରଚାର କରିଥିବା ସୁସମାଚାର ଦ୍ୱାରା କରିନ୍ଥୀୟମାନଙ୍କୁ ଉଦ୍ଧାର କରିବାକୁ ହେଲେ କେଉଁ ସର୍ତ୍ତ ପୂରଣ ହେବା ଆବଶ୍ୟକ ଥିଲା?

ପାଉଲ ସେମାନଙ୍କୁ କହିଲେ ଯଦି ସେ ସେମାନଙ୍କ ନିକଟରେ ପ୍ରଚାର କରିଥିବା ବାକ୍ୟକୁ ଦୃଢ ଭାବରେ ଧରି ରଖନ୍ତି ତେବେ ସେମାନେ ଉଦ୍ଧାର ପାଇବେ।

1 Corinthians 15:3

ସୁସମାଚାରର କେଉଁ ଅଂଶଗୁଡ଼ିକ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଥିଲା?

ଯେଉଁ ଅଂଶଗୁଡ଼ିକ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ଶାସ୍ତ୍ର ଅନୁଯାୟୀ ଖ୍ରୀଷ୍ଟ ଆମ୍ଭମାନଙ୍କର ପାପ ପାଇଁ ମୃତ୍ୟୁଭୋଗ କଲେ ଏବଂ ତାଙ୍କୁ କବର ଦିଆଗଲା ଏବଂ ଶାସ୍ତ୍ର ଅନୁଯାୟୀ ତୃତୀୟ ଦିନରେ ସେ ପୁନରୁ‌ତ୍‌ଥିତ ହେଲେ।

1 Corinthians 15:4

1 Corinthians 15:5

1 Corinthians 15:6

ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ପରେ କାହାକୁ ଦର୍ଶନ ଦେଲେ?

ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ପରେ, କୈଫାଙ୍କୁ, ବାରଜଣଙ୍କୁ, 500 ରୁ ଅଧିକ ଭାଇ ଓ ଭଉଣୀଙ୍କୁ, ଯାକୁବଙ୍କୁ, ସମସ୍ତ ପ୍ରେରିତମାନଙ୍କୁ ଏବଂ ପାଉଲଙ୍କୁ ଦର୍ଶନ ଦେଲେ।

1 Corinthians 15:7

1 Corinthians 15:8

1 Corinthians 15:9-11

ପାଉଲ କାହିଁକି ସେ ପ୍ରେରିତମାନଙ୍କ ମଧ୍ୟରୁ ସବୁଠାରୁ ଛଟ ଥିଲେ ବୋଲି କହିଥିଲେ?

ସେ ଏହା କହିଲେ କାରଣ ସେ ଈଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଥିଲେ ।

1 Corinthians 15:12

କେତେକ କରିନ୍ଥୀୟ ବିଶ୍ଵାସୀ ପୁନରୁତ୍ଥାନ ବିଷୟରେ କ’ଣ କହଥିଲେ ବୋଲି ପାଉଲ କହୁଛନ୍ତି?

ସେ କହନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ କହୁଛନ୍ତି ଯେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ନାହିଁ।

1 Corinthians 15:13

ଯଦି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହୁଏ ନାହିଁ, ତେବେ ପାଉଲ କ’ଣ ସତ୍ୟ ବୋଲି କହନ୍ତି?

ପାଉଲ କହନ୍ତି ଯେ ଯଦି ପୁନରୁତ୍ଥାନ ହୁଏ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇ ନାହାଁନ୍ତି, ଏବଂ ପାଉଲ ଏବଂ ତାଙ୍କ ପରି ଅନ୍ୟମାନଙ୍କର ପ୍ରଚାର ବୃଥା ଅଟେ, ଏବଂ କରିନ୍ଥୀୟମାନଙ୍କ ବିଶ୍ୱାସ ମଧ୍ୟ ବୃଥା ଅଟେ।

1 Corinthians 15:14-17

1 Corinthians 15:18

ଯଦି ଖ୍ରୀଷ୍ଟ ପୁନରୁତ୍ଥିତ ହୋଇ ନାହାଁନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମରିଛନ୍ତି ସେମାନଙ୍କ ସହିତ କ’ଣ ହେଲା?

ସେମାନେ ନାଶ ହେଲେ।

1 Corinthians 15:19

ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭବିଷ୍ୟତ ପାଇଁ ବିଶ୍ୱାସ କରୁ ତେବେ କ’ଣ ସତ୍ୟ ବୋଲି ପାଉଲ କହନ୍ତି?

ଯଦି ଏହା ହୁଏ, ତେବେ ସମସ୍ତ ଲୋକମାନଙ୍କ ମଧ୍ୟରୁ ଆମ୍ଭେମାନେ ଦୟନିୟ ଅଟୁ ବୋଲି ପାଉଲ କହନ୍ତି ।

1 Corinthians 15:20-21

ପାଉଲ ଖ୍ରୀଷ୍ଟଙ୍କୁ କ’ଣ ବୋଲି କହନ୍ତି?

ସେ ଖ୍ରୀଷ୍ଟଙ୍କୁ “ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି” ବୋଲି କହନ୍ତି।

1 Corinthians 15:22

ସେହି ବ୍ୟକ୍ତି କିଏ ଥିଲେ ଯାହା ଦ୍ୱାରା ମୃତ୍ୟୁ ଜଗତକୁ ଆସିଥିଲା, ଏବଂ ସେହି ବ୍ୟକ୍ତି କିଏ ଯାହା ଦ୍ୱାରା ସମସ୍ତେ ଜୀବିତ ହେବେ?

ଆଦମ ଜଗତକୁ ମୃତ୍ୟୁ ଆଣିଲେ, ଏବଂ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ଜୀବିତ ହେବେ ।

1 Corinthians 15:23

ଯେଉଁମାନେ ଖ୍ରୀଷ୍ଟଙ୍କର ଅଟନ୍ତି ସେମାନେ କେବେ ଜୀବିତ ହେବେ?

ଖ୍ରୀଷ୍ଟ ଆସିବା ପରେ ସେମାନେ ଜୀବିତ ହେବେ ।

1 Corinthians 15:24

ଶେଷରେ କ’ଣ ଘଟିବ?

ଖ୍ରୀଷ୍ଟ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ଈଶ୍ବର ପିତାଙ୍କୁ ରାଜତ୍ୱ ସମର୍ପଣ କରିବେ।।

1 Corinthians 15:25

ଖ୍ରୀଷ୍ଟ କେତେ କାଳ ରାଜତ୍ୱ କରିବେ?

ଯେପର୍ଯ୍ୟନ୍ତ ସେ ତାଙ୍କର ସମସ୍ତ ଶତ୍ରୁଙ୍କୁ ତାଙ୍କ ପାଦ ତଳେ ରଖିବେ ସେ ପର୍ଯ୍ୟନ୍ତ ସେ ରାଜତ୍ୱ କରିବେ।

1 Corinthians 15:26

ଶେଷ ଶତ୍ରୁ କିଏ ଯାହାକୁ ବିନାଶ କରାଯିବ?

ମୃତ୍ୟୁ ଶେଷ ଶତ୍ରୁ ଅଟେ ଯାହାକୁ ବିନାଶ କରାଯିବ।

1 Corinthians 15:27

ଯେତେବେଳେ ସେ କହନ୍ତି, “ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ” ସେତେବେଳେ କିଏ ଅନ୍ତର୍ଭୁକ୍ତ ନାହିଁ?

ଈଶ୍ବର , ଯିଏ ସମସ୍ତ ବିଷୟକୁ ପୁତ୍ର (ସ୍ବୟଂ) ଙ୍କ ବଶୀଭୂତ କଲେ , ସେ ଅଧୀନତା (ପୁତ୍ର) ଭାବରେ ଅନ୍ତର୍ଗତ ନୁହଁନ୍ତି ।

1 Corinthians 15:28-31

ପୁତ୍ର ଏପରି କରିବେ ଯାହା ଦ୍ବାରା ପିତା ଈଶ୍ବର ସମସ୍ତଙ୍କ ମଧ୍ୟରେ ରହିବେ?

ପୁତ୍ର ସ୍ବୟଂ ସେହି ବିଷୟର ଅଧୀନ ହେବେ, ଯିଏ ସମସ୍ତ ବିଷୟ ତାଙ୍କ ଅଧୀନରେ ରଖିଛନ୍ତି।

1 Corinthians 15:32-33

ମୃତମାନେ ପୁନରୁ‌ତ୍‌ଥିତ ନ ହେଲେ ସେମାନେ କ’ଣ କରିପାରନ୍ତି ବୋଲି ପାଉଲ ଘୋଷଣା କଲେ?

ପାଉଲ ଘୋଷଣା କଲେ, “ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।”

1 Corinthians 15:34

ପାଉଲ କରିନ୍ଥୀୟମାନଙ୍କୁ କ’ଣ କରିବାକୁ ଆଦେଶ ଦିଅନ୍ତି?

ସେ ସେମାନଙ୍କୁ ସାବଧାନ, ଧାର୍ମିକ ଜୀବନଯାପନ କରିବାକୁ ଏବଂ ପାପ ନକରିବାକୁ ଆଦେଶ ଦିଅନ୍ତି ।

କରିନ୍ଥୀୟମାନଙ୍କ ଲଜ୍ଜା ବିଷୟରେ ପାଉଲ କ’ଣ କୁହନ୍ତି?

ସେମାନଙ୍କ ମଧ୍ୟରୁ କେତେକ ଈଶ୍ବରଙ୍କ ବିଷୟରେ ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି।

1 Corinthians 15:35

ପାଉଲ ମୃତମାନଙ୍କ ପୁନରୁତ୍ଥାନକୁ କାହା ତୁଳନା କରନ୍ତି?

ସେ ଏହାକୁ ବୁଣାଯାଇଥିବା ବୀଜ ସହ ତୁଳନା କରନ୍ତି ।

1 Corinthians 15:36

ପାଉଲ ମୃତମାନଙ୍କ ପୁନରୁତ୍ଥାନକୁ କାହା ତୁଳନା କରନ୍ତି?

ସେ ଏହାକୁ ବୁଣାଯାଇଥିବା ବୀଜ ସହ ତୁଳନା କରନ୍ତି ।

ବୀଜ ବଢିବା ଆରମ୍ଭ ହେବା ପୂର୍ବରୁ କ’ଣ ହେବା ଉଚିତ୍?

ଏହା ନିଶ୍ଚୟ ମରିବା ଉଚିତ୍ ।

1 Corinthians 15:37

ପାଉଲ ମୃତମାନଙ୍କ ପୁନରୁତ୍ଥାନକୁ କାହା ତୁଳନା କରନ୍ତି?

ସେ ଏହାକୁ ବୁଣାଯାଇଥିବା ବୀଜ ସହ ତୁଳନା କରନ୍ତି ।

ବୁଣାଯାଇଥିବା ସସ୍ୟ ବୀଜରୁ ଉତ୍ପନ ଶରୀର (ଉଦ୍ଭିଦ) ସହ ସମାନ କି?

ନା, ତୁମ୍ଭେମାନେ ଯାହା ବୁଣ ତାହା ଶରୀର ସହ ସମାନ ନୁହେଁ ।

1 Corinthians 15:38

ପାଉଲ ମୃତମାନଙ୍କ ପୁନରୁତ୍ଥାନକୁ କାହା ସହ ତୁଳନା କରନ୍ତି?

ସେ ଏହାକୁ ବୁଣାଯାଇଥିବା ବୀଜ ସହ ତୁଳନା କରନ୍ତି ।

1 Corinthians 15:39

ସମସ୍ତ ଶରୀର ସମାନ କି?

ନା। ସମସ୍ତ ଶରୀର ସମାନ ନୁହଁନ୍ତି, ମନୁଷ୍ୟ, ପଶୁ, ପକ୍ଷୀ ଏବଂ ମାଛର ଶରୀର ପରସ୍ପରଠାରୁ ଭିନ୍ନ ।

1 Corinthians 15:40

ଅନ୍ୟ ପ୍ରକାରର ଶରୀର ଅଛି କି?

ସ୍ୱର୍ଗୀୟ ଶରୀର ଏବଂ ପାର୍ଥିବ ଶରୀର ମଧ୍ୟ ଅଛି ।

1 Corinthians 15:41

ସୂର୍ଯ୍ୟ, ଚନ୍ଦ୍ର ଏବଂ ନକ୍ଷତ୍ରମାଳାର ସମସ୍ତେ ସମାନ ତେଜ ପ୍ରକାଶ କରନ୍ତି କି?

ସୂର୍ଯ୍ୟର ଏକ-ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ ଅଟେ ।

1 Corinthians 15:42

ଆମ୍ଭମାନଙ୍କର କ୍ଷୟ ଶରୀରଗୁଡ଼ିକ କିପରି ବୁଣାଯାଏ?

ସେଗୁଡ଼ିକ କ୍ଷୟ, ଅପମାନ ଏବଂ ଦୁର୍ବଳତାରେ ବୁଣାଯାଏ ।

ଯେତେବେଳେ ଆମ୍ଭେମାନେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ଆମ୍ଭମାନଙ୍କର ଅବସ୍ଥା କିପରି ଥିବ?

ଯାହା ପୁନରୁ‌ତ୍‌ଥିତ ତାହା ଏକ ଅକ୍ଷୟ ଆତ୍ମିକ ଶରୀର; ଏହା ଗୌର ଓ ଶକ୍ତିରେ ପୁନରୁ‌ତ୍‌ଥିତ ହୁଏ ।

1 Corinthians 15:43

ଆମ୍ଭମାନଙ୍କର କ୍ଷୟ ଶରୀରଗୁଡ଼ିକ କିପରି ବୁଣାଯାଏ?

ସେଗୁଡ଼ିକ କ୍ଷୟ, ଅପମାନ ଏବଂ ଦୁର୍ବଳତାରେ ବୁଣାଯାଏ ।

ଯେତେବେଳେ ଆମ୍ଭେମାନେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ଆମ୍ଭମାନଙ୍କର ଅବସ୍ଥା କିପରି ଥିବ?

ଯାହା ପୁନରୁ‌ତ୍‌ଥିତ ତାହା ଏକ ଅକ୍ଷୟ ଆତ୍ମିକ ଶରୀର; ଏହା ଗୌରବ ଓ ଶକ୍ତିରେ ପୁନରୁ‌ତ୍‌ଥିତ ହୁଏ ।

1 Corinthians 15:44

1 Corinthians 15:45-46

ପ୍ରଥମ ବ୍ୟକ୍ତି ଆଦମ କ’ଣ ହେଲା?

ସେ ଜୀବନ୍ତ ପ୍ରାଣ ହେଲା।

ଶେଷ ଆଦମ କ’ଣ ହେଲା?

ସେ ଏକ ଜୀବନ ପ୍ରଦାନକାରୀ ଆତ୍ମା ହେଲେ।

1 Corinthians 15:47-48

ପ୍ରଥମ ପୁରୁଷ ଏବଂ ଦ୍ୱିତୀୟ ପୁରୁଷ କେଉଁଠାରୁ ଆସିଛନ୍ତି?

ପ୍ରଥମ ମନୁଷ୍ୟ ପୃଥିବୀର, ଧୂଳିରେ ନିର୍ମିତ । ଦ୍ୱିତୀୟ ପୁରୁଷ ସ୍ୱର୍ଗରୁ ଆସିଛନ୍ତି।

1 Corinthians 15:49

ଆମ୍ଭେମାନେ କାହାର ପ୍ରତିମୂର୍ତ୍ତି ଅଟୁ ଏବଂ କାହାର ପ୍ରତିମୂର୍ତ୍ତି ବହନ କରିବୁ?

ଯେପରି ଆମ୍ଭେମାନେ ଧୂଳିର ମନୁଷ୍ୟର ପ୍ରତିମୂର୍ତ୍ତୀ ବହନ କରିଛୁ, ସେହିପରି ଆମେ ସ୍ୱର୍ଗର ମନୁଷ୍ୟର ପ୍ରତିମୂର୍ତ୍ତୀ ମଧ୍ୟ ବହନ କରିବା ।

1 Corinthians 15:50

ଈଶ୍ବରଙ୍କ ରାଜ୍ୟର କିଏ ଉତ୍ତରାଧିକାରୀ ହୋଇପାରିବ ନାହିଁ?

ମାଂସ ଓ ରକ୍ତ ଈଶ୍ବରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇପାରିବ ନାହିଁ ।

1 Corinthians 15:51

ଆମ୍ଭ ସମସ୍ତଙ୍କ ସହ କ’ଣ ହେବ?

ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା ।

1 Corinthians 15:52-53

ଆମ୍ଭେମାନେ କେବେ ଏବଂ କେତେ ଶୀଘ୍ର ପରିବର୍ତ୍ତନ ହେବା?

ଯେତେବେଳେ ଶେଷ ତୂରୀ ବାଜିବ, ଆମ୍ଭେମାନେ ଚକ୍ଷୁର ପଲକରେ ପରିବର୍ତ୍ତନ ହେବା,

1 Corinthians 15:54-55

ଯେତେବେଳେ ଏହି କ୍ଷୟ ଅକ୍ଷୟକୁ ପରିଧାନ କରିବ ଏବଂ ଏହି ମର୍ତ୍ତ୍ୟ ଅମରତାକୁ ପରିଧାନ କରିବ, ସେତେବେଳେ କ’ଣ ହେବ?

ମୃତ୍ୟୁ ବିଜୟରେ ଗ୍ରାସିତ ହେବ ।

1 Corinthians 15:56

ମୃତ୍ୟୁର ନାହୁଡ଼ କ’ଣ ଏବଂ ପାପର ବଳ କ’ଣ ଅଟେ?

ମୃତ୍ୟୁର ନାହୁଡ଼ ହେଉଛି ପାପ ଏବଂ ପାପର ବଳ ହେଉଛି ବ୍ୟବସ୍ଥା।

1 Corinthians 15:57

ଈଶ୍ବର କାହା ମାଧ୍ୟମରେ ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି?

ଈଶ୍ବର ଆମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଜୟ ପ୍ରଦାନ କରନ୍ତି!

1 Corinthians 15:58

କରିନ୍ଥୀୟ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁଙ୍କ କାର୍ଯ୍ୟରେ ସ୍ଥିର, ଅସ୍ଥିର, ସର୍ବଦା ଯତ୍ନବାନ ହେବାକୁ ପାଉଲ କେଉଁ କାରଣ ଦିଅନ୍ତି?

ସେ ସେମାନଙ୍କୁ ଏହା କରିବାକୁ କୁହନ୍ତି କାରଣ ସେମାନେ ଜାଣନ୍ତି ଯେ ପ୍ରଭୁଙ୍କଠାରେ ସେମାନଙ୍କର କାର୍ଯ୍ୟ ବୃଥା ନୁହେଁ ।

1 Corinthians 16

1 Corinthians 16:1

ସାଧୁମାନଙ୍କ ପାଇଁ ସଂଗ୍ରହ ବିଷୟରେ ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀ ସହିତ ସମାନ ଭାବରେ କାହାକୁ ନିର୍ଦ୍ଦେଶ ଦେଇଥିଲେ?

ପାଉଲ ଗାଲାତୀୟର ମଣ୍ଡଳୀଗୁଡ଼ିକୁ କରିନ୍ଥୀୟରେ ଥିବା ମଣ୍ଡଳୀ ପରି ନିର୍ଦ୍ଦେଶ ଦେଇଥିଲେ।

1 Corinthians 16:2

ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀକୁ ସେମାନଙ୍କର ସଂଗ୍ରହ କରିବାକୁ କିପରି କହିଥିଲେ?

ସେ ସେମାନଙ୍କୁ କହିଥିଲେ ଯେ ସପ୍ତାହର ପ୍ରଥମ ଦିନରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କିଛି ରଖିବା ଉଚିତ୍ ଏବଂ ଏହାକୁ ପ୍ରତ୍ୟେକଙ୍କ ସାମର୍ଥ୍ୟ ଅନୁସାରେ ରଖିବା ଉଚିତ୍, ଯେପରି ପାଉଲ ଆସିବା ସମୟରେ କୌଣସି ସଂଗ୍ରହ ହେବ ନାହିଁ ।

1 Corinthians 16:3-4

ଦାନ କାହା ପାଖକୁ ଯାଉଥିଲା?

ଏହା ଯିରୂଶାଲମର ସାଧୁମାନଙ୍କ ନିକଟକୁ ଯାଉଥିଲା ।

1 Corinthians 16:5-6

ପାଉଲ କେବେ କରିନ୍ଥୀୟରେ ମଣ୍ଡଳୀକୁ ଆସିବେ?

ସେ କହନ୍ତି ଯେ ଯେତେବେଳେ ସେ ମାକିଦନିଆ ଦେଇ ଯିବେ ସେତେବେଳେ ସେ ସେମାନଙ୍କ ନିକଟକୁ ଆସିବେ।

1 Corinthians 16:7

ପାଉଲ କାହିଁକି କରିନ୍ଥୀୟରେ ସାଧୁମାନଙ୍କୁ ଅଳ୍ପ ସମୟ ପାଇଁ ଦେଖିବାକୁ ଚାହିଁଲେ ନାହିଁ?

ଯଦି ପ୍ରଭୁ ଅନୁମତି ଦିଅନ୍ତି, ପାଉଲ ଅଳ୍ପ ସମୟରୁ ଅଧିକ ସମୟ ସେମାନଙ୍କ ସହିତ ଦେଖା କରିବାକୁ ଚାହୁଁଥିଲେ ।

1 Corinthians 16:8

ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ପାଉଲ କାହିଁକି ଏଫିସରେ ରହିଲେ?

ପାଉଲ ଏଫିସରେ ରହିଲେ କାରଣ ତାଙ୍କ ପାଇଁ ଏକ ପ୍ରଶସ୍ତ ଦ୍ୱାର ଖୋଲା ଯାଇଥିଲା ଏବଂ ସେଠାରେ ଅନେକ ବିପକ୍ଷମାନେ ଥିଲେ ।

1 Corinthians 16:9

ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ପାଉଲ କାହିଁକି ଏଫିସରେ ରହିଲେ?

ପାଉଲ ଏଫିସରେ ରହିଲେ କାରଣ ତାଙ୍କ ପାଇଁ ଏକ ପ୍ରଶସ୍ତ ଦ୍ୱାର ଖୋଲା ଯାଇଥିଲା ଏବଂ ସେଠାରେ ଅନେକ ବିପକ୍ଷମାନେ ଥିଲେ ।

1 Corinthians 16:10

ତୀମଥି କ’ଣ କରୁଥିଲେ?

ସେ ପାଉଲଙ୍କ ପରି ପ୍ରଭୁଙ୍କ କାର୍ଯ୍ୟ କରୁଥିଲେ।

ତୀମଥିଙ୍କ ବିଷୟରେ ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀକୁ କ’ଣ କରିବାକୁ ଆଦେଶ ଦେଲେ?

ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀକୁ କହିଲେ ଯେ ତୀମଥି ଯେପରି ସେଠାରେ ନିର୍ଭୟରେ। ପାଉଲ ସେମାନଙ୍କୁ ତୀମଥିଙ୍କୁ ତୁଚ୍ଛଜ୍ଞାନ ନକରିବାକୁ ଏବଂ ତୀମଥିଙ୍କୁ ଶାନ୍ତିରେ ଯିବାରେ ସାହାଯ୍ୟ କରିବାକୁ କହିଥିଲେ।

1 Corinthians 16:11

ତୀମଥିଙ୍କ ବିଷୟରେ ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀକୁ କ’ଣ କରିବାକୁ ଆଦେଶ ଦେଲେ?

ପାଉଲ କରିନ୍ଥୀୟରେ ଥିବା ମଣ୍ଡଳୀକୁ କହିଲେ ଯେ ତୀମଥି ଯେପରି ସେଠାରେ ନିର୍ଭୟରେ। ପାଉଲ ସେମାନଙ୍କୁ ତୀମଥିଙ୍କୁ ତୁଚ୍ଛଜ୍ଞାନନକରିବାକୁ ଏବଂ ତୀମଥିଙ୍କୁ ଶାନ୍ତିରେ ଯିବାରେ ସାହାଯ୍ୟ କରିବାକୁ କହିଥିଲେ।

1 Corinthians 16:12-14

ପାଉଲ ଆପଲ୍ଲଙ୍କୁ କ’ଣ କରିବାକୁ ଉତ୍ସାହିତ କରିଥିଲେ?

ପାଉଲ କରିନ୍ଥୀୟରେ ସାଧୁମାନଙ୍କୁ ଦେଖା କରିବାକୁ ଆପଲ୍ଲଙ୍କୁ ଦୃଢ଼ ଭାବରେ ଉତ୍ସାହିତ କରିଥିଲେ ।

1 Corinthians 16:15

କରିନ୍ଥୀୟମାନଙ୍କ ମଧ୍ୟରୁ କିଏ ନିଜକୁ ସାଧୁମାନଙ୍କ ସେବାରେ ସମର୍ପିତ କରିଥିଲେ?

ସ୍ତିଫାନଙ୍କ ପରିଜନବର୍ଗ ସାଧୁମାନଙ୍କ ସେବାରେ ନିଜକୁ ସମର୍ପିତ କଲେ।

1 Corinthians 16:16

ସ୍ତିଫାନଙ୍କ ପରିଜନବର୍ଗ ବିଷୟରେ ପାଉଲ କରିନ୍ଥୀୟ ସାଧୁମାନଙ୍କୁ କ’ଣ କରିବାକୁ କହିଥିଲେ?

ପାଉଲ ସେମାନଙ୍କୁ ଏପରି ଲୋକମାନଙ୍କ ନିକଟରେ ବଶୀଭୂତ ହେବାକୁ କହିଥିଲେ।

1 Corinthians 16:17

ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକ ପାଉଲଙ୍କ ପାଇଁ କ’ଣ କଲେ?

କରିନ୍ଥୀୟ ସାଧୁମାନଙ୍କ ଅନୁପସ୍ଥିତିକୁ ସେମାନେ ପୂରଣ କଲେ ଏବଂ ପାଉଲଙ୍କ ଆତ୍ମାକୁ ସତେଜ କଲେ ।

1 Corinthians 16:18

ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକ ପାଉଲଙ୍କ ପାଇଁ କ’ଣ କଲେ?

କରିନ୍ଥୀୟ ସାଧୁମାନଙ୍କ ଅନୁପସ୍ଥିତିକୁ ସେମାନେ ପୂରଣ କଲେ ଏବଂ ପାଉଲଙ୍କ ଆତ୍ମାକୁ ସତେଜ କଲେ ।

1 Corinthians 16:19

କରିନ୍ଥୀୟରେ ଥିବା ମଣ୍ଡଳୀକୁ କିଏ ସେମାନଙ୍କ ଅଭିବାଦନ ପଠାଇଲେ?

ଏସିଆର ମଣ୍ଡଳୀ-ସମୂହ, ଆକ୍ୱିଲା ଏବଂ ପ୍ରିସ୍କିଲା ଏବଂ ସମସ୍ତ ଭାଇ ଓ ଭଉଣୀମାନେ କରିନ୍ଥୀୟରେ ଥିବା ମଣ୍ଡଳୀକୁ ଶୁଭେଚ୍ଛା ଜଣାଇଥିଲେ।

1 Corinthians 16:20-21

କରିନ୍ଥୀୟରେ ଥିବା ମଣ୍ଡଳୀକୁ କିଏ ସେମାନଙ୍କ ଅଭିବାଦନ ପଠାଇଲେ?

ଏସିଆର ମଣ୍ଡଳୀ-ସମୂହ, ଆକ୍ୱିଲା ଏବଂ ପ୍ରିସ୍କିଲା ଏବଂ ସମସ୍ତ ଭାଇ ଓ ଭଉଣୀମାନେ କରିନ୍ଥୀୟରେ ଥିବା ମଣ୍ଡଳୀକୁ ଶୁଭେଚ୍ଛା ଜଣାଇଥିଲେ।

1 Corinthians 16:22-24

ଯେଉଁମାନେ ପ୍ରଭୁଙ୍କୁ ପ୍ରେମ କରନ୍ତି ନାହିଁ ସେମାନଙ୍କ ବିଷୟରେ ପାଉଲ କ’ଣ କହନ୍ତି?

ପାଉଲ କହନ୍ତି, “ଯଦି କେହି ପ୍ରଭୁଙ୍କୁ ପ୍ରେମ କରେ ନାହିଁ, ତେବେ ସେ ଶାପଗ୍ରସ୍ତ ହେଉ।”