Other
ଅନୁରୋଧ କରିବା,ଅନୁରୋଧ, ନିବେଦନ, ପ୍ରାର୍ଥନା କରିବା
ସତ୍ୟ ଘଟଣାବଳିଗୁଡ଼ିକ:
“ଅନୁରୋଧ” ଏବଂ “ପ୍ରାର୍ଥନା କରିବା” ଶବ୍ଦଗୁଡ଼ିକର ଅର୍ଥ କାହାକୁ ଜରୁରୀ ଭାବେ କୌଣସି କାର୍ଯ୍ୟ କରିବାକୁ ଅନୁରୋଧ କରିବାକୁ ସୂଚାଏ I ଏକ “ନିବେଦନ” ଏକ ଜରୁରୀ ଅନୁରୋଧ ଅଟେ I
- ଅନେକ ସମୟରେ ଅନୁରୋଧ ଶବ୍ଦ ଜଣେ ବ୍ୟକ୍ତିର ଆବଶ୍ୟକତା କିମ୍ବା ସାହାଯ୍ୟ ମାଗିବାକୁ ସୂଚାଏ I
- ଲୋକମାନେ ଈଶ୍ୱରଙ୍କ ନିକଟରେ ଦୟା ପାଇବା ନିମନ୍ତେ ପ୍ରାର୍ଥନା କିମ୍ୱା ଜରୁରୀ ନିବେଦନ କରିପାରିବେ କିମ୍ୱା ତାହାଙ୍କୁ ସେମାନଙ୍କ ନିମନ୍ତେ କିମ୍ବା ଅନ୍ୟ କାହା ନିମନ୍ତେ କୌଣସି ବିଷୟ ମଞ୍ଜୁର କରିବା ନିମନ୍ତେ ଅନୁରୋଧ କରିପାରିବେ I
- ଏହାକୁ “ପ୍ରାର୍ଥନା କରିବା” କିମ୍ବା “ବିନୟ କରିବା” କିମ୍ବା “ଜରୁରୀ ଭାବରେ ଅନୁରୋଧ କରିବା” ବୋଲି ଅନୁବାଦ କରାଯାଇପାରେ I
- “ଅନୁରୋଧ” ଶବ୍ଦକୁ “ଜରୁରୀ ଅନୁରୋଧ” ବା “ଦୃଢ଼ ଆବେଦନ” ବୋଲି ଅନୁବାଦ କରାଯାଇପାରେ I
- ଏହି ବିଷୟକୁ ନିଶ୍ଚିତ କରନ୍ତୁ ଯେ, ଏହା ଏହି ପୃଷ୍ଠଭୂମିରେ ଅର୍ଥ ମାଗିବା ଅର୍ଥକୁ ଯେପରି ପ୍ରକାଶ ନକରେ I
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H1777, H2603, H3198, H4941, H4994, H6279, H6293, H6664, H6419, H7378, H7379, H7775, H8199, H8467, H8469, G11890, G17930, G20650, G38700
ଅନୈତିକ ଯୌନ ସମନ୍ଧ , ଅନୈତିକତା, ଅନୈତିକ, ଅବୈଧ ଯୌନ ସଂଗମ
ପରିଭାଷା:
“ଅନୈତିକ ଯୌନ ସମନ୍ଧ “ସେହି ଯୌନ କ୍ରିୟାକୁ ଦର୍ଶାଏ ଯାହା ଗୋଟିଏ ପୁରୁଷ ଏବଂ ସ୍ତ୍ରୀର ବୈବାହିକ ସମନ୍ଧ ବାହାରେ ହୋଇ ଥାଏ I ଏହା ଈଶ୍ୱରଙ୍କ ଯୋଜନାର ବିପରୀତ ଅଟେ I ପୁରାତନ ଇଂରାଜୀ ବାଇବେଲ ସଂସ୍କରଣଗୁଡ଼ିକ ଏହାକୁ “ଅବୈଧ ଯୌନ ସଂଗମ“ ବୋଲି ଉଲ୍ଲେଖ କରେ I
- ଏହି ଶବ୍ଦ ଯେକୌଣସି ଯୌନ ସଂଗମ ଯାହା ଈଶ୍ୱରଙ୍କ ଇଛା ବିରୋଧରେ ହୁଏ ତାହାକୁ ଦର୍ଶାଏ, ଏପରିକି ସମଲିଙ୍ଗୀ ବ୍ୟକ୍ତି ପ୍ରତି ଯୌନ କାମନା ଏବଂ କାମୋତ୍ତେଜନା ବୃଦ୍ଧିକାରୀ ଯୌନଚିତ୍ର ବା ଅଶ୍ଳୀଳଛବି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟେ I
- ଏକ ପ୍ରକାର ଅନୈତିକ ଯୌନ ସମନ୍ଧ ବ୍ୟଭିଚାର ଅଟେ, ଏହା ଏକ ଯୌନ ସଂଗମକୁ ବୁଝାଏ ବିଶେଷ କରି ଏକ ବିବାହିତ ପୁରୁଷ ଏବଂ ଏକ ସ୍ତ୍ରୀ ମଧ୍ୟରେ ଯିଏ ତାର ଜୀବନ ସାଥୀ ନୁହେଁ I
- ଆଉ ଏକ ପ୍ରକାର ଅନୈତିକ ଯୌନ ସମନ୍ଧ “ବେଶ୍ୟାବୃତି” ଅଟେ, ଯେଉଁଥିରେ ଅର୍ଥ ପାଇଁ ଯୌନ ସମନ୍ଧ ରଖାଯାଏ I
- ଏହି ଶବ୍ଦ ସାଙ୍କେତିକ ଅର୍ଥରେ ଇସ୍ରାଏଲ ଜାତିର ଈଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତତାକୁ ଦର୍ଶାଇବାକୁ ମଧ୍ୟ ବ୍ୟବହାର କରାଯାଏ ଯେତେବେଳେ ସେମାନେ ମିଥ୍ୟା ଦେବତାକୁ ପୂଜା କଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେଉଁ ପର୍ଯ୍ୟନ୍ତ ଶବ୍ଦର ସଠିକ ଉତ୍ତର ସ୍ପଷ୍ଟ ଅଟେ “ଅନୈତିକ ଯୌନ ସମନ୍ଧ” ଶବ୍ଦକୁ “ଅନୈତିକତା” ବୋଲି ଅନୁବାଦ କରାଯାଇପାରେ I
- ଏହି ଶବ୍ଦକୁ “ଅନୁଚିତ ଯୌନ ସମ୍ପର୍କ” କିମ୍ବା “ବିବାହ ବାହାରେ ଯୌନ ସମନ୍ଧ” ବୋଲି ଭିନ୍ନ ପ୍ରକାରେ ଅନୁବାଦ କରାଯାଇପାରେ I
- ଏହି ଶବ୍ଦକୁ “ବ୍ୟଭିଚାର” ଶବ୍ଦଠାରୁ ଭିନ୍ନ କରି ଅନୁବାଦ କରାଯିବା ଉଚିତ୍ ଅଟେ I
- ଏହି ଶବ୍ଦର ଅନୁବାଦରେ ସାଙ୍କେତିକ ଅର୍ଥ ବ୍ୟବହାର କଲେ ସମ୍ଭବତଃ ଏହାର ଆକ୍ଷରିକ ଶବ୍ଦକୁ ବ୍ୟବହାର କରିବା ଆବଶ୍ୟକ ଅଟେ କାରଣ ବାଇବେଲରେ ଏହି ଶବ୍ଦ ସାଧାରଣତଃ ଈଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତତା ଏବଂ ଯୌନ ସମନ୍ଧରେ ଅବିଶ୍ୱସ୍ତତାକୁ ତୁଳନା କରିବା ନିମନ୍ତେ ବ୍ୟବହାର କରାଯାଇଅଛି I
(ବ୍ୟଭିଚାର, ମିଥ୍ୟା ଦେବତା, ବେଶ୍ୟାବୃତି, ବିଶ୍ୱସ୍ତତା ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
- ପ୍ରେରିତ 15:20
- ପ୍ରେରିତ 21:25-26
- କଲସୀୟ 3:5-8
- ଏଫିସୀୟ 5:3
- ଆଦି ପୁସ୍ତକ 38:24-26
- ହୋଶେୟ 4:13-14
- ମାଥିଉ 5:31-32
- ମାଥିଉ 19:7-9
ଶବ୍ଦବିନ୍ୟାସ:
- Strong’s: H2181, H8457, G16080, G42020, G42030
ଅପବିତ୍ର, ଅପବିତ୍ର ହେବା
ପରିଭାଷା:
କୌଣସି ବିଷୟକୁ ଅପବିତ୍ର କରିବା ଅର୍ଥ କୌଣସି ପବିତ୍ର ବିଷୟକୁ ଅଶୁଚି କରିବା, ଦୂଷିତ କରିବା, କିମ୍ୱା ସେହି ପବିତ୍ର ବିଷୟକୁ ତୁଚ୍ଛ ଜ୍ଞାନ କରିବା ବା ଅସମ୍ମାନିତ କରିବା ଅଟେ I
- ଏକ ଅଶୁଚି ବା ଅପବିତ୍ର ବ୍ୟକ୍ତି ଯିଏ ଅପବିତ୍ର ଏବଂ ଈଶ୍ୱରଙ୍କୁ ଅଗୌରବ ଦିଏ ନାହିଁ I
- “ଅପବିତ୍ର” କ୍ରିୟାପଦକୁ “ଦୂଷିତ ବା ଅପବିତ୍ର ଭାବରେ ବ୍ୟବହାର କରିବା” କିମ୍ବା “କୌଣସି ବିଷୟ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା” କିମ୍ୱା “ଅଗୌରବ କରିବା” ବୋଲି ଅନୁବାଦ କରାଯାଇପାରେ I
- ଈଶ୍ୱର ଇସ୍ରାଏଲୀୟମାନଙ୍କୁ କହିଲେ ଯେ, ସେମାନେ ଆପଣାମାନଙ୍କୁ ପ୍ରତିମାଗୁଡ଼ିକ ଦ୍ୱାରା ଅପବିତ୍ର ଏବଂ ଅଶୁଚି କରିଅଛନ୍ତି, ଏହାର ଅର୍ଥ ଲୋକମାନେ ଏହି ପାପ ଦ୍ୱାରା ଆପଣାମାନଙ୍କୁ “ଅଶୁଚି” କିମ୍ବା “ଅସମ୍ମାନିତ” କରୁଥିଲେ I ସେମାନେ ଈଶ୍ୱରଙ୍କୁ ମଧ୍ୟ ଅସମ୍ମାନିତ କରୁଥିଲେ I
- ପୃଷ୍ଠଭୂମି ଉପରେ ଆଧାର କରି ଏହି “ଅପବିତ୍ର” ଶବ୍ଦ ବିଶେଷଣକୁ “ଅସମ୍ମାନିତ କରିବା” କିମ୍ବା “ଈଶ୍ୱର ବିହୀନତା” କିମ୍ବା “ଅପବିତ୍ର” ବୋଲି ଅନୁବାଦ କରାଯାଇପାରେ I
( ଅପବିତ୍ର କରିବା, ପବିତ୍ର, ଶୁଚି ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H2455, H2490, H2491, H5234, H8610, G09520, G09530
ଅସମ୍ମାନ, ଅସମ୍ମାନଜନକ
ପରିଭାଷା:
“ଅସମ୍ମାନ” ଶବ୍ଦ କାହାକୁ ପୂର୍ଣ୍ଣ ଅସମ୍ମାନ କରିବା ଅର୍ଥକୁ ବୁଝାଏ । ଏହା ସେହି ବ୍ୟକ୍ତିର ଲଜ୍ୟା କିମ୍ବା ଅଗୌରବର କାରଣ ମଧ୍ୟ ହୋଇପାରେ ।
- “ଅସମ୍ମାନଜନକ” ଶବ୍ଦ ଏକ କାର୍ଯ୍ୟକୁ ବର୍ଣ୍ଣନା କରେ ଯାହା ଲଜ୍ଜାଜନକ କିମ୍ବା କାହାକୁ ଅପମାନିତ କରେ ।
- ବେଳେବେଳେ " ଅସମ୍ମାନଜନକ " ବିଷୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଯାହା କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଉପଯୋଗୀ ନୁହେଁ ।
- ସନ୍ତାନମାନେ ସେମାନଙ୍କର ପିତାମାତାମାନଙ୍କୁ ସମ୍ମାନ ଏବଂ ବାଧ୍ୟ ହେବାକୁ ଆଦେଶ ଦିଆଯାଇଅଛନ୍ତି । ଯେତେବେଳେ ସନ୍ତାନମାନେ ଅବାଧ୍ୟ ହୁଅନ୍ତି, ସେମାନେ ସେମାନଙ୍କର ପିତାମାତାମାନଙ୍କୁ ଅସମ୍ମାନ କରନ୍ତି । ସେମାନେ ସେମାନଙ୍କର ପିତାମାତାମାନଙ୍କୁ ଏଭଳି ବ୍ୟବହାର କରୁଛନ୍ତି ଯାହା ସେମାନଙ୍କୁ ସମ୍ମାନ ଦିଏ ନାହିଁ ।
- ଯେତେବେଳେ ସେମାନେ ମିଥ୍ୟା ଦେବତାକୁ ପୂଜା କଲେ ଏବଂ ଅନୈତିକ ବ୍ୟବହାର କଲେ ସେତେବେଳେ ଇସ୍ରାଏଲୀୟମାନେ ଯିହୋବାଙ୍କୁ ଅପମାନିତ କଲେ।
- ଯୀଶୁ ଯେ ଏକ ମନ୍ଦ ଆତ୍ମା ଦ୍ୱାରା ପରିଚାଳିତ ବୋଲି କହି ଯିହୂଦୀମାନେ ଯୀଶୁଙ୍କର ଅପମାନିତ କଲେ ।
- “ସମ୍ମାନ ନ କରିବା” କିମ୍ବା “ଆଦର ନ ଦେବା” ବୋଲି ଏହି ଶବ୍ଦକୁ ଅନୁବାଦ କରାଯାଇପାରେ ।
- “ଅସମ୍ମାନ” ବିଶେଷ୍ୟକୁ “ହଦାଦର” କିମ୍ବା “ସମ୍ମାନବିହୀନ” ବୋଲି ଅନୁବାଦ କରାଯାଇପାରେ ।
- “ଅସମ୍ମାନଜନକ” ବାକ୍ୟାଂଶକୁ ପୃଷ୍ଠଭୂମି ଉପରେ ଆଧାର କରି “ସମ୍ମାନ ନ କରିବା ” କିମ୍ବା “ଲଜ୍ୟାଜନକ” କିମ୍ବା “ଅପ୍ରୟୋଜନୀୟ” କିମ୍ବା “ମୂଲ୍ୟହୀନ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
(ସମ୍ମାନ ଦେଖନ୍ତୁ)
ବାଇବେଲ ପଦପର୍ବ:
- ପ୍ରଥମ କରିନ୍ଥୀୟ 4: 10
- ପ୍ରଥମ ଶାମୁୟେଲ 20: 34
- ଦ୍ଵିତୀୟ କରିନ୍ଥୀୟ 6: 8-10
- ଯିହିଜିକଲ 22: 7
- ଯୋହନ 8: 48
- ଲେବୀୟ ପୁସ୍ତକ 18: 8
ଶବ୍ଦବିନ୍ୟାସ :
- Strong’s: H1540, H2490, H2781, H3637, H3639, H5006, H5034, H6172, H6173, H7034, H7043, G08180, G08190, G08200, G26170
ଅସ୍ତ୍ରଶସ୍ତ୍ର, ଅସ୍ତ୍ରାଗାର
ପରିଭାଷା:
ଅସ୍ତ୍ରଶସ୍ତ୍ର ଶବ୍ଦ ସରଞ୍ଜାମକୁ, ଯାହା ଏକ ଯୋଦ୍ଧା ଯୁଦ୍ଧ ସମୟରେ ବ୍ୟବହାର କରେ ଏବଂ ଶତ୍ରୁର ପ୍ରହାରରୁ ନିଜକୁ ରକ୍ଷା କରେ ତାହାକୁ ବୁଝାଏ I ଏହା ସାଙ୍କେତିକ ଭାବରେ ଆତ୍ମିକ ଅସ୍ତ୍ରଶସ୍ତ୍ରକୁ ସୂଚାଇବା ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଅଛି I
- ଗୋଟିଏ ଶିରସ୍ତ୍ରାଣ, ଗୋଟିଏ ଢାଲ, ଗୋଟିଏ ବୁକୁପଟା, ଗୋଭୟ ଆବରଣ, ଏବଂ ଏକ ଖଣ୍ଡାର ସମଷ୍ଟି, ଏକ ସୈନିକର ଅସ୍ତ୍ରଶସ୍ତ୍ରର ଅଂଶ ଅଟେ I
- ସାଙ୍କେତିକ ଭାବେ ବ୍ୟବହାର କରି, ପ୍ରେରିତ ପାଉଲ ଶାରୀରିକ ଅସ୍ତ୍ରଶସ୍ତ୍ରକୁ ଆତ୍ମିକ ଅସ୍ତ୍ରଶସ୍ତ୍ର ସହ ତୁଳନା କରନ୍ତି, ଯାହା ଈଶ୍ଵର ତାଙ୍କ ବିଶ୍ୱାସୀମାନଙ୍କୁ ଆତ୍ମିକ ଯୁଦ୍ଧ ଲଢିବା ନିମନ୍ତେ ତାହାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦେଇଥାନ୍ତି I
- ପାପ ଏବଂ ଶୟତାନ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ତାହା ସହିତ ସତ୍ୟ, ଧାର୍ମିକତା ଶାନ୍ତିର ସୁସମାଚାର, ବିଶ୍ୱାସ, ପରିତ୍ରାଣ, ଏବଂ ପବିତ୍ର ଆତ୍ମା ନିମନ୍ତେ ଈଶ୍ଵର ତାଙ୍କ ଲୋକମାନଙ୍କୁ ଆତ୍ମିକ ଅସ୍ତ୍ରଶସ୍ତ୍ର ଦିଅନ୍ତି I
- ଏହାକୁ “ସୈନିକର ମୁଖ୍ୟ ଅଂଶ”କିମ୍ୱା “ରକ୍ଷଣଶୀଳ ଯୁଦ୍ଧ ପୋଷାକ”କିମ୍ୱା “ରକ୍ଷଣଶୀଳ ଆବରଣ”କିମ୍ୱା “ଅସ୍ତ୍ର”ବୋଲି ଅନୁବାଦ କରାଯାଇପାରେ I
(ବିଶ୍ୱାସ, ପବିତ୍ର ଆତ୍ମା, ଶାନ୍ତି, ଉଦ୍ଧାର ଆତ୍ମା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2290, H2488, H3627, H4055, H5402, G36960, G38330
ଆଜ୍ଞା ପାଳନ କରିବା, ରଖିବା
ପରିଭାଷା:
“ଆଜ୍ଞା ପାଳନ କରିବା” ଶବ୍ଦର ଅର୍ଥ ଯାହା ଜଣେ ବ୍ୟକ୍ତି କିମ୍ବା ବ୍ୟବସ୍ଥା ଦ୍ୱାରା ଆଦେଶ ଦିଆଯାଇଛି ତାହା କରିବା ଅଟେ। “ଆଜ୍ଞାବହ” ଶବ୍ଦ ତାହାକୁ ବର୍ଣ୍ଣନା କରେ ଯିଏ ଆଜ୍ଞାପାଳନ କରେ। ବେଳେବେଳେ ଏକ ଆଦେଶ ଆଜ୍ଞା ଯେପରି "ଚୋରି କର ନାହିଁ" କିଛି କରିବାରୁ ନିଷେଧ କରେ। ଏପରି ସ୍ଥଳେ, "ପାଳନ କରିବା" ଅର୍ଥ ଚୋରି ନ କରିବା। ବାଇବେଲରେ, "ରଖିବା" ଶବ୍ଦର ଅର୍ଥ "ପାଳନ କରିବା" ଅଟେ ।
- ସାଧାରଣ ପ୍ରସଙ୍ଗରେ “ଆଜ୍ଞା ପାଳନ କରିବା” ଶବ୍ଦ ଜଣେ କ୍ଷମତାରେ ଥିବା ବ୍ୟକ୍ତିଙ୍କ ନିୟମ କିମ୍ବା ଆଦେଶ ପାଳନ କରିବାକୁ ବୁଝାଏ । ଉଦାହରଣ ସ୍ଵରୁପ, ଲୋକମାନେ ବ୍ୟବସ୍ଥାକୁ ପାଳନ କରନ୍ତି ଯାହା ସବୁ ଗୋଟେ ଦେଶ, ରାଜ୍ୟ କିମ୍ବା ସଂଗଠନର ନେତାମାନଙ୍କ ଦ୍ୱାରା ପ୍ରଚଳିତ ହେଇଛି।
- ସନ୍ତାନମାନେ ସେମାନଙ୍କ ପିତା-ମାତାଙ୍କର ଆଜ୍ଞା ପାଳନ କରନ୍ତି , ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି, ଏବଂ ନାଗରିକମାନେ ଆପଣା ଆପଣା ଦେଶର ନିୟମଗୁଡ଼ିକ ପାଳନ କରନ୍ତି।
- ଯେତେବେଳେ ଜଣେ ଅଧିକାରୀ ଲୋକମାନଙ୍କୁ କିଛି ବିଷୟ ନ କରିବାକୁ ଆଦେଶ ଦିଅନ୍ତି, ତାହା ସେମାନେ ନ କରିବା ଦ୍ୱାରା ପାଳନ କରନ୍ତି।
- ବିଭିନ୍ନ ମାଧ୍ୟମରେ ପାଳନ କରିବା ଶବ୍ଦକୁ ଗୋଟେ ଶବ୍ଦ କିମ୍ବା ବାକ୍ୟାଂଶ ସହ ଅନ୍ତର୍ଭୁକ୍ତ କରି ଅନୁବାଦ କଲେ ତାହାର ଅର୍ଥ “ଯାହା ଆଜ୍ଞା ଦିଆଯାଇଛି ତାହା କର” କିମ୍ୱା “ଆଦେଶକୁ ଅନୁସରଣ କର” କିମ୍ୱା “ଯାହା ଈଶ୍ୱର କହିଛନ୍ତି ତାହା କର” ହେବ ।
- “ବାଧ୍ୟତା” ଶବ୍ଦକୁ "ଯାହା ଆଦେଶ କରାଯାଇଥିଲା ତାହା କର" କିମ୍ୱା “ଆଦେଶର ଅନୁସରଣ କର” କିମ୍ୱା “ଯାହା ଈଶ୍ୱର ଆଦେଶ କରିଅଛନ୍ତି ତାହା କର” ବୋଲି ଅନୁବାଦ କରାଯାଇପାରିବ ।
(ନାଗରିକ, ଆଦେଶ, ଅବାଧ୍ୟ, ରାଜ୍ୟ, ବ୍ୟବସ୍ଥା:ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରେରିତ 5:32
- ପ୍ରେରିତ 6:7
- ଆଦି ପୁସ୍ତକ 28:6-7
- ଯାକୁବ 1:25
- ଯାକୁବ 2:10
- ଲୂକ 6:47
- ମାଥିଉ 7:26
- ମାଥିଉ 19:20-22
- ମାଥିଉ 28:20
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 3:4 ନୋହ ଈଶ୍ଵରଙ୍କ ଆଜ୍ଞା ପାଳନ କଲେ। ସେ ଓ ତାହାଙ୍କ ତିନି ପୁତ୍ରମାନେ ଈଶ୍ଵର ଯେପରି ସେମାନଙ୍କୁ କହିଲେ ସେପରି ସେମାନେ ଜାହଜ ନିର୍ମାଣ କଲେ।
- 5:6 ପୁଣି ଅବ୍ରାହମ ଈଶ୍ଵରଙ୍କ ଆଜ୍ଞା ପାଳନ କଲେ ଆଉ ଆପଣାର ପୁତ୍ରଙ୍କୁ ବଳିଦାନ ନିମନ୍ତେ ପ୍ରସ୍ତୁତ କଲେ।
- 5:10 ”ଯେହେତୁ ତୁମ୍ଭେ (ଅବ୍ରାହମ) ମୋର ଆଜ୍ଞା ପାଳନ କଲ, ପୃଥିବୀର ସମସ୍ତ ପରିବାର ତୁମ୍ଭ ଦ୍ୱାରା ଆଶୀର୍ବାଦ ପାଇବେ"
- 5:10 କିନ୍ତୁ ମିସରୀୟମାନେ ଈଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ କିମ୍ବା ତାହାଙ୍କର ଆଜ୍ଞା ପାଳନ କଲେ ନାହିଁ।
- 13:7 ଯଦି ଲୋକମାନେ ଏହି ବ୍ୟବସ୍ଥା ଆଜ୍ଞା ପାଳନ କରିଥିଲେ, ଈଶ୍ୱର ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କୁ ଆଶୀର୍ବାଦ କରିବେ ଓ ସୁରକ୍ଷା ଦେବେ।
ଶବ୍ଦବିନ୍ୟାସ:
- Strong’s: H1697, H2388, H3349, H4928, H6213, H7181, H8085, H8086, H8104, G01910, G39800, G39820, G50830, G50840, G52180, G52190, G52550, G52920, G52930, G54420
ଇସ୍ରାଏଲର ବାର ଗୋଷ୍ଠୀ, ବାର ଗୋଷ୍ଠୀ
ପରିଭାଷା:
‘’ଇସ୍ରାଏଲର ବାର ଗୋଷ୍ଠୀ’’ ପଦଟି ଯାକୁବଙ୍କ ବାର ସନ୍ତାନମାନଙ୍କୁ ଓ ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ବୁଝାଏ I
- ଏହି ସମସ୍ତ ସେହି ଗୋଷ୍ଠୀଗୁଡ଼ିକର ନାମ ଅଟେ: ରୁବେନ୍, ଶିମିୟୋନ୍, ଲେବୀ, ଯିହୁଦା, ଦାନ, ନପ୍ତାଲି, ଗାଦ୍, ଆଶେର୍, ଇଷାଖର, ସବୂଲୂନ୍, ଯୋଷେଫ, ଏବଂ ବିନ୍ୟାମିନ୍ I
- ବାଇବେଲରେ ଅନେକ ସ୍ଥାନ ଅଛି ଯେଉଁଥିରେ ବାର ଗୋଷ୍ଠୀର ତାଲିକା ଅଳ୍ପ ଭିନ୍ନ ଅଛି I ବେଳେବେଳେ ଲେବୀ, ଯୋଷେଫ, ଏବଂ ଦାନଙ୍କୁ ତାଲିକାରୁ ବାହାର କରିଦିଆଯାଇଛି ଏବଂ କେତେକ ସମୟରେ ଯୋଶେଫଙ୍କ ଦୁଇ ପୁତ୍ର ଇଫ୍ରୟିମ ଏବଂ ମନଃଶିଙ୍କୁ ତାଲିକାଭୁକ୍ତ କରାଯାଇଛି I
(ରୁବେନ୍, ଶିମିୟୋନ୍, ଲେବୀ, ଯିହୁଦା, ଦାନ, ନପ୍ତାଲି, ଗାଦ୍, ଆଶେର୍, ଇଷାଖର, ସବୂଲୂନ୍, ଯୋଷେଫ, ବିନ୍ୟାମିନ୍, ଇଫ୍ରୟିମ, ମନଃଶି, ଇସ୍ରାଏଲ, ଯାକୁବ, ଗୋଷ୍ଠୀ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3478, H7626, H8147, G14270, G24740, G54430
ଈର୍ଷା, ଲୋଭ
ପରିଭାଷା:
“ଈର୍ଷା” ଶବ୍ଦଟି ଜଣକ ପ୍ରତି ଈର୍ଷାନିତ୍ୱ ହେବାର କାରଣ ଯାହା ସେହି ବ୍ୟକ୍ତିଠାରେ ଅଛି କିମ୍ଭା ସେହି ବ୍ୟକ୍ତିଠାରେ ଥିବା ଉତ୍କୃଷ୍ଟ ଗୁଣଗୁଡ଼ିକ ହେତୁ ଅଟେ। “ଲୋଭ” ଶବ୍ଦଟିର ଅର୍ଥ କୌଣସି ବିଷୟକୁ ପାଇବା ପାଇଁ ଦୃଡ଼ ଇଚ୍ଛା କରିବାକୁ ବୁଝାଏ।
- ଈର୍ଷା ସାଧାରଣତଃ ଅନ୍ୟ ବ୍ୟକ୍ତିଙ୍କର ସଫଲତା, ସୌଭାଗ୍ୟ, କିମ୍ୱା ସମ୍ପତିଗୁଡ଼ିକ ହେତୁ ଏକ ନକରାତ୍ମକ ବିରକ୍ତିଭାବ ଅଟେ।
- ଅନ୍ୟ ବ୍ୟକ୍ତିର ସମ୍ପତିକୁ କିମ୍ୱା ଅନ୍ୟର ସ୍ତ୍ରୀ ବା ପୁରୁଷକୁ ପାଇବା ପାଇଁ ଦୃଢ଼ ଇଚ୍ଛା କରିବା ଲୋଭ ଅଟେ।
(ଈର୍ଷା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0183, H1214, H1215, H2530, H3415, H5869, H7065, H7068, G08660, G19370, G22050, G22060, G37130, G37880, G41230, G41240, G41900, G53540, G53550, G53660
ଉଠାଇବା, ଉଠିବା, ଉଠାଇବା, ଉଠିବା, ଉଠିବା
ପରିଭାଷା:
ଉଠାଇବା, ଉଠିବା
ସାଧାରଣତଃ, “ଉଠାଇବା” ଶବ୍ଦର ଅର୍ଥ “ଉଠାଇବା” କିମ୍ବା “ଉଚ୍ଚ କରିବା” ଅଟେ I
- "ଉଠାଇବା" ବାକ୍ୟାଂଶର ଅର୍ଥ ବେଳେବେଳେ କୌଣସି ବିଷୟକୁ ସୃଷ୍ଟି କରିବା କିମ୍ବା ପ୍ରକାଶ କରିବାକୁ ସୂଚିତ କରେ I ଏହାର ଅର୍ଥ କୌଣସି କାର୍ଯ୍ୟ କରିବାକୁ କାହାକୁ ନିଯୁକ୍ତ କରିବା ମଧ୍ୟ ହେଇପାରେ I
- ବେଳେବେଳେ “ଉଠିବା” ଶବ୍ଦର ଅର୍ଥ “ପୂନଃସ୍ଥାପନ କରିବା” କିମ୍ୱା “ପୁନଃଗଠନ କରିବା” ଅଟେ I
- "ମୃତ୍ୟୁରୁ ପୁନରୁତ୍ଥାନ" ବାକ୍ୟାଂଶରେ "ଉଠାଇବା" ଶବ୍ଦର ଏକ ବିଶେଷ ଅର୍ଥ ଅଛି I ଏହାର ଅର୍ଥ ଜଣେ ମୃତ ବ୍ୟକ୍ତିଙ୍କୁ ପୁନରୁତ୍ଥାନ କରିବା ଅଟେ I
- ବେଳେବେଳେ “ଉଠିବା” ଅର୍ଥ ଜଣକୁ କିମ୍ବା କୌଣସି ବିଷୟକୁ “ଉଚ୍ଚ କରିବା” କରିବା ଅଟେ I
ଉଠାଇବା, ଉଠିବା
“ଉଠାଇବା” କିମ୍ବା “ଉଠିବା” ଅର୍ଥ “ଉପରକୁ ଯିବା” କିମ୍ବା “ଉଠିବା” ଅଟେ I “ଉଠି”, “ଉଠିବା” ଏବଂ “ଉଠିଲା” ଶବ୍ଦଗୁଡ଼ିକ ଅତୀତର କ୍ରିୟାକୁ ଦର୍ଶାଏ I
- ଯେତେବେଳେ ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯିବାକୁ ଉଠେ, ବେଳେବେଳେ ଏହି କ୍ରିୟାପଦକୁ “ସେ ଉଠିଲା ଏବଂ ଗଲା କିମ୍ବା “ସେ ଉଠିଗଲା” ବୋଲି ଅନୁବାଦ କରାଯାଇପାରେ I
- ଯଦି କୌଣସି ବିଷୟ "ଉଠିଲା" ତେବେ ଏହାର ଅର୍ଥ ଏହା ଯେ ଏହା "ଘଟେ" କିମ୍ବା "ଘଟିବା ଆରମ୍ଭ ହୁଏ I"
- ଯୀଶୁ ଭବିଷ୍ୟଦ୍ବାଣୀ କରିଥିଲେ ଯେ ସେ ମୃତ୍ୟୁରୁ ପୁନରୁତ୍ଥିତ ହେବେ। ଯୀଶୁଙ୍କ ମୃତ୍ୟୁର ତିନି ଦିନରେ, ଦୂତ କହିଲେ, “ସେ ଉଠିଅଛନ୍ତି!”
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଉଠାଇବା” କିମ୍ବା “ଉଠିବା” ଶବ୍ଦଗୁଡ଼ିକୁ “ଉତ୍ତୋଳନ କରିବା” କିମ୍ବା “ଉଚ୍ଚତର କରିବା” ବୋଲି ଅନୁବାଦ କରାଯାଇପାରେ I
- “ଉଠାଇବା” ଶବ୍ଦକୁ “ପ୍ରକାଶିତ କରିବା” କିମ୍ବା “ନିଯୁକ୍ତ କରିବା” କିମ୍ୱା “ସ୍ଥିତି ମଧ୍ୟକୁ ଆଣିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଶକ୍ତିକୁ ଉଠାଇବା” ବାକ୍ୟାଂଶକୁ “ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ଅତିଶୟ ବଳିଷ୍ଠ କରିବା” ବୋଲି ଅନୁବାଦ କରାଯାଇପାରେ I
- “ଜଣକୁ ମୃତ୍ୟୁରୁ ଉଠାଇବା” ବାକ୍ୟାଂଶକୁ “ଜଣକୁ ପୁଣିଥରେ ମୃତ୍ୟୁରୁ ଜୀବନକୁ ଫେରେଇ ଆଣିବା” କିମ୍ୱା “ଜଣକୁ ଜୀବନ ଦେବା” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ କୁ ଆଧାର କରି “ଉଠାଇବା” ଶବ୍ଦକୁ “ଯୋଗାଇବା” ଲିମ୍ବ “ନିଯୁକ୍ତି ଦେବା” କିମ୍ବା “ପାଇବା” କିମ୍ୱା “ନିର୍ମାଣ କରିବା” କିମ୍ୱା “ପୁଣିଥରେ ମରାମତି କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ଉଠିଲା ଏବ ଗଲା” ବାକ୍ୟାଂଶକୁ “ଉଠିଗଲା” କିମ୍ୱା “ଗଲା” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗକୁ ଆଧାର କରି “ଉଠିଲା” ବାକ୍ୟାଂଶକୁ “ଆରମ୍ଭ କଲା” କିମ୍ୱା “ଆରମ୍ଭ କରିବାକୁ ଲାଗିଲା” କିମ୍ବା “ଉଠି ଛିଡ଼ା ହେଲା” କିମ୍ବା “ଠିଆ ହେଲା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
( ପୁନରୁତ୍ଥିତ, ନିଯୁକ୍ତ କରିବା, ଉନ୍ନୀତ: ଦେଖନ୍ତୁ )
ବାଇବେଲ ପଦଗୁଡ଼ିକ:
- ଦ୍ଵିତୀୟ ବଂଶାବଳୀ 6:41
- ଦ୍ଵିତୀୟ ଶାମୁୟେଲ 7:12
- ପ୍ରେରିତ 10:40
- କଲସୀୟ 3:1
- ଦ୍ୱିତୀୟ ବିବରଣ 13:1-3
- ଯିରିମୀୟ 6:1
- ବିଚାରକର୍ତ୍ତା 2:18
- ଲୂକ 7:22
- ମାଥିଉ 20:19
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 21:14 ଭବିଷ୍ୟଦ୍ବକ୍ତାମାନେ ଆଗରୁ ଭବିଷ୍ୟବାଣୀ ଜଣାଇଲେ ଯେ ମସୀହ ମୃତ୍ୟୁଭୋଗ କରିବେ ଏବଂ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ମଧ୍ୟ ଉତ୍ଥିତ କରିବେ I
- 41:5 “ଯୀଶୁ ଏଠାରେ ନାହାନ୍ତି I ଯେପରି ସେ କହିଥିଲେ, ସେପ୍ରକାରେ ସେ ମୃତ୍ୟୁରୁ ଉଠିଅଛନ୍ତି I
- 43:7 ଯଦିଓ ଯୀଶୁ ମୃତ୍ୟୁବରଣ କଲେ, ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ I ଯେପରି ଏହି ଭାବବାଣୀ ସଫଳ ହୁଏ, “ତୁମ୍ଭେ ଆପଣା ପବିତ୍ର ବ୍ୟକ୍ତିଙ୍କୁ ପାତାଳରେ କ୍ଷୟ ପାଇବାକୁ ଦେବ ନାହିଁ I” ଆମ୍ଭେମାନେ ଏତି ସତ୍ୟ ବିଷୟର ସାକ୍ଷୀ ଅଟୁ ଯେ ଈଶ୍ୱର ପୁନର୍ବାର ଯୀଶୁଙ୍କୁ ଜୀବନ ମଧ୍ୟକୁ ଉଠାଇଲେ I
- 44:5 “ତୁମ୍ଭେମାନେ ଜୀବନର କର୍ତ୍ତାଙ୍କୁ ବଧ କଲ, କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ I
- 44:8 ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ବ୍ୟକ୍ତି ମସୀହ ଯୀଶୁଙ୍କ ଶକ୍ତି ଦ୍ୱାରା ସୁସ୍ଥ ହୋଇଅଛି I ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶାର୍ପିତ କଲ, କିନ୍ତୁ ଈଶ୍ୱର ତାହାଙ୍କୁ ଜୀବନ ମଧ୍ୟକୁ ଫେରାଇ ଆଣିଲେ I
- 48:4 ଏହାର ଅର୍ଥ ଶୟତାନ ଯୀଶୁଙ୍କୁ ବଧ କରିବ, କିନ୍ତୁ ଈଶ୍ୱର ତାହାଙ୍କୁ ଜୀବନ ମଧ୍ୟକୁ ପୁନର୍ବାର ଫେରାଇ ଆଣିବେ I
- 49:2 ସେ (ଯୀଶୁ) ଜଳ ଉପରେ ଚାଲିଲେ, ଝଡକୁ ସୁସ୍ଥିର କଲେ, ଅନେକ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ, ଭୂତମାନଙ୍କୁ ଛଡାଇଲେ, ଜୀବନ ମଧ୍ୟକୁ ଉଠାଇଲେ, ଏବଂ ପାଞ୍ଚ ରୁଟି ଓ ଦୁଇ ମାଛକୁ ପ୍ରାଚୁର୍ଯ୍ୟତାରେ ପରିଣତ କରି 5,000ରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ଭୋଜନ କରାଇଲେ I
- 49:12 ତୁମ୍ଭେମାନେ ନିଶ୍ଚୟ ବିଶ୍ୱାସ କରିବା ଆବଶ୍ୟକ ଯେ, ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ସେ ତୁମ୍ଭମାନଙ୍କ ପ୍ରତିବଦଳରେ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ଏବଂ ଈଶ୍ୱର ତାହାଙ୍କୁ ଜୀବନ ମଧ୍ୟକୁ ପୁଣିଥରେ ଫେରାଇ ଆଣିଲେ I
ଶବ୍ଦବିନ୍ୟାସ:
- Strong’s: H2210, H2224, H5549, H5782, H5927, H5975, H6965, H6966, H6974, H7613, G03050, G03860, G03930, G04500, G10960, G13260, G14530, G15250, G18170, G18250, G18920, G19990, G48910
ଉତ୍ତରାଧିକାରୀ, ଉତ୍ତରାଧିକାରୀମାନେ
ପରିଭାଷା:
ଜଣେ "ଉତ୍ତରାଧିକାରୀ" ଜଣେ ବ୍ୟକ୍ତି ଅଟେ ଯିଏ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ସମ୍ପତ୍ତି କିମ୍ବା ଅର୍ଥକୁ ଆଇନଗତ ଭାବରେ ଅଧିକାରୀ ହୁଏ ।
- ବାଇବେଲ ସମୟରେ, ମୁଖ୍ୟ ଉତ୍ତରାଧିକାରୀ ପ୍ରଥମଜାତ ଥିଲା, ଯିଏ ପିତାଙ୍କ ଅଧିକାଂଶ ଧନ ଏବଂ ସମ୍ପତ୍ତିକୁ ପ୍ରାପ୍ତ କରେ ।
- ବାଇବେଲ ଏକ ସାଙ୍କେତିକ ଅର୍ଥରେ "ଉତ୍ତରାଧିକାରୀ" ଶବ୍ଦକୁ ମଧ୍ୟ ବ୍ୟବହାର କରେ ଯିଏ ଖ୍ରୀଷ୍ଟିୟାନ ଭାବରେ ସେମାନଙ୍କର ଆତ୍ମିକ ପିତା ଈଶ୍ଵରଙ୍କଠାରୁ ଆତ୍ମିକ ଲାଭ କରେ ।
- ଈଶ୍ଵରଙ୍କ ସନ୍ତାନ ଭାବରେ ଖ୍ରୀଷ୍ଟିୟାନମାନେ ଯୀଶୁ ଖ୍ରୀଷ୍ଟଙ୍କ ସହିତ “ମିଳିତ ଉତ୍ତରାଧିକାରୀ” ବୋଲି କୁହାଯାଏ।ଏହାକୁ "ସହ-ଉତ୍ତରାଧିକାରୀ" କିମ୍ବା "ସାଥୀ ଉତ୍ତରାଧିକାରୀ" କିମ୍ବା "ଏକତ୍ର ଉତ୍ତରାଧିକାରୀ" ବୋଲି ଅନୁବାଦ କରାଯାଇପାରେ ।
- "ଉତ୍ତରାଧିକାରୀ" ଶବ୍ଦକୁ "ବ୍ୟକ୍ତି ହିତାଧିକାରୀ" ବୋଲି ଅନୁବାଦ କରାଯାଇପାରେ କିମ୍ବା ଯେବେ ପିତାମାତା କିମ୍ବା ଅନ୍ୟ ସମ୍ପର୍କୀୟ ଦେହାନ୍ତ ପରେ ସମ୍ପତ୍ତି ଏବଂ ଅନ୍ୟାନ୍ୟ ଜିନିଷ ଗ୍ରହଣ ପ୍ରାପ୍ତ କରିବାକୁ କହିବା ପାଇଁ ବ୍ୟବହୃତ ସ୍ଥାନୀୟ ଭାଷାର ଯେକୌଣସି ଅଭିବ୍ୟକ୍ତି ବେବହାର କରିପାରିବେ ।
(ପ୍ରଥମ ଜାତ, ଉତ୍ତରାଧିକାରୀ:ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1121, H3423, G28160, G28180, G28200, G47890
ଉତ୍ତେଜିତ କରିବା, ଉତ୍ତେଜିତ କରାଇବା, ଉତ୍ତେଜିତ
ସତ୍ୟ ଘଟଣାବଳୀଗୁଡ଼ିକ:
“ଉତ୍ତେଜିତ କରିବା” ଶବ୍ଦର ଅର୍ଥ ଏକ ବ୍ୟକ୍ତିର ମନରେ ନକରାତ୍ମକ ପ୍ରତିକ୍ରିୟା ବା ମନୋଭାବର ଅନୁଭୂତି ଉତ୍ପନ କରେଇବା I
- ଜଣକୁ ଉତ୍ତେଜିତ କରି କ୍ରୋଧାନ୍ୱିତ କରିବା ଅର୍ଥ, ଏଭଳି କିଛି କରିବା ଯାହା ଦ୍ୱାରା ସେହି ବ୍ୟକ୍ତି ରାଗିଯିବ I ଏହାକୁ “କ୍ରୋଧିତ ହେବାର କାରଣ” କିମ୍ବା “କ୍ରୋଧ” ବୋଲି ଅନୁବାଦ କରାଯାଇପାରେ I
- ଯେତେବେଳେ ଏଭଳି ପଦରେ ବ୍ୟବହୃତ ହୁଏ, “ତାଙ୍କୁ ଉତ୍ତେଜିତ କର ନାହିଁ,” କିମ୍ବା “ ଏହାକୁ କ୍ରୋଧ କରାଅ ନାହିଁ” କିମ୍ବା “ତାଙ୍କୁ କ୍ରୋଧ କରାଅ ନାହିଁ” କିମ୍ବା “ତୁମ ଉପରେ କ୍ରୋଧ କରାଅ ନାହିଁ” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H3707, H3708, H4784, H4843, H5006, H7065, H7069, H7107, H7264, G20420, G38630, G39470, G39490, G42920
ଉଦ୍ଧତ, ଗର୍ବ
ପରିଭାଷା:
“ଉଦ୍ଧତ” ଶବ୍ଦର ଅର୍ଥ ଗର୍ବ କରିବା ଅଟେ, ପ୍ରାୟତଃ ଏକ ସ୍ପଷ୍ଟ ବାହ୍ୟ ଉପାୟରେ କରିବାକୁ ବୁଝାଏ I
- ଏକ ଉଦ୍ଧତ ବ୍ୟକ୍ତି ବାରମ୍ୱାର ନିଜ ବିଷୟରେ ଗର୍ବ କରେ I
- ଉଦ୍ଧତ ବ୍ୟକ୍ତି ପ୍ରାୟତଃ ଏହା ଭାବେ ଯେ, ନିଜ ଭଳି ଅନ୍ୟ ଲୋକମାନେ ଗୁରୁତ୍ତ୍ୱପୂର୍ଣ୍ଣ କିମ୍ୱା ଦକ୍ଷ ନୁହଁନ୍ତି I
- ସେମାନେ ଉଦ୍ଧତ ବ୍ୟକ୍ତି, ଯେଉଁଲୋକ ଈଶ୍ଵରଙ୍କୁ ମାନ୍ୟ କରନ୍ତି ନାହିଁ ଏବଂ ଯେଉଁମାନେ ତାଙ୍କ ପ୍ରତି କଠୋର- ମନା କାରଣ ସେମାନେ ଜାଣନ୍ତି ନାହିଁ ଯେ ଈଶ୍ୱର କେତେ ମହାନ I
(ସ୍ୱୀକାର କରିବା, ଅହଙ୍କାର, ଗର୍ବ:ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1346, H1347, H2102, H2103, H6277, G02120, G54500
ଉଦ୍ଧାର କରିବା,ହସ୍ତାନ୍ତର କରିବା,ହସ୍ତାନ୍ତର କରିବା,ମୁକ୍ତ କରିବା,ଉଦ୍ଧାର କରିବା
ପରିଭାଷା:
କାହାକୁ “ଉଦ୍ଧାର” କରିବା ଅର୍ଥ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିବା | “ଉଦ୍ଧାରକାରୀ” ଶବ୍ଦ ଯିଏ ଲୋକଙ୍କୁ ଦାସତ୍ୱ, ଅତ୍ୟାଚାର କିମ୍ବା ଅନ୍ୟାନ୍ୟ ବିପଦରୁ ଉଦ୍ଧାର କରେ କିମ୍ବା ମୁକ୍ତ କରେ ତାହାକୁ ବୁଝାଏ | “ଉଦ୍ଧାର” ଶବ୍ଦ ଯେତେବେଳେ କେହି ଲୋକମାନଙ୍କୁ ଦାସତ୍ୱ, ଅତ୍ୟାଚାର କିମ୍ବା ଅନ୍ୟାନ୍ୟ ବିପଦରୁ ଉଦ୍ଧାର କରନ୍ତି କିମ୍ବା ମୁକ୍ତ କରନ୍ତି ସେହି କାର୍ଯ୍ୟକୁ ବୁଝାଏ ।
- ପୁରାତନ ନିୟମରେ, ଈଶ୍ୱର ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ସେମାନଙ୍କୁ ଯୁଦ୍ଧରେ ଅନ୍ୟ ଗୋଷ୍ଠୀର ଲୋକମାନଙ୍କ ବିପକ୍ଷରେ ଯିଏ ସେମାନଙ୍କୁ ଆକ୍ରମଣ କରିବାକୁ ଆସିଲେ ଆଗୁଆନ ହୋଇ ସୁରକ୍ଷା କରିବାକୁ ଉଦ୍ଧାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ।
- ଏହି ଉଦ୍ଧାରକଗଣ ମଧ୍ୟ “ବିଚାରକର୍ତ୍ତା” ବୋଲାଗଲେ ପୁଣି ଯେତେବେଳେ ଏହି ବିଚାରକଗଣ ଇସ୍ରାଏଲକୁ ପରିଚାଳନା କରୁଥିଲେ, ପୁରାତନ ନିୟମର ବିଚାରକ ପୁସ୍ତକ ଇତିହାସରେ ସମୟ ଲିପିବଦ୍ଧ କରାଯାଏ ।
- ଈଶ୍ୱର ମଧ୍ୟ ଜଣେ “ଉଦ୍ଧାରକର୍ତ୍ତା” ବୋଲି କୁହାଯାଏ । ସମଗ୍ର ଇସ୍ରାଏଲର ଇତିହାସ, ସେ ତାଙ୍କ ଲୋକମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ଉଦ୍ଧାର ବା ମୁକ୍ତ କଲେ ।
- କାହାକୁ ଶତ୍ରୁକୁ ହସ୍ତାନ୍ତର କରିବା କିମ୍ବା ହସ୍ତାନ୍ତର କରିବାର ଏକ ଭିନ୍ନ ଅର୍ଥ, ଯେପରିକି ଯେତେବେଳେ ଯିହୁଦା ଯିହୁଦୀ ନେତାମାନଙ୍କୁ ଯୀଶୁଙ୍କୁ ହସ୍ତାନ୍ତର କଲା ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଲୋକମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ, “ଉଦ୍ଧାର” ଶବ୍ଦକୁ “ଉଦ୍ଧାର” କିମ୍ବା “ମୁକ୍ତ” କିମ୍ବା “ରକ୍ଷା” ବୋଲି ଅନୁବାଦ କରାଯାଇପାରେ ।
- ଶତ୍ରୁ ଉପରେ କାହାକୁ ହସ୍ତାନ୍ତର କରିବା ଅର୍ଥକୁ” ହସ୍ତାନ୍ତର କରିବା” ବାକ୍ୟାଂଶକୁ “ପ୍ରବଞ୍ଚନା କରିବା” କିମ୍ବା “ହସ୍ତାନ୍ତର କରିବା” କିମ୍ବା “ଦେଇଦେବା” ବୋଲି ଅନୁବାଦ କରାଯାଇପାରେ ।
- “ଉଦ୍ଧାରକର୍ତ୍ତା” ଶବ୍ଦଟି “ରକ୍ଷାକାରୀ” କିମ୍ବା “ମୁକ୍ତିକାରୀ” ବୋଲି ଅନୁବାଦ କରାଯାଇପାରେ ।
- ଯେତେବେଳେ “ଉଦ୍ଧାରକର୍ତ୍ତା” ଶବ୍ଦ ଇସ୍ରାଏଲର ନେତୃତ୍ୱ ନେଇଥିବା ବିଚାରକମାନଙ୍କୁ ବୁଝାଏ, ଏହାକୁ “ରାଜ୍ୟପାଳ” କିମ୍ବା “ବିଚାରକ” କିମ୍ବା “ନେତା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
(ବିଚାରକର୍ତ୍ତା, ଉଦ୍ଧାର ଦେଖନ୍ତୁ)
ବାଇବେଲ ଉଲ୍ଲେଖଗୁଡ଼ିକ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 16:3 ତା’ପରେ ଈଶ୍ୱର ଏକ ଉଦ୍ଧାରକର୍ତ୍ତାଙ୍କୁ ଯୋଗାଇଲେ ଯିଏ ସେମାନଙ୍କ ଶତ୍ରୁମାନଙ୍କଠାରୁ ସେମାନଙ୍କୁ ଉଦ୍ଧାର କଲେ ତଥା ଦେଶରେ ଶାନ୍ତି ଆଣିଲେ ।
- 16: 16 ସେମାନେ (ଇସ୍ରାଏଲ) ପୁଣି ଶେଷରେ ଈଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କଲେ, ଆଉ ଈଶ୍ୱର ସେମାନଙ୍କୁ ଅନ୍ୟ ଉଦ୍ଧାରକର୍ତ୍ତାଙ୍କୁ ପଠାଇଲେ ।
- 16:17 ବହୁ ବର୍ଷ ପୂର୍ବରୁ, ଈଶ୍ୱର ବହୁ ଜଣଙ୍କୁ ଉଦ୍ଧାରକର୍ତ୍ତାଗଣଙ୍କୁ ପଠାଇଲେ ଯିଏ ସେମାନଙ୍କର ଶତ୍ରୁମାନଙ୍କଠାରୁ ଇସ୍ରାଏଲ ଜାତିକୁ ରକ୍ଷା କଲେ ।
ଶବ୍ଦବିନ୍ୟାସ :
- Strong’s: H1350, H2020, H2502, H3205, H3444, H3467, H4042, H4422, H4672, H5337, H5414, H5462, H6299, H6403, H6413, H6475, H6561, H7725, H7804, H8199, G03250, G05250, G06290, G10800, G13250, G15600, G16590, G18070, G19290, G26730, G30860, G38600, G45060, G49910, G50880, G54830
କମ୍ପିତ ହେବା,କମ୍ପେ,ବିଚଳିତ ହେବା
ପରିଭାଷା:
“କମ୍ପିତ” ଶବ୍ଦର ଅର୍ଥ ସାଧାରଣତଃ ଭୟ କିମ୍ବା ଦୁଃଖରୁ ଥରି ଉଠିବା କିମ୍ବା ଟିକେ ଏବଂ ବାରମ୍ବାର କମ୍ପିବାକୁ ବୁଝାଏ।ଏହି ଶବ୍ଦଟି ସାଙ୍କେତିକ ଭାବରେ ବ୍ୟବହୃତ ହୋଇପାରେ, ଯାହାର ଅର୍ଥ “ବହୁତ ଭୟଭୀତ ହେବା |
- ବେଳେବେଳେ ଯେବେ ଭୂମି କମ୍ପିତ ହୁଏ ତାହାକୁ “କମ୍ପନ” ବୋଲି କୁହାଯାଏ I ଏହା ଏକ ଭୂମିକମ୍ପ ସମୟରେ ବା ଏକ ଅତିଶୟ ଉଚ୍ଚ ଶବ୍ଦର ପ୍ରତ୍ୟୁତ୍ତରରେ ହୋଇପାରେ I
- ବାଇବେଲ କହେ ଯେ ସଦାପ୍ରଭୁଙ୍କ ଉପସ୍ଥିତିରେ ପୃଥିବୀ କମ୍ପମାନ ହେବ I ଏହାର ଅର୍ଥ ଏହା ଯେ ପୃଥିବୀର ଲୋକମାନେ ଈଶ୍ୱରଙ୍କ ଭୟ ହେତୁ ଥରହର ହେବେ କିମ୍ବା ପୃଥିବୀ ସ୍ୱୟଂ କମ୍ପମାନ ହେବ I
- ଏହି ଶବ୍ଦକୁ “ଭୟଭୀତ ହେବା” କିମ୍ବା “ଈଶ୍ୱରଙ୍କୁ ଭୟ କରିବା” କିମ୍ବା “ଥରହର ବା ଟଳମଳ ହେବା” ବୋଲି ଅନୁବାଦ କରାଯାଇପାରେ I
(ପୃଥିବୀ, ଭୟ, ସଦାପ୍ରଭୁ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1674, H2111, H2112, H2151, H2342, H2648, H2729, H2730, H2731, H5128, H5568, H6342, H6426, H6427, H7264, H7268, H7269, H7322, H7460, H7461, H7481, H7493, H7578, H8078, H8653, G17900, G51410, G51560, G54250
କୁମାରୀ, କୁମାରୀତ୍ୱ
ପରିଭାଷା:
କୁମାରୀ ଜଣେ ମହିଳା ଅଟେ ଯିଏ କେବେ ହେଁ କୌଣସି ବ୍ୟକ୍ତି ସହ ଯୌନ ସମ୍ପର୍କ ରଖିନାହିଁI
- ମସୀହ ଏକ କୁମାରୀ ଠାରୁ ଜାତ ହେବେ ବୋଲି ଭବିଷ୍ୟଦ୍ବକ୍ତା ଯିଶାଇୟ କହିଥିଲେ I
- ଯେତେବେଳେ ମରୀୟମ ଯୀଶୁଙ୍କୁ ଗର୍ଭଧାରଣ କରିଥିଲେ ସେତେବେଳେ ସେ କୁମାରୀ ଥିଲେ I ଯୀଶୁଙ୍କର କେହି ମାନବ ପିତା ନଥିଲେ।
- କେତେକ ଭାଷାରେ ଏକ କୁମାରୀକୁ ସୂଚାଇବା ପାଇଁ ଏକ ଭଦ୍ର ଶବ୍ଦ ଥାଇପାରେ I (Euphemism: ଦେଖନ୍ତୁ)
(ଖ୍ରୀଷ୍ଟ, ଯିଶାଇୟ, ଯୀଶୁ, ମରୀୟମ: ଦେଖନ୍ତୁ)
ବାଇବେଲ ପଦପର୍ବ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 21:9 ଭବିଷ୍ୟଦ୍ବକ୍ତା ଯିଶାଇୟ ଭବିଷ୍ୟବାଣୀ କଲେ ଯେ କି ମସୀହ କେବଳ କୁମାରୀ ଗର୍ଭରୁ ହିଁ ଜନ୍ମ ଲାଭ କରିବେ I
- 22:4 ସେ (ମରୀୟମ) ଏକ କୁମାରୀ ଥିଲେ ଓ ଯୋଷେଫ ନାମକ ଜଣେ ବ୍ୟକ୍ତି ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା I
- 22:5 ମରୀୟମ ଉତ୍ତର ଦେଲେ, “ଏହା କିପରି ସମ୍ଭବ କାରଣ ମୁଁ ଜଣେ କୁମାରୀ ଅଟେ?”
- 49:1 ଜଣେ ଦୂତ ମରୀୟମ ନାମକ ଏକ କୁମାରୀଙ୍କୁ କହିଲେ ଯେ ସେ ଈଶ୍ଵରଙ୍କ ପୁତ୍ରକୁ ଜନ୍ମ ଦେବେ I ତେଣୁ ସେ କୁମାରୀ ଥିବାବେଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ ଏବଂ ତାହାର ନାମ ଯୀଶୁ ରଖିଲେ।
ଶବ୍ଦବିନ୍ୟାସ:
- Strong’s: H1330, H1331, G39320, G39330
କ୍ରନ୍ଦନ କରିବା, ଚିତ୍କାର କରିବା, ଚିତ୍କାର
ପରିଭାଷା:
“କ୍ରନ୍ଦନ” କିମ୍ୱା “ଚିତ୍କାର କରିବା” ଶବ୍ଦର ଅର୍ଥ ଉଚ୍ଚ ସ୍ୱରରେ କହିବା ଅଟେ I କେହି କେହି ସାହାଯ୍ୟ ମାଗିବା ଉଦ୍ଦେଶ୍ୟରେ ଯନ୍ତ୍ରଣା, ଦୁଃଖ, କ୍ରୋଧ କିମ୍ବା ଭୟରେ “ଚିତ୍କାର” କରିପାରନ୍ତି I
- “ଚିତ୍କାର” ଶବ୍ଦର ଅର୍ଥ ମଧ୍ୟ ସାହାଯ୍ୟ ମାଗିବା ଉଦ୍ଦେଶ୍ୟରେ ଚିତ୍କାର କରିବା କିମ୍ବା ଡାକିବା ଅଟେ I
- ଏହା ପ୍ରାର୍ଥନା କରିବାକୁ ମଧ୍ୟ ସୂଚାଏ I
- ଏହି ଶବ୍ଦଟି ପ୍ରସଙ୍ଗ ଉପରେ ନିର୍ଭର କରି “ଉଚ୍ଚ ସ୍ୱରରେ ଚିତ୍କାର କରିବା” କିମ୍ବା “ତୁରନ୍ତ ସାହାଯ୍ୟ ପାଇଁ ଅନୁରୋଧ କରିବା” ବୋଲି ଅନୁବାଦ କରାଯାଇପାରେ I
- “ମୁଁ ତୁମ୍ଭକୁ ଚିତ୍କାର କରି ପ୍ରାର୍ଥନା କରେ” ଅଭିବ୍ୟକ୍ତିକୁ “ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକେ” କିମ୍ବା “ମୁଁ ତୁମ୍ଭକୁ ସାହାଯ୍ୟ ମାଗୁଛି” ବୋଲି ଅନୁବାଦ କରାଯାଇପାରେ I
( ଡାକିବା, ଅନୁରୋଧ ପ୍ରାର୍ଥନା କରିବା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1058, H2199, H2201, H6030, H6463, H6670, H6682, H6817, H6818, H6873, H6963, H7121, H7123, H7321, H7440, H7442, H7723, H7737, H7768, H7771, H7775, H8663, G03100, G03490, G08630, G09940, G09950, G19160, G20190, G27990, G28050, G28960, G29050, G29060, G29290, G43770, G54550
କ୍ଲେଶ, ଅତ୍ୟଧିକ ଦୁଃଖ, ଦୁଃଖଦୁର୍ଦ୍ଦଶା
ପରିଭାଷା:
“କ୍ଲେଶ” ଶବ୍ଦ କଠିନତାର ସମୟକୁ, ଦୁଃଖଭୋଗକୁ ଏବଂ ମାନସିକ ଦୁଃଖକୁ ବୁଝାଏ I
- ନୂତନ ନିୟମରେ ଏହା ବୁଝାଇ ଦିଆଯାଇଛି ଯେ ଖ୍ରୀଷ୍ଟିୟାନମାନେ ତାଡ଼ନାର ସମୟଗୁଡ଼ିକୁ ଏବଂ ଅନ୍ୟ ପ୍ରକାରର କ୍ଲେଶକୁ ସହ୍ୟ କରିବେ, କାରଣ ଏହି ପୃଥିବୀରେ ଅନେକ ଲୋକମାନେ ଯୀଶୁଙ୍କର ଶିକ୍ଷାଗୁଡ଼ିକର ବିରୋଧୀ ଅଟନ୍ତି I
- “କ୍ଲେଶ” ଶବ୍ଦକୁ “ବିଶେଷ ଦୁଃଖଭୋଗର ସମୟ” କିମ୍ବା “ଗଭୀର ମାନସିକ ଅବସ୍ଥା” କିମ୍ୱା “ଦାଋଣ କଠିନ ଅବସ୍ଥା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
( ପୃଥିବୀ, ଶିକ୍ଷା, ପ୍ରଚଣ୍ଡ କ୍ରୋଧ: ଦେଖନ୍ତୁ )
ବାଇବେଲର ପଦଗୁଡ଼ିକ:
ଶବ୍ଦବିନ୍ୟାସ:
- Strong’s: H6869, G23470, G44230
ଖଡ୍ଗ, ଖଡ୍ଗଧାରୀ
ପରିଭାଷା:
ଖଡ୍ଗ ଏକ ସମତଳ –ଫଳକ ଧାତୁ ଅସ୍ତ୍ର ଅଟେ ଯାହାକି କାଟିବା କିମ୍ୱା ଭୂଶିବା ପାଇଁ ବ୍ୟବହାର କରାଯାଏ । ଏହାର ଏକ ବେଣ୍ଟ ଅଛି ଏବଂ ଏହା ଲମ୍ବା, ତିକ୍ଷ୍ଣ ମୁନ ସହ କାଟିବା ପାଇଁ ଅତି ଧାରୁଆ ଅଟେ ।
- ପ୍ରାଚୀନ କାଳରେ ଏକ ଖଡ୍ଗର ଲମ୍ବ 60 ରୁ 91 ସେ.ମି. ଥିଲା ।
- କେତେକ ଖଡ୍ଗ ଦୁଇ ଧାର ବିଶିଷ୍ଟ ହୋଇଥାଏ ଏବଂ ଏହାକୁ “ଦୁଇ ଧାର” କିମ୍ୱା “ଦୁଇଧାର ଖଡ୍ଗ” କୁହାଯାଏ ।
- ଯୀଶୁଙ୍କର ଶିଷ୍ୟମାନେ ନିଜର ସୁରକ୍ଷା ନିମନ୍ତେ ଏହିପରି ଖଡ୍ଗ ରଖୁଥିଲେ । ସେହି ଖଡ୍ଗରେ, ପିତର ମହାଯାଜକଙ୍କର ସେବକର କାନ କାଟିଥିଲେ ।
- ଉଭୟ ବାପ୍ତିଜକ ଯୋହନ ଏବଂ ପ୍ରେରିତ ଯାକୁବ ଏହି ଖଡ୍ଗରେ ଶିରଶ୍ଛେଦନ କରାଯାଇଥିଲେ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଖଡ୍ଗ ଈଶ୍ଵରଙ୍କ ବାକ୍ୟର ଉପମା ରୂପରେ ବ୍ୟବହାର କରାଯାଇଛି । ବାଇବେଲ ଈଶ୍ଵରଙ୍କ ଶିକ୍ଷା ପ୍ରକାଶ କରି ଲୋକମାନଙ୍କୁ ସେମାନଙ୍କର ପାପ ହେତୁ ଦୋଷୀ କରେ । ସେହିପରି ଗୋଟିଏ ଖଡ୍ଗ ଗଭୀର ଭାବେ କାଟେ ଓ ଯନ୍ତ୍ରଣା ଦିଏ । (ଉପମା ଦେଖନ୍ତୁ )
- ଏହି ଆଳଙ୍କାରକୁ “ଈଶ୍ୱରଙ୍କ ବାକ୍ୟ ଖଡ୍ଗ ତୁଲ୍ୟ ଅଟେ ଯାହା ଅନ୍ତରକୁ ଭେଦ କରେ ଓ ପାପକୁ ଦେଖେଇ ଦିଏ” ବୋଲି ଅନୁବାଦ କରାଯାଇପାରିବ ।
- ଏହି ଆଳଙ୍କାରର ବ୍ୟବହାର ଗୀତସଂହିତାରେ ଦେଖିବାକୁ ମିଳେ, ଯେଉଁଠି ଜଣେ ବ୍ୟକ୍ତିଙ୍କର ଜିହ୍ୱା କିମ୍ୱା କଥା ଖଡ୍ଗ ସହ ତୁଳନା କରାଯାଇଛି ଯାହା ଲୋକମାନଙ୍କୁ କ୍ଷତ ବିକ୍ଷତ କରେ । ଏହି ବାକ୍ୟାଂଶକୁ “ଜିହ୍ୱା ଏକ ଖଡ୍ଗ ପରି ଅଟେ ଯାହା କାହାକୁ ବି କ୍ଷତ କରିପାରେ” ବୋଲି ଅନୁବାଦ କରାଯାଇ ପାରେ ।
- ଯଦି ଆପଣଙ୍କ ସଂସ୍କୃତିରେ ଖଡ୍ଗ ଅଜ୍ଞାତ ବସ୍ତୁ ଅଟେ, ତେବେ ଏହି ଶବ୍ଦକୁ ଅନ୍ୟ ଏକ ଖଡ୍ଗର ନାମ ବ୍ୟବହାର କରି ଅନୁବାଦ କରନ୍ତୁ ଯାହା ଲମ୍ବା ଧାର ବିଶିଷ୍ଟ ଅସ୍ତ୍ର ଅଟେ ଯାହା କାଟିବା କିମ୍ୱା ଭୂଶିବା ପାଇଁ ବ୍ୟବହାର ହୁଏ ।
- ଏକ ଖଡ୍ଗକୁ “ଧାରୁଆ ଅସ୍ତ୍ର” କିମ୍ୱା “ଲମ୍ବା ଛୁରୀ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ । କେତେକ ଅନୁବାଦ ଖଡ୍ଗର ଏକ ଛବିକୁ ସାମିଲ୍ କରିପାରିବେ ।
( ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)
(ଯାକୁବ (ଯୀଶୁଙ୍କର ଭାଇ), ଯୋହନ (ବାପ୍ତିଜକ), ଜିହ୍ୱା, ଈଶ୍ୱରଙ୍କ ବାକ୍ୟ: ଦେଖନ୍ତୁ)
ବାଇବେଲ ପଦପର୍ବ:
- ପ୍ରେରିତ 12:2
- ଆଦିପୁସ୍ତକ 27:40
- ଆଦି ପୁସ୍ତକ 34:25
- ଲୂକ 2:33-35
- ଲୂକ 21:24
- ମାଥିଉ 10:34
- ମାଥିଉ 26:55
- ପ୍ରକାଶିତ ବାକ୍ୟ 1:16
ଶବ୍ଦବିନ୍ୟାସ:
- Strong’s: H0019, H1300, H2719, H4380, H6609, H7524, H7973, G31620, G45010
ଗର୍ବ, ଅହଙ୍କାର, ଅହଙ୍କାରପୂର୍ଣ୍ଣ
ପରିଭାଷା:
“ଗର୍ବ” ଏବଂ “ଅହଙ୍କାରପୂର୍ଣ୍ଣ” ଶବ୍ଦଗୁଡ଼ିକ, ସେହି ବ୍ୟକ୍ତିକୁ ବୁଝାଏ ଯିଏ ନିଜକୁ ଅତ୍ୟଧିକ ଉଚ୍ଚ ଭାବେ ଏବଂ ବିଶେଷ ଭାବରେ ଭାବେ ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଉତ୍ତମ ଅଟେI
- ଜଣେ ଅହଙ୍କାରୀ ବ୍ୟକ୍ତି ଅନେକ ସମୟରେ ଆପଣାର ଦୋଷକୁ ସ୍ୱୀକାର କରେ ନାହିଁ I ସେ ନମ୍ର ନୁହେଁ I
- ଅହଙ୍କାର ଅନ୍ୟ ମାର୍ଗଗୁଡ଼ିକ ଦ୍ୱାରା ଈଶ୍ୱରଙ୍କ ଅବାଧ୍ୟ ହେବା ପଥରେ କଢ଼ାଇନିଏ I
- ଏହି “ଗର୍ବ କରିବା” ଏବଂ “ଗର୍ବୀ” ଶବ୍ଦଗୁଡ଼ିକୁ ସକରାତ୍ମକ ଅର୍ଥରେ ବ୍ୟବହାର କରାଯାଇପାରେ, ଯଥା, ମୁଁ ଜଣକ ସଫଳତା କିମ୍ବା କିଛି ହାସଲ କରିଥିବା ହେତୁ “ଗର୍ବ କରେ କିମ୍ବା ଗର୍ବିତ” ଏବଂ ତୁମ୍ଭର ସନ୍ତାନମାନଙ୍କ ହେତୁ “ଗର୍ବିତ” ହେବା I “ତୁମ୍ଭର କାର୍ଯ୍ୟ ହେତୁ ଗର୍ବ କରିବା” କହିଲେ ତୁମ୍ଭର କାର୍ଯ୍ୟ ଉତ୍ତମ ଭାବରେ କରାଯାଉଥିବାରୁ ଆନନ୍ଦ ପାଇବା ଅଟେ I
- କେହି କେହି ସେମାନେ କରିଥିବା କାର୍ଯ୍ୟ ବିଷୟରେ ଗର୍ବ ନ କରି ଗର୍ବିତ ହୋଇପାରନ୍ତି।“ଗର୍ବ” ର ଏହି ଦୁଇଟି ଭିନ୍ନ ଅର୍ଥ ପାଇଁ କେତେକ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ I
- “ଅହଙ୍କାରପୂର୍ଣ୍ଣ” ଶବ୍ଦର ଅର୍ଥ ସବୁବେଳେ ନକରାତ୍ମକ ଅଟେ, ଏବଂ ଏଥିରେ “ଉଦ୍ଧତ ହେବା” ବା “ଅହମିକା: ବା “ଆତ୍ମ-ବଡିମା ” ଅର୍ଥଗୁଡ଼ିକ ବହନ କରେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଗର୍ବ” ଶବ୍ଦର ବିଶେଷ୍ୟ ପଦକୁ “ଉଦ୍ଧତ” ବା “ଅହମିକା” ବା “ଆତ୍ମ-ବଡିମା” ବୋଲି ଅନୁବାଦ କରାଯାଇପାରେ I
- ଅନ୍ୟ ପ୍ରସଙ୍ଗରେ “ଗର୍ବ” ଶବ୍ଦକୁ “ଆନନ୍ଦ” କିମ୍ବା “ସନ୍ତୋଷ” କିମ୍ବା “ଆତ୍ମ-ତୃପ୍ତି” ବୋଲି ଅନୁବାଦ କରାଯାଇପାରେ I
- “ଗର୍ବିତ ହେବା” ଶବ୍ଦକୁ “ଆନନ୍ଦିତ ହେବା” କିମ୍ବା “ସନ୍ତୋଷ ଲାଭ କରିବା” କିମ୍ୱା “ଆନନ୍ଦମୟ ହେବା (ଜଣକର ସଫଳତା ହେତୁ ) ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ତୁମ୍ଭର କାର୍ଯ୍ୟ ହେତୁ ଗର୍ବ କରିବା” ଶଦକୁ “ତୁମ୍ଭର କାର୍ଯ୍ୟ ଉତ୍ତମ ଭାବରେ କରାଯାଉଥିବାରୁ ସନ୍ତୁଷ୍ଟି ପାଇବା” ବୋଲି ଅନୁବାଦ କରାଯାଇପାରେ I
- “ଯିହୋବାଙ୍କଠାରେ ଗର୍ବ କରିବା” ଅଭିବ୍ୟକ୍ତିକୁ “ଯିହୋବା ସାଧନ କରିଥିବା ସମସ୍ତ ଆଶ୍ଚର୍ଯ୍ୟଜନକ ମହତ୍ଵ କାର୍ଯ୍ୟଗୁଡ଼ିକ ନିମନ୍ତେ ଆନନ୍ଦିତ ହେବା “କିମ୍ୱା “ସଦାପ୍ରଭୁ କେଡେ ଆଶ୍ଚର୍ଯ୍ୟଜନକ ହୋଇଥିବାରୁ ଆନନ୍ଦିତ ହେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
( ଗର୍ବୀ, ନମ୍ର, ଆନନ୍ଦ: ଦେଖନ୍ତୁ )
ବାଇବେଲର ପଦପର୍ବ:
ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:
- 4:2 ସେମାନେ ଅତିଶୟ ଗର୍ବୀ ଏବଂ ସେମାନେ ଈଶ୍ୱର କହିଥିବା ବିଷୟକୁ ମନୋଯୋଗ କଲେନାହିଁ I
- 34:10 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭମାନ ସତ୍ୟ କହୁଅଛି, ଈଶ୍ୱର ସେହି କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାହାକୁ ଧାର୍ମିକ ଗଣିତ କଲେ I ମାତ୍ର ସେ ସେହି ଧର୍ମନେତାଙ୍କ ପ୍ରାର୍ଥନାକୁ ପସନ୍ଦ କଲେ ନାହିଁ I ଯେଉଁମାନେ ଗର୍ବୀ, ଈଶ୍ୱର ସେହି ପ୍ରତ୍ୟେକକୁ ନମ୍ର କରିବେ ଏବଂ ସେ ଆପେ ନମ୍ରମନା ଲୋକମାନଙ୍କୁ ଉଠାଇବେ I
ଶବ୍ଦବିନ୍ୟାସ :
- Strong’s: H1341, H1343, H1344, H1346, H1347, H1348, H1349, H1361, H1362, H1363, H1364, H1396, H1466, H1467, H1984, H2086, H2087, H3093, H3238, H3513, H4062, H1431, H4791, H5965, H7295, H7312, H7342, H7311, H7830, H8597, G13910, G13920, G27440, G27450, G27460, G31730, G51870, G52290, G52430, G52440, G53080, G53090, G54260
ଗୁଳ୍ମ, ରୋପଣ,ପ୍ରତିରୋପଣ,ପ୍ରତିରୋପଣ, ପ୍ରତିରୋପଣ, ବିହନ
ପରିଭାଷା:
ଗୋଟିଏ “ଗୁଳ୍ମ” ସାଧାରଣତଃ ଯାହା ବୃଦ୍ଧି ପାଏ ଏବଂ ଭୂମି ସହିତ ସଂଲଗ୍ନ ଥାଏ । “ବୁଣିବା” ଅର୍ଥ ବୀଜଗୁଡ଼ିକୁ ଭୂମିରେ ପକାଇବା ଯେପରି ସେହି ଗୁଳ୍ମ ବଢିବ । ଜଣେ “ବୀଜ ବୁଣାଳି” ଜଣେ ବ୍ୟକ୍ତି ଯିଏ ବୁଣେ କିମ୍ୱା ବୀଜ ରୋପଣ କରେ ।
- ବୁଣିବା କିମ୍ୱା ରୋପଣ କରିବା ପଦ୍ଧତି ବଦଳେ କିନ୍ତୁ ଗୋଟିଏ ପଦ୍ଧତି ହେଉଛି ହାତରେ ମୁଠାଏ ବୀଜ ନେବା ଏବଂ ଭୂମିରେ ଏଣେତେଣେ ସେଗୁଡ଼ିକୁ ବିଛୁଡି ଦେବା ।
- ବୀଜ ବୁଣିବା ପାଇଁ ଆଉ ଗୋଟିଏ ପଦ୍ଧତି ହେଉଛି ଭୂମିରେ ଗାତକରି ଏବଂ ସେହିଥିରେ ପ୍ରତ୍ୟେକ ଗାତରେ ମଞ୍ଜି ପକାଇବା ।
- “ବୁଣିବା “ଶବ୍ଦ ଉପମା ଭାବେ ମଧ୍ୟ ବ୍ୟବହାର ହୁଏଯଥା “ଜଣେ ବ୍ୟକ୍ତି ଯାହା ବୁଣିବ ତାହା କାଟିବ” ଏହାର ଅର୍ଥ ଯେ ଯଦି ଜଣେ ବ୍ୟକ୍ତି କିଛି ମନ୍ଦ କରେ, ସେ ନକରାତ୍ମକ ଫଳ ଭୋଗିବ, ଯଦି ଜଣେ ବ୍ୟକ୍ତି ଉତ୍ତମ କରେ, ସେ ନିଶ୍ଚୟ ସକାରାତ୍ମକ ଫଳ ଉପାର୍ଜନ କରିବ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ବୁଣିବା” ଶବ୍ଦକୁ “ଗୁଳ୍ମ” ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ । ଏହି ଶବ୍ଦର ଅନୁବାଦ ଯେପରି ବୀଜ ବୁଣିବାକୁ ବୁଝାଏ ତାହା ନିଶ୍ଚିତ କରନ୍ତୁ ।
- “ବୁଣାଳି” ଶବ୍ଦକୁ “ରୋପଣକାରୀ” କିମ୍ୱା “କୃଷକ” କିମ୍ୱା “ବ୍ୟକ୍ତି ଯେ ବୀଜ ବୁଣେ” ବୋଲି ଅନୁବାଦ କରାଯାଇପାରିବ ।
- ଇଂରାଜୀରେ,”ବୁଣାଳି” କେବଳ ବୀଜ ବୁଣିବା କ୍ଷେତ୍ରରେ ବ୍ୟବହାର ହୁଏ, କିନ୍ତୁ ଇଂରାଜୀ ଶବ୍ଦ “ଗୁଳ୍ମ” ବୀଜ ରୋପଣରେ ବ୍ୟବହାର କରାଯାଇପାରିବ । ହୁଏତ ବୃହତ ପଦାର୍ଥ ଯଥା ଗଚ୍ଛଗୁଡ଼ିକ ଅନ୍ୟ ଭାଷାରେ ଭିନ୍ନ ଶବ୍ଦ ବ୍ୟବହାର ହୋଇପାରେ, କେଉଁ ବିଷୟ ରୋପଣ ହୋଇଛି ତାହା ଉପରେ ନିର୍ଭର କରେ ।
- “ଯେ ଯାହା ବୁଣେ ସେ ତାହା କାଟେ” ବାକ୍ୟାଂଶକୁ “ଯେପରି ଏକ ପ୍ରକାର ବୀଜ ଉତ୍ପାଦନ କରେ ସେହି ପ୍ରକାର ଗଚ୍ଛ, ସେହିପରି ଜଣେ ବ୍ୟକ୍ତିର ଉତ୍ତମ କାର୍ଯ୍ୟ ଉତ୍ତମ ଫଳ ଆଣେ ଏବଂ ଜଣେ ବ୍ୟକ୍ତିର ମନ୍ଦ କାର୍ଯ୍ୟ ମନ୍ଦ ଫଳାଫଳ ଆଣେ” ବୋଲି ଅନୁବାଦ କରାଯାଇପାରିବ ।
(ମନ୍ଦ, ଉତ୍ତମ, କାଟିବା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2221, H2232, H2233, H2236, H4218, H4302, H5193, H7971, H8362, G46870, G47030, G54520
ଗୋଷ୍ଠୀ, ଗୋଷ୍ଠୀୟ, ଗୋଷ୍ଠୀର ଲୋକମାନେ
ପରିଭାଷା:
ଗୋଟିଏ ଗୋଷ୍ଠୀ ଏକ ଲୋକଦଳ ଅଟନ୍ତି ଯେଉଁମାନେ ଏକ ସମାନ ପୂର୍ବପୁରୁଷଠାରୁ ବଂଶଧର ହୋଇ ଆସୁଛନ୍ତି I
- ସମାନ ଗୋଷ୍ଠୀରୁ ଉତ୍ପନ୍ନ ଲୋକମାନେ ସାଧାରଣତଃ ଏକ ସମାନ ଭାଷା ଏବଂ ସଂସ୍କୃତିର ଅଂଶୀ ମଧ୍ୟ ହୋଇଥାଆନ୍ତି I
- ପୁରାତନ ନିୟମରେ, ଈଶ୍ୱର ଇସ୍ରାଏଲର ଲୋକମାନଙ୍କୁ ଦ୍ୱାଦଶ ଗୋଷ୍ଠୀରେ ବିଭକ୍ତ କଲେ I ପ୍ରତ୍ୟେକ ଗୋଷ୍ଠୀ ଯାକୁବଙ୍କର ଏକ ପୁତ୍ର କିମ୍ୱା ପୌତ୍ର ବା ନାତିଠାରୁ ବଂଶଧର ଭାବରେ ଉତ୍ପନ୍ନ ହେଲେ I
- ଗୋଟିଏ ଗୋଷ୍ଠୀ ଏକ ଜାତିଠାରୁ କ୍ଷୁଦ୍ରତର ଅଟେ, ମାତ୍ର ଏହା ଗୋଟିଏ କୁଳ ବା ଗୋତ୍ର ବା ପରିବାରଠାରୁ ବୃହତ୍ତର ଅଟେ I
( ପୂର୍ବପୁରୁଷଙ୍କ ବଂଶଧର, ଜାତି, ଲୋକଦଳ,ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ: ଦେଖନ୍ତୁ )
ବାଇବେଲର ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0523, H4294, H7625, H7626, G14290, G54430
ଘୋଡ଼ା, ଯୁଦ୍ଧଘୋଡ଼ା, ଘୋଡ଼ା
ପରିଭାଷା:
ଘୋଡ଼ା ଏକ ବଡ଼, ଚୌପାଦ ପଶୁ ଯାହାକୁ ବାଇବେଲ ସମୟରେ ଅଧିକାଂଶ ସମୟରେ କୃଷି କାମ ଓ ଯାତାୟତ ନିମନ୍ତେ ବ୍ୟବହାର କରାଯାଉଥିଲା I
- କେତେକ ଘୋଡ଼ା ସଗଡ଼ କିମ୍ବା ରଥ ଟାଣିବାକୁ ବ୍ୟବହାର କରାଯାଏ, ଆଉ କେତେ ବ୍ୟକ୍ତିଗତ ବାହକକୁ ନେଇ ଯାଆନ୍ତି I
- ବାଇବେଲରେ, ଘୋଡ଼ା ଏକ ବହୁମୂଲ୍ୟ ସମ୍ପତି ଓ ବଡ଼ ଧନ ରୂପରେ ଗଣନା କରାଯାଉଥିଲା କାରଣ ଯୁଦ୍ଧରେ ସେମାନଙ୍କର ବ୍ୟବହାର ନିମନ୍ତେ I ଉଦାହରଣ ସ୍ୱରୂପ, ରାଜା ଶଲୋମନଙ୍କର ମହାନ ସମ୍ପତ୍ତିର ତାଙ୍କ ପାଖରେ ଥିବା ହଜାର ହଜାର ଘୋଡା ଓ ରଥ ଏକ ଅଂଶ ଥିଲା I
- ଯେଉଁ ପଶୁମାନେ ଘୋଡ଼ା ସହିତ ସମକକ୍ଷ ଅଟନ୍ତି ସେହିମାନେ ଗଧ ଓ ଗର୍ଧବୀ ଅଟେ I
- ଘୋଡାମାନେ ସେମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ପ୍ରାୟତଃ ମୁଣ୍ଡରେ ଲଗାମ ପିନ୍ଧନ୍ତି I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0047, H5483, H5484, H6571, H7409, G24620
ଚୁକ୍ତି, ଚୁକ୍ତିନାମା, ଶପଥ ନେବା, ଶପଥ ଦ୍ୱାରା
ପରିଭାଷା:
ବାଇବଲରେ "ଚୁକ୍ତି" ଶବ୍ଦ ଏକ ଆନୁଷ୍ଠାନିକ ପ୍ରତିଜ୍ଞାକୁ ବୁଝାଏ, ସାଧାରଣତଃ ଏହା ଏକ ଆଇନଗତ କିମ୍ବା ଧାର୍ମିକ ପ୍ରସଙ୍ଗରେ କରାଯାଇଥାଏ, ଯେଉଁଥିରେ ଶପଥ ଗ୍ରହଣ କରୁଥିବା ବ୍ୟକ୍ତି ଯଦି ପ୍ରତିଜ୍ଞା ପୂରଣ ନକରନ୍ତି ତେବେ କିଛି ଉତ୍ତରଦାୟିତ୍ୱ କିମ୍ବା ଦଣ୍ଡ ଗ୍ରହଣ କରନ୍ତି I ବାଇବେଲରେ, "ଶପଥ" ଶବ୍ଦର ଅର୍ଥ ହେଉଛି ଶପଥ ନେବା I
- ନ୍ୟାୟଳୟରେ, ଜଣେ ସାକ୍ଷୀଙ୍କୁ ଶପଥ ଦିଆଯାଏ ପ୍ରତିଜ୍ଞା କରିବାକୁ ଯେ ସେ ଯାହା କହିବ ସତ ଏବଂ ଘଟଣାକୁ ପ୍ରକାଶ କରିବ I
- ଆଧୁନିକ ଯୁଗରେ, “ଶପଥ” ଶବ୍ଦର ଗୋଟିଏ ଅର୍ଥ ହେଉଛି ଖରାପ ବା ଅଶ୍ଳୀଳ ଭାଷା ବ୍ୟବହାର କରିବା I ବାଇବେଲରେ ଏହା କଦାପି ଏହି ଅର୍ଥ ପ୍ରକାଶ କରେ ନାହିଁ I
- “ଶପଥ” ଶବ୍ଦର ଅର୍ଥ ଶପଥ କରାଯାଉଥିବା ଆଧାର କିମ୍ବା ଶକ୍ତି ଭାବରେ କିଛି କିମ୍ବା କାହାର ନାମ ବ୍ୟବହାର କରିବା ଅଟେ I
- ଅବ୍ରାହମ ତାଙ୍କର ଦାସମାନଙ୍କୁ ଶପଥ ନେବାକୁ କହିଲେ (ନୀୟମାନୁସାରେ ପ୍ରତିଜ୍ଞାଦେଖନ୍ତୁ ) ଯେପରି ଅବ୍ରାହମଙ୍କ ଜାତିଗଣରୁ ଗୋଟିଏ କନ୍ୟା ଇସ୍ହାକ ଙ୍କ ନିମନ୍ତେ ଆଣିବେ I
- ଯେତେବେଳେ ଅବ୍ରହାମ ଏବଂ ଅବୀମେଲକ ଏକ କୂଅର ବ୍ୟବହାର ବିଷୟରେ ଏକ ଚୁକ୍ତି କଲେ, ସେତେବେଳେ ସେମାନେ ଶପଥ କଲେI
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗକୁ ଦୃଷ୍ଟିରେ ରଖି, “ଶପଥ” ଶବ୍ଦକୁ “ପ୍ରତିଜ୍ଞା” କିମ୍ୱା “ଏକ ପବିତ୍ର ପ୍ରତିଜ୍ଞା” ବୋଲି ଅନୁବାଦ କରାଯାଇପାରିବ I
- “ଶପଥ ନେବା” ବାକ୍ୟକୁ “ନୀୟମାନୁଯାୟୀ ପ୍ରତିଜ୍ଞା” କିମ୍ୱା “ପ୍ରତିଜ୍ଞା” କିମ୍ୱା “କିଛି କରିବାକୁ ଚୁକ୍ତିବଦ୍ଧ ହେବା” ବୋଲି ଅନୁବାଦ କରାଯାଇପାରିବ I
- “ନାମ ଧରି ଶପଥ କରିବା” ବାକ୍ୟାଂଶକୁ “ପ୍ରତିଜ୍ଞାକୁ ସମର୍ଥନ ନିମନ୍ତେ ମୋର ନାମ ନେବା” ବୋଲି ଅନୁବାଦ କରାଯାଇପାରିବ I
- “ସ୍ୱର୍ଗ ଓ ପୃଥିବୀ ନାମ ନେଇ ଶପଥ କରିବା” ବାକ୍ୟାଂଶକୁ “କିଛି କରିବାକୁ ପ୍ରତିଜ୍ଞା କରିବା, ଉକ୍ତିରେ ସ୍ୱର୍ଗ ଓ ପୃଥିବୀ ଏହାର ସାକ୍ଷୀ” ବୋଲି ଅନୁବାଦ କରାଯାଇପାରିବI
- “ଶପଥ” କିମ୍ୱା “ଚୁକ୍ତି” ଶବ୍ଦ ଅଭିଶାପକୁ ଯେପରି ନ ବୁଝାଏ ତାହା ନିଶ୍ଚିତ କରନ୍ତୁ I
(ଅବିମେଲେଖ, ଚୁକ୍ତି, ଶପଥ: ଦେଖନ୍ତୁ )
ବାଇବେଲ ପଦପର୍ବ:
- ଆଦି ପୁସ୍ତକ 21:23
- ଆଦି ପୁସ୍ତକ 24:3
- ଆଦି ପୁସ୍ତକ 31:51-53
- ଆଦି ପୁସ୍ତକ 47: 31
- ଲୂକ 1: 73
- ମାର୍କ 6:26
- ମାଥିଉ 5:26
- ମାଥିଉ 14:6-7
- ମାଥିଉ 26: 72
ଶବ୍ଦବିନ୍ୟାସ :
- Strong’s: H0422, H0423, H3027, H5375, H7621, H7650, G03320, G36600, G37270, G37280
ଛାଇ, ଛାୟା, ଛାଇ,
ପରିଭାଷା:
“ଛାଇ” ଶବ୍ଦ ଆକ୍ଷରିକ ଅର୍ଥ ଅନ୍ଧକାର ଯାହା କୌଣସି ବିଷୟ ଆଲୋକ ପ୍ରବେଶକୁ ପ୍ରତୋରୋଧ କରେ ଏହାର ମଧ୍ୟ ଅନେକ ଆଳଙ୍କାରିକ ଅର୍ଥ ଅଛି ।
- “ମୃତ୍ୟୁ ଛାୟା” ମାନେ ହେଉଛି ମୃତ୍ୟୁ ଅତି ନିକଟରେ, ଯେପରି ଛାୟାର ଉପାଦାନକୁ ଦର୍ଶାଏ |
- ବାଇବେଲରେ ଅଧିକାଂଶ ମନୁଷ୍ୟ ଜୀବନକୁ ଛାୟା ସହିତ ତୁଳନା କରାଯାଇଛି ଯାହାର ଅବସ୍ଥିତି ଦୀର୍ଘ ସମୟ ନୁହେଁ |
- “ଛାଇ “ବେଳେ ବେଳେ “ଅନ୍ଧକାର” ପାଇଁ ବ୍ୟବହାର କରାଯାଏ |
- ଈଶ୍ଵଶ୍ୱରଙ୍କ ପକ୍ଷର ଛାଇ ତଳେ କିମ୍ୱା ହସ୍ତରେ ଲୁଚିବା ଓ ସୁରକ୍ଷିତ ବିଷୟ ବାଇବଲେ ପ୍ରକାଶ କରେ ଏହା ବିପଦରୁ ଲୁଚିବା କିମ୍ୱା ରକ୍ଷା ପାଇବାକୁ ବୁଝାଏ, “ଛାଇ” ଶବ୍ଦକୁ “ଛାୟା” କିମ୍ୱା “ନିରାପତ୍ତା” କିମ୍ୱା “ସୁରକ୍ଷିତ” “ଛାଇ” ବୋଲି ଅନୁବାଦ କରାଯାଇପାରେ ।
- ପ୍ରକୃତ ଛାୟାକୁ ସୂଚାଇବା ପାଇଁ ବ୍ୟବହୃତ ସ୍ଥାନୀୟ ଶବ୍ଦକୁ ବ୍ୟବହାର କରି “ଛାୟା” ଶବ୍ଦକୁ ଆକ୍ଷରିକ ଭାବରେ ଅନୁବାଦ କରିବା ସର୍ବୋତ୍ତମ ଅଟେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2927, H6738, H6751, H6752, H6754, H6757, G06440, G19820, G26830, G46390
ଜଗିବା,ପହରା ଦେବା, ଯତ୍ନ ନେବା,ମନଯୋଗ ଦେବା, ସାବଧାନ ହେବା
ପରିଭାଷା:
“ଜଗିବା” ଶବ୍ଦର ଅର୍ଥ କୌଣସି ବସ୍ତୁକୁ ଭଲରେ ଏବଂ ଯତ୍ନରେ ଦେଖିବା ଅଟେ I ଏହାର ଅନେକ ସାଙ୍କେତିକ ଅର୍ଥ ମଧ୍ୟ ଅଛି I ଜଣେ “ପ୍ରହରୀ” ଜଣେ ବ୍ୟକ୍ତି ଅଟେ ଯାହାର କାମ ସହରର ସମସ୍ତ ପାର୍ଶ୍ଵକୁ ଉତ୍ତମ ରୂପରେ ଦେଖି ଏହାକୁ ବିପତି କିମ୍ବା ଆକ୍ରମଣରୁ ଲୋକମାନଙ୍କୁ ସୁରକ୍ଷା ଦେବା ଅଟେ I
- “ନିଜ ଜୀବନ ଓ ଶିକ୍ଷାକୁ ଉତ୍ତମ ରୂପରେ ଦେଖ” ବାକ୍ୟାଂଶର ଅର୍ଥ ଏକ ବୁଦ୍ଧିମାନ ପରି ଯତ୍ନ ରୂପରେ ଜୀବନଯାପନ କରିବା ଓ ମିଥ୍ୟା ଶିକ୍ଷା ଉପରେ ବିଶ୍ୱାସ ନ କରିବାକୁ ବୁଝାଏ I
- “ସମ୍ଭାଳି ରୁହ“ ଏକ ସାବଧାନତାର ବାର୍ତ୍ତା ଅଟେ ଯାହା ବିପତି ଓ ହାନୀକାରକ ପ୍ରଭାବରୁ ଦୂରରେ ରହିବାକୁ ବୁଝାଏ I
- “ସାବଧାନ” କିମ୍ବା “ସାବଧାନ ରହିବା” ବାକ୍ୟାଂଶର ଅର୍ଥ ସବୁବେଳେ ପାପ ଓ ମନ୍ଦତା ପ୍ରତି ସତର୍କ ଓ ସୁରକ୍ଷିତ ରହିବାକୁ ବୁଝାଏ I ଏହାର ଆଉ ଏକ ଅର୍ଥ “ପ୍ରସ୍ତୁତ ରହିବା“ ଅଟେ I
- “ଯତ୍ନ ନେବା “କିମ୍ବା “ଭଲରେ ଯତ୍ନ ନେବା“ ବାକ୍ୟାଂଶର ଅର୍ଥ କାହାର କିମ୍ବା କୌଣସି ବସ୍ତୁର ସୁରକ୍ଷା ଦେବା କିମ୍ବା ଯତ୍ନ ନେବା ଅଟେ I
- “ଜଗିବା” ଶବ୍ଦକୁ “ଧ୍ୟାନ ଦିଅନ୍ତୁ” କିମ୍ବା “ତତ୍ପର ହେବା” କିମ୍ବା “ଅତି ଯତ୍ନଶୀଳ ହେବା “କିମ୍ବା “ନିଜର ସୁରକ୍ଷା କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପରେ I
- “ପ୍ରହରୀ” ଶବ୍ଦକୁ “ଜଗୁଆଳ” କିମ୍ବା “ସୁରକ୍ଷାକାରୀ” ବୋଲି ମଧ୍ୟ ଅନୁବାଦ କରାଯାଇପରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0821, H2370, H4929, H4931, H5027, H5341, H6486, H6822, H6836, H6974, H7462, H7789, H7919, H8104, H8108, H8245, G00690, G09910, G11270, G14920, G23340, G28920, G35250, G37080, G39060, G43370, G46480, G50830, G54380
ଜଳ, ଗଭୀର
ପରିଭାଷା:
ଏହାର ମୁଖ୍ୟ ଅର୍ଥ ସହିତ “ଜଳ” ଅଧିକାଂଶ ସମୟରେ ଗଭୀର ଜଳକୁ ମଧ୍ୟ ଦର୍ଶାଏ, ଯେପରି ମହା ସାଗର, ସମୁଦ୍ର, ହ୍ରଦ ଏବଂ ନଦୀ ଅଟେI
- “ଗଭୀର ଜଳ“ ବହୁଜଳ କିମ୍ବା ଜଳର ଅନେକ ଉତ୍ସକୁ ଦର୍ଶାଏ I ଏହା ସାଧାରଣ ଭାବରେ ବହୁଳ ପରିମାଣରେ ଜଳକୁ ମଧ୍ୟ ଦର୍ଶାଏ I
- ସାଙ୍କେତିକ ରୂପରେ ଜଳକୁ ବ୍ୟବହାର କଲେ କ୍ଲେଶ, କଠିନତା ଏବଂ ତାଡନକୁ ଦର୍ଶାଏ I ଉଦାହରଣ ସ୍ୱରୂପ, ଈଶ୍ୱର ପ୍ରତିଜ୍ଞା କରି ଅଛନ୍ତି ଯେ “ଯେତେବେଳେ ଆମ୍ଭେମାନେ ଜଳ ମଧ୍ୟରେ ହୋଇ ଯିବା “ସେ ଆମ ସହିତ ହେବେ I
- ବାକ୍ୟାଂଶ “ଗଭୀର ଜଳ “ଆମର ଯାତନା କେତେ ବଡ଼ ତାହା ଦର୍ଶାଏ I
- ଗୃହପାଳିତ ପଶୁ ଏବଂ ଅନ୍ୟ ପଶୁମାନଙ୍କୁ “ଜଳ” ବ୍ୟବସ୍ଥା ଅର୍ଥ ସେମାନଙ୍କ ନିମନ୍ତେ “ଜଳ ପ୍ରବନ୍ଧ କରିବା” ଅଟେ I ବାଇବେଲ ସମୟରେ, ଏହା ସାଧାରଣତଃ ଏକ ବାଲ୍ଟି ସହିତ ଏକ କୂଅରୁ ପାଣି ଟାଣିବା ଏବଂ ପଶୁମାନଙ୍କୁ ପିଇବା ପାଇଁ ଏକ ପାତ୍ର କିମ୍ବା ଅନ୍ୟ ପାତ୍ରରେ ପାଣି ଦେଉଥିଲେ I
- “ଗଭୀର” ଜଳର ଏକ ଗଭୀର ଶରୀରକୁ ବୁଝାଏ, ଯେପରିକି ସୃଷ୍ଟି ଆରମ୍ଭରେ ଜଳର ଗଭୀରତା କିମ୍ବା ଜଳର ଏକ ଶରୀର ଯାହା ପୃଥିବୀ ପୃଷ୍ଠରେ ଗଭୀର ଭାବରେ ବିସ୍ତାର ହୁଏ ଯେପରିକି ସମୁଦ୍ର, ସାଗର ଇତ୍ୟାଦି I
- ପୁରାତନ ନିୟମରେ, ଈଶ୍ୱରଙ୍କୁ “ଜୀବନ୍ତ ଜଳ” ର ଉତ୍ସ କିମ୍ବା ଝରଣା ରୂପରେ ତାହାଙ୍କର ଲୋକମାନଙ୍କ ନିମନ୍ତେ ସମ୍ବୋଧିତ କରାଯାଇଅଛି I ଏହାର ଅର୍ଥ ସେ ଆତ୍ମିକ ଶକ୍ତି ଏବଂ ସତେଜତା ନିମନ୍ତେ ଉତ୍ସ ଅଟନ୍ତି I
- ନୂତନ ନିୟମରେ, ଯୀଶୁ “ଜୀବନ୍ତ ଜଳ” ବାକ୍ୟାଂଶ ବ୍ୟବହାର କରି ପବିତ୍ରଆତ୍ମାଙ୍କୁ ନୂତନ ଜୀବନ ପରିବର୍ତ୍ତନ ଏବଂ ଆଣିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିଷୟରେ କହିଥିଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଜଳ ବାହାର କରିବା” ବାକ୍ୟାଂଶକୁ “ବାଲ୍ଟି ସହିତ କୂଅରୁ ପାଣି ଟାଣିବା” ବୋଲି ଅନୁବାଦ କରାଯାଇପାରେ I
- “ଜୀବନ୍ତ ଜଳର ଉତ୍ସ ତାହାଙ୍କ ମଧ୍ୟରୁ ବାହାରି ଆସିବ” ବାକ୍ୟାଂଶକୁ “ପବିତ୍ର ଆତ୍ମାଙ୍କଠାରୁ ଶକ୍ତି ଏବଂ ଆଶୀର୍ବାଦ ସେହି ସମସ୍ତଙ୍କ ଉପରେ ଜଳର ଉତ୍ସ ପରି ବହିବ“ବୋଲି ଅନୁବାଦ କରାଯାଇପାରେ I “ଆଶୀର୍ବାଦ” ଶବ୍ଦ ବଦଳରେ “ବରଦାନ” କିମ୍ବା “ଫଳ” କିମ୍ବା “ଈଶ୍ୱରୀୟ ଚରିତ୍ର” ଶବ୍ଦ ସବୁ ବ୍ୟବହାର କରାଯାଇପାରେ I
- ଯେତେବେଳେ ଯୀଶୁ କୂଅ ନିକଟରେ ଶମିରୋଣୀୟ ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରନ୍ତି, “ଜୀବନ୍ତ ଜଳ” ବାକ୍ୟକୁ “ଜୀବନ ପ୍ରଦାନ କରୁଥିବା ଜଳ” କିମ୍ବା “ଜୀବନ ପ୍ରଦାନକାରୀ ଜଳ” ବୋଲି ଅନୁବାଦ କରାଯାଇପାରେ I ଏହି ପରିପ୍ରେକ୍ଷୀରେ, ଜଳର ଚିତ୍ରକୁ ଅନୁବାଦରେ ରଖିବା ଜରୁରୀ ଅଟେ I
- ପ୍ରସଙ୍ଗକୁ ଆଧାର କରି, “ଗଭୀର ବହୁଳ” କିମ୍ବା “ବହୁଳ ଜଳ” କିମ୍ବା “ବଡ଼ ଯାତନା”( ଯାହା ତୁମକୁ ଜଳ ପରି ଘେରି ରହିଥାଏ) କିମ୍ବା “ଅସହ୍ୟ କଠିନତା”(ବନ୍ୟାର ଜଳ ପରି )” କିମ୍ବା “ଏକ ବଡ଼ ପରିମାଣରେ ଜଳ“ ବୋଲି ଅନୁବାଦ କରାଯାଇପାରେ I
( ଜୀବନ, ଆତ୍ମା, ପବିତ୍ର ଆତ୍ମା, ଶକ୍ତି: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2222, H4325, H4529, H4857, H7301, H7783, H8248, H8415, G05040, G42150, G42220, G52020, G52040
ଜାଣିବା, ଜ୍ଞାନ, ଅଜଣା, ପ୍ରଭେଦ
ପରିଭାଷା:
“ଜାଣିବା” ଏବଂ “ଜ୍ଞାନ” ଶବ୍ଦର ଅର୍ଥ ସାଧାରଣତଃ କିଛି କିମ୍ବା କାହାକୁ ବୁଝିବା ଅଟେ। ଏହାର ଅର୍ଥ ମଧ୍ୟ ଏକ ସତ୍ୟ ବିଷୟରେ ସଚେତନ ହେବା କିମ୍ବା ଜଣେ ବ୍ୟକ୍ତିଙ୍କ ସହିତ ପରିଚିତ ହେବାକୁ ବୁଝାଏ। “ଜଣାଇବା” ଅଭିବ୍ୟକ୍ତିର ଅର୍ଥ ଖବର କହିବା ଅଟେ।
- “ଜ୍ଞାନ” ଶବ୍ଦର ଅର୍ଥ ଘଟଣାବଳୀକୁ ବୁଝାଏ ଯାହା ଲୋକମାନେ ଜାଣନ୍ତି। ଏହା ଶାରୀରିକ ଓ ଆତ୍ମିକ ଦୁନିଆର ଜାଣିବାକୁ ଲାଗୁ କରିବା ଅଟେ। ଏହା ଶାରୀରିକ କିମ୍ବା ଚିନ୍ତା ବା ତତ୍ତ୍ୱମୂଳକ ଧାରଣା ଜାଣିବା ପାଇଁ ପ୍ରୟୋଗ ହୋଇପାରେ।
- ଈଶ୍ୱରଙ୍କ “ବିଷୟରେ ଜାଣିବା” ଅର୍ଥ ତାହାଙ୍କ ବିଷୟକ ଘଟଣାବଳୀ ବୁଝିବା ଅଟେ କାରଣ ସେ ଯାହା ଆମ୍ଭ ପ୍ରକାଶ କରି ଅଛନ୍ତି।
- ଈଶ୍ୱରଙ୍କୁ ଜାଣିବାର ଅର୍ଥ ତାହାଙ୍କ ସହିତ ସହଭାଗିତା କରିବା ଅଟେ। ଏହା ମଧ୍ୟ ଲୋକମାନଙ୍କୁ ଜାଣିବାରେ ପ୍ରୟୋଗ ହୋଇପାରେ।
- ଈଶ୍ୱରଙ୍କ ଇଚ୍ଛା ଜାଣିବାର ଅର୍ଥ ସେ ଯାହା ଆଜ୍ଞା କରିଅଛନ୍ତି ସେ ବିଷୟରେ ଅବଗତ ହେବା, କିମ୍ବା ସେ ଜଣେ ବ୍ୟକ୍ତିଙ୍କୁ କଅଣ କରୁ ବୋଲି ଚାହାନ୍ତି ତାହା ଜାଣିବା ଅଟେ।
- “ବ୍ୟବସ୍ଥାକୁ ଜାଣିବା“ ଅର୍ଥ ଯାହା ଈଶ୍ଵର ଆଜ୍ଞା କରିଛନ୍ତି ସେଥିର ଅବଗତ ହେବା କିମ୍ବା ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାରେ ଈଶ୍ୱର ଯାହା ନିର୍ଦେଶ ଦେଇ ଅଛନ୍ତି ତାହାକୁ ବୁଝିବା ଅଟେ।
- କେତେକ ସମୟରେ “ଜ୍ଞାନ” ସମାର୍ଥବିଶିଷ୍ଟ ଶବ୍ଦ ଭାବରେ "ବୁଦ୍ଧି," ବ୍ୟବହୃତ ହୋଇଥାଏ, ଏପରି ଭାବରେ ଜୀବନ ଯାପନ କରିବା ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ।
- “ଈଶ୍ୱରଙ୍କର ଜ୍ଞାନ“ କେତେକ ସମୟରେ ସମାର୍ଥବିଶିଷ୍ଟ ଶବ୍ଦ ଭାବରେ “ଯିହୋବାଙ୍କ ଭୟ“ ବୋଲି ବ୍ୟବହାର କରାଯାଏ।
- ଯେତେବେଳେ ଏହି ଶବ୍ଦ “ଜାଣିବା” ଜଣେ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଯୌନ ସମ୍ପର୍କକୁ ସ୍ଥାପନ କରିବା ପାଇଁ ବ୍ୟବହୃତ ହୁଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ନିର୍ଭର କରି, “ଜାଣିବା” ଶବ୍ଦକୁ "ବୁଝିବା” କିମ୍ବା “ସହ ସୁପରିଚିତ” କିମ୍ବା “ଅବଗତ ହେବା” କିମ୍ବା “ପରିଚିତ ହେବା” କିମ୍ବା “ସହଭାଗିତାରେ ରହିବା” ନୋଳି ଅନୁବାଦ କରାଯାଇପାରେ।
- ଦୁଇଟି ବିଷୟ ମଧ୍ୟରେ ପାର୍ଥକ୍ୟ ବୁଝୁଥିବା ପ୍ରସଙ୍ଗରେ, ଶବ୍ଦଟି ସାଧାରଣତଃ “ପ୍ରଭେଦ ଦେଖାଇବା” ବୋଲି ଅନୁବାଦ କରାଯାଇଥାଏ। ଏହି ପ୍ରକାରେ ଯେବେ ବ୍ୟବହୃତ ହୁଏ, ପ୍ରାୟତଃ ସମ୍ବନ୍ଧସୂଚକ ଅବ୍ୟୟପଦ ପରେ "ମଧ୍ୟରେ ବା ଅନ୍ତର୍ବର୍ତ୍ତୀ" ପଦର ବ୍ୟବହୃତ ହୋଇଥାଏ।
- କେତେକ ଭାଷାରେ “ଜାଣିବା” ପାଇଁ ଦୁଇଟି ଭିନ୍ନ ଶବ୍ଦ ଅଛି, ଗୋଟିଏ ଘଟଣାବଳୀ ବା ସତ୍ୟ ଜାଣିବା ନିମନ୍ତେ ଏବଂ ଅନ୍ୟଟି ଜଣେ ବ୍ୟକ୍ତିକୁ ଜାଣିବା ଏବଂ ତାହଙ୍କ ସହିତ ସମ୍ପର୍କ ରଖିବା ବିଷୟରେ।
- “ଜଣାଇବା” ଶବ୍ଦକୁ “ଲୋକମାନଙ୍କୁ ଜଣାଇବା“ କିମ୍ବା “ପ୍ରକାଶି କରିବା” କିମ୍ବା “ବିଷୟରେ କହିବା” କିମ୍ବା “ବ୍ୟାଖ୍ୟା କରିବା” ବୋଲି ଅନୁବାଦ କରାଯାଇପାରେ ।
- କୌଣସି “ବିଷୟରେ ଜାଣିବା”କୁ “ଅବଗତ ହେବା” କିମ୍ବା “ଭଲରେ ଜାଣିବା” ବୋଲି ଅନୁବାଦ କରାଯାଇପାରେ ।
- ଅଭିବ୍ୟକ୍ତି, “କିପରି ଜାଣିବା” ଅର୍ଥ କୌଣସି କାମ କରିବା ପ୍ରକ୍ରିୟା କିମ୍ବା ପଦ୍ଧତିକୁ ବୁଝିବା ଅଟେ। ଏହାକୁ “କରି ପାରିବା” କିମ୍ବା“ସକ୍ଷମ ହେବା“ କିମ୍ବା "କରିବାର ଦକ୍ଷତା ଅଛି" ବୋଲି ଅନୁବାଦ କରାଯାଇପାରେ।
- ପ୍ରସଙ୍ଗ ଅନୁସାରେ “ଜ୍ଞାନ” ଶବ୍ଦକୁ "ଯାହା ଜଣା ଅଛି” କିମ୍ବା “ବୁଦ୍ଧି” କିମ୍ବା “ବୁଝାମଣା“ ବୋଲି ଅନୁବାଦ କରାଯାଇପାରେ।
(ବ୍ୟବସ୍ଥା, ପ୍ରକାଶ କରିବା, ବୁଝିବା, ଜ୍ଞାନୀ: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ କରନ୍ଥୀୟ2:12-13
- ପ୍ରଥମ ଶାମୁୟେଲ 17:46
- ଦ୍ଵିତୀୟ କରିନ୍ଥୀୟ 2:15
- ଦ୍ଵିତୀୟ ପିତର1:3-4
- ଦ୍ଵିତୀୟ ବିବରଣ 4:39-40
- ଆଦି ପୁସ୍ତକ 19:5
- ଲୂକ 1:77
ଶବ୍ଦବିନ୍ୟାସ:
- Strong’s: H1843, H1844, H1847, H1875, H3045, H3046, H4093, H4486, H5046, H5234, H5475, H5869, G00500, G00560, G10970, G11070, G11080, G14920, G19210, G19220, G19870, G24670, G25890, G42670, G48940
ଜିହ୍ୱା, ଭାଷା
ପରିଭାଷା:
" ଜିହ୍ୱା " ଶବ୍ଦଟି ଜଣେ ବ୍ୟକ୍ତିଙ୍କ ପାଟି ଭିତରେ ଥିବା ଅଙ୍ଗକୁ ବୁଝାୟଏ ଯାହା କହିବା ପାଇଁ ବ୍ୟବହୃତ ହୁଏ I ଶବ୍ଦଟି ପ୍ରାୟତଃ "ସାଙ୍କେତିକ ଭାବରେ" ଭାଷା "କିମ୍ବା" କଥା "ଅର୍ଥରେ ବ୍ୟବହୃତ ହୁଏ I ଏହା ବ୍ୟତୀତ, ଏହି ଶବ୍ଦର ଅନ୍ୟାନ୍ୟ ଅନେକ ସାଙ୍କେତିକ ଅର୍ଥ ଅଛି I
- ବାଇବେଲରେ, ଏହି ଭାବ ପ୍ରକାଶକ ପଦ ନିମନ୍ତେ ଅତି ସାଧାରଣ ଆଳଙ୍କାରିକ ଅର୍ଥ “ଭାଷା” ବା “ଭାଷଣ ବା ବକ୍ତବ୍ୟ” ଅଟେ I
- ବେଳେବେଳେ “ଜିହ୍ୱା” ହୁଏତ ନିର୍ଦ୍ଧିଷ୍ଟ ଲୋକ ଦଳ ଦ୍ୱାରା କଥିତ ମାନବୀୟ ଭାଷାକୁ ସୂଚାଇଥାଏ I
- ଅନ୍ୟ ସମୟରେ ଏହା ଅଲୌକିକ ଭାଷାକୁ ବୁଝାଏ ଯାହା ଖ୍ରୀଷ୍ଟରେ ଥିବା ବିଶ୍ୱାସୀମାନଙ୍କୁ ପବିତ୍ର ଆତ୍ମା ଦେଉଥିବା “ଆତ୍ମା ଅନୁଗ୍ରହ ଦାନ” ମଧ୍ୟରୁ ଅନ୍ୟତମ ଦାନକୁ ସୂଚାଏ I
- ପ୍ରେରିତ ପୁସ୍ତକରେ, ଅଗ୍ନିର “ଜିଭ” ଶବ୍ଦ “ଜ୍ୱଳନ୍ତ” କୁ ସୂଚାଏ, ଯାହା ସମ୍ଭବତଃ ଜିଭ ଆକାରର ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ନିର୍ଭର କରି ଏହି “ଜିହ୍ୱା” ଶବ୍ଦକୁ “ଭାଷା” ବା “ଆତ୍ମିକ ଭାଷା” ବୋଲି ଅନୁବାଦ କରାଯାଇପାରିବ I ଯଦି ଏହା କେଉଁ ବିଷୟକୁ ଉଲ୍ଲେଖ କରୁଛି ବୋଲି ସ୍ପଷ୍ଟ ହୁଏ ନାହି, ତେବେ ଏହାକୁ “ଭାଷା” ବୋଲି ଅନୁବାଦ କରିବା ଅଧିକ ଉତ୍ତମ ହେବ I
- ଯେତେବେଳେ ଏହା ଅଗ୍ନିକୁ ସୂଚାଇଥାଏ, ଏହି ଭାବ ପ୍ରକାଶକ ପଦକୁ “ଶିଖା” ବୋଲି ଅନୁବାଦ କରାଯାଇପାରିବ I
- “ମୋହର ଜିହ୍ୱା ଉଲ୍ଲାସ କରୁଅଛି” ବୋଲି କହିବା ଅଭିବ୍ୟକ୍ତିକୁ “ମୁଁ ଆନନ୍ଦ କରୁଛି ଏବଂ ଈଶ୍ୱରଙ୍କ ପ୍ରଶଂସା କରୁଛି” କିମ୍ୱା “ମୁଁ ଆନନ୍ଦପୂର୍ଣ୍ଣ ଭାବରେ ଈଶ୍ୱରଙ୍କ ପ୍ରଶଂସା କରୁଛି” ବୋଲି ଅନୁବାଦ କରାଯାଇପାରିବ I
- “ମିଥ୍ୟାବାଦୀ ଜିହ୍ୱା” ବାକ୍ୟାଂଶକୁ “ମିଥ୍ୟା କଥା କହୁଥିବା ବ୍ୟକ୍ତି” ବା “ମିଥ୍ୟା କଥା କହୁଥିବା ଲୋକମାନେ” ବୋଲି ଅନୁବାଦ କରାଯାଇପାରିବ I
- “ସେମାନଙ୍କ ଜିହ୍ୱାରେ” ଭଳି ବାକ୍ୟାଂଶଗୁଡ଼ିକୁ “ସେମାନେ ଯାହା କହନ୍ତି ତାହା ସହିତ” କିମ୍ୱା “ସେମାନଙ୍କ ବାକ୍ୟ ଦ୍ୱାରା” ବୋଲି ଅନୁବାଦ କରାଯାଇପାରିବ I
( ଅନୁଗ୍ରହ ଦାନ, ପବିତ୍ର ଆତ୍ମା, ଆନନ୍ଦ, ପ୍ରଶଂସା, ଆନନ୍ଦ କରିବା, ଆତ୍ମା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3956, G11000, G12580, G20840
ଜୀତ
ପରିଭାଷା:
ଜୀତ କ୍ଷୁଦ୍ର, ଜୀତ ବୃକ୍ଷର ଫଳ ଅଣ୍ଡାକୃତି ଅଟେ, ଯାହା ଭୂମଧ୍ୟ ସାଗରର ଚତୁପାର୍ଶ୍ୱର ଅଞ୍ଚଳ ଗୁଡ଼ିକରେ ଉତ୍ପନ୍ନ ହୁଏ ।
- ଜୀତ ବୃକ୍ଷରେ ସଦାସର୍ବଦା ସବୁଜ ଛୋଟ ଛୋଟ ଧଳା ରଙ୍ଗର ଫୁଲ ହୋଇଥାଏ ସେଗୁଡ଼ିକ ଗ୍ରୀଷ୍ମ ପ୍ରବାହିତ ପାଗରେ ବୃଦ୍ଧି ହୁଏ ଏବଂ ଅଳ୍ପ ଜଲରାଶିରେ ଜୀବିତ ରହନ୍ତି ।
- ଜୀତ ବୃକ୍ଷର ଫଳ ସବୁଜ ହୋଇ ଆରମ୍ଭ ହୁଏ ଏବଂ ପାଚିଲା ବେଳକୁ ତାହା କଳା ରଙ୍ଗ ଦେଖାଯାଏ ଜୀତ ଫଳ ଖାଦ୍ୟଉପଯୋଗୀ ଏବଂ ଏଥିରୁ ତେଲ ମଧ୍ୟ ବାହାର କରାଯାଏ ।
- ଜୀତ ତେଲ ଷ୍ଟୋଭରେ ରାନ୍ଧିବା ଓ ଧାର୍ମିକ ରୀତି ନିମନ୍ତେ ବ୍ୟବହାର କରାଯାଏ ।
- ବାଇବେଲରେ, ଜୀତ ବୃକ୍ଷ ଏବଂ ଏହାର ଶାଖା ବେଳେ ବେଳେ ଲୋକମାନଙ୍କ ନିମନ୍ତେ ଉପମାରେ ବ୍ୟବହାର ହୋଇଥାଏ ।
(ଲଣ୍ଠନ, ସମୁଦ୍ର, ଜୀତ ପର୍ବତ:ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ ବଂଶାବଳୀ 27:28-29
- ଦ୍ୱିତୀୟ ବିବରଣ 6:10-12
- ଯାତ୍ରା 23:10-11
- ଆଦି ପୁସ୍ତକ 8:11
- ଯାକୁବ 3:12
- ଲୂକ 16:6
- ଗୀତସଂହିତା 52:8
ଶବ୍ଦବିନ୍ୟାସ :
- Strong’s: H2132, H3323, H8081, G00650, G16360, G16370, G25650
ଝରଣା, ଉତ୍ସ, ନିର୍ଝର
ପରିଭାଷା:
“ଉତ୍ସ “ଓ “ଝରଣା “ଶବ୍ଦ ସାଧାରଣ ଭାବରେ ବହୁତ ପରିମାଣର ଜଳ ପ୍ରାକୃତିକ ରୂପରେ ଭୂମି ତଳୁ ବାହାରି ଆସିବାକୁ ଦର୍ଶାଏ I
- ଏହି ଶବ୍ଦ ସବୁ ସାଙ୍କେତିକ ରୂପରେ ବାଇବେଲରେ ବ୍ୟବହାର କରାଯାଇଅଛି , ପରମେଶ୍ୱରଙ୍କଠାରୁ ଆଶୀର୍ବାଦ ଝରି ଆସୁଛିକୁ ଦର୍ଶାଏ କିମ୍ବା କୌଣସି ବସ୍ତୁକୁ ଧୌତ କରିବା କିମ୍ବା ସଫା କରିବାକୁ ଦର୍ଶାଏ I
- ଆଧୁନିକ ସମୟରେ, ଏକ ଝରଣା ବାଧ୍ୟତା ମୁଳ ବସ୍ତୁକୁ ଦେଖାଏ ଯେଉଁଠାରୁ ପାଣି ପ୍ରବାହିତ ହୁଏ, ଯେପରି କି ପେୟଜଳ ନିର୍ଝର I ସୁନିଶ୍ଚିନ୍ତ ହୁଅନ୍ତୁ କି ଏହି ଶବ୍ଦର ଅନୁବାଦ ଏକ ପ୍ରାକୃତିକ ଉତ୍ସରୁ ଜଳ ପ୍ରବାହିତ ହେବାକୁକୁ ଦର୍ଶାଉ ଥିବା ଆବଶ୍ୟକ ଅଟେ I
- ଏହି ଶବ୍ଦର ଅନୁବାଦକୁ “ଜଳ ପ୍ରଳୟ” ଶବ୍ଦ ସହ ତୁଳନା କରନ୍ତୁ I
(ଜଳ ପ୍ରଳୟ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0953, H1530, H1543, H3222, H4002, H4161, H4456, H4599, H4726, H5033, H5869, H5927, H6524, H6779, H8444, H8666, G02420, G40770
ଝୁଣ୍ଟିବା, ଅବରୋଧ
ପରିଭାଷା:
“ଝୁଣ୍ଟିବା” ଅର୍ଥ ଚାଲିବା ସମୟରେ “ପ୍ରାୟ ପଡ଼ିବା” କୁ ବୁଝାଏ । ସାଧାରଣତଃ, ଏହା କୌଣସି ବସ୍ତୁ ଉପରେ ଝୁଣ୍ଟି ପଡ଼ିବାକୁ ଅନ୍ତର୍ଭୁକ୍ତ କରେ |
- ସାଙ୍କେତିକ ଭାବରେ, " ଝୁଣ୍ଟିବା " ଅର୍ଥ ବିଶ୍ଵାସରେ "ପାପ" କରିବାକୁ ବୁଝାଏ |
- ଏହି ଶବ୍ଦ ଦୁଦ୍ଧ କିମ୍ବା ନିର୍ଯ୍ୟାତନା କିମ୍ବା ଦଣ୍ଡ ଦିଆଯିବା ସମୟରେ ଦୁର୍ବଳତା ଦେଖାଇବାକୁ ମଧ୍ୟ ବୁଝାଇପାରେ |
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେଉଁ ପ୍ରସଙ୍ଗରେ " ଝୁଣ୍ଟିବା" ଶବ୍ଦର ଅର୍ଥ କୌଣସି ବସ୍ତୁ ଉପରେ ଶାରୀରିକ ଭାବରେ ଆଘାତ ହେବାକୁ, ଏକ ଶବ୍ଦ ସହ ଅନୁବାଦ କରାଯିବା ଉଚିତ ଯାହାର ଅର୍ଥ "ପ୍ରାୟ ପତନ" କିମ୍ବା " ଝୁଣ୍ଟିବା" ଅଟେ |
- ଏହାର ଆକ୍ଷରିକ ଅର୍ଥକୁ ମଧ୍ୟ ଏକ ସାଙ୍କେତିକ ପ୍ରସଙ୍ଗରେ ବ୍ୟବହୃତ ହୋଇପାରେ ଯଦି ଏହା ସେହି ପ୍ରସଙ୍ଗରେ ପ୍ରକୃତ ଅର୍ଥକୁ ପ୍ରକାଶ କରେ |
- ସାଙ୍କେତିକ ବ୍ୟବହାର ପାଇଁ ଯେଉଁଠାରେ ଆକ୍ଷରିକ ଅର୍ଥ ସ୍ଥାନୀୟ ଭାଷାରେ ବୁଝାପଡେ ନାହିଁ, ପ୍ରସଙ୍ଗ ଉପରେ ନିର୍ଭର କରି “ଝୁଣ୍ଟିବା” ଶବ୍ଦକୁ “ପାପ” କିମ୍ବା “ଥଙ୍ଗେଇ ହେବା” କିମ୍ବା “ବିଶ୍ୱାସ ବନ୍ଦ କରିବା” କିମ୍ବା “ଦୁର୍ବଳ ହେବା” ବୋଲି ଅନୁବାଦ ହୋଇପାରେ |
- ଏହି ଶବ୍ଦକୁ “ପାପ କରିବାରୁ ନିବୃତ୍ତ” କିମ୍ୱା “ଅବିଶ୍ୱାସ ପାଇଁ ଅବରୋଧ” ବୋଲି ଅନୁବାଦ ହୋଇପାରେ |
- " ଝୁଣ୍ଟି ପଡିଲା" ବାକ୍ୟାଂଶକୁ "ଦୁର୍ବଳ ହେବାର କାରଣ" କିମ୍ବା " ଥଙ୍ଗେଇ ହେବାର କାରଣ" ବୋଲି ଅନୁବାଦ କରାଯାଇପାରେ |
(ବିଶ୍ୱାସ, ତାଡନା, ପାପ, ଝୁଣ୍ଟି: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1762, H3782, H4383, H5062, H5063, H5307, H6328, H6761, H8058, G06790, G43480, G43500, G44170, G46240, G46250
ଟୋକେଇ, ଟୋକେଇପୂର୍ଣ୍ଣ
ପରିଭାଷା:
“ଟୋକେଇ” ବୁଣା ସାମଗ୍ରୀରେ ନିର୍ମିତ ଏକ ପାତ୍ରକୁ ବୁଝାଏ ׀
- ବାଇବେଲ ସମଯରେ ଟୋକେଇଗୁଡ଼ିକ ଶକ୍ତିଶାଳୀ ଉଦ୍ଭିଦ ସାମଗ୍ରୀରେ ବୁଣା ଯାଉଥିଲା, ଯେପରିକି ଗଛର ଡାଳ କିମ୍ବା ଚୋପାରୁ ׀
- ଟୋକେଇକୁ ଜଳପ୍ରବାହ ପଦାର୍ଥ ସହ ଆବୃତ କରାଯାଇପାରେ ଯାହା ଦ୍ଵାରା ଏହା ଭାସମାନ ହୋଇରହିପାରିବ ׀
- ଯେତେବେଳେ ମୋଶା ଶିଶୁଥିଲେ ତାଙ୍କ ମାତା ଗୋଟିଏ ଜଳ ରୋଧକ ଟୋକେଇ ପ୍ରସ୍ତୁତ କରି ନୀଳ ନଦୀର ଗୋଟିଏ ବୁଦାରେ ଭସାଇ ଦେଇଥିଲେ ׀
- ଟୋକେଇ ଶବ୍ଦଟି ଏହି ଗଳ୍ପରେ ଯେଉଁ ଉଦ୍ଦ୍ୟେଶରେ ଅନୁବାଦିତ ହୋଇଅଛି ସେହି ସମାନ ଶବ୍ଦ ନୋହଙ୍କ ଜାହାଜର “ସିନ୍ଦୁକ” ସହ ଅନୁବାଦିତ ହୋଇଅଛି ׀ ଏହି ଦୁଇ ଶବ୍ଦର ସାଧାରଣ ଅର୍ଥ ଭାସୁଥିବା ପାତ୍ର ଅଟେ ׀
(ଦେଖନ୍ତୁ: ସିନ୍ଦୁକ, ମୋଶା, ନୀଳନଦୀ, ନୋହ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H0374, H1731, H1736, H2935, H3619, H5536, H7991, G28940, G34260, G45530, G47110
ଡିମିରି ଫଳ
ପରିଭାଷା:
ଡିମିରି ଫଳ ଏକ ଛୋଟ, କୋମଳ ଓ ମିଠା ଫଳ ଯାହା ଗଚ୍ଛରେ ଫଳେ I ଯେତେବେଳେ ଏହି ଫଳ ପାଚିଯାଏ, ଏହା ଅଲଗା ଅଲଗା ରଙ୍ଗ ର ହୁଏ ଯେପରି କି ମାଟିଆ, ହଳଦିଆ ଓ ବାଇଗଣିଆ I
- ଡିମିରି ଗଚ୍ଛ 6 ମିଟରଯାଏ ଉଚ୍ଚ ହୁଏ ଓ ତାହାର ବଡ଼ ପତ୍ର ଆନନ୍ଦଦାୟକ ଛାଇ ପ୍ରଦାନ କରେ I ଫଳ 3-5 ମିଟର ଲମ୍ବା ହୁଏ I
- ଆଦମ ଓ ହବା ପାପ କଲା ପରେ ନିଜକୁ ଡିମିରି ବୃକ୍ଷର ପତ୍ରରେ ଆବୋରି ଥିଲେ I
- ଡିମିରି ଫଳ କଚା, ରନ୍ଧା କିମ୍ବା ସୁଖେଇ କି ଖାଇ ହୁଏ I ଲୋକମାନେ ସେ ସବୁକୁ ଚୁନା କରନ୍ତି, ଦଳନ୍ତି ଓ ପିଠା ବନାଈ ପରବର୍ତ୍ତୀ ସମୟ ପାଇଁ ରଖନ୍ତି I
- ବାଇବେଲରେ ଡିମିରି ଫଳ ଖାଦ୍ୟ ନିମନ୍ତେ ଓ ଆୟ ନିମନ୍ତେ ଅତି ମହତ୍ଵ ପୂର୍ଣ୍ଣଥିଲା I
- ଫଲବନ୍ତ ଡିମିରି ବୃକ୍ଷର ଉପସ୍ଥିତି ଫଲବନ୍ତ ଜୀବନର ଚିହ୍ନ ସ୍ୱରୂପେ ବାଇବେଲରେ ଲଗାତର ଲେଖା ଯାଇଅଛି I
- ଅନେକ ସମୟରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଆତ୍ମିକ ସତ୍ୟତା ଶିକ୍ଷା ଦେବା ନିମନ୍ତେ ଡିମିରି ବୃକ୍ଷର ଦୃଷ୍ଟାନ୍ତ ଦେଉଥିଲେ I
ବାଇବେଲ ଟିପ୍ପଣୀ:
ଶବ୍ଦବିନ୍ୟାସ :
- Strong’s: H1061, H1690, H6291, H8384, G36530, G48080, G48100
ଢାଲ
ପରିଭାଷା:
ଶତ୍ରୁ ଅସ୍ତ୍ରରେ ଆଘାତ ନହେବା ପାଇଁ ଯୁଦ୍ଧରେ ଜଣେ ସୈନିକ ବ୍ୟବହାର କରୁଥିବା ଏକ ଅସ୍ତ୍ର ଅଟେ | କାହାକୁ “ଢାଲ” କରିବା ଅର୍ଥ ସେହି ବ୍ୟକ୍ତିଙ୍କୁ କ୍ଷତିରୁ ରକ୍ଷା କରିବା ଅଟେ |
-
ଢାଲର ଆକୃତି ଗୋଲାକାର କିମ୍ୱା ଅଣ୍ଡାକାର ଅଟେ, ଏହା ଚମଡା, କାଠ କିମ୍ୱା ଧାତୁ ଦ୍ୱାରା ପ୍ରସ୍ତୁତ ଏବଂ ଏହା ଖଣ୍ଡା କିମ୍ୱା ତୀର ମାଡରୁ ସୁରକ୍ଷା ଦେବାର ସମର୍ଥ ଥାଏ |
-
ଏହି ଶବ୍ଦକୁ ଉପମା ଭାବେ ବ୍ୟବହାର କରି ବାଇବେଲରେ ସଦାପ୍ରଭୁ ଯେ ତାଙ୍କର ଲୋକମାନଙ୍କୁ ସୁରକ୍ଷାର ଢାଲ ସ୍ୱରୂପ ଅଟନ୍ତି ତାହା ପ୍ରକାଶ କରେ | (ଉପମା ଦେଖନ୍ତୁ)
-
ପାଉଲ “ବିଶ୍ୱାସର ଢାଲ” ବିଷୟରେ କହନ୍ତି ଯାହା ଆଳଙ୍କାରିକ ଭାବେ କୁହାଯାଇପାରେ ଯେ ଯୀଶୁଙ୍କଠାରେ ବିଶ୍ୱାସ ଏବଂ ବିଶ୍ୱାସରେ ଈଶ୍ୱରଙ୍କର ଆଜ୍ଞା ବହତା ଜୀବନଯାପନ କରିବା ବିଶ୍ୱାସୀମାନଙ୍କୁ ଶୟତାନ ଆତ୍ମିକ ଆକ୍ରମଣରୁ ରକ୍ଷା କରେ |
( ବିଶ୍ୱାସ, ବାଧ୍ୟତା, ସୟତାନ, ଆତ୍ମା ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
- ପ୍ରଥମ ରାଜାବଳୀ 14: 26
- ଦ୍ଵିତୀୟ ବଂଶାବଳୀ 23:8-9
- ଦ୍ଵିତୀୟ ଶାମୁୟେଲ 22:36
- ଦ୍ୱିତୀୟ ବିବରଣ 33:29
- ଗୀତସଂହିତା 18:35-36
ଶବ୍ଦବିନ୍ୟାସ :
- Strong’s: H2653, H3591, H4043, H5437, H5526, H6793, H7982, G23750
ଢାଲ, ବୁକୁପଟା
ପରିଭାଷା:
“ଢାଲ” ଶବ୍ଦ ଯୁଦ୍ଧ ସମୟରେ ଜଣେ ସୈନିକକୁ ସୁରକ୍ଷା ଦେବା ପାଇଁ ଛାତିର ସମ୍ମୁଖ ଭାଗକୁ ଆଚ୍ଛାଦନ କରୁଥିବା ଏକ ଅସ୍ତ୍ରଶସ୍ତ୍ରକୁ ବୁଝାଏ | “ବୁକୁପଟା” ଶବ୍ଦଏକ ବିଶେଷ ପୋଷାକକୁ ବୁଝାଏ ଯାହା ଇସ୍ରାଏଲର ମହାଯାଜକ ତାଙ୍କ ଛାତିର ଆଗ ଭାଗରେ ପିନ୍ଧିଥିଲେ |
- ଜଣେ ସୈନିକ ଦ୍ୱାରା ବ୍ୟବହୃତ “ଢାଲ” କାଠ, ଧାତୁ କିମ୍ବା ପଶୁ ଚର୍ମରେ ତିଆରି ହୋଇଥାଏ | ଏହା ତୀର, ବର୍ଚ୍ଛା କିମ୍ବା ଖଣ୍ଡାକୁ ସୈନିକର ଛାତିରେ ବିଦ୍ଧ ନକରିବା ପାଇଁ ନିର୍ମାଣ କରାଯାଏ |
- ଇସ୍ରାଏଲର ମହାଯାଜକ ପିନ୍ଧିଥିବା “ବୁକୁପଟା” କପଡ଼ାରେ ତିଆରି ହୋଇ ବହୁମୂଲ୍ୟ ପଥରରେ ସଜାଯାଉଥିଲା। ମନ୍ଦିରରେ ଈଶ୍ଵରଙ୍କର ସେବା କରିବା ସମୟରେ ଯାଜକ ଏହାକୁ ପିନ୍ଧୁଥିଲେ।
- " ଢାଲ " ଶବ୍ଦର ଅନୁବାଦ କରିବାର ଅନ୍ୟ ଉପାୟଗୁଡ଼ିକ ହେଲା "ଧାତୁ ପ୍ରତିରକ୍ଷା ଛାତି ଆବରଣ" କିମ୍ବା "ଛାତି ରକ୍ଷା କରୁଥିବା ବାହୁବଳୀ" |
- " ବୁକୁପଟା " ଶବ୍ଦକୁ "ଛାତି ଆଚ୍ଛାଦନ କରୁଥିବା ଯାଜକ ପୋଷାକ" କିମ୍ବା "ଯାଜକୀୟ ବସ୍ତ୍ରଖଣ୍ଡ" କିମ୍ବା "ଯାଜକଙ୍କ ପୋଷାକର ଆଗ ଖଣ୍ଡ" ବୋଲି ଅନୁବାଦ କରାଯାଇପାରେ |
(ଅସ୍ତ୍ର, ମହାଯାଜକ, ବେଦ୍ଧ, ଯାଜକ, ମନ୍ଦିର, ସୈନିକ ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ:
- Strong’s: H2833, H8302, G23820
ତୈଳ
ପରିଭାଷା:
ତୈଳ ମୋଟା, ସ୍ପଷ୍ଟ ତରଳ ପଦାର୍ଥ ଅଟେ ଯାହା ନିର୍ଦ୍ଧିଷ୍ଟ ବନସ୍ପତିରୁ ନିଆଯାଏ । ବାଇବେଲ ସମୟରେ, ଜୀତ ବୃକ୍ଷର ତେଲକୁ ବ୍ୟବହାର କରାଯାଉଥିଲା ।
- ଜୀତ ତେଲ ରାନ୍ଧିବା, ଅଭିଷେକ, ବଳିଦାନ, ଲଣ୍ଠନରେ ଏବଂ ଔଷଧ ରୂପରେ ବ୍ୟବହାର କରୁଥିଲେ ।
- ପ୍ରାଚୀନ କାଳରେ, ଜୀତ ତେଲ ବହୁମୂଲ୍ୟ ଥିଲା ଏବଂ ଜୀତ ତେଲକୁ ଜଣକର ସମ୍ପତ୍ତି ସହିତ ତୁଳନା କରାଯାଉଥିଲା।
- ନିଶ୍ଚିତ କରନ୍ତୁ ଯେ ଏହି ଶବ୍ଦର ଅନୁବାଦ ମୋଟର ତେଲକୁ ନୁହେଁ, ରୋଷେଇରେ ବ୍ୟବହାର କରାଯାଉଥିବା ତେଲକୁ ଦର୍ଶାଏ । ବିଭିନ୍ନ ପ୍ରକାରର ତେଲ ପାଇଁ କେତେକ ଭାଷାରେ ଭିନ୍ନ ଶବ୍ଦ ଥାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2091, H3323, H4887, H6671, H7246, H8081, G16370, G34640
ଦମନ କରିବା, ଦମନ ହେବା, ଦମନ, ଦମନକାରୀ, ପ୍ରଭୃତ୍ୱ ଜାହିର କରିବା
ପରିଭାଷା:
“ଦମନ କରିବା” ଏବଂ “ଦମନ ହେବା” ଶବ୍ଦ ଲୋକମାନଙ୍କୁ କଠୋର ବ୍ୟବହାର କରିବାକୁ ବୁଝାଏ I ଜଣେ “ଦମନକାରୀ” ଜଣେ ବ୍ୟକ୍ତି ଅଟେ ଯିଏ ଲୋକମାନଙ୍କ ଉପରେ ଅତ୍ୟାଚାର କରେ I
- “ଦମନ” ଶବ୍ଦ ଏକ ପରିସ୍ଥିତିକୁ ବୁଝାଏ ଯେଉଁଠି ଅଧିକାର ପ୍ରାପ୍ତ ଲୋକ କିମ୍ୱା ଯେଉଁମାନେ ଅଧିକାର ପ୍ରାପ୍ତ ଲୋକମାନଙ୍କ ଅଧିନରେ ଅଛନ୍ତି ସେମାନଙ୍କୁ ଅତ୍ୟାଚାର କରିବାକୁ ବୁଝାଏ I
- ଯେଉଁ ଲୋକମାନେ ଶୋଷଣ ହେଉଛନ୍ତି ସେମାନଙ୍କୁ “ଦଳିତ” ବୋଲି ବର୍ଣ୍ଣନା କରାଯାଏ I
- ସାଧାରଣତଃ ଶତ୍ରୁ ଜାତିଗଣ ଏବଂ ସେମାଙ୍କର ଶାସକ ଇସ୍ରାଏଲ ଲୋକମାନଙ୍କୁ ଶୋଷଣ କରୁଥିଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଦଳିତ” ଶବ୍ଦର ପୃଷ୍ଥଭୂମିକୁ ଆଧାର କରି, “କଠୋରତା ସହ ଅତ୍ୟାଚାର କରିବା” କିମ୍ୱା “ବୋଝ ଉପରେ ନଳିତା ବିଡା ଦେବା” କିମ୍ୱା “ଦୁଃଖ ଉପରେ ଦୁଃଖକୁ ଲଦିଦେବା” କିମ୍ୱା “କଠୋରତାରେ ଶାସନ କରିବା” ବୋଲି ଅନୁବାଦ କରାଯାଇପାରେ I
- “ଅତ୍ୟାଚାର” ଶବ୍ଦକୁ “ଅସହ୍ୟ ଦୁଃଖ ଏବଂ ବନ୍ଧନରେ ରଖିବା” କିମ୍ୱା “ପରାଧିନ ଜୀବନ” ବୋଲି ଅନୁବାଦ କରାଯାଇପାରିବ I
- “ଅତ୍ୟାଚାରୀ” ଶବ୍ଦକୁ“ ଦଳିତ ଲୋକ” କିମ୍ୱା “ଦାସତ୍ଵରେ ଥିବା ଲୋକ” କିମ୍ୱା “ଯେଉଁମାନଙ୍କୁ ଅତି ନିଷ୍ଠୁର ବ୍ୟବହୃତ” ବୋଲି ଅନୁବାଦ କରାଯାଇପାରେ I
- “ଅତ୍ୟାଚାରୀ” ଶବ୍ଦକୁ “ବ୍ୟକ୍ତି ଯିଏ ଅତ୍ୟାଚାର କରେ” କିମ୍ୱା “ଦେଶ ଯାହା ବଶୀଭୂତ କିମ୍ୱା କଠୋର ଶାସନ କରେ”, କିମ୍ୱା “ତାଡନାକାରୀ” ବୋଲି ଅନୁବାଦ କରାଯାଇପାରେI
( ବନ୍ଦୀ, କ୍ରିତଦାସ, ତାଡନା: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ ଶାମୁୟେଲ 10:17-19
- ଦ୍ୱିତୀୟ ବିବରଣ 26:7
- ଉପଦେଶକ 4:1
- ଆୟୁବ 10:3
- ବିଚାରକର୍ତ୍ତା 2:18-19
- ନିହିମୀୟା 5:14-15
- ଗୀତସଂହିତା 119:134
ଶବ୍ଦବିନ୍ୟାସ :
- Strong’s: H1790, H1792, H2541, H2555, H3238, H3905, H3906, H4642, H5065, H6031, H6125, H6184, H6206, H6216, H6217, H6231, H6233, H6234, H6693, H7429, H7533, H7701, G26160, G26690
ଦିନ
ପରିଭାଷା:
“ଦିନ” ଶବ୍ଦ ସାଧାରଣତଃ ଏକ ସମୟ ଚକ୍ର (ଅର୍ଥାତ୍ 24 ଘଣ୍ଟା) ସଂପୂର୍ଣ୍ଣ କରିବା ପାଇଁ ଆକାଶରେ ଆଲୋକ ଏବଂ ଅନ୍ଧକାରର ବିକଳ୍ପ ସମୟ ପାଇଁ ଆବଶ୍ୟକ କରୁଥିବା ସମୟକୁ ସୂଚିତ କରେ ׀ ତଥାପି, ବାଇବେଲରେ ସମାନ ଶବ୍ଦ ପ୍ରାୟତଃ ଏକ ସ୍ୱଳ୍ପ ସମୟ (ଯେପରିକି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟୋସ୍ତ ମଧ୍ୟରେ ସମୟ ବ୍ୟବଧାନ ) କିମ୍ବା ଏକ ଦୀର୍ଘ ସମୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଯାହା ପ୍ରାୟତଃ ନିର୍ଦ୍ଦିଷ୍ଟ ହୋଇ ନ ଥାଏ ׀
- “ଦିନ” ବେଳେବେଳେ “ରାତ୍ରି” ଶବ୍ଦର ବିପରୀତରେ ବ୍ୟବହୃତ ହୁଏ ׀ ଏହି କ୍ଷେତ୍ରରେ, ଏହି ଶବ୍ଦଟି ସମୟକୁ ବୁଝାଏ ଯେତେବେଳେ ଆକାଶ ଅଲୋକିତ ହୁଏ ׀
- ଏହି ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ସମୟର ଅବଧିକୁ ସୂଚାଇପାରେ, ଯେପରିକି “ଆଜି” ׀
- ବେଳେବେଳେ “ଦିନ” ଶବ୍ଦ ସାଙ୍କେତିକ ଭାବରେ ଏକ ଦୀର୍ଘ ସମୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ, ଯେପରିକି “ଯିହୋବାଙ୍କ ଦିନ” କିମ୍ବା “ଶେଷ ଦିନ” ׀ କେତେକ ଭାଷା ଏହି ସାଙ୍କେତିକ ବ୍ୟବହାରକୁ ଅନୁବାଦ କରିବା ପାଇଁ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା “ଦିନ” ଶବ୍ଦକୁ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ ׀
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ ଆକ୍ଷରିକ ଭାବରେ “ଦିନ” କିମ୍ବା “ଦିନ ସମୟ” ବୋଲି ଅନୁବାଦ କରିବା ସର୍ବୋତ୍ତମ ଅଟେ, ଯାହା ଆପଣଙ୍କ ଭାଷାରେ ଦିନର ଆଲୋକର ଅଂଶକୁ ଦର୍ଶାଏ ׀
- “ଦିନ” ଶବ୍ଦର ଅନ୍ୟ ଅନୁବାଦଗୁଡ଼ିକ ପ୍ରସଙ୍ଗକୁ ଆଧାର କରି “ଦିନ”, “ସମୟ”, “ୠତୁ”, “ଉତ୍ସବ” କିମ୍ବା “ଘଟଣା” ବୋଲି ଅନୁବାଦ କରାଯାଇପାରେ ׀
( ସମୟ ବିଚାର ଦିନ, ଶେଷ ଦିନ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3117, H3118, H6242, G22500
ଦୀନ, ଦୀନତା
ପରିଭାଷା:
“ଦୀନ” ଶବ୍ଦ ସେହି ବ୍ୟକ୍ତିକୁ ଦର୍ଶାଏ ଯେ ଭଦ୍ର, ସମର୍ପିତ ଓ ଯେ ସ୍ୱଇଚ୍ଛାରେ ଅନ୍ୟାୟକୁ ସହିପାରେ I “ଦୀନତା” ଏକ ଦକ୍ଷତା ଅଟେ ଭଦ୍ର ବ୍ୟକ୍ତି ହେବା ନିମନ୍ତେ କଠୋରତା କିମ୍ବା ବଳ ପୂର୍ବକ ଘଟଣା ସହ୍ୟ କରିବା I
- ଅନେକ ସମୟରେ “ଦୀନତା” ନମ୍ରତା ସହିତ ସମ୍ପୃକ୍ତ ଥାଏ I
- ଏହି ଶବ୍ଦକୁ “ଭଦ୍ର” କିମ୍ବା “ସରଳ ବ୍ୟବହାର” କିମ୍ବା “ମିଷ୍ଟାନ କ୍ରୋଧ” ବୋଲି ଅନୁବାଦ କରାଯାଇପାରେ I
- “ଦୀନତା” ଶବ୍ଦକୁ “ଭଦ୍ରତା” କିମ୍ବା “ନମ୍ରତା” ବୋଲି ଅନୁବାଦ କରାଯାଇପାରେ I
( ନମ୍ର: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H6035, H6037, G42350, G42360, G42390, G42400
ଦୀପ୍ତି, ଜ୍ୟୋତିଷ୍କ, ଆଲୋକ, ଆଲୋକିତ, ଆଲୋକପାତ
ପରିଭାଷା:
ବାଇବେଲରେ “ଦୀପ୍ତି” ନିମନ୍ତେ ଅନେକ ସାଙ୍କେତିକ ଶବ୍ଦ ବ୍ୟବହାର କରା ଯାଇଆଛି I ଏହା ଅନେକ ସମୟରେ ଧାର୍ମିକତା, ପବିତ୍ରତା, ଏବଂ ସତ୍ୟ ନିମନ୍ତେ ରୂପକ ଭାବରେ ବ୍ୟବହାର କରାଯାଏ I
- ଈଶ୍ଵରଙ୍କ ପ୍ରକୃତ ବାର୍ତ୍ତା ଜଗତକୁ ଆଣିବାକୁ ଏବଂ ଲୋକମାନଙ୍କୁ ସେମାନଙ୍କର ପାପର ଅନ୍ଧକାରରୁ ଉଦ୍ଧାର କରିବାକୁ ଯୀଶୁ କହିଲେ, ମୁଁ ଜଗତର ଦୀପ୍ତି ଅଟେI”
- “ଆଲୋକରେ ଚାଲିବା “ନିମନ୍ତେ ଖ୍ରୀଷ୍ଟିୟାନ ଲୋକମାନଙ୍କୁ ଆଜ୍ଞା କରାଯାଇଅଛି ତାହାର ଅର୍ଥ ସେମାନେ ଏହି ପ୍ରକାର ଜୀବନଯାପନ କରିବେ ଯାହା ଈଶ୍ୱର ସେହିମାନଙ୍କଠାରୁ ଚାହାନ୍ତି ଏବଂ ପାପରୁ ଦୂରରେ ରହିବେ I
- ପ୍ରେରିତ ଯୋହନ କହିଲେ ଯେ, “ଈଶ୍ୱର ଦୀପ୍ତି ଅଟନ୍ତି” ଏବଂ ତାହାଙ୍କଠାରେ ଲେସମାତ୍ର ଅନ୍ଧକାର ନାହିଁ I
- ଯୀଶୁ କହିଲେ,” ସେ ଜଗତର ଦୀପ୍ତି ଅଟନ୍ତି” ତେଣୁ ତାହାଙ୍କ ଅନୁଗାମୀମାନେ ଏହି ଜଗତରେ ଉତ୍ତମ ରୂପରେ ଜୀବନଯାପନ କରି, ଈଶ୍ୱର କେତେ ମହାନ ଅଟନ୍ତି ଦେଖାଇବାକୁ ଆଲୋକ ପରି ଚମକିବେ I
- ”ଆଲୋକରେ ଚାଲିବା” ଦେଖାଏ ଏହି ପ୍ରକାର ଆଲୋକ ଯାହା ଉତ୍ତମ ଏବଂ ଠିକ କାମକରି ଈଶ୍ୱରକୁ ଆନନ୍ଦିତ କରେ I ”ଅନ୍ଧକାରରେ ଚାଲିବା” ଦେଖାଏ, ଈଶ୍ୱର ବିରୋଧରେ ବିଦ୍ରୋହର ଜୀବନ ଏବଂ ମନ୍ଦ କାମ କରିବା ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଆଲୋକ” ଏବଂ “ଅନ୍ଧକାର” ଶବ୍ଦ ସାଙ୍କେତିକ ଭାବେ ବ୍ୟବହାର ହୋଇଥିଲେ ମଧ୍ୟ ଆକ୍ଷରିକ ଭାବରେ ଅନୁବାଦ କରିବା ଉଚିତ I
- ପାଠ୍ୟରେ ତୁଳନାକୁ ବ୍ୟାଖ୍ୟା କରିବା ଆବଶ୍ୟକ ହୋଇପାରେ I ଉଦାହରଣ ସ୍ୱରୂପ, “ଆଲୋକର ସନ୍ତାନ ପରି ଚାଲ” ବାକ୍ୟକୁ “ଧାର୍ମିକ ଜୀବନଯାପନ କରିବା, ଯେପରି ଜଣେ ଉଜ୍ଜ୍ୱଳ ସୂର୍ଯ୍ୟ ଆଲୋକରେ ଚାଲେ” ବୋଲି ଅନୁବାଦ କରାଯାଇପାରେ I
- ନିଶ୍ଚିତ କରନ୍ତୁ ଯେ "ଆଲୋକ" ଶବ୍ଦର ଅନୁବାଦ ଏକ ବସ୍ତୁକୁ ସୂଚୀତ ନ କରେ ଯାହା ଆଲୋକ ପ୍ରଦାନ କରେ, ଯେପରିକି ପ୍ରଦୀପ I ଏହି ଶବ୍ଦର ଅନୁବାଦ ଆଲୋକକୁ ସ୍ଵୟଂ ସୂଚିତ କରିବା ଉଚିତ ଅଟେ I
(ଅନ୍ଧକାର, ପବିତ୍ର, ବୁଦ୍ଧି, ଧାର୍ମିକ, ସତ୍ୟ, ଆନନ୍ଧ: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ ଯୋହନ 1:7
- ପ୍ରଥମ ଯୋହନ 2:8
- ଦ୍ଵିତୀୟ କରିନ୍ଥୀୟ 4:6
- ପ୍ରେରିତ 26:18
- ଯିଶାଇୟ 2:5
- ଯୋହନ 1:5
- ମାଥିଉ 5:16
- ମାଥିଉ 6:23
- ନିହିମୀୟା 9:12-13
- ପ୍ରକାଶିତ ବାକ୍ୟ 18:23-24
ଶବ୍ଦବିନ୍ୟାସ :
- Strong’s: H0216, H0217, H3313, H3974, H5051, H5094, H5105, H5216, H7837, G06810, G07960, G16450, G29850, G30880, G53380, G54570, G54580, G54600, G54620
ଦୁଃଖ ଭୋଗିବା, ଦୁଃଖଭୋଗ
ପରିଭାଷା:
“ଦୁଃଖ ଭୋଗିବା” ଏବଂ “ଦୁଃଖୀଭୋଗ “ଶବ୍ଦ ଅପ୍ରିୟ ପରିସ୍ଥିତି ଯଥା ରୋଗ, ଯନ୍ତ୍ରଣା, କିମ୍ୱା ଅନ୍ୟାନ୍ୟ କ୍ଲେଶଗୁଡ଼ିକୁ ଅନୁଭବ କରିବାକୁ ବୁଝାଏ I
- ଯେତେବେଳେ ଲୋକମାନେ ନିର୍ଯ୍ୟାତିତ ହୁଅନ୍ତି କିମ୍ୱା ଅସୁସ୍ଥ ହୁଅନ୍ତି ସେତେବେଳେ ସେମାନେ ଦୁଃଖ ଭୋଗ କରନ୍ତି I
- ବେଳେବେଳେ ଲୋକମାନେ ସେମାନେ କରିଥିବା ଭୁଲ କାର୍ଯ୍ୟ ଯୋଗୁଁ ଦୁଃଖ ପାଆନ୍ତି; ଅନ୍ୟ ସମୟରେ ଜଗତରେ ପାପ ଏବଂ ରୋଗ ହେତୁ ସେମାନେ ଦୁଃଖ ପାଆନ୍ତି I
- ଦୁଃଖ ଭୋଗ ଶାରୀରିକ ହୋଇପାରେ, ଯେପରିକି ଯନ୍ତ୍ରଣା କିମ୍ବା ଅସୁସ୍ଥତା ଅନୁଭବ କରିବା I ଏହା ଭାବପ୍ରବଣ ମଧ୍ୟ ହୋଇପାରେ, ଯେପରିକି ଭୟଭୀତ, ଦୁଃଖୀ କିମ୍ବା ଏକାକୀ ଅନୁଭବ କରିବା I
- “ମୋର ଦୁଃଖ ଉଠାଅ" ବାକ୍ୟାଂଶର ଅର୍ଥ "ମୋ ସହ ସହ୍ୟ କର" କିମ୍ବା "ମୋ କଥା ଶୁଣ" କିମ୍ବା "ଧୈର୍ଯ୍ୟର ସହିତ ଶୁଣ” ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଦୁଃଖ” ଶବ୍ଦକୁ “ଯନ୍ତ୍ରଣା ଅନୁଭବ କରିବା” କିମ୍ୱା “ଅସୁବିଧାର ସମ୍ମୁଖିନ ହେବା” କିମ୍ୱା “କାଠିନ୍ୟତାକୁ ସହ୍ୟ କରିବା” କିମ୍ୱା “କ୍ଳେଶ ଏବଂ ଯନ୍ତ୍ରଣା ଦେଇ ଗତିକରିବା” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗକୁ ଆଧାର କରି, “ଦୁଃଖଭୋଗ” ବାକ୍ୟାଂଶକୁ “ଅତ୍ୟନ୍ତ ଅସୁବିଧା ପରିସ୍ଥିତି” କିମ୍ୱା “ଅସହ୍ୟ କଷ୍ଟ“ କିମ୍ୱା “କ୍ଲେଶ ଅନୁଭବ” କିମ୍ୱା “ଯନ୍ତ୍ରଣା ସହ୍ୟ କରିବାର ସମୟ” ବୋଲି ଅନୁବାଦ କରାଯାଇପାରେ I
- “ଶୋଷରେ ଆଉଟୁ ପାଉଟୁ ହେବା” ବାକ୍ୟାଂଶକୁ “ଶୋଷ ଲାଗିବା” କିମ୍ବା “ଶୋଷରେ ପୀଡିତ” ବୋଲି ଅନୁବାଦ କରାଯାଇପାରେ I
- “କ୍ଲେଶ ସହ୍ୟ କରିବା“ ବାକ୍ୟାଂଶକୁ “ହିଂସା ଦେଇ ଗତିକରିବା” କିମ୍ୱା “ହିଂସାତ୍ମକ କାର୍ଯ୍ୟରେ ଆଘାତ ହେବା”ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
- ପ୍ରଥମ ଥେସଲନିକୀୟ 2:14-16
- ଦ୍ଵିତୀୟ ଥେସଲନୀକୀୟ 1:3-5
- ଦ୍ଵିତୀୟ ତୀମଥି 1:8
- ପ୍ରେରିତ 7:11-13
- ଯିଶାଇୟ 53:11
- ଯିରିମୀୟ 6:6-8
- ମାଥିଉ 16:21
- ଗୀତସଂହିତା 22:24
- ପ୍ରକାଶିତ ବାକ୍ୟ 1:9
- ରୋମୀୟ 5:3-5
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 9:13 ଈଶ୍ଵର କହିଲେ, ମୁଁ ମୋର ଲୋକମାନଙ୍କର ଦୁଃଖ ଦେଖିଅଛି I”
- 38:12 ଯୀଶୁ ତିନିଥର ପ୍ରାର୍ଥନା କଲେ, “ମୋର ପିତଃ, ଯଦି ସମ୍ଭବ, ଏହି ଦୁଃଖଭୋଗର ପାନପାତ୍ର ମୋଠାରୁ ଦୂର ହେଉ I”
- 42:3 ସେ (ଯୀଶୁ) ସେମାନଙ୍କୁ ମନେ ପକାଇ ଦେଲେ ଯେ ଭାବବାଦୀଗଣ ଭାବବାଣୀ କରିଥିଲେ ଯେ ମସୀହ ଦୁଃଖଭୋଗ କରିବେ ଏବଂ ମୃତ୍ୟୁ ବରଣ କରିବେ କିନ୍ତୁ ତୃତୀୟ ଦିନରେ ପୁନରୁତ୍ଥିତ ହେବେ I
- 42:7 ସେ (ଯୀଶୁ) କହିଲେ, “ଏହା ବହୁ ଆଗରୁ ଲେଖାଅଛି ଯେ ମସୀହ ଦୁଃଖଭୋଗ କରିବେ, ମୃତ୍ୟୁ ବରଣ କରିବେ, ଏବଂ ତୃତୀୟ ଦିନରେ ପୁନରୁତ୍ଥିତ ହେବେ I “
- 44:5 “ଯଦିଓ ତୁମ୍ଭେ ଯାହା କରୁଅଛ ବର୍ତ୍ତମାନ ବୁଝି ପାରୁନାହଁ, ଈଶ୍ୱର ତୁମ୍ଭର କାର୍ଯ୍ୟକୁ ବ୍ୟବହାର କରି ଭାବବାଣୀକୁ ସଫଳ କରିବେ ଯେ ମସୀହ ଦୁଃଖଭୋଗ କରିବେ ଏବଂ ମୃତ୍ୟୁ ବରଣ କରିବେ I“
- 46:4 ଈଶ୍ଵର କହିଲେ, ମୁଁ ତାଙ୍କୁ (ଶାଉଲ) ମନୋନୀତ କରିଅଛି ଉଦ୍ଧାର ପାଇ ନଥିଵା ସ୍ଥାନମାନଙ୍କରେ ମୋର ନାମକୁ ଘୋଷଣା କରିବ ମୁଁ ତାଙ୍କୁ ଦେଖାଇବି ସେ ମୋ ନିମନ୍ତେ କେତେ ଦୁଖାଭୋଗ କରିବ I “
- 50:17 ସେ (ଯୀଶୁ) ସମସ୍ତ ଲୁହ ପୋଛିଦେବେ ଏବଂ ସେଠାରେ ଆଉ ଦୁଃଖ, କ୍ଲେଶ, କ୍ରନ୍ଦନ, ମନ୍ଦ, ଯନ୍ତ୍ରଣା, କିମ୍ୱା ମୃତ୍ୟୁ ରହିବା ନାହିଁ I
ଶବ୍ଦବିନ୍ୟାସ :
- Strong’s: H0943, H1741, H1934, H4531, H5142, H5375, H5999, H6031, H6040, H6041, H6064, H6090, H6770, H6869, H6887, H7661, G00910, G09410, G09710, G22100, G23460, G23470, G25520, G25530, G25610, G38040, G39580, G43100, G47780, G47770, G48410, G50040
ଦୂଷିତ, ଦୂଷିତ କରିବା, ଦୂଷିତ ହେଲା
ପରିଭାଷା:
“ଦୂଷିତ” ଏବଂ “ଦୂଷିତ କରିବା” ଶବ୍ଦଟି କଳୁଷିତ ହେବାକୁ କିମ୍ବା ମଳିନ ହେବାକୁ ବୁଝାଏ । କେତେକ ବିଷୟ ଏକ ଶାରୀରିକ, ନୈତିକ, ବା କ୍ରିୟା ପଦ୍ଧତି ଅର୍ଥରେ କଳୁଷିତ ହୋଇପାରେ ।
- ଈଶ୍ୱର ଇସ୍ରାଏଲ ଜାତିଗଣକୁ ଖାଇବାରେ ବା ବସ୍ତୁଗୁଡ଼ିକୁ ଛୁଇଁବା ଦ୍ୱାରା ସେମାନଙ୍କୁ କଳୁଷିତ ନ ହେବାକୁ ସତର୍କ କଲେ ଯେପରି ସେ “ଅଶୁଚି” ଏବଂ “ଅପବିତ୍ର” ରୂପେ ଘୋଷଣା କରିଥିଲେ ।
- କେତେକ ବିଷୟ ଯେପରି ମୃତ ଶରୀରଗୁଡ଼ିକ ପୁଣି ସଂକ୍ରାମକ ରୋଗଗୁଡ଼ିକ ଈଶ୍ୱରଙ୍କ ଦ୍ୱାରା ଅଶୁଚି ବୋଲି ଘୋଷଣା କରାଯାଇଥିଲା ଏବଂ ଜଣେ ବ୍ୟକ୍ତି ଯଦି ସେଗୁଡ଼ିକୁ ଛୁଇଁବ ତେବେ ଦୂଷିତ ହୋଇପାରେ ।
- ଈଶ୍ୱର ଇସ୍ରାଏଲ ଜାତିକୁ ଶାରୀରିକ ପାପଗୁଡ଼ିକଠାରୁ ଦୂରରେ ରହିବାକୁ ଆଦେଶ ଦେଲେ । ଏହିଗୁଡ଼ିକ ସେମାନଙ୍କୁ ଦୂଷିତ କରିପାରେ ପୁଣି ସେମାନଙ୍କୁ ଈଶ୍ୱର ଅଗ୍ରାହ୍ୟ କରିବେ ।
- ଶରୀର ରୂପକ ପ୍ରଣାଳୀର ସେଠାରେ କିଛି ପ୍ରକାରର ବିଷୟ ଥିଲେ ତାହା ଜଣେ ବ୍ୟକ୍ତିକୁ ସେ କ୍ରିୟାପଦ୍ଧତିରେ ପୁଣି ଥରେ ପବିତ୍ର ନ ହେବା ପର୍ଯ୍ୟନ୍ତ ସାମୂହିକଭାବେ କଳୁଷିତ ହୋଇଥାଏ ।
- ନୂତନ ନିୟମରେ, ଯୀଶୁ ଶିକ୍ଷା ଦେଲେ ଯେ ପାପପୂର୍ଣ୍ଣ ଚିନ୍ତାଗୁଡ଼ିକ ପୁଣି କାର୍ଯ୍ୟଗୁଡ଼ିକ ଯାହା ଯଥାର୍ଥରେ ଗୋଟିଏ ବ୍ୟକ୍ତିକୁ ଦୂଷିତ କରେ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
“ଦୂଷିତ” ଶବ୍ଦଟି “ଅଶୁଚି ହେବାର କାରଣ” ବା “ଅପବିତ୍ର ଦେବାର କାରଣ” ବା “କ୍ରିୟାପଦ୍ଧତିରେ ଅଗ୍ରାହ୍ୟ ହେବାର କାରଣ” ବୋଲି ଅନୁବାଦ କରାଯାଇପାରେ ।
-
“ଦୂଷିତ ହୋଇପାର” ଶବ୍ଦକୁ “ଅଶୁଚି ହୋଇପାର” ବା “ନୈତିକତାରେ ଅଗ୍ରାହ୍ୟ(ଈଶ୍ୱରଙ୍କୁ)ହେବାର କାରଣ ହୋଇପାର” ବା “କ୍ରିୟାପଦ୍ଧତିରେ ଅଗ୍ରାହ୍ୟ ହୋଇପାର” ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
- ଦ୍ଵିତୀୟ ରାଜାବଳୀ 23: 8
- ଯାତ୍ରାପୁସ୍ତକ 20: 24-26
- ଆଦିପର୍ୱ 34: 27
- ଆଦି ପୁସ୍ତକ 49: 4
- ଯିଶାଇୟ 43: 27-28
- ଲେବୀୟ ପୁସ୍ତକ 11: 43-45
- ମାର୍କ 7: 14-16
- ମାଥିଉ 15: 10
ଶବ୍ଦବିନ୍ୟାସ :
- Strong’s: H1351, H1352, H1602, H2490, H2491, H2610, H2930, H2931, G28390, G28400, G33920, G34350
ଦୃଢ ବିଶ୍ୱାସ, ଆତ୍ମବିଶ୍ୱାସ
ପରିଭାଷା:
କୌଣସି ବିଷୟର ସତ୍ୟତା କିମ୍ବା ନିଶ୍ଚିତତାକୁ “ଦୃଢ ବିଶ୍ୱାସ” ବାକ୍ୟାଂଶ ବୁଝାଏ I
- ବାଇବେଲରେ “ଆଶା” ଶବ୍ଦ ଅନେକଥର ବ୍ୟବହାର କରଯାଇଛି ଯାହା କୌଣସି ବିଷୟର ନିଶ୍ଚିତତାକୁ ବୁଝାଏ I ULT ଏହି ଶବ୍ଦକୁ ପ୍ରାୟତଃ “ଆତ୍ମବିଶ୍ୱାସ” କିମ୍ବା “ଭବିଷ୍ୟତ ପାଇଁ ଆତ୍ମବିଶ୍ୱାସ” କିମ୍ବା “ଭବିଷ୍ୟତର ଆତ୍ମବିଶ୍ୱାସ” ବୋଲି ଅନୁବାଦ କରେ, ବିଶେଷ କରି ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ଈଶ୍ଵର ଯାହା ପ୍ରତିଜ୍ଞା କରିଛନ୍ତି ତାହା ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଅଟେ I
- ପ୍ରାୟତଃ “ବିଶ୍ଵାସ" ଶବ୍ଦ ବିଶ୍ଵାସୀମାନେ ଯୀଶୁଙ୍କଠାରେ ଦିନେ ସ୍ୱର୍ଗରେ ଈଶ୍ଵରଙ୍କ ସହିତ ରହିବା ବିଷୟକୁ ବୁଝାଏ I
- “ଈଶ୍ଵଙ୍କ ଉପରେ ଭରସା ରଖିବା” ବାକ୍ୟାଂଶର ଅର୍ଥ ଈଶ୍ଵର ଯାହା ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବାକୁ ଏବଂ ଅନୁଭବ କରିବାକୁ ସମ୍ପୂର୍ଣ୍ଣ ଆଶା କରିବା ଅଟେ I
- "ଆତ୍ମବିଶ୍ୱାସ ହେବା" ଅର୍ଥ ଈଶ୍ଵରଙ୍କ ପ୍ରତିଶ୍ରୁତିର ପ୍ରତିଜ୍ଞା ଉପରେ ବିଶ୍ଵାସ କରିବା ଏବଂ ନିଶ୍ଚିତ ହେବା ଅଟେ I ଏହା ସାହସର ଏବଂ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ମଧ୍ୟ ବୁଝାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଆତ୍ମବିଶ୍ୱାସ “ଶବ୍ଦକୁ “ନିଶ୍ଚିତ” କିମ୍ବା “ବହୁତ ନିଶ୍ଚିତ” ବୋଲି ଅନୁବାଦ କରାଯାଇପାରେ I
- “ଆତ୍ମବିଶ୍ୱାସୀ ହେବା” ବକ୍ୟାଂଶକୁ “ସଂପୂର୍ଣ୍ଣ ବିଶ୍ଵାସ କରିବା" କିମ୍ବା "ସଂପୂର୍ଣ୍ଣ ନିଶ୍ଚିତ ହେବା" କିମ୍ବା "ନିଶ୍ଚିତ ଭାବରେ ଜାଣିବା” ବୋଲି ଅନୁବାଦ କରାଯାଇପାରେ I
- “ଆତ୍ମବିଶ୍ୱାସ” ବକ୍ୟାଂଶକୁ “ସାହସର ସହିତ” କିମ୍ବା “ନିଶ୍ଚିତତା ସହିତ” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ନିର୍ଭର କରି, “ଆତ୍ମବିଶ୍ୱାସ” ବକ୍ୟାଂଶକୁ “ସମ୍ପୂର୍ଣ୍ଣ ନିଶ୍ଚିତତା” କିମ୍ବା “ନିଶ୍ଚିତ ଆଶା” କିମ୍ବା “ନିଶ୍ଚିତତା” ବୋଲି ଅନୁବାଦ କରାଯାଇପାରେ I
( ବିଶ୍ୱାସ, ସାହସିକ, ବିସ୍ୱସ୍ତ, ଆଶା, ଭରସା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H982, H983, H986, H3689, H3690, H4009, G2292, G3954, G3982, G4006, G5287
ଦ୍ରାକ୍ଷାଲତା
ପରିଭାଷା:
“ଦ୍ରାକ୍ଷାଲତା” ସେହି ତୃଣକୁ ଦର୍ଶାଏ ଯାହା ଭୂମିରେ ବଢ଼େ ଓ ବୃକ୍ଷରେ ଲାଗି କି ବଢ଼େ କିମ୍ବା ଅଲଗା ଉପାୟରେ ବଢ଼େ I “ଦ୍ରାକ୍ଷାଲତା” ବାଇବେଲରେ ସାଧାରଣ ଭାବରେ ଅଙ୍ଗୁର ଲତାକୁ ଦର୍ଶାଏ ଯାହା କେବଳ ଫଳ ଧାରଣ କରିଥାଏ I
- ବାଇବେଲରେ “ଦ୍ରାକ୍ଷାଲତା” ସର୍ବଦା “ଅଙ୍ଗୁର ଦ୍ରାକ୍ଷାଲତା” କୁ ହିଁ ଦର୍ଶାଏ I
- ଦ୍ରାକ୍ଷାଲତାର ଶାଖା ସବୁ ମୁଖ୍ୟ ଜଡ଼ ସହିତ ସଂଯୁକ୍ତ ଅଟେ ଯାହାଠାରୁ ଶାଖା ସବୁ ଜଳ, ଓ ଅନ୍ୟ ପୋଷଣ ପ୍ରାପ୍ତ କରୀ ବଢି ପାରନ୍ତି I
- ଯୀଶୁ ନିଜକୁ “ଦ୍ରାକ୍ଷାଲତା” କହିଲେ ଓ ଲୋକମାନଙ୍କୁ “ଶାଖା” କହିଲେ I ପ୍ରସଙ୍ଗ ଉପରେ ଆଧାର କରି “ଦ୍ରାକ୍ଷାଲତା” ଶବ୍ଦକୁ “ଦ୍ରାକ୍ଷାଲତା ମୁଳ “କିମ୍ବା “ଅଙ୍ଗୁର ତୃଣ ମୁଳ“ ବୋଲି ଅନୁବାଦ କରାଯାଇପାରେ I (ରୂପକ: ଦେଖନ୍ତୁ )
(ଅଙ୍ଗୁର, ଦ୍ରାକ୍ଷା କ୍ଷେତ୍ର:ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H5139, H1612, H8321, G02880, G02900, G10090, G10920
ଧୈର୍ଯ୍ୟ, ଧୈର୍ଯ୍ୟତା, ଅଧୈର୍ଯ୍ୟ
ପରିଭାଷା
“ଧୈର୍ଯ୍ୟ” ଏବଂ “ଧୈର୍ଯ୍ୟତା” ଶବ୍ଦଗୁଡ଼ିକ କଠିନ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ବୁଝାଏ I ଅନେକ ସମୟରେ ଧୈର୍ଯ୍ୟ ପ୍ରତୀକ୍ଷାକୁ ଅନ୍ତର୍ଭୁକ୍ତ କରିଥାଏ I
- ଯେତେବେଳେ ଲୋକମାନେ କାହା ପ୍ରତି ଧୈର୍ଯ୍ୟଶୀଳ ହୁଅନ୍ତି, ଏହାର ଅର୍ଥ ସେମାନେ ସେହି ବ୍ୟକ୍ତିକୁ ପ୍ରେମ କରନ୍ତି ଏବଂ ସେହି ବ୍ୟକ୍ତିର ସମସ୍ତ ଭୁଲକୁ କ୍ଷମା କରନ୍ତି I
- ବାଇବେଲ ଶିକ୍ଷା ଦିଏ ଯେ ଈଶ୍ୱରଙ୍କ ଲୋକମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାବେଳେ ଧୈର୍ଯ୍ୟଶୀଳ ହେବା ଆବଶ୍ୟକ ଏବଂ ପରସ୍ପର ପ୍ରତି ଧୈର୍ଯ୍ୟଶୀଳ ହୋଇ ସହ୍ୟ କରିବା ଆବଶ୍ୟକ ଅଟେ I
- ତାହାଙ୍କ ଦୟା ସକାଶୁ ଈଶ୍ୱର ଲୋକମାନଙ୍କ ପ୍ରତି ଧୈର୍ଯ୍ୟଶୀଳ ଅଟନ୍ତି ଯଦିଓ ସେମାନେ ପାପୀ ଏବଂ ଦଣ୍ଡ ପାଇବାର ଯୋଗ୍ୟ ଅଟନ୍ତି I
( ସହ୍ୟ କରିବା, କ୍ଷମା, ସହ୍ୟକରିବା: ଦେଖନ୍ତୁ )
ବାଇବେଲ ପଦପର୍ବ
ଶବ୍ଦବିନ୍ୟାସ :
- Strong’s: H0750, H0753, H2342, H3811, H6960, H7114, G04200, G04630, G19330, G31140, G31150, G31160, G52780, G52810
ନିଆଁ, ଜଳନ୍ତାକାଠ ଖଣ୍ଡ ନିଆଁ କଣ୍ଡ, ନିଆଁ ହାଣ୍ଡି, ନିଆଁ ହାଣ୍ଡି
ପରିଭାଷା:
ଯେତେବେଳେ କିଛି ଜଳେ ଗରମ୍, ଉଜ୍ଜ୍ୱଳ ଓ ଅଗ୍ନି ଶିଖା ଉତ୍ପନ ହୁଏ ତାହାକୁ ନିଆଁ କୁହାଯାଏ I
- ଅଗ୍ନି ଦ୍ୱାରା କାଠକୁ ଜଳାଇଲେ କାଠ ପାଉଁଶ ହୋଇଯାଏ I
- “ଅଗ୍ନି” ଶବ୍ଦ ରୂପକ ରୂପରେ ମଧ୍ୟ ବ୍ୟବହାର କରାଯାଏ, ସାଧାରଣତଃ ବିଚାର କିମ୍ବା ଶୁଦ୍ଧିକରଣକୁ ଦର୍ଶାଏ I
- ଅବିଶ୍ୱାସୀମାନଙ୍କ ଅନ୍ତିମ ବିଚାର ନରକର ଅଗ୍ନିରେ ହେବ I
- ଅଗ୍ନି ସୁନା ଓ ଅନ୍ୟ ଧାତୁକୁ ଶୋଧନ କରିବାରେ ବ୍ୟବହୃତ ହୁଏ I ବାଇବେଲରେ, ଏହି ପ୍ରକ୍ରିୟା ବ୍ୟବହାର କରାଯାଇଅଛି କି କେମିତି ପ୍ରଭୁ ଲୋକ ସମୂହକୁ ତାହାଙ୍କ ଜୀବନରେ ବିପତି ଆଣିବା ଶୋଧନ କରନ୍ତି I
- “ଅଗ୍ନିରେ ବାପ୍ତିସ୍ମ ନେବା “ବାକ୍ୟାଂଶକୁ “ଶୋଧନ ହେବା ନିମନ୍ତେ ତାଡ଼ନାର ଅନୁଭବରେ ଯିବା “ ବୋଲି ଅନୁବାଦ କରାଯାଇପାରେ I
(ଶୁଦ୍ଧ: ଦେଖନ୍ତୁ)
ବାଇବେଲ ପଦପର୍ବ:
- ପ୍ରଥମ ରାଜାବଳୀ 16:18-20
- ଦ୍ଵିତୀୟ ରାଜାବଳୀ 1: 10
- ପ୍ରଥମ ଥେସଲନୀକୀୟ 1:8
- ପ୍ରେରିତ 7:29-30
- ଯୋହନ 15:6
- ଲୂକ 3:16
- ମାଥିଉ 3:12
- ନିହିମୀୟା 1:3
ଶବ୍ଦବିନ୍ୟାସ :
- Strong’s: H0215, H0217, H0398, H0784, H0800, H0801, H1197, H1200, H1513, H2734, H3341, H3857, H4071, H4168, H5135, H6315, H8316, G04390, G04400, G10670, G27410, G44420, G44430, G44470, G44480, G44510, G53940, G54570
ନିବାରଣ କରିବା, ଲିଭାଇବା, ଅନିବାରଣ
ପରିଭାଷା:
“ନିବାରଣ” ଶବ୍ଦର ଅର୍ଥ, ସନ୍ତୁଷ୍ଟ ହେବାକୁ ଦାବି କରୁଥିବା କୌଣସି ବିଷୟକୁ ବାହାର କରିବା କିମ୍ବା ବନ୍ଦ କରିବା ଅଟେ I
- ଏହି ଶବ୍ଦ ସାଧାରଣତଃ ତୃଷା ନିବାରଣ କରିବା ପରିପ୍ରେକ୍ଷୀରେ ବ୍ୟବହୃତ ହୋଇଥାଏ ଏବଂ କିଛି ପାନ କରିବା ଦ୍ୱାରା ତୃଷାକୁ ଅଟକାଇବା ଅଟେ I
- ଏହା ଅଗ୍ନିକୁ ଲିଭାଇବା ନିମନ୍ତେ ମଧ୍ୟ ବ୍ୟବହାର କରିବା ବିଷୟକୁ ସୂଚାଇଥାଏ I
- ଉଭୟ ତୃଷା ଏବଂ ଅଗ୍ନି ଜଳ ଦ୍ୱାରା ନିବାରଣ ହୋଇପାରେ I
- ପାଉଲ ଏହି “ନିବାରଣ କରିବା” ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି ଯେତେବେଳେ ସେ ବିଶ୍ୱାସୀମାନଙ୍କୁ ପରାମର୍ଶ ବା ନିର୍ଦ୍ଦେଶନା ଦେଇ କହନ୍ତି, “ପବିତ୍ର ଆତ୍ମାଙ୍କୁ ନିବାରଣ ନକର” I ଏହାର ଅର୍ଥ ଏହା ଯେ ଆମ୍ଭେମାନେ ଲୋକମାନଙ୍କୁ ନିରୁତ୍ସାହିତ କରିବା ନାହିଁ, ସେମାନଙ୍କ ଜୀବନ ମଧ୍ୟରେ ପବିତ୍ର ଆତ୍ମାଙ୍କ ଫଳଗୁଡ଼ିକ ଏବଂ ଅନୁଗ୍ରହଦାନଗୁଡ଼ିକ ଉତ୍ପନ୍ନ କରିବା ନିମନ୍ତେ ସେମାନେ ଯେପରି ତାହାଙ୍କୁ ଅନୁମତି ଦେବେ I ପବିତ୍ର ଆତ୍ମାଙ୍କୁ ନିବାରଣ କରିବା ଅର୍ଥ ପବିତ୍ର ଆତ୍ମାଙ୍କୁ ସ୍ୱାଧିନ ଭାବରେ ତାହାଙ୍କ ଶକ୍ତି ଓ କ୍ଷମତା ଏବଂ କାର୍ଯ୍ୟ ପ୍ରଦର୍ଶନ କରିବା ନିମନ୍ତେ ତାଙ୍କୁ ପ୍ରତିବାଧା ଦେବା I
( ଫଳ, ଦାନ, ପବିତ୍ର ଆତ୍ମା ଦେଖନ୍ତୁ )
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H1846, H3518, H7665, G07620, G45700
ନିମ୍ନ, ନମ୍ରତା
ପରିଭାଷା:
“ନିମ୍ନ” ଓ “ନମ୍ରତା” ଶବ୍ଦ ଗରିବ ଓ ନିମ୍ନ ଅବସ୍ଥାକୁ ଦର୍ଶାଏ I ନିମ୍ନ ହେବାର ଅର୍ଥ ନମ୍ର ମଧ୍ୟ ହୋଇପାରେ I
- ଯୀଶୁ ନିଜକୁ ନମ୍ର କରି ନିମ୍ନ ଅବସ୍ଥାକୁ ମାନବ ରୂପରେ ଆସିଲେ ଯେପରି ସେ ଅନ୍ୟ ଲୋକମାନଙ୍କର ସେବା କରି ପାରନ୍ତି I
- ତାହାଙ୍କର ଜନ୍ମ ଏକ ନିମ୍ନ ଧରଣର ଥିଲା କାରଣ ସେ ସେହି ସ୍ଥାନରେ ଜନ୍ମ ନେଲେ ଯେଉଁଠାରେ ପଶୁ ରଖା ଯାଉଥିଲା ଯାହା ଏକ ରାଜ ପ୍ରସାଦ ନ ଥିଲା I
- ଏକ ନିମ୍ନ ମନବୃତି ହେଉଛି ଗର୍ବ ମନବୃତିର ବିପରୀତ ଅଟେ I
- ନିମ୍ନତାକୁ “ନମ୍ରତା” କିମ୍ବା“ନିମ୍ନ ଅବସ୍ଥା” କିମ୍ବା“ମହତ୍ଵପୂର୍ଣ୍ଣ ନୁହଁ “ବୋଲି ଅନୁବାଦ କରାଯାଇପାରେ I
- “ନିମ୍ନ ଅବସ୍ଥା “ଶବ୍ଦକୁ “ନମ୍ର” କିମ୍ବା“କମ୍ ମହତ୍ଵପୂର୍ଣ୍ଣ “ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H6041, H6819, H8217, G50110, G50120, G50140
ପକ୍ଷପାତୀ, ପକ୍ଷପାତିତା
ପରିଭାଷା:
“ପକ୍ଷପାତୀ ହେବା” ଏବଂ ”ପକ୍ଷପାତିତା ପ୍ରଦର୍ଶନ କରିବା” ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବାକୁ ପସନ୍ଦ କରିବାକୁ ସୂଚିତ କରେ I
- ଏହା ପକ୍ଷପାତିତା ଦେଖାଇବା ସହ ସମାନ ଅଟେ ଯାହାର ଅର୍ଥ ଅନ୍ୟଲୋକମାନଙ୍କ ତୁଳନାରେ କିଛି ଲୋକମାନଙ୍କୁ ଭଲ ବ୍ୟବହାର କରିବା ଅଟେ I
- ସାଧାରଣତଃ ପକ୍ଷପାତୀ କିମ୍ବା ପକ୍ଷପାତିତା ଲୋକମାନଙ୍କୁ ଦେଖାଯାଏ କାରଣ ସେମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଧନୀ କିମ୍ବା ଅଧିକ ଲୋକପ୍ରିୟ ଅଟନ୍ତି I
- ଧନୀ କିମ୍ବା ଉଚ୍ଚ ମାନ୍ୟତା ଥିବା ଲୋକମାନଙ୍କୁ ପକ୍ଷପାତୀ କିମ୍ବା ପକ୍ଷପାତିତା ନକରିବାକୁ ବାଇବେଲ ତାଙ୍କ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଥାଏ I
- ରୋମୀୟମାନଙ୍କୁ ଲେଖିଥିବା ପତ୍ରରେ ପାଉଲ ଶିକ୍ଷା ଦିଅନ୍ତି ଯେ ଈଶ୍ଵର ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି ଏବଂ କୌଣସି ପକ୍ଷପାତତା କରନ୍ତି ନାହିଁ I
- ଯାକୁବଙ୍କ ପତ୍ର ଶିକ୍ଷା ଦିଏ ଯେ ଜଣକୁ ଉତ୍କୃଷ୍ଟତର କିମ୍ବା ଉଚ୍ଚତର ଆସନ କିମ୍ୱା ଉତ୍କୃଷ୍ଟତର ବ୍ୟବହାର ଦେଖାଇବା ଅନୁଚିତ ଏବଂ ଭୁଲ ଅଟେ I
(ପକ୍ଷପାତ: ଦେଖନ୍ତୁ )
ବାଇବେଲ ପଦଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H5234, H6440, G09910, G15190, G29830, G42990, G43830
ପରିତ୍ୟାଗ କରିବା, ପରିତ୍ୟକ୍ତ, ତ୍ୟାଗ କରିବା
ପରିଭାଷା:
“ପରିତ୍ୟାଗ” ଶବ୍ଦର ଅର୍ଥ କାହାକୁ ତ୍ୟାଗ କରିବା କିମ୍ବା କୌଣସି ବିଷୟକୁ ତ୍ୟାଗ କରିବା ଅଟେ | “ପରିତ୍ୟକ୍ତ” ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୟ କେହି ପରିତ୍ୟାଗ କରିଛନ୍ତି କିମ୍ବା ପୃଥକ କରିଛନ୍ତି |
- ଯେତେବେଳେ ଲୋକମାନେ ଈଶ୍ଵରଙ୍କୁ “ପରିତ୍ୟାଗ କରନ୍ତି”, ସେତେବେଳେ ସେମାନେ ତାଙ୍କୁ ଅବମାନନା କରି ତାଙ୍କ ପ୍ରତି ଅବିଶ୍ୱାସ ହୁଅନ୍ତି |
- ଯେତେବେଳେ ଈଶ୍ଵର ଲୋକମାନଙ୍କୁ “ପରିତ୍ୟାଗ କରନ୍ତି”, ସେ ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ ଏବଂ ସେମାନଙ୍କୁ ତାଙ୍କ ନିକଟକୁ ଫେରି ଆସିବା ପାଇଁ ଯନ୍ତ୍ରଣା ଭୋଗିବାକୁ ଦିଅନ୍ତି |
- ଏହି ଶବ୍ଦଟି ଅର୍ଥ ଅନ୍ୟା ବିଷୟଗୁଡ଼ିକୁ ପରିତ୍ୟାଗ କରିବାରକୁ ମଧ୍ୟ ବୁଝାଏ, ଯେପରିକି ଈଶ୍ଵରଙ୍କ ଶିକ୍ଷା ପରିତ୍ୟାଗ କରିବା କିମ୍ବା ଅନୁସରଣ ନକରିବା |
- “ପରିତ୍ୟକ୍ତ” ଶବ୍ଦଟି ଅତୀତ କାଳ ପାଇଁ ବ୍ୟବହୃତ ହୋଇପାରେ, ଯେପରି ସେ “ତୁମକୁ ପରିତ୍ୟାଗ କରିଛନ୍ତି” କିମ୍ବା “ପରିତ୍ୟକ୍ତ” ବ୍ୟକ୍ତିଙ୍କୁ ସୂଚୀତ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ |
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦର ଅନୁବାଦ କରିବାର ଅନ୍ୟ ଉପାୟଗୁଡ଼ିକ “ପରିତ୍ୟାଗ କରିବା” କିମ୍ବା “ଅବହେଳା କରିବା” କିମ୍ବା “ତ୍ୟାଗ କରିବା” କିମ୍ବା “ଦୂରେଇ ଯିବା” କିମ୍ବା “ଛାଡି ଦେବା” ପ୍ରସଙ୍ଗ ଉପରେ ନିର୍ଭର କରିପାରେ |
- “ଈଶ୍ଵରଙ୍କ ନିୟମକୁ ପରିତ୍ୟାଗ” ବକ୍ୟାଂଶକୁ “ଈଶ୍ଵରଙ୍କ ନିୟମକୁ ଅବମାନନା କରିବା” ବୋଲି ଅନୁବାଦ କରାଯାଇପାରେ | ଏପରି ମଧ୍ୟ “ପରିତ୍ୟାଗ କରିବା” କିମ୍ବା “ତ୍ୟାଗ କରିବା” କିମ୍ବା “ତାଙ୍କ ଶିକ୍ଷା କିମ୍ବା ନିୟମ ପାଳନ କରିବା ବନ୍ଦ କରିବା” ବୋଲି ଅନୁବାଦ କରାଯାଇପାରେ |
- “ପରିତ୍ୟାଗ କରିବା” ବକ୍ୟାଂଶକୁ “ପରିତ୍ୟକ୍ତ” କିମ୍ବା “ପୃଥକ” ବୋଲି ଅନୁବାଦ କରାଯାଇପାରେ |
- ଏହି ଶବ୍ଦକୁ ଅନୁବାଦ କରିବା ପାଇଁ ବିଭିନ୍ନ ଶବ୍ଦ ବ୍ୟବହାର କରିବା ଅଧିକ ସ୍ପଷ୍ଟ ହେବ, ପାଠ୍ୟ ଏକ ବିଷୟ କିମ୍ବା ବ୍ୟକ୍ତି ପରିତ୍ୟାଗକୁ ବର୍ଣ୍ଣନା କରେ କି ନାହିଁ ତାହା ଉପରେ ନିର୍ଭର କରେ |
ବାଇବେଲର ପଦପର୍ବଗୁଡ଼ିକ:
- ପ୍ରଥମ ରାଜାବଳୀ 6:11-13
- ଦାନିୟେଲ 11:29-30
- ଆଦିପୁସ୍ତକ 24:27
- ଯିହୋଶୂୟ 24:16-18
- ମାଥିଉ 27:45-47
- ହିତପଦେଶ 27:9-10
- ଗୀତସଂହିତା 71:18
ଶବ୍ଦବିନ୍ୟାସ :
- Strong’s: H0488, H2308, H5203, H5428, H5800, H5805, H7503, G06460, G06570, G08630, G14590, G26410
ପରିଶ୍ରମ କରିବା, ଶ୍ରମିକ, ଶ୍ରମ, କଠିନ ପରିଶ୍ରମ
ପରିଭାଷା:
“ପରିଶ୍ରମ କରିବା “ଶବ୍ଦ ଯେକୌଣସି ପ୍ରକାରର କଠିନ ପରିଶ୍ରମକୁ ଦର୍ଶାଏ I
- ସାଧାରଣତଃ ପରିଶ୍ରମ କରିବାର ଅର୍ଥ ଯେକୌଣସି କାର୍ଯ୍ୟ ଅଟେ ଯାହା ଶକ୍ତି ବ୍ୟବହାର କରେ । କାର୍ଯ୍ୟଟି କଷ୍ଟସାଧ୍ୟ ବୋଲି ପ୍ରାୟତଃ ଅନୁମାନ କରାଯାଏI
- ଶ୍ରମିକ ସେହି ବ୍ୟକ୍ତି ଅଟେ ଯେ ଯେକୌଣସି ଶ୍ରମ କରେ I
- ଇଂରାଜୀରେ ପରିଶ୍ରମ କରିବା ଶବ୍ଦକୁ ପ୍ରସବ କରିବା ପ୍ରକ୍ରିୟାକୁ ଦର୍ଶାଏ I ଅନ୍ୟ ଭାଷାରେ ଏହି ଅର୍ଥ ନିମନ୍ତେ ସମ୍ପୂର୍ଣ୍ଣ ଭିନ୍ନ ଶବ୍ଦ ବ୍ୟବହୃତ ହେଇପାରେ I
- “ପରିଶ୍ରମ କରିବା” ଶବ୍ଦକୁ “ଶ୍ରମ” କିମ୍ବା “କଠିନ ପରିଶ୍ରମ କରିବା” କିମ୍ବା “କଷ୍ଟଦାୟକ ଶ୍ରମ” କିମ୍ବା “ କଠିନ ପରିଶ୍ରମ” ବୋଲି ଅନୁବାଦ କରାଯାଇପାରେ I
( କଠିନ, ପ୍ରସବ ବେଦନା ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3018, H3021, H3022, H3205, H4522, H4639, H5447, H5450, H5647, H5656, H5998, H5999, H6001, H6089, H6468, H6635, G00750, G20380, G20400, G20410, G28720, G28730, G48660, G49040
ପରୀକ୍ଷା, ପରୀକ୍ଷାଗୁଡ଼ିକ
ପରିଭାଷା:
“ପରୀକ୍ଷା” ଶବ୍ଦଟି ଏପ୍ରକାର ଅବସ୍ଥାକୁ ସୂଚାଏ ଯାହା ମଧ୍ୟରେ କିଛି ବିଷୟ ବା କେହି ଜଣେ “ପରୀକ୍ଷିତ ହୋଇଛନ୍ତି ” ବା ପରୀକ୍ଷା କରାଯାଇଛି I
- ପରୀକ୍ଷା ଏକ ଆଇନଗତ ଶୁଣାଣି ହୋଇପାରେ ଯେଉଁଠାରେ ଜଣେ ବ୍ୟକ୍ତି ନିର୍ଦ୍ଦୋଷ କିମ୍ୱା ଭୁଲ୍ କାର୍ଯ୍ୟ କରିବାରୁ ଦୋଷୀ ବୋଲି ପ୍ରମାଣିତ କରିବା ନିମନ୍ତେ ପ୍ରମାଣ ଦିଆଯାଇଥାଏ I
- “ପରୀକ୍ଷା” ଶବ୍ଦଟି ଜଣେ ବ୍ୟକ୍ତିର କଠିନ ପରିସ୍ଥିତିକୁ ମଧ୍ୟ ବୁଝାଏ, ଯାହା ମଧ୍ୟ ଦେଇ ଜଣେ ବ୍ୟକ୍ତି ଗତି କରେ, ଯେତେବେଳେ ଈଶ୍ୱର ସେମାନଙ୍କର ବିଶ୍ୱାସର ପରୀକ୍ଷା ନିଅନ୍ତି I ଏହା ନିମନ୍ତେ ଅନ୍ୟ ଏକ ଶବ୍ଦ “ପରୀକ୍ଷା କରିବା” କିମ୍ୱା “ପରୀକ୍ଷା ପ୍ରଲୋଭନ” ରହିଛି, ଏହା ଏକ ନିର୍ଦ୍ଧିଷ୍ଟ ପ୍ରକାରର ପରୀକ୍ଷା ଅଟେ I
- ବାଇବେଲରେ ଅନେକ ଲୋକମାନେ ପରୀକ୍ଷା ମଧ୍ୟ ଦେଇଗଲେ ଯେପରି ଏହା ଦେଖାଯିବ ଯେ ସେମାନେ ବିଶ୍ୱାସରେ ଲାଗି ରହିବେ ଏବଂ ଈଶ୍ୱରଙ୍କ ବାଧ୍ୟ ହେବେ ନା ନାହିଁ I ସେମାନେ ପରୀକ୍ଷାଗୁଡ଼ିକ ମଧ୍ୟ ଦେଇ ଗତି କଲେ, ଯହିଁରେ ପ୍ରହାରିତ ହେବା, କାରାଗାରରେ ବନ୍ଦୀ ହେବା, କିମ୍ୱା ଏପରିକି ସେମାନଙ୍କ ବିଶ୍ୱାସ ହେତୁ ବଧ ହେବା ଅନ୍ତର୍ଭୁକ୍ତ ଅଟେ I
(ପ୍ରଲୋଭିତ, ପରୀକ୍ଷା, ନିରୀହ, ଦୋଷୀ ମନୋଭାବ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0974, H4531, H4941, H7378, G01780, G13830, G29190, G39860
ପଶୁ
ତଥ୍ୟାବଳୀ:
ବାଇବେଲରେ ଅଧିକାଂଶ ସମୟରେ "ପଶୁ" ଶବ୍ଦଟି ଅନ୍ୟ ଭାବରେ "ପ୍ରାଣୀ" ବୋଲି କୁହାଯାଇଛି।
- ବନ୍ୟପଶୁ ଏପରି ଏକ ପ୍ରାଣୀ ଯାହା ଜଙ୍ଗଲରେ କିମ୍ବା କ୍ଷେତରେ ମୁକ୍ତ ଭାବରେ ବାସ କରେ ଏବଂ ଲୋକମାନଙ୍କ ଦ୍ୱାରା ତାଲିମ ପ୍ରାପ୍ତ ହୁଏନାହିଁ।
- ଗୃହପାଳିତ ପଶୁ ମନୁଷ୍ୟ ସମାଜ ମଧ୍ୟରେ ରହେ ଏବଂ ତାହାକୁ ଖାଦ୍ୟ ଓ କ୍ଷେତ ଚାଷ କାର୍ଯ୍ୟ ପାଇଁ ନୀୟୋଜିତ କରାଯାଏ। ଏହି ପ୍ରକାର ପଶୁକୁ "ବ୍ୟବହାର ବା ବ୍ୟବସାୟ ନିମନ୍ତେ ପାଳିତ ପଶୁ ସମ୍ପଦ" ବୋଲି ମଧ୍ୟ କୁହାଯାଏ।
- ପୁରାତନ ନିୟମରର ଦାନିୟେଲ ପୁସ୍ତକରେ ଓ ନୂତନ ନିୟମରର ପ୍ରକାଶିତ ବାକ୍ୟରେ ମନ୍ଦ ଆତ୍ମାଧାରୀ ଓ ଅଧିକୃତ ପଶୁ ବିଷୟରେ ବର୍ଣ୍ଣିତ ହୋଇଛି ଯାହା ଈଶ୍ୱରଙ୍କୁ ପ୍ରତିରୋଧ କରେ। ( ରୂପକ ଅଳଙ୍କାର: ଦେଖନ୍ତୁ )
- ଏହି କେତେକ ପଶୁମାନଙ୍କୁ ଉଲ୍ଲେଖନୀୟ ଅଂଶ ଅଦ୍ଭୁତ ଭାବେ ବର୍ଣ୍ଣନା କରାଯାଇଛି ଯେପରିକି ସେମାନଙ୍କର ଅନେକ ମସ୍ତକ ଓ ଅନେକ ଶିଙ୍ଗ ଅଛି। ସେମାନଙ୍କ ପାଖରେ ଏପରି ଶକ୍ତି ଓ ଅଧିକାର ଅଛି ଯେ ସେମାନେ ଅଧିକାଂଶ ସମୟରେ ଦେଶ, ଜାତି, ଓ ଅନ୍ୟାୟ ରାଜନୈତିକ ଦଳକୁ ପରିଚାଳନା କରନ୍ତି ବୋଲି ସୂଚାଏ ।
- ପ୍ରସଙ୍ଗ ଉପରେ ନିର୍ଭର କରି ଏହି ଶବ୍ଦକୁ "ଜୀବ" କିମ୍ୱା "ସୃଷ୍ଟିବସ୍ତୁ" କିମ୍ୱା "ବନ୍ୟପଶୁ" ବୋଲି ଅନୁବାଦ କରାଯାଇପାରେ।
(ଅଧିକାର, ଦାନିୟେଲ, ପଶୁ ସମ୍ପଦ, ଦେଶ, ଶକ୍ତି, ପ୍ରକାଶିତ , ବାଲ୍ଜିବୂଲ୍: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ କରନ୍ଥୀୟ 15:32
- ପ୍ରଥମ ଶାମୁୟେଲ 17:44
- 2 ବଂଶାବଳୀ 25:18
- ଯିରିମୀୟ 16:1-4
- ଲେବୀୟ 7:21
- ଗୀତସଂହିତା 49:12-13
ଶବ୍ଦବିନ୍ୟାସ:
- Strong’s: H0338, H0929, H1165, H2123, H2416, H2423, H2874, H3753, H4806, H7409, G22260, G23410, G23420, G29340, G49680, G50740
ପାଉଁଶ, ଭସ୍ମସ୍ତୂପ
ସତ୍ୟ ଘଟଣାବଳୀ:
“ପାଉଁଶ”ଶବ୍ଦ (କିମ୍ବା “ଭସ୍ମସ୍ତୁପ “) ଧୂସର ଗୁଣ୍ଡକୁ ବୁଝାଏ ଯାହା କାଠ ଜଳିବାପରେ ହୁଏ I
- ପ୍ରାଚୀନ କାଳରେ ପାଉଁଶରେ ବସିବାର ଅର୍ଥ ଶୋକ କିମ୍ବା ଦୁଃଖର ସଙ୍କେତ ଥିଲା। ଦୁଃଖ ସମୟରେ, ରୁକ୍ଷ, ଆଞ୍ଚୁଡ଼ା ଅଖା ପିନ୍ଧିବା ଏବଂ ପାଉଁଶରେ ବସିବା କିମ୍ବା ମୁଣ୍ଡରେ ପାଉଁଶ ଲଗାଇବା ପ୍ରଥା ଥିଲା I
- ମୁଣ୍ଡରେ ପାଉଁଶ ଲଗାଇବା ମଧ୍ୟ ଅପମାନ କିମ୍ବା ଲଜ୍ଜାର ସଙ୍କେତ ଥିଲା I
- ଏକ “ପାଉଁଶ ସ୍ତୂପ”ଏକ ପାଉଁଶ ଗଦା ଅଟେ I
- ବେଳେବେଳେ “ଧୂଳି”ଶବ୍ଦ “ପାଉଁଶ”ସହ ବାକ୍ୟାଂଶରେ ବ୍ୟବହୃତ ହୁଏ I ଏହି ବାକ୍ୟାଂଶକୁ “ଧୂଳି ଏବଂ ପାଉଁଶ”କିମ୍ବା କେବଳ “ପାଉଁଶ”ବୋଲି ଅନୁବାଦ କରାଯାଇପାରେ I
- “ପାଉଁଶ”ଶବ୍ଦକୁ ଅନୁବାଦ କରିବାବେଳେ, ସ୍ଥାନୀୟ ଭାଷାରେ ଏପରି ଶବ୍ଦ ବ୍ୟବହାର କରନ୍ତୁ ଯାହା କାଠ ଜଳିବାପରେ ଅବଶିଷ୍ଟାଂଶକୁ ସୂଚିତ କରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0080, H0665, H1854, H6083, H6368, H7834, G28680, G47000, G50770, G55220
ପାଦପିଠ
ପରିଭାଷା:
“ପାଦପିଠ “ଶବ୍ଦ ଏକ ବସ୍ତୁକୁ ଦର୍ଶାଏ ଯାହା ଏକ ବ୍ୟକ୍ତି ପାଦ ତଳେ ରଖେ, ସାଧାରଣତଃ ଯେତେବେଳେ ସେ ବସେ I ଏହି ଶବ୍ଦର ସାଙ୍କେତିକ ଅର୍ଥ ଅଛି ଯାହା ହେଲା ସମର୍ପଣ ଓ ତଳ ସ୍ଥିତି I
- ବାଇବେଲ ସମୟରେ ଲୋକମାନେ ପାଦକୁ ଶରୀରର ସର୍ବନିମ୍ନ ସମ୍ମାନଜନକ ଅଙ୍ଗ ବୋଲି ବିବେଚନା କରୁଥିଲେ I ତେଣୁ “ପାଦପିଠ ମଧ୍ୟ କମ୍ ସମ୍ମାନର ଅଟେ କାରଣ ଏହା ଉପରେ ପାଦ ରଖାଯାଇଥିଲା I
- ଯେତେବେଳେ ଈଶ୍ୱର କହନ୍ତି,”ମୁଁ ମୋର ଶତ୍ରୁକୁ ମୋର ପାଦପିଠ କରିବି “ସେ ସେହି ଲୋକମାନଙ୍କ ଉପରେ ଶକ୍ତି, ନିୟନ୍ତ୍ରଣ ଓ ଜୟ ଘୋଷଣା କରନ୍ତି ଯେ ତାହାଙ୍କ ବିରୋଧରେ ଯାଆନ୍ତି I ସେମାନଙ୍କୁ ଈଶ୍ୱରଙ୍କ ଇଚ୍ଛାର ଅଧିନ କରିବା ନିମନ୍ତେ ନମ୍ର ଓ ପରାସ୍ତ କରା ଯିବ I
- “ଈଶ୍ୱରଙ୍କ ପାଦପିଠରେ ଆରାଧନା କରିବାର “ଅର୍ଥ ହେଲା ଯେତେବେଳେ ସେ ସିଂହାସନ ଉପରେ ବସନ୍ତି ତେବେ ନତ ମସ୍ତକ ହୋଇ ତାହାଙ୍କ ଉପାସନା କରିବା I ଏହା ଈଶ୍ୱରଙ୍କ ପ୍ରତି ଦୀନ ଓ ସମର୍ପଣତାକୁ ଦର୍ଶାଏ I
- ଦାଉଦ ଈଶ୍ୱରଙ୍କ ମନ୍ଦିରକୁ ତାହାଙ୍କ “ପାଦପିଠ” କହନ୍ତି I ଏହା ତାହାଙ୍କ ଲୋକମାନଙ୍କ ଉପରେ ସମ୍ପୂର୍ଣ୍ଣ ଅଧିକାରକୁ ଦର୍ଶାଏ I ଏହା ଈଶ୍ୱର ତାହାଙ୍କ ସିଂହାସନରେ ଯେ ରାଜା ତାହା ଚିତ୍ରଣ କରେ, ତାହାଙ୍କ ପଦଯୁଗଳ ତାହାଙ୍କ ପାଦପିଠ ଉପରେ ବିଶ୍ରାମ ନେଉଅଛି, ଯାହା ତାହାଙ୍କ ଅଧିନରେ ଯେ ସବୁକିଛି ତାହା ଦର୍ଶାଏ I
ବାଇବେଲ ଟିପ୍ପଣୀ:
ଶବ୍ଦବିନ୍ୟାସ :
- Strong’s: H1916, H3534, H7272, G42280, G52860
ପାଳିତ ପଶୁ, ପଶୁ
ସତ୍ୟ ଘଟଣାବଳି:
“ପଶୁପାଳନ” ଶବ୍ଦ ପଶୁମାନଙ୍କୁ ବୁଝାଏ ଯାହା ଖାଦ୍ୟ ଏବଂ ଅନ୍ୟାନ୍ୟ ଉପଯୋଗୀ ଦ୍ରବ୍ୟ ଯୋଗାଇବା ପାଇଁ ପାଳନ କରାଯାଏ I କେତେକ ପ୍ରକାରର ପଶୁମାନଙ୍କୁ କାର୍ଯ୍ୟ ପ୍ରାଣୀ ଭାବରେ ମଧ୍ୟ ତାଲିମ ଦିଆଯାଏ I
- ପଶୁମାନଙ୍କ ପ୍ରକାରରେ ମେଣ୍ଢା, ଗୋରୁ, ଛେଳି, ଘୋଡା ଏବଂ ଗଧ ଅନ୍ତର୍ଭୁକ୍ତ ଅଟେ I
- ବାଇବେଲ ସମୟରେ, ଜଣେ ବ୍ୟକ୍ତିଙ୍କର ଗୃହପାଳିତ ପଶୁ ସଂଖ୍ୟାରେ ସମ୍ପତ୍ତିକୁ ଆଂଶିକ ମାପ କରାଯାଉଥିଲା I
- ଗୃହପାଳିତ ପଶୁ, ପଶମ, କ୍ଷୀର, ପନିର, ଗୃହ ସାମଗ୍ରୀ ଏବଂ ପୋଷାକ ପରି ଜିନିଷ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିଲେ I
- ଏହି ଶବ୍ଦକୁ “କୃଷି ପ୍ରାଣୀ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରାଯିବ)
( ଗାଇ, ବଳଦ, ଗଧ, ଛେଳି, ଘୋଡ଼ା, ମେଷ ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H0929, H4399, H4735
ପୂର୍ବପୁରୁଷ, ପିତା,ପିତର୍ତ୍ୱ, ପୂର୍ବପୁରୁଷ,ପୂର୍ବ ପୁରୁଷଗଣ
ପରିଭାଷା:
"ପିତା" ଶବ୍ଦ ଜଣେ ବ୍ୟକ୍ତିର ପିତାଙ୍କୁ ବୁଝାଏ I
- “ପିତା” ଏବଂ “ପୂର୍ବପୁରୁଷ” ଶବ୍ଦଗୁଡ଼ିକ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଲୋକ ଗୋଷ୍ଠୀର ପୁରୁଷ ପିତୃପୁରୁଷଙ୍କୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I ଏହି ଶବ୍ଦକୁ “ପିତୃପୁରୁଷ” କିମ୍ବା “ପୈତୃକ ପିତା” ବୋଲି ଅନୁବାଦ କରାଯାଇପାରେ I
- “ପିତାଙ୍କ” ଅଭିବ୍ୟକ୍ତିକୁ ସାଙ୍କେତିକ ଭାବରେ ସେହି ବ୍ୟକ୍ତିକୁ ବୁଝାଇପାରେ ଯିଏ ନେତାଙ୍କ ସମ୍ବନ୍ଧୀୟ ଗୋଷ୍ଠୀର ନେତା କିମ୍ବା କୌଣସି ବିଷୟର ପ୍ରଧାନ ଅଟେ | ଉଦାହରଣ ସ୍ୱରୂପ, ଆଦି ପୁସ୍ତକ 4 ରେ “ତମ୍ବୁରେ ବାସ କରୁଥିବା ସମସ୍ତଲୋକମାନଙ୍କର ପିତା” ଏହାର ଅର୍ଥ, “ତମ୍ବୁରେ ବାସ କରୁଥିବା ପ୍ରଥମ ଲୋକମାନଙ୍କର ପ୍ରଥମ ପରିବାରର ନେତା।” ଅଟେ I
- ପ୍ରେରିତ ପାଉଲ ସାଙ୍କେତିକ ରୂପରେ ସେ ଯାହାକୁ ସୁସମାଚାର ପ୍ରଚାର କରି ଖ୍ରୀଷ୍ଟ ବିଶ୍ୱାସରେ ଆଣିଲେ ସେମାନଙ୍କ ପାଇଁ ନିଜକୁ “ପିତା” ବୋଲି କହନ୍ତି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଜଣେ ପିତା ଏବଂ ତାଙ୍କର ଆକ୍ଷରିକ ପୁତ୍ର ବିଷୟରେ ଉଲ୍ଲେଖ କରିବା ସମୟରେ, ଏହି ଶବ୍ଦକୁ ସାଧାରଣ ଶବ୍ଦ ବ୍ୟବହାର କରି ଅନୁବାଦ କରାଯିବା ଉଚିତ୍ I
- ”ପିତା ଈଶ୍ୱର” ଶବ୍ଦକୁ “ପିତା” ପାଇଁ ସାଧାରଣ ଶବ୍ଦ ବ୍ୟବହାର କରି ଅନୁବାଦ କରାଯିବା ଉଚିତ୍ I
- ଯେବେ ପୂର୍ବପୁରୁଷମାନଙ୍କୁ ଦର୍ଶାଏ, ତେବେ ଏହି ଶବ୍ଦକୁ “ପୂର୍ବପୁରୁଷ “ କିମ୍ବା “ପୂର୍ବପୁରୁଷ ସମୂହ” ବୋଲି ଅନୁବାଦ କରାଯିବା ଉଚିତ ଅଟେ I
- ଯେବେ ପ୍ରେରିତ ପାଉଲ ସାଙ୍କେତିକ ରୂପରେ ନିଜକୁ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ “ପିତା” କହନ୍ତି, ଏହାକୁ “ଆତ୍ମିକ ପିତା “କିମ୍ବା “ଖ୍ରୀଷ୍ଟରେ ପିତା” ବୋଲି ଅନୁବାଦ କରାଯାଇପାରେ I
- କକେତେକ ସମୟରେ “ପିତା” ଶବ୍ଦ “କୁଳର ନେତା” ବୋଲି ପ୍ରସଙ୍ଗକୁ ଆଧାର କରି ଅନୁବାଦ କରାଯାଇପାରେ I
- “ସମସ୍ତ ମିଥ୍ୟାର ପିତା “ବାକ୍ୟାଂଶକୁ “ସମସ୍ତ ମିଥ୍ୟାର ସ୍ରୋତ” କିମ୍ବା “ଜଣେ ଯାହାଠାରୁ ସମସ୍ତ ମିଥ୍ୟା ଆସେ” ବୋଲି ଅନୁବାଦ କରାଯାଇପାରେ I
(ପିତା ଈଶ୍ୱର, ପୁତ୍ର, ଈଶ୍ୱରଙ୍କ ପୁତ୍ର: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରେରିତ 7:2
- ପ୍ରେରିତ 7:32
- ପ୍ରେରିତ 7:45
- ପ୍ରେରିତ 22:3
- ଆଦି ପୁସ୍ତକ 31:30
- ଆଦି ପୁସ୍ତକ 31:-42
- ଆଦି ପୁସ୍ତକ 31:53
- ଏବ୍ରୀ 7:4-6
- ଯୋହନ 4:12
- ଯିହୋଶୂୟ 24:3-4
- ମଲାଖୀ 3:7
- ମାର୍କ 10:7-9
- ମାଥିଉ 1:7
- ମାଥିଉ 3:9
- ମାଥିଉ 10:21
- ମାଥିଉ 18:14
- ରୋମୀୟ 4:12
ଶବ୍ଦବିନ୍ୟାସ :
- Strong’s: H0001, H0002, H0025, H0369, H0539, H1121, H1730, H1733, H2524, H3205, H3490, H4940, H5971, H7223, G05400, G10800, G37370, G39620, G39640, G39660, G39670, G39700, G39710, G39950, G42450, G42690, G46130
ପୃଥିବୀ, ଦେଶ
ପରିଭାଷା:
ଏହି ଶବ୍ଦ “ପୃଥିବୀ” କୁ ବୁଝାଏ ଯେଉଁଠାରେ ମନୁଷ୍ୟ ଏବଂ ଅନ୍ୟ ଜୀବମାନେ ବାସ କରନ୍ତି I ବାଇବେଲରେ, ଏହି ଶବ୍ଦଟି ବେଳେବେଳେ “ଭୂମି” ଭାବରେ ଅନୁବାଦ କରାଯାଇଅଛି ଯେତେବେଳେ ଭୂମି କିମ୍ବା ମୃତ୍ତିକାକୁ ସାଧାରଣ ଭାବରେ ବ୍ୟବହାର କରାଯାଏ ସେତେବେଳେ, କିମ୍ବା ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରକୁ ସୂଚାଇବାକୁ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହୃତ ହୁଏ, ସାଧାରଣତଃ ଏକ ଦେଶ କିମ୍ବା ରାଷ୍ଟ୍ର କ୍ଷେତ୍ରରେ I
- ବାଇବେଲରେ, “ପୃଥିବୀ” ଶବ୍ଦଟି ‘ସ୍ୱର୍ଗ’ ଶବ୍ଦ ସହ ଈଶ୍ଵରଙ୍କ ବାସସ୍ଥାନ ତୁଳନାରେ ପୃଥିବୀରେ ମାନବଜାତିର ବାସସ୍ଥାନକୁ ସୂଚାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର ହୁଏ I
- ଏହି ଶବ୍ଦ ସାଧାରଣତଃ “ଭୂମି” ବୋଲି ଅନୁବାଦ କରାଯାଇଥାଏ ଯେତେବେଳେ ସେହି ଗୋଷ୍ଠୀର ନାମ ସହିତ ଅନୁବାଦ ହୁଏ ଯେବେ ସେହି ଲୋକମାନଙ୍କ ଅଞ୍ଚଳକୁ ସୂଚାଏ, ଯେପରିକି “କିଣାନ ଦେଶ” I
- “ପାର୍ଥିବ” ଶବ୍ଦ ବେଳେବେଳେ ଶାରୀରିକ ଏବଂ / କିମ୍ବା ଅଦୃଶ୍ୟ ବିଷୟ ତୁଳନାରେ ଶାରୀରିକ ଏବଂ / କିମ୍ବା ଦୃଶ୍ୟମାନ ହେଉଥିବା ବିଷୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I
- ଏହି ଶବ୍ଦଟି ସାଙ୍କେତିକ ଭାବରେ ପୃଥିବୀରେ ବାସ କରୁଥିବା ଲୋକମାନଙ୍କୁ କିମ୍ବା ପୃଥିବୀରେ ଯାହା ଅଛି ତାହା ସୂଚାଇବା ପାଇଁ ବ୍ୟବହୃତ ହୋଇପାରେ, ଯେପରିକି “ପୃଥିବୀ ଆନନ୍ଦିତ ହେଉ” ଏବଂ “ସେ ପୃଥିବୀର ବିଚାର କରିବେ” I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ ଶବ୍ଦ ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରେ ଯାହା ସ୍ଥାନୀୟ ଭାଷା କିମ୍ବା ନିକଟସ୍ଥ ଜାତୀୟ ଭାଷାଗୁଡ଼ିକ ଆମେ ବାସ କରୁଥିବା ପୃଥିବୀକୁ ସୂଚାଇବା ପାଇଁ ବ୍ୟବହାର କରେ I
- ପ୍ରସଙ୍ଗ ଉପରେ ନିର୍ଭର କରି “ପୃଥିବୀ” ଶବ୍ଦକୁ “ଜଗତ” କିମ୍ବା “ଭୂମି” କିମ୍ବା “ମଇଳା” କିମ୍ବା “ମାଟି” ବୋଲି ଅନୁବାଦ କରାଯାଇପାରେ |
- ଯେବେ ଏହା ସାଙ୍କେତିକ ଭାବରେ ବ୍ୟବହୃତ ହୁଏ ତେବେ “ପୃଥିବୀ” ଶବ୍ଦକୁ “ପୃଥିବୀର ଲୋକ” କିମ୍ବା “ପୃଥିବୀରେ ବାସ କରୁଥିବା ଲୋକ” କିମ୍ବା “ପୃଥିବୀର ସମସ୍ତ ବିଷୟ” ବୋଲି ଅନୁବାଦ କରାଯାଇପାରେ I
- “ପାର୍ଥିବ” ଶବ୍ଦକୁ “ଭୌତିକ” କିମ୍ୱା “ପୃଥିବୀର ବିଷୟ” କିମ୍ୱା “ଦୃଶ୍ୟ” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
- ପ୍ରଥମ ରାଜାବଳୀ 1:38-40
- ଦ୍ଵିତୀୟ ବଂଶାବଳୀ 2:11-12
- ଦାନିୟେଲ 4:35
- ଲୂକ 12:51
- ମାଥିଉ 6:10
- ମାଥିଉ 11:25
- ଯିଖରୀୟ 6:5
ଶବ୍ଦବିନ୍ୟାସ :
- Strong’s: H0127, H0772, H0776, H0778, H2789, H3007, H3335, H6083, H7494, G10930, G19190, G27090, G28860, G36250, G45780, G55170
ପ୍ରକାର
ପରିଭାଷା:
“ପ୍ରକାର” ଓ “ସବୁ ପ୍ରକାର” ଏକ ସମୂହ କିମ୍ବା ବସ୍ତୁର ଅନ୍ତରତାର ଭାଗ ଯାହା ବଣ୍ଟନ ଚରିତ୍ର ସହ ସଂଯୁକ୍ତ ଅଟେ I
- ବାଇବେଲରେ,ବିଶେଷ କରି ଏହି ଶବ୍ଦ ଯେତେବେଳେ ଈଶ୍ୱର ଜଗତକୁ ସୃଷ୍ଟି କଲେ ବୃକ୍ଷ, ଲତା ଓ ପ୍ରାଣୀକୁ ଅଲଗା କରିବାକୁ ଦର୍ଶାଏ I
- ଅନେକ ସମୟରେ ଏକ “ପ୍ରକାର” ପ୍ରାଣୀରେ ଅଲଗା ଅଲଗା ଜୀବ ଦେଖାଯାଏ I ଉଦାହରଣ ସ୍ୱରୂପ, ଘୋଡ଼ା,ଜେବରା,ଗଧ ସବୁ ପଶୁର ସଦଶ୍ୟ ଏକ “ପ୍ରକାର” ଅଟେ କିନ୍ତୁ ସେମାନେ ଅଲଗା ଜାତି ଅଟନ୍ତି I
- ଯେଉଁ ମୁଖ୍ୟ ବିଷୟ ସମସ୍ତକୁ ଏକ ଅଲଗା ସମୂହ କରି ଅଲଗା କରେ ତାହା ସେହି ସମୂହର ପ୍ରାଣୀ ସମାନ “ପ୍ରକାର” ପ୍ରାଣୀ ଜନ୍ମ ଦିଅନ୍ତି I ଅଲଗା ଜାତିର ପ୍ରାଣୀ ଏହି ପ୍ରକାରେ କରି ପାରିବେ ନାହିଁ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଜାତି” କିମ୍ବା“ଶ୍ରେଣୀ” କିମ୍ବା“ସମୂହ” କିମ୍ବା“ପଶୁ (ଜଗତ) ସମୂହ” କିମ୍ବା“ଭାଗ” ବୋଲି ଏହି ଶବ୍ଦକୁ ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2178, H3978, H4327, G10850, G54490
ପ୍ରତାରଣା, ପ୍ରବଞ୍ଚନା, ପ୍ରତାରଣା, ଭ୍ରାନ୍ତି
ପରିଭାଷା:
“ପ୍ରତାରଣା” ଶବ୍ଦ ଜଣକୁ କୌଣସି ମିଥ୍ୟା ବିଷୟରେ ବିଶ୍ୱାସ କରିବାପାଇଁ ପ୍ରବର୍ତ୍ତାଇବାକୁ ବୁଝାଏ। ଜଣକୁ ଠକିବାର କାର୍ଯ୍ୟକୁ "ପ୍ରବଞ୍ଚନା" କିମ୍ବା "ପ୍ରତାରଣା" ବୋଲି କୁହାଯାଏ।
- ଜଣକୁ କୌଣସି ମିଥ୍ୟା ବିଷୟରେ ବିଶ୍ୱାସ କରିବାପାଇଁ ଯିଏ ପ୍ରବର୍ତ୍ତାଇବାକୁ “ପ୍ରବଞ୍ଚକ” କୁହାଯାଏ। ଉଦାହରଣ ସ୍ଵରୂପ, ଶୟତାନ ଜଣେ “ପ୍ରବଞ୍ଚକ” କୁହାଯାଏ। ସେ ଯେଉଁ ମନ୍ଦ ଆତ୍ମାଗୁଡ଼ିକୁ ନିୟନ୍ତ୍ରଣ କରେ ସେସବୁକୁ ମଧ୍ୟ ପ୍ରବଞ୍ଚକ କୁହାଯାଏ।
- ଜଣେ ବ୍ୟକ୍ତିର, କାର୍ଯ୍ୟ, କିମ୍ବା ବାର୍ତ୍ତା ଯାହା ସତ୍ୟତା ନୁହେଁ ସେଗୁଡ଼ିକୁ "ବିଭ୍ରାନ୍ତିକର ବା ପ୍ରତାରଣାତ୍ମକ" ବୋଲି ଅନୁବାଦ କରାଯାଇପାରେ।
- ଏକ ବ୍ୟକ୍ତିର, କାର୍ଯ୍ୟ, କିମ୍ୱା ବାର୍ତ୍ତାରେ ଯଦି ସତ୍ୟତା ନାହିଁ ତାକୁ “ପ୍ରତାରଣାତ୍ମକ” ବୋଲି ବର୍ଣ୍ଣନା କରାଯାଏ I
- “ପ୍ରବଞ୍ଚନା” ଏବଂ “ଭ୍ରାନ୍ତି ବା ମିଥ୍ୟା ବିଶ୍ୱାସ” ଶବ୍ଦର ସମାନ ଅର୍ଥକୁ ପ୍ରକାଶ କରେ, କିନ୍ତୁ ସେଗୁଡ଼ିକର ବ୍ୟବହାରରେ କିଛି ଭିନ୍ନତା ରହିଥାଏ।
- ”ପ୍ରବଞ୍ଚନା” ଏବଂ “ପ୍ରତାରଣାତ୍ମକ” ଶବ୍ଦଗୁଡ଼ିକର ଅର୍ଥ ସମାନ ଅଟେ ଏବଂ ସେଗୁଡ଼ିକ ସମାନ ପ୍ରସଙ୍ଗରେ ବ୍ୟବହାର ହୋଇଥାଏ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ପ୍ରତାରଣା” ଶବ୍ଦକୁ “ମିଥ୍ୟା କହିବାକୁ” କିମ୍ୱା “ମିଥ୍ୟା କଥାକୁ ବିଶ୍ୱାସ କରାଇବା” କିମ୍ୱା “ଯାହା ସତ ନୁହେଁ ସେହି ବିଷୟରେ ଚିନ୍ତା କରିବା ପାଇଁ ଜଣକୁ ପ୍ରବର୍ତ୍ତାଇବା" ବୋଲି ଅନୁବାଦ କରାଯାଇପାରେ।
- “ପ୍ରତାରିତ” ଶବ୍ଦକୁ ମଧ୍ୟ "କିଛି ମିଥ୍ୟା ଭାବିବାର କାରଣ ହେବା" କିମ୍ବା "ମିଥ୍ୟା କହିଲେ" କିମ୍ବା “ଚତୁରତା” କିମ୍ବା “ନିର୍ବୋଧ” କିମ୍ବା "ବିପଥଗାମୀ" ବୋଲି ଅନୁବାଦ କରାଯାଇପାରେ।
- “ପ୍ରତାରଣା” ଶବ୍ଦକୁ “ମିଥ୍ୟାବାଦୀ" କିମ୍ବା “ଜଣେ ଯିଏ ଭ୍ରାନ୍ତ କରେ" କିମ୍ବା "ଜଣେ ଯିଏ ପ୍ରତାରଣା କରେ" ଏପରି ମଧ୍ୟ ଅନୁବାଦ କରାଯାଇପାରେ।
- ପ୍ରସଙ୍ଗ ଉପରେ ନିର୍ଭର କରି, "ମିଥ୍ୟା ବିଶ୍ୱାସ ବା ଭ୍ରାନ୍ତ ଧାରଣା" କିମ୍ବା “ପ୍ରବଞ୍ଚନା” ଏକ ଶବ୍ଦ ବା ବାକ୍ୟ ସହିତ ଅନୁବାଦ କରାଯାଇପାରେ ଯାହାର ଅର୍ଥ “ମିଥ୍ୟା କହିବା” କିମ୍ବା “ପ୍ରତାରଣାକାରୀ” ଅଟେ ।
- "ଭ୍ରାନ୍ତିକର ବା ନିରର୍ଥକ ପ୍ରତାରଣା" କିମ୍ୱା "ପ୍ରତାରଣାପୂର୍ଣ୍ଣ" ଶବ୍ଦକୁ "ଅସତ୍ୟ" କିମ୍ବା "ବିଭ୍ରାନ୍ତକାରୀ" କିମ୍ବା “ମିଥ୍ୟା” ଭାବରେ ଜଣେ ବ୍ୟକ୍ତି ଯିଏ ଲୋକମାନଙ୍କୁ ଯାହା ସତ୍ୟ ନୁହେଁ ସେଥିରେ ବିଶ୍ୱାସ କରିବାର କାରଣ ହୁଏ” ବୋଲି ଅନୁବାଦ କରାଯାଇପାରେ।
(ସତ୍ୟ:ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ ଯୋହନ 1:8
- ପ୍ରଥମ ତୀମଥି 2:14
- ଦ୍ଵିତୀୟ ଥେସଲନୀକୀୟ 2:3-4
- ଆଦି ପୁସ୍ତକ 3:12-13
- ଆଦି ପୁସ୍ତକ 31:26-28
- ଲେବୀୟ ପୁସ୍ତକ 19:11-12
- ମାଥିଉ 27:64
- ମୀଖା 6:11
ଶବ୍ଦବିନ୍ୟାସ:
- Strong’s: H0898, H2048, H3577, H3584, H3868, H4123, H4820, H4860, H5230, H5377, H5558, H6121, H6231, H6601, H7411, H7423, H7683, H7686, H7952, H8267, H8496, H8582, H8591, H8649, G05380, G05390, G13860, G13870, G13880, G18180, G38840, G41050, G41060, G41080, G54220, G54230
ପ୍ରତିବାସୀ, ପଡୋଶୀ, ପଡୋଶୀ
ପରିଭାଷା:
“ପଡ଼ୋଶୀ” ଶବ୍ଦ ସାଧାରଣତଃ ନିକଟରେ ରହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଏହା ସମାନ ସମ୍ପ୍ରଦାୟ କିମ୍ବା ଲୋକ ଗୋଷ୍ଠୀରେ ରହୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସୂଚାଇପାରେ I
- ଜଣେ “ପଡ଼ୋଶୀ” ହେଉଛନ୍ତି ଏକ ବ୍ୟକ୍ତି ଯିଏକି ସୁରକ୍ଷିତ ଏବଂ ଦୟା କରାଯାଏ କାରଣ ସେ ସମାନ ସମ୍ପ୍ରଦାୟର ଅଂଶ ଅଟନ୍ତି I
- ନୂତନ ନିୟମର ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତରେ, ଯୀଶୁ “ପଡ଼ୋଶୀ” ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ଏହାର ଅର୍ଥକୁ ସମସ୍ତ ମନୁଷ୍ୟକୁ ଅନ୍ତର୍ଭୁକ୍ତ କରିବା ପାଇଁ କରିଥିଲେ, ଏପରିକି ଶତ୍ରୁ ଭାବରେ ପରିଗଣିତ ହେଉଥିବା ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ ଅଟେ I
- ଯଦି ସମ୍ଭବ, ଏହି ଶବ୍ଦକୁ ଏପରି ଶବ୍ଦ ବା ବାକ୍ୟାଂଶ ସହିତ ଅନୁବାଦ କରିବା ସର୍ବୋତ୍ତମ ହେବ, ଯାହାର ଅର୍ଥ “ନିକଟବର୍ତ୍ତୀ ବ୍ୟକ୍ତି” ଅଟେ I
( ବିରୋଧୀ, ଦୃଷ୍ଟାନ୍ତ, ଲୋକଦଳ, ଶମିରୋଣ: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରେରିତ 7:26-28
- ଏଫିସୀୟ 4:25-27
- ଗାଲାତୀୟ 5:14
- ଯାକୁବ 2:8
- ଯୋହନ 9:8-9
- ଲୂକ 1:58
- ମାଥିଉ 5:43
- ମାଥିଉ 19:19
- ମାଥିଉ 22:39
ଶବ୍ଦବିନ୍ୟାସ :
- Strong’s: H5997, H7138, H7453, H7468, H7934, G10690, G20870, G40400, G41390
ପ୍ରଥମ ଫଳ
ପରିଭାଷା:
“ପ୍ରଥମ ଫଳ “ଶବ୍ଦ ପ୍ରତି ଋତୁରେ କାଟିବା ପ୍ରଥମ ଫସଲ ଓ ପନିପରିବାର କିଛି ଅଂଶକୁ ଦର୍ଶାଏ I
- ଇସ୍ରାଏଲ ଲୋକମାନେ ଏହି ପ୍ରଥମ ଫଳ ଏକ ନୈବେଦ୍ୟ ରୂପରେ ଈଶ୍ୱରଙ୍କୁ ଉତ୍ସର୍ଗ କରନ୍ତି I
- ଏହି ଶବ୍ଦ ରୂପକ ଭାବେ ମଧ୍ୟ ବାଇବେଲରେ ବ୍ୟବହାର କରାଯାଏ ଯେପରି ପ୍ରଥମ ସନ୍ତାନ ପରିବାରର ପ୍ରଥମ ଫଳ ରୂପରେ ଦର୍ଶାଏI କାରଣ ସେ ସେହି ପରିବାରରେ ଜନ୍ମ ହୋଇଥିବା ପ୍ରଥମ ପୁତ୍ର, ସେ ହିଁ ପରିବାରର ନାମ ଏବଂ ସମ୍ମାନ ବହନ କରିବI
- କାରଣ ଯୀଶୁ ମୃତ୍ୟୁରୁ ପୁନରୁଥିତ ହେଲେ, ସେ ସମସ୍ତ ବିଶ୍ୱାସୀମାନଙ୍କ ନିମନ୍ତେ “ପ୍ରଥମ ଫଳ “ହେଲେ, ଯେଉଁ ବିଶ୍ୱାସୀମାନେ ମୃତ, ଗୋଟିଏ ଦିନ ମୃତ୍ୟୁରୁ ପୁନରୁତ୍ଥିତ ହେବେ I
- ଯୀଶୁଙ୍କ ଠାରେ ବିଶ୍ୱାସୀ ସମସ୍ତ ସୃଷ୍ଟିରେ “ପ୍ରଥମ ଫଳ” କୁହା ଯାଆନ୍ତି, ଯେଉଁମାନେ ଯୀଶୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଓ ଆହୁତ ଓ ବିଶେଷ ଅଧିକାର ଓ ପଦବୀରେ ଅଧିଷ୍ଟିତ ଥିବାକୁ ବୁଝାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ ଆକ୍ଷରିକ ଭାବେ “ପ୍ରଥମ ଅଂଶ (ଶସ୍ୟର )” କିମ୍ବା“ଫସଲର ପ୍ରଥମ ଅଂଶ” ବୋଲି ଅନୁବାଦ କରାଯାଇପାରେ I
- ସମ୍ଭବତଃ, ରୂପକ ବ୍ୟବହାର କୁ ଆକ୍ଷରିକ ରୂପରେ ଅଲଗା ପ୍ରସଙ୍ଗରେ ଅଲଗା ଅର୍ଥ ନିମନ୍ତେ ଅନୁବାଦ କରା ଯିବା ଆବଶ୍ୟକ ଅଟେ I ଏହା ଆକ୍ଷରିକ ଅର୍ଥ ଓ ରୂପକ ବ୍ୟବହାର ମଧ୍ୟରେ ପରସ୍ପର ସମ୍ପକକୁ ଦେଖାଏ I
(ପ୍ରଥମ ଜାତ: ଦେଖନ୍ତୁ )
ବାଇବେଲ ପର୍ବ:
- ଦ୍ୱିତୀୟ ବଂଶାବଳୀ 31:4-5
- ଦ୍ୱିତୀୟ ଥେସଲନିକୀୟ 2:13
- ଯାତ୍ରାପୁସ୍ତକ 23:16-17
- ଯାକୁବ 1: 18
- ଯିରିମୀୟ2: 3
- ଗୀତସଂହିତା 105:36
ଶବ୍ଦବିନ୍ୟାସ :
- Strong’s: H1061, H6529, H7225, G05360
ପ୍ରବଳ ଇଚ୍ଛା, ଲାଲସା, ଆବେଗ, ଅଭିଳାଷ
ପରିଭାଷା:
ପ୍ରବଳ ଇଚ୍ଛା ଏକ ଦୃଢ ଇଚ୍ଛା ଶକ୍ତି ଅଟେ ସାଧାରଣ ଭାବରେ ପ୍ରସଙ୍ଗ ଅନୁସାରେ ପାପ କିମ୍ବା ଅନୈତିକ କାମ କରିବାକୁ ଦର୍ଶାଏ। ପ୍ରବଳ ଇଚ୍ଛାର ଲାଲସା ହେବାର ଅର୍ଥ ପ୍ରବଳ ଉପଭୋଗ କରିବା ଅଟେ।
- ବାଇବେଲରେ, “ଇଚ୍ଛା” ଶବ୍ଦକୁ ସାଧାରଣ ଭାବରେ ନିଜ ଜୀବନ ସାଥୀକୁ ଛାଡ଼ି ଆଉ ଅନ୍ୟ ଜଣକ ପ୍ରତି ଯୌନ ଇଚ୍ଛାକୁ ଦର୍ଶାଏ।
- ଅନେକ ସମୟରେ ଏହି ଶବ୍ଦ ସାଙ୍କେତିକ ରୂପରେ ମୂର୍ତ୍ତିପୂଜା ନିମନ୍ତେ ବ୍ୟବହାର ହେବାକୁ ଦର୍ଶାଏ।
- ପ୍ରସଙ୍ଗ ଉପରେ ନିର୍ଭର କରି, “କାମାତୁରକୁ" ଅନୁବାଦ କଲେବାକ୍ୟାଂଶକୁ “ଭୁଲ୍ ଅଭିଳାଷ” କିମ୍ବା“ପ୍ରବଳ ଇଚ୍ଛା” କିମ୍ବା“ଅବୈଧ ଯୌନ ଅଭିଳାଷ” କିମ୍ବା“ଭୁଲ୍ ଅନୈତିକ ଇଚ୍ଛା” କିମ୍ବା"ପାପ କରିବାକୁ ପ୍ରବଳ ଇଚ୍ଛା" ବୋଲି ଅନୁବାଦ କରାଯାଇପାରେ।
- “ପ୍ରବଳ ଇଚ୍ଛା ପଛରେ" ବାକ୍ୟାଂଶକୁ “ଭୁଲ୍ ଅଭିଳାଷ" କିମ୍ବା“ଅନୈତିକ ରୂପରେ ଚିନ୍ତା କରିବା“ କିମ୍ବା“ଅନୈତିକ କାମନା“ ବୋଲି ଅନୁବାଦ କରାଯାଇପାରେ ।
(ବ୍ୟଭିଚାର, ମିଥ୍ୟା ଦେବତା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0183, H0185, H0310, H1730, H2181, H2183, H2530, H5178, H5375, H5689, H5691, H5869, H7843, G07660, G19370, G19390, G22370, G37150, G38060
ପ୍ରାଚୀନ, ବୃଦ୍ଧ, ବୟୋଜ୍ୟେଷ୍ଠ
ପରିଭାଷା:
"ପ୍ରାଚୀନ" କିମ୍ବା " ବୃଦ୍ଧ " ଶବ୍ଦ ଲୋକମାନଙ୍କୁ ଦର୍ଶାଏ (ସାଧାରଣତଃ, ବାଇବେଲରେ ପୁରୁଷମାନଙ୍କୁ ବୁଝାଏ) ଯେଉଁମାନେ ଏକ ସମ୍ପ୍ରଦାୟ ମଧ୍ୟରେ ପରିପକ୍ୱ ବୟସ୍କ ଏବଂ ନେତା ହେବା ପାଇଁ ଯଥେଷ୍ଟ ବୟସ୍କ ହୋଇଛନ୍ତି। ଉଦାହରଣ ସ୍ୱରୂପ, ପ୍ରାଚୀନମାନଙ୍କର ପକ୍ୱ କେଶ ଥାଇପାରେ, ବୟସ୍କ ସନ୍ତାନଗଣ ଥିବେ, କିମ୍ବା ନାତି ବା ନାତୁଣୀ କିମ୍ବା ନାତି ବା ନାତୁଣୀର ସନ୍ତାନମାନେ ମଧ୍ୟ ଥାଇପାରନ୍ତି।
- “ପ୍ରାଚୀନ” ଶବ୍ଦଟି ଏପରି ପରିପେକ୍ଷୀରୁ ଆସିଛି ଯେ ଯେଉଁମାନେ ମୂଳତଃ ପ୍ରାଚୀନଗଣ ବୟସ୍କ ବ୍ୟକ୍ତି ଥିଲେ, ଯେଉଁମାନେ ସେମାନଙ୍କର ବୟସ ଏବଂ ଅଭିଜ୍ଞତା ହେତୁ ଅଧିକ ଜ୍ଞାନ ପାଇଥିଲେ।
- ପୁରାତନ ନିୟମରେ, ପ୍ରାଚୀନମାନେ ଇସ୍ରାଏଲର ଲୋକମାନଙ୍କୁ ସାମାଜିକ ନ୍ୟାୟ ପାଇବାରେ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାରେ ସାହାଯ୍ୟ କରୁଥିଲେ।
- ନୂତନ ନିୟମରେ, ଯିହୁଦୀ ପ୍ରାଚୀନମାନେ ସେମାନଙ୍କ ସମାଜରେ ଲୋକମାନଙ୍କର ନେତୃତ୍ୱ ଦେଲେ ଏବଂ ଆହୁରି ବିଚାରକ ଭାବେ କାର୍ଯ୍ୟ କରୁଥିଲେ।
- ଆଦ୍ୟ ମଣ୍ଡଳୀଗୁଡ଼ିକରେ, ଖ୍ରୀଷ୍ଟଧର୍ମାବଲମ୍ବୀ ପ୍ରାଚୀନମାନେ ସ୍ଥାନୀୟ ବିଶ୍ୱାସୀ ମଣ୍ଡଳୀଗୁଡ଼ିକରେ ଆତ୍ମିକ ନେତୃତ୍ୱ ଦେଲେ। ପ୍ରାଚୀନମାନେ ଏହି ମଣ୍ଡଳୀଗୁଡ଼ିକରେ ଏନେକ ଯୁବା ନେତାମାନଙ୍କୁ ମଧ୍ୟ ଯୋଗ କଲେ ଯେଉଁମାନେ ଆତ୍ମିକଭାବେ ପରିପକ୍ୱ ଥିଲେ।
- ଏହି ଶବ୍ଦକୁ “ବୟସ୍କ ବ୍ୟକ୍ତିଗଣ” କିମ୍ୱା “ମଣ୍ଡଳୀକୁ ଆତ୍ମିକଭାବେ କଡାଇ ନେବା ପରିପକ୍ୱ ବ୍ୟକ୍ତିଗଣ” ବୋଲି ଅନୁବାଦ କରାଯାଇପାରେ।
ବାଇବେଲ ପଦପର୍ବ:
- ପ୍ରଥମ ବଂଶାବଳୀ 11:1-3
- ପ୍ରଥମ ତୀମଥି 3:1-3
- ପ୍ରଥମ ତୀମଥି 4:14
- ପ୍ରେରିତ 5:19-21
- ପ୍ରେରିତ 14:23
- ମାର୍କ 11:28
- ମାଥିଉ 21:23-24
ଶବ୍ଦବିନ୍ୟାସ:
- Strong’s: H1419, H2205, H7868, G10870, G31870, G42440, G42450, G48500
ପ୍ରେରଣ କରିବା, ପଠାଯାଇଛି, ପ୍ରେରଣ କରିବା
ପରିଭାଷା:
“ପ୍ରେରଣ କରିବା” ଅର୍ଥ କାହାକୁ କିମ୍ୱା କୌଣସି ପଦାର୍ଥକୁ କୌଣସି ସ୍ଥାନକୁ ପଠେଇବା ଅଟେ। “ବାହାରକୁ ପଠାଇବା” ଅର୍ଥ କାହାକୁ ଏକ ଉଦ୍ଦେଶ୍ୟରେ ପ୍ରେରଣ କରିବା ଅଟେ।
- ସାଧାରଣତଃ ଜଣେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟକୁ ସମାପନ କରିବା ପାଇଁ ନିଯୁକ୍ତକରି “ବାହାରକୁ ପଠାଯାଏ।”
- ଖଣ୍ଡବାକ୍ୟ ଯଥା “ବର୍ଷା ପଠାଅ” କିମ୍ୱା “ଦୁର୍ଭିକ୍ଷ ପଠାଅ“ ଅର୍ଥ “ଏପରି ଘଟୁ ଅଟେ।” ଏହି ପ୍ରକାର ଭାବନା ସାଧାରଣତଃ ଈଶ୍ୱରଙ୍କୁ ଏହି ସମସ୍ତ ଘଟାଇବାକୁ ସୂଚାଏ ।
- “ପ୍ରେରଣ” ଶବ୍ଦଟି ଭାବନା ପ୍ରକାଶ ଗୁଡ଼ିକ ଯଥା “ଏକ ବାର୍ତ୍ତା ପଠାଅ" କିମ୍ୱା “ଖବର ପଠେଇବା” ଯାହାର ଅର୍ଥ ହେଉଛି ଜଣେ ଜଣକୁ ଏକ ଖବର ପଠାଇବାକୁ ଅନ୍ୟ ଜଣକୁ ବାର୍ତ୍ତା ପ୍ରଦାନ କରେ।
- "କୌଣସି ବିଷୟ" ସହ "କାହାକୁ" ପଠାଇବା ମଧ୍ୟ ଏହାର ଅର୍ଥ ହୋଇପାରେ ଯେ ସେହି ବିଷୟକୁ "ଅନ୍ୟକୁ" ଦେବା, ସାଧାରଣତଃ ଏହାକୁ ଗ୍ରହଣ କରିବାକୁ କିଛି ଦୂରତା ବହନ କରୁଥିବା ବ୍ୟକ୍ତିକୁ ବୁଝାଏ |
- “ଯେ ମୋତେ ପ୍ରେରଣ କରିଛନ୍ତି” ଏହି ଶବ୍ଦକୁ ଯୀଶୁ ବାରମ୍ୱାର ବ୍ୟବହାର କରୁଥିଲେ ସଦାସର୍ବଦା ପିତା ଈଶ୍ୱରଙ୍କୁ ଉଲ୍ଲେଖ କରି କୁହନ୍ତି, ଯିଏ ତାହାଙ୍କୁ ଲୋକମାନଙ୍କୁ ଉଦ୍ଧାର ଏବଂ ରକ୍ଷା କରିବା ନିମନ୍ତେ ପୃଥିବୀକୁ “ପ୍ରେରଣ” କରିଅଛନ୍ତି। ଏହାକୁ “ଯିଏ କୌଣସି କାର୍ଯ୍ୟ ନିମନ୍ତେ କର୍ତ୍ତୃତ୍ୱ ପ୍ରଦାନ କରିଛନ୍ତି" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
( ନିଯୁକ୍ତ, ରକ୍ଷା, ବାହାର କରିବା: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରେରିତ 7:33-34
- ପ୍ରେରିତ 8:14-17
- ଯୋହନ 20:21-23
- ମାଥିଉ 9:37-38
- ମାଥିଉ 10:5
- ମାଥିଉ 10:40
- ମାଥିଉ 21:1-3
ଶବ୍ଦବିନ୍ୟାସ:
- Strong’s: H0935, H1540, H1980, H2199, H2904, H3318, H3474, H3947, H4916, H4917, H5042, H5130, H5375, H5414, H5674, H6963, H7368, H7725, H7964, H7971, H7972, H7993, H8421, H8446, G07820, G03750, G06300, G06490, G06520, G06570, G10260, G10320, G15440, G15990, G18210, G33330, G33430, G39360, G39920, G43110, G43410, G43690, G48420, G48820
ଫଳ, ଫଳବନ୍ତ, ଫଳହୀନ
ପରିଭାଷା:
“ଫଳ” ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ବୃକ୍ଷର ସେହି ଭାଗ ଯାହାକୁ ଖାଦ୍ୟ ରୂପରେ ଗ୍ରହଣ କରାଯାଏ I କିଛି ଜିନିଷ ଯାହା “ଫଳବନ୍ତ” ଅଟେ ତାହା ବହୁତ ଫଳ ଫଳି ଥାଏ I ଏହି ଶବ୍ଦ ସବୁ ଆଳଙ୍କାରିକ ରୂପରେ ମଧ୍ୟ ବାଇବେଲରେ ବ୍ୟବହାର କରାଯାଇଅଛି।
- ବାଇବେଲ ଅନେକ ସମୟରେ ଗୋଟିଏ ବ୍ୟକ୍ତିର ଜୀବନ ଶୈଳୀ ନିମନ୍ତେ “ଫଳ” ଶବ୍ଦକୁ ବ୍ୟବହାର କରେ। ଯେପରି ଗୋଟିଏ ବୃକ୍ଷରଫଳ ଦେଖାଏ ଏହା କେଉଁ ପ୍ରକାର ଗଚ୍ଛ ଅଟେ, ସେହି ପ୍ରକାରେ ଗୋଟିଏ ବ୍ୟକ୍ତିର ଶବ୍ଦ ଓ କାର୍ଯ୍ୟ ପ୍ରକଟ କରେ କି ସେ କି ପ୍ରକାରେ ଚରିତ୍ର ଧାରଣ କରି ଅଛି।
- ଜଣେ ବ୍ୟକ୍ତି ଭଲ କିମ୍ବା ମନ୍ଦ ଆତ୍ମିକ ଫଳ ଉତ୍ପନ କରିପାରେ, କିନ୍ତୁ “ଫଳବନ୍ତ“ ଶବ୍ଦର ସବୁବେଳେ ସାକାରାତ୍ମକ ବା ସୁନିଶ୍ଚିତ ଅର୍ଥ ହୋଇଥାଏ ଯାହା ବହୁଳ ଉତ୍ତମ ଫଳ ଉତ୍ପନ କରିବାକୁ ଦର୍ଶାଏ।
- “ଫଳବନ୍ତ“ ଶବ୍ଦ ମଧ୍ୟ ଆଳଙ୍କାରିକ ବା ରୂପକ ରୂପରେ ବ୍ୟବହାର କରାଯାଏ ଯାହାର ଅର୍ଥ “ସମୃଦ୍ଧିଶାଳୀ"। ଏହା ଅନେକ ସମୟରେ ବହୁ ସନ୍ତାନ ସନ୍ତତିକୁ ଦର୍ଶାଏ, ତାହା ସହିତ ପ୍ରଚୁର ପରିମାଣରେ ଖାଦ୍ୟ ଓ ତାହା ସହିତ ଧନ ମଧ୍ୟ ଦର୍ଶାଏ। ସାଧାରଣତଃ, ଅଭିବ୍ୟକ୍ତି “ଏହାର ଫଳ” କାହାଠାରୁ କିଛି ଆସେ କି ଉତ୍ପନ ହୁଏକୁ ଦର୍ଶାଏ। ଉଦାହରଣ ସ୍ୱରୂପ, “ଜ୍ଞାନର ଫଳ“ ଉତ୍ତମ ବସ୍ତୁକୁ ଦର୍ଶାଏ ଯାହା ଜ୍ଞାନରୁ ଆସେ।
- “ଭୂମିର ଫଳ“ ଅଭିବ୍ୟକ୍ତି ସାଧାରଣ ଭାବରେ ସମସ୍ତ ଜିନିଷକୁ ଦର୍ଶାଏ ଯାହା ଭୂମି ଲୋକମାନଙ୍କ ଖାଦ୍ୟ ନିମନ୍ତେ ଉତ୍ପନ କରେ। ଏହା କେବଳ ସେହି ଫଳକୁ କୁହାଯାଏ ନାହିଁ ଯେପରି ଅଂଗୁର, ଖଜୁରୀ କିନ୍ତୁ ପନିପରିବା, ଚଣା ଓ ଶସ୍ୟକୁ ମଧ୍ୟ ଅନ୍ତର୍ଭୁକ୍ତ କରେ।
- “ଆତ୍ମାଙ୍କ ଫଳ” ଆଳଙ୍କାରିକ ବା ରୂପକ ଅଭିବ୍ୟକ୍ତି ଧାର୍ମିକ ଗୁଣକୁ ଦର୍ଶାଏ ଯାହା ପବିତ୍ର ଆତ୍ମା ଲୋକମାନଙ୍କ ଜୀବନରେ ଉତ୍ପନ କରନ୍ତି ଯେ ତାହାଙ୍କ ଆଜ୍ଞାକାରୀ ହୁଏ।
- “ଗର୍ଭର ଫଳ“ ଅଭିବ୍ୟକ୍ତି "ଯାହା ଗର୍ଭ ଉତ୍ପନ କରେ—“ ତାହାକୁ ଦର୍ଶାଏ ଯାହା ସନ୍ତାନ ସନ୍ତତି।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- "ଫଳ" ପାଇଁ ସାଧାରଣ ଶବ୍ଦ ବ୍ୟବହାର କରି ଏହି ଶବ୍ଦକୁ ଅନୁବାଦ କରିବା ସର୍ବୋତ୍ତମ ଅଟେ, ଯାହା ସାଧାରଣତ ଏକ ଫଳ ଗଛର ଖାଇବା ଫଳକୁ ସୂଚାଇବା ପାଇଁ ସ୍ଥାନୀୟ ଭାଷାରେ ବ୍ୟବହୃତ ହୁଏ | ଅନେକ ଭାଷାରେ ଯେତେବେଳେ ଏହା ଏକରୁ ଅଧିକ ଫଳକୁ ସୂଚାଏ, ବହୁବଚନ "ଫଳ" ବ୍ୟବହାର କରିବା ଅଧିକ ସ୍ୱାଭାବିକ ହୋଇପାରେ।
- ପ୍ରସଙ୍ଗରେ ନିର୍ଭର କରି, “ଫଳବନ୍ତ“ ଶବ୍ଦ ଯେପରି “ଅଧିକ ଆତ୍ମିକ ଫଳ ଉତ୍ପନ କରିବା“ କିମ୍ବା “ଅଧିକ ସନ୍ତାନ ଜନ୍ମ କରିବା” କିମ୍ବା“ସମୃଦ୍ଧିଶାଳୀ ହେବା“ ବୋଲି ଅନୁବାଦ କରାଯାଇପାରେ ।
- “ଭୂମିର ଫଳ“ ଅଭିବ୍ୟକ୍ତି ଯେପରି “ଖାଦ୍ୟ ଯାହା ସେହି ଭୂମି ଉତ୍ପନ କରେ“ କିମ୍ବା“ଖାଦ୍ୟ ଶସ୍ୟ ଯାହା ସେହି ସ୍ଥାନରେ ବଡ଼େ“ ବୋଲି ଅନୁବାଦ କରାଯାଇପାରେ।
- ଯେତେବେଳେ ଈଶ୍ୱର ପଶୁ ଓ ମନୁଷ୍ୟକୁ ସୃଷ୍ଟି କଲେ, ସେ ସେମାନଙ୍କୁ “ପ୍ରଜାବନ୍ତ ଓ ବହୁ ବଂଶ ହୁଅ" ବୋଲି ଆଜ୍ଞା କରି କହିଲେ, “ଯାହା ଅନେକ ସନ୍ତାନ ଓ ବଂଶଧର ହେବାକୁ" ଦର୍ଶାଏ। ଏହାକୁ ଯେପରି “ଅନେକ ବଂଶଜ ହେବା” କିମ୍ବା“ଅଧିକ ସନ୍ତାନ ଓ ବଂଶଧର ହେବ” କିମ୍ବା“ଅଧିକ ସନ୍ତାନ ହେଉ ଯାହା ଦ୍ୱାରା ତୁମ୍ଭର ଅଧିକ ବଂଶଧର ହୁଅନ୍ତୁ“ ବୋଲି ଅନୁବାଦ କରାଯାଇପାରେ ।
- “ଗର୍ଭର ଫଳ“ ଅଭିବ୍ୟକ୍ତିକୁ “ଯାହା ଗର୍ଭ ଉତ୍ପନ କରେ“ କିମ୍ବା“ସନ୍ତାନ ସନ୍ତତି ଯାହା ଜଣେ ସ୍ତ୍ରୀ ଜନ୍ମ ଦିଏ“ କିମ୍ବା କେବଳ “ସନ୍ତାନ“ ବୋଲି ଅନୁବାଦ କରାଯାଇପାରେ । ଯେତେବେଳେ ଏଲିଶାବେଥ ମରୀୟମଙ୍କୁ କହନ୍ତି “ତୁମ୍ଭ ଗର୍ଭର ଫଳ ଧନ୍ୟ ହେଉ," ତାଙ୍କର କହିବାର ଅର୍ଥ "ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦେବ ସେ ଧନ୍ୟ ହେଉ।" ସ୍ଥାନୀୟ ଭାଷାରେ ଏହାର ଅଲଗା ଅଭିବ୍ୟକ୍ତି ଥାଇପାରେ ।
- "ଦ୍ରାକ୍ଷାଲତାର ଫଳ” ଆଉ ଏକ ଅଭିବ୍ୟକ୍ତିକୁ “ଦ୍ରାକ୍ଷାଲତା ଫଳ" କିମ୍ବା “ଅଙ୍ଗୁରଲତା" ବୋଲି ଅନୁବାଦ କରାଯାଇପାରେ ।
- ପ୍ରସଙ୍ଗରେ ନିର୍ଭର କରି, “ଫଳପ୍ରଦ ହେବ” ଅଭିବ୍ୟକ୍ତିକୁ “ବହୁଳ ଫଳ ଉତ୍ପନ କରିବ“ କିମ୍ବା “ଅଧିକ ସନ୍ତାନ ହେବେ“ କିମ୍ବା “ସମୃଦ୍ଧିଶାଳୀ ହେବ” ବୋଲି ଅନୁବାଦ କରାଯାଇପାରେ ।
- ପ୍ରେରିତ ପାଉଲଙ୍କ ଅଭିବ୍ୟକ୍ତିରେ “ଫଲବନ୍ତ ପରିଶ୍ରମକୁ" ପରିଶ୍ରମ ଯାହା ଉତ୍ତମ ଫଳଫଳେ" କିମ୍ବା “ଉଦ୍ୟମ ଯାହା ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି“ ବୋଲି ଅନୁବାଦ କରାଯାଇପାରେ ।
- “ଆତ୍ମିକ ଫଳ“ ଯେପରି “ପବିତ୍ର ଆତ୍ମା ଯାହା ଉତ୍ପନ୍ନ କରନ୍ତି“ କିମ୍ବା "ଯାହା କାର୍ଯ୍ୟ ଏବଂ ବାକ୍ୟକୁ ଦର୍ଶାଏ ତାହା ପବିତ୍ର ଆତ୍ମା କାହା ଜୀବନେର କାର୍ଯ୍ୟ କରୁଅଛନ୍ତି“ ବୋଲି ଅନୁବାଦ କରାଯାଇପାରେ ।
(ସନ୍ତାନ, ଶସ୍ୟ, ଅଙ୍ଗୁର, ପବିତ୍ର ଆତ୍ମା, ଦ୍ରାକ୍ଷାଲତା, ଗର୍ଭ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0004, H1061, H1063, H1069, H2233, H2981, H3581, H3759, H3899, H3978, H4022, H5108, H6509, H6529, H7019, H8393, H8570, G10810, G25900, G25920, G25930, G37030, G50520, G53520
ଫାନ୍ଦ,ଫାନ୍ଦରେ ପକାଇବା, ଫାଶ, ଫାଶ ବିଛେଇବା, ଫାଶରେ ପଡ଼ିବା, ପଡ଼ିବା
ପରିଭାଷା:
“ଫାନ୍ଦ” ଏବଂ “ଜାଲ” ଶବ୍ଦଗୁଡ଼ିକ ଉପକରଣଗୁଡ଼ିକ ବୁଝାଏ ଯାହା ପଶୁମାନଙ୍କୁ ଧରିବା ଏବଂ ସେମାନଙ୍କୁ ରକ୍ଷା ନକରିବା ପାଇଁ ବ୍ୟବହୃତ ହୁଏ I “ଫାନ୍ଦରେ” କିମ୍ବା “ଫାନ୍ଦରେ ପକାଇବା” ଅର୍ଥ ଏକ ଫାନ୍ଦ ଦ୍ୱାରା ଧରିବା, ଏବଂ “ଫାନ୍ଦରେ ପକାଇବା” କିମ୍ବା “ଫାନ୍ଦରେ” ଅର୍ଥ ଏକ ଜାଲରେ ଧରିବା ଅଟେ I ବାଇବେଲରେ, ଏହି ଶବ୍ଦଗୁଡ଼ିକ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି ଯେପରି ପାପ ଏବଂ ପ୍ରଲୋଭନ କିପରି ଲୁକ୍କାୟିତ ଫାନ୍ଦ ପରି ଲୋକମାନଙ୍କୁ ଧରିଥାଏ ଏବଂ କ୍ଷତି ପହଞ୍ଚାଏ I
- ଏକ “ଫାନ୍ଦ” ଏକ ଦଉଡି କିମ୍ବା ତାରର ଏକ ଲୁପ୍ ଅଟେ ଯାହା ହଠାତ ଏକ ପଶୁର ଯେତେବେଳେ ପାଦ ଭିତରକୁ ଯାଏ, ତା’ର ଗୋଡକୁ ଫାନ୍ଦରେ ପକାଇଥାଏ I
- ଏକ “ଜାଲ” ସାଧାରଣତଃ ଧାତୁ କିମ୍ବା କାଠରେ ନିର୍ମିତ ଏବଂ ଦୁଇଟି ଅଂଶକୁ ନେଇ ଗଠିତ ଯାହା ହଠାତ ଏବଂ ଶକ୍ତିଶାଳୀ ଭାବରେ ବନ୍ଦ ହୋଇଯାଏ, ଏକ ପଶୁକୁ ଧରିଥାଏ ଯାହା ଦ୍ଵାରା ସେ ଯାଇପାରେ ନାହିଁ I ବେଳେବେଳେ ଏକ ଜାଲ ଏକ ଗଭୀର ଛିଦ୍ର ହୋଇପାରେ ଯେଉଁଥିରେ କିଛି ପଡ଼ିବା ପାଇଁ ତିଆରି କରାଯାଇଛି I
- ସାଧାରଣତଃ ଫାନ୍ଦ କିମ୍ବା ଜାଲ ଲୁଚାଇ ରଖାଯାଏ ଯାହା ଦ୍ଵାରା ଶିକାର ଏଠାରେ ଆଶ୍ଚର୍ଯ୍ୟଜନକ ଭାବରେ ଫଶୀଯାଏ I
- “ଗୋଟିଏ ଜାଲ ପ୍ରସ୍ତୁତ କରିବା” ବାକ୍ୟର ଅର୍ଥ କିଛି ଧରିବା ପାଇଁ ଏକ ଜାଲ ପ୍ରସ୍ତୁତ କରିବା ଅଟେ I
- “ଜାଲରେ ପଡ଼ିବା” ଏକ ଗଭୀର ଗର୍ତ୍ତରେ କିମ୍ବା ଗର୍ତ୍ତରେ ପଡ଼ିବା କୁ ବୁଝାଏ ଯାହା ଏକ ପଶୁକୁ ଧରିବା ପାଇଁ ଗୁପ୍ତ ରଖାଯାଏ I
- ଯେପରି ଏକ ପଶୁ ଫାନ୍ଦରେ ଫଶିଯାଏ କିନ୍ତୁ ପଶୁ ସେଥରୁ ଉଦ୍ଧାର ପାଇପାରେ ନାହିଁ ସେହିପରି ଜଣେ ବ୍ୟକ୍ତି ଯିଏ ପାପ କରିବା ଆରମ୍ଭ କରେ ଏବଂ ବନ୍ଦ କରିପାରିବ ନାହିଁ, ତାହାକୁ “ପାପର ଫାନ୍ଦରେ ଅଛି” ବୋଲି କୁହାଯାଇପାରେ I
- ଯେପରି ଗୋଟିଏ ପଶୁ ଜାଲରେ ପଡ଼ି ବିପଦରେ ପଡ଼େ ଏବଂ ଆଘାତ ପ୍ରାପ୍ତ ହୁଏ, ସେହିପରି ପାପର ଜାଲରେ ପଡ଼ିଥିବା ବ୍ୟକ୍ତି ସେହି ପାପର କ୍ଷତିଗ୍ରସ୍ତ ହୁଏ ଏବଂ ତାଙ୍କୁ ମୁକ୍ତ କରାଯିବା ଆବଶ୍ୟକ I
( ମୁକ୍ତ, ଶିକାର, ଶୟତାନ, ପ୍ରଲୋଭନ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2256, H3353, H3369, H3920, H3921, H4170, H4204, H4434, H4685, H4686, H4889, H5367, H5914, H6341, H6351, H6354, H6679, H6983, H7639, H7845, H8610, G00640, G23390, G23400, G38020, G38030, G39850, G46250
ଫେରିବା, ଫେରି ଯିବା, ପଛକୁ ଫେରିବା, ପଛକୁ ଫେରେ, ପ୍ରତ୍ୟାବର୍ତ୍ତନ
ପରିଭାଷା:
“ଫେରିବା” ଅର୍ଥ ଶାରୀରିକ ଭାବରେ ଦିଗ ପରିବର୍ତ୍ତନ କରିବା କିମ୍ବା ଆଉ କୌଣସି ବିଷୟର ଦିଗ ପରିବର୍ତ୍ତନ କରିବା ଅଟେ।
- ଏହି “ଫେରିବା” ଭାବ ପ୍ରକାଶକ ପଦର ଅର୍ଥ "ବୁଲିବା" ପଛକୁ ଦେଖିବା ଏକ ଭିନ୍ନ ଦିଗର ସମ୍ମୁଖୀନ ମଧ୍ୟ ହୋଇପାରେ।
- “ଫେରି ଆସିବା” କିମ୍ବା “ଚାଲିଯିବା” ଅର୍ଥ “ଚାଲି ଯିବା” କିମ୍ବା “ଦୂରକୁ ଚାଲିଯିବା” କିମ୍ବା “ଦୂରକୁ ଚାଲିଯିବା ନିମନ୍ତେ କିଛି କରିବା” ଅଟେ।
- “ଦୂରେଇ ଯିବା” ଅର୍ଥକୁ କୌଣସି କାର୍ଯ୍ୟ କରିବା "ବନ୍ଦ" କରିବା କିମ୍ବା କାହାକୁ ପ୍ରତ୍ୟାଖ୍ୟାନ କରିବା ଅଟେ।
- “ଜଣକ ପ୍ରତି ଫେରିବା” ଅର୍ଥ ସେହି ବ୍ୟକ୍ତିଙ୍କ ପ୍ରତି ସିଧାସଳଖ ଭାବରେ ଦେଖିବା ଅଟେ I
- “ଫେରିବା ଏବଂ ପରିତ୍ୟାଗ କରି ଚାଲିଯିବା” କିମ୍ବା “ଆପଣା ପଥେ ଚାଲିଯିବାକୁ" ଅର୍ଥ “ଦୂରେଇ ଯିବା” ଅଟେ।
- “ପୁଣି ଥରେ ପଛକୁ ଫେରିବା” ଅର୍ଥ “କିଛି ବିଷୟ ଆଉଥରେ ଆରମ୍ଭ କରିବା” ଅଟେ I
- “ଦୂରେଇ ଯିବା” ଅର୍ଥ “କିଛି କାର୍ଯ୍ୟ କରିବାକୁ ବନ୍ଦ କରିବା” ଅଟେ।
- "ଗୋଟିଏ ପାର୍ଶ୍ୱକୁ ବୁଲିବା" ଅର୍ଥ ଦିଗ ବଦଳାଇବା, ଯାହାର ଅର୍ଥ ପ୍ରାୟତଃ ଠିକ୍ କରିବା ବନ୍ଦ କରିବା ଏବଂ ମନ୍ଦ କାର୍ଯ୍ୟ ଆରମ୍ଭ କରିବା, କିମ୍ବା ବିପରୀତ କାର୍ଯ୍ୟ କରିବା ଅଟେ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ନିର୍ଭର କରି “ଫେରିବା” ପଦକୁ “ଦିଗ ପରିବର୍ତ୍ତନ କରିବା” କିମ୍ବା “ଯିବା” କିମ୍ବା “ଗତିଶୀଳ ହେବା” ବୋଲି ଅନୁବାଦ କରାଯାଇପାରେ।
- କେତେକ ପ୍ରସଙ୍ଗରେ, "ଫେରିବା” ଶବ୍ଦକୁ କିଛି କରିବା ନିମନ୍ତେ “ବାଧ୍ୟ କରିବା" (ଜଣକୁ) ବୋଲି ଅନୁବାଦ କରାଯାଇପାରେ।
- “ଈଶ୍ୱରଙ୍କଠାରୁ ଦୂରେଇ ଯିବା” ବାକ୍ୟାଂଶକୁ “ଈଶ୍ୱରଙ୍କ ଉପାସନା କରିବାରୁ ବନ୍ଦ କରିବା” ବୋଲି ଅନୁବାଦ କରାଯାଇପାରେ।
- “ଈଶ୍ୱରଙ୍କ ନିକଟକୁ ଫେର ଆସିବା” ବାକ୍ୟାଂଶକୁ “ପୁନର୍ବାର ଈଶ୍ୱରଙ୍କୁ ଉପାସନା କରିବା ଆରମ୍ଭ କରିବା” ବୋଲି ଅନୁବାଦ କରାଯାଇପାରେ।
- “ଯେତେବେଳେ ଶତ୍ରୁମାନେ “ଫେରି ଯାଆନ୍ତି” ତେବେ ଏହାର “ପଶ୍ଚାଦ୍ଗମନ ବା ପଛଘୁଞ୍ଚା” ଅଟେ I “ଶତ୍ରୁମାନଙ୍କୁ ଫେରାଇ ଦେବା” ଅର୍ଥ “ଶତ୍ରୁମାନଙ୍କୁ ପଶ୍ଚାଦ୍ଗମନ ବା ପଛଘୁଞ୍ଚା ହେବା ନିମନ୍ତେ ବାଧ୍ୟ କରିବା” ଅଟେ।
- ଯେତେବେଳେ ଇସ୍ରାଏଲ ମିଥ୍ୟା ଦେବତାମାନଙ୍କ ଆଡ଼କୁ “ଫେରିଲେ”, ଆଳଙ୍କାରିକ ଭାବରେ ବ୍ୟବହୃତ କରାଗଲେ, ସେମାନେ ସେମାନଙ୍କର “ପୂଜା ଉପାସନା କରିବା ଆରମ୍ଭ କଲେ।" ଯେତେବେଳେ ସେମାନେ ପ୍ରତିମଗଣଠାରୁ “ଫେରି ଗଲେ ବା ବିମୁଖ ହେଲେ” ସେମାନେ ସେମାନଙ୍କର “ପୂଜା ଉପାସନା କରିବା ବନ୍ଦ କଲେ।"
- ଯେତେବେଳେ ଈଶ୍ୱର ତାହାଙ୍କର ବିଦ୍ରୋହୀ ଲୋକମାନଙ୍କଠାରୁ “ବିମୁଖ ହେଲେ ବା ଦୂରେଇ ଗଲେ” ସେ ସେମାନଙ୍କୁ “ସୁରକ୍ଷା ଦେବା ବନ୍ଦ କଲେ” କିମ୍ବା “ସାହାଯ୍ୟ କରିବା ବନ୍ଦ କଲେ I”
- “ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଫେରାଇବା” ବାକ୍ୟାଂଶକୁ “ପିତାମାନଙ୍କୁ ପୁନର୍ବାର ସେମାନଙ୍କର ସନ୍ତାନମାନଙ୍କର ଯତ୍ନ ନେବାକୁ ବାଧ୍ୟ କରିବା” ବୋଲି ଅନୁବାଦ କରାଯାଇପାରେ।
- “ମୋହର ସମ୍ମାନ ବା ଗୌରବକୁ ଲଜ୍ଜାରେ ପରିବର୍ତ୍ତିତ କର” ବାକ୍ୟାଂଶକୁ “ମୋହର ସମ୍ମାନକୁ ଲଜ୍ଜାରେ ପରିଣତ ହେବାକୁ ଦିଅ” କିମ୍ବା “ମୋତେ ଏଭଳି ଅସମ୍ମାନିତ କର ଯେ ମୁଁ ଲଜ୍ଜିତ ହେବି” କିମ୍ବା “ମୋତେ ଲଜ୍ଜିତ କର(ଯାହା ମନ୍ଦ ତାହା କରି ) ଯେପରି ଲୋକମାନେ ମୋତେ ଆଉ ସମ୍ମାନ କରିବେ ନାହିଁ।"
- “ମୁଁ ତୁମ୍ଭମାନଙ୍କର ନଗରୀଗୁଡ଼ିକୁ ଧ୍ୱଂସରେ ପରିଣତ କରିବି” ପଦକୁ “ମୁଁ ଏପରି କରିବି ଯେ ତୁମ୍ଭମାନଙ୍କର ନଗରୀଗୁଡ଼ିକ ଧ୍ୱଂସ ହୋଇଯିବ” କିମ୍ବା “ମୁଁ ଶତ୍ରୁମାନଙ୍କୁ ତୁମ୍ଭମାନଙ୍କର ନଗରୀଗୁଡ଼ିକୁ ଧ୍ୱଂସ କରିବା ନିମନ୍ତେ ତୁମ୍ଭ ବିରୁଦ୍ଧରେ ପ୍ରେରଣ କରିବି” ବୋଲି ଅନୁବାଦ କରାଯାଇପାରେ।
- “ପରିବର୍ତ୍ତିତ ହେବା” ବାକ୍ୟାଂଶକୁ “ହେବା ବା ଘଟିବା” ବୋଲି ଅନୁବାଦ କରାଯାଇପାରେ I ଯେତେବେଳେ ମୋଶାଙ୍କର ଯଷ୍ଟି “ପରିବର୍ତ୍ତିତ ହେଲା,” ତାହା ଏକ ସାପ ହେଲା I ଏହାକୁ ମଧ୍ୟ “ପରିବର୍ତ୍ତିତ ହେଲା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ମିଥ୍ୟା ଦେବତା, କୁଷ୍ଠ, ଉପାସନା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0541, H2015, H2017, H2186, H2559, H3943, H4672, H4740, H4878, H5186, H5253, H5414, H5437, H5472, H5493, H5528, H5627, H5753, H6437, H7227, H7725, H7734, H7750, H7760, H7847, H8159, H8447, G03440, G03870, G04020, G06540, G06650, G08680, G12940, G15780, G16120, G16240, G19940, G31790, G33130, G33290, G33440, G33460, G47620, G51570, G52900
ବନ୍ଦୀ କରିବା, ଅଭିଭୂତ କରିବା, ବନ୍ଦୀ, ଧରିବା
ପରିଭାଷା:
“ବନ୍ଦୀ କରିବା” କିମ୍ବା “ଅଭିଭୂତ କରିବା” ଶବ୍ଦର ଅର୍ଥ ଲୋକମାନଙ୍କୁ ବଶିଭୂତ କରିବା ଏବଂ ବଳପୂର୍ବକ ଏମିତି ସ୍ଥାନରେ ରଖିବା ଯେଉଁଠି ରହିବା ପାଇଁ ଲୋକେ ଚାହାଁନ୍ତି ନାହିଁ, ଯେପରିକି ବିଦେଶରେ ׀
- ଯିହୂଦା ରାଜ୍ୟରୁ ଇସ୍ରାଏଲୀୟମାନେ ବାବିଲୀୟ ରାଜ୍ୟରେ ୭୦ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଲେ ׀
- ବନ୍ଦୀମାନେ ସାଧାରଣତଃ ବଶିଭୂତ କରିଥିବା ଲୋକ ଏବଂ ଦେଶ ପାଇଁ କାର୍ଯ୍ୟ କରନ୍ତି ׀
- ଦାନିୟେଲ ଏବଂ ନିହିମୀୟା ମଧ୍ୟ ବନ୍ଦୀହୋଇ ବାବିଲୀୟ ରାଜାଙ୍କର କାର୍ଯ୍ୟ କରୁଥିଲେ ׀
- “ବନ୍ଦୀ କରିବା” ଅଭିବ୍ୟକ୍ତି କାହାକୁ ଧରିବା ବିଷୟରେ କହିବାର ଅନ୍ୟ ଏକ ଉପାୟ ଅଟେ ׀
- “ତୁମ୍ଭମାନଙ୍କୁ ବନ୍ଦୀ କରିନେବା” ଅଭିବ୍ୟକ୍ତି “ତୁମ୍ଭମାନଙ୍କୁ ବନ୍ଦୀ ଅବସ୍ଥାରେ ରହିବାକୁ ବାଧ୍ୟ କରିବା” କିମ୍ବା “ତୁମ୍ଭମାନଙ୍କୁ ଅନ୍ୟ ଦେଶକୁ ବନ୍ଦୀ କରିବା” ବୋଲି ଅନୁବାଦ କରାଯାଇପାରେ ׀
- ଏକ ସାଙ୍କେତିକ ଅର୍ଥରେ, ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପ୍ରତ୍ୟେକ ଚିନ୍ତାଧାରାକୁ “କାବୁ”କରିବାକୁ ଏବଂ ଏହାକୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରିବାକୁ କହନ୍ତି ׀
- ଜଣେ ବ୍ୟକ୍ତି କିପରି ପାପ ଦ୍ୱାରା “ବନ୍ଦୀ” ହୁଏ ସେ ବିଷୟରେ ମଧ୍ୟ ଆଲୋଚନା କରନ୍ତି, ଅର୍ଥାତ୍ ସେ “ପାପ ଦ୍ୱାରା ନିୟନ୍ତ୍ରିତ”׀
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ବନ୍ଦୀହେବା” ବାକ୍ୟାଂଶକୁ, “ମୁକ୍ତହେବା ପାଇଁ ଅନୁମତି ନାହିଁ” କିମ୍ୱା “କାରାଗାରରେ ବନ୍ଦୀ” କିମ୍ବା “ବିଦେଶରେ ରହିବା ପାଇଁ ବାଧ୍ୟ” ବୋଲି ଅନୁବାଦ କରାଯାଇପାରେ ׀
- “ବନ୍ଦୀ ହେବା” କିମ୍ବା “ବନ୍ଦୀ କରିବା” ବାକ୍ୟାଂଶକୁ “ଦଖଲ କରିବା” କିମ୍ବା “କାରାଗାରରେ ନିକ୍ଷେପ କରିବା” କିମ୍ୱା “ବିଦେଶକୁ ଯିବା ନିମନ୍ତେ ବାଧ୍ୟ କରିବା” ବୋଲି ଅନୁବାଦ କରାଯାଇପାରେ ׀
- “ବନ୍ଦୀ” ଶବ୍ଦକୁ“ ଯେଉଁ ଲୋକମାନେ ବନ୍ଦୀ” କିମ୍ବା “କ୍ରୀତଦାସା” ବୋଲି ଅନୁବାଦ କରାଯାଇପାରେ ।
- ପ୍ରସଙ୍ଗ ଉପରେ ଆଧାର କରି, “ବନ୍ଦୀତ୍ୱ“ ଶବ୍ଦକୁ “କାରାବାସ” କିମ୍ବା “ନିର୍ବାସନ” କିମ୍ବା “ବିଦେଶବାସୀ କରାଇବା “ ବୋଲି ଅନୁବାଦ କରାଯାଇପାରେ ׀
(ଦେଖନ୍ତୁ: ବାବିଲୀୟ, ନିର୍ବାସନ, କାରାଗାର, ଜବରଦସ୍ତ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1123, H1473, H1540, H1546, H1547, H7617, H7622, H7628, H7633, H7686, G01610, G01620, G01630, G01640, G22210
ବର୍ଷ
ପରିଭାଷା:
ଆକ୍ଷରିକ ଭାବେ କହିବାକୁ ଗଲେ ବାଇବେଲ ଅନୁଯାୟୀ "ବର୍ଷ" କୁ 354 ଦିନ ବୋଲି ଧରି ନିଆଯାଏ ׀ ଏହା ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ନିର୍ଦ୍ଦାରିତ ଯାହାକି ଚନ୍ଦ୍ର ପୃଥିବୀ ଚତୁର୍ଦ୍ଦିଗରେ ଥରେ ପରିକ୍ରମଣ କରେ ׀
- ଆଜିର ଦିନରେ ଗୋଟିଏ ବର୍ଷ 365 ଦିନରେ ଶେଷ ହୁଏ ଏବଂ ଏହା 12 ମାସରେ ବିଭାଜିତ ହୁଏ ଯାହାକୁ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରିବାକୁ ସମୟ ନିଏ ׀
- ଦୁଇଟି କ୍ୟାଲେଣ୍ଡର ଅନୁଯାୟୀ ବର୍ଷକୁ ବାର ମାସ ଅଛି ׀ ଚନ୍ଦ୍ରାବର୍ଷରେ ଅଧିକ 11 ଦିନ ଥିବା ହେତୁ କେତେକ ବର୍ଷରେ ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଅଧିକ ଏକ ବର୍ଷ ଅର୍ଥାତ୍ 13 ମାସ ହୋଇଥାଏ ׀ ଏହା ଦ୍ୱାରା ଦୁଇଟି କ୍ୟାଲେଣ୍ଡର ମଧ୍ୟରେ ସମୟର ତାରତମ୍ୟ ଜଣା ପଡ଼ିଥାଏ ׀
- ବାଇବେଲରେ "ବର୍ଷ" କୁ ଆକ୍ଷରିକ ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ସମୟକୁ କୌଣସି ଘଟଣାକୁ ନେଇ ମଧ୍ୟ ସୂଚିତ କରାଯାଏ ׀ ଏହାର ଉଦାହରଣ ହେଉଛି ".ଯିହୋବାଙ୍କ ବର୍ଷରେ", "ଦୁର୍ଭିକ୍ଷ ବର୍ଷରେ","ପ୍ରଭୁଙ୍କର ଅନୁଗ୍ରହ ବର୍ଷରେ" ׀ ଏହି ପ୍ରସଙ୍ଗ ରେ "ବର୍ଷ" କୁ "ସମୟ" କିମ୍ୱା "ଋତୁ" କିମ୍ୱା "ସମୟ କ୍ରମକୁ ସୂଚିତ କରେ ׀
(ମାସ: ଦେଖନ୍ତୁ )
ବାଇବେଲ ପଦପର୍ବ
ଶବ୍ଦବିନ୍ୟାସ :
- Strong’s: H3117, H7620, H7657, H8140, H8141, G17630, G20940
ବଶୀଭୂତ,ବଶୀକରଣ, ଅଧିନରେ
ପରିଭାଷା:
”ବଶୀଭୂତ” ଶବ୍ଦର ସାଧାରଣ ଅର୍ଥ ସ୍ୱେଚ୍ଛାକୃତ ଭାବେ ନିଜକୁ ସରକାର କିମ୍ୱା ଜଣକର ଅଧିନରେ ରଖିବା ଅଟେ I
- ବାଇବେଲ ଯୀଶୁଙ୍କ ବିଶ୍ଵାସୀମାନଙ୍କୁ ଈଶ୍ଵର ଏବଂ ସେମାନଙ୍କ ଜୀବନରେ ଅନ୍ୟ ଅଧିକାରୀମାନଙ୍କ ନିକଟରେ ବଶୀଭୂତ ହେବାକୁ କହିଥାଏ I
- “ପରସ୍ପରକୁ ସମର୍ପଣ” କରିବାର ନିର୍ଦ୍ଦେଶ ଅର୍ଥ ନମ୍ରତାର ସହିତ ସଂଶୋଧନକୁ ଗ୍ରହଣ କରିବା ଏବଂ ଆମର ଆବଶ୍ୟକତା ଅପେକ୍ଷା ଅନ୍ୟମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବା ଅଟେI
- “ଅଧିନରେ ଜୀବନଯାପନ କରିବା” ଅର୍ଥ କୌଣସି କିମ୍ୱା କାହାରି ଅଧିନରେ ନିଜକୁ କାହାର ଅଧୀନରେ ରଖିବା ଅଟେI
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ବଶୀଭୂତ ହୁଅ” ଆଦେଶକୁ “ଅଧିକାରୀର ଅଧିନରେ ବଶୀଭୂତ ହେବା” କିମ୍ୱା “ନେତାଙ୍କର ଅନ୍ୱେଷଣ କର” କିମ୍ୱା “ନମ୍ରତା ସହ ସମ୍ମାନ ଏବଂ ମାନ୍ୟ କର” ବୋଲି ଅନୁବାଦ କରାଯାଇପାରେ I
- “ବଶୀଭୂତ ହୁଅ” ଶବ୍ଦକୁ “ଆଜ୍ଞା ପାଳନ” କିମ୍ୱା “ଅଧିକାରୀମାନଙ୍କୁ ଅନ୍ୱେଷଣ କର” ବୋଲି ଅନୁବାଦ କରାଯାଇପାରେ I
- “ବଶୀଭୂତ ହୋଇ ଜୀବନଯାପନ କର” ବାକ୍ୟାଂଶକୁ “ବାଧ୍ୟ ହୋଇ” କିମ୍ୱା “ଅଧିକାରିର ବଶୀଭୂତ ହେବା” ବୋଲି ଅନୁବାଦ କରାଯାଇପାରେ I
- “ବଶୀଭୂତ ହୋଇରୁହ” ବାକ୍ୟାଂଶକୁ “ନମ୍ରତା ସହକାରେ ଅଧିକାରୀକୁ ଗ୍ରହଣ କର” ବୋଲି ଅନୁବାଦ କରାଯାଇପାରେ I
( ବିଷୟ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3584, G52260, G52930
ବସ୍ତ୍ର, ପୋଷାକ, ଲୁଗା, ପୋଷାକ ପରିଧାନ କରିବା, ନିବସ୍ତ୍ର,ବହିର୍ବାସ
ପରିଭାଷା:
ଯେତେବେଳେ ବାଇବେଲରେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ପରିହିତ” ଅର୍ଥ ପ୍ରସ୍ତୁତ ହେବା କିମ୍ବା ଭୂଷିତ ହେବା ଅଟେ I ନିଜକୁ କୌଣସି ବସ୍ତ୍ରରେ ପରିଧାନ କରିବା ଅର୍ଥ ଏକ ନିର୍ଦ୍ଦିଷ୍ଟ ଚରିତ୍ର ଗୁଣ ପାଇବାକୁ ଚେଷ୍ଟା କରିବା ଅଟେ I
- ସେହିଭଳି ପୋଷାକ ଆପଣଙ୍କ ଶରୀର ପାଇଁ ବାହ୍ୟବସ୍ତ୍ର ଅଟେ ଏବଂ ଏହା ସମସ୍ତଙ୍କ ପାଇଁ ଦୃଶ୍ୟମାନ, ଯେତେବେଳେ ଆପଣ ଏକ ନିର୍ଦ୍ଦିଷ୍ଟ ଚରିତ୍ର ଗୁଣ ସହିତ “ଭୂଷିତ” ହୁଅନ୍ତି, ଅନ୍ୟମାନେ ଏହାକୁ ସହଜରେ ଦେଖିପାରନ୍ତି I “ଦୟା ସହିତ ନିଜକୁ ପରିଧାନ କରିବା” ଅର୍ଥ ଆପଣଙ୍କ କାର୍ଯ୍ୟକୁ ଦୟା ଦ୍ୱାରା ବର୍ଣ୍ଣିତ ହେବାକୁ ଦେବା ଯାହାକୁ ସମସ୍ତେ ସହଜରେ ଦେଖିପାରନ୍ତି I
- “ଉର୍ଦ୍ଧରୁ ଶକ୍ତି ପରିଧାନ କରିବା” ଅର୍ଥ ଆପଣଙ୍କୁ ଶକ୍ତି ପ୍ରଦାନ କରାଯାଇଅଛି I
- ଏହି ଶବ୍ଦ ନକାରାତ୍ମକ ଅନୁଭୂତିକୁ ପ୍ରକାଶ କରିବାକୁ ମଧ୍ୟ ବ୍ୟବହୃତ ହୁଏ, ଯେପରିକି “ଲଜ୍ଜାରେ ପରିହିତ” କିମ୍ବା “ଆତଙ୍କରେ ପରିହିତ” I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯଦି ସମ୍ଭବ, ଏହାର ଆକ୍ଷରିକ ଅର୍ଥ “ନିଜକୁ ପରିଧାନ କର” ରଖନ୍ତୁ I ଏହାକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ ଯଦି ଏହା “ପୋଷାକ ପିନ୍ଧିବା” କୁ ବୁଝାଏ I
- ଯଦି ତାହା ସଠିକ୍ ଅର୍ଥ ପ୍ରଦାନ କରେ ନାହିଁ, “ବସ୍ତ୍ର ପରିହିତ” ବାକ୍ୟାଂଶକୁ “ଦେଖାଇବା” କିମ୍ବା “ପ୍ରକାଶ କରିବା” କିମ୍ବା “ଭରିବା” କିମ୍ବା “ଗୁଣବତ୍ତା” ବୋଲି ଅନୁବାଦ କରାଯାଇପାରେ I
- “ନିଜକୁ ପରିଧାନ କର” ବାକ୍ୟାଂଶକୁ “ନିଜକୁ ଆଚ୍ଛାଦନ କର” କିମ୍ବା “ଦେଖାଉଥିବା ଡ଼ଙ୍ଗରେ ଆଚରଣ କର” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0899, H3680, H3736, H3830, H3847, H3848, H4055, H4374, H5497, H8008, H8071, H8516, G02940, G14630, G15620, G17370, G17420, G17460, G19020, G20660, G22240, G24390, G24400, G40160, G47490, G55090
ବାର୍ତ୍ତାବାହକ
ଘଟଣାବଳୀ:
“ବାର୍ତ୍ତାବାହକ” ଶବ୍ଦ ଯିଏ ଅନ୍ୟମାନଙ୍କୁ ଜଣାଇବା ପାଇଁ ଏକ ବାର୍ତ୍ତା ଗ୍ରହଣକରେ ତାହାକୁ ବୁଝାଏI
- ପୁରାତନ ନିୟମରେ, ଏକ ବାର୍ତ୍ତାବାହକକୁ ବାର୍ତ୍ତାର ଆଦାନ ପ୍ରଦାନ ପାଇଁ ଯୁଦ୍ଧ କ୍ଷେତ୍ରକୁ ପଠା ଯାଉଥିଲା I
- ସ୍ୱର୍ଗଦୂତ ଏକ ବିଶେଷ ପ୍ରକାର ବାର୍ତ୍ତାବାହକ ଯାହାକୁ ଲୋକମାନଙ୍କୁ ବାର୍ତ୍ତା ପ୍ରଦାନ କରିବାକୁ ଈଶ୍ଵର ପ୍ରେରଣ କରନ୍ତିI
- ବାପ୍ତିଜକ ଯୋହନକୁ ଏକ ବାର୍ତ୍ତାବାହକ କୁହାଯାଏ ଯୀସେଶୁଙ୍କ ପୂର୍ବରୁ ଆସିଥିଲେ ଏବଂ ଏହା ଘୋଷଣା କରିଥିଲେ ଯେ ଖ୍ରୀଷ୍ଟ ଆସିବେ ଓ ସେ ଲୋକମାନଙ୍କୁ ପ୍ରସ୍ତୁତ କରୁଥିଲେ ଯେପରି ସେମାନେ ତାହାଙ୍କୁ ଗ୍ରହଣ କରିବେ I
- ଯୀଶୁଙ୍କର ପ୍ରେରିତମାନେ ତାହାଙ୍କର ବାର୍ତ୍ତାବାହକ ଥିଲେ ଯେଉଁମାନେ ଯାଇ ଲୋକମାନଙ୍କୁ ଈଶ୍ୱରଙ୍କର ରାଜ୍ୟ ବିଷୟରେ ଶୁଭ ସମାଚାର ଶୁଣାଉଥିଲେ I
(ସ୍ୱର୍ଗଦୂତ, ପ୍ରେରିତ, ଯୋହନ (ବାପ୍ତିଜକ):ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1319, H4397, H4398, H5046, H5894, H6735, H6737, H7323, H7971, G00320, G06520
ବିଚାରକ
ପରିଭାଷା:
ବିଚାରକ ଜଣେ ବ୍ୟକ୍ତି ବ୍ୟକ୍ତି ଅଟେ ଯେତେବେଳେ ଲୋକମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୁଏ ସେତେବେଳେ ଯିଏ ଠିକ୍ କିମ୍ବା ଭୁଲ୍ ସ୍ଥିର କରନ୍ତି, ସାଧାରଣତଃ ଆଇନ ସମ୍ବନ୍ଧୀୟ ବିଷୟଗୁଡ଼ିକରେ I
- ବାଇବେଲରେ, ଈଶ୍ଵର ଅଧିକାଂଶ ସମୟରେ ବିଚାରକର୍ତ୍ତା ରୂପରେ ସମ୍ବୋଧିତ ହୁଅନ୍ତି କାରଣ ସେ ହିଁ ଜଣେ ଯେ ସିଦ୍ଧ ବିଚାରକ ଅଟନ୍ତି ଯେ କ’ଣ ଠିକ ଆଉ କ’ଣ ଭୁଲ୍ ଅଟେ ତାହାର ଅନ୍ତିମ ନିର୍ନୟ ନିଅନ୍ତି I
- ଇସ୍ରାଏଲ ଲୋକମାନେ କିଣାନ ଦେଶରେ ପ୍ରବେଶ କରିଲା ପରେ ଓ ରାଜା ଶାସନ କରିବା ପୂର୍ବରୁ, ପ୍ରଭୁ ନେତାମାନଙ୍କୁ ନିଯୁକ୍ତ କଲେ ଯାହାକୁ “ବିଚାରକ” କୁହାଗଲା ଓ ଯେଉଁମାନେ ସମସ୍ୟା ସମୟରେ ଆଗେ ରହି ନେତୃତ୍ୱ କରୁଥିଲେ I ଅନେକ ସମୟରେ ଏହି ବିଚାରକମାନେ ସୈନ୍ୟ ନେତାମାନେ ଥିଲେ ଯେଉଁମାନେ ତାହାଙ୍କର ଶତ୍ରୁମାନଙ୍କୁ ହରାଇ ଇସ୍ରାଏଲକୁ ଉଦ୍ଧାର କରୁଥିଲେ I
- “ବିଚାରକ “ଶବ୍ଦକୁ “ନିର୍ନୟକାରୀ” କିମ୍ବା “ନେତା” କିମ୍ବା “ଉଦ୍ଧାରକର୍ତ୍ତା” କିମ୍ବା “ରାଜ୍ୟପାଳ” ବୋଲି ପ୍ରସଙ୍ଗ ଉପରେ ଅଧାର କରି ଅନୁବାଦ କରାଯାଇପାରେ I
(ରାଜ୍ୟପାଳ, ବିଚାରକ, ବ୍ୟବସ୍ଥା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0148, H0430, H1777, H1778, H1779, H1781, H1782, H6414, H6416, H6419, H8199, G03500, G12520, G13480, G29190, G29220, G29230
ବିପଥ,ବିପଥରେ ଯିବା,ବିପଥରେ ଗଲା,ବିପଥଗାମୀ ହେଲେ, ପଥଭ୍ରଷ୍ଟହେବା
ପରିଭାଷା:
“ପଥଭ୍ରଷ୍ଟହେବା” ଏବଂ “ବିପଥରେ ଯିବା” ଶବ୍ଦର ଅର୍ଥ ଈଶ୍ୱରଙ୍କ ଇଚ୍ଛାକୁ ଅମାନ୍ୟ କରିବା। ଯେଉଁ ଲୋକମାନେ “ବିପଥଗାମୀ ହେଲେ” ଅନ୍ୟ ଲୋକମାନଙ୍କୁ କିମ୍ୱା ପରିସ୍ଥିତି ସବୁ ଈଶ୍ୱରଙ୍କୁ ଅମାନ୍ୟ କରିବା ନିମନ୍ତେ ସେମାନଙ୍କୁ ପ୍ରଭାବିତ କଲା।
- "ବିପଥ” ଶବ୍ଦ ଏକ ଉତ୍ତମ ପଥ କିମ୍ୱା ଏକ ସୁରକ୍ଷିତ ସ୍ଥାନକୁ ପରିତ୍ୟାଗ କରି ଭୁଲ ଏବଂ ଅସୁରକ୍ଷିତ ରାସ୍ତାରେ ଯିବାକୁ ଦର୍ଶାଏ।
- ଯେଉଁ ମେଷଗୁଡ଼ିକ ସେମାନଙ୍କର ମେଷପାଳକଙ୍କ ତୃଣଭୂମି ପରିତ୍ୟାଗ କରନ୍ତି, “ପଥଭ୍ରଷ୍ଟ ହୁଆନ୍ତି" ଈଶ୍ୱର ପାପୀ ମନୁଷ୍ୟମାନଙ୍କୁ ମେଷ ସହ ତୁଳନା କରନ୍ତି ଯେଉଁମାନେ ତାହାଙ୍କୁ ଛାଡି ବିପଥରେ ଯାଇଅଛନ୍ତି।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- "ବିପଥରେ ଯିବା” ବାକ୍ୟାଂଶ “ଈଶ୍ୱରଙ୍କଠାରୁ ଦୂରେଇ ଯିବା” କିମ୍ୱା “ଈଶ୍ୱରଙ୍କ ଇଚ୍ଛାଠାରୁ ଦୂରେଇ ଯାଇ ଏକ ଭୁଲ ପଥକୁ ଧରିବା” କିମ୍ୱା “ଈଶ୍ୱରଙ୍କ ଆଜ୍ଞାପାଳ ନ କରିବା” କିମ୍ୱା “ଈଶ୍ୱରଙ୍କଠାରୁ ଦୂରେଇ ଯାଇ ଅନ୍ୟତ୍ର ଭାବରେ ଜୀବନଯାପନ କରିବା” ବୋଲି ଅନୁବାଦ କରାଯାଇପାରେ।
- “କୌଣସି ଏକ ବ୍ୟକ୍ତିକୁ ବିପଥରେ କଢାଇବା” ବାକ୍ୟକୁ “କୌଣସି ଏକ ବ୍ୟକ୍ତିକୁ ଈଶ୍ୱରଙ୍କୁ ଅମାନ୍ୟ କରିବା” କିମ୍ୱା “ଈଶ୍ୱରଙ୍କୁ ମାନ୍ୟକରିବା ନିମନ୍ତେ କୌଣସି ଏକ ବ୍ୟକ୍ତିକୁ ପ୍ରଭାବିତ କରିବା” କିମ୍ୱା “କୌଣସି ଏକ ବ୍ୟକ୍ତିକୁ ଭୁଲ ପଥକୁ ଅନୁକରଣ କରିବା” ବୋଲି ଅନୁବାଦ କରାଯାଇପାରେ।
ବାଇବେଲ ପଦ ପର୍ବ:
- ପ୍ରଥମ ଯୋହନ 3:7
- ଦ୍ୱିତୀୟ ତୀମଥି 3:13
- ଯାତ୍ରାପୁସ୍ତକ 23:4-5
- ଯିହିଜିକଲ 48:10-12
- ମାଥିଉ 18:13
- ମାଥିଉ 24:5
- ଗୀତସଂହିତା 58:3
- ଗୀତସଂହିତା 119:110
ଶବ୍ଦବିନ୍ୟାସ:
- Strong’s: H5080, H7683, H7686, H8582, G41050, G53510
ବିସ୍ତାର, ବିସ୍ତାରଣ, ବିଛାଡ଼ି ଦେବା, ବଣ୍ଟନ କରିବା
ପରିଭାଷା:
“ବିସ୍ତାର” ଏବଂ “ବିସ୍ତାରଣ” ଶବ୍ଦଗୁଡ଼ିକ ଲୋକମାନଙ୍କର ବିକ୍ଷିପ୍ତ ବା ବହୁ ଦିଗରେ ବିଷୟଗୁଡ଼ିକ ରହିବା ବିଷୟକୁ ସୂଚାଏ ।
- ପୁରାତନ ନିୟମରେ, ଈଶ୍ୱର “ବିକ୍ଷିପ୍ତ” ଲୋକମାନଙ୍କ ବିଷୟରେ କହନ୍ତି, ପରସ୍ପରଠାରୁ ବିଭିନ୍ନ ସ୍ଥଳରେ ବାସ କରିବା ଏବଂ କାରଣରୁ ସେମାନେ ଅଲଗା ହୋଇ ରହିବା । ସେ ସେମାନଙ୍କର ପାପ ନିମନ୍ତେ ସେମାନଙ୍କୁ ଦଣ୍ଡ ଦେବାକୁ ଏହି ପ୍ରକାରେ କଲେ । ବୋଧହୁଏ ବିକ୍ଷିପ୍ତ ହେଲେ ସେମାନେ ଅନୁତାପ କରିବାରେ ସାହାଯ୍ୟ କରିବ ଏବଂ ସେମାନେ ପୁନର୍ବାର ଈଶ୍ୱରଙ୍କୁ ଆରାଧନା ଆରମ୍ଭ କରିବେ ।
- ନୂତନ ନିୟମରେ “ବିଚ୍ଛେଦ” ଶବ୍ଦ ଖ୍ରୀଷ୍ଟିଆନମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ ହୋଇଛି, ଯେଉଁମାନେ ନିର୍ଯ୍ୟାତାରୁ ରକ୍ଷା ପାଇବା ପାଇଁ ନିଜ ଘର ଛାଡି ଅନେକ ସ୍ଥାନକୁ ଚାଲିଯାଇଥିଲେ ।
- “ବିସ୍ତାରଣ” ବାକ୍ୟାଂଶଟି “ବିଭିନ୍ନ ସ୍ଥାନରେ ବିଶ୍ୱାସୀମାନେ” ବା “ଲୋକମାନେ ଯେଉଁମାନେ ବିଭିନ୍ନ ଦେଶରେ ବାସ କରିବାକୁ ସ୍ଥାନାନ୍ତରିତ ହେଲେ” ବୋଲି ଅନୁବାଦ କରାଯାଇପାରିବ ।
- “ବିସ୍ତାର” ଶବ୍ଦଟି “ବିଭିନ୍ନ ସ୍ଥାନରେ ପଠାଗଲେ” ବା “ବିଦେଶରେ ବିକ୍ଷିପ୍ତ ହେବା” ବା “ବିଭିନ୍ନ ଦେଶଗୁଡ଼ିକରେ ବାସ କରିବାକୁ ସ୍ଥାନାନ୍ତରିତର କାରଣ” ବୋଲି ଅନୁବାଦ କରାଯାଇପାରିବ ।
(ବିଶ୍ୱାସ, ନିର୍ଯ୍ୟାତନା, ବନ୍ଦୀ, ନିର୍ବାସ: ଦେଖନ୍ତୁ )
ବାଇବେଲ ଉଲ୍ଲେଖଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H2219, H5310, H6327, H6340, H6504, H8600, G12870, G12900, G46500
ବୁଝିବା, ବୁଝନ୍ତି, ଭାବିବା
ପରିଭାଷା:
“ବୁଝିବା” ଶବ୍ଦର ଅର୍ଥ ସୂଚନା ଶୁଣିବା ଏବଂ ଗ୍ରହଣ କରିବା ଏବଂ ଏହାର ଅର୍ଥ କ’ଣ ଜାଣିବା ଅଟେ I
- “ବୁଝାବଣା” ଶବ୍ଦ “ଜ୍ଞାନ” କିମ୍ବା “ବୁଦ୍ଧି” କିମ୍ବା “କେଉଁ କାମ କେମିତି କରିବାର ଅନୁଭବକୁ ଦର୍ଶାଏ I
- କାହାକୁ ବୁଝିବାର ଅର୍ଥ ସେହି ବ୍ୟକ୍ତି କ’ଣ ଅନୁଭବ କରୁଛି ଜାଣିବା ଅଟେ I
- ଯେତେବେଳେ ଇମ୍ମାୟୁ ପଥରେ ଯାଉଥିଲେ ଯୀଶୁ ଶିଷ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଧର୍ମ ଶାସ୍ତ୍ରରେ କ’ଣ ଉଲ୍ଲେଖ ଅଛି ତାହା ବୁଝାଉଥିଲେ I
- ପ୍ରସଙ୍ଗ ଉପରେ ଆଧାର କରି , “ବୁଝାବଣା” ଶବ୍ଦକୁ “ଜାଣିବା” କିମ୍ବା “ବିଶ୍ୱାସ କରିବା” କିମ୍ବା “ଭଲରେ ବୁଝିବା” କିମ୍ବା “ଏହାର ଅର୍ଥ କ’ଣ ଜାଣିବା” ବୋଲି ଅନୁବାଦ କରାଯାଇପାରେ I
- ଅନେକ ସମୟରେ “ବୁଝାବଣା” ଶବ୍ଦକୁ “ଜ୍ଞାନ” କିମ୍ବା “ବୁଦ୍ଧି” କିମ୍ବା “ଅନ୍ତର୍ଦୃଷ୍ଟି” ବୋଲି ଅନୁବାଦ କରାଯାଇପାରେ I
( ବିଶ୍ୱାସ, ଜାଣିବା, ପଣ୍ଡିତ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0995, H0998, H0999, H1847, H2940, H3045, H3820, H3824, H4486, H7200, H7919, H7922, H7924, H8085, H8394, G00500, G01450, G01910, G08010, G10970, G11080, G12710, G19210, G19220, G19870, G19900, G26570, G35390, G35630, G49070, G49080, G49200, G54240, G54280, G54290
ବୃଥା ବା ଅସାରତା
ପରିଭାଷା:
“ବୃଥା” ଏବଂ " ଅସାରତା" ଶବ୍ଦ ଏପରି କିଛି ବର୍ଣ୍ଣନା କରେ ଯାହା ଅଦରକାରୀ କିମ୍ବା ଅତ୍ୟଧିକ କ୍ଷଣସ୍ଥାୟୀ ଅଟେ।
- ପୁରାତନ ନିୟମରେ, ମୂର୍ତ୍ତିଗୁଡ଼ିକୁ ବେଳେବେଳେ “ବୃଥା“ ମୂଲ୍ୟହୀନ ପଦାର୍ଥ ଏବଂ କିଛି କରିପାରନ୍ତି ନାହିଁ ବୋଲି ବର୍ଣ୍ଣନା କରାଯାଇଅଛି।
- ଯଦି କିଛି “ବୃଥାରେ“ କରାଯାଇଅଛି ଏହାର ଅର୍ଥ ସେଥିରେ ଚେଷ୍ଟା କିମ୍ବା କାର୍ଯ୍ୟ ଯାହା ଉଦ୍ଦେଶ୍ୟମୂଳକ ଭାବରେ ସମ୍ପାଦନ କରାଯାଇ ନାହିଁ। "ବୃଥାରେ" ଖଣ୍ଡବାକ୍ୟ ଅନେକ ଭାବରେ ଅନୁବାଦ କରାଯାଇପାରିବ, "ଫଳ ବିହୀନ;" "ନିଷ୍ଫଳ;" "ଉଦ୍ଦେଶ୍ୟ ବିହୁନେ;" କିମ୍ବା "ଲକ୍ଷ୍ୟ ବିହୀନ।"
- ପ୍ରସଙ୍ଗ ଉପରେ ନିର୍ଭର କରି, "ବୃଥା" ଶବ୍ଦକୁ "ଶୂନ୍ୟ,” କିମ୍ବା“ଅଦରକାରୀ,”କିମ୍ବା “ଆଶାହୀନ,” କିମ୍ବା“ମୂଲ୍ୟହୀନ,” କିମ୍ବା “ଅର୍ଥହୀନ,” ଇତ୍ୟାଦି ବୋଲି ଅନୁବାଦ କରାଯାଇପାରେ।
( ମିଥ୍ୟା ଦେବତା, ଉପଯୁକ୍ତ:ଦେଖନ୍ତୁ)
ବାଇବେଲ ପଦପର୍ବ:
- ପ୍ରଥମ କରିନ୍ଥୀୟ 15:1-2
- ପ୍ରଥମ ଶାମୁୟେଲ 25:21-22
- ଦ୍ଵିତୀୟ ପିତର 2:18
- ଯିଶାଇୟ 45:19
- ଯିରିମୀୟ 2:29-31
- ମାଥିଉ 15:9
ଶବ୍ଦବିନ୍ୟାସ:
- Strong’s: H1891, H1892, H2600, H7307, H7385, H7387, H7723, H8193, H8267, H8414, G09450, G15000, G27560, G27580, G27610, G31510, G31520, G31530, G31550
ବେଶ୍ୟା, ବେଶ୍ୟାବୃତ୍ତି, ବାରାଙ୍ଗନା
ପରିଭାଷା:
“ବେଶ୍ୟା ଏବଂ ବାରାଙ୍ଗନା” ଶବ୍ଦଗୁଡ଼ିକ ଉଭୟ ଏଭଳି ଜଣେ ବ୍ୟକ୍ତିକୁ ବୁଝାଏ ଯିଏ ଅର୍ଥ ନିମନ୍ତେ କିମ୍ୱା ଧର୍ମ ସଂକ୍ରାନ୍ତୀୟ ବିଧି କ୍ରିୟା ନିମନ୍ତେ ଯୌନଜନିତ କାର୍ଯ୍ୟ ସମ୍ପାଦନ କରିଥାଏ I ବେଶ୍ୟାମାନେ ବା ବାରାଙ୍ଗନାମାନେ ସାଧାରଣତଃ ସ୍ତ୍ରୀଲୋକମାନେ ହିଁ ହୋଇଥାଆନ୍ତି, କିନ୍ତୁ କେହି କେହି ପୁରୁଷମାନେ ମଧ୍ୟ ହୋଇଥାଆନ୍ତି I
- ବାଇବେଲରେ, ଏହି “ବେଶ୍ୟା” ଶବ୍ଦ ଆଳଙ୍କାରିକ ଭାବରେ ବ୍ୟବହୃତ ହୋଇଥାଏ ଯେପରି ମିଥ୍ୟା ଦେବତାମାନଙ୍କୁ ପୂଜା କରୁଥିବା କିମ୍ୱା କୁହୁକବିଦ୍ୟା ସାଧନ କରୁଥିବା ବ୍ୟକ୍ତିକୁ ବେଶ୍ୟା କୁହାଯାଏ I
- “ବେଶ୍ୟାବୃତ୍ତି କରିବା” ଅର୍ଥ ଜଣେ ବେଶ୍ୟା ଭଳି ଯୌନଗତ ବିଷୟରେ ଅନୈତିକ ଆଚରଣ କରିବା ଅଟେ I ବାଇବେଲରେ ଏହି ଭାବ ପ୍ରକାଶକ ପଦ ଜଣେ ପ୍ରତିମାମାନଙ୍କର ପୂଜକକୁ ସୂଚାଇଥାଏ I
- “ନିଜକୁ ବେଶ୍ୟା କରିବା” କହିବା ଅର୍ଥ ଯୌନଗତ ବିଷୟରେ ଅନୈତିକ ହେବା, କିମ୍ୱା ଯେତେବେଳେ ଏହି ଶବ୍ଦ ଆଳଙ୍କାରିକ ଭାବରେ ବ୍ୟବହୃତ ହୋଇଥାଏ, ଏହାର ଅର୍ଥ ମିଥ୍ୟା ଦେବତାମାନଙ୍କୁ ପୂଜା କରିବା ଦ୍ୱାରା ଈଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ହେବା ଅଟେ I
- ପୁରାତନ କାଳରେ, କେତେକ ବିଜାତୀୟ ମନ୍ଦିରଗୁଡ଼ିକରେ ସେମାନଙ୍କର ରୀତିନୀତି ଅନୁସାରେ ପୁରୁଷ ଏବଂ ସ୍ତ୍ରୀ ବେଶ୍ୟାମାନଙ୍କୁ ବ୍ୟବହାର କରୁଥିଲେ I
- ଏହି ଶବ୍ଦକୁ ସେହି ଶବ୍ଦ ବା ପଦ ଦ୍ୱାରା ଅନୁବାଦ କରାଯାଇପାରିବ ଯାହା ସ୍ଥାନୀୟ ଭାଷାରେ ଏକ ବେଶ୍ୟାକୁ ସୂଚାଏ I କେତେକ ଭାଷାରେ ଏଥିନିମନ୍ତେ ଏହି ଶବ୍ଦର ବହୁଳ ଭାବରେ ବ୍ୟାଖ୍ୟାନ ହୋଇଥାଏ I (euphemism: ଦେଖନ୍ତୁ )
(ବ୍ୟଭିଚାର, ମିଥ୍ୟା ଦେବତା, ଯୌନ ବ୍ୟଭିଚାର, ମିଥ୍ୟା ଦେବତା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2154, H2181, H2183, H2185, H6945, H6948, H8457, G42040
ବ୍ୟବସ୍ଥା, ନିୟମ,
ପରିଭାଷା:
“ବ୍ୟବସ୍ଥା” ହେଉଛି ଏକ ଆଇନଗତ ନିୟମ ଯାହା ସାଧାରଣତଃ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲିଖିତ ଏବଂ କାର୍ଯ୍ୟକାରୀ ହୋଇଥାଏ। ନିଷ୍ପତ୍ତି ଏବଂ ଆଚରଣ ପାଇଁ “ନିୟମ” ଏକ ମାର୍ଗଦର୍ଶିକା ଅଟେ, ଏବଂ ସାଧାରଣତଃ ଏହା ଲେଖାଯାଇ ନ ଥାଏ କିମ୍ବା ବାଧ୍ୟତାମୂଳକ ହୋଇ ନ ଥାଏ । ତଥାପି, ବେଳେବେଳେ “ନିୟମ” ଶବ୍ଦଟି ଏକ “ବ୍ୟବସ୍ଥା" ପାଇଁ ବ୍ୟବହୃତ ହୁଏ।
- “ବ୍ୟବସ୍ଥା” ଏକ "ଆଦେଶ" ସହିତ ସମାନ ଅଟେ କିନ୍ତୁ "ବ୍ୟବସ୍ଥା" ଶବ୍ଦ ଏକ ସାଧାରଣତଃ କଥା ହେବା ପରିବର୍ତ୍ତେ ଲିଖିତ ଭାବରେ ଦର୍ଶାଏ।
- ଉଭୟ “ବ୍ୟବସ୍ଥା“ ଏବଂ "ନିୟମ" ସାଧାରଣ ଭାବରେ ଏକ ନିୟମାବଳୀକୁ ଦର୍ଶାଏ ଯାହା ଜଣେ ବ୍ୟକ୍ତିର ଆଚରଣ ମାର୍ଗ ନିର୍ଦ୍ଦେଶ କରେ।
- ଏହି "ବ୍ୟବସ୍ଥାର" ଅର୍ଥ “ମୋଶାର ବ୍ୟବସ୍ଥା“ ଅର୍ଥଠାରୁ ଅଲଗା ଅଟେ, ଯେଉଁଠାରେ ଏହା ଅଜ୍ଞା ଓ ନିର୍ଦେଶ ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ପ୍ରଦାନ କରନ୍ତି।
- ଯେତେବେଳେ ସାଧାରଣ ନିୟମ ବିଷୟରେ ଆମ୍ଭେମାନେ ଉଲ୍ଲେଖ କରୁ “ନିୟମକୁ" ଅନୁବାଦ କଲେ “ନିୟମ” କିମ୍ବା“ସାଧାରଣ ନିୟମର“ କୁହାଯାଏ।
(ମୋଶାଙ୍କ ବ୍ୟବସ୍ଥା, ଆଦେଶ, ଆଜ୍ଞାଦେବା, ଆଦେଶ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1285, H1881, H1882, H2706, H2708, H2710, H4687, H4941, H6310, H7560, H8451, G17850, G35480, G35510, G47470
ଭଉଣୀ
ପରିଭାଷା:
ଭଉଣୀ ଜଣେ ମହିଳା ଅଟନ୍ତି ଯେ ଗୋଟିଏ ପିତାମାତାଙ୍କଠାରୁ ଜାତ ଅଟେ । ତାଙ୍କୁ ସେହି ଅନ୍ୟର ଭଉଣୀ ବା ଅନ୍ୟର ଭଉଣୀ କୁହାଯାଏ ।
- ନୂତନ ନିୟମରେ, "ଭଉଣୀ" ଶବ୍ଦ ସାଙ୍କେତିକ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଯେଉଁ ମହିଳା ଯୀଶୁ ଖ୍ରୀଷ୍ଟଙ୍କଠାରେ ସହ ବିଶ୍ଵାସୀ ଅଟନ୍ତି ।
- ବେଳେ ବେଳେ “ଭାଇ ଏବଂ ଭଉଣୀ” ବାକ୍ୟାଂଶଟି ଖ୍ରୀଷ୍ଟଙ୍କଠାରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ବୁଝାଏ ।
- ପୁରାତନ ନିୟମରର ପରମଗୀତ ପୁସ୍ତକରେ, “ଭଉଣୀ” ଶବ୍ଦ ମହିଳା ପ୍ରେମିକା କିମ୍ୱା ଦମ୍ପତି ମଧ୍ୟରୁ ଜଣକୁ ଦର୍ଶାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
ଏହି ଶବ୍ଦକୁ ଏକ ଆକ୍ଷରିକ ଶବ୍ଦ ସହିତ ଅନୁବାଦ କରିବା ସର୍ବୋତ୍ତମ ହେବ, ଯଦି ଏହା ସ୍ଥାନୀୟ ଭାଷାରେ ନିଜ ପୈତୃକ ଭଉଣୀକୁ ବୁଝାଏ ଏବଂ ଭୁଲ ଅର୍ଥକୁ ପ୍ରକାଶ କରେ ନାହିଁ ।
-
ଏହି ଶବ୍ଦକୁ “ଖ୍ରୀଷ୍ଟରେ ଭଉଣୀ” କିମ୍ୱା “ଆତ୍ମିକ ଭଉଣୀ” କିମ୍ୱା “ଯୀଶୁଙ୍କୁ ବିଶ୍ୱାସ କରିଥିବା ମହିଳା” କିମ୍ୱା “ସହ ମହିଳା ବିଶ୍ୱାସୀ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
-
ଯଦି ସମ୍ଭବ, ପାରିବାରିକ ସମ୍ପର୍କ ବ୍ୟବହାର କରିବା ଉତ୍ତମ ହେବ ।
-
ଯଦି କୌଣସି ଭାଷାରେ “ବିଶ୍ୱାସୀ” ନିମନ୍ତେ ସ୍ତ୍ରୀଲିଙ୍ଗ ଶବ୍ଦ ଅଛି, ତାହାହେଲେ ସେହି ଶବ୍ଦକୁ ବ୍ୟବହାର କରିବା ଉଚିତ ହେବ ।
-
ଯେତେବେଳେ ଏହା ପ୍ରେମିକା କିମ୍ୱା ସ୍ତ୍ରୀକୁ ସୂଚାଏ, ତେବେ ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ “ପ୍ରେମିକା” କିମ୍ୱା “ପ୍ରିୟେ” ବ୍ୟବହାର କରି ଅନୁବାଦ କରାଯାଇପାରିବ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0269, H1323, G00270, G00790
ଭୁଲ୍, ଭୁଲମାନ, ଦୁରାଚାରୀ, ଦୁଷ୍କର୍ମ, ଆଘାତ, ଦୁଃଖଦାୟୀ
ପରିଭାଷା:
କାହାକୁ "ଭୁଲ୍" କରିବା ଅର୍ଥ ସେହି ବ୍ୟକ୍ତିଙ୍କୁ ଅନ୍ୟାୟ ଏବଂ ଅସାଧୁ ବ୍ୟବହାର କରିବା ଅଟେ I
- “ଖରାପ ବ୍ୟବହାର” ବାକ୍ୟାଂଶର ଅର୍ଥ କାହା ବିରୋଧରେ ମନ୍ଦତାରେ ବ୍ୟବହାର ଓ କୋମଳତାରେ ବ୍ୟବହାର ନ କରି ସେହି ବ୍ୟକ୍ତି ପ୍ରତି ଭାବନାତ୍ମକ ଓ ଶାରୀରିକ ହାନୀ କରିବା ଅଟେ I
- “ଆଘାତ କରିବା” ଶବ୍ଦ ଅତି ସାଧାରଣ ଅଟେ, ଏହାର ଅର୍ଥ “କାହାରୀ ହାନୀ କାରିବା ଅଟେ “I ଅଧିକାଂଶ ସମୟରେ ଏହା “ଶାରୀରିକ ଆଘାତ” କୁ ଦର୍ଶାଏ I
- ପ୍ରସଙ୍ଗ ଉପରେ ନିର୍ଭର କରି, ଏହି ଶବ୍ଦ ସବୁକୁ “ଭୁଲ୍ କାମ କରିବାକୁ” କିମ୍ବା “ଅନ୍ୟାୟ ଭାବେ ବ୍ୟବହାର କରିବା” କିମ୍ବା “ହାନୀ କରିବାକୁ” କିମ୍ବା “ହାନୀ କାରକ ବ୍ୟବହାର କରିବା” କିମ୍ବା “ଆଘାତ” ବୋଲି ଏହାକୁ ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0205, H0816, H2248, H2250, H2255, H2257, H2398, H2554, H2555, H3238, H3637, H4834, H5062, H5142, H5230, H5627, H5753, H5766, H5791, H5792, H5916, H6031, H6087, H6127, H6231, H6485, H6565, H6586, H7451, H7489, H7563, H7665, H7667, H7686, H8133, H8267, H8295, G00910, G00920, G00930, G00950, G02640, G08240, G09830, G09840, G15360, G16260, G16510, G17270, G19080, G25560, G25580, G25590, G26070, G30760, G30770, G37620, G41220, G51950, G51960
ମନ, ମନଯୋଗୀ, ସ୍ମରଣ କରିବା, ସ୍ମାରକ, ସମମତ ବିଶିଷ୍ଟ
ପରିଭାଷା:
“ମନ” ଜଣେ ବ୍ୟକ୍ତିର ଅଂଶକୁ ବୁଝାଏ ଯାହା ଚିନ୍ତା କରେ ଏବଂ ନିଷ୍ପତ୍ତି ନିଏ।
- ପ୍ରତ୍ୟେକ ବ୍ୟକ୍ତିର ମନ ତାହାର ସମ୍ପୂର୍ଣ୍ଣ ଚିନ୍ତା ଓ ତର୍କ ଜ୍ଞାନ ଅଟେ।
- “ଖ୍ରୀଷ୍ଟଙ୍କ ପରି ମନ ହେବା” ଅର୍ଥ ଚିନ୍ତା କରିବା ଓ ସେହି ଅନୁସାରେ କାର୍ଯ୍ୟ କରିବା ଯେପରି ଯୀଶୁ ଖ୍ରୀଷ୍ଟ ଚିନ୍ତା କରୁଥିଲେ ଓ କାର୍ଯ୍ୟ କରୁଥିଲେ। ଏହାର ଅର୍ଥ ପିତା ଈଶ୍ୱରଙ୍କର ଆଜ୍ଞାବହ ହେବା, ଖ୍ରୀଷ୍ଟଙ୍କ ଶିକ୍ଷାର ଆଜ୍ଞା ପାଳନ କରିବା, ଏହି ସବୁ ପବିତ୍ର ଆତ୍ମାଙ୍କର ଶକ୍ତିରେ କରିବାକୁ ସକ୍ଷମ ହେବା ଅଟେ।
- “ତାହାର ମନ ପରିବର୍ତ୍ତନ କରିବା” ଅର୍ଥ କେହି ଭିନ୍ନ ନିଷ୍ପତି ନେଲା କିମ୍ବା ପୂର୍ବରେ ତାହାର ଯେଉଁ ଅଭିମତ ଥିଲା ଏବେ ଅଲଗା ହୋଇ ଯାଇଅଛି ଅଟେ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ମନ” ଶବ୍ଦକୁ “ବିବେଚନା” କିମ୍ବା“ତର୍କ ଜ୍ଞାନ” କିମ୍ବା"ଭାବିବା” କିମ୍ବା“ବୁଝାମଣା“ ବୋଲି ଅନୁବାଦ କରାଯାଇପାରେ ।
- “ମନେ ରଖନ୍ତୁ” ଅଭିବ୍ୟକ୍ତିକୁ “ମନେ ପକାନ୍ତୁ” କିମ୍ବା“ଧ୍ୟାନ ଦିଅନ୍ତୁ” କିମ୍ବା“ଏହା ଜାଣିବାକୁ ନିଶ୍ଚତ ହୁଅନ୍ତୁ” ବୋଲି ଅନୁବାଦ କରାଯାଇପାରେ I
- “ମନରେ ରଖ” ଭାବପ୍ରକାଶକୁ “ମନେ ରଖ” କିମ୍ବା “ଏହା ପ୍ରତି ଧ୍ୟାନ ଦିଅ” କିମ୍ବା “ଏହା ଜାଣିବା ନିଶ୍ଚିତ ହୁଅ” ବୋଲି ଅନୁବାଦ କରାଯାଇପାରେ।
- ହୃଦୟ,ଆତ୍ମା ଏବଂ ମନ" ଭାବପ୍ରକାଶକୁ “ଆପଣ ଯାହା ଅନୁଭବ କରନ୍ତି, ଆପଣ କଅଣ ବିଶ୍ୱାସ କରନ୍ତି, ଏବଂ ଏ ବିଷୟରେ ଆପଣ କଅଣ ଭାବୁ ଅଛନ୍ତି“ ବୋଲି ଅନୁବାଦ କରାଯାଇପାରିବ।
- “ମନର ଡାକରା” ଭାବପ୍ରକାଶକୁ “ମନେ ପକାନ୍ତୁ“ କିମ୍ବା“ଏ ବିଷୟରେ ଚିନ୍ତା କରନ୍ତୁ” ବୋଲି ଅନୁବାଦ କରାଯାଇପାରେ।
- “ମନ ପରିବର୍ତ୍ତନ କରି ଚାଲିଗଲେ” ଭାବପ୍ରକାଶକୁ “ଭିନ୍ନ ଭାବେ ନିଷ୍ପତି ନେଇ ଚାଲି ଗଲେ“ କିମ୍ବା“ସମସ୍ତଙ୍କ ପଛରେ ଯିବାକୁ ନିଷ୍ପତି ନେଲେ" କିମ୍ବା"ତାହାଙ୍କର ଅଭିମତ ପରିବର୍ତ୍ତନ କରି ଚାଲିଗଲେ” ବୋଲି ଅନୁବାଦ କରାଯାଇପାରେ ।
- “ଦୁଇମନା” ଭାବପ୍ରକାଶକୁ “ସନ୍ଦେହ” କିମ୍ବା “ନିଷ୍ପତି ନେବାରେ ଅସମର୍ଥ“ କିମ୍ବା “ଦ୍ୱନ୍ଦ ସହି ବିବେଚନା କରିବା“ ବୋଲି ଅନୁବାଦ କରାଯାଇପାରେ ।
(ବିଶ୍ୱାସ, ହୃଦୟ, ଆତ୍ମା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3629, H3820, H3824, H5162, H7725, G12710, G13740, G33280, G35250, G35400, G35630, G49930, G55900
ମାସ, ମାସିକ
ପରିଭାଷା:
"ମାସ" ଶବ୍ଦ ଚାରି ସପ୍ତାହ ସମୟକୁ ସୂଚିତ କରେ ׀ ମାସରେ କେତେ ଦିନ ରହିବ ତାହା ଚନ୍ଦ୍ର ବା ସୌର କ୍ୟାଲେଣ୍ଡର ଉପରେ ନିର୍ଭର କରେ ׀
- ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ମାସର ଦିନ ସମୟକୁ ଏପରି ନିରୂପିତ କରାଯାଏ ଯେ ଚନ୍ଦ୍ର ପୃଥିବୀ ଚତୁର୍ଦ୍ଦିଗରେ ଘୂରିବା 29 ଦିନକୁ ସୂଚିତ କରେ ׀ ଏହି ପ୍ରଣାଳୀରେ ଗୋଟିଏ ବର୍ଷରେ 12 କିମ୍ୱା 13 ମାସ ହୁଏ ׀ ଗୋଟିଏ ବର୍ଷରେ 12 କିମ୍ୱା 13 ମାସ ହେବା ସତ୍ତ୍ୱେ ଯେ କୌଣସି ଋତୁରେ ମାସର ପ୍ରଥମ ନାମ ସମାନ ଥାଏ ׀
- "ଅମାବାସ୍ୟା" ଦିନ କିମ୍ୱା ଯେଉଁ ଦିନଠାରୁ ଚନ୍ଦ୍ର ତାହାର ଆକାରର ବୃଦ୍ଧି କରି ତାହାର ରୂପେଲି କିରଣ ପ୍ରଦାନ କରେ ସେହି ଦିନ ଚନ୍ଦ୍ର ମାସର ପ୍ରଥମ ଦିନ ବୋଲି ଧରାଯାଏ ׀
- ମାସଗୁଡ଼ିକର ସମସ୍ତ ନାମ ବାଇବେଲରୁ ଆନିତ ଯାହାକି ଚନ୍ଦ୍ର ମାସ ବୋଲି ଧରାଯାଏ ତାହା ଇସ୍ରାଏଲୀୟମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା ׀ ଆଧୁନିକ ଯିହୁଦୀମାନେ ଧାର୍ମିକ କାର୍ଯ୍ୟ ନିମନ୍ତେ ଏହି କ୍ୟାଲେଣ୍ଡର ବ୍ୟବହାର କରନ୍ତି ׀
- ଆଜିର ଦିନରେ ସୌର କ୍ୟାଲେଣ୍ଡର ଉପରେ ଆଧାରିତ ଯାହାକୁ ପୃଥିବୀ ସୂର୍ଯ୍ୟ ଚତୁଃପାର୍ଶରେ ଘରିବାକୁ 365 ଦିନ ସମୟ ନିଏ ׀ ଏହି ନିୟମ ଅନୁଯାୟୀ ବର୍ଷ କୁ 12 ମାସରେ ଭାଗ କରାଯାଏ ଏବଂ ମାସର ଦିନ 28 ରୁ 31 ମଧ୍ୟରେ ସୀମିତ ରହେ ׀
ବାଇବେଲ ପଦପର୍ବ
ଶବ୍ଦବିନ୍ୟାସ :
- Strong’s: H2320, H3391, H3393, G33760
ମୁକୁଟ, ମୁକୁଟରେ ଭୂଷିତ
ପରିଭାଷା:
ଏକ ମୁକୁଟ ରାଜା ଏବଂ ରାଣୀ ପରି ଶାସକଙ୍କ ମସ୍ତକରେ ପିନ୍ଧାଯାଇଥିବା ଏକ ସାଜସଜ୍ଜା, ବୃତ୍ତାକାର ଅଂଶବିଶେଷ ଅଟେ I “ମୁକୁଟ” ଶବ୍ଦର ଅର୍ଥ କାହାରି ମସ୍ତକରେ ଏକ ମୁକୁଟ ପିନ୍ଧାଇବା ଅଟେ; ଏହାର ସାଙ୍କେତିକ ଅର୍ଥ, ““ସମ୍ମାନିତ କରିବା” ଅଟେ I
- ମୁକୁଟଗୁଡ଼ିକ ସାଧାରଣ ଭାବେ ସୁନା କିମ୍ୱା ରୁପାରେ ତିଆରି ହୋଇଥାଏ, ଏହାର ଚାରିପାଖ ସୁନ୍ଦର ହସ୍ତକୃତ କାରୁକାର୍ଯ୍ୟରେ ଝକମକ ଦେଖାଯାଉଥାଏ I
- ଗୋଟିଏ ମୁକୁଟ ଜଣେ ରାଜାଙ୍କର କ୍ଷମତା ଓ ସମ୍ପତ୍ତିର ଚିହ୍ନ ସ୍ୱରୂପ ଅଟେ I
- ଯେପରି ଯୀଶୁ ପରିହାସିତ ହେବେ ସେଥିପାଇଁ ଅସମତାରେ, କଣ୍ଟା ଡାଳରେ ମୁକୁଟ ତିଆରି କରି ରୋମୀୟ ସୈନିକମାନେ ଯୀଶୁଙ୍କ ମସ୍ତକରେ ପିନ୍ଧାଇଥିଲେ I
- ପ୍ରାଚୀନ କାଳରେ, ଖେଳରେ ବିଜେତାଙ୍କୁ ଜୀତବୃକ୍ଷ ଡାଳରେ ତିଆରି ହୋଇଥିବା ମୁକୁଟ ପିନ୍ଧାଉଥିଲେ ପ୍ରେରିତ ପାଉଲ ତୀମଥିଙ୍କୁ ଲେଖିଥିବା ପତ୍ରରେ ଏହି ମୁକୁଟ ବିଷୟରେ ଲେଖିଛନ୍ତି I
- “ମୁକୁଟ” ଶବ୍ଦର ସାଙ୍କେତିକ ଅର୍ଥ ଜଣକୁ ସମ୍ମାନିତ କରିବା ଅଟେ I ଆମ୍ଭେମାନେ ଈଶ୍ଵରଙ୍କୁ ଆଜ୍ଞାକାରୀ ହୋଇ ଏବଂ ଅନ୍ୟମାନଙ୍କ ନିକଟରେ ତାହାଙ୍କର ପ୍ରଂଶସା କରିବା ଦ୍ୱାରା ଆମ୍ଭେମାନେ ସମ୍ମାନିତ କରୁ I ଏହା ତାହାଙ୍କୁ ଆମ୍ଭେମାନେ ମୁକୁଟ ଦେଲାପରୀ ଅଟେ ଯେଉଁଥିରେ ଆମ୍ଭେମାନେ ଆମର ରାଜା ଭାବରେ ସ୍ୱୀକାର କରୁ I
- ପାଉଲ ତାଙ୍କର ସହ ବିଶ୍ୱସୀମାନଙ୍କୁ “ଆନନ୍ଦ ଓ ମୁକୁଟ “ବୋଲି ସମ୍ବୋଧନ କରନ୍ତି I ଏହି ଭାବର୍ଥାରେ “ମୁକୁଟ” ଶବ୍ଦକୁ ଯେ ପାଉଲ ପ୍ରଚୁର ଭାବେ ଆଶୀର୍ବାଦ ପାଇଥିଲେ ଓ ବିଶ୍ୱାସୀମାନଙ୍କର ଈଶ୍ୱରଙ୍କ ସେବା ଦେଖି ନିଜକୁ ସମ୍ମାନିତ ମନେ କରୁଛନ୍ତି ବୋଲି କହିବାକୁ ସାଙ୍କେତିକ ଅର୍ଥରେ ବ୍ୟବହାର କରାଯାଇଅଛି I
- ଯେତେବେଳେ “ମୁକୁଟ” ଶବ୍ଦକୁ ସାଙ୍କେତିକ ଅର୍ଥରେ ବ୍ୟବହାର କରାଯାଇଅଛି ସେତେବେଳେ ଏହାକୁ “ପୁରଷ୍କାର”, “ସମ୍ମାନ” କିମ୍ବା “ଉପହାର” ବୋଲି ଅନୁବାଦ କରାଯାଇପାରେ I
- “ମୁକୁଟ” ଶବ୍ଦର ସାଙ୍କେତିକ ଅନୁବାଦ “ସମ୍ମାନ” କିମ୍ବା “ସୁସଜ୍ଜିତ” ବୋଲି ଅନୁବାଦ କରାଯାଇପାରେ I
- ଯଦି ଜଣେ ବ୍ୟକ୍ତି “ମୁକୁଟରେ ଭୂଷିତ” ତେବେ ଏହି ଶବ୍ଦକୁ “ଗୋଟିଏ ମୁକୁଟ ତାଙ୍କ ମସ୍ତକରେ ପିନ୍ଧାଗଲା” ବୋଲି ଅନୁବାଦ କରାଯାଇପାରେ I
- “ସେ ଗୌରବ ଓ ସମ୍ମାନରେ ମଣ୍ଡିତ ହୋଇଛନ୍ତି” ବାକ୍ୟାଂଶର ଅଭିବ୍ୟକ୍ତିକୁ “ଗୌରବ ଓ ସମ୍ମାନରେ ଭୂଷିତ” କିମ୍ବା "ତାଙ୍କୁ ଗୌରବ ଓ ସମ୍ମାନ ଦିଆଗଲା" କିମ୍ବା "ତାଙ୍କୁ ଗୌରବ ଓ ସମ୍ମାନ ପ୍ରଦାନ କରାଯାଇଥିଲା" ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3803, H3804, H5145, H5849, H5850, H6936, G12380, G47350, G47370
ମୁଖ, ମୁଖ ମଣ୍ଡଳ
ପରିଭାଷା
"ମୁଖ" ଶବ୍ଦର ଅର୍ଥ ଜଣେ ବ୍ୟକ୍ତିର ମସ୍ତକର ସମ୍ମୁଖ ଭାଗକୁ ଦର୍ଶାଏ I ବାଇବେଲରେ ଏହି ଶବ୍ଦର ଅନେକ ସାଙ୍କେତିକ ଅର୍ଥ ମଧ୍ୟ ଅଛି I
- ବାଇବେଲରେ, “ମୁଖ” ଶବ୍ଦଟି ପ୍ରାୟତଃ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, ଯାହା ବ୍ୟକ୍ତିର ରୂପ, ବସ୍ତୁର ସମ୍ମୁଖ କିମ୍ବା କୌଣସି ବିଷୟର ପୃଷ୍ଠକୁ ବୁଝାଏ I
- ଜଣେ ବ୍ୟକ୍ତିଙ୍କୁ ସୂଚାଇବାବେଳେ, “ମୁଖ” ଶବ୍ଦଟି ପ୍ରାୟତଃ ସାଙ୍କେତିକ ଭାବରେ ଦେଖିବା ପାଇଁ ବ୍ୟବହୃତ ହୁଏ, ଯାହା ସେହି ବ୍ୟକ୍ତିଙ୍କ ଜ୍ଞାନ, ଧାରଣା, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ପ୍ରତିପାଦିତ କରିପାରେ I
- ଶାରୀରିକ ଅର୍ଥରେ, କାହାକୁ କିମ୍ବା କୌଣସି ବସ୍ତୁକୁ “ସାମ୍ନା କରିବା” ଅର୍ଥ ସେହି ବ୍ୟକ୍ତି ବା ବସ୍ତୁର ଦିଗକୁ ଦେଖିବା ଅଟେ I
- “ପରସ୍ପରକୁ ସାମ୍ନା କରିବା” ଅର୍ଥ “ପରସ୍ପରକୁ ସିଧାସଳଖ ଦେଖିବା” ଅଟେ I
- "ମୁହାଁମୁହିଁ" ହେବାର ଅର୍ଥ ହେଉଛି ଦୁଇ ଜଣ ବ୍ୟକ୍ତି ପରସ୍ପରକୁ ଅତି ନିକଟରୁ ଦେଖୁଛନ୍ତି I
- ଯେତେବେଳେ ଯୀଶୁ “ଯିରୂଶାଲମକୁ ଯିବାକୁ ମୁଖ ଫେରିଲେ,” ଏହାର ଅର୍ଥ ହେଉଛି ଯେ ସେ ଯିବାକୁ ସ୍ଥିର କଲେ I
- ଏକ ଲୋକ କିମ୍ବା ସହର ବିରୁଦ୍ଧରେ "କାହାରି ମୁଖ ସ୍ଥିର କରିବା" ଅର୍ଥ ହେଉଛି ସେହି ସହର କିମ୍ବା ବ୍ୟକ୍ତିଙ୍କୁ ଆଉ ସମର୍ଥନ କରିବ ନାହିଁ କିମ୍ବା ପ୍ରତ୍ୟାଖ୍ୟାନ କରିବ କି ନାହିଁ ତାହା ସ୍ଥିର କରିବା ଅଟେ I
- "ସ୍ଥଳ ମୁଖ" ଅଭିବ୍ୟକ୍ତି ପୃଥିବୀ ପୃଷ୍ଠକୁ ବୁଝାଏ ଏବଂ ଏହା ପ୍ରାୟତଃ ସମଗ୍ର ପୃଥିବୀ ପାଇଁ ଏକ ସାଧାରଣ ସନ୍ଦର୍ଭ ଅଟେ I ଉଦାହରଣ ସ୍ୱରୂପ, “ପୃଥିବୀରେ ଦୁର୍ଭିକ୍ଷ” ପୃଥିବୀରେ ବାସ କରୁଥିବା ଅନେକ ଲୋକମାନଙ୍କୁ ପ୍ରଭାବିତ କରୁଥିବା ଏକ ବ୍ୟାପକ ଦୁର୍ଭିକ୍ଷକୁ ବୁଝାଏ I
- ସାଙ୍କେତିକ ଅଭିବ୍ୟକ୍ତିର "ନିଜ ଲୋକମାନଙ୍କଠାରୁ ମୁଖ ଲୁଚାଅ ନାହିଁ" ଅର୍ଥାତ୍ "ନିଜ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କର ନାହିଁ" କିମ୍ବା "ନିଜ ଲୋକମାନଙ୍କୁ ପରିତ୍ୟାଗ କର ନାହିଁ" କିମ୍ବା "ତୁମ୍ଭର ଲୋକମାନଙ୍କ ଯତ୍ନ ନେବା ବନ୍ଦ କର ନାହିଁ" I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯଦି ସମ୍ଭବ, ଅଭିବ୍ୟକ୍ତିକୁ ସ୍ଥାନୀୟ ଭାଷାରେ ପ୍ରକାଶ କରିବା ସର୍ବୋତ୍ତମ ଅଟେ I
- "ମୁଖ" ଶବ୍ଦକୁ "ବୁଲିବା" କିମ୍ବା "ସିଧା ଦେଖିବା" କିମ୍ବା "ଚେହେରାକୁ ଦେଖିବା" ବୋଲି ଅନୁବାଦ କରାଯାଇପାରେ I
- "ମୁହାଁମୁହିଁ" ଅଭିବ୍ୟକ୍ତିକୁ "ନିକଟରେ" କିମ୍ବା "ସାମ୍ନାରେ" କିମ୍ବା "ଉପସ୍ଥିତିରେ" ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ନିର୍ଭର କରି, "ତାଙ୍କ ସାମ୍ନାରେ" ଅଭିବ୍ୟକ୍ତିକୁ "ତାଙ୍କ ଆଗରେ" କିମ୍ବା "ତାଙ୍କ ସମ୍ମୁଖରେ" କିମ୍ବା "ତାଙ୍କ ପୂର୍ବରେ" କିମ୍ବା "ତାଙ୍କ ଉପସ୍ଥିତିରେ" ବୋଲି ଅନୁବାଦ କରାଯାଇପାରେ I
- "ଆପଣା ମୁଖ ବୁଲାଇବା" ଅଭିବ୍ୟକ୍ତିକୁ "ତାଙ୍କ ଆଡକୁ ଚାଲିବା ଆରମ୍ଭ କଲା" କିମ୍ବା "ସଂପୂର୍ଣ୍ଣ ରୂପେ ଯିବାକୁ ମନସ୍ଥ କଲା ବୋଲି ଅନୁବାଦ କରାଯାଇପାରେ I
- “ତାଙ୍କଠାରୁ ମୁଖ ଲୁଚାଇବା” ଅଭିବ୍ୟକ୍ତିକୁ “ଦୂରେଇ ଯିବା” କିମ୍ବା “ସାହାଯ୍ୟ କିମ୍ବା ସୁରକ୍ଷା ଦେବା ବନ୍ଦ କରିବା” କିମ୍ବା “ପ୍ରତ୍ୟାଖ୍ୟାନ କରିବା” ବୋଲି ଅନୁବାଦ କରାଯାଇପାରେ I
- ଏକ ସହର କିମ୍ବା ଲୋକମାନଙ୍କ ବିରୋଧରେ “ତାଙ୍କ ମୁହଁ ସ୍ଥିର କରିବା” ବାକ୍ୟାଂଶକୁ “କ୍ରୋଧରେ ଦେଖିବା” କିମ୍ବା “ଗ୍ରହଣ କରିବାକୁ ମନା କରିବା” କିମ୍ବା “ପ୍ରତ୍ୟାଖ୍ୟାନ କରିବା” କିମ୍ବା “ନିନ୍ଦା ଏବଂ ପ୍ରତ୍ୟାଖ୍ୟାନ କରିବା” କିମ୍ବା “ବିଚାର କରିବା” ବୋଲି ଅନୁବାଦ କରାଯାଇପାରେ I
- “ଏହାକୁ ସେମାନଙ୍କ ସମ୍ମୁଖରେ କୁହ” ଅଭିବ୍ୟକ୍ତିକୁ “ସେମାନଙ୍କୁ ସିଧାସଳଖ କୁହ” କିମ୍ବା “ସେମାନଙ୍କୁ ସେମାନଙ୍କ ଉପସ୍ଥିତିରେ କୁହ” କିମ୍ବା “ବ୍ୟକ୍ତିଗତ ଭାବରେ ସେମାନଙ୍କୁ କୁହ” ବୋଲି ଅନୁବାଦ କରାଯାଇପାରେ I
- “ଭୂମି ସମ୍ମୁଖରେ” ଅଭିବ୍ୟକ୍ତିକୁ “ସମଗ୍ର ଦେଶରେ” କିମ୍ବା “ସମଗ୍ର ଦେଶ ଉପରେ” କିମ୍ବା “ସମଗ୍ର ଦେଶରେ ବାସ କରିବା” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0600, H0639, H5869, H6440, H8389, G37990, G43830, G47500
ମୁଣ୍ଡ ନୁଆଁଇବା,ନୋଇଁ ପଡିବା, ଆଣ୍ଠେଇବା, ଆଣ୍ଠୁକୁ ବଙ୍କା କରିବା
ପରିଭାଷା:
ମୁଣ୍ଡ ନୁଆଁଇବା ଅର୍ଥ ନମ୍ରତାର ସହିତ କାହା ପ୍ରତି ସମ୍ମାନ ଏବଂ ଆଦର ପ୍ରକାଶ କରିବା ଅଟେ । “ପ୍ରଣାମ” କରିବା ଅର୍ଥ ନଇଁ ପଡ଼ିବା କିମ୍ବା ଆଣ୍ଠୁମାଡି ପଡ଼ିବା, ପ୍ରାୟତଃ ମୁହଁ ଏବଂ ହାତ ସହିତ ଭୂମି ଆଡକୁ ଦୃଷ୍ଟିକରିବା ଅଟେ ।
- ଅନ୍ୟାନ୍ୟ ଅଭିବ୍ୟକ୍ତିରେ “ଆଣ୍ଠୁ ଭାଙ୍ଗିବା” ଅର୍ଥ (ଆଣ୍ଠୋଇବା) ଏବଂ ମୁଣ୍ଡ ନୁଆଁଇବା ଅର୍ଥ (ଦୁଃଖରେ କିମ୍ୱା ସମ୍ମାନର ସହ ଅନ୍ୟ ଜଣଙ୍କୁ ନତ ମସ୍ତକ କରିବା) ଅଟେ ׀
- ନତ ହେବା ମଧ୍ୟ ମାନସିକ ଅଶାନ୍ତି ଏବଂ ଦୁଃଖର ଚିହ୍ନ ଅଟେ ׀ ଯଦି ଜଣେ କେହି ନତ ହୁଏ ତା’ହେଲେ ସେ ନମ୍ରତାରେ ତଳକୁ ଆସେ ׀
- ଉଚ୍ଚ ପଦାଧିକାରୀ ଶାସକ କିମ୍ବା ଗୁରୁତ୍ୱପୂଣ୍ଣ ବ୍ୟକ୍ତି ବା ରାଜାମାନଙ୍କଠାରେ ଜଣେ ବ୍ୟକ୍ତି ତାଙ୍କ ଉପସ୍ଥିତିରେ ତାଙ୍କ ନିକଟରେ ନତ ହୁଏ ׀
- ଈଶ୍ଵରଙ୍କ ସମ୍ମୁଖରେ ନତ ହେବା ଅର୍ଥାତ୍ ତାହାଙ୍କୁ ଉପାସନା କରିବା ଅଟେ ׀
- ବାଇବେଲରେ ଲୋକମାନେ ଯୀଶୁଙ୍କଠାରେ ନତ ହେଲେ କାରଣ ସେମାନେ ଅନୁଭବ କଲେ ଯେ ସେ ଯେଉଁ ଆଶ୍ଟର୍ଯ୍ୟ କାର୍ଯ୍ୟ ଏବଂ ଶିକ୍ଷା ଦେଉଥିଲେ ତାହା ଈଶ୍ଵରଙ୍କଠାରୁ ଆଗତ ଥିଲା ׀
- ବାଇବେଲ ଏହା ପ୍ରକାଶ କରେ ଯେ ଯେତେବେଳେ ଯୀଶୁ ଆସିବେ ପ୍ରତ୍ୟେକ ଜାନୁ ତାଙ୍କ ନିକଟରେ ନତ ହେବ ׀
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଅନୁଯାୟୀ ଏହି ଶବ୍ଦକୁ “ସମ୍ମୁଖରେ ନତ ହେବା” ବା “ମୁଣ୍ଡକୁ ନୁଆଁଇବା” କିମ୍ବା “ଆଣ୍ଠୁ ଭାଙ୍ଗିବା “ବୋଲି ଅନୁବାଦ କରାଯାଇପାରେ ׀
- “ନୋଇଁ ପଡିବା” ଶବ୍ଦକୁ “ଆଣ୍ଠୁ ଭାଙ୍ଗିବା” କିମ୍ବା “ସାଷ୍ଟାଙ୍ଗ ପ୍ରଣାମ କରିବା” ବୋଲି ଅନୁବାଦ କରାଯାଇପାରେ ׀
- କେତେକ ଭାଷାରେ ପ୍ରସଙ୍ଗ ଅନୁଯାୟୀ ଏହି ଶବ୍ଦର ଅନୁବାଦ ଅନେକ ଉପାୟ ହୋଇପାରେ ׀
ବାଇବେଲ ପଦପର୍ବ:
- ଦ୍ଵିତୀୟ ରାଜାବଳୀ ୫:୧୮
- ଯାତ୍ରା ପୁସ୍ତକ ୨୦:୫
- ଆଦିପୁସ୍ତକ ୨୪:୨୬
- ଆଦି ପୁସ୍ତକ ୪୪:୧୪
- ଯିଶାଇୟ ୪୪:୧୯
- ଲୂକ ୨୪:୫
- ମାଥିଉ ୨:୧୧
- ପ୍ରକାଶିତ ବାକ୍ୟ ୩:୯
ଶବ୍ଦବିନ୍ୟାସ:
- Strong’s: H0086, H3721, H3766, H5753, H5791, H6915, H7743, H7812, H7817, G11200, G25780, G28270, G40980
ମୃତ୍ୟୁହେବା, ମୃତ,ମାରାତ୍ମକ, ମୃତ୍ୟୁ
ପରିଭାଷା:
“ମୃତ୍ୟୁ” ଶବ୍ଦଟି ଜୀବନ୍ତ ପରିବର୍ତ୍ତେ ଶାରୀରିକ ଭାବେ ମୃତ ଥିବାକୁ ବୁଝାଏ I
1. ଶାରୀରିକ ମୃତ୍ୟୁ
- "ମରିବା" ଅର୍ଥ ଜୀବନର ସମାପ୍ତି ଅଟେ I ମୃତ୍ୟୁ ଶାରୀରିକ ଜୀବନର ସମାପ୍ତି ଅଟେ I
- “ହତ୍ୟା କରିବା” ଶବ୍ଦଟି ଜଣଙ୍କୁ ହତ୍ୟା କିମ୍ବା ହତ୍ୟା କରିବାକୁ ବୁଝାଏ, ବିଶେଷ କରି ଯେତେବେଳେ ଜଣେ ରାଜା କିମ୍ବା ଅନ୍ୟ ଶାସକ କାହାକୁ ହତ୍ୟା କରିବାକୁ ଆଦେଶ ପ୍ରଦାନ କରନ୍ତି I
2. ଆତ୍ମିକ ମୃତ୍ୟୁ
- ଅନନ୍ତ ମୃତ୍ୟୁ ଜଣେ ବ୍ୟକ୍ତିକୁ ଈଶ୍ୱରଙ୍କଠାରୁ ପୃର୍ଥକ କରେ I
- ଆଦମ ଆତ୍ମିକ ମୃତ୍ୟୁବରଣ କରିଥିଲେ ଯେତେବେଳେ ସେ ଈଶ୍ୱରଙ୍କର ଅନାଜ୍ଞାବହ ହୋଇଥିଲେ I ଈଶ୍ୱରଙ୍କ ସହିତ ତାଙ୍କର ସମ୍ପର୍କ ଭାଙ୍ଗିଯାଇଥିଲାI ତାପରେ ସେ ଲଜ୍ଜିତ ହୋଇ ଈଶ୍ୱରଙ୍କଠାରୁ ଲୁଚିବାକୁ ଚେଷ୍ଟା କଲେ I
- କାରଣ ଆମେ ପାପ କରୁ ତେଣୁ ଏହି ପ୍ରକାରର ମୃତ୍ୟୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଘଟେ, କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେମାନେ ବିଶ୍ୱାସ କରୁ, ଈଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
ଏହି ଶବ୍ଦକୁ ଅନୁବାଦ କରିବା ପାଇଁ, ମୃତ୍ୟୁକୁ ସୂଚାଉଥିବା ଦୈନନ୍ଦିନ, ସ୍ୱାଭାବିକ ଶବ୍ଦ କିମ୍ବା ଅଭିବ୍ୟକ୍ତିକୁ ସ୍ଥାନୀୟ ଭାଷାରେ ବ୍ୟବହାର କରିବା ସର୍ବୋତ୍ତମ ଅଟେ I
-
କେତେକ ଭାଷାରେ, ମରିବା ଶବ୍ଦକୁ “ଜୀବିତ ନ ହେବା” ବୋଲି ଅନୁବାଦ କରାଯାଇପାରେ I ଏହି “ମୃତ” ଶବ୍ଦକୁ “ଜୀବିତ ନ ହେବା” କିମ୍ୱା “ଜୀବନ ନ ଥିବା” କିମ୍ୱା “ନ ବଞ୍ଚିବା” ବୋଲି ଅନୁବାଦ କରାଯାଇପାରେ I
-
ଏହି ମୃତ୍ୟୁ ଶବ୍ଦକୁ ଅନେକ ଭାଷା ଉପମା ଦେଇ ବର୍ଣ୍ଣନା କରନ୍ତି, ଯେମିତିକି ଇଂରାଜୀ ଭାଷାରେ “ଚାଲିଗଲେ” I ବାଇବେଲରେ ଏହି ମୃତ୍ୟୁ ଶବ୍ଦକୁ ସିଧାସଳଖ ଭାବରେ ଦୈନନ୍ଦିନ ଉପଯୋଗ କରାଯାଉଥିବା ଭାଷା ବ୍ୟବହାର କରାଯାଇଛି I
-
ବାଇବେଲରେ, ଶାରୀରିକ ଜୀବନ ଏବଂ ମୃତ୍ୟୁ ପ୍ରାୟତଃ ଆତ୍ମିକ ଜୀବନ ଏବଂ ମୃତ୍ୟୁ ସହିତ ତୁଳନା କରାଯାଇଥାଏ I ଶାରୀରିକ ମୃତ୍ୟୁ ଏବଂ ଆତ୍ମିକ ମୃତ୍ୟୁ ଏହି ଦୁଇଟି ଶବ୍ଦ ନିମନ୍ତେ ସମାନ ଶବ୍ଦ ବା ଭାବକୁ ଅନୁବାଦକାରୀ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ I
-
ଯେତେବେଳେ ପ୍ରସଙ୍ଗରେ ଏହି ଶବ୍ଦର ଅର୍ଥ ଆବଶ୍ୟକ ହୋଇଥାଏ ସେତେବେଳେ କେତେକ ଭାଷାରେ ଏହା ଅତି ସ୍ପଷ୍ଟଭାବରେ “ଆତ୍ମିକ ମୃତ୍ୟୁ” ବୋଲି ଉଲ୍ଲେଖ କରିବା ଉତ୍ତମ ଅଟେ I କେତେକ ଅନୁବାଦକ ଅନୁଭବ କରିପାରନ୍ତି ଯେ ଯେତେବେଳେ ଆତ୍ମିକ ମୃତ୍ୟୁ ସହିତ ତୁଳନା ହେବାର ପରିପେକ୍ଷୀରେ ବ୍ୟବହାର ହୁଏ ସେହି ସମୟରେ “ଶାରୀରିକ ମୃତ୍ୟୁ” କହିବା ଉତ୍ତମ ହେବ I
-
“ମୃତ” ଅଭିବ୍ୟକ୍ତି ଏକ ନାମଗତ ବିଶେଷଣ ଯାହା ମୃତ୍ୟୁବରଣ କରିଥିବା ଲୋକକୁ ବୁଝାଏ I କେତେକ ଭାଷା ଏହାକୁ “ମୃତ ଲୋକ” ବା “ଯେଉଁମାନେ ମରିଛନ୍ତି” ବୋଲି ଅନୁବାଦ କରେ I (ବିଶେଷ୍ୟ ବିଷୟକ ଦେଖନ୍ତୁ)
-
“ମୃତ୍ୟୁଦଣ୍ଡ ଦେବା” ବାକ୍ୟକୁ ‘ହତ୍ୟା” କିମ୍ୱା “”ମାରିଦେବା କିମ୍ୱା “ମୃତ୍ୟୁଦଣ୍ଡ କାର୍ଯ୍ୟରେ ପରିଣତ କରିବା” ବୋଲି ଅନୁବାଦ କରାଯାଇପାରେ I
( ବିଶ୍ୱାସ କରିବା, ବିଶ୍ୱାସ, ଜୀବନ: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ କରିନ୍ଥୀୟ 15:21
- ପ୍ରଥମ ଥେସଲନୀକୀୟ 4:17
- ପ୍ରେରିତ 10:42
- ପ୍ରେରିତ 14:19
- କଲସୀୟ 2:15
- କଲସୀୟ 2:20
- ଆଦି ପୁସ୍ତକ 2:15-17
- ଆଦି ପୁସ୍ତକ 34:27
- ମାଥିଉ 16:28
- ରୋମୀୟ 5:10
- ରୋମୀୟ 5:12
- ରୋମୀୟ 6:10
ବାଇବେଲ କାହାଣୀର ଉଦାହରଣ:
- 1:11 ସଦାପ୍ରଭୁ ପରମେଶ୍ୱର ଆଦମକୁ ଉଦ୍ୟାନର ସମସ୍ତ ଫଳ ଖାଇବାକୁ ଆଜ୍ଞା କଲେ ମାତ୍ର ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ କହିଲେ I ଯଦି ସେ ଏହି ବୃକ୍ଷର ଫଳ ଭୋଜନ କରେ,ସେ ନିତାନ୍ତ ମରିବI
- 2:11”ତାହେଲେ ତୁମ୍ଭେ ମରିବ,ଏବଂ ତୁମ୍ଭର ଶରୀର ପୁଣି ମୃତ୍ତିକାକୁ ଫେରିଯିବ I”
- 7:10 ତାପରେ ଇସହାକ ମୃତ୍ୟୁବରଣ କଲେ ଏବଂ ଯାକୁବ ଓ ଏଷୌ ତାହାଙ୍କୁ କବର ଦେଲେ I
- 37:5 ଯୀଶୁ ଉତ୍ତର ଦେଇକହିଲେ,”ମୁଁ ପୁନଃରୁଥାନ ଓ ଜୀବନ I ଯେକେହି ମୋତେ ବିଶ୍ୱାସ କରେ ସେ ବଞ୍ଚିବ, ଯଦି ବା ସେ ମରିବ I ଯେକେହି ମୋତେ ବିଶ୍ୱାସ କରେ ସେ କେବେହେଁ ମରିବ ନାହିଁ” I
- 40:8 ତାହାଙ୍କ ମୃତ୍ୟୁ ଦ୍ୱାରା, ଈଶ୍ୱରଙ୍କ ନିକଟକୁ ଲୋକମାନେ ଆସିବା ପାଇଁ ଯୀଶୁ ସମସ୍ତ ପଥ ଖୋଲିଦେଲେ I
- 43:7 ଯଦ୍ୟପି ଯୀଶୁ ମଲେ , ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ I
- 48:2 କାରଣ ସେମାନେ ପାପକଲେ, ପୃଥିବୀରେ ସମସ୍ତେ ଅସୁସ୍ଥ ହୁଅନ୍ତି ଏବଂ ସମସ୍ତେ ମରନ୍ତି I
- 50:17 ସେ (ଯୀଶୁ )ସମସ୍ତ ଲୁହ ପୋଛିଦେବେ ଆଉ ସେଠାରେ ତାଡନା,ଦୁଖଃ,କ୍ରନ୍ଦନ,ମନ୍ଦ,କଷ୍ଟ,କିମ୍ୱା ମୃତ୍ୟୁ ନ ଥିବ I
ଶବ୍ଦବିନ୍ୟାସ :
- Strong’s: H0006, H1478, H1826, H1934, H2491, H4191, H4192, H4193, H4194, H4463, H5038, H5315, H6297, H6757, H7496, H7523, H8045, H8546, H8552, G03360, G03370, G05200, G05990, G06150, G06220, G16340, G19350, G20790, G22530, G22860, G22870, G22880, G22890, G23480, G28370, G29660, G34980, G34990, G35000, G44300, G48800, G48810, G50530, G50540
ମୋହର, ମୁଦ୍ରା, ଅନାବୃତ
ପରିଭାଷା:
କୌଣସି ପଦାର୍ଥକୁ ମୋହର (ସାଧାରଣତଃ ଏକ “ମୁଦ୍ରା” କୁହାଯାଏ) ଲଗାଇବା ଅର୍ଥ ବନ୍ଦ ରଖିବା ଅଟେ ଯାହାକୁ ମୋହର ନ ଭାଙ୍ଗି ଖୋଲି ହେବ ନାହିଁ I
-
ସମୟ ସମୟରେ ଏକ ନକ୍ସାର ଉତ୍ସକୁ ମୋହରର ପରିକଳ୍ପନା ଦ୍ୱାରା ଚିହ୍ନିତ କରାଯାଏ I
-
ଚିଠି କିମ୍ୱା ଅନ୍ୟାନ୍ୟ ପତ୍ରକୁ ସୁରକ୍ଷିତ ରଖିବା ପାଇଁ ତରଳ ମହମ (ଜଉ) ଦ୍ୱାରା ବନ୍ଦ କରାଯାଏ I ଯେତେବେଳେ ମହମ ଥଣ୍ଡା ଏବଂ କଠିନ ହୁଏ, ମହମ କୁ ନ ଭାଙ୍ଗିଲେ ପତ୍ରକୁ ଖୋଲି ହୁଏ ନାହିଁ I
-
ଯୀଶୁଙ୍କ ସମାଧିକୁ ଯେପରି ଘୁଞ୍ଚାଇ ପାରିବେ ନାହିଁ ସେଥିପାଇଁ ଏହାର ସାମ୍ନାରେ ପଥର ଉପରେ ମୋହର ଲଗାଯାଇଥିଲା I
-
ପାଉଲ ଆଳଙ୍କାରିକ ଅର୍ଥରେ ପବିତ୍ର ଆତ୍ମାଙ୍କୁ “ମୋହର” ପରି ବ୍ୟବହାର କରି ଆମ୍ଭମାନଙ୍କର ପରିତ୍ରାଣ ସୁରକ୍ଷିତ ବୋଲି ଦର୍ଶାଇଲେ I
( ପବିତ୍ର ଆତ୍ମା, ସମାଧି ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
ଯନ୍ତ୍ରଣା, ଦୁଃଖ, ଅତ୍ୟଧିକ ଦୁଃଖ
ପରିଭାଷା:
“ଯନ୍ତ୍ରଣା”ଶବ୍ଦର ଅର୍ଥ କାହାକୁ ଅତ୍ୟଧିକ ଦୁଃଖ କିମ୍ବା ଯନ୍ତ୍ରଣା ଦେବାକୁ ବୁଝାଏ । ଏକ “ଦୁଃଖ” ରୋଗ, ଭାବପ୍ରବଣତା କିମ୍ବା ଅନ୍ୟାନ୍ୟ ବିପର୍ଯ୍ୟୟକୁ ବୁଝାଏ I
- ଈଶ୍ଵର ବେଳେବେଳେ ତାହାଙ୍କ ଲୋକମାନଙ୍କୁ ସେମାନଙ୍କର ପାପରୁ ଅନୁତାପ କରିବା ଏବଂ ତାଙ୍କ ନିକଟକୁ ଫେରେଇ ଆଣିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅସୁସ୍ଥତା କିମ୍ବା ଅନ୍ୟାନ୍ୟ କଷ୍ଟରେ ଯନ୍ତ୍ରଣା ଦେଇଥିଲେ I
- ମିସର ଦେଶବାସୀଙ୍କ ଉପରେ ଈଶ୍ଵର ଅତ୍ୟଧିକ ମହାମାରୀ ଘଟାଇଲେ କାରଣ ସେମାନଙ୍କର ରାଜା ଈଶ୍ଵରଙ୍କ କଥା ମାନିବାକୁ ମନା କଲେ I
- “ଯନ୍ତ୍ରଣାରେ ରହିବା”ଅର୍ଥ ଏକ ପ୍ରକାର ଦୁଃଖ ଭୋଗିବା, ଯେପରିକି ରୋଗ, ନିର୍ଯ୍ୟାତନା କିମ୍ବା ମାନସିକ ଦୁଃଖ I
- କେତେକ ପୁରାତନ ନିୟମ ପ୍ରସଙ୍ଗରେ, “ନିଜକୁ କଷ୍ଟ ଦେବା”କିମ୍ବା “ନିଜ ଆତ୍ମାକୁ କଷ୍ଟ ଦେବା”ବାକ୍ୟାଂଶର ଅର୍ଥ ଖାଦ୍ୟ ନଖାଇବା ଅଟେ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- କାହାକୁ “ଯନ୍ତ୍ରଣା”ଦେବା ବାକ୍ୟାଂଶକୁ “କାହାକୁ ଅସୁବିଧାର ସମ୍ମୁଖୀନ କରିବା”କିମ୍ବା “କାହାକୁ ଦୁଃଖ ଦେବା”କିମ୍ବା “ଦୁଃଖ ଆଣିବା”ବୋଲି ଅନୁବାଦ କରାଯାଇପାରେ ।
- “କାହାକୁ କୁଷ୍ଠ ରୋଗରେ ପୀଡ଼ିତ କରିବା” ବାକ୍ୟାଂଶକୁ “କୁଷ୍ଠ ରୋଗରେ କାହାକୁ ପୀଡ଼ିତ କରିବା” ବୋଲି ଅନୁବାଦ କରାଯାଇପାରେ ।
- ଯେତେବେଳେ କୌଣସି ରୋଗ କିମ୍ବା ବିପର୍ଯ୍ୟୟ ଲୋକ କିମ୍ବା ପଶୁମାନଙ୍କୁ “ଯନ୍ତ୍ରଣା”ଦେବାକୁ ପଠାଯାଏ ତେବେ ଏହି ବାକ୍ୟାଂଶକୁ “ଦୁଃଖର କାରଣ ହେଲେ”ବୋଲି ଅନୁବାଦ କରାଯାଇପାରେ ।
- ପ୍ରସଙ୍ଗ ଉପରେ ଆଧାର କରି, “ଅତ୍ୟଧିକ ଦୁଃଖ”ଶବ୍ଦକୁ “ବିପର୍ଯ୍ୟୟ”କିମ୍ବା “ଅସୁସ୍ଥତା”କିମ୍ବା “ଯନ୍ତ୍ରଣା”କିମ୍ବା “ବଡ଼ ଦୁଃଖ”ବୋଲି ଅନୁବାଦ କରାଯାଇପାରେ ।
- “ଯନ୍ତ୍ରଣା” ଶବ୍ଦକୁ “ପୀଡ଼ିତ” କିମ୍ବା “ଅସୁସ୍ଥ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
( କୋଷ୍ଠ, ମହାମାରୀ, ଯନ୍ତ୍ରଣା: ଦେଖନ୍ତୁ)
ବାଇବେଲ ପଦପର୍ବ:
- ଦ୍ଵିତୀୟ ଥେସଲନୀକୀୟ ୧:୬
- ଆମୋଷ ୫:୧୨
- କଲସୀୟ ୧:୨୪
- ଯାତ୍ରାପୁସ୍ତକ ୨୨:୨୨-୨୪
- ଆଦିପୁସ୍ତକ ୧୨:୧୭-୨୦
- ଆଦିପୁସ୍ତକ ୧୫:୧୨-୧୩
- ଆଦିପୁସ୍ତକ ୨୯:୩୨
ଶବ୍ଦବିନ୍ୟାସ :
- Strong’s: H0205, H3013, H3905, H3906, H6031, H6039, H6040, H6041, H6862, H6869, H6887, H7451, H7489, G23460, G23470, G38040
ରାଜକୀୟ, ରାଜକୀୟ, ରାଜାଙ୍କ, ରାଣୀଙ୍କ
ପରିଭାଷା:
“ରାଜକୀୟ” ଶବ୍ଦ ଲୋକମାନଙ୍କୁ ଏବଂ ବସ୍ତୁଗୁଡ଼ିକୁ ବର୍ଣ୍ଣନା କରେ ଯାହା ରାଜାଙ୍କର କିମ୍ୱା ରାଣୀଙ୍କର ସହିତ ଜଡିତ ଥାଏ I
- ଯେଉଁ ବିଷୟଗୁଡ଼ିକୁ “ରାଜକୀୟ” ବୋଲି କୁହାଯାଇପାରିବ, ତାହା ମଧ୍ୟରେ ରାଜାଙ୍କର ବସ୍ତ୍ର, ପ୍ରାସାଦ, ସିଂହାସନ, ଏବଂ ମୁକୁଟ ଅନ୍ତର୍ଭୁକ୍ତ ଅଟେ I
- ଜଣେ ରାଜା କିମ୍ୱା ରାଣୀ ଏକ ରାଜକୀୟ ପ୍ରାସାଦରେ ରହୁଥିଲେ I
- ଜଣେ ରାଜା ବିଶେଷ ବସ୍ତ୍ର ପରିଧାନ କରୁଥିଲେ, ବେଳେବେଳେ ତାହାକୁ “ରାଜକୀୟ ଚୋଗା” ବୋଲି କୁହାଯାଉଥିଲା I ଅନେକ ସମୟରେ ରାଜାଙ୍କର ବସ୍ତ୍ର ବାଇଗଣିଆ ରଙ୍ଗରଥିଲା, ଏବଂ ଏହି ରଙ୍ଗ କେବଳ ବିଶେଷ ଧରଣର ବିରଳ ଏବଂ ବହୁମୂଲ୍ୟ ରଙ୍ଗେଇବା କାର୍ଯ୍ୟ ଦ୍ୱାରା ଉତ୍ପନ୍ନ କରାଯାଇପାରୁଥିଲା I
- ନୂତନ ନିୟମରେ ବିଶ୍ୱାସୀମାନ “ରାଜକୀୟ ଯାଜକକୂଳ” ବୋଲି କୁହାଯାଉଥିଲା I ଏହି ବିଷୟକୁ ଅନ୍ୟ ଭାବରେ ଅନୁବାଦ କରିବାକୁ ହେଲେ “ରାଜା ଈଶ୍ୱରଙ୍କର ସେବା କରୁଥିବା ଯାଜକମାନେ” ବା ରାଜା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯାଜକଗଣ ହେବା ନିମନ୍ତେ ଆହୂତ” ଅନ୍ତର୍ଭୁକ୍ତ ଅଟେ I
- ଏହି “ରାଜକୀୟ” ଶବ୍ଦକୁ “ରାଜାସଦୃଶ” ବା “ରାଜାଙ୍କ ନିଜସ୍ୱ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ରାଜା, ରାଜପ୍ରାସାଦ, ଯାଜକ, ବାଇଗଣିଆ, ରାଣୀ, ବସ୍ତ୍ର: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0643, H1921, H1935, H4410, H4428, H4430, H4437, H4438, H4467, H4468, H7985, G09330, G09340, G09370
ରାଜଦୂତ, ପ୍ରତିନିଧି
ପରିଭାଷା:
ରାଜଦୂତ ଏକ ଅଧିକାରୀ ଦ୍ୱାରା ମନୋନୀତ ବ୍ୟକ୍ତି, ଯେ ବିଦେଶ ସହ ନିଜ ଦେଶକୁ ସମ୍ପର୍କିକୃତ କରିବାରେ ପ୍ରତିନିଧିତ୍ୱ କରେ I ଶବ୍ଦଟି ଏକ ସାଙ୍କେତିକ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଏବଂ ବେଳେବେଳେ ସାଧାରଣତଃ “ପ୍ରତିନିଧୀ ”ବୋଲି ଅନୁବାଦ କରାଯାଇଥାଏ I
- ଏକ ରାଜଦୂତ କିମ୍ୱା ପ୍ରତିନିଧି ଲୋକମାନଙ୍କୁ ନିର୍ଦ୍ଧିଷ୍ଟ ବ୍ୟକ୍ତି କିମ୍ୱା ଯେଉଁ ଅଧିକାରୀ ତାଙ୍କୁ ପଠାଇଛନ୍ତି, ତାହାଙ୍କଠାରୁ ସମ୍ୱାଦ ଦିଅନ୍ତି I
- “ପ୍ରତିନିଧିତ୍ୱ” ଏକ ସାଧାରଣ ପଦ ଅଟେ ଯାହା ଏକ ବ୍ୟକ୍ତିଙ୍କୁ ଦର୍ଶାଏ, ଯେ ଏକ ବ୍ୟକ୍ତି ତରଫରୁ କାର୍ଯ୍ୟ କରିବା ପାଇଁ ଓ କହିବା ପାଇଁ ଅଧିକାର ପ୍ରାପ୍ତ ହୋଇଥିବା ବ୍ୟକ୍ତି I
- ପ୍ରେରିତ ପାଉଲ ଶିକ୍ଷା ଦେଲେ ଯେ ପ୍ରତ୍ୟେକ ଖ୍ରୀଷ୍ଟିୟାନ ଖ୍ରୀଷ୍ଟଙ୍କର “ରାଜଦୂତଗଣ” କିମ୍ୱା “ପ୍ରତିନିଧିଗଣ”, ଯେହେତୁ ସେମାନେ ଏହି ଜଗତରେ ଖ୍ରୀଷ୍ଟଙ୍କୁ ପ୍ରକାଶ କରନ୍ତି, ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତି I
- ପ୍ରସଙ୍ଗ ଅନୁଯାୟୀ, ଏହି ପଦଟି “ଅଧିକାରୀୀ ପ୍ରତିନିଧି” କିମ୍ୱା “ନିଯୁକ୍ତିପ୍ରାପ୍ତ ବାର୍ତ୍ତାବହ” କିମ୍ୱା “ମନୋନୀତ ପ୍ରତିନିଧି” କିମ୍ୱା “ଈଶ୍ୱରଙ୍କ ନିଯୁକ୍ତିପ୍ରାପ୍ତ ପ୍ରତିନିଧି” ବୋଲି ଅନୁବାଦ କରାଯାଇପାରେ I
- “ରାଜଦୂତଗଣର ପ୍ରତିନିଧି ଦଳ” ବାକ୍ୟାଂଶକୁ “କିଛି ଅଧିକାରୀ ଅଧିକାରପ୍ରାପ୍ତ ବାର୍ତ୍ତାବହ” କିମ୍ୱା “ନିଯୁକ୍ତିପ୍ରାପ୍ତ ପ୍ରତିନିଧି ଦଳ” କିମ୍ୱା “ପ୍ରତ୍ୟେକ ଲୋକଙ୍କ ପାଇଁ କହିବା ନିମନ୍ତେ ଗଠିତ ଏକ ଅଧିକାରୀୀ ଅଧିକାରପ୍ରାପ୍ତ ଦଳ” ଭାବେ ଅନୁବାଦ କରାଯାଇପାରେ I
( ଅଜଣା ଶବ୍ଦକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)
(ବାର୍ତ୍ତାବହ ,ଅଧ୍ୟ ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H3887, H4135, H4136, H4397, H6735, H6737, G42430
ରୂପା
ପରିଭାଷା:
ରୂପା ଏକ ଚିକ୍କଣ, ଧୂସର ମୂଲ୍ୟବାନ ଧାତୁ ଅଟେ ଏହା ମୁଦ୍ରା, ଗହଣା, ବାକ୍ସ ଓ ଅଳଙ୍କାରଗୁଡ଼ିକ ତିଆରି କରିବାରେ ବ୍ୟବହାର ହୁଏ I
- ବିଭିନ୍ନ ପ୍ରକାର ବାକ୍ସଗୁଡ଼ିକ ତିଆରି ହୁଏ ଯଥା ରୂପା ପାତ୍ର ଏବଂ ଗିନାଗୁଡ଼ିକ ଏବଂ ଅନ୍ୟ ପଦାର୍ଥ ଯାହା ରାନ୍ଧିବା, ଖାଇବା, କିମ୍ୱା ପରଶୀବାରେ ବ୍ୟବହୃତ କରାଯାଏ I
- ରୂପା ଏବଂ ସୁନା ସମାଗମ ତମ୍ୱୁ ଏବଂ ମନ୍ଦିର ନିର୍ମାଣରେ ବ୍ୟବହାର ହେଉଥିଲା I ଯିରୂଶାଲମ ମନ୍ଦିରରେ ରୂପାରେ ତିଆରି ବାକ୍ସ ଗୁଡ଼ିକଥିଲା I
- ବାଇବେଲ ସମୟରେ, ଗୋଟିଏ ଯିହୁଦୀୟ ମୁଦ୍ରାର ଓଜନ ଏବଂ କ୍ରୟ କରିବା ସାଧାରଣତଃ କେତେଗୁଡ଼ିଏ ଯିହୁଦୀୟ ରୂପା ମୁଦ୍ରା ଆବଶ୍ୟକ ପଡ଼ୁଥିଲା I ନୂତନ ନିୟମ ବେଳକୁ ଭିନ୍ନ ଭିନ୍ନ ଓଜନରେ ରୂପା ମୁଦ୍ରାଗୁଡ଼ିକ ଥିଲା ଯାହା ଶେକଲରେ ମାପ କରାଯାଉଥିଲା I
- ଯୋଷେଫଙ୍କ ଭାଇମାନେ ତାଙ୍କୁ ଦାସ ଭାବରେ କୋଡ଼ିଏ ଶେକଲ ରୂପାରେ ବିକ୍ରି କରିଦେଇଥିଲେ I
- ଯିହୁଦା ତିରିଶ ରୂପା ମୁଦ୍ରାରେ ଯୀଶୁଙ୍କୁ ବିଶ୍ୱାସଘାତକତା କରିଥିଲା I
( ସମାଗମ ତମ୍ୱୁ, ମନ୍ଦିର: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3701, H3702, H7192, G06930, G06940, G06950, G06960, G14060
ଲାଭ, ଲାଭଦାୟକ, ଲାଭବିହୀନ
ପରିଭାଷା:
ସାଧାରଣତଃ, “ଲାଭ” ଏବଂ “ଲାଭଦାୟକ” ଶବ୍ଦ କେତେକ ନିର୍ଦ୍ଧିଷ୍ଟ କାର୍ଯ୍ୟଗୁଡ଼ିକ କିମ୍ବା ବ୍ୟବହାରଗୁଡ଼ିକ ଦ୍ୱାରା କିଛି ଉତ୍ତମ ବିଷୟ ହାସଲ କରିବା ବିଷୟକୁ ସୂଚାଇଥାଏ।
କିଛି କାହା ପାଇଁ “ଲାଭଦାୟକ" ଅଟେ ଯଦି ଏହା ସେମାନଙ୍କୁ ଉତ୍ତମ ବିଷୟ ଆଣିଦିଏ କିମ୍ବା ଯଦି ଏହା ଅନ୍ୟ ଲୋକମାନଙ୍କ ପାଇଁ ଉତ୍ତମ ବିଷୟ ଆଣିବାରେ ସାହାଯ୍ୟ କକରିଥାଏ।
- ଅଧିକ ନିର୍ଦ୍ଧିଷ୍ଟ ଭାବରେ, “ଲାଭ” ଶବ୍ଦ ଅନେକ ସମୟରେ ଟଙ୍କାକୁ ବୁଝାଏ, ଯାହା ବ୍ୟବସାୟ କରିବା ଦ୍ୱାରା ଲାଭ କରାଯାଇ ଥାଏ। ବ୍ୟବସାୟ ଏକ “ଲାଭଦାୟକ” ଅଟେ ଯଦି ଏହା ଖର୍ଚ୍ଚଠାରୁ ଅଧିକ ଟଙ୍କା ଲାଭ କରେ।
- କାର୍ଯ୍ୟଗୁଡ଼ିକ ଲାଭଦାୟକ ଅଟେ ଯଦି ସେଗୁଡ଼ିକ ଲୋକମାନଙ୍କ ନିମନ୍ତେ ଉତ୍ତମ ବିଷୟ ଆଣିଥାଏ।
- ଦ୍ଵିତୀୟ ତୀମଥି 3:16 କହେ ଯେ,ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ୱନ୍ଧୀୟ ଶାସନ ନିମନ୍ତେ ଉପକାରୀ (ଲାଭଦାୟକ )I ଏହାର ଅର୍ଥ ବାଇବେଲର ଶିକ୍ଷାଗୁଡ଼ିକ ଲୋକମାନଙ୍କୁ ଈଶ୍ୱରଙ୍କ ଇଚ୍ଛାନୁମୋଦିତ ଜୀବନ କାଟିବା ନିମନ୍ତେ ଶିକ୍ଷଣୀୟ, ଉପକାରୀ ଓ ବ୍ୟବହାରଯୋଗ୍ୟ ଅଟେ।
“ଲାଭବିହୀନ” ଶବ୍ଦର ଅର୍ଥ ବ୍ୟବହାରଯୋଗ୍ୟ ନୁହେଁ।
- ଏହାର ଆକ୍ଷରିକ ଅର୍ଥ କିଛି ଲାଭ ନକରିବା କିମ୍ବା କାହାକୁ କିଛି ପାଇବାରେ ସାହାଯ୍ୟ ନକରିବା।
- ଯାହା ଲାଭଦାୟକ ନୁହେଁ, ତାହା କାର୍ଯ୍ୟଯୋଗ୍ୟ ନୁହେଁ କାରଣ ଏହା କୌଣସି ପ୍ରକାରେ କିଛି ଲାଭ ଦିଏ ନାହିଁ।
- ଏହାକୁ “ଅନୁପଯୁକ୍ତ” କିମ୍ବା “ମୂଲ୍ୟହୀନ” କିମ୍ବା “ଉପକାରୀ ନୁହେଁ” କିମ୍ବା “ଅଯୋଗ୍ୟ” କିମ୍ବା “ଲାଭପ୍ରଦ ନୁହେଁ” କିମ୍ୱା “କୌଣସି ଲାଭ ନ ଦେବା” ବୋଲି ଅନୁବାଦ କରାଯାଇପାରେ।
(ଯୋଗ୍ୟ: ଦେଖନ୍ତୁ )
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ନିର୍ଭର କରି, “ଲାଭ” ଶବ୍ଦକୁ ମଧ୍ୟ “ଉପକାର କରିବା” କିମ୍ବା “ସାହାଯ୍ୟ କରିବା” କିମ୍ବା “ଲାଭ କରିବା” ବୋଲି ଅନୁବାଦ କରାଯାଇପାରେ।
- “ଲାଭଦାୟକ” ଶବ୍ଦକୁ “ଉପଯୋଗୀ” କିମ୍ବା “ଉପକାରକ” କିମ୍ବା “ସାହାଯ୍ୟକାରୀ” ବୋଲି ଅନୁବାଦ କରାଯାଇପାରେ।
- କୌଣସି ବିଷୟରୁ “ଲାଭ ଉଠାଇବା” କିମ୍ବା “ଲାଭ ପାଇବାରୁ” କିମ୍ୱା “ଅର୍ଥ ଲାଭ କରିବାରୁ” କିମ୍ୱା “ସାହାଯ୍ୟ ପାଇବାରୁ” ବୋଲି ଅନୁବାଦ କରାଯାଇପାରେ।
- ଏକ ବ୍ୟବସାୟ ପ୍ରସଙ୍ଗରେ, “ଲାଭ” ଏକ ଶବ୍ଦ କିମ୍ବା ବାକ୍ୟାଂଶକୁ "ଲାଭ” କିମ୍ବା “ଅବଶିଷ୍ଟ ଅର୍ଥ” କିମ୍ବା “ଅତିରିକ୍ତ ଅର୍ଥ” ବୋଲି ଅନୁବାଦ କରାଯାଇପାରେ।
ବାଇବେଲ ପଦପର୍ବ:
- ଆୟୁବ 15:3
- ହିତୋପଦେଶ 10:16
- ଯିରିମୀୟ 2:8
- ଯିହିଜିକଲ 18:12-13
- ଯୋହନ 6:63
- ମାର୍କ 8:36
- ମାଥିଉ 16:26
- ଦ୍ଵିତୀୟ ପିତର 2:1-3
ଶବ୍ଦବିନ୍ୟାସ:
- Strong’s: H1215, H3148, H3276, H3504, H4195, H4768, H5532, H7737, H7939, G01470, G02550, G05120, G08880, G08890, G08900, G12810, G25850, G27700, G27710, G34080, G42970, G42980, G48510, G55390, G56220, G56230, G56240
ଶକ୍ତି, ଶକ୍ତିଶାଳୀ କରିବା, ଦୃଢ଼
ଘଟଣାବଳୀ:
“ଶକ୍ତି “ଶବ୍ଦ ଶାରୀରିକ, ଭାବପ୍ରବଣ, ଏବଂ ଆତ୍ମିକ କ୍ଷମତାକୁ ବୁଝାଏ, କାହାକୁ କିମ୍ୱା କୌଣସି ବସ୍ତୁକୁ “ଶକ୍ତି ଦେବା” ଅର୍ଥ ସେହି ବ୍ୟକ୍ତି କିମ୍ୱା ବସ୍ତୁକୁ ସକ୍ଷମ କରିବା ଅଟେ I
- ”ଶକ୍ତି” କୌଣସି ଶକ୍ତିଶାଳୀ କ୍ଷମତାକୁ ଅବରୋଧ କରିବାକୁ ମଧ୍ୟ ବୁଝାଏ I
- ଯଦି ଜଣେ ବ୍ୟକ୍ତିର “ମନୋଶକ୍ତି ଦୃଢ” ଅଛି ତେବେ ସେ ପ୍ରୋଲୋଭନକୁ ଦୁରେଇ ଦେଇ ପାରେ I
- ଗୀତସଂହିତାର ଜଣେ ଲେଖକ ଯିହୋବାଙ୍କୁ ତାହାର “ଶକ୍ତି” ବୋଲି କହନ୍ତି କାରଣ ଈଶ୍ୱର ଶକ୍ତିଶାଳୀ ହେବା ନିମନ୍ତେ ସାହାଯ୍ୟ କରିଛନ୍ତି I
- ଶାରୀରିକ ଆକୃତିରେ କାନ୍ଥ କିମ୍ୱା ଅଟ୍ଟାଳିକା “ଶକ୍ତିଯୁକ୍ତ” ଅଛି, ଲୋକମାନେ ଏହା ପୁନଃନିର୍ମାଣ କରନ୍ତି, ଏହାକୁ ପଥର କିମ୍ୱା ଇଟା ଦେଇଶକ୍ତିଯୁକ୍ତ କରନ୍ତି ଯେପରିକି ଏହା କୌଣସି ଆକ୍ରମଣକୁ ସହ୍ୟ କରିପାରିବ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ସାଧାରଣତଃ, “ଶକ୍ତି” ଶବ୍ଦକୁ “ଶକ୍ତି ପାଇବାର କାରଣ” କିମ୍ୱା “ଅଧିକ ଶକ୍ତିଶାଳୀ କର” ବୋଲି ଅନୁବାଦ କରାଯାଇପାରେ I
- ଆତ୍ମିକ କ୍ଅର୍ଥରେ, “ତୁମ୍ଭର ଭାଇମାନଙ୍କୁ ଶକ୍ତିଯୁକ୍ତ କର” ବାକ୍ୟାଂଶକୁ “ତୁମ୍ଭର ଭାଇମାନଙ୍କୁ ଉତ୍ସାହିତ କର” କିମ୍ୱା “ତୁମ୍ଭ ଭାଇମାନଙ୍କୁ ସଂରକ୍ଷଣ କରିବା ନିମନ୍ତେ ସାହାଯ୍ୟ କର” ବୋଲି ଅନୁବାଦ କରାଯାଇପାରେ I
- ନିମ୍ନକ୍ତ ଉଦାହାରଣଗୁଡ଼ିକୁ ଏହି ଶବ୍ଦର ଅର୍ଥକୁ ପ୍ରକାଶ କରେ ଏବଂ ଏହି ଶବ୍ଦକୁ କିପରି ଅନୁବାଦ କରାଯାଇପାରିବ ତାହାର ବିକଳ୍ପଗୁଡ଼ିକୁ ପ୍ରଦାନ କରେ I
- “କମର ପେଟି ପରି ମୋତେ ଶକ୍ତି ଯୋଗାଅ” ଅର୍ଥ “ମୋତେ ସମ୍ପୂର୍ଣ୍ଣ ଶକ୍ତିଯୁକ୍ତ କର” ଯେପରି ଏକ କମର ପେଟି ମୋର ଅଣ୍ଟାକୁ ଚାରିପାଖରେ ଗୋଡେଇ ଧରେ” I
- “ନିରବତା ଏବଂ ଭରସା ତୁମ୍ଭର ଶକ୍ତି” ଅର୍ଥ “ନିରବରେ କାର୍ଯ୍ୟ କର ଏବଂ ଈଶ୍ୱରଙ୍କ ଉପରେ ଭରସା ରଖ ସେ ତୁମ୍ଭକୁ ଆତ୍ମିକ ଜୀବନରେ ଶକ୍ତିବାନ କରିବେ” I
- “ପୁନର୍ବାର ସେମାନଙ୍କୁ ଶକ୍ତି ଦେବେ “ଅର୍ଥ “ଆହୁରି ଶକ୍ତିଶାଳୀ ହେବେ” ଅଟେ I
- “ମୋର ଶକ୍ତିରେ ଏବଂ ଜ୍ଞାନରେ ମୁଁ କାର୍ଯ୍ୟ କଲି” ଅର୍ଥ “ମୁଁ ଏସମସ୍ତ କରିପାରିଲି ଯେହେତୁ ମୁଁ ଶକ୍ତିବାନ ଏବଂ ଜ୍ଞାନୀ ଅଟେ I”
- “ଦୁର୍ଗ ଦୃଢ କର” ଅର୍ଥ “ଦୁର୍ଗକୁ ମରାମତି କର” କିମ୍ୱା “ଦୁର୍ଗକୁ ପୁନଃନିର୍ମାଣ କର” ଅଟେ I
- “ମୁଁ ତୁମ୍ଭ କୁ ଶକ୍ତିବାନ କରିବି” ଅର୍ଥ “ମୁଁ ତୁମ୍ଭକୁ ଶକ୍ତକରି ଗଢି ତୋଳିବି” ଅଟେ I
- “କେବଳ ଯିହୋବାଙ୍କଠାରେ ପରିତ୍ରାଣ ଏବଂ ଶକ୍ତି ପ୍ରାପ୍ତ” ଅର୍ଥ “ସଦାପ୍ରଭୁ କେବଳ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି ଏବଂ ଆମ୍ଭମାନଙ୍କୁ ଶକ୍ତିବାନ କରନ୍ତି” ଅଟେ I
- “ତୁମ୍ଭର ଶକ୍ତିର ଶୈଳ” ଅର୍ଥ “ଯିଏ ବିଶ୍ୱସ୍ତ ସେ ତୁମ୍ଭକୁ ଶକ୍ତିବାନ କରନ୍ତି” ଅଟେ I
- “ତାଙ୍କର ଦକ୍ଷିଣ ହସ୍ତର ଉଦ୍ଧାର କରିବା ଶକ୍ତିରେ” ଅର୍ଥ “ସେ ଶକ୍ତିଶାଳୀ ଭାବେ ବିପଦରୁ ତୁମ୍ଭକୁ ଉଦ୍ଧାର କରିବେ ଯେପରି କେହି ଜଣେ ଶକ୍ତିଶାଳୀ ହାତରେ ତୁମ୍ଭକୁ ସୁରକ୍ଷିତ ଭାବେ ଧରନ୍ତି” ଅଟେI
- “ହେ ଭୟକାରୀମାନେ” ଅର୍ଥ “ଯିଏ ବଳୁଆ ନୁହେଁ” କିମ୍ୱା “ଦୁର୍ବଳ” ଅଟେ I
- “ମୋର ସମସ୍ତ ଶକ୍ତି ସହିତ” ଅର୍ଥ “ମୋର ସମସ୍ତ ପ୍ରଭାବକୁ ବ୍ୟବହାର କରି” କିମ୍ୱା “ଶକ୍ତିଶାଳୀ ଏବଂ ସମ୍ପୂର୍ଣ୍ଣ ଭାବରେ” ଅଟେ I
(ବିଶ୍ୱସ୍ତ, ସଂରକ୍ଷଣ, ଦକ୍ଷିଣ ହସ୍ତ, ପରିତ୍ରାଣ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0193, H0202, H0353, H0360, H0386, H0410, H0553, H0556, H1369, H1396, H2220, H2388, H2391, H2392, H2393, H2428, H3027, H3028, H3559, H3581, H3811, H3955, H4581, H5326, H5331, H5582, H5797, H5807, H5810, H5934, H5975, H6106, H6109, H6697, H6965, H7292, H7307, H8003, H8443, H8632, H8633, G04610, G09500, G14110, G14120, G17430, G17650, G18400, G19910, G24790, G24800, G29010, G29040, G36190, G37560, G45990, G47320, G47330, G47410
ଶତ୍ରୁ, ଶତ୍ରୁତା
ପରିଭାଷା:
ବିପକ୍ଷ ବ୍ୟକ୍ତି ଜଣେ ବ୍ୟକ୍ତି ଅଟେ ( କିମ୍ୱା ଲୋକଗୋଷ୍ଠୀ ଅଟେ) ଯିଏ କୌଣସି ଏକ ବ୍ୟକ୍ତିକୁ ବିରୋଧ କରେ I ’’ଶତ୍ରୁ’’ ଶବ୍ଦର ମଧ୍ୟ ସମାନ ଅର୍ଥ ଅଟେ I
- ଜଣେ ବିପକ୍ଷ ବ୍ୟକ୍ତି ଆପଣଙ୍କ ପ୍ରତିଦ୍ୱନ୍ଦୀ ହୋଇପାରେ ଯେ ଆପଣଙ୍କୁ ବିରୋଧ କିମ୍ୱା ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କରେ I
- ଯେତେବେଳେ ଦୁଇ ରାଷ୍ଟ୍ର ପରସ୍ପର ପ୍ରତି ଯୁଦ୍ଧ କରେ,ତେବେ ଉଭୟେ ପରସ୍ପରର ପ୍ରତିଦ୍ୱନ୍ଦୀ ଅଟନ୍ତି I
- ବାଇବେଲରେ, ଶୟତାନକୁ ଜଣେ ପ୍ରତିଦ୍ୱନ୍ଦୀ କିମ୍ୱା ଜଣେ ଶତ୍ରୁ ଭାବରେ ଦର୍ଶାଯାଇଛି I
- ‘ବିପକ୍ଷ ବ୍ୟକ୍ତି” ଶବ୍ଦକୁ “ପ୍ରତିଦ୍ୱନ୍ଦୀ” କିମ୍ବା ‘’ଶତ୍ରୁ’’ ବୋଲି ଅନୁବାଦ କରାଯାଇପାରେ, କିନ୍ତୁ ଏହା ବିରୋଧର ଏକ ଶକ୍ତିଶାଳୀ ରୂପକୁ ଦର୍ଶାଏ I
(ଶୟତାନ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0341, H6146, H6887, H6862, H6965, H7790, H7854, H8130, H8324, G04760, G04800, G21890, G21900, G52270
ଶସ୍ୟ ସଂଗ୍ରହ କରିବା, ଫସଲ ଅମଳ କରିବା
ପରିଭାଷା:
"ଶସ୍ୟ ସଂଗ୍ରହ କରିବା" ଶବ୍ଦଟି ପାଚିଲା ଫଳ, ପନିପରିବା, ମଞ୍ଜି, କିମ୍ବା ଶସ୍ୟ ସଂଗ୍ରହକୁ ବୁଝାଏ | "ଅମଳ କରିବା" ଶବ୍ଦର ଅର୍ଥ ଫସଲ ଅମଳ କରିବା ଅଟେ |
- ସାଧାରଣତଃ ଶସ୍ୟ ସଂଗ୍ରହ କରିବା ସମୟ ଫସଲ ବୃଦ୍ଧିର ଅନ୍ତିମ ସମୟରେ ହୁଏ I
- ଇସ୍ରାଏଲ ଲୋକମାନେ ଖାଦ୍ୟ ଫସଲର କାଟିବା ଉତ୍ସବକୁ “ଶସ୍ୟ ସଂଗ୍ରହର ପର୍ବ“ କିମ୍ବା “ଏକତ୍ରିତ କରିବାର ପର୍ବ” “ରୂପେ ପାଳନ କରୁଥିଲେ I ଈଶ୍ଵର ତାହାଙ୍କୁ ଫସଲର ପ୍ରଥମ ଫଳ ନୈବେଦ୍ୟ ରୂପରେ ଉତ୍ସର୍ଗ କରିବା ନିମନ୍ତେ ଆଜ୍ଞା କରିଥିଲେ I
- ବାଇବେଲ ସମୟରେ, ଅମଳକାରୀମାନେ ସାଧାରଣତଃ ହାତରେ ଶସ୍ୟ ସଂଗ୍ରହ କରୁଥିଲେ, ଉଦ୍ଭିଦଗୁଡ଼ିକୁ ଟାଣି ନେଉଥିଲେ କିମ୍ବା ଏକ ତୀକ୍ଷ୍ଣ କାଟିବା ଉପକରଣରେ କାଟି ଦେଉଥିଲେI
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
ସ୍ଥାନୀୟ ଭାଷାରେ ଶସ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହେଉଥିବା ଶବ୍ଦକୁ ବ୍ୟବହାର କରି ଏହି ଧାରଣାକୁ ଅନୁବାଦ କରିବା ସବୁଠାରୁ ଉତ୍ତମ ଉପାୟ ଅଟେ I
-
ଶସ୍ୟ ସଂଗ୍ରହ ସମୟକୁ “ଏକତ୍ରିତ କରିବାର ସମୟ “ କିମ୍ବା “ଫସଲ ଏକତ୍ରିତ କରିବାର ସମୟ “ କିମ୍ବା “ଫଳ ଉଠାଇବାର ସମୟ” ବୋଲି ଅନୁବାଦ କରାଯାଇପାରେ I
-
“ଶସ୍ୟ ସଂଗ୍ରହ କରିବା” କ୍ରିୟା ପଦକୁ “ଏକତ୍ରିତ କରିବା “ କିମ୍ବା “ଉଠାଇବା” କିମ୍ବା “ସାଉଁଟିଵା” ବୋଲି ଅନୁବାଦ କରାଯାଇପାରେ I
(ପ୍ରଥମ ଫଳ, ପର୍ବ, ସୁସମାଚାର: ଦେଖନ୍ତୁ )
ବାଇବେଲ ପଦପର୍ବ:
- କରନ୍ଥୀୟ 9:9-11
- ଦ୍ଵିତୀୟ ଶାମୁୟେଲ 21:7-9
- ଗାଲାତୀୟ 6:9-10
- ଯିଶାଇୟ 17:11
- ଯାକୁବ 5:7-8
- ଲେବୀୟ ପୁସ୍ତକ 19:9
- ମାଥିଉ 9:38
- ରୂତ 1:22
- ଗାଲାତୀୟ 6:9-10
- ମାଥିଉ 6:25-26
- ମାଥିଉ 13:30
- ମାଥିଉ13:36-39
- ମାଥିଉ 25:24
ଶବ୍ଦବିନ୍ୟାସ :
- Strong’s: H2758, H4395, H4672 H7105, H7114, H7938, G02700, G23250, G23260, G23270
ଶାନ୍ତି, ଶାନ୍ତିପୂର୍ଣ୍ଣ, ଶାନ୍ତି ସ୍ଥାପନକାରୀ
ପରିଭାଷା:
ଏହି ଭାବ ପ୍ରକାଶକ ଶବ୍ଦ “ଶାନ୍ତି” ଏକ ଅବସ୍ଥାକୁ କିମ୍ୱା ଏକ ଭାବକୁ ବୁଝାଏ, ଯେଉଁଠାରେ କୌଣସି ଦ୍ୱନ୍ଦ, ଚିନ୍ତା, କିମ୍ୱା ଭୟ ନ ଥାଏ। ଜଣେ ବ୍ୟକ୍ତି ଯିଏ “ଶାନ୍ତିପୂର୍ଣ୍ଣ”, ସେ ପ୍ରଶାନ୍ତ ଏବଂ ନିରାପଦ ଓ ସୁରକ୍ଷିତ ଅନୁଭବ କରେ।
- ପୁରାତନ ନିୟମରେ, “ଶାନ୍ତି” ଶବ୍ଦର ଅର୍ଥ ଜଣେ ବ୍ୟକ୍ତିର କଲ୍ୟାଣ, ସୁସ୍ଥତା କିମ୍ବା ସମ୍ପୂର୍ଣ୍ଣତାର ଏକ ସାଧାରଣ ଭାବନାକୁ ବୁଝାଏ ।
- “ଶାନ୍ତି” ଏକ ସମୟକୁ ମଧ୍ୟ ସୂଚାଇପାରେ ଯେତେବେଳେ ଲୋକମାନଙ୍କ ଗୋଷ୍ଠୀ କିମ୍ବା ଦେଶଗୁଡ଼ିକ ପରସ୍ପର ସହିତ ଯୁଦ୍ଧ କରନ୍ତି ନାହିଁ। ଏହି ଲୋକମାନଙ୍କର “ଶାନ୍ତିପୂର୍ଣ୍ଣ ସମ୍ପର୍କ” ଅଛି ବୋଲି କୁହାଯାଏ।
- ଜଣେ ବ୍ୟକ୍ତି କିମ୍ବା ଏକ ଗୋଷ୍ଠୀ ସହିତ “ଶାନ୍ତି ସ୍ଥାପନ କରିବା” ଅର୍ଥ ଯୁଦ୍ଧ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ବୁଝାଏ ।
- “ଶାନ୍ତିକାରକ” ବ୍ୟକ୍ତି ଜଣେ ବ୍ୟକ୍ତି ଅଟେ ଯିଏ ଲୋକମାନଙ୍କୁ ପରସ୍ପର ମଧ୍ୟରେ ଶାନ୍ତିରେ ବସବାସ କରିବା ନିମନ୍ତେ ପ୍ରଭାବିତ କରିବା ପାଇଁ କାର୍ଯ୍ୟ କରେ ଏବଂ କଥା କହିଥାଏ।
- ଅନ୍ୟ ଲୋକମାନଙ୍କ ସହିତ “ଶାନ୍ତିରେ ରହିବା” ଅର୍ଥ ସେହି ଲୋକମାନଙ୍କ ସହିତ କଳହ ବା ଯୁଦ୍ଧ ନ କରିବା ଅବସ୍ଥାକୁ ବୁଝାଏ।
- ଯେତେବେଳେ ଈଶ୍ଵର ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରନ୍ତି, ଈଶ୍ୱର ପୁଣି ମଣିଷମାନଙ୍କ ମଧ୍ୟରେ ଏକ ଉତ୍ତମ କିମ୍ବା ଯଥାର୍ଥ ସମ୍ପର୍କ ଉତ୍ତମ ବା ସଠିକ ହୁଏ। ଏହାକୁ "ଈଶ୍ଵରଙ୍କ ସହିତ ଶାନ୍ତି" କୁହାଯାଏ।
- ଶୁଭେଚ୍ଛା-ଜ୍ଞାପନକୁ ପ୍ରେରିତମାନଙ୍କ ଦ୍ୱାରା ସେମାନଙ୍କର ସହବିଶ୍ୱାସୀମାନଙ୍କୁ ଆଶୀର୍ବାଦ ଭାବରେ ସେମାନଙ୍କ ପତ୍ରଗୁଡ଼ିକରେ “ଅନୁଗ୍ରହ ଓ ଶାନ୍ତି” ଭାବରେ ବ୍ୟବହୃତ ହୋଇଅଛି ।
- ଭାବ ପ୍ରକାଶକ ଶବ୍ଦ “ଶାନ୍ତି” ଅନ୍ୟ ଲୋକମାନଙ୍କ ସହିତ କିମ୍ବା ଈଶ୍ୱରଙ୍କ ସହିତ ଉତ୍ତମ ସମ୍ପର୍କରେ ରହିଥିବା ବିଷୟକୁ ମଧ୍ୟ ବୁଝାଏ।
ବାଇବେଲ ପଦପର୍ବ:
- ପ୍ରଥମ ଥେସଲନୀକୀୟ 5:1-3
- ପ୍ରେରିତ 7:26
- କଲସୀୟ 1:18-20
- କଲସୀୟ 3:15
- ଗାଲାତୀୟ 5:23
- ଲୂକ 7:50
- ଲୂକ 12: 51
- ମାର୍କ 4:39
- ମାଥିଉ 5:9
- ମାଥିଉ 10:13
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 15:6 ଈଶ୍ୱର ଇସ୍ରାଏଲୟୀମାନଙ୍କୁ ଆଜ୍ଞା ଦେଇଥିଲେ ଯେପରି ସେମାନେ କିଣାନରେ ଥିବା ଯେ କୌଣସି ଲୋକମାନଙ୍କ ସହିତ ଶାନ୍ତି ଚୁକ୍ତି କରିବେ ନାହିଁ।
- 15:12 ତାପରେ ଈଶ୍ୱର ଇସ୍ରାଏଲକୁ ଏହାର ସମସ୍ତ ସୀମାଗୁଡ଼ିକ ସହ ଶାନ୍ତି ଦେଲେ।
- 16:3 ତାପରେ ଈଶ୍ୱର ସେମାନଙ୍କୁ ଏକ ଉଦ୍ଧାରକର୍ତ୍ତା ଯୋଗାଇଲେ ଯିଏ ସେମାନଙ୍କୁ ସେମାନଙ୍କର ଶତ୍ରୁଗଣଠାରୁ ରକ୍ଷା କଲେ ଏବଂ ଶାନ୍ତି ଦେଶକୁ ଆଣିବ।
- 21:13 ସେ (ମସୀହ) ଅନ୍ୟ ଲୋକମାନଙ୍କର ପାପ ନିମନ୍ତେ ଶାସ୍ତି ଗ୍ରହଣ କରି ମୃତ୍ୟୁଭୋଗ କରିବେ। ତାହାଙ୍କର ଶାସ୍ତି ଈଶ୍ୱର ଏବଂ ଲୋକମାନଙ୍କ ମଧ୍ୟରେ ଶାନ୍ତି ଆଣିବ।
- 48:14 ଦାଉଦ ଇସ୍ରାଏଲର ଜଣେ ରାଜା ଥିଲେ, କିନ୍ତୁ ଯୀଶୁ ସମଗ୍ର ବିଶ୍ୱର ରାଜା ଅଟନ୍ତି। ସେ ପୁନର୍ବାର ଆସିବେ ଏବଂ ତାହାଙ୍କ ରାଜ୍ୟ ନ୍ୟାୟରେ ଓ ଶାନ୍ତି, ଅନନ୍ତକାଳ ନିମନ୍ତେ ସାଶନ କରିବେ।
- 50:17 ଯୀଶୁ ତାହାଙ୍କ ରାଜ୍ୟ ଶାନ୍ତି ଏବଂ ନ୍ୟାୟ ସହିତ ସାଶନ କରିବେ, ଏବଂ ସେ ଅନନ୍ତକାଳ ନିମନ୍ତେ ଆପଣା ଲୋକମାନଙ୍କ ସହିତ ବାସ କରିବେ।
ଶବ୍ଦବିନ୍ୟାସ:
- Strong’s: H5117, H7961, H7962, H7965, H7999, H8001, H8002, H8003, H8252, G02690, G15140, G15150, G15160, G15170, G15180, G22720
ଶିକ୍ଷକ, ଗୁରୁ
ପରିଭାଷା:
ଜଣେ ଶିକ୍ଷକ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଲୋକମାନଙ୍କୁ ନୂତନ ସୂଚନାବଳୀ ପ୍ରଦାନ କରିଥାଆନ୍ତି I ଶିକ୍ଷକମାନେ ଅନ୍ୟମାନଙ୍କୁ ଜ୍ଞାନ ଏବଂ କୌଶଳ ଆହରଣ କରିବା ଏବଂ ବ୍ୟବହାର କରିବା ନିମନ୍ତେ ସାହାଯ୍ୟ କରିଥାଆନ୍ତି I
- ବାଇବେଲରେ, “ଗୁରୁ” ଶବ୍ଦ ଈଶ୍ୱରଙ୍କ ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଥିବା ଜଣେ ବ୍ୟକ୍ତିଙ୍କ ପ୍ରତି ଉଲ୍ଲେଖ କରି ଏକ ବିଶେଷ ଅର୍ଥରେ ବ୍ୟବହୃତ ହୋଇଅଛି I
- ଜଣେ ଶିକ୍ଷକଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିବା ଲୋକମାନଙ୍କୁ “ଛାତ୍ରଛାତ୍ରୀଗଣ” ବା “ଶିଷ୍ୟମାନେ” ବୋଲି କୁହାଯାଇଥାଏ I
- କେତେକ ଇଂରାଜୀ ବାଇବେଲ ଅନୁବାଦଗୁଡ଼ିକରେ, ଏହି ଶବ୍ଦକୁ ବଡ ଅକ୍ଷରରେ (“Teacher”) ବୋଲି ଲେଖାଯାଏ, ଯେତେବେଳେ ଏହା ଯୀଶୁଙ୍କ ପାଇଁ ଏକ ଆଖ୍ୟା ଭାବରେ ବ୍ୟବହୃତ ହୁଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଜଣେ ଶିକ୍ଷକ ପାଇଁ ସାଧାରଣ ଶବ୍ଦ ଏହି ଶବ୍ଦର ଅନୁବାଦ ପାଇଁ ବ୍ୟବହୃତ ହୋଇପାରେ, ଯଦି ସେହି ଶବ୍ଦଟି କେବଳ ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ବ୍ୟବହୃତ ହୁଏ ନାହିଁ I
- କେତେକ ସଂସ୍କୃତିରେ ଧର୍ମଗୁରୁମାନଙ୍କ ନିମନ୍ତେ ହୁଏତ ଏକ ବିଶେଷ ଆଖ୍ୟାର ବ୍ୟବହୃତ ହେଉ ଥାଇପାରେ, ଯଥା, “ମହାଶୟ” କିମ୍ବା “ରବ୍ବୀ” କିମ୍ବା “ପ୍ରଚାରକ I”
ବାଇବେଲ ପଦପର୍ବ:
- ଉପଦେଶକ 1:12-15
- ଏଫିସୀୟ 4:11-13
- ଗାଲାତୀୟ 6:6-8
- ହବକ୍କୂକ 2:18
- ଯାକୁବ 3:2
- ଯୋହନ 1:37-39
- ଲୂକ 6:40
- ମାଥିଉ 12:38-40
ବାଇବେଲର କାହାଣୀରୁ ଉଦାହରଣଗୁଡ଼ିକ:
- 27:1 ଦିନେ ଜଣେ ଯିହୁଦୀ ବ୍ୟବସ୍ଥା ବିଶେଷଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ତାହାଙ୍କ ନିକଟକୁ ଆସି ପଚାରିଲେ, “ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୋତେ କ’ଣ କରିବାକୁ ହେବ?”
- 28:1 ଦିନେ ଜଣେ ଧନୀ ଯୁବା ଅଧ୍ୟକ୍ଷ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ତାହାଙ୍କୁ ପଚାରିଲେ, “ହେ ସଦ୍ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୋତେ କ’ଣ କରିବାକୁ ହେବ?”
- 37:2 ଦୁଇ ଦିନ ଅତିବାହିତ ହେବା ଉତ୍ତାରେ, ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମ୍ଭେମାନେ ପୁନର୍ବାର ଯିହୁଦା ପ୍ରଦେଶକୁ ଯିବା I” କିନ୍ତୁ ହେ ଗୁରୁ,” ଶିଷ୍ୟମାନେ ଉତ୍ତର ଦେଲେ, “ଯିହୁଦୀମାନେ ଏବେ ଆପଣଙ୍କୁ ବଧ କରିବାକୁ ଚାହୁଁଥିଲେ I”
- 38:14 ଯିହୁଦା ଯୀଶୁଙ୍କ ନିକଟକୁ ଆସିଲା ଏବଂ କହିଲା, ହେ ଗୁରୁ ନମସ୍କାର,” ଏବଂ ତାହାଙ୍କୁ ଚୁମ୍ୱନ କଲା I
- 49:3 ଯୀଶୁ ମଧ୍ୟ ଜଣେ ମହାନ ଗୁରୁ, ଏବଂ ସେ ଅଧିକାରଯୁକ୍ତ ଭାବରେ କଥା କହୁଥିଲେ, କାରଣ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି I
ଶବ୍ଦବିନ୍ୟାସ :
- Strong’s: H3384, H3925, G13200, G25670, G35470, G55720
ଶିକ୍ଷା ଦେବା, ନିର୍ଦ୍ଦେଶ, ଶିକ୍ଷକଗଣ
ସତ୍ୟ ଘଟଣାବଳିଗୁଡ଼ିକ:
“ଶିକ୍ଷା ଦେବା:” ଏବଂ “ନିର୍ଦ୍ଦେଶ ଦେବା” ଶବ୍ଦଗୁଡ଼ିକ କ’ଣ କରାଯିବା ଉଚିତ ସେବିଷୟରେ ନିର୍ଦ୍ଦେଶନାକୁ ବୁଝାଏ I
- “ଶିକ୍ଷା ଦେବା” ଶବ୍ଦର ଅର୍ଥ ଜଣେ ବ୍ୟକ୍ତି କ’ଣ କରିବା ଅବଶ୍ୟକ ଅଟେ ବିଶେଷ ଭାବରେ କହିବାକୁ ବୁଝାଏ I
- ଯେତେବେଳେ ଯୀଶୁ ରୁଟି ଏବଂ ମାଚ୍ଛ ଲୋକମାନଙ୍କୁ ବାଣ୍ଟିବା ପାଇଁ ଶିଷ୍ୟମାନଙ୍କୁ ଦେଲେ, ସେ ସେମାନଙ୍କୁ ଏହା କିପରି କରିବେ, ବିଶେଷ ନିର୍ଦ୍ଦେଶ ଦେଲେ I
- ପୃଷ୍ଠଭୂମି ଉପରେ ଆଧାର କରି, “ଶିକ୍ଷା ଦେବା” ଶବ୍ଦକୁ “କହିବା “କିମ୍ବା “ନିର୍ଦେଶ ଦେବା” କିମ୍ବା “ଶିକ୍ଷା ଦେବା” କିମ୍ବା “ଉପଦେଶ ଦେବା” ବୋଲି ଅନୁବାଦ କରାଯାଇପାରେ I
- “ନିର୍ଦ୍ଦେଶଗୁଡ଼ିକୁ” ଶବ୍ଦକୁ “ନିର୍ଦ୍ଦେଶନ “କିମ୍ବା “ବ୍ୟାଖ୍ୟା କରିବା” କିମ୍ବା “ସେ ତୁମକୁ କ’ଣ କରିବାକୁ କହିଛନ୍ତି” ବୋଲି ଅନୁବାଦ କରାଯାଇପାରେ I
- ଯେତେବେଳେ ଈଶ୍ଵର ଶିକ୍ଷା ଦିଅନ୍ତି, ଏହି ଶବ୍ଦ ଅନେକ ସମୟରେ “ଆଜ୍ଞା ଦେବା” କିମ୍ବା “ଆଦେଶ କରିବା” ବୋଲି ଅନୁବାଦ କରାଯାଇପାରେI
( ଆଜ୍ଞା, ଆଦେଶ, ଶିକ୍ଷା ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H0241, H0376, H0559, H0631, H1004, H1696, H1697, H3256, H3289, H3384, H4148, H4156, H4687, H4931, H4941, H6098, H6310, H6490, H6680, H7919, H8451, G12560, G12990, G13190, G13210, G13780, G17810, G17850, G27270, G27530, G35590, G35600, G38110, G38520, G38530, G42640, G43670, G48220
ଶୋକ, ଶୋକକାରୀ, ଶୋକ କରିବା
ଘଟଣାବଳୀ:
“ଶୋକ” ଓ “ଶୋକ କରିବା “ଏହି ଦୁଇ ଶବ୍ଦ ଅତି ଦୁଃଖ ପ୍ରକାଶକୁ ବର୍ଣ୍ଣନା କରେ ସାଧାରଣତଃ ଯଦି ଜଣକର ମୃତ୍ୟୁରେ I
- ଅନେକ ସଂସ୍କୃତିରେ, ଶୋକକୁ ଏକ ଦୁଃଖ ଆଚରଣକୁ ଦର୍ଶାଇବାର ଏକ ବାହ୍ୟ ବ୍ୟବହାର ଅଟେ I
- ଇସ୍ରାଏଲୀୟ ଓ ଅନ୍ୟ ଲୋକ ସମୂହ ପୁରାତନ ସମୟରେ ଉଚ୍ଚ ଶବ୍ଦରେ କ୍ରନ୍ଦନ କରି ବହୁଦିନଯାଏ ନିଜର ଭାବ ବ୍ୟକ୍ତ କରୁଥିଲେ I ସେମାନେ ଖାଦଡା କପଡା ବିଶେଷ କରି ଅଖା ପିନ୍ଧୁଥିଲେ ଓ ନିଜ ଉପରେ ଭସ୍ମ ଢାଳି ହେଉଥିଲେ I
- ଭଡାରେ ନିଆ ଯାଉଥିବା ଶୋକକାରୀ, ବିଶେଷ କରି ସ୍ତ୍ରୀ ଲୋକମାନେ ଅତି ଉଚ୍ଚ ସ୍ୱରରେ କ୍ରନ୍ଦନ କରନ୍ତି ଯେ ପର୍ଯ୍ୟନ୍ତ ଶରୀର କବରରେ ରଖା ନଯାଏ I
- ସବୁଠାରୁ ଅଧିକ ଶକ ସମୟ 7 ଦିନ ହୁଏ କିନ୍ତୁ 30 ଦିନଯାଏ ଯାଇପାରେ (ଯେପରି ମୋଶା ଓ ହାରଣ ) ଓ ସାତ ଦିନ (ଯେପରି ଯାକୁବ) ରଖା ଯାଇଥିଲା I
- ବାଇବେଲ ଏହି ଶବ୍ଦକୁ ସାଙ୍କେତିକ ରୂପରେ ମଧ୍ୟ ବ୍ୟବହାର କରିଥାଏ “ପାପ ନିମନ୍ତେ “ଶୋକ” କରିବା ପାଇଁ I ଏହା ଅତି ଦୁଃଖର ଅନୁଭବକୁ ଦର୍ଶାଏ କାରଣ ପାପ ଈଶ୍ୱରଙ୍କୁ ଓ ମନୁଷ୍ୟକୁ ଆଘାତ କରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0056, H0057, H0060, H0205, H0578, H0584, H0585, H1058, H1065, H1068, H1671, H1897, H1899, H4553, H4798, H5092, H5098, H5110, H5594, H6937, H6941, H8386, G23540, G28750, G36020, G39960, G39970
ସଦଶ୍ୟ, ଶରୀରର ଅଙ୍ଗଗୁଡ଼ିକ
ପରିଭାଷା:
“ସଦସ୍ୟ” ଶବ୍ଦ ଏକ ଶରୀର ବା ଗୋଷ୍ଠୀର ଗୋଟିଏ ଅଂଶକୁ ବୁଝାଏ I
- ନୂତନ ନିୟମ ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କ ଶରୀରର “ଅଙ୍ଗ” ଭାବରେ ବର୍ଣ୍ଣନା କରେ।ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନେ ଏକ ଗୋଷ୍ଠୀର ଅଟନ୍ତି ଯାହା ଅନେକ ସଦସ୍ୟଙ୍କୁ ନେଇ ଗଠିତ ଅଟେ I
- ଯୀଶୁ ଖ୍ରୀଷ୍ଟ ଶରୀରର “ମସ୍ତକ” ଅଟନ୍ତି ଏବଂ ବିଶ୍ଵାସୀମାନେ ଶରୀରର ଅଙ୍ଗ ଭାବରେ କାର୍ଯ୍ୟ କରନ୍ତି।ସମଗ୍ର ଶରୀରକୁ ଭଲ କାମ କରିବାରେ ସାହାଯ୍ୟ କରିବା ପାଇଁ ପବିତ୍ର ଆତ୍ମା ଶରୀରର ପ୍ରତ୍ୟେକ ଅଙ୍ଗକୁ ଏକ ବିଶେଷ ଭୂମିକା ପ୍ରଦାନ କରନ୍ତି I
- ଯିହୁଦୀ ସଭା ଏବଂ ଫାରୂଶୀ ପରି ଗୋଷ୍ଠୀରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଗୋଷ୍ଠୀର “ସଦସ୍ୟ” ବୋଲି କୁହାଯାଏ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1004, H1121, H3338, H5315, H8212, G10100, G31960, G36090
ସଦୃଶ,ଅନୁରୂପ, ସମାନ,ସାଦୃଶ୍ୟ, ସେହିପରି, ଅସଦୃଶ,ସତେ ଯେପରି
ପରିଭାଷା:
“ସଦୃଶ“ ଓ “ଅନୁରୂପ” ଶବ୍ଦଗୁଡ଼ିକ ସମାନ ବିଷୟକୁ ସୂଚିତ କରେ।
- " ସଦୃଶ" ଶବ୍ଦଟି ପ୍ରାୟତ ସାଙ୍କେତିକ ଅଭିବ୍ୟକ୍ତିରେ ବ୍ୟବହୃତ ହୁଏ ଯେଉଁଥିରେ " ଉପମାଳଙ୍କାର " କୁହାଯାଏ ଯାହା ଆଉ କୌଣସି ବିଷୟ ସହିତ ତୁଳନା କରାଯାଏ, ସାଧାରଣତ ଏହା ଏକ ଅଂଶୀଦାରୀ ଚରିତ୍ରକୁ ଆଲୋକିତ କରିଥାଏ।ଉଦାହରଣ ସ୍ୱରୂପ, “ତାହାଙ୍କର ବସ୍ତ୍ର ସୂର୍ଯ୍ୟ ପରି ଉଜ୍ଜ୍ୱଳଥିଲା“ ଓ ଶବ୍ଦ ମେଘ ଗର୍ଜନ ପରି ହେଉଥିଲା।“ (ଉପମା: ଦେଖନ୍ତୁ )
- “ସଦୃଶ ହେବା” କିମ୍ବା “ସମଧ୍ୱନୀ“ କିମ୍ବା “ଏକା ପରି ଦେଖିବା” କିଛି କିମ୍ବା କାହାର ଅର୍ଥ ହେଉଛି ସେହି ଗୁଣ କିମ୍ବା ବ୍ୟକ୍ତି ସହିତ ତୁଳନା କରାଯାଉଥିବା ଗୁଣ ସହିତ ସମାନ ଅଟେ।
- ଲୋକମାନେ ଈଶ୍ୱରଙ୍କର “ସାଦୃଶ୍ୟରେ,“ ନିର୍ମିତ, ଯାହା ତାହାଙ୍କର “ପ୍ରତି ରୂପ ବା ପ୍ରତିମୁର୍ତ୍ତୀ” ଅଟେ। ଏହାର ଅର୍ଥ ସେମାନଙ୍କର ଗୁଣ କିମ୍ବା ଚରିତ୍ର ଯାହା “ସମାନ” ଓ “ଏକା ପରି” ଯାହା ଈଶ୍ୱରଙ୍କ ପରି ଗୁଣ ଅଛି, ଯେପରି ଚିନ୍ତା କରିବାର ଦକ୍ଷତା, ଅନୁଭବ କରିବା ଓ ସହଭାଗିତା ରଖିବା ଅଟେ।
- କାହାର “ସାଦୁର୍ଶ୍ୟର" ଅର୍ଥ ତାହାର ଗୁଣ ଓ ଚରିତ୍ରକୁ ଧାରଣା କରିବା ସେହି ବସ୍ତୁ କିମ୍ବା ବ୍ୟକ୍ତି ପରି ଦେଖାଯିବା ଅଟେ।
ଅନୁଭବ ପ୍ରସ୍ତାବଗୁଡ଼ିକ:
- କେତେକ ପ୍ରସଙ୍ଗରେ, “ସାଦୁଶ୍ୟର” ଅଭିବ୍ୟକ୍ତିକୁ “ଦେଖିବାକୁ କିପରି ବା ଯାହା ଦେଖାଯାଉଥିଲା” କିମ୍ବା “ଯାହା ପରି ଦେଖାଯାଉଥିଲା ବାଦୃଶ୍ୟମାନ ହୁଏ” ବୋଲି ଅନୁବାଦ କରାଯାଇପାରେ।
- “ତାହାଙ୍କର ମୃତ୍ୟୁ ପରି“ ଅଭିବ୍ୟକ୍ତିକୁ “ତାହାଙ୍କର ମୃତ୍ୟୁର ସହଭାଗୀ ହେବା” କିମ୍ବା “ଯେପରି ତାହାଙ୍କର ମୃତ୍ୟୁରେ ଅନୁଭବ କରୁଅଛୁ“ ବୋଲି ଅନୁବାଦ କରାଯାଇପାରେ।
- “ପାପମୟ ଶରୀରର ସାଦୁର୍ଶ୍ୟରେ“ ଅଭିବ୍ୟକ୍ତିକୁ “ପାପମୟ ମନୁଷ୍ୟ ପରି ହେବା” କିମ୍ବା“ଜଣେ ମନୁଷ୍ୟ ହେବା” ରୂପରେ ଅନୁବାଦ କରାଯାଏ I ନିଶ୍ଚିତ ହୁଅନ୍ତୁ ଯେ ଏହି ଅନୁବାଦର ଅଭିବ୍ୟକ୍ତି ଯୀଶୁ ପାପୀ ଥିଲେ ବୋଲି ନ ଦର୍ଶାଏ।
- ”ତାହାଙ୍କର ନିଜ ସାଦୁର୍ଶ୍ୟରେ“ ଯେପରି “ତାହାଙ୍କ ପରି ହେବା” କିମ୍ବା“ତାହାଙ୍କର ପାଖରେ ଯେଉଁ ଗୁଣ ଅଛି ସେହି ସବୁଗୁଣ ରଖିବା” ବୋଲି ଅନୁବାଦ କରାଯାଇପାରେ ।
- “କ୍ଷୟଶୀଳ ମନୁଷ୍ୟର, ପକ୍ଷୀମାନଙ୍କର, ଚାରିପାଦ ବିଶିଷ୍ଟ ପଶୁମାନଙ୍କର ଏବଂ ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତିର ସମାନତା” ଅଭିବ୍ୟକ୍ତିକୁ “ବିନାଶଶୀଳ ବା କ୍ଷୟଶୀଳ ମନୁଷ୍ୟପରି ଦେଖାଯାଉଥିବା ପ୍ରତିମା, କିମ୍ବା ପକ୍ଷୀ, ପଶୁ, ଏବଂ ଛୋଟ, ଧୀରେ ଧୀରେ ମନ୍ଥର ଗତିରେ ଯାଉଥିବା ଜିନିଷ ବା ବସ୍ତୁ” ବୋଲି ଅନୁବାଦ କରାଯାଇପାରେ।
(ଜନ୍ତୁ, ଶରୀର, ପରମେଶ୍ୱରଙ୍କର ପ୍ରତିମୂର୍ତ୍ତୀ , ମୂର୍ତ୍ତୀ, କ୍ଷୟପ୍ରାପ୍ତ: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1823, H8403, H8544, G15030, G15040, G25090, G25310, G25960, G36640, G36650, G36660, G36670, G36680, G36690, G36970, G48330, G51080, G56130, G56150, G56160, G56180, G56190
ସଭା,ସଭାମାନ,ସମାଗତ ହେବା, ସମାଗତ, ଏକତ୍ର ହେବା, ଗୋଷ୍ଠୀ
ପରିଭାଷା:
ସାଧାରଣତଃ “ସଭା” ଶବ୍ଦ ଏକ ଲୋକମାନଙ୍କ ଗୋଷ୍ଠୀକୁ ସୂଚାଏ, ଯେଉଁମାନେ ଏକତ୍ରୀତ ହୋଇ ସମସ୍ୟା ବିଷୟରେ ଆଲୋଚନା କରନ୍ତି, ଉପଦେଶ ଦିଅନ୍ତି, ଏବଂ ନିଷ୍ପତ୍ତି ନିଅନ୍ତି I ସଭା ଏକ ସଙ୍ଗଠନର କ୍ଷମତାପ୍ରାପ୍ତ ଗୋଷ୍ଠୀ ଏବଂ କିଛିଟା ସ୍ଥାୟୀ ମାଧ୍ୟମ ହୋଇପାରେ, କିମ୍ୱା ଏହା ଏକ ଲୋକ ଗୋଷ୍ଠୀ ହୋଇପାରେ ଯେଉଁମାନେ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ କିମ୍ୱା ବିଶେଷ ଘଟଣା ନେଇ ନିର୍ଦ୍ଧିଷ୍ଟ ସମୟ ପାଇଁ ଏକତ୍ରୀତ ହୁଅନ୍ତି I
ପୁରାତନ ନିୟମ
- ପୁରାତନ ନିୟମରେ “ପବିତ୍ର ସଭା” ନାମକ ଏକ ସଭା ଥିଲା, ଯେଉଁଠାରେ ଇସ୍ରାଏଲୀୟ ଲୋକମାନେ ଯିହୋବାଙ୍କୁ ଆରାଧନା କରିବା ନିମନ୍ତେ ଏକତ୍ରିତ ହେଉଥିଲେ I
- ବେଳେବେଳେ “ସଭା” ଶବ୍ଦ ସାଧାରଣତଃ ଏକ ଗୋଷ୍ଠୀ ଭାବରେ ଇସ୍ରାଏଲୀୟମାନଙ୍କୁ ସୂଚାଏ I
ନୂତନ ନିୟମ
- ନୂତନ ନିୟମରେ, ଯିରୂଶାଲମ ଭଳି ମୂଖ୍ୟ ନଗରଗୁଡ଼ିକ ମଧ୍ୟରେ 70 ଜଣିଆ ଯିହୁଦୀ ନେତାମାନଙ୍କ ଏକ ସଭାରେ ଆଇନ ସମ୍ୱନ୍ଧୀୟ ବିଷୟ ବିଚାର କରିବା ନିମନ୍ତେ ଏବଂ ଲୋକମାନଙ୍କ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବା ନିମନ୍ତେ ଏକତ୍ରୀତ ହେଉଥିଲେ I ଏହି ସଭା “ପୁରାତନ ଯିରୂଶାଲମର ଉଚ୍ଚ ନ୍ୟାୟାଳୟ” କିମ୍ୱା “ମନ୍ତ୍ରଣା ସଭା” ଭାବରେ ଜଣାଯାଉଥିଲା I
ଅନୁବାଦ ପ୍ରସ୍ଥାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଅଧାର କରି , “ସଭା” ଶବ୍ଦକୁ “ବିଶେଷ ଉଦ୍ଦେଶ୍ୟରେ ଏକତ୍ରୀକରଣ” କିମ୍ୱା “ଜନସମାବେଶ” କିମ୍ୱା “ମନ୍ତ୍ରଣାସଭା” କିମ୍ୱା “ସେନା”, କିମ୍ୱା “ବିଶାଳ ଗୋଷ୍ଠୀ” ବୋଲି ଅନୁବାଦ କରାଯାଇପାରେ I
- ଯେତେବେଳେ “ସଭା” ଶବ୍ଦ ସାଧାରଣତଃ ସମ୍ପୂର୍ଣ୍ଣ ଇସ୍ରାଏଲକୁ ସୂଚାଏ, ଏହା “ସଂପ୍ରଦାୟ” କିମ୍ୱା “ଇସ୍ରାଏଲର ଲୋକ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ସମସ୍ତ ସଭା” ବାକ୍ୟାଂଶଟି “ସମସ୍ତ ଲୋକ” କିମ୍ୱା “ଇସ୍ରାଏଲର ସମସ୍ତ ଗୋଷ୍ଠୀ” କିମ୍ୱା “ସମସ୍ତେ” ବୋଲି ଅନୁବାଦ କରାଯାଇପାରେ I (ଅତିଶୟୋକ୍ତି: ଦେଖନ୍ତୁ)
- ଶତ୍ରୁ ସୈନିକମାନଙ୍କର ଏକ ବିରାଟ ସମାବେଶକୁ ବେଳେବେଳେ ଏକ “ସଭା” ମଧ୍ୟ କୁହାଯାଉଥିଲା | ଏହାକୁ “ସେନା” ବୋଲି ଅନୁବାଦ କରାଯାଇପାରେ I
(: ମନ୍ତ୍ରଣାସଭା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0622, H1481, H2199, H3259, H4150, H4186, H4744, H5475, H5712, H6116, H6908, H6950, H6951, H6952, G15770, G38310, G48630, G48640, G48710, G49050
ସହ୍ୟକରିବା, ସହିଷ୍ଣୁତା
ପରିଭାଷା:
“ସହ୍ୟକରିବା” ଶବ୍ଦର ଅର୍ଥ ଯାହା ଦୀର୍ଘ ସମୟ ଧରି ରହେ କିମ୍ୱା ଧୋର୍ଯ୍ୟର ସହ କଷ୍ଟ ସହିବାକୁ ବୁଝାଏ I
- ଏହାର ଅର୍ଥ ମଧ୍ୟ ପରୀକ୍ଷା ଆସିବା ସମୟରେ ଦୃଡ଼ ହୋଇ ରହିବା ଅଟେ I
- ”ଧୋର୍ଯ୍ୟ” ଶବ୍ଦର ଅର୍ଥ “ସହିବା” କିମ୍ୱା “ପରୀକ୍ଷା ମଧ୍ୟ ଦେଇ ଯିବା” କିମ୍ୱା ”ତାଡନା ସମୟରେ ଧୋର୍ଯ୍ୟ ଧରି ରହିବା” ଅଟେ I
- ”ଶେଷ ପର୍ଯ୍ୟନ୍ତ ଧୋର୍ଯ୍ୟ ଧରିବା” ନିମନ୍ତେ ଯେଉଁ ଉତ୍ସାହ ଦିଆଯାଇଛି ତାର ଉଦ୍ଦେଶ୍ୟ ହେଲା ଯେପରି ସେମାନେ ଯୀଶୁଙ୍କର ବାଧ୍ୟ ହେବେ ଯଦିବା ସେମାନଙ୍କ ପ୍ରତି କଷ୍ଟ ଅଛି I
- ”କଷ୍ଟ ସହ୍ୟ କରିବା”ର ଅର୍ଥ ”କଷ୍ଟ ଅନୁଭବ କରିବା” ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ”ସହ୍ୟ କରିବା” ଶବ୍ଦକୁ “ସହିବା” କିମ୍ୱା “ବିଶ୍ୱାସ କରି ଚାଲିବା” କିମ୍ୱା ”ଯାହା ଈଶ୍ୱର ଭାହଁନ୍ତି ତାହା କରିବା” କିମ୍ୱା “ଦୃଡ଼ ଭାବରେ ଠିଆ ହେବା” ବୋଲି ଅନୁବାଦ କରାଯାଇପାରେI
- କେତେକ ପ୍ରସଙ୍ଗରେ,”ସହ୍ୟ କରିବା” ବାକ୍ୟକୁ “ଅନୁଭୁବ” କିମ୍ୱା “କୌଣସି ପରିସ୍ଥିତି ମଧ୍ୟରେ ଯିବା” ବୋଲି ଅନୁବାଦ କରାଯାଇପାରେ I
- ଦୀର୍ଘ ସମୟ ଧରି ଲାଗିରହିବା ଅର୍ଥକୁ “ସହିବା” କିମ୍ବା “ଚାଲୁ ରହିବା” କିମ୍ୱା “ଜାରିରହିବା” ବୋଲି ଅନୁବାଦ କରାଯାଇପାରେ I “ସହ୍ୟ ନ କରିବା” ବାକ୍ୟାଂଶକୁ “ଚାଲୁ ନ ରହିବା” କିମ୍ୱା “ଜାରିନରହିବା” ବୋଲି ଅନୁବାଦ କରାଯାଇପାରେ I
- “ସହନଶୀଳତା” ଶବ୍ଦକୁ “ଦୃଢ଼ ହୋଇ ରହିବା” କିମ୍ୱା “ବିଶ୍ୱାସରେ ଜାରି ରଖିବା” କିମ୍ୱା ବିଶ୍ୱସ୍ତ ହେବା” ବୋଲି ଅନୁବାଦ କରାଯାଇପାରେ I
(ଦୃଢ଼ ହେବା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
H5331, H5375, H5975, G04300, G09070, G15260, G20050, G20760, G25940, G33060, G47220, G52780, G52810, G52970, G53420
ସାହସ,ସାହସିକତା,ସାହସ କରାଇବା
ପରିଭାଷା:
ଏହି ଶବ୍ଦଗୁଡ଼ିକ ସତ୍ୟ କହିବା ପାଇଁ ସାହସ ଏବଂ ଆତ୍ମବିଶ୍ୱାସ ସହ କଷ୍ଟସାଧ୍ୟ କିମ୍ବା ବିପଜ୍ଜନକ ସମୟରେ ସଠିକ୍ କାର୍ଯ୍ୟ କରିବାକୁ ବୁଝାଏ |
- ଜଣେ ସାହସୀ ବ୍ୟକ୍ତି ଭୂଲ କରୁଥିବା ଲୋକଙ୍କୁ ପ୍ରତିରୋଧ କରି ଯାହା ଠିକ୍ ସେହି ବିଷୟ କହିବାକୁ କଦାପି ଭୟ କରେ ନାହିଁ ׀ ଏହାକୁ "ଭୟଶୂନ୍ୟ" କିମ୍ବା "ସାହସୀ" ବୋଲି ଅନୁବାଦ କରାଯାଇପାରେ ׀
- ନୂତନ ନିୟମରେ ଯୀଶୁଙ୍କ ଶିଷ୍ୟମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସାହସର ସହ ବିଭିନ୍ନ ସ୍ଥାନରେ ଯ଼ୀଶୁଙ୍କ ବିଷୟରେ ପ୍ରଚାର କରୁଥିଲେ ׀ ଏହାକୁ "ଦୃଢ଼ ବିଶ୍ୱାସରେ" କିମ୍ୱା "ଦୃଢ଼ ସାହସରେ" କିମ୍ୱା "ସାହସ" ବୋଲି ଅନୁବାଦ କରାଯାଇପାରେ ׀
- ଆଦ୍ୟ ମଣ୍ଡଳୀର ବିଶ୍ୱାସୀମାନଙ୍କ "ସାହସିକତା" ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାରର ପ୍ରଚାର ଏବଂ ଖ୍ରୀଷ୍ଟଙ୍କ କ୍ରୁଶୀୟ ମୃତ୍ୟୁର ଉଦ୍ଧାର ବାର୍ତ୍ତା ପ୍ରଥମେ ଇସ୍ରାଏଲ ଏବଂ ନିକଟବର୍ତ୍ତୀ ଦେଶ ଓ ଶେଷରେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଗଲା ׀ “ସାହସିକତା” ଶବ୍ଦକୁ “ଆତ୍ମବିଶ୍ୱାସୀ ସାହସ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
( ଦୃଢ଼ବିଶ୍ୱାସ, ସୁସମାଚାର, ଉଦ୍ଧାର: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H982, H5797, G662, G2292, G3618, G3954, G3955, G5111, G5112
ସିଂହ, ସିଂହୀ,
ପରିଭାଷା:
ସିଂହ ଏକ ବୃହତ୍, ବିଲେଇ ସଦୃଶ ପ୍ରାଣୀ, ଏହାର ଶିକାରକୁ ମାରିବା ଏବଂ ଫାଡି ଖାଇବା ପାଇଁ ଶକ୍ତିଶାଳୀ ଦାନ୍ତ ଓ ପଂଝା ଅଛି I
- ସିଂହମାନଙ୍କର ଶିକାର କରିବା ପାଇଁ ଶକ୍ତିଶାଳୀ ଶରୀର ଏବଂ ଦ୍ରୁତ ଗତି ଥାଏ | ସେମାନଙ୍କର ଲୋମ ଛୋଟ ଏବଂ ସୁବର୍ଣ୍ଣ-ବାଦାମୀ ଅଟେ I
- ପୁରୁଷ ସିଂହମାନଙ୍କ ମସ୍ତକର ଚତୁର୍ଦ୍ଦିଗରେ କେଶ ଅଛି I
- ସିଂହ ଖାଦ୍ୟ ପାଇଁ ଅନ୍ୟ ପଶୁମାନଙ୍କୁ ହତ୍ୟା କରେ ଏବଂ ଏହା ମଣିଷ ପାଇଁ ବିପଦଜନକ ହୋଇପାରେ I
- ଯେତେବେଳେ ରାଜା ଦାଉଦ ବାଳକ ଥିଲେ, ସେ ଯତ୍ନ ନେଉଥିବା ମେଷପଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ସିଂହମାନଙ୍କୁ ହତ୍ୟା କରିଥିଲେI
- ଶାମ୍ଶୋନ୍ ମଧ୍ୟ ଖାଲି ହାତରେ ସିଂହକୁ ହତ୍ୟା କଲା I
(ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରାଯାଏ ଦେଖନ୍ତୁ)
(ଦାଉଦ, ଚିତା, ଶାମ୍ଶୋନ୍, ମେଷ ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0738, H0739, H0744, H3715, H3833, H3918, H7826, H7830, G30230
ସିଂହାସନ, ଉପବିଷ୍ଟ
ପରିଭାଷା:
ଏକ ସିଂହାସନ, ଏକ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ ଆସନ ଯେଉଁଠାରେ ଜଣେ ଶାସକ ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ନିଷ୍ପତ୍ତି କରନ୍ତି ଏବଂ ତାଙ୍କ ଲୋକଙ୍କ ଅନୁରୋଧ ଶୁଣନ୍ତି ସେତେବେଳେ ଉପବିଷ୍ଟ ଥା’ନ୍ତି I
- ଏକ ସିଂହାସନ ଜଣେ ଶାସକଙ୍କର ଅଧିକାର ଏବଂ ଶକ୍ତିର ମଧ୍ୟ ପ୍ରତୀକ ଅଟେ I
- “ସିଂହାସନ” ଶବ୍ଦ ଶାସକ, ତାଙ୍କ ଶାସନ କିମ୍ବା ତାଙ୍କ ଶକ୍ତିକୁ ମଧ୍ୟ ଦର୍ଶାଇବାକୁ ବ୍ୟବହାର କରାଯାଇପାରେ I
- ବାଇବେଲରେ, ଈଶ୍ଵର ପ୍ରାୟତଃ ସିଂହାସନରେ ଉପବିଷ୍ଟ ଥିବା ଜଣେ ରାଜା ଭାବରେ ଚିତ୍ରିତ ହୋଇଛନ୍ତି I ଯୀଶୁ ପିତା ଈଶ୍ୱରଙ୍କ ଡାହାଣ ପାର୍ଶ୍ୱରେ ସିଂହାସନରେ ଉପବିଷ୍ଟ ଥିବା ବିଷୟକୁ ବର୍ଣ୍ଣନା କରେ।
- ଯୀଶୁ କହିଲେ ସ୍ୱର୍ଗ ଈଶ୍ଵରଙ୍କ ସିଂହାସନ ଅଟେ I ଏହାକୁ “ଯେଉଁଠାରେ ଈଶ୍ଵର ରାଜା ଭାବରେ ରାଜତ୍ୱ କରନ୍ତି” ବୋଲି ଅନୁବାଦ କରିଯାଇପାରେ I
( ଅଧିକାର, ଶକ୍ତି, ରାଜା, ରାଜତ୍ୱ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3427, H3676, H3678, H3764, H7675, G09680, G23620
ସିଦ୍ଧ, ସମ୍ପୂର୍ଣ୍ଣ
ପରିଭାଷା:
ନୂତନ ନିୟମରେ, “ସିଦ୍ଧ” ଶବ୍ଦର ଅର୍ଥ ଆମର ଖ୍ରୀଷ୍ଟିୟାନ ଜୀବନରେ ପରିପକ୍ୱ ହେବାକୁ ସୂଚିତ କରେ।କୌଣସି ବିଷୟକୁ ସିଦ୍ଧ କରିବା ଅର୍ଥ ଏହା ଉତ୍କୃଷ୍ଟ ଏବଂ ତ୍ରୁଟିଶୂନ୍ୟ ନହେବା ପର୍ଯ୍ୟନ୍ତ ଏଥିରେ କାର୍ଯ୍ୟ କରିବା ଅଟେ।ପୁରାତନ ନିୟମର ବଳିଦାନଗୁଡ଼ିକ “ସିଦ୍ଧ” କିମ୍ବା “ସଂପୂର୍ଣ୍ଣ” ଅର୍ଥାତ୍ ତ୍ରୁଟିଶୂନ୍ୟ ହେବା ଅନିବାର୍ଯ୍ୟ ଥିଲା |
- ସିଦ୍ଧ ଏବଂ ପରିପକ୍ୱ ହେବା ଅର୍ଥ ଜଣେ ଖ୍ରୀଷ୍ଟିୟାନ ପାପଶୂନ୍ୟ ହେବା ଅଟେ I
- “ସିଦ୍ଧ” ଶବ୍ଦର ଅର୍ଥ “ସମ୍ପୂର୍ଣ୍ଣ” କିମ୍ୱା “ପୂର୍ଣ୍ଣାଙ୍ଗ” ହେବା ମଧ୍ୟ ଅଟେ I
- ନୂତନ ନିୟମର ଯାକୁବ ପୁସ୍ତକରେ କୁହାଯାଏ ଯେ ପରୀକ୍ଷାଗୁଡ଼ିକ ମଧ୍ୟରେ ସହ୍ୟକଲା ଉତ୍ତାରେ ବିଶ୍ୱାସୀ ଜୀବନରେ ସମ୍ପୂର୍ଣ୍ଣତା ଏବଂ ପରିପକ୍ୱତା ଉତ୍ପନ୍ନ ହୋଇଥାଏ I
- ଯେତେବେଳେ ଖ୍ରୀଷ୍ଟିୟାନମାନେ ବାଇବେଲ ପାଠ କରନ୍ତି ଏବଂ ତାହା ପାଳନ କରନ୍ତି, ସେମାନେ ଆତ୍ମିକ ଭାବରେ ଅଧିକ ସିଦ୍ଧ ଏବଂ ପରିପକ୍ୱ ହୁଅନ୍ତି କାରଣ ସେମାନେ ଆପଣାମାନଙ୍କର ସ୍ୱଭାବରେ ଅଧିକ ଖ୍ରୀଷ୍ଟଙ୍କ ସଦୃଶ୍ୟ ହେବେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ “ତ୍ରୁଟିଶୂନ୍ୟ” କିମ୍ବା “ନିର୍ଭୁଲ” କିମ୍ବା “ତ୍ରୁଟିବିହୀନ” କିମ୍ବା “ଦୋଷହୀନ” କିମ୍ବା “କୌଣସି ଦୋଷ ନଥିବା” ବୋଲି ଅନୁବାଦ କରାଯାଇପାରେ I
(ତ୍ରୁଟି: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3632, H3634, H4359, H8003, H8503, H8537, H8549, H8552, G01990, G26750, G26760, G36470, G50460, G50470, G50480, G50500
ସୁସ୍ଥ ହେବା, ଆରୋଗ୍ୟ, ସୁସ୍ଥ ହେଲେ, ସୁସ୍ଥ, ସୁସ୍ଥ କରିବା, ସୁସ୍ଥତାକାରୀ, ସ୍ୱାସ୍ଥ୍ୟ, ଉତ୍ତମ ସ୍ୱାସ୍ଥ୍ୟ, ଅସ୍ୱାସ୍ଥ୍ୟ
ପରିଭାଷା:
“ଆରୋଗ୍ୟ” ଓ “ଆରୋଗ୍ୟ ଲାଭକରିବା” ଉଭୟ ଶବ୍ଦ ଏକ ଏକ ରୋଗୀ, କ୍ଷତ ବିକ୍ଷତ, ପଂଗୁ ଲୋକ ପୁନର୍ବାର ସ୍ୱାସ୍ଥ୍ୟ ଲାଭ କରିବାକୁ ଦର୍ଶାଏ।
- ଜଣେ ବ୍ୟକ୍ତି ଯେ “ସୁସ୍ଥ ହେଲେ“ କିମ୍ବା “ଆରୋଗ୍ୟ ଲାଭ କଲେ” କିମ୍ବା“ସୁସ୍ଥ କରାଗଲେ” କିମ୍ବା “ସ୍ୱାସ୍ଥ୍ୟ ପ୍ରାପ୍ତ କଲେ” ବୋଲି ଅନୁବାଦ କରାଯାଇପାରେ ।
- ଆମ୍ଭମାନଙ୍କ ଶରୀର ସ୍ୱାଭାବିକ ରୂପରେ ସୁସ୍ଥତା ଲାଭ ହୋଇ ପାରିବ କାରଣ ଈଶ୍ୱର ଆମ୍ଭମାନଙ୍କ ଶରୀରକୁ ଏହି ପରି ନିର୍ମାଣ କରି ଅଛନ୍ତି ଏହା ଅନେକ କ୍ଷତ ବିକ୍ଷତ ଓ ରୋଗରୁ ଆରୋଗ୍ୟ ହୋଇ ପାରିବ। ଏହି ପ୍ରକାର ସୁସ୍ଥତା ଧିରେ ଧିରେ ହୋଇଥାଏ।
- ତଥାପି, କେତେକ ପରିସ୍ଥିତିରେ, ଯେପରି ଏକ ଅନ୍ଧ କିମ୍ବା ପକ୍ଷାଘାତି, ଓ କେତେକ ବଡ଼ ବଡ଼ ରୋଗ ଯେପରି କୁଷ୍ଠ ରୋଗ ନିଜକୁ ନିଜେ ସୁସ୍ଥ ହୁଏ ନାହିଁ। ଯେତେବେଳେ ଲୋକମାନେ ଏହି ପ୍ରକାର ରୋଗରୁ ସୁସ୍ଥ ହୁଅନ୍ତି, ତାହା ଏକ ଆଶ୍ଚର୍ଯ୍ୟ କର୍ମ ଯାହା ଅପ୍ରତ୍ୟାଶିତ ଭାବରେ ହୁଏ I
- ଉଦାହରଣ ସ୍ୱରୂପ, ଯୀଶୁ ଅନେକ ଲୋକମାନଙ୍କୁ ଯେଉଁମାନେ ଅନ୍ଧ, ଛୋଟା ଓ ଅନେକ ରୋଗରେ ପିଡ଼ିତ ଥିଲେ ସୁସ୍ଥକଲେ।
- ପ୍ରେରିତମାନେ ମଧ୍ୟ ଅନେକ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ରୂପରେ ସୁସ୍ଥ କଲେ, ଯେପରି ପିତର ଏକ ପଙ୍ଗୁ ବ୍ୟକ୍ତିକୁ ଅପ୍ରତ୍ୟାଶିତ ଭାବରେ ଚାଲିବାକୁ ସକ୍ଷମ କରାଇଲେ।
(ଆଶ୍ଚର୍ଯ୍ୟକର୍ମ: ଦେଖନ୍ତୁ)
ବାଇବେଲ ପଦପର୍ବ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 19:14 ଏକ ଆଶ୍ଚର୍ଯ୍ୟ କର୍ମ ଯାହା ନାମାନ ଜୀବନରେ ହେଲା, ଏକ ଶତ୍ରୁ ସେନାଧ୍ୟକ୍ଷ ଯାହାକୁ ଏକ ଭୟାନକ ଚର୍ମ ରୋଗ ହୋଇଥିଲା। ସେ ଇଲୀଶା ବିଷୟରେ ଶୁଣିଥିଲେ ଓ ତାହାକୁ ସୁସ୍ଥ କରିବା ନିମନ୍ତେ ଅନୁରୋଧ କଲେ।
- 21:10 ସେ (ଯିଶାଇୟ) ଭବିଷ୍ୟବାଣୀ କଲେ କି ମସିହ ରୋଗୀ, ଯେ ମୂକ ବଧିର, ଅନ୍ଧ, ଛୋଟା ଲୋକମାନଙ୍କୁ ସୁସ୍ଥତା ପ୍ରଦାନ କରିବେ।
- 26:6 ଯୀଶୁ ଲଗାତର କହୁଥିଲେ, “ଭବିଷ୍ୟବକ୍ତା ଇଲୀଶା ସମୟରେ, ଇସ୍ରାଏଲରେ ଅନେକ ଲୋକ ଚର୍ମ ରୋଗରେ ପୀଡିତଥିଲେ I କିନ୍ତୁ ଇଲୀଶା ସେମାନଙ୍କ ମଧ୍ୟରୁ କାହାକୁ ସୁସ୍ଥ କଲେ ନାହିଁ। ସେ କେବଳ ନାମାନର ଚର୍ମ ରୋଗକୁ ସୁସ୍ଥ କଲେ, ଜଣେ ଇସ୍ରାଏଲର ଶତ୍ରୁ ସେନାଧ୍ୟକ୍ଷ ଥିଲେ।
- 26:8 ସେମାନେ ଅନେକ ଲୋକମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଯେଉଁମାନେ ରୋଗୀ, ଶାରୀରିକ ବା ମାନସିକ ଅସାମର୍ଥ୍ୟରେ ପୀଡ଼ିତ, ଯେଉଁମାନେ ଅନ୍ଧ, ଛୋଟ, ମୁକ, ବଧିର, ଏବଂ ଯୀଶୁ ସେମାନଙ୍କୁ ସୁସ୍ଥ କଲେ।
- 32:14 ସେ ଶୁଣିଲା ଯେ ଯୀଶୁ ଅନେକ ରୋଗୀମାନଙ୍କୁ ଆରୋଗ୍ୟ କରୁଛନ୍ତି ଓ ଭାବିଲା, “ଯଦି ମୁଁ କେବଳ ଯୀଶୁଙ୍କର ବସ୍ତ୍ର ସ୍ପର୍ଷ କରିବି ତେବେ ମୁଁ ମଧ୍ୟ ଆରୋଗ୍ୟ ହୋଇଯିବି!"
- 44:3 ସେଇ ମୁହୂର୍ତ୍ତରେ, ଈଶ୍ୱର ସେହି ଛୋଟା ଲୋକକୁ ସୁସ୍ଥ କଲେ ଓ ସେ ଚାଲିବାକୁ ଓ କୁଦା ମାରିବାକୁ ଲାଗିଲା, ଏବଂ ଈଶ୍ୱରଙ୍କର ପ୍ରଶଂସା କଲା।
- 44:8 ପିତର ସେମାନଙ୍କୁ ଉତ୍ତର ଦେଲେ “ଏହି ମନୁଷ୍ୟ ଯେ ତୁମ୍ଭ ସମୁଖରେ ଠିଆ ହୋଇ ଅଛି ସେ ଯୀଶୁ ଖ୍ରୀଷ୍ଟଙ୍କର ଶକ୍ତିରେ ସୁସ୍ଥ ହୋଇଅଛି I
- 49:2 ଯୀଶୁ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ଯାହା ପ୍ରମାଣ କରେ ଯେ ସେ ଈଶ୍ୱର ଅଟନ୍ତି। ସେ ପାଣି ଉପରେ ଚାଲିଲେ, ଝଡ଼ବର୍ଷା ଶାନ୍ତ କଲେ, ଅନେକ ରୋଗୀମାନଙ୍କୁ ସୁସ୍ଥ କଲେ, ଭୂତ ଛାଡେଇଲେ, ମୃତମାନଙ୍କୁ ଜୀବନ ଦେଲେ, ସେ ପାଞ୍ଚଟି ଛୋଟ ରୁଟି ଓ ଦୁଇଟି ଛୋଟ ମାଚ୍ଛ ଦ୍ୱାରା 5000 ଲୋକମାନଙ୍କୁ ତୃପ୍ତତାର ସହିତ ଭୋଜନ କରାଇଲେ।
ଶବ୍ଦବିନ୍ୟାସ:
- Strong’s: H0724, H1369, H1455, H2280, H2421, H2896, H3545, H4832, H4974, H7495, H7499, H7500, H7725, H7965, H8549, H8585, H8644, H0622, G12950, G17430, G23220, G23230, G23860, G23900, G23920, G25110, G36470, G49820, G51980, G51990
ସୃଷ୍ଟି କରିବା, ସୃଷ୍ଟ,ସୃଷ୍ଟି, ସୃଷ୍ଟିକର୍ତ୍ତା
ପରିଭାଷା:
“ସୃଷ୍ଟି କରିବା” ଶବ୍ଦର ଅର୍ଥ କୌଣସି ବିଷୟକୁ ନିର୍ମାଣ କରିବା କିମ୍ୱା କୌଣସି ବିଷୟକୁ ଉତ୍ପତ୍ତି କରିବାକୁ ବୁଝାଏ I ଯେଉଁ ସମସ୍ତ ବିଷୟକୁ ସୃଷ୍ଟି କରାଯାଏ ତାକୁ “ସୃଷ୍ଟି” କୁହାଯାଏ I ଈଶ୍ୱରଙ୍କୁ “ସୃଷ୍ଟିକର୍ତ୍ତା” କୁହାଯାଏ କାରଣ ଏହି ବିଶ୍ଵକୁ ସେ ହିଁ ସୃଷ୍ଟି କଲେ I
- ଏହି ଶବ୍ଦ ଈଶ୍ୱର ଜଗତକୁ ସୃଷ୍ଟି କରିଅଛନ୍ତି ବୋଲି ଜଣାଏ, ଏହାର ଅର୍ଥ ସେ ଶୂନ୍ୟରୁ ସବୁକିଛି ସୃଷ୍ଟି କଲେ I
- ଯେତେବେଳେ ମନୁଷ୍ୟ କୌଣସି ବିଷୟକୁ “ସୃଷ୍ଟି” କରେ, ଏହାର ଅର୍ଥ ସେମାନେ ଯାହା ସୃଷ୍ଟି ହୋଇଅଛି ସେଥିରୁ ନିର୍ମାଣ କରୁଛନ୍ତି I
- ବେଳେବେଳେ “ସୃଷ୍ଟି” ଶବ୍ଦ ଭୌତିକ ସତ୍ତାହୀନ ବିଷୟରେ ବର୍ଣ୍ଣନା କରେ ଯଥା ଶାନ୍ତି ସ୍ଥାପନ କରିବା କିମ୍ୱା କୌଣସି ଲୋକର ହୃଦୟକୁ ଶୁଦ୍ଧ କରିବା ପାଇଁ ବ୍ୟବହାର ହୁଏI
- “ସୃଷ୍ଟି” ଶବ୍ଦ ଜଗତର ଆରମ୍ଭକୁ ସୂଚାଇପାରେ ଯେତେବେଳେ ଈଶ୍ଵର ପ୍ରଥମେ ସମସ୍ତ ବିଷୟ ସୃଷ୍ଟି କରିଥିଲେ I ସାଧାରଣତଃ ଈଶ୍ଵର ସୃଷ୍ଟି କରିଥିବା ସମସ୍ତ ବିଷୟକୁ ସୂଚାଇବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ I ବେଳେବେଳେ "ସୃଷ୍ଟି" ଶବ୍ଦଟି କେବଳ ଜଗତର ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ସୂଚିତ କରେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- କେତେକ ଭାଷାରେ ସିଧାସଳଖ ଭାବରେ ଈଶ୍ୱର ଜଗତକୁ “ଶୂନ୍ୟରୁ” ସୃଷ୍ଟି କରିଛନ୍ତି ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ I
- “ଏହି ଜଗତର ସୃଷ୍ଟିଠାରୁ” ବାକ୍ୟାଂଶର ଅର୍ଥ “ଯେବେଠାରୁ ଈଶ୍ୱର ଜଗତକୁ ସୃଷ୍ଟି କଲେ” ଅଟେ I
- "ସୃଷ୍ଟି ଆରମ୍ଭରେ" ବାକ୍ୟାଂଶକୁ "ଯେତେବେଳେ ଈଶ୍ଵର ଆରମ୍ଭରେ ଜଗତ ସୃଷ୍ଟି କରିଥିଲେ" କିମ୍ବା "ଯେତେବେଳେ ଜଗତ ପ୍ରଥମେ ସୃଷ୍ଟି ହେଲା" ବୋଲି ଅନୁବାଦ କରାଯାଇପାରେ I
- “ସମସ୍ତ ସୃଷ୍ଟିକୁ” ସୁସମଚାର ଘୋଷଣା କର ବାକ୍ୟର ଅର୍ଥ “ପୃଥିବୀରେ ଥିବା ସମସ୍ତ ଲୋକମାନଙ୍କ” ନିକଟରେ ସୁସମାଚାର ଘୋଷଣା କରିବା ଅଟେ I
- “ତାହାଙ୍କ ସମସ୍ତ ସୃଷ୍ଟ ଆନନ୍ଦ କରୁ” ବାକ୍ୟାଂଶର ଅର୍ଥ “ଯାହା ସବୁ ଈଶ୍ୱର ସୃଷ୍ଟି କରିଛନ୍ତି ଆନନ୍ଦ କରୁ” ଅଟେ I
- ପ୍ରସଙ୍ଗକୁ ଆଧାର କରି, “ସୃଷ୍ଟି କରିବା” ଶବ୍ଦକୁ “ତିଆରି କରିବା” କିମ୍ୱା “ଉତ୍ପନ କରିବା” କିମ୍ୱା “ଶୂନ୍ୟରୁ ତିଆରି ହେବା” ବୋଲି ଅନୁବାଦ କରାଯାଇପାରେ I
- “ସୃଷ୍ଟିକର୍ତ୍ତା” ଶବ୍ଦକୁ “ଯେ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି” କିମ୍ୱା “ଈଶ୍ୱର ଯିଏ ସମଗ୍ର ଜଗତକୁ ସୃଷ୍ଟି କରିଛନ୍ତି” ବୋଲି ଅନୁବାଦ କରାଯାଇପାରେ I
- “ତୁମ୍ଭର ସୃଷ୍ଟିକର୍ତ୍ତା” ପରି ବାକ୍ୟାଂଶକୁ “ଈଶ୍ୱର, ଯିଏ ତୁମ୍ଭକୁ ସୃଷ୍ଟି କରିଛନ୍ତି” ବୋଲି ଅନୁବାଦ କରାଯାଇପାରେ I
( ଈଶ୍ୱର, ସୁସମାଚାର, ପୃଥିବୀ: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରଥମ କରନ୍ଥୀୟ 11: 9-10
- ପ୍ରଥମ ପିତର 4:17-19
- କଲସୀୟ 1:15
- ଗାଲାତୀୟ 6:15
- ଆଦି ପୁସ୍ତକ 1:1
- ଆଦି ପୁସ୍ତକ 14:19-20
ଶବ୍ଦବିନ୍ୟାସ :
- Strong’s: H3335, H4639, H6213, H6385, H7069, G20410, G26020, G26750, G29360, G29370, G29390, G41600, G54800
ସେବକ, ସେବା କରିବା, କ୍ରୀତ ଦାସ, ଯୁବା ପୁରୁଷ, ଯୁବା ସ୍ତ୍ରୀ
ପରିଭାଷା:
ଜଣେ "ସେବକ" ବା "ଦାସ" ସେହି ବ୍ୟକ୍ତିଙ୍କୁ ବୁଝାଏ ଯିଏ ନିଜ ପସନ୍ଦରେ କିମ୍ବା ବଳ ଦ୍ଵାରା ଅନ୍ୟ ଜଣଙ୍କ ପାଇଁ କାମ କରେ (କିମ୍ବା ପାଳନ କରେ) । ଜଣେ ସେବକ ନିଜ ମାଲିକଙ୍କ ଅଧୀନରେ ଥିଲା। ବାଇବେଲରେ, "ସେବକ" ଏବଂ "ଦାସ" ପ୍ରାୟତ ଅଦଳବଦଳ ହୋଇ ବ୍ୟବହୃତ ହୁଏ । "ସେବା" ଶବ୍ଦ ସାଧାରଣତଃ କାହା ପାଇଁ କାମ କରିବାକୁ ବୁଝାଏ, ଏବଂ ଏହି ଧାରଣା ବିଭିନ୍ନ ପ୍ରସଙ୍ଗରେ ପ୍ରୟୋଗ କରାଯାଇପାରେ ।
- କ୍ରୀତଦାସ ଏକ ପ୍ରକାର ଦାସ ଅଟେ ଯିଏ ଯେଉଁ ବ୍ୟକ୍ତି ନିମନ୍ତେ କାର୍ଯ୍ୟ କରୁଥାଏ ତାହା ନିମନ୍ତେ ସମ୍ପତ୍ତି ଅଟେ। ଯେଉଁ ବ୍ୟକ୍ତି କ୍ରୀତଦାସକୁ କିଣେ ସେ ତା’ପାଇଁ “ମାଲିକ” କିମ୍ୱା “ମୁନିବ” ହୁଏ। କେତେକ ମାଲିକମାନେ ତାଙ୍କର ଦାସମାନଙ୍କୁ ବହୁତ ନିଷ୍ଠୁର ଭାବେ ବ୍ୟବହାର କରନ୍ତି, ଯେତେବେଳେ ଅନ୍ୟମାନେ ପରିବାରର ମୂଲ୍ୟବାନ ସଦସ୍ୟ ପରି ସେମାନଙ୍କୁ ଉତ୍ତମ ବ୍ୟବହାର କରନ୍ତି। "ଦାସତ୍ୱ" ଶବ୍ଦର ଅର୍ଥ ଦାସ ହେବାର ଅବସ୍ଥାକୁ ବୁଝାଏ ।
- ଜଣେ ବ୍ୟକ୍ତି ଅସ୍ଥାୟୀ ଭାବରେ ଦାସ ହୋଇପାରେ, ଉଦାହରଣ ସ୍ୱରୂପ ତାଙ୍କ ମାଲିକଙ୍କୁ ୠଣ ପରିଶୋଧ କରିବାକୁ କାର୍ଯ୍ୟ କରିବା ସମୟରେ ।
- "ଯୁବକ" କିମ୍ବା "ଯୁବତୀ" ଶବ୍ଦର ଅର୍ଥ "ସେବକ" କିମ୍ବା "ଦାସ" ଅଟେ । ଏହି ଅର୍ଥ ପ୍ରସଙ୍ଗରୁ ସ୍ପଷ୍ଟହୁଏ । ଏହି ଅବସ୍ଥାର ଗୋଟିଏ ସୂଚକ ହେଉଛି ଯଦି ମାଲିକାନା ବ୍ୟବହୃତ ହୁଏ, ଯଥା। "ତାଙ୍କର ଯୁବତୀ" ମାନଙ୍କୁ "ତାଙ୍କର ଦାସୀ" କିମ୍ବା "ତାଙ୍କର ଦାସୀ" ଭାବରେ ଅନୁବାଦ କରାଯାଇପାରେ ।
- "ଦାସ" ଶବ୍ଦର ଅର୍ଥ "ଦାସ ହେବା" (ସାଧାରଣତଃ ବଳ ଦ୍ୱାରା) ।
- ନୂତନ ନିୟମ ମନୁଷ୍ୟମାନଙ୍କୁ “ପାପର ଦାସ” ବୋଲି କହିଥାଏ ଯେପର୍ଯ୍ୟନ୍ତ ଯୀଶୁ ସେମାନଙ୍କୁ ନିୟନ୍ତ୍ରଣ ଏବଂ ଶକ୍ତିରୁ ମୁକ୍ତ ନକରନ୍ତି । ଯେତେବେଳେ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ଗ୍ରହଣ କରେ, ସେ ପାପର ଦାସ ହେବା ବନ୍ଦ କରି ଧାର୍ମିକତାର ଦାସ ହୁଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ସେବା” ଶବ୍ଦକୁ ପ୍ରସଙ୍ଗ ଉପରେ ନିର୍ଭର କରି “ମନ୍ତ୍ରୀ” କିମ୍ବା “କାର୍ଯ୍ୟ କରିବା” କିମ୍ବା “ଯତ୍ନ ନେବା” କିମ୍ବା “ମାନିବା” ବୋଲି ଅନୁବାଦ କରାଯାଇପାରେ |
- "ଦାସ" ଶବ୍ଦକୁ "ମୁକ୍ତ ନହେବା" କିମ୍ବା "ଅନ୍ୟମାନଙ୍କୁ ସେବା କରିବାକୁ ବାଧ୍ୟ କରିବା" କିମ୍ବା "ଅନ୍ୟମାନଙ୍କ ଅଧୀନରେ ରଖିବା" ବୋଲି ଅନୁବାଦ କରାଯାଇପାରେ |
- "ଦାସତ୍ୱ" ବା "ଦାସତ୍ୱରେ" ବାକ୍ୟକୁ "ଦାସ ହେବାକୁ ବାଧ୍ୟ" କିମ୍ବା "ସେବା କରିବାକୁ ବାଧ୍ୟ" କିମ୍ବା "ନିୟନ୍ତ୍ରଣରେ" ବୋଲି ଅନୁବାଦ କରାଯାଇପାରେ |
- "ଈଶ୍ଵରଙ୍କ ସେବା କରିବା" ବାକ୍ୟକୁ "ଈଶ୍ଵରଙ୍କୁ ଉପାସନା କରିବା ଏବଂ ପାଳନ କରିବା" କିମ୍ବା "ଈଶ୍ଵର ଯାହା ଆଦେଶ ଦେଇଛନ୍ତି ତାହା କରିବା" ବୋଲି ଅନୁବାଦ କରାଯାଇପାରେ |
- ପୁରାତନ ନିୟମରେ, ଈଶ୍ଵରଙ୍କ ଭବିଷ୍ୟଦ୍ବକ୍ତା ଏବଂ ଅନ୍ୟ ଲୋକମାନଙ୍କୁ ଯେଉଁମାନେ ଈଶ୍ଵରଙ୍କୁ ଉପାସନା କରୁଥିଲେ, ସେମାନଙ୍କୁ ଅନେକ ସମୟରେ ତାଙ୍କର “ଦାସ” କୁହାଯାଉଥିଲା |
- ନୂତନ ନିୟମରେ, ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କୁ ମାନନ୍ତି, ସେମାନଙ୍କୁ ଅନେକ ସମୟରେ ତାଙ୍କର “ଦାସ” କୁହାଯାଏ |
- " ମେଜ ପରିବେଷଣ" ଅର୍ଥ ଯେଉଁମାନେ ମେଜରେ ବସିଛନ୍ତି, କିମ୍ବା ସାଧାରଣତଃ " ଖାଦ୍ୟ ବିତରଣ କରିବା "ପାଇଁ ଖାଦ୍ୟ ଆଣିବାକୁ ବୁଝାଏ |
- ଅତିଥିମାନଙ୍କୁ ସେବା କରୀବା ବ୍ୟକ୍ତିଙ୍କ ପ୍ରସଙ୍ଗରେ, ଶବ୍ଦର ଅର୍ଥ "ଯତ୍ନ ନେବା" କିମ୍ବା "ଖାଦ୍ୟ ପରିବେଷଣ" କିମ୍ବା "ଖାଦ୍ୟ ଯୋଗାଇବା" ଅଟେ।ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ ମାଛକୁ “ଦେବାକୁ” କହିଥିଲେ, ଏହାକୁ “ବିତରଣ” କିମ୍ବା “ହସ୍ତାନ୍ତର” କିମ୍ବା “ଦେବା” ବୋଲି ଅନୁବାଦ କରାଯାଇପାରେ |
- ଯେଉଁମାନେ ଈଶ୍ଵରଙ୍କ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତି, ସେମାନେ ଉଭୟ ଈଶ୍ଵର ଏବଂ ସେମାନେ ଶିକ୍ଷାଦେଉଥିବା ଲୋକମାନଙ୍କ ସେବା କରିବାକୁ ବୁଝାଏ |
- ପ୍ରେରିତ ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ ପୁରାତନ ନିୟମକୁ କିପରି “ପାଳନ” କଲେ ସେ ବିଷୟରେ ଲେଖିଥିଲେ। ଏହା ମୋଶାଙ୍କ ନିୟମ ଅନୁସରଣ କରିବା ବିଷୟରେ ସୂଚିତ କରେ।ବର୍ତ୍ତମାନ ସେମାନେ ନୂତନ ନିୟମର “ପାଳନ” କରନ୍ତି।ତାହା, କ୍ରୁଶରେ ଯୀଶୁଙ୍କ ବଳିଦାନ ହେତୁ, ଯୀଶୁଙ୍କଠାରେ ବିଶ୍ଵାସୀମାନେ ପବିତ୍ର ଆତ୍ମା ଦ୍ୱାରା ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବା ଏବଂ ଏକ ପବିତ୍ର ଜୀବନଯାପନ କରିବାକୁ ସକ୍ଷମ ଅଟନ୍ତି |
- ପୁରାତନ କିମ୍ବା ନୂତନ ନିୟମ ପାଇଁ ସେମାନଙ୍କର “ସେବା” ଦୃଷ୍ଟିରୁ ପାଉଲ ସେମାନଙ୍କ କାର୍ଯ୍ୟ ବିଷୟରେ ଉଲ୍ଲେଖ କରନ୍ତି।ଏହାକୁ "ସେବା" କିମ୍ବା "ଆଜ୍ଞା" ବା "ଭକ୍ତି" ବୋଲି ଅନୁବାଦ କରାଯାଇପାରେ |
- ପ୍ରାୟତଃ, ଯେତେବେଳେ ଜଣେ ବ୍ୟକ୍ତି ନିଜକୁ “ତୁମ୍ଭର ସେବକ” ବୋଲି ଡାକନ୍ତି, ସେ ସମ୍ବୋଧିତ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି।ବୋଧହୁଏ ବ୍ୟକ୍ତିର ଉଚ୍ଚ ସାମାଜିକ ସ୍ଥିତି ଅଛି, କିମ୍ବା ବକ୍ତା ନମ୍ରତା ଦେଖାଉଛନ୍ତି।ଏହାର ଅର୍ଥ ନୁହେଁ ଯେ ବକ୍ତା ଜଣେ ପ୍ରକୃତ ସେବକ ଥିଲେ |
(ବନ୍ଧନ, କାର୍ଯ୍ୟ, ପାଳନ, ଗୃହ, ପ୍ରଭୁ: ଦେଖନ୍ତୁ)
ବାଇବେଲ ପଦପର୍ବ:
- ଆଦି ପୁସ୍ତକ 15:13
- ଆଦି ପୁସ୍ତକ 21:10-11
- ଆଦି ପୁସ୍ତକ 25:23
- ଦ୍ୱିତୀୟ ବିବରଣ 24:7
- ଯିରିମୀୟ 30:8-9
- ମାଥିଉ4:10-11
- ମାଥିଉ6:24
- ମାଥିଉ10:24-25
- ମାଥିଉ13:27-28
- ମାର୍କ8:7-10
- ମାର୍କ9:33-35
- ଲୂକ4:8
- ଲୂକ12:37-38
- ଲୂକ12:47-48
- ଲୂକ22:26-27
- ପ୍ରେରିତ4:29-31
- ପ୍ରେରିତ6:2-4
- ପ୍ରେରିତ10:7-8
- ଗାଲାତୀୟ4:3
- ଗାଲାତୀୟ4:24-25
- କଲସୀୟ1:7-8
- କଲସୀୟ3:22-25
- ଦ୍ୱିତୀୟ ତୀମଥି 2:3-5
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 6:1 ଅବ୍ରାହମ ଯେତେବେଳେ ଅଧିକ ବୟସ୍କ ହେଲେ ଏବଂ ତାଙ୍କର ପୁତ୍ର, ଇସହାକ୍, ପୁରୁଷ ଭାବରେ ବୃଦ୍ଧି ପାଇଲେ, ଅବ୍ରାହମ ତାଙ୍କର ଦାସମାନଙ୍କ ମଧ୍ୟରୁ ଜଣକୁ ପ୍ରେରଣ କଲେ ଯେ ଯେଉଁ ଦେଶରେ ତାଙ୍କର ବଂଶଧର ବସବାସ କରୁଛନ୍ତି ସେହି ଦେଶରୁ ତାଙ୍କର ପୁତ୍ର ଇସ୍ହାକଙ୍କ ବିବାହ ନିମନ୍ତେ ଗୋଟିଏ କନ୍ୟା ଆଣିବ।
- 8:4 ସେହି କ୍ରୀତଦାସ ବଣିକମାନେ ଯୋଷେଫଙ୍କୁ ଏକ କ୍ରୀତଦାସ ରୂପେ ଜଣେ ଧନଶାଳୀ ସରକାର କାର୍ଯ୍ୟକାରୀଙ୍କୁ ବିକ୍ରୀ କଲେ।
- 9:13 “ମୁଁ (ଈଶ୍ୱର) ତୁମ୍ଭକୁ ଫାରୋଙ୍କ ନିକଟକୁ ପଠାଇବି ଯେପରି ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ ମିସରରୁ ଦାସତ୍ୱ ଅବସ୍ଥାରୁ ବାହାର କାରି ଆଣିବ।"
- 19:10 ପୁଣି ଏଲୀୟ ପ୍ରାର୍ଥନା କଲେ, ହେ ଯିହୋବା, ଅବ୍ରାହମ, ଇସହାକ୍ ଏବଂ ଯାକୁବର ପରମେଶ୍ୱର, ଆଜି ଦେଖାନ୍ତୁ ଯେ ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଏବଂ ମୁଁ ହେଉଛି ତୁମ୍ଭର ଦାସ।”
- 29:3”ତହିଁରେ ଦାସ ଋଣ ପରିଶୋଧ କରିନ ପାରିଲାରୁ, ରାଜା କହିଲେ, ‘ତାହାର ଋଣ ପରିଶୋଧ କରିବା ନିମନ୍ତେ ଏହି ଲୋକ ଓ ତା'ର ପରିବାରକୁ ଦାସ ସାଦୃଶ୍ୟ ବିକ୍ରୟ କର।“’
- 35:6 ”ମୋ ପିତାଙ୍କ ଦାସମାନଙ୍କର ଅନେକ ଖାଇବା ଥାଉଁ ଥାଉଁ ମୁଁ ଏଠାରେ ଭୋକର ଅଭାବରେ ମରୁଛି।"
- 47:4 ସେମାନେ ଚାଲିବାବେଳେ ସେହି କ୍ରୀତଦାସୀ ବା ଦାସୀ ଝିଅ ନିରନ୍ତର ପାଟି କହିବାକୁ ଲାଗିଲା, “ସେହି ପୁରୁଷମାନେ ମହାନ ଈଶ୍ୱରଙ୍କର ଦାସ ଅଟନ୍ତି।”
- 50:4 ଯୀଶୁ ମଧ୍ୟ କହିଲେ, “ଜଣେ ଦାସ ତାହାର ମାଲିକଠାରୁ ଶ୍ରେଷ୍ଠ ନୁହେଁ”
ଶବ୍ଦବିନ୍ୟାସ:
- (Servant) Strong’s: H0519, H5288, H5647, H5649, H5650, H5657, H7916, H8198, H8334, G12490, G14010, G14020, G23240, G34070, G34110, G36100, G38160, G49830, G52570
- (Serve) H0327, H3547, H4929, H4931, H5647, H5656, H5673, H5975, H6213, H6399, H6402, H6440, H6633, H6635, H7272, H8104, H8120, H8199, H8278, H8334, G1247, G1248, G1398, G1402, G1438, G1983, G2064, G2212, G2323, G2999, G3000, G3009, G4337, G4342, G4754, G5087, G5256
- (Enslave) H3533, G2615
ସୈନିକ, ଯୋଦ୍ଧା
ସତ୍ୟ ଘଟଣାବଳୀ:
“ଯୋଦ୍ଧା” କିମ୍ବା “ସୈନିକ” ଶବ୍ଦ ଯିଏ ସେନାରେ ଯୁଦ୍ଧକରେ ତାହାକୁ ଦର୍ଶାଏ I କିନ୍ତୁ ଏଥିରେ କିଛି ଭିନ୍ନତା ମଧ୍ୟ ଅଛି I
- ସାଧାରଣତଃ “ଯୋଦ୍ଧା” ଶବ୍ଦ ଏକ ସାଧାରଣ ଶବ୍ଦ ଅଟେ, ଯିଏ ବରଦାନ ପ୍ରାପ୍ତ ଓ ଯୁଦ୍ଧରେ ସାହାସୀ ଅଟେ ତାହାକୁ ଦର୍ଶାଏ I
- ସାଙ୍କେତିକ ରୂପରେ ଯିହୋବାଙ୍କୁ ଯୋଦ୍ଧା ଭାବରେ ବ୍ୟାଖ୍ୟା କରାଯାଏ I
- “ସୈନିକ “ଶବ୍ଦ ବିଶେଷ ଭାବେ ତାହାକୁ ଦର୍ଶାଏ ଯିଏ ଏକ ବିଶେଷ ସେନାର ଭାଗୀ ଅଟେ କିମ୍ବା ଯିଏ ଏକ ବିଶେଷ ଯୁଦ୍ଧରେ ଯୁଦ୍ଧ କରେ I
- ରୋମୀୟ ସୈନିକମାନେ ଯିରୂଶାଲମରେ ଏକ କ୍ରମକୁ ରଖନ୍ତି ଏବଂ ଏକ କାର୍ଯ୍ୟକୁ କରନ୍ତି ଯେପରି କି ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ କାର୍ଯ୍ୟ କରନ୍ତି I ଯୀଶୁଙ୍କର କ୍ରୁଶାର୍ପିତ ପୂର୍ବରୁ ତାହାଙ୍କୁ ସେମାନେ ଘେରାବନ୍ଦୀ କଲେ ଏବଂ କେତେକଙ୍କୁ ତାହାଙ୍କର କବର ଘେରାବନ୍ଦୀ କରିବା ନିମନ୍ତେ ଏହି ଆଜ୍ଞା ମଧ୍ୟ ଦିଆଗଲା I
- ଅନୁବାଦକକୁ ଏହା ଧ୍ୟାନ ଦେବା ଉଚିତ ଅଟେ ଯେ ଏହି ସ୍ଥାନୀୟ ଭାଷାରେ “ଯୋଦ୍ଧା” ଓ “ସୈନିକ” ନିମନ୍ତେ ଅଲଗା ଶବ୍ଦ ଅଛି କି ନାହିଁ I
( ସାହାସ, କ୍ରୁଶାର୍ପିତ, ରୋମ, କବର: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0352, H0510, H1368, H1416, H1995, H2389, H2428, H2502, H3715, H4421, H5971, H6518, H6635, H7273, H7916, G46860, G47530, G47540, G47570, G47580, G49610
ସ୍ତମ୍ଭ
ପରିଭାଷା:
“ସ୍ତମ୍ଭ” ଶବ୍ଦ ସାଧାରଣତଃ ଏକ ବିଶାଳ ଲମ୍ବାକାର ଆକୃତିକୁ ବୁଝାଏ ଯାହା ଗୋଟିଏ ଛାତକୁ କିମ୍ବା କୋଠାର ଅନ୍ୟ ଅଂଶକୁ ଧରିରଖିଥାଏ I “ସ୍ତମ୍ଭ” ନିମନ୍ତେ ଆଉ ଏକ ଶବ୍ଦ “ଖୁମ୍ବ” ରହିଛି I
- ବାଇବଲ ସମୟରେ, ଅଟ୍ଟାଳିକାରେ ସମର୍ଥନ ଭାବରେ ବ୍ୟବହୃତ ସ୍ତମ୍ଭଗୁଡ଼ିକ ସାଧାରଣତଃ ଗୋଟିଏ ପଥରରେ ତିଆରି ହୋଇଥିଲା I
- ପୁରାତନ ନିୟମରେ ଯେତେବେଳେ ଶାମ୍ଶୋନ୍ ପଲେଷ୍ଟୀୟମାନଙ୍କ ଦ୍ୱାରା କାବୁ ହୋଇଥିଲେ, ସେତେବେଳେ ସେ ସେମାନଙ୍କର ମନ୍ଦିରକୁ ଧ୍ୱଂସ କରିବାକୁ ସ୍ତମ୍ଭକୁ ଠେଲି ଦେଇ ମନ୍ଦିରକୁ ଭାଙ୍ଗି ଦେଇଥିଲେ I
- “ସ୍ତମ୍ଭ” ଶବ୍ଦ ବେଳେବେଳେ ଏକ ବିରାଟ ପଥର କିମ୍ୱା ପ୍ରସ୍ତର ଖଣ୍ଡକୁ ବୁଝାଏ ଯାହା ସ୍ମରଣୀୟ ପ୍ରସ୍ତ ଭାବରେ ଏକ ସମାଧି କିମ୍ବା ଘଟିଥିବା ଏକ ମହତ୍ଵପୂର୍ଣ୍ଣ ଘଟଣାର ସ୍ଥାନକୁ ଚିହ୍ନିତ କରିବା ପାଇଁ ସ୍ଥାପନ କରାଯାଇଥାଏ I
- ଏହା ମଧ୍ୟ ଏକ ମିଥ୍ୟା ଦେବତାର ଉପାସନା କରିବା ନିମନ୍ତେ ନିର୍ମିତ ହୋଇଥିବା ଏକ ପ୍ରତିମାକୁ ସୂଚାଇପାରେ I ଏହା “ଖୋଦିତ ପ୍ରତିମାର” ଅନ୍ୟ ଏକ ନାମ ଅଟେ ଏବଂ “ମୂର୍ତ୍ତି” କିମ୍ବା “ପ୍ରତିମୂର୍ତ୍ତୀ” ଭାବରେ ଅନୁବାଦ କରାଯାଇପାରେ I
- “ସ୍ତମ୍ଭ” ଶବ୍ଦ ଏଭଳି ଏକ ବିଷୟକୁ ସୂଚାଏ ଯାହାର ଆକାର ଏକ ସ୍ତମ୍ଭ ଭଳି ଥାଏ, ଯଥା; “ଅଗ୍ନି ସ୍ତମ୍ଭ” ଯାହା ଇସ୍ରାଏଲୀୟମାନଙ୍କୁ ରାତ୍ରୀ ସମୟରେ ପ୍ରାନ୍ତର(ମରୁଭୂମି) ମଧ୍ୟରେ କଢ଼ାଇ ନେଲା କିମ୍ୱା “ଲବଣ ସ୍ତମ୍ଭ” ଯାହା ଲୋଟଙ୍କ ସ୍ତ୍ରୀ ନଗରୀକୁ ପଛକୁ ଅନାଇ ପାଲଟିଥିଲା I
- ଗୋଟିଏ ଗୃହକୁ ସାହାଯ୍ୟ କରିବା ନିମନ୍ତେ ଏକ ଗଠନ ଭାବରେ, ଏହି “ସ୍ତମ୍ଭ” ଶବ୍ଦ କିମ୍ବା “ସ୍ତମ୍ଭ”କୁ “ସିଧାସଳଖ ସହାୟକାରୀ କଡି” କିମ୍ବା “ସାହାଯ୍ୟକାରୀଏ ପ୍ରସ୍ତର ଆକୃତି” ବୋଲି ଅନୁବାଦ କରାଯାଇପାରେ I
- “ସ୍ତମ୍ଭର” ଅନ୍ୟ ବ୍ୟବହାରଗୁଡ଼ିକୁ ପୃଷ୍ଠଭୂମି ଉପରେ ଆଧାର କରି “ପ୍ରତିମୂତ୍ତି” କିମ୍ବା “ଗଦା” କିମ୍ବା “ସ୍ତୁପ” କିମ୍ବା “କୀର୍ତ୍ତିସ୍ତମ୍ଭ ” କିମ୍ବା ବିରାଟ “ଢିପ” ବୋଲି ଅନୁବାଦ କରାଯାଇପାରେ I
(ମୂଳଦୁଆ, ମିଥ୍ୟା ଦେବତା, ପ୍ପ୍ରତିମା ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
- ଦ୍ଵିତୀୟ ରାଜାବଳୀ 18:4
- ଯାତ୍ରା ପୁସ୍ତକ 13:21
- ଯାତ୍ରା ପୁସ୍ତକ 33:9
- ଆଦି ପୁସ୍ତକ 31:45
- ହିତୋପଦେଶ 9: 1-2
ଶବ୍ଦବିନ୍ୟାସ :
- Strong’s: H0352, H0547, H2106, H2553, H3730, H4552, H4676, H4678, H4690, H5324, H5333, H5982, H8490, G47690
ସ୍ୱର
ପରିଭାଷା:
“ସ୍ୱର” ଶବ୍ଦ ଶବ୍ଦକୁ ବୁଝାଏ ଯାହା ଜଣେ ବ୍ୟକ୍ତି କହିବା କିମ୍ବା ପ୍ରକାଶ କରିବା ସମୟରେ କରେ । ବାଇବେଲରେ, ଶବ୍ଦଟି ଶବ୍ଦ, ପ୍ରକାଶ ଏବଂ / କିମ୍ବା ଆଜ୍ଞାର ଧାରଣାକୁ ସୂଚାଇବା ନିମନ୍ତେ ସାଙ୍କେତିକ ଭାବରେ ବ୍ୟବହାର କରାଯାଇଛି I
ଅନୁବାଦ ପ୍ରସ୍ତାବଗୁଡ଼ିକ
- “କାହାର ସ୍ୱର ଶୁଣିବା” ଅଭିବ୍ୟକ୍ତିର ଅର୍ଥ ହୁଏତ “କାହା କଥା ଶୁଣିବା” କିମ୍ବା “କେହି ଯାହା କହୁଛନ୍ତି ତାହା ଶୁଣିବା” କୁ ବୁଝାଏ ।
- ବାଇବେଲ ଈଶ୍ଵରଙ୍କୁ “ବାକ୍ୟ” ଏବଂ “ସ୍ୱର” ବୋଲି ବର୍ଣ୍ଣନା କରେ, ଯଦିଓ ଈଶ୍ଵରଙ୍କ ମନୁଷ୍ୟ ଭଳି ଶାରୀରିକ ଶରୀର ନାହିଁ ।
- ଶବ୍ଦ “ସ୍ୱର” ବେଳେବେଳେ ଜଣେ ବ୍ୟକ୍ତିଙ୍କ ଉପସ୍ଥିତିକୁ ବୁଝାଏ, ଯେପରି ଏହି ବିବୃତ୍ତିରେ: “ମରୁଭୂମିରେ ଏକ ସ୍ୱର ଶୁଣାଯାଏ, 'ପ୍ରଭୁଙ୍କ ପଥ ପ୍ରସ୍ତୁତ କର।' ଏହାକୁ ଏପରି ଅନୁବାଦ କରାଯାଇପାରେ “ମରୁଭୂମିରେ ଜଣେ ବ୍ୟକ୍ତି ଡାକିବାର ସ୍ଵର ଶୁଣାଯାଏ…।” (synecdoche ଦେଖନ୍ତୁ)
- ବେଳେବେଳେ “ସ୍ୱର” ଶବ୍ଦ ବସ୍ତୁଗୁଡ଼ିକ ପାଇଁ ବ୍ୟବହୃତ ହୁଏ ଯାହା ଆକ୍ଷରିକ ଭାବରେ କଥା କହିପାରିବେ ନାହିଁ, ଯେପରିକି ଯେତେବେଳେ ଦାଉଦ ଗୀତରେ ଚିତ୍କାର କରନ୍ତି ଯେ ଆକାଶର ଏକ “ସ୍ୱର” ହେଲା ଯାହା ସମଗ୍ର ପୃଥିବୀରେ ଶୁଭାଯାଏ । ଏହାର ଅର୍ଥ ଏହା ଯେ ଆକାଶରେ ଥିବା ବସ୍ତୁଗୁଡ଼ିକ ମନୁଷ୍ୟକୁ ସୃଷ୍ଟିକର୍ତ୍ତା ଈଶ୍ଵରଙ୍କ ବିଷୟରେ କିଛି ବିଷୟକୁ ପ୍ରକାଶ କରେ । (metaphor ଦେଖନ୍ତୁ)I
( ଆହ୍ୱାନ, ଘୋଷଣା କରିବା, ବୈଭବ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H6963, H7032, H7445, H8193, G29060, G54560
ସ୍ୱର୍ଣ୍ଣ, ସ୍ୱର୍ଣ୍ଣମୟ
ପରିଭାଷା
ସ୍ୱର୍ଣ୍ଣ ହଳଦିଆ ଏବଂ ଉଚ୍ଚ ଗୁଣର ଧାତୁ ଅଟେ ଯାହା ଅଳଙ୍କାର ସମୂହର ଏବଂ ଧାର୍ମିକ ବସ୍ତୁର ନିର୍ମାଣ କରିବା ନିମନ୍ତେ ବ୍ୟବହୃତ ହୁଏ I ଏହା ପ୍ରାଚୀନ କାଳରେ ସବୁଠାରୁ ମୂଲ୍ୟବାନ ଧାତୁଥିଲା I
- ବାଇବେଲ ସମୟରେ, ଅଲଗା ଅଲଗା ବସ୍ତୁ ଚୋଖା ସ୍ୱର୍ଣ୍ଣରେ ନିର୍ମିତ ହେଉଥିଲେ କିମ୍ବା ସ୍ୱର୍ଣ୍ଣର ମୋଟା ପରତରେ ଢ଼ାକି ଦିଆ ଯାଉଥିଲା I
- ଏହି ବସ୍ତୁଗୁଡ଼ିକରେ କାନଫୁଲ ଏବଂ ଅନ୍ୟାନ୍ୟ ଅଳଙ୍କାର, ଏବଂ ପ୍ରତିମା, ଯଜ୍ଞବେଦୀ, ଏବଂ ତମ୍ବୁ କିମ୍ବା ମନ୍ଦିରରେ ବ୍ୟବହୃତ ଅନ୍ୟାନ୍ୟ ବସ୍ତୁ ଯେପରିକି ନିୟମ ସିନ୍ଦୁକ ଅନ୍ତର୍ଭୁକ୍ତ ଥିଲା I
- ପୁରାତନ ନିୟମର ସମୟରେ, ସ୍ୱର୍ଣ୍ଣ କ୍ରୟ ଏବଂ ବିକ୍ରୟ ଏବଂ ଆଦାନ ପ୍ରଦାନ ନିମନ୍ତେ ବ୍ୟବହୃତ ହେଉଥିଲା I ଏହାର ମୂଲ୍ୟ ଏକ ତରାଜୁରେ ଆଙ୍କଳନ କରାଯାଉଥିଲା I
- ପରେ, ସ୍ୱର୍ଣ୍ଣ ଏବଂ ଅନ୍ୟ ବସ୍ତୁ ଯେପରି କି ରୁପା ପଇସା ରୂପରେ କ୍ରୟ ଏବଂ ବିକ୍ରୟ ନିମନ୍ତେ ବ୍ୟବହୃତ ହେଉଥିଲା I
- କୌଣସି ବସ୍ତୁକୁ ଦର୍ଶାଇବାକୁ ଯାହା ପ୍ରକୃତରେ ସ୍ୱର୍ଣ୍ଣ ନୁହେଁ, କିନ୍ତୁ କେବଳ ସ୍ୱର୍ଣ୍ଣ ପରତରେ ଢ଼ାକି ଦିଆଯାଏ, “ସ୍ୱର୍ଣମୟ” କିମ୍ବା “ସ୍ୱର୍ଣ- ଆବୃତ “କିମ୍ବା “ସ୍ୱର୍ଣ୍ଣ ମଢ଼ାଯିବା“ ଶବ୍ଦସବୁ ବ୍ୟବହୃତ କରି ଏହି ଶବ୍ଦଗୁଡ଼ିକୁ ଅନୁବାଦ କରାଯାଇପାରେ I
- ବେଳେ ବେଳେ ଗୋଟିଏ ବସ୍ତୁକୁ “ସ୍ୱର୍ଣ ରଙ୍ଗରେ” ବାଖ୍ୟା କରାଯାଏ, ଯାହାର ଅର୍ଥ ଏହା ସ୍ୱର୍ଣ୍ଣ ହଳଦିଆ ରଙ୍ଗ ଅଟେ କିନ୍ତୁ ବାସ୍ତବରେ ସ୍ୱର୍ଣ୍ଣରେ ନିର୍ମିତ ନୁହେଁ I
( ବେଦୀ, ନିୟମ ସିନ୍ଧୁକ, ମିଥ୍ୟା ଦେବତା , ରୂପା, ମିଳାପ ତମ୍ୱୁ, ମନ୍ଦିର: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1220, H1722, H2091, H2742, H3800, H5458, H6884, H6885, G55520, G55530, G55540, G55570
ସ୍ୱାଧିନ ହେବା,ସ୍ୱାଧିନ ପ୍ରାପ୍ତ,ସ୍ୱାଧିନ, ସ୍ୱାଧିନ ବ୍ୟକ୍ତି,ସ୍ଵଇଚ୍ଛା, ସ୍ୱତନ୍ତ୍ରତା
ପରିଭାଷା:
“ସ୍ୱାଧିନ” କିମ୍ବା “ସ୍ୱାଧିନତା “ଶବ୍ଦ ଦାସତ୍ୱରେ ନରହିବା କିମ୍ବା କୌଣସି ବନ୍ଧନରେ ନରହିବାକୁ ଦର୍ଶାଏ I “ସ୍ୱାଧିନତା” ନିମନ୍ତେ ଆଉ ଏକ ଶବ୍ଦ “ସ୍ୱତନ୍ତ୍ରତା“ ଅଟେI
- “କାହାକୁ ମୁକ୍ତ” କିମ୍ବା “କାହାକୁ ସ୍ୱାଧିନ କରିବା”ର ଅର୍ଥ କେହି ଦାସତ୍ୱ କିମ୍ବା ବନ୍ଦୀ ଅବସ୍ଥାରେ ନହେବା ପାଇଁ ଏକ ମାର୍ଗ ପ୍ରଦାନ କରିବା ଅଟେ I
- ବାଇବେଲରେ, ଏହି ଶବ୍ଦସବୁକୁ ସାଙ୍କେତିକ ରୂପରେ ଖ୍ରୀଷ୍ଟଙ୍କଠାରେ ଏକ ବିଶ୍ୱାସୀ ଆଉ ପାପର ଶକ୍ତି ତଳେ ନାହିଁ ବୋଲି ଦର୍ଶାଇବାକୁ ବ୍ୟବହାର କରାଯାଇଅଛି I
- “ସ୍ୱାଧିନତା “କିମ୍ବା “ସ୍ୱତନ୍ତ୍ରତା “ପ୍ରାପ୍ତ କରିବା ଅର୍ଥ ମୋଶାଙ୍କ ବ୍ୟବସ୍ଥା ମାନିବାର ଆଉ ଆବଶ୍ୟକତା ନାହିଁକୁ ଦର୍ଶାଏ, କିନ୍ତୁ ସ୍ୱାଧିନ ରୂପରେ ପବିତ୍ର ଆତ୍ମାଙ୍କ ଶିକ୍ଷା ଓ ପଥ ପ୍ରଦର୍ଶନରେ ଜୀବନଯାପନ କରିବାକୁ ବୁଝାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ସ୍ୱାଧିନ” ଶବ୍ଦକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରେ ଯାହାର ଅର୍ଥ “ବନ୍ଧନ ନୁହଁ “କିମ୍ବା “ଦାସତ୍ୱ ନୁହଁ ‘ କିମ୍ବା “ଦାସତ୍ୱରେ ନୁହଁ” କିମ୍ବା “କାରାରୋଧରେ ନୁହଁ” ଅଟେI
- “ସ୍ୱାଧିନତା ” କିମ୍ବା ” ସ୍ୱତନ୍ତ୍ରତା “ଶବ୍ଦକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଏ ଯାହାର ଅର୍ଥ “ମୁକ୍ତ ଅବସ୍ଥା “କିମ୍ବା “କ୍ରିତ ଦାସ ନହେବାର ଅବସ୍ଥା “କିମ୍ବା ବନ୍ଦିତ୍ୱରେ ବନ୍ଧା ନହେବା“ ଅଟେI
- “ମୁକ୍ତ କରିବା” ଅଭିବ୍ୟକ୍ତିକୁ “ସ୍ୱାଧିନ ନିମନ୍ତେ କାରଣ” କିମ୍ବା “ଦାସତ୍ୱରୁ ମୁକ୍ତ କରିବା” କିମ୍ବା “ବନ୍ଧନରୁ ମୁକ୍ତ କରିବା” ବୋଲି ଅନୁବାଦ କରାଯାଇପାରେ I
- ଯେଉଁ ବ୍ୟକ୍ତିକୁ “ସ୍ୱାଧିନ କରାଯାଇଅଛି “ତାହାକୁ ଛାଡ଼ି ଦିଆଯାଇଅଛି “କିମ୍ବା “ତାହାର ବନ୍ଧନ କିମ୍ବା ଦାସତ୍ୱ ତାହାଠାରୁ ନିଆ ଯାଇଅଛି” I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1865, H2600, H2666, H2668, H2670, H3318, H4800, H5068, H5069, H5071, H5337, H5352, H5355, H5425, H5674, H5800, H6299, H6362, H7342, H7971, G04250, G05250, G05580, G06290, G06300, G08590, G13440, G14320, G16570, G16580, G16590, G18490, G30890, G39550, G45060, G54830
ହତ୍ୟା, ବଧ
ପରିଭାଷା:
“ହତ୍ୟା” ଶବ୍ଦ ବହୁ ସଂଖ୍ୟକ ପଶୁ କିମ୍ୱା ଲୋକମାନଙ୍କର ହତ୍ୟା କିମ୍ୱା କ୍ରୁର ଭାବରେ ହତ୍ୟା କରିବାକୁ ଦର୍ଶାଏ । ଆହୁରି ଖାଦ୍ୟ ନିମନ୍ତେ ପଶୁ ହତ୍ୟା କରିବାକୁ ମଧ୍ୟ ବୁଝାଏ । ବଧ କରୁଥିବା କାର୍ଯ୍ୟ କୁ ମଧ୍ୟ “ହତ୍ୟା” କୁହାଯାଏ ।
- ଯେତେବେଳେ ପ୍ରାନ୍ତରରେ ଅବ୍ରାହମ ତମ୍ୱୁରେ ତିନି ଅତିଥିଙ୍କୁ ଆତିଥ୍ୟ କଲେ, ସେ ତାଙ୍କ ଦାସଙ୍କୁ ଏକ ବାଛୁରୀକୁ ମାରି ଅତିଥିମାନଙ୍କ ନିମନ୍ତେ ରୋଷେଇ କରିବାକୁ ଆଦେଶ ଦେଲେ ।
- ଭବିଷ୍ୟଦ୍ବକ୍ତା ଯିହିଜିକଲ ଭାବବାଣୀ କଲେ ଯେ ଈଶ୍ୱର ତାଙ୍କର ଦୂତମାନଙ୍କୁ ପଠାଇ ଯେଉଁମାନେ ତାହାଙ୍କ ବାକ୍ୟର ଅବଜ୍ଞାକାରୀଙ୍କୁ ହତ୍ୟା କରିବେ ।
- ପ୍ରଥମ ଶାମୁୟେଲରେ ଲିଖିତ ଅଛି ଯେ ଈଶ୍ୱରଙ୍କୁ ଅବଜ୍ଞା କରିବାର ଫଳ ଏକ ଦିନରେ 30 ହଜାର ଇସ୍ରାଏଲ ସନ୍ତାନମାନେ ସେମାନଙ୍କର ଶତ୍ରୁ ଦ୍ୱାରା ହତ ହୋଇଥିଲେ ।
- “ହତ କରିବା ନିମନ୍ତେ ବ୍ୟବହୃତ ଅସ୍ତ୍ର” ଅନୁବାଦ ହୋଇପାରିବ ଯଥା “ହତ୍ୟା କରିବା ଅସ୍ତ୍ର” ।
- “ସାମୂହିକ ହତ୍ୟା” ବାକ୍ୟାଂଶକୁ “ବହୁ ସଂଖ୍ୟାରେ ମଲେ” କିମ୍ୱା “ମୃତ୍ୟୁର ସଂଖ୍ୟା ଅନେକଥି ଲା” କିମ୍ୱା “ବହୁ ସଂଖ୍ୟକ ଲୋକ ଅତି ନିର୍ମମ ଭାବରେ ମଲେ” ବୋଲି ଅନୁବାଦ କରାଯାଇପାରେ ।
- “ହତ୍ୟା” ଶବ୍ଦକୁ “ମାରିବା” କିମ୍ୱା “ନିର୍ମମ” କିମ୍ୱା “ବଧ କରିବା” ବୋଲି ଅନୁବାଦ କରାଯାଇପାରେ ।
(ଦୂତ, ଗୋରୁ, ଅବାଧ୍ୟ, ଯିହିଜିକଲ, ଦାସ, ହତ୍ୟା: ଦେଖନ୍ତୁ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2026, H2027, H2028, H2076, H2491, H2873, H2874, H2878, H4046, H4293, H4347, H4660, H5221, H6993, H7524, H7819, H7821, G28710, G49670, G49690
ହସ୍ତ
ପରିଭାଷା:
“ହସ୍ତ” ଶବ୍ଦଟି ବାହୁର ଶେଷରେ ଶରୀରର ଏକ ଅଂଶକୁ ସୂଚାଏ I ଏହା ଈଶ୍ଵରଙ୍କ ବିଷୟରେ ହେଉ କିମ୍ବା ମନୁଷ୍ୟର ସନ୍ଦର୍ଭରେ ହେଉ, ଏହି ଶବ୍ଦକୁ ପ୍ରାୟତଃ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଶକ୍ତି, ନିୟନ୍ତ୍ରଣ, କିମ୍ବା କାର୍ଯ୍ୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏI
“ହସ୍ତ” ଶବ୍ଦର ବିଭିନ୍ନ ବ୍ୟବହାରରେ ନିମ୍ନରେ ଅନ୍ତର୍ଭୁକ୍ତ କରାଯାଇଅଛି:
- “ହସ୍ତ” ଶବ୍ଦଟି ସାଙ୍କେତିକ ଭାବରେ ଜଣେ ବ୍ୟକ୍ତି, ବସ୍ତୁ, କିମ୍ବା ସ୍ଥାନ “ପାଖରେ” ସ୍ଥିତିକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I
- “ହସ୍ତ ରଖିବା” ଅର୍ଥ “କ୍ଷତି” କରିବା ଅଟେ I “ହସ୍ତରୁ ବଞ୍ଚାଇବା” ଅର୍ଥ ଅନ୍ୟ ଜଣଙ୍କ ଦ୍ୱାରା କୌଣସି ଅନିଷ୍ଟରୁ ଉଦ୍ଧାର କରିବା ଅଟେ I
- “ଡାହାଣ ପାର୍ଶ୍ୱରେ” ରହିବାର ଅର୍ଥ “ଡାହାଣ ପାର୍ଶ୍ୱରେ” କିମ୍ବା “ଡାହାଣକୁ” ଅଟେ I
- “ହସ୍ତରେ” ଅଭିବ୍ୟକ୍ତିର ଅର୍ଥ ସେହି ବ୍ୟକ୍ତିର କାର୍ଯ୍ୟ ଦ୍ୱାରା କିମ୍ବା“ ମାଧ୍ୟମରେ ” ଅଟେ I ଉଦାହରଣ ସ୍ୱରୂପ, “ପ୍ରଭୁଙ୍କ ହସ୍ତରେ” ବାକ୍ୟର ଅର୍ଥ ଏହା ଯେ ଈଶ୍ଵର କୌଣସି ବିଷୟକୁ ଘଟାଇଲେ I
- “ହସ୍ତାନ୍ତର” କିମ୍ବା “ହସ୍ତରେ ବିତରଣ” ପରି ଅଭିବ୍ୟକ୍ତିଗୁଡ଼ିକ ଜଣକୁ ଅନ୍ୟର ନିୟନ୍ତ୍ରଣରେ କିମ୍ବା ଅଧିକାରରେ ରଖିବାକୁ ଦର୍ଶାଏ I
- “ହସ୍ତ ରଖିବା” ଶବ୍ଦ ସେହି ବ୍ୟକ୍ତିକୁ ଈଶ୍ଵରଙ୍କ ସେବାରେ ଉତ୍ସର୍ଗ କରିବା, ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା କିମ୍ବା ସେହି ବ୍ୟକ୍ତିକୁ ଆଶୀର୍ବାଦ ଦେବା ପାଇଁ ଈଶ୍ଵରଙ୍କୁ ଅନୁରୋଧ କରିବା ପାଇଁ ଜଣେ ବ୍ୟକ୍ତି ଉପରେ ହସ୍ତ ରଖିବାକୁ ବୁଝାଇପାରେ I
- ଯେତେବେଳେ ପାଉଲ “ମୋ ହସ୍ତରେ ଲିଖିତ” କହନ୍ତି, ଏହାର ଅର୍ଥ ଏହା ଯେ ସେ ନିଜେ ସେହି ପତ୍ରର ସେହି ଅଂଶକୁ ଅନ୍ୟ କାହାଠାରୁ ଲେଖିବା ପରିବର୍ତ୍ତେ ନିଜେ ଲେଖିଛନ୍ତି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ସମାନ ଅର୍ଥବୋଧକ ଶବ୍ଦଗୁଡ଼ିକୁ ବ୍ୟବହାର କରି ଏହି ଅଭିବ୍ୟକ୍ତି ଏବଂ ଅନ୍ୟାନ୍ୟ ସାଙ୍କେତିକ ଅଭିବ୍ୟକ୍ତି ବ୍ୟବହାର କରି ଅନୁବାଦ କରାଯାଇପାରେ I କିମ୍ବା ପ୍ରତ୍ୟକ୍ଷ, ଆକ୍ଷରିକ ଭାଷା ବ୍ୟବହାର କରି ଅର୍ଥକୁ ଅନୁବାଦ କରାଯାଇପାରେ (ଉପରେ ଉଦାହରଣ ଦେଖନ୍ତୁ ) I
- “ତାଙ୍କୁ ହସ୍ତଲିପି ଦେଲା” ଅଭିବ୍ୟକ୍ତିକୁ “ହସ୍ତଲିପି ଦେଲା” କିମ୍ବା “ହାତରେ ହସ୍ତଲିପି ଦେଲେ” ବୋଲି ଅନୁବାଦ କରାଯାଇପାରେ | ଏହା ତାକୁ ସ୍ଥାୟୀ ଭାବରେ ଦିଆଯାଇ ନଥିଲା, ମାତ୍ର ସେହି ସମୟରେ ଏହାକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଦିଆଯାଇଥିଲା |
- “ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କଲେ” କିମ୍ବା “ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କଲେ” ଭଳି ଏକ ଅଭିବ୍ୟକ୍ତିକୁ “ସେମାନଙ୍କର ଶତ୍ରୁମାନଙ୍କୁ ସେମାନଙ୍କୁ ପରାସ୍ତ କରିବାକୁ ଅନୁମତି ଦେଲେ” କିମ୍ବା “ସେମାନଙ୍କୁ ଶତ୍ରୁମାନଙ୍କ ଦ୍ୱାରା ଆକ୍ରମଣ କରିବାକୁ ଦେଲେ” କିମ୍ବା “ସେମାନଙ୍କର ଶତ୍ରୁମାନେ ସେମାନଙ୍କ ଉପରେ ନିୟନ୍ତ୍ରଣ କରିବାକୁ ଦଲେ” ବୋଲି ଅନୁବାଦ କରାଯାଇପାରେ I
- “ହସ୍ତ ଦ୍ୱାରା ମରାଗଲେ” ଶବ୍ଦକୁ “ହତ୍ୟା କରାଗଲା” ବୋଲି ଅନୁବାଦ କରାଯାଇପାରେ I
- “ଡାହାଣ ହସ୍ତର“ ଅଭିବ୍ୟକ୍ତିକୁ “ଡାହାଣ ପଟେ” ବୋଲି ଅନୁବାଦ କରାଯାଇପାରେ I
- ଯୀଶୁଙ୍କ “ପିତାଙ୍କ ଡାହାଣ ହସ୍ତରେ ବସିବା” ବିଷୟରେ ଯଦି ଏହା ଭାଷାରେ ଉଚ୍ଚ ପଦବୀ କିମ୍ବା ସମାନ ଅଧିକାରକୁ ଦର୍ଶାଏ ନାହିଁ, ଏହି ଅର୍ଥକୁ ପ୍ରକାଶ କରିବାକୁ ଏକ ଭିନ୍ନ ଅଭିବ୍ୟକ୍ତିକୁ ବ୍ୟବହାର କରାଯାଇପାରେ I କିମ୍ବା ଏକ ଛୋଟ ବ୍ୟାଖ୍ୟା ଦିଆ ଯାଇପାରେ: “ପିତାଙ୍କ ଡାହାଣ ପଟେ, ସବୁଠାରୁ ଉଚ୍ଚ ଅଧିକାର ପ୍ରାପ୍ତ ପଦବୀରେI”
(ଶକ୍ତି, ଡାହାଣ ହସ୍ତ, ସମ୍ମାନ, ଶକ୍ତି: ଦେଖନ୍ତୁ )
ବାଇବେଲ ପଦପର୍ବ:
- ପ୍ରେରିତ 7:25
- ପ୍ରେରିତ 8:17
- ପ୍ରେରିତ 11:21
- ଆଦି ପୁସ୍ତକ 9:5
- ଆଦି ପୁସ୍ତକ 14: 20
- ଯୋହନ 3: 36
- ମାର୍କ 7: 32
- ମାଥିଉ 6:3
ଶବ୍ଦବିନ୍ୟାସ :
- Strong’s: H2026, H2651, H2947, H2948, H3027, H3028, H3225, H3231, H3233, H3709, H7126, H7138, H8040, H8042, H8168, G07100, G11880, G14480, G14510, G21760, G29020, G40840, G44740, G54950, G54960, G54970
କ୍ରୋଧ, କ୍ରୋଧୀ
ସଂଜ୍ଞା:
“କ୍ରୋଧୀ ହେବା” କିମ୍ୱା “କ୍ରୋଧ ରଖିବା” ଅର୍ଥ କୌଣସି ବିଷୟ କିମ୍ୱା କୌଣସି ବ୍ୟକ୍ତିର ବିରୋଧରେ ଅତିମାତ୍ରାରେ ଅସନ୍ତୋଷ, ବିରକ୍ତ ଓ ମନ ଖରାପ କରିବା I * ଯେତେବେଳେ ଲୋକ ରାଗିଯାଆନ୍ତି, ସେମାନେ ବାରମ୍ୱାର ଅଧର୍ମୀ ଏବଂ ସ୍ୱାର୍ଥପର ହୋଇଯାନ୍ତି, କିନ୍ତୁ ସମୟେ ସମୟେ ସେମାନେ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଧାର୍ମିକତାର କ୍ରୋଧ କରନ୍ତି I
-
ପାପ ସମ୍ୱନ୍ଧରେ ପରମେଶ୍ୱରଙ୍କ କ୍ରୋଧ (ପ୍ରଚଣ୍ଡ କ୍ରୋଧ ମଧ୍ୟ କୁହାଯାଏ) ତାଙ୍କ ତୀବ୍ର ଅସନ୍ତୋଷକୁ ଦର୍ଶାଏ I
-
“କ୍ରୋଧକୁ ପ୍ରରୋଚିତ କରିବା” ବାକ୍ୟାଂଶର ଅର୍ଥ “କ୍ରୋଧୀ ହେବାର କାରଣ”
(ମଧ୍ୟ ଦେଖିପାରିବା: ପ୍ରଚଣ୍ଡ କ୍ରୋଧ)
ବାଇବଲ ପଦ ପର୍ୱ:
- ଏଫିସୀୟ 04:25-27
- ଯାତ୍ରାପୁସ୍ତକ 32:9-11
- ଯିଶାଇୟ 57:16-17
- ଯୋହନ 06:52-53
- ମାର୍କ 10:13-14
- ମାଥିଉ 26:6-9
- ଗୀତସଂହିତା 018:7-8
ବୋର୍ଡ ଡାଟା :
- Strong's: H599, H639, H1149, H2152, H2194, H2195, H2198, H2534, H2734, H2787, H3179, H3707, H3708, H3824, H4751, H4843, H5674, H5678, H6225, H7107, H7110, H7266, H7307, G23, G1758, G2371, G2372, G3164, G3709, G3710, G3711, G3947, G3949, G5520
ଭିକ ମାଗିବା, ଭିକାରୀ, ଅଭାବୀ ପରିଭାଷା:
“ଭିକ” ଶବ୍ଦର ଅର୍ଥ ତୁରନ୍ତ କାହାକୁ କିଛି ମାଗିବାଅଟେ ׀ ଏହା ପ୍ରାୟତଃ ଟଙ୍କା ମାଗିବାକୁ ବୁଝାଏ, କିନ୍ତୁ ଏହା ସାଧାରଣତଃ କୌଣସି ବିଷୟ ପାଇଁ ନିବେଦନ କରିବାକୁ ମଧ୍ୟ ବୁଝାଏ ׀
ପ୍ରାୟତଃ ଲୋକମାନେ ଯେତେବେଳେ କୌଣସି ବିଷୟକୁ ଆବଶ୍ୟକ କରନ୍ତି ସେତେବେଳେ ଭିକ୍ଷା କରନ୍ତି କିମ୍ବା ନିବେଦନ କରନ୍ତି, କିନ୍ତୁ ଅନ୍ୟ ଜଣକ ସେମାନେ ଯାହା ମାଗନ୍ତି ତାହା ଦେବେ କି ନାହିଁ ଜାଣନ୍ତି ନାହିଁ ׀ ଜଣେ “ଭିକାରୀ” ବ୍ୟକ୍ତି ଅଟେ ଯିଏ ଜନଗହଳି ସ୍ଥାନରେ ବସି କିମ୍ୱା ଠିଆ ହୋଇ ଲୋକମାନଙ୍କୁ ଟଙ୍କା ମାଗେ ׀ ବିଭିନ୍ନ ପ୍ରସଙ୍ଗ ଅନୁଯାୟୀ ଏହି ଶବ୍ଦକୁ “ପ୍ରାର୍ଥନା କରିବା” କିମ୍ବା “ଅତି ଆବଶ୍ୟକ ସ୍ଥଳେ ମାଗିବା” କିମ୍ବା “ଟଙ୍କା ଦାବି କରିବା” କିମ୍ବା “ନିୟମିତ ଭାବେ ଟଙ୍କା ମାଗିବା”ବୋଲି ଅନୁବାଦ କରାଯାଇପାରେ ׀ (ଦେଖନ୍ତୁ: ପ୍ରାର୍ଥନା କରିବା)
ବାଇବେଲ ପଦପର୍ବ:
ଲୂକ ୧୬:୨୦ ମାର୍କ ୬:୫୬ ମାଥିଉ ୧୪: ୩୬ ଗୀତସଂହିତା ୪୫:୧୨-୧୩
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
୧୦:୪ ଈଶ୍ଵର ସମସ୍ତ ମିସର ଦେଶକୁ ବେଙ୍ଗଗୁଡ଼ିକୁ ପଠାଇଲେ ׀ ଫାରୋ ମୋଶାଙ୍କୁ ବେଙ୍ଗ ପ୍ରତ୍ୟାର୍ପଣ କରିବା ନିମନ୍ତେ ପ୍ରାର୍ଥନା କଲେ ׀ ୨୯:୮ “ରାଜା ଆପଣା ଦାସକୁ ଡାକି କହିଲେ, “ରେ ଦୁଷ୍ଟ ଦାସ! ତୋର ଋଣ କୁ ମୁଁ କ୍ଷମା କଲି କାରଣ ତୁ ମୋତେ ପ୍ରାର୍ଥନା କଲୁ ׀
୩୨:୭ ଭୂତମାନଙ୍କର ବାହୀନୀ ଯୀଶୁଙ୍କୁ ପ୍ରାର୍ଥନା କଲେ, ”ଆମ୍ଭମାନଙ୍କୁ ଏହି ସ୍ଥାନରୁ ବାହାରକୁ ପଠାନ୍ତୁ ନାହିଁ ׀ ନିକଟସ୍ଥ ପର୍ବତରେ ଗୋଟିଏ ଘୁଷୁରୀ ପଲ ଚରୁଥିଲେ ׀ ତେଣୁ ଭୂତମାନଙ୍କର ବାହୀନୀ ଯୀଶୁଙ୍କୁ ନିବେଦନ କଲେ ଯେ “ଆମ୍ଭମାନଙ୍କୁ ସେହି ଘୁଷୁରୀମାନଙ୍କ ପାଖକୁ ଯିବାକୁ ଦିଅନ୍ତୁ ׀ ୩୨:୧୦ ଯେଉଁ ବ୍ୟକ୍ତି ଭୂତାଗ୍ରସ୍ତ ହୋଇଥିଲା ସେ ଯୀଶୁଙ୍କ ସହ ଯିବା ପାଇଁ ପ୍ରାର୍ଥନା କଲା ׀ ୩୫:୧୧ ତାଙ୍କ ପିତା ବାହାରକୁ ଆସି ତାହାଙ୍କୁ କହିଲେ ଆସ ଏବଂ ସେମାନଙ୍କ ସହ ଉତ୍ସବ ପାଳନ କର କିନ୍ତୁ ସେ ମନା କରିଦେଲା ׀ ୪୪:୧ ଦିନେ ପିତର ଏବଂ ଯୋହନ ମନ୍ଦିରକୁ ଯାଉଥିଲେ ׀ ସେମାନେ ମନ୍ଦିର ପ୍ରାଙ୍ଗଣ ପ୍ରବେଶ କରିବା ସମୟରେ ଜଣେ ଛୋଟା ସେମାନଙ୍କୁ ପଇସା ମାଗିବାର ଦେଖିଲେ ׀
ଶବ୍ଦବିନ୍ୟାସ: Strong’s: H0034, H7592, G01540, G18710, G43190, G44340
ବିଶ୍ୱାସଘାତ କରିବା, ବିଶ୍ୱାସଘାତକାରୀ
ପରିଭାଷା:
“ବିଶ୍ୱାସଘାତ କରିବା” ଶବ୍ଦଟି ଏପରି ଏକ ଶବ୍ଦ ଯାହାକି ଜଣକୁ ଠକିବା କିମ୍ବା କ୍ଷତି ପହଞ୍ଚାଇବାକୁ ବୁଝାଏ ׀ “ବିଶ୍ୱାସଘାତି” ବ୍ୟକ୍ତି ହେଉଛି ଏପରି ଏକ ବ୍ୟକ୍ତି ଯିଏକି ନିଜର ବିଶ୍ୱାସ ଯୋଗ୍ୟ ସାଙ୍ଗକୁ ବିଶ୍ୱାସଘାତ କରେ ׀
ଯିହୂଦା ଜଣେ “ବିଶ୍ୱାସଘାତି” ଥିଲା କାରଣ ସେ ଯିହୁଦୀୟ ନେତାମାନଙ୍କୁ ଯୀଶୁଙ୍କୁ ଧରାଇବାରେ ସାହାଯ୍ୟ କରିଥିଲା ׀
ଯିହୂଦାର ବିଶ୍ୱାସଘାତ ଗୋଟିଏ ମନ୍ଦ ଉଦ୍ଦ୍ୟେଶ ଥିଲା କାରଣ ସେ ଜଣେ ଯୀଶୁଙ୍କର ପ୍ରେରିତ ଥିଲା ଏବଂ କିଛି ପଇସା ପାଇଁ ସେ ଯିହୁଦୀୟ ନେତାମାନଙ୍କୁ ଯୀଶୁଙ୍କ ବିଷୟରେ ସମ୍ୱାଦ ଦେଇଥିଲା ଯାହାକି ଯୀଶୁଙ୍କ ଅନ୍ୟାୟ ଭାବେ ମୃତ୍ୟୁଦଣ୍ଡକୁ ଆଣିଥିଲା ׀
ଅନୁବାଦ ପ୍ରସ୍ତାବଗୁଡ଼ିକ:
ପ୍ରସଙ୍ଗକୁ ଅଧାର କରି “ବିଶ୍ୱାସଘାତ କରିବା” ଶବ୍ଦକୁ କ୍ଷତିକରିବା କିମ୍ବା ଶତ୍ରୁ ଆଡ଼କୁ ଢ଼ଳିଯିବା କିମ୍ବା ଶତୃ ପରି ଆଚରଣ କରିବା ବୋଲି ଅନୁବାଦ କରାଯାଇପାରେ ׀ “ବିଶ୍ୱାସଘାତି” ଶବ୍ଦକୁ ”ଜଣେ ବ୍ୟକ୍ତି ଯିଏ ଠକେ କିମ୍ୱା ପ୍ରତାରଣା କରେ” ବୋଲି ଅନୁବାଦ କରାଯାଇପାରେ ׀ (ଦେଖନ୍ତୁ: ଇଷ୍କାରିୟୋତୀୟ ଯିହୂଦା , ଯିହୁଦୀ ନେତାଗଣ, ପ୍ରେରିତ )
ବାଇବେଲ ପଦପର୍ବ:
ପ୍ରେରିତ ୭:୫୨ ଯୋହନ ୬:୬୪ ଯୋହନ ୧୩:୨୨ ମାଥିଉ ୧୦:୪ ମାଥିଉ ୨୬:୨୨
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
୨୧:୧୧ ଅନ୍ୟ ଭବିଷ୍ୟତ୍ବକ୍ତା ପୂର୍ବରୁ କହିଯାଇଥିଲେ ଯେ ମସୀହଙ୍କୁ ମାରି ଦିଆଯିବ ଏବଂ ତାଙ୍କ ପୋଷାକକୁ ଗୁଲିବାଣ୍ଟ ଦ୍ୱାରା ନିଆଯିବ ଏବଂ ତାଙ୍କ ଜଣେ ବନ୍ଧୁ ତାହାଙ୍କୁ ବିଶ୍ୱାସଘାତ କରିବେ ׀ ଜିଖରୀୟ ଭବିଷ୍ୟତ୍ବକ୍ତା କହିଥିଲେ ଯେ ତାଙ୍କ ସାଙ୍ଗ ତିରିଶ ଗୋଟି ରୌପ୍ୟ ମୁଦ୍ରା ପାଇଁ ମସୀହଙ୍କୁ ପ୍ରତାରଣା କରିବେ ׀ ୩୮:୨ ଯୀଶୁ ଏବଂ ତାଙ୍କର ଶିଷ୍ୟମାନେ ଯିରୂଶାଲମକୁ ଆସିଲା ପରେ, ଯିହୂଦା ଯିହୁଦୀୟ ନେତାମାନଙ୍କ ପାଖକୁ ଯାଇ କିଛି ପଇସା ପାଇଁ ଯୀଶୁଙ୍କୁ ବିଶ୍ୱାସଘାତ କଲା ׀ ୩୮:୩ ଜଣେ ମହାଯାଜକ ଦ୍ୱାରା ଯିହୁଦୀୟ ନେତାମାନେ ଯିହୂଦା ଙ୍କୁ ତିରିଶ ଗୋଟି ରୌପ୍ୟ ମୁଦ୍ରା ଦେଇ ଯୀଶୁଙ୍କୁ ବିଶ୍ୱାସଘାତ କରାଇଲେ ׀
୩୮:୬ ତତ୍ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ବିଶ୍ୱାସଘାତ କରିବ ׀ ଯୀଶୁ କହିଲେ ଯେଉଁ ବ୍ୟକ୍ତିଙ୍କୁ ମୁଁ ରୁଟି ଦେଉଅଛି ସେ ବିଶ୍ୱାସଘାତି ଅଟେ ׀ ୩୮:୧୩ ସେ ଯେତେବେଳେ ତୃତୀୟ ଥର ଫେରିଲେ, ଯୀଶୁ କହିଲେ “ଉଠ!” ମୋର ପ୍ରବଞ୍ଚନାକାରୀ ଏଠାରେ”׀
୩୮:୧୪ ତତ୍ପରେ ଯୀଶୁ କହିଲେ, ଯିହୂଦା ତୁମ୍ଭେ ମୋତେ ଚୁମ୍ୱନ ଦ୍ୱାରା ବିଶ୍ୱାସଘାତ କରିବ କି? “
୩୯:୮ ସେହି ସମୟରେ ବିଶ୍ୱାସଘାତି ଯିହୂଦା ଦେଖିଲା ଯେ ଯିହୁଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ନେଉଛନ୍ତି ׀ ସେ ଦୁଃଖରେ ପରିପୂର୍ଣ୍ଣ ହୋଇ, ଯାଇ ନିଜକୁ ହତ୍ୟା କଲା׀
ଶବ୍ଦବିନ୍ୟାସ :
Strong’s: H7411, G38600, G42730
"ସପ୍ତାହ, ସପ୍ତାହ ସମୁହ"
ସଂଜ୍ଞା:
"ସପ୍ତାହ" କୁ ଆକ୍ଷରିକ ଭାବେ ସାତ ଦିନ ସମୟକୁ ସୂଚିତ କରାଯାଏ ׀ * ଯିହୁଦୀ ୟ ନୀୟମ ଅନୁଯାୟୀ ଗୋଟିଏ ସପ୍ତାହ ଶନିବାର ସୂର୍ଯାସ୍ତରୁ ଆରମ୍ଭ ହୋଇ ତା ପର ଶନିବାର ସୂର୍ଯାସ୍ତରେ ଶେଷ ହୁଏ ׀ * ବାଇବଲରେ "ସପ୍ତାହ" କୁ ଆକ୍ଷରିକ ଭାବେ ସାତର ସମାହାର ସଂଖ୍ୟାକୁ ସୂଚିତ କରାଯାଉଥିଲା ଯେପରିକି ସାତ ବର୍ଷ ׀ * "ସପ୍ତାହର ପର୍ୱ" ଗୋଟିଏ ଶସ୍ୟ ଉତ୍ସର୍ଗ ପର୍ୱଥିଲା ଯାହାକୁ ନିସ୍ତାର ପର୍ୱର ସାତ ସପ୍ତାହ ପରେ ପାଳନ କରାଯାଉଥିଲା ׀ ଏହାକୁ "ପେଣ୍ଟିକଷ୍ଟ" କୁହାଯାଉଥିଲା ׀
(ଦେଖନ୍ତୁ: ପେଣ୍ଟିକଷ୍ଟ)
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H7620, G4521
ରକ୍ତପାତ
ସଂଜ୍ଞା:
"ରକ୍ତପାତ" ଶବ୍ଦଟି କୌଣସି ବ୍ୟକ୍ତିର ମୃତ୍ୟୁକୁ ବୁଝାଏ ଯାହାକୁ ହତ୍ୟା,ଯୁଦ୍ଧ ବା କୌଣସି ହିଂସାତ୍ମକ କାର୍ଯ୍ୟଦ୍ୱାରା ଘଟିଥାଏ ׀ * ଏହାର ଆକ୍ଷରିକ ଅର୍ଥ "ରକ୍ତ ପ୍ରବାହ" ଯାହାର ଅର୍ଥ କୌଣସି ବ୍ୟକ୍ତିର କ୍ଷତରୁରକ୍ତ ନିର୍ଗତ ହେବା׀ * "ରକ୍ତପାତ" ଶବ୍ଦଟି ଅନେକ ଲୋକଙ୍କୁ ମାରିବା ବିଷୟରେ ଉଲ୍ଲେଖ କରେ ׀ * ଏହା ନରହତ୍ୟା ପାପ ସହ ଜଡ଼ିତ ׀
ଅନୁବାଦର ପ୍ରସ୍ତାବ
"ରକ୍ତପାତ" ଶବ୍ଦକୁ "ଲୋକମାନଙ୍କୁ ମାରିବା" ବା "ବହୁତ ଲୋକଙ୍କୁ ମରାଇବା" ବୋଲି ଅନୁବାଦ କରାଯାଇପାରେ ׀ "ରକ୍ତପାତ ମାଧ୍ୟମରେ" ଶବ୍ଦକୁ "ଲୋକମାନଙ୍କୁ ମାରିବା" ବୋଲି ଅନୁବାଦ କରାଯାଇପାରେ ׀ * "ନିର୍ଦ୍ଦୋଷରକ୍ତପାତ" ଅର୍ଥାତ୍ "ନିରୀହ ଲୋକଙ୍କୁ ମାରିବା" ׀ * "ରକ୍ତପାତ ପରେରକ୍ତପାତ"କୁ ଏହିପରି ଅନୁବାଦ କରାଯାଇପାରେ "ସେମାନେ ଲୋକମାନଙ୍କୁ ମାରି ଚାଲିଛନ୍ତି" ବା "ଲୋକମାନଙ୍କୁ ମାରିବା ଚାଲୁରହିଛି",ବା "ସେମାନେ ଅନେକଙ୍କୁ ମାରି ସେହି କାମ ଜାରିରଖିଛନ୍ତି" ବା "ଲୋକମାନେ ଅନ୍ୟ ଲୋକଙ୍କୁ ମାରି ଚାଲିଛନ୍ତି" ׀ * ଅନ୍ୟ ଆକ୍ଷରିକ ଅର୍ଥ "ରକ୍ତପାତ ତୁମ୍ଭକୁ ଅନୁସରଣ କରିବ" ବାକ୍ୟକୁ "ତୁମ୍ଭର ଲୋକମାନେ ରକ୍ତପାତ ଜାରିରଖିବେ" ବା "ତୁମ୍ଭର ଲୋକମାନଙ୍କୁ ମରାଯିବ" ବା "ତୁମ୍ଭର ଲୋକମାନଙ୍କୁ ଅନ୍ୟ ଦେଶ ସହିତ ଯୁଦ୍ଧରେ ନୀୟୋଜିତ କରାଯାଇ ମରିବାକୁ ଛାଡ଼ି ଦିଆଯିବ ׀
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H1818, G2210
ସଙ୍ଗୀ, ସହକର୍ମୀ, ବନ୍ଧୁ
ସତ୍ୟ ଘଟଣାବଳୀ:
ଶବ୍ଦ “ସଙ୍ଗୀ” ଜଣେ ବ୍ୟକ୍ତି ଯିଏ କାହା ସହ ଯାଏ କିମ୍ୱା ଯିଏ ଅନ୍ୟ ଜଣକୁ ସହଭାଗିତା ଦିଏ ଯେପରି ବିବାହରେ କିମ୍ୱା ବନ୍ଧୁତ୍ୱରେ । “ସହକର୍ମୀ” ଶବ୍ଦ ଜଣେ ବ୍ୟକ୍ତିକୁ ବୁଝାଏ ଯିଏ କି ଅନ୍ୟ ବ୍ୟକ୍ତି ସହ ମିଶି କାର୍ଯ୍ୟ କରେ।
-
ସଙ୍ଗୀମାନେ ଏକତ୍ର ଅନୁଭୁତି ଦେଇ ଗତି କରନ୍ତି, ଖାଦ୍ୟ ଏକତ୍ର ଖାଆନ୍ତି, ଏବଂ ପରସ୍ପରକୁ ସାହାଯ୍ୟ ଓ ଉତ୍ସାହ ଦିଅନ୍ତି।
-
ପ୍ରସଙ୍ଗ ଉପରେ ଆଧାର କରି ଏହି ଶବ୍ଦକୁ ଅନୁବାଦ କରାଯାଇପାରେ ଯଥା, “ବନ୍ଧୁ” କିମ୍ୱା “ସହଯାତ୍ରୀ” କିମ୍ୱା “ସହଯାତ୍ରୀ ଯିଏ ସହାୟକ ଅଟେ” କିମ୍ବା “ସାଥିରେ କାମ କରୁଥିବା ବ୍ୟକ୍ତି।“
ବାଇବେଲ ପଦପର୍ବ:
- ଯିହିଜିକଲ ୩୭:୧୬
- ଏବ୍ରୀ ୧:୯
- ହିତପଦେଶ ୨:୧୭
- ଗୀତସଂହିତା ୩୮:୧୧-୧୨
ଶବ୍ଦବିନ୍ୟାସ:
- Strong’s: H0251, H0441, H2269, H2270, H2273, H2278, H3674, H3675, H4828, H7453, H7462, H7464, G28440, G33530, G48980, G49040
ଅବତରଣ କରିବା, ବଂଶଧର
ପରିଭାଷା:
ଜଣେ "ବଂଶଧର" ସିଏ ଅଟେ ଯିଏ ଇତିହାସରେ ଅନ୍ୟର ପ୍ରତ୍ୟକ୍ଷ ରକ୍ତ ସମ୍ପର୍କୀୟ ଅଟେ I
- ଉଦାହରଣ ସ୍ୱରୁପ, ଅବ୍ରହାମ ନୋହଙ୍କ ବଂଶଧର ଥିଲେ I
- ଜଣେ ବ୍ୟକ୍ତିର ବଂଶଧର ତାଙ୍କର ପିଲାମାନେ, ନାତି ନାତୁଣୀ ଅଟନ୍ତି I ଯାକୁବଙ୍କର ବଂଶଧର ଇସ୍ରାଏଲର ବାର ଜାତି ଥିଲେ I
- ”ବଂଶରୁ” ଶବ୍ଦକୁ “ଏକ ବଂଶଧର” ବୋଲି ଅନୁବାଦ କରାଯାଇପାରେ ଯେପରି “ଅବ୍ରହାମ ନୋହଙ୍କ ବଂଶଧର ଥିଲେ I” ଏହାକୁ “ପରିବାରର” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଅବ୍ରହାମ, ପୂର୍ବପୁରୁଷ, ଯାକୁବ, ନୋହ, ବାର ଗୋଷ୍ଠୀ ଦେଖନ୍ତୁ)
ବାଇବେଲ ପଦପର୍ବ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 2:9 _ “ନାରୀର ବଂଶ ତୁମ୍ଭର ମସ୍ତକକୁ ଆଘାତ କରିବ ଏବଂ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବI”
- 4:9 ”ମୁଁ ତୁମ୍ଭର ବଂଶକୁ କିଣାନ ଦେଶ ଦେବିI”
- 5:10 _” ତୁମ୍ଭର ବଂଶ ଆକାଶର ନକ୍ଷେତ୍ରଠାରୁ ଅଧିକ ହେବ I”
- 17:7 _”ତୁମ ପରିବାରରୁ ଜଣେ ଇସ୍ରାଏଲ ଉପରେ ରାଜା ହୋଇ ସବୁବେଳେ ରାଜତ୍ୱ କରିବ ଏବଂ ମସିହ ସେମାନଙ୍କ ବଂଶରୁ ଜଣେ ହେବେ I”
- 18:13 ଯିହୁଦାର ରାଜା ସମସ୍ତେ ଦାଉଦଙ୍କ ବଂଶଧର ଥିଲେ I
- 21:4 ଈଶ୍ୱର ଦାଉଦ ରାଜାଙ୍କୁ ପ୍ରତିଜ୍ଞା କଲେ ଯେ ମସିହ ଦାଉଦଙ୍କ ନିଜ ବଂଶରୁ ହେବେ I
- 48:13 ଈଶ୍ୱର ଦାଉଦ ରାଜାଙ୍କୁ ପ୍ରତିଜ୍ଞା କଲେ ଯେ ମସିହ ଦାଉଦଙ୍କ ବଂଶରୁ ହେବେ I ଯୀଶୁ, ମସିହ, ସେହି ବିଶେଷ ବଂଶ ଥିଲେ I
ଶବ୍ଦବିନ୍ୟାସ :
- Strong’s: H0319, H1004, H1121, H1323, H1755, H2232, H2233, H3205, H3211, H3318, H3409, H4294, H5220, H6849, H7611, H8435, G10740, G10850, G46900
ଅପବିତ୍ର, ଅପବିତ୍ର ହେବା, ଅପବିତ୍ର କରିବା
ପରିଭାଷା:
“ଅପବିତ୍ର”ର ଅର୍ଥ ପବିତ୍ର ସ୍ଥାନକୁ କିମ୍ୱା ପବିତ୍ର ବିଷୟକୁ ଏପରି କରିବା ଯାହା ଆରାଧନା ନିମନ୍ତେ ଗ୍ରହଣୀୟ ହୁଏ ନାହିଁ I * ବେଳେବେଳେ କିଛି ବିଷୟକୁ ଅପବିତ୍ର କରିବା ସେହି ବିଷୟ ପ୍ରତି ଘୃଣା ଭାବ ରଖିବା ଅଟେ I * ଉଦାହରଣ ସ୍ୱରୂପ, ବିଜାତୀୟ ରାଜାମାନେ ଈଶ୍ୱରଙ୍କ ମନ୍ଦିରର ପବିତ୍ର ପାତ୍ର ସବୁକୁ ପାର୍ଟିରେ ବ୍ୟବହାର କରି ଅପବିତ୍ର କଲେ I * ମୃତ୍ୟୁ ବ୍ୟକ୍ତିମାନଙ୍କର ଅସ୍ତିକୁ ଈଶ୍ୱରଙ୍କ ମନ୍ଦିରକୁ ଅପବିତ୍ର କରିବା ପାଇଁ ଶତ୍ରୁମାନେ ଏସବୁ ବ୍ୟବହାର କରୁଥିଲେ I * ଏହାକୁ ମଧ୍ୟ ଏପରି ଭାଷାନ୍ତର କରାଯାଇପାରେ “ଅପବିତ୍ର କରାଇବା” କିମ୍ୱା “ଅପବିତ୍ର କରି ଅସମ୍ମାନ କରିବା” କିମ୍ୱା “ଘୃଣ୍ୟଭାବେ ଅପବିତ୍ର କରିବା” କିମ୍ୱା “ଅଶୁଚି କରିବା” I
(ମଧ୍ୟ ଦେଖନ୍ତୁ:ବେଦୀ, ଅପବିତ୍ର,ଅସମ୍ମାନ,ଅଶୁଚି,ପବିତ୍ର,ମନ୍ଦିର, ପବିତ୍ର)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H2490, H2610, H2930, G953
ଭବିଷ୍ୟତ ନିର୍ଦ୍ଧାରଣ କରିବା, ଭବିଷ୍ୟତ ନିର୍ଦ୍ଧାରଣ ହେବା, ଭାଗ୍ୟ, ପୂର୍ବରୁ ନିର୍ଦ୍ଧାରଣ ହୋଇଥିବା
ପରିଭାଷା:
“ଭାଗ୍ୟ” ଶବ୍ଦଟି ଭବିଷ୍ୟତରେ ଲୋକମାନଙ୍କ ଜୀବନରେ କ’ଣ ଘଟିବ ତାହା ବୁଝାଏ I ଯଦି କେହି କିଛି କରିବା ପାଇଁ ଇଛା କରେ, ଏହାର ଅର୍ଥ ହେଲା ଯାହା ସେହି ଲୋକ କରିବା ପାଇଁ ଇଛା କରେ ତାହା ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଟେ I * ଯେତେବେଳେ ଈଶ୍ୱର କୌଣସି ଦେଶ ପ୍ରତି କ୍ରୋଧ ନିର୍ଦ୍ଧାରଣ କରନ୍ତି, ଏହାର ଅର୍ଥ ଯେ ଈଶ୍ୱର ନିର୍ଦ୍ଧାରିତ କରିଛନ୍ତି ଯେ ପାପ ହେତୁ ସେହି ଦେଶକୁ ଦଣ୍ଡ ଦେବ ପାଇଁ I * ଯିହୁଦା ଦଣ୍ଡ ପାଇଁ ନିର୍ଦ୍ଧାରିତ ହୋଇଥିଲେ, ଯାହାରା ଅର୍ଥ ହେଲା ଈଶ୍ୱର ନିର୍ଦ୍ଧାରିତ କରିଥିଲେ ଯେ ଯିହୁଦା ତାଙ୍କ ଆବଧ୍ୟ ହେତୁ ବିନଷ୍ଟ ହେବେ I * ପ୍ରତ୍ୟକ ବ୍ୟକ୍ତିର ଚୁଡାନ୍ତ ଅନନ୍ତକାଳ ଭାଗ୍ୟ ଅଛି ସ୍ୱର୍ଗରେ କିମ୍ୱା ନର୍କରେ ହେଉ I * ଯେତେବେଳେ ଉପଦେଶକ ପୁସ୍ତକର ଲେଖକ କହନ୍ତି ଯେ ସମସ୍ତଙ୍କ ଭାଗ୍ୟ ସମାନ ସେ କହନ୍ତି ଯେ ସବୁ ଲୋକ ଶେଷରେ ମୃତ୍ୟୁବରଣ କରିବେ I
ଭାଷାନ୍ତର ପାଇଁ ପ୍ରସ୍ତାବନା:
- ବାକ୍ୟାଶଂ “ଦଣ୍ଡ ନିମନ୍ତେ ନିର୍ଦ୍ଧାରିତ”କୁ ଭାଷାନ୍ତର ମଧ୍ୟ କରାଯାଇପାରେ ଯେପରି “ନିଷ୍ପତି ହୋଇଛି ତୁମେ ଦଣ୍ଡ ପାଇବା ପାଇଁ” କିମ୍ୱା “ତୁମେ କ୍ରୋଧ ଅନୁଭବ କରିବା ପାଇଁ ସ୍ଥିରିକୃତ ହୋଇଅଛି”I
- ଆଳଙ୍କାରିକ ଭାବରେ “ଖଡ଼୍ଗ ପାଇଁ ସେମାନେ ନିର୍ଦ୍ଧାରିତ ଅଟନ୍ତି” ମଧ୍ୟ ଅନ୍ୟ ଭାବରେ ଭାଷାନ୍ତର କରାଯାଇପାରିବ ଯେପରି “ଈଶ୍ୱର ନିଷ୍ପତି କରିଛନ୍ତି ଯେ ସେମାନେ ସେମାନଙ୍କ ଶତ୍ରୁମାନଙ୍କ ଦ୍ୱାରା ଖଡ଼୍ଗରେ ହତ ହେବେ” କିମ୍ୱା “ଈଶ୍ୱର ନିର୍ଦ୍ଧାରିତ କରିଛନ୍ତି ଯେ ସେମାନେ ସେମାନଙ୍କ ଶତ୍ରୁମାନଙ୍କ ଦ୍ୱାରା ଖଡ଼୍ଗରେ ମରା ଯିବେ “I
-
- ବାକ୍ୟାଶଂ “ତୁମେ ନିର୍ଦ୍ଧାରିତ ହୋଇଅଛ”କୁ ଭାଷାନ୍ତର ମଧ୍ୟ କରାଯାଇପାରେ ଯେପରି “ଈଶ୍ୱର ନିଷ୍ପତି ନେଇ ଅଛନ୍ତି ତୁମେ କ’ଣ ହେବ I”
- ପରିପ୍ରେକ୍ଷୀକୁ ନିର୍ଭର କରି, “ଭାଗ୍ୟ”କୁ “ଶେଷ” କିମ୍ୱା “ଶେଷରେ କ’ଣ ଘଟିବ” କିମ୍ୱା “ଈଶ୍ୱର କ”ଣ ନିର୍ଦ୍ଧାରିତ କରିଛନ୍ତି ଘଟିବା ପାଇଁ ଘଟିବ” I
(ମଧ୍ୟ ଦେଖନ୍ତୁ:ବନ୍ଦୀ, ଅନନ୍ତକାଳ,ସ୍ୱର୍ଗ, ନର୍କ,ଡୁବକ ଯୋହନ,ଅନୁତାପ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H2506, H4150, H4487, H4745, H6256, H4507, G5056, G5087
କଟିଭାଗ, ଅଣ୍ଟା
ପରିଭାଷା:
“କଟିଭାଗ” ଶବ୍ଦ ଏକ ପଶୁ କିମ୍ବା ବ୍ୟକ୍ତିର ଶରୀରର ଅଙ୍ଗକୁ ବୁଝାଏ ଯାହା ତଳ ପଟି ଏବଂ କଟି ହାଡ ମଧ୍ୟରେ ରହିଥାଏ, ଯାହାକୁ ତଳ ପେଟ ମଧ୍ୟ କୁହାଯାଏ |
- “ଅଣ୍ଟାଭିଡିବା” ଅଭିବ୍ୟକ୍ତି କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ହେବାକୁ ବୁଝାଏ | ସହଜରେ କାର୍ଯ୍ୟ କରିବା ପାଇଁ ଏହା ଏକ ପୋଷାକର ତଳ ଅଂଶକୁ ଅଣ୍ଟାର ବନ୍ଧନକୁ ବୁଝାଏ |
- ବଳି ଦିଆଯାଇଥିବା ପଶୁର ତଳ ଅଂଶକୁ ବୁଝାଇବା ପାଇଁ “କଟିଭାଗ” ଶବ୍ଦ ବାଇବେଲରେ ବ୍ୟବହୃତ |
- ବାଇବେଲରେ, “କଟିଭାଗ” ଶବ୍ଦଟି ସାଙ୍କେତିକ ଭାବରେ ଏବଂ ଆଳଙ୍କାରିକ ଭାବରେ ମନୁଷ୍ୟର ପ୍ରଜନନ ଅଙ୍ଗକୁ ତାଙ୍କ ବଂଶର ଉତ୍ସ ଭାବରେ ସୂଚିତ କରେ | (ଦେଖନ୍ତୁ: euphemism)
- “ତୁମ୍ଭର କଟିଭାଗରୁ ଆସିବ” ଅଭିବ୍ୟକ୍ତିକୁ “ତୁମ୍ଭର ସନ୍ତାନ ହେବ” କିମ୍ବା “ତୁମ୍ଭର ବଂଶରୁ ଜନ୍ମ ହେବ” କିମ୍ବା “ତୁମ୍ଭଠାରୁ ଆସିବାକୁ ଈଶ୍ଵର ପ୍ରେରିତ କରିବେ |” (ଦେଖନ୍ତୁ: euphemism)
- ଶରୀରର ଏକ ଅଙ୍ଗକୁ ସୂଚାଇବାବେଳେ, ପ୍ରସଙ୍ଗ ଉପରେ ଆଧାର କରି ଏହାକୁ “ପେଟ” କିମ୍ବା “କଟି” କିମ୍ବା “ଅଣ୍ଟା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ |
(ଦେଖନ୍ତୁ: ବଂଶ, ଭିଡିବା, ସନ୍ତାନ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2504, H3409, H3689, H4975, G37510
ବହୁଗୁଣିତ ହେବା, ବହୁଗୁଣିତ, ଗୁଣନ
ପରିଭାଷା:
“ବହୁଗୁଣିତ ହେବା” ଶବ୍ଦର ଅର୍ଥ ସଂଖ୍ୟାରେ ବହୁଗୁଣିତ ହେବା I ଏହାର ଅର୍ଥ କୌଣସି ବିଷୟକୁ ପରିମାଣରେ ବୃଦ୍ଧି ହେବାର କାରଣ ମଧ୍ୟ ହୋଇପାରେ, ଯେପରିକି ଯନ୍ତ୍ରଣା ବହୁଗୁଣିତ ହେବା I
- ପରମେଶ୍ୱର ପଶୁ ଓ ମନୁଷ୍ୟକୁ ବୃଦ୍ଧି ପାଇବାକୁ ଓ ପୃଥିବୀକୁ ପୂର୍ଣ୍ଣ କରିବାକୁ କହିଲେ I ସେମାନଙ୍କର ନିଜ ଜାତିର ପୁନଃ ଉତ୍ପାଦନ କରିବାକୁ ଏହା ଏକ ଆଜ୍ଞା ଥିଲା I
- 5000 ଲୋକଙ୍କୁ ଖାଇବାକୁ ଦେବା ପାଇଁ ଯୀଶୁ ରୁଟି ଏବଂ ମାଛକୁ ବହୁଗୁଣିତ କଲେ | ଖାଦ୍ୟର ପରିମାଣ ବହୁଗୁଣିତ ଯାହା ଦ୍ଵାରା ସମସ୍ତଙ୍କୁ ଖାଇବାକୁ ଯଥେଷ୍ଟ ଖାଦ୍ୟ ଥିଲା I
- ପୃଷ୍ଠଭୂମି ଉପରେ ନିର୍ଭର କରି, ଏହି ଶବ୍ଦକୁ “ବୃଦ୍ଧି” କିମ୍ବା “ବୃଦ୍ଧି ହେବାର କାରଣ” କିମ୍ବା “ସଂଖ୍ୟାରେ ବହୁଗୁଣିତ” କିମ୍ବା “ସଂଖ୍ୟାରେ ବୃଦ୍ଧି” କିମ୍ବା “ଅଧିକ ହେବା” ବୋଲି ଅନୁବାଦ କରାଯାଇପାରେ I
- “ତୁମ୍ଭର ବେଦନା ଆହୁରି ଅସହାନୀୟ କରିବାର କାରଣ ହେବା “ ବାକ୍ୟାଂଶକୁ “ତୁମ୍ଭର ବେଦନା ଅତିଶୟ ବୃଦ୍ଧି କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ଘୋଡାର ବୃଦ୍ଧି କରିବା” ର ଅର୍ଥ “ଧିରେ ଧିରେ ଅଧିକ ଘୋଡା ରଖିବା” କିଅବା “ଅଧିକ ସଂଖ୍ୟାରେ ଘୋଡା ଆଣିବା” କୁ ବୁଝାଏ I
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H3254, H3527, H6280, H7231, H7233, H7235, H7680, G40520, G41290
ବାଧା ଦେବା
ପରିଭାଷା:
“ବାଧା ଦେବା” ଏବଂ “ବାଧା ଦେବା” ଶବ୍ଦକୁ କାହାକୁ କିମ୍ବା କୌଣସି ବିଷୟ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ବୁଝାଏ। ଏହା ସାଧାରଣତଃ କୌଣସି ବିଷୟକୁ ଅନୁସରଣ କରିବା ପରେ କିମ୍ବା ଅଧିନକୁ ନେବାକୁ ବୁଝାଏ।
- ଯେବେ ସାମରିକ ସେନାମାନେ ଏକ ଶତ୍ରୁକୁ “ଆକ୍ରମଣ” କରନ୍ତି, ଏହାର ଅର୍ଥ ସେମାନେ ଯୁଦ୍ଧରେ ସେହି ଶତ୍ରୁକୁ ପରାସ୍ତ କରଛନ୍ତି।
- ଯେତେବେଳେ ଏକ ଶିକାରଜୀବୀ ପ୍ରାଣୀ ତା’ର ଶିକାରକୁ ଆକ୍ରମଣ କରେ, ଏହାର ଅର୍ଥ ଏହା ତା’ର ଶିକାରକୁ ନିଜ ଅଧିନକୁ ଆଣେ
- ଯଦି ଏକ ଅଭିଶାପ କାହାକୁ “ନିୟନ୍ତ୍ରଣ” କରେ, ଏହାର ଅର୍ଥ ସେହି ଅଭିଶାପରେ ଯାହା କୁହାଯାଇଛି ତାହା ସେହି ବ୍ୟକ୍ତିଙ୍କ ସହ ଘଟେ।
- ଯଦି ଆଶୀର୍ବାଦ ଲୋକମାନଙ୍କୁ “ନିୟତ୍ରଣ” କରେ, ଏହାର ଅର୍ଥ ସେହି ଲୋକମାନେ ସେହି ଆଶୀର୍ବାଦଗୁଡ଼ିକୁ ଅନୁଭବ କରନ୍ତି।
- ପ୍ରସଙ୍ଗ ଉପରେ ନିର୍ଭର କରି, “ଅଧିନକୁ ନେବା” ଶବ୍ଦକୁ “ପରାଜୟ” କିମ୍ବା “ଆକ୍ରମଣ” କିମ୍ବା “ପରାଜୟ” କିମ୍ବା “ଧରିବା” କିମ୍ବା “ସଂପୂର୍ଣ୍ଣ ପ୍ରଭାବିତ” ବୋଲି ଅନୁବାଦ କରାଯାଇପାରେ।
- ଅତୀତର କାର୍ଯ୍ୟକୁ ବୁଝାଇବା ପାଇଁ “ବାଧା ଦେବା” “ଧରାଯିବା” କିମ୍ବା “ସାଥିରେ ଆସିବା” କିମ୍ବା “ପରାଜୟ” କିମ୍ବା “ପରାଜିତ” କିମ୍ବା “କ୍ଷତି ପହଞ୍ଚାଇବା” ବୋଲି ଅନୁବାଦ କରାଯାଇପାରେ।
- ଯେବେ ଏକ ଚେତାବନୀରେ ବ୍ୟବହୃତ ହୁଏ ଯେ ଅନ୍ଧକାର କିମ୍ବା ଦଣ୍ଡ କିମ୍ବା ଆତଙ୍କ ସେମାନଙ୍କ ପାପ ହେତୁ ଲୋକମାନଙ୍କୁ ବାଧା ଦେବ, ଏହାର ଅର୍ଥ ଯଦି ସେହି ଲୋକମାନେ ଅନୁତାପ ନକରନ୍ତି ତେବେ ଏହି ନକାରାତ୍ମକ ବିଷୟଗୁଡିକ ଅନୁଭବ କରିବେ।
- “ମୋର ବାକ୍ୟ ତୁମର ପିତୃପୁରୁଷଙ୍କୁ ବାଧା ଦେଇଛି” ବାକ୍ୟର ଅର୍ଥ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେଇଥିବା ଶିକ୍ଷାଗୁଡ଼ିକ ବର୍ତ୍ତମାନ ପୂର୍ବପୁରୁଷମାନଙ୍କ ଦଣ୍ଡର କାରଣ ହେବ କାରଣ ସେମାନେ ସେହି ଶିକ୍ଷା ମାନିବାରେ ବିଫଳ ହେଇଛନ୍ତି। (ଦେଖନ୍ତୁ: ଆଶୀର୍ବାଦ, ଅଭିଶାପ, ଶିକାର, ଦଣ୍ଡଦେବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0579, H0935, H1692, H4672, H5066, H5381, G26380, G29830
ଅଧିକାର କରିବା, ଅଧିକୃତ, ଦଖଲ, ଅଧିକାରଚ୍ୟୁତ କରିବା
ସତ୍ୟ ଘଟଣାବଳୀଗୁଡ଼ିକ
“ଅଧିକାର କରିବା” ଏବଂ “ଦଖଲ କରିବା” ଶବ୍ଦଗୁଡ଼ିକ ସାଧାରଣତଃ କୌଣସି ବିଷୟର ଅଧିକାରୀ ହେବାକୁ ବୁଝାଏ I ସେଗୁଡ଼ିକର ଅର୍ଥ କୌଣସି ବିଷୟ ଉପରେ ନୀୟନ୍ତ୍ରଣ ହାସଲ କରିବା କିମ୍ୱା ଏକ ଦେଶ ଅଧିକାର କରିବାକୁ ମଧ୍ୟ ବୁଝାଏ I
- ପୁରାତନ ନିୟମରେ ଏହି ଶବ୍ଦଗୁଡ଼ିକ ଅନେକ ସମୟରେ କୌଣସି ଏକ ଦେଶର ଅଞ୍ଚଳକୁ “ଅଧିକାର କରିବା” କିମ୍ବା “ଅଧିକାରଭୁକ୍ତ କରିବା” ପରିପ୍ରେକ୍ଷୀରେ ବ୍ୟବହୃତ ହୋଇଅଛି I
- ଯେତେବେଳେ ଯିହୋବା ଇସ୍ରାଏଲୀୟମାନଙ୍କୁ କିଣାନ ଦେଶ ଅଧିକାର କରିବା ନିମନ୍ତେ ଆଜ୍ଞା ଦେଲେ, ଏହାର ଅର୍ଥ ଏହାଥିଲା ଯେ, ସେମାନେ ସେହି ଦେଶକୁ ଯିବେ ଏବଂ ସେଠାରେ ବାସ କରିବେ I ଏହା ପ୍ରଥମେ ସେହି ଦେଶରେ ବାସ କରୁଥିବା କିଣାନୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ବୁଝାଏ I
- ଯିହୋବା ଇସ୍ରାଏଲୀୟମାନଙ୍କୁ କହିଲେ, ସେ ସେମାନଙ୍କର “ଅଧିକାରସ୍ୱରୂପେ” କିଣାନ ଦେଶ ଦେଇଅଛନ୍ତି I ଏହା ସେମାନଙ୍କର “ଅଧିକାରପୂର୍ଣ୍ଣ ସ୍ଥାନ” ବୋଲି ଅନୁବାଦ କରାଯାଇପାରେ I
- ଇସ୍ରାଏଲୀୟ ଲୋକମାନେ ମଧ୍ୟ ଈଶ୍ୱରଙ୍କର “ବିଶେଷ ଅଧିକାରସ୍ୱରୂପ” ବୋଲି ପରିଚିତ ଥିଲେ I ଏହାର ଅର୍ଥ ସେମାନେ ତାହାଙ୍କର ଲୋକଗଣ ଭାବରେ ତାହାଙ୍କର ନିଜସ୍ୱ ଅଟନ୍ତି ଯାହାଙ୍କୁ ସେ ବିଶେଷ ଭାବରେ ତାହାଙ୍କର ସେବା କରିବା ନିମନ୍ତେ ଏବଂ ଉପାସନା କରିବା ନିମନ୍ତେ ଆହ୍ୱାନ କରାଯାଇଥିଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଅଧିକାର କରିବା” ବାକ୍ୟାଂଶକୁ “ନିଜସ୍ୱ” ବା “ଲାଭ କରିବା” ବା “ଉପରେ ନୀୟନ୍ତ୍ରଣାଧିନ ହାସଲ କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ଅଧିକାର ଲାଭ କରିବା” ବକ୍ୟାଂଶକୁ ପ୍ରସଙ୍ଗ ଅନୁସାରେ “ନୀୟନ୍ତ୍ରଣାଧିନ କରିବା” କିମ୍ବା “ଅଧିକାର କରିବା” ବା “ବାସ କରିବା” ବୋଲି ଅନୁବାଦ କରାଯାଇପାରେ I
- ଯେବେ ଲୋକମାନେ କୌଣସି ବିଷୟ ହାସଲ ବା ଲାଭ କରନ୍ତି ବୋଲି ଉଲ୍ଲେଖ କରାଯାଏ, “ଅଧିକାର” ଶବ୍ଦକୁ “ନିଜସ୍ୱ ବିଷୟ” କିମ୍ବା “ସମ୍ପତ୍ତି” କିମ୍ବା “ନିଜସ୍ୱ କରିଥିବା ବିଷୟ” କିମ୍ବା “ସେମାନେ ନିଜସ୍ୱ କରିଥିବା ବିଷୟଗୁଡ଼ିକ” ବୋଲି ଅନୁବାଦ କରାଯାଇପାରେ I
- ଯେବେ ଯିହୋବା ଇସ୍ରାଏଲୀୟ ଲୋକମାନଙ୍କୁ ଆହ୍ୱାନ କଲେ, “ଆମ୍ଭର ବିଶେଷ ଅଧିକାର” ଏହି ବିଷୟକୁ ମଧ୍ୟ “ଆମ୍ଭର ବିଶେଷ ଲୋକମାନେ” କିମ୍ୱା “ଆମ୍ଭର ଲୋକମାନେ” କିମ୍ୱା “ଆମ୍ଭେ ପ୍ରେମ ଓ ରାଜତ୍ୱ କରୁଥିବା ଆମ୍ଭର ଲୋକମାନେ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ସେମାନେ ସେମାନଙ୍କର ଅଧିକାର ହେବେ” ବାକ୍ୟାଂଶ ଯେବେ ଦେଶକୁ ସୂଚାଏ, ଏହାକୁ “ସେମାନେ ଦେଶ ଅଧିକାର କରିବେ” କିମ୍ବା “ଦେଶ ସେମାନଙ୍କର ଅଧିକାରଭୁକ୍ତ ହେବେ” ବୋଲି ଅନୁବାଦ କରାଯାଇପାରେ I
- “ତାହାଙ୍କର ଅଧିକାରଭୁକ୍ତ” ଭଳି ଅଭିବ୍ୟକ୍ତିକୁ “ସେ ତାହା ଅଧିକାର କରି ରଖିଥିଲା” କିମ୍ବା “ତାହା ସହିତ ଥିଲା” ବୋଲି ଅନୁବାଦ କରାଯାଇପାରେ I
- “ତୁମ୍ଭମାନଙ୍କର ଅଧିକାର ସ୍ୱରୂପ” ବାକ୍ୟାଂଶକୁ “କୌଣସି ବିଷୟ ତୁମ୍ଭର ନିଜର ଅଟେ” କିମ୍ବା “ତୁମ୍ଭେମାନେ ବାସ କରିବାକୁ ଯାଉଥିବା ଏକ ସ୍ଥାନ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ତାହାଙ୍କର ଅଧିକାରରେ” ବକ୍ୟାଂଶକୁ “ସେ ତାହା ଲାଭ କଲେ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I (ଦେଖନ୍ତୁ: କିଣାନ, ଉପାସନା, [ଅଧିକାର] (../kt/inherit.md))
ବାଇବେଲ ପଦପର୍ବ:
- ପ୍ରଥମ ବଂଶାବଳୀ ୬:୭୦
- ପ୍ରଥମ ରାଜାବଳୀ ୯:୧୭-୧୯
- ପ୍ରେରିତ ୨:୪୫
- ଦ୍ୱିତୀୟବିବରଣ ୪:୫-୬
- ଆଦିପୁସ୍ତକ ୩୧:୩୬-୩୭
- ମାଥିଉ ୧୩:୪୪
ଶବ୍ଦବିନ୍ୟାସ:
- Strong’s: H0270, H0272, H0834, H2505, H2631, H3027, H3423, H3424, H3425, H3426, H4180, H4181, H4672, H4735, H4736, H5157, H5159, H5459, H7069, G11390, G21920, G26970, G27220, G29320, G29330, G29350, G40470, G52240, G55640
ପ୍ରଶଂସା କରିବା, ପ୍ରଶଂସିତ, ପ୍ରଶଂସା ଯୋଗ୍ୟ
ପରିଭାଷା:
କାହାକୁ ପ୍ରଶଂସା କରିବା ଅର୍ଥ ସେହି ବ୍ୟକ୍ତିକୁ ପ୍ରଶଂସା ଏବଂ ସମ୍ମାନ କରିବାକୁ ବୁଝାଏ I
- ଲୋକମାନେ ଈଶ୍ୱରଙ୍କ ପ୍ରଶଂସା କରନ୍ତି, ଯେହେତୁ ସେ ମହାନ ଅଟନ୍ତି ଏବଂ ସେ ସୃଷ୍ଟିକର୍ତ୍ତା ଓ ଜଗତର ପରିତ୍ରାଣକର୍ତ୍ତା ଭାବରେ ସମସ୍ତ ଆଶ୍ଚର୍ଯ୍ୟଜନକ ବିଷୟମାନ ସାଧନ କରିଅଛନ୍ତି I
- ଅନେକ ସମୟରେ ଈଶ୍ୱରଙ୍କ ପ୍ରଶଂସା, ସେ କରିଥିବା କାର୍ଯ୍ୟ ପାଇଁ କୃତଜ୍ଞତା ପ୍ରକାଶ କରିବାକୁ ବୁଝାଏ I
- ଅନେକ ସମୟରେ ସଙ୍ଗୀତ, ବାଦ୍ୟ ଏବଂ ଗୀତ ଗାୟନକୁ ଈଶ୍ୱରଙ୍କ ପ୍ରଶଂସାରେ ଅନ୍ତର୍ଭୁକ୍ତ ହୁଏ I
- ଈଶ୍ୱରଙ୍କ ପ୍ରଶଂସା କରିବା ଅର୍ଥ ତାହାଙ୍କର ଉପାସନା କରିବା ଅଟେ I
- “ପ୍ରଶଂସା କରିବା” ବାକ୍ୟାଂଶକୁ “ଉତ୍ତମ ଭାବରେ କହିବା” କିମ୍ୱା “ଶବ୍ଦରେ ଅତିଶୟ ସମ୍ମାନିତ କରିବା” କିମ୍ବା “ଉତ୍ତମ ବିଷୟରେ କହିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ପ୍ରଶଂସା କରିବା” ବିଶେଷ୍ୟ ପଦକୁ “ସମ୍ମାନ” କିମ୍ବା “ସମ୍ମାନ ଦେଉଥିବା ବକ୍ତବ୍ୟ” କିମ୍ୱା “ଉତ୍ତମ ବିଷୟଗୁଡ଼ିକ କହିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଉପାସନା )
ବାଇବେଲ ପଦପର୍ବ:
- ଦ୍ଵିତୀୟ କରନ୍ଥୀୟ ୧:୩
- ପ୍ରେରିତ ୨: ୪୭
- ପ୍ରେରିତ ୧୩:୪୮
- ଦାନିୟେଲ ୩:୨୮
- ଏଫିସୀୟ ୧:୩
- ଆଦିପୁସ୍ତକ ୪୯:୮
- ଯାକୁବ ୩:୯-୧୦
- ଯୋହନ ୫:୪୧-୪୨
- ଲୂକ ୧:୪୬
- ଲୂକ ୧:୬୪-୬୬
- ଲୂକ ୧୯:୩୭-୩୮
- ମାଥିଉ ୧୧:୨୫-୨୭
- ମାଥିଉ ୧୫:୨୯-୩୧
ଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୧୨:୧୩ ଇସ୍ରାଏଲୀୟମାନେ ସେମାନଙ୍କର ନୂତନ ସ୍ୱାଧିନତାକୁ ପାଳନ କରିବା ନିମନ୍ତେ ଈଶ୍ୱରଙ୍କୁ ପ୍ରଶଂସା କରିବାକୁ ଅନେକ ଗୀତ ଗାୟନ କଲେ କାରଣ ସେ ସେମାନଙ୍କୁ ମିସରୀୟ ସୈନ୍ୟବାହୀନୀଠାରୁ ଉଦ୍ଧାର କଲେ I
- ୧୭:୮ ଯେବେ ଦାଉଦ ଏହି କଥା ଶୁଣିଲେ, ସେ ସେହିକ୍ଷଣି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ପ୍ରଶଂସା କଲେ, କାରଣ ସେ ଦାଉଦଙ୍କୁ ଏହି ମହାନ ସମ୍ମାନ ଏବଂ ଅନେକ ଆଶୀର୍ବାଦ ଦେବାକୁ ପ୍ରତିଜ୍ଞା କରିଥିଲେ I
- ୨୨:୭ ଜିଖରୀୟ କହିଲେ,”ଈଶ୍ୱରଙ୍କ ପ୍ରଶଂସା ହେଉ, କାରଣ ସେ ଆପଣା ଲୋକମାନଙ୍କୁ ସ୍ମରଣ କରିଅଛନ୍ତି I
- ୪୩:୧୩ ସେମାନେ (ଶିଷ୍ୟମାନେ) ଈଶ୍ୱରଙ୍କୁ ଏକତ୍ର ପ୍ରଶଂସା କରିବାର ଆନନ୍ଦ ନେଲେ ଏବଂ ସେମାନଙ୍କର ଯାହା ଥିଲା, ତାହା ପରସ୍ପର ମଧ୍ୟରେ ବାଣ୍ଟିଲେ I
- ୪୭:୮ ସେମାନେ ପାଉଲ ଏବଂ ଶିଲାଙ୍କୁ କାରାଗାରର ଅତି ସୁରକ୍ଷିତ ସ୍ଥାନରେ ବନ୍ଦୀ କରି ରଖିଲେ ଏବଂ ଏପରିକି ସେମାନଙ୍କର ପାଦଗୁଡ଼ିକ ଶିକୁଳିରେ ବାନ୍ଧି ରଖିଲେ I ତଥାପି ମଧ୍ୟରାତ୍ରିରେ, ସେମାନେ ଈଶ୍ୱରଙ୍କ ସ୍ତବଗାନ କରି ପ୍ରଶଂସା କରୁଥିଲେ I
ଶବ୍ଦବିନ୍ୟାସ:
- Strong’s: H1319, H7121, H8416, G29800, G38530
କାଣ୍ଡ ଜ୍ଞାନ ଥିବା ଓ ବିଚାରବତ୍ତ ଥିବା (ବ୍ୟକ୍ତି), ଚତୁରତା #
ସଂଜ୍ଞା:
“ଚତୁର” ଶବ୍ଦ ଜଣେ ବ୍ୟକ୍ତିର ବିଦ୍ୱାନ ଓ ଚତୁର ପଣିଆ ମୁଖ୍ୟତ ଅଭ୍ୟାସ ଦିଗରେ ବୁଝାଏ * ବାରମ୍ୱାର “ଚତୁର” ଶବ୍ଦର ଅର୍ଥ ନାସ୍ତିକ ଅର୍ଥରେ ମଧ୍ୟ ବୁଝାଯାଏ ଯେତେବେଳେ ଏହି ଶବ୍ଦକୁ ସ୍ୱାର୍ଥ କ୍ଷେତ୍ରରେ ବ୍ୟବହାର କରିବା * ଜଣେ ଚତୁର୍ ବ୍ୟକ୍ତି ନିଜର ଲାଭ ପାଇଁ ନିଜେ କାର୍ଯ୍ୟ କରେ ଅନ୍ୟ ପାଇଁ ନୁହେଁ * ପରିସ୍ଥିତିକୁ ନେଇ ଅନ୍ୟଭାବେ ଏହାକୁ ଅନୁବାଦ କରିହେବ ଯଥା “ପ୍ରତାରକ” କିମ୍ୱା “ଧୁର୍ତ୍ତ ଭାବରେ” କିମ୍ୱା “କୁଶଳ” କିମ୍ୱା “ଚତୁର”
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H2450, H6175, G5429
ଗନ୍ତା ଘର, ଗନ୍ତା ଘର ଗୁଡିକ
ସଂଜ୍ଞା:
“ଗନ୍ତା ଘର “ହେଉଛି ଏକ ବଡ ଅଟ୍ଟାଳିକା ଯେଉଠି ଖାଦ୍ୟ କିମ୍ୱା ଅନ୍ୟନ୍ୟ ଜିନିଷ ବହୁତ ଦିନ ସଂରକ୍ଷଣ ହୁଏ * ବାଇବଳରେ “ଗନ୍ତା ଘର” ସାଧାରଣ ଭାବେ ଅଧିକ ଶସ୍ୟ କିମ୍ୱା ଅନ୍ୟ ଖାଦ୍ୟ ଉପଯୋଗୀ ବସ୍ତୁ ସଂରକ୍ଷଣ ନିମନ୍ତେ ବ୍ୟବହାର କରାଯାଏ ପରବର୍ତ୍ତୀ ସମୟରେ ଅର୍ଥାତ ଦୁର୍ଭିକ୍ଷ ସମୟରେ ବାହାର କରି ବ୍ୟବହାର କରନ୍ତି * ଏହି ଶବ୍ଦ ଉପମା ଦେଇ ବ୍ୟବହାର ହେଲେ ସମସ୍ତ ଉତ୍ତମ ବିଷୟ ଯାହା ପରମେଶ୍ୱର ଚାହାନ୍ତି ତାଙ୍କର ଲୋକମାନଙ୍କୁ ଦେବା ପାଇଁ ପରି ବୁଝାଇବ * ମନ୍ଦିର ର ଗନ୍ତା ଘର ମୂଲ୍ୟବାନ ପଦାର୍ଥ ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ ଯଥା ସୁନା ଏବଂ ରୁପା ଇତ୍ୟାଦି ଏଥି ମଧ୍ୟରୁ କିଛି ବିଷୟ ଗୁଡିକ ମରାମତି ହୁଏ ଏବଂ ମନ୍ଦିରରେ ଏହା ଯେଉଁଠି ରହିବା ସ୍ଥାନରେ ରଖି ଦିଆଯାଏ * ଅନ୍ୟ ଭାବେ ଅନୁବାଦ ହେବ “ଗନ୍ତାଘର” ସାହିତ “ଶୀତଳ ଭଣ୍ଡାର” କିମ୍ୱା “ଖାଦ୍ୟ ସଂରକ୍ଷଣ ଜାଗା” କିମ୍ୱା “ସୁରକ୍ଷିତ ଭାବେ ମୂଲ୍ୟବାନ ବସ୍ତୁ ରଖିବାର ସ୍ଥାନ”
(ଦେଖ: ପ୍ରତିଷ୍ଠିତ, ଉତ୍ସର୍ଗ, ଦୁର୍ଭିକ୍ଷ, ସୁନା, ଶସ୍ୟ, ରୁପା, ମନ୍ଦିର)
ବାଇବଲ ପୃଷ୍ଠଭୂମି:
ବୋର୍ଡ ଡାଟା :
- Strong's: H214, H618, H624, H4035, H4200, H4543, G596
ଅଙ୍ଗରଖା
ପରିଭାଷା:
ବାଇବଲରେ, “ଅଙ୍ଗରଖା” ଶବ୍ଦଟି ଅନ୍ୟ ପୋଷାକ ତଳେ ପିନ୍ଧାଯାଇଥିବା ଏକ ବସ୍ତ୍ରକୁ ବୁଝାଏ I
- କାନ୍ଧରୁ ଅଣ୍ଟା କିମ୍ବା ଆଣ୍ଠୁ ପର୍ଯ୍ୟନ୍ତ ଏକ ଅଙ୍ଗରଖା ପହଞ୍ଚୁଥିଲା ଏବଂ ସାଧାରଣତଃ ଏକ କମର ପଟିରେ ପିନ୍ଧାଯାଇଥିଲା | ଧନୀ ଲୋକମାନେ ଅଙ୍ଗରଖା ପିନ୍ଧୁଥିଲେ ବେଳେବେଳେ ଅଙ୍ଗରଖାର ଆସ୍ତିନ ଆଣ୍ଠୁ ପର୍ଯ୍ୟନ୍ତ ପହଞ୍ଚୁଥିଲା I
- ଅଙ୍ଗରଖାଗୁଡ଼ିକ ଚମଡାରେ, ଲୋମଶ ବସ୍ତ୍ରରେ, ପଶମରେ, ବାରେଶମରେ ନିର୍ମିତ ହେଉଥିଲା ଏବଂ ଉଭୟ ପୁରୁଷ ଏବଂ ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ପିନ୍ଧାଯାଇଥିଲା I
- ଗୋଟିଏ ଅଙ୍ଗରଖା ସାଧାରଣତଃ ଏକ ଲମ୍ବା ବସ୍ତ୍ର ତଳେ ପିନ୍ଧାଯାଏ, ଯଥା ଏକ ଅଙ୍ଗରଖା ବା ବାହ୍ୟ ଅଙ୍ଗରଖା ଅଟେ I ଗ୍ରୀଷ୍ମ କାଳରେ ଅଙ୍ଗରଖାକୁ ବେଳେବେଳେ ଅନ୍ୟ କୌଣସି ବାହ୍ୟ ବସ୍ତ୍ର ବିନା ପିନ୍ଧାଯାଉଥିଲା I
- ଏହି ଶବ୍ଦକୁ “ଲମ୍ବା କୁର୍ତ୍ତା” ବା “ଲମ୍ବା ଗାଉନ୍” ବା “କୁର୍ତ୍ତାଭଳି ବସ୍ତ୍ର” ବୋଲି ଅନୁବାଦ କରାଯାଇପାରେ I ଏହାକୁ “ଅଙ୍ଗରଖା” ବୋଲି ଅନୁବାଦ କରି ଏହାର ବର୍ଣ୍ଣନା ଏକ ପାଦଟୀକାରେ ଉଲ୍ଲେଖ କରାଯାଇପାରିବI
(ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)
(ଅଙ୍ଗରଖା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2243, H3801, H6361, G55090
ଅକାଳ
ପରିଭାଷା:
“ଅକାଳ” ଶବ୍ଦ ସାଧାରଣତଃ ଅପର୍ଯ୍ୟାପ୍ତ ବର୍ଷା ହେତୁ ଏକ ଦେଶ କିମ୍ବା ଅଞ୍ଚଳରେ ଖାଦ୍ୟର ଅତ୍ୟଧିକ ଅଭାବକୁ ବୁଝାଏ I
- ବର୍ଷା ଅଭାବ ହେତୁ ଫସଲ ରୋଗ କିମ୍ବା କୀଟପତଙ୍ଗ ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ଶସ୍ୟ ନଷ୍ଟ ହୁଏ I
- ଖାଦ୍ୟ ଅଭାବ ମଧ୍ୟ ଲୋକମାନଙ୍କ ଦ୍ଵାରା ଯେପରିକି ଫସଲ ନଷ୍ଟ କରୁଥିବା ଶତ୍ରୁ ଅର୍ଥାତ ଯେଉଁମନେ ଶସ୍ୟ ବିନାଶ କରନ୍ତି ହୁଏ I
- ବାଇବେଲରେ ଯେବେ ଲୋକମାନେ ଈଶ୍ଵରଙ୍କ ବିରୁଦ୍ଧରେ ପାପ କଲେ ସେତେବେଳେ ସେ ସେମାନଙ୍କୁ ଦଣ୍ଡ ଦେବା ପାଇଁ ଅନେକଥର ଅକାଳ ଉତ୍ପନ କରିଥିଲେ I
- ଆମୋଷ ପୁସ୍ତକ ୮:୧୧ରେ ଯେବେ ଈଶ୍ଵର ଆପଣା ଲୋକମାନଙ୍କୁ କଥା ନକହି ଦଣ୍ଡିତ କରିଥିଲେ ତାହା ସୂଚାଇକୁ “ଅକାଳ” ଶବ୍ଦ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଅଛି I ଏହି ଶବ୍ଦକୁ ଆପଣ ଆପଣଙ୍କ ଭାଷାରେ “ଅକାଳ” ଶବ୍ଦ ସହିତ କିମ୍ବା “ଅତ୍ୟଧିକ ଅଭାବ” କିମ୍ବା “ଘୋର ଅଭାବ” ଭଳି ବାକ୍ୟାଂଶରେ ଅନୁବାଦ କରିପାରିବେ I
ବାଇବେଲ ପଦପର୍ବ:
- ପ୍ରଥମ ବଂଶାବଳୀ ୨୧:୧୧-୧୨
- ପ୍ରେରିତ ୭:୧୧
- ଆଦିପୁସ୍ତକ ୧୨:୧୦
- ଆଦିପୁସ୍ତକ ୪୫:୬
- ଯିରିମୀୟ ୧୧:୨୧-୨୩
- ଲୂକ ୪:୨୫
- ମାଥିଉ ୨୪: ୮
ଶବ୍ଦବିନ୍ୟାସ:
- Strong’s: H3720, H7458, H7459, G30420
ଅଗୌରବ, ଅଗୌରବ କରିବା, ଅଗୌରବ ହେଲା, ଲଜ୍ୟାଜନକ
ଘଟଣା:
“ଅଗୌରବ” ଶବ୍ଦଟି ଗୌରବ ପୁଣି ସମ୍ମାନର ଏକ ଅପସାରକୁ ବୁଝାଏ । * ଯେତେବେଳେ ଜଣେ ବ୍ୟକ୍ତି କିଛି ପାପପୂର୍ଣ୍ଣ ବିଷୟ କରେ, ଏହା ଅପମାନ ବା ଅଗୌରବର ଏକ ସ୍ତର ହେବାରେ ତା’ଙ୍କୁ ଆଘାତ ହୋଇପାରେ । * “ଲଜ୍ୟାଜନକ” ଶବ୍ଦଟି ଏକ ପାପପୂର୍ଣ୍ଣ କାର୍ଯ୍ୟ ବା ବ୍ୟକ୍ତି ଏହା ଯିଏ କରେ ବୈଶିଷ୍ଟ୍ୟକୁ ବ୍ୟବହାର କରେ । * କେତେକ ସମୟରେ ଜଣେ ବ୍ୟକ୍ତି ଯିଏ ଉତ୍ତମ କାର୍ଯ୍ୟଗୁଡିକ ଏପରି ମାର୍ଗରେ କରୁଥାଏ ଯାହା ଅଗୌରବ ବା ଲଜ୍ୟାର କାରଣ ହୁଏ । * ଉଦାହରଣ ସ୍ୱରୂପ, ଯେତେବେଳେ ଯୀଶୁ ଏକ କ୍ରୁଶ ଉପରେ ମୃତ୍ୟୁବରଣ କଲେ, ଏହା ମୃତ୍ୟୁର ଏକ ଲଜ୍ୟାଜନକ ମାର୍ଗଥିଲା । ଯୀଶୁ ଏହି ଅଗୌରବ ପାଇବାକୁ ଯୋଗ୍ୟ ଏପରି କୌଣସି ଭୁଲ କରି ନଥିଲେ । * “ଅଗୌରବ” ଅନୁବାଦର ଶୈଳୀଗୁଡିକୁ “ଲଜ୍ୟା” ବା “ଅଗୌରବ” ଅନ୍ତର୍ଭୁକ୍ତ କରି ପାରିବେ । * “ଲଜ୍ୟାଜନକ” ଅନୁବାଦର ଶୈଳୀଗୁଡିକୁ “ଲଜ୍ୟାପୂର୍ଣ୍ଣ” ବା “ଅପମାନପୂର୍ଣ୍ଣ” ଅନ୍ତର୍ଭୁକ୍ତ କରି ପାରିବେ ।
(ପୁନଶ୍ଚ ଦେଖନ୍ତୁ: ଅଗୌରବ, ଗୌରବ, ଲଜ୍ୟା)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H954, H1984, H2490, H2617, H2659, H2781, H2865, H3637, H3971, H5007, H5034, H5039, H6031, H7036, G149, G819, G3680, G3856
ଅଗ୍ନିକୁଣ୍ଡ
ତଥ୍ୟ:
ଅଗ୍ନିକୁଣ୍ଡ ଏକ ବିଶାଳକାୟ ଚୁଲି ଯାହା ଉଚ ତାପମାତ୍ରାରେ ପଦାର୍ଥକୁ ଗରମ କରାଯାଏ I * ପୁରାତନ ସମୟରେ, ଅନେକ ଅଗ୍ନିକୁଣ୍ଡ ଧାତୁକୁ ତରଳାଇ ପଦାର୍ଥ ନିର୍ମାଣ କରାଯାଉଥିଲା ଯେପରିକି ରୋସେଇ ପାତ୍ର, ଅଳଙ୍କାର, ଯୁଦ୍ଧ ଅସ୍ତ୍ର ଏବଂ ମୂର୍ତ୍ତି I * ଅଗ୍ନିକୁଣ୍ଡ କୁ ମାଟି ପାତ୍ର ନିର୍ମାଣ କରିବାରେ ମଧ୍ୟ ବ୍ୟବହାର କରାଯାଉଥିଲା I * ଅନେକ ସମୟରେ ଅଗ୍ନିକୁଣ୍ଡ ସାଙ୍କତିକ ରୂପରେ ଅତି ଗରମ ପଦାର୍ଥ କୁ ଦର୍ଶାଏ I
(ଆହୁରି ଦେଖନ୍ତୁ: ମିଥ୍ୟା ଇଶ୍ୱର, ଛବି)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H861, H3536, H3564, H5948, H8574, G2575
ଅଙ୍ଗୁର, ଦ୍ରାକ୍ଷାଫଳ
ପରିଭାଷା:
ଏକ ଅଙ୍ଗୁର ଛୋଟ, ଗୋଲାକାର, ଚିକ୍କଣ–ଜାମୁ ଫଳ ପରି ଅଟେ ଯାହା ଦ୍ରାକ୍ଷାଲତାରେ ଗୁଚ୍ଛ ଆକାରରେ ବଢ଼େ I ଅଙ୍ଗୁରର ରସରେ ମଦ୍ୟ ପ୍ରସ୍ତୁତି ହୁଏ I
- ଅଲଗା ଅଲଗା ରଂଗର ଅଙ୍ଗୁର ଦେଖିବାକୁ ମିଳେ, ଯେପରି କି ହାଲୁକା ସବୁଜ, ବାଇଗଣୀ ଓ ଲାଲ୍ I
- ଗୋଟିଏ ଅଙ୍ଗୁର ଆକାରରେ ଏକରୁ ତିନି ସେ.ମିଟର ପର୍ଯ୍ୟନ୍ତ ହୋଇପାରେ I
- ଲୋକମାନେ ଯେଉଁ ବଗିଚାରେ ଅଙ୍ଗୁର ଲଗାନ୍ତି ତାହାକୁ ଦ୍ରାକ୍ଷାକ୍ଷେତ୍ର କୁହାଯାଏ I ଏହା ସାଧାରଣତଃ ଦ୍ରାକ୍ଷା ଲତାର ଲମ୍ବା ଧାଡି ସହ ମିଶ୍ରିତ ହୋଇଥାଏ I
- ବାଇବେଲ ସମୟରେ ଅଙ୍ଗୁର ଏକ ମହତ୍ଵପୂର୍ଣ୍ଣ ଖାଦ୍ୟଥିଲା ଓ ଦ୍ରାକ୍ଷାକ୍ଷେତ୍ର ରହିବା ଧନର ଚିହ୍ନଥିଲା I
- ପଚିବାରୁ ରକ୍ଷା କରିବାକୁ ଲୋକମାନେ ଅନେକ ସମୟରେ ଏହାକୁ ଖରାରେ ସୁଖାନ୍ତି I “ସୁଖା ଅଙ୍ଗୁରକୁ କିସମିସ୍ କୁହାଯାଏ ଓ ଏହା ସୁଖାକେକ୍ ନିର୍ମାଣ କରିବାରେ ବ୍ୟବହୃତ ହୁଏ I
- ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେବା ନିମନ୍ତେ ସେ ଦ୍ରାକ୍ଷାକ୍ଷେତ୍ର ବିଷୟରେ ଏକ ଦୃଷ୍ଟାନ୍ତ କହିଲେ I
(ଦେଖନ୍ତୁ: ଲତା, ଦ୍ରାକ୍ଷା, ମଦ୍ୟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0811, H0891, H1154, H1155, H1210, H3196, H5955, H6025, H6528, G02880, G47180
ଅତି ଭୟ, ଭୟଭିତ ହେବା, ଭୟାନକ, ଅତି ଖରାପ, ଆତଙ୍କୀୟ, ବିଭିଷିକା
ସଂଜ୍ଞା:
“ଅତି ଭୟ” ଶବ୍ଦ ଡର ର ଭାୟଭୟ ଅନୁଭାବକୁ କିଅବା ଆତଙ୍କକୁ ଦର୍ଶାଏ I ଯେଉଁ ବ୍ୟକ୍ତି ଏହି ପ୍ରକାର ଅନୁଭବ କରେ ତାହାକୁ “ଭୟଭିତ” କୁହାଯାଏ I * ଅତି ଭୟ, ସାଧାରଣ ଭୟଠାରୁ ଅଧିକ ନାଟକୀୟ ଅଟେ I * ସାଧାରଣ ଭାବରେ ଯେତେବେଳେ ଜଣେ ଯେତେବେଳେ ଭୟଭିତ ହୁଏ ତାହାକୁ ଝଟକା ଲାଗେ କିଅବା ସ୍ତବ୍ଦ ହୋଇଯାଏ I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H367, H1091, H1763, H2152, H2189, H4032, H4923, H5892, H6343, H6427, H7588, H8047, H8074, H8175, H8178, H8186
ଅଧ୍ୟାଦେଶ, ବିଧି, ଆବଶ୍ୟକତା, କଠୋର ନିୟମ, ପ୍ରଥା
ପରିଭାଷା:
ଏକ ଅଧ୍ୟାଦେଶ ଏକ ସାର୍ବଜନୀନ ନିୟମାବଳୀ କିମ୍ବା ନିୟମ ଅଟେ ଯାହା ଲୋକମାନଙ୍କୁ ଅନୁସରଣ କରିବାକୁ ନିୟମ କିମ୍ବା ନିର୍ଦ୍ଦେଶ ଦେଇଥାଏ । ଏହି ଶବ୍ଦ “ଆଦେଶ” ଶବ୍ଦ ସହ ସମ୍ପୃକ୍ତ ଅଟେ ।
- ବେଳେବେଳେ ଏକ ଅଧ୍ୟାଦେଶ ଏକ ପ୍ରଥା ଯାହା ବର୍ଷ ବର୍ଷ ଧରି ଅଭ୍ୟାସ ମାଧ୍ୟମରେ ଭଲ ଭାବରେ ପ୍ରତିଷ୍ଠିତ ଥିବା ବିଷୟକୁ ବୁଝାଏ ।
- ବାଇବେଲରେ, ଏକ ଅଧ୍ୟାଦେଶ ଯାହା ଈଶ୍ଵର ଇସ୍ରାଏଲୀୟମାନଙ୍କୁ କରିବାକୁ ଆଦେଶ ଦେଇଥିଲେ ତାହାକୁ ବୁଝାଏ । ବେଳେବେଳେ ସେ ସେମାନଙ୍କୁ ଏହା ସବୁଦିନ ପାଇଁ କରିବାକୁ ଆଦେଶ ଦେଇଥିଲେ ।
- ପ୍ରସଙ୍ଗ ଉପରେ ଆଧାର କରି “ଅଧ୍ୟାଦେଶ“ ଶବ୍ଦକୁ “ସର୍ବସାଧାରଣ ଆଦେଶ” କିମ୍ବା “ନିୟମାବଳୀ” କିମ୍ବା “ଆଇନ” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ଆଦେଶ, ନିୟମ , ବ୍ୟବସ୍ଥା, ଅଭିଷେକ, ନିୟମାବଳୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2706, H4687, H4931, H4941
ଅନୁକରଣ କରିବା ବା ଅନୁକରଣ, ଅନୁକରଣକାରୀ
ସଂଜ୍ଞା:
“ଅନୁକରଣ” ଏବଂ “ଅନୁକରଣକାରୀ” ଶବ୍ଦଗୁଡ଼ିକ ସେହି ବ୍ୟକ୍ତିଙ୍କୁ ବୁଝାଏ ଯିଏ ଅନ୍ୟ କାହାକୁ ଯଥାର୍ଥ ଭାବରେ ନକଲ କରେ।
- ଖ୍ରୀଷ୍ଟିଆନମାନଙ୍କୁ ଈଶ୍ଵରଙ୍କ ଆଜ୍ଞା ପାଳନ କରି ଏବଂ ଅନ୍ୟମାନଙ୍କୁ ପ୍ରେମ କରିବା ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କର ଅନୁକରଣ କରିବାକୁ ଶିକ୍ଷା ଦିଆଯାଏ, ଯେପରି ଯୀଶୁ କଲେ।
- ପ୍ରେରିତ ପାଉଲ ଆଦ୍ୟ ମଣ୍ଡଳୀକୁ ତାହାଙ୍କ ଅନୁକରଣ କରିବାକୁ କହିଲେ ଯେପରି ସେ ଖ୍ରୀଷ୍ଟଙ୍କର ଅନୁକରଣ କଲେ।
ଅନୁବାଦ ପ୍ରସ୍ତାବ:
- “ଅନୁକରଣ” ଶବ୍ଦକୁ “ସେପରି ସମାନ କାର୍ଯ୍ୟ କର” କିଅବା “ତାହାଙ୍କ ଉଦାହରଣର ଅନୁଶରଣ କର“ ରୂପରେ ଅନୁବାଦ କରାଯାଇପାରେ।
- “ଈଶ୍ୱରଙ୍କ ଅନୁକରଣ କର” ଅଭିବ୍ୟକ୍ତି ଶବ୍ଦକୁ “ଏପରି ଲୋକ ହୁଅ ଯେପରି ଈଶ୍ଵର କାର୍ଯ୍ୟ କରନ୍ତି" କିଅବା “ଯେପରି ଈଶ୍ଵର କାର୍ଯ୍ୟ କରନ୍ତି ସେହି ପ୍ରକାର କାର୍ଯ୍ୟ କରିବା ଲୋକ ହୁଅ“ ରୂପରେ ଅନୁବାଦ କରାଯାଇପାରେ।
- “ତୁମ୍ଭେ ଆମ୍ଭମାନଙ୍କ ଅନୁକରଣକାରୀ ହେଇଅଛ“ କୁ “ତୁମ୍ଭେ ଆମ୍ଭମାନଙ୍କର ଉଦାହରଣ ଅନୁଶାରଣ କଲ” କିଅବା “ତୁମ୍ଭେ ସମାନ ପ୍ରକାର ଈଶ୍ୱରୀୟ କାର୍ଯ୍ୟ କରୁଅଛ ଯାହା ତୁମ୍ଭେ ଆମ୍ଭେମାନେ କରିବା ଦେଖିଛ“ ରୂପରେ ଅନୁବାଦ କରାଯାଇପାରେ।
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H310, H6213, G1096, G2596, G3401, G3402, G4160
ଅନୁଯୋଗ କରିବା, ଭର୍ତ୍ସନା କରିବା
ପରିଭାଷା:
ଅନୁଯୋଗ କରିବା କାହାକୁ ମୌଖିକ ଭାବରେ କଠୋର ବାକ୍ୟରେ ସଂଶୋଧନ କରିବାକୁ ବୁଝାଏ I
- ନୂତନ ନିୟମ ଖ୍ରୀଷ୍ଟିୟାନମାନଙ୍କୁ ଆଜ୍ଞା ଦିଏ ଯେ ଅନ୍ୟ ବିଶ୍ୱାସୀମାନେ ସ୍ପଷ୍ଟ ଭାବରେ ଈଶ୍ୱରଙ୍କ ଅବାଧ୍ୟ ହେବା ବେଳେ ସେମାନେ ସେମାନଙ୍କୁ ଅନୁଯୋଗ କରିବେ I
- ହିତୋପଦେଶ ପୁସ୍ତକ ପିତାମାତାମାନଙ୍କୁ ଶିକ୍ଷା ଦିଏ ଯେ ସେମାନେ ସେମାନଙ୍କର ସନ୍ତାନମାନେ ଆବାଧ୍ୟ ହେଲେ ସେମାନଙ୍କୁ ଅନୁଯୋଗ କରିବେ I
- ଏକ ଅନୁଯୋଗ ସେହି ଲୋକମାନଙ୍କୁ କରାଯାଏ, ଯେଉଁମାନେ ଏକ ମନ୍ଦ କାର୍ଯ୍ୟ କରିଥାନ୍ତି ଏବଂ ସେମାନେ ଯେପରି ଆହୁରି ଅଧିକ ପାପରେ ଜଡ଼ିତ ନ ହୁଅନ୍ତି I
- ଏହାକୁ “କଠୋର ଭାବରେ ସଂଶୋଧନ କରିବା” କିମ୍ବା “ବାଧ୍ୟତାପୂର୍ଣ୍ଣ ଅନୁଯୋଗ” ବୋଲି ଅନୁବାଦ କରାଯାଇପାରେ I
- “ଅନୁଯୋଗ” ଶବ୍ଦକୁ “ଏକ କଠୋର ସଂଶୋଧନ” କିମ୍ବା “କଠୋର ଭର୍ତ୍ସନା କରିବା” କିମ୍ବା ସମାଲୋଚନା କରିବା” ବୋଲି ଅନୁବାଦ କରାଯାଇପାରେ I
- “ଅନୁଯୋଗବିହୀନ” ବାକ୍ୟାଂଶକୁ “କଠୋର ସଂଶୋଧନ ନ କରିବା” କିମ୍ୱା “ସମାଲୋଚନା ବିହୀନ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅନୁଯୋଗ କରିବା, ଅମାନ୍ୟ କରିବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1605, H1606, H2778, H2781, H3198, H4045, H4148, H8156, H8433, G16490, G16510, G19690, G20080, G36790
ଅନୁର୍ବର, ଶୁଷ୍କ
ପରିଭାଷା:
“ଅନୁର୍ବର” ହେବା ଶବ୍ଦର ଅର୍ଥ ଉର୍ବର ବା ଫଳପ୍ରଦ ନ ହେବା ଅଟେ ׀
· ମୃତ୍ତିକା କିମ୍ୱା ଭୂମି ଯାହା ଅନୁର୍ବର ଅଟେ ତାହା ବୃକ୍ଷଲତା ଉତ୍ପନ କରିବାରେ ଅସମର୍ଥ ହୁଏ ׀
· ଜଣେ ସ୍ତ୍ରୀ ଲୋକ ଯିଏକି ଶାରୀରିକ ଭାବେ ଗର୍ଭବତୀ ହୋଇ ସନ୍ତାନ ଧାରଣ କରିପାରେ ନାହିଁ ତାହାକୁ ବାଂଝ (ବନ୍ଧ୍ୟା) କୁହାଯାଏ ׀
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେବେ ଏହି ଶବ୍ଦ ଭୂମିକୁ ସୂଚାଏ ଏହାକୁ “ଅନୁର୍ବର” କିମ୍ୱା “ନିଷ୍ପଳା” କିମ୍ୱା “ବୃକ୍ଷହୀନ”ବୋଲି ଅନୁବାଦ କରାଯାଇପାରେ ׀
- ଯେତେବେଳେ ଏହା ଜଣେ ବନ୍ଧ୍ୟା ସ୍ତ୍ରୀକୁ ସୂଚାଏ ଏହାକୁ “ସନ୍ତାନ ବିହୀନ” କିମ୍ୱା “ସନ୍ତାନ ଧାରଣ କରିବାକୁ ଅସମର୍ଥ” କିମ୍ୱା “ଗର୍ଭବତୀ ହେବାକୁ ଅସମର୍ଥ” ବୋଲି ଅନୁବାଦ କରାଯାଇପାରେ ׀
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4420, H6115, H6135, H6723, H7921, G06920, G47230
ଅନୁସନ୍ଧାନ କରିବା, ଅନୁସନ୍ଧାନ କରନ୍ତି, ଅନୁସନ୍ଧାନ କଲେ, ଅନେକ ଅନୁସନ୍ଧାନ
ତଥ୍ୟ:
“ଅନୁସନ୍ଧାନ” ଶବ୍ଦର ଅର୍ଥ ହେଉଛି କାହାକୁ ପଚାରି ଖବର ନେବା I
ଅଭିବ୍ୟକ୍ତି “ର ଅନୁସନ୍ଧାନ “ଅନେକ ସମୟରେ ଇଶ୍ୱରକୁ ଜ୍ଞାନ ଓ ସାହାଯ୍ୟ ନିମନ୍ତେ ପଚାରିବା କୁ ଦର୍ଶାଏ I
- ପୁରାତନ ନିୟମରେ ଅନେକ ଘଟଣା ଉଲ୍ଲେଖିତ ଅଛି କି ଲୋକମାନେ ପରମେଶ୍ୱରଙ୍କର ଅନୁସନ୍ଧାନ କଲେ I
- ଏହି ଶବ୍ଦ ରାଜା କିଅବା ଅଧିକାରୀୀ ହାକିମ ଅଧିକାରୀୀ ଅଭିଲେଖ ରୁ ଖୋଜିବାରେ ବ୍ୟବହୃତ ହୁଏ I
- ପୃଷ୍ଠଭୂମି ଉପରେ ନିର୍ଭର କରି, “ଅନୁସନ୍ଧାନ” କୁ “ପଚାରିବା” କିଅବା “ଖବର ଜାଣିବାକୁ ପଚାରିବା” ରୂପରେ ଅନୁବାଦ କରାଯାଇପାରେ I
- ଅଭିବ୍ୟକ୍ତି “ସଦାପ୍ରଭୁଙ୍କ ପାଇଁ ଅନୁସନ୍ଧାନ “କୁ “ସଦାପ୍ରଭୁଙ୍କୁ ଦିଶା ନିର୍ଦେଶ ନିମନ୍ତେ ପଚାରିବା” କିଅବା “ସଦାପ୍ରଭୁଙ୍କୁ ପଚାରିବା କଅଣ କରିବାକୁ ହେବ “ରୂପରେ ଅନୁବାଦ କରାଯାଏ I
- “ଅନୁସନ୍ଧାନ ନିମନ୍ତେ” କୁ “ଘଟଣା ବିଷୟରେ ପ୍ରଶ୍ନ ପଚାରିବା” କିଅବା “ଖବର ପାଇବା ନିମନ୍ତେ ପଚାରିବା “ରୂପରେ ଅନୁବାଦ କରାଯାଏ I
- ଯେତେବେଳେ ସଦାପ୍ରଭୁ କହିଲେ, ‘ମୁଁ ମୋ ବିଷୟରେ ଅନୁସନ୍ଧାନ କରିବକୁ ଦେବି ନାହିଁ “ଏହାକୁ “ମୁଁ ତୁମକୁ ମୋ ଖବର ଦେବା ନିମନ୍ତେ ଅନୁମତି ଦେବି ନାହିଁ “କିଅବା ତୁମକୁ ଅନୁମତି ଦିଆଯିବ ନାହିଁ କି ମୋଠାରୁ ସାହାଯ୍ୟ ମାଗ ‘ ରୂପରେ ଅନୁବାଦ କରାଯାଇପାରେ I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1240, H1245, H1875, G1830
ଅନ୍ଧକାର
ପରିଭାଷା:
“ଅନ୍ଧକାର” ଶବ୍ଦର ଆକ୍ଷରିକ ଅର୍ଥ ଆଲୋକର ଅନୁପସ୍ଥିତି ଅଟେ । ଏହି ଶବ୍ଦର ଅନେକ ସାଙ୍କେତିକ ଅର୍ଥ ମଧ୍ୟ ରହିଛି I
-
ଏକ ରୂପକଭାବେ, “ଅନ୍ଧକାର” ଶବ୍ଦର ଅର୍ଥ “ଅପରିଷ୍କୃତ” କିମ୍ୱା “ଆତ୍ମିକ ଅନ୍ଧତା” ଅଟେ I
-
ଏହା ଯେକୌଣସି ପାପ ସମନ୍ଧିୟ ବିଷୟ ଏବଂ ଅନୈତିକ ଭ୍ରଷ୍ଟାଚାରକୁ ମଧ୍ୟ ସୂଚାଏ I
- “ଅନ୍ଧକାରର ଶକ୍ତି” ଅଭିବ୍ୟକ୍ତି ସେସମସ୍ତ ମନ୍ଦ ଏବଂ ଶୟତାନ ଦ୍ଵାରା ରାଜତ୍ୱ ହେଉଥିବା ଲୋକମାନଙ୍କୁ ବୁଝାଏ I
- “ଅନ୍ଧକାର” ଶବ୍ଦକୁ ମୃତ୍ୟୁ ପାଇଁ ମଧ୍ୟ ଉପମା ଭାବରେ ବ୍ୟବହାର କରାଯାଇପାରେ I (ଦେଖନ୍ତୁ: ଉପମା )
- ଯେଉଁ ଲୋକମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ ସେହିମାନେ “ଅନ୍ଧକାର ବାସୀ” ବୋଲି ଗଣାଯାଆନ୍ତି, ଯାହାର ଅର୍ଥ ସେମାନେ ବୁଝିପାରନ୍ତି ନାହିଁ କିମ୍ୱା ଧାର୍ମିକତା ଜୀବନଯାପନ କରନ୍ତି ନାହିଁ I
- ଈଶ୍ୱର ଆଲୋକ ଅଟନ୍ତି (ଧାର୍ମିକତା) ଏବଂ ଅନ୍ଧକାର (ମନ୍ଦ) କେବେ ମଧ୍ୟ ଅଲୋକ ନିକଟକୁ ଆସିପାରେ ନାହିଁ I
- ଯେଉଁମାନେ ଈଶ୍ୱରଙ୍କୁ ଅଗ୍ରାହ୍ୟ କରନ୍ତି ସେମାନଙ୍କ ଶାସ୍ତି ପାଇଁ ଯେଉଁ ଜାଗା ପ୍ରସ୍ତୁତ ହୋଇଛି ତାହା ବେଳେବେଳେ “ଅନ୍ଧକାର” କୁ ସୂଚାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ସ୍ଥାନୀୟ ଭାଷାରେ ଏକ ଶବ୍ଦ ଯାହା ଆଲୋକର ଅନୁପସ୍ଥିତିକୁ ଦର୍ଶାଏ ବ୍ୟବହାର କରି ଏହି ଶବ୍ଦକୁ ଆକ୍ଷରିକ ଭାବରେ ଅନୁବାଦ କରିବା ସର୍ବୋତ୍ତମ ଉପାୟ ଅଟେ । ଏହା ଏପରି ଏକ ଶବ୍ଦ ମଧ୍ୟ ହୋଇପାରେ ଯାହା କୋଠରୀର ଅନ୍ଧକାରକୁ କିମ୍ବା ଆଲୋକ ନଥିବା ଦିନ ସମୟକୁ ବୁଝାଏ I
- ସାଙ୍କେତିକ ବ୍ୟବହାର ପାଇଁ, ଅନ୍ଧକାରର ଚିତ୍ରକୁ ଆଲୋକର ବିପରୀତରେ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ଭଲ ଏବଂ ସତ୍ୟର ବିପରୀତ ମନ୍ଦ ଏବଂ ପ୍ରତାରଣାକୁ ବର୍ଣ୍ଣନା କରିବାର ଏକ ଉପାୟ ଅଟେ I
- ପ୍ରସଙ୍ଗକୁ ଆଧାର କରି, ଏହି ବକ୍ୟାଂଶକୁ “ଅନ୍ଧକାରର ରାତ୍ରୀ”(ଯାହାକି “ଦିବସର ଆଲୋକ“ର ବିପରୀତ ଅଟେ) କିମ୍ୱା “କୌଣସି ବିଷୟ ଦେଖା ନ ଯିବାପରି ଅନ୍ଧକାର ସମାନ” କିମ୍ୱା “ଅନ୍ଧକାରର ସ୍ଥାନପରି ମନ୍ଦ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଭ୍ରୋଷ୍ଟ, ପ୍ରଭୁତ୍ୱ, ରାଜତ୍ୱ, ଆଲୋକ, ଉଦ୍ଧାର, ଧାର୍ମିକ)
ବାଇବେଲ ପଦପର୍ବ:
- ପ୍ରଥମ ଯୋହନ ୧:୬
- ପ୍ରଥମ ଯୋହନ ୨:୮
- ପ୍ରଥମ ଥେସଲନୀକୀୟ ୫:୫
- ଦ୍ଵିତୀୟ ଶାମୁୟେଲ ୨୨:୧୨
- କଲସୀୟ ୧:୧୩
- ଯିଶାଇୟ ୫:୩୦
- ଯିରିମୀୟ ୧୩:୧୬
- ଯିହୋଶୂୟ ୨୪:୭
- ମାଥିଉ ୮:୧୨
ଶବ୍ଦବିନ୍ୟାସ
- Strong’s: H0652, H0653, H2816, H2821, H2822, H2825, H3990, H3991, H4285, H5890, H6205, G22170, G46520, G46530, G46550, G46560
ଅପମାନ କରିବା, ଅପମାନ କରିଲେ, ଆପମାନିତ
ତଥ୍ୟ:
“ଅପମାନ କରିବା” ଶବ୍ଦ ର ଅର୍ଥ କାହାକୁ ଲଜ୍ଜିତ କରିବା କିଅବା ନିଚା ଦିଖାଇବା I ଏହା ସାଧାରଣତଃ ସର୍ୱସାଧାରଣରେ ହୁଏ I କାହାକୁ ଲଜ୍ଜିତ କରିବାର କର୍ମ ହିଁ “ଅପମାନିତ” ଅଟେ I * ଯେତେବେଳେ ପରମେଶ୍ୱର କାହାକୁ ନମ୍ର କରନ୍ତି ତାହାର ଅର୍ଥ ହେଲା ସେ ଏକ ଗର୍ବି କୁ ନିଷ୍ଫଳତା ଅନୁଭବ କରାନ୍ତି ସେ ଗର୍ବିତ ଜୀବନରୁ ଉପରକୁ ଉଠେ I ଏହା କାହାକୁ ଆପମାନ କରିବାଠାରୁ ଅଲଗା ଅଟେ, ଯାହା କେଉଁ ବ୍ୟକ୍ତି କୁ ଆଘାତ ପହଂଚାଇବାକୁ କରାଯାଏ I * “ଅପମାନ କରିବାକୁ “କୁ “ଲଜ୍ଜିତ କରିବା” କିଅବା “ଲଜ୍ଜିତ ର କାରଣ ହେବା” କିଅବା “କିଅବା “ଅତି ଲଜ୍ଜିତ କରାଇବା “ରୂପରେ ଅନୁବାଦ କରାଯାଇପାରେ I * ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାର ଅନୁବାଦ କଲେ “ଅପମାନିତ “କୁ “ଲଜ୍ଜା” କିଅବା “ନୀଚ କରିବା “ନିଚା ଦେଖିବା” ହୁଏ I
(ଆହୁରି ଦେଖନ୍ତୁ: ନିଚା ଦେଖିବା, . ନମ୍ର, . ଲଜ୍ଜା)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H937, H954, H1421, H2778, H2781, H3001, H3637, H3639, H6030, H6031, H6256, H7034, H7043, H7511, H7817, H8216, H8213, H8217, H8589, G2617, G5014
ଅପରାଧ, ଅପରାଧୀ
ପରିଭାଷା:
“ଅପରାଧ” ଶବ୍ଦ ସାଧାରଣତଃ ଏକ ପାପକୁ ବୁଝାଏ ଯାହା ଏକ ଦେଶ କିମ୍ବା ରାଜ୍ୟର ନିୟମ ଭାଙ୍ଗିବା ସହିତ ଜଡିତ ଥାଏ । “ଅପରାଧୀ” ଶବ୍ଦ ଅପରାଧ କରିଥିବା ଏକ ବ୍ୟକ୍ତିକୁ ବୁଝାଏ ।
- ଅପରାଧଗୁଡ଼ିକ ଜଣେ ବ୍ୟକ୍ତିକୁ ହତ୍ୟା କରିବା କିମ୍ବା କାହାର ସମ୍ପତ୍ତି ଚୋରି କରିବାକୁ ବୁଝାଏ ।
- ଜଣେ ଅପରାଧୀକୁ ସାଧାରଣତଃ ବନ୍ଦୀ କିମ୍ୱା ଅକ୍ତିୟାର କରି ଏକ ସ୍ଥାନରେ ରଖାଯାଏ ଯାହାକୁ କାରାଗାର କୁହାଯାଏ ।
- ବାଇବେଲ ସମୟରେ, କେତେକ ଅପରାଧିମାନେ ପଳାତକ ଥିଲେ, ସେମାନେ ଯେଉଁମାନେ ସେମାନଙ୍କର ଅପରାଧର ପ୍ରତିଶୋଧ ନେବାକୁ ସେମାନଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ ସେମାନଙ୍କ ଠାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ ।
(ଦେଖନ୍ତୁ: ଚୋର)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2154, H2400, H4639, H5771, H7563, H7564, G25560, G25570, G44670
ଅବରୋଧ, ଘେରିନେବା, ବେଷ୍ଟନକାରୀ, ଅବରୋଧ କରୁଛି, ଦୁର୍ଗ ଅବରୋଧ କାର୍ଯ୍ୟ
ସଂଜ୍ଞା:
“ଅବରୋଧ” କରାଯାଏ ଯେତେବେଳେ ସୈନିକ ଏକ ସହରକୁ ଆକ୍ରମଣ କରନ୍ତି ଏବଂ କୌଣସି ଖାଦ୍ୟ ଓ ପାନୀୟ ଯୋଗାଣକୁ ବନ୍ଦ କରିଦିଅନ୍ତି ଗୋଟିଏ ସହରକୁ “ଘେରିବା” କିମ୍ୱା “ନଜରବନ୍ଦୀ” କରିବା ଅର୍ଥ ଅବରୋଧ କରି ଆକ୍ରମଣ କରିବା * ଯେତେବେଳେ ବାବିଲୋନ ଇସ୍ରାଏଲ କୁ ଆକ୍ରମଣ କଲେ, ସେମାନେ ଅବରୋଧ କରିବା କୌଶଳ କୁ ବ୍ୟବହାର କଲେ ଯେପରି ଯିରୁଶାଲମ ସହର ଭିତରେ ବାସ କରୁଥିବା ଲୋକମାନେ ଦୁର୍ୱଳ ହେବେ * ଅବରୋଧ ସମୟରେ, ଗଡର ପ୍ରାଚୀର ଗୁଡିକ ନିର୍ମାଣ କରନ୍ତି ଯେପରି ସୈନିକମାନେ ସହର ପରିସୀମାକୁ ଅତିକ୍ରମ କରିବେ ଓ ସହରକୁ ଅକ୍ତିଆର କରିବେ * ଗୋଟିଏ ସହରକୁ ”ଘେରିବା” ପ୍ରକାଶ କରିହେବ ଯଥା ଏହାକୁ “ଅବରୋଧ କରି ରଖିବା” କିମ୍ୱା “ବନ୍ଦ ଡାକରା ଦେବା “ * “ଘେରିବା” ଶବ୍ଦ ସମାନ ଅର୍ଥ ବୁଝାଏ ଯେପରି “ଅବରୋଧକୁ ଅଧିନରେ ରଖିବା” ଉଭୟ ପ୍ରକାଶନ ବର୍ଣ୍ଣନା କରେ ଗୋଟିଏ ସହର୍ ଯାହା ଜଣେ ଶତୃର ସୈନିକ ଚାରିପାଖ ଘେରୀ ଅଛନ୍ତି ଏବଂ ଅବରୋଧ କରିଅଛନ୍ତି
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H4692, H4693, H5341, H5437, H5564, H6693, H6696, H6887
ଅବିରତ ଚେଷ୍ଟା କରିବା, ନିରନ୍ତର ଅଧ୍ୟବସାୟ
ପରିଭାଷା:
“ଅବିରତ ଚେଷ୍ଟା କରିବା” ଏବଂ “ନିରନ୍ତର ଅଧ୍ୟବସାୟ” ବାକ୍ୟାଂଶ ନିରନ୍ତର କିଛି କରୁଥିବା ବିଷୟକୁ ବୁଝାଏ, ଯଦିଓ ଏହା ଅତି କଷ୍ଟସାଧ୍ୟ ବିଷୟ ହୋଇଥାଏ କିମ୍ୱା ଅଧିକ ସମୟ ନେଇଥାଏ।
- ଅଧ୍ୟବସାୟ କହିଲେ କଷ୍ଟକର ପରୀକ୍ଷାଗୁଡ଼ିକ ବା ପରିସ୍ଥିତିଗୁଡ଼ିକ ଆସିଲେ ମଧ୍ୟ ଖ୍ରୀଷ୍ଟଙ୍କ-ସଦୃଶ ନିରନ୍ତର କାର୍ଯ୍ୟ କରିବାକୁ ବୁଝଏ।
- ଯଦି ଜଣେ ବ୍ୟକ୍ତିର “ନିରନ୍ତର ଅଧ୍ୟବସାୟ” ବା ପରିଶ୍ରମ ରହିଛି ଏହାର ଅର୍ଥ, ଯେତେ ଯନ୍ତ୍ରଣାଦାୟକ ବା କଷ୍ଟକର ପରିସ୍ଥିତି ହେଉ ନା କାହିଁକି ସେ ଯାହା କରିବା ଉଚିତ, ତାହା କରିବା ନିମନ୍ତେ ସେ ସମର୍ଥ ଅଟେ।
- ଈଶ୍ୱର ଯାହା ଶିକ୍ଷା ପ୍ରଦାନ କରନ୍ତି ତାହା ବିଶ୍ୱାସ କରିବା ନିମନ୍ତେ ଅଧ୍ୟବସାୟର ଆବଶ୍ୟକତା ରହିଛି, ବିଶେଷତଃ, ଯେତେବେଳେ ଆମ୍ଭେମାନେ ଭ୍ରାନ୍ତ ଶିକ୍ଷାର ସମ୍ମୁଖୀନ ହେଉ।
- “ଜିଦଖୋର” ଭଳି ଶବ୍ଦ ବ୍ୟବହାର ନ କରିବା ବିଷୟରେ ସାବଧାନ ରୁହନ୍ତୁ, କାରଣ ଏହି ଶବ୍ଦର ନକରାତ୍ମକ ଅର୍ଥ ରହିଛି।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: G31150, G43430, G52810
ଅଭିଯୋଗ, ଅଭିଯୁକ୍ତ, ଅଭିଯୋଗକାରୀ, ଦୋଷାରୋପ
ପରିଭାଷା:
“ଅଭିଯୋଗ”ଏବଂ “ଦୋଷାରୋପଣ”ଶବ୍ଦଗୁଡ଼ିକ ଜଣେ ବ୍ୟକ୍ତିର ଅପରାଧ ହେତୁ ତାହାକୁ ନିନ୍ଦା କରିବାକୁ ବୁଝାଏ । ଯେଉଁ ବ୍ୟକ୍ତି ଅନ୍ୟକୁ ଦୋଷାରୋପଣ କରେ ସେ ଏକ ଅଭିଯୋଗକାରୀ ଅଟେ।
- ମିଥ୍ୟା ଦୋଷାରୋପଣ ଏହା ଅଟେ ଯେତେବେଳେ ସତ୍ୟତା ବିନା ଅନ୍ୟକୁ ବିରୋଧ କରାଯାଏ, ଯେପରି ଯୀଶୁ ମଧ୍ୟ ଯିହୁଦୀ ନେତାମାନଙ୍କ ଦ୍ୱାରା ମିଥ୍ୟାରେ ଦୋଷାରୋପଣ କରାଯାଇଥିଲେ।
- ନୂତନ ନିୟମର ପ୍ରକାଶିତ ବାକ୍ୟ ପୁସ୍ଥକରେ ଶୟତାନକୁ “ଅଭିଯୋଗକାରୀ”କୁହାଯାଇଅଛି।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3198, H6818, G14580, G21470, G25960, G27240
ଅଭିଷେକ କରିବା, ଅଭିଶିକ୍ତ, ପାଦ୍ରୀପଦରେ ନିଯୁକ୍ତି, ବହୁ ପୂର୍ବରୁ ପରିକଳ୍ପିତ ଯୋଜନା, ବ୍ୟବସ୍ଥିତ, ପ୍ରସ୍ତୁତ
ପରିଭାଷା:
ଅଭିଷେକ କରିବା ଅର୍ଥ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ କିମ୍ୱା ଦାୟିତ୍ୱ ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବରେ ନିଯୁକ୍ତ କରିବା ଅଟେ । ଏହା ଆନୁଷ୍ଠାନିକ ଭାବରେ ଏକ ନିୟମ କିମ୍ୱା ଆଇନାନୁଯାଇ ନିଷ୍ପତି ନେବାକୁ ମଧ୍ୟ ବୁଝାଏ।
- “ଅଭିଷେକ” ଶବ୍ଦ ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବରେ ଯାଜକ, ମନ୍ତ୍ରୀ କିମ୍ବା ଗୁରୁ ପଦରେ ନିଯୁକ୍ତି କରିବାକୁ ବୁଝାଏ।
- ଉଦାହରଣ ସ୍ଵରୂପ, ଈଶ୍ଵର ହାରୋଣ ଏବଂ ତାହାର ସନ୍ତାନଗଣକୁ ଯାଜକ ପଦରେ ଅଭିଷେକ କଲେ।
- ଏହାର ଅର୍ଥ ଅନୁଷ୍ଠାନ କିମ୍ୱା କିଛି ପ୍ରତିଷ୍ଠା କରିବାକୁ ମଧ୍ୟ ବୁଝାଏ, ଯଥା ଏକ ଧାର୍ମିକ ଉତ୍ସବ କିମ୍ୱା ନିୟମକୁ।
- ପ୍ରସଙ୍ଗ ଉପରେ ଆଧାର କରି, “ଅଭିଷେକ କରିବା” ଶବ୍ଦକୁ “ଦାୟିତ୍ୱ ଦେବା” କିମ୍ବା “ନିଯୁକ୍ତି କରିବା” କିମ୍ବା “ଆଦେଶ ଦେବା” କିମ୍ବା “ନିୟମ ସ୍ଥାପନ କରିବା” କିମ୍ବା “ଅନୁଷ୍ଠାନ କରିବା” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ଆଦେଶ, ନିୟମ , ଘୋଷଣାନାମା, ବ୍ୟବସ୍ଥା, ଯାଜକ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3245, H4390, H6186, H6213, H6680, H7760, H8239, G12990, G25250, G42700, G42820
ଅମାନ୍ୟ କରିବା, ଅମାନ୍ୟ କଲେ, ଅବାଧ୍ୟତା, ବିଦ୍ରୋହୀ
ପରିଭାଷା:
“ଅମାନ୍ୟ” ଶବ୍ଦର ଅର୍ଥ ଜଣେ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଆଦେଶ ବା ନିର୍ଦ୍ଦେଶଗୁଡ଼ିକୁ ନ ମାନିବାକୁ ବୁଝାଏ। ଯେଉଁ ବ୍ୟକ୍ତି ଏହା କରେ ସେ “ଅବାଧ୍ୟ” ଅଟେ।
- ଜଣେ ବ୍ୟକ୍ତି ଯିଏ ଏପରି କିଛି ବିଷୟ କରେ ଯାହା ତାହାକୁ ନ କରିବାକୁ କୁହାଯାଇଥିଲା ତେବେ ଅମାନ୍ୟ କରେ।
- ଅମାନ୍ୟର ଅର୍ଥ କୌଣସି ବିଷୟକୁ କରିବାକୁ ଆଦେଶକୁ ପାଳନ ନ କରିବାକୁ ବୁଝାଏ।
- “ଅବାଧ୍ୟ” ଶବ୍ଦକୁ ଏକ ବ୍ୟକ୍ତିର ଚରିତ୍ରକୁ ବର୍ଣ୍ଣନା କରିବାକୁ ମଧ୍ୟ ବ୍ୟବହାର କରାଯାଏ ଯିଏ ଅଭ୍ୟାସଗତ ଭାବରେ ଅବାଧ୍ୟ ହୁଏ ବା ବିଦ୍ରୋହ କରେ। ଏହାର ଅର୍ଥ ସେମାନେ ପାପୀ କିମ୍ବା ଦୁଷ୍ଟ ଅଟନ୍ତି। * “ଆଦେଶ ଲଂଘନ” ଶବ୍ଦ “ଅମାନିଆ ବ୍ୟବହାର” କିମ୍ବା “ଏପରି ବ୍ୟବହାର ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧ” କୁ ବୁଝାଏ।
- “ଅବାଧ୍ୟ ଲୋକମାନେ” ବାକ୍ୟାଂଶକୁ “ଯେଉଁ ଲୋକମାନେ ନିରନ୍ତର ଅବାଧ୍ୟ ହୁଅନ୍ତି” କିମ୍ବା “ଯେଉଁ ଲୋକମାନେ ଈଶ୍ୱରଙ୍କ ଆଦେଶକୁ ଅମାନ୍ୟ କରନ୍ତି” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ଅଧିକାର, ମନ୍ଦ, ପାପ, ମାନିବା)
ବାଇବେଲ ପଦପର୍ବ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୨:୧୧ ଈଶ୍ୱର ମନୁଷ୍ୟକୁ କହିଲେ, “ତୁମ୍ଭେ ତୁମ୍ଭର ସ୍ତ୍ରୀର କଥା ଶୁଣିଲ ଏବଂ ମତେ ଅମାନ୍ୟ କଲ।”
- ୧୩:୭ ଈଶ୍ଵର ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କୁ ଆଶୀର୍ବାଦ ଏବଂ ରକ୍ଷା କରିବେ, ଯଦି ଲୋକମାନେ ଏହି ସମସ୍ତ ବ୍ୟବସ୍ଥାକୁ ପାଳନ କରନ୍ତି। ଯଦି ସେମାନେ ସେଗୁଡ଼ିକ ଅମାନ୍ୟ କରିବେ, ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।
- ୧୬:୨ କାରଣ ଇସ୍ରାଏଲ ସନ୍ତାନଗଣ ଈଶ୍ଵରଙ୍କୁ ନିରନ୍ତର ଅମାନ୍ୟ କଲେ, ସେ ସେମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ଦ୍ୱାରା ସେମାନଙ୍କୁ ପରାଜୟ ହେବାକୁ ସମର୍ପିତ କଲେ।
- ୩୫:୧୨ “ବଡ଼ ପୁଅ ଆପଣା ପିତାଙ୍କୁ କହିଲେ, 'ଏହି ସମସ୍ତ ଦିନଗୁଡ଼ିକ ମୁଁ ତୁମ୍ଭ ପାଇଁ ବିଶ୍ୱସ୍ତ ଭାବେ କାର୍ଯ୍ୟ କରିଅଛି! ମୁଁ କେବେହେଲେ ତୁମ୍ଭକୁ ଅମାନ୍ୟ କଲି ନାହିଁ, ପୁଣି ମୋ ସାଥିମାନଙ୍କ ସହ ଭୋଜି କରିବାକୁ ତୁମ୍ଭେ ମୋତେ ଛୋଟ ଛେଳି ଛୁଆଟିଏ ହେଲେ ଦେଲ ନାହିଁ“
ଶବ୍ଦବିନ୍ୟାସ:
- Strong’s: H4784, H5674, G05060, G05430, G05440, G05450, G38470, G38760
ଅଲୋନ, ଅଲୋନ ବୃକ୍ଷ
ସଂଜ୍ଞା:
ଗୋଟିଏ ଅଲୋନ କିମ୍ୱା ଅଲୋନ ବୃକ୍ଷ, ଲମ୍ବା ସହିତ ବିଶାଳ ଗଣ୍ଡୀ ଏବଂ ଚାରିପାଖ ଶାଖା ପ୍ରଶାଖା ମେଲି ଚାଇ ଯୋଗାଏ * ଅଲୋନ ବୃକ୍ଷ ବହୁତ ଶକ୍ତ, କଠିନ କାଷ୍ଠ ଯାହା ଜାହାଜ ତିଆରି ଏବଂ କୃଷି ଉପକରଣମାନ ତିଆରି ସହିତ ବଳଦ ବେକରେ ଜୁଆଳି ଓ ଚାଲିବା ନିମନ୍ତେ ବାଡି ତିଆରି କରାଯାଏ * ଅଲୋନ ବୃକ୍ଷର ଫଳ କୁ ବାଜାମ କୁହାଯାଏ * କିଛି ଅଲୋନ ବୃକ୍ଷର ଗଣ୍ଡୀ ୬ ମିଟର ଓସାର ହୋଇଥାଏ * ଉପମା ବ୍ୟବହାରରେ ଅଲୋନ ବୃକ୍ଷ ଦୀର୍ଘଜୀବୀ ଓ ଅନ୍ୟ ଆତ୍ମିକ ଅର୍ଥ କୁ ବୁଝାଏ ବାଇବଲରେ, ସେଗୁଡିକ ପବିତ୍ର ସ୍ଥାନ ସହିତ ବ୍ୟବହାର ହୋଇଥାଏ
ଅନୁବାଦ ପ୍ରସ୍ତାବ ଗୁଡିକ:
- ଅଧିକାଂଶ ଅନୁବାଦରେ କେବଳ “ଅଲୋନ” ବ୍ୟବହାରଠାରୁ “ଅଲୋନ ବୃକ୍ଷ” ବ୍ୟବହାରରେ ଗୁରୁତ୍ୱପୂର୍ଣ୍ଣ୍ଣ ଭୂମିକା ଅଛି
- ଯଦି ଅଲୋନ ବୃକ୍ଷ ପ୍ରାପ୍ତେଷୁଙ୍କ ଅଞ୍ଚଳରେ ଜଣା ନାହିଁ, “ଗୋଟିଏ ଅଲୋନ ” ଅନୁବାଦ ହେବ ଯଥା “ଗୋଟିଏ ଅଲୋନ, ଛାୟା ପ୍ରଦାନକାରୀ ଗଛ ପରି”, ତାପରେ ସ୍ଥାନୀୟ ଅଞ୍ଚଳରେ ସେହିପରି ଥିବା ବୃକ୍ଷର ନାମ କୁହ
- ଦେଖ: ଅଜଣା ବିଷୟରେ ଅନୁବାଦ କରିବେ କିପରି
(ଦେଖ: ପବିତ୍ର)
ବାଇବଲ ପୃଷ୍ଠଭୂମି:
ବୋର୍ଡ ଡାଟା :
- Strong's: H352, H424, H427, H436, H437, H438
ଅଲୌକିକ ଶକ୍ତି, ଗଣକ, ଭବିଷ୍ୟତ ବାଣୀ, ଭବିଷ୍ୟତବକ୍ତା
ସଂଜ୍ଞା:
“ଅଲୌକିକ ଶକ୍ତି” ଏବଂ “ଭବିଷ୍ୟତ ବାଣୀ” ଶବ୍ଦ ଗୁଡିକ ଅସ୍ୱଭାବିକ ଜଗତରେ ଆତ୍ମାଗୁଡିକଙ୍କଠାରୁ ସୂଚନା ପାଇବାକୁ ଚେଷ୍ଟା କରିବା ଅଭ୍ୟାସକୁ ସୂଚାଏ । ଜଣେ ବ୍ୟକ୍ତି ଯିଏକି ଏହି କିଛି କିଛି ସମୟରେ କରେ ତାହାକୁ ଜଣେ “ଗଣକ” ବା “ଭବିଷ୍ୟତବକ୍ତା”ବୋଲି କହନ୍ତି । * ପୁରାତନ ନୀୟମ ସମୟରେ, ଈଶ୍ୱର ଇସ୍ରାଏଲମାନଙ୍କୁ ଅଲୌକିକ ଶକ୍ତି ବା ଭବିଷ୍ୟତବକ୍ତାଙ୍କ ଅଭ୍ୟାସ ନ କରିବାକୁ ଆଦେଶ ଦେଲେ । * ଈଶ୍ୱର ଉରୀମ୍ ଓ ତୁମୀମ୍ ଯେଉଁ ପଥରଗୁଡିକଥିଲେ ବ୍ୟବହାରକରି ତା’ଙ୍କଠାରୁ ସୂଚନା ସଂଗ୍ରହ କରିବାକୁ ତା’ଙ୍କ ଲୋକମାନଙ୍କୁ ଅନୁମତି ଦେଲେ ଯେପରି ସେହି ଉଦ୍ଦେଶ୍ୟ ନିମନ୍ତେ ସେ ପ୍ରଧାନ ଯାଜକଙ୍କ ଦ୍ୱାରା ଉପାଧି ପାଇଥିଲେ । କିନ୍ତୁ ସେ ତା’ଙ୍କ ଲୋକମାନଙ୍କୁ ମନ୍ଦ ଆତ୍ମାଗୁଡିକର ସାହାଯ୍ୟ ଦେଇ ସୂଚନା ସଂଗ୍ରହ କରିବାକୁ ଅନୁମତି ଦେଲେ ନାହିଁ । * ଭିନ୍ନଧର୍ମୀ ଗଣକମାନେ ସୂଚନା ଖୋଜିବାକୁ ଆତ୍ମା ଜଗତଠାରୁ ଚେଷ୍ଟାକରି ବିଭିନ୍ନ ପ୍ରଣାଳୀଗୁଡିକୁ ବ୍ୟବହାର କଲେ । ସମୟ ସମୟରେ ସେମାନେ ଏକ ମୃତ ପଶୁ ପ୍ରାଣୀର ଆଭ୍ୟନ୍ତରୀଣ ଅଂଶ ବା ଭୂମି ଉପରେ ଫୋପାଡିବା ପଶୁ ପ୍ରାଣୀର ଅସ୍ଥିଗୁଡିକୁ ପ୍ରଣାଳୀଗୁଡିକ ପାଇଁ ନିରୀକ୍ଷଣ କରି ପରୀକ୍ଷା କରିଥାନ୍ତି ତାହା ସେମାନେ ସେମାନଙ୍କର କୃତ୍ରିମ ଦେବତାମାନଙ୍କଠାରୁ ସମ୍ୱାଦଗୁଡିକ ରୂପେ ଭାଷାନ୍ତର କରିଥାନ୍ତି । * ନୂତନ ନିୟମରେ, ଯୀଶୁ ଓ ପ୍ରେରିତମାନେ ମଧ୍ୟ ଅଲୌକିକ ଶକ୍ତି, ତାନ୍ତ୍ରିକ, ଗୁଣିଆ ଏବଂ କୁହୁକ ବିଦ୍ୟା ପରିତ୍ୟାଗ କଲେ । ଏହି ସମସ୍ତ ଅଭ୍ୟାସଗୁଡିକ ମନ୍ଦ ଆତ୍ମାଗୁଡିକର ଶକ୍ତି ବ୍ୟବହାର କରି ଅନ୍ତର୍ଭୁକ୍ତ କରନ୍ତି ପୁଣି ଈଶ୍ୱରଙ୍କ ଦ୍ୱାରା ଅସମ୍ମତ ଅଭିବ୍ୟକ୍ତ ହେଲା ।
(ପୁନଶ୍ଚ ଦେଖନ୍ତୁ: ପ୍ରେରିତ, କୃତ୍ରିମ ଦେବତା, କୁହୁକ ବିଦ୍ୟା, ତାନ୍ତ୍ରିକ)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H1870, H4738, H5172, H6049, H7080, H7081, G4436
ଅସୁବିଧା, ବିଚଳିତ, ଉତ୍ତେଜିତ, ଦୁଃଖପୂର୍ଣ୍ଣ, କ୍ଳେଶ, ବିପଦ
ପରିଭାଷା:
ଏକ “ଅସୁବିଧା” ଜୀବନର ଏକ ଅନୁଭୂତି ଯାହା ଅତ୍ୟନ୍ତ କଷ୍ଟଦାୟକ ଏବଂ ଦୁଃଖପୂର୍ଣ୍ଣ ଅଟେ I କାହାକୁ “ଅସୁବିଧା” କରେଇବା ଅର୍ଥ ସେହି ବ୍ୟକ୍ତିକୁ “ବ୍ୟଥିତ କରିବା” କିମ୍ବା କଷ୍ଟ ଦେବା ଅଟେ I “ଅସୁବିଧାରେ ପଡ଼ିବା” ଅର୍ଥ କୌଣସି ବିଷୟରେ ବିବ୍ରତ କିମ୍ବା ଉତ୍ତେଜିତ ହେବା ଅଟେ I
- ଅସୁବିଧାଗୁଡ଼ିକ ହୁଏତ ଶାରୀରିକ, ଆବେଗଜନିତ, ବା ଆତ୍ମିକା ବିଷୟଗୁଡ଼ିକ ହୋଇପାରେ ଯାହା ଜଣେ ବ୍ୟକ୍ତିକୁ ଆଘାତ ଦେଇପାରେ I
- ବାଇବେଲରେ, ଅନେକ ସମୟରେ ଅସୁବିଧାଗୁଡ଼ିକ ପରୀକ୍ଷାର ସମୟ ଅଟେ ଯାହାକୁ ଈଶ୍ୱର ବ୍ୟବହାର କରନ୍ତି ଓ ସାହାଯ୍ୟ କରନ୍ତି ଯେ ବିଶ୍ୱାସୀମାନେ ସେମାନଙ୍କ ବିଶ୍ୱାସରେ ପରିପକ୍ୱ ହେବେ ଏବଂ ବୃଦ୍ଧି ପାଇବେ I
- ପୁରାତନ ନିୟମରେ “ଅସୁବିଧା” ଶବ୍ଦର ବ୍ୟବହାର ମଧ୍ୟ ବିଚାରକୁ ବୁଝାଇଥାଏ ଯାହା ଅନୈତିକ ଏବଂ ଈଶ୍ୱରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କ ଦଳଗୁଡ଼ିକରେ ଆସିଲା I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି “ଅସୁବିଧା” କିମ୍ବା “ଅସୁବିଦ୍ଧଗୁଡ଼ିକ” ଶବ୍ଦକୁ “ବିପଦ” ବା “ଘଟୁଥିବା ଯନ୍ତ୍ରଣାଦାୟକ ବିଷୟଗୁଡ଼ିକ” ବା “ତାଡ଼ନା” ବା “କଷ୍ଟକର ଅନୁଭୁତି” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ବିଚଳିତ” ଶବ୍ଦକୁ ଗୋଟିଏ ଶବ୍ଦ କିମ୍ୱା ବାକ୍ୟାଂଶରେ ଅନୁବାଦ କରାଯାଇପାରେ, ଯାହାର ଅର୍ଥ “ଦୁଃଖ ଭୋଗିବା” କିମ୍ବା “ଭୟଙ୍କର ଦୁଃଖ ଅନୁଭବ କରିବା” କିମ୍ବା “ଚିନ୍ତିତ” କିମ୍ବା “ବ୍ୟସ୍ତ” କିମ୍ବା “ବିବ୍ରତ” ଅଟେ I
- ତାହାକୁ କଷ୍ଟ ଦିଅ ନାହିଁ “ ପଦକୁ “ତାହାକୁ ବ୍ୟତିବ୍ୟସ୍ତ କରନାହିଁ “ କିମ୍ୱା “ତାହାକୁ ସମାଲୋଚନା କର ନାହିଁ “ ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ବିପଦର ଦିନ” ବା “ବିପଦର ସମୟଗୁଡ଼ିକ” ବାକ୍ୟାଂଶକୁ “ଯେତେବେଳେ ତୁମ୍ଭେମାନେ ମାନସିକ ଯନ୍ତ୍ରଣାର ଅନୁଭୁତି ପାଇବ” ବା “ଯେତେବେଳେ କଷ୍ଟକର ବିଷୟସବୁ ତୁମ୍ଭ ପ୍ରତି ଘଟିବ” ବା “ଯେତେବେଳେ ଈଶ୍ୱର ଯନ୍ତ୍ରଣାଦାୟକ ବିଷୟଗୁଡ଼ିକ ହେବାକୁ ଅନୁମତି ଦେବେ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ସମସ୍ୟା ସୃଷ୍ଟି କରିବା” ବା “ବିପଦ ଆଣିବା” ବାକ୍ୟାଂଶକୁ “ମାନସିକ ଯନ୍ତ୍ରଣାଦାୟକ ଅଶାନ୍ତିକର ବିଷୟଗୁଡ଼ିକ ଘଟାଇବା” କିମ୍ୱା “ସମସ୍ୟାଗୁଡ଼ିକ ସୃଷ୍ଟି କରିବା” କିମ୍ୱା “ସେମାନଙ୍କୁ ଅତି କଷ୍ଟଦାୟକ ବିଷୟଗୁଡ଼ିକର ଅନୁଭୁତି ପାଇବାକୁ ଦେବା” ବୋଲି ଅନୁବାଦ କରାଯାଇପାରେ I
(ମାନସିକ ଯନ୍ତ୍ରଣା, ତାଡନା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0205, H0926, H0927, H1204, H1607, H1644, H1804, H2000, H4103, H5916, H5999, H6031, H6040, H6470, H6696, H6862, H6869, H6887, H7264, H7267, H7451, H7489, H8513, G03870, G16130, G17760, G23460, G23470, G23500, G23600, G28730, G36360, G39260, G39300, G39860, G44230, G46600, G50150, G51820
ଆଚ୍ଛାଦନ, ଆଚ୍ଛାଡିତ, ଅନାବରଣ
ସଂଜ୍ଞା:
“ଆଚ୍ଛାଦନ”ଶବ୍ଦ ସାଧାରଣ ଭାବରେ ଏକ ପତଳା କପଡାକୁ ବୁଝାଏ ଯାହା ମସ୍ତକ କିମ୍ବା ମୁଖକୁ ଘୋଡାଇବା କିମ୍ବା ଆଚ୍ଛାଦନ କରିବାକୁ ବ୍ୟବହୃତ ହୁଏ ଯାହା ଦ୍ଵାରା ଏହା ଦେଖାଯାଏ ନାହିଁ ।
- ସଦାପ୍ରଭୁଙ୍କ ଉପସ୍ଥିତିରେ ମୋଶା ଏକ ଆବରଣରେ ଆପଣା ମୁଖକୁ ଆଚ୍ଛାଦନ କରିଥିଲେ, ଯେପରି ଲୋକମାନଙ୍କଠାରୁ ତାଙ୍କ ମୁଖର ଉଜ୍ଜ୍ୱଳତା ଲୁଚି ରହିବ।
- ବାଇବଲରେ, ସ୍ତ୍ରୀମାନେ ସର୍ବସାଧାରଣ ସ୍ଥାନରେ କିମ୍ବା ପୁରୁଷଙ୍କ ଉପସ୍ଥିତିରେ ମସ୍ତକ ଘୋଡାଇବା ପାଇଁ ଏହା ବ୍ୟବହାର କରିଥିଲେ ଏବଂ ପ୍ରାୟ ସମୟରେ ସେମାନେ ସେମାନଙ୍କର ମୁଖକୁ ମଧ୍ୟ ଆଚ୍ଛାଦନ କରିଥିଲେ ।
- “ଆଚ୍ଛାଦନ କରିବା” କ୍ରିୟାର ଅର୍ଥ ଏକ ଆବରଣରେ କୌଣସି ବସ୍ତୁକୁ ଆଚ୍ଛାଦନ କରିବା ।
- କେତେକ ଇଂରାଜୀ ସଂସ୍କରଣରେ, ମୋଟା ପରଦାକୁ ବୁଝାଇବା ପାଇଁ “ଆଚ୍ଛାଦନ” ଶବ୍ଦ ବ୍ୟବହୃତ, ଯାହା ଅତି ପବିତ୍ର ସ୍ଥାନରେ ପ୍ରବେଶ ଦ୍ୱାରକୁ ଆଚ୍ଛାଦନ କରିଥିଲା । କିନ୍ତୁ “ପରଦା” ସେହି ପ୍ରସଙ୍ଗରେ ଏକ ଉତ୍ତମ ଶବ୍ଦ ଅଟେ, ଯେହେତୁ ଏହା ଏକ ଭାରୀ, ମୋଟା କପଡାକୁ ଦର୍ଶାଏ । ଅନୁବାଦ ପ୍ରସ୍ତାବଗୁଡ଼ିକ
- “ଆଚ୍ଛାଦନ” ଶବ୍ଦକୁ “ପତଳା କପଡା ଆବରଣ” କିମ୍ବା “କପଡା ଆବରଣ” କିମ୍ବା “ମସ୍ତକ ଆବରଣ” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ ।
- କେତେକ ସଂସ୍କୃତିରେ, ସ୍ତ୍ରୀମାନଙ୍କ ପାଇଁ ଏକ ଆବରଣ ପାଇଁ ପୂର୍ବରୁ ଏକ ଶବ୍ଦ ଥାଇପାରେ । ଏହା ମୋଶାଙ୍କ ପାଇଁ ବ୍ୟବହୃତ ହେଲେ ଏକ ଭିନ୍ନ ଶବ୍ଦ ବ୍ୟବହାର କରିବା ଆବଶ୍ୟକ ଅଟେ ।
(ଆହୁରି ଦେଖନ୍ତୁ: ମୋଶା)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H4304, H4533, H4555, H6777, H6809, H7196, H7479, G03430, G25710, G25720
ଆତଙ୍କ, ଆତଙ୍କିତ କରିବା, ଆତଙ୍କିତ କରାଇବା, ଭୟଭୀତ, ଭୟଭୀତ ହେବା
ପରିଭାଷା:
“ଆତଙ୍କିତ” ଶବ୍ଦ ଅତ୍ୟଧିକ ଭୟ ଅନୁଭବ କରିବାକୁ ବୁଝାଏ I ଅନ୍ୟ କାହାକୁ ଭୟଭୀତ କରାଇବା ଅର୍ଥ ସେହି ବ୍ୟକ୍ତିକୁ ଅତ୍ୟଧିକ ଭୟଭୀତ ଅନୁଭବ କରାଇବା ଅଟେ I
- “ଆତଙ୍କ” ଏପରି ଏକ ବିଷୟ ବା ବ୍ୟକ୍ତି ଯାହା ଅତ୍ୟଧିକ ବା ଭୟାନକ ଭୟ ସୃଷ୍ଟି କରାଏ I ଏକ ଆତଙ୍କର ଉଦାହରଣ ଶତ୍ରୁ ଆକ୍ରମଣ କରିବା ହୋଇପାରେ, କିମ୍ୱା ମହାମାରୀ କିମ୍ୱା କୌଣସି ରୋଗ ଯାହା ବ୍ୟାପିଯାଇ ଅନେକ ଲୋକଙ୍କୁ ମାରି ପକାଏ ହୋଇପାରେ I
- ଏହି ଆତଙ୍କକୁ “ଭୟଙ୍କର” ବୋଲି ବର୍ଣ୍ଣନା କରାଯାଇପାରେ I ଏହି ଶବ୍ଦକୁ “ଭୟ–ଜାତକାରୀ” କିମ୍ୱା “ଭୟ-ଉତ୍ପନ୍ନକାରୀ” ବୋଲି ଅନୁବାଦ କରାଯାଇପାରେ I
- ଅନୁତାପ କରି ନ ଥିବା ଲୋକମାନେ ଯେଉଁମାନେ ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଈଶ୍ୱରଙ୍କ ବିଚାର ସେମାନଙ୍କୁ ଦିନେ ଭୟଭୀତ କରିବ I
- “ଯିହୋବାଙ୍କର ଭୟ” ବାକ୍ୟାଂଶକୁ “ଯିହୋବାଙ୍କ ଉପସ୍ଥିତିର ଭୟ” କିମ୍ୱା “ଯିହୋବାଙ୍କର ବିଚାରର ଭୟାନକ ଅବସ୍ଥା” କିମ୍ୱା “ଯେତେବେଳେ ଯିହୋବା ଭୟ ଉତ୍ପନ୍ନ କରିବେ“ ବୋଲି ଅନୁବାଦ କରାଯାଇପାରେ I
- “ଆତଙ୍କ” ଶବ୍ଦକୁ “ଅତ୍ୟଧିକ ଭୟ” କିମ୍ୱା “ଗଭୀର ଭାବରେ ଭୟଭୀତ ହେବା” ବୋଲି ଅନୁବାଦ ମଧ୍ୟ କରାଯାଇପାରେ I
( ବିରୋଧୀ ବ୍ୟକ୍ତି, ଭୟ, ବିଚାରକ, ମହାମାରୀ, ଯିହୋବା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0367, H0926, H0928, H1091, H1161, H1204, H1205, H1763, H2111, H2113, H2189, H2731, H2847, H2851, H2865, H3372, H3707, H4032, H4172, H4288, H4637, H6184, H6206, H6343, H6973, G16290, G16300, G22580, G44220, G44260, G54010
ଆତ୍ମ ସଂଯମ ବା ନିଜକୁ ନୀୟନ୍ତ୍ରଣ କରିବା, ଆତ୍ମ ନୀୟନ୍ତ୍ରିତ
ସଂଜ୍ଞା:
ଆତ୍ମ ସଂଯମ ହେଉଛି ଜଣକର ଆଚରଣକୁ ପାପ କରିବାଠାରୁ ଦୁରେଇ ରଖିବାର ଏକ ଦକ୍ଷତା।
- ଏକ ଉତ୍ତମ ଆଚରଣକୁ, ଯାହା ପାପପୁର୍ଣ୍ଣ ଚିନ୍ତା, ବକ୍ତବ୍ୟ ଏବଂ କାର୍ଯ୍ୟ ନକରିବାକୁ ଦର୍ଶାଏ।
- ଆତ୍ମ ସଂଯମ ହେଉଛି ଫଳ କିମ୍ୱା ଚରିତ୍ର ଯାହା ପବିତ୍ର ଆତ୍ମା ଖ୍ରୀଷ୍ଟବିଶ୍ୱାସୀମାନଙ୍କୁ ଦିଅନ୍ତି।
- ଜଣେ ବ୍ୟକ୍ତି ଯିଏ ଆତ୍ମ ସଂଯମ ବ୍ୟବହାର କରନ୍ତି ସେ କୌଣସି ଭୁଲ୍ କାର୍ଯ୍ୟ କରିବାର ଇଚ୍ଛାରୁ ନିଜକୁ ନିବୃତ୍ତ କରିପାବ। ଈଶ୍ଵର ଜଣେ ବ୍ୟକ୍ତିଙ୍କୁ ଆତ୍ମ ସଂଯମ କରିବା ସକ୍ଷମ କରନ୍ତି।
(ଆହୁରି ଦେଖ: ଫଳ, ପବିତ୍ର ଆତ୍ମା)
ବାଇବଲ ପଦ ପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H4623, H7307, G192, G193, G1466, G1467, G1468, G4997
ଆତ୍ମୀୟ,ରକ୍ତ ସମ୍ପର୍କୀୟ, ସମ୍ପର୍କୀୟ, ନିକଟ-କୁଟୁମ୍ବ
ପରିଭାଷା:
“ଆତ୍ମୀୟ” ଶବ୍ଦ ଜଣେ ବ୍ୟକ୍ତିର ରକ୍ତ ସମ୍ପର୍କୀୟଙ୍କୁ ବୁଝାଏ, ଯାହାକି ଗୋଷ୍ଠୀ ଭାବରେ ପରିଗଣିତ ହୁଏ | ଶବ୍ଦ " ନିକଟ-କୁଟୁମ୍ବ " ଏକ ପୁରୁଷ ସମ୍ପର୍କୀୟଙ୍କୁ ନିର୍ଦ୍ଦିଷ୍ଟ ଭାବରେ ବୁଝାଏ I
- “ଆତ୍ମୀୟ“ ଏକ ବ୍ୟକ୍ତିର ନିକଟତମ ସମ୍ପର୍କୀୟକୁ ଦର୍ଶାଏ, ଯେପରି କି ମାତା-ପିତା, ଭାଇ ଭଉଣୀ କିମ୍ବା ଏହା ଦୁର ସମ୍ପର୍କୀୟକୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ ଯେପରି କି ମଉସା, ମାମୁ, ପୁତୁରା ଇତ୍ୟାଦି I
- ପୁରାତନ ଇସ୍ରାଏଲରେ ଯଦି ଜଣେ ପୁରୁଷ ମରିଯାଏ, ତାର ନିକଟତମ ଆତ୍ମୀୟ ତାହାର ବିଧବା ସ୍ତ୍ରୀ ସହ ବିବାହ କରେ, ତାର ସମ୍ପତିର ଯତ୍ନ ନିଏ, ତାର ପରିବାରର ନାମ ଆଗକୁ ନେଏ I ଏହି ଆତ୍ମୀୟକୁ “ନିକଟ-କୁଟୁମ୍ବ“ କୁହାଯାଏ I
- ଏହି “ଆତ୍ମୀୟ” ଶବ୍ଦକୁ “ସମ୍ପର୍କୀୟ” କିମ୍ବା “ପରିବାର ସଦଶ୍ୟ” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0251, H1350, H4129, H4130, H7138, H7607, G47730
ଆଦେଶ, ଆଜ୍ଞା
ପରିଭାଷା:
“ଆଦେଶ” ଶବ୍ଦର ଅର୍ଥ ଏକ ଆଦେଶ ଦେବା ଯାହା ନିଶ୍ଚିତ ଭାବରେ ପାଳନ କରାଯିବା ଅନିବାର୍ଯ୍ୟ ଅଟେ I ଏହି ଆଦେଶକୁ ଏକ “ଆଜ୍ଞା” ମଧ୍ୟ କୁହାଯାଇପାରେ ।
-
ଏକ “ଆଦେଶ” ଏକ “ନିୟମ” ସହିତ ସମାନ ଅଟେ, କିନ୍ତୁ ସାଧାରଣତଃ ଲେଖିବା ପରିବର୍ତ୍ତେ କଥିତ ବିଷୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I
-
“ଆଦେଶ” ଶବ୍ଦକୁ “ଆଜ୍ଞା” କିମ୍ବା “ନିର୍ଦ୍ଦେଶ” କିମ୍ବା “ଆନୁଷ୍ଠାନିକ ଭାବରେ ଆବଶ୍ୟକ” କିମ୍ବା “ସର୍ବସାଧାରଣରେ ଏକ ଆଇନ ତିଆରି କରିବା”ବୋଲି ଅନୁବାଦ କରାଯାଇପାରେ I
-
ଈଶ୍ଵରଙ୍କ ନିୟମକୁ ମଧ୍ୟ ନିୟମ, ବ୍ୟବସ୍ଥା ବା ଆଦେଶ ମଧ୍ୟ କୁହାଯାଏ I
-
ମାନବ ଶାସକମାନଙ୍କ ଦ୍ଵାରା ଦିଆଯାଇଥିବା ଏକ ଆଦେଶର ଏକ ଉଦାହରଣ କାଇସର ଅଗଷ୍ଟ ଘୋଷଣାରେ ରୋମୀୟ ସାମ୍ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ଏକ ଜନଗଣନାରେ ଅଂଶଗ୍ରହଣ କରିବାକୁ ହେଲେ ନିଜ ସହରକୁ ଫେରିବାକୁ ପଡିବ।
(ଦେଖନ୍ତୁ: ଆଜ୍ଞା, ଘୋଷଣା କରିବା, ନିୟମ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H0559, H0633, H1697, H5715, H1504, H1510, H1881, H1882, H1696, H2706, H2708, H2710, H2711, H2782, H2852, H2940, H2941, H2942, H3791, H3982, H4055, H4406, H4687, H4941, H5407, H5713, H6599, H6680, H7010, H8421, G13780
ଆନନ୍ଦ, ଆନନ୍ଦମୟ, ଆନନ୍ଦ କରିବା, ଆନନ୍ଦ କରନ୍ତି, ଅନନ୍ଦିତ
ପରିଭାଷା:
ଆନନ୍ଦ
" ଆନନ୍ଦ" ଶବ୍ଦର ଅର୍ଥ ଆନନ୍ଦ କିମ୍ବା ଗଭୀର ସନ୍ତୁଷ୍ଟିର ଅନୁଭବ ଅଟେ । ସମ୍ପୃକ୍ତ ଶବ୍ଦ "ଆନନ୍ଦ" ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ବହୁତ ଆନନ୍ଦ ଅନୁଭବ କରେ ଏବଂ ଗଭୀର ସୁଖରେ ପରିପୂର୍ଣ୍ଣ ଅଟେ।
- ଜଣେ ବ୍ୟକ୍ତି ଆନନ୍ଦ ଅନୁଭବ କରେ ଯେତେବେଳେ ସେ ଏକ ଗଭୀର ଚେତନର ଅନୁଭବ କରେ ତାହାର ଅନୁଭବ ଅତି ଉତ୍ତମ ଅଟେ I
- କେବଳ ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତ୍ୟ ଆନନ୍ଦ ଦିଅନ୍ତି।
- ଆନଦ ହେବାର ଅର୍ଥ ଏହା ନୁହେଁ କି ଶୃଙ୍ଖଳତା ପରିସ୍ଥିତି ଉପରେ ନିର୍ଭର କରିବା। ଜୀବନରେ ବହୁତ କଷ୍ଟଦାୟକ ଘଟଣା ଘଟୁଥିଲେ ମଧ୍ୟ ଈଶ୍ଵର ଲୋକମାନଙ୍କୁ ଆନନ୍ଦ ଦେଇପାରନ୍ତି।
- ଅନେକ ସମୟରେ ସ୍ଥାନଗୁଡ଼ିକ ଆନନ୍ଦ ସଦୃଶ୍ୟରେ ବ୍ୟାଖ୍ୟା କରାଯାଇଛି, ଯେପରି ଗୃହଗୁଡ଼ିକ କିମ୍ବା ନଗର ବା ସହରସବୁ। ଏହାର ଅର୍ଥ ସେଠାରେ ବସବାସ କରୁଥିବା ଲୋକମାନେ ଶାନ୍ତିପୂର୍ଣ୍ଣ ବା ଆନଦମୟ ଅଟନ୍ତି।
ଆନନ୍ଦିତ କରିବା
“ଆନନ୍ଦ” ଶବ୍ଦର ଅର୍ଥ ଆନନ୍ଦ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ।
- ଏହି ଶବ୍ଦ ପ୍ରାୟତଃ ଈଶ୍ଵର କରିଥିବା ଉତ୍ତମ କାର୍ଯ୍ୟଗୁଡ଼ିକ ଉପରେ ଅତ୍ୟଧିକ ଖୁସି ହେବା ବିଷୟରେ ସୂଚିତ କରେ।
- ଏହାକୁ “ଅତି ଖୁସି ହେବା” କିମ୍ବା “ଖୁସିରେ ଝୁମିବା” କିମ୍ବା ଆନନ୍ଦିତ ହୁଅନ୍ତୁ “ବୋଲି ଅନୁବାଦ କରାଯାଇପାରେ ।
- ଯେତେବେଳେ ମରୀୟମ କହିଲେ, ମୋହର ହୃଦୟ ଈଶ୍ଵର ମୋହର ଉଦ୍ଧାର କର୍ତ୍ତାଙ୍କଠାରେ ଆନନ୍ଦିତ କରେ” ତାହାଙ୍କର(ମରୀୟମ)ର ଅର୍ଥ "ଈଶ୍ୱର ମୋହର ଉଦ୍ଧାରକର୍ତ୍ତା ମୋତେ ବହୁତ ଖୁସି କରିଅଛନ୍ତି“ କିମ୍ବା “ମୁଁ ଅତି ଆନନ୍ଦିତ ଅନୁଭବ କରୁଅଛି କାରଣ ମୋହର ପ୍ରଭୁ ମୋହର ଉଦ୍ଧାରକର୍ତ୍ତା ମୋ ପାଇଁ ଯାହା କିଛି କରିଅଛନ୍ତି।“
ଅନୁବାଦ ପ୍ରସ୍ତାବଗୁଡ଼ିକ:
· “ଆନଦ” ଶବ୍ଦକୁ “ଝୁମି ଉଠିବା” କିମ୍ବା “ଖୁସିରେ ନାଚିବା” କିମ୍ବା “ଅତି ଖୁସି” ବୋଲି ଅନୁବାଦ କରାଯାଇପାରେ ।
· ଜଣେ ବ୍ୟକ୍ତି ଯିଏ ଆନନ୍ଦିତ ଅଟେ ତାହାକୁ “ଅତ୍ୟଧିକ ଆନନ୍ଦ” କିମ୍ବା “ଖୁସିରେ ଝୁମି ଉଠିବା“ କିମ୍ବା “ଅତି ଆନଦିତ ହେବା “ରୂପରେ ବ୍ୟାଖ୍ୟା କରାଯାଏ।
· “ଆନନ୍ଦଧ୍ଵନି କର” ବାକ୍ୟାଂଶକୁ "ଏପରି ଭାବରେ ଆନନ୍ଦିତ ହୁଅ ଯାହା ଦର୍ଶାଏ ଯେ ତୁମ୍ଭେମାନେ ଅତ୍ୟଧିକ ଆନନ୍ଦିତ" ବୋଲି ଅନୁବାଦ କରାଯାଇପାରେ ।
· ଏକ ବାକ୍ୟାଂଶକୁ “ଆନନ୍ଦରେ ଜୟ ଧ୍ୱନି କର “ ଏପରି ଚିତ୍କାର କର ଯେ ତୁମ୍ଭେମାନେ ଅତି ଆନନ୍ଦିତ ଅଛ “ବୋଲି ଅନୁବାଦ କରାଯାଇପାରେ I
· ଏକ “ଆନନ୍ଦମୟ ସହର “କିମ୍ବା“ଆନନ୍ଦମୟ ଘର” ବାକ୍ୟାଂଶକୁ ସହର ଯେଉଁଠାରେ ଆନନ୍ଦିତ ଲୋକମାନେ ରହନ୍ତି” କିମ୍ବା“ଘର ଯେଉଁଠାରେ ଆନନ୍ଦିତ ଲୋକମାନେ ରହନ୍ତି”କିମ୍ବା“ସହର ଯାହାର ଲୋକମାନେ ଅତି ଆନନ୍ଦିତ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I (ଲକ୍ଷଣାତ୍ମକ ଶବ୍ଦ: ଦେଖନ୍ତୁ)
ବାଇବେଲ ପଦପର୍ବ:
- ନିହିମୀୟା 8:10
- ଗୀତସଂହିତା 48:2
- ଯିଶାଇୟ 56:6-7
- ଯିରିମୀୟ15:15-16
- ମାଥିଉ 2:9-10
- ଲୂକ 15:7
- ଲୂକ 19:37-38
- ଯୋହନ 3:29
- ପ୍ରେରିତ 16:32-34
- ରୋମୀୟ 5:1-2
- ରୋମୀୟ 15:30-32
- ଗାଲାତୀୟ 5:23
- ଫିଲିପ୍ପୀୟ4:10-13
- ପ୍ରଥମ ଥେସଲନୀକୀୟ 5:6-7
- ପ୍ରଥମ ଥେସଲନୀକୀୟ 5:16
- ଫିଲୀମୋନ 1:4-7
- ଯାକୁବ 1:2
- ତୃତୀୟ ଯୋହନ 1:1-4
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 33:7 “ପଥୁରିଆ ଭୂମି ଏକ ବ୍ୟକ୍ତି ଅଟେ ଯେ ଈଶ୍ୱରଙ୍କର ବାକ୍ୟ ଆନନ୍ଦ ସହିତ ଗ୍ରହଣ କରେ।"
- 34:4 ”ଈଶ୍ଵରଙ୍କ ରାଜ୍ୟ ମଧ୍ୟ ଲୁକ୍କାୟିତ ଧନ ସଦୃଶ ଯାହାକୁ କେହି କ୍ଷେତରେ ଲୁଚାଇ ରଖିଥିଲେ.। ଆଉ ଜଣେ ବ୍ୟକ୍ତି ସେହି ଧନ ପାଇଲେ ଏବଂ ପୁନର୍ବାର ପୋତି ଦେଲେ। ସେ ଅତ୍ୟଧିକ ଆନନ୍ଦରେ ପରିପୂର୍ଣ୍ଣ ଥିଲେ ଯେ ସେ ଯାଇ ତଙ୍କ ପାଖରେ ଥିବା ସର୍ବସ୍ୱ ବିକ୍ରୟ କଲା ଓ ସେହି ଅର୍ଥରେ ସେହି କ୍ଷେତ୍ର କିଣିବା ପାଇଁ ଟଙ୍କା ବ୍ୟବହାର କରିଥିଲେ।"
- 41:7 ମହିଳାମାନେ ଭୟ ଏବଂ ମହା ଆନନ୍ଦରେ ପରିପୂର୍ଣ୍ଣ ଥିଲେ। ସେମାନେ ଶିଷ୍ୟମାନଙ୍କୁ ସୁସମାଚାର ଜଣାଇବାକୁ ବେଗେ ଦୌଡ଼ି ଗଲେ।
ଶବ୍ଦବିନ୍ୟାସ:
- Strong’s: H1523, H1524, H1525, H2302, H2304, H2305, H2654, H2898, H4885, H5937, H5947, H5965, H5970, H6342, H6670, H7440, H7442, H7444, H7445, H7797, H7832, H8055, H8056, H8057, H8342, H8643, G00200, G00210, G21650, G21670, G27440, G46400, G47960, G49130, G54630, G54790
ଆନନ୍ଦିତ
ପରିଭାଷା:
“ଆନନ୍ଦିତ” ଶବ୍ଦର ଅର୍ଥ ଅତ୍ୟଧିକ ଆନନ୍ଦ ବା ମହାନନ୍ଦ ଅଟେ ।
-
କୌଣସି ବିଷୟରେ “ଆନନ୍ଦିତ” ହେବାର ଅର୍ଥ “ଆନନ୍ଦରେ ନେବା“ କିମ୍ବା “ଖୁସି ହେବାକୁ” ବୁଝାଏ ।
-
ଯେବେ କୌଣସି ବିଷୟ ଅତ୍ୟନ୍ତ ଗ୍ରହଣୀୟ ବା ପ୍ରୀତିକର, ତେବେ ଏହାକୁ “ଆନନ୍ଦିତପୂର୍ଣ୍ଣ” କୁହାଯାଏ ।
- “ଯିହୋବାଙ୍କ ବିଧିରେ ମୋର ଆନନ୍ଦ ଅଛି” ଅଭିବ୍ୟକ୍ତିକୁ “ଯିହୋବାଙ୍କର ବିଧି ମୋତେ ବହୁତ ଆନନ୍ଦ ଦିଏ” କିମ୍ବା “ଯିହୋବାଙ୍କର ବିଧିଗୁଡ଼ିକୁ ପାଳନ କରିବାକୁ ମୁଁ ଭଲ ପାଏ” କିମ୍ବା “ଯେତେବେଳେ ମୁଁ ଯିହୋବାଙ୍କର ଆଜ୍ଞାଗୁଡ଼ିକ ପାଳନ କରେ ମୁଁ ଆନନ୍ଦିତ ହୁଏ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
- “କୌଣସି ଆନନ୍ଦ ଦିଏ ନାହିଁ” କିମ୍ବା “କୌଣସି ଆନନ୍ଦ ନାହିଁ” ବାକ୍ୟାଂଶକୁ “ଆଦୌ ତା’ଦ୍ୱାରା ଖୁସି ନୁହଁ” କିମ୍ବା “କୌଣସି ବିଷୟରେ ପ୍ରଫ୍ଫୁଲ ନୁହଁ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
- “ନିଜ ମଧ୍ୟରେ ଆନନ୍ଦିତ ହେବା” ବାକ୍ୟାଂଶକୁ “ସେ କାର୍ଯ୍ୟକରି ଉପଭୋଗ କରନ୍ତି” କିମ୍ବା କୌଣସି ବିଷୟରେ ବା କାହା ବିଷୟରେ “ସେ ଅତ୍ୟନ୍ତ ଖୁସି ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ ।
- “ଆନନ୍ଦିତ ହୁଏ” ଶବ୍ଦଟି ଜଣେ ବ୍ୟକ୍ତି ଉପଭୋଗ କରୁଥିବା ବିଷୟଗୁଡ଼ିକୁ ସୂଚାଏ । ଏହା “ସନ୍ତୋଷଗୁଡ଼ିକ” କିମ୍ବା “ବିଷୟଗୁଡ଼ିକ ଯାହା ଖୁସି ଦିଏ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
- “ମୁଁ ତୁମ୍ଭ ଇଚ୍ଛା ସାଧନ କରିବାକୁ ଆନନ୍ଦିତ ଅଟେ” ବାକ୍ୟାଂଶକୁ “ମୁଁ ତୁମ୍ଭ ଇଚ୍ଛା ସାଧନ କରିବାକୁ ଉପଭୋଗ କରେ” କିମ୍ବା “ଯେତେବେଳେ ମୁଁ ତୁମ୍ଭ ଆଜ୍ଞା ପାଳନ କରେ ମୁଁ ଅତ୍ୟନ୍ତ ଖୁସି ହୁଏ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1523, H2530, H2531, H2532, H2654, H2655, H2656, H2836, H4574, H5276, H5727, H5730, H6026, H6027, H7306, H7381, H7521, H7522, H8057, H8173, H8191, H8588, H8597
ଆଶ୍ରୟ ସ୍ଥଳ, ଶରଣାର୍ଥୀ, ଆଶ୍ରୟସ୍ଥାନ, ଆଶ୍ରୟ ଦେବା
ପରିଭାଷା:
“ଆଶ୍ରୟ ସ୍ଥଳ” ଶବ୍ଦ ଏକ ସୁରକ୍ଷା ସ୍ଥାନ ବା ଅବସ୍ଥାକୁ ସୂଚାଏ I “ଶରଣାର୍ଥୀ” ଶବ୍ଦ ଏଭଳି ଜଣେ ବ୍ୟକ୍ତିକୁ ସୂଚାଏ ଯିଏ ଏକ ନିରାପଦ ସ୍ଥାନକୁ ଅନ୍ୱେଷଣ କରେ I “ଆଶ୍ରୟସ୍ଥାନ” ଏକ ସ୍ଥାନକୁ ସୂଚାଏ ଯାହା ପାଣିପାଗ ଏବଂ ବିପଦରୁ ସୁରକ୍ଷା ପ୍ରଦାନ କରେ I
- ବାଇବେଲରେ, ଅନେକ ସମୟରେ ଈଶ୍ୱରଙ୍କୁ ଏକ ଆଶ୍ରୟ ସ୍ଥଳ ଭାବରେ ଉଲ୍ଲେଖ କରାଯାଏ, ଯାହାଙ୍କଠାରେ ତାହାଙ୍କ ଲୋକମାନେ ନିରାପଦରେ, ସୁରକ୍ଷିତ ଭାବରେ ରହିପାରିବେ ଏବଂ ସେମାନେ ଯତ୍ନ ପାଇବେ I
- ପୁରାତନ ନିୟମରେ “ଆଶ୍ରୟ ନଗରୀ” ଏଭଳି ଅନେକ ନଗରୀମାନଙ୍କୁ ସୂଚାଉଥିଲା ଯେଉଁଠାରେ ଜଣେ ବ୍ୟକ୍ତି ଦୁର୍ଘଟଣାବଶତଃ କାହାରିକୁ ବଧ କରି ଏହି ନଗରୀକୁ ପଳାଇ ତାହାର ପ୍ରତିଶୋଧ ନେବା ନିମନ୍ତେ ତାହାକୁ ଆକ୍ରମଣ କରିବାକୁ ଯାଉଥିବା ଲୋକମାନଙ୍କ କବଳରୁ ରକ୍ଷା ପାଉଥିଲେ I
- ଅନେକ ସମୟରେ “ଆଶ୍ରୟ ସ୍ଥଳ” ଗୋଟିଏ କୋଠା ବା ଛାତ ଭଳି ଏକ ବସ୍ତୁଗତ ଗଠନ ଅଟେ, ଯାହା ଲୋକମାନଙ୍କୁ କିମ୍ବା ପଶୁମାନଙ୍କୁ ସୁରକ୍ଷା ଦେଇପାରେ I
- ବେଳେବେଳେ “ଆଶ୍ରୟ ସ୍ଥଳ” ର ଅର୍ଥ “ସୁରକ୍ଷା”କୁ ବୁଝାଏ; ବିଶେଷତଃ ଯେତେବେଳେ ଲୋଟ କହିଲେ ଯେ, ତାହାଙ୍କର ଅତିଥିମାନେ ତାଙ୍କର ଛାତ ତଳେ “ଆଶ୍ରୟପ୍ରାପ୍ତ” ହୋଇଛନ୍ତି I ସେ କହୁଥିଲେ ଯେ ସେମାନେ ନିରାପଦରେ ରହିବା ଉଚିତ କାରଣ ସେ ସେମାନଙ୍କୁ ତାଙ୍କ ଗୃହର ସଦସ୍ୟ ଭାବରେ ସୁରକ୍ଷା ଦେବା ନିମନ୍ତେ ଦାୟିତ୍ୱ ନେଇଛନ୍ତି I
ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ:
- “ଆଶ୍ରୟ ସ୍ଥଳ” ଶବ୍ଦକୁ “ନିରାପଦ ସ୍ଥାନ” କିମ୍ବା “ସୁରକ୍ଷାର ସ୍ଥଳ” ବୋଲି ଅନୁବାଦ କରାଯାଇପାରିବ I
- “ଶରଣାର୍ଥୀମାନେ” ବିପଦଜନକ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ଆପଣାର ଗୃହ ଛାଡ଼ି ପଳାୟନନ କରନ୍ତି ଏବଂ ଏହାକୁ “ବିଦେଶୀ”, ବାସଗୃହଶୂନ୍ୟ ଲୋକମାନେ” ବା “ପ୍ରବାସିତ” ବୋଲି ଅନୁବାଦ କରାଯାଇପାରେ I
- ପରିସ୍ଥିତିକୁ ଆଧାର କରି ଏହି “ଆଶ୍ରୟ ସ୍ଥାନ” ଶବ୍ଦକୁ “ଯାହା ସୁରକ୍ଷା ପ୍ରଦାନ କରେ” କିମ୍ୱା “ସୁରକ୍ଷା” ବା “ସୁରକ୍ଷିତ ସ୍ଥାନ” ବୋଲି ଅନୁବାଦ କରାଯାଇପାରେ I
- ଯଦି ଏହା ଏକ ବସ୍ତୁଗତ ଗଠନକୁ ସୂଚାଏ, ତାହାହେଲେ “ଆଶ୍ରୟ ସ୍ଥାନ”କୁ ମଧ୍ୟ “ସୁରକ୍ଷା ପ୍ରଦାନକାରୀ କୋଠା” ବା “ନିରାପତ୍ତାର ଗୃହ” ବୋଲି ଅନୁବାଦ କରାଯାଇପାରେ I
- “ସୁରକ୍ଷିତ ଆଶ୍ରୟ ସ୍ତଳକୁ” ବକ୍ୟାଂଶକୁ “ଏକ ନିରାପଦ ସ୍ଥାନକୁ” କିମ୍ୱା “ସୁରକ୍ଷା ପ୍ରଦାନକାରୀ ସ୍ଥାନ ମଧ୍ୟକୁ” ବୋଲି ଅନୁବାଦ କରାଯାଇପାରେ I
- “ଆଶ୍ରୟ ପ୍ରାପ୍ତ ହେବା” କିମ୍ୱା “ଆଶ୍ରୟ ନେବା” ପଦଗୁଡିକୁ “ଏକ ସୁରକ୍ଷିତ ସ୍ଥାନ ପାଇବା” କିମ୍ୱା “ନିଜକୁ ଏକ ସୁରକ୍ଷିତ ସ୍ଥାନରେ ରଖିବା” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବଗୁଡ଼ିକ:
- ଦ୍ଵିତୀୟ ଶାମୁୟେଲ 22:3-4
- ଦ୍ୱିତୀୟ ବିବରଣ 32:37-38
- ଯିଶାଇୟ 23:13-14
- ଯିରିମୀୟ 16:19-21
- ଗଣନା 35:24-25
- ଗୀତସଂହିତା 46:1
- ଗୀତସଂହିତା 28:8
ଶବ୍ଦବିନ୍ୟାସ :
- Strong's: H2620, H4268, H4498, H4585, H4733, H4869
ଉକ୍ରୋଶ ପକ୍ଷୀ
ପରିଭାଷା:
ଉକ୍ରୋଶ ପକ୍ଷୀ ଏକ ବିରାଟ ଶକ୍ତିଶାଳୀ ପକ୍ଷୀ ଯାହା ଛୋଟ ପ୍ରାଣୀ ଯେପରି ମାଛ, ମୁଷା, ସାପ, ଏବଂ କୁକୁଡ଼ା ଖାଦ୍ୟପାଇଁ ଶିକାର କରେI
- ବାଇବେଲ ସୈନ୍ୟଦଳର ବେଗ ଏବଂ ଶକ୍ତି ସହିତ ଉକ୍ରୋଶ ପକ୍ଷୀର ଶିକାର ପ୍ରତି ଆକ୍ରମଣ କରିବାର ବେଗ ସହିତ ତୁଳନା କରେ I
- ଯିଶାଇୟ କହନ୍ତି ଯେ ଯେଉଁମାନେ ଈଶ୍ୱରଙ୍କଠାରେ ନିର୍ଭର କରନ୍ତି ସେମାନେ ଉକ୍ରୋଶ ପକ୍ଷୀ ପରି ଉଡ଼ିବେ I ଏହା ଆଳଙ୍କାରିକ ଭାଷା ଅଟେ ଯାହା ସ୍ୱାଧିନତା ଏବଂ ଶକ୍ତିକୁ ବୁଝାଏ ଯାହା ଈଶ୍ୱରଙ୍କଠାରେ ବିଶ୍ଵାସ କରିବା ଏବଂ ବାଧ୍ୟ ହେବା ଦ୍ୱାରା ଆସିଥାଏ I
- ଦାନିୟେଲ ପୁସ୍ତକରେ, ରାଜା ନବୂଖଦ୍ନିତ୍ସରଙ୍କର କେଶର ଲମ୍ବା ଉକ୍ରୋଶ ପକ୍ଷୀର ପର ସହ ତୁଳନା କରାଯାଇଛି ଯାହା ୫୦ ସେଣ୍ଟୀମିଟରଠାରୁ ଅଧିକ ଲମ୍ବା ହୋଇପାରେ I
(ଦେଖନ୍ତୁ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
(ଦେଖନ୍ତୁ: ଦାନିୟେଲ, ମୁକ୍ତ, ନବୂଖଦ୍ନିତ୍ସର, ଶକ୍ତି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H5403, H5404, G01050
ଉଚ ସ୍ଥାନ, ଉଚ ସ୍ଥାନ ସକଳ
ସଂଜ୍ଞା:
“ଉଚ ସ୍ଥାନ” ଶବ୍ଦର ଅର୍ଥ ବେଦୀ ଓ ପୁଣ୍ୟ ପିଠ ଯାହା ମୂର୍ତ୍ତି ପୂଜା ନିମନ୍ତେ ବ୍ୟବହୃତ ହୁଏ I ଏହି ସବୁ ସାଧାରଣତଃ ଉଚ ସ୍ଥାନରେ ଉଚ ପଡ଼ିଆରେ ନିର୍ମିତ ହେଉଥିଲେ, ଯେପରିକି ଉଚ ପର୍ବତ କିଅବା ପର୍ବତ ପାଖରେ I * ଇସରେଲର ଅନେକ ରାଜା ଉଚ ସ୍ଥାନରେ ମିଥ୍ୟା ନିମନ୍ତେ ଭଣ୍ଡ ଦେବ ବେଦୀ ନିର୍ମାଣ କରି ପାପ କଲେ I ଏହି ସବୁ ଲୋକଙ୍କ ନିମନ୍ତେ ମୂର୍ତ୍ତି ପୂଜା କରିବାରେ ଅତି ଭାଗୀଦାରୀଥିଲା I * ଏହା ଏହି ପ୍ରକାର ହୁଏ ଯେତେବେଳେ ଯିହୁଦାରେ ଓ ଓ ଇସ୍ରାଏଲରେ ଇଶ୍ୱର ଭକ୍ତ ଶାସନ କରିବାକୁ ଆରମ୍ଭ କଲେ, ଅନେକ ସମୟରେ ସେ ମୂର୍ତ୍ତି ପୂଜା ବନ୍ଦ ଉଚ ସ୍ଥାନ ଓ ବେଦୀ ବିନାଶ କରନ୍ତି I * ଯାହା ମଧ୍ୟ ହେଉ, କେତେକ ଭଲ ରାଜା ଅବହେଳା ହୋଇ ଉଚ୍ଚ ସ୍ଥାନ ନାଶ କରି ନଥିଲେ, ଯାହା ସମ୍ପୂର୍ଣ୍ଣ ଇସ୍ରାଏଲ ଦେଶ କୁ ମୂର୍ତ୍ତି ପୂଜା ନିମନ୍ତେ ବନ୍ଦ ହୋଇ ପାରୁ ନଥିଲେ I
ଅନୁବାଦ ପ୍ରସ୍ତାବ:
- ଅଲଗା ପ୍ରକାରେ ଏହାକୁ ଅନୁବାଦ କଲେ “ମୂର୍ତ୍ତି ପୂଜା ନିମନ୍ତେ ଚଡିବା ସ୍ଥାନ “କିଅବା “ପର୍ବତ ଶିଖର ମୂର୍ତ୍ତି ପୁଣ୍ୟ ପିଠ “କିଅବା “ଛୋଟ ପାହାଡ଼ ମୂର୍ତ୍ତି ପାଇଁ ବେଦୀ “ରୂପରେ ଅନୁବାଦ କରାଯାଏ I
- ନିଶ୍ଚିନ୍ତ ହୁଅନ୍ତୁ ଏହି ଶବ୍ଦ ମୂର୍ତ୍ତି ବେଦୀ କୁ ଦର୍ଶାଏ, କେବଳ ଉଚ ସ୍ଥାନ ନୁହେଁ ଯେଉଁଠାରେ ପୁର୍ତୀ ସବୁ ଅଛି I
(ଆହୁରି ଦେଖନ୍ତୁ: ବେଦୀ, ମିଥ୍ୟା ଇଶ୍ୱର, ପୂଜା)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1116, H1181, H1354, H2073, H4791, H7311, H7413
ଉଚ୍ଚରେ, ଉଚ୍ଚତ୍ତମ ସ୍ଥାନରେ
ପରିଭାଷା:
“ଉଚ୍ଚରେ” ଏବଂ “ଉଚ୍ଚତ୍ତମ ସ୍ଥାନରେ” ବାକ୍ୟାଂଶ ସାଧାରଣତଃ “ସ୍ୱର୍ଗରେ” ବୋଲି ବୁଝାଏ ।
- “ଉଚ୍ଚତ୍ତମ ସ୍ଥାନରେ” ବାକ୍ୟାଂଶର ଅର୍ଥ “ସବୁଠାରୁ ସମ୍ମାନିତ” ମଧ୍ୟ ହୋଇପାରେ ।
- ଏହି ଅଭିବ୍ୟକ୍ତିକୁ ଆକ୍ଷରିକ ଭାବେ ମଧ୍ୟ ଅନୁବାଦ କରାଯାଇ ପାରେ ଯେପରି “ଉଚ୍ଚତମ ବୃକ୍ଷ” ଯାହାର ଅର୍ଥ “ଦୀର୍ଘକାୟ ବୃକ୍ଷ” ଅଟେ ।
- “ଉଚ୍ଚରେ” ଆକାଶ ପରି ଉଚ୍ଚରେ ରହିବାକୁ ମଧ୍ୟ ବୁଝାଏ, ଯେପରି ପକ୍ଷୀର ବସା ଯାହା ଉଚ୍ଚରେ ଥାଏ । ସେହି ପ୍ରସଙ୍ଗରେ ଏହି ବାକ୍ୟାଂଶକୁ “ଉଚ୍ଚ ଆକାଶରେ” କିମ୍ୱା “ଦୀର୍ଘକାୟର ବୃକ୍ଷର ଅଗ୍ରଭାଗରେ” ବୋଲି ଅନୁବାଦ କରାଯାଇପାରେ ।
- “ଉଚ୍ଚ” ଶବ୍ଦ ଉଚ୍ଚ ସ୍ଥାନ କିମ୍ବା କୌଣସି ବ୍ୟକ୍ତିର ଗୁରୁତ୍ୱ କିମ୍ୱା ପଦାର୍ଥକୁ ମଧ୍ୟ ବୁଝାଏ ।
- “ଉଚ୍ଚ ସ୍ଥାନରୁ” ଅଭିବ୍ୟକ୍ତିକୁ “ସ୍ୱର୍ଗରୁ” ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1361, H4605, H4791, H7682, G17220, G53080, G53100, G53110
ଉତ୍ସବ
ପରିଭାଷା:
ସାଧାରଣତଃ ଉତ୍ସବ ଏକ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଏକ ପର୍ବ ଅଟେ I
-
ପୁରାତନ ନିୟମରେ “ଉତ୍ସବ“ ଶବ୍ଦ ଆକ୍ଷରିକ ଅର୍ଥ “ନିଯୁକ୍ତ ସମୟ“ ଅଟେI
-
ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ଯେଉଁ ଉତ୍ସବ ପାଳନ କରାଯାଉଥିଲା ତାହା ବିଶେଷ ନିଯୁକ୍ତ ସମୟ ଓ ଋତୁ ଅନୁସାରେ ଈଶ୍ଵରଙ୍କ ଆଜ୍ଞାନୁସାରେ ହେଉଥିଲା I
-
କେତେକ ଇଂରାଜୀ ଅନୁବାଦରେ, ଉତ୍ସବ ବଦଳରେ “ଭୋଜି”ଶବ୍ଦର ପ୍ରୟୋଗ ହୋଇଅଛି କାରଣ ଉତ୍ସବ ଏକ ବଡ଼ ଭୋଜି ଏକତ୍ରିତ ହୋଇ ପାଳନ କରିବାକୁ ବୁଝାଏ I
-
ପ୍ରତିବର୍ଷ ଇସ୍ରାଏଲ ଲୋକେ ଅନେକ ମୁଖ୍ୟ ଉତ୍ସବ ପାଳନ କରୁଥିଲେ:
-
ନିସ୍ତାରପର୍ବ
- ତାଡିଶୂନ୍ୟ ରୁଟିର ଉତ୍ସବ
- ପ୍ରଥମଫଳ
- ସପ୍ତାହର ଉତ୍ସବ (ପେଣ୍ଟିକଷ୍ଟ)
- ତୂରୀର ଧ୍ୱନିର ଉତ୍ସବ
- ପ୍ରାୟଶ୍ଚିତର ଦିବସ
-
ତମ୍ୱୁବାସ ଉତ୍ସବ
-
ଏହି ଉତ୍ସବମାନ ପାଳନ କରିବାର ଉଦ୍ଦେଶ୍ୟଥିଲା ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଓ ତାହଙ୍କ ଲୋକମାନଙ୍କୁ ଉଦ୍ଧାର, ସୁରକ୍ଷା ଏବଂ ଯୋଗାଇବା ପାଇଁ ସେ କରିଥିବା ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡ଼ିକୁ ମନେ ରଖିବା I
(ଦେଖନ୍ତୁ: ଉତ୍ସବ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H1974, H2166, H2282, H2287, H6213, H4150, G14560, G18580, G18590
ଉତ୍ସର୍ଗ, ଉତ୍ସର୍ଗ କରିବା, ଉତ୍ସର୍ଗୀକୃତ, ଉତ୍ସର୍ଗୀକରଣ
ସଂଜ୍ଞା:
ଉତ୍ସର୍ଗ କରିବା ପୃଥକୀକୃତ ହେବା ବା ଗୋଟିଏ ବିଶେଷ ଉଦ୍ଦେଶ୍ୟ ବା ପର୍ୱ ପାଇଁ କିଛି ସ୍ୱୀକାର କରିବା ଅଟେ । * ଦାଉଦ ତାଙ୍କ ସୁବର୍ଣ୍ଣ ଏବଂ ରୋପ୍ୟ ପ୍ରଭୁଙ୍କୁ ଉତ୍ସର୍ଗ କଲେ । * “ଉତ୍ସର୍ଗୀକରଣ” ଶବ୍ଦଟି ବହୁବାର ଗୋଟିଏ ବିଶେଷ ଉଦ୍ଦେଶ୍ୟ ପାଇଁ କିଛି ପୃଥକୀକୃତ ବିଷୟ ଏକ ସାଧାରଣ ଘଟଣା ବା ରୀତିନୀତି ପାଳନକୁ ବୁଝାଏ । * ବେଦିର ଉତ୍ସର୍ଗୀକରଣ ଈଶ୍ୱରଙ୍କୁ ଗୋଟିଏ ବଳି ଅର୍ପଣ ଅନ୍ତର୍ଭୁକ୍ତ ହେବା । * କେବଳ ପରମେଶ୍ୱରଙ୍କୁ ସେବା କରିବାକୁ ଓ ତାଙ୍କ ସହରର ଯତ୍ନ ନେବାକୁ ଗୋଟିଏ ନୂତନୀକୃତ ପ୍ରତିଜ୍ଞା ସହ ଯିରୂଶାଲମର ମରାମତି କାନ୍ଥଗୁଡିକର ଉତ୍ସର୍ଗୀକରଣରେ ଇସ୍ରାଏଲଲୋକଙ୍କୁ ନିହିମୀୟା କଢାଇ ନେଲେ । ଏହି ଘଟଣା ସଙ୍ଗୀତ ବାଦ୍ୟଯନ୍ତ୍ରଗୁଡିକ ପୁଣି ଗାନ ସହ ଈଶ୍ୱରଙ୍କୁ ଧନ୍ୟବାଦ ଦେବାରେ ଅନ୍ତର୍ଭୁକ୍ତ ହେବା । “ଉତ୍ସର୍ଗ” ଶବ୍ଦଟି “ବିଶେଷତଃ ଗୋଟିଏ ବିଶେଷ ଉଦ୍ଦେଶ୍ୟ ନୀୟୋଗ କରିବା” ବା “ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟବହାର ପାଇଁ ବ୍ୟବହୃତ ହେବାରେ କିଛି ସ୍ୱୀକାର କରିବା” ବା “ଏକ ବିଶେଷ କାର୍ଯ୍ୟ କରିବାକୁ ଜଣେ ସ୍ୱୀକାର କରିବା” ଭାବେ ମଧ୍ୟ ଅନୁବାଦ କରିପାରିବା ।
(ପୁନଶ୍ଚ ଦେଖନ୍ତୁ: ସ୍ୱୀକାର)
ବାଇବଲ ଉଲ୍ଲେଖଗୁଡିକ:
- ୧ ବଂଶାବଳି ୧୫: ୧୧-୧୨
- ୧ କରିନ୍ଥୀୟ ୦୬: ୯-୧୧
- ୧ ରାଜାବଳି ୦୭: ୫୧
- ୧ ତୀମଥି ୦୪: ୩-୫
- ୨ ବଂଶାବଳି ୦୨: ୪-୫
- ଯୋହନ ୧୭: ୧୮-୧୯
ବୋର୍ଡ ଡାଟା :
- Strong's: H2596, H2597, H2598, H2764, H4394, H6942, H6944, G1456, G1457
ଉଦର
ପରିଭାଷା:
“ଉଦର” ଶବ୍ଦ ମାତର ଗର୍ଭକୁ ବୁଝାଏ ଯେଉଁଠାରେ ଜଣେ ଶିଶୁ ବଢ଼େ I
- ଏହା ଏକ ପୁରାତନ ଶବ୍ଦ ଅଟେ ଯାହାକି ଭଦ୍ର ଏବଂ କମ୍ ପ୍ରତ୍ୟକ୍ଷ ହେବା ପାଇଁ ବେଳେବେଳେ ବ୍ୟବହୃତ ହୁଏ | (ଇଉଫିଜିମ୍: ଦେଖନ୍ତୁ) I
- “ଉଦର” ନିମନ୍ତେ ଆଧୁନିକ ଶବ୍ଦ “ଗର୍ଭାଶୟ” ଅଟେ I
- କେତେକ ଭାଷା ମହିଳାଙ୍କ ପେଟ କିମ୍ବା ଗର୍ଭାଶୟକୁ ସୂଚାଇବା ପାଇଁ “ପେଟ” ଶବ୍ଦ ବ୍ୟବହାର କରେ I
- ସ୍ଥାନୀୟ ଭାଷାରେ ଏହି ଶବ୍ଦ ପାଇଁ ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ପରିଚିତ, ସ୍ୱାଭାବିକ ଏବଂ ଗ୍ରହଣୀୟ ଅଟେ I
ବାଇବେଲ ପଦପର୍ବ:
- ଆଦିପୁସ୍ତକ 25:23
- ଆଦିପୁସ୍ତକ 25:24-26
- ଆଦିପୁସ୍ତକ 38:27-28
- ଆଦିପୁସ୍ତକ 49:25
- ଲୂକ 2:21
- ଲୂକ 11: 27
- ଲୂକ 23:29
- ମାଥିଉ 19:12
ଶବ୍ଦବିନ୍ୟାସ:
- Strong’s: H0990, H4578, H7356, H7358, G10640, G28360, G33880
ଉଦ୍ଧତ
ସଂଜ୍ଞା:
“ଉଦ୍ଧତ “ଶବ୍ଦର ଅର୍ଥ ଗର୍ବ କରିବା କିଅବା ହସ୍ଥାନ୍ତର କରିବା ତେ I ଯେ “ଉଦ୍ଧତ” ଅଟେ ସେ ନିଜ ବିଷୟରେ ନିଜକୁ ଅତି ବଡ଼ ଭାବେ I * ଅନେକ ସମୟରେ ଏହା ଏକ ଗର୍ବିତ ବ୍ୟକ୍ତି କୁ ବ୍ୟାଖ୍ୟା କରେ ଯେ ଯେ ଲଗାତର ପରମେଶ୍ୱରଙ୍କ ବିରିଧରେ ପାପ କରେ I * ସାଧାରଣତଃ ଯେ ଉଦ୍ଧତ ସେ ନିଜ ବିଷୟରେ ଗର୍ବ କରେ I * ଏକ ଉଦ୍ଧତ ବ୍ୟକ୍ତି ମୁର୍ଖ ଅଟେ, ସେ ନମ୍ର ନୁହେଁ I * ଏହି ଶବ୍ଦକୁ “ଗର୍ବ” କିଅବା “ହସ୍ଥାନ୍ତର “କିଅବା “ନିଜେ ନିଜର “ରୂପରେ ଅନୁବାଦ କରାଯାଇପାରେ I * ରୁପକ ଅଭିବ୍ୟକ୍ତି “ଉଦ୍ଧତ ଚକ୍ଷୁ “କୁ “ଗର୍ବରେ ଦେଖିବା” କିଅବା “ଅନ୍ୟକୁ ନୀଚ ଦେଖିବା” କିଅବା “ଯେ ଗର୍ବିତ ବ୍ୟକ୍ତି ସେ ଅନ୍ୟକୁ ନୀଚ ଦେଖେ “ରୂପରେ ଅନୁବାଦ କରାଯାଇପାରେ I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1361, H1363, H1364, H3093, H4791, H7312
ଉଦ୍ଧତ, ଶକ୍ତଗ୍ରୀଵ, ଅବାଧ୍ୟ ଭାବେ, ଅବାଧ୍ୟତା
ସଂଜ୍ଞା:
“ଉଦ୍ଧତ” ଗୋଟିଏ ଲୋକଭାଷା ବାଇବଲରେ ବ୍ୟବହାର ହୋଇଛି ଲୋକମାନେ ଯିଏ ପରମଶ୍ୱରଙ୍କର ଅବାଧ୍ୟ ହୋଇ ସ୍ୱୀକାରକରିବାକୁ ରାଜି ହୁଅନ୍ତି ନାହିଁ ସେହିପରି ଲୋକମାନେ ଅତି ଗର୍ବୀ ଏବଂ ପରମେଶ୍ୱରଙ୍କ ଅଧିନସ୍ଥ ହୁଅନ୍ତି ନାହିଁ * ସାଦୃଶ୍ୟ, “ଉଦ୍ଧତ” ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ନିଜର ମନ କିମ୍ୱା କାର୍ଯ୍ୟ ପରିବର୍ତ୍ତନ କରେ ନାହିଁ ଏପରିକି କରିବା ପାଇଁ ଅନୁରୋଧ କଲେ ବୀ ମଧ୍ୟ ଶକ୍ତ ଗ୍ରୀଵ ଲୋକ ଉତ୍ତମ ଉପଦେଶମାନିବା ନାହିଁ କିମ୍ୱା ଅନ୍ୟମାନେ ସେମାନଙ୍କୁ ଯେଉଁ ସଚେତନ କରନ୍ତି * ପୁରାତନ ନିୟମରେ ଇସ୍ରାଏଲ ସନ୍ତାନଗଣ କୁ “ଶକ୍ତଗ୍ରୀଵା” ଲୋକ ପରି ବର୍ଣ୍ଣନା କରାଯାଇଛି ଯେହେତୁ ସେମାନେ ପରେମଶ୍ୱରଙ୍କ ଭାବବାଦୀମାନଙ୍କର ସମ୍ୱାଦ ଶୁଣିଲେ ନାହିଁ ଯାହା ଦ୍ୱାରା ସେମାନେ ଅନୁତାପ କରି ଯିହୋଵାଙ୍କ ନିକଟକୁ ଫେରିଲେ ନାହିଁ * ଯଦି ଜଣକର ବେକ “ଶକ୍ତ” ହୁଏ ତାହା ଆଉ ସହଜରେ ବଙ୍କେଇ ହେବ ନାହିଁ ଭବିଷ୍ୟତବକ୍ତାଙ୍କ ଭାଷାରେ ହୁଏତ ଅନ୍ୟ ଲୋକଭାଷା ଥାଇପାରେ ଯାହା ଯୋଗାଯୋଗ କରେ ଯେ ଜଣେ ବ୍ୟକ୍ତି “ବଙ୍କେଇ ହେବ ନାହିଁ” ଏଣୁ ସେ ତାହାର ପଥ ରୁ ଓହରିବ ନାହିଁ * ଅନ୍ୟଭାବେ ଲୋକଭାଷାକୁ ଅନୁବାଦ ହେବ ଯଥା “ଗର୍ବରେ ଶକ୍ତ ଗ୍ରୀଵ” କିମ୍ୱା “ହସ୍ଥାନ୍ତର ଓ ଜିଦଖୋର” କିମ୍ୱା “ପରିବର୍ତ୍ତନ କୁ ଅଗ୍ରାହ୍ୟ” କରିବା
(ଦେଖ: ହସ୍ଥାନ୍ତର, ଗର୍ବ, ଅନୁତାପ)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H47, H3513, H5637, H6203, H6484, H7185, H7186, H7190, H8307, G483, G4644, G4645
ଉପଦେଶ ଦେବା ବା ମୃଦୁ ଭର୍ତ୍ସନା କରିବା, ସାବଧାନ କରାଇଦେବା ବା ଚେତାବନୀ, ଅବଗତ
ସଂଜ୍ଞା:
“ଉପଦେଶ ଦେବା” ଶବ୍ଦର ଅର୍ଥ ସାମାନ୍ୟ ଭାବରେ ଚେତାବନୀ ଦେବା କିମ୍ୱା କାହାକୁ ପରାମର୍ଶ ଦେବା। * ପ୍ରାୟତ “ଉପଦେଶ ଦେବା” ଅର୍ଥ ଜଣକୁ କୌଣସି କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେବା। * ଖ୍ରୀଷ୍ଟଙ୍କ ଶରୀରରେ, ବିଶ୍ୱାସୀମାନଙ୍କ ପାପକୁ ତ୍ୟାଗ କରିବା ଏବଂ ପବିତ୍ର ଜୀବନ ଅତିବାହିତ କରିବା ନିମନ୍ତେ ପରସ୍ପରକୁ ପରାମର୍ଶ ଦେବାପାଇଁ ଶିକ୍ଷା ଦିଆଯାଇଛି I * ଗାଳିଦେବା ଶବ୍ଦ “ପାପ ନ କରିବା ପାଇଁ ଉତ୍ସାହିତ କରିବା” କିମ୍ୱା “ପାପ ନ କରିବା ପାଇଁ ଜଣକୁ ଅନୁରୋଧ କରିବା” ଭାବରେ ଅନୁବାଦ କରାଯାଇପାରିବ I
ବାଇବଲ ପଦ ପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H2094, H5749, G3560, G3867, G5537
ଉପବାସ, ଉପବାସ କରିବା
ପରିଭାଷା:
“ଉପବାସ” ଶବ୍ଦର ଅର୍ଥ ଅଳ୍ପ ସମୟ ପାଇଁ ଖାଦ୍ୟ ଖାଇବା ବନ୍ଦ କରିବା ଅଟେ ଯେପରିକି ଗୋଟିଏ ଦିନ କିମ୍ବା ଏକାଧିକ ଦିନ ପାଇଁ ଅଟେ । ବେଳେବେଳେ ଏଥିରେ ଜଳପାନ ନକରିବା ମଧ୍ୟ ଅନ୍ତର୍ଭୁକ୍ତ ହୁଏ I
- ଉପବାସ ଲୋକମାନଙ୍କୁ ଈଶ୍ଵରଙ୍କ ଉପରେ ଧ୍ୟାନ ଦେବାରେ ଏବଂ ଭୋଜିନ ପାନ ନକରି ପ୍ରାର୍ଥନା କରିବାରେ ସାହାଯ୍ୟ କରେ ।
- ମନ୍ଦ ଉଦ୍ଦେଶ୍ୟର ଉପବାସ କରିବା ହେତୁ ଯୀଶୁ ଯିହୁଦୀ ଧାର୍ମିକ ନେତାମାନଙ୍କୁ ଦୋଷୀ କଲେ । ଯେପରି ଅନ୍ୟଲୋକମାନେ ସେମାନଙ୍କୁ ଧାର୍ମିକ ବୋଲି ଭାବିବେ ସେଥିପାଇଁ ସେମାନେ ଉପବାସ କରୁଥିଲେ ।
- ବେଳେବେଳେ ଲୋକମାନେ ଉପବାସ କରନ୍ତି କାରଣ ସେମାନେ ବହୁତ ଦୁଃଖିତ କିମ୍ବା କୌଣସି ବିଷୟରେ ଦୁଃଖିତ ଅଟନ୍ତି ।
- “ଉପବାସ କରିବା” କ୍ରିୟାପଦ ମଧ୍ୟ “ଖାଇବାଠାରୁ ଦୂରେଇ ରହିବା” କିମ୍ବା “ନ ଖାଇବା”ବୋଲି ଅନୁବାଦ କରାଯାଇପାରେ ।
- “ଉପବାସ” ବିଶେଷ୍ୟକୁ “ନଖାଇବା ସମୟ” କିମ୍ବା “ଖାଦ୍ୟରୁ ନିବୃତ୍ତ ରହିବା ସମୟ” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: [ଯିହୁଦୀ ନେତା] (../other/jewishleaders.md))
ବାଇବେଲ ପଦପର୍ବ:
- ପ୍ରଥମ ରାଜାବଳୀ ୨୧:୮-୧୦
- ଦ୍ଵିତୀୟ ବଂଶାବଳୀ ୨୦: ୩
- ପ୍ରେରିତ ୧୩:୧-୩
- ଯୂନସ ୩:୪-୫
- ଲୂକ ୫:୩୪
- ମାର୍କ ୨:୧୯
- ମାଥିଉ ୬:୧୮
- ମାଥିଉ ୯:୧୫
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୨୫:୧ ଯୀଶୁ ବାପ୍ତିଜିତ ହେବା ପରେ, ସଙ୍ଗେ ସଙ୍ଗେ ପବିତ୍ର ଆତ୍ମା ତାହାଙ୍କୁ ମରୁଭୂମିକୁ ନେଇଗଲେ, ଯେଉଁଠାରେ ସେ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲେ I
- ୩୪:୮ “‘ଉଦାହରଣ ସ୍ୱରୂପ, ମୁଁ ପ୍ରତି ସପ୍ତାହରେ ଦୁଇଥର ଉପବାସ କରେ ଏବଂ ମୁଁ ଲାଭ କରୁଥିବା ସମସ୍ତ ଅର୍ଥ ଏବଂ ଦ୍ରବ୍ୟର ଦଶମାଂସ ଦେଇଥାଏ।’ “
- ୪୬:୧୦ ଦିନେ, ଆନ୍ତିୟଖିଆର ଖ୍ରୀଷ୍ଟିୟାନମାନେ __ଉପବାସ__ଓ ପ୍ରାର୍ଥନା କରୁଥିବା ସମୟରେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ବର୍ଣ୍ଣବ୍ବା ଓ ଶାଉଲକୁ ମୁଁ ଯେଉଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଛି, ତାହା କରିବା ପାଇଁ ସେମାନଙ୍କୁ ପୃଥକ କର। “
ଶବ୍ଦବିନ୍ୟାସ:
- Strong’s: H2908, H5144, H6684, H6685, G35210, G35220
ଉପହାସ କରିବା, ଉପହାସକ, ବିଦ୍ରୂପ, ତାତ୍ସଲ୍ୟ କରିବା, ଉପହାସ କରିବା, ହାସ୍ୟାସ୍ପଦ ବ୍ୟକ୍ତି
ପରିଭାଷା:
“ଉପହାସ କରିବା”, “ଉପହାସ କରିବା” ଏବଂ “ବିଦୃପ କରିବା” ଏହି ସବୁ ଶବ୍ଦ କାହାକୁ ପାରିହାସ କରିବାକୁ ବୁଝାଏ ବିଶେଷ କରି ନିର୍ଦ୍ଦୟ ଭାବରେ I
- କାହାକୁ ଲଜ୍ଜା ଦେବା କିମ୍ବା କାହା ପ୍ରତି ନିର୍ଦ୍ଦୟତା ଦେଖାଇବା ଉଦ୍ଦେଶ୍ୟରେ ଉପହାସ କରିବା ପ୍ରାୟତଃ ଲୋକମାନଙ୍କ ବାକ୍ୟ କିମ୍ବା କାର୍ଯ୍ୟକୁ ଅନୁକରଣ କରିବାକୁ ବୁଝାଏ I
- ରୋମୀୟ ସୈନିକମାନେ ଯୀଶୁଙ୍କୁ ବସ୍ତ୍ର ପିନ୍ଧେଇ ତାହାଙ୍କୁ ରାଜା ଭାବରେ ସମ୍ମାନ କରିବା ବାହାନାରେ ତାହାଙ୍କୁ ଉପହାସ ଓ ବିଦୃପ କଲେ I
- ଏକ ଯୁବଗୋଷ୍ଠୀ ଇଲୀଶାୟଙ୍କୁ ଚନ୍ଦା ମୁଣ୍ଡିଆ କହି ତାହାଙ୍କୁ ଉପହାସ କଲେ କିମ୍ବା ପରିହାସ କଲେ I
- “ବିଦୃପ କରିବା” ଶବ୍ଦ ଏକ ବିଚାର ଧାରାକୁ ଯାହା ଅବିଶ୍ୱାସନୀୟ କିମ୍ବା ଗୁରୁତ୍ଵହୀନତାକୁ ବୁଝାଏ I
- ଜଣେ “ଉପହାସକାରୀ“ ଜଣେ ବ୍ୟକ୍ତି ଅଟେ ଯିଏ ନିରନ୍ତର ଉପହାସ ଓ ବିଦୃପ କରେ I
ବାଇବେଲ ପଦପର୍ବ:
- ୨ ପିତର ୩:୩-୪
- ପ୍ରେରିତ ୨:୧୨-୧୩
- ଗାଲାତୀୟ ୬:୬-୮
- ଆଦିପୁସ୍ତକ ୩୯:୧୩-୧୫
- ଲୂକ ୨୨:୬୩-୬୫
- ମାର୍କ ୧୦:୩୪
- ମାଥିଉ ୯:୨୩-୨୪
- ମାଥିଉ ୨୦:୧୯
- ମାଥିଉ ୨୭:୨୯
ବାଇବେଲ କାହାଣୀଗୁଡ଼ିକରୁ ଉଦାହରଣଗୁଡ଼ିକ:
- ୨୧:୧୨ ଲୋକମାନେ ଖ୍ରୀଷ୍ଟଙ୍କ ଉପରେ ଛେପ ପକାଇବେ, ଉପହାସ କରିବେ ଏବଂ ପ୍ରହାର କରିବେ I
- ୩୯:5 ଯିହୁଦୀ ନେତାମାନେ ସମସ୍ତେ ମହାଯାଜକକୁ ଉତ୍ତର ଦେଲେ “ସେ ପ୍ରାଣ ଦଣ୍ଡର ଯୋଗ୍ୟ ଅଟେ!” ସେମାନେ ଯୀଶୁଙ୍କର ଚକ୍ଷୁ ବାନ୍ଧି ତାହାଙ୍କ ଉପରେ ଛେପ ପକାଇଲେ, ପ୍ରହାର କଲେ ଓ ଉପହାସ କଲେ I
- ୩୯:୧୨ ସୈନିକମାନେ ଯୀଶୁଙ୍କୁ କୋରଡା ପ୍ରହାର କଲେ ଓ ଏକ ରାଜକୀୟ ବସ୍ତ୍ର ଏବଂ ଏକ କଣ୍ଟକ ମୁକୁଟ ତାହାଙ୍କୁ ପିନ୍ଧାଇଲେ I ପୁଣି ସେମାନେ ତାହାଙ୍କୁ “ଦେଖ, ଏ ଯିହୁଦୀମାନଙ୍କର ରାଜା ଅଟେ!“ ବୋଲି କହି ଉପହାସ କଲେ I
- ୪୦:୪ ଯୀଶୁ ଦୁଇ ଡକାୟତ ମଧ୍ୟରେ କ୍ରୁଶବିଦ୍ଧ ହେଲେ । ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ପରିହାସ କଲା, କିନ୍ତୁ ଅନ୍ୟ ଜଣକ କହିଲା, “ତୁମ୍ଭେ ଈଶ୍ୱରଙ୍କୁ ଭୟ କରୁ ନାହଁ କି?”
- ୪୦:5 ଯିହୁଦୀ ନେତା ଓ ଅନ୍ୟ ଲୋକମାନେ ଯୀଶୁଙ୍କୁ ଉପହାସ କଲେ I ସେମାନେ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ଈଶ୍ଵରଙ୍କର ପୁତ୍ର, କ୍ରୁଶରୁ ତଳକୁ ଆସ ଓ ନିଜକୁ ରକ୍ଷା କରା! ତେବେ ଆମ୍ଭେମାନେ ତୁମ୍ଭ ଉପରେ ବିଶ୍ୱାସ କରିବୁ I “
ଶବ୍ଦବିନ୍ୟାସ:
- Strong’s: H1422, H2048, H2049, H2778, H2781, H3213, H3887, H3931, H3932, H3933, H3934, H3944, H3945, H4167, H4485, H4912, H5058, H5607, H6026, H6711, H7046, H7048, H7814, H7832, H8103, H8148, H8437, H8595, G15920, G17010, G17020, G17030, G23010, G26060, G34560, G55120
ଉଲ୍ଲସିତ, ଆନନ୍ଦିତ
ପରିଭାଷା:
ଉଭୟ ଶବ୍ଦ “ଉଲ୍ଲସିତ” କିମ୍ୱା “ଆନନ୍ଦିତ ହେବା” ସଫଳତା କିମ୍ୱା ଆଶୀର୍ବାଦ ପାଇଲା ପରେ ବିଶେଷ ଆନନ୍ଦିତ ହେବାକୁ ବୁଝାଏ I
- “ଉଲ୍ଲସିତ ହେବା” ବିଚିତ୍ର ହେବା ଭାବନାକୁ ବୁଝାଏ I
- ଜଣେ ବ୍ୟକ୍ତି ଈଶ୍ୱରଙ୍କ ଉତ୍ତମତା ପାଇଁ ଆନନ୍ଦ କରିପାରେ I
- “ଉଲ୍ଲସିତ” ଶବ୍ଦ ସଫଳତା ଏବଂ ସମୃଦ୍ଧି ପାଇ ଗର୍ବି ମନଭାବ ରଖିଥିବା ଲୋକମାନଙ୍କୁ ବୁଝାଏ I
- ଏହି ଶବ୍ଦକୁ “ଆନନ୍ଦର ସହ ପାଳନ” କିମ୍ୱା “ମହାଆନନ୍ଦରେ ପ୍ରଶଂସା କରିବା” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ଆଧାର କରି, “ଉଲ୍ଲସିତ ହେବା” ଶବ୍ଦକୁ “ବିଜୟର ସହ ପ୍ରଶଂସା କରିବା” କିମ୍ୱା “ଅହଂକାରୀ ଭାବରେ କିମ୍ୱା ଆତ୍ମପ୍ରଶଂସା କରି ପାଳନ କରିବା” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅହଂକାର, ଆନନ୍ଦ, ପ୍ରଶଂସା, ଉଲ୍ଲାସ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H5539, H5947, H5970
ଏକାକୀ, ଜନଶୂନ୍ୟତା, ଏକା, ନିର୍ଜନତା
ପରିଭାଷା:
“ଏକାକୀ” ଏବଂ “ଜନଶୂନ୍ୟତା” ଏକ ନିବାସୀ ଅଞ୍ଚଳକୁ ଧ୍ୱଂସ କରିବାକୁ ବୁଝାଏ ଯାହା ଦ୍ଵାରା ଏହା ଜନବିହୀନ ହୁଏ I
- ଯେବେ ଏହା କୌଣସି ବ୍ୟକ୍ତିବିଶେଷକୁ ବୁଝାଏ, ସେତେବେଳେ ଏହା ଏକାକୀ, ଏବଂ ଦୁଃଖର ପରିସ୍ଥିତିକୁ ବୁଝାଏ I
- “ଜନଶୂନ୍ୟ” ଶବ୍ଦ ଏକ ନଷ୍ଟ ହୋଇଥିବା ପରିବେଶକୁ ବୁଝାଏ I
- ଯଦି କ୍ଷେତ୍ରରେ ଫଳୁଥିବା ଶସ୍ୟ ନଷ୍ଟ କରାଯାଏ ତେବେ କେହି ଶସ୍ୟକୁ ନଷ୍ଟ କରିଛି, ଯେପରି ପୋକ କିମ୍ୱା କୌଣସି ଜୀବ I
- ଏକ ଜନଶୂନ୍ୟ ଅଞ୍ଚଳ ଏପରି ଏକ ସ୍ଥାନକୁ ବୁଝାଏ ଯେଉଁଠାରେ ଲୋକେ ବାସ କରନ୍ତି କାରଣ ସେହି ସ୍ଥାନରେ ଅଳ୍ପ ଶସ୍ୟ କିମ୍ୱା ପାରିବା ଉତ୍ପନ୍ନ ହୁଏ I
- ଏକ “ଜନଶୂନ୍ୟ ଭୂମି” କିମ୍ୱା “ପ୍ରାନ୍ତର” ଶବ୍ଦ ଏପରି ସ୍ଥାନକୁ ବୁଝାଏ ଯେଉଁଠାରେ କୁଷ୍ଠିରୋଗୀ ଏବଂ ବିପଦପୂର୍ଣ୍ଣ ଜନ୍ତୁ ବାସ କରୁଥିଲେ I
- ଯଦି ଏକ ସହରକୁ ନଷ୍ଟ କରାଯାଏ, ଏହାର ଅର୍ଥ ସହରର କୋଠା ଏବଂ ସାମଗ୍ରୀ ସବୁ ଚୋରି କିମ୍ୱା ନଷ୍ଟ ହୋଇଅଛି ଏବଂ ସେ ସ୍ଥାନରେ ରହୁଥିବା ଲୋକମାନେ ହତ୍ୟା କରାଯାଇଛନ୍ତି ଅଟେ I ସହର “ଶୂନ୍ୟ” ଏବଂ “ନଷ୍ଟ”ହୋଇଅଛି I ଏହାର “ବିଧ୍ୱସ୍ତ” କିମ୍ୱା “ବିଧ୍ୱସ୍ତ କରିବା” ଅର୍ଥ ମଧ୍ୟ ହୋଇପାରେ କିନ୍ତୁ ଏହା ଶୂନ୍ୟତା ଉପରେ ପ୍ରାଧାନ୍ୟ ଦିଏ I
- ପ୍ରସଙ୍ଗ ଉପରେ ଅଧାର କରି, ଏହି ଶଦ୍ଦକୁ “ନଷ୍ଟ” କିମ୍ୱା “ବିନଷ୍ଟ” କିମ୍ୱା “ଶୂନ୍ୟ” କିମ୍ୱା “ଏକାକୀ” କିମ୍ୱା “ପରିତ୍ୟକ୍ତ” କିମ୍ୱା “ଛଡ଼ା ଯାଇଥିବା” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଶୁଷ୍କ, ବିଧ୍ୱସ୍ତ, ନଷ୍ଟ, ନାସ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0490, H0816, H0910, H1565, H2717, H2720, H2721, H2723, H3173, H3341, H3456, H3582, H4875, H4923, H5352, H5800, H7582, H7701, H7722, H8047, H8074, H8076, H8077, G20480, G20490, G20500, G34430
ଏରସ ବୃକ୍ଷ, ଏରସ ବୃକ୍ଷ ସକଳ
ସଂଜ୍ଞା:
ଏରସ ବୃକ୍ଷ ଏପରି ବୃକ୍ଷ ଯାହା ବର୍ଷ ସାରା ସବୁଜ ଦେଖାଯାଏ ଓ ଓ ଏହାର ଶଂକୁ ପତ୍ର ବିହନ ଧାରଣ କରି ଥାଏ I * ଏରସ ବୃକ୍ଷ କୁ “ଚିର ସବୁଜ “ବୃକ୍ଷ ରୂପରେ ମଧ୍ୟ ଦର୍ଶାଇଯାଏ I * ପ୍ରାଚୀନ କାଳରେ, ଏରସ କାଠରୁ ସଂଗୀତ ସମନ୍ଧ ଯନ୍ତ୍ର ନିର୍ମିତ ହେଉଥିଲା ଓ ନୌକା, ଘର ଓ ମନ୍ଦିର ନିର୍ମାଣ ଶୈଳୀରେ କାମରେ ଆସୁଥିଲା I * ବାଇବଲରେ ଏରସ ବୃକ୍ଷ ର କେତେକ ଉଦାହରଣ ଦିଆ ଯାଇ ଅଛି, ସେହି ସବୁ ଦେବଦାରୁ, ତିଧର, କଅଣ୍ଟକ ଓ ତାଶୁର ବୃକ୍ଷ ଅଟେ I
(ଆହୁରି ଦେଖନ୍ତୁ:ଅଜଣା କୁ କିପରି ଅନୁବାଦ କରାଯାଏ)
ବାଇବଲ ଟିପ୍ପଣୀ:
ବୋର୍ଡ ଡାଟା :
- Strong's: H766, H1265, H1266
ଏରସ ବୃକ୍ଷମାନ (ଦେବଦାରୁ), ଏରସ ବୃକ୍ଷସବୁ, ଏରସ କାଠ
ସଂଜ୍ଞା:
“ଏରସ” ଶବ୍ଦଟି ଫର ନାମକ ଲମ୍ବା ଉଚତା ବିଶିଷ୍ଟ ବୃକ୍ଷ ଅଟେ ଏବଂ ତାହାର କାଠର ବର୍ଣ୍ଣ ରକ୍ତ-ବାଦାମୀ ଅନ୍ୟ ଫର ପରି, ଏହାର ଶୁଣ୍ଡାକାର ପରି ଫଳ ଓ ଛୁଞ୍ଚିପରି ପତ୍ର ଅଛି * ପୁରାତନ ନିୟମରେ ଲିବାନୋନ ସହିତ ଏରସ ବୃକ୍ଷର ବର୍ଣ୍ଣନା କରାଯାଇଛି ଯେଉଁଠି ଏହାର ବୃଦ୍ଧି ପ୍ରଚୁର ହୁଏ * ଏରସ ବୃକ୍ଷର କାଠ ଯିରୁଶାଲେମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଛି * ଏହାକୁ ମଧ୍ୟ ବଳିଦାନ ଓ ପବିତ୍ର ଭେଟ ଭାବେ ବ୍ୟବହାର କରାଯାଏ
(ଦେଖ: ଫର, ଶୁଚିକରଣ, ବଳିଦାନ, ମନ୍ଦିର
ବାଇବଲରେ ସନ୍ଦର୍ୱ:
- ୧ମ ବଂଶାବଳି ୧୪:୧-୨
- ୧ମ ରାଜାବଳି ୦୭:୧-୨
-
(ଯିଖରିୟ ୧୧:୧-୩](https://git.door43.org/translationCore-Create-BCS/en_tn/src/branch/master/zec/11/01.md)
ବୋର୍ଡ ଡାଟା :
- Strong's: H730
ଏହା ଲେଖାଅଛି
ପରିଭାଷା:
“ଯେପରି ଲେଖାଅଛି” କିମ୍ବା “ଯାହା ଲେଖାଅଛି” ବାକ୍ୟାଂଶ ନୂତନ ନିୟମରେ ଅନେକ ସ୍ଥାନରେ ଉଲ୍ଲେଖ ଅଛି ଓ ସାଧାରଣ ଭାବରେ ଏବ୍ରୀ ଭାଷାରେ ଲିଖିତ ଆଜ୍ଞା ଓ ଭବିଷ୍ୟଦ୍ବାଣୀକୁ ବୁଝାଏ I
- କେତେକ ସମୟରେ “ଯେପରି ଲେଖାଅଛି“ ବାକ୍ୟାଂଶ ମୋଶାଙ୍କ ଲିଖିତ ବ୍ୟବସ୍ଥାକୁ ବୁଝାଏ I
- ଅନ୍ୟ ସମୟରେ ଏହା ଭବିଷ୍ୟଦ୍ବକ୍ତା ପୁରାତନ ନିୟମରେ ଲେଖିଥିବା ବିଷୟକୁ ବୁଝାଏ I
- ଏହାକୁ “ମୋଶାଙ୍କ ବ୍ୟବସ୍ଥାରେ ଯେପରି ଲେଖାଅଛି “କିମ୍ବା “ଭବିଷ୍ୟଦ୍ବକ୍ତାମାନେ ପୂର୍ବରୁ ଯେପରି ଲେଖିଛନ୍ତି“ କିମ୍ବା “ଈଶ୍ଵରଙ୍କ ବ୍ୟବସ୍ଥା ଯାହା କହେ ଯାହା ମୋଶା ବହୁ ବର୍ଷ ପୂର୍ବେ ଉଲ୍ଲେଖ କରିଛନ୍ତି“ ବୋଲି ଅନୁବାଦ କରାଯାଇପାରେ I
- “ଏହା ଲେଖାଅଛି “ବୋଲି ଉଲ୍ଲେଖ କରି ଏହାର ଅର୍ଥକୁ ପାଦଟୀକାରେ ଉଲ୍ଲେଖ କରାଯାଇପାରିବ I
(ଆଜ୍ଞା, ବ୍ୟବସ୍ଥା, ଭବିଷ୍ୟଦ୍ବକ୍ତା, ଈଶ୍ଵରଙ୍କ ବାକ୍ୟ: ଦେଖନ୍ତୁ)
ବାଇବେଲ ପଦପର୍ବ:
- 1 ଯୋହନ 5:13-15
- ପ୍ରେରିତ 13:29
- ଯାତ୍ରାପୁସ୍ତକ 32:15-16
- ଯୋହନ 21:25
- ଲୂକ 3:4
- ମାର୍କ 9:12
- ମାଥିଉ 4: 6
- ପ୍ରକାଶିତ ବାକ୍ୟ 1: 3
ଶବ୍ଦବିନ୍ୟାସ :
- Strong’s: H3789, G11250
ଓଟ
ପରିଭାଷା:
ଏକ ଓଟ ଏକ ବଡ଼, ଚାରି ଗୋଡବିଶିଷ୍ଟ ପ୍ରାଣୀ ଅଟେ, ଯାହାର ପିଠିରେ ଗୋଟିଏ କିମ୍ବା ଦୁଇଟି କୁଜ ଥାଏ ।
(ଦେଖନ୍ତୁ: ଅଜଣା ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
- ବାଇବେଲ ସମୟରେ, ଇସ୍ରାଏଲରେ ଓ ଆଖପାଖ ଅଞ୍ଚଳରେ ଓଟ ସବୁଠାରୁ ବଡ଼ ଜନ୍ତୁଥିଲା ।
- ଓଟକୁ ଲୋକମାନେ ମୁଖ୍ୟତଃ ଭାରୀ ଜିନିଷ ବୋହିବା ପାଇଁ ବ୍ୟବହାର କରୁଥିଲେ ।
- କିଛି ଲୋକଦଳ ଓଟକୁ ଖାଦ୍ୟ ଭାବେ ମଧ୍ୟ ଖାଉଥିଲେ କିନ୍ତୁ ଇସ୍ରାଏଲ ଲୋକ ନୁହେଁ କାରଣ ଈଶ୍ଵର କହିଥିଲେ ଯେ ଓଟ ଶୁଚୀପ୍ରାଣୀ ନୁହେଁ ଏବଂ ଏଥିପାଇଁ ଏହା ଖାଦ୍ୟ ଯୋଗ୍ୟ ନ ଥିଲା ।
- ଓଟ ବହୁତ ମୂଲ୍ୟବାନ ଥିଲା କାରଣ ସେମାନେ ବାଲୁକାରେ ଶୀଘ୍ର ଚାଲି ପାରନ୍ତି ଓ ଖାଦ୍ୟ ଓ ପାଣି ବିନା ଏକ ସମୟରେ କିଛି ସପ୍ତାହ ଜୀବିତ ରହି ପାରନ୍ତି ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1581, G25740
ଓଳାଇବା
ଘଟଣାବଳୀ:
“ଓଳାଇବା” ଶବ୍ଦର ଅର୍ଥ ସାଧାରଣତଃ ଗୋଟିଏ ଝାଡୁ ସାହାଯ୍ୟରେ ମଇଳା ଅପସାରଣ କରିବା । “ଓଳାଇଲେ” ଶବ୍ଦ “ଓଳାଇବା” କ୍ରିୟାର ଅତୀତ କ୍ରିୟାପଦ ଅଟେ । ଏହି ଶବ୍ଦଗୁଡ଼ିକୁ ସାଙ୍କେତିକ ଭାବରେ ମଧ୍ୟ ବ୍ୟବହାର କରାଯାଏ ।
- ସୈନିକମାନେ କିପରି ଦ୍ରୁତ, ନିର୍ଣ୍ଣାୟକ, ବ୍ୟାପକ ବିସ୍ତାରିତ ଗତିବିଧି ସହ ଆକ୍ରମଣ କରନ୍ତି ତାହା ବୁଝାଇବା ନିମନ୍ତେ “ଓଳାଇବା” ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରାଯାଇଛି ।
- ଉଦାହରଣ ସ୍ୱରୂପ, ଯିଶାଇୟ ଭବିଷ୍ୟବାଣୀ କରିଥିଲେ ଯେ ଅଶୂରୀୟମାନେ ଯିହୁଦାର ରାଜ୍ୟକୁ “ସଫାକରିଦେବେ” । ଏହାର ଅର୍ଥ ସେମାନେ ଯିହୁଦାକୁ ଧ୍ୱଂସ କରିବେ ଏବଂ ଏହାର ଲୋକମାନଙ୍କୁ ଧରିନେବେ।
- ଯେତେବେଳେ ଜଣେ ବ୍ୟକ୍ତିଙ୍କ ସହିତ ଅତ୍ୟଧିକ, କଷ୍ଟଦାୟକ ଘଟଣା ଘଟୁଛି, ଏହା ତାହାକୁ “ଓଳାଏ” ବୋଲି ଅନୁବାଦ କରାଯାଇପାରେ ।
(ଅଶୂରିୟ, ଯିଶାଇୟ, ଯିହୂଦା , ଭବିଷ୍ୟଦ୍ବକ୍ତା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0622, H0857, H1640, H2498, H2894, H3261, H5500, H5595, H7857, G42160, G45630, G49510
କଟି ବନ୍ଧନ, କଟି ବନ୍ଧନ କଲେ
ସଂଜ୍ଞା:
“କଟି ବନ୍ଧନ” ଶବ୍ଦ ର ଅର୍ଥ କୌଣସି ବସ୍ତୁ କୁ କୌଣସି ବସ୍ତୁ ଦ୍ୱାରା ଚାରି ପଟରେ ବାନ୍ଧିବା I ଏହା ବେଲଟ୍ କିଅବା ଏକ ପତଳା ଦୌଡ଼ି କଟିରେ ବାନ୍ଧିବା ଯାହା ଦ୍ୱାରା ତାହା କଟିରେ ବସ୍ତ୍ରକୁ ଧରି ରହିପାରେ I * ଏକ ସାଧାରଣ ବାଇବଲ ବାକ୍ୟାଂଶ, “ସିଂହ କୁ ବାନ୍ଧି ରଖ “ଗୋଟିଏ ବେଲଟ୍ରେ ବସ୍ତ୍ରର ତଳ ଦୁଇ ଭାଗକୁ ଭଲରେ ବାନ୍ଧିବା କି ଏକ ବ୍ୟକ୍ତି କାମ କରିବା ନିମନ୍ତେ ଖୋଲାରେ ଚଳ ଚଂଚଲ ହୋଇପାରେ I * ଏହି ବାକ୍ୟାଂଶର ଅର୍ଥ ‘କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରୁହନ୍ତୁ “କିଅବା “କିଛି କଠିନ କାମ କରିବା ନିମନ୍ତେ ପ୍ରସ୍ତୁତ ରୁହନ୍ତୁ “ହୋଇପାରେ I * ଅଭିବ୍ୟକ୍ତି “ସିଂହ କୁ ବାନ୍ଧି ରଖ “କୁ ଭାଷା ଅନୁସାରେ ଅଭ୍ୟକ୍ତି କରି ଏହାର ଅନୁବାଦ କରାଯାଇପାରେ I କିଅବା ଏକା କୁ ସାଙ୍କେତିକ ରୂପରେ “ନିଜକୁ ପ୍ରସ୍ତୁତ କର କାର୍ଯ୍ୟ ନିମନ୍ତେ “କିଅବା “ପ୍ରସ୍ତତ ରୁହ “ରୂପରେ ଅନୁବାଦ କରାଯାଇପାରେ I * “ସହିତ ବନ୍ଧନ” ଶବ୍ଦ କୁ “ଗୋଲାକାରରେ ବାନ୍ଧିବା “ଘୋଡାଇବା “କିଅବା “କଟି ବାନ୍ଧିବା “ରୂପରେ ଅନୁବାଦ କରାଯାଇପାରେ I
(ଆହୁରି ଦେଖନ୍ତୁ: ସିଂହ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H247, H640, H2290, H2296, H8151, G328, G1241, G2224, G4024
କଠିନ, କଠୋର, କଠିନତା
ପରିଭାଷା:
“କଠିନ” ଶବ୍ଦ ସାଧାରଣତଃ ଏପରି ବିଷୟକୁ ବୁଝାଏ ଯାହା କଷ୍ଟସାଧ୍ୟ, ସ୍ଥିର, କିମ୍ବା ଦୃଢ଼ ଅଟେ I
- “ହୃଦୟ” ସହିତ “କଠିନ” (ବିଭିନ୍ନ ରୂପରେ) ଶବ୍ଦର ବ୍ୟବହାର ଲୋକମାନଙ୍କ ଅନୁତାପ ନକରିବା କିମ୍ବା ଈଶ୍ଵରଙ୍କ ଅନାଜ୍ଞାକାରୀତାକୁ (ସାଧାରଣତଃ) ବୁଝାଏ ।
- ଯେତେବେଳେ ଏକ ରୂପାନ୍ତରକାରୀ ଭାବରେ ବ୍ୟବହୃତ ହୁଏ, ସେତେବେଳେ ଏହାର ଅର୍ଥ “ମହାନ ପ୍ରୟାସ”ସହିତ ସମାନ ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “କଠିନ“ ଶବ୍ଦକୁ ପ୍ରସଙ୍ଗ ଉପରେ ଅଧାର କରି “କଷ୍ଟ’ କିମ୍ବା “ଅବାଧ୍ୟ” କିମ୍ବା “ଚୁନତିପୂର୍ଣ୍ଣ” ବୋଲି ଅନୁବାଦ କରାଯାଇପାରେ I
- “କଠିନତା” କିମ୍ବା “ହୃଦୟର କଠିନତା” କିମ୍ବା “କଠିନ ହୃଦୟ” ବକ୍ୟାଂଶଗୁଡ଼ିକ “ଅନମନୀୟ” କିମ୍ବା “ଲଗାତର ବିରୋଧ କରିବା” କିମ୍ବା “ବିରୋଧୀ ମନଭାବ“ କିମ୍ବା “ଅନମନୀୟ ଅନାଜ୍ଞାକାରିତା” କିମ୍ବା “ଅନୁତାପ ନକରିବା”ବୋଲି ଅନୁବାଦ କରାଯାଇପାରେ I
- “କଠୋର“ ଶବ୍ଦକୁ “ଅନମନୀୟ ଅନୁତାପ ନକରିବା” କିମ୍ବା “ମାନିବାକୁ ମନା କରିବା“ ବୋଲି ଅନୁବାଦ କରାଯାଇପାରେ I
- “ତୁମର ହୃଦୟ କଠିନ କର ନାହିଁ ‘ ବକ୍ୟାଂଶକୁ “ଅନୁତାପ କରିବାକୁ ମନାକର ନାହିଁ“ କିମ୍ବା “ଲଗାତର ଅବାଧ୍ୟ ହୋଇ ଅନଜ୍ଞାକାରୀ ହୁଅ ନାହିଁ“ ବୋଲି ଅନୁବାଦ କରାଯାଇପାରେ I
- “କଠିନ –ମସ୍ତିକ” କିମ୍ବା “କଠିନ-ହୃଦୟ” ବକ୍ୟାଂଶକୁ “ଜିଦ୍ଖୋର ଅନାଜ୍ଞାକାରିତା” କିମ୍ବା “ଲଗାତର ଅନଜ୍ଞାକାରିତା” କିମ୍ବା “ଅନୁତାପ କରିବାକୁ ମନା କରିବା“ କିମ୍ବା “ସବୁବେଳେ ବିରୋଧ କରିବା”ବୋଲି ଅନୁବାଦ କରାଯାଇପାରେ I
- “କଠିନ କାମ କର” କିମ୍ବା “କଠିନ ଚେଷ୍ଟା କର“ ଅଭିବ୍ୟକ୍ତିଗୁଡ଼ିକ “ଧାର୍ଯ୍ୟର ସହିତ“ କିମ୍ବା “ତତ୍ପରତାପୂର୍ବକ” ବୋଲି ଅନୁବାଦ କରାଯାଇପାରେ I
- “ବିରୁଦ୍ଧରେ କଠିନ ଚାପ” ଅଭିବ୍ୟକ୍ତିକୁ “ବଳପୂର୍ବକ ଠେଲିବା“ କିମ୍ବା “ବିପରୀତ ଦିଗରେ ଦୃଢତାରେ ଠେଲିବା” ବୋଲି ଅନୁବାଦ କରାଯାଇପାରେ I
- “ଲୋକମାନଙ୍କୁ କଠିନ ପରିଶ୍ରମରେ କ୍ଲେଶ ଦେବା“ ବକ୍ୟାଂଶକୁ “ଲୋକମାନଙ୍କୁ ବଳପୂର୍ବକ କଠିନ ପରିଶ୍ରମ କରି ଯନ୍ତ୍ରଣା ଦେବା” କିମ୍ବା “ଲୋକମାନଙ୍କୁ ବଳ ପୂର୍ବକ କଠିନ ପରିଶ୍ରମ କରାଇ କଷ୍ଟ ଦେବା” ବୋଲି ଅନୁବାଦ କରାଯାଇପାରେ I
- ଏକ ଅଲଗା ପ୍ରକାର “କଠିନତା” ସ୍ତ୍ରୀ ଦ୍ୱାରା ଅନୁଭବ କରାଯାଏ ଯେବେ ସେ ଶିଶୁ ପ୍ରସବ କରେ I
(ଦେଖନ୍ତୁ: ଅନାଜ୍ଞାକାରୀ, ମନ୍ଦ, ହୃଦୟ, ପ୍ରସବ ବେଦନା ପୀଡା, ସିଧା-ଗଳା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0553, H1692, H2388, H2389, H2420, H2864, H3021, H3332, H3513, H3515, H3966, H4165, H4522, H5450, H5647, H5797, H5810, H5980, H5999, H6089, H6381, H6635, H7185, H7186, H7188, H7280, H8068, H8307, H8631, G09170, G14190, G14210, G14220, G14230, G22050, G25320, G25530, G28720, G28730, G34250, G34330, G40530, G41830, G44560, G44570, G46410, G46420, G46430, G46450, G49120
କଣ୍ଟା, କଣ୍ଟାବୁଦା, ଗୋଖରା ଗଛ
ସତ୍ୟ ଘଟଣାବଳୀ:
କଣ୍ଟାବୁଦା ଏବଂ ଗୋଖରା ଗଛ ଉଦ୍ଭିଦ ଅଟେ, ଯାହାର ଶାଖା କିମ୍ବା ଫୁଲ ଥାଏ | ଏହି ଉଦ୍ଭିଦଗୁଡ଼ିକ ଫଳ କିମ୍ବା ଅନ୍ୟ ଉପଯୋଗୀ ବସ୍ତୁକୁ ଉତ୍ପନ୍ନ କରେ ନାହିଁI
- ଏକ “କଣ୍ଟା” ଗୋଟିଏ କଠିନ, ଧାରୁଆ ଅଂଶ ଅଟେ, ଯାହା ଏକ ଗଛର ଶାଖାରେ ବା ପତ୍ରରେ ବୃଦ୍ଧି ପାଏ I ଏକ “କଣ୍ଟାବୁଦା” ଏଭଳି ଏକ ପ୍ରକାର ଛୋଟ ଗଛ ବା ବୁଦା ଅଟେ ଯାହାର ଡାଳଗୁଡ଼ିକରେ ଅନେକ କଣ୍ଟା ଥାଏ I
- ଏକ “ଗୋଖରା ଗଛ” ଏଭଳି ଏକ ଗଛ ଯହିଁରେ ମୁନିଆ ଡାଳ ଏବଂ ପତ୍ରଗୁଡ଼ିକ ଥାଏ I ଅନେକ ସମୟରେ ଏହାର ଫୁଲଗୁଡ଼ିକ ବାଇଗଣିଆ ରଙ୍ଗର ହୋଇଥାଏ I
- କଣ୍ଟା ଏବଂ ଗୋଖରା ଗଛ ଖୁବ୍ ଶୀଘ୍ର ବୃଦ୍ଧି ପାଏ ଏବଂ ନିକଟବର୍ତ୍ତୀ ବୃକ୍ଷ ଓ ଫସଲକୁ ବୃଦ୍ଧି ପାଇବାରେ ବାଧା ଦେଇଥାଏ I ଏହା ପାପର ଏକ ଚିତ୍ର ଅଟେ, ଯାହା ଜଣେ ବ୍ୟକ୍ତିକୁ ଉତ୍ତମ ଆତ୍ମିକ ଫଳ ଉତ୍ପନ୍ନ କରିବାରେ ବାଧା ଦିଏ I
- ଏକ କଣ୍ଟାଥିବା ଡାଳଦ୍ୱାରା ଏକ ମୁକୁଟ ତିଆରି କରାଗଲା ଏବଂ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ପୂର୍ବରୁ ତାହାଙ୍କ ମସ୍ତକରେ ପିନ୍ଧାଇ ଦିଆଗଲା I
- ଯଦି ସମ୍ଭବ, ଏହି ଶବ୍ଦଗୁଡ଼ିକୁ ଦୁଇଟି ଭିନ୍ନ ଭିନ୍ନ ଗଛର ନାମ ଦ୍ୱାରା ବା ବୁଦାଗୁଡ଼ିକର ନାମ ଦ୍ୱାରା ଅନୁବାଦ କରାଯିବା ଉଚିତ ଏବଂ ସେହି ନାମଗୁଡ଼ିକ ସ୍ଥାନୀୟ ଭାଷାରେ ପରିଚିତ ଥିବା ଉଚିତ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0329, H1863, H2312, H2336, H4534, H5285, H5518, H5544, H6791, H6796, H6975, H7063, H7898, G01730, G01740, G46470, G51460
କନ୍ୟା, କନ୍ୟା
ପରିଭାଷା:
ଏକ କନ୍ୟା ଏକ ବିବାହ ସମାରୋହରେ ଥିବା ମହିଳା ଅଟେ ଯିଏ ତାଙ୍କ ସ୍ୱାମୀ ସହ ବିବାହ କରେ । * “କନ୍ୟା” ଶବ୍ଦଟି ଯୀଶୁଙ୍କ ମଣ୍ଡଳୀର ବିଶ୍ଵାସୀମାନଙ୍କ ପାଇଁ ରୂପକ ଅଟେ । * ଯୀଶୁଙ୍କୁ ସାଙ୍କେତିକ ଭାବରେ ମଣ୍ଡଳୀର “ବ୍ ବର” କୁହାଯାଏ । (ଦେଖନ୍ତୁ: ରୂପକ)
(ଏହା ମଧ୍ୟ ଦେଖନ୍ତୁ: ବର, ମଣ୍ଡଳୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3618, G35650
କପାଳ
ପରିଭାଷା:
“କପାଳ” ଶବ୍ଦ ମନୁଷ୍ୟ କିମ୍ୱା ପ୍ରାଣୀ ମୁଣ୍ଡର ହାଡୁଆ କଙ୍କାଳ ଆକୃତିକୁ ବୁଝା ।
- ବେଳେବେଳେ “କପାଳ” ଶବ୍ଦ “ମସ୍ତକ”କୁ ବୁଝାଏ, ଯେପରି “ତୁମ୍ଭର ମୁଣ୍ଡ ଲଣ୍ଡା କର” ବାକ୍ୟାଂଶ ବୁଝାଏ ।
- ଗଲାଗଥାର ଅନ୍ୟ ନାମ “କପାଳୀ ନାମକ ସ୍ଥାନ” ଅଟେ ଯେଉଁଠି ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା।
- ଏହି ଶବ୍ଦକୁ “ମସ୍ତକ” କିମ୍ୱା “ମୁଣ୍ଡର ହାଡ଼” ବୋଲି ଅନୁବାଦ କରାଯାଇପାରେ ।“
(ଦେଖନ୍ତୁ: କ୍ରୁଶାର୍ପିତ, ଗଲଗଥା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1538, H6936, H7218, G28980
କପୋତ, ପାରା
ପରିଭାଷା:
କପୋତ ଏବଂ ପାରା କ୍ଷୁଦ୍ର, ପାଉଁଶିଆ-ବାଦାମୀ ରଙ୍ଗର ଦୁଇ ପ୍ରକାରର ପକ୍ଷୀ ଅଟନ୍ତି ଯାହା ଏକାପରି ଦେଖାଯାଏ । ଏକ କପୋତ ରଙ୍ଗରେ ଫିକା, ପ୍ରାୟତଃ ଧଳା ଦେଖାଯାଏ।
- କେତେକ ଭାଷା ସେମାନଙ୍କ ନିମନ୍ତେ ଦୁଇଟି ଭିନ୍ନ ନାମ ରହିଅଛି, ଅନ୍ୟ କେତକ ଭାଷା ଉଭୟ ପକ୍ଷୀ ପାଇଁ ଗୋଟିଏ ନାମ ବ୍ୟବହାର କରେ ।
- କପୋତ ଏବଂ ପାରା ଈଶ୍ୱରଙ୍କ ଉତ୍ସର୍ଗରେ ବ୍ୟବହୃତ ହେଉଥିଲା, ବିଶେଷତଃ ଲୋକମାନଙ୍କ ନିମନ୍ତେ ଯିଏ ଏକ ବୃହତ୍ତର ପଶୁ କିଣିବାକୁ ଅସମର୍ଥ ଥିଲା ।
- ଯେତେବେଳେ ଜଳପ୍ଲାବନର ଜଳ ତଳକୁ ଖସିଲା ଏକ କପୋତ ଗୋଟିଏ ଜିତ ବୃକ୍ଷର ଡାଳଟି ନୋହଙ୍କ ନିକଟକୁ ଆଣିଲା ।
- କପୋତ ବିଶୁଦ୍ଧ, ନିର୍ଦ୍ଦୋଷତା ଓ ଶାନ୍ତିର ପ୍ରତୀକ ଅଟେ ।
- ଯଦି କପୋତ ବା ପାରା ସ୍ଥାନୀୟ ଭାଷାରେ ଅପରିଚିତ ତେବେ ଏହି ଶବ୍ଦକୁ “ଏକ ଛୋଟ ପାଉଁଶିଆ-ବାଦାମୀ ପକ୍ଷୀ ଯାହାକୁ କପୋତ କୁହାଯାଏ” କିମ୍ବା “ଏକ ଛୋଟ ପାଉଁଶିଆ ବା ବାଦାମୀ ପକ୍ଷୀ, ଏପରି ଦେଖାଯାଉଥିବା ଏକ(ସ୍ଥାନୀୟ ପକ୍ଷୀର ନାମ) ରେ ମଧ୍ୟ ଅନୁବାଦ କରାଯାଇପାରିବ ।
- ଯଦି ଉଭୟ କପୋତ ଏବଂ ପାରାକୁ ଏକ ପଦରେ ସୂଚାଯାଇଛି ତେବେ ଏହି ପକ୍ଷୀ ନିମନ୍ତେ ଦୁଇଟି ଭିନ୍ନ ଶବ୍ଦ ବ୍ୟବହାର କରନ୍ତୁ।
(ଦେଖନ୍ତୁ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
(ଦେଖନ୍ତୁ: ଜିତ, ନିର୍ଦ୍ଦୋଷତା, ବିଶୁଦ୍ଧ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1469, H1686, H3123, H8449, G40580
କବର, କବର ଖନନକାରୀ, କବର, ସମାଧିସ୍ଥଳ
ପରିଭାଷା:
“କବର” ଏବଂ “ସମାଧି” ଏକ ସ୍ଥାନକୁ ବୁଝାଏ ଯେଉଁଠାରେ ଲୋକମାନେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଶବକୁ ରଖନ୍ତି | ଏକ “ସମାଧି ସ୍ଥାନ” ଏକ ସାଧାରଣ ଶବ୍ଦ ଅଟେ ଯାହା ଏହାକୁ ମଧ୍ୟ ସୂଚାଏI
- ଯିହୂଦୀମାନେ ବେଳେବେଳେ ପ୍ରାକୃତିକ ଗୁମ୍ଫାଗୁଡ଼ିକୁ ସମାଧି ଭାବରେ ବ୍ୟବହାର କରୁଥିଲେ, ଏବଂ ବେଳେବେଳେ ସେମାନେ ଏକ ପାହାଢ଼ କଡ଼ରେ ପ୍ରସ୍ତର ଭିତରେ ଗୁମ୍ଫା ଖୋଳି ସମାଧି ଭାବରେ ବ୍ୟବହାର କରୁଥିଲେ I
- ନୂତନ ନିୟମ ସମୟରେ, ଗୋଟିଏ ବିରାଟ ଓଜନିଆ ପ୍ରସ୍ତରକୁ ଗଡ଼ାଇ ସମାଧି ସ୍ଥଳର ପ୍ରବେଶ ଦ୍ୱାର ସମ୍ମୁଖରେ ସମାଧିକୁ ବନ୍ଦ ରଖିବାକୁ ଏକ ସାଧାରଣ ବିଷୟଥିଲା I
- ଯଦି ସମାଧି ଶବ୍ଦ ସ୍ଥାନୀୟ ଭାଷାରେ କେବଳ ଏକ ଗର୍ତ୍ତକୁ ବୁଝାଏ ଯହିଁରେ ମୃତ ଶରୀରକୁ ରଖାଯାଇପାରିବ, ତେବେ ଏହାକୁ ଅନ୍ୟ ଭାବରେ ଅନୁବାଦ କରିବା ନିମନ୍ତେ “ଗୁମ୍ଫା” ବା “ଏକ ପାହାଡ ପାର୍ଶ୍ୱରେ ଥିବା ଏକ ଗର୍ତ୍ତ” ଶବ୍ଦକୁ ବ୍ୟବହାର କରାଯାଇପାରିବ I
- “ସମାଧି” ବାକ୍ୟାଂଶ ଅନେକ ସମୟରେ ସାଧାରଣ ଅର୍ଥରେ ଏବଂ ଆଳଙ୍କାରିକ ଭାବରେ ମୃତାବସ୍ଥା ବା ଯେଉଁଠାରେ ମୃତଲୋକମାନଙ୍କ ଆତ୍ମାଗୁଡ଼ିକ ଥାଏ ବୁଝାଏ I
ବାଇବେଲ ପଦପାର୍ବ:
- ପ୍ରେରିତ 2:29-31
- ଆଦିପୁସ୍ତକ 23:6
- ଆଦିପୁସ୍ତକ 50:5
- ଯୋହନ 19:41
- ଲୂକ 23:53
- ମାର୍କ 5:1-2
- ମାଥିଉ 27:53
- ରୋମୀୟ 3:13
ବାଇବେଲ କାହାଣୀରୁ ଉଦାହାରଣଗୁଡ଼ିକ:
- 32:4 ଲୋକଟି ସେହି ଅଞ୍ଚଳର ସମାଧି ସ୍ଥାନଗୁଡ଼ିକରେ ବାସ କରୁଥିଲା I
- 37:6 ଯୀଶୁ ସେମାନଙ୍କୁ ପଚାରିଲେ,”ତୁମ୍ଭେମାନେ ଲାଜାରଙ୍କୁ କେଉଁଠାରେ ରଖିଅଛ ?” ସେମାନେ ତାହା କହିଲେ, “ସମାଧିରେ, ଆସି ଦେଖନ୍ତୁ I”
- 37:7 ସମାଧି ଏକ ଗୁମ୍ଫାଥିଲା ଏବଂ ତାହାର ମୁହଁରେ ଗୋଟିଏ ପ୍ରସ୍ତର ରଖାଯାଇଥିଲା I
- 40:9 ତାହାପରେ ଯୋଷେଫ ଏବଂ ନୀକଦୀମ ନାମକ ଦୁଇଜଣ ଯିହୂଦୀ ନେତା ଯେଉଁମାନେ ଯୀଶୁ ଯେ ମସୀହ ଅଟନ୍ତି ବୋଲି ବିଶ୍ୱାସ କରିଥିଲେ; ସେମାନେ ପିଲାତଙ୍କୁ ଯୀଶୁଙ୍କ ଶରୀର ମାଗିଲେ I ସେମାନେ ତାହାଙ୍କ ଶରୀରକୁ ଲୁଗାରେ ଗୁଡାଇଲେ ଏବଂ ପ୍ରସ୍ତରରେ ଖୋଳାହୋଇଥିବା ଏକ ସମାଧିରେ ରଖିଲେ I ତାହାପରେ ସେମାନେ ଏକ ବିରାଟ ପ୍ରସ୍ତରକୁ ସମାଧି ସମ୍ମୁଖରେ ଦ୍ୱାର ବନ୍ଦ କରିବା ନିମନ୍ତେ ଗଡ଼ାଇ ଦେଲେ I
- 41:4 ସେ (ଦୂତ) ସମାଧି ସ୍ଥଳର ସମ୍ମୁଖରେ ଥିବା ପ୍ରସ୍ତରକୁ ଗଡ଼ାଇ ଦେଲେ ଏବଂ ତାହା ଉପରେ ବସିଲେ I ସମାଧିକୁ ଜଗି ରହିଥିବା ସୈନ୍ୟମାନେ ଭୟଭୀତ ହେଲେ ଏବଂ ମୃତ ବ୍ୟକ୍ତିମାନଙ୍କ ପରି ଭୂମିରେ ମୁହଁ ମାଡ଼ି ପଡ଼ିରହିଲେ I
- 41:5 ଯେତେବେଳେ ସ୍ତ୍ରୀଲୋକମାନେ ଆସି ସମାଧିରେ ପହଞ୍ଚିଲେ, ଦୂତ ସେମାନଙ୍କୁ କହିଲେ, “ଭୟ କରନାହିଁ I ଯୀଶୁ ଏଠାରେ ନାହାନ୍ତି I ସେ ଯେପରି କହିଥିଲେ, ସେହିପରି ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି! ତୁମ୍ଭେମାନେ ସମାଧିକୁ ଏବଂ ଦେଖ I” ସ୍ତ୍ରୀଲୋକମାନେ ସମାଧି ଦେଖିଲେ ଏବଂ ଯେଉଁଠାରେ ଯୀଶୁଙ୍କ ଶରୀର ରଖାଯାଇଥିଲା ତାହା ଦେଖିଲେ I ସେଠାରେ ତାହାଙ୍କ ଶରୀର ନଥିଲା !
ଶବ୍ଦବିନ୍ୟାସ:
- Strong’s: H1430, H6900, H6913, H7585, H7845, G34180, G34190, G50280
କର, କର ଦିଆଯିବା, କର ପ୍ରଦାନକାରୀ, କର ଆଦାୟକାରୀ
ପରିଭାଷା:
“କର” ଏବଂ “କରସମୂହ” ଶବ୍ଦ ଅର୍ଥ ବା ସାମଗ୍ରୀକୁ ବୁଝାଏ ଯାହାକୁ ଲୋକମାନେ ସେମାନଙ୍କ ଉପରେ ଥିବା ଏକ ଆଧିକାରୀକୁ ଦିଅନ୍ତି I ଜଣେ “କର ଆଦାୟକାରୀ” ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ଯେଉଁ ଅର୍ଥକୁ ଲୋକମାନେ ଅଧିକାରୀଙ୍କୁ କର ଭାବରେ ଦେଉଥିଲେ ସେହି ଅର୍ଥକୁ ସଂଗ୍ରହ କରିବା ତାହାର କାର୍ଯ୍ୟ ଥିଲା I
- ଯେଉଁ ପରିମାଣର ଅର୍ଥ କର ଆକାରରେ ପୈଠ କରାଯାଏ, ତାହା ସାଧାରଣତଃ ଗୋଟିଏ ବସ୍ତୁର ମୂଲ୍ୟ ଉପରେ ବା ଜଣେ ବ୍ୟକ୍ତିର ସମ୍ପତ୍ତିର ମୂଲ୍ୟର ପରିମାଣ ଉପରେ ଆଧାରିତ ହୋଇଥାଏ I
- ଯୀଶୁ ଏବଂ ତାଙ୍କ ପ୍ରେରିତମାନଙ୍କ ସମୟରେ, ରୋମୀୟ ସାମ୍ରାଜ୍ୟରେ ବାସ କରୁଥିବା ସମସ୍ତଙ୍କଠାରୁ ଏବଂ ଯିହୁଦୀମାନଙ୍କଠାରୁ ମଧ୍ୟ ରୋମୀୟ ଅଧିକାରୀ କର ଆଦାୟ କରୁଥିଲେ I
- ଯଦି କରଗୁଡ଼ିକ ପଇଠ କରାଯାଇ ନାହିଁ, ତେବେ ଅଧିକାରୀ ତାଙ୍କର ପ୍ରାପ୍ୟ ଅର୍ଥ ପାଇବା ପାଇଁ ସେହି ବ୍ୟକ୍ତିର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ I
- ଯୋଷେଫ ଏବଂ ମରୀୟମ ରୋମୀୟ ଶାସନକର୍ତ୍ତାଙ୍କୁ କର ଦେବା ପାଇଁ ଜନଗଣନା ସମୟରେ ବେଥେଲିହିମକୁ ଯାତ୍ରା କଲେ I
- ପ୍ରସଙ୍ଗ ଉପରେ ଆଧାର କରି “କର” ଶବ୍ଦକୁ “ଆବଶ୍ୟକୀୟ ଦେୟ” କିମ୍ୱା “ଅଧିକାରୀ ଅର୍ଥ” କିମ୍ୱା “ମନ୍ଦିର ଅର୍ଥ” ବୋଲି ଅନୁବାଦ କରାଯାଇପାରେ” I
- “କରଦେବା” ଶବ୍ଦକୁ ପ୍ରସଙ୍ଗକୁ ଆଧାର କରି “ଅଧିକାରୀଙ୍କୁ ଅର୍ଥ ଦେବା” କିମ୍ୱା “ଅଧିକାରୀଙ୍କ ନିମନ୍ତେ ଅର୍ଥ ଗ୍ରହଣ କରିବା” କିମ୍ୱା “ଅର୍ଥ ପଇଠ କରିବା ଆବଶ୍ୟକ” ବୋଲି ଅନୁବାଦ କରାଯାଇପାରେ I “କର ଆଦାୟ କରିବା” ପ୍ରବାକ୍ୟାଂଶକୁ ପ୍ରସଙ୍ଗ ଉପରେ ଅଧାର କରି “ଅଧିକାରୀଙ୍କ ନିମନ୍ତେ ଅର୍ଥ ଗ୍ରହଣ କରିବା” ବୋଲି ଅନୁବାଦ କରାଯାଇପାରେ I
- “ଜଣେ କର ଆଦାୟକାରୀ” ଜଣେ ବ୍ୟକ୍ତି ଅଟେ ଯିଏ କି ଅଧିକାରୀଙ୍କ ନିମନ୍ତେ କାର୍ଯ୍ୟ କରେ ଏବଂ କର ଦେବା ନିମନ୍ତେ ଆବଶ୍ୟକୀୟ ଅର୍ଥ ଲୋକମାନଙ୍କଠାରୁ ଗ୍ରହଣ କରେ I
- ଯେଉଁ ଲୋକମାନେ ରୋମୀୟ ଅଧିକାରୀଙ୍କ ନିମନ୍ତେ କର ଆଦାୟ କରନ୍ତି, ସେମାନେ ଅନେକ ସମୟରେ ଅଧିକାରୀ ଆବଶ୍ୟକ କରୁଥିବା ଅର୍ଥଠାରୁ ଅଧିକ ଅର୍ଥ ଦାବୀ କରୁଥିଲେ I କର ଆଦାୟକାରୀମାନେ ନିଜ ନିମନ୍ତେ ଅଧିକା ଅର୍ଥକୁ ରଖୁଥିଲେ I
- ଯେହେତୁ ଏହିପରି ଭାବରେ କର ଆଦାୟକାରୀମାନେ ଲୋକମାନଙ୍କୁ ପ୍ରତାରଣା କରୁଥିଲେ, ଯିହୁଦୀ ଲୋକମାନେ ସେମାନଙ୍କୁ ପାପୀ ବୋଲି ଗଣନା କରୁଥିଲେ I
- ଆହୁରି ମଧ୍ୟ ଯିହୁଦୀ ଲୋକମାନେ ନିଜ ଲୋକମାନଙ୍କ ମଧ୍ୟରେ, ଏହି ଯିହୁଦୀ କରଗ୍ରାହୀମାନଙ୍କୁ ଦେଶଦ୍ରୋହୀ ବୋଲି ଗଣନା କରୁଥିଲେ କାରଣ ସେମାନେ ରୋମୀୟ ଅଧିକାରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିଲେ, ଯେଉଁମାନେ ଯିହୁଦୀ ଲୋକମାନଙ୍କ ଉପରେ ଅତ୍ୟାଚାର କରୁଥିଲେ I
- “କରଗ୍ରାହୀମାନେ ଏବଂ ପାପୀମାନେ” ବାକ୍ୟାଂଶଟି ନୂତନ ନିୟମରେ ଏକ ସାଧାରଣ ଅଭିବ୍ୟକ୍ତି ଥିଲା ଏବଂ ଯିହୁଦୀୟମାନେ କିପରି କରଗ୍ରାହୀମାନଙ୍କୁ ତୁଚ୍ଛ ଭାବରେ ଦେଖୁଥିଲେ ତାହା ପ୍ରକାଶ କରେ I
(ଯିହୁଦୀ, ରୋମୀୟ, ପାପ: ଦେଖନ୍ତୁ)
ବାଇବେଲ ପଦପର୍ବ:
- ଲୂକ 20:21-22
- ମାର୍କ 2:13-14
- ମାଥିଉ 9:7-9
- ଗଣନା 31:28-29
- ରୋମୀୟ 13:6-7
- ଲୂକ 3:12-13
- ଲୂକ 5:27-28
- ମାଥିଉ 5:46-48
- ମାଥିଉ 9:10-11
- ମାଥିଉ 11:18-19
- ମାଥିଉ 17:26-27
- ମାଥିଉ 18:17
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
34:6 ସେ କହିଲେ “ଦୁଇ ଜଣ ଲୋକ ମନ୍ଦିରକୁ ପ୍ରାର୍ଥନା କରିବା ପାଇଁ ଗଲେ I ସେମାନଙ୍କ ମଧ୍ୟରୁ ଜଣେ କରଗ୍ରାହୀ, ଏବଂ ଅନ୍ୟ ଜଣେ ଫାରୂଶୀ ଧାର୍ମିକ ନେତାଥିଲେ” I 34:7 “ଧାର୍ମିକ ନେତା ଏହି ପ୍ରକାରେ ପ୍ରାର୍ଥନା କଲେ, “ହେ ଈଶ୍ୱର ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ୱା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ I” 34:9 “କିନ୍ତୁ କରଗ୍ରାହୀ ସେହି ଧାର୍ମିକ ଅଧ୍ୟକ୍ଷଠାରୁ ଦୂରରେ ଛିଡା ହୋଇଥିଲା, ଏପରିକି ସ୍ୱର୍ଗ ଆଡେ ଅନାଇବାକୁ ସୁଦ୍ଧା କରିବାକୁ ସାହସ କଲାନାହିଁ I କିନ୍ତୁ ନିଜ ଛାତିରେ ମାରି ହୋଇ କହିବାକୁ ଲାଗିଲା, ହେ ଈଶ୍ୱର ମୁଁ ପାପୀ ମୋତେ ଦୟା କରନ୍ତୁ I” 34:10 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱର କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାହାକୁ ଧାର୍ମିକ ବୋଲି ଗଣନା କଲେ” I 35:1 ଦିନେ, ଯୀଶୁ ଅନେକ କରଗ୍ରାହୀମାନଙ୍କୁ ଏବଂ ଅନେକ ପାପୀମାନଙ୍କୁ ଶିକ୍ଷା ଦେଉଥିଲେ, ଯେଉଁମାନେ ତାହାଙ୍କ କଥା ଶୁଣିବା ନିମନ୍ତେ ଏକତ୍ରିତ ହୋଇଥିଲେ I
ଶବ୍ଦବିନ୍ୟାସ:
- Tax: Strong’s: H2670, H4060, H4371, H4522, H4864, H6186, G13230, G27780, G50550, G54110
- Tax Collector: Strong’s: H5065, H5674, G50570, G50580
କାଣ୍ଡିବା
ପରିଭାଷା:
“କାଣ୍ଡିବା” କିମ୍ବା “ଶସ୍ୟରୁ ଦାନା ବାହାରକରିବା” ଶବ୍ଦଗୁଡ଼ିକ ଅବଶିଷ୍ଟ ଉଦ୍ଭିଦରୁ ଶସ୍ୟକୁ ପୃଥକ କରିବାର ପ୍ରକ୍ରିୟାର ପ୍ରଥମ ଭାଗକୁ ସୂଚିତ କରେ I
- ଶସ୍ୟରୁ ଦାନା ବାହାରକରିବାରେ ସସ୍ୟ ଚଷୁରୁ ଅଲଗା ହୋଇଥାଏ I ଏହା ପରେ ଶସ୍ୟକୁ ସମସ୍ତ ଅନାବଶ୍ୟକ ପଦାର୍ଥରୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିବା ପାଇଁ କେବଳ ଖାଇବାକୁ ଥିବା ଅଂଶ ଛାଡି “ପାଛୁଡ଼ାଯାଏ I
- ବାଇବେଲ ସମୟରେ, “ଖଳା” ଏକ ବଡ ସମତଳବିଶିଷ୍ଟ ପଥର କିମ୍ବା ଭୂମି ଥିଲା, ଯାହାର ଟାଣୁଆ ସମତଳବିଶିଷ୍ଟ ଉପରି ଭାଗ ରହିଥିଲା, ଯେପରି ତାହା ଉପରେ ଗହମକୁ ପିଟି ନଡ଼ାଠାରୁ ଅଲଗା କରାଯାଉଥିଲା I
- ଏକ “ଖଳାର ଶଗଡ ଗାଡି” କିମ୍ୱା “ଖଳାର ଚକ” ବେଳେବେଳେ ଦାନା କିମ୍ବା ବୀଜକୁ ପେଷିବା ନିମନ୍ତେ ଏବଂ ବୀଜକୁ ନଡ଼ା ଏବଂ ଚଷୁଠାରୁ ଅଲଗା କରିବା ନିମନ୍ତେ ବ୍ୟବହାର କରାଯାଉଥିଲା I
- ବୀଜକୁ ଅଲଗା କରିବା ନିମନ୍ତେ ଏକ “କୁଟିବା କିମ୍ବା ପିଟିବା ଗାଡ଼ି” କିମ୍ବା “କୁଟିବା କିମ୍ବା ପିଟିବା ପଟା” ମଧ୍ୟ ବ୍ୟବହାର କରାଯାଉଥିଲା I ଏହା କାଠରେ ତିଆରି ପଟାଗୁଡ଼ିକ ଥିଲା ଯାହାର ଶେଷ ଭାଗରେ ଧାରୁଆ ଧାତବ ତୀକ୍ଷଣମୁନ କିମ୍ବା କୀଳାଥିଲା I
ବାଇବେଲ ପଦପର୍ବଗୁଡ଼ିକ:
- ଦ୍ଵିତୀୟ ବଂଶାବଳୀ 3:1-3
- ଦ୍ଵିତୀୟ ରାଜାବଳୀ 13:7
- ଦ୍ଵିତୀୟ ଶାମୁୟେଲ 24:16
- ଦାନିୟେଲ 2:35
- ଲୂକ 3:17
- ମାଥିଉ 3:12
- ରୂତ 3:1-2
ଶବ୍ଦବିନ୍ୟାସ :
- Strong’s: H0212, H4173, H1637, H1758, H1786, H1869, H2251, G02480
କାବୁ କରିବା, ଦଖଲ, ଦଖଲ୍ କରିବା
ପରିଭାଷା:
“କାବୁ କରିବା” ଅର୍ଥ କାହାକୁ କିମ୍ୱା କୌଣସି ପଦାର୍ଥକୁ ଜବରଦସ୍ତି ଦଖଲକୁ ଆଣିବା ଅଟେ । ଏହା କାହାକୁ ବଶ କରିବା କିମ୍ୱା ନୀୟନ୍ତ୍ରଣରେ ରଖିବାକୁ ମଧ୍ୟ ବୁଝାଏ ।
- ଯେବେ ସେନାବାହୀନୀ କୌଣସି ନଗରକୁ ଅକ୍ତିଆରକୁ ଆଣନ୍ତି, ସୈନିକମାନେ ଲୋକମାନଙ୍କର ମୂଲ୍ୟବାନ ସମ୍ପତିକୁ କାବୁ କରି ସେମାନଙ୍କର ଅଧିକାର ସୀମା ଭିତରକୁ ଆଣନ୍ତି ।
-
ଯେବେ ଏହାକୁ ଆଳଙ୍କାରିକ ଭାବରେ ବ୍ୟବହାର କରାଯାଏ “ଭୟରେ କାବୁ କଲେ” ବୋଲି ବର୍ଣ୍ଣନା କରାଯାଇ ପାରିବ । ଏହାର ଅର୍ଥ ସେହି ବ୍ୟକ୍ତି ହଠାତ୍ “ଭୟରୁ ଜୟଲାଭ” କଲା । ଯଦି ଜଣେ ବ୍ୟକ୍ତି “ଭୟରେ ଧରା ଯାଇଛନ୍ତି” ବାକ୍ୟାଂଶକୁ “ହଠାତ୍ ବହୁତ ଭୟ ପାଇଲେ“ ବୋଲି ଅନୁବାଦ କରାଯାଇପାରେ ।
-
ଜଣେ ମହିଳାର ପ୍ରସବ ବେଦନା ପରିସ୍ଥିତିରେ “କାବୁ କରିବା” ଅର୍ଥ ଏପରି ଯନ୍ତ୍ରଣା ହଠାତ୍ ହୁଏ ଓ ବ୍ୟାକୁଳ କରେ । ମହିଳାର ଏହି ଯନ୍ତ୍ରଣା ଉପରେ “ଜୟଲାଭ” କିମ୍ୱା “ଅଜଣାତରେ ହଠାତ୍ ଆସେ“ ବୋଲି ଅନୁବାଦ କରାଯାଇପାରେ ।
-
ଏହି ବାକ୍ୟାଂଶକୁ “ନୀୟନ୍ତ୍ରଣ କର” କିମ୍ୱା “ହଠାତ୍ ନିଅ“ କିମ୍ୱା “ଜାବୁଡି ଧର“ ବୋଲି ଅନୁବାଦ କରାଯାଇପାରେ ।
-
“ବଳପୁର୍ବକ ତାହା ସହିତ ସହବାସ କଲେ” ବାକ୍ୟାଂଶକୁ “ତାହା ଉପରେ ନିଜର ବଳ ପ୍ରୟୋଗ କରିବା” କିମ୍ୱା “ତାହା ସହ ଅସଙ୍ଗତ ବ୍ୟବହାର” କିମ୍ୱା “ତାକୁ ଧର୍ଷଣ କରିବା” ବୋଲି ଅନୁବାଦ କରାଯାଇପାରେ କିନ୍ତୁ ଏହି ବାକ୍ୟାଂଶ ଗ୍ରହଣୀୟ ଆତେ ତାହା ନିଶ୍ଚିତ କରନ୍ତୁ ।
(ଦେଖନ୍ତୁ: euphemism)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0270, H1497, H2388, H3027, H3920, H3947, H4672, H5377, H5860, H6031, H7760, H8610, G07240, G19490, G26380, G29020, G29830, G48150, G48840
କାରାଗାର, ବନ୍ଦୀ, କାରାରୁଦ୍ଧ କରିବା
ପରିଭାଷା:
“କାରାଗାର” ଶବ୍ଦ ଏକ ସ୍ଥାନକୁ ବୁଝାଏ, ଯେଉଁଠାରେ ଅପରାଧୀମାନଙ୍କୁ ସେମାନଙ୍କର ଅପରାଧ ସକାଶେ ଦଣ୍ଡ ସ୍ୱରୂପେ ରଖାଯାଇ ଥାଏ I ଜଣେ “ବନ୍ଦୀ” ଏକ ବ୍ୟକ୍ତି ଅଟେ ଯାହାକୁ କାରାଗାରରେ ରୁଦ୍ଧ କରି ରଖାଯାଏ I
- ଏକ ବ୍ୟକ୍ତିକୁ ବିଚାରିତ ହେବା ନିମନ୍ତେ ଅପେକ୍ଷା କରିବାକୁ କାରାଗାରରେ ରଖାଯାଇପାରେ I
- “କାରାରୁଦ୍ଧ କରିବା” ଶବ୍ଦର ଅର୍ଥ “କାରାଗାରରେ ରଖାଯାଇଛି” କିମ୍ବା “ବନ୍ଦୀ ଅବସ୍ଥାରେ ରଖାଯାଇଛି I“
- ଅନେକ ଭବିଷ୍ୟଦ୍ବକ୍ତା ଏବଂ ଈଶ୍ଵରଙ୍କ ଅନ୍ୟ ସେବକଗଣକୁ କାରାଗାରରେ ରୁଦ୍ଧ କରାଯାଇଥିଲା, ଯଦିଓ ସେମାନେ କୌଣସି ଭୁଲ କରି ନ ଥିଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “କାରାଗାର” ଶବ୍ଦ ପାଇଁ ଅନ୍ୟ ଏକ ଶବ୍ଦ “ଜେଲ” ଅଟେ I
- ଏହି ଶବ୍ଦକୁ “ଅନ୍ଧକୂପ” ବୋଲି ଅନୁବାଦ କରାଯାଇପାରେ ଯେଉଁଠାରେ କାରାଗାର ଭୂମି ତଳେ କିମ୍ୱା ଏକ ପ୍ରସାଦର ବା ଅନ୍ୟ କୋଠାର ମୁଖ୍ୟ ଭାଗ ତଳେ ନିର୍ମିତ ଥାଏ I
- “ବନ୍ଦୀ” ଶବ୍ଦକୁ ସାଧାରଣ ଭାବରେ ସେହି ଲୋକମାନଙ୍କୁ ସୂଚାଏ, ଯେଉଁମାନେ ଶତ୍ରୁ ଦ୍ୱାରା ଅଧିକୃତ ହୋଇଛନ୍ତି ଏବଂ ସେମାନଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ଗୋଟିଏ ସ୍ଥାନରେ ରଖାଯାଇଛନ୍ତି I ଏହି ଅର୍ଥକୁ “ଆବଦ୍ଧ” ବୋଲି ଅନୁବାଦ କରାଯାଇପାରେ I
- “କାରାରୁଦ୍ଧ ହୋଇଥିବା” ଶବ୍ଦକୁ “ବନ୍ଦୀ ଭାବରେ ରଖାଯିବା” କିମ୍ବା “ବନ୍ଦୀତ୍ୱ ଅବସ୍ଥାରେ ରଖାଯିବା” କିମ୍ୱା “ଆବଦ୍ଧ କରି ରଖିବା” ବୋଲି ଅନୁବାଦ କରାଯାଇପରେ I
(ଦେଖନ୍ତୁ: ଆବଦ୍ଧ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0612, H0613, H0615, H0616, H0631, H0953, H1004, H1540, H3608, H3628, H3947, H4115, H4307, H4455, H4525, H4929, H5470, H6495, H7617, H7622, H7628, G11980, G11990, G12000, G12010, G12020, G12100, G22520, G36120, G47880, G48690, G50840, G54380, G54390
କିରୁବ, କିରୁବଦ୍ୱୟ, କିରୁବଗଣ
ସଂଜ୍ଞା:
“କିରୁବ” ଶବ୍ଦ ଓ ଏହାର ବହୁବଚନ କିରୁବଦ୍ୱୟ” ଦିବ୍ୟ ଜୀବିକା କୁ ବୁଝାଏ ଯେଉଁମାନଙ୍କୁ ପରମେଶ୍ୱର ସୃଷ୍ଟି କରିଛନ୍ତି କିରୁବଗଣମାନଙ୍କର ଅଗ୍ନିଶିଖା ପରି ଡେଣା ଅଛି ବୋଲି ବାଇବଲରେ ବର୍ଣ୍ଣନା ହୋଇଛି * କିରୁବଗଣ ପରମେଶ୍ୱରଙ୍କର ମହିମା ଓ ଶକ୍ତି ପ୍ରଦର୍ଶନ କରନ୍ତି ଏବଂ ପବିତ୍ର ବିଷୟରେ ରକ୍ଷା କରନ୍ତି * ଆଦମ ଓ ହବା ପାପ କଲା ପରେ, ଅମୃତ ବୃକ୍ଷର ପଥ ରକ୍ଷା ନିମିତ୍ତ ସଦାପ୍ରଭୁ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚାରିଆଡେ ଘୁର୍ଣିୟମାନ ତେଜୋମୟ ଖଡଗ ସ୍ଥାପନ କଲେ ଯେପରି ଲୋକମାନେ ଜୀବନ ବୃକ୍ଷର ଫଳ ପାଇବେ ନାହିଁ * ପୁଣି କିରୁବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଉର୍ଦ୍ଧକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୁବମାନଙ୍କର ମୁଖ ରହିବ * ସେ ଆହୁରି ସେମାନଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ * କୌଣସି ଶାସ୍ତ୍ରାଂଶରେ, ଏହି ପ୍ରାଣୀମାନଙ୍କର ଚାରିଟି ମୁଖ ଅଛି: ମନୁଷ୍ୟ ପରି, ଗୋଟିଏ ସିଂହ, ଗୋଟିଏ ବଳଦ ଏବଂ ଏକ ଛଞ୍ଚାଣ * ବେଳେବେଳେ କିରୁବ ଗଣ ଙ୍କୁ ଦୂତ ଭାବରେ ବିଚାର କରାଯାଇପାରେ, କିନ୍ତୁ ବାଇବଲ୍ ଏ ବିଷୟରେ କୌଣସି ସ୍ପଷ୍ଟି କରଣ ନାହିଁ
ଅନୁବାଦ ନିମନ୍ତେ ଉପଦେଶ ଗୁଡିକ:
- “କିରୁବ” ଶବ୍ଦକୁ “ପକ୍ଷ ଥିବା ପ୍ରାଣୀ” କିମ୍ୱା “ପକ୍ଷଧାରୀ ରକ୍ଷାକର୍ତ୍ତା” ନତୁବା “ଡେଣା ସହିତ ଆତ୍ମିକ ରକ୍ଷକ”, “ପବିତ୍ର ଡେଣାଧାରୀ ରକ୍ଷକ ”, ମଧ୍ୟ ଅନୁବାଦ କରାଯାଇଛି
- ଉଦାହରଣ ନିମନ୍ତେ, ଜଣେ “କିରୁବ”, କିରୁବଗଣର ଅସାମାନ୍ୟ ଅନୁବାଦ କରାଯାଇଛି, ଯେମିତି “ଡେଣା ଥିବା ପ୍ରାଣୀ “ଡେଣା ଥିବା ଆତ୍ମିକ ରକ୍ଷକ”
- “ଦୂତ” ନିମନ୍ତେ ଅନୁବାଦ ହୋଇଥିବା ଶବ୍ଦଠାରୁ କିରୁବମାନଙ୍କର ଅନୁବାଦ ଭିନ୍ନ ଅଟେ
- ନିଜ ନିଜର ସ୍ଥାନୀୟ ଭାଷା କିମ୍ୱା ରାଷ୍ଟ୍ରୀୟ ଭାଷାରେ ଏହି ଶବ୍ଦ ଗୁଡିକର ବାଇବଲ ଅନୁବାଦକମାନେ ଅନୁବାଦ କରିଛନ୍ତି
(ଦେଖ: ଅଜଣା ବିଷୟ ବସ୍ତୁକୁ କିପରି ଅନୁବାଦ କରିବେ
(ଦେଖ: ଦୂତ
ବାଇବଲାର ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H3742, G5502
କୁଆପଥର (ଶୁଭ କାମନା), କୁଆପଥରମାନ, କୁଆପଥର ବୃଷ୍ଟି, କୁଆ ବଡ଼ ପଥର ବୃଷ୍ଟି
ତଥ୍ୟ:
ଏହି ଶବ୍ଦ ବହୁଳ ଭାବରେ ଜମି ଯାଇଥିବା ପାଣି କୁ ଦର୍ଶାଏ ଯାହା ଆକାଶରୁ ପଡ଼େ I ଇଂରାଜୀରେ ଏହି ପରି ହୀ ବନାନ ଥାଇ “ହେଲ”ଶବ୍ଦର ଅର୍ଥ କାହାକୁ ଶୁଭ କାମନା ଦେବ ଯାହାର ଅର୍ଥ “ନମସ୍କାର” କିଅବା “ଆପଣଙ୍କୁ ଶୁଭ କାମନା” ହୋଇ ଥାଏ I * କୁଆ ଯାହା ଆକାଶରୁ ତଳକୁ ଆସେ ବରଫର ବଲ୍ କିଅବା ଖଣ୍ଡ ଗୁଡାକ ପରି ଯାହାକୁ “କୁଆପଥର “କୁହାଯାଏ I
-
ସାଧାରଣ ଭାବରେ କୁଆପଥର ଛୋଟ (କିଛି ସେନ୍ତି ମିଟର) ହୋଇ ଥାଏ, କିନ୍ତୁ ବେଳେ ବେଳେ କୁଆପଥର ବଡ଼ ହୋଇ ଥାଏ ଲଗଭଗ ୨୦ ସେନ୍ତି ମିଟରଯାଏ ଯାହା ୧ କିଲୋଗ୍ରାମଯାଏ ଓଜନ ହୋଇ ଥାଏ I
-
ନୂତନ ନୀୟମର ପ୍ରକାଶିତ ବାକ୍ୟରେ ୫୦ କିଲୋଗ୍ରାମ କୁଆପଥରର ବ୍ୟାଖ୍ୟା ଅଛି ଯାହା ପ୍ରଭୁ ଅନ୍ତିମ ଦିନରେ ଲୋକଙ୍କ ଦୁଷ୍ଟତା ପାଇଁ ବିଚାର କରିବେ ସେହି ସମୟରେ ପୃଥିବୀ ଉପରେ ଫପାଡିବେ I
- “ହେଲ” ଶବ୍ଦ ପୁରୁଣା ବାଇବଲରେ ଯଥାରୀତି ଅନୁସାରେ ଏକ ଶୁଭେଚ୍ଛା ଅଟେ ଆକ୍ଷେରିକ ରୂପରେ ଅର୍ଥ “ଆନନ୍ଦିତ” ହେବା ଓ ଏହାକୁ “ଶୁଭେଚ୍ଛା ବାର୍ତ୍ତା’ କିଅବା “ନମସ୍କାର “ଅନୁବାଦ କରାଯାଏ I
(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H68, H417, H1258, H1259, G5463, G5464
କୁରାଢ଼ୀ
ପରିଭାଷା:
କୁରାଢ଼ୀ ଗଛ କିମ୍ୱା କାଠ କାଟିବା ପାଇଁ ବ୍ୟବହାର କରାଯାଉଥିବା ଉପକରଣ ଅଟେ ׀
- କୁରାଢ଼ୀରେ ଗୋଟିଏ ଲମ୍ବା ବେଣ୍ଟ ସହ ଗୋଟିଏ ଧାରୁଆ ଧାତବ ପଦାର୍ଥ ଲାଗି ରହିଥାଏ ׀ ଯଦି ଆପଣଙ୍କ ସଂସ୍କୃତିରେ କୌଣସି ଉପକରଣ ଅଛି ଯାହାକି କୁରାଢ଼ୀ ସହ ସମାନ ସେହି ଉପକରଣର ନାମ “କୁରାଢ଼ୀ”ପାଇଁ ବ୍ୟବହାର କରି ଅନୁବାଦ କରାଯାଇପାରେ ׀
- ଅନ୍ୟ ଅର୍ଥରେ ଏହି ଶବ୍ଦକୁ “ବୃକ୍ଷ କାଟିବା ଉପକରଣ”କିମ୍ୱା “ଧାର ଥିବା କାଠ ଉପକରଣ”କିମ୍ୱା “ଲମ୍ବା ବେଣ୍ଟ ଥିବା କାଠ କଟା ଉପକରଣ”ବୋଲି ଅନୁବାଦ କରାଯାଇପାରେ ׀
- ପୂରାତନ ନିୟମର ଏକ ଘଟଣାରେ ଗୋଟିଏ କୁରାଢ଼ୀର ଧାରୁଆ ଅଂଶ ନଦୀ ଭିତରେ ପଡ଼ି ଯାଇଥିଲା, ତେଣୁ ଯଦି ଗୋଟିଏ ଧାରୁଆ ଉପକରଣ ବିଷୟରେ ବର୍ଣ୍ଣିତ ହୋଇଅଛି ତେବେ ତାହା କାଠ ବେଣ୍ଟରୁ ଢ଼ିଲା ହୋଇପାରେ ବୋଲି ଅନୁବାଦ କରାଯାଇପାରିବ ׀
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1631, H4621, H7134, G05130
କୁଲା, ପାଛୁଡିବା
ପରିଭାଷା:
“କୁଲା “ଏବଂ “ପାଛୁଡିବା” ଉଭୟ ଶବ୍ଦର ଅର୍ଥ ବିହନକୁ ଅଦରକାରୀ ପଦାର୍ଥରୁ ଅଲଗା କରିବା ଅଟେ I ବାଇବେଲରେ, ଏହି ଉଭୟ ଶବ୍ଦ ସାଙ୍କେତିକ ରୂପରେ ଲୋକମାନଙ୍କୁ ଅଲଗା କିମ୍ବା ବିଭାଜନ କରିବାରେ ବ୍ୟବହାର କରାଯାଇପାରେ I
- “କୁଲା କରିବା” ଅର୍ଥ ବିହନକୁ ଫସଲର ଅଦରକାରୀ ପଦାର୍ଥରୁ ଅଲଗା କରିବା I ବିହନ ଏବଂ ତାସୁକୁ ବାୟୁରେ ଉଡାଯାଏ I
- “ପାଛୁଡିବା” ଶବ୍ଦର ଅର୍ଥ ଏହାକୁ ଭଲରେ ହଲାଇ ଯେଉଁ ଅଦରକାରୀ ପଦାର୍ଥ ଯଥା ଛୋଟ ଛୋଟ ପ୍ରସ୍ତରଗୁଡ଼ିକ ବାହାର କରିବା ଅଟେ I
- ପୁରାତନ ନିୟମରେ, “ପାଛୁଡିବା” କିମ୍ବା ”କୁଲା “ ଉଭୟ ଶବ୍ଦ ସାଙ୍କେତିକ ରୂପରେ କଠିନତାକୁ ବ୍ୟାଖ୍ୟା କରେ ଯାହା ଅଧାର୍ମିକଠାରୁ ଧାର୍ମିକକୁ ଅଲଗା କରିବାକୁ ବୁଝାଏ I
- ଯୀଶୁ ମଧ୍ୟ “ପାଛୁଡିବା” ଶବ୍ଦକୁ ସାଙ୍କେତିକ ରୂପରେ ବ୍ୟବହାର କଲେ ଯେତେବେଳେ ସେ ସିମନ ପିତରକୁ କିପରି ସେ ଏବଂ ତାହାର ସହ ଶିଷ୍ୟମାନେ ତାହାଙ୍କର ବିଶ୍ୱାସ ନିମନ୍ତେ ପରୀକ୍ଷିତ ହେବେ ବୋଲି କହିଲେ I
- ଏହି ଶବ୍ଦଗୁଡ଼ିକ ସ୍ଥାନୀୟ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶଗୁଡ଼ିକ ବ୍ୟବହାର କରି ଅନୁବାଦ କରାଯାଇପାରେ, ସମ୍ଭବତଃ “ହଲାଇବା” କିମ୍ବା “ଉଡାଇବା” ଶବ୍ଦରେ ମଧ୍ୟ ଅନୁବାଦ କରାଯାଇପାରେ I ଯଦି “ପାଛୁଡିବା” କିମ୍ବା “କୁଲା କରିବା” ସ୍ଥାନୀୟ ଭାଷାରେ ଅଜଣା ତେବେ ଏହି ଶବ୍ଦଗୁଡ଼ିକ ବିହନ ଏବଂ ତାସୁକୁ ଅଲଗା କରୁଥିବା ସ୍ଥାନୀୟ ଶବ୍ଦଗୁଡ଼ିକ ବ୍ୟବହାର କରି ଅନୁବାଦ କରାଯାଇପାରେ I
(ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong's: H2219, H5128, H5130, G4425, G46170
କୂପ, କୂଅ
ପରିଭାଷା:
“ଜଳ ଗର୍ତ “ ଓ “କୂଅ” ଶବ୍ଦଗୁଡ଼ିକ ବାଇବେଲ ସମୟରେ ଜଳ ପାଇଁ ବ୍ୟବହୃତ ବିଭିନ୍ନ ପ୍ରକାରର ଉତ୍ସକୁ ବୁଝାଏ I
- ଏକ କୂଅ ଭୂମିରେ ଖୋଳା ଯାଇଥିବା ଏକ ଗଭୀର ଗର୍ତ୍ତ ଅଟେ ଯାହା ଦ୍ଵାରା ଭୂତଳୁ ଜଳ ପ୍ରବାହିତ ହୁଏ I
- ଏକ ଜଳ ଗର୍ତ ପଥରରେ ଖୋଳା ଯାଇଥିବା ଏକ ଗଭୀର ଗର୍ତ୍ତ ଯାହା ବର୍ଷା ଜଳ ସଂଗ୍ରହ କରେ I
- ଜଳ ଗର୍ତ ସବୁ ପ୍ରସ୍ତରରେ ଗାତ କରି ପ୍ଲାସ୍ଟରରେ ଯୋଡ଼ି ଜଳ ସଂଗ୍ରହ କରି ରଖାଯାଏ I ପ୍ଲାଷ୍ଟର ଫାଟିଯିବା ପରେ ପାଣି ବାହାରିବା ପରେ ଏକ “ଭଙ୍ଗା କୂଅରେ” ପରିଣତ ହୁଏ I
- “ଅଧିକାଂଶ ସମୟରେ ଜଳ ଗର୍ତ ଲୋକମାନଙ୍କର ପ୍ରାଗଣରେ ନିର୍ମିତ ହୋଇ ଥାଏ ଯେଉଁଠାରେ ବର୍ଷା ଜଳ ଛାତୁରୁ ବହି ସେଥିରେ ସଂଗୃହିତ ହୋଇପାରେ I
- କୂଅଗୁଡ଼ିକ ସେହି ସ୍ଥାନରେ ଥାଏ ଯାହା କେତେକ ପରିବାର କିମ୍ବା ପୁରା ସମାଜ ସହଜରେ ଜଳ ସଂଗ୍ରହ କରି ପାରିବେ I
- କାରଣ ଜଳ ଜନସମୁହ ଓ ପଶୁସମୁହ ନିମନ୍ତେ ଅତି ଆବଶ୍ୟକ ଅଟେ, କୂଅ ବ୍ୟବହାର କରିବାର ଅଧିକାର ଅନେକ ସମୟରେ ଦ୍ୱନ୍ଦ ଓ ଝଗଡା ଉତ୍ପନ୍ନ କରି ଥାଏ I
- ଏଥିରେ ଯେପରି କୌଣସି ଜିନିଷ ନ ପଡ଼େ ସେଥିପାଇଁ ଉଭୟ କୂଅ ଏବଂ ଜଳ ଗର୍ତ ସାଧାରଣତଃ ଏକ ବଡ଼ ପଥରରେ ଆଚ୍ଛାଦିତ ହେଉଥିଲା I ଜଳକୁ ଭୂପୃଷ୍ଠରୁ ଆଣିବା ପାଇଁ ପ୍ରାୟତଃ ଏକ ଦଉଡି ଥାଏ ଯେଉଁଥିରେ ଏକ ବାଲ୍ଟି କିମ୍ବା ପାତ୍ର ଲାଗିଥାଏ I
- ବେଳେବେଳେ ଯୋଷେଫ ଏବଂ ଯିରିମୀୟଙ୍କ ପରି କୌଣସି ବ୍ୟକ୍ତିକୁ କାରାଗାରରେ ରଖିବା ପାଇଁ ଏକ ଶୁଖିଲା ଜଳ ଗର୍ତ ବ୍ୟବହାର କରାଯାଉଥିଲା I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- କୂଅ ଶବ୍ଦକୁ “ଗଭୀର ଜଳଗର୍ତ” କିମ୍ବା “ଗଭୀର ଜଳ ଛିଦ୍ର” କିମ୍ବା “ଝରଣା ଜଳ ପାଇଁ ଗଭୀର ଛିଦ୍ର” କିମ୍ବା “ଜଳ ଟାଣିବା ପାଇଁ ଗଭୀର ଛିଦ୍ର” ବୋଲି ଅନୁବାଦ କରାଯାଇପାରେ I
- ଜଳ ଗର୍ତକୁ "ପଥର ଜଳ ଗର୍ତ୍ତ" କିମ୍ବା "ଜଳ ପାଇଁ ଗଭୀର ଏବଂ ସଂକୀର୍ଣ୍ଣ ଗର୍ତ୍ତ" କିମ୍ବା "ଜଳ ଧାରଣ ପାଇଁ ଭୂତଳ ଟାଙ୍କି" ବୋଲି ଅନୁବାଦ କରାଯାଇପାରେ I
- ଏହି ଶବ୍ଦଗୁଡ଼ିକ ଅର୍ଥରେ ସମାନ ଅଟେ I ଏହାର ମୁଖ୍ୟ ପାର୍ଥକ୍ୟ ଏହା ଅଟେ ଯେ ଏକ କୂଅ କ୍ରମାଗତ ଭାବରେ ଭୂତଳ ଝରଣାଠାରୁ ଜଳ ଗ୍ରହଣ କରିଥାଏ, ଯେତେବେଳେ କି ଏକ ଜଳ ଗର୍ତ୍ତ ଜଳ ପାଇଁ ଏକ ଧାରଣକାରୀ ଟ୍ୟାଙ୍କ ଯାହା ସାଧାରଣତଃ ବର୍ଷାପାଣିରୁ ସଂଗ୍ରହ କରାଯାଏI
(ଯିରିମୀୟ, ବନ୍ଦୀ, ବିବାଦ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0875, H0883, H0953, H1360, H4599, H4726, H4841, G40770, G54210
କେନ୍ଦୁଆ, ବନ କୁକୁର
ପରିଭାଷା:
ଏକ କେନ୍ଦୁଆ ଏକ ଭୟାନକ ପଶୁ ଅଟେ, ମାଂସ ଖାଉଥିବା ପଶୁ ଯାହା ଏକ ବନ କୁକୁର ପରି ଦେଖାଯାଏ I
- କେନ୍ଦୁଆ ସମୂହରେ ଶିକାର କରନ୍ତି ଓ ସେମାନଙ୍କର ଶିକାରକୁ ଚତୁରତାରେ ଓ କୌଶଳରେ ଆକ୍ରମଣ କରନ୍ତି I
- ବାଇବେଲରେ, “କେନ୍ଦୁଆ” ଶବ୍ଦ ସାଙ୍କେତିକ ରୂପରେ ଭଣ୍ଡ ଶିକ୍ଷକ ଓ ଭଣ୍ଡ ଭାବବାଦୀଙ୍କୁ ଦର୍ଶାଏ ଯେଉଁମାନେ ବିଶ୍ୱାସୀମାନଙ୍କୁ ବିନାଶ କରନ୍ତି, ବିଶ୍ୱାସୀମାନଙ୍କୁ ମେଷ ସହ ତୁଳନା କରାଯାଇଅଛି I ଭଣ୍ଡ ଶିକ୍ଷା ଲୋକମାନଙ୍କୁ ଭୁଲ୍ ଶିକ୍ଷା ବିଶ୍ୱାସ କରିବାର କାରଣ ହୁଏ ଯାହା ସେମାନଙ୍କ ନିମନ୍ତେ ହାନୀ କାରକ ଅଟେ I
- ଏହି ତୁଳନା ସତ୍ୟ ଘଟଣାବଳୀ ଉପରେ ଆଧାରିତ ଯେ କିପରି ମେଶମାନେ କେନ୍ଦୁଆ ଦ୍ୱାରା ଆକ୍ରମଣ ହୋଇ ଦୁର୍ଦଶାରେ ପଡନ୍ତି କାରଣ ସେମାନେ ଦୁର୍ବଳ ଓ ନିଜର ସୁରକ୍ଷା କରି ପାରନ୍ତି ନାହିଁ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ “ବନ କୁକୁର” କିମ୍ବା “ବନପଶୁ “ ବୋଲି ଅନୁବାଦ କରାଯାଇପାରେ I
- ବନ କୁକୁରର ଅନ୍ୟ ନାମ “କୋକି ଶିଆଳି “ଓ “କେନ୍ଦୁଆ” ଅଟେ I
- ଯେତେବେଳେ ଏହା ସାଙ୍କେତିକ ରୂପରେ ଲୋକମାନଙ୍କୁ ଦର୍ଶାଏ, ଏହାକୁ “ମନ୍ଦ ଲୋକମାନେ ଯେଉଁମାନେ ଲୋକମାନଙ୍କର କ୍ଷତି କରନ୍ତି ଯେପରି ଏକ ହିଂସ୍ରକ ପଶୁ ମେଷ ଉପରେ ଆକ୍ରମଣ କରେ“ ବୋଲି ଅନୁବାଦ କରାଯାଇପାରେ I
(ମନ୍ଦ, ଭଣ୍ଡ ଭାବବାଦୀ, ମେଷ, ଶିକ୍ଷା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2061, H3611, G30740
କ୍ରୀତଦାସ କରିବା, କ୍ରୀତଦାସ, ବିନା ମଜୁରୀରେ ସେବା କରିବା ଦାସ, ସୀମା
ତଥ୍ୟ:
"କ୍ରୀତଦାସ" କରିବାର ଅର୍ଥ ଜଣେ ମୁନିବର କିମ୍ୱା ଗୋଟେ ଦେଶ ରାଜାର ସେବା କରିବା ନିମନ୍ତେ କୌଣସି ବ୍ୟକ୍ତିକୁ ବାଧ୍ୟ କରିବା। “କ୍ରୀତଦାସ” କିମ୍ୱା “ବନ୍ଧନର" ଅର୍ଥ କୌଣସି ବ୍ୟକ୍ତି ବିଶେଷଙ୍କର କିମ୍ୱା କୌଣସି ବିଷୟର ଅଧିନରେ ରହିବା।
- ଯେଉଁ ବ୍ୟକ୍ତି କ୍ରୀତଦାସ କିମ୍ୱା ବନ୍ଧନରେ ଥାଏ ସେ ଅନ୍ୟମାନଙ୍କର ସେବା ମଜୁରୀ ବିନା କରେ; ସେ ଯାହା ଇଛା କରେ ତାହା କରିପାରେ ନାହିଁ। "ବନ୍ଧନର" ଶବ୍ଦର ଅନ୍ୟ ଅର୍ଥ "ଦାସତ୍ୱ" ଅଟେ।
- ନୂତନ ନିୟମ ମଣିଷମାନଙ୍କୁ ପାପର “ଅଧୀନସ୍ଥଦାସ” ବୋଲି କହିଥାଏ ଯେପର୍ଯ୍ୟନ୍ତ ଯୀଶୁ ସେମାନଙ୍କୁ ସେଥିର ନିୟନ୍ତ୍ରଣ ଏବଂ ଶକ୍ତିରୁ ମୁକ୍ତ ନକରନ୍ତି। ଯେତେବେଳେ ଜଣେ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ପାଏ, ସେ ପାପର କ୍ରୀତଦାସ ହୁଏ ନାହିଁ ମାତ୍ର ଧାର୍ମିକତାର କ୍ରୀତଦାସ ହୁଏ।
ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:
- “କ୍ରୀତଦାସ” ଶବ୍ଦଟିକୁ “ଅସ୍ୱାଧୀନ କରିବା” କିମ୍ୱା “ଅନ୍ୟର ସେବା କିରବା ପାଇଁ ବାଧ୍ୟ କରାଯିବା” କିମ୍ୱା ”ଅନ୍ୟମାନଙ୍କ ଅଧିନରେ ରହିବା" ଭାବରେ ଅନୁବାଦ କରିହେବ।
- “କ୍ରୀତଦାସ ହେବା” କିମ୍ୱା “ବନ୍ଧନରେ ରହିବା” ବାକ୍ୟାଂଶ ଗୁଡ଼ିକୁ “କ୍ରୀତଦାସ ହେବା ପାଇଁ ଚାପରେ ଆସିବା” କିମ୍ୱା “ସେବା କରିବା ପାଇଁ ଚାପରେ ଆସିବା” କିମ୍ୱା “ଅଧିନରେ ରହିବା” ଭାବରେ ଭାଷାନ୍ତର କରାଯାଇପାରିବ।
(ପୁନଶ୍ଚ ଦେଖନ୍ତୁ:ସ୍ୱାଧୀନ,ଧାର୍ମିକ,ଦାସ)
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H3533, H5647, G1398, G1402, G2615
କ୍ରୋଧ, କ୍ରୋଧ ବିଷୟଗୁଡିକ, କ୍ରୋଧାନ୍ୱିତ ହେବା, ଭୟଙ୍କର ରାଗିବା
ତଥ୍ୟଗୁଡିକ:
କ୍ରୋଧ ଅଧିକ ପରିମାଣର ରାଗ ଅଟେ ଯାହା ନୀୟନ୍ତ୍ରଣର ବାହାର ଅଟେ I ଯେତେବେଳେ ଜଣେ କେହି କ୍ରୋଧ କରେ, ତାହାର ଅର୍ଥ ସେହି ବ୍ୟକ୍ତି ଆପଣାର ରାଗ ଭାବକୁ ଧ୍ୱଂସାତ୍ମକ ଭାବରେ ପ୍ରକାଶ କରେ I * ଯେତେବେଳେ ଜଣେ ବ୍ୟକ୍ତିର ରାଗର ଭାବାବେଗ ତାହାକୁ ଆତ୍ମସଂଯମ ହରାଇବା ଅବସ୍ଥାକୁ ନେଇଯାଏ, ସେତେବେଳେ କ୍ରୋଧ ଜାତ ହୋଇଥାଏ I * ଲୋକମାନେ କ୍ରୋଧ ଦ୍ୱାରା ନୀୟନ୍ତ୍ରିତ ହୋଇ ଧ୍ୱଂସାତ୍ମକ କାର୍ଯ୍ୟଗୁଡିକ କରନ୍ତି ଏବଂ ଧ୍ୱଂସାତ୍ମକ ବିଷୟଗୁଡିକ କହନ୍ତି I * “କ୍ରୋଧ” ପ୍ରତିଶବ୍ଦ ମଧ୍ୟ ଶକ୍ତିଯୁକ୍ତ ଭାବରେ ଗତି କରିବା ବିଷୟକୁ ମଧ୍ୟ ବୁଝାଇବ, ଯଥା ଏକ “କ୍ରୋଧାନ୍ୱିତ” ଝଡ ବା “କ୍ରୋଧରେ” ଗର୍ଜନ କରୁଥିବା ସମୁଦ୍ରର ତରଙ୍ଗର ବର୍ଣ୍ଣନା I * ଯେତେବେଳେ “ଜାତିଗଣ କ୍ରୋଧ କରନ୍ତି”, ସେମାନଙ୍କର ଈଶ୍ୱରବିହୀନ ଲୋକମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି ଏବଂ ତାହାଙ୍କ ବିରୁଦ୍ଧରେ ଛିଡ଼ା ହୁଅନ୍ତି I * “କ୍ରୋଧରେ ପରିପୂର୍ଣ୍ଣ ହେବା” କହିଲେ ଅତିଶୟ ରାଗରେ ବିହ୍ୱଳ ହେବାର ଏକ ଅନୁଭୁତି ଅଟେ I
(ଆହୁରି ମଧ୍ୟ ଦେଖ: ରାଗିବା, ଆତ୍ମସଂଯମ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H398, H1348, H1984, H1993, H2121, H2195, H2196, H2197, H2534, H2734, H2740, H3491, H3820, H5590, H5678, H7264, H7265, H7266, H7267, H7283, H7857, G1693, G2830, G3710, G5433
ଖଜୁରୀ
ପରିଭାଷା:
“ଖଜୁରୀ” ଶବ୍ଦ ଏକ ଲମ୍ବା ବୃକ୍ଷକୁ ବୁଝାଏ, ଯାହା ଲମ୍ବା, ନମନୀୟ, ପତ୍ର ବିଶିଷ୍ଟ ଶାଖାଗୁଡ଼ିକକୁ ଉପରୁ ବିସ୍ତାରିତ କରିଥାଏ ।
- ବାଇବେଲରେ ଥିବା ଖଜୁରୀ ଗଛ ସାଧାରଣତଃ ଏକ ପ୍ରକାର ଖଜୁରୀ ଗଛକୁ ବୁଝାଏ ଯାହା “ଖଜୁରୀ” ଫଳ ଉତ୍ପନ୍ନ କରେ । ଏହାର ପତ୍ରଗୁଡ଼ିକର ଏକ ଆକାର ଥାଏ ।
- ଖଜୁରୀ ଗଛ ସାଧାରଣତଃ ସେହି ସ୍ଥାନରେ ବଢିଥାଏ ଯେଉଁଠାରେ ଗରମ, ଆର୍ଦ୍ର ଜଳବାୟୁ ଥାଏ । ସେଗୁଡ଼ିକ ପତ୍ର ବର୍ଷସାରା ସବୁଜ ରହେ ।
- ଯୀଶୁ ଗଧ ଉପରେ ବସି ଯିରୂଶାଲମରେ ପ୍ରବେଶ କରୁଥିବା ସମୟରେ ଲୋକମାନେ ତାଙ୍କ ସମ୍ମୁଖରେ ଖଜୁରୀ ଶାଖା ବିଛେଇ ଥିଲେ।
- ଖଜୁରୀ ଶାଖା ଶାନ୍ତି ଏବଂ ବିଜୟର ଉତ୍ସବକୁ ବୁଝାଏ’ ।
(ଦେଖନ୍ତୁ: ଗଧ, ଯିରୂଶାଲମ, ଶାନ୍ତି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3712, H8558, H8560, H8561, G54040
ଖମୀର, ଖମୀରମୟ, ଖମୀରଶୂନ୍ୟ
ପରିଭାଷା:
“ଖମୀର” ସାଧାରଣ ଏକ ଶବ୍ଦ ଅଟେ ଏହାକୁ ଅଟାକୁ ଫୁଲାଏ I “ଖମୀର” ଏକ ବିଶେଷ ପ୍ରକାରର ଖମୀର ଅଟେ I
- କେତେକ ଇଂରାଜୀ ଅନୁବାଦରେ, ଖମୀରକୁ “ଖମୀର” ଭାବରେ ଅନୁବାଦ କରାଯାଇଅଛି, ଏହା ରୁଟିକୁ ବାଷ୍ପରେ ଫୁଲାଏ, ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଏହା ଅଟାକୁ ଫୁଲାଏ I “ଖମୀରକୁ” ଅଟାରେ ଦଳାଯାଏ ଯାହା ଦ୍ୱାରା ସମ୍ପୂର୍ଣ୍ଣ ଅଟାରେ ମିଶିଯାଇ ଏହାକୁ ଫୁଲାଏ I
- ପୁରାତନ ନିୟମ ସମୟରେ, ଅଟାକୁ ଖମୀର କରିବା ଓ ଫୁଲାଇବାକୁ କିଛି ସମୟଯାଏ ଏହାକୁ ରଖା ଯାଉଥିଲା I ପୂର୍ବରୁ ବ୍ୟବହାର କରା ଯାଇଥିବା ଦଳା ଯାଇଥିବା ଅଟାରଖି ବର୍ତ୍ତମାନ ଅଟା ସହ ମିଳାଇ ତାହାକୁ ଖମୀରଯୁକ୍ତ କରାଯାଉଥିଲା I
- ଯେତେବେଳେ ଇସ୍ରାଏଲ ଲୋକମାନେ ମିସରରୁ ବାହାରି ଆସିଲେ, ସେମାନଙ୍କ ପାଖରେ ରୁଟି ଫୁଲିବାକୁ ଅପେକ୍ଷା କରିବାକୁ ସମୟ ନଥିଲା, ତେଣୁ ସେମାନେ ଯାତ୍ରା ସମୟରେ ଖମୀରଶୂନ୍ୟ ରୁଟି ତିଆରି କଲେ I ଏହାକୁ ସ୍ମରଣକରିବାକୁ, ପ୍ରତିବର୍ଷ ଯିହୁଦୀଲୋକମାନେ ଖମୀରଶୂନ୍ୟ ରୁଟି ଖାଇ ନିସ୍ତାରପର୍ବ ପାଳନ କରନ୍ତି I
- “ଖମୀର” ଶବ୍ଦକୁ ସାଙ୍କେତିକ ରୂପରେ ବାଇବେଲରେ ବ୍ୟବହାର କରାଯାଇଅଛି, ଏହା ଜଣେ ବ୍ୟକ୍ତିର ଜୀବନରେ ପାପ କିପରି ବ୍ୟାପ୍ତ ହୁଏ ଓ କିପରି ଅନ୍ୟ ଲୋକଙ୍କ ଜୀବନରେ ପ୍ରଭାବିତ କରେ I
- ଏହା ଭଣ୍ଡଶିକ୍ଷାକୁ ମଧ୍ୟ ବୁଝାଏ ଯାହା ଅଧିକାଂଶ ସମୟରେ ଅନେକ ଲୋକର ଜୀବନରେ ପ୍ରଭାବିତ କରେ I
- “ଖମୀର” ଶବ୍ଦ ସାକାରାତ୍ମକ ରୂପରେ ମଧ୍ୟ ବ୍ୟାଖ୍ୟା କରାଯାଇଅଛି ଯାହା ଈଶ୍ଵରଙ୍କର ରାଜ୍ୟ ଲୋକମାନଙ୍କର ଜୀବନରେ ପ୍ରବେଶ କରେ ଓ ବ୍ୟକ୍ତିରୁ ବ୍ୟକ୍ତିକୁ ବ୍ୟାପ୍ତ ହୁଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହାକୁ “ଖମୀର” କିମ୍ବା “ଦ୍ରବ୍ୟ ଯାହା ଅଟାକୁ ଫୁଲାଏ“ କିମ୍ବା “ବିସ୍ତାର କରୁଥିବା ଦ୍ରବ୍ୟ” ଭାବେ ଅନୁବାଦ କରାଯାଇପାରେ I “ଫୁଲାଇବା“ଶବ୍ଦକୁ “ବ୍ୟାପ୍ତ କରାଇବା “କିମ୍ବା “ବଡ଼କରିବା” କିମ୍ବା “ଫୁଲିବା“ ବୋଲି ଅନୁବାଦ କରାଯାଇପାରେ I
- ଯଦି ସ୍ଥାନୀୟ ଭାଷାରେ ଖମୀର ଅଟାକୁ ଫୁଳାଇବା ପାଇଁ ବ୍ୟବହାର କରାଯାଏ ତେବେ ସେହି ଶବ୍ଦକୁ ବ୍ୟବହାର କରନ୍ତୁ I ଯଦି ଖମୀର ପାଇଁ ସ୍ଥାନୀୟ ଭାଷାରେ ଶବ୍ଦ ଅଛି ତେବେ ସେହି ଶବ୍ଦକୁ ବ୍ୟବହାର କରନ୍ତୁ I
(ମିସର, ନିସ୍ତାରପର୍ବ, ଖମୀରଶୂନ୍ୟ ରୁଟି: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2556, H2557, H4682, H7603, G01060, G22190, G22200
ଖୁରା, ଖୁରାମାନ, ଖୁରା ସକଳ
ତଥ୍ୟ:
ଏହି ଶବ୍ଦ କିଛି ପଶୁର ପାଦରେ ଆବରଣ କରିବା ପାଇଁ ଏକ ଶକ୍ତ ବସ୍ତୁ କୁ ଦର୍ଶାଏ ଯେପରି କି ଓଟ, ହରିଣ, ଘୋଡ଼ା, ଗଧ, ଘୁସୁରୀ, ମେଷ, ବଳଦ ଓ ଛେଳି ଅଟେ I * ଏକ ପଶୁର ଖୁରା ତାହାକୁ ସୁରକ୍ଷା ଦିଏ ଯେତେବେଳେ ସେ ଚାଲେ I * କେତେକ ପଶୁର ଖୁରା ମଧ୍ୟରେ ଫାଳ ଅଛି ଆଉ କେତେକରେ ନାହିଁ I * ପରମେଶ୍ୱର ଇସ୍ରାଏଲ ଜାତିକୁ କହିଲେ କି ଯେଉଁ ପଶୁର ଖୁରାରେ ଫାଳ ଅଛି ଓ ସେ ଚୋବାଇ ଖାଇ ସେ ଶୁଦ୍ଧ ପଶୁ ଅଟେ ଓ ଖାଇବା ଯୋଗ୍ୟ ଅଟେ I ଏହାରେ ଗୋରୁ, ହରିଣ, ମେଷ ଓ ବଳଦ ଅନ୍ତର୍ଭୁକ୍ତ ଅଟେ I
(ଆହୁରି ଦେଖନ୍ତୁ: ନାମର କିପରି ଅନୁବାଦ କରାଯାଏ)
(ଆହୁରି ଦେଖନ୍ତୁ: ଓଟ, ଗାଇ, ଗଧ, ଛେଳି, ଘୁସୁରୀ, ମେଷ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H6119, H6471, H6536, H6541, H7272
ଖୋଜିବା, ଅନ୍ୱେଷଣ କରିବା, ଅନୁସନ୍ଧାନ କରିବା
ପରିଭାଷା:
“ଖୋଜିବା” ଶବ୍ଦର ଅର୍ଥ କୌଣସି ପଦାର୍ଥ କିମ୍ୱା କାହାକୁ ଖୋଜିବା ଅଟେ I ଏହାର ଅତୀତ “ଖୋଜିଲା” ଏହାର ଅର୍ଥ “ଖୋଜାଗଲା” ଅଟେ I ଏହି ଶବ୍ଦଟି ବେଳେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, ଯାହାର ଅର୍ଥ “କିଛି କରିବା” କିମ୍ବା କିଛି କରିବା ପାଇଁ “ପ୍ରୟାସ କରିବା” ଅଟେ I
- କୌଣସି ବିଷୟକୁ କରିବା ପାଇଁ ଏକ ସୁଯୋଗ “ଖୋଜିବା” କିମ୍ୱା “ଅନୁସନ୍ଧାନ କରିବା” ର ଅର୍ଥ “ଏହା କରିବା ପାଇଁ ସମୟ ପାଇବା ନିମନ୍ତେ ଚେଷ୍ଟା କରିବା” ଅଟେ I
- “ଯିହୋବାଙ୍କୁ ଖୋଜିବା” ଅର୍ଥ “ସମସ୍ତ ସମୟ ଓ ଶକ୍ତି ଦେଇ ଯିହୋବାଙ୍କୁ ଜାଣିବା ଏବଂ ତାହାଙ୍କର ବାଧ୍ୟ ହେବା ନିମନ୍ତେ ପ୍ରଶିକ୍ଷଣ କରିବା” ଅଟେ I
- “ସୁରକ୍ଷା ଅନୁସନ୍ଧାନ କରିବା” ଅର୍ଥ “ଜଣେ ବ୍ୟକ୍ତିଙ୍କୁ ଖୋଜିବା ଯିଏ ଆପଣଙ୍କୁ ବିପଦରୁ ସୁରକ୍ଷା ଦେଇପାରିବେ” ଅଟେ I
- “ନ୍ୟାୟ ଖୋଜିବା” ଅର୍ଥ “ଲୋକମାନେ ଯେପରି କୁଶଳରେ ନ୍ୟାୟ ପାଇପାରିବେ ସେଥି ନିମନ୍ତେ ପ୍ରୟାସ କରିବା” ଅଟେ I
- “ସତ୍ୟର ଅନୁସନ୍ଧାନ କରିବା” ଅର୍ଥ “ସତ୍ୟତାକୁ ଜାଣିବା ନିମନ୍ତେ ପ୍ରୟାସ କରିବା” ଅଟେ I
- “ଅନୁଗ୍ରହ ଅନେଷ୍ୱଣ କରିବା” ଅର୍ଥ “ଅନୁଗ୍ରହ ପାଇବା ନିମନ୍ତେ ଚେଷ୍ଟା କରିବା” କିମ୍ୱା “ଏପରି କାର୍ଯ୍ୟ କରିବା ଯେପରି କେହିଜଣେ ତୁମ୍ଭମାନଙ୍କୁ ସାହାଯ୍ୟ କରିବ” ଅଟେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0579, H1156, H1239, H1243, H1245, H1556, H1875, H2470, H2603, H2658, H2664, H3289, H7125, H7592, H7836, H8446, G03270, G15670, G19340, G20520, G22120
ଗଢିବା, ଗଢନ୍ତି, ଗଢିଲେ, ଗାଢ଼ୁ ଅଛନ୍ତି, ଗଢିବା ଲୋକମାନେ, ଗଢନ
ସଂଜ୍ଞା:
ଗଢିବା ହେଉଛି କାଠ, ଧାତୁ କିଅବା ମାଟିର ଏକ ଖଣ୍ଡ କୁ ଢାଂଚ କରି ବ୍ୟବହାର କରି ସୁନା, ରୁପା କିଅବା ଅଲଗା ପଦାର୍ଥ କୁ ନରମ କରି ଗଢି ଏକ ରୁପ ଦିଆଯାଏ I * ଗଢି ଅଳଂକାର, ଥାଳି, ଖାଇବା ନିମନ୍ତେ ବାସନ ଆଦି ନିର୍ମାଣ କରାଯାଏ I * ବାଇବଲରେ, ଗଢିବା ଶବ୍ଦ ମୂର୍ତ୍ତି ନିର୍ମାଣ ଓ ତାହାର ପୂଜା ସମ୍ୱଧିତ ବିଷୟରେ ଉଲ୍ଲେଖ ଅଛି I * ଧାତୁ ସବୁ କୁ ଉଚ ତାପମାନରେ ଅତି ଗରମ କରି ତା ପରେ ଗଢିବା ନିମନ୍ତେ ବ୍ୟବହାର କରାଯାଏ I * କିଛି ଗଢିବା ର ଅର୍ଥ କୌଣସି ବସ୍ତୁ କୁ ଏକ ବିଶେଷ ପ୍ରକାର ଆକାର ଦେବା, ଗଢିବା ଦ୍ୱାରା କିଅବା ହାତରେ ଆକାର ଦେଇ ହୋଇ ଥାଏ I
ଅନୁବାଦ ପ୍ରସ୍ତାବ:
- ଏହି ଶବ୍ଦକୁ “ରୁପ” ଆକାର” କିଅବା “ନିର୍ମାଣ” ରୂପରେ ଅନୁବାଦ କରାଯାଇପାରେ I
- “ଗଢିଲେ” ଶବ୍ଦକୁ “ରୁପ ଦେଲେ” କିଅବା “ଆକାର ଦେଲେ “ରୂପରେ ଅନୁବାଦ କରାଯାଏ I
- “ଗଢ଼ନ “ବସ୍ତୁ କୁ ଅନୁବାଦ କଲେ ଏକ ବାକ୍ୟାଂଶ କିଅବା ଶବ୍ଦରେ ତାହାର ଅର୍ଥ “ଆକାର କାରୀ” କିଅବା “ମୁରତତିକାର “ରୂପରେ ଅନୁବାଦ କରାଯାଏ I
(ଆହୁରି ଦେଖନ୍ତୁ: ଭଣ୍ଡ ଦେବ, ସୁନା, ଚାନ୍ଦି)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H4541, H4165, G4110, G4111
ଗନ୍ଧକ, ଗନ୍ଧକବର୍ଣ୍ଣ
ପରିଭାଷା:
ଗନ୍ଧକ ଏକ ହଳଦିଆ ପଦାର୍ଥ ଅଟେ ଯାହା ନିଆଁରେ ଜଳିବା ପରେ ଜଳୁଥିବା ତରଳ ପଦାର୍ଥରେ ପରିଣତ ହୁଏ ।
- ଗନ୍ଧକର ମଧ୍ୟ ବହୁତ ଶକ୍ତିଶାଳୀ ଗନ୍ଧ ଅଛି ଯାହା ପଚା ଅଣ୍ଡାର ଗନ୍ଧ ପରି ଅଟେ ।
- ବାଇବେଲରେ, ଜଳୁଥିବା ଗନ୍ଧକ ବିଚାର ଦିନରେ ଅପବିତ୍ର ଏବଂ ବିରୋଧୀ ଲୋକମାନଙ୍କ ଉପରେ ଈଶ୍ଵରଙ୍କ ବିଚାରର ପ୍ରତୀକ ଅଟେ ।
- ଲୋଟ ସମୟରେ ଈଶ୍ଵର ସଦୋମ ଏବଂ ଗୋମୋରାର ମନ୍ଦତା ଥିବା ସହର ଗୁଡ଼ିକରେ ଉପରେ ଅଗ୍ନି ଓ ଗନ୍ଧକ ବର୍ଷା କଲେ ।
- କେତେକ ଇଂରାଜୀ ବାଇବେଲ ସଂସ୍କରଣରେ, ଗନ୍ଧକକୁ “ଗନ୍ଧକ” brimstone କୁହାଯାଏ, ଯାହାର ଅର୍ଥ “ଜଳୁଥିବା ପଥର” ଅଟେ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦର ସମ୍ଭାବ୍ୟ ଅନୁବାଦ ହେଲା “ଜଳୁଥିବା ହଳଦିଆ ପଥର” କିମ୍ବା “ହଳଦିଆ ଜଳୁଥିବା ପଥର ।”
(ଗୋମୋରା, ବିଚାରକ, ଲୋଟ, ଅବାଧ୍ୟ, ସଦୋମ, ପବିତ୍ର: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1614, G23030
ଗନ୍ଧରସ
ସଂଜ୍ଞା:
ଗନ୍ଧରସ ଏକ ସୁଗନ୍ଧ ମସଲାରେସିଂ ବୃକ୍ଷରୁ ନିର୍ମିତ ଅଟେ I ଏହା ଅତର ଓ ସୁଗନ୍ଧ ଦ୍ରବ୍ୟ ବନାଇବାରେ ବ୍ୟବହୃତ ହୁଏ I * ବାଇବଲ ସମୟରେ, ଗନ୍ଧରସ ଏକ ମହତ୍ୱପୂର୍ଣ୍ଣ ମସଲାଥିଲା ଯାହାକୁ କବର ଦେବା ପୂର୍ବରୁ ମୃତ ଶରୀରରେ ଲେପନ କରାଯାଉଥିଲା I * ଏହି ମସଲା ଏହାର ସୁସ୍ତତା ଓ ଶାନ୍ତ କରିବା ଗୁଣ ନିମନ୍ତେ ମଧ୍ୟ ଅତି ମୂଲ୍ୟବାନ ଅଟେ I * ଯେତେବେଳେ ପୂର୍ବ ଦେଶରୁ ପଣ୍ଡିତ ଲୋକ ଶିଶୁ ଯୀଶୁଙ୍କୁ ଭେଟ କରିବା ନିମନ୍ତେ ବେଥେଲିହିମ ଆସିଲେ, ଗନ୍ଧରସ ଏକ ମୁକ୍ତ ଉପହାର ସେମାନେ ଆଣିଥିଲେ I
(ଆହୁରି ଦେଖନ୍ତୁ: ବେଥେଲିହିମ, ପଣ୍ଡିତ
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H3828, G3030
ଗର୍ଦ୍ଧଭ, ଖଚର
ପରିଭାଷା:
ଏକ ଗର୍ଦ୍ଧଭ, ଚାରି ଗୋଡ଼ବିଶିଷ୍ଟ ଘୋଡା ପରି ଏକ କାର୍ଯ୍ୟରତ ପ୍ରାଣୀ ଅଟେ, କିନ୍ତୁ ଏହାର ଛୋଟ ଏବଂ ଲମ୍ବା କାନ ଥାଏ ।
- ଖଚର ଏକ ପୁଂଜାତୀୟ ଗଧ ଏବଂ ଏକ ସ୍ତ୍ରୀଜାତୀୟ ଘୋଡାର ବନ୍ଧ୍ୟା ବଂଶ ଅଟେ ।
- ଖଚର ଅତ୍ୟନ୍ତ ଦୃଢ ପ୍ରାଣୀ ଅଟେ ଏବଂ ସେମାନେ ମୂଲ୍ୟବାନ କାର୍ଯ୍ୟରତ ପଶୁଗଣ ଅଟନ୍ତି ।
- ଉଭୟ ଗର୍ଦ୍ଧଭ ଏବଂ ଗଧ ଖଚର ଭାରଗୁଡ଼ିକ ବହନ ଏବଂ ଲୋକମାନେ ଭ୍ରମଣ କରିବା ବେଳେ ବ୍ୟବହାର କରିଥାନ୍ତି ।
- ବାଇବେଲ ସମୟରେ, ରାଜାଗଣ ଯୁଦ୍ଧ ସମୟରେ ଘୋଡା ବ୍ୟବହାର କରୁଥିଲେ, ଏବଂ ଶାନ୍ତିର ସମୟରେ ଗର୍ଦ୍ଧଭ ବ୍ୟବହାର କରୁଥିଲେ ।
- ଯୀଶୁ କ୍ରୁଶାର୍ପିତ ହେବାର ଏକ ସପ୍ତାହ ପୂର୍ବରୁ ଏକ ତରୁଣ ଗର୍ଦ୍ଧଭ ଉପରେ ଚଢି ଯିରୂଶାଲମକୁ ପ୍ରବେଶ କରିଥିଲେ ।
(ଦେଖନ୍ତୁ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H0860, H2543, H3222, H5895, H6167, H6501, H6505, H6506, G36780, G36880, G52680
ଗର୍ବିତ
ପରିଭାଷା:
“ଗର୍ବିତ” ଶବ୍ଦ ଏକ ସାଙ୍କେତିକ ଅଭିବ୍ୟକ୍ତି ଯାହା ଗର୍ବ କିମ୍ବା ଅହଂକାରକୁ ବୁଝାଏ । (ଦେଖନ୍ତୁ: ରୂଢ଼ି)
-
ଯେଉଁ ବ୍ୟକ୍ତି ଗର୍ବ କରେ, ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ଅନୁଭବ କରିବାର ମନୋଭାବ ଦେଖାଏ ।
-
ପାଉଲ ଶିକ୍ଷା ଦେଇଛନ୍ତି ଯେ ଅନେକ ସୂଚନା ଜାଣିବା କିମ୍ବା ଧାର୍ମିକ ଅଭିଜ୍ଞତା ରହିବା ଦ୍ୱାରା “ଗର୍ବିତ” କରାଏ କିମ୍ବା ଗର୍ବିତ ହୋଇପାରେ ।
-
ଅନ୍ୟ ଭାଷାଗୁଡ଼ିକରେ ସମାନ ରୂଢ଼ି କିମ୍ବା ଏକ ଭିନ୍ନ ଭାଷା ଥାଇପାରେ ଯାହା ଏହି ଅର୍ଥକୁ ପ୍ରକାଶ କରିଥାଏ ଯେପରିକି “ଏକ ବଡ଼ ମୁଣ୍ଡ” ।
-
ଏହାକୁ “ଅତ୍ୟଧିକ ଗର୍ବିତ” କିମ୍ବା “ଅନ୍ୟମାନଙ୍କୁ ଘୃଣା କରିବା” କିମ୍ବା “ଅହଂକାରୀ” କିମ୍ବା “ନିଜକୁ ଅନ୍ୟମାନଙ୍କ ଅପେକ୍ଷା ଭଲ ଭାବିବା” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ:
ବାଇବେଲ ପଦଗୁଡିକ:
ଶବ୍ଦବିନ୍ୟାସ:
- Strong’s: H6075, G54480
ଗର୍ଭବତୀ, ଧାରଣ କରିବା
ପରିଭାଷା:
ଏହି ଉଭୟ ଶବ୍ଦ “ଗର୍ଭବତୀ” ଏବଂ “ଧାରଣ କରିବା” ଗର୍ଭବତୀ ହେବାକୁ ବୁଝାଏ ଏହା ମଧ୍ୟ ପଶୁ ଗର୍ଭ ଧାରଣ ପାଇଁ ବ୍ୟବହାର ହୋଇପାରେ I
-
“ଗର୍ଭବତୀ ହୁଅ” ବାକ୍ୟାଂଶଟି “ଗର୍ଭବତୀ ହୁଅ” କିମ୍ବା ଏହା ସୂଚାଇବା ପାଇଁ ଅନ୍ୟ ଗ୍ରହଣୀୟ ଶବ୍ଦ ବ୍ୟବହାର କରି ଅନୁବାଦ କରାଯାଇପାରେ I
-
“ଧାରଣ କରିବା” ବାକ୍ୟାଂଶକୁ “ଗର୍ଭ ଧାରଣର ପ୍ରାଥମିକ ଅବସ୍ଥା” କିମ୍ୱା “ଯେଉଁ ସମୟରେ ଗର୍ଭ ଧାରଣ କଲା” ବୋଲି ଅନୁବାଦ କରାଯାଇପାରେ I
-
ଏହି ବାକ୍ୟଗୁଡ଼ିକ କୌଣସି ବିଷୟକୁ ସୃଷ୍ଟି କରିବା କିମ୍ୱା କୌଣସି ବିଷୟରେ ଚିନ୍ତା କରିବା ଯଥା କଳ୍ପନା, ଯୋଜନା କିମ୍ୱା କାର୍ଯ୍ୟକୁ ବୁଝାଏ I ଏହି ଶବ୍ଦକୁ ଏହିପରି “ଭାବିବା” କିମ୍ୱା “ଯୋଜନା” କିମ୍ୱା “ସୃଷ୍ଟି” ପ୍ରସଙ୍ଗକୁ ଆଧାର କରି ଅନୁବାଦ କରାଯାଇପାରେ I
-
ବେଳେବେଳେ ଏହି ଶବ୍ଦ ଆଳଙ୍କାରିକ ଭାବରେ ମଧ୍ୟ ବ୍ୟବହାର ହୁଏ ଯେପରି “ଯେତେବେଳେ ପାପ ଧାରଣ କରେ” ଯାହାର ଅର୍ଥ “ଯେତେବେଳେ ପାପ ପ୍ରଥମେ ଭାବନାକୁ ଆସିଲା” କିମ୍ୱା “ପାପର ଆରମ୍ଭ” କିମ୍ୱା “ଯେଉଁ ସମୟରେ ପାପ ଆରମ୍ଭ ହେଲା I”
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2029, H2030, H2032, H2232, H2254, H2803, H3179, G10800, G17220, G28450, G48150
ଗହମ
ପରିଭାଷା:
ଗହମ ଏକ ପ୍ରକାର ଶସ୍ୟ ଅଟେ ଯାହା ଲୋକମାନେ ଖାଦ୍ୟ ନିମନ୍ତେ ଚାସ କରନ୍ତି I ବାଇବେଲ ଯେତେବେଳେ “ଶସ୍ୟ” କିମ୍ବା “ବିହନ” ବିଷୟରେ ଉଲ୍ଲେଖ କରେ, ଏହା ଅଧିକାଂଶ ସମୟରେ ଗହମ ଶସ୍ୟ କିମ୍ବା ବିହନ ବିଷୟରେ ପ୍ରକାଶ କରେ I
- ଗହମ ଶସ୍ୟ କିମ୍ବା ବିହନ ଗହମ ତୃଣର ଉପର ଭାଗରେ ଉତ୍ପନ ହୁଏ I
- ଗହମ ଫସଲ କାଟିଲା ପରେ, ବିହନକୁ ଖଳାରେ ତୃଣରୁ ଅଲଗା କରାଯାଏ I ଗହମ ତୃଣର କୁଟାକୁ ଛଣ କୁହାଯାଏ ଏବଂ ଅନେକ ସମୟରେ ପଶୁବିଶ୍ରାମ ନିମନ୍ତେ ଭୂମିରେ ରଖାଯାଏ I
- ଖଳାରେ ଗହମ ଚୋପା କାଡି ଦିଆଯାଏ ଏବଂ ତାହାକୁ ଫିଙ୍ଗି ଦିଆଯାଏ I
- ଲୋକମାନେ ଗହମକୁ ଚକିରେ ଅଟାଗୁଣ୍ଡ କରି ରୁଟି କରିବା ନିମନ୍ତେ ବ୍ୟବହାର କରନ୍ତି I
( ଯୋବ, ଚୋପା, ଶସ୍ୟ, ବିହନ, ଖଳା, କୁଲା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong's: H1250, H246, G46210
ଗାଈ, ଷଣ୍ଢ, ବାଛୁରୀ, ଗୃହପାଳିତ ପଶୁ, ଛଡ଼ା, ବଳଦ
ପରିଭାଷା:
ଗାଈ, ଷଣ୍ଢ, ବାଛୁରୀ, ଗୃହପାଳିତ ପଶୁ, ଛଡ଼ା, ବଳଦ ଶବ୍ଦଗୁଡ଼ିକ ଲମ୍ବା ଚାରିଗୋଡ ବିଶିଷ୍ଟ ପଶୁ, ଘାସ ଖାଉଥିବା ପଶୁଗଣକୁ ବୁଝାଏ ׀
- ଏହି ପ୍ରକାର ପ୍ରାଣୀମାନଙ୍କର ସ୍ତ୍ରୀଲିଙ୍ଗୀୟ ପଶୁକୁ “ଗାଈ“, ପୁଲିଙ୍ଗୀୟ ପଶୁକୁ “ଷଣ୍ଢ” ଏବଂ ସେମାନଙ୍କର ପଶୁବଂଶକୁ “ବାଛୁରୀ” କୁହାଯାଏ ׀
- ବାଇବେଲ ସମୟରେ, ବାଛୁରୀମାନଙ୍କୁ “ଶୁଚି”ବୋଲି ବିଚାର କରାଯାଉଥିଲା ଯାହାକୁ ଲୋକମାନେ ଖାଇ ପାରିବେ କିମ୍ୱା ବଳିଦାନ କରି ପାରିବେ ׀ ସେମାନଙ୍କୁ ପ୍ରାଥମିକ ଭାବେ ମାଂସ ଏବଂ ଦୁଗ୍ଧ ପାଇଁ ପାଳନ କରୁଥିଲେ ׀
“ଛଡ଼ା”ଏକ ବୟସ୍କ ସ୍ତ୍ରୀଲିଙ୍ଗୀୟ ଗାଈ ଯାହା ଏପର୍ଯ୍ୟନ୍ତ ଗୋଟିଏ ବାଛୁରୀ ଜନ୍ମ ଦେଇ ନାହିଁ ׀
ଗୋଟେ “ବଳଦ” ଗୃହପାଳିତ ପଶୁ ଅଟେ ଯାହାକୁ କୃଷିକର୍ମ ପାଇଁ ତାଲିମ ଦିଆଯାଇଥାଏ ׀ ଏହି ଶବ୍ଦ ବହୁବଚନ ଶବ୍ଦ “ବଳଦପଲ” ଅଟେ ׀ ସାଧାରଣତଃ ଭାବେ ବଳଦମାନେ ପୁଲିଙ୍ଗୀୟ ପଶୁ ଅଟନ୍ତି ଏବଂ ସେମାନେ ମୁଷ୍କଚ୍ଛେଦନ ହୋଇଥାନ୍ତି ׀
-
ବାଇବେଲରେ, ବଳଦମାନଙ୍କୁ ଯୁଆଳି କିମ୍ୱା ଶଗଡ଼ ଟାଣୀବା ଏବଂ ଚାଷ କରିବା ଉଦ୍ଦେଶ୍ୟରେ ବ୍ୟବହୃତ କରାଯାଇଛି ׀
-
ଗୋଟିଏ ଯୁଆଳିରେ ଏକାଠି କରିବା ବାଇବେଲରେ ଏପରି ଏକ ସାଧାରଣ ଘଟଣା ଥିଲା “ଯୁଆଳି ନିୟନ୍ତ୍ରଣରେ ରହିବା” ବାକ୍ୟ କଠିନ ପରିଶ୍ରମ ଏବଂ କାର୍ଯ୍ୟର ରୂପକ ଅଟେ ׀
- ଗୋଟିଏ ଷଣ୍ଢ ପୁଲିଙ୍ଗୀୟ ପଶୁ ଅଟେ, କିନ୍ତୁ ଏହାକୁ ମୁଷ୍କଚ୍ଛେଦନ କରାଯାଏ ନାହିଁ ଏବଂ ଏହାକୁ କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ ନାହିଁ ׀
(ଦେଖନ୍ତୁ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
(ଦେଖନ୍ତୁ: ଯୁଆଳି)
ବାଇବେଲ ପଦପର୍ବ:
- ଆଦିପୁସ୍ତକ ୧୫:୯-୧୧
- ଯାତ୍ରାପୁସ୍ତକ ୨୪:୫-୬
- ଗଣନାପୁସ୍ତକ ୧୯:୧-୨
- ଦ୍ୱିତୀୟବିବରଣ ୨୧:୩-୪
- ପ୍ରଥମ ଶାମୁୟେଲ ୧: ୨୪-୨୫
- ପ୍ରଥମ ଶାମୁୟେଲ ୧୫:୩
- ପ୍ରଥମ ଶାମୁୟେଲ ୧୬:୨-୩
- ପ୍ରଥମ ରାଜାବଳୀ ୧:୯
- ଦ୍ଵିତୀୟ ବଂଶାବଳୀ ୧୧:୧୫
- ଦ୍ଵିତୀୟ ବଂଶାବଳୀ ୧୫:୧୦-୧୧
- ମାଥିଉ ୨୨:୪
- ଲୂକ ୧୩:୧୫
- ଲୂକ ୧୪:୬
- ଏବ୍ରୀ ୯:୧୩
ଶବ୍ଦବିନ୍ୟାସ:
- Strong’s: H0047, H0441, H0504, H0929, H1165, H1241, H4399, H4735, H4806, H5695, H5697, H6499, H6510, H6629, H7214, H7716, H7794, H7921, H8377, H8450, G10160, G11510, G23530, G29340, G34470, G34480, G41650, G50220
ଗାତ, ଚୋରା ଗର୍ତ୍ତ, ଗଭୀର ଓ ଅପ୍ରଶସ୍ତ ଖାତ, ଜଳାଧାର
ପରିଭାଷା:
ଗୋଟିଏ ଗାତ ଏକ ଗଭୀର ଗର୍ତ୍ତ ଅଟେ ଯାହା ଭୂମିରେ ଖୋଳା ଯାଇଥାଏ I
- ଏକ “ଜଳଧାର” ଗୋଟିଏ ଗାତ ଥିଲା ଯାହା ପାଣି ସଂରକ୍ଷଣ କରିବାକୁ ଖୋଳା ଯାଇଥିଲା I
- ଲୋକମାନେ ପଶୁମାନଙ୍କୁ ଫାନ୍ଦରେ ପକାଇବା ନିମନ୍ତେ କିମ୍ୱା ଜଳ ପାଇବା ନିମନ୍ତେ ଗାତ ଖୋଳନ୍ତି I
- ଜଣେ ବନ୍ଦୀକୁ ଅସ୍ଥାୟୀ ଭାବରେ ରଖିବା ନିମନ୍ତେ ମଧ୍ୟ ଏକ ଗାତକୁ ବ୍ୟବହାର କରାଯାଇପାରେ I
- ବେଳେବେଳେ “ଗାତ” ଶବ୍ଦ ସମାଧି କିମ୍ୱା ନର୍କକୁ ବୁଝାଏ I ଅନେକ ସମୟରେ ଏହା ହୁଏତ “ଅତଳ ଗର୍ତ୍ତକୁ” ବୁଝାଏ I
- “ଗାତ” ଶବ୍ଦ ଆଳଙ୍କାରିକ ଭାବରେ “ଧ୍ୱଂସର ଗର୍ତ୍ତକୁ” ବୁଝାଏ ଯାହା ବିପର୍ଯ୍ୟୟଗ୍ରସ୍ତ ଅବସ୍ଥାରେ ଛନ୍ଦି ହୋଇଥିବା ପରିସ୍ଥିତିକୁ କିମ୍ୱା ଗମ୍ଭୀର ଭାବରେ ପାପପୂର୍ଣ୍ଣ ବିନାଶକାରୀ ଅଭ୍ୟାସରେ ଜଡ଼ିତ ହୋଇଥିବା ଅବସ୍ଥାକୁ ବର୍ଣ୍ଣନା କରେ I
(ଦେଖନ୍ତୁ: ଅତଳ ଗର୍ତ୍ତ, ନରକ, ବନ୍ଦୀଶାଳା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H0875, H0953, H1356, H1475, H2352, H4087, H4113, H4379, H6354, H7585, H7745, H7816, H7825, H7845, H7882, G00120, G09990, G54210
ଗୁଣିଆ, ଗଣିକା, ଗଣକତା, ଗଣକତା, ମନ୍ତ୍ରଜ୍ଞ, ମାୟାବୀ
ପରିଭାଷା:
“ଗୁଣିଆ” ବା “ମନ୍ତ୍ରଜ୍ଞ” ଶବ୍ଦ ମାୟାବୀ ଯାଦୁକୁ ବ୍ୟବହାର କରିବାକୁ ବୁଝାଏ, ଯାହା ମନ୍ଦ ଆତ୍ମା ସାହାଯ୍ୟରେ ଶକ୍ତିଶାଳୀ କାର୍ଯ୍ୟ କରିବାକୁ ବୁଝାଏ । ଜଣେ “ଗୁଣିଆ” ଏହି ଶକ୍ତିଶାଳୀ, ଯାଦୁକାରୀ କାର୍ଯ୍ୟ କରୁଥିବା ବ୍ୟକ୍ତି ଅଟେ । * ମନ୍ତ୍ର ଏବଂ ମାୟାବୀ ଯାଦୁର ବ୍ୟବହାର ଉଭୟ ଉପକାରୀ ବିଷୟକୁ ବୁଝାଇ ପାରେ (ଯେପରିକି କାହାକୁ ଆରୋଗ୍ୟ କରିବା) ଏବଂ କ୍ଷତିକାରକ ବିଷୟ (ଯେପରିକି କାହା ଉପରେ ଅଭିଶାପ ଦେବା) । କିନ୍ତୁ ସମସ୍ତ ପ୍ରକାରର ଗୁଣୀକାର୍ଯ୍ୟ ଭୁଲ ଅଟେ, କାରଣ ସେଗୁଡ଼ିକ ମନ୍ଦ ଆତ୍ମାମାନଙ୍କର ଶକ୍ତିରେ କାର୍ଯ୍ୟ ସିଦ୍ଧକରେ । * ବାଇବଲରେ, ଈଶ୍ଵର କହନ୍ତି ଯେ ଗୁଣିବିଦ୍ୟାର ବ୍ୟବହାର ଅନ୍ୟ ଭୟଙ୍କର ପାପ ପରି ମନ୍ଦ ବିଷୟ ଅଟେ (ଯେପରିକି ବ୍ୟଭିଚାର, ମୂର୍ତ୍ତି ପୂଜା କରିବା ଏବଂ ଶିଶୁ ବଳିଦାନ କରିବା) । * “ମନ୍ତ୍ର” ଏବଂ “ମୟାବୀ ଯାଦୁ” ଶବ୍ଦଗୁଡ଼ିକୁ “ମନ୍ଦ ଆତ୍ମା ଶକ୍ତି” ବା “ମନ୍ତ୍ର” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ । * “ଯାଦୁ” ଶବ୍ଦକୁ “ଗୁଣି” କିମ୍ବା “ମନ୍ତ୍ର କରୁଥିବା ବ୍ୟକ୍ତି” କିମ୍ବା “ମନ୍ଦ ଆତ୍ମା ଶକ୍ତି ବ୍ୟବହାର କରି ଚମତ୍କାର କରୁଥିବା ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ । * “ଗୁଣି” ଶବ୍ଦର ଅର୍ଥ “ଦୈବଶକ୍ତି” ର ଭିନ୍ନ ଅର୍ଥ ଅଟେ, ଯାହା ଆତ୍ମିକ ଜଗତ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥାଏ ।
(ଦେଖନ୍ତୁ: ବ୍ୟଭିଚାର, ପିଶାଚ, ଦୈବଶକ୍ତି, ଭଣ୍ଡ ଦେବତା, ମନ୍ତ, ବଳିଦାନ, ଉପାସନା)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3784, H3785, H3786, H6049, G30950, G30960, G30970, G53310, G53320, G53330
ଗୁଲିବାଣ୍ଟ, ଗୁଲିବାଣ୍ଟ କରିବା
ପରିଭାଷା:
ବାଇବେଲରେ, “ଗୁଲିବାଣ୍ଟ” ବସ୍ତୁ ଭାବରେ ଉଲ୍ଲେଖ କରାଯାଇଛି ଯାହା ନ୍ୟାୟଯୁକ୍ତ ଏବଂ/କିମ୍ବା ନିଷ୍ପତ୍ତି ନେବା ପାଇଁ ବ୍ୟବହୃତ ହୁଏ, ସାଧାରଣତଃ ଏକ ଗୋଷ୍ଠୀ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବାଛିବା ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । “ଗୁଲିବାଣ୍ଟ କରିବା” ଏକ ନ୍ୟାୟଯୁକ୍ତ ଏବଂ/କିମ୍ବା ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବୁଝାଏ I
- ଆଧୁନିକ ଯୁଗରେ, କେତେକ ସଂସ୍କୃତିରେ ନଡ଼ା ବ୍ୟବହାର କରି ଗୁଲିବାଣ୍ଟ କରାଯାଏ । କିଛି ଲୋକ ନଡ଼ା ଧରିଥା’ନ୍ତି ଯାହା କେତେ ଲମ୍ବା କେହି ଦେଖି ପାରନ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତି ଏକ ନଡ଼ା ବାହାର କରନ୍ତି ଏବଂ ଯିଏ ଲମ୍ବା (କିମ୍ବା କ୍ଷୁଦ୍ର) ନଡ଼ା ବାହାର କରେ ସେହି ବ୍ୟକ୍ତି ମନୋନୀତ ହୁଏ I
- ବାଇବେଲ ସମୟରେ, ବସ୍ତୁଗୁଡ଼ିକ ( “ଗୁଲିବାଣ୍ଟ“) ପାଇଁ ବ୍ୟବହୃତ ହେଉଥିଲା ଯାହା ବୋଧହୁଏ ଛୋଟ ପ୍ରସ୍ତର ଥିଲା । ପ୍ରକୃତରେ “ଗୁଲିବାଣ୍ଟ” କିପରି ଏକ ନିଷ୍ପତ୍ତିକୁ ସୂଚାଉଥିଲା ତାହା ଅଜ୍ଞାତ ଅଟେ, କିନ୍ତୁ ଏହା ବୋଧହୁଏ ପ୍ରସ୍ତରକୁ ଭୂମିରେ ପକାଇବା ସହ ସମ୍ପୃକ୍ତ ଥିଲା I
-
“ଗୁଲିବାଣ୍ଟ କରିବା” ବାକ୍ୟାଂଶକୁ “ଗୁଲିବାଣ୍ଟ” କିମ୍ବା “ଗୁଲିବାଣ୍ଟ ଫିଙ୍ଗିବା” କିମ୍ବା “ଗୁଲିବାଣ୍ଟ କରିବା” ବୋଲି ଅନୁବାଦ କରାଯାଇପାରେ । “ଗୁଲିବାଣ୍ଟ” ଶବ୍ଦର ଅନୁବାଦ ଗୁଲିବାଣ୍ଟକୁ ଦୂରରୁ ଫୋପାଡିବା ପରି ଶବ୍ଦ ହେବା ଉଚିତ ନୁହେଁ I
-
ଯଦି “ଗୁଲିବାଣ୍ଟ ଦ୍ୱାରା” ନିଷ୍ପତ୍ତି ନିଆଯାଏ, ତେବେ ଏହାକୁ “ଗୁଲିବାଣ୍ଟ ଦ୍ଵାରା” କିମ୍ବା “ଗୁଲିବାଣ୍ଟ ଫିଙ୍ଗିବା ଦ୍ଵାରା” ବୋଲି ଅନୁବାଦ କରାଯାଇପାରେ I
( ଦେଖନ୍ତୁ: ଏଲୀଶାବେଥ, [ଯାଜକ] (../kt/priest.md), ଜିଖରୀୟ (OT) ଜିଖରୀୟ ( NT)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H1486, H5307, G28190, G29750
ଗୋବର, ଖତ ସାର
ସଂଜ୍ଞା:
“ଗୋବର” ଶବ୍ଦଟି ମନୁଷ୍ୟ ବା ପଶୁ ମଳକୁ ବୁଝାଏ, ଏବଂ ଅବସାର ବା ବିଷ୍ଠା ମଧ୍ୟ କୁହାଯାଏ । ଯେତେବେଳେ ମୃତ୍ତିକା ବଳବତ୍ତର କରିବା ପାଇଁ ସାର ରୂପରେ ବ୍ୟବହାର ହୁଏ, ଏହା “ଖତ ସାର” ବୋଲି କୁହାଯାଏ । * ଏହି ଶବ୍ଦଗୁଡିକ ଆକ୍ଷରିକଭାବେ କିଛି ବିଷୟକୁ ବୁଝାଏ ଯାହା ମୂଲ୍ୟହୀନ ବା ଭିତ୍ତିହୀନ ବୋଲି ମଧ୍ୟ ବ୍ୟବହାର କରିପାରିବା । * ଶୁଷ୍କ ପଶୁ ପ୍ରାଣୀ ଗୋବର ବହୁବାର ଜାଳେଣୀ ପାଇଁ ବ୍ୟବହୃତ ହୁଏ । * “ପୃଥିବୀର ପୃଷ୍ଠ ଉପରେ ଗୋବର ପରି ହୋଇ” ପ୍ରକାଶ୍ୟଟି “ଭୂମି ଉପରେ ମୂଲ୍ୟହୀନ ପରି ବିକ୍ଷିପ୍ତ ହୋଇ ପଡିବା” ରୂପେ ମଧ୍ୟ ଅନୁବାଦ କରିପାରିବା । * :ଯିରୁଶାଲମର ଦକ୍ଷିଣ ପ୍ରାଚୀରରେ ”ଗୋବର ଦ୍ୱାର”ଟି ବୋଧହୁଏ ଦ୍ୱାରଟିଥିଲା ଯେଉଁଠାରେ ଅଳିଆ ଏବଂ ଅପଦାର୍ଥଗୁଡିକ ସହରର ବାହାରକୁ ନିଆଯାଉଥିଲା ।
(ପୁନଶ୍ଚ ଦେଖନ୍ତୁ: ଦ୍ୱାର)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H830, H1119, H1557, H1561, H1686, H1828, H6569, H6675, G906, G4657
ଗ୍ରହଣ, ଗ୍ରହଣ କରେ, ସାଦରେ ଗୃହୀତ, ଗ୍ରହଣ କରିବା
ପରିଭାଷା:
“ଗ୍ରହଣ କରିବା” ଶବ୍ଦ ସାଧାରଣତଃ କିଛି ପାଇବା ବା ଗ୍ରହଣ ବା ସ୍ୱୀକାର କରିବା ଅଟେ ଯାହା ପ୍ରଦତ୍ତ ବା ଉତ୍ସର୍ଗ ହୋଇଛି ବା ପ୍ରଦାନ କରାଯାଇଥାଏ।
- “ଗ୍ରହଣ କରିବା” କଷ୍ଟ ଭୋଗିବା ବା କିଛି ଅନୁଭବ କରିବାର ଅର୍ଥ ମଧ୍ୟ ହୋଇପାରେ, ଯଥା “ସେ ଯାହା କରିଥିଲା ତହିଁର ଦଣ୍ଡ ପାଇଲା।"
- ଆହୁରି ଆଉ ଏକ ବିଶେଷ ଅର୍ଥରେ ଆମ୍ଭେମାନେ ଜଣେ ବ୍ୟକ୍ତିଙ୍କୁ “ଗ୍ରହଣ” କରିପାରୁ। ଉଦାହରଣ ସ୍ୱରୂପ, “ଅତିଥିମାନଙ୍କୁ ବା ପରିଦର୍ଶନକାରୀମାନଙ୍କୁ ଗ୍ରହଣ କରିବା ଅର୍ଥ ସେମାନଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କୁ ସମ୍ମାନ ସହକାରେ ବ୍ୟବହାର କରିବା, ଯେପରି ସେମାନଙ୍କ ସହିତ ଏକ ଉତ୍ତମ ସମ୍ପର୍କ ସ୍ଥାପନ କରାଯାଇପାରିବ।
- “ପବିତ୍ର ଆତ୍ମାଙ୍କ ଅନୁଗ୍ରହ ଦାନ ଗ୍ରହଣ କରିବା” ଅର୍ଥ ଆମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇଛି ଏବଂ ଆମ୍ଭେମାନେ ତାହାଙ୍କୁ ସ୍ୱାଗତ କରିବା ଯେପରି ସେ ଆମ୍ଭମାନଙ୍କ ଜୀବନ ମଧ୍ୟରେ ଏବଂ ଜୀବନ ଦ୍ୱାରା କାର୍ଯ୍ୟ କରିବେ I
- “ଯୀଶୁଙ୍କୁ ଗ୍ରହଣ କରିବା” ଅର୍ଥ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଈଶ୍ୱର ପରିତ୍ରାଣକୁ ଗ୍ରହଣ ବା ସ୍ୱୀକାର କରିବା ଅଟେ I
- ଯେତେବେଳେ ଜଣେ ଅନ୍ଧ ବ୍ୟକ୍ତି “ଦୃଷ୍ଟିଶକ୍ତି ପାଇଲା” ଅର୍ଥ ଈଶ୍ୱର ତାହାକୁ ସୁସ୍ଥ କଲେ ଏବଂ ଦେଖିବା ନିମନ୍ତେ ସକ୍ଷମ କଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ନିର୍ଭର କରି, “ଗ୍ରହଣ କରିବା” ବାକ୍ୟକୁ “ସ୍ୱୀକାର କରିବା” କିମ୍ବା “ସାଦରେ ଗୃହୀତ” କିମ୍ବା “ବ୍ୟକ୍ତିଗତ ଅଭିଜ୍ଞତା” କିମ୍ବା “ପ୍ରଦତ୍ତ ହେବ ବା ଦିଆଯିବା” ବୋଲି ଅନୁବାଦ କରାଯାଇପାରେ।
- “ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ” ଅଭିବ୍ୟକ୍ତିକୁ “ତୁମ୍ଭମାନଙ୍କୁ ଶକ୍ତି ଦତ୍ତ ହେବ” କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦେବେ” କିମ୍ବା “ତୁମ୍ଭେମାନେ (ଶ୍ୱରଙ୍କ ଦ୍ୱାରା) ଶକ୍ତି ପ୍ରଦତ୍ତ ହେବ" କିମ୍ବା “ଈଶ୍ୱର ପବିତ୍ର ଆତ୍ମାଙ୍କୁ ଶକ୍ତିଯୁକ୍ତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଦେବେ" ବୋଲି ଅନୁବାଦ କରାଯାଇପାରେ ।
- “ସେ ଦୃଷ୍ଟିଶକ୍ତି ପାଇଲା” ବାକ୍ୟାଂଶକୁ “ଦେଖିବାକୁ ସମର୍ଥ ହେଲା” କିମ୍ବା “ଦେଖିବାରେ ସକ୍ଷମ ହେଲା” କିମ୍ବା “ଈଶ୍ୱରଙ୍କ ଦ୍ୱାରା ସୁସ୍ଥ ହେଲା ଯେପରି ସେ ଦେଖିପାଇଲା" ବୋଲି’ ଅନୁବାଦ କରାଯାଇପାରେ।
(ପବିତ୍ର ଆତ୍ମା, ଯୀଶୁ, ପ୍ରଭୁ, ଉଦ୍ଧାର କରିବା: ଦେଖନ୍ତୁ)
ବାଇବେଲ ପଦ ପର୍ବ:
- ପ୍ରଥମ ଯୋହନ 5: 9
- ପ୍ରଥମ ଥେସଲନୀକୀୟ 1:6
- ପ୍ରଥମ ଥେସଲନୀକୀୟ 4:1
- ପ୍ରେରିତ 8: 15
- ଯିରିମୀୟ32: 33
- ଲୂକ 9: 5
- ମଲାଖି 3: 10-12
- ଗୀତସଂହିତା 49: 14-15
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 21:13 ଭବିଷ୍ୟଦ୍ବକ୍ତାମାନେ ମଧ୍ୟ କହିଲେ ଯେ ମସୀହ ସିଦ୍ଧ ହେବେ ଏବଂ ତାହାଙ୍କର କୌଣସି ପାପ ନ ଥିବ। ସେ ଅନ୍ୟ ଲୋକମାନଙ୍କର ପାପର ଦଣ୍ଡ ଗ୍ରହଣ କରିବା ନିମନ୍ତେ ମୃତ୍ୟୁଭୋଗ କରିବେ। ତାହାଙ୍କ ଦୁଃଖକଷ୍ଟ ଈଶ୍ୱରଙ୍କ ଏବଂ ମଣିଷମାନଙ୍କ ମଧ୍ୟରେ ଶାନ୍ତି ଆଣିବ।
- 45:5 ସ୍ତିଫାନ ମୃତ୍ୟୁଭୋଗ କରୁଥିବା ବେଳେ ସେ ଚିତ୍କାର କରି ଡାକିଲେ, “ହେ ଯୀଶୁ ମୋହର ଆତ୍ମା ଗ୍ରହଣ କରନ୍ତୁ।"
- 49:6 ସେ (ଯୀଶୁ) ଶିକ୍ଷା ଦେଲେ ଯେ କିଛି ଲୋକ ତାହାଙ୍କୁ ଗ୍ରହଣ କରିବେ ଏବଂ ପରିତ୍ରାଣ ପ୍ରାପ୍ତ ହେବେ କିନ୍ତୁ ଅନ୍ୟ ଲୋକମାନେ କରିବେ ନାହିଁ।
- 49:10 ଯେତେବେଳେ ଯୀଶୁ କ୍ରୁଶ ଉପରେ ମୃତ୍ୟୁଭୋଗ କଲେ ସେ ତୁମ୍ଭମାନଙ୍କର ଦୁଃଖକଷ୍ଟ ଗ୍ରହଣ କଲେ।
- 49:13 ଈଶ୍ୱର ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ଏବଂ ତାହାଙ୍କୁ ପ୍ରଭୁ ଭାବରେ ଗ୍ରହଣ କରୁଥିବା ପ୍ରତ୍ୟେକ ଲୋକମାନଙ୍କୁ ଉଦ୍ଧାର କରିବେ।
ଶବ୍ଦବିନ୍ୟାସ:
- Strong’s: H3557, H3947, H6901, H6902, H8254, G03080, G03240, G03530, G03540, G05680, G05880, G06180, G11830, G12090, G15230, G16530, G19260, G28650, G29830, G30280, G33350, G33360, G35490, G38580, G38800, G43270, G43550, G43560, G46870, G52640, G55620
ଗ୍ରାସ କରିବା
ପରିଭାଷା:
“ଗ୍ରାସ କରିବା” ଶବ୍ଦ ଆକ୍ରମଣାତ୍ମକ ଢଙ୍ଗରେ ଖାଇବା କିମ୍ବା ଶେଷ କରିବାକୁ ବୁଝାଏ ।
- ଏହି ଶବ୍ଦକୁ ସାଙ୍କେତିକ ଅର୍ଥରେ ବ୍ୟବହାର କରି ପାଉଲ ବିଶ୍ଵାସୀମାନଙ୍କୁ ପରସ୍ପରକୁ ଗ୍ରାସ ନକରିବାକୁ ଚେତାବନୀ ଦେଲେ, ଅର୍ଥାତ୍ ଶବ୍ଦ କିମ୍ବା କାର୍ଯ୍ୟ ଦ୍ୱାରା ପରସ୍ପର ଉପରେ ଆକ୍ରମଣ କିମ୍ବା ନଷ୍ଟ ନକରିବା କହିଲେ (ଗାଲାତୀୟ ୫:୧୫)।
- ଏକ ସାଙ୍କେତିକ ଅର୍ଥରେ, “ଗ୍ରାସ” ଶବ୍ଦଟି ପ୍ରାୟତଃ “ସଂପୂର୍ଣ୍ଣ ଧ୍ୱଂସ କରିବା” ଅର୍ଥରେ ବ୍ୟବହୃତ ହୁଏ ଯେପରି ଦେଶଗୁଡ଼ିକ ପରସ୍ପରକୁ ଗ୍ରାସ କରନ୍ତି କିମ୍ବା ଅଗ୍ନି ଗ୍ରାସ କରୁଥିବା ଅଟ୍ଟାଳିକା ଏବଂ ଲୋକମାନଙ୍କୁ ବୁଝାଏ।
- ଏହି ଶବ୍ଦକୁ “ସଂପୂର୍ଣ୍ଣ ଗ୍ରାସ କରିବା” କିମ୍ବା “ସଂପୂର୍ଣ୍ଣ ଧ୍ୱଂସ କରିବା” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ବିନାଶ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0398, H0399, H0400, H0402, H1104, H1105, H3216, H3615, H3857, H3898, H7462, H7602, G20680, G26660, G27190, G53150
ଘଣ୍ଟା, ମୁହୂର୍ତ୍ତ, ତୁରନ୍ତ, ଅଳ୍ପ ସମୟ ପାଇଁ
ପରିଭାଷା:
“ଘଣ୍ଟା” ଶବ୍ଦ ବାଇବେଲରେ କୌଣସି ନିର୍ଦ୍ଦିଷ୍ଟ ଘଟଣା କେଉଁ ସମୟରେ ଘଟିଥିଲା ତାହା ବିଷୟରେ ଉଲ୍ଲେଖ କରେ ׀ ଏହାକୁ ଆକ୍ଷରିକ ଭାବେ “ସମୟ” କିମ୍ୱା “ମୂହୁର୍ତ୍ତ” ପାଇଁ ମଧ୍ୟ ବ୍ୟବହାର କରାଯାଏ ׀
-
ଯିହୁଦୀମାନେ ଦିନ ସମୟକୁ ସୂର୍ଯ୍ୟୋଦୟରୁ(ସକାଳ ୬ରେ) ଗଣନା କରୁଥିଲେ ׀ ଉଦାହରଣ ସ୍ୱରୂପ “ନବମ ପ୍ରହର” ଅର୍ଥାତ ଅପରାହ୍ନ ତିନିଟା ସମୟକୁ ବୁଝାଏ ׀
-
ରାତ୍ରି ସମୟ ସୂର୍ଯ୍ୟାସ୍ତରୁ ଆରମ୍ଭ ହେଉଥିଲା (ସନ୍ଧ୍ୟା ୬ରେ) ׀ ଉଦାହରଣ ସ୍ୱରୂପ “ରାତ୍ରିର ତୃତୀୟ ପ୍ରହର” ଅର୍ଥାତ ବର୍ତ୍ତମାନ ଦିନର ରାତ୍ରି “ନଅ ଘଣ୍ଟିକା” କୁ ବୁଝାଏ ׀
- ଯେହେତୁ ବାଇବେଲରେ ସମୟର ସନ୍ଦର୍ଭଗୁଡ଼ିକ ବର୍ତ୍ତମାନର ସମୟ ପ୍ରଣାଳୀ ସହ ସମାନ ନୁହେଁ, ତେଣୁ “ପ୍ରାୟ ନଅ” କିମ୍ବା “ପ୍ରାୟ ଛଅ ଘଣ୍ଟା” ପରି ବାକ୍ୟାଂଶ ବ୍ୟବହାର କରନ୍ତୁ ׀
- କେତେକ ଅନୁବାଦ ହୁଏତ ଦିନର କେଉଁ ସମୟ ବିଷୟରେ ଏହା ଉଲ୍ଲେଖ କରେ ତାହା ସ୍ପଷ୍ଟ କରିବାକୁ “ସନ୍ଧ୍ୟାରେ” କିମ୍ବା “ସକାଳେ” କିମ୍ବା “ଅପରାହ୍ନରେ” ପରି ବାକ୍ୟାଂଶହୁଡ଼ିକୁ ବ୍ୟବହାର କରିପାରେ |
- “ସେହି ଘଣ୍ଟାରେ” ବାକ୍ୟାଂଶକୁ “ସେହି ସମୟରେ” କିମ୍ବା “ସେହି ମୁହୂର୍ତ୍ତରେ” ବୋଲି ଅନୁବାଦ କରାଯାଇପାରେ |
- ଯୀଶୁଙ୍କ ବିଷୟରେ ଉଲ୍ଲେଖ କରି, “ତାଙ୍କ ସମୟ ଆସିଲା” ଅଭିବ୍ୟକ୍ତିକୁ “ସମୟ ଆସିଲା” କିମ୍ବା “ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ଉପସ୍ଥିତ ହେଲା” ବୋଲି ଅନୁବାଦ କରାଯାଇପାରେ |
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H8160, G56100
ଘର, ସପରିବାର
ପରିଭାଷା:
“ଘର” ଶବ୍ଦ ଏକ ଛୋଟ କୋଠା, ଆଶ୍ରୟ ସ୍ଥଳ କିମ୍ବା ତମ୍ବୁକୁ ବୁଝାଏ, ସାଧାରଣତଃ ଯେଉଁଠାରେ ଗୋଟିଏ ପରିବାର ଶୋଇଥାଏ । ଏହି ଶବ୍ଦଟି ଅନେକ ସମୟରେ ବାଇବେଲରେ ସାଙ୍କେତିକ ଅର୍ଥରେ ବ୍ୟବହୃତ ହୁଏ ଯେପରିକି “ଘରୋଇ” କିମ୍ବା “ବଂଶଧର” ଇତ୍ୟାଦି I
- କେତେକ ସମୟରେ ଏହାର ଅର୍ଥ “ପରିବାର” ସେହି ଲୋକମାନଙ୍କୁ ସମ୍ବୋଧିତ କରେ ଯେଉଁମାନେ ଏକତ୍ରିତ ହୋଇ ସେଠାରେ ବାସ କରନ୍ତି ଏହା ସେହି ପରିବାର ସଦସ୍ୟ ଏବଂ ସେମାନଙ୍କର ସମସ୍ତ ସେବକଗଣକୁ ମଧ୍ୟ ବୁଝାଏ I
- ଅନେକ ସମୟରେ ‘ଘର” ବଂଶଧର କିମ୍ବା ଆତ୍ମୀୟ ଲୋକମାନଙ୍କୁ ଦର୍ଶାଏ I ଉଦାହରଣ ସ୍ୱରୂପ, “ଦାଉଦର ଘର” କିମ୍ବା “ରାଜା ଦାଉଦର ସମସ୍ତ ବଂଶ ଧରକୁ ଦର୍ଶାଏ I
- “ଈଶ୍ଵରଙ୍କ ଘର” ଏବଂ “ଯିହୋବାଙ୍କ ଘର“ ଏହି ଦୁଇ ଶବ୍ଦ ମିଳାପ ତମ୍ୱୁ କିମ୍ବା ମନ୍ଦିରକୁ ଦର୍ଶାଏ I ଏହି ଅଭିବ୍ୟକ୍ତିଗୁଡ଼ିକ ସାଧାରଣ ଭାବରେ ଈଶ୍ଵର ବାସ କରୁଥିବା କେନ୍ଦ୍ରୀୟ ସ୍ଥାନକୁ ଦର୍ଶାଏ I
- “ଇସ୍ରାଏଲର ଘର” ସାଧାରଣ ଭାବରେ ସମସ୍ତ ଇସ୍ରାଏଲ ଜାତିକୁ ଦର୍ଶାଏ କିମ୍ବା ଆଉ ବିଶେଷ କରି ଇସ୍ରାଏଲର ଉତ୍ତର ରାଜ୍ୟ ଜାତିକୁ ଦର୍ଶାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ଘର” ଶବ୍ଦକୁ “ପରିବାର” କିମ୍ବା “ଲୋକମାନେ“ କିମ୍ବା “ବଂଶଧର“ କିମ୍ବା “ମନ୍ଦିର“ କିମ୍ବା “ବାସ ସ୍ଥାନ“ ବୋଲି ଅନୁବାଦ କରାଯାଇପାରେ I
- “ଦାଉଦର ଘର” ବାକ୍ୟାଂଶକୁ “ଦାଉଦର ବଂଶଧର“ କିମ୍ବା “ଦାଉଦର ପରିବାର” କିମ୍ବା “ଦାଉଦର ପିଢି“ ବୋଲି ଅନୁବାଦ କରାଯାଇପାରେ I ଏହିପରି ଅଭିବ୍ୟକ୍ତିକୁ ମଧ୍ୟ ସମାନ ଅର୍ଥରେ ହିଁ ଅନୁବାଦ କରାଯାଇପାରେ I
- “ଇସ୍ରାଏଲର ଘରକୁ” ବାକ୍ୟକୁ “ଇସ୍ରାଏଲ ଲୋକ“ କିମ୍ବା “ଇସ୍ରାଏଲର ବଂଶଧର” କିମ୍ବା “ଇସ୍ରାଏଲୀୟ” ବୋଲି ଅନୁବାଦ କରାଯାଇପାରେ I
- “ଯିହୋବାଙ୍କ ଘର” ବାକ୍ୟାଂଶକୁ “ଯିହୋବାଙ୍କ ମନ୍ଦିର” କିମ୍ବା “ଯିହୋବା ଯେଉଁ ସ୍ଥାନରେ ଉପାସନା ପାଆନ୍ତି “କିମ୍ବା “ଯେଉଁ ସ୍ଥାନରେ ଯିହୋବା ତାହାଙ୍କ ଲୋକମାନଙ୍କ ସହିତ ମିସନ୍ତି” ବୋଲି ଅନୁବାଦ କରାଯାଇପାରେ I “ଈଶ୍ୱରଙ୍କ ଘର” ସମାନ ଅର୍ଥରେ ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଦାଉଦ, ବଂଶଧର, ଈଶ୍ୱରଙ୍କ ଘର, ଇସ୍ରାଏଲ ରାଜ୍ୟ, ମିଳାପ ତମ୍ୱୁ, ମନ୍ଦିର, ଯିହୋବା )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1004, H1005, G36090, G36130, G36140, G36240
ଘୁଷୁରି, ଘୁଷୁରିମାଂସ, ଶୂକର
ପରିଭାଷା:
ଘୁଷୁରି ଗୋଟିଏ ଚାରି ପାଦ ଓ ଖୁରାବିଶିଷ୍ଟ ପ୍ରାଣୀ ଅଟେ I ତାହାକୁ ମାଂସ ନିମନ୍ତେ ପାଳନ କରାଯାଇଥାଏ I ଏହାର ମାଂସକୁ “ଘୁଷୁରିମାଂସ” ଅର୍ଥାତ ପୋର୍କ କୁହାଯାଏ I ଘୁସୁରୀ କିମ୍ୱା ତଦ୍ ସମ୍ୱନ୍ଧୀୟ ପ୍ରାଣୀମାନଙ୍କ ନିମନ୍ତେ “ସ୍ୱାଇନ୍” ବା ‘ଶୂକର’ ଶବ୍ଦ ବ୍ୟବହୃତ ହୁଏ I * ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଘୁସୁରିମାଂସ ଭୋଜିନ ନ କରିବା ପାଇଁ ଏବଂ ଏହାକୁ ଅଶୁଚି ବୋଲି ବିବେଚନା କରିବା ନିମନ୍ତେ କହିଲେ I ଏବେ ସୁଦ୍ଧା ଯିହୂଦୀମାନେ ଘୁଷୁରିମାନଙ୍କୁ ଅଶୁଚି ଭାବରେ ବିବେଚନା କରନ୍ତି ଏବଂ ଘୁଷୁରୀ ମାଂସ ଭୋଜିନ କରନ୍ତି ନାହି I * ଘୁଷୁରିମାନଙ୍କୁ ଫାର୍ମଗୁଡ଼ିକରେ ପାଳନ କରାଯାଏ ଯେପରି ତାହାର ମାଂସ ଅନ୍ୟ ଲୋକମାନଙ୍କ ନିକଟରେ ବିକ୍ରୟ କରାଯାଇପାରିବ I * ଗୋଟିଏ ପ୍ରକାର ଘୁଷୁରି ବା ଶୂକର ଅଛି ଯାହାକୁ ଫାର୍ମଗୁଡ଼ିକରେ ପାଳନ କରାଯାଏ ନାହିଁ, ବରଂ ଖୋଲା ସ୍ଥାନରେ ବନ୍ୟପଶୁ ଭଳି ବଞ୍ଚିବା ନିମନ୍ତେ ଛାଡ଼ି ଦିଆଯାଇଥାଏ I ସେଗୁଡିକୁ “ବନ୍ୟଶୂକର” କୁହାଯାଏ I ବନ୍ୟଶୂକରଗୁଡ଼ିକର ଶୁଣ୍ଢଗୁଡ଼ିକ ଥାଏ ଏବଂ ସେମାନଙ୍କୁ ବିପଦଜନକ ପଶୁଗୁଡ଼ିକ ଭାବରେ ବିବେଚନା କରାଯାଇଥାଏ I * ବେଳେବେଳେ ବିରାଟ ଶୂକରଗୁଡ଼ିକ “ହଗସ୍” ବା “ଅଣ୍ଡିରା ଘୁଷୁରି” ବୋଲି ଉଲ୍ଲେଖ କରାଯାଏ I (ଦେଖନ୍ତୁ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
(ଦେଖନ୍ତୁ: ଶୁଚି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2386, G55190
ଘୃଣା କରିବା, ଘୃଣା କଲେ, ଘୃଣିତ
ଘଟଣା:
“ଘୃଣିତ” ଶବ୍ଦଟି କିଛି ବିଷୟ ବର୍ଣ୍ଣନା କରେ ଯେ ଅନାଦର ପୁଣି ପରିତ୍ୟାଗ ହେବା ଉଚିତ । “ଘୃଣା କରିବା” କିଛି ବିଷୟକୁ ଦୃଢ଼ତାର ସହ ଏହାର ଅନାଦରକୁ ବୁଝାଏ । * ବାଇବଲ ବହୁବାର ମନ୍ଦର ଘୃଣା କରିବା ବିଷୟରେ କହେ । ଏହାର ଅର୍ଥ ମନ୍ଦକୁ ଘୃଣା କରିବା ଓ ଏହାକୁ ପରିତ୍ୟାଗ କରିବା । * ଯେଉଁମାନେ କି ଅସତ୍ୟ ଦେବଗଣକୁ ପୂଜା କଲେ ମନ୍ଦ ଅଭ୍ୟାସଗୁଡିକ ବର୍ଣ୍ଣନା କରି ଈଶ୍ୱର “ଘୃଣିତ”ଶବ୍ଦକୁ ବ୍ୟବହାର କଲେ । * ପାପପୂର୍ଣ୍ଣ, ଅନୈତିକ କାର୍ଯ୍ୟଗୁଡିକ ଯାହା କିଛି ପଡୋଶୀ ଲୋକ ଦଳ ଅଭ୍ୟାସ କଲେ ଇସ୍ରାଏଲୀୟମାନଙ୍କୁ “ଘୃଣା କରିବା”କୁ ଆଦେଶ ଦେଲେ । * ସମସ୍ତ ମନ୍ଦ ଯୌନାଚାର କାର୍ଯ୍ୟଗୁଡାକ ଈଶ୍ୱର “ଘୃଣିତ” ବୋଲି ନାମିତ କଲେ । * ଅଲୌକିକ ଶକ୍ତି, ଗୁଣିଆ, ପୁଣି ଶିଶୁ ବଳି ସମସ୍ତ ଈଶ୍ୱର “ଘୃଣିତ” କଲେ । * “ଘୃଣା କରିବା” ଶବ୍ଦଟି “ଦୃଢ଼ରୂପେ ପରିତ୍ୟାଗ” ବା “ହତାଦର କରିବା” ବା “ଅତ୍ୟନ୍ତ ମନ୍ଦକୁ ଆଦର କରିବା” ରୂପେ ମଧ୍ୟ ଅନୁବାଦ କରିପାରିବା । * “ଘୃଣିତ” ଶବ୍ଦଟି “ଭୟଙ୍କର ମନ୍ଦ” ବା “ବିରକ୍ତିକର ଭାବ” ବା “ପରିତ୍ୟକ୍ତ ପାଇଁ ଉପଯୁକ୍ତ”ରୂପେ ମଧ୍ୟ ଅନୁବାଦ କରିପାରିବା । * ଦୁଷ୍ଟ ଲୋକଙ୍କୁ “ଘୃଣିତ କରିବା” ବେଳେ ଧାର୍ମିକ ବ୍ୟକ୍ତିଙ୍କୁ ପ୍ରୟୋଗ କରାଯାଏ, “ଅତ୍ୟନ୍ତ ଅବାଞ୍ଚନୀୟ ବିଚାରିତ ହେବା ” ବା ”ଅତୃପ୍ତିପୂର୍ଣ୍ଣ ହେବା” ବା “ପରିତ୍ୟକ୍ତ ହେବା ଦ୍ୱାରା “ରୂପେ ମଧ୍ୟ ଅନୁବାଦ କରିପାରିବା । * ଈଶ୍ୱର ଇସ୍ରାଏଲୀୟମାନଙ୍କୁ କେତେକ ପ୍ରକାର ପ୍ରାଣୀମାନଙ୍କୁ “ଘୃଣା କରିବା” କହିଲେ ଯାହା ଈଶ୍ୱର “ଅଶୁଚି” ପୁଣି ଖାଦ୍ୟ ଅନୁପଯୋଗୀ ଭାବେ ଘୋଷିତ କଲେ । ଏହା “ଦୃଢ଼ରୂପେ ଅନାଦର କରିବା” ବା “ପରିତ୍ୟାଗ କରିବା” ବା “ଅଗ୍ରାହ୍ୟରୂପେ ବିବେଚନା କରିବା” ରୂପେ ମଧ୍ୟ ଅନୁବାଦ କରିପାରିବା ।
(ପୁନଶ୍ଚ ଦେଖନ୍ତୁ: ଅଲୌକିକ ଶକ୍ତି, ଧୌତ)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H1602, H6973, H8130, H8251, H8262, H8263, H8441, H8581, G946, G947, G948, G4767, G5723, G3404
ଘୋଷଣା, ଘୋଷଣା କରିବା, ଘୋଷଣା
ପରିଭାଷା:
“ଘୋଷଣା” ଏବଂ “ଘୋଷଣାନାମା” ଶବ୍ଦ ଏକ ଆନୁଷ୍ଠାନିକ କିମ୍ବା ସର୍ବସାଧାରଣ ବିବୃତ୍ତି କରିବାକୁ ବୁଝାଏ, ଏହା ପ୍ରାୟତଃ କୌଣସି ବିଷୟ ଉପରେ ଗୁରୁତ୍ୱ ଦେବା ପାଇଁ ବ୍ୟବହାର ହୁଏ । ସମାନ ଅର୍ଥବଧକ ଅନ୍ୟ ଶବ୍ଦଗୁଡ଼ିକ ହେଲା “ପ୍ରଚାର“, “ଉଦ୍ଘୋଷଣା” କିମ୍ବା “ଘୋଷଣା ପତ୍ର” ଏବଂ “ଜ୍ଞାପନ କରିବା” ଅଟେ ।
-
ଏକ “ଘୋଷଣାନାମା”କେବଳ ଘୋଷିତ ହେଉଥିବା ବିଷୟର ଗୁରୁତ୍ୱକୁ ଗୁରୁତ୍ୱ ଦେଇନଥାଏ, ବରଂ ଏହା ଘୋଷଣା କରୁଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ ଧ୍ୟାନ ଆକର୍ଷିତ କରିଥାଏ ।
-
ଉଦାହରଣ ସ୍ୱରୂପ, ପୁରାତନ ନିୟମରେ, ଈଶ୍ଵରଙ୍କଠାରୁ ଏକ ବାର୍ତ୍ତା ପ୍ରାୟତଃ “ଯିହୋବାଙ୍କ ଘୋଷଣା” କିମ୍ବା “ଏହା ହିଁ ଯିହୋବା ଘୋଷଣା କରନ୍ତି “ନିଜେ ଯିହୋବା ଏହା କହୁଛନ୍ତି ବୋଲି ଗୁରୁତ୍ଵ ଦେଇଥାଏ । ଏହି ବାର୍ତ୍ତା ଯିହୋବାଙ୍କଠାରୁ ଆସିଛି ଏହା ଏହାର ଗୁରୁତ୍ୱପୂର୍ଣ୍ଣତାକୁ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
ପ୍ରସଙ୍ଗ ଉପରେ ଆଧାର କରି, “ଘୋଷଣା କରିବା” ଶବ୍ଦକୁ “ଘୋଷଣା” କିମ୍ବା “ସାର୍ବଜନୀନ ଭାବରେ ପ୍ରକାଶ କରିବା ”କିମ୍ବା “ଦୃଢ଼ ଭାବରେ କହିବା” କିମ୍ବା “ଦୃଢ଼ତାର ସହ କହିବା” ବୋଲି ଅନୁବାଦ କରାଯାଇପାରେ ।
-
“ଘୋଷଣାନାମା” ଶବ୍ଦକୁ “ବିବୃତ୍ତି” କିମ୍ବା “ଘୋଷଣା କରିବା”ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
-
“ଏହା ଯିହୋବାଙ୍କ ଘୋଷଣା” ବାକ୍ୟାଂଶକୁ “ଏହା ଯିହୋବା ଘୋଷଣା କରନ୍ତି” କିମ୍ବା “ଏହା ଯିହୋବା କହନ୍ତି” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ଘୋଷଣା ପ୍ରଚାର କରିବା)
ବାଇବେଲ ପର୍ଦପର୍ବ:
- ପ୍ରଥମ ବଂଶାବଳୀ ୧୬:୨୪
- ପ୍ରଥମ କରିନ୍ଥୀୟ ୧୫: ୩୧-୩୨
- ପ୍ରଥମ ଶାମୁୟେଲ ୨୪: ୧୭-୧୮
- ଆମୋଷ ୨: ୧୬
- ଯିହିଜିକଲ ୫: ୧୧-୧୨
- ମାଥିଉ ୭: ୨୧-୨୩
ଶବ୍ଦବିନ୍ୟାସ:
Strong’s: H0262, H0559, H0816, H0874, H1696, H3045, H4853, H5002, H5042, H5046, H5608, H6567, H7121, H7561, H7878, H8085, G03120, G05180, G06690, G12290, G13440, G15550, G17180, G18340, G20970, G25110, G26050, G26070, G31400, G36700, G37240, G38220, G38700, G39550, G42960
ଘୋଡ଼ା ଚାଳକ, ଘୋଡ଼ା ଚାଳକମାନେ
ସଂଜ୍ଞା:
ବାଇବଲ ସମୟରେ, “ଘୋଡ଼ା ଚାଳକ ତାହାକୁ କୁହାଯାଉଥିଲା ଯେ ଯୁଦ୍ଧରେ ଘୋଡ଼ା ଚଲାଉଥିଲା I * ଯୋଦ୍ଧାମାନେ ଯିଏ ଘୋଡ଼ା-ରଥ ଚଲାଉଥିଲେ ସେହିମାନଙ୍କୁ “ଘୋଡ଼ା ଚାଳକ” କୁହାଯାଉଥିଲା ଯଦିଚ ଏହି ଶବ୍ଦ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ଘୋଡ଼ା ଚଲାଏ I ଇସ୍ରାଏଲ ଲୋକମାନେ ଏହା ବିଶ୍ୱାସ କରୁଥିଲେ ଯେ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିବା ଅର୍ଥ ସଦାପ୍ରଭୁକୁ ଛାଡ଼ି ନିଜ ବଳ ଉପରେ ଅଧିକ ଗୁରୁତ୍ୱ ଦେବା ଅଟେ, ତେଣୁ ତାହାଙ୍କ ପାଖରେ ଅଧିକ ଘୋଡ଼ା ଚାଳକ ନଥିଲେ I * ଏହି ଶବ୍ଦ କୁ “ଘୋଡ଼ା ବାହକ “କିଅବା “ଯେ ଘୋଡ଼ା ଉପରେ ଅଛି” ରୂପରେ ଅନୁବାଦ କରାଯାଇପାରେ I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H6571, H7395, G2460
ଚକିତ ହେବା, ବିସ୍ମୟ ହେବା, ବିସ୍ମିତ ହେବା, ଚମତ୍କାରିତା, ଚମତ୍କାର ହେବା, ଚମତ୍କାରମୟ, ଆଶ୍ଚର୍ଯ୍ୟଜନକ, ଅପ୍ରତ୍ୟାଶିତ
ପରିଭାଷା:
ଏହି ସମସ୍ତ ଶବ୍ଦଗୁଡ଼ିକ କୌଣସି ଅସାଧାରଣ ବିଷୟ ଘଟିଥିବା ହେତୁ ପ୍ରକୃତରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟକୁ ବୁଝାଏ I
- କେତେକ ଶବ୍ଦଗୁଡ଼ିକ ଗ୍ରୀକ୍ ଭାଷାରୁ ଅନୁବାଦିତ ଅଟେ, ଏହାର ଅର୍ଥ “ବିସ୍ମୟତାର ଆଘାତ”କିମ୍ୱା “ବାହାରେ ଏକୁଟିଆ ଠିଆ ହେବା (ସ୍ଵୟଂ) I”କିପରି ଜଣେ ବ୍ୟକ୍ତି ଅତି ଆଶ୍ଚର୍ଯ୍ୟ ଓ ବିସ୍ମୟ ଅନୁଭବ କରେ ତାହା ଏହି ବାକ୍ୟାଂଶଗୁଡ଼ିକ ଦର୍ଶାଏ I ଅନ୍ୟ ଭାଷାଗୁଡ଼ିକରେ ଏହା ପ୍ରକାଶ କରିବା ପାଇଁ ଅନ୍ୟ ମାଧ୍ୟମ ଥାଇପାରେ I
- ସାଧାରଣତଃ ଯେଉଁ ଘଟଣା ଅପ୍ରତ୍ୟାଶିତ ଓ ବିସ୍ମୟକାରକ ଥିଲା, ତାହା ଅଲୌକିକ ବିଷୟଥିଲା, ଯାହା କେବଳ ଈଶ୍ୱର କରିଥିଲେ I
- ଏହି ଶବ୍ଦଗୁଡ଼ିକର ଅର୍ଥ ଦ୍ୱନ୍ଦ୍ୱର ଅନୁଭବକୁ ବୁଝାଯାଇପାରେ, କାରଣ ଯାହା ଘଟିଲା ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ବିଷୟ ଥିଲା I
- ଏହି ଶବ୍ଦଗୁଡ଼ିକୁ “ଅତ୍ୟନ୍ତ ଆଶ୍ଚର୍ଯ୍ୟ”କିମ୍ୱା “ଅତି ବିସ୍ମୟକର”ବୋଲି ଅନୁବାଦ କରାଯାଇପାରେ I
- “ଚମତ୍କାର”(ଚକିତ, ବିସ୍ମୟକର), “ବିସ୍ମୟ “, ଓ “ଆଶ୍ଚର୍ଯ୍ୟଜନକ”ଶବ୍ଦଗୁଡ଼ିକ ସମ୍ପର୍କିତ ଶବ୍ଦ ଅଟେ I
- ସାଧାରଣତଃ ଏହି ଶବ୍ଦଗୁଡ଼ିକ ସକରାତ୍ମକ ଏବଂ ଯାହା ଘଟିଥିଲା ସେଥିରେ ଲୋକେ ଖୁସି ଥିଲେ ବୋଲି ପ୍ରକାଶ କରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0926, H2865, H3820, H4159, H6313, H6381, H6382, H6383, H6395, H8074, H8429, H8539, H8540, H8541, G06390, G15680, G15690, G16050, G16110, G18390, G22840, G22850, G22960, G22970, G22980, G40230, G45920, G50590
ଚଟବସ୍ତ୍ର
ପରିଭାଷା:
ଚଟବସ୍ତ୍ର ଏକ ଖଦଡ଼ିଆ, ଆଞ୍ଚୁଡ଼ା ପ୍ରକାରର କପଡା ଯାହା ଛେଳି କେଶ କିମ୍ବା ଓଟ କେଶରୁ ତିଆରି ହୋଇଥାଏ I
- ଯେଉଁ ବ୍ୟକ୍ତି ଏଥିରୁ ନିର୍ମିତ ପୋଷାକ ପିନ୍ଧୁଥିଲେ ଏହା ତାଙ୍କ ପାଇଁ ଅସହଜ ହେଉଥିଲେ I ଚଟବସ୍ତ୍ରକୁ ଦୁଃଖ କିମ୍ବା ନମ୍ର ଅନୁତାପ ପ୍ରକାଶ କରିବା ପାଇଁ ପିନ୍ଧୁଥିଲେ I
- “ଚଟବସ୍ତ୍ର ଏବଂ ପାଉଁଶ” ବାକ୍ୟାଂଶ ଏକ ସାଧାରଣ ଶବ୍ଦ ଥିଲା ଯାହା ଦୁଃଖ ଏବଂ ଅନୁତାପର ପାରମ୍ପାରିକ ଅଭିବ୍ୟକ୍ତିକୁ ବୁଝାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ “ପଶୁ କେଶରୁ ନିର୍ମିତ ଖଦଡ଼ିଆ କପଡା” କିମ୍ବା “ଛେଳି କେଶରେ ତିଆରି ପୋଷାକ” କିମ୍ବା “ଆଞ୍ଚୁଡ଼ା ପୋଷାକ” ବୋଲି ଅନୁବାଦ କରାଯାଇପାରେ I
- ଏହି ଶବ୍ଦକୁ “ରୁକ୍ଷ, ଆଞ୍ଚୁଡ଼ା ଶୋକ ପୋଷାକ” ବୋଲି ଅନୁବାଦ କରାଯାଇପାରେ I
- “ଚଟବସ୍ତ୍ର ଓ ପାଉଁଶରେ ବସନ୍ତି” ବାକ୍ୟାଂଶକୁ “ଆଞ୍ଚୁଡ଼ା କପଡା ପିନ୍ଧି ପାଉଁଶରେ ବସି ଶୋକ ଏବଂ ନମ୍ରତା ପ୍ରଦର୍ଶନ କରିବା” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅଜ୍ଞାତବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
(ଦେଖନ୍ତୁ: ପାଉଂଶ, ଓଟ, ଛେଳି, ନମ୍ର, ଶୋକ କରିବା, ଅନୁତାପ, ଚିହ୍ନ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H8242, G45260
ଚରିତ୍ରହୀନ ବା ଅନୈତିକ, ଭ୍ରଷ୍ଟ, ଦୁର୍ନୀତି, ଅବିନଶ୍ଵରତା ବା ଦୁର୍ନୀତିପରାୟଣରତାର ଅସମ୍ଭାବ୍ୟତା, ଅନୈତିକ
ସଂଜ୍ଞା:
“ଚରିତ୍ରହୀନ” ଓ “ଦୁର୍ନୀତି” ଶବ୍ଦ ଏକ ଅବସ୍ଥାକୁ ବୁଝାଏ ଯେଉଁଥିରେ ଲୋକମାନେ ନଷ୍ଟ ହୋଇଯାଇଛନ୍ତି, ଅନୈତିକ କିମ୍ବା ଠକରେ ପଡନ୍ତି।
- “ଚରିତ୍ରହୀନ” ଶବ୍ଦ ଆକ୍ଷରିକ ଅର୍ଥ ହେଉଛି ନୈତିକତାରେ “ବଙ୍କା” କିମ୍ୱା ସଦାଚାରପୂର୍ଣ୍ଣ ଭାବରେ “ଭଙ୍ଗା” ହୋଇଥିବା।
- ଜଣେ ବ୍ୟକ୍ତି ଯିଏ ଚରିତ୍ରହୀନ ଅଟେ ସେ ଚରିତ୍ର ସତ୍ୟତାରୁ ଦୂରେଇ ଯାଇଛି ଏବଂ ଯେଉଁ କାର୍ଯ୍ୟ କରୁଅଛି ତାହା ଠକ କିମ୍ବା ଅନୈତିକ ଅଟେ।
- କାହାରିକୁ ଚରିତ୍ର ହୀନ କହିବା ଅର୍ଥ ଯେ କୌଣସି ବ୍ୟକ୍ତି ଅସାଧୁ କିମ୍ୱା ଅନୈତିକ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇବା।
ଅନୁବାଦ ପ୍ରସ୍ତାବ:
- “ଚରିତ୍ରହୀନ” ଶବ୍ଦକୁ ମଧ୍ୟ “ମନ୍ଦ କାର୍ଯ୍ୟ କରିବା ନିମନ୍ତେ ପ୍ରବତ୍ତାଇବା“ ବୋଲି ଭାଷାନ୍ତର କରାଯାଇପାରିବ କିମ୍ୱା “ନୀତିହୀନ କାର୍ଯ୍ୟ କରିବାର କାରଣ ହେବା।”
- ଜଣେ ଚରିତ୍ର ହୀନ ବ୍ୟକ୍ତିଙ୍କୁ ଯଦି ବର୍ଣ୍ଣନା କରାଯାଏ ତେବେ “ଯିଏ ଅନୈତିକ କାର୍ଯ୍ୟ କରିଛି” କିମ୍ୱା “ମନ୍ଦତାକୁ ଅଭ୍ୟାସ କରୁଛି।”
- ଏହି ତଥ୍ୟ ପ୍ରକାଶ କରୁଥିବା ଶବ୍ଦକୁ ଏପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ ଯଥା “ଖରାପ,” କିମ୍ବା “ଅନୈତିକ” କିମ୍ୱା “ମନ୍ଦ।”
- “ଦୁର୍ନୀତି“ ଶବ୍ଦ ଅନୁବାଦ କରାଯାଇପାରିବ ଯଥା “ମନ୍ଦ ଅଭ୍ୟାସ” କିମ୍ବା “ମନ୍ଦ” କିମ୍ୱା “ଅନୈତିକ।”
(ପୁନଶ୍ଚ ଦେଖ: ମନ୍ଦ
ବାଇବଲ ପଦ ପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H2610, H3891, H4889, H7843, H7844, G861, G1311, G2704, G5351, G5356
ଚର୍ମ ରୋଗ, କୁଷ୍ଠ ରୋଗୀ, କୁଷ୍ଠ ରୋଗ
ପରିଭାଷା:
“କୁଷ୍ଠ” ଶବ୍ଦ ବାଇବେଲରେ ଅନେକ ଅଲଗା ଅଲଗା ଚର୍ମ ରୋଗକୁ ବୁଝାଏ I ଜଣେ “କୁଷ୍ଠ ରୋଗୀ” ସିଏ ଅଟେ ଯାହାର କୁଷ୍ଠ ରୋଗ ଅଛି I “କୁଷ୍ଠ ରୋଗରେ ଆକ୍ରାନ୍ତ” ଶବ୍ଦ ସେହି ବ୍ୟକ୍ତି କିମ୍ବା ଶରୀର ଅଂଶକୁ ବୁଝାଏ ଯାହା କୁଷ୍ଠ ରୋଗ ଦ୍ୱାରା ଆକ୍ରାନ୍ତ ଅଟେ I
- କେତେକ ପ୍ରକାର କୁଷ୍ଠ ରୋଗ ଧବଳ ଦାଗରେ ଚର୍ମର ରଙ୍ଗ ପରିବର୍ତ୍ତନ କରି ଦିଏ ଯେପରିକି ମିରୀୟମ ଓ ନାମାନକୁ ହୋଇଥିଲା I
- ଆଧୁନିକ ସମୟରେ, କୁଷ୍ଠ ରୋଗ ହାତ, ପାଦ ଓ ଶରୀରର ଅନ୍ୟ ଅଙ୍ଗକୁ ନଷ୍ଟ କରେ କିମ ଅସୁନ୍ଦର କରେI
- ଶିକ୍ଷା ଅନୁସାରେ ଯାହା ଈଶ୍ଵର ଇସ୍ରାଏଲ ଲୋକମାନଙ୍କୁ ଦେଲେ, ଯେବେ ଜଣେ ବ୍ୟକ୍ତିକୁ କୁଷ୍ଠ ରୋଗ ହୁଏ, ତାହାକୁ “ଅଶୁଦ୍ଧ” ଗଣନା କରାଯାଉଥିଲା ଏବଂ ସେ ଲୋକ ଅନ୍ୟ ଲୋକଦଳରୁ ଅଲଗା ରହିବାକୁ ପଡୁଥିଲା ଯାହା ଫଳରେ ଅନ୍ୟ ଲୋକେ ଏହି ରୋଗରେ ଆକ୍ରାନ୍ତ ହେବେ ନାହିଁI
- ଜଣେ “କୁଷ୍ଠରୋଗୀ” ଅନେକ ସମୟରେ “ଅଶୁଦ୍ଧ” ବୋଲି ଗଣନା କରାଯାଉଥିଲା ଯାହା ଦ୍ଵାରା ଅନ୍ୟ ଲୋକମାନେ ସାବଧାନ ହୋଇ ସେହି ଲୋକ ନିକଟକୁ ଆସିବେ ନାହିଁ I
- ଯୀଶୁ ଅନେକ କୁଷ୍ଠିକୁ ଓ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ଥିବା ଲୋକକୁ ସୁସ୍ଥ କରିଥିଲେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ବାଇବେଲ ରେ “କୁଷ୍ଠ” ଶବ୍ଦକୁ “ଚର୍ମ ରୋଗ” କିମ୍ବା “ଭୟାନକ ଚର୍ମ ରୋଗ” ବୋଲି ଅନୁବାଦ କରାଯାଇପାରେ I
- “କୁଷ୍ଠ” ଶବ୍ଦକୁ “ସମ୍ପୂର୍ଣ୍ଣ କୁଷ୍ଠ ରୋଗ” କିମ୍ବା “ଚର୍ମ ରୋଗରେ ସଂକ୍ରମିତ“ କିମ୍ବା “ଚର୍ମ ଘା’ରେ ଆବୃତ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ମିରୀୟମ, ନାମାନ, ଶୁଚି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H6879, H6883, G30140, G30150
ଚାଲିବା, ଚାଲିଲେ
ପରିଭାଷା:
“ଚାଲିବା” ଶବ୍ଦ ଅନେକ ସମୟରେ ଆଳଙ୍କାରିକ ରୂପରେ ବ୍ୟବହାର କରାଯାଏ ଯାହାର ଅର୍ଥ “ଜୀବିତ ରହିବା” ଅଟେ।
- “ହନୋକ ଈଶ୍ଵରଙ୍କ ସହ ଚାଲିଲେ” ଏହାର ଅର୍ଥ ହନୋକ ଈଶ୍ୱରଙ୍କ ସହ ଏକ ଘନିଷ୍ଟ ସହଭାଗିତାରେ ଜୀବନଯାପନ କଲେ।
- “ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିବା” ଅର୍ଥ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା ଯାହାଫଳରେ ଆମ୍ଭେମାନେ ସେହି ସବୁ କାମ କରୁ ଯାହା ଈଶ୍ୱରଙ୍କୁ ଆନନ୍ଦ ଓ ସମ୍ମାନ ଦିଏ।
- ଈଶ୍ୱରଙ୍କ ଆଜ୍ଞା ଅନୁସାରେ “ଚାଲିବା” କିମ୍ବା ତାହାଙ୍କ ପଥରେ ଚାଲିବାର ଅର୍ଥ ହେଲା, ତାହାଙ୍କର ଆଜ୍ଞାଅନୁସାରେ “ଆଜ୍ଞାକାରୀ ହୋଇ ଜୀବନଯାପନ କରିବା” ତାହା ହେଉଛି “ତାହାଙ୍କ ଆଜ୍ଞାସବୁ ପାଳନ କରିବା” କିମ୍ବା “ତାହାଙ୍କ ଇଚ୍ଛାରେ କାର୍ଯ୍ୟ କରିବା” ହୋଇପାରେ।
- ଯେତେବେଳେ ଈଶ୍ୱର କହନ୍ତି ସେ ତାହାଙ୍କ ଲୋକମାନଙ୍କ “ମଧ୍ୟରେ ଚାଲିବେ,” ଏହାର ଅର୍ଥ ଯେ ସେ ସେହି ସମସ୍ତଙ୍କ ମଧ୍ୟରେ ରହିବେ କିମ୍ବା ନିକଟବର୍ତ୍ତୀ ହୋଇ ସେମାନଙ୍କ ସହିତ କଥାବାର୍ତ୍ତା ହେବେ।
- “ପ୍ରତିକୂଳରେ ଚାଲିବା” ବଞ୍ଚିବାକୁ କିମ୍ବା ଏପରି ଭାବରେ ଯେ କୌଣସି ଜିନିଷ କିମ୍ବା କାହା ବିରୁଦ୍ଧରେ ଆଚରଣ କରିବା ଅର୍ଥକୁ ବୁଝାଏ।
- “ପଛରେ ଚାଲିବା” ଅର୍ଥ କାହାକୁ ଖୋଜିବା କିମ୍ବା କାହାକୁ ଅନୁସରଣ କରିବା। ଏହାର ଅର୍ଥ ମଧ୍ୟ ଅନ୍ୟ ଯାହା ପରି ସମାନ ଭାବରେ କାର୍ଯ୍ୟ କରିବା ହୋଇପାରେ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଚାଲିବା” ଏହା ଆକ୍ଷରିକ ଭାବରେ ଅନୁବାଦ କରିବା ସର୍ବୋତ୍ତମ ଅଟେ, ଯେପର୍ଯ୍ୟନ୍ତ ଏହା ଯଥାର୍ଥ ଅର୍ଥକୁ ପ୍ରକାଶ କରେ।
- ଅନ୍ୟଥା, “ଚାଲିବା” ଶବ୍ଦର ଆଳଙ୍କାରିକ ଅର୍ଥ “ବଞ୍ଚିବା” କିମ୍ବା “କାର୍ଯ୍ୟ କରିବା” କିମ୍ବା “ଆଚରଣ କରିବା” ଭାବରେ ଅନୁବାଦ କରାଯାଇପାରେ।
- “ପବିତ୍ର ଆତ୍ମା ଦ୍ୱାରା ଚାଳିତ” ବାକ୍ୟାଂଶକୁ “ପବିତ୍ର ଆତ୍ମାର ଅଜ୍ଞାକାରୀ ହୋଇ ଜୀବନ ଯାପନ କରିବା” କିମ୍ବା “ଏପରି ବ୍ୟବହାର କରିବା ଯାହା ପବିତ୍ର ଆତ୍ମାଙ୍କୁ ସନ୍ତୁଷ୍ଟ କରେ” କିମ୍ବା “ଏପରି ଈଶ୍ୱରଙ୍କୁ ସନ୍ତୁଷ୍ଟ କଲା ପରି କାର୍ଯ୍ୟ କର ଯେପରି ତୁମ୍ଭକୁ ପବିତ୍ର ଆତ୍ମା ଚାଳନା କରନ୍ତି।”
- “ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଚାଲିବା”ବାକ୍ୟାଂଶକୁ “ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଜୀବନଯାପନ କରିବା” କିମ୍ବା “ଈଶ୍ୱରଙ୍କ ଆଜ୍ଞା ପାଳନ କରିବା” ବୋଲି ଅନୁବାଦ କରାଯାଇପାରେ।
- “ଈଶ୍ୱରଙ୍କ ସହ ଚାଲିଲେ” ବାକ୍ୟାଂଶକୁ “ଘନିଷ୍ଠ ସମ୍ପର୍କ ସହ ଈଶ୍ୱରଙ୍କ ଆଜ୍ଞା ପାଳନ ଓ ତାହାଙ୍କୁ ସମ୍ମାନ କରିବା ଦ୍ୱାରା ଜୀବନଯାପନ କରିବା” ବୋଲି ଅନୁବାଦ କରାଯାଇପାରେ।
(ପବିତ୍ର ଆତ୍ମା, ସମ୍ମାନ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1869, H1980, H1981, H3212, H4108, G17040, G40430, G41980, G47480
ଚିତାବାଘ, ଚିତାବାଘମାନେ
ତଥ୍ୟ:
ଏକ ଚିତାବାଘ ଏକ ବିଲେଇ- ପରି, ବଡ଼ ଜଂଗଲରେ ରହିବା ମାଟିଆ ରଂଗ ଓ କଳା ଦାଗର ପଶୁ ଅଟେ I * ଚିତାବାଘ ଏକ ପଶୁ ଅଟେ ଯେ ଅନ୍ୟ ପଶୁମାନଙ୍କର ଶିକାର କରେ ଓ ଖାଏ I * ବାଇବଲରେ, ଚିତାବାଘ ସହିତ ଆପଦା ର ଦୁଖ କୁ ତୁଳନା କରାଯାଏ ଯାହା ଅଚାନକ ତାର ଶିକାର ଉପରେ ଝପଟ ମାରେ I * ଡାନିଏଲ୍ ଭବିଷ୍ୟବାଣୀ ଓ ପ୍ରେରିତ ଯୋହନ ଦର୍ଶନ ବିଷୟରେ କହନ୍ତି ଯେଉଁଠାରେ ସେମାନେ ଏକ ଜନ୍ତୁ କୁ ଦେଖନ୍ତି ଯାହା ଚିତାବାଘ ପରି ଦେଖାଯାଏ I
(ଆହୁରି ଦେଖନ୍ତୁ: ନାମ କିପରି ଅନୁବାଦ କରାଯାଏ)
(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)
(ଆହୁରି ଦେଖନ୍ତୁ: ଜନ୍ତୁ,ଦାନିଏଲ, ଶିକାର, ଦର୍ଶନ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H5245, H5246
ଚୁମ୍ୱନ
ପରିଭାଷା:
ଚୁମ୍ୱନ ଏକ କର୍ମ ଅଟେ ଯାହା ଏକ ବ୍ୟକ୍ତି ନିଜର ଓଠକୁ ଆଉ ଏକ ବ୍ୟକ୍ତିର ଓଠ କିମ୍ବା ମୁହଁରେ ସ୍ପର୍ଷକରେ I ଏହି ଶବ୍ଦକୁ ସାଙ୍କେତିକ ଅର୍ଥରେ ମଧ୍ୟ ବ୍ୟବହାର କରାଯାଇପାରେ I
- କେତେକ ସଂସ୍କୃତିରେ ପରସ୍ପର ଚୁମ୍ୱନ କରିବାର ଅର୍ଥ ହେଉଛି ଶୁଭେଚ୍ଛା ଜଣାଇବା କିମ୍ବା ବିଦାୟ ଦେବା ଅଟେ I
- ଏକ ଚୁମ୍ୱନ ଦୁଇ ବ୍ୟକ୍ତି ମଧ୍ୟରେ ଥିବା ଗଭୀର ପ୍ରେମକୁ ବୁଝାଏ ଯେପରିକି ପତି ଓ ପତ୍ନୀ ମଧ୍ୟରେ ଥିବା ପ୍ରେମI
- “ବିଦାୟର ଚୁମ୍ୱନ” ଅଭୁବ୍ୟକ୍ତିର ଅର୍ଥ ଏକ ଚୁମ୍ୱନ ସହିତ ବିଦାୟ ଦେବା ଅଟେ I
- ଅନେକ ସମୟରେ “ଚୁମ୍ୱନ” ଶବ୍ଦକୁ “ବିଦାୟ କହିବାକୁ“ ବ୍ୟବହୃତ ହୁଏ I ଯେତେବେଳେ ଏଲିଶା, ଏଲୀୟକୁ କହିଲେ “ପ୍ରଥମେ ମୋତେ ମୋର ମାତା ଓ ପିତାକୁ ଯାଇ ଚୁମ୍ୱନ ଦେବାକୁ ଅନୁମତି ଦିଅ,” ସେ ଏଲୀୟ ପଛରେ ଯିବା ପୂର୍ବରୁ ନିଜ ମାତାପିତାକୁ ବିଦାୟ କହିବାକୁ ଚାହୁଁଥିଲା I
ବାଇବେଲ ପଦପର୍ବ:
- ୧ ଥେସଲନୀକୀୟ ୫:୨୫-୨୮
- ଆଦିପୁସ୍ତକ ୨୭:୨୬-୨୭
- ଆଦିପୁସ୍ତକ ୨୯:୧୧
- ଆଦିପୁସ୍ତକ ୩୧:୨୮
- ଆଦିପୁସ୍ତକ ୪୫:୧୫
- ଆଦିପୁସ୍ତକ ୪୮:୧୦
- ଲୂକ ୨୨:୪୮
- ମାର୍କ ୧୪:୪୫
- ମାଥିଉ ୨୬:୪୮
ଶବ୍ଦବିନ୍ୟାସ:
- Strong’s: H5390, H5401, G27050, G53680, G53700
ଚୋଗା, ବସ୍ତ୍ରାନ୍ୱିତ
ପରିଭାଷା:
ଏକ ଚୋଗା ଲମ୍ବା ଧଡିବିଶିଷ୍ଟ ଏଭଳି ଏକ ଉପରି ଭାଗର ବସ୍ତ୍ର, ଯାହା ଜଣେ ପୁରୁଷ କିମ୍ୱା ନାରୀ ଦ୍ୱାରା ପିନ୍ଧା ଯାଇପାରିବ ଏହା ଏକ କୋଟ୍ ସଦୃଶ ଅଟେ I
- ଚୋଗାଗୁଡ଼ିକ ସମ୍ମୁଖ ଭାଗରେ ଖୋଲାଥାଏ ଏବଂ ଗୋଟିଏ କଟୀବନ୍ଧନୀ ବା ବେଲ୍ଟ ଦ୍ୱାରା ବନ୍ଧା ଯାଇ ବନ୍ଦ କରାଯାଏ I
- ସେଗୁଡ଼ିକ ଲମ୍ବା କିମ୍ୱା କ୍ଷୁଦ୍ର ହୋଇପାରେ I
- ରାଜକୀୟ, ବିଭବଶାଳୀ ଏବଂ ସମ୍ମାନସୂଚକ ଚିହ୍ନ ବା ପ୍ରତୀକ ଭାବରେ ରାଜାମାନେ ବାଇଗଣିଆ ଚୋଗାଗୁଡ଼ିକ ପରିଧାନ କରୁଥିଲେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0145, H0155, H0899, H1545, H2436, H2684, H3671, H3801, H3830, H3847, H4060, H4254, H4598, H5497, H5622, H6614, H7640, H7757, H7897, H8071, G17460, G20670, G24400, G47490, G40160, G55110
ଚୋର, ଚୋରି, ଡକାୟତ, ଚୋରି, ଦସ୍ୟୁମାନେ
ସତ୍ୟ ଘଟଣାବଳୀ:
“ଚୋର” ଶବ୍ଦଟି ଏପରି ଜଣେ ବ୍ୟକ୍ତିକୁ ସୂଚାଏ ଯିଏ କି ଅନ୍ୟର ଅର୍ଥ ଏବଂ ସମ୍ପତ୍ତି ଚୋରି କରେ I “ଚୋରକୁ” ଶବ୍ଦର ବହୁବଚନ “ଚୋରମାନେ” ଅଟେ I “ଡକାୟତ” ଶବ୍ଦଟି ଜଣେ ଚୋରକୁ ବୁଝାଏ, ଯିଏ ଚୋରି କରିବା ପାଇଁ ଲୋକମାନଙ୍କୁ ଶାରୀରିକ ଭାବରେ କ୍ଷତି ପହଞ୍ଚାଇଥାଏ କିମ୍ବା ଧମକ ଦେଇଥାଏ I
- ଯୀଶୁ ଶମିରୋଣୀୟ ବ୍ୟକ୍ତି ବିଷୟରେ ଏକ ଦୃଷ୍ଟାନ୍ତ ଦେଇଥିଲେ ଯିଏ ଡକାୟତମାନଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଜଣେ ଯିହୁଦୀଙ୍କର ଯତ୍ନ ନେଇଥିଲା I ଡକାୟତମାନେ ସେହି ଯିହୁଦୀ ଲୋକକୁ ତାହାର ଅର୍ଥ ଏବଂ ବସ୍ତ୍ର ଚୋରି କରିବା ପୂର୍ବରୁ ପ୍ରହାରିତ ଏବଂ କ୍ଷତବିକ୍ଷତ କରିଥିଲେ I
- ଯେତେବେଳେ ଲୋକମାନେ ଅପେକ୍ଷା କରୁ ନ ଥିବେ, ଉଭୟ ଚୋର ଏବଂ ଡକାୟତମାନେ ହଠାତ୍ ଚୋରି କରିବାକୁ ଆସନ୍ତି I ଅନେକ ସମୟରେ ସେମାନେ ଅନ୍ଧକାରରେ ନିଜକୁ ଲୁଚାନ୍ତି ଫଳରେ ସେମାନେ ଯାହା କରନ୍ତି ଦେଖାଯାଏ ନାହିଁ I
- ଆଳଙ୍କାରିକ ଅର୍ଥରେ, ନୂତନ ନିୟମରେ ଶୟତାନକୁ ଚୋର ଭାବରେ ବର୍ଣ୍ଣନା କରାଯାଇଛି ଯିଏକି ଚୋରି, ବଧ ଏବଂ ବିନଷ୍ଟ କରିବାକୁ ଆସିଥାଏ I ଏହାର ଅର୍ଥ ଏହି ଯେ ଯେପରି ଈଶ୍ୱରଙ୍କ ଲୋକମାନଙ୍କୁ ତାଙ୍କର ଆଜ୍ଞା ପାଳନ ନ କରିବାକୁ ବାଧା ଦେବ ସେପରି ଶୟତାନର ଯୋଜନା ରହିଛି I ଯଦି ଏହା କରିବା ଦ୍ୱାରା ସେ ସଫଳ ହୁଏ ତେବେ ଈଶ୍ୱର ସେମାନଙ୍କ ପାଇଁ ଯେଉଁ ଉତ୍ତମ ଯୋଜନା କରିଛନ୍ତି ଶୟତାନ ସେମାନଙ୍କଠାରୁ ଚୋରି କରି ନେଇଯାଏ I
- ଚୋର ଯେପ୍ରକାରେ ହଠାତ୍ ଲୋକମାନଙ୍କଠାରୁ ଚୋରି କରିବାକୁ ଆସେ, ଯୀଶୁ ତାଙ୍କର ଆଗମନର ଆକସ୍ମିକତାକୁ ଠିକ୍ ସେପ୍ରକାରେ ତୁଳନା କରିଛନ୍ତି I ଯେତେବେଳେ ଲୋକମାନେ ଅପେକ୍ଷା କରୁ ନ ଥିବେ, ସେହି ସମୟରେ ଚୋର ଆସେ, ଯୀଶୁ ମଧ୍ୟ ଠିକ୍ ସେହି ସମୟରେ ଆସିବେ ଯେତେବେଳେ ଲୋକମାନେ ତାହା ଅପେକ୍ଷା କରୁ ନ ଥିବେ I
(ଆଶୀର୍ବାଦ, ଅପରାଧ, କ୍ରୁଶାର୍ପିତ, ଅନ୍ଧକାର, ବିନଷ୍ଟକାରୀ, ଶକ୍ତି, ଶମରିୟା, ଶୟତାନ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1214, H1215, H1416, H1589, H1590, H1980, H6530, H7703, G07270, G24170, G28120, G30270
ଛାଡପତ୍ର
ପରିଭାଷା:
ଏକ ଛାଡପତ୍ର ଗୋଟିଏ ବିବାହ ପରିଶେଷର ଆଇନଗତ କାର୍ଯ୍ୟ ଅଟେ । “ଛାଡପତ୍ର” ଶବ୍ଦଟି ବିବାହ ପରିସମାପ୍ତି କରିବା ପାଇଁ ଜଣେ ବ୍ୟକ୍ତିଙ୍କ ସ୍ୱାମୀ ବା ସ୍ତ୍ରୀ’ଙ୍କଠାରୁ ଆନୁଷ୍ଠାନିକ ଓ ଆଇନଗତ ଭାବେ ବିଚ୍ଛେଦ ହେବା ବିଷୟକୁ ବୁଝାଏ ।
- “ଛାଡପତ୍ର” ଶବ୍ଦଟିର ଆକ୍ଷରିକ ଅର୍ଥ “ପଠାଇବା” କିମ୍ବା “ଆନୁଷ୍ଠାନିକ ଭାବେ ବିଚ୍ଛେଦଠାରୁ” ଅଟେ । ଅନ୍ୟ ଭାଷାଗୁଡ଼ିକରେ ଛାଡପତ୍ରକୁ ବୁଝାଇବାକୁ ଅନ୍ୟ ଅଭିବ୍ୟକ୍ତି ଥାଇପାରେ ।
- ଏକ “ବିବାହ ବିଚ୍ଛେଦ ପ୍ରମାଣପତ୍ର” ବାକ୍ୟାଂଶକୁ “ବିବାହ ପରିସମାପ୍ତି ଲିଖିତ ପତ୍ର” ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1644, H3748, H5493, H7971, G06300, G06470, G08630
ଛିନ୍ନହେବା, କାଟିବା
ପରିଭାଷା:
“ଛିନ୍ନହେବା” ଏକ ଅଭିବ୍ୟକ୍ତି ଅଟେ ଯାହାର ଅର୍ଥ ବହିଷ୍କାର କରିବା, ଉଭେଇ ଯିବା କିମ୍ୱା ମୁଖ୍ୟ ଦଳରୁ ବାଦ ପଡିବା ଅଟେ । ଏହା ମଧ୍ୟ ପାପ ନିମନ୍ତେ ଐଶ୍ୱରିକ ବିଚାରରେ ମୃତ୍ୟୁକୁ ବୁଝାଏ ।
- ପୁରାତନ ନିୟମରେ, ଈଶ୍ଵରଙ୍କ ବ୍ୟବସ୍ଥାର ଅବାଧ୍ୟର ପରିଣାମ ଈଶ୍ଵରଙ୍କ ଲୋକ ଏବଂ ଉପସ୍ଥିତିରୁ ଛିନ୍ନହେବା କିମ୍ୱା ଭିନ୍ନ ହେବା ଥିଲା ।
- ଈଶ୍ଵର କହିଲେ, ଅଣ-ଇସ୍ରାଏଲ ଦେଶମାନଙ୍କୁ ସେ ବିନଷ୍ଟ ନତୁବା ଧ୍ୱଂସ କରିବେ କାରଣ ସେମାନେ ଉପାସନା କିମ୍ୱା ତାହାଙ୍କର ଅବାଧ୍ୟତା ଓ ସେମାନେ ଇସ୍ରାଏଲର ଶତ୍ରୁ ଥିଲେ ।
- “ଛିନ୍ନହେବା: ଅଭିବ୍ୟକ୍ତିର ଅର୍ଥ ଈଶ୍ଵର ନଦୀର ଜଳର ପ୍ରବାହିତ ସ୍ଥିର କରିବାକୁ ମଧ୍ୟ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଛିନ୍ନହେବା” ବାକ୍ୟାଂଶକୁ “ଉଭେଇ ଯିବା” କିମ୍ୱା “ପଠାଇ ଦେବା” କିମ୍ବା “ଭିନ୍ନ କରିବା” କିମ୍ୱା “ମାରିବା” କିମ୍ୱା “ଧ୍ୱଂସ” କରିବା ବୋଲି ଅନୁବାଦ କରାଯାଇପାରେ ।
- ପ୍ରସଙ୍ଗ ଉପରେ ଆଧାର କରି, “ଛିନ୍ନହେବା” ଶବ୍ଦକୁ “ଧ୍ୱଂସ“ କିମ୍ବା “ବାହାରକୁ ପଠାଇବା“ କିମ୍ବା “ଅଲଗା ହେବା” କିମ୍ୱା “ଧ୍ୱଂସ କରିବା“ ବୋଲି ଅନୁବାଦ କରାଯାଇପାରେ ।
- ପ୍ରଭାହିତ ଜଳ ବନ୍ଦ ହେବା ପ୍ରସଙ୍ଗରେ “ବନ୍ଦ କରିଥିଲେ” କିମ୍ବା “ପ୍ରବାହିତ ଅବରୋଧ” କିମ୍ବା “ବିଭିନ୍ନ କରିବା“ ବୋଲି ଅନୁବାଦ କରାଯାଇପାରେ ।
- ଛୁରୀରେ କୌଣସି ବସ୍ତୁକୁ କାଟିବାର ଆକ୍ଷରିକ ଅର୍ଥ ଏହି ଶବ୍ଦର ସାଙ୍କେତିକ ବ୍ୟବହାରଠାରୁ ଭିନ୍ନ ହେବା ଉଚିତ ।ବାଇବେଲ ପଦପର୍ବ:
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1214, H1219, H1438, H1494, H1504, H1629, H1820, H2686, H3582, H3772, H5243, H5352, H6789, H7088, H7096, H7112, H7113, G06090, G08510, G15810
ଛେଳି, ଛେଳିଚର୍ମ, ବଳିଛାଗ, ଶାବକ
ପରିଭାଷା:
ଏକ ଛେଳି ମଧ୍ୟମ ଆକାରର ଅଟେ, ଏହା ଚାରି ଗୋଡବିଶିଷ୍ଟ ଅଟେ ଅଟେ ଯାହା ମେଷ ସହ ସମାନ ଅଟେ ଓ ପ୍ରାଥମିକ ସ୍ଥରରେ ଏହାକୁ ଦୁଧ ଓ ମାଂସ ନିମନ୍ତେ ପାଳନ କରାଯାଏ I ଏକ ଅଳ୍ପ ବୟସର ଛେଳିକୁ “ଶାବକ” କୁହାଯାଏ I
- ବିଶେଷ କରି ନିସ୍ତାର ପର୍ବରେ ବଳି ନିମନ୍ତେ ମେଷ ପରି ଛେଳି ମଧ୍ୟ ଏକ ମହତ୍ଵପୂର୍ଣ୍ଣ ପଶୁ ଥିଲା I
- ମେଷ ଓ ଛେଳି ମଧ୍ୟରେ ଅତି ସମାନତା ଥାଇପାରେ କିନ୍ତୁ ସେମାନଙ୍କ ପ୍ରକାରରେ ଅନେକ ଅସମାନତା ଦେଖିବାକୁ ମିଳେ I
- ଛେଳିର କେଶ ଘନ ; ମେଷର ପଶମ କେଶ ଅଟେ I
- ଛେଳିର ଲାଞ୍ଜ ଉପରକୁ ଉଠିଥାଏ ; ମେଷର ଲାଞ୍ଜ ତଳକୁ ହୋଇଥାଏ I
- ମେଷ ନିଜ ଗୋଠ ମଧ୍ୟରେ ରହିବାକୁ ପସନ୍ଦ କରେ, କିନ୍ତୁ ଛେଳି ଅତି ସ୍ୱାଧିନ ଓ ଅନେକ ସମୟରେ ନିଜ ଗୋଠରୁ ବାହାରକୁ ଯିବାକୁ ତତ୍ପର ହୁଏ I
- ବାଇବେଲ ସମୟରେ, ଇସ୍ରାଏଲରେ ଛେଳି ଦୁଧର ମୁଖ୍ୟ ଉତ୍ସ ଥିଲା I
- ଛେଳି ଚମଡା ତମ୍ୱୁ ନିର୍ମାଣରେ ବ୍ୟବହୃତ ହୁଏ ଓ ମଦ ଧରିବା ପାଇଁ ଥଳି ପରି ମଧ୍ୟ ବ୍ୟବହାର ହେଉଥିଲା I
- ପୁରାତନ ଓ ନୂତନ ନିୟମରେ ଛେଳି ଅଧାର୍ମିକ ଜନର ପ୍ରତିକ ରୂପରେ ବ୍ୟବହୃତ ହେଉଥିଲା, ବୋଧହୁଏ ଏହାର ଯତ୍ନ ନେଉଥିବା ବ୍ୟକ୍ତିଠାରୁ ଦୂରେଇ ଯିବାର ପ୍ରବୃତ୍ତି ହେତୁ I
- ଇସ୍ରାଏଲ ଲୋକ ମଧ୍ୟ ଛେଳିକୁ ପାପ ବହନକାରୀ ପ୍ରତିକ ରୂପରେ ବ୍ୟବହାର କଲେ I ଯେତେବେଳେ ଗୋଟିଏ ଛାଗର ବଳି ହୁଏ, ଯାଜକ ତାର ହାତ ଦ୍ୱିତୀୟ ଜୀବନ୍ତ ଛାଗ ଉପରେ ହାତ ରଖି ସେହି ପଶୁ ଲୋକମାନଙ୍କର ପାପ ବହନ କରେ ବୋଲି ଦେଖାଇବାକୁ ଏହାକୁ ମରୁଭୂମିକୁ ପଠାଉଥିଲେ ।
(ଦେଖନ୍ତୁ: ଗୋଠ, ବଳି, ମେଷ, ଧାର୍ମିକ, ମଦ୍ୟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0689, H1423, H1429, H3277, H3629, H5795, H5796, H6260, H6629, H6842, H7716, H8163, H8166, H8495, G01220, G20550, G20560, G51310
ଜନ ଗଣନା
ସଂଜ୍ଞା:
ଗୋଟିଏ ଦେଶ ବା ରାଜ୍ୟରେ ବିଧିବଦ୍ଧ ଭାବେ ଲୋକମାନଙ୍କୁ ଗଣନା କରିବାକୁ “ଜନ ଗଣନା” କୁହାଯାଏ * ପୁରାତନ ନିୟମରେ ବିଭିନ୍ନ ସମୟରେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ପାଇଁ ନିର୍ଦ୍ଦେଶ ଦେବାର କାଗଜ ଅଛି, ଯଥା ଇସ୍ରାଏଲ ଲୋକମାନେ ମିସର ଦେଶରୁ ବାହାରି ଆସିବାର ଜନସଂଖା ପୁଣି କିଣାନ ଦେଶରେ ପ୍ରବେଶ କରିବା ପୂର୍ବର ଜନସଂଖା ହିସାବ ଦେଖିବାକୁ ମିଳେ * ସାଧାରଣତଃ କେତେ ଲୋକ ଅଧିକାରୀଙ୍କୁ କର ଦେବେ ଜାଣିବା ନିମନ୍ତେ ଜଣ ଗଣନା କରାଯାଏ * ଉଦାହରଣ ସ୍ୱରୂପ, ଯାତ୍ରାପୁସ୍ତକରେ ଥରେ ଇସ୍ରାଏଲର ପୁରୁଷମାନଙ୍କର ଗଣନା ହୋଇଥିଲା ଯେପରି ପ୍ରତ୍ୟେକ ଜଣ ଅର୍ଦ୍ଧଶେକଲ ମନ୍ଦିର ଯତ୍ନ ନେବା ପାଇଁ ଦେବ * ଯେତେବେଳେ ଯୀଶୁ ଶିଶୁଥିଲେ, ରୋମ ସମ୍ରାଟ ରୋମ ରାଜ୍ୟ ର କେତେ ଲୋକମାନେ ବାସ କରୁଛନ୍ତି ଓ ସେମାନଙ୍କୁ କର ଆଣିବା ନିମନ୍ତେ ଜନ ଗଣନା କରିଥିଲେ
ଭାଷାନ୍ତର ନିମନ୍ତେ ଉପଦେଶ ମାଳା
- ଏହି ବାକ୍ୟାଂଶ କୁ ସମ୍ଭାବ୍ୟ ଉପରେ ଅନୁବାଦ କରି ହେବ ଯଥା: “ନାମ ଗଣତି”, କିମ୍ୱା “ନାମ ତାଲିକା” ନତୁବା “ନାମ ଲେଖାଇବା”
- “ଜଣ ଗଣନା” କରିବ ବାକ୍ୟଟିକୁ ଅନ୍ୟ ଭାବରେ ଅନୁବାଦ କରିବା “ଲୋକମାନଙ୍କର ନାମଗୁଡିକୁ ପଞ୍ଜିକରଣ” କିମ୍ୱା “ଲୋକମାନଙ୍କର ନାମଲେଖା” ଅଥବା “ଲୋକମାନଙ୍କର ନାମଗୁଡିକୁ ଲେଖିବା”
ବାଇବଲର ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H3789, H5674, H5921, H6485, H7218, G582, G583
ଜାତି, ଜାତିଗଣ
ସଂଜ୍ଞା:
“ଜାତି” ଶବ୍ଦ ଏକ ଦଳର ପରିବାର ସଦସ୍ୟମାନେ ଯେଉଁମାନେ ଗୋଟିଏ ପୂର୍ବଜ ରୁ ଆନୀତ * ପୁରାତନ ନିୟମରେ, ଇସ୍ରାଏଲ ଲୋକମାନେ ଜାତି କିମ୍ୱା ପରିବାର ଦଳ ଅନୁସାରେ ଗଣନା ହେଉଥିଲେ, * ଜାତିଗଣ ସାଧାରଣତଃ ସେମାନଙ୍କ ପୂର୍ବଜ ଅନୁସାରେ ନାମାଙ୍କରଣ କରାଗଲା * ବ୍ୟକ୍ତିଗତ ଲୋକମାନେ ବେଳେବେଳେ ସେମାନଙ୍କର ଜାତି ଅନୁସାରେ ପରିଚିତ ହୁଅନ୍ତି ଉଦାହରଣ ସ୍ୱରୂପ ମୋଶାଙ୍କ “ଶଶୁର” ଯେଥ୍ରୋ ବେଳେବେଳେ ତାଙ୍କର ଜାତି ରୁବେଲ୍ ଅନୁସାରେ ଡକା ଯାଆନ୍ତି * ଜାତିକୁ ମଧ୍ୟ “ପରିବାରର ଦଳ” କିମ୍ୱା “ବଢିଥିବା ପରିବାର” ନତୁବା “ସମ୍ପର୍କୀୟ” ଅନୁବାଦ କରି ହେବ
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H1, H441, H1004, H4940
ଜୀବନ ପୁସ୍ତକ
ପରିଭାଷା:
“ଜୀବନର ପୁସ୍ତକ” ଶବ୍ଦ ଯେଉଁଠାରେ ଈଶ୍ବର ସମସ୍ତ ଲୋକଙ୍କ ନାମ ଲେଖିଛନ୍ତି ଯାହାକୁ ସେ ମୁକ୍ତ କରିଛନ୍ତି ଏବଂ ଅନନ୍ତ ଜୀବନ ଦେଇଛନ୍ତି ତାହା ସୂଚାଇବା ପାଇଁ ବ୍ୟବହୃତ ହୁଏ ।
-
ପ୍ରକାଶିତ ବାକ୍ୟ ଏହି ପୁସ୍ତକକୁ “ମେଷଶାବକଙ୍କ ଜୀବନ ପୁସ୍ତକ” ଭାବରେ ସୂଚାଏ । ଏହାକୁ “ଯୀଶୁଙ୍କ ଜୀବନର ପୁସ୍ତକ, ଈଶ୍ବରଙ୍କ ମେଷଶାବକ” ଭାବରେ ଅନୁବାଦ କରାଯାଇପାରେ । କ୍ରୁଶରେ ଯୀଶୁଙ୍କ ବଳିଦାନ ଲୋକମାନଙ୍କ ପାପ ପାଇଁ ଦଣ୍ଡର ମୂଲ୍ୟ ପ୍ରଦାନ କଲା ଯାହା ଦ୍ଵାରା ସେମାନେ ତାଙ୍କ ଉପରେ ବିଶ୍ୱାସ ଦ୍ୱାରା ଅନନ୍ତ ଜୀବନ ପାଇପାରିବେ ।
-
“ପୁସ୍ତକ” ଶବ୍ଦର ଅର୍ଥ “ସ୍କ୍ରୋଲ୍” କିମ୍ବା “ପତ୍ର” କିମ୍ବା “ଲେଖା” କିମ୍ବା “ଆଇନଗତ ଦସ୍ତାବିଜ” ଅଟେ । ଏହା ଆକ୍ଷରିକ ବା ସାଙ୍କେତିକ ହୋଇପାରେ ।
(ଦେଖନ୍ତୁ:
ଚିରସ୍ଥାୟୀ, ମେଷ, ଜୀବନ, ତ୍ୟାଗ, ସ୍କ୍ରୋଲ୍)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2416, H5612, G09760, G22220
ଝୁଣ୍ଟିବାର ଦ୍ରବ୍ୟ, ବାଧାଜନକ ପ୍ରସ୍ତର
ପରିଭାଷା:
“ଝୁଣ୍ଟିବାର ଦ୍ରବ୍ୟ” କିମ୍ବା “ବାଧାଜନକ ପ୍ରସ୍ତର” ଶାରୀରିକ ଉପାଦାନକୁ ବୁଖାଏ ଯାହା ଜଣେ ବ୍ୟକ୍ତିର ଝୁଣ୍ଟିବା ଏବଂ ପଡିବାର କାରଣ ହୁଏ ।
- ଉପାମା ଅର୍ଥରେ ଝୁଣ୍ଟିବାର ଦ୍ରବ୍ୟର ଅର୍ଥ ଜଣେ ବ୍ୟକ୍ତିକୁ ନୈତିକ କିମ୍ୱା ଆତ୍ମିକ ଦୃଷ୍ଟିରୁ ବିଫଳ କରିବା ଅଟେ ।
- “ଝୁଣ୍ଟିବାର ଦ୍ରବ୍ୟ” କିମ୍ବା “ବାଧାଜନକ ପ୍ରସ୍ତର” ବାକ୍ୟାଂଶର ଆଳଙ୍କାରିକ ଅର୍ଥ ଯୀଶୁଙ୍କୁ ବିଶ୍ୱାସ କରିବାରୁ ପ୍ରତିରୋଧ କରିବା କିମ୍ୱା ଆତ୍ମିକ ଜୀବନରେ ବୃଦ୍ଧି ହେବାକୁ ନ ଦେବା ଅଟେ ।
- ବେଳେବେଳେ ଏହା ପାପ ଅଟେ ଯାହା ନିଜେ ନିଜର କିମ୍ୱା ଅନ୍ୟମାନଙ୍କର ବିଘ୍ନର କାରଣ ହୁଏ ।
- ବେଳେବେଳେ ଈଶ୍ଵର ଯେଉଁମାନେ ତାଙ୍କର ବିରୁଦ୍ଧାଚରଣ କରନ୍ତି ସେମାନଙ୍କ ପାଇଁ ବିଘ୍ନତା ଆଣନ୍ତି ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯଦି ଏକ ଭାଷାରେ ଝୁଣ୍ଟି ପଡିବା ପାଇଁ ଫାନ୍ଦ ପରି ଏକ ଉପାଦାନ ଥାଏ, ତେବେ ସେହି ଶବ୍ଦକୁ ଅନୁବାଦରେ ବ୍ୟବହାର କରନ୍ତୁ ।
- ଏହି ବାକ୍ୟାଂଶକୁ “ପ୍ରସ୍ତର ଯାହା ବାଧାର କାରଣ ହୁଏ” କିମ୍ବା “କୌଣସି ଏକ ବିଷୟ ବିଶ୍ୱାସ କରିବାରୁ ନିବୃତ୍ତ କରେ” କିମ୍ୱା “ପ୍ରତିରୋଧ ଯାହା ସନ୍ଦେହ ସୃଷ୍ଟି କରେ” କିମ୍ୱା “ବିଶ୍ୱାସର ପ୍ରତିରୋଧ” କିମ୍ୱା “କୌଣସି ବିଷୟ ଯାହା ଜଣକୁ ପାପ କରାଏ“ ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4383, G30370, G43490, G46250
ଠେଲିବା, ଠେଲାଯାଇଥିବା, ଠେଲିବା
ସଂଜ୍ଞା:
“ଠେଲିବା” ପ୍ରତିଶବ୍ଦ ଆକ୍ଷରିକ ଭାବରେ ବଳ ପ୍ରୟୋଗ ଦ୍ୱାରା ଶାରୀରିକ ଭାବରେ କୌଣସି ବିଷୟକୁ ଗତିଶୀଳ କରିବା ବା ଘୁଞ୍ଚାଇବା ଅଟେ I ଏହି ପ୍ରତିଶବ୍ଦର ଅନେକଗୁଡିଏ ଆଳଙ୍କାରିକ ଅର୍ଥଗୁଡିକ ରହିଛି I * “ଠେଲି ଦୂରେଇ ଦେବା” କହିବା ଭାବର ଅର୍ଥ “ପ୍ରତ୍ୟାଖ୍ୟାନ କରିବା” ବା “ସାହାଯ୍ୟ କରିବା ନିମନ୍ତେ ମନା କରିବା” ହୋଇପାରେ I * * “ଠେଲି ପକାଇ ଦେବା” କହିଲେ ତାହାର ଅର୍ଥ “ଅତ୍ୟାଚାର କରିବା” ବା “ପରାସ୍ତ କରିବା” ହୋଇପାରେ I ଏହାର ଅର୍ଥ ମଧ୍ୟ ଆକ୍ଷରିକ ଭାବରେ ଜଣକୁ ତଳେ ଭୂମିରେ ଠେଲି ପକାଇ ଦେବା ହୋଇପାରେ I * “ଜଣକୁ ଠେଲି ବାହାର କରିଦେବା” ଅର୍ଥ “ତାହାଠାରୁ ତ୍ରାହି ବା ରକ୍ଷା ପାଇବା” ବା ସେହି ବ୍ୟକ୍ତିକୁ “ବିଦାୟ କରିଦେବା” ଅଟେ I * “ଆଗକୁ ଠେଲିବା” ଅଭିବ୍ୟକ୍ତିର ଅର୍ଥ, କୌଣସି ବିଷୟକୁ ସଂରକ୍ଷିତ କରିବା ବା କୌଣସି ବିଷୟକୁ ସଠିକ୍ କି ନିରାପଦ ବୋଲି ନିଶ୍ଚିତଭାବରେ ନ ଜାଣି ସୁଦ୍ଧା ତାହାକୁ କାର୍ଯ୍ୟକାରୀ କରିବାରେ ଜାରି ରଖିବା ଅଟେ I
(ଆହୁରି ମଧ୍ୟ ଦେଖ: ଅତ୍ୟାଚାର ବା ତାଡ଼ନା କରିବା, ତାଡନା କରିବା, ପ୍ରତ୍ୟାଖ୍ୟାନ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H1556, H1760, H3276, H3423, H5055, H5056, H5186, H8804, G683, G4261
ଡାଳିମ୍ୱ, ଡାଳିମ୍ୱଗୁଡ଼ିକ
ତଥ୍ୟଗୁଡିକ:
ଡାଳିମ୍ୱ ଏଭଳି ଏକ ଫଳ ଯାହାର ଏକ ମୋଟା କଠିନ ଚୋପା ଥାଏ ଏବଂ ତା’ଭିତରେ ଅନେକ ମଞ୍ଜି ଥାଏ ଯହିଁରେ ଖାଇବା ଯୋଗ୍ୟ ନାଲି ଶସ ବା ଫଳର ମାଂସଳ ଅଂଶ ଥାଏ I * ବାହାରର ଚୋପା ନାଲି ରଙ୍ଗର ଥାଏ ଏବଂ ମଞ୍ଜିଗୁଡ଼ିକର ଚାରିପଟେ ମାଂସଳ ଅଂଶ ଥାଏ, ଯାହା ଚକମକ୍ କରେ ଏବଂ ନାଲି ଅଟେ I * ଡାଳିମ୍ୱଗୁଡ଼ିକ ମିସର ଏବଂ ଇସ୍ରାଏଲ ଭଳି ଗ୍ରୀଷ୍ମ, ଶୁଷ୍କ ଜଳବାୟୁ ଥିବା ଦେଶମାନଙ୍କରେ ଅତିଶୟ ପରିମାଣରେ ସର୍ୱସାଧାରଣରେ ଉତ୍ପନ୍ନ କରାଯାଇଥାଏ I * ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, କିଣାନ ଦେଶରେ ପ୍ରଚୁର ଜଳ ଓ ଉର୍ବର ଭୂମି ରହିବ ଯେପରି ସେଠାରେ ପ୍ରଚୁର ଖାଦ୍ୟ ମିଳିବା ସହିତ ଡାଳିମ୍ୱଗୁଡ଼ିକ ମଧ୍ୟ ମିଳିବ I
- ଶଲୋମନଙ୍କ ମନ୍ଦିର ନିର୍ମାଣରେ ଡାଳିମ୍ୱଗୁଡ଼ିକର ଆକୃତିରେ କାଂସର(ବ୍ରୋଞ୍ଜ) କାରୁକାର୍ଯ୍ୟ ଅନ୍ତର୍ଭୁକ୍ତ ରହିଥିଲା I
(ଆହୁରି ଦେଖ: ବ୍ରୋଞ୍ଜ, କିଣାନ, ମିସର, ଶଲୋମନ, ମନ୍ଦିର)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H7416
ତତ୍ତ୍ୱାବଧାନ ବା ତଦାରଖ, ପର୍ଯ୍ୟବେକ୍ଷକ, ଜଗୁଆଳି
ସଂଜ୍ଞା:
ତଥ୍ୟ ପ୍ରକାଶ କରୁଥିବା ଶବ୍ଦ “ପର୍ଯ୍ୟବେକ୍ଷକ” ଜଣେ ଯିଏକି ଲୋକମାନଙ୍କର ଉନ୍ନତି ମୂଳକ କାର୍ଯ୍ୟର ଦଦାୟିତ୍ୱ ଦେଉଥିବା ବ୍ୟକ୍ତିଙ୍କୁ ବୁଜଝାଏ। ବାଇବଲରେ, ବହୁବାର ତଥ୍ୟ ପ୍ରକାଶ କରୁଥିବା ଶବ୍ଦ "ଜଗୁଆଳି" ଅର୍ଥ "ପର୍ଯ୍ୟବେକ୍ଷକ"
- ପୁରାତନ ନିୟମରେ, ପର୍ଯ୍ୟବେକ୍ଷକଙ୍କର ଦଦାୟିତ୍ୱ ଯେ ତାଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟକାରୀ ଠିକ୍ ଭାବେ ସେମାନଙ୍କର କାର୍ଯ୍ୟ କରିଅଛନ୍ତି।
- ନୂତନ ନିୟମରେ, ବ୍ୟବହୃତ ଭାଷାକୁ ଆଦ୍ୟ ଖ୍ରୀଷ୍ଟିୟାନ ମଣ୍ଡଳୀର ନେତାମାନଙ୍କୁ ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଉଥିଲା। ସେମାନଙ୍କର ଦଦାୟିତ୍ୱ ମଣ୍ଡଳୀର ଆଧ୍ୟାତ୍ମିକ ଆବଶ୍ୟକତାର ଦାୟିତ୍ୱ ନେବାର ଥିଲା, ନିଶ୍ଚିତ କରିବାର ଥିଲା ଯେ ବିଶ୍ୱାସୀମାନେ ବାଇବଲର ସଠିକ୍ ଶିକ୍ଷା ଗ୍ରହଣ କରିଛନ୍ତି।
- ପାଉଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ବର୍ଣ୍ଣନା କରାଯାଇଛି ଯେପରି ଜଣେ ମେଷପାଳକ ସ୍ଥାନୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କର ଦଦାୟିତ୍ୱ ନିଅନ୍ତି, ଯେଉଁମାନେ ତାଙ୍କର “ମେଷପଲ” ଅଟନ୍ତି।
- ପର୍ଯ୍ୟବେକ୍ଷକ, ମେଷପାଳକ ପରି, ମେଷପଲ ଉପରେ ନିରନ୍ତର ଦେଖାଶୁଣା କରନ୍ତି। ସେ ବିଶ୍ୱାସୀମାନଙ୍କୁ ପହରା ଏବଂ ଭ୍ରାନ୍ତ ଆତ୍ମିକ ଶିକ୍ଷାରୁ ଏବଂ ଅନ୍ୟାନ୍ୟ ମନ୍ଦ ପ୍ରଭାବରୁ ସୁରକ୍ଷା ଦିଅନ୍ତି।
- ନୂତନ ନିୟମରେ, “ପର୍ଯ୍ୟବେକ୍ଷକ ବା ଅଧୀକ୍ଷକ,” “ପ୍ରାଚୀନଗଣ,” ଏବଂ “ମେଷପାଳକ/ପାଳକ” ବ୍ୟବହୃତ ଭାଷାକୁ ସମାନ ଆଧ୍ୟାତ୍ମିକ ନେତାମାନଙ୍କୁ ଭିନ୍ନ ଭାବରେ ସୁଚାଏ।
ଅନୁବାଦ ପ୍ରସ୍ତାବ
- ଏହି ଶବ୍ଦର ଅନ୍ୟ ବ୍ୟବହାରର ଅନୁବାଦ ହେଉଛି “ତତ୍ତ୍ୱାବଧାରକ ବାପର୍ଯ୍ୟବେକ୍ଷକ” କିମ୍ୱା “ରଖୁଆଳ ବା ପଦାଧିକାରୀ” କିମ୍ୱା “ପରିଚାଳକ।”
- ଈଶ୍ୱରଙ୍କ ଲୋକମାନଙ୍କର ଏକ ସ୍ଥାନୀୟ ଗୋଷ୍ଠୀର ଜଣେ ନେତାଙ୍କୁ ସୂଚାଇବାବେଳେ, ଏହି ଶବ୍ଦଟି ଏକ ଶବ୍ଦ ବା ବାକ୍ୟାଂଶ ସହିତ ଅନୁବାଦ କରାଯାଇପାରେ ଯାହାର ଅର୍ଥ ହେଉଛି “ଆଧ୍ୟାତ୍ମିକ ପରିଚାଳକ” କିମ୍ୱା “କେହି ଜଣେ ସ୍ଥାନୀୟ ବିଶ୍ୱାସୀମାନଙ୍କର ଦଳକୁ ସେମାନଙ୍କର ଆତ୍ମିକ ଆବଶ୍ୟକତାକୁ ପୂରଣ କରିବା” କିମ୍ୱା “ବ୍ୟକ୍ତି ଯିଏକି ମଣ୍ଡଳୀର ଆତ୍ମିକ ଆବଶ୍ୟକତାକୁ ତଦାରଖ କରନ୍ତି।”
(ପୁନଶ୍ଚ ଦେଖନ୍ତୁ: ମଣ୍ଡଳୀ, ପ୍ରାଚୀନ, ପାଳକ, ମେଷପାଳକ)
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H5329, H6485, H6496, H7860, H8104, G1983, G1984, G1985
ତମ୍ବୁ, ତମ୍ୱୁ ନିର୍ମାଣକାରୀ
ସଂଜ୍ଞା:
ଏକ ତମ୍ବୁ ଦୃଢ଼ ଓ ଶକ୍ତ କପଡ଼ାରେ ନିର୍ମିତ ଯାହା ହାତରେ ସହଜରେ ବୋହି ନେଇ ହେଉଥିବା ଏକ ଆଶ୍ରୟସ୍ଥଳୀ ଅଟେ ଯାହା କାଠର ଦଣ୍ଡରେ ଟାଣି ହୋଇ ସେଥିରେ ଲାଗିଥାଏ । * ଏଥିରେ କିଛି ଲୋକ ଶୋଇବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥାଏ ଯଦିଓ ଏହା ଛଟ ହୋଇପାରେ, କିମ୍ବା ସେଗୁଡ଼ିକ ବହୁତ ବଡ ହୋଇପାରେ ଯେଉଁଥିରେ ଏକ ପରିବାର ପାଇଁ ଶୋଇବା, ରାନ୍ଧିବା ଏବଂ ରହିବା ପାଇଁ ସ୍ଥାନ ଯଥେଷ୍ଠ ଥାଏ । * ଅନେକ ଲୋକମାନଙ୍କ ପାଇଁ ତମ୍ବୁଗୁଡ଼ିକ ସ୍ଥାୟୀ ବାସସ୍ଥାନ ଭାବରେ ବ୍ୟବହୃତ ହୁଏ । ଉଦାହରଣ ସ୍ୱରୂପ, ଅବ୍ରହାମଙ୍କ ପରିବାର କିଣାନ ଦେଶରେ ରହୁଥିବା ଅଧିକାଂଶ ସମୟରେ ସେମାନେ ଛେଳି କେଶରେ ନିର୍ମିତ ଶକ୍ତ କପଡ଼ାରୁ ନିର୍ମିତ ବଡ଼ ତମ୍ବୁରେ ବାସ କରୁଥିଲେ । * ଇସ୍ରାଏଲୀୟମାନେ ମଧ୍ୟ ଶିୟନ ପ୍ରାନ୍ତରରେରେ ଚାଳିଶ ବର୍ଷ ବୁଲିବା ସମୟରେ ତମ୍ବୁରେ ବାସ କରୁଥିଲେ। * ତମ୍ବୁ ଏକ ପ୍ରକାର ବହୁତ ବଡ ତମ୍ବୁ ଥିଲା, ଯାହାର କାନ୍ଥ କପଡା ପରଦାରେ ନିର୍ମିତ ଥିଲା । * ଯେତେବେଳେ ପ୍ରେରିତ ପାଉଲ ସୁସମାଚାର ପ୍ରଚାର କରିବା ପାଇଁ ବିଭିନ୍ନ ସହରକୁ ଯାତ୍ରା କରିଥିଲେ, ସେତେବେଳେ ସେ ତମ୍ବୁ ତିଆରି କରି ନିଜର ଭରଣପୋଷଣ କରୁଥିଲେ । * “ତମ୍ବୁ” ଶବ୍ଦ ସାଧାରଣ ଭାବରେ ଲୋକମାନେ କେଉଁଠାରେ ରୁହନ୍ତି ତାହା ସାଙ୍କେତିକ ଭାବରେ ସୂଚାଇବାକୁ ବ୍ୟବହୃତ ହୁଏ । ଏହାକୁ “ଘର” କିମ୍ବା “ବାସସ୍ଥାନ” କିମ୍ବା “ଗୃହ” କିମ୍ବା “ଶରୀର” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ । (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର
(ଆହୁରି ଦେଖନ୍ତୁ: ଅବ୍ରହାମ, କିଣାନ, ପରଦା, ପାଉଲ, ଶିୟନ, ତମ୍ବୁ, ସମାଗମ-ତମ୍ବୁ)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H0167, H0168, H2583, H3407, H6898
ତରଳିବା, ତରଳିଲା, ତରଳୁ ଅଛି, ତରଳେ, ତରଳି ଯାଇଛି
ତଥ୍ୟ:
“ତରଳିବା” ଶବ୍ଦ ତାହାକୁ ଦର୍ଶାଏ ଯେତେବେଳେ କିଛି ବସ୍ତୁ ଗରମ ହେଲେ ତରଳ ପଦାର୍ଥ ହୋଇଯାଏ I ଏହା ସାଙ୍କେତିକ ଭାବାର୍ଥରେ ମଧ୍ୟ ବ୍ୟବହୃତ ହୁଏ I ଯାହା ତରଲୀ ଯାଇଛି ତାହାକୁ “ତରଳି ସରିଛି ବୋଲି ବ୍ୟାଖ୍ୟା କରାଯାଏ I * ଅଲଗା ଅଲଗା ପ୍ରକାର ଧାତୁ ଗରମ କଲେ ତରଳିଯାଏ ଓ ତା ପରେ ତାହାକୁ ଧାଂଚାରେ ଢାଳି ଅଲଗା ବସ୍ତୁ ଯେପରି କି ଅସ୍ତ୍ର ଓ ମୂର୍ତ୍ତି ନିର୍ମାଣ କରାଯାଏ I ଅଭିବ୍ୟକ୍ତି “ତରଳିବା ଧାତୁ” ଯେଉଁ ଧାତୁ ତରଲୀଯାଏ ତାହାକୁ ଦର୍ଶାଏ I * ଯେତେବେଳେ ଏକ ମହମ ବତୀ ଜଳେ, ଏହାର ମହମ ଜଲେ ଓ କ୍ଷରୀ ପଡ଼େ I ପୁରାତନ ସମୟରେ, ଚିଠି ସବୁକୁ ମୋହରଯୁକ୍ତ କରିବା ପାଇଁ ଚିଠିର ଧାରରେ ଟିକିଏ ମହମ ତରଳାଇ ଧଳା ଯାଉଥିଲା I * “ତରଳିବା”ର ସାଙ୍କେତିକ ରୁପ ଦେଲେ ଏହାର ଅର୍ଥ ସରଳ ଓ ଦୁର୍ୱଳ, ମହମ ପରି I * ଅଭିବ୍ୟକ୍ତି “ତାହାଙ୍କର ହୃଦୟ ତରଳି ଯିବ “ଏହାର ଅର୍ଥ ହେଉଛି “ଡର ହେତୁ ସେମାନେ ଅତି ଦୁର୍ୱଳ ହୋଇ ଯିବେ “I * ଆଉ ଏକ ସାଙ୍କେତିକ ଅଭିବ୍ୟକ୍ତି “ସେମାନେ ତରଲୀ ଯିବେ “ଏହାର ଅର୍ଥ ହେଉଛି ସେମାନେ ବଳ ପୂର୍ବକ ବାହାର କରା ଯିବେ କିଅବା ସେମାନେ ଦୁବଲା ହୋଇ ହାରୀ ଯିବେ “ହୁଏ I * “ତରଳିବା “ର ଆକ୍ଷରିକ ଅର୍ଥ ହେଉଛି “ତରଳ ପଦାର୍ଥ ହେବା” କିଅବା “ତରଳିକୃତ କରିବା “କିଅବା “ତରଳ କରିବା ର କାରଣ ହେବା” I * ଅଲଗା ପ୍ରକାରେ ଅନୁବାଦ କଲେ ସାଙ୍କେତିକ ଅର୍ଥ “ତରଳିବା” କୁ “ସରଳ ହେବ” କିଅବା “ଦୁର୍ୱଳ” କିଅବା “ହାରୀ ଯିବା” ହୁଏ I
(ଆହୁରି ଦେଖନ୍ତୁ: ହୃଦୟ, ମିଥ୍ୟା ଇଶ୍ୱର, ରୁପ, ମୋହର)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1811, H2003, H2046, H3988, H4127, H4529, H4541, H4549, H5140, H5258, H5413, H6884, H8557, G3089, G5080
ତର୍ସା ବୃକ୍ଷ # ଦେବଦାରୁ ଜାତିୟ ବୃକ୍ଷ
ସଂଜ୍ଞା:
“ତର୍ସା ବୃକ୍ଷ ” ବାଇବଲ ସମୟରେ ଲୋକମାନେ ମୁଖ୍ୟତ ଭାବେ ଭୁମଧ୍ୟ ସାଗର ତିରରେ ଥିବା ଦେଶ ଗୁଡିକରେ ଦେବଦାରୁ ଜାତିୟ ବୃକ୍ଷ ପ୍ରଚୁର ଭାବେ ମିଳୁଥିଲା, * କୁପିୟ ଏବଂ ଲିବାନୋନ ଦୁଇଟି ସ୍ଥାନ ଯେଉଁଠି ଦେବଦାରୁ ଜାତୀୟ ଗଚ୍ଛ ଗୁଡିକ ବାଇଅବଲ ସମୟରେ ମିଳୁଥିଲା * ଏହି ଦେବଦାରୁ ଜାତୀୟ କାଷ୍ଠ ନୋହ ଜାହଜ ନିର୍ମାଣରେ ଲଗାଇଥିଲେ * ଯେହେତୁ ଦେବଦାରୁ ଜାତୀୟ କାଠ ସଳଖ ଓ ଦୀର୍ଘକାଳ ରହେ, ଏହି କାଠକୁ ପ୍ରାଚୀନ ଯୁଗର ଲୋକମାନେ ଜହାଜ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଥିଲେ
(ଦେଖ: ଜହାଜ, କୁପିୟ, ଝାଉଁ ଜାତୀୟ କାଠ, ଲିବାନୋନ
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H8645
ତୁଷ
ପରିଭାଷା:
ତୁଷ ଏକ ଶସ୍ୟ ମଞ୍ଜିର ଏକ ଶୁଖିଲା ପ୍ରତିରକ୍ଷା ଅଂଶ ଅଟେ | ତୁଷ ଖାଦ୍ୟ ପାଇଁ ଉପଯୋଗୀ ନୁହେଁ ତେଣୁ ଲୋକମାନେ ଏହାକୁ ମଞ୍ଜିରୁ ଅଲଗା କରି ଫିଙ୍ଗି ଦିଅନ୍ତି |
- ପ୍ରାୟତଃ, ଶସ୍ୟର ତୁଷକୁ ବାୟୁରେ ପକାଇ ଅଲଗା କରାଯାଏ | ପବନ ତୁଷକୁ ଉଡ଼ାଇ ଦିଏ ଏବଂ ମଞ୍ଜି ଭୂମିରେ ପଡେ | ଏହି ପ୍ରକ୍ରିୟାକୁ “କୁଲା କରିବା” କୁହାଯାଏ |
- ବାଇବେଲରେ, ଏହି ଶବ୍ଦକୁ ମନ୍ଦଲୋକ ଏବଂ ମନ୍ଦତା, ମୂଲ୍ୟହୀନ ପଦାର୍ଥ ପାଇଁ ବ୍ୟବହାର ହୋଇଛି |
(ଦେଖନ୍ତୁ: ଶସ୍ୟ, ଗହମ, ପାଛୁଡ଼ିବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H2842, H4671, H5784, H8401, G08920
ତୂରୀବାଦ୍ୟ, ତୂରୀବାଦକମାନେ
ପରିଭାଷା:
“ତୂରୀବାଦ୍ୟ” ଶବ୍ଦ ସଂଗୀତ ଉତ୍ପାଦନ ପାଇଁ କିମ୍ବା ଏକ ଘୋଷଣା କିମ୍ବା ସଭା ପାଇଁ ଲୋକମାନଙ୍କୁ ଏକାଠ ହେବାକୁ ଡାକିବା ପାଇଁ ଏକ ଉପକରଣକୁ ବୁଝାଏ। * ସାଧାରଣତଃ ଧାତୁ, ସମୁଦ୍ର ଖୋଳପା କିମ୍ବା ପଶୁ ଶିଙ୍ଗରୁ ଏକ ତୂରୀ ତିଆରି କରାଯାଉଥିଲା। * ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ଏବଂ ଇସ୍ରାଏଲର ସର୍ବସାଧାରଣ ସଭା ପାଇଁ ଏକାଠି କରିବାକୁ ପାଇଁ ତୂରୀଗୁଡ଼ିକ ସାଧାରଣ ଭାବରେ ବ୍ୟବହାର କରାଯାଉଥିଲା। * ପ୍ରକାଶିତ ପୁସ୍ତକ ଶେଷ ସମୟର ଏକ ଦୃଶ୍ୟକୁ ବର୍ଣ୍ଣନା କରେ ଯେଉଁଥିରେ ସ୍ୱର୍ଗଦୂତମାନେ ପୃଥିବୀରେ ଈଶ୍ଵରଙ୍କ କ୍ରୋଧର ସଙ୍କେତ ଦେବା ପାଇଁ ତୂରୀବାଦ୍ୟ ବଜାନ୍ତି।
(ଦେଖନ୍ତୁ: ଦୂତ, ସଭା, ପୃଥିବୀ, ତୂରୀ, ଇସ୍ରାଏଲ, କ୍ରୋଧ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2689, H2690, H3104, H7782, H8619, H8643, G45360, G45370, G45380
ଦଣ୍ଡ, ଦଣ୍ଡିତ, ଦଣ୍ଡବିଧାନ, ଅଦଣ୍ଡିତ
ପରିଭାଷା:
“ଦଣ୍ଡ” ଶବ୍ଦର ଅର୍ଥ ଜଣେ ବ୍ୟକ୍ତିକୁ ମନ୍ଦ କାର୍ଯ୍ୟ କରିଥିବା ହେତୁ ତାହାକୁ ଏକ ନକରାତ୍ମକ ପରିଣାମ ଭୋଗିବା ନିମନ୍ତେ ଦୁଃଖ ଦିଆଯିବାକୁଉ ବୁଝାଏ I “ଦଣ୍ଡବିଧାନ” ଶବ୍ଦ ସେହି ମନ୍ଦ ବ୍ୟବହାରର ଫଳସ୍ୱରୂପେ ଏକ ନକରାତ୍ମକ ପରିଣାମ ପ୍ରଦାନ କରିବା ବିଷୟକୁ ସୂଚାଏ I
- ଅନେକ ସମୟରେ ଦଣ୍ଡବିଧାନ ଜଣେ ବ୍ୟକ୍ତିକୁ ପାପ କରିବାରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ପ୍ରଣୋଦିତ ହୁଏ I
- ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଦଣ୍ଡ ଦେଲେ ଯେତେବେଳେ ସେମାନେ ଅବାଧ୍ୟ ହେଲେ; ବିଶେଷତଃ, ଯେତେବେଳେ ସେମାନେ ମିଥ୍ୟା ଦେବତାମାନଙ୍କର ପୂଜା ଆରାଧନା କଲେ I ସେମାନଙ୍କର ପାପ ହେତୁ, ଈଶ୍ୱର ସେମାନଙ୍କ ଶତ୍ରୁମାନଙ୍କୁ ଆକ୍ରମଣ କରିବାକୁ ଏବଂ ସେମାନଙ୍କୁ ଅଧିକାର କରିବାକୁ ଅନୁମତି ଦେଲେ I
- ଈଶ୍ୱର ଧାର୍ମିକ ଏବଂ ନ୍ୟାୟବାନ ଅଟନ୍ତି, ତେଣୁ ତାହାଙ୍କୁ ପାପକୁ ଦଣ୍ଡ ଦେବାକୁ ହେବ I ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି ଏବଂ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ ଅଟେ I
- ପ୍ରତ୍ୟେକ ମନୁଷ୍ୟ ଯେକୌଣସି ସମୟରେ କରିଥିବା ସମସ୍ତ ମନ୍ଦବିଷୟଗୁଡ଼ିକ ନିମନ୍ତେ ଯୀଶୁ ଦଣ୍ଡିତ ହେଲେ I ସେ ଯଦିଓ କୌଣସି ଭୁଲ କାର୍ଯ୍ୟ କରି ନଥିଲେ ଏବଂ କୌଣସି ଦଣ୍ଡବିଧାନର ଯୋଗ୍ୟ ନଥିଲେ ତଥାପି ସେ ପ୍ରତ୍ୟେକ ବ୍ୟକ୍ତିର ଦଣ୍ଡ ଆପଣା ଉପରେ ଗ୍ରହଣ କଲେ I
- “ଅଦଣ୍ଡିତ ହୋଇ ଯିବା” ଏବଂ “ଅଦଣ୍ଡିତ କରି ଛାଡିଦେବା” ଅର୍ଥ ଲୋକମାନଙ୍କୁ ସେମାନଙ୍କର ମନ୍ଦ କାର୍ଯ୍ୟ ହେତୁ ଦଣ୍ଡ ନ ଦେବା ନିମନ୍ତେ ସ୍ଥିର କରିବା ଅଟେ I ଈଶ୍ୱର ଅନେକ ସମୟରେ ପାପକୁ ଅଦଣ୍ଡିତ ହୋଇ ଚାଲିଯିବା ନିମନ୍ତେ ଅନୁମତି ଦିଅନ୍ତି କାରଣ ସେ ଲୋକମାନଙ୍କୁ ଅନୁତାପ କରିବା ନିମନ୍ତେ ଅପେକ୍ଷା କରନ୍ତି I (ଦେଖନ୍ତୁ: ନ୍ୟାୟ, ଅନୁତାପ, ଧାର୍ମିକ, ପାପ)
ବାଇବେଲ ପଦପର୍ବ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୧୩:୭ ଈଶ୍ୱର ମଧ୍ୟ ପାଳନ କରିବା ନିମନ୍ତେ ଅନ୍ୟାନ୍ୟ ଅନେକ ବ୍ୟବସ୍ଥାଗୁଡ଼ିକ ଏବଂ ନୀତିନିୟମ ଗୁଡ଼ିକ ପ୍ରଦାନ କଲେ I ଯଦି ଲୋକମାନେ ଏହି ବ୍ୟବସ୍ଥା ପାଳନ କଲେ, ଈଶ୍ୱର ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସୁରକ୍ଷା ପ୍ରଦାନ କରିବେ I ଯଦି ସେମାନେ ସେଗୁଡ଼ିକର ଅବାଧ୍ୟ ହେଲେ, ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ I
- ୧୬:୨ ଯେହେତୁ ଇସ୍ରାଏଲୀୟମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇ ଚାଲିଥିଲେ ଈଶ୍ୱର ସେମାନଙ୍କ ଶତ୍ରୁମାନଙ୍କୁ ଆକ୍ରମଣ କରିବାକୁ ଅନୁମତି ଦେଇ ସେମାନଙ୍କୁ ପରାସ୍ତ କଲେ I
- ୧୯:୧୬ ଭବିଷ୍ୟଦ୍ବକ୍ତାମାନେ ଲୋକମାନଙ୍କୁ ଚେତାବନୀ ଦେଲେ ଯେ ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ବନ୍ଦ ନ କରନ୍ତି ଏବଂ ଈଶ୍ୱର ବାଧ୍ୟତା ଆଚରଣ କରିବା ଆରମ୍ଭ ନ କରନ୍ତି, ତାହାହେଲେ ଈଶ୍ୱର ସେମାନଙ୍କୁ ଦୋଷୀ ବୋଲି ଗଣିତ କରିବେ, ଏବଂ ସେ ସେମାନଙ୍କୁ ଦଣ୍ଡ ଦେବେ I
- ୪୮:୬ ଯୀଶୁ ପ୍ରକୃତ ସିଦ୍ଧ ମହାଯାଜକ ଥିଲେ କାରଣ ସେ ପ୍ରତ୍ୟେକ ଲୋକର ପାପର ଦଣ୍ଡକୁ ଗ୍ରହଣ କଲେ I
- ୪୮:୧୦ ଯେତେବେଳେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ, ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିର ପାପକୁ ବହନ କରେ, ଏବଂ ଈଶ୍ୱରଙ୍କ ଦଣ୍ଡବିଧାନ ତାହାଠାରୁ ଅପସରି ଯାଏ I
- ୪୯:୯ କିନ୍ତୁ ଈଶ୍ୱର ଜଗତର ପ୍ରତ୍ୟେକ ବ୍ୟକ୍ତିକୁ ପ୍ରେମ କଲେ ଯେ ସେ ଆପଣାର ଏକ ମାତ୍ର ପୁତ୍ରଙ୍କୁ ଦାନ କଲେ ଯେପରି ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ତାହାର ପାପ ଗୁଡ଼ିକ ନିମନ୍ତେ ଦଣ୍ଡିତ ହେବ ନାହିଁ ମାତ୍ର ଅନନ୍ତ କାଳ ନିମନ୍ତେ ଈଶ୍ୱରଙ୍କ ସହିତ ବାସ କରିବ I
- ୪୯:୧୧ ଯୀଶୁ କଦାପି ପାପ କରି ନଥିଲେ, କିନ୍ତୁ ସେ ଦଣ୍ଡିତ ହେବାକୁ ମନୋନୀତ କଲେ ଏବଂ ଏକ ସିଦ୍ଧ ବଳି ଭାବରେ ମୃତ୍ୟୁ ଭୋଗିଲେ ଯେପରି ତୁମ୍ଭମାନଙ୍କର ପାପସବୁ ଏବଂ ଜଗତର ଥିବା ପ୍ରତ୍ୟେକ ବ୍ୟକ୍ତିର ପାପସବୁ ବହନ କରି ନେବେ I
ଶବ୍ଦବିନ୍ୟାସ:
- Strong’s: H3027, H3256, H4148, H4941, H5221, H5414, H6031, H6064, H6213, H6485, H7999, H8011, H8199, G13490, G15560, G15570, G28490, G38110, G50970
ଦଣ୍ଡାଧିକାରୀ, ଦଣ୍ଡାଧିକାରୀଗଣ
ସଂଜ୍ଞା:
ଏକ ଦଣ୍ଡାଧିକାରୀ ଜିଜୁକ୍ତି କରା ଯାଇ ଥିବା ଏକ ଅଫିସର ଅଟେ ଯେ ଏକ ବିଚାରପତି ପରି କାମ କରେ ଓ ନୀୟମ କାନୁନ ବିଷୟ ନିର୍ନୟ କରେ I * ବାଇବଲ ସମୟରେ, ଏକ ଦଣ୍ଡାଧିକାରୀ ଲୋକମାନଙ୍କ ମଧ୍ୟରେ ମତଭେଦ ବିଷୟରେ ନିର୍ନୟ ନିଏ I * ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କଲେ “ବିଚାରପତି “କିଅବା “ନୀୟମାନୁସାରେ ଅଫିସର” କିଅବା “ସହର ନେତା” ରୂପରେ ଅନୁବାଦ ହୋଇପାରେ I
(ଆହୁରି ଦେଖନ୍ତୁ: ବିଚାରପତି, ନୀୟମ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H6114, H8200, H8614, G758, G3980, G4755
ଦର୍ଶନ, ସ୍ୱପ୍ନରେ ଦେଖିବା
ସତ୍ୟ ଘଟଣାବଳୀ:
“ଦର୍ଶନ“ ଶବ୍ଦ ଜଣେ ବ୍ୟକ୍ତି ଦେଖୁଥିବା ବିଷୟକୁ ବୁଝାଏ I ଏହା ବିଶେଷ ଭାବରେ କିଛି ଅସାଧାରଣ କିମ୍ବା ଅଲୌକିକ ବିଷୟକୁ ବୁଝାଏ ଯାହା ଈଶ୍ଵର ଲୋକମାନଙ୍କୁ ଏକ ବାର୍ତ୍ତା ଦେବା ପାଇଁ ଦେଖାନ୍ତି I
- ସାଧାରଣତଃ, ଜଣେ ବ୍ୟକ୍ତି ଜାଗ୍ରତ ଥିବାବେଳେ ଦର୍ଶନ ଦେଖିଥାଏ | କିନ୍ତୁ, ବେଳେବେଳେ ଏକ ଦର୍ଶନକୁ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ସ୍ୱପ୍ନରେ ଦେଖେ I
- ଲୋକମାନଙ୍କୁ ଏପରି କିଛି ବିଷୟ କହିବାକୁ ଈଶ୍ଵର ଦର୍ଶନ ପଠାନ୍ତି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | ଉଦାହରଣ ସ୍ୱରୂପ, ପିତର ଅଣଯିହୂଦୀମାନଙ୍କୁ ସ୍ୱାଗତ କରନ୍ତୁ ଏହା ଈଶ୍ଵର ଚାହାଁନ୍ତି ବୋଲି ଏକ ଦର୍ଶନ ତାଙ୍କୁ ଦିଆଗଲା I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଏକ ଦର୍ଶନ ଦେଖିଲେ” ବାକ୍ୟାଂଶକୁ “ଈଶ୍ଵରଙ୍କଠାରୁ କିଛି ଅସାଧାରଣ ବିଷୟ ଦେଖାଗଲା” କିମ୍ବା “ଈଶ୍ଵର ତାଙ୍କୁ କିଛି ବିଶେଷ ବିଷୟ ଦେଖାଇଲେ” ବୋଲି ଅନୁବାଦ କରାଯାଇପାରେ I
- କେତେକ ଭାଷାରେ “ଦର୍ଶନ” ଏବଂ “ସ୍ୱପ୍ନ” ପାଇଁ ଅଲଗା ଶବ୍ଦ ଥାଇ ନ ପାରେ । ତେଣୁ “ଦାନିୟେଲଙ୍କ ମନରେ ସ୍ୱପ୍ନ ଏବଂ ଦର୍ଶନ ପାଇଲେ” ପରି ଏକ ବାକ୍ୟାଂଶକୁ “ଦାନିୟେଲ ଶୋଇଥିବା ସମୟରେ ସ୍ୱପ୍ନ ଦେଖିଲେ ଏବଂ ଈଶ୍ଵର ତାଙ୍କୁ ଅସାଧାରଣ ଦେଖାଇଲେ” ବୋଲି ଅନୁବାଦ କରାଯାଇପାରେ I
(ସ୍ୱପ୍ନ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2376, H2377, H2378, H2380, H2384, H4236, H4758, H4759, H7203, H7723, H8602, G37010, G37050, G37060
ଦଶ ଆଜ୍ଞା
ତଥ୍ୟଗୁଡିକ:
ଇସ୍ରାଏଲମାନେ କିଣାନ ଦେଶକୁ ଯାତ୍ରା କରୁଥିବା ସମୟରେ ଯେତେବେଳେ ମରୁଭୂମିରେ ବାସ କରୁଥିଲେ, ସେତେବେଳେ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ ଦଶ ଆଜ୍ଞା ଦେଇ ଆଦେଶ ଦେଇଥିଲେ I ଦୁଇଟି ବଡ ପ୍ରସ୍ତର ଫଳକରେ ସଦାପ୍ରଭୁ ଏହି ଆଜ୍ଞାଗୁଡିକ ଲେଖିଥିଲେ I * ସଦାପ୍ରଭୁ ଇସ୍ରାଏଲମାନଙ୍କୁ ପାଳନ କରିବା ନିମନ୍ତେ ଅନେକ ଆଜ୍ଞା ଦେଇଥିଲେ, କିନ୍ତୁ ଦଶ ଆଜ୍ଞା ବିଶେଷ ଆଜ୍ଞାଥିଲା, ଯାହାକି ସଦାପ୍ରଭୁଙ୍କୁ ପ୍ରେମ ଏବଂ ଉପାସନା କରିବାକୁ ଏବଂ ଅନ୍ୟ ଲୋକମାନଙ୍କୁ ପ୍ରେମ କରିବାକୁ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିବ I * ଏହି ଆଜ୍ଞାଗୁଡିକ ମଧ୍ୟ ତାଙ୍କର ଲୋକମାନଙ୍କ ସହିତ ଈଶ୍ୱରଙ୍କର ନୀୟମର ଏକ ଅଂଶଥିଲା I ଈଶ୍ୱରଙ୍କ ପ୍ରଦତ୍ତ ଆଜ୍ଞାଗୁଡିକ ପାଳନ କରିବା ଦ୍ୱାରା, ଇସ୍ରାଏଲମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ଏବଂ ସେମାନେ ଯେ ତାହାଙ୍କର ଅଟନ୍ତି, ତାହା ପ୍ରଦର୍ଶିତ କରୁଥିଲେ I * ପ୍ରସ୍ତର ଫଳକରେ ଲେଖା ଯାଇଥିବା ଆଜ୍ଞାଗୁଡିକ ନୀୟମ ସିନ୍ଦୁକରେ ରଖା ଯାଇଥିଲା, ଯାହାକି ଆବାସ ସ୍ଥଳର ପବିତ୍ର ସ୍ଥାନରେ ଏବଂ ପରବର୍ତ୍ତୀ ସମୟରେ ମନ୍ଦିରରେ ରଖାଯାଇଥିଲା I
(ଆହୁରି ମଧ୍ୟ ଦେଖ: ନୀୟମ ସିନ୍ଦୁକ, ଆଦେଶ, ନୀୟମ, ମରୁଭୂମି, ନୀୟମ, ବାଧ୍ୟ ବା ପାଳନ କରିବା, ସୀନୟ, ଉପାସନା)
ବାଇବଲ ପଦଗୁଡିକ:
ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:
- 13:07 ତା’ପରେ ଈଶ୍ୱର ଏହି ଦଶ ଆଜ୍ଞା ଦୁଇଟି ପ୍ରସ୍ତର ଫଳକରେ ଲେଖି ମୋଶାଙ୍କୁ ଦେଲେ I
- 13:13 ଯେତେବେଳେ ମୋଶା ପର୍ବତରୁ ଓହ୍ଲାଇଲେ ଏବଂ ପ୍ରତିମାକୁ ଦେଖିଲେ, ସେ ଏତେଦୂର କ୍ରୋଧାନ୍ୱିତ ହୋଇଥିଲେ ଯେ ସେ ପ୍ରସ୍ତର ଫଳକ ଉପରେ ଈଶ୍ୱରଙ୍କର ଲିଖିତ ଯେଉଁ ଦଶ ଆଜ୍ଞା ଦେଇଥିଲେ, ସେହି ପ୍ରସ୍ତର ଫଳକକୁ ଭାଙ୍ଗି ଚୁରମାର୍ କରିଦେଲେ I
- 13:15 ମୋଶା ଯେଉଁ ଫଳକକୁ ଭାଙ୍ଗି ଦେଇଥିଲେ, ତାହାର ପରିବର୍ତ୍ତେ ଏକ ନୂତନ ପ୍ରସ୍ତର ଫଳକରେ ଏହି __ଦଶ ଆଜ୍ଞାକୁ__ଲେଖିଲେ I
ବୋର୍ଡ ଡାଟା :
- Strong's: H1697, H6235
ଦଶମ, ଦଶମାଂଶ
ପରିଭାଷା:
“ଦଶମ” ଏବଂ “ଦଶମାଂଶ” ଶବ୍ଦ ଏକ ବ୍ୟକ୍ତିର “ଦଶଭାଗ” କିମ୍ୱା “ଦଶଭାଗରୁ ଏକ ଭାଗ” ଶସ୍ୟ କିମ୍ୱା ପଶୁସମ୍ପଦ, କିମ୍ୱା ଅନ୍ୟାନ୍ୟ ସମ୍ପତ୍ତିକୁ ବୁଝାଏ, ଯାହା ଈଶ୍ୱରଙ୍କୁ ଦିଆଯାଇଛି I
- ପୂରାତନ ନିୟମରେ, ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଆଦେଶ ଦେଇଥିଲେ ଯେ, ସେମାନେ ସେମାନଙ୍କର ସମସ୍ତ ସମ୍ପତ୍ତିର ଦଶଭାଗ ଈଶ୍ୱରଙ୍କୁ ଦାନ ଏବଂ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ପୃଥକ୍ କରିବେ I
- ଏହି ଦାନଗୁଡ଼ିକ ଇସ୍ରାଏଲର ଲେବୀୟ ବଂଶକୁ ସାହାଯ୍ୟ କରିବା ନିମନ୍ତେ ବ୍ୟବହାର ହେଉଥିଲା ଯେଉଁମାନେ କି ଇସ୍ରାଏଲର ଆବାସସ୍ଥଳ ଏବଂ ପରବର୍ତ୍ତୀ ସମୟରେ ମନ୍ଦିରର ଯାଜକଗଣ ଏବଂ ତତ୍ତ୍ୱାବଧାରକ ଭାବରେ ସେବା କରୁଥିଲେ I
- ନୂତନ ନିୟମରେ, ଈଶ୍ୱର ଦଶମାଂଶ ଦେବା ଆବଶ୍ୟକ କରନ୍ତି ନାହିଁ, କିନ୍ତୁ ଏହା ପରିବର୍ତ୍ତେ, ସେ ବିଶ୍ୱାସୀମାନଙ୍କୁ ପରାମର୍ଶ ଦିଅନ୍ତି ଯେ ସେମାନେ ହୃଷ୍ଟ ଚିତ୍ତରେ ଏବଂ ଆନନ୍ଦ ମନରେ ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକ ସମୟରେ ସାହାଯ୍ୟ କରିବେ ଏବଂ ଖ୍ରୀଷ୍ଟିୟ ସେବାକାର୍ଯ୍ୟକୁ ସମର୍ଥନ କରିବେ I
- ଏହାକୁ “ଏକ-ଦଶମାଂଶ” କିମ୍ୱା “ଦଶଭାଗରୁ ଏକ ଭାଗ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ବିଶ୍ୱାସ, ଇସ୍ରାଏଲ, ଲେବୀୟ, ପଶୁ ସମ୍ପଦ, ମଲକିଷେଦକ୍, ସେବକ, ବଳିଦାନ, ଆବାସ ତମ୍ୱୁ, ମନ୍ଦିର: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4643, H6237, H6241, G05860, G11810, G11830
ଦାଗ, ନିଖୁଣ, ତ୍ରୁଟି
ତଥ୍ୟବଳୀ:
“ଦୋଷ” ଶବ୍ଦ ଏକ ପଶୁ କିମ୍ବା ବ୍ୟକ୍ତି ଉପରେ ଶାରୀରିକ ତ୍ରୁଟି ବା ଅସମ୍ପୂର୍ଣ୍ଣତାକୁ ବୁଝାଏ । ଏହା ଲୋକମାନଙ୍କ ମଧ୍ୟରେ ଆତ୍ମିକ ଅସମ୍ପୂର୍ଣ୍ଣତା ଏବଂ ଦୋଷକୁ ମଧ୍ୟ ସୂଚାଇପାରେ । * କେତେକ ବଳିଦାନ ପାଇଁ, ଈଶ୍ଵର ଇସ୍ରାଏଲୀୟମାନଙ୍କୁ କୌଣସି ଦୋଷ କିମ୍ବା ତ୍ରୁଟି ନଥିବା ପଶୁ ଅର୍ପଣ କରିବାକୁ ନିର୍ଦ୍ଦେଶ ଦେଲେ । * କୌଣସି ପାପ ବିନା ଯୀଶୁ ଖ୍ରୀଷ୍ଟ କିପରି ସମ୍ପୂର୍ଣ୍ଣ ବଳିଦାନ ହେଲେ ତାହାର ଏହା ଏକ ଚିତ୍ର ଅଟେ । * ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନେ ତାଙ୍କ ରକ୍ତ ଦ୍ୱାରା ସେମାନଙ୍କର ପାପରୁ ମୁକ୍ତ ଏବଂ ନିଖୁଣ ବୋଲି ବିବେଚନା କରାଯାଆନ୍ତି । * ଏହି ଶବ୍ଦର ଅନୁବାଦ ପ୍ରସଙ୍ଗ ଉପରେ ନିର୍ଭର କରି “ତ୍ରୁଟି” କିମ୍ବା “ଅସମ୍ପୂର୍ଣ୍ଣତା” କିମ୍ବା “ପାପ” ବୋଲି କରାଯାଇପାରେ ।
(ଏହା ମଧ୍ୟ ଦେଖନ୍ତୁ: ବିଶ୍ୱାସ, ପରିଷ୍କାର, ବଳିଦାନ, ପାପ)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3971, H8400, H8549, G34700
ଦାନ
ପରିଭାଷା:
’’ଦାନ’’ ଶବ୍ଦଟି ‘’ଟଙ୍କା’’, ‘’ଖାଦ୍ୟ’’, କିମ୍ୱା ଅନ୍ୟାନ୍ୟ ବିଷୟ ଯାହା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଦିଆଯାଇଥାଏ ତାହାକୁ ବୁଝାଏ I
- ଅନେକ ସମୟରେ ଦାନ ଦେବା ବିଷୟଟି ଲୋକମାନଙ୍କ ସମ୍ମୁଖରେ ଧାର୍ମିକତା ନିମନ୍ତେ ଧର୍ମର କର୍ତ୍ତବ୍ୟ ଭାବେ ଦେଖାଯାଇଥାଏ I
- ଯୀଶୁ କହିଲେ, ସର୍ବସାଧାରଣ ସମ୍ମୁଖରେ ଲୋକ ଦେଖାଇବା ପାଇଁ ଦାନ ଦେବା ଉଚିତ୍ ନୁହଁ I
- ଏହି ଶବ୍ଦକୁ ‘’ଟଙ୍କା’’ କିମ୍ୱା ‘’ଗରିବ ଲୋକମାନଙ୍କୁ ଦାନ’’ କିମ୍ୱା ‘’ଗରିବମାନଙ୍କ ପାଇଁ ସାହାଯ୍ୟ’’ ବୋଲି ଅନୁବାଦ କରାଯାଇପାରିବ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: G16540
ଦାନବ, ଦାନବଗଣ
ସଂଜ୍ଞା:
“ଦାନବ” ଶବ୍ଦ ତାହାକୁ ଦର୍ଶାଏ ଯେ ସାଧାରଣ ଭାବରେ ଯେ ଅତି ଉଚ ଓ ବଳବାନ ଅଟେ I * ଗୋଲିଆଥ, ଗୋଟିଏ ପଲେଷ୍ଟିୟ ଯୋଦ୍ଧା ଯେ ଦାଉଦ ସହିତ ଯୁଦ୍ଧ କରିଥିଲା, ତାହାକୁ ଏକ ଦାନବ କୁହାଯାଉଥିଲା କାରଣ ସେ ଅତି ଉଚ୍ଚ, ବଡ଼ ଓ ବଳବାନଥିଲା I * ଇସ୍ରାଏଲର ଯେ ଛିଦ୍ର ଅନୁସନ୍ଧାନ କରିବାକୁ କିଣାନ ଦେଶକୁ ଯାଇଥିଲେ ଏବଂ କହିଲେ ଯେ ସେହିଠାରେ ଯେଉଁମାନେ ରହୁଅଛନ୍ତି ଦାନବ ପରିଥିଲେ I
(ଆହୁରି ଦେଖନ୍ତୁ: କିଣାନ, ଗୋଲିଆଥ, ପଲେଷ୍ଟିୟ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1368, H5303, H7497
ଦାୟିତ୍ୱ ନ୍ୟସ୍ତ କରିବା, ନ୍ୟସ୍ତ କରିବା, କାର୍ଯ୍ୟ, ପୁନଃ ନ୍ୟସ୍ତ
ତଥ୍ୟ:
“କାର୍ଯ୍ୟନ୍ୟସ୍ତ” କିମ୍ବା “ନ୍ୟସ୍ତ” ଶବ୍ଦ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କାହାକୁ ନିଯୁକ୍ତ କରିବାକୁ କିମ୍ବା ଏକ ବା ଏକାଧିକ ଲୋକମାନଙ୍କୁ କାର୍ଯ୍ୟ ପ୍ରଦାନ କରାଯିବାକୁ ବୁଝାଏ । * ଭବିଷ୍ୟଦ୍ବକ୍ତା ଶାମୁୟେଲ ଭବିଷ୍ୟବାଣୀ କରିଥିଲେ ଯେ ରାଜା ଶାଉଲ ଇସ୍ରାଏଲର ସର୍ବୋତ୍ତମ ଯୁବକମାନଙ୍କୁ ସେନାରେ ସେବା କରିବା ପାଇଁ ନିଯୁକ୍ତ କରିବେ। * ମୋଶା ଇସ୍ରାଏଲର ବାରଟି ଗୋଷ୍ଠୀର ପ୍ରତ୍ୟେକଙ୍କୁ କିଣାନ ଦେଶର ଏକ ଅଂଶ ସେମାନଙ୍କ ପାଇଁ “ନ୍ୟସ୍ତ” କଲେ। * ପୁରାତନ ନିୟମ ନିୟମ ଅନୁସାରେ ଇସ୍ରାଏଲର କେତେକ ଜନଜାତି ଯାଯକ, କଳାକାର, ଗାୟକ ଏବଂ ନିର୍ମାଣକାରୀ ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ ହୋଇଥିଲେ। * ପ୍ରସଙ୍ଗ ଉପରେ ଅଧାର କରି, “ନ୍ୟସ୍ତ” ଶବ୍ଦକୁ “ଦେବା” କିମ୍ବା “ନିଯୁକ୍ତ” କିମ୍ବା “କାର୍ଯ୍ୟ ପାଇଁ ନିଯୁକ୍ତ” ଭାବରେ ଅନୁବାଦ କରାଯାଇପାରେ । * “ନିଯୁକ୍ତ” ଶବ୍ଦକୁ “ନିଯୁକ୍ତ କରିବା” କିମ୍ବା “କାର୍ଯ୍ୟ ଦିଆଯିବା” ଭାବରେ ଅନୁବାଦ କରାଯାଇପାରେ ।
(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିପାରିବେ)
(ଦେଖନ୍ତୁ: ନିଯୁକ୍ତ, ଶାମୁୟେଲ, ଶାଉଲ (OT))
ବାଇବେଲ ପଦପର୍ବ:
Word Data:
- Strong’s: H2506, H3335, H4487, H4941, H5157, H5307, H5414, H5596, H5975, H6485, H7760, G33070
ଦୀପକ
ପରିଭାଷା:
“ଦୀପକ” ଶବ୍ଦ ସାଧାରଣତଃ ଆଲୋକ ଉତ୍ପନ କରୁଥିବା ଏକ ବସ୍ତୁକୁ ବୁଝାଏ I ବାଇବେଲ ସମୟରେ ଦୀପକ ତେଲରେ ବ୍ୟବହୃତ ହେଉଥିଲା I
ବାଇବେଲ ସମୟରେ ବ୍ୟବହାର କରାଯାଉଥିବା ଦୀପକ ଏକ ଛୋଟ ବସ୍ତୁ ଥିଲା ଯେଉଁଥିରେ ତେଲ ରଖି ଏହାକୁ ଜଳେଈ ଆଲୋକ ଉତ୍ପନ କରାଯାଉଥିଲା I
- ଏକ ସାଧାରଣ ତେଲର ଦୀପକ ଏକ ସାଧାରଣ ମାଟି ପାତ୍ରରେ ଜୀତ ତେଲ ବ୍ୟବହାର କରାଯାଉଥିଲା, ଏକ ସଳିତା ତେଲରେ ଜଳିବା ନିମନ୍ତେ ବ୍ୟବହାର କରାଯାଉଥିଲା I
-
କେତେକ ଦିପକରେ, ପାତ୍ର ଅଣ୍ଡାକାର ଥିଲା ଯାହାକୁ ଏକ ପଟରେ ସଳିତା ଧରିବା ନିମନ୍ତେ ବ୍ୟବହାର କରାଯାଉଥିଲା I
-
ଏକ ଦୀପକକୁ ଉଠାଇ ନିଆଯାଇପାରେ କିମ୍ବା ଏକ ସ୍ଥାନରେ ରଖାଯାଇପାରେ ଯାହା ଫଳରେ ଏହା ଆଲୋକ ଉତ୍ପନ କରି ସମଗ୍ର ଗୃହକୁ ଆଲୋକିତ କରେ I
- ଧର୍ମଶାସ୍ତ୍ରରେ ଦୀପକକୁ ଅନେକ ପ୍ରକାରେ ସାଙ୍କେତିକ ଅର୍ଥରେ ଆଲୋକ ଓ ଜୀବନ ନିମନ୍ତେ ବ୍ୟବହାର କରାଯାଇଛି I
(ଦେଖନ୍ତୁ: ଦିପ, [ଜୀବନ (https://create.translationcore.com/kt/life.md), ଆଲୋକ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3940, H3974, H4501, H5215, H5216, G29850, G30880
ଦୀପରୁଖା
ପରିଭାଷା:
ବାଇବେଲରେ, “ଦିପରୁଖା” ଶବ୍ଦ ସାଧାରଣ ଭାବରେ ଏକ ପ୍ରକାର ବସ୍ତୁର ଗଠନ ପ୍ରଣାଳୀ ଯାହା ଉପରେ ଏକ ଦୀପକୁ ରଖାଯାଏ ବିଶେଷ କରି ଗୃହକୁ ଆଲୋକିତ କରିବାକୁ ରଖାଯାଏ, ବୁଝାଏ I
-
ଏକ ସାଧାରଣ ଦୀପରୁଖାରେ ଏକ ଦୀପ ଆଉ ମାଟିରେ ନିର୍ମିତ, କାଠ କିମ୍ବା ଧାତୁ (ଯେପରି କି ସୁନା, ରୁପା, କଂସା) ଅଟେ I
-
ଯିରୂଶାଲମ ମନ୍ଦିରରେ ଏକ ବିଶେଷ ସୁନାରେ ନିର୍ମିତ ଦୀପରୁଖା ଥିଲା ଯାହାର ସାତଟି ସାଖାଥିଲା ଯେଉଁଠି ସାତଟି ଦୀପ ରଖା ଯାଇପାରେ I
ଅନୁବାଦ ପ୍ରସ୍ତାବଗୁଡ଼ିକ
- ଏହି ଶବ୍ଦକୁ “ଦୀପପିଠ” କିମ୍ବା “ଏକ ଗଠନ ପ୍ରଣାଳୀ ଯାହା ଦୀପ ଧରି ରଖେ” କିମ୍ବା “ଦୀପ ଧରାଳୀ” ବୋଲି ଅନୁବାଦ କରାଯାଇପାରେ I
- ମନ୍ଦିର ଦୀପରୁଖା ପାଇଁ “ସାତ ଦିପର ଦିପରୁଖା” କିମ୍ବା “ସାତ ଦୀପ ନିମନ୍ତେ ସୁନାର ପାଦପିଠ“ ବୋଲି ଅନୁବାଦ କରାଯାଇପାରେ I
- ବାଇବେଲ ଅନୁଛେଦ ସହ ପ୍ରଯୁଜ୍ୟ ପ୍ରାସଙ୍ଗରେ ଏକ ସାଧାରଣ ଦୀପରୁଖାର ଚିତ୍ର ଓ ସାତଟି ସାଖା ଦୀପରେଖାର ଚିତ୍ର ଅନ୍ତର୍ଭୁକ୍ତ କରି ଅନୁବାଦ କରିବା ସାହାଯ୍ୟକାରୀ ହୋଇପାରେ I
(ଦେଖନ୍ତୁ: କଂସା, ସୁନା, ଦୀପ, ଆଲୋକ, ରୁପା, ମନ୍ଦିର)
ବାଇବେଲ ପଦପର୍ବ:
- ଦାନିୟେଲ ୫:୫-୬
- ଯାତ୍ରାପୁସ୍ତକ ୩୭:୧୭
- ମାର୍କ ୪:୨୧-୨୩
- ମାଥିଉ ୫:୧୫-୧୬
- ପ୍ରକାଶିତ ବାକ୍ୟ ୧:୧୨-୧୩
- ପ୍ରକାଶିତ ବାକ୍ୟ ୧:୨୦
ଶବ୍ଦବିନ୍ୟାସ:
- Strong’s: H4501, G30870
ଦୁଃଖରେ ମୃଦୁ ଗର୍ଜନ, ଦୁଃଖରେ ମୃଦୁ ଗର୍ଜନମାନ, ଦୁଖରେ ମୃଦୁ ଗର୍ଜନ କଲେ, ଦୁଖରେ ମୃଦୁ ଗର୍ଜନ କରିବା, ଦୁଖରେ ମୃଦୁ ଗର୍ଜନ କରନ୍ତି
ସଂଜ୍ଞା:
“ଦୁଖରେ ମୃଦୁ ଗର୍ଜନ କରିବା” ବାକ୍ୟାଂଶ ଟି ଏକ ଗଭୀର, ତଳ ଶବ୍ଦ ଯାହା ଶାରୀରିକ କିଅବା ଦଲିତ ଭାବନାକୁ ଦର୍ଶାଏ I ଏହା ଧ୍ୱନି ହୋଇପାରେ କେହି ବିନା ଶବ୍ଦରେ କହେ I * ଗୋଟିଏ ବ୍ୟକ୍ତି ଶୋକାତୁର ଅନୁଭବ ହେତୁ ମୃଦୁ ଗର୍ଜନ କରିପାରେ I * ଦୁଃଖରେ ମୃଦୁ ଗର୍ଜନ କାରଣ ଭୟାନାକ ଅନୁଭବ, କଠୋର ବୋଝ ହୋଇପାରେ I * ଅଲଗା ପ୍ରକାରେ ଦୁଃଖରେ ମୃଦୁ ଗର୍ଜନକୁ ଅନୁବାଦ କଲେ “ଯନ୍ତ୍ରଣାରେ ଧିରେ ଧିରେ କାନ୍ଦିବା “କିଅବା “ଅତି ଶୋକାତୁର ହେବ” ହୋଇପାରେ I * ଏକ ବିଷେଶ୍ୟ ରୂପରେ ଏହାକୁ ଅନୁବାଦ କଲେ “କ୍ଲେଶରେ ଧିରେ ଧିରେ କାନ୍ଦିବା “କିଅବା “ଅତି ଦୁଖ ଓ ଯନ୍ତ୍ରଣାରେ ଗୁଣୁ ଗୁଣୁ କରିବା “ହୋଇପାରେ I
(ଆହୁରି ଦେଖନ୍ତୁ: କ୍ରନ୍ଦନ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H584, H585, H602, H603, H1901, H1993, H5008, H5009, H5098, H5594, H7581, G1690, G4726, G4727, G4959
ଦୁର୍ଗ, ଉଚ୍ଚ ଗଡ଼
ପରିଭାଷା:
“ଦୁର୍ଗ” ଶବ୍ଦ “ଏକ ଉଚ୍ଚ ଗଠନକୁ ବୁଝାଏ ଯେଉଁଠାରୁ ସୁରକ୍ଷାକର୍ମୀ କୌଣସି ବିପଦକୁ ଦେଖିପାରିବେ I ଏହି ଦୁର୍ଗଗୁଡ଼ିକ ପ୍ରାୟତଃ ପଥରରେ ତିଆରି ହେଉଥିଲା I
- ଅନେକ ସମୟରେ ମାଲିକମାନେ ବେଳେବେଳେ ଦୁର୍ଗ ନିର୍ମାଣ କରୁଥିଲେ ଯେଉଁଥିରୁ ସେମାନେ ସେମାନଙ୍କର ଫସଲକୁ ଜଗି ରହି ଚୋରି ହେବାରୁ ରକ୍ଷା କରିପାରୁଥିଲେ I
- ଉଚ୍ଚ ଗଡ଼ଗୁଡ଼ିକରେ ପ୍ରାୟତ କୋଠରୀ ଅନ୍ତର୍ଭୁକ୍ତ ଥିଲା ଯେଉଁଠାରେ ପ୍ରହରୀ ବା ପରିବାର ରହୁଥିଲେ, ଯାହାଫଳରେ ସେମାନେ ଦିନରାତି ଫସଲକୁ ଜଗି ରହିପାରୁଥିଲେ I
- ସହରଗୁଡ଼ିକ ପାଇଁ ଦୁର୍ଗଗୁଡ଼ିକ ସହରର କାନ୍ଥଠାରୁ ଅଧିକ ଉଚ୍ଚରେ ନିର୍ମିତ ହେଉଥିଲା ଯାହାଦ୍ୱାରା ସୁରକ୍ଷାକାରୀମାନେ କୌଣସି ଶତ୍ରୁ ସହର ଉପରେ ଆକ୍ରମଣ କରିବାକୁ ଆସୁଛନ୍ତି କି ନାହିଁ ଦେଖିପାରିବେ I
- ଶତ୍ରୁମାନଙ୍କଠାରୁ ସୁରକ୍ଷାର ପ୍ରତୀକ ଭାବରେ “ଦୁର୍ଗ” ଶବ୍ଦ ମଧ୍ୟ ବ୍ୟବହୃତ ହୁଏ I (ଦେଖନ୍ତୁ: ରୂପକ)
(ପ୍ରତିଦ୍ୱନ୍ଦୀ, ଜଗିବା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0803, H0971, H0975, H1785, H2918, H4026, H4029, H4692, H4707, H4869, H6076, H6438, H6836, G44440
ଦୁର୍ଗ, ଦୃଢ଼ ଦୁର୍ଗ, ଦୁର୍ଗ, ଆଶ୍ରୟସ୍ଥଳ
ସଂଜ୍ଞା:
“ଦୁର୍ଗ” ଶବ୍ଦ ଏବଂ “ଦୃଢ଼ ଦୁର୍ଗ” ଉଭୟ ସ୍ଥାନକୁ ବୁଝାଏ ଯାହା ଶତ୍ରୁ ସେନାମାନଙ୍କ ଆକ୍ରମଣରୁ ଭଲ ଭାବରେ ସୁରକ୍ଷିତ ରଖେ । ଏକ “ଆଶ୍ରୟସ୍ଥଳ” ଏକ ନଗର ଭିତରେ ଥିବା ଏକ ଦୁର୍ଗ ଅଟେ । “ଦୁର୍ଗ” ଶବ୍ଦ ଏକ ନଗର କିମ୍ବା ଅନ୍ୟ ସ୍ଥାନକୁ ବର୍ଣ୍ଣନା କରେ ଯାହା ଆକ୍ରମଣରୁ ସୁରକ୍ଷିତ ଥାଏ । * ପ୍ରାୟ ସମୟରେ ଦୃଢ଼ ଦୁର୍ଗ ଏବଂ ଦୁର୍ଗଗୁଡ଼ିକ ପ୍ରତିରକ୍ଷା କାନ୍ଥ ସହ ମନୁଷ୍ୟକୃତ ଥିଲା । ସେଗୁଡ଼ିକ ପ୍ରାକୃତିକ ପ୍ରତିରକ୍ଷା ପ୍ରତିବନ୍ଧକ ସହ ପଥର ଶିଳା କିମ୍ବା ଉଚ୍ଚ ପର୍ବତ ଭଳି ସ୍ଥାନରେ ଅବସ୍ଥିତ ଥିଲା । * ଲୋକମାନେ ମୋଟା କାନ୍ଥ କିମ୍ବା ଅନ୍ୟାନ୍ୟ ସଂରଚନା ନିର୍ମାଣ କରି ଦୁର୍ଗକୁ ଦୃଢ଼ କରୁଥିଲେ ଯାହା ଶତ୍ରୁ ପ୍ରତି ଭାଙ୍ଗିବା କଷ୍ଟକର ଥିଲା । * “ଦୁର୍ଗ” କିମ୍ବା “ଦୁର୍ଗ” ଶବ୍ଦକୁ “ସୁରକ୍ଷିତ ସ୍ଥାନ” କିମ୍ବା “ଦୃଢ଼ ଭାବରେ ସୁରକ୍ଷିତ ସ୍ଥାନ” ଭାବରେ ଅନୁବାଦ କରାଯାଇପାରେ । * “ଦୁର୍ଗ ନଗର” ଶବ୍ଦକୁ “ସୁରକ୍ଷିତ ଭାବରେ ସୁରକ୍ଷିତ ନଗର” କିମ୍ବା “ଦୃଢ଼ ଭାବରେ ନିର୍ମିତ ନଗର” ଭାବରେ ଅନୁବାଦ କରାଯାଇପାରେ । * “ଦୃଢ଼ ଗଡ଼” ଶବ୍ଦର ଅନ୍ୟ ଏକ ସାଙ୍କେତିକ ଅର୍ଥ ଏପରି ଏକ ବିଷୟକୁ ସୂଚାଇଥାଏ ଯାହାକୁ ସୁରକ୍ଷା ପାଇଁ କେହି ଭୁଲ୍ ଭାବରେ ବିଶ୍ଵାସ କରିଥିଲେ, ଯେପରିକି ମିଥ୍ୟା ଦେବତା କିମ୍ବା ସଦାପ୍ରଭୁଙ୍କ ବଦଳରେ ପୂଜା କରାଯାଉଥିବା ଅନ୍ୟ ଜିନିଷ । ଏହାକୁ “ମିଥ୍ୟା ଦୁର୍ଗ” ଭାବରେ ଅନୁବାଦ କରାଯାଇପାରେ । * ଏହି ଶବ୍ଦଟି “ଆଶ୍ରୟସ୍ଥଳ” ଠାରୁ ଭିନ୍ନ ଭାବରେ ଅନୁବାଦ କରାଯିବା ଉଚିତ, ଯାହା ସୁରକ୍ଷିତ ହେବାର ସଂକଳ୍ପ ଅପେକ୍ଷା ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥାଏ ।
(ଆହୁରି ଦେଖନ୍ତୁ: ମିଥ୍ୟା ଦେବତା, ମିଥ୍ୟା ଦେବତା, ସୁରକ୍ଷା, ଯିହୋବା)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H0490, H0553, H0759, H1001, H1002, H1003, H1219, H1225, H2388, H4013, H4026, H4581, H4526, H4679, H4685, H4686, H4692, H4694, H4869, H5794, H5797, H5800, H6438, H6877, H7682, G37940, G39250
ଦୁର୍ଭାଗ୍ୟ
ସଂଜ୍ଞା:
“ଦୁର୍ଭାଗ୍ୟ” ଶବ୍ଦଟି ଆବେଦନ ବା ଏଡାଇବାର ସମ୍ଭାବ୍ୟ ନ ଥିବା ସହ ଗୋଟିଏ ଦଣ୍ଡର ବିଚାରକୁ ବୁଝାଏ । * ଇସ୍ରାଏଲର ଦେଶଭାବେ ବାବିଲୋନ୍ ମଧ୍ୟରେ ବନ୍ଦୀତ୍ତ୍ୱ ହୋଇ ନିଆଯାଇଥିଲା, ଭବିଷ୍ୟତବକ୍ତା ଯିହିଜିକଲ କହିଲେ, “ଦୁର୍ଭାଗ୍ୟ ସେମାନଙ୍କ ଉପରେ ଆସିଅଛି ।“ * ପ୍ରସଙ୍ଗର ଅନୁଯାୟୀ, ଏହି ଶବ୍ଦ “ବିପତ୍ତି” ବା “ଦଣ୍ଡ” ବା “ଆଶାଶୂନ୍ୟ ପତନ” ରୂପେ ଅନୁବାଦ କରିପାରିବା ।
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H1820, H3117, H6256, H6843, H8045
ଦୁଷ୍କର୍ମକାରୀ, ଦୁଷ୍କର୍ମ
ପରିଭାଷା:
ପାପୀ ଏବଂ ଦୁଷ୍ଟ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ “ଦୁଷ୍କର୍ମକାରୀ” ଶବ୍ଦ ଏକ ସାଧାରଣ ଶବ୍ଦ ଅଟେ । * ଯେଉଁମାନେ ଈଶ୍ଵରଙ୍କୁ ମାନନ୍ତି ନାହିଁ ସେମାନଙ୍କ ପାଇଁ ଏହା ଏକ ସାଧାରଣ ଶବ୍ଦ ମଧ୍ୟ ହୋଇପାରେ । * ଏହି ଶବ୍ଦଟିକୁ “ମନ୍ଦ” ବା “ଦୁଷ୍ଟ” ଶବ୍ଦ ବ୍ୟବହାର କରି “କରିବା” କିମ୍ବା “ତିଆରି” କିମ୍ବା “କାରଣ ହେବା” ଶବ୍ଦ ସହ ଅନୁବାଦ କରାଯାଇପାରେ । (ଏହା ମଧ୍ୟ ଦେଖନ୍ତୁ: ମନ୍ଦ)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0205, H6213, H6466, H7451, H7489, G00930, G04580, G20380, G20400, G25550
ଦେଶ
ପରିଭାଷା:
ଏକ ଦେଶ ଏକ ବୃହତ ଗୋଷ୍ଠୀ ଯାହାକି କେତେକ ନିୟମ ଶାସନନୁସାରେ ପରିଚାଳିତ ହୁଏ I ଏକ ଦେଶର ଲୋକମାନଙ୍କର ପ୍ରାୟତଃ ସମାନ ପୂର୍ବଜ ଥାଆନ୍ତି ଏବଂ ଏକ ଜାତିର ଅଂଶୀଦାର ହୁଅନ୍ତି I
-
ଏକ “ଦେଶର” ସାଧାରଣତଃ ଏକ ସୁ-ପରିଭାଷିତ ସଂସ୍କୃତି ଏବଂ ଭୂମିର ସୀମା ଥାଏ I
-
ବାଇବେଲରେ, ଗୋଟିଏ “ଦେଶ” ର ଅର୍ଥ ଗୋଟିଏ ଦେଶ (ମିସର ଏବଂ ଇଥୋପିଆ ପରି) ହୋଇପାରେ, କିନ୍ତୁ ଏହା ସାଧାରଣତଃ ଏକ ଲୋକ ଦଳକୁ ବୁଝାଏ, ମୁଖ୍ୟତଃ ବହୁବଚନ ଭାବରେ ଯେତେବେଳେ ବ୍ୟବହାର ହୁଏ I ଏହାକୁ ପ୍ରସଙ୍ଗ ଅନୁସାରେ ଅନୁବାଦ କରନ୍ତୁ I
-
ବାଇବେଲରେ ଥିବା ଦେଶଗୁଡ଼ିକରେ ଇସ୍ରାଏଲୀୟ, ପଲେଷ୍ଟୀୟମାନେ, ଅଶୂରୀୟମାନେ, ବାବିଲୀୟମାନେ, କିଣାନୀୟମାନେ, ରୋମୀୟମାନେ ଏବଂ ଗ୍ରୀକମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ I
-
ବେଳେବେଳେ “ଦେଶ” ଶବ୍ଦକୁ ଆଳଙ୍କାରିକ ଭାବେ ବ୍ୟବହାର କରାଯାଏ ଯାହା ଏକ ନିର୍ଦ୍ଧିଷ୍ଟ ଲୋକ ଦଳର ପୂର୍ବପୁରୁଷମାନଙ୍କୁ ବୁଝାଏ, ଯଥା ଯେତେବେଳେ ଈଶ୍ୱର ରିବିକାଙ୍କୁ କହିଲେ ଯେ ତାହାର ଜନ୍ମଗ୍ରହଣ କରି ନଥିବା ସନ୍ତାନମାନେ “ଦେଶ” ହେବେ ଯେଉଁମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବେ ଏହାକୁ “ଦୁଇଟି ଦେଶରର ପ୍ରତିଷ୍ଠାତା” କିମ୍ୱା “ଦୁଇଟି ଲୋକ ଦଳଗୁଡ଼ିକର ପୂର୍ବଜ” ବୋଲି ଅନୁବାଦ କରାଯାଇପାରେ I
-
“ଦେଶ” ଶବ୍ଦର ଅନୁବାଦ ବେଳେବେଳେ “ଅଣଯିହୁଦୀମାନଙ୍କ” କିମ୍ୱା ଲୋକମାନେ ଯିଏ ଯିହୋବାଙ୍କୁ ଉପାସନା କରନ୍ତି ନାହିଁ ସେମାନଙ୍କ ପାଇଁ ବ୍ୟବହାର ହୁଏ I ଏହାର ଅର୍ଥକୁ ପ୍ରସଙ୍ଗ ପ୍ରାୟ ସ୍ପଷ୍ଟ କରିଥାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗକୁ ଅଧାର କରି, “ଦେଶ” ଶବ୍ଦକୁ “ଲୋକଦଳ” କିମ୍ୱା “ଲୋକମାନେ” କିମ୍ୱା “ଦେଶ” ବୋଲି ଅନୁବାଦ କରାଯାଇପାରେ I
- ଯଦି “ଦେଶ” ଶବ୍ଦ ପାଇଁ ସ୍ଥାନୀୟ ଭାଷାରେ ଏକ ଶବ୍ଦ ଉପଲବ୍ଧ ଥାଏ, ତେବେ ବାଇବେଲରେ ଯେଉଁ ସ୍ଥାନଗୁଡ଼ିକରେ ଏହି ଶବ୍ଦ ଉଲ୍ଲେଖ ଅଛି ସେଠାରେ ଏହି ଶବ୍ଦକୁ ସଠିକ ଏବଂ ସ୍ୱାଭାବିକ ଭାବରେ ବ୍ୟବହାର କରନ୍ତୁ I
- “ଦେଶଗଣ” ବହୁବଚନ ଶବ୍ଦକୁ “ଲୋକଦଳ ଗୁଡ଼ିକ” ବୋଲି ଅନୁବାଦ କରନ୍ତୁ I
- କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ, ଏହି ଶବ୍ଦକୁ “ଅଣଯିହୁଦୀ” କିମ୍ୱା “ବିଜାତୀ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅଶୁରିୟ, ବାବିଲୋନ, କିଣାନ, ଅଣଯିହୁଦୀ, ଗ୍ରୀକ, ଲୋକଦଳ, ପଲିଷ୍ଟୀୟ, ରୋମୀୟ)
ବାଇବେଲ ପଦପର୍ବ:
- ପ୍ରଥମ ବଂଶାବଳୀ ୧୪:୧୫-୧୭
- ଦ୍ଵିତୀୟ ବଂଶାବଳୀ ୧୫:୬
- ଦ୍ଵିତୀୟ ରାଜାବଳୀ ୧୭:୧୧-୧୨
- ପ୍ରେରିତ ୨:୫
- ପ୍ରେରିତ ୧୩:୧୯
- ପ୍ରେରିତ ୧୭:୨୬
- ପ୍ରେରିତ ୨୬:୪
- ଦାନିୟେଲ ୩:୪
- ଆଦି ପୁସ୍ତକ ୧୦:୨-୫
- ଆଦି ପୁସ୍ତକ ୨୭:୨୯
- ଆଦି ପୁସ୍ତକ ୩୫:୧୧
- ଆଦି ପୁସ୍ତକ ୪୯:୧୦
- ଲୂକ ୭:୫
- ମାର୍କ ୧୩:୭-୮
- ମାଥିଉ ୨୧:୪୩
- ରୋମୀୟ ୪:୧୬-୧୭
ଶବ୍ଦବିନ୍ୟାସ:
- Strong’s: H0523, H0524, H0776, H1471, H3816, H4940, H5971, G02460, G10740, G10850, G14840
ଦୋଷ ନୈବେଦ୍ୟ, ଦୋଷ ନୈବେଦ୍ୟମାନ
ସଂଜ୍ଞା:
ଏକ ଦୋଷ ନୈବେଦ୍ୟ ଏକ ନୈବେଦ୍ୟ ଓ ବଳି ଅଟେ ଯାହା ପରମେଶ୍ୱର ଇସ୍ରାଏଲ ଲୋକଙ୍କଠାରୁ ଅପେକ୍ଷା କରନ୍ତି ଯଦି ସେ ଅଚାନକ କିଛି ଭୁଲ୍ କରି ଅଛି ଯେପରିକି ପରମେଶ୍ୱରଙ୍କୁ ସମ୍ମାନ ନ ଦେବା କିଅବା ଅନ୍ୟ ବ୍ୟକ୍ତିର ସମ୍ପତି କୁ ହାନୀ କରିବା I * ଏହି ନୈବେଦ୍ୟରେ ପଶୁର ବଳି ଓ ରୁପା କିଅବା ସୁନା ଜୋରିମାନା ଭରିବା ସାମିଲ୍ ଥାଏ I * ଏହା ସହିତ ଯୋଡ଼ି ଳେ ଯେଉଁ ବ୍ୟକ୍ତି ଦାୟୀ ସେ ଯେଉଁ ହାନୀ ହୋଇଛି ତାହାକୁ ଉଠାଇବ I
(ଆହୁରି ଦେଖନ୍ତୁ: ଦଗ୍ଧ ନୈବେଦ୍ୟ, ଭକ୍ଷ ନୈବେଦ୍ୟ, ବଳି, ପାପ ନୈବେଦ୍ୟ)
ବାଇବଲ୍ ପଦ ପର୍ୱ:
ବୋର୍ଡ ଡାଟା :
- Strong's: H817
ଦୋଷମୁକ୍ତ କରିବା, ଦୋଷମୁକ୍ତ, ଦୋଷମୁକ୍ତ ହେଲା
ସଂଜ୍ଞା:
ଦୋଷମୁକ୍ତ କରିବା ଅର୍ଥ ଏକ ବ୍ୟକ୍ତି ବେଆଇନ କିମ୍ୱା ଅନୈତିକ ବ୍ୟବହାର ଦ୍ୱାରା ଅଭିଯୁକ୍ତଥିଲେ ତାଙ୍କୁ ଦୋଷୀ ନୁହଁ ବୋଲି ଘୋଷଣା କରିବା I * ଏହି ପଦଟି ପାପକୁ କ୍ଷମା କରିବା ଅର୍ଥରେ ବାଇବଲରେ ବ୍ୟବହାର କରାଯାଇଛି I * ପ୍ରାୟତଃ ଅଧିକାଂଶ ପ୍ରସଙ୍ଗରେ ଲୋକମାନଙ୍କୁ ଭ୍ରାନ୍ତଭାବରେ ଦୋଷମୁକ୍ତ ହୋଇଥାନ୍ତି, ଯେଉଁମାନେ ଦୁଷ୍ଟ ଏବଂ ଈଶ୍ୱର ବିରୋଧୀ ବିଦ୍ରୋହକାରୀ ଅଟନ୍ତି I * ଏହା “ନିର୍ଦ୍ଦୋଷ ଭାବରେ” କିମ୍ୱା “ଦୋଷୀଭାବେ ସାବ୍ୟସ୍ତ ନ ହେବା”, ଭାବରେ ଅନୁବାଦ କରାଯାଇପାରେ I
(ମଧ୍ୟ ଦେଖିପାରିବା: କ୍ଷମା କରିବା, ଦୋଷୀ ମନେକରିବା, ପାପ)
ବାଇବଲ ପଦ ପର୍ୱ:
ବୋର୍ଡ ଡାଟା :
- Strong's: H3444, H5352, H5355, H6403, H6663
ଦୌଡିବା, ଦୌଡ଼ାଳି, ଦ୍ରୁତଗତି, ଶୀଘ୍ର ଗଲେ, ବିଛାଡ଼ି ହେବା, ପ୍ରବାହିତ ହେବା
ପରିଭାଷା:
ଆକ୍ଷରିକ ଭାବରେ “ଦୌଡିବା” ଶବ୍ଦର ଅର୍ଥ “ପାଦରେ ଶୀଘ୍ର ଗତି କରିବା” ଅଟେ ଯାହା ସାଧାରଣତଃ ଚାଲିବା ଅପେକ୍ଷା ଅଧିକତର ବେଗରେ ହାସଲ କରାଯାଇପାରେ I
“ଦୌଡିବା” ଶବ୍ଦର ଏହି ମୁଖ୍ୟ ଅର୍ଥ ମଧ୍ୟ ଆଳଙ୍କାରିକ ଭାବରେ ବ୍ୟକ୍ତ କରାଯାଇଥାଏ, ଯଥା:
- “ପୁରସ୍କାର ପାଇବା ଭଳି ଦୌଡିବା“- ଏହି ବାକ୍ୟାଂଶ ପ୍ରତିଯୋଗିତାରେ ବିଜୟ ଲାଭ କରିବା ନିମନ୍ତେ ଅଧ୍ୟବସାୟ କରିବା ଭଳି ଈଶ୍ୱରଙ୍କ ଇଚ୍ଛା ସାଧନ କରିବା ନିମନ୍ତେ ଅଧ୍ୟବସାୟ କରିବାକୁ ବୁଝାଏ I * “ତୁମ୍ଭର ଆଜ୍ଞାର ମାର୍ଗରେ ଦୌଡିବା“— ଅର୍ଥ ଆନନ୍ଦ ମନରେ ଏବଂ ଶୀଘ୍ର ଈଶ୍ୱରଙ୍କ ଆଜ୍ଞାସବୁକୁ ପାଳନ କରିବାକୁ ବୁଝାଏ I * “ଅନ୍ୟ ଦେବତାଗଣର ପଛରେ ଦୌଡିବା” ଅର୍ଥ ଅନ୍ୟ ଦେବତାଗଣ ପୂଜା କରିବାରେ ନିବିଷ୍ଟ ହୋଇ ରହିବାକୁ ବୁଝାଏI * “ମୁଁ ତୁମ୍ଭଠାରେ ଲୁଚିବାକୁ ତୁମ୍ଭନିକଟକୁ ଦୌଡି ଆସିଲି” ଅର୍ଥାତ୍ କଠିନ ପରିସ୍ଥିତିର ସମ୍ମୁଖିନ ହେଲେ ଆଶ୍ରୟ ଏବଂ ନିରାପତ୍ତା ନିମନ୍ତେ ଶୀଘ୍ର ଈଶ୍ୱରଙ୍କ ନିକଟକୁ ଦୌଡି ଆସିବାକୁ ବୁଝାଏ I
- ପାଣି ବା ଅନ୍ୟ ଜଳୀୟ ବିଷୟଗୁଡ଼ିକ ଯଥା ଅଶ୍ରୁ, ରକ୍ତ, ଝାଳ, ଏବଂ ନଦୀଗୁଡ଼ିକ “ବହେ” ବୋଲି କୁହାଯାଏ I ଏହାକୁ “ପ୍ରଭାହିତ ହୁଏ” ବୋଲି ଅନୁବାଦ କରାଯାଇପାରିବ I ଗୋଟିଏ ଦେଶ ବା ଅଞ୍ଚଳର ସୀମା ବା ପ୍ରାନ୍ତ ଗୋଟିଏ “ନଦୀ ସହିତ ବହେ” ବା ଗୋଟିଏ ଭିନ୍ନ ଦେଶର ସୀମାରେଖା ବୋଲି କୁହାଯାଏ I ଏହାକୁ ଦେଶର ସୀମା “ନଦୀର“ ଆର ପଟେ” ବା ଅନ୍ୟ ଦେଶ, ସେହି ଦେଶ “ପ୍ରାନ୍ତ ଭାଗକୁ ନଦୀ ସ୍ଥିର କରେ ବା ଅନ୍ୟ ଦେଶ ବୋଲି ଅନୁବାଦ କରାଯାଇପାରେ I
- ନଦୀ ଏବଂ ଝରଣାଗୁଡ଼ିକ “ଶୁଷ୍କ ହୋଇଯାଏ” ବା ଶୁଖିଲା ବହେ, ଯାହାର ଅର୍ଥ ସେଗୁଡ଼ିକରେ ଆଉ ଜଳ ନାହିଁ I ଏହାକୁ “ଶୁଷ୍କ ହୋଇଯାଇଛି” ବା “ଶୁଖି ଯାଇଛି” ବୋଲି ଅନୁବାଦ କରିପାରେ I
- ଗୋଟିଏ ଉତ୍ସବର ଦିନଗୁଡ଼ିକରେ “ସେମାନଙ୍କ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରନ୍ତି” ଯାହାର ଅର୍ଥ ସେଗୁଡ଼ିକ ବିତିଗଲା ବା “ସମାପ୍ତ ହେଲା” ବା “ଶେଷ ହେଲା” ଅଟେ I
(ଦେଖନ୍ତୁ: ମିଥ୍ୟା ଦେବତା, ଅଧ୍ୟବସା, ଆଶ୍ରୟ, ଫେରିବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0213, H0386, H1065, H1272, H1556, H1980, H2100, H2416, H3001, H3212, H3332, H3381, H3920, H3988, H4422, H4754, H4794, H4944, H5074, H5127, H5140, H5472, H5756, H6437, H6440, H6544, H6805, H7272, H7291, H7310, H7323, H7325, H7519, H7751, H8264, H8308, H8444, G04130, G13770, G16010, G15300, G15320, G19980, G27010, G37290, G40630, G43700, G43900, G48900, G49360, G51430, G52400, G52950, G53430
ଦ୍ରାକ୍ଷାକୁଣ୍ଡ
ସଂଜ୍ଞା:
ବାଇବଲ ସମୟରେ, ଏକ “ଦ୍ରାକ୍ଷାକୁଣ୍ଡ” ଏକ ବଡ଼ ପାତ୍ର କିମ୍ବା ଖୋଲା ସ୍ଥାନ ଥିଲା ଯେଉଁଠାରେ ଦ୍ରାକ୍ଷାରସ ପ୍ରସ୍ତୁତ କରିବା ପାଇଁ ଅଙ୍ଗୁର ରସ ବାହାର କରାଯାଉଥିଲା ।
- ଇସ୍ରାଏଲରେ, ଦ୍ରାକ୍ଷାକୁଣ୍ଡ ସାଧାରଣତଃ ବଡ଼, ପ୍ରଶସ୍ତ ସ୍ଥାନ ଥିଲା ଯାହା କଠିନ ପଥରରୁ ଖୋଳା ଯାଇଥିଲା । ଅଙ୍ଗୁର ଗୁଚ୍ଛଗୁଡ଼ିକ ଗର୍ତ୍ତର ସମତଳ ଭାଗରେ ରଖାଯାଉଥିଲା ଏବଂ ଲୋକମାନେ ଅଙ୍ଗୁର ରସକୁ ପାଦରେ ଦଳି ବାହାର କରୁଥିଲେ ।
- ସାଧାରଣତଃ ଏକ ଦ୍ରାକ୍ଷାକୁଣ୍ଡର ଦୁଇଟି ସ୍ତର ଥିଲା, ଅଙ୍ଗୁରଗୁଚ୍ଛଗୁଡ଼ିକୁ ଉପର ସ୍ତରରେ ଦଳି ଦିଆଯାଉଥିଲା ଯାହା ଦ୍ଵାରା ରସ ନିମ୍ନ ସ୍ତରକୁ ଚାଲିଯାଏ ଯେଉଁଠାରେ ଏହା ସଂଗ୍ରହ କରାଯାଏ ।
- “ଦ୍ରାକ୍ଷାକୁଣ୍ଡ” ଶବ୍ଦ ମଧ୍ୟ ବାଇବଲରେ, ଦୁଷ୍ଟ ଲୋକମାନଙ୍କ ଉପରେ ଈଶ୍ବରଙ୍କ କ୍ରୋଧକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ । (ଦେଖନ୍ତୁ : ରୂପକ ଅଳଙ୍କାର)
(ଆହୁରି ଦେଖନ୍ତୁ: ଦ୍ରାକ୍ଷା, କ୍ରୋଧ)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H1660, H3342, H6333, G30250, G52760
ଦ୍ରାକ୍ଷାକ୍ଷେତ୍ର
ପରିଭାଷା:
ଏକ ଦ୍ରାକ୍ଷାକ୍ଷେତ୍ର ଏକ ବୃହତ ଉଦ୍ୟାନ ଅଟେ ଯେଉଁଠାରେ ଦ୍ରାକ୍ଷାକ୍ଷେତ୍ର ବଢ଼ିଥାଏ ଏବଂ ଅଙ୍ଗୁର ଚାଷ କରାଯାଏ I
-
ଅଧିକାଂଶ ସମୟରେ ଫଳକୁ ଚୋର ଏବଂ ପଶୁମାନଙ୍କଠାରୁ ରକ୍ଷା କରିବା ପାଇଁ ଏକ ଦ୍ରାକ୍ଷାକ୍ଷେତ୍ରର ଚାରିପାଖରେ ଏକ କାନ୍ଥ ଥାଏ I
-
ଈଶ୍ଵର ଇସ୍ରାଏଲ ଲୋକମାନଙ୍କୁ ଏକ ଦ୍ରାକ୍ଷାକ୍ଷେତ୍ର ସହ ତୁଳନା କଲେ ଯାହା ଭଲ ଫଳ ଦେଉନଥିଲା I ( Metaphor: ଦେଖନ୍ତୁ)
-
ଦ୍ରାକ୍ଷାକ୍ଷେତ୍ରକୁ “ଅଙ୍ଗୁର ବଗିଚା” କିମ୍ବା “ଅଙ୍ଗୁର ବୃକ୍ଷ” ବୋଲି ଅନୁବାଦ କରାଯାଇପାରେ I
(ଅଙ୍ଗୁର, ଇସ୍ରାଏଲ, ଲତା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1612, H3754, H3755, H8284, G02900
ଦ୍ରାକ୍ଷାରସ, ଦ୍ରାକ୍ଷାରସ କୁମ୍ପା, ନୂତନ ଦ୍ରାକ୍ଷାରସ
ପରିଭାଷା:
ବାଇବଲରେ, "ଦ୍ରାକ୍ଷାରସ" ଶବ୍ଦ ଅଙ୍ଗୁର ନାମକ ଏକ ଫଳର ରସରୁ ନିର୍ମିତ ଏକ ପ୍ରକାର ପାନୀୟକୁ ବୁଝାଏ । ଦ୍ରାକ୍ଷାରସ “ଦ୍ରାକ୍ଷାରସ କୁମ୍ପା” ରେ ରଖାଯାଉଥିଲା, ଯାହା ପଶୁ ଚର୍ମରେ ନିର୍ମିତ ପାତ୍ରଅଟେ ।
- “ନୂତନ ମଦ” ବାକ୍ୟାଂଶ ଦ୍ରାକ୍ଷରସକୁ ବୁଝାଏ ଯାହା ଅଙ୍ଗୁରରୁ ନିର୍ମିତ ଏବଂ ଏପର୍ଯ୍ୟନ୍ତ ଆମ୍ବିଳା ନଥିଲା | ବେଳେବେଳେ “ମଦ” ଶବ୍ଦଟି ଆମ୍ବିଳା ଅଙ୍ଗୁର ରସକୁ ମଧ୍ୟ ବୁଝାଏ।
- ଦ୍ରାକ୍ଷାରସ ପ୍ରସ୍ତୁତ କରିବା ପାଇଁ, ଦ୍ରାକ୍ଷାକୁ ଦ୍ରାକ୍ଷାପେଷଣ କରାଯାଏ ଯାହାଦ୍ୱାରା ରସ ବାହାରକୁ ଆସେ । ରସ ଶେଷରେ ସେଥିରେ ଆମ୍ବିଳା ଏବଂ ମଦ୍ୟପାନ ପ୍ରସ୍ତୁତ କରେ ।
- ବାଇବେଲ ସମୟରେ, ଦ୍ରାକ୍ଷାରସ ସାଧାରଣ ପାନୀୟ ଥିଲା । ବର୍ତ୍ତମାନର ମଦ ପରି ଏଥିରେ ଅଧିକ ମଦ୍ୟପାନ ନଥିଲା।
- ଦ୍ରାକ୍ଷାରସକୁ ଭୋଜନରେ ପରଷିବା ପୂର୍ବରୁ ଏହା ଜଳରେ ମିଶ୍ରଣ କରାଯାଉଥିଲା।
- ଯେଉଁ ଦ୍ରାକ୍ଷାରସ କୁମ୍ପା ପୂରୁଣା ଓ ଭଙ୍ଗୁର ଏଥିରେ ଛିଦ୍ର ହୋଇଯାଏ, ଯାହା ଦ୍ରାକ୍ଷାରସକୁ ଛିଦ୍ର ଦେଇ ବାହାର କରିଦିଏ। ନୂତନ ଦ୍ରାକ୍ଷାରସ କୁମ୍ପା ନରମ ଓ ନମନୀୟ ଅଟେ, ଯାହାର ଅର୍ଥ ତାହା ଅତି ଶୀଘ୍ର ଫାଟେ ନାହିଁ ଓ ଦ୍ରାକ୍ଷାରସ ସୁରକ୍ଷିତ ରଖା ଯାଇପାରେ।
- ଯଦି ଦ୍ରାକ୍ଷାରସ ଆପଣଙ୍କ ସଂସ୍କୃତିରେ ଅଜଣା ଏହାକୁ “ଆମ୍ବିଳା ଅଙ୍ଗୁର ରସ” କିମ୍ବା “ଅଙ୍ଗୁର ଫଳରୁ ତିଆରି ପେୟକୁ ପଚନକାରକ ପଦାର୍ଥ କୁହାଯାଏ” କିମ୍ବା “ଆମ୍ବିଳା ଫଳ ରସ” ବୋଲି ଅନୁବାଦ କରନ୍ତୁ। (ଅଜ୍ଞାତବିଷୟଗୁଡ଼ିକ କିଅପରୀ ଅନୁବାଦ କରିବେ: ଦେଖନ୍ତୁ)
- “ଦ୍ରାକ୍ଷାରସ କୁମ୍ପା” ବାକ୍ୟାଂଶକୁ “ଦ୍ରାକ୍ଷାରସ ପାଇଁ ଥଳି” କିମ୍ବା “ପଶୁ ଚର୍ମର ଦ୍ରାକ୍ଷାରସ ଥଳି” କିମ୍ବା “ପଶୁ ଚର୍ମରେ ଦ୍ରାକ୍ଷାରସ ରଖିବା ପାତ୍ର” ବୋଲି ଅନୁବାଦ କରାଯାଇପାରେ ।
(ଅଙ୍ଗୁର, ଅଙ୍ଗୁରଲତା, ଦ୍ରାକ୍ଷାକ୍ଷେତ୍ର, ଅଙ୍ଗୁର-ପେଷିବା ଯନ୍ତ୍ର): ଦେଖନ୍ତୁ)
ବାଇବେଲ ପଦପର୍ବ:
ପେଷିଲେ
ଶବ୍ଦବିନ୍ୟାସ:
- Strong’s: H2561, H2562, H3196, H4469, H4997, H5435, H6025, H6071, H8492, G10980, G36310, G38200, G39430
ଦ୍ଵାରବନ୍ଧ
ସଂଜ୍ଞା:
“ଦ୍ୱାରବନ୍ଧ” ଟି ଗୋଟିଏ ଦ୍ୱାରର ଉଭୟ ପାର୍ଶ୍ୱ ଉପରେ ଏକ ଭୂଲମ୍ୱ ବନ୍ଧ, ଯାହା ଦ୍ୱାର ବାଡର ଉପରଭାଗଟିକୁ ଭାର ସମ୍ଭାଳିବା ବିଷୟ ଅଟେ । * ଈଶ୍ୱର ମିସରରୁ ପଳାୟନ କରିବା ଇସ୍ରାଏଲମାନଙ୍କୁ ସାହାଯ୍ୟ କଲା ଠିକ୍ ପୂର୍ବରୁ, ସେ ସେମାନଙ୍କୁ ଗୋଟିଏ ମେଷ ମାରିବାକୁ ନିର୍ଦ୍ଦେଶ ଦେଲେ ଏବଂ ଏହାର ରକ୍ତ ସେମାନଙ୍କର ଦ୍ୱାରବନ୍ଧଗୁଡିକରେ ଲଗାଅ । * ପୁରାତନ ନିୟମରେ, ଏକ ଦାସ ଯିଏ ତାହାର ଜୀବନସାରା ତା’ଙ୍କ ମୂନିବଙ୍କର ସେବା କରିବାକୁ ବାଞ୍ଛା କଲେ ତାହାର କାନ ତା’ଙ୍କ ମୂନିବଙ୍କର ଗୃହ ଦ୍ୱାରବନ୍ଧ ଉପରେ ଏକ କଅଣ୍ଟା ହାତୁଡି ମାଧ୍ୟମରେ ତାହାର କାନ ସ୍ଥଳରେ ଦ୍ୱାରବନ୍ଧ ମଧ୍ୟକୁ ବିନ୍ଧି ପାରିବ । * “ଗୋଟିଏ ଦ୍ୱାରର ଉଭୟ ପାର୍ଶ୍ୱ ଉପରେ କାଠ ଖୁଣ୍ଟ” ବା “ଗୋଟିଏ କାଠର ଦ୍ୱାରବନ୍ଧ ପାର୍ଶ୍ୱଗୁଡିକ” ବା “ଗୋଟିଏ କବାଟର ପାର୍ଶ୍ୱଗୁଡିକରେ କାଠ ସ୍ତମ୍ଭଗୁଡିକ” ରୂପେ ମଧ୍ୟ ଏହା ଅନୁବାଦ କରିପାରିବା ।
(ପୁନଶ୍ଚ ଦେଖନ୍ତୁ: ମିସର, ନିସ୍ତାରପର୍ୱ)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H352, H4201
ଦ୍ୱାରବନ୍ଧ, ଦ୍ୱାରବନ୍ଧଗୁଡିକ)
ସଂଜ୍ଞା:
“ଦ୍ୱାରବନ୍ଧ” ପ୍ରତିଶବ୍ଦ ଗୋଟିଏ ଦ୍ୱାର ବା ଫାଟକର ତଳ ଭାଗକୁ ବା ଗୋଟିଏ ଗୃହର ଅଂଶକୁ ବୁଝାଏ ଯାହା ଠିକ ଦ୍ୱାର(ଫାଟକ) ଭିତରେ ଥାଏ I
-
ବେଳେବେଳେ ଏକ ଦ୍ୱାରବନ୍ଧ କାଠର ବା ପଥରର ପଟି ଅଟେ, ଯାହାକୁ ନିଶ୍ଚୟ ଚାଲି କରି ଡେଇଁ ବା ଅତିକ୍ରମ କରି ଗୋଟିଏ କୋଠରୀ ବା ଗୃହ ମଧ୍ୟରେ ପ୍ରବେଶ କରିବାକୁ ପଡିଥାଏ I
-
ଉଭୟ ଗୋଟିଏ ଦ୍ୱାର(ଫାଟକ) ଏବଂ ଏକ ତମ୍ୱୁ ମଧ୍ୟକୁ ପ୍ରବେଶ ପଥ ପାଇଁ ମଧ୍ୟ ଦ୍ୱାରବନ୍ଧ ରହିପାରିବ I
-
ଏହି ପ୍ରତିଶବ୍ଦ ପ୍ରକଳ୍ପର ଭାଷାରେ ଏକ ପ୍ରତିଶବ୍ଦ ସହିତ ଅନୁବାଦ କରାଯିବା ଉଚିତ ଯାହା ଜଣେ ବ୍ୟକ୍ତି ପ୍ରବେଶ କରିବା ନିମନ୍ତେ ପାର ହୋଇ ଯିବାକୁ ଥିବା ଏକ ଗୃହର ଠିକ ପ୍ରବେଶ ସ୍ଥାନର ଜାଗାକୁ ବୁଝାଏ I
- ଯଦି ଏହି “ଦ୍ୱାରବନ୍ଧ”ନିମନ୍ତେ କୌଣସି ଭାବ ପ୍ରକାଶକ ପଦ ନ ଥାଏ ତେବେ ଏହାକୁ “ଦ୍ୱାରଦେଶ” ବା “ବାଟ” ବା “ପ୍ରବେଶ ପଥ” ବୋଲି ପୂର୍ବାପର ସମ୍ୱନ୍ଧ ଉପରେ ନିର୍ଭର କରି ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: ଦ୍ୱାର, ତମ୍ୱୁ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H624, H4670, H5592
ଧନୁ ଏବଂ ଶର
ସଂଜ୍ଞା:
ଏହି ପ୍ରକାର ଅସ୍ତ୍ର ଗୋଟିଏ ତାର ଯୁକ୍ତ ଧନୁରେ ଶର ଲଗାଯାଇ ଥାଏ ׀ ବାଇବନ ସମୟରେ ଏହା ଶତୃମାନଙ୍କ ସହ ଯୁଦ୍ଧ କରିବା ସମୟରେ ବା ଖାଦ୍ୟ ପାଇଁ ପଶୁମାନଙ୍କୁ ମାରିବା ସମୟରେ ବ୍ୟବହାର କରାଯାଉଥିଲା ׀ * ଧନୁକୁ କାଠ, ହାଡ଼, ଧାତୁ କିମ୍ୱା ଅନ୍ୟ କଠିଣ ପଦାର୍ଥ ଯେପରିକି ହରିଣର ଶିଙ୍ଗ ଦ୍ୱାରା ନିର୍ମାଣ କରାଯାଉଥିଲା ׀ ଏହା ବଙ୍କାକୃତି ଏବଂ ଗୋଟିଏ ରଶି କିମ୍ୱା ତାରରେ ଜୋର୍ରେ ବନ୍ଧା ହୋଇଥାଏ ׀ * ଶର ହେଉଛି ଏକ ପାଖରେ ପତଳା ବେଣ୍ଟ ଓ ଅନ୍ୟ ପାଖରେ ତୀକ୍ଷ୍ଣ ସୂଚକ ଥାଏ ׀ ପ୍ରାଚୀନ କାଳରେ ଶରକୁ ବିଭିନ୍ନ ପଦାର୍ଥ ଯଥା କାଠ,ହାଡ଼,ପଥର କିମ୍ୱା ଧାତୁରେ ନିର୍ମାଣ କରାଯାଉଥିଲା ׀ * ଧନୁ ଏବଂ ଶର କୁ ସାଧାରଣ ଭାବେ ଶିକାରୀ ଏବଂ ଯ଼ୋଦ୍ଧାମାନେ ବ୍ୟବହାର କରୁଥିଲେ ׀ * ପ୍ରାସଙ୍ଗିକ ଭାବେ "ଶର" ଶବ୍ଦକୁ ବାଇବଲରେ ଶତୃର ଆକ୍ରମଣ କିମ୍ୱା ଈଶ୍ୱରଙ୍କ ବିଚାରକୁ ବୁଝାଏ ׀
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H2671, H7198, G5115
ଧନୁର୍ଦ୍ଧାରୀ, ଧନୁର୍ଦ୍ଧାରୀଗଣ
ସଂଜ୍ଞା:
“ଧନୁର୍ଦ୍ଧାରୀ” ଶବ୍ଦଟି ଏକ କୌଶଳୀ ବ୍ୟକ୍ତିଙ୍କୁ ବୁଝାଏ, ଯେ ଧନୁ ଏବଂ ତୀରକୁ ଏକ ଅସ୍ତ୍ରଶସ୍ତ୍ର ରୂପେ ବ୍ୟବହାର କରେ I * ବାଇବଲରେ, ଧନୁର୍ଦ୍ଧାରୀ ଜଣେ ସୈନିକ, ଯେ ସେନାବାହୀନୀରେ ଯୁଦ୍ଧ ନିମନ୍ତେ ଧନୁ ଏବଂ ତୀରକୁ ବ୍ୟବହାର କରେ I * ଅଶୁରୀୟ ସେନା ଦଳରେ ଧନୁର୍ଦ୍ଧାରୀମାନଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ୍ଣ ଭୂମିକାଥିଲା I * “ଧନୁର୍ଦ୍ଧାର” ଭଳି କେତେକ ଭାଷାରେ ଏଥିନିମନ୍ତେ ଏକ ଶବ୍ଦ ଥାଇପାରେ I
(ମଧ୍ୟ ଦେଖିପାରିବା: ଅଶୁରୀୟ)
ବାଇବଲ ପଦ ପର୍ୱ:
- ପ୍ରଥମ ଶାମୁୟେଲ ୩୧:୧-୩
- ଦ୍ୱିତୀୟ ବଂଶାବଳି ୩୫:୨୩-୨୪
- ଆଦିପୁସ୍ତକ ୨୧:୧୯-୨୧
- ଯିଶାଇୟ ୨୧:୧୬-୧୭
- ଆୟୁବ ୧୬:୧୩-୧୪
- ହିତୋପଦେଶ ୨୬:୯-୧୦
ବୋର୍ଡ ଡାଟା :
- Strong's: H1167, H1869, H2671, H2686, H3384, H7198, H7199, H7228
ଧାରଣ କରିବା, ଧାରକ, ବହନ କରିବା
ସତ୍ୟ ଘଟଣାବଳୀ:
“ଧାରଣ କରିବା” ଶବ୍ଦର ଅର୍ଥ “କୌଣସି ବସ୍ତୁ କିମ୍ବା ବିଷୟକୁ ବହନ କରିବା” ଅଟେ ׀ ଏହି ଶବ୍ଦର ଅନେକ ସାଙ୍କେତିକ ବ୍ୟବହାର ମଧ୍ୟ ଅଛି ׀
- ଜଣେ ସ୍ତ୍ରୀ ଲୋକ ଯେତେବେଳେ ଶିଶୁକୁ ଧାରଣ କରିଛି ବୋଲି କୁହାଯାଏ, ଏହାର ଅର୍ଥ “ସେ ଶିଶୁକୁ ଜନ୍ମଦେବ ׀”
- “ଗୋଟିଏ ବୋଝକୁ ବୋହିବା” ଅର୍ଥ “କଷ୍ଟ ଅନୁଭବ କରିବା ׀“ ଏହି କଷ୍ଟ ଉଭୟ ଶାରିରୀକ ଏବଂ ଆବେଗିକ ଦୁଃଖଭୋଗକୁ ବୁଝାଏ ׀
- ବାଇବେଲର ଗୋଟିଏ ସାଧାରଣ ଅଭିବ୍ୟକ୍ତି ଅଛି “ଫଳ ଧାରଣ କରିବା” ଯାହାର ଅର୍ଥ “ଫଳ ଉତ୍ପାଦନ କରିବା”କିମ୍ବା “ଫଳିବା” ଅଟେ ׀
- “ସାକ୍ଷ୍ୟ ଗ୍ରହଣ କରିବା” ଅର୍ଥ “ପ୍ରମାଣିତ କରିବା” କିମ୍ବା “ଜଣେ ବ୍ୟକ୍ତି ଯାହା ଦେଖିଛି କିମ୍ୱା ଅନୁଭବ କରିଛି ତାହା ଜଣାଇବା” ଅଟେ ׀
- “ପୁତ୍ର ପିତାଙ୍କ ଅନ୍ୟାୟକୁ ସହ୍ୟ କରିବ ନାହିଁ “ ବାକ୍ୟର ଅର୍ଥ “ସେ ତାଙ୍କ ପିତାର ପାପ ପାଇଁ ଉତ୍ତରଦାୟୀ କିମ୍ବା ଦଣ୍ଡ ପାଇବାକୁ ଯୋଗ୍ୟ ନୁହେଁ ׀
- ସାଧାରଣ ଅର୍ଥରେ ଏହି ଶବ୍ଦକୁ “ବହନ କରିବା” କିମ୍ବା “ଦାୟିତ୍ୱ ନେବା”କିମ୍ବା “ଉତ୍ପାଦନ କରିବା”କିମ୍ବା “ସହନ କରିବା”ବୋଲି ପ୍ରସଙ୍ଗକୁ ଆଧାର କରି ଅନୁବାଦ କରାଯାଇପାରେ ׀
(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)
(ବୋଝ, ଇଲୀଶାୟ, ସହ୍ୟ, ଫଳ, ଅନ୍ୟାୟ, ବିବରଣୀ, ମେଷ, ସାମର୍ଥ, ସାକ୍ଷ୍ୟ, ସାକ୍ଷ୍ୟ ଗ୍ରହଣ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2232, H3201, H3205, H5375, H5445, H5449, H6030, H6509, H6779, G01420, G04300, G09410, G10800, G16270, G25920, G31400, G41600, G47220, G48280, G50410, G50880, G53420, G54090, G55760
ଧୂପ
ପରିଭାଷା:
“ଧୂପ” ଶବ୍ଦ ସୁଗନ୍ଧ ମିଶ୍ରିତ ଅତରକୁ ଦର୍ଶାଏ ଯାହା ଜଳାଇଲା ପରେ ଏକ ସୁଖଦ ବାସନା ଉତ୍ପନ କରେ I
- ଈଶ୍ଵର ଇସ୍ରାଏଲୀୟମାନଙ୍କୁ ଧୂପ ଜଳାଇବା ପାଇଁ କହିଥିଲେ।
- ଈଶ୍ଵରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାନ ପରିମାଣର ପାଞ୍ଚଟି ନିର୍ଦ୍ଦିଷ୍ଟ ମସଲା ମିଶ୍ରଣ କରି ଧୂପ ତିଆରି କରାଯାଉଥିଲା I ଏହା ଏକ ପବିତ୍ର ଧୂପ ଥିଲା, ତେଣୁ ସେଗୁଡ଼ିକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଦିଆଯାଉନଥିଲା I
- “ଧୂପ ବେଦୀ” ଏକ ସ୍ୱତନ୍ତ୍ର ବେଦୀ ଥିଲା ଯାହା କେବଳ ଧୂପ ଜଳାଇବା ପାଇଁ ବ୍ୟବହୃତ ହେଉଥିଲା I
- ପ୍ରତ୍ୟେକ ଘଣ୍ଟା ପ୍ରାର୍ଥନାରେ ଦିନକୁ ଅତି କମରେ ଚାରିଥର ଧୂପ ଦିଆଯାଉଥିଲା I ପ୍ରତ୍ୟେକ ଥର ଜଳୁଥିବା ନୈବେଦ୍ୟ ମଧ୍ୟ ଦିଆଯାଉଥିଲା I
- ଧୂପ ଜାଳିବା ପ୍ରାର୍ଥନା ଏବଂ ଉପାସନାକୁ ପ୍ରତିପାଦିତ କରେ ଯାହା ତାଙ୍କ ଲୋକଙ୍କଠାରୁ ଈଶ୍ଵରଙ୍କ ନିକଟକୁ ଉଠେ I
- “ଧୂପ” ଶବ୍ଦକୁ “ସୁଗନ୍ଧିତ ମସଲା” କିମ୍ବା “ସୁଗନ୍ଧିତ ଉଦ୍ଭିଦ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଧୂପ ବେଦୀ, ହୋମାବଳୀ, ସୁଗନ୍ଧରସ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2553, H3828, H4196, H4289, H5208, H6988, H6999, H7002, H7004, H7381, G23680, G23690, G23700, G23790, G30310
ଧୂପବେଦି, ଧୂପବେଦି
ସତ୍ୟ ଘଟଣାବଳୀ:
ଧୂପବେଦି ଏକ ଆସବାବର ଅଂଶଥିଲା ଯାହା ଉପରେ ଯାଜକ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇ ଉତ୍ସର୍ଗ କରୁଥିଲେ I ଏହାକୁ ସ୍ୱର୍ଣ୍ଣବେଦି ମଧ୍ୟ କୁହାଯାଉଥିଲା I
- ଧୂପବେଦି କାଠରେ ନିର୍ମାଣ କରାଯାଉଥିଲା ଏବଂ ଏହାର ଉପର ପାର୍ଶ୍ୱଭାଗ ସ୍ୱର୍ଣ୍ଣରେ ଆବରଣ କରାଯାଇଥିଲା I ଏହା ପ୍ରାୟ ଅଧା ମିଟର ଲମ୍ବ, ଅଧା ମିଟର ଓସାର ଏବଂ ଏକ ମିଟର ଉଚ୍ଚ ଥିଲା I
- ପ୍ରଥମେ ଏହା ସମାଗମ ତମ୍ୱୁରେ ରଖାଯାଇଥିଲା I ତତ୍ପରେ ଏହା ମନ୍ଦିରରେ ରଖାଯାଇଥିଲା I
- ପ୍ରତ୍ୟେକ ପ୍ରଭାତ ଏବଂ ସନ୍ଧ୍ୟାରେ ଜଣେ ଯାଜକ ଏଥିରେ ଧୂପ ଜଳାଇଥାନ୍ତି I
- ଏହି ବାକ୍ୟାଂଶକୁ “ଧୂପ ଜଳିବା ପାଇଁ ବେଦି”କିମ୍ୱା “ସ୍ୱର୍ଣ୍ଣବେଦି “କିମ୍ୱା “ଧୂପର ଦୀପମୁଖ”କିମ୍ୱା “ଧୂପମେଜ”ବୋଲି ଅନୁବାଦ କରାଯାଇପାରେ I
(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)
(ଧୂପ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H4196, H7004, G23680, G23790
ଧ୍ୟାନ କରିବା, ଧ୍ୟାନ କରନ୍ତି, ଭକ୍ତି
ସଂଜ୍ଞା:
“ଧ୍ୟାନ କରିବା “ଶବ୍ଦ ର ଅର୍ଥ ହେଉଛି କେଉଁ ବିଷୟରେ ଯତ୍ନ ପୂର୍ବକ ଓ ଗଭୀର ରୂପରେ ଭାବିସମୟ ବିତାଇବା ଅଟେ I * ଏହି ଶବ୍ଦ ଅଧିକାଂଶ ସମୟରେ ବାଇବଲରେ ବ୍ୟବହାର କରାଯାଇଅଛି ଯାହା ପରମେଶ୍ୱରଙ୍କ ଓ ତାହାଙ୍କ ଶିକ୍ଷା ବିଷୟରେ ଚିନ୍ତନ କରିବା I * ଗୀତସଂହିତା ୧ କୁହେ କି ଯେଉଁ ବ୍ୟକ୍ତି “ଦିନ” ଓ “ରାତି” ପରମେଶ୍ୱରଙ୍କର ବାକ୍ୟ ଧ୍ୟାନ କରେ ସେ ବହୁତ ଆଶୀର୍ବାଦ ପ୍ରାପ୍ତ ହେବ I
ଅନୁବାଦ ପ୍ରସ୍ତାବ:
- “ଧ୍ୟାନ କରିବା” କୁ ଅନୁବାଦ କଲେ “ଗଭିରତାରେ ଓ ଜାତ୍ନ ପୂର୍ବକ ଚିନ୍ତା କରିବା” କିଅବା “ବିବେଚନା ଅନୁସାରେ ଭାବନା “କିଅବା “ଅଧିକାଂଶ ସମୟରେ ଗୋଟିଏ ବିଷୟରେ ଚିନ୍ତା କରିବା “ଅଟେ I
- “ଧ୍ୟାନ” ଏକ ବିଶେଶ୍ୟ ଅଟେ ଓ ତାହାକୁ “ଗଭୀର ଚିନ୍ତା” ରୂପରେ ଅନୁବାଦ କରାଯାଇପାରେ I ବାକ୍ୟାଂଶ ଯେପରି କି “ମୋ ହୃଦୟର ଧ୍ୟାନ” କୁ “ମୁଁ ଗଭୀର ଭାବେ ଯାହା ଚିନ୍ତା କରେ “କିଅବା “ଅଧିକାଂଶ ସମୟରେ ମୁଁ ଯାହା ଚିନ୍ତା କରେ “I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1897, H1900, H1901, H1902, H7742, H7878, H7879, H7881, G3191, G4304
ଧ୍ୱଂସ କରିବା, ଗ୍ରାସ କରିବା
ପରିଭାଷା:
“ଧ୍ୱଂସ କରିବା” ଆକ୍ଷରିକ ଅର୍ଥ ହେଉଛି କୌଣସି ବିଷୟକୁ ସମ୍ପୂର୍ଣ୍ଣ ଶେଷ କରିବା ଅଟେ I ଏହି ବାକ୍ୟଖଣ୍ଡର ଅନେକ ପ୍ରକାର ଆଳଙ୍କାରିକ ଅର୍ଥ ରହିଛି I * ବାଇବେଲ ରେ, “ଧ୍ୱଂସ କରିବା” ଶବ୍ଦ ଲୋକ କିମ୍ୱା କୌଣସି ପଦାର୍ଥକୁ ଧ୍ୱଂସ କରିବାକୁ ବୁଝାଏ I * ଅଗ୍ନି ପଦାର୍ଥକୁ ଗ୍ରାସ କରେ ଯାହାର ଅର୍ଥ ଲୋକ କିମ୍ୱା ପଦାର୍ଥକୁ ଜଳାଇ ଧ୍ୱଂସ କରିବା ଅଟେ I * ଈଶ୍ଵର “ଗ୍ରାସକାରୀ ଅଗ୍ନି ସଦୃଶ” ବୋଲି ବର୍ଣ୍ଣନା କରାଯାଇଛି ଯାହାର ଅର୍ଥ ପାପ ବିରୁଦ୍ଧରେ ତାଙ୍କର କ୍ରୋଧକୁ ତୁଳନା କରାଯାଇଛି ତାହାଙ୍କ କ୍ରୋଧ ଭୟଙ୍କର ଦଣ୍ଡ ସ୍ୱରୂପ ଯିଏ ପାପକୁ ସ୍ୱୀକାର କରନ୍ତି ନାହିଁ I * ଖାଦ୍ୟ ଖାଇବା ଅର୍ଥ କିଛି ଖାଇବା କିମ୍ୱା ପିଇବା ଅଟେ I * “ଭୂମି ଗ୍ରାସ କରିବା” ବାକ୍ୟଖଣ୍ଡକୁ “ଦେଶ ବିନଷ୍ଟ କରିବା“ ବୋଲି ଅନୁବାଦ କରାଯାଇ ପାରେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଲୋକ କିମ୍ୱା ଦେଶକୁ ଗ୍ରାସ କରିବା ପ୍ରସଙ୍ଗରେ ଏହି ଶବ୍ଦକୁ “ଧ୍ୱଂସ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- ଅଗ୍ନି କ୍ଷେତ୍ରରେ “ଗ୍ରାସ” ଶବ୍ଦକୁ “ଜଳିବା” ବୋଲି ଅନୁବାଦ କରାଯାଇପାରେ I
- ମୋଶା ଯେଉଁ ଜଲୁଥିବା ବୁଦା ଦେଖିଥିଲେ, “ଏହା ଜଳି ପାଉଁଶ ହେଉନଥିଲା“ ଯାହାକୁ “ଜଳୁ ନ ଥିଲା” କିମ୍ୱା “ଜଳିଲା ନାହିଁ“ ବୋଲି ଅନୁବାଦ କରାଯାଇପାରେ I
- ଖାଦ୍ୟ କ୍ଷେତ୍ରରେ ଏହି ଶବ୍ଦକୁ “ଭୂଞ୍ଜିବା “କିମ୍ୱା “ଗିଳିବା” ବୋଲି ଅନୁବାଦ କରାଯାଇପାରେ I
- ଯଦି କାହାର ଶକ୍ତି “ନଷ୍ଟ ହୋଇଯାଏ,” ଏହାର ଅର୍ଥ ତାଙ୍କର ଶକ୍ତି “ବ୍ୟବହୃତ” କିମ୍ବା “ଚାଲିଯାଇଛି I”
- “ଈଶ୍ଵର ଗ୍ରାସକାରୀ ଅଗ୍ନି ଅଟନ୍ତି” ଅଭୁବ୍ୟକ୍ତିକୁ “ଈଶ୍ଵର ଅଗ୍ନି ସଦୃଶ ଯାହା ପଦାର୍ଥକୁ ଜଳେଇ ଜଳେଇ ନଷ୍ଟ କରେ” କିମ୍ୱା “ଈଶ୍ଵର ପାପ ପ୍ରତି କ୍ରୋଧନ୍ୱିତ ହୋଇ ପାପୀକୁ ନଷ୍ଟ କରିବେ“ ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0398, H0402, H1086, H1104, H1197, H2628, H3615, H3617, H3857, H4529, H5595, H8046, H8552, G03550, G26180, G26540, G27190, G53150
ଧ୍ୱଂସ କରିବା, ଧ୍ୱଂସ ହେଲା, ଧ୍ୱଂସକାରୀ, ବିଧ୍ୱଂସ, ବିଧ୍ୱଂସ ଅବସ୍ଥାଗୁଡିକ
ସଂଜ୍ଞା:
“ଧ୍ୱଂସ ହେଲା” ବା “ବିଧ୍ୱଂସ” ଶବ୍ଦଟି ଜଣଙ୍କର ସମ୍ପତ୍ତି ବା ଜମି ନଷ୍ଟ ବା ବିନଷ୍ଟ ହେବାକୁ ବୁଝାଏ । ଏହା ବହୁବାର ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବିନଷ୍ଟ ବା ଦଖଲ କରିବା ଅନ୍ତର୍ଭୁକ୍ତ ହୋଇଥାଏ । * ଏହା ଏକ ଅତ୍ୟନ୍ତ କଠୋର ପୁଣି ସମ୍ପୂର୍ଣ୍ଣ ବିନଷ୍ଟକୁ ବୁଝାଏ । * ଉଦାହରଣ ନିମନ୍ତେ, ସଦୋମ ସହର ସେଠାରେ ବାସ କରୁଥିବା ଲୋକମାନଙ୍କର ପାପ ନିମନ୍ତେ ଦଣ୍ଡ ସ୍ୱରୂପ ଈଶ୍ୱରଙ୍କ ଦ୍ୱାରା ଧ୍ୱଂସ ହେଲା । * “ବିଧ୍ୱଂସ” ଶବ୍ଦଟି ଦଣ୍ଡ ବା ବିନଷ୍ଟଠାରୁ ବହୁଳ ଭାବପ୍ରବଣତା ଦୁଃଖର ଫଳାଫଳର କାରଣ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ ।
ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:
- “ଧ୍ୱଂସ କରିବା” ଶବ୍ଦଟି “ସମ୍ପୂର୍ଣ୍ଣରୂପେ ନଷ୍ଟ” ବା “ସମ୍ପୂର୍ଣ୍ଣରୂପେ ଭୂମିସାତ୍” ବା “ସମ୍ପୂର୍ଣ୍ଣରୂପେ ପତନ" ରୂପେ ମଧ୍ୟ ଅନୁବାଦ କରିପାରିବା ।
- “ବିଧ୍ୱଂସ” ପ୍ରସଙ୍ଗ ଉପରେ, “ସମ୍ପୂର୍ଣ୍ଣ ଭୂମିସାତ୍” ବା “ସମ୍ପୂର୍ଣ୍ଣ ପତନ" ବା “ଭାରାକ୍ରାନ୍ତ ଦୁଃଖ” ବା “ବିପତ୍ତି” ରୂପେ ଅନୁବାଦ କରିପାରିବା ।
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H1110, H1238, H2721, H1826, H3615, H3772, H7701, H7703, H7722, H7843, H8074, H8077
ଧ୍ୱଂସ, ଧ୍ୱଂସ, ଧ୍ୱଂସିତ
ପରିଭାଷା:
କୌଣସି ବିଷୟକୁ “ଧ୍ୱଂସ” କରିବା ଅର୍ଥ ନଷ୍ଟ କରିବା କିମ୍ବା ସର୍ବନାଶ କରିବା, କିମ୍ବା “ବ୍ୟବହାର ନିମନ୍ତେ ଅଯୋଗ୍ୟ କରିବା ଅଟେ I “ଧ୍ୱଂସ” ବା “ଧ୍ୱଂସ କରିବା” ଶବ୍ଦର ଅର୍ଥ ନଷ୍ଟ ହୋଇଯାଇଥିବା ଜିନିଷର ଅଳିଆ ଏବଂ ନଷ୍ଟ ହୋଇଯାଇଥିବା ଅବଶିଷ୍ଟାଂଶକୁ ବୁଝାଏ I
- ଭବିଷ୍ୟଦ୍ବକ୍ତା ସିଫନୀୟ ଈଶ୍ୱରଙ୍କ କ୍ରୋଧର ଦିନ ସମ୍ପର୍କରେ କହିଲେ, ଏହା “ସର୍ବନାଶର ଦିନ” ହେବ ଯେତେବେଳେ ଏହି ପୃଥିବୀ ବିଚାରିତ ଏବଂ ଦଣ୍ଡିତ ହେବ I
- ହିତୋପଦେଶ ପୁସ୍ତକ କହେ, ଅଧାର୍ମିକମାନଙ୍କ ନିମନ୍ତେ ଧ୍ୱଂସ ଏବଂ ବିନାଶ ଅପେକ୍ଷା କରି ରହିଅଛି I
- ପ୍ରସଙ୍ଗକୁ ଆଧାର କରି “ଧ୍ୱଂସ କରିବା” ପଦକୁ “ବିନାଶ କରିବା” କିମ୍ବା “ଲୁଟ କରିବା” କିମ୍ବା “ଅଦରକାରୀ କରି ଛାଡିଦେବା” କିମ୍ବା “ଭାଙ୍ଗିବା” ବୋଲି ଅନୁବାଦ କରାଯାଇପାରେ I
- “ଧ୍ୱଂସ” କିମ୍ବା “ଧ୍ୱଂସ କରିବା” ଶବ୍ଦକୁ “ଭଗ୍ନାବଶେଷ” କିମ୍ବା “ଭଗ୍ନ କୋଠାଗୁଡ଼ିକ” କିମ୍ବା “ବିନଷ୍ଟ ହୋଇଥିବା ନଗରୀ” କିମ୍ବା “ଧ୍ୱଂସ ବିଧ୍ୱଂସ” କିମ୍ବା “ଭଗ୍ନତା” କିମ୍ବା “ସର୍ବନାଶ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ବିନାଶ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0006, H1197, H1530, H1820, H1942, H2034, H2040, H2717, H2719, H2720, H2723, H2930, H3510, H3765, H3782, H3832, H4072, H4288, H4384, H4654, H4876, H4889, H5221, H5327, H5557, H5754, H5856, H7451, H7489, H7582, H7591, H7612, H7701, H7703, H7843, H8047, H8074, H8077, H8414, H8510, G26790, G26920, G36390, G44850
ନଳ
ସତ୍ୟ ଘଟଣାବଳୀ:
“ନଳ’ ଶବ୍ଦଟି ଜଳ ମଧ୍ୟରେ ବୃଦ୍ଧି ପାଉଥିବା ଏକ ଲମ୍ବା ଡେମ୍ଫବିଶିଷ୍ଟ ଉଦ୍ଭିଦକୁ ସୂଚାଏ I ଏହା ସାଧାରଣତଃ ନଦୀ ବା ଝରଣା କୂଳରେ ବଢ଼ିଥାଏ I
- ନୀଳ ନଦୀର ଯେଉଁ ନଳବନ ମଧ୍ୟରେ ଶିଶୁ ମୋଶାଙ୍କୁ ଲୁଚାଇ ଦିଆଯାଇଥିଲା; ତାହାକୁ ମଧ୍ୟ “ନଳ ତୃଣ” ବୋଲି କୁହାଯାଏ I ସେଗୁଡ଼ିକ ଲମ୍ବା, ଫମ୍ପା ଡେମ୍ଫବିଶିଷ୍ଟ ଏବଂ ନଦୀ ଜଳ ମଧ୍ୟରେ ଘନ ବୁଦା ହୋଇ ବୃଦ୍ଧି ହୁଏ I
- ଏହି ତନ୍ତୁବିଶିଷ୍ଟ ଗଛ (ଲତା) ପ୍ରାଚୀନ ମିସରରେ କାଗଜ, ଝୁଡି (ଟୋକେଇ) ଏବଂ ଡଙ୍ଗା ତିଆରି କରିବାରେ ବ୍ୟବହାର କରାଯାଉଥିଲାI
- ନଳଗଛର ଡେମ୍ଫ ଖୁବ ନମନୀୟ ଅଟେ ଏବଂ ଏହା ସହଜରେ ପବନ ଦ୍ୱାରା ନଇଁଯାଏ I
(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ ଅନୁବାଦ କରନ୍ତୁ)
(ଦେଖନ୍ତୁ: ମିସର, ମୋଶା, ନୀଳ ନଦୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0098, H0100, H0260, H5488, H6169, H7070, G25630
ନଳାକାର ପୁସ୍ତକ
ପରିଭାଷା:
ପ୍ରାଚୀନ ଯୁଗରେ, ନଳାକାର ପୁସ୍ତକ ଏକ ପ୍ରକାର ପୁସ୍ତକ ଥିଲା ଯାହା ଲମ୍ବା ଏବଂ ସୁକ୍ଷ୍ମ ଚମଡାରେ ତିଆରି, ମୋଡା ହୋଇ ଥିବା କାଗଜ ତଅର ଜାତୀୟ କିମ୍ୱା ଚମଡାରେ ନିର୍ମିତ ଥିଲା I
- ନଳାକାର ପୁସ୍ତକରେ ଲେଖିବା କିମ୍ୱା ପଢିବା ପରେ, ଲୋକମାନେ ଏହାର ଅଗ୍ରଭାଗରେ ଲାଗିଥିବା ବାଡିକୁ ମୋଡି ରଖୁଥିଲେ I
- ନଳାକାର ପୁସ୍ତକ ଆଇନଗତ ଦଲିଲ ଏବଂ ଶାସ୍ତ୍ର ପାଇଁ ବ୍ୟବହାର କରୁଥିଲେ I
- ବେଳେବେଳେ ନଳାକାର ପୁସ୍ତକ କିମ୍ୱା ଚମଡାକୁ ମହମରେ ମୋହର ଲଗାଇ ଦୂତ ଦ୍ୱାରା ଦିଆଯାଉଥିଲା I ପୁସ୍ତକ ଗ୍ରହଣ କରାଯିବାବେଳେ ଯଦି ମହମ ଉପସ୍ଥିତ ଥାଏ, ତେବେ ପ୍ରାପ୍ତକର୍ତ୍ତା ଜାଣୁଥିଲେ ଯେ ଏହାକୁ ପାଠ କରିବା କିମ୍ବା ଲେଖିବା ପାଇଁ କେହି ପୁସ୍ତକକୁ ଖୋଲି ନାହାଁନ୍ତି ଯେହେତୁ ଏହା ମୋହର ଲଗାଯାଇଛି I
- ସମାଜଗୃହରେ ଏବ୍ରୀୟ ଭାଷାରେ ଲିଖିତ ନଳାକାର ଶାସ୍ତ୍ରକୁ ଉଚ୍ଚ ପାଟିରେ ପାଠ କରାଯାଉଥିଲା I
(ଦେଖନ୍ତୁ: ମୋହର, ସମାଜଗୃହ, ଈଶ୍ଵରଙ୍କ ବାକ୍ୟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4039, H4040, H5612, G09740, G09750
ନଷ୍ଟ କରିବା, ବର୍ଜ୍ୟତ, ଅଦରକାରୀ ଭୂମି, ଦୁର୍ବଳ ହୋଇଯାଏ
ପରିଭାଷା:
କୌଣସି ବିଷୟକୁ ନଷ୍ଟ କରିବାର ଅର୍ଥ ବେପରୁଆ ଭାବରେ ଏହାକୁ ଫିଙ୍ଗିବା କିମ୍ବା ଅଜ୍ଞାନ ଭାବରେ ବ୍ୟବହାର କରିବାକୁ ବୁଝାଏ I କୌଣସି ବିଷୟ ଯାହା “ଅଦରକାରୀ ଭୂମି” କିମ୍ବା “ବର୍ଜ୍ୟବସ୍ତୁ” ଭୂମି କିମ୍ବା ସହରକୁ ବୁଝାଏ ଯାହା ନଷ୍ଟ ହୋଇଯାଏ ଯାହା ଦ୍ଵାରା ସେଠାରେ ଆଉ କିଛି ରହେ ନାହିଁ I
- “ଅତି ଅଦରକାରୀ” ଏକ ଅଭିବ୍ୟକ୍ତି ଅଟେ ଯାହାର ଅର୍ଥ ଅଧିକରୁ ଅଧିକ ପୀଡିତ ଓ ଧ୍ୱଂସ ହେବା ଅଟେ I ଜଣେ ବ୍ୟକ୍ତି ଯେ “ଅତି ଅଦରକାରୀ” ସେ ସାଧାରଣ ଭାବରେ ରୋଗ ଓ ଖାଦ୍ୟର ଅଭାବ ହେତୁ ଅତି ପତଳା ହୁଏ I
- ଏକ ସହର କିମ୍ବା ଦେଶ “ଅଦରକାରୀ କରିବା “ର ଅର୍ଥ ହେଲା ବିନାଶ କରିବା ଅଟେ I
- “ଅଦରକାରୀ ଭୂମି “ଶବ୍ଦକୁ “ମରୁଭୁମୀ “କିମ୍ବା “ଜନମାନବଶୂନ୍ୟ ଅଞ୍ଚଳ“ କୁହାଯାଏ I କିନ୍ତୁ ଏକ ଅଦରକାରୀ ଭୂମି ଏହାକୁ ମଧ୍ୟ ଦର୍ଶାଏ ଯେଉଁଠାରେ ଲୋକମାନେ ବସବାସ କରନ୍ତି ଓ ଭୂମିରେ ବୃକ୍ଷ ଓ ତୃଣ ସକଳ ଉତ୍ପନ ହୁଏ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0535, H1086, H1104, H1326, H2100, H2490, H2522, H2717, H2721, H2723, H3615, H3856, H4127, H4198, H4592, H4743, H5307, H5327, H7334, H7582, H7703, H7736, H7843, H8047, H8074, H8077, H8414, G06840, G12870, G20490, G26730
ନାଗରିକ, ନାଗରିକତା
ପରିଭାଷା:
ଏକ ନାଗରିକ ଜଣେ ବ୍ୟକ୍ତି ଅଟେ ଯିଏ ଏକ ନିର୍ଦ୍ଦିଷ୍ଟ ସହର, ଦେଶ କିମ୍ବା ରାଜ୍ୟରେ ବାସ କରେ । ଏହା ବିଶେଷ ଭାବରେ ସେହି ବ୍ୟକ୍ତିଙ୍କୁ ବୁଝାଏ ଯିଏ ଆଇନନୁଯାୟୀ ସେହି ସ୍ଥାନର ଆଇନଗତ ବାସିନ୍ଦା ଭାବରେ ସ୍ୱୀକୃତିପ୍ରାପ୍ତ ଅଟେ ।
- ପ୍ରସଙ୍ଗ ଉପରେ ଆଧାର କରି, ଏହି ବାକ୍ୟାଂଶକୁ “ନିବାସୀ” କିମ୍ୱା “ସ୍ୱୀକୃତିପ୍ରାପ୍ତ ନିବାସୀ” ବୋଲି ଅନୁବାଦ କରାଯାଇପାରେ ।
- ଜଣେ ନାଗରିକ ଏପରି ଏକ ଅଞ୍ଚଳରେ ବାସ କରିପାରେ ଯାହା ଏକ ବୃହତ ରାଜ୍ୟ ବା ସାମ୍ରାଜ୍ୟର ଏକ ଅଂଶ ଅଟେ ଯାହାକି ଜଣେ ରାଜା, ସମ୍ରାଟ କିମ୍ବା ଅନ୍ୟ ଶାସକ ଦ୍ୱାରା ପରିଚାଳିତ ହୁଏ । ଉଦାହରଣ ସ୍ୱରୂପ, ପାଉଲ ରୋମ୍ୟ ସାମ୍ରାଜ୍ୟର ନାଗରିକ ଥିଲେ, ଯାହାକି ବିଭିନ୍ନ ପ୍ରଦେଶକୁ ନେଇ ଗଠିତ ହୋଇଥିଲା; ପାଉଲ ସେହି ପ୍ରଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରଦେଶରେ ବାସ କରୁଥିଲେ।
- ଆଳଙ୍କାରିକ ଅର୍ଥରେ, ଯୀଶୁଙ୍କର ଶିଷ୍ୟମାନଙ୍କୁ ସ୍ୱର୍ଗ ରାଜ୍ୟର “ନାଗରିକ” ଅର୍ଥାତ୍ ସେମାନେ ସେଠାରେ ବାସ କରିବେ ଅଟେ । ଏକ ଦେଶର ନାଗରିକ ପରି, ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ରାଜ୍ୟର ନାଗରିକ ଅଟନ୍ତି ।
(ଦେଖନ୍ତୁ: ରାଜ୍ୟ, ପାଉଲ, ପ୍ରଦେଶ, ରୋମୀୟ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H6440, G41750, G41770, G48470
ନିନ୍ଦା ଭାବ, ନୀଚ୍ଚ
ଘଟଣା:
“ନିନ୍ଦା” ଶବ୍ଦ ବୁଝାଏ କାହାରି ପ୍ରତି କିମ୍ୱା କାହାକୁ ଗଭୀର ଅସମ୍ମାନ ଏବଂ ଘୃଣା ଭାବ ଦେଖାଇବା ଯେଉଁ ବିଷୟ ଅଧିକ ଘୃଣା ଜନ୍ମେ ତାହାକୁ “ନୀଚ” କୁହନ୍ତି * ଜଣେ ବ୍ୟକ୍ତିଙ୍କର ଆଚରଣ ଯଦି ଈଶ୍ୱରଙ୍କୁ ଅସମ୍ମାନ କରେ ତାହାକୁ ମଧ୍ୟ ଘୃଣା ବା ନୀଚ୍ଚ ଭାବରେ ଦେଖାଯାଏ ଏବଂ ମଧ୍ୟ ଅନୁବାଦ ହେବ ଯଥା “ଗଭୀର ଅସମ୍ମାନ କରିବା”, “ସମ୍ପୂର୍ଣ୍ଣ୍ଣ ଅସମ୍ମାନିତ କରିବା” କିମ୍ୱା “ଗାଳି ଗୁଲଜ ନିମନ୍ତେ ଯୋଗ୍ୟ” * ଜଣକୁ “ଅସଦାଚରଣ” ଅର୍ଥ ଜଣକର ବ୍ୟକ୍ତିତ୍ୱର ମୂଲ୍ୟ ନାହିଁ କିମ୍ୱା ନିଜଠାରୁ ଅନ୍ୟମାନଙ୍କୁ ତଳୁଆ ନଜରରେ ଦେଖିବା * ଆହୁରି ଏପରି ବାକ୍ୟ ଖଣ୍ଡ ଗୁଡିକର ଅର୍ଥ ମଧ୍ୟ ସମାନ ଯଥା “ଅସମ୍ମାନ କରିବା”, “ଘୃଣା କରିବା”, କିମ୍ୱା “ଘୃଣିତ ହେବା” ନତୁବା “ଘୃଣା ର ସହ ଆତିଥ୍ୟ କରିବା” ଏହିସବୁ ବାକ୍ୟ ଖଣ୍ଡର ଅର୍ଥ “ଦୃଢତାର ସହ ଅସମ୍ମାନ” କିମ୍ୱା “ଶକ୍ତିଶାଳୀ ଭାବେ ଅସମ୍ମାନ” କାହାକୁ ନତୁବା କାହାରି ପ୍ରତି ଏପରି କହିବା କିମ୍ୱା କାର୍ଯ୍ୟ କରି ଦେଖାଇବା * ଯେତେବେଳେ ରାଜା ଦାଉଦ ବ୍ୟଭିଚାର ଓ ହତ୍ୟ ଦୋଷରେ ଦୋଷୀ ହେଲେ, ପରମେଶ୍ୱର କହିଲେ ଯେ ପରମେଶ୍ୱରଙ୍କ “ଆଖିରେ ଯାହା ମନ୍ଦ” ତାହା ଦାଉଦ କରିଅଛି ଏହା ବୁଝାଏ ଯେ ସେ ଏହି କାର୍ଯ କରିବା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅସମ୍ମାନ କଲା
(ଦେଖ: ଅସମ୍ମାନିତ)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H936, H937, H959, H963, H1860, H7043, H7589, H5006, G1848
ନିନ୍ଦା, ନିନ୍ଦକଗଣ, ତିରସ୍କାର କରିବା, ଅପମାନ
ସଂଜ୍ଞା:
ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ନିନ୍ଦା ଏକ ନକାରାତ୍ମକ ଓ ଅପମାନ କରିବା କଥିତ (ଲିଖିତ ନୁହେଁ)। ଏହିପରି ଯେ ଜଣକ ସମ୍ୱନ୍ଧହରେ କୁହେଁ (ସେଗୁଡିକ ଲିଖିତ ନୁହେଁ) ତାହାକୁ ସେ ବ୍ୟକ୍ତିର ନିନ୍ଦା କୁହାଯାଏ। ଏହିପରି ବ୍ୟକ୍ତିଙ୍କୁ ନିନ୍ଦକ ବ୍ୟକ୍ତି କୁହାଯାଏ।
- ନିନ୍ଦା ହୁଏତ ଏକ ସତ ଘଟଣା ହୋଇଥିବ କିମ୍ୱା ମିଥ୍ୟରେ ଦୋଷାରୋପ ହୋଇଥିବ, କିନ୍ତୁ ଏହାର ପ୍ରଭାବରେ ଅପବାଦ ହୋଇଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ନକାରାତ୍ମକ ଭାବନାକୁ ଅପମାନିତ କୁହାଯାଏ।
- “ନିନ୍ଦାକୁ" “ବିରୋଧର କଥା କହିବା” କିମ୍ୱା “ମନ୍ଦ ତଥ୍ୟକୁ ପ୍ରସାର କରିବା” କିମ୍ୱା “ଦୁର୍ନାମ” ବୋଲି ଅନୁବାଦ କରାଯାଇପାରିବ।
- ମିଥ୍ୟାବାଦୀକୁ “ସୂଚନାଦାତା” କିମ୍ୱା “କାହାଣୀକାର” ମଧ୍ୟ କୁହାଯାଏ।
(ପୁନଶ୍ଚ ଦେଖ: ଈଶ୍ୱର ନିନ୍ଦା)
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H1681, H1696, H1848, H3960, H5006, H5791, H7270, H7400, H8267, G987, G988, G1228, G1426, G2636, G2637, G3059, G3060, G6022
ନିର୍ଯାତନା ଦେବା
ପରିଭାଷା:
“ନିର୍ଯାତନା ଦେବା” ଏବଂ “ତାଡ଼ନା” ଶବ୍ଦ ଜଣେ ବ୍ୟକ୍ତି କିମ୍ବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ କ୍ରମାଗତ ଭାବରେ ଦୁର୍ବ୍ୟବହାର କରିବାକୁ ବୁଝାଏ ଯାହାକି ସେମାନଙ୍କର କ୍ଷତି ଘଟାଇଥାଏ I
- ତାଡ଼ନା ହୁଏତ ଜଣେ ବ୍ୟକ୍ତି ବିରୋଧରେ କିମ୍ୱା ଅନେକ ଲୋକମାନଙ୍କ ବିରୋଧରେ ହୋଇପାରେ; ଏବଂ ଏହା ସାଧାରଣତଃ ବାରମ୍ବାର, କ୍ରମାଗତ ଆକ୍ରମଣକୁ ଅନ୍ତର୍ଭୁକ୍ତ କରିଥାଏ I
- ଇସ୍ରାଏଲୀୟମାନେ ବିଭିନ୍ନ ଲୋକଦଳମାନଙ୍କ ଦ୍ୱାରା ତାଡ଼ନାପ୍ରାପ୍ତ ହେଉଥିଲେ ଯେଉଁମାନେ ସେମାନଙ୍କୁ ଆକ୍ରମଣ କରୁଥିଲେ, ଅଧିକାର କରି ବନ୍ଦୀ କରୁଥିଲେ ଏବଂ ସେମାନଙ୍କର ଅନେକ ଜିନିଷପତ୍ରକୁ ଲୁଟ କରି ଏବଂ ଚୋରିକରି ନେଇଯାଉଥିଲେ I
- ଲୋକମାନେ ଅନେକ ସମୟରେ ଭିନ୍ନ ଧର୍ମ ବିଶ୍ୱାସର ବା ଅପେକ୍ଷାକୃତ ଦୁର୍ବଳ ଥିବା ଅନ୍ୟ ଲୋକମାନଙ୍କୁ ତାଡ଼ନା ଦିଅନ୍ତି I
- ଯିହୁଦୀ ଧାର୍ମିକ ନେତାମାନେ ଯୀଶୁଙ୍କୁ ତାଡ଼ନା ଦେଲେ କାରଣ ସେମାନେ ଯୀଶୁଙ୍କର ଶିକ୍ଷାକୁ ପସନ୍ଦ କରୁ ନଥିଲେ I
- ଯୀଶୁ ସ୍ୱର୍ଗକୁ ଫେରିଯିବା ପରେ, ଯିହୁଦୀ ଧାର୍ମିକ ନେତାମାନେ ଏବଂ ରୋମୀୟ ଅଧିକାରୀ ତାହାଙ୍କର ଶିଷ୍ୟମାନଙ୍କୁ ତାଡ଼ନା ଦେଲେ I
- ଏହି “ନିର୍ଯାତନା ଦେବା” ବାକ୍ୟାଂଶକୁ “ଅତ୍ୟାଚାର କରି ଚାଲିବା” କିମ୍ୱା “କର୍କଶ ଭାବରେ ବ୍ୟବହାର କରିବା” କିମ୍ୱା “ଅବିରତ ଭାବରେ ଅପବ୍ୟବହାର କରିବା” ବୋଲି ଅନୁବାଦ କରାଯାଇପାରେ I
- ଏହି “ନିର୍ଯାତନା ଦେବା” ବାକ୍ୟାଂଶକୁ “କର୍କଶ ଅପବ୍ୟବହାର” କିମ୍ୱା “ଅତ୍ୟାଚାର କରିବା” କିମ୍ୱା “ନିରବଚ୍ଛିନ୍ନ ଭାବରେ ଆଘାତପୂର୍ଣ୍ଣ ବ୍ୟବହାର କରିବା” ବୋଲି ଭିନ୍ନ ଭାବରେ ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଖ୍ରୀଷ୍ଟିୟାନ, ମଣ୍ଡଳୀ, ଅତ୍ୟାଚାର, ରୋମୀୟ )
ବାଇବେଲ ପଦପର୍ବ:
- ପ୍ରେରିତ ୭: ୫୨
- ପ୍ରେରିତ ୧୩:୫୦
- ଗାଲାତୀୟ ୧: ୧୩-୧୪
- ଯୋହନ ୫:୧୬-୧୮
- ମାର୍କ ୧୦:୩୦
- ମାଥିଉ ୫:୧୦
- ମାଥିଉ ୫:୪୩-୪୫
- ମାଥିଉ ୧୦:୨୧
- ମାଥିଉ ୧୩:୨୦-୨୧
- ଫିଲିପ୍ପୀୟ ୩:୬
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୩୩:୭ “ବାକ୍ୟ ଶୁଣିବା କ୍ଷଣି ଆନନ୍ଦରେ ତାହା ଗ୍ରହଣ କରୁଥିବା ବ୍ୟକ୍ତି ପଥରିଆ ଭୂମି ସଦୃଶ୍ୟ ଅଟେ I କିନ୍ତୁ ଯେବେ ବାକ୍ୟ ହେତୁ ତାଡ଼ନା କିମ୍ବା ଦୁଃଖ ଆସେ ସେ ବିଘ୍ନ ପାଏ I“
- ୪୫:୬ ସେହିଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ __ତାଡ଼ନା ଘଟିଲା__ସେଥିରେ ଅନ୍ୟ ସମସ୍ତେ ଚାରିଆଡେ ଚ୍ଛିନ୍ନଭିନ୍ନ ହେଲେ I
- ୪୬:୨ ଶାଉଲ ଏହି ବାଣୀ ଶୁଣିଲେ, “ହେ ଶାଉଲ, ହେ ଶାଉଲ! ତୁମ୍ଭେ କାହିଁକି ଆମ୍ଭଙ୍କୁ ତାଡ଼ନା କରୁଅଛ ? ଶାଉଲ ଉତ୍ତର ଦେଲେ, “ହେ ପ୍ରଭୁ, ଆପଣ କିଏ? ଯୀଶୁ ଉତ୍ତର ଦେଲେ, “ଆମ୍ଭେ ସେହି ଯୀଶୁ I ତୁମ୍ଭେ ଆମ୍ଭକୁ ତାଡ଼ନା କରୁଅଛ !“
- ୪୬:୪ କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୋ, ସାଧୁମାନଙ୍କ ପ୍ରତି ଏହି ଲୋକ ଯେ ଉପଦ୍ରବ କରିଅଛି ତାହା ମୁଁ ଶୁଣିଅଛି I“
ଶବ୍ଦବିନ୍ୟାସ:
- Strong’s: H1814, H7291, H7852, G13750, G13760, G13770, G15590, G23470
ନିଶ୍ଚିତ କରିବା, ଦୃଢ଼ୀକରଣ, ଆଇନସମ୍ମତ
ପରିଭାଷା:
"ନିଶ୍ଚିତ କରିବା" ବାକ୍ୟାଂଶଟି ଯାଞ୍ଚ କରିବାକୁ ବୁଝାଏ ଯାହାକି କୌଣସି ବିଷୟ ସତ୍ୟ ଅଟେ କିମ୍ବା ଏକ କାରବାରକୁ ଆଇନଗତ ଭାବରେ ପ୍ରମାଣିତ ହୋଇଅଛି ବୋଲି ସୂଚାଏ I
- ଯେତେବେଳେ ଜଣେ ରାଜା “ନିଶ୍ଚିତ” ହୁଅନ୍ତି ଏହାର ଅର୍ଥ ହେଉଛି ଯେ ତାଙ୍କୁ ରାଜା କରିବାର ନିଷ୍ପତ୍ତି ଲୋକମାନଙ୍କ ଦ୍ୱାରା ସହମତ ଏବଂ ସମର୍ଥିନ ମିଳିଛି I
- କେହି କୌଣସି ବିଷୟ ଲେଖିଛନ୍ତି ଏବଂ ତାହା ନିଶ୍ଚିତ କରିବା ଅର୍ଥ ଯାହା ଲେଖାହୋଇଛି ତାହା ସତ୍ୟ ବୋଲି ପ୍ରମାଣ କରିବା ଅଟେ I
- ସୁସମଚାର “ଦୃଢୀକରଣ” ଅର୍ଥ ଲୋକମାନଙ୍କୁ ଯୀଶୁଙ୍କ ସୁସମଚାର ଶିକ୍ଷା ଏପରି ଦିଆଯାଏ ଯେ ଏହା ସତ୍ୟ ବୋଲି ପ୍ରକାଶ ହୁଏ
- “ନିଶ୍ଚିତକରଣ ଭାବରେ” ଶପଥ କରିବା ଅର୍ଥ ହେଉଛି କୌଣସି ବିଷୟ ସତ୍ୟ ବା ବିଶ୍ୱାସଯୋଗ୍ୟ ବୋଲି ଶପଥ କରିବା ଅଟେ I
- “ନିଶ୍ଚିତ କରିବା” ବକ୍ୟାଂଶକୁ ଅନୁବାଦ କରିବାର ଉପାୟଗୁଡ଼ିକ “ସତ୍ୟ ବୋଲି ଉଲ୍ଲେଖ କରିବା” କିମ୍ବା “ବିଶ୍ୱାସଯୋଗ୍ୟ ବୋଲି ପ୍ରମାଣିତ” କିମ୍ବା “ସହମତ” କିମ୍ବା “ନିଶ୍ଚିତ କରିବା” କିମ୍ବା “ପ୍ରତିଜ୍ଞା କରିବା” ପ୍ରସଙ୍ଗ ଉପରେ ନିର୍ଭର କରେ I
(ଚୁକ୍ତିପତ୍ର, ଶପଥ, ଭରଷା ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong's: H553, H559, H1396, H3045, H3559, H4390, H4672, H5414, H5975, H6213, H6965, G950, G951, G1991, G2964, G3315, G4300, G49720
ନୀତ ହେବା
ପରିଭାଷା:
“ନୀତ ହେବା” ଶବ୍ଦ ପ୍ରାୟତଃ ଈଶ୍ଵର ହଠାତ୍ ଚମତ୍କାର ଭାବରେ ଜଣେ ବ୍ୟକ୍ତିଙ୍କୁ ସ୍ୱର୍ଗକୁ ନେବାକୁ ବୁଝାଏ। * “ନୀତ ହେବା” ବାକ୍ୟାଂଶ ଜଣଙ୍କ ନିକଟକୁ ଶୀଘ୍ର ଆସିବା ବିଷୟକୁ ବୁଝାଏ। ଏହ “ଆକସ୍ମିକ ଭାବରେ (କାହା) ଉପରେ ଆସି ପଡ଼ିବା” କୁ ମଧ୍ୟ ବୁଝାଏ । * ପ୍ରେରିତ ପାଉଲ ତୃତୀୟ ସ୍ୱର୍ଗକୁ “ନୀତ ହେବା” ବିଷୟରେ ଉଲ୍ଲେଖ କରିଛନ୍ତି। ଏହାକୁ “ନିଆଯିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ। * ଯେତେବେଳେ ଖ୍ରୀଷ୍ଟ ଫେରି ଆସିବେ, ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ସହ ସାକ୍ଷାତ କରିବାକୁ “ନୀତ ହେବା” ବୋଲି ପାଉଲ କହନ୍ତି। * ଆଳଙ୍କାରିକ ଅଭିବ୍ୟକ୍ତି, “ମୋର ପାପ ମୋତେ ନୀତ କରିଅଛି” କୁ “ମୁଁ ମୋର ପାପର ପରିଣାମ ଭୋଗୁଅଛି” କିମ୍ବା “ମୋର ପାପ ହେତୁ ମୁଁ ଯନ୍ତ୍ରଣା ଭୋଗୁଛି” କିମ୍ବା “ମୋର ପାପ ମୋତେ ଅସୁବିଧାରେ ପକାଉଛି।” ବୋଲି ଅନୁବାଦ କରାଯାଇପାରେ
(ଦେଖନ୍ତୁ:ଆଶ୍ଚର୍ଯ୍ୟ, ଆକସ୍ମିକ, ଯନ୍ତ୍ରଣା, ଅସୁବିଧା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1692, G07260
ନୂତନ ଚନ୍ଦ୍ରମା
ପରିଭାଷା:
“ନୁତନ ଚନ୍ଦ୍ରମା” ଶବ୍ଦ ଚନ୍ଦ୍ରକୁ ବୁଝାଏ ଯେବେ ଏହା ଆଲୋକର ଏକ ଛୋଟ, ଏକ ଆକୃତିର ରୂପା ପରି ଦେଖାଯାଏ। ସୂର୍ଯ୍ୟୋଦୟ ସମୟରେ ପୃଥିବୀ ଗ୍ରହର କକ୍ଷପଥରେ ଗତି କଲାବେଳେ ଏହା ଚନ୍ଦ୍ରର ଆରମ୍ଭ ପର୍ଯ୍ୟାୟକୁ ବୁଝାଏ। ଚନ୍ଦ୍ର କିଛି ଦିନ ଅନ୍ଧକାର ହେବା ପରେ ନୁତନ ଚନ୍ଦ୍ରମା ଦୃଶ୍ୟମାନ ପ୍ରଥମ ଦିନକୁ ବୁଝାଏ ।
- ପ୍ରାଚୀନ କାଳରେ, ନୂତନ ଚନ୍ଦ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ଅବଧିର ଆରମ୍ଭକୁ ଚିହ୍ନିତ କରୁଥିଲେ, ଯେପରିକି ମାସଗୁଡ଼ିକ।
- ଇସ୍ରାଏଲୀୟମାନେ ଏକ ନୁତନ ଚନ୍ଦ୍ରମା ପର୍ବ ପାଳନ କରୁଥିଲେ ଯାହା ଏକ ମେଷର ଶିଙ୍ଗ ଦ୍ୱାରା ମର୍କିତ ଥିଲା।
- ବାଇବେଲ ମଧ୍ୟ ଏହି ସମୟକୁ “ମାସର ଆରମ୍ଭ” ବୋଲି ବୁଝାଏ।
(ଦେଖନ୍ତୁ: ମାସ, ପୃଥିବୀ, ପର୍ବ, ଶିଙ୍ଗ, ମେଷ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2320, G33760, G35610
ପଙ୍ଗପାଳ
ତଥ୍ୟବଳୀ:
“ପଙ୍ଗପାଳ” ଶବ୍ଦ ଏକ ପ୍ରକାର ବୃହତ, ଉଡ଼ୁଥିବା ଝିଣ୍ଟିକାକୁ ବୁଝାଏ ଯାହା ବେଳେବେଳେ ଅନ୍ୟାନ୍ୟ ଏହାର ପ୍ରକାରର ସହ ଏକ ବିନାଶକାରୀ ସ୍ୱରରେ ଉଡ଼ିଯାଏ ଯାହା ସମସ୍ତ ପ୍ରକାର ଉଦ୍ଭିଦକୁ ଖାଏ ।
- ପଙ୍ଗପାଳ ଏବଂ ଅନ୍ୟାନ୍ୟ ପଙ୍ଗପାଳ ବଡ଼, ସିଧା ଡେଣା ବିଶିଷ୍ଟ କୀଟ ଅଟନ୍ତି, ସେମାନଙ୍କର ଏକ ଦୂର ଦୂରାନ୍ତକୁ ଡେଇଁବାର କ୍ଷମତା ଥାଏ ।
- ପୁରାତନ ନିୟମରେ, ବହୁ ପଙ୍ଗପାଳକୁ ସାଙ୍କେତିକ ଭାବରେ ପ୍ରତୀକାତ୍ମକ ଭାବରେ ଦର୍ଶାଯାଇଥିଲା ଯାହା ଇସ୍ରାଏଲର ଅବମାନନା ହେତୁ ଆସିଥିଲା ।
- ମିଶରୀୟମାନଙ୍କ ବିରୁଦ୍ଧରେ ଦଶ ମହାମାରୀ ମଧ୍ୟରୁ ଗୋଟିଏ ପଙ୍ଗପାଳ ଥିଲା।
- ନୂତନ ନିୟମ କହେ ଯେ ମରୁଭୂମିରେ ରହୁଥିବା ସମୟରେ ବାପ୍ତିଜକ ଯୋହନଙ୍କ ପାଇଁ ପଙ୍ଗପାଳ ଖାଦ୍ୟର ମୁଖ୍ୟ ଉତ୍ସ ଥିଲା।
(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରିବେ)
(ଆହୁରି ଦେଖନ୍ତୁ: ବନ୍ଦୀ, ମିଶର, ଇସ୍ରାଏଲ, ଯୋହନ(ବାପ୍ତିଜକ ), ମହାମାରୀ)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H0697, H1357, H1462, H1501, H2284, H3218, H5556, H6767, G02000
ପତ୍ର, ଚିଠି
ପରିଭାଷା:
ଚିଠି ଏକ ଲିଖିତ ବାର୍ତ୍ତା ଯାହାକି ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀକୁ ପଠାଯାଇଥାଏ ଯେଉଁମାନେ ସାଧାରଣତଃ ଲେଖକଙ୍କଠାରୁ ଦୂରରେ ଥାଆନ୍ତି। ପତ୍ର ଏକ ସ୍ଵତନ୍ତ୍ର ପ୍ରକାରର ପତ୍ର ଅଟେ, ଶିକ୍ଷାଦାନ ପରି ଏକ ବିଶେଷ ଉଦ୍ଦେଶ୍ୟ ପାଇଁ ପ୍ରାୟତଃ ଅଧିକ ଆନୁଷ୍ଠାନିକ ଶୈଳୀରେ ଲେଖାଯାଇଥାଏ ।
- ନୂତନ ନିୟମ ସମୟରେ, ପଶୁ ଚର୍ମରୁ ନିର୍ମିତ ପତ୍ରରେ କିମ୍ବା ଉଦ୍ଭିଦ ତନ୍ତୁରୁ ନିର୍ମିତ କାଗଜରେ ପତ୍ର ଏବଂ ଅନ୍ୟାନ୍ୟ ପ୍ରକାରର ପତ୍ର ଲେଖାଯାଉଥିଲା ।
- ପାଉଲ, ଯୋହନ , ଯାକୁବ , ଯିହୂଦା, ଏବଂ ପିତରଙ୍କ ନୂତନ ନିୟମ ପତ୍ରଗୁଡ଼ିକ ଏକ ନିର୍ଦ୍ଦେଶନାମା ଯାହାକି ସେମାନେ ରୋମୀୟ ସାମ୍ରାଜ୍ୟର ବିଭିନ୍ନ ନଗରରେ ଆଦ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରିବା ଏବଂ ଶିକ୍ଷା ଦେବା ପାଇଁ ଲେଖିଥିଲେ ।
- ଏହି ଶବ୍ଦଗୁଡ଼ିକୁ “ଲିଖିତ ବାର୍ତ୍ତା” କିମ୍ବା “ଲିଖିତ ଶବ୍ଦ” କିମ୍ବା “ଲେଖା” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ଉତ୍ସାହ କରିବା, ପ୍ରଶଂସା କରିବା, ଶିକ୍ଷାଦେବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0104, H0107, H3791, H4385, H5406, H5407, H5612, G11210, G19920
ପବିତ୍ର ନଗର, ପବିତ୍ର ନଗରମାନ
ସଂଜ୍ଞା:
ବାଇବଲରେ, “ପବିତ୍ର ନଗର “ଶବ୍ଦ ଯିରୁଶାଲମ କୁ ଦର୍ଶାଏ I * ଏହି ଶବ୍ଦ ପୁରବକାଳର ଯିରୁଶାଲମକୁ ଓ ନୁଆ କୁ ମଧ୍ୟ ଦର୍ଶାଏ, ସ୍ୱର୍ଗୀୟ ଯିରୁଶାଲମ ଯାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ଚିରଦିନ ନିମନ୍ତେ ଶାସନ କରିବେ I * ଏହି ଶବ୍ଦ ଦୁଇଟି ଶବ୍ଦର ମିଳନରେ ହୁଏ ଯାହା “ପବିତ୍ର” ଓ “ନଗର” ଯାହା ଆଉ ସବୁ ଅନୁବାଦରେ ବ୍ୟବହାର କରାଯାଏ I
(ଆହୁରି ଦେଖନ୍ତୁ: ସ୍ୱର୍ଗ, ପବିତ୍ର, ଯିରୁଶାଲମ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H5892, H6944, G40, G4172
ପରମ୍ପରା
ପରିଭାଷା;
“ପରମ୍ପରା” ଶବ୍ଦ ଏକ ପ୍ରଥା କିମ୍ବା ଅଭ୍ୟାସକୁ ବୁଝାଏ ଯାହା ସମୟ ସହ ଅଭ୍ୟାସ କରାଯାଇଥାଏ ଏବଂ ପରବର୍ତ୍ତୀ ପିଢିର ଲୋକମାନଙ୍କ ନିକଟକୁ ଯାଇଥାଏ ।
-
ବାଇବେଲରେ “ପରମ୍ପରା” ଶବ୍ଦଟି ପ୍ରାୟତଃ ଈଶ୍ଵରଙ୍କ ନିୟମ ନୁହେଁ, ଲୋକମାନେ ତିଆରି କରିଥିବା ଶିକ୍ଷା ଏବଂ ଅଭ୍ୟାସକୁ ବୁଝାଏ । “ମନୁଷ୍ୟର ପରମ୍ପରା” ବା “ମାନବ ପରମ୍ପରା” ଅଭିବ୍ୟକ୍ତି ଏହାକୁ ସ୍ପଷ୍ଟ କରେ ।
-
“ପ୍ରାଚୀନମାନଙ୍କର ପରମ୍ପରା” ବା “ମୋର ପିତୃପୁରୁଷଙ୍କ ପରମ୍ପରା” ଭଳି ବାକ୍ୟାଂଶଗୁଡ଼ିକ ବିଶେଷ ଭାବରେ ଯିହୁଦୀ ରୀତିନୀତି ଏବଂ ପ୍ରଥାକୁ ସୂଚିତ କରେ ଯାହା ସମୟ ସହ ଯିହୁଦୀ ନେତାମାନେ ମୋଶାଙ୍କ ମାଧ୍ୟମରେ ଈଶ୍ବର ଇସ୍ରାଏଲୀୟମାନଙ୍କୁ ଦେଇଥିବା ନିୟମଗୁଡ଼ିକରେ ଯୋଡି ହୋଇଥିଲେ । ଯଦିଓ ଏହି ଯୋଡା ଯାଇଥିବା ପରମ୍ପରାଗୁଡ଼ିକ ଈଶ୍ବରଙ୍କଠାରୁ ଆସି ନାହିଁ, ଲୋକମାନେ ଧାର୍ମିକ ହେବା ପାଇଁ ସେଗୁଡ଼ିକୁ ପାଳନ କରିବାକୁ ପଡିବ ବୋଲି ଭାବିଥିଲେ ।
-
ଈଶ୍ବରଙ୍କଠାରୁ ଆସିଥିବା ଖ୍ରୀଷ୍ଟିୟାନ ଅଭ୍ୟାସ ବିଷୟରେ ଶିକ୍ଷାକୁ ପ୍ରେରିତ ପାଉଲ “ପରମ୍ପରା” ଶବ୍ଦକୁ ଏକ ଭିନ୍ନ ଉପାୟରେ ବ୍ୟବହାର କରିଥିଲେ ଏବଂ ସେ ଏବଂ ଅନ୍ୟ ପ୍ରେରିତମାନେ ନୂତନ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେଇଥିଲେ ।
-
ଆଧୁନିକ ଯୁଗରେ, ଅନେକ ଖ୍ରୀଷ୍ଟିୟାନ ପରମ୍ପରା ଅଛି ଯାହା ବାଇବେଲରେ ଶିକ୍ଷା ଦିଆଯାଇନଥାଏ, ବରଂ ଏୈତିହାସିକ ଭାବରେ ଗ୍ରହଣୀୟ ରୀତିନୀତି ଏବଂ ପ୍ରଥାଗୁଡ଼ିକର ଫଳାଫଳ ଅଟେ । ଈଶ୍ଵର ଆମ୍ଭମାନଙ୍କୁ ବାଇବେଲରେ ଯାହା ଶିଖାନ୍ତି, ସେହି ପରମ୍ପରାଗୁଡ଼ିକୁ ସର୍ବଦା ମୂଲ୍ୟାଙ୍କନ କରାଯିବା ଉଚିତ ।
(ଦେଖନ୍ତୁ:
ପ୍ରେରିତ, ବିଶ୍ୱାସ, ଖ୍ରୀଷ୍ଟିୟାନ, ପୂର୍ବପୁରୁଷ, ବଂଶଧର , ଯିହୁଦୀ, ବ୍ୟବସ୍ଥା, ମୋଶା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: G38620
ପରାମର୍ଶ, ଉପଦେଶ, ପରାମର୍ଶଦାତା, ଉପଦେଶଦାତା, ପରାମର୍ଶକାରୀ, ପରାମର୍ଶଦାତା
ପରିଭାଷ:
“ପରାମର୍ଶଦେବା” ଏବଂ “ଉପଦେଶ ଦେବା” ଶବ୍ଦର ଅର୍ଥ ସମାନ ଅଟେ ଏବଂ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବୁଦ୍ଧିମାନ ଭାବରେ କ’ଣ କରିବାକୁ ନିଷ୍ପତ୍ତି ନେବାକୁ ସାହାଯ୍ୟ କରିବାକୁ ବୁଝାଏ I ଜଣେ ଜ୍ଞାନୀ “ପରାମର୍ଶଦାତା” କିମ୍ବା “ଉପଦେଶଦାତା” ଜଣେ ବ୍ୟକ୍ତି ଅଟେ ଯିଏ ପରାମର୍ଶ କିମ୍ବା ଉପଦେଶ ଦିଅନ୍ତି ଯାହା ଜଣେ ବ୍ୟକ୍ତିଙ୍କୁ ସଠିକ୍ ବିଷୟକୁ ଚୟନ କରିବାରେ ସାହାଯ୍ୟ କରେ I
- ରାଜାମାନେ ପ୍ରାୟତଃ ରାଜକୀୟ ପରାମର୍ଶଦାତା କିମ୍ବା ଉପଦେଶଦାତାଙ୍କୁ ନିଯୁକ୍ତି କରୁଥିଲେ ଯିଏ ଶାସନ କରୁଥିବା ଲୋକମାନଙ୍କ ପାଇଁ ଉଚିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରୁଥିଲେ I
- ବେଳେବେଳେ ଦିଆଯାଇଥିବା ପରାମର୍ଶ କିମ୍ବା ଉପଦେଶ ଉତ୍ତମ ନ ଥାଏ I ମନ୍ଦ ପରାମର୍ଶଦାତାମାନେ ଜଣେ ରାଜାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିମ୍ବା ଏକ ନିଷ୍ପତ୍ତି ନେବାକୁ ଅନୁରୋଧ କରିପାରନ୍ତି ଯାହା ତାଙ୍କୁ କିମ୍ବା ତାଙ୍କ ଲୋକଙ୍କୁ କ୍ଷତି ପହଞ୍ଚାଇପାରେ I
- ପ୍ରସଙ୍ଗ ଉପରେ ଆଧାର କରି “ପରାମର୍ଶ” କିମ୍ବା “ଉପଦେଶ” ଶବ୍ଦକୁ “ନିଷ୍ପତ୍ତି ନେବାରେ ସାହାଯ୍ୟ” କିମ୍ବା“ଚେତାବନୀ” କିମ୍ବା “ପରାମର୍ଶ” କିମ୍ବା “ମାର୍ଗଦର୍ଶନ” ବୋଲି ଅନୁବାଦ କରାଯାଇପାରେ I
- କ୍ରିୟାପଦ, “ପରାମର୍ଶ ଦେବା” ଶବ୍ଦକୁ “ପରାମର୍ଶ ଦେବା” କିମ୍ବା “ଉପଦେଶ ଦେବା” କିମ୍ବା “ଚେତାବନୀ” ବୋଲି ଅନୁବାଦ କରାଯାଇପାରେ I
- “ପରିଷଦ” “ଉପଦେଶ” ଶବ୍ଦଠାରୁ ଏକ ଭିନ୍ନ ଶବ୍ଦ ଅଟେ, ଯାହାକି ଏକ ଗୋଷ୍ଠୀକୁ ସୂଚାଏ I
(ଦେଖନ୍ତୁ: ସ୍ତୁତି, ପବିତ୍ର ଆତ୍ମା, ଜ୍ଞାନୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1697, H1847, H1875, H1884, H1907, H3272, H3289, H3982, H4156, H4431, H5475, H5779, H6440, H6963, H6098, H7592, H8458, G10110, G10120, G11060, G48230, G48250
ପରିଚାଳକ, ତତ୍ତ୍ୱାବଧାରକ, ତତ୍ତ୍ୱାବଧାରକତା
ପରିଭାଷା:
“ପରିଚାଳକ” କିମ୍ବା “ତତ୍ତ୍ୱାବଧାରକ” ଶବ୍ଦ ବାଇବେଲରେ ଜଣେ ଦାସକୁ ବୁଝାଏ ଯାହାକୁ ଆପଣା କର୍ତ୍ତାର ସମ୍ପତି ଓ ବ୍ୟବସାୟର ଯତ୍ନ ନେବାକୁ ନିଯୁକ୍ତି କରାଯାଇଛି।
- ଏକ “ତତ୍ତ୍ୱାବଧାରକକୁ” ଅନେକ ଦାୟିତ୍ୱ ଦିଆଯାଏ, ଯାହା ଅନ୍ୟ ଦାସମାନଙ୍କ କାର୍ଯ୍ୟକୁ ଦେଖିବାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ।
- “ପରିଚାଳକ” ଶବ୍ଦ ତତ୍ତ୍ୱାବଧାରକ ପାଇଁ ଅଧିକ ଆଧୁନିକ ଶବ୍ଦ ଅଟେ । ଉଭୟ ଶବ୍ଦ ସେହି ବ୍ୟକ୍ତିକୁ ବୁଝାଏ ଯିଏ କାହାର ବ୍ୟବହାରିକ ବିଷୟକୁ ପରିଚାଳନା କରେ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏହି ଶବ୍ଦକୁ “ପର୍ଯ୍ୟବେକ୍ଷକ” କିମ୍ବା “ଘରର ପରିଚାଳନକ” କିମ୍ବା “ଦାସ ଯିଏ ପରିଚାଳନା କରେ” କିମ୍ବା “ବ୍ୟକ୍ତି ଯେ ଆୟୋଜନ କରେ” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ଦାସ)
ବାଇବେଲ ପଦପର୍ବ:
- ୧ ତୀମଥି ୩:୪-୫
- ଆଦିପୁସ୍ତକ ୩୯:୪
- ଆଦିପୁସ୍ତକ ୪୩:୧୬
- ଯିଶାଇୟ ୫୫:୧୦-୧୧
- ଲୂକ ୮:୩
- ଲୂକ ୧୬:୨
- ମାଥିଉ ୨୦:୮-୧୦
- ତୀତସ ୧:୭
ଶବ୍ଦବିନ୍ୟାସ:
- Strong’s: H0376, H4453, H5057, H6485, G20120, G36210, G36230
ପରିବାର, ପାରିବାରିକ
ପରିଭାଷା:
“ପରିବାର” ଶବ୍ଦ ଏକ ଲୋକ ସମୁହକୁ ବୁଝାଏ ଯେଉଁମାନେ ରକ୍ତ ସମ୍ବନ୍ଧୀୟ ଅଟନ୍ତି ସାଧାରଣତଃ ଏକ ପରିବାର ମାତା, ପିତା ଓ ସନ୍ତାନ ସଂତତିକୁ ନେଇ ନିର୍ମିତ ଅଟେ I ବାଇବେଲରେ ଅନେକଥର ଏହି ଶବ୍ଦ ଅଜାଆଇ, ନାତିପୋତି, ଦାଦାଖୁଡ଼ି ଓ ମାମୁମାଇଁ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ I
- ବାଇବେଲ ସମୟରେ ସାଧାରଣତଃ ପିତା ଘରର ମୁଖ୍ୟ ବା ପ୍ରଧାନ ବ୍ୟକ୍ତି ଥିଲେ I
- ପରିବାର ଶବ୍ଦ ଦାସ, ଉପପତ୍ନୀ ଓ ବିଦେଶୀକୁ ମଧ୍ୟ ବୁଝାଏ I
- କେତେକ ଭାଷାରେ ଏପରି ଶବ୍ଦ ଥାଇପାରେ ଯେପରିକି “କୁଳ“ କିମ୍ବା “ପୁରା ପରିବାର” ଯାହା ପ୍ରସଙ୍ଗ ଅନୁସାରେ ବ୍ୟବହୃତ ହୁଏ, ଯେଉଁଠି ମାତାପିତା ଓ ପିଲାଙ୍କଠାରୁ ଅଧିକ ଲୋକମାଣେ ଅନ୍ତର୍ଭୁକ୍ତ ଅଟନ୍ତି I
- ନୂତନ ନିୟମରେ “ପରିବାର” ଶବ୍ଦ ସେହି ଲୋକମାନଙ୍କୁ ଦର୍ଶାଇବାକୁ ବ୍ୟବହାର କରେ ଯେଉଁମାନେ ଆତ୍ମିକତାରେ ସମ୍ବନ୍ଧୀୟ ଅଟନ୍ତି, ଯେଉଁ ଲୋକମାନେ ଯୀଶୁଙ୍କ ଉପରେ ବିଶ୍ୱାସ ରଖନ୍ତି ଅର୍ଥାତ ମଣ୍ଡଳୀକୁ ସୂଚାଏ I
(ଦେଖନ୍ତୁ: କୁଳ, ପୂର୍ବପୁରୁଷ, ଘର)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0001, H0251, H0272, H0504, H1004, H1121, H2233, H2859, H2945, H3187, H4138, H4940, H5387, H5712, G10850, G36140, G36240, G39650
ନିର୍ବାସନ, ନିର୍ବାସିତ
ପରିଭାଷା:
“ନିର୍ବାସନ” ଶବ୍ଦ ଲୋକମାନେ ନିଜ ଦେଶଠାରୁ କିଛି ଦୂରରେ ରହିବାକୁ ବାଧ୍ୟ କରାଯିବାକୁ ବୁଝାଏ । * ଲୋକମାନେ ସାଧାରଣତଃ ଦଣ୍ଡ କିମ୍ବା ରାଜନୈତିକ କାରଣରୁ ନିର୍ବାସନକୁ ପଠାଯାଆନ୍ତି । * ପରାଜିତ ଲୋକମାନଙ୍କୁ କାମ କରିବା ପାଇଁ ବିଜେତା ସେନା ଦେଶକୁ ନିର୍ବାସିତ କରାଯାଇପାରେ । * “ବାବିଲର ନିର୍ବାସନ” (କିମ୍ବା “ନିର୍ବାସନ”) ବାଇବଲ ଇତିହାସର ଏକ ସମୟ ଅଟେ, ଯେବେ ଯିହୁଦା ଅଞ୍ଚଳର ଅନେକ ଯିହୁଦୀ ନାଗରିକମାନଙ୍କୁ ସେମାନଙ୍କ ଘରୁ ନିଆଯାଇ ବାବିଲରେ ରହିବାକୁ ବାଧ୍ୟ କରାଯାଇଥିଲା । ଏହା ୭୦ ବର୍ଷ ଧରି ଚାଲିଥିଲା । * “ନିର୍ବାସିତ” ବାକ୍ୟାଂଶ ନିଜ ଦେଶଠାରୁ ଦୂରରେ ନିର୍ବାସନରେ ରହୁଥିବା ଲୋକମାନଙ୍କୁ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ନିର୍ବାସିତ” ଶବ୍ଦକୁ “ପଠାଇବା” କିମ୍ବା “ବାଧ୍ୟ କରିବା” କିମ୍ବା “ତଡ଼ିଦେବା” ବୋଲି ଅନୁବାଦ କରାଯାଇପାରେ ।
- “ନିର୍ବାସିତ” ଶବ୍ଦଟି ଏକ ଶବ୍ଦ ବା ବାକ୍ୟ ସହ ଅନୁବାଦ କରାଯାଇପାରେ ଯାହାର ଅର୍ଥ “ପଠାଯାଇଥିବା ସମୟ” କିମ୍ବା “ବହିଷ୍କାର ସମୟ” କିମ୍ବା “ବାଧ୍ୟତାମୂଳକ ଅନୁପସ୍ଥିତି ସମୟ” କିମ୍ବା “ବହିଷ୍କାର” ଅଟେ ।
- “ନିର୍ବାସିତ” ଶବ୍ଦକୁ ଅନୁବାଦ କରିବାର ଉପାୟଗୁଡ଼ିକରେ “ନିର୍ବାସିତ ଲୋକ” କିମ୍ବା “ବହିଷ୍କୃତ ହୋଇଥିବା ଲୋକ” କିମ୍ବା “ବାବିଲକୁ ନିର୍ବାସିତ ହୋଇଥିବା ଲୋକମାନେ” ଅନ୍ତର୍ଭୁକ୍ତ ହୋଇପାରେ । (ଆହୁରି ମଧ୍ୟ ଦେଖନ୍ତୁ: ବାବିଲ, ଯିହୁଦା)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1123, H1473, H1540, H1541, H1546, H1547, H3212, H3318, H5080, H6808, H7617, H7622, H8689, G39270
ପଶୁର ପଲ, ପଶୁପଲ
ପରିଭାଷା:
ବାଇବଲରେ, “ପଶୁର ପଲ” ଛେଳି, ମେଣ୍ଢାର ଏକ ଗୋଷ୍ଠୀକୁ ଏବଂ“ ପଶୁପଲ ଗାଈ ବା ଅନ୍ୟ ପଶୁଙ୍କର ଗୋଷ୍ଠୀକୁ ବୁଝାଏ I
- ବିଭିନ୍ନ ଭାଷା ପଶୁ କିମ୍ବା ପକ୍ଷୀମାନଙ୍କର ନାମକରଣର ବିଭିନ୍ନ ଉପାୟ କରେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ବିଭିନ୍ନ ପ୍ରକାରର ପଶୁମାନଙ୍କୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ କେଉଁ ଶବ୍ଦଗୁଡ଼ିକ ବ୍ୟବହୃତ ହୁଏ ତାହା ବିଚାର କରନ୍ତୁ ଏବଂ ପ୍ରତ୍ୟେକ ପ୍ରକାରର ପଶୁ ପାଇଁ ଉପଯୁକ୍ତ ଶବ୍ଦ ବ୍ୟବହାର କରନ୍ତୁ I
- ଯଦି ଆପଣଙ୍କ ଭାଷା ସମାନ ଶବ୍ଦକୁ ଉଭୟ ମେଣ୍ଢା ଏବଂ ଗୋରୁକୁ ସୂଚାଇବା ପାଇଁ ବ୍ୟବହାର କରେ, ତେବେ ଆପଣ “ମେଣ୍ଢା ଗୋଷ୍ଠୀ”କହିପାରିବେ ଯେଉଁଠାରେ ବାଇବେଲ କେବଳ “ପଲ”ଏବଂ “ଗୋରୁ ଗୋଷ୍ଠୀ”ବୋଲି ଉଲ୍ଲେଖ କରେ । “ବିକଳ୍ପ ଅନୁବାଦ ଭାବରେ ଯଦି ବାଇବେଲ ପ୍ରସଙ୍ଗ ଭିନ୍ନତା ଆବଶ୍ୟକ କରେ ନାହିଁ (ଯଦି ପାଠଟି କେବଳ “ପଲ ଏବଂ ଗୋରୁ”, ଅର୍ଥାତ୍ ସେସମସ୍ତ ଗୃହପାଳିତ ପଶୁ) ଆପଣ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ I
(ଦେଖନ୍ତୁ: ଛାଗ, ବଳଦ, ଘୁଷୁରି, ମେଷ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0951, H1241, H2835, H4029, H4735, H4830, H5349, H5739, H6251, H6629, H7399, H7462, G00340, G41670, G41680
ପାତାଳ, ଅତଳସ୍ପର୍ଶୀ ଗର୍ତ୍ତ
ପରିଭାଷା:
ପାତାଳ ଶବ୍ଦ ଏକ ବହୁତ ବଡ, ଗଭୀର ଗର୍ତ୍ତ କିମ୍ୱା ଗର୍ତ୍ତ ଯାହାର ତଳ ନ ଥାଏ ତାହାକୁ ସୂଚାଏ I
- ବାଇବେଲରେ “ପାତାଳ”ଦଣ୍ଡର ସ୍ଥାନକୁ ବୁଝାଏ I
- ଉଦାହରଣ ସ୍ୱରୂପ, ଯେତେବେଳେ ଯୀଶୁ ମନ୍ଦ ଆତ୍ମାମାନଙ୍କୁ ଏକ ବ୍ୟକ୍ତିଠାରୁ ବାହାରିଯିବା ନିମନ୍ତେ ଆଦେଶ ଦେଲେ, ସେମାନେ ପାତାଳକୁ ନ ପଠାଇବା ନିମନ୍ତେ ନିବେଦନ କରୁଥିଲେ I
- “ଅତଳ” ଶବ୍ଦକୁ “ଅତଳସ୍ପର୍ଶୀ ଗର୍ତ୍ତ”କିମ୍ୱା “ଗଭୀର ଗର୍ତ୍ତ”ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- ଏହି ଶବ୍ଦକୁ “ଯମପୁରୀ “, “ପରଲୋକ”କିମ୍ୱା “ନର୍କ “ଠାରୁ ଅଲଗା କରି ଅନୁବାଦ କରିବା ଉଚିତ I
(ଯମପୁରୀ, ନର୍କ, ଦଣ୍ଡ : ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: G00120, G54210
ପାଦରେ ଦଳିବା, ପାଦରେ ଦଳେ, ପାଦରେ ଦଳିତ ହେଲା, ପଦ ଦଳନ
ସଂଜ୍ଞା
“ପାଦରେ ଦଳିବା” ଅର୍ଥ କୋଣସି ବିଷୟ ଉପରେ ପାଦ ରଖିବା ଏବଂ ଗୋଦରେ ତାହାକୁ ଚୁରମାର କରିବା ଅଟେ I ଏହି ଭାବ ପ୍ରକାଶକ ପଦ ମଧ୍ୟ ବାଇବଲରେ ଆଳଙ୍କାରିକ ଭାବରେ “ଧ୍ୱଂସ କରିବା” ବା “ପରାଜିତ କରିବା” ବା “ଲଜ୍ଜିତ ବା ଅପମାନିତ କରିବା” ଅର୍ଥରେ ବ୍ୟବହୃତ ହୋଇଛି I * “ପଦଦଳିତ କରିବା” ବିଷୟର ଏକ ଉଦାହରଣ: ଲୋକମାନେ ଏକ ପଡିଆ ଉପରେ ପାଦରେ ଦୌଡିବା ଦ୍ୱାରା ଘାସକୁ ନଷ୍ଟ କରିବା...ଅଟେ I * ପ୍ରାଚୀନ କାଳରେ, ବେଳେବେଳେ ଦ୍ରାକ୍ଷା ଫଳ ଅଙ୍ଗୁରକୁ ପାଦରେ ଦଳିବା ଦ୍ୱାରା ତାହା ଭିତରୁ ରସ ବାହାର କରି ଦ୍ରାକ୍ଷାରସ ପ୍ରସ୍ତୁତ କରାଯାଉଥିଲା I * ବେଳେବେଳେ ଏହି “ପାଦରେ ଦଳିବା” ଶବ୍ଦ ଆଳଙ୍କାରିକ ଭାବରେ “ଲଜ୍ଜା ଦେଇ ଦଣ୍ଡ ଦେବା” ଯାହାକୁ ଏକ ଖଳା ଚଟାଣରେ କାଦୁଅକୁ ଦଳିବା ସହିତ ତୂଳନା କରିବା ଅଟେ I * ସଦାପ୍ରଭୁ ଆପଣାର ଇସ୍ରାଏଲୀୟ ଲୋକମାନଙ୍କୁ ସେମାନଙ୍କର ଗର୍ବ ଏବଂ ବିଦ୍ରୋହାଚରଣ ହେତୁ କିପରି ଭାବରେ ଦଣ୍ଡ ଦେବେ, ତାହା ପ୍ରକାଶ କରିବା ନିମନ୍ତେ ଏହି “ପାଦରେ ଦଳିବା” ଶବ୍ଦ ଆଳଙ୍କାରିକ ଭାବରେ ବ୍ୟବହୃତ ହୋଇଛି I * ଅନ୍ୟ ପ୍ରକାରେ ଏହି “ପାଦରେ ଦଳିବା” ଶବ୍ଦର ଅନୁବାଦ କରିବାରେ “ପାଦରେ ଚୁରମାର କରିବା” ବା “ପାଦରେ ଦଳିବା ଚୁନା କରିବା” ବା “ଭୂମିସାତ କରିବା” ଅନ୍ତର୍ଭୁକ୍ତ କରାଯାଇପାରେ I * ପୂର୍ବାପର ସମ୍ପର୍କ ଉପରେ ନିର୍ଭର କରି ଏହି ପ୍ରତିଶବ୍ଦକୁ ମଧ୍ୟ ଅନ୍ୟ ଭାବରେ ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: ଦ୍ରାକ୍ଷା ଫଳ ଅଙ୍ଗୁର, ଅପମାନିତ କରିବା, ଦଣ୍ଡ ଦେବା ବିଦ୍ରୋହ କରିବା, ଶସ୍ୟ ମର୍ଦ୍ଦନ, ଦ୍ରାକ୍ଷାରସ
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H947, H1758, H1869, H4001, H4823, H7429, H7512, G2662, G3961
ପାଦୁକା
ପରିଭାଷା:
ଏକ ପାଦୁକା ଏକ ସାଧାରଣ ଜୋତା ଅଟେ ଯାହା ଏକ ଫ୍ଲାଟ ସୋଲରେ ନିର୍ମିତ ଏବଂ ଏହାକୁ ଉଭୟ ପୁରୁଷ ଏବଂ ମହିଳାମାନେ ବ୍ୟବହାର କରନ୍ତି I
- ପ୍ରାଚୀନ ଇସ୍ରାଏଲରେ ଗୋଟିଏ ପାଦୁକାକୁ ବେଳେବେଳେ ଏକ ଆଇନଗତ କାରବାରକୁ ନିଶ୍ଚିତ କରିବା ପାଇଁ ବ୍ୟବହୃତ କରାଯାଉଥିଲା, ଯେପରିକି ସମ୍ପତ୍ତି ବିକ୍ରୟ କରିବା ସମୟରେ I ଜଣେ ବ୍ୟକ୍ତି ନିଜ ପାଦୁକାକୁ ଖୋଲି ଅନ୍ୟ ଜଣକୁ ଦେଉଥିଲେ ଯାହା ପ୍ରକାଶ କରେ ଯେ କାରବାର ଆଇନଗତ ଏବଂ ବାଧ୍ୟତାମୂଳକ ଅଟେ I
- ଯୋହନ କହିଲେ, ସେ ଯୀଶୁଙ୍କର ପାଦୁକା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି, ଯାହା ଏକ ଯିହୁଦୀ ପରିବାରର ସର୍ବନିମ୍ନ ମାନ୍ୟତା ପାଇଥିବା ଦାସ କିମ୍ବା ଦାସୀ ପାଇଁ ଏକ ସାଧାରଣ କାର୍ଯ୍ୟ ଥିଲା I
ବାଇବେଲ ପଦପର୍ବ
ଶବ୍ଦବିନ୍ୟାସ:
- Strong’s: H5274, H5275, H8288, G45470, G52660
ପାନପାତ୍ର, ପାନପାତ୍ରବାହକଗଣ
ସଂଜ୍ଞା:
ପୁରାତନ ନୀୟମ ସମୟର, ଜଣେ “ପାନପାତ୍ରବାହାକ” ରାଜାଙ୍କର ସେବକ ଯାହାଙ୍କର ଦଦାୟିତ୍ୱ ହେଉଛି ରାଜାଙ୍କୁ ମଦ ଗ୍ଲାସରେ ଗଡାଇ ଦେବା, ସଧାରଣତଃ ପାନପାତ୍ର ବାହକ ପ୍ରଥମେ ପାନୀୟକୁ ଚାଖିବେ ଏବଂ ନିଶ୍ଚିତ ହେବେ ଯେ ଏହି ପାନୀୟରେ କୌଣସି ବିଷ ନାହିଁ * ଏହି ଶବ୍ଦର ଆକ୍ଷରିକ ଅର୍ଥ ହେଉଛି “ପାତ୍ର ବାହକ” ନତୁବା “ଯିଏ ପାତ୍ର ଆଣେ” * ଏହି ପାନପାତ୍ର ବହାକ ରାଜା ଙ୍କର ବିଶ୍ୱସ୍ତ ଏବଂ ଅନୁଗତ * ତାଙ୍କର ଏହି ଅନୁଗତ ଉପାଧି ଦ୍ୱାରା ରାଜା ନିଷ୍ପତ୍ତି ନେଉଥିବା ବିଷୟରେ ମଧ୍ୟ ସେ ହସ୍ତକ୍ଷେପ କରିବାର ସୌଭାଗ୍ୟ ଅଛି ନିହିମିୟ ପାରସ୍ୟ ଦେଶର ରାଜା ଅର୍ତ୍ତକ୍ଷସ୍ତଙ୍କର ସମୟରେ ପାନପାତ୍ର ବାହକଥିଲେ ଯେଉଁ ସମୟରେ କିଛି ଇସ୍ରାଏଲୀୟମାନେ ବବିଲୋନରେ ବନ୍ଦୀଥିଲେ
(ଦେଖ: ଅର୍ତ୍ତକ୍ଷସ୍ତ, ବାବିଲୋନ, ବନ୍ଦୀ, ପାରସ୍ୟ, ଫାରୋ
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H8248
ପାପାର୍ଥକ ବଳି, ପାପାର୍ଥକ ବଳି ଗୁଡିକ
ସଂଜ୍ଞା:
ଇସ୍ରାଏଲର ସନ୍ତାନ ଗଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦେଉଥିବା ବଳି ଗୁଡିକ ମଧ୍ୟରୁ “ପାପାର୍ଥକ ବଳି “ଅନ୍ୟତମ * ଏହି ବଳି ଆବଶ୍ୟକ କରେ ଗୋଟିଏ ବଳଦ, ଏହାର ରକ୍ତ ଓ ଚର୍ୱୀ କୁ ନିଆଁରେ ବେଦୀ ଉପରେ ଭସ୍ମ କରାଯାଉଥିଲା ଓ ପ୍ରାଣୀ ଶରୀର ର ବଳକା ଅଂଶ ଇସ୍ରାଏଲ ସନ୍ତାନ ଗଣ ତମ୍ୱୁର ବାହାରେ ଭୂମି ଉପରେ ନିଆଁରେ ପୋଡୁଥିଲେ * ପ୍ରାଣୀ ବଳିଦାନ ହେଉଥିବା ସମ୍ପୂର୍ଣ୍ଣ୍ଣ ଧ୍ୱଂସ ପ୍ରକାଶ କରେ ଯେ ପରମେଶ୍ୱର କେତେ ପବିତ୍ର ଏବଂ ପାପ କେତେ ଗଭୀର ଅଟେ * ବାଇବଲ ଶିକ୍ଷା ଦିଏ ଯେ ସେଠାରେ ପାପରୁ ଶୁଚୀ ହେବା ନିମନ୍ତେ, ରକ୍ତ ପାତ ହେବା ନିତାନ୍ତ ଜରୁରୀ କାରଣ ଯେଉଁ ପାପ କରାଯାଇଛି ତାହାର ମୂଲ୍ୟ ଦେବାକୁ ହେବ * ପ୍ରାଣୀମାନଙ୍କର ବଳିଦାନ ସଦା ସର୍ୱଦା ପାପରୁ ସ୍ଥାୟୀ ଭାବେ କ୍ଷମା ଦେଇପାରିବ ନାହିଁ * ଯୀଶୁଙ୍କର କ୍ରୁଶରେ ମୃତ୍ୟୁ ପାପର ସମସ୍ତ ପାଉଣ ସବୁ ସମୟ ପାଇଁ ପରିଶୋଧ କଲେ ସେ ହେଉଛନ୍ତି ଉପଯୁକ୍ତ ପାପର ବଳିଦାନ
(ଦେଖ: ଯଜ୍ଞ ବେଦୀ, ବଳଦ, କ୍ଷମା, ବଳିଦାନ, ପାପ)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H2401, H2402, H2398, H2403
ପିଢ଼ି
ପରିଭାଷା:
“ପିଢ଼ି” ଶବ୍ଦ ସାଧାରଣତଃ ଏକ ଗୋଷ୍ଠୀକୁ ବୁଝାଏ ଯେଉଁମାନେ ସମସ୍ତେ ଏକ ସମୟରେ ଜୀବିତ ଥିଲେ I ସେମାନେ ସମସ୍ତେ ଏକ ସମୟ ଅବଧିରେ ଜନ୍ମଗ୍ରହଣ କରିଥିଲେ ଏବଂ ତେଣୁ ପ୍ରାୟ ସମାନ ବୟସର ଥିଲେ I
- ପିଢ଼ି ଏକ ସମୟ ଅବଧିକୁ ମଧ୍ୟ ବୁଝାଇପାରେ I ବାଇବେଲ ସମୟରେ, ଏକ ପିଢ଼ିକୁ ସାଧାରଣ ଭାବରେ ୪୦ ବର୍ଷ ସମୟସୀମାକୁ ବୁଝାଉଥିଲା I
- ପିତାମାତା ଏବଂ ସେମାନଙ୍କର ପିଲାମାନେ ଦୁଇଟି ଭିନ୍ନ ପିଢ଼ିରୁ ଆସନ୍ତି I
- ବାଇବେଲରେ, ଲୋକମାନଙ୍କୁ ବୁଝାଇବା ପାଇଁ “ପିଢ଼ି” ଶବ୍ଦକୁ ସାଙ୍କେତିକ ଭାବରେ ମଧ୍ୟ ବ୍ୟବହାର କରାଯାଇଛି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଏହି ପିଢ଼ି” ବାକ୍ୟାଂଶକୁ “ଏହି ପିଢ଼ିର ଲୋକ” କିମ୍ବା “ବର୍ତ୍ତମାନ ବାସ କରୁଥିବା ଲୋକ” କିମ୍ବା “ତୁମ୍ଭେମାନେ” ବୋଲି ଅନୁବାଦ କରାଯାଇପାରେ I
- “ଏହି ଦୁଷ୍ଟ ପିଢ଼ି“ ଶବ୍ଦକୁ “ଏହି ଦୁଷ୍ଟ ଲୋକ ଯେଉଁମାନେ ଜୀବିତ ଅଛନ୍ତି” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ପିଢ଼ି ପରେ ପିଢ଼ି” କିମ୍ବା “ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ି” ଅଭିବ୍ୟକ୍ତିକୁ “ବର୍ତ୍ତମାନ ବାସ କରୁଥିବା ଲୋକ ତଥା ସେମାନଙ୍କର ସନ୍ତାନ ଏବଂ ନାତିପୋତି” କିମ୍ବା “ପ୍ରତ୍ୟେକ ସମୟର ଲୋକ” କିମ୍ବା “ଏହି ସମୟର ଲୋକ” କିମ୍ବା “ଭବିଷ୍ୟତ ସମୟ ଅବଧି” କିମ୍ବା “ସମସ୍ତ ଲୋକ ଏବଂ ସେମାନଙ୍କର ବଂଶଧର” ବୋଲି ଅନୁବାଦ କରାଯାଇପାରେ I
- “ଆଗାମୀ ପିଢ଼ିମାନେ ତାଙ୍କର ସେବା କରିବେ; ସେମାନେ ପରବର୍ତ୍ତୀ ପିଢ଼ିକୁ ଯିହୋବାଙ୍କ ବିଷୟରେ କହିବେ“ ବାକ୍ୟାଂଶକୁ “ଭବିଷ୍ୟତରେ ଅନେକ ଲୋକ ଯିହୋବାଙ୍କ ସେବା କରିବେ ଏବଂ ତାଙ୍କ ସନ୍ତାନ ଏବଂ ନାତିମାନଙ୍କୁ ତାଙ୍କ ବିଷୟରେ କହିବେ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ବଂଶଧର, ମନ୍ଦତା, ପୂର୍ବପୁରୁଷ)
ବାଇବେଲ ପଦପର୍ବ:
- ପ୍ରେରିତ ୧୫:୧୯-୨୧
- ଯାତ୍ରାପୁସ୍ତକ ୩:୧୩-୧୫
- ଆଦିପୁସ୍ତକ ୧୫:୧୫
- ଆଦିପୁସ୍ତକ ୧୭:୭
- ମାର୍କ ୮:୧୨
- ମାଥିଉ ୧୧:୧୬
- ମାଥିଉ ୨୩:୩୪-୩୬
- ମାଥିଉ ୨୪: ୩୪
ଶବ୍ଦବିନ୍ୟାସ :
- Strong’s: H1755, H1859, H8435, G10740
ପିତୃକୁଳପତି, ପିତୃକୁଳପତିମାନେ
ସଂଜ୍ଞା:
ବାଇବଲରେ “ପିତୃକୁଳପତି” ଶବ୍ଦଟି ଯିହୂଦୀ ଲୋକମାନଙ୍କର ପ୍ରତିଷ୍ଠାତା ପୂର୍ବପୁରୁଷଙ୍କ ପ୍ରତି ବୁଝାଏ; ନିର୍ଦ୍ଧିଷ୍ଟ ଭାବରେ ଅବ୍ରହାମ, ଇସହାକ, କିମ୍ୱା ଯାକୁବଙ୍କୁ ନିର୍ଦ୍ଦେଶ କରେ I * ଏହା ମଧ୍ୟ ଯାକୁବଙ୍କର ବାର ଜଣ ପୁତ୍ରମାନଙ୍କୁ ବୁଝାଇବ, ଯେଉଁମାନେ ଇସ୍ରାଏଲର ବାର ଗୋଷ୍ଠୀର 12 ଜଣ ପିତୃକୁଳପତି ହେଲେ I * “ପିତୃକୁଳପତି” ଶବ୍ଦ ସହିତ “ପୂର୍ବପୁରୁଷ” ଶବ୍ଦର ସମାନ ଅର୍ଥ ରହିଛି, କିନ୍ତୁ ଅଧିକ ନିର୍ଦ୍ଧିଷ୍ଟ ଭାବରେ ଏହା ଏକ ଲୋକ ଦଳର ଅତି ସୁପରିଚିତ ପୂର୍ବପୁରୁଷସମ୍ୱନ୍ଧୀୟ ନେତାମାନଙ୍କୁ ବୁଝାଏ I
(ଆହୁରି ମଧ୍ୟ ଦେଖ: ପୂର୍ବପୁରୁଷ, ପିତା, ପରିବାର ବା ଜାତିର ପୂର୍ବପୁରୁଷମାନେ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H1, H7218, G3966
ପୁରସ୍କାର, ପ୍ରତିଫଳ, ଉପଯୁକ୍ତ ବିବେଚିତ ହେବା
ପରିଭାଷା:
“ପୁରସ୍କାର” ଶବ୍ଦ ଜଣେ ବ୍ୟକ୍ତି ଦ୍ୱାରା କରାଯାଇଥିବା ଭଲ କି ମନ୍ଦ କାର୍ଯ୍ୟ ହେତୁ ପ୍ରାପ୍ତ କରିବାକୁ ବୁଝାଏ । କାହାକୁ “ପୁରସ୍କାର” ଦେବା ଅର୍ଥ ଯେଉଥି ପାଇଁ ଜଣେ ବ୍ୟକ୍ତି ଯୋଗ୍ୟ ତାହା ଦେବା ଅଟେ । ଅବଶ୍ୟ, ଏହା “ମଜୁରୀ” ର ଧାରଣାଠାରୁ ଭିନ୍ନ ଅଟେ, ଯାହା କରାଯାଇଥିବା କାର୍ଯ୍ୟ ବଦଳରେ ପ୍ରଦାନ କରାଯାଇଥିବା ଏକ ଦେୟ (ବେଳେବେଳେ ଟଙ୍କା) କୁ ସୂଚାଏ I
- ଗୋଟିଏ ପୁରସ୍କାର ହୁଏତ ଉତ୍ତମ ବା ସକରାତ୍ମକ ବିଷୟ ହୋଇପାରେ, ଯାହା ଜଣେ ବ୍ୟକ୍ତି ଗ୍ରହଣ କରେ, କାରଣ ସେ କିଛି ଉତ୍ତମ ବିଷୟ କରିଛନ୍ତି କିମ୍ବା ସେ ଈଶ୍ୱରଙ୍କ ଆଜ୍ଞାକାରୀ ହେଲେ I
- ବେଳେବେଳେ ଗୋଟିଏ ପୁରସ୍କାର ହୁଏତ ନକରାତ୍ମକ ବିଷୟଗୁଡ଼ିକ ସୂଚାଏ ଯାହା ହୁଏତ ଖରାପ ବ୍ୟବହାରର ପରିଣତି କିମ୍ବା ଫଳ ଅଟେ; ଯଥା ଦୁଷ୍ଟ ଲୋକର ପ୍ରତିଫଳ କିମ୍ବା ପୁରସ୍କାର ଅଟେ I ଏହି ପ୍ରସଙ୍ଗରେ ସେମାନଙ୍କର ପାପପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ହେତୁ ଦଣ୍ଡକୁ କିମ୍ବା ନକରାତ୍ମକ ପରିସ୍ଥିତିଗୁଡ଼ିକକୁ ଏହି “ପୁରସ୍କାର” ସୂଚାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି “ପୁରସ୍କାର” ଶବ୍ଦକୁ “ପ୍ରାପ୍ୟ” କିମ୍ବା “ଯାହା ପାଇବା ନିମନ୍ତେ ଯୋଗ୍ୟ ଅଟେ” କିମ୍ବା “ଦଣ୍ଡ” ବୋଲି ଅନୁବାଦ କରାଯାଇପାରେ I
- କାହାକୁ “ପୁରସ୍କୃତ କରିବା” ଶବ୍ଦକୁ “ପାରିତୋଷିକ ଦେବା” କିମ୍ବା “ଦଣ୍ଡ ଦେବା” କିମ୍ବା “ଯାହା ପାଇବାକୁ ଯୋଗ୍ୟ, ତାହା ଦେବା”ବୋଲି ଅନୁବାଦ କରାଯାଇପାରେ I
- ଯେପରି ଏହି ଶବ୍ଦର ଅନୁବାଦ ମଜୁରୀକୁ ସୂଚିତ କରେ ନାହିଁ ତାହା ନିଶ୍ଚିତ କରନ୍ତୁ I ଗୋଟିଏ ପୁରସ୍କାର ବିଶେଷତଃ କାର୍ଯ୍ୟର ଅଂଶ ଭାବରେ ଅର୍ଥ ଉପାର୍ଜନ କରିବା ବିଷୟ ନୁହେଁ I
(ଦେଖନ୍ତୁ: ଦଣ୍ଡ)
ବାଇବେଲ ପଦପର୍ବ:
- ଦ୍ୱିତୀୟ ବିବରଣ ୩୨:୬
- ଯିଶାଇୟ ୪୦:୧୦
- ଲୂକ ୬:୩୫
- ମାର୍କ ୯:୪୦-୪୧
- ମାଥିଉ ୫:୧୧-୧୨
- ମାଥିଉ ୬:୩-୪
- ଗୀତସଂହିତା ୧୨୭:୩-୫
- ପ୍ରକାଶିତ ବାକ୍ୟ ୧୧:୧୮
ଶବ୍ଦବିନ୍ୟାସ:
- Strong’s: H0319, H0866, H0868, H1576, H1578, H1580, H4909, H4991, H5023, H6118, H6468, H6529, H7938, H7939, H7999, G04690, G05140, G05910, G26030, G34050, G34060, G34080
ପୂର୍ବରୁ ଜ୍ଞାତ, ପୂର୍ବଜ୍ଞାନ
ପରିଭାଷା:
“ପୂର୍ବରୁ ଜ୍ଞାତ” ଏବଂ “ପୂର୍ବଜ୍ଞାନ” ଶବ୍ଦଗୁଡ଼ିକ “ପୂର୍ବରୁ ଜାଣିବା” କ୍ରିୟାରୁ ଆସିଛି ଯାହାର ଅର୍ଥ ଏହା ଘଟିବା ପୂର୍ବରୁ କୌଣସି ବିଷୟକୁ ଜାଣିବା ଅଟେ ।
- ଈଶ୍ଵର ସମୟ ଦ୍ୱାରା ସୀମିତ ନୁହଁନ୍ତି । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଯାହା ଘଟେ ସେ ସମସ୍ତ ବିଷୟ ଜାଣନ୍ତି ।
- ଏହି ଶବ୍ଦଟି ପ୍ରାୟତଃ ଈଶ୍ବରଙ୍କ ପରିପ୍ରେକ୍ଷୀରେ ବ୍ୟବହୃତ ହୁଏ ଯାହା ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରି କିଏ ଉଦ୍ଧାର ପାଇବ ତାହାକୁ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ପୂର୍ବାବଲୋକନ” ଶବ୍ଦକୁ “ପୂର୍ବରୁ ଜାଣିବା” କିମ୍ବା “ସମୟ ପୂର୍ବରୁ ଜାଣିବା” କିମ୍ବା “ସମୟ ପୂର୍ବରୁ ଜାଣିବା” କିମ୍ବା “ପୂର୍ବରୁ ଜାଣିବା” ବୋଲି ଅନୁବାଦ କରାଯାଇପାରେ ।
- “ପୂର୍ବଜ୍ଞାନ” ଶବ୍ଦକୁ “ପୂର୍ବରୁ ଜାଣିବା” କିମ୍ବା “ସମୟ ପୂର୍ବରୁ ଜାଣିବା” କିମ୍ବା “ଆଗରୁ ଜାଣିବା” କିମ୍ବା “ଆଗରୁ ଜାଣିପାରିବା” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ଜାଣିବା, ପୂର୍ବ ନିର୍ଦ୍ଧାରିତ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: G42670, G42680
ପେୟ ନୈବେଦ୍ୟ
ସଂଜ୍ଞା:
ଏକ ପେୟ ନୈବେଦ୍ୟ ଈଶ୍ୱରଙ୍କୁ ଗୋଟିଏ ବଳିଥିଲା ଯାହା ଏକ ବେଦି ଉପରେ ମଦ୍ୟ ଢାଳିବା ଅନ୍ତର୍ଭୁକ୍ତ ହେଲା । ଏହା ଏକ ଧୂପ ବଳି ଏବଂ ଏକ ଶସ୍ୟ ବଳି ସହ ଏକାଠି ବହୁବାର ଉତ୍ସର୍ଗ ହେଲା । * ପାଉଲ ତା’ଙ୍କ ଜୀବନକୁ ଏକ ପେୟ ନୈବେଦ୍ୟ ପରି ଢାଳିବା ପରି ବିଷୟକୁ ବୁଝାଏ । ଏହାର ଅର୍ଥ ଯେ ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ଏବଂ ଈଶ୍ୱରଙ୍କୁ ସେବା କରିବାକୁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତଥିଲେ । * ଯୀଶୁଙ୍କ କ୍ରୁଶ ଉପରେ ମୃତ୍ୟୁ ସର୍ୱୋତ୍ତମ ପେୟ ନୈବେଦ୍ୟଥିଲା, ଯେପରି ତା’ଙ୍କ ରକ୍ତ ଆମ୍ଭମାନଙ୍କର ପାପଗୁଡିକ ପାଇଁ କ୍ରୁଶ ଉପରେ ଢାଳିଲେ ।
ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:
- ଏହି ଶବ୍ଦ “ଦ୍ରାକ୍ଷାରସର ବଳି” ଅନ୍ୟ ମାର୍ଗରେ ମଧ୍ୟ ଅନୁବାଦ କରିପାରିବା ।
- ଯେତେବେଳେ ପାଉଲ କହନ୍ତି “ପେୟ ନୈବେଦ୍ୟ ପରି ଢାଳିଲି” ଏହି ରୂପେ ମଧ୍ୟ ଅନୁବାଦ କରିପାରିବା ଯେପରି “ମୁଁ ଲୋକମାନଙ୍କୁ ଈଶ୍ୱରଙ୍କର ସମ୍ୱାଦ ଶିକ୍ଷା ଦେବାକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ ହେଲି, ସେପରି ଏକ ମଦ୍ୟର ବଳି ବେଦି ଉପରେ ସମ୍ପୂର୍ଣ୍ଣ ରୂପେ ଢଳାଗଲା ।
(ପୁନଶ୍ଚ ଦେଖନ୍ତୁ: ଧୂପ ବଳି, ଶସ୍ୟ ବଳି)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H5257, H5261, H5262
ପ୍ରଚାର କରିବା, ପ୍ରଚାର, ପ୍ରଚାରକ, ଘୋଷଣା କରିବା, ଘୋଷଣା ପତ୍ର
ପରିଭାଷା:
“ପ୍ରଚାର କରିବା” ଅର୍ଥ ଲୋକମାନଙ୍କୁ କହିବାକୁ, ସେମାନଙ୍କୁ ଈଶ୍ୱରଙ୍କ ସମ୍ପର୍କରେ ଶିକ୍ଷା ଦେବାକୁ ଏବଂ ସେମାନଙ୍କୁ ତାହାଙ୍କ ଆଜ୍ଞା ପାଳନ କରିବାକୁ ଶିକ୍ଷା ଦେବାକୁ ବୁଝାଏ। “ଘୋଷଣା କରିବା” ଅର୍ଥ ସର୍ବ ସାଧାରଣରେ ଏବଂ ସାହସର ସହ କୌଣସି ବିଷୟକୁ ପ୍ରଚାର କରିବାକୁ ବୁଝାଏ।
- ଅନେକ ସମୟରେ ଏକ ବିଶାଳ ଜନତାକୁ ଜଣେ ବ୍ୟକ୍ତି ଦ୍ୱାରା ପ୍ରଚାର କରାଯାଇଥାଏ। ଏହା ସାଧାରଣତଃ ମୌଖିକ ଥାଏ, ଲିଖିତ ନ ଥାଏ।
- “ପ୍ରଚାର କରିବା” ଏବଂ “ଶିକ୍ଷା ଦେବା” ମଧ୍ୟରେ ସାମଞ୍ଜସ ରହିଛି, ସେଗୁଡ଼ିକ ଅବିକଳ ଭାବରେ ସମାନ ନୁହେଁ।
- ମୁଖ୍ୟତଃ “ପ୍ରଚାର କରିବା” ଆତ୍ମିକ କିମ୍ବା ନୈତିକ ସତ୍ୟକୁ ସର୍ବସାଧାରଣରେ ଘୋଷଣା କରିବା ଏବଂ ଶ୍ରୋତାମାନଙ୍କୁ ପ୍ରତ୍ୟୁତ୍ତର ଦେବା ନିମନ୍ତେ ଉତ୍ସାହ କରିବାକୁ ବୁଝାଏ। “ଶିକ୍ଷା ଦେବା” ଏକ ଭାବ ପ୍ରକାଶକ ପଦ ଅଟେ, ଯାହା ଉପଦେଶ ବା ପରାମର୍ଶ ଉପରେ ଗୁରୁତ୍ୱ ଆରୋପ କରିଥାଏ ଯାହା ଲୋକମାନଙ୍କୁ ସତ୍ୟ ଘଟଣାବଳୀ ଜଣାଇବା କିମ୍ୱା କିପରି ଭାବରେ କୌଣସି ଏକ ବିଷୟ କରାଯିବ ସେହି ସମ୍ପର୍କରେ ଶିକ୍ଷା ଦେବାକୁ ବୁଝାଏ।
- “ପ୍ରଚାର କରିବା” ଶବ୍ଦ ସାଧାରଣତଃ “ସୁସମାଚାର” ଶବ୍ଦ ସହିତ ବ୍ୟବହାର କରାଯାଏ I
- ଜଣେ ବ୍ୟକ୍ତି ଅନ୍ୟମାନଙ୍କ ନିକଟରେ ପ୍ରଚାର କରିଥିବା ବିଷୟକୁ ମଧ୍ୟ ତାହାଙ୍କର “ଶିକ୍ଷାଗୁଡ଼ିକ” ଭାବରେ ଉଲ୍ଲେଖ କରାଯାଇପାରେ।
- ବାଇବେଲରେ ଅନେକ ସମୟରେ, “ଘୋଷଣା କରିବା” ଅର୍ଥ ସର୍ବସାଧାରଣରେ ଈଶ୍ୱର ଦେଇଥିବା ଆଜ୍ଞାକୁ ଘୋଷଣା କରିବା ବିଷୟକୁ ସୂଚାଏ, କିମ୍ବା ଈଶ୍ୱରଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା ଏବଂ ସେ କେଡେ ମହାନ ବୋଲି ଜଣାଇବାକୁ ବୁଝାଏ।
- ନୂତନ ନିୟମରେ, ପ୍ରେରିତମାନେ ବିଭିନ୍ନ ନଗରରେ ଏବଂ ଅଞ୍ଚଳଗୁଡ଼ିକରେ ଅନେକ ଲୋକମାନଙ୍କ ନିକଟରେ ଯୀଶୁଙ୍କ ସମ୍ୱନ୍ଧୀୟ ସୁସମାଚାର ଘୋଷଣା କଲେ।
- “ଘୋଷଣା କରିବା” ଶବ୍ଦକୁ ରାଜାମାନଙ୍କର ଘୋଷଣାନାମା ନିମନ୍ତେ କିମ୍ୱା ପ୍ରକାଶ୍ୟରେ ମନ୍ଦତାକୁ ବର୍ଜନ ବା ବହିଷ୍କାର କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ।
- “ଘୋଷଣା କରିବା” ଶବ୍ଦକୁ “ଘୋଷଣାନାମା” କିମ୍ବା “ପ୍ରକାଶ୍ୟରେ ପ୍ରଚାର କରିବା” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ସୁସମାଚାର, ଯୀଶୁ, ଈଶ୍ୱରଙ୍କ ରାଜ୍ୟ)
ବାଇବେଲ ପଦପର୍ବ:
- ୨ ତୀମଥି ୪:୧-୨
- ପ୍ରେରିତ ୮:୪-୫
- ପ୍ରେରିତ ୧୦:୪୨-୪୩
- ପ୍ରେରିତ ୧୪:୨୧-୨୨
- ପ୍ରେରିତ ୨୦:୨୫
- ଲୂକ ୪:୪୨
- ମାଥିଉ ୩:୧-୩
- ମାଥିଉ ୪:୧୭
- ମାଥିଉ ୧୨:୪୧
- ମାଥିଉ ୨୪:୧୪
- ପ୍ରେରିତ ୯:୨୦-୨୨
- ପ୍ରେରିତ ୧୩:୩୮-୩୯
- ଯୂନସ ୩:୧-୩
- ଲୂକ ୪:୧୮-୧୯
- ମାର୍କ ୧:୧୪-୧୫
- ମାଥିଉ ୧୦:୨୬
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୨୪:୨ ସେ (ଯୋହନ) ସେମାନଙ୍କ ନିକଟରେ ପ୍ରଚାର କରି କହିଲେ, “ମନ ପରିବର୍ତ୍ତନ କର, କାରଣ ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ ଅଟେ!“
- ୩୦:୧ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଅନେକ ବିଭିନ୍ନ ଗ୍ରାମରେ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ଏବଂ ଶିକ୍ଷା ଦେବାକୁ ପ୍ରେରଣ କଲେ।
- ୩୮:୧ ପ୍ରାୟ ତିନି ବର୍ଷ ପରେ ଯୀଶୁ ପ୍ରଥମ ଥର ପ୍ରଚାର ଆରମ୍ଭ କଲେ ଏବଂ ସମସ୍ତଙ୍କ ସାକ୍ଷାତରେ ଶିକ୍ଷା ଦେଲେ, ଯୀଶୁ କହିଲେ ଯେ ସେ ଏହି ନିସ୍ତାର ପର୍ବ ସେମାନଙ୍କ ସହ ଯିରୂଶାଲମରେ ପାଳନ କରିବା ପାଇଁ ଇଚ୍ଛା କରୁଛନ୍ତି, ଏବଂ ସେ ସେଠାରେ ବଧ ହେବେ।
- ୪୫:୬ କିନ୍ତୁ ଏହି ସବୁ ବିଷୟ ସତ୍ତ୍ୱେ ସେମାନେ ଯେଉଁଆଡେ ଗଲେ ସେଠାରେ ସର୍ବତ୍ର ଯୀଶୁଙ୍କ ସମ୍ୱନ୍ଧରେ ପ୍ରଚାର କଲେ।
- ୪୫:୭ ସେ (ଫିଲିପ୍ପ) ଶମରିୟାକୁ ଗଲେ ଏବଂ ସେଠାରେ ଯୀଶୁଙ୍କ ସମ୍ୱନ୍ଧରେ ପ୍ରଚାର କଲେ ଏବଂ ଅନେକ ଲୋକମାନେ ପରିତ୍ରାଣ ପ୍ରାପ୍ତ ହେଲେ।
- ୪୬:୬ ସେହିକ୍ଷଣି ଶାଉଲ ଦମ୍ମେଶକରେ ଥିବା ଯିହୂଦୀମାନଙ୍କ ନିକଟରେ ପ୍ରଚାର କରିବା ଆରମ୍ଭ କରି କହିଲେ, “ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି! “
- ୪୬:୧୦ ତା’ପରେ ସେମାନେ ସେମାନଙ୍କୁ ଅନେକ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଯୀଶୁଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ I
- ୪୭:୧୪ ପାଉଲ ଏବଂ ଅନ୍ୟାନ୍ୟ ଖ୍ରୀଷ୍ଟିୟାନ ନେତାମାନେ ଯୀଶୁଙ୍କ ସମ୍ୱନ୍ଧରେ ଅନେକ ନଗରମାନଙ୍କରେ ପ୍ରଚାର ଶିକ୍ଷା ଦେବା ନିମନ୍ତେ ଯାତ୍ରା କଲେ।
- ୫୦:୨ ଯେତେବେଳେ ଯୀଶୁ ଏହି ଜଗତରେ ବାସ କରୁଥିଲେ, ସେ କହିଲେ, “ମୋହର ଶିଷ୍ୟମାନେ ଜଗତର ସମସ୍ତ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ସମ୍ୱନ୍ଧରେ ସୁସମାଚାର ପ୍ରଚାର କରିବେ ଏବଂ ତାହାପରେ ଯୁଗାନ୍ତ ହେବ। “
ଶବ୍ଦବିନ୍ୟାସ:
-
Strong’s:
-
preach: H1319, H7121, H7150, G1229, G2097, G2605, G2782, G2783, G2784, G2980, G4283 *proclaim: H1319, H1696, H1697, H2199, H3045, H3745, H4161, H5046, H5608, H6963, H7121, H7440, H8085, G518, G591, G1229, G1861, G2097, G2605, G2782, G2784, G2980, G3142, G4135
ପ୍ରତିମା, ଖୋଦିତ ପ୍ରତିମୂର୍ତ୍ତି, ଖୋଦିତ ପ୍ରତିମୂର୍ତ୍ତିମାନ, ଧାତୁ ନିର୍ମିତ ପ୍ରତିମୂର୍ତ୍ତି, ବାହ୍ୟ ଆକାର
ପରିଭାଷା:
ଏହି ଶବ୍ଦଗୁଡ଼ିକ ମୂର୍ତ୍ତିଗୁଡ଼ିକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ପାଇଁ ତିଆରି କରାଯାଇଛି I ମୂର୍ତ୍ତିଗୁଡ଼ିକୁ ପୂଜା କରିବା ପ୍ରସଙ୍ଗରେ, “ପ୍ରତିମା” ଶବ୍ଦଟି “ଖୋଦିତ ପ୍ରତିଛବି” ର ସଂକ୍ଷିପ୍ତ ରୂପ I
- ଏକ “ଖୋଦିତ ପ୍ରତିମୂର୍ତ୍ତି“ କିମ୍ବା “ଖୋଦିତ ପ୍ରତିମା“ ଏକ କାଠରେ ନିର୍ମିତ ବସ୍ତୁ ଅଟେ ଯାହା ପଶୁ, ବ୍ୟକ୍ତି କିମ୍ବା ଏକ ବସ୍ତୁ ପରି ଦେଖାଯାଏ I
- “ଧାତୁ ନିର୍ମିତ ପ୍ରତିମା“ ଏକ ବସ୍ତୁ କିମ୍ବା “ପ୍ରତିମା“ କୁ ନିର୍ମାଣ କରିବା ନିମନ୍ତେ ଧାତୁକୁ ତରଳାଇ, ଏକ ଆକାରରେ ଢାଳିବସ୍ତୁ, ପଶୁ କିମ୍ବା ବ୍ୟକ୍ତିର ଆକାର ଦିଆଯାଏ I
- ଏହି କାଠ ଓ ଧାତୁ ବସ୍ତୁକୁ ମିଥ୍ୟା ଦେବତାକୁ ପୂଜା କରିବାରେ ବ୍ୟବହୃତ ହୁଏ I
- “ପ୍ରତିମୂର୍ତ୍ତି” ଶବ୍ଦ ଯେତେବେଳେ ଏକ ମୂର୍ତ୍ତିକୁ ଦର୍ଶାଏ ତେବେ ଏହା କାଠ କିମ୍ବା ଧାତୁ ହୋଇପାରେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେତେବେଳେ ଏକ ମୂର୍ତ୍ତିକୁ ସମ୍ବୋଧିତ କରେ, “ପ୍ରତିମୂର୍ତ୍ତି” ଶବ୍ଦକୁ “ପ୍ରତିମା” କିମ୍ବା “ଖୋଦିତ ମୂର୍ତ୍ତି” କିମ୍ବା “ଖୋଦିତ ଧାର୍ମିକ ବସ୍ତୁ” ବୋଲି ଅନୁବାଦ କରାଯାଇପାରେ I
- କେତେକ ଭାଷାରେ ଏହାକୁ ଆହୁରି ସ୍ପଷ୍ଟ କରିବା ନିମନ୍ତେ ସବୁବେଳେ ବ୍ୟାଖ୍ୟାତ୍ମକ ବ୍ୟବହାର କରାଯାଏ, ଯେପରିକି “ଖୋଦିତ ପ୍ରତିମା” କିମ୍ବା “ଧାତୁ ନିର୍ମିତ ଆକୃତି “ ଏହା କେତେକ ସ୍ଥାନରେ କେବଳ “ଛବି” କିମ୍ବା “ଆକୃତି: ମୁଳ ଲିପିରେ ଲିଖିତ ଅଛି I
- ଏହି ଶବ୍ଦ ଈଶ୍ଵରଙ୍କର ପ୍ରତିମୂର୍ତ୍ତି ପାଇଁ ବ୍ୟବହାର କରନ୍ତୁ ନାହିଁ I
(ଦେଖନ୍ତୁ: ମିଥ୍ୟା ଦେବ, ଈଶ୍ଵର , ଈଶ୍ଵରଙ୍କ ପ୍ରତିମା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0457, H1544, H2553, H4541, H4676, H4853, H4906, H5257, H5262, H5566, H6091, H6456, H6459, H6754, H6755, H6816, H8403, H8544, H8655, G15040, G51790
ପ୍ରତିଶୋଧ, ପ୍ରତିଶୋଧ ଗ୍ରହଣକାରୀ, ପ୍ରତିଶୋଧ ନେବା, ପ୍ରତିଶୋଧ
ପରିଭାଷା:
“ପ୍ରତିଶୋଧ”କିମ୍ୱା “ପ୍ରତିଶୋଧ ନେବା”ବାକ୍ୟାଂଶର ଅର୍ଥ ଜଣେ ବ୍ୟକ୍ତି ଅନ୍ୟ ଜଣ ବ୍ୟକ୍ତିପ୍ରତି କ୍ଷତି ପହଞ୍ଚାଇଥିବା ହେତୁ ପୁନଶ୍ଚ ଦଣ୍ଡ ଦେବାକୁ ବୁଝାଏ ׀ ନିଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିରୋଧ କରିବା “ପ୍ରତିଶୋଧ”ଅଟେ ׀
- ସାଧାରଣତଃ ପ୍ରତିଶୋଧ ଶବ୍ଦ ନ୍ୟାୟକୁ ଠିକ୍ କିମ୍ୱା ଭୂଲ ଭାବରେ କରାଯାଇଛି ତାହା ଦେଖିବାକୁ ବୁଝାଏ ׀
- ଯେତେବେଳେ “ପ୍ରତିଶୋଧ ନେବା”କିମ୍ୱା “ପ୍ରତିଶୋଧ ପାଇବା”କଥା ଆସେ ଯେଉଁ ବ୍ୟକ୍ତି ଅନ୍ୟ ଜଣଙ୍କୁ କ୍ଷତି ପହଞ୍ଚାଇଛନ୍ତି ତାହାକୁ ତାହାଠାରୁ ଫେରାଇ ଆଣିବାକୁ ସୂଚୀତ କରେ ׀
- ଯେତେବେଳେ ଈଶ୍ଵର “ପ୍ରତିଶୋଧ ନିଅନ୍ତି”କିମ୍ୱା “ପ୍ରତିଶୋଧ ସମ୍ପନ କରନ୍ତି”ସେ ଧାର୍ମିକ ଭାବେ କରନ୍ତି କାରଣ ସେ ପାପ ଓ ବିଦ୍ରୋହତାକୁ ଦଣ୍ଡ ଦିଅନ୍ତି ׀
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ପ୍ରତିଶୋଧ ନେବା”ଶବ୍ଦକୁ “ଭୂଲରୁ ଠିକ୍”କିମ୍ବା “ନ୍ୟାୟ ପାଇବା”ଅର୍ଥରେ ମଧ୍ୟ ଅନୁବାଦ କରାଯାଇପାରେ ׀
- ଲୋକମାନଙ୍କୁ ସୂଚୀତ କଲାବେଳେ “ପ୍ରତିଶୋଧ ନେବା”ଶବ୍ଦକୁ “ପୁନଶ୍ଚ ପାଇବା”କିମ୍ବା “ଦଣ୍ଡ ପାଇଁ ଆଘାତ କରିବା”କିମ୍ବା “ପୁନଶ୍ଚ ପାଇବା”ବୋଲି ଅନୁବାଦ କରାଯାଇପାରେ ׀
- ଏହି ଶବ୍ଦକୁ ପ୍ରସଙ୍ଗ ଅନୁଯାୟୀ “ଦଣ୍ଡ”କିମ୍ୱା “ପାପର ଦଣ୍ଡ”କିମ୍ୱା “ଭୂଲ କାମ ନିମନ୍ତେ ପେୟ କରିବା ବୋଲି ଅନୁବାଦ କରାଯାଇପାରେ ׀ ଯଦି “ପ୍ରତ୍ୟାକ୍ରମଣ”ଶବ୍ଦ ବ୍ୟବହାର କରାଯାଏ ତେବେ ଏହା କେବଳ ମନୁଷ୍ୟ ପ୍ରତି ବୁଝାଏ ׀
- ଯେବେ ଈଶ୍ଵର କହନ୍ତି “ମୋହର ପ୍ରତିଶୋଧ ନିଅ”ଏହି ବାକ୍ୟାଂଶକୁ “ମୋହର ବିରୁଦ୍ଧରେ ଭୂଲ କରିଥିବା ହେତୁ ସେମାନଙ୍କୁ ଦଣ୍ଡ ଦିଅ”କିମ୍ୱା “ସେମାନେ ମୋ ବିରୁଦ୍ଧରେ ପାପ କରିଥିବା ହେତୁ ସେମାନଙ୍କ ପ୍ରତି ଖରାପ ହେଉ”ବୋଲି ଅନୁବାଦ କରାଯାଇପାରେ ׀
- ଈଶ୍ଵରଙ୍କ ପ୍ରତିଶୋଧ ସୂଚୀତ କଲାବେଳେ, ଈଶ୍ଵର ପାପର ଦଣ୍ଡ ଦେଲାବେଳେ ସର୍ବଦା ଠିକ୍ ଥାଆନ୍ତି ବୋଲି ଅର୍ଥ ପ୍ରଲାଶ କରିବା ଉଚିତ ତାହା ନିଶ୍ଚିତ କରନ୍ତୁ ׀
(ଦଣ୍ଡ, ନ୍ୟାୟିକ, ଧାର୍ମିକତା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1350, H3467, H5358, H5359, H5360, H8199, G15560, G15570, G15580, G37090
ପ୍ରତିଶ୍ରୁତି ଦେବା, ପ୍ରତିଶ୍ରୁତି ପ୍ରତିବଦ୍ଧତା
ପରିଭାଷା:
ଏହି ଉଭୟ ଶବ୍ଦ “ପ୍ରତିଶ୍ରୁତି ଦେବା” ଏବଂ “ପ୍ରତିବଦ୍ଧତା” ଏକ ନିଷ୍ପତ୍ତି ନେବାକୁ କିମ୍ବା କିଛି କରିବାକୁ ପ୍ରତିଜ୍ଞା କରିବାକୁ ବୁଝାଏ I
-
ଜଣେ ବ୍ୟକ୍ତି ଯିଏ କୌଣସି ବିଷୟକୁ କରିବାକୁ ପ୍ରତିଜ୍ଞା କରେ ତାହା କରିବାକୁ ମଧ୍ୟ “ପ୍ରତିଶ୍ରୁତି ଦେବା” ବୋଲି ବର୍ଣ୍ଣନା କରାଯାଏ I
-
କାହାକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟର “ପ୍ରତିଶ୍ରୁତି ଦେବା” ଅର୍ଥ ସେହି କାର୍ଯ୍ୟକୁ ସେହି ବ୍ୟକ୍ତିକୁ ନ୍ୟସ୍ତ କରିବା ଅଟେ I ଉଦାହରଣ ସ୍ୱରୂପ, ଦ୍ଵିତୀୟ କରନ୍ଥୀୟରେ ପାଉଲ କହନ୍ତି ଯେ ଈଶ୍ଵର ଆମ୍ଭମାନଙ୍କୁ, ଲୋକମାନଙ୍କୁ ଈଶ୍ଵରଙ୍କ ସହିତ ମିଳନ କରେଇବାକୁ ସାହଯ୍ୟ କରିବା କାର୍ଯ୍ୟ ନ୍ୟସ୍ତ କରିଛନ୍ତି (କିମ୍ବା “ଦେଇଛନ୍ତି”) I
* “ପ୍ରତିଶ୍ରୁତି ଦେବା” ଏବଂ “ପ୍ରତିବଦ୍ଧ” ଶବ୍ଦଗୁଡ଼ିକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭୁଲ କାର୍ଯ୍ୟ କରିବାକୁ ସୂଚିତ କରେ ଯେପରିକି “ପାପ କରିବା” କିମ୍ବା “ବ୍ୟଭିଚାର କରିବା” କିମ୍ବା “ହତ୍ୟା କରିବା”I
* “କୌଣସି କାମ ହସ୍ଥାନ୍ତର କରିବା” ବକ୍ୟାଂଶକୁ “ତାହାଙ୍କୁ କାର୍ଯ୍ୟ ଦେବା” କିମ୍ୱା “କାର୍ଯ୍ୟର ଦଦାୟିତ୍ୱ ଦେବା” କିମ୍ୱା “କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି ଦେବା” ବୋଲି ମଧ୍ୟ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ I
- “ପ୍ରତିବଦ୍ଧତା” ଶବ୍ଦକୁ “ଦିଆଯାଇଥିବା ଦାୟିତ୍ୱ“ କିମ୍ୱା “ଯେଉଁ ପ୍ରତିଜ୍ଞା ଦିଆଯାଇଥିଲା” ବୋଲି ମଧ୍ୟ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ବ୍ୟଭିଚାର, ବିଶ୍ୱସ୍ତ, ପ୍ରତିଜ୍ଞା, ପାପ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0539, H0817, H1361, H1497, H1500, H1540, H1556, H2181, H2388, H2398, H2399, H2403, H4560, H4603, H5003, H5753, H5766, H5771, H6213, H6466, H7683, H7760, H7847, G02640, G20380, G27160, G34290, G34310, G38600, G38720, G39080, G41020, G41600, G42030
ପ୍ରତ୍ୟାଖ୍ୟାନ କରିବା, ପ୍ରତ୍ୟାଖ୍ୟାନ କଲେ, ଅସ୍ୱୀକାର
ପରିଭାଷା:
କାହାକୁକୁ କିମ୍ବା କୌଣସି ବିଷୟକୁ “ପ୍ରତ୍ୟାଖ୍ୟାନ” କରିବା ଅର୍ଥ ସେହି ବ୍ୟକ୍ତି ବା ବିଷୟକୁ ଗ୍ରହଣ କରିବାକୁ ଅସ୍ୱୀକାର କରିବା ଅଟେ ।
- “ପ୍ରତ୍ୟାଖ୍ୟାନ” କରିବା ଶବ୍ଦର ଅର୍ଥ କୌଣସି ବିଷୟ ପ୍ରତି “ବିଶ୍ୱାସ କରିବାକୁ ଅସ୍ୱୀକାର କରିବା” ମଧ୍ୟ ହୋଇପାରେ।
- ଈଶ୍ଵରଙ୍କୁ ଅଗ୍ରାହ୍ୟ କରିବା ଅର୍ଥ ତାହାଙ୍କ ଆଜ୍ଞା ମଧ୍ୟ ପାଳନ ନ କରିବା ଅଟେ।
- ଯେବେ ଇସ୍ରାଏଲୀୟମାନେ ମୋଶାଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କଲେ, ଏହାର ଅର୍ଥ ସେମାନେ ତାହାଙ୍କ କର୍ତ୍ତୃତ୍ୱ ପ୍ରତି ବିଦ୍ରୋହ କରୁଥିଲେ। ସେମାନେ ତାହାଙ୍କର ଆଜ୍ଞା ପାଳନ କରିବାକୁ ଚାହୁଁ ନ ଥିଲେ।
- ଯେବେ ଇସ୍ରାଏଲୀୟମାନେ ମିଥ୍ୟା ଦେବତାଗଣର ପୂଜା କରି ଦର୍ଶାଇଲେ ଯେ ସେମାନେ ଈଶ୍ୱରଙ୍କୁ ଅଗ୍ରାହ୍ୟ କରୁଛନ୍ତି।
- “ଦୂରଇ ଦେବା” ଶବ୍ଦର ଆକ୍ଷରିକ ଅର୍ଥ ଅନ୍ୟ ଭାଷାମାନଙ୍କରେ କାହାକୁ କିମ୍ବା କୌଣସି ବିଷୟକୁ ପ୍ରତ୍ୟାଖ୍ୟାନ କିମ୍ବା ଅଗ୍ରାହ୍ୟ କରିବାକୁ ସମାନ ଶବ୍ଦ ଥାଇପାରେ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ପ୍ରତ୍ୟାଖ୍ୟାନ”ଶବ୍ଦକୁ “ଗ୍ରହଣ ନ କରିବା” କିମ୍ବା “ସାହାଯ୍ୟ ବନ୍ଦ କରିବା” କିମ୍ବା “ଆଜ୍ଞା ପାଳନ କରିବାକୁ ଅସ୍ୱୀକାର କରିବା” କିମ୍ବା “ଆଜ୍ଞା ପାଳନ କରିବାରୁ ବନ୍ଦ କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
- “ପ୍ରସ୍ତର ଯାହା ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ,” ବାକ୍ୟାଂଶରେ “ପ୍ରତ୍ୟାଖ୍ୟାନ କଲେ” ଶବ୍ଦକୁ ଯେପରି “ବ୍ୟବହାର କରିବାକୁ ଅଗ୍ରାହ୍ୟ କଲେ” କିମ୍ବା “ଗ୍ରହଣ କଲେ ନାହିଁ” କିମ୍ବା “ଫୋପାଡ଼ି ଦେଲେ” କିମ୍ବା “ଏହାକୁ ବ୍ୟବହାର ଯୋଗ୍ୟ ନୁହେଁ” ବୋଲି ଅନୁବାଦ କରାଯାଇପାରେ।
- ଲୋକମାନେ ଈଶ୍ୱରଙ୍କ ଆଜ୍ଞାକୁ ଅଗ୍ରାହ୍ୟ କାରିବା ପ୍ରସଙ୍ଗରେ, ଅଗ୍ରାହ୍ୟ କଲେ ଯେପରି ତାହାଙ୍କ ଅଜ୍ଞାଗୁଡ଼ିକ “ପାଳନ କରିବାକୁ ଅଗ୍ରାହ୍ୟ କଲେ” କିମ୍ୱା ଈଶ୍ୱରଙ୍କ ବ୍ୟବସ୍ଥାଗୁଡ଼ିକ “ହୃଦୟ କଠିନ ହେତୁ ଗ୍ରହଣ ନ କରିବାକୁ ମନୋନୀତ କଲେ” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ଆଦେଶ, ଅମାନ୍ୟ କରିବା, ଆଜ୍ଞା ପାଳନ, ଶକ୍ତଗ୍ରୀବ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0947, H0959, H2186, H2310, H3988, H5006, H5034, H5186, H5203, H5307, H5541, H5800, G01140, G04830, G05500, G05790, G05800, G05930, G06830, G07200, G16090, G38680
ପ୍ରଥମ ଜାତ
ପରିଭାଷା:
“ପ୍ରଥମ ଜାତ” ମନୁଷ୍ୟ କିମ୍ବା ପଶୁ ସନ୍ତାନରୁ ପ୍ରଥମ ଜାତକୁ ବୁଝାଏ, ଯାହାକି ଅନ୍ୟ ସନ୍ତାନ ଜନ୍ମ ହେବା ପୂର୍ବରୁ ପ୍ରଥମେ ଜନ୍ମ ହୁଏ I
- ବାଇବେଲରେ, “ପ୍ରଥମ ଜାତ“ ସାଧାରଣତଃ ପ୍ରଥମେ ଜାତ ପୁତ୍ର ସନ୍ତାନକୁ ବୁଝାଏ I
- ବାଇବେଲ ସମୟରେ, ପ୍ରଥମ ଜାତ ସନ୍ତାନକୁ ଏକ ମୁଖ୍ୟ ସ୍ଥାନ ଓ ଅନ୍ୟ ସନ୍ତାନ ଅପେକ୍ଷା ଦୁଇଗୁଣ ଅଧିକ ସମ୍ପତି ଦିଆଯାଉଥିଲା I
- ଅନେକ ସମୟରେ ପ୍ରଥମ ଜାତ ପଶୁକୁ ଈଶ୍ଵରଙ୍କ ନିମନ୍ତେ ବଳି ଉତ୍ସର୍ଗ କରାଯାଉଥିଲା I
- ଏହି ଧାରଣାକୁ ରୂପକ ଭାବେ ମଧ୍ୟ ବ୍ୟବହାର କରାଯାଇପାରେ I ଉଦାହରଣ ସ୍ୱରୂପ, ଇସ୍ରାଏଲ ଜାତିକୁ ଈଶ୍ଵରଙ୍କ ପ୍ରଥମ ଜାତ କୁହା ଯାଇଅଛି କାରଣ ଈଶ୍ଵର ଏହି ଜାତିକୁ ଅନ୍ୟ ଜାତି ଅପେକ୍ଷା ବିଶେଷ ସୁବିଧା ପ୍ରଦାନ କରିଛନ୍ତି I
- ଯୀଶୁ, ଈଶ୍ଵରଙ୍କ ପୁତ୍ର ଈଶ୍ଵରଙ୍କ ପ୍ରଥମ ଜାତ କୁହାଗଲେ କାରଣ ସମସ୍ତଙ୍କ ଉପରେ ତାହାଙ୍କ ମହାନତା ଓ ଅଧିକାର ଅଧିକ ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
ଯେବେ “ପ୍ରଥମ ଜାତ“ ଶବ୍ଦ ବାଇବେଲରେ ଉଲ୍ଲେଖିତ, ଏହାକୁ “ପ୍ରଥମ ଜାତ ନର“ କିମ୍ବା “ପ୍ରଥମ ଜାତ ପୁତ୍ର” ବୋଲି ଅନୁବାଦ କରାଯାଇପାରେ କାରଣ ଏହା ଅସ୍ପଷ୍ଟ I (ଦେଖନ୍ତୁ: ସତ୍ୟବୋଲି ଗ୍ରହଣ କରିବା ଜ୍ଞାନ ଓ ଅସ୍ପଷ୍ଟ ସୂଚନା)
-
ଏହି ଶବ୍ଦକୁ “ଯେ ପ୍ରଥମେ ଜାତ” କିମ୍ବା “ସବୁଠାରୁ ବଡ଼ ପୁଅ“ କିମ୍ବା “ପ୍ରଥମ ପୁତ୍ର“ ବୋଲି ଅନୁବାଦ କରାଯାଇପାରେ I
-
ଯେବେ ଏହା ଯୀଶୁଙ୍କୁ ବୁଝାଏ, ଏହାକୁ “ପୁତ୍ର ଯାହାର ଅଧିକାର ସମସ୍ତ ବିଷୟ ଉପରେ ଅଛି“ କିମ୍ବା “ପୁତ୍ର ଯେ ସମ୍ମାନ ପାଇବାରେ ପ୍ରଥମ“ ବୋଲି ଅନୁବାଦ କରାଯାଇପାରେ I
-
ସାବଧାନ: ନିଶ୍ଚିନ୍ତ ହୁଅନ୍ତୁ ଯେ ଏହି ଶବ୍ଦ ଯୀଶୁ ସୃଷ୍ଟି ହୋଇଅଛନ୍ତି ବୋଲି ଯେପରି ନ ବୁଝାଏ I
(ଦେଖନ୍ତୁ: ଅଧିକାରୀ, ବଳିଦାନ, ପୁତ୍ର)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1060, H1062, H1067, H1069, G44160, G52070
ପ୍ରଦେଶ, ପ୍ରଦେଶଗୁଡିକ, ପ୍ରାଦେଶିକ
ତଥ୍ୟଗୁଡିକ:
ପ୍ରଦେଶ ଗୋଟିଏ ଦେଶ ବା ସାମ୍ରାଜ୍ୟର ଏକ ବିଭାଗ ବା ଅଂଶ ଅଟେ I “ପ୍ରାଦେଶିକ” ଶବ୍ଦ ଏକ ପ୍ରଦେଶ ସମ୍ପର୍କୀତ ବିଷୟ ଅଟେ, ଯଥା ପ୍ରାଦେଶିକ ରାଜ୍ୟପାଳ ବା ଗଭର୍ଣ୍ଣର I * ଉଦାହରଣସ୍ୱରୂପ, ପୁରାତନ ପାରସିକ ସାମ୍ରାଜ୍ୟ ପ୍ରଦେଶଗୁଡିକରେ ବିଭକ୍ତ ହେଲା; ଯଥା: ମାଦୀୟ, ପର୍ସିଆ, ସୁରିଆ ଏବଂ ମିସର I * ନୂତନ ନୀୟମର ସମୟରେ, ରୋମୀୟ ସାମ୍ରାଜ୍ୟ ପ୍ରଦେଶଗୁଡିକରେ ବିଭକ୍ତ ହେଲା; ଯଥା: ମାକିଦନିଆ, ଏସିଆ, ସୁରିଆ, ଯିହୂଦା, ଶମରିୟା, ଗାଲିଲୀ ଏବଂ ଗାଲାତୀଆ I * ପ୍ରତ୍ୟେକ ପ୍ରଦେଶର ନିଜ ନିଜର ଶାସନକର୍ତ୍ତାଥିଲେ I ସେ ସାମ୍ରାଜ୍ୟର ରାଜା ବା ଶାସକ ଅଧିନରେଥିଲେ I ଏହି ଶାସନକର୍ତ୍ତାଙ୍କୁ ବେଳେବେଳେ “ପ୍ରାଦେଶିକ ଅଧିକାରୀ” ବା “ପ୍ରାଦେଶିକ ଗଭର୍ଣ୍ଣର” କୁହାଯାଉଥିଲା I * “ପ୍ରଦେଶ” ଏବଂ “ପ୍ରାଦେଶିକ” ପଦଗୁଡିକୁ “ଅଞ୍ଚଳ” ବା “ଆଞ୍ଚଳିକ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
(ଆହୁରି ମଧ୍ୟ ଦେଖ: ଏସିଆ, ମିସର, ଏଷ୍ଟର, ଗାଲାତୀଆ, ଗାଲିଲୀ, ଯିହୁଦା, ମାକିଦନିଆ, ମାଦୀୟ, ରୋମ, ଶମରିୟା, ସିରିଆ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H4082, H4083, H5675, H5676, G1885
ପ୍ରଧାନ ଯାଜକ
ସଂଜ୍ଞା:
ଯୀଶୁ ପୃଥିବୀରେ ଥିବା ବେଳେ ଯିହୁଦୀମାନଙ୍କର ଧାର୍ମିକ ଗୁରୁ ପ୍ରଧାନ ଯାଜକମାନେଥିଲେ * ମନ୍ଦିରରେ ଉପାସନା ନିମନ୍ତେ ସମସ୍ତ ବିଷୟ ଆୟୋଜନ କରିବା ଦଦାୟିତ୍ୱ ପ୍ରଧାନ ଯାଜକମାନଙ୍କରଥିଲା
ଏବଂ ଯେଉଁ ଅର୍ଥ (ଟଙ୍କା) ମନ୍ଦିରକୁ ଆସୁଥିଲା ତାହାର ଦଦାୟିତ୍ୱ ମଧ୍ୟ ଏମାନଙ୍କରଥିଲା
- ସେମାନେ ସାଧାରଣ ଯାଜକମାନଙ୍କଠାରୁ ଉଚ୍ଚ ପଦବୀରେଥିଲେ କେବଳ ପ୍ରାଧାନ ଯାଜକଙ୍କର ଅଧିକ ଅଧିକାରଥିଲା
- ସେହି ପ୍ରାଧାନ ଯାଜକମାନଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କର ଶତ୍ରୁଥିଲେ ଓ ସେମାନେ ଦୃଢତାର ସହିତ ରୋମର ସୈନିକମାନଙ୍କୁ ଯୀଶୁଙ୍କୁ ବନ୍ଦୀ ଓ ମାରିବା ନିମନ୍ତେ ପ୍ରଭାବିତ କରୁଥିଲେ
ଅନୁବାଦ କରିବା ନିମନ୍ତେ ଉପଦେଶ ଗୁଡିକ:
- “ପ୍ରାଧାନ ଯାଜକ” ଶବ୍ଦକୁ ମଧ୍ୟ “ମୁଖ୍ୟ ଯାଜକ” କିମ୍ୱା “ଆଗଧାଡିର ଯାଜକ” ନତୁବା “ଯାଜକମାନଙ୍କର ମୁଖ୍ୟ” ଭାବରେ ଅନୁବାଦ କରିହେବ
- ଏହି ଶବ୍ଦ ସମୟ ସମୟରେ “ପ୍ରାଧାନ ଯାଜକ” ଭିନ୍ନ ଭାବରେ ଅନୁବାଦ କରାଯାଇପାରେ
(ଦେଖ: ମୁଖ୍ୟ, ପ୍ରାଧାନ ଯାଜକ, ଯିହୁଦୀ ନେତା](other.html#jewishleaders), ଯାଜକ
ବାଇବଲ ସନ୍ଦର୍ୱ:
- ପ୍ରେରିତ ୦୯:୧୩-୧୬
- ପ୍ରେରିତ ୨୨:୩୦
- ପ୍ରେରିତ ୨୬:୧୨-୧୪
- ଲୁକ ୨୦:୧-୨
- ମାର୍କ ୦୮:୩୧-୩୨
- ମାଥିଉ ୧୬:୨୧-୨୩
- ମାଥିଉ ୨୬:୩-୫
- ମାଥିଉ ୨୬:୫୯-୬୧
- ମାଥିଉ ୨୭:୪୧-୪୨
ବୋର୍ଡ ଡାଟା :
- Strong's: H3548, H7218, G749
ପ୍ରଭେଦ ବାରି ପାରିବା, ଅନ୍ତର୍ଦୃଷ୍ଟି, ପ୍ରଭେଦ ଦେଖାଇବା
ପରିଭାଷା:
“ପ୍ରଭେଦ ବାରି ପାରିବା” ଶବ୍ଦଟି ଜାଣିବାକୁ ସକ୍ଷମ, ବିଶେଷତଃ କିଛି ବିଷୟ ସତ କିମ୍ୱା ମିଛ ଜାଣିବା ସକ୍ଷମ ହେବାକୁ ବୁଝାଏ ।
- “ଅନ୍ତର୍ଦୃଷ୍ଟି” ଶବ୍ଦ ଏକ ନିଶ୍ଚିତ ବିଷୟରେ ବୁଝି, ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନେବାକୁ ବୁଝାଏ।
- ଏହା ଜ୍ଞାନ ଏବଂ ଉତ୍ତମ ବିଚାର ଥିବା ବିଷୟକୁ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ପ୍ରଭେଦ ବାରି ପାରିବା” ଶବ୍ଦକୁ ପ୍ରସଙ୍ଗ ଉପରେ ଅଧାର କରି, “ଜାଣିବା” କିମ୍ବା “ପାର୍ଥକ୍ୟ ଜାଣିବା” କିମ୍ବା “ଭଲ ବା ମନ୍ଦର ପ୍ରଭେଦ” କିମ୍ବା “ମନ୍ଦଠାରୁ ଭଲକୁ ବୁଝିପାରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ । “ଅନ୍ତର୍ଦୃଷ୍ଟି” ଶବ୍ଦକୁ ମଧ୍ୟ “ଜାଣିବା” କିମ୍ବା “ଭଲ ଓ ମନ୍ଦକୁ ପ୍ରଭେଦ କରିବା ସକ୍ଷମତା” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ବିଚାରକରିବା, ଜ୍ଞାନୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ
- Strong’s: H0995, H2940, H4209, H5234, H8085, G03500, G12520, G12530, G29240
ପ୍ରସବରେ, ପ୍ରସବ ଯନ୍ତ୍ରଣା, ପ୍ରସବ ବେଦନା, ସନ୍ତାନ ଉତ୍ପନ୍ନର ବେଦନା
ପରିଭାଷା:
“ପ୍ରସବ ବେଦନାଗ୍ରସ୍ତ” ଜଣେ ସ୍ତ୍ରୀଲୋକ ନିଜ ସନ୍ତାନର ଜନ୍ମ ପର୍ଯ୍ୟନ୍ତ ଯନ୍ତ୍ରଣା ଅନୁଭବ କରେ । ଏହାକୁ “ପ୍ରସବ ଯନ୍ତ୍ରଣା” କୁହାଯାଏ ।
-
ଗାଲାତୀୟମାନଙ୍କୁ ଲେଖିଥିବା ପତ୍ରରେ, ପ୍ରେରିତ ପାଉଲ ଏହି ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ନିଜର ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ପରି ହେବାରେ ସାହାଯ୍ୟ କରିବାକୁ ନିଜର ତୀବ୍ର ପ୍ରୟାସକୁ ବର୍ଣ୍ଣନା କରିଥିଲେ ।
-
ପ୍ରସବ ଯନ୍ତ୍ରଣାର ଅନୁରୂପ ବାଇବେଲରେ ମଧ୍ୟ ବାରମ୍ବାରତା ଏବଂ ତୀବ୍ରତା ସହ ବିପର୍ଯ୍ୟୟ କିପରି ଘଟିବ ତାହା ବର୍ଣ୍ଣନା କରିବାକୁ ବ୍ୟବହୃତ ହୁଏ ।
(ଦେଖନ୍ତୁ:
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2342, H3018, H3205, H5999, H6887, G34490, G49440, G56040, G56050
ପ୍ରସିଦ୍ଧ, ପ୍ରସିଦ୍ଧିପ୍ରାପ୍ତ
ସଂଜ୍ଞା:
“ପ୍ରସିଦ୍ଧ” ପ୍ରତିଶବ୍ଦ ମହାନତା ସହିତ ଜଡିତ ହୋଇ ସୁପରିଚିତ ହେବା ଏବଂ ପ୍ରଶଂସାଯୋଗ୍ୟ ସୁନାମ ହାସଲ କରିବା ବିଷୟକୁ ସୂଚାଇଥାଏ I କିଛି ବିଷୟ ବା କେହି ଜଣେ “ପ୍ରସିଦ୍ଧିପ୍ରାପ୍ତ” ଅଟନ୍ତି ଯଦି ସେ ପ୍ରସିଦ୍ଧ ହୋଇଥାନ୍ତି I * ଏକ “ପ୍ରସିଦ୍ଧିପ୍ରାପ୍ତ” ବ୍ୟକ୍ତି ଅତି ସୁପରିଚିତ ଥାଆନ୍ତି ଏବଂ ଉଚ୍ଚ ସମ୍ମାନିତ ହୋଇଥାଆନ୍ତି I * “ପ୍ରସିଦ୍ଧ” ବିଶେଷତଃ ଏକ ଉତ୍ତମ ସୁନାମକୁ ସୂଚାଇଥାଏ ଯାହା ଲୋକମାନେ ବ୍ୟାପକ ଭାବରେ ଏକ ଲମ୍ବା ସମୟ ଧରି ଜାଣିଥାଆନ୍ତି I * ଏକ ନଗରୀ ଅନେକ ସମୟରେ ଏହାର ସମ୍ପଦ ଏବଂ ସମୃଦ୍ଧି ନିମନ୍ତେ “ପ୍ରସିଦ୍ଧି ଲାଭ” କରିଥାଏ I
ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:
- “ପ୍ରସିଦ୍ଧ” ପ୍ରତିଶବ୍ଦକୁ “ସୁଖ୍ୟାତି” ବା “ସମ୍ମାନିତ ସୁନାମ” ବା “ଅନେକ ଲୋକମାନଙ୍କ ଦ୍ୱାରା ଉତ୍ତମ ଭାବରେ ଜଣା ମହାନତା” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
- ଏହି “ପ୍ରସିଦ୍ଧିପ୍ରାପ୍ତ” ପ୍ରତିଶବ୍ଦକୁ “ସୁପରିଚିତ ଏବଂ ଅତିଶୟ ସମ୍ମାନିତ” କିମ୍ୱା “ଏକ ଚମତ୍କାର ସୁନାମ ପ୍ରାପ୍ତି” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
- “ସଦାପ୍ରଭୁଙ୍କ ନାମ ଇସ୍ରାଏଲ ମଧ୍ୟରେ ପ୍ରସିଦ୍ଧି ଲାଭ କରୁ” ଅଭିବ୍ୟକ୍ତିକୁ * “ସଦାପ୍ରଭୁଙ୍କ ନାମ ଇସ୍ରାଏଲର ଲୋକମାନଙ୍କ ଦ୍ୱାରା ଉତ୍ତମ ଭାବରେ ପରିଚିତ ଏବଂ ସମ୍ମାନିତ ହେଉ” ବୋଲି ଅନୁବାଦ କରାଯାଇପାରିବ I
- “ପ୍ରସିଦ୍ଧ ଲୋକମାନେ” ପଦକୁ “ସେମାନଙ୍କ ସାହସ ହେତୁ ସୁପରିଚିତ ଲୋକମାନେ” କିମ୍ୱା “ବିଖ୍ୟାତ ଯୋଦ୍ଧାମାନେ” ବା “ବିଶେଷ ସମ୍ମାନିତ ଲୋକମାନେ” ବୋଲି ଅନୁବାଦ କରିପାରିବେ I
- “ତୁମ୍ଭର ସୁଖ୍ୟାତି ପୁରୁଷାନୁକ୍ରମରେ ଥାଏ” ଅଭିବ୍ୟକ୍ତିକୁ “ବର୍ଷଗୁଡିକ ସାରା ଲୋକମାନେ ତୁମ୍ଭର ମହାନତା ସମ୍ପର୍କରେ ଜ୍ଞାତ ହେବେ” ବା “ପ୍ରତ୍ୟେକ ପୁରୁଷ ତୁମ୍ଭର ମହାନତାକୁ ଦେଖିଥାଏ ଏବଂ ଶୁଣିଥାଏ” ବୋଲି ଅନୁବାଦ କରାଯାଇପାରିବ I
(ଆହୁରି ମଧ୍ୟ ଦେଖ: ସମ୍ମାନ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H1984, H7121, H8034
ପ୍ରହର (ବାଇବେଲର ସମୟ)
ପରିଭାଷା:
ବାଇବେଲ ସମୟରେ, ଏକ “ପ୍ରହର” ରାତିର ଏକ ସମୟ ଥିଲା ଯେଉଁଥିରେ ଜଣେ ପ୍ରହରୀ କିମ୍ବା ସହରର ଜଗୁଆଳି ଶତ୍ରୁଠାରୁ ସୁରକ୍ଷା କରିବା ଦାୟୀତ୍ଵରେ ରହୁଥିଲେ ׀
· ପୂରାତନ ନିୟମ ଅନୁଯାୟୀ ଇସ୍ରାଏଲୀୟମାନଙ୍କର ତିନୋଟି ପ୍ରହର ଥିଲା ଯେପରିକି “ଆରମ୍ଭ “(ସୂର୍ଯ୍ୟାସ୍ତରୁ ରାତ୍ରି ୧୦), “ମଧ୍ୟମ “(ରାତ୍ରି ୧୦ରୁ ପାହାନ୍ତିଆ ୨) ଏବଂ “ପ୍ରଭାତ” (ପାହାନ୍ତିଆ ୨ ରୁ ସୂର୍ଯୋଦୟ) ׀
· ନୂତନ ନିୟମ ଅନୁଯାୟୀ ଯିହୁଦୀମାନେ ରୋମୀୟ ନୀୟମାନୁସାରେ ଚାରଟି ପ୍ରହର ଅନୁସରଣ କରୁଥିଲେ ଯେପରିକି “ପ୍ରଥମ “(ସୂର୍ଯ୍ୟାସ୍ତରୁ ରାତ୍ରି ୯), “ଦ୍ୱିତିୟ” (ରାତ୍ରି ୯ ଟାରୁ ମଧ୍ୟରାତ୍ରି), “ତୃତୀୟ “(ମଧ୍ୟରାତ୍ରିରୁ ପାହାନ୍ତିଆ ୩), “ଚତୁର୍ଥ” (ପାହାନ୍ତିଆ ୩ରୁ ସୂର୍ଯୋଦୟ) ପର୍ଯ୍ୟନ୍ତ ׀
· ଏହି ଶବ୍ଦଗୁଡ଼ିକ ସାଧାରଣ ଭାବରେ ବିଭିନ୍ନ ସମୟ ଅନୁଯାୟୀ ମଧ୍ୟ ଅନୁବାଦ କରାଯାଇପାରେ ଯେପରିକି “ବିଳମ୍ୱିତ ସନ୍ଧ୍ୟା” ବା “ମଧ୍ୟ ରାତ୍ରି” ବା “ଅତି ପ୍ରଭାତ ସମୟ”׀
(ଦେଖନ୍ତୁ: ସମୟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
Strong’s: H0821, G54380
ପ୍ରାଙ୍ଗଣ, ଅଗଣା
ପରିଭାଷା:
“ଅଗଣା” ଓ “ପ୍ରାଙ୍ଗଣ” ଶବ୍ଦ ଏକ ଆବଦ୍ଧ ଜମି ଯାହା ମୁକ୍ତ ଆକାଶ ତଳେ ଓ କାନ୍ଥ ଦ୍ୱାରା ଘେରା ହୋଇଥିବା ସ୍ଥାନକୁ ବୁଝାଏ । “ଅଦାଲତ” ଶବ୍ଦ ଯେଉଁ ସ୍ଥାନରେ ବିଚାରପତି ନ୍ୟାୟ ଓ ଦୋଷ କରିଥିବା ବିଷୟଗୁଡ଼ିକ ବିଚାର କରୁଥିବା ସ୍ଥାନକୁ ବୁଝାଏ ।
- ସମାଗମ ତମ୍ୱୁ ଚାରିପଟେ ମୋଟା କାନ୍ଥ, କପଡା ପରଦାରେ ଆବୃତ୍ତ ହୋଇଥିବା ଅଗଣା ଥିଲା ।
- ମନ୍ଦିର ପ୍ରାଙ୍ଗଣରେ ତିନିଟି ଭିତର ଅଗଣା ଥିଲା: ପ୍ରଥମଟି ଯାଜକଗଣ ପାଇଁ, ଅନ୍ୟଟି ଯୁହୁଦୀ ପୁରୁଷମାନଙ୍କ ନିମନ୍ତେ ଓ ଶେଷଟି ଯିହୁଦୀ ମହିଳାମାନଙ୍କ ନିମନ୍ତେ ଥିଲା ।
- ଏହି ଆଭ୍ୟନ୍ତରୀଣ କୋଠାରୀଗୁଡ଼ିକର ଚାରିପାଖ ଛୋଟ ଛୋଟ ପ୍ରସ୍ତରର କାନ୍ଥ ଥିଲା ଯାହା ବାହ୍ୟ ଅଗଣାଠାରୁ ଅଲଗା ଥିଲା, ଯେଉଁଠି ବିଜାତୀମାନେ ଉପାସନା କରିପାରୁଥିଲେ ।
- ଏକ ଗୃହର ମଧ୍ୟ ଭାଗରେ ଥିବା ସ୍ଥାନକୁ ଖୋଲା ଅଗଣା ମଧ୍ୟ କୁହାଯାଏ ।
- “ରାଜ ପ୍ରାସାଦ” ଶବ୍ଦ ପ୍ରାସାଦକୁ ବୁଝାଇପାରେ ଅଥବା ଯେଉଁ ସ୍ଥାନରେ ସେ ବିଚାର କରନ୍ତି ସେହି ପ୍ରାସାଦକୁ ବୁଝାଇପାରେ ।
- “ଯିହୋବାଙ୍କର ପ୍ରାଙ୍ଗଣ” ଅଭିବ୍ୟକ୍ତି ଏକ ଉପମା ଅଟେ ଯାହାର ଅର୍ଥ ଯିହୋବାଙ୍କର ବାସସ୍ଥଳ ଅଟେ ଯେଉଁଠି ଲୋକାମାନେ ଯିହୋବାଙ୍କୁ ଉପାସନା କରିବାକୁ ଯାଆନ୍ତି ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଅଗଣା” ଶବ୍ଦକୁ “ଆବଦ୍ଧ ଜାଗା” କିମ୍ବା “କାନ୍ଥ ଭିତର ଜାଗା” କିମ୍ୱା “ମନ୍ଦିର ପ୍ରାଙ୍ଗଣ” କିମ୍ବା “ମନ୍ଦିର ବେଢା“ ବୋଲି ଅନୁବାଦ କରାଯାଇପାରେ ।
- ବେଳେବେଳେ “ମନ୍ଦିର” ଶବ୍ଦକୁ “ମନ୍ଦିର ପ୍ରାଙ୍ଗଣ” କିମ୍ୱା “ମନ୍ଦିର ବେଢା” ବୋଲି ଅନୁବାଦ କରାଯାଇପାରେ ଯାହା ଏହା ସ୍ପଷ୍ଟ କରିବ ଯେ ଅଗଣା, ମନ୍ଦିରର ଅଟ୍ଟାଳିକାକୁ ବୁଝାଏ ନାହିଁ ।
- “ଯିହୋବାଙ୍କର ଆବାସ” ଶବ୍ଦକୁ “ଯେଉଁ ସ୍ଥାନରେ ଯିହୋବା ବାସ କରନ୍ତି” କିମ୍ୱା “ଯେଉଁ ସ୍ଥାନରେ ଯିହୋବା ଉପାସନା କରାଯାଆନ୍ତି“ ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
- ଯେଉଁ ଶବ୍ଦ ରାଜା ପ୍ରାସାଦ ନିମନ୍ତେ ବ୍ୟବହାର ହୋଇଛି ତାହା ମଧ୍ୟ ଯିହୋବାଙ୍କର ଆବାସ ସ୍ଥାନ ପାଇଁ ବ୍ୟବହାର କରାଯାଇପାରେ ।
(ଦେଖନ୍ତୁ: ବିଜାତୀ(../kt/gentile.md), [ବିଚାରପତି](other.html#judgeposition), [ରାଜା], ସମାଗମ ତମ୍ୱୁ, ମନ୍ଦିର)
ବାଇବେଲ ପଦପର୍ବ:
- ୨ ରାଜାବଳୀ ୨୦:୪-୫
- ଯାତ୍ରାପୁସ୍ତକ ୨୭:୯
- ଯିରିମୀୟ ୧୯:୧୪-୧୫
- ଲୂକ ୨୨:୫୫
- ମାଥିଉ ୨୬:୬୯-୭୦
- ଗଣନାପୁସ୍ତକ ୩:୨୬
- ଗୀତସଂହିତା ୬୫:୪
ଶବ୍ଦବିନ୍ୟାସ:
- Strong’s: H1004, H1508, H2691, H5835, H7339, H8651, G08330, G42590
ପ୍ରାଣୀ, ସୃଷ୍ଟି
ପରିଭାଷା:
“ପ୍ରାଣୀ” ଶବ୍ଦ ସମସ୍ତ ଜୀବକୁ ବୁଝାଏ ଯାହା ଈଶ୍ଵର ସୃଷ୍ଟି କରିଛନ୍ତି, ଅର୍ଥାତ ଉଭୟ ମନୁଷ୍ୟ ଏବଂ ପଶୁସମୂହକୁ ବୁଝାଏ ।
- ଭବିଷ୍ୟଦ୍ବକ୍ତା ଯିହିଜିକଲ ଈଶ୍ଵରଙ୍କ ଗୌରବ ବିଷୟରେ ଦର୍ଶନରେ “ଜୀବଜନ୍ତୁ” ଦେଖିବା ବିଷୟରେ ବର୍ଣ୍ଣନା କରିଥିଲେ । ସେଗୁଡ଼ିକର ଅର୍ଥ କ’ଣ ସେ ଜାଣି ନଥିଲେ, ତେଣୁ ସେ ସେମାନଙ୍କୁ ଏହି ସାଧାରଣ ଭାବରେ ଉଲ୍ଲେଖ କରିଥିଲେ ।
- “ସୃଷ୍ଟି” ଶବ୍ଦର ଏକ ଭିନ୍ନ ଅର୍ଥ ଅଛି କାରଣ ଏହା ଈଶ୍ଵର ସୃଷ୍ଟି କରିଥିବା ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରେ, ଉଭୟ ଜୀବନ୍ତ ଏବଂ ଅଜୀବନ୍ତ ବିଷୟ (ଯେପରିକି ଭୂମି, ଜଳ, ଏବଂ ତାରାଗଣ) । “ଜୀବ” ଶବ୍ଦ କେବଳ ଜୀବନ୍ତ ବିଷୟକୁ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଅଧାର କରି, “ଜୀବ” ଶବ୍ଦକୁ “ସୃଷ୍ଟ ବିଷୟ” ବା “ଜୀବିତ” କିମ୍ବା “ସୃଷ୍ଟ ପ୍ରାଣୀ” ବୋଲି ଅନୁବାଦ କରାଯାଇପାରେ ।
- “ଜୀବ” ବହୁବଚନ ଶବ୍ଦକୁ “ସମସ୍ତ ଜୀବନ୍ତ” କିମ୍ବା “ଲୋକ ଏବଂ ପଶୁ” କିମ୍ବା “ପଶୁ” କିମ୍ବା “ମନୁଷ୍ୟ” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ସୃଷ୍ଟି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1320, H1321, H1870, H2119, H2416, H4639, H5315, H5971, H7430, H8318, G22260, G29370, G29380
ପ୍ରାସାଦ, ଗୃହ
ପରିଭାଷା:
“ପ୍ରାସାଦ” ଶବ୍ଦ ଏକ କୋଠା ବା ଗୃହକୁ ବୁଝାଏ, ଯେଉଁଠାରେ ଏକ ରାଜା, ତାଙ୍କର ପରିବାର ଏବଂ ଦାସଦାସୀମାନଙ୍କ ସହ ବାସ କରୁଥିଲେ I
- ଯେପରି ନୂତନ ନିୟମରେ ଉଲ୍ଲେଖ କରାଯାଇଛି, ମହାଯାଜକ ମଧ୍ୟ ଗୋଟିଏ ବହୁ ଅଂଶ ବିଶିଷ୍ଟ ପ୍ରାସାଦରେ ବାସ କରୁଥିଲେ I
- ପ୍ରାସାଦଗୁଡ଼ିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ଏବଂ ଆସବାସପାତ୍ରରେ ଅତିଶୟ ବହୁଳ ଭାବରେ ବିଭୂଷିତ ଥିଲା I
- ପ୍ରସାଦର ଆସବାସପାତ୍ରଗୁଡ଼ିକ ପ୍ରସ୍ତର କିମ୍ୱା କାଷ୍ଠ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଅନେକ ସମୟରେ ମୂଲ୍ୟବାନ କାଷ୍ଠ, ସ୍ୱର୍ଣ୍ଣ, କିମ୍ୱା ହାତୀଦାନ୍ତ ଦ୍ୱାରା ଆଚ୍ଛାଦିତ ହୋଇଥିଲା I
- ବହୁ ଅଂଶ ବିଶିଷ୍ଟ ପ୍ରସାଦରେ ଆହୁରି ଅନେକ ଲୋକମାନେ ବାସ କରୁଥିଲେ ଏବଂ କାର୍ଯ୍ୟ କରୁଥିଲେ, ଯହିଁରେ ସାଧାରଣତଃ, ଅନେକ କୋଠାଗୁଡ଼ିକ ଏବଂ ପ୍ରାଙ୍ଗଣଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା I
(ଦେଖନ୍ତୁ: ପ୍ରାଙ୍ଗଣ, ମହାଯାଜକ, ରାଜା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0759, H1002, H1004, H1055, H1406, H1964, H1965, G08330, G09330, G42320
ପ୍ରେମିକ, ପ୍ରେମିକମାନେ
ସଂଜ୍ଞା:
“ପ୍ରେମିକ” ଶବ୍ଦ ଆକ୍ଷେରିକ ରୂପରେ ଏହାର ଅର୍ଥ “ବ୍ୟକ୍ତି ଯେ ପ୍ରେମ କରେ “ହୁଏ I ସାଧାରଣ ଭାବରେ ଏହା ସେଇ ବ୍ୟକ୍ତିମାନଙ୍କୁ ଦର୍ଶାଏ ଯେଉଁମାନେ ଯୌନ ସମନ୍ଧରେ ଅନ୍ୟ ସହ ସଂଯୁକ୍ତ ଅଛନ୍ତି I * ବାଇବଲରେ ଯେତେବେଳେ “ପ୍ରେମିକ” ଶବ୍ଦ ବ୍ୟବହାର କରାଯାଏ ସାଧାରଣ ଭାବରେ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ଅନ୍ୟ ଲୋକଙ୍କ ସହିତ ଯୌନ ସମ୍ୱଧରେ ଅଛି ଯିଏ ଅବିବାହିତ ଅଟେ I * ଏହି ଭୁଲ୍ ଯୌନ ସମର୍କ ଅଧିକାଂଶ ସମୟରେ ବାଇବଲରେ ଇସ୍ରାଏଲ ର ପରମେଶ୍ୱରଙ୍କର ପ୍ରତି ଅନାଜ୍ଞାକାରିତା ଓ ମୂର୍ତ୍ତି ପୂଜା କୁ ଦଶାଏ I ତେଣୁ “ପ୍ରେମିକ’ ଶବ୍ଦ ମଧ୍ୟ ସାଙ୍କେତିକ ରୂପରେ ଇସ୍ରାଏଲ ଲୋକମାନେ ଯେଉଁ ମୂର୍ତ୍ତି ପୂଜା କରନ୍ତି ତାହାକୁ ଦର୍ଶାଏ I ଏହି ପୃଷ୍ଠଭୂମିରେ ସମ୍ଭବତଃ ଏହି ଶବ୍ଦ କୁ ଅନୁବାଦ କଲେ “ଅନୈତିକ ସାଥୀ” କିଅବା “ବ୍ୟଭିଚାରୀ ସାଥୀ” କିଅବା “ମୂର୍ତ୍ତି” ହୋଇପାରେ ଦେଖନ୍ତୁ: ରୁପକ * ଅର୍ଥ ର “ପ୍ରେମିକ “ତାହାକୁ ଦର୍ଶାଏ ଯେ ଅର୍ଥ କୁ ଅତି ମହତ୍ୱ ଦିଏ ଓ ଧନୀ ହେବାକୁ ଚାହେଁ I * ପୁରାତନ ନିୟମରେ ପରମ ଗୀତରେ “ପ୍ରେମିକ” ସାକାରାତ୍ମକ ରୂପରେ ବ୍ୟବହାର କରାଯାଏ I
(ଆହୁରି ଦେଖନ୍ତୁ: ବ୍ୟଭିଚାର, ଭଣ୍ଡ ଦେବ, ପ୍ରେମ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H157, H158, H868, H5689, H7453, H8566, G865, G866, G5358, G5366, G5367, G5369, G5377, G5381, G5382
ଫାଟକ, ଫାଟକ ବନ୍ଧକଗୁଡ଼ିକ, ଦ୍ୱାରପାଳ, ଫାଟକ ଖୁଣ୍ଟଗୁଡ଼ିକ, ପ୍ରବେଶ ପଥ
ପରିଭାଷା:
ଗୋଟିଏ “ଫାଟକ” ବାଡ଼ କିମ୍ବା କାନ୍ଥରେ ଏକ ଅବରୋଧକାରୀ ବସ୍ତୁ ଅଟେ ଯାହା ଘର କିମ୍ବା ସହରର ଚତୁର୍ପାର୍ଶ୍ୱରେ ନିର୍ମିତ ଥାଏ I “ଫାଟକ ରୋଧକ” କାଠ କିମ୍ବା ଧାତୁରେ ନିର୍ମିତ ବସ୍ତୁ ଅଟେ ଯାହାକୁ ନେଇ ଫାଟକରେ ତାଲା ଲଗାଯାଏ I
- ଗୋଟିଏ ନଗରର ଫାଟକକୁ ଲୋକ, ପଶୁ, ଏବଂ ମାଲକୁ ନଗର ଭିତରକୁ ଏବଂ ନଗର ବାହାରକୁ ନେବା ପାଇଁ ଫାଟକ ଖୋଲାଯାଇପାରେ I
- ସହରର ସୁରକ୍ଷା ନିମନ୍ତେ, ଏହାର କାନ୍ଥ ଏବଂ ଫାଟକ ଚଉଡା ଏବଂ ଶକ୍ତିଶାଳୀ ଥିଲା I ଶତ୍ରୁ ସୈନିକମାନେ ନଗରକୁ ପ୍ରବେଶ ନକରିବା ପାଇଁ ଫାଟକ ବନ୍ଦ କରି ଏକ ଧାତୁ କିମ୍ବା କାଠରେ ବନ୍ଦ କରି ଦିଆଯାଇଥିଲା I
- ଏକ ଫାଟକ ପାଇଁ ଏକ “ଖଣ୍ଡ” ଏକ କାଠ କିମ୍ବା ଧାତୁ ଖଣ୍ଡକୁ ବୁଝାଏ ଯାହା ସ୍ଥାନାନ୍ତରିତ ହୋଇପାରିବ ଯାହା ଦ୍ଵାରା ଫାଟକ ବାହାରୁ ଖୋଲାଯାଇପାରିବ ନାହିଁ I
- ବାଇବେଲ ସମୟରେ ନଗର ଫାଟକ ନଗର ନିମନ୍ତେ ପ୍ରାୟତତଃ ସାମାଜିକ କେନ୍ଦ୍ର ଥିଲା I ଏହା ଏପରି ଏକ ସ୍ଥାନ ଥିଲା ଯେଉଁଠାରେ ସାମ୍ପ୍ରତିକ ଘଟଣାଗୁଡ଼ିକର ଖବର ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନ ହେଉଥିଲା, ଯେଉଁଠାରେ ବ୍ୟବସାୟ କାରବାର ହେଉଥିଲା ଏବଂ ଯେଉଁଠାରେ ନାଗରିକମାନଙ୍କର ବିଚାର କରାଯାଉଥିଲା I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ଫାଟକ” ଶବ୍ଦକୁ “ଦ୍ୱାରା” କିମ୍ବା “ଖୋଲା କାନ୍ଥ” କିମ୍ବା “ଅବରୋଧକାରୀ “କିମ୍ବା “ପ୍ରବେଶ ପଥ” ବୋଲି ଅନୁବାଦ କରାଯାଇପାରେ I
- “ଫାଟକ ବନ୍ଦ କରିବା କଡ଼ି” ବାକ୍ୟାଂଶକୁ “ଫାଟକ ବୋଲଟ୍” କିମ୍ବା “ଫାଟକକୁ ତାଲା ପକାଇବାକୁ କାଠକଡ଼ି” କିମ୍ବା”ଫାଟକ ଧାତୁ ଛଡ଼ିର ତାଲା”ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1817, H5592, H6607, H8179, G23740, G44390, G44400
ଫେରି ଆସିବା, ଫେରିବା
ପରିଭାଷା:
“ଫେରି ଆସିବା” ଶବ୍ଦ ଫେରିଯିବା କିମ୍ବା କୌଣସି ବିଷୟକୁ ଫେରସ୍ତ ଦେବାକୁ ବୁଝାଏ I
- କୌଣସି ବିଷୟ ପ୍ରତି “ଫେରିଯିବା” ଅର୍ଥ ସେହି କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବାକୁ ବୁଝାଏ I ଗୋଟିଏ ସ୍ଥାନକୁ ବା ବ୍ୟକ୍ତି ନିକଟକୁ ପୁଣି ଥରେ “ଫେରିଯିବା” ଅର୍ଥ ସେହି ସ୍ଥାନକୁ ବା ବ୍ୟକ୍ତିଙ୍କ ନିକଟକୁ ପୁଣି ଥରେ ଫେରିଯିବା ଅଟେ I
- ଯେତେବେଳେ ଇସ୍ରାଏଲୀୟମାନେ ପ୍ରତିମାଗଣକୁ ପୂଜା କରିବା ନିମନ୍ତେ ଫେରିଗଲେ, ସେମାନେ ସେଗୁଡ଼ିକର ପୂଜା ଉପାସନା କରିବା ଆରମ୍ଭ କଲେ I
- ଯେତେବେଳେ ସେମାନେ ଯିହୋବାଙ୍କ ନିକଟକୁ ଫେରିଆସିଲେ, ସେମାନେ ଅନୁତାପ ଓ ମନପରିବର୍ତ୍ତନ କଲେ ଏବଂ ଯିହୋବାଙ୍କୁ ଉପାସନା କରିବାକୁ ଲାଗିଲେ I
- ଅନ୍ୟ ଜଣକ ନିକଟରୁ ନେଇଯାଇ ଥିବା ବା ଗ୍ରହଣ କରିଥିବା ଜମି ବା ବିଷୟବସ୍ତୁ ଫେରସ୍ତ କରିବା ଅର୍ଥ, ଯେଉଁ ବ୍ୟକ୍ତିର ନିଜର ସମ୍ପତ୍ତିଥିଲା ତାହାକୁ ସେହି ସମ୍ପତ୍ତି ଫେରସ୍ତ କରିଦେବା ଅଟେ I
(ଦେଖନ୍ତୁ: ଫେରିବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H5437, H7725, H7729, H8421, H8666, G03440, G03600, G03900, G18770, G18800, G19940, G52900
ବଂଶାବଳି
ସଂଜ୍ଞା:
“ବଂଶାବଳି” ଶବ୍ଦଟି ଏକ ସମୟରେ ବିସ୍ତାର ହୋଇଥିବା ଲିଖିତ ଘଟଣାବଳିର ତଥ୍ୟକୁ ବୁଝାଏ * ପୁରାତନ ନିୟମରେ ଦୁଇଟି ପୁସ୍ତକ “ପ୍ରଥମ ବଂଶବଳି” ଓ “ଦ୍ୱିତୀୟ ବଂଶାବଳି” କୁହାଯାଏ * ପୁସ୍ତକ ଗୁଡିକ ଇସ୍ରାଏଲ ଲୋକମାନଙ୍କର ଇତିହାସର କିଛି ଅଂଶ, ଆଦମଙ୍କଠାରୁ ଆରମ୍ଭ କରି ପ୍ରତ୍ୟକ ବଂଶାନୁକ୍ରମର ତାଲିକାକୁ “ବଂଶାବଳି” କୁହାଯାଏ * “ପ୍ରଥମ ବଂଶାବଳି” ହେଉଛି ଶାଉଲଙ୍କ ଜୀବନର ଶେଷ ଇତିହାସ ଏବଂ ରାଜା ଦାଉଦଙ୍କର ରାଜ୍ୟ ବୃଦ୍ଧି ର ଆରମ୍ଭ * “ବଂଶାବଳିର ଦ୍ୱିତୀୟ ପୁସ୍ତକ” ହେଉଛି ଅନ୍ୟ ରାଜାମାନଙ୍କ ସହିତ, ରାଜା ସଲୋମୋନଙ୍କ ରାଜ୍ୟ ବିସ୍ତାର ଓ ମନ୍ଦିର ନିର୍ମାଣ ଏବଂ ରାଜ୍ୟ ବିଭାଜନ, ଉତ୍ତର ରାଜ୍ୟ ଇସ୍ରାଏଲ ଓ ଦକ୍ଷିଣ ରାଜ୍ୟ ଯିହୁଦା * ଦ୍ୱିତୀୟ ବଂଶାବଳି ଶେଷ ଆଡକୁ ବାବିଲୋନକୁ ନିର୍ୱାସନ ବିଷୟରେ ବର୍ଣ୍ଣନା କରେ
(ଦେଖ: ବାବିଲୋନ, ଦାଉଦ, ନିର୍ୱାସନ, ଇସ୍ରାଏଲ ରାଜ୍ୟ, ଯିହୁଦା, ସଲୋମୋନ
ବାଇବଲ ପୃଷ୍ଠଭୂମି:
ବୋର୍ଡ ଡାଟା :
- Strong's: H1697
ବଂଶୀ, ନଳ
ସଂଜ୍ଞା:
ବାଇବଲ ସମୟରେ, ନଳଗୁଡ଼ିକ ବାଦ୍ୟଯନ୍ତ୍ର ଥିଲା ଯାହା ହାଡ କିମ୍ବା କାଠରେ ନିର୍ମିତ, ଛିଦ୍ରରେ ଶବ୍ଦ ବାହାରକୁ ଉତ୍ପନ କରିଥାଏ । ଏକ ବଂଶୀ ଏକ ପ୍ରକାର ନଳ ଥିଲା । * ଅଧିକାଂଶ ନଳଗୁଡ଼ିକରେ ଏକ ପ୍ରକାର ମୋଟା ଘାସରୁ ନିର୍ମିତ ନଳ ଥିଲା ଯାହା ଉପରେ ବାୟୁ ପ୍ରବାହିତ ହେଉଥିଲା । * ନାଡ଼ ବିହୀନ ନଳକୁ ପ୍ରାୟତଃ “ବଂଶୀ” କୁହାଯାଉଥିଲା । * ଜଣେ ମେଷପାଳକ ଆପଣା ମେଷପଲକୁ ଶାନ୍ତ କରିବା ପାଇଁ ଏକ ନଳ ବଜାଇଲେ । * ଦୁଃଖୀ ବା ଆନନ୍ଦଦାୟକ ସଙ୍ଗୀତ ବଜାଇବା ପାଇଁ ନଳ ଏବଂ ବଂଶୀ ବ୍ୟବହାର କରାଯାଉଥିଲା ।
ବାଇବଲ ପଦପର୍ବ:
Word Data:
- Strong’s: H4953, H5748, H2485, H2490, G08320, G08340, G08360
ବଧ କରିବା, ହତ୍ୟା କରିବା
ସଂଜ୍ଞା:
“ବଧ କରିବା” ଅର୍ଥ ଜଣେ ବ୍ୟକ୍ତି କିମ୍ୱା ପଶୁ କୁ ଜୀବନ ରୁ ମାରିଦେବା ସଦାବେଳେ ଏହା ବଳ ପୂର୍ବକ କିମ୍ୱା ଅହିଂସା ଭାବରେ ମାରିବାକୁ ବୁଝାଏ ଯଦି ଜଣେ ବ୍ୟକ୍ତି ଗୋଟିଏ ପଶୁ କୁ ମାରିଛି ଅର୍ଥ ସେ ହତ୍ୟା କରିଛି * ଯେତେବେଳେ ଗୋଟିଏ ପଶୁ କିମ୍ୱା ଅଧିକ ସଂଖ୍ୟକ ଲୋକକୁ ବୁଝାଏ, ତେବେ ଏହି ଶବ୍ଦକୁ ଅନ୍ୟଭାବେ ସଦା ସର୍ୱଦା ବ୍ୟବହାର ହେଉଥିବା ଶବ୍ଦ ହେଉଛି “ହତ୍ୟା” * ହତ୍ୟା କରୁଥିବା କାର୍ଯ୍ୟକୁ ମଧ୍ୟ “ବଧ କରିବା” କୁହାଯାଇପାରିବ * ବାକ୍ୟଖଣ୍ଡ “ବଧ କରିବା” ଅନୁବାଦ ହୋଇପାରିବ ଯଥା “ହତ ହେବା ଲୋକ” କିମ୍ୱା “ଲୋକ ଯିଏ ହତ ହୋଇଛନ୍ତି”
(ଦେଖ: ହତ୍ୟା)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H2026, H2076, H2490, H2491, H2717, H2763, H2873, H2874, H4191, H4194, H5221, H6991, H6992, H7523, H7819, G337, G615, G1315, G2380, G2695, G4968, G4969, G5407
ବନ୍ୟା
ପରିଭାଷା:
“ବନ୍ୟା ଶବ୍ଦ ବୃହତ୍ ପରିମାଣରେ ଜଳକୁ ଦର୍ଶାଏ ଯାହା ସମଗ୍ର ଭୂମିକୁ ଆଚ୍ଛାଦନ କରେI
- ଏହି ଶବ୍ଦଟି ସାଙ୍କେତିକ ଭାବରେ କେତେକ ବିଷୟକୁ, ବିଶେଷକରି କିଛି ହଠାତ୍ ଘଟୁଥିବା ବିଷୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ I
- ନୋହଙ୍କ ସମୟରେ, ଲୋକମାନେ ଏତେ ମନ୍ଦ ଥିଲେ ଯେ ଈଶ୍ଵର ପୃଥିବୀର ସମଗ୍ର ପୃଥିବୀ ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି କଲେ, ଏପରିକି ପର୍ବତମାଳାକୁ ମଧ୍ୟ ଆଚ୍ଛାଦନ କଲେ I ନୋହଙ୍କ ସହିତ ଜାହଜରେ ନ ଥିବା ସମସ୍ତେ ଲୋକ ବୁଡ଼ିଗଲେ। ଅନ୍ୟ ସମସ୍ତ ବନ୍ୟା ପରିସ୍ଥିତି ଏକ ଛୋଟ ଅଞ୍ଚଳକୁ ଆଚ୍ଛାଦନ କରେ I
- ଏହି ଶବ୍ଦକୁ କ୍ରିୟା ଭାବେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି “ଏହି ସ୍ଥାନରେ ନଦୀ ଜଳ ଦ୍ୱାରା ବନ୍ୟା ଆସିଲା I”
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
“ବନ୍ୟା” ଶବ୍ଦକୁ ଆକ୍ଷରିକ ଅର୍ଥରେ “ଜଳ ପ୍ରବାହିତ” କିମ୍ବା “ପ୍ରଚୁର ପରିମାଣର ଜଳ” ବୋଲି ଅନୁବାଦ କରାଯାଇପାରେ I
-
ସାଙ୍କେତିକ ତୁଳନାତ୍ମକ ଭାବେ ଏହାକୁ “ବନ୍ୟା ପରି” ଆକ୍ଷରିକ ଶବ୍ଦରେ, କିମ୍ବା ଏକ ବିକଳ୍ପ ଶବ୍ଦ ବ୍ୟବହାର କରାଯାଇପାରେ ଯାହାକି ଏକ ନଦୀ ପରି ଏହାର ପ୍ରବାହିତ ଦିଗକୁ ବୁଝାଏ |
-
“ଜଳର ବନ୍ୟା ପରି” ଅଭିବ୍ୟକ୍ତି ପାଇଁ ଯେଉଁଠାରେ ଜଳ ପୂର୍ବରୁ ଉଲ୍ଲେଖ କରାଯାଇଛି, “ବନ୍ୟା” ଶବ୍ଦକୁ “ଅତ୍ୟଧିକ ପରିମାଣ” କିମ୍ବା “ପ୍ରବାହିତ” ବୋଲି ଅନୁବାଦ କରାଯାଇପାରେ |
-
ଏହି ଶବ୍ଦଟି ରୂପକ ଭାବରେ ବ୍ୟବହୃତ ହୋଇପାରେ, ଯେପରି “ମୋ ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଦିଅ ନାହିଁ”, ଯାହାର ଅର୍ଥ “ଏହି ବିପର୍ଯ୍ୟୟ ମୋ ସହିତ ଘଟିବାକୁ ଦିଅ ନାହିଁ” କିମ୍ବା “ମୋତେ ବିପର୍ଯ୍ୟୟ ଦ୍ୱାରା ବିନାଶ ହେବାକୁ ଦିଅ ନାହିଁ” କିମ୍ବା “ତୁମ୍ଭର କ୍ରୋଧ ମୋତେ ବିନାଶ କରିବାକୁ ଦିଅ ନାହିଁ।” (ଦେଖନ୍ତୁ: ରୂପକ)
-
“ମୁଁ ମୋର ବିଛଣାକୁ ଲୁହରେ ବୁଡ଼ାଇ ଦିଏ” ର ପ୍ରତୀକାତ୍ମକ ଅଭିବ୍ୟକ୍ତିକୁ “ମୋର ଲୁହ ମୋ ଶଯ୍ୟାକୁ ବନ୍ୟା ପରି ଆଚ୍ଛାଦନ କରେ” ବୋଲି ଅନୁବାଦ କରାଯାଇପାରେ |
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3999, G26270
ବର
ପରିଭାଷା:
ଏକ ବିବାହ ଉତ୍ସବରେ ବର ଜଣେ କନ୍ୟାକୁ (ମହିଳା) ବିବାହ କରୁଥିବା ପୁରୁଷ ଅଟନ୍ତି ׀
· ବାଇବେଲ ସମୟରେ ଯିହୁଦୀ ନିୟମ ଅନୁଯାୟୀ ବର କନ୍ୟାକୁ ନେବାକୁ ଆସିବା ସମୟରେ ପାଳନ କରାଯାଉଥିଲା ׀
· ବାଇବେଲରେ ଯୀଶୁଙ୍କୁ ବର ସହ ତୁଳନା କରାଯାଏ ଯିଏ ଦିନେ ତାହାଙ୍କ କନ୍ୟାକୁ (ମଣ୍ଢଳୀ) ନେବା ପାଇଁ ଆସିବେ ׀
· ବର ଥିବା ପର୍ଯ୍ୟନ୍ତ ତାଙ୍କ ସାଙ୍ଗମାନେ ଉତ୍ସବ ମନାଇବେ କିନ୍ତୁ ସେ ଚାଲିଗଲେ ସେମାନେ ଦୁଃଖ ଅନୁଭବ କରିବେ ବୋଲି ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ତୁଳନା କରନ୍ତି ׀
(ଦେଖନ୍ତୁ: କନ୍ୟା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2860, G35660
ବରଫ, ବରଫାଛର୍ଣ୍ଣ, ହିମ
ଘଟଣାବଳି:
“ହିମ” ଶବ୍ଦ ପାଣି ଉପରେ ପଡିଥିବା ଧଳା ରଙ୍ଗର ପରଦା ପରି ଯାହା ବାଦଲ ଉପରେ ପଡି ଯେଉଁ ଅଞ୍ଚଳ ଗୁଡିକରେ ଥଣ୍ଡା ତାପମାତ୍ରା ଥାଏ * ଇସ୍ରାଏଲ ସବୁଠାରୁ ଉଚ୍ଚ ସ୍ଥାନରେ ବରଫ ବର୍ଷା ହୁଏ କିନ୍ତୁ ଭୂମିରେ ଏହା ବେଶୀ ସମୟ ବାସ୍ପରେ ପରିଣତ ହେବା ପାଇଁ ନିଏ ନାହିଁ ପର୍ବତ ଗୁଡିକର ଅଗ୍ର ଭାଗରେ ବରଫ ଗୁଡିକ ବସ୍ପରେ ପରିଣତ ହେବାପାଇଁ ସମୟ ଲାଗେ ବାଇବଲରେ ଗୋଟିଏ ଏହିପରି ସ୍ଥାନର ଉଦାହରଣ ଅଛି ତାହା ହେଉଛି ଲିବାନୋନ ପର୍ବତ * ଯାହାର ସଦାବେଳେ ରଙ୍ଗ ଅତ୍ୟଧିକ ଧଳା ତାହା ବରଫ ରଙ୍ଗ ସହିତ ତୁଳନା କରାଯାଏ ଉଦାହରଣ, ପ୍ରକାଶିତ ବାକ୍ୟରେ ଯୀଶୁଙ୍କ ପୋଷାକ ଏବଂ ମୁଣ୍ଡର ବାଳ କୁ ବର୍ଣ୍ଣନା କରାଯାଇଛି “ବରଫ ପରି ସ୍ୱଚ୍ଛ” * ବରଫର ଧବଳ ଅଂଶ ପବିତ୍ର ଓ ଶୁଚୀକୃତର ପ୍ରତିବିମ୍ୱ ଅଟେ ଉଦାହରଣ, ଉକ୍ତି ଯାହା ଏପରି କହେ ଆମର “ପାପ ବରଫାଛନ୍ନ ହେଲେ” ଅର୍ଥ ତାହାକୁ ପରମେଶ୍ୱର ସମ୍ପୂର୍ଣ୍ଣ୍ଣ ରୂପରେ ତାଙ୍କର ଲୋକମାନଙ୍କୁ ସେମାନଙ୍କର ପାପରୁ ପରିଷ୍କାର କରନ୍ତି * କିଛି ଭାଷାରେ ଏହା ବରଫ “ତୁଷାର ବର୍ଷା” କିମ୍ୱା “ବରଫ ସୁକ୍ଷ୍ମ ଖଣ୍ଡ” କିମ୍ୱା “ସୁକ୍ଷ୍ମ ଖଣ୍ଡର ବର୍ଷା” ବୁଝାଇଥାଏ * “ବରଫ ପାଣି” ଦର୍ଶାଏ ଯେ ଯେଉଁ ପାଣି ବାସ୍ପିତ ହୋଇଥିବା ବରଫ ରୁ ଅଣା ଯାଇଥାଏ
(ଦେଖ: ଅଜଣା କୁ କିପରି ଅନୁବାଦ କରିବେ
(ଅନୁବାଦ ପ୍ରସ୍ତାବ: ନାମ ଗୁଡିକର ଅନୁବାଦ
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H7949, H7950, H8517, G5510
ବର୍ଚ୍ଛା, ବର୍ଚ୍ଛା ଗୁଡିକ, ବର୍ଚ୍ଛାଘାତ କାରୀ
ସଂଜ୍ଞା:
ବର୍ଚ୍ଛା ଏକ ଅସ୍ତ୍ର ଏକ ଲମ୍ବା କାଠରେ ନିର୍ମିତ ମୁଠା ଏବଂ ଧାରୁଆ ଧାତୁରେ ଧାର ଗୋଟିଏ ଅଂଶରେ ଯାହାକୁ ଦୁର କୁ ଫିଙ୍ଗି ହେବ * ବାଇବଲ ସମୟରେ ବର୍ଚ୍ଛା ଗୁଡିକ ସାଧାରଣ ଭାବେ ଯୁଦ୍ଧରେ ବ୍ୟବହାର କରାଯାଏ ବର୍ତ୍ତମାନ ସମୟରେ ଗଣ୍ଡଗୋଳ କରୁଥିବା କିଛି ଲୋକଦଳ ମଧ୍ୟରେ ବ୍ୟବହାର ହେଉଛି * ରୋମୀୟ ସୈନିକମାନେ ଯୀଶୁଙ୍କ ବକ୍ଷ ଦେଶ କୁ ବର୍ଚ୍ଛାରେ ମାରିଥିଲେ ଯେତେବେଳେ ସେ କ୍ରୁଶରେ ଝୁଲା ଯାଇଥିଲେ * ବେଳେବେଳେ ଲୋକ ମାଛ କିମ୍ୱା ଅନ୍ୟାନ୍ୟ ସୁସ୍ୱାଦୁ ପଦାର୍ଥ ଖାଇବାକୁ ବର୍ଚ୍ଛା ଫୋପାଡି ଶିକାର କରନ୍ତି * ସେହିପରି ଅସ୍ତ୍ର ହେଉଛି “ଜାଭେଲିନ୍” କିମ୍ୱା “ଭାଲା” * “ବର୍ଚ୍ଛା ର” ଅନୁବାଦ “ଖଣ୍ଡା”ଠାରୁ ଭିନ୍ନ ଅଟେ, ଏହା ଏକ ଅସ୍ତ୍ର ଯେଉଁଠି ବଳ କିମ୍ୱା ଛୁରା ମାଡ କିନ୍ତୁ ଫିଙ୍ଗିବା ନୁହେଁ ମଧ୍ୟ, ଗୋଟିଏ ଖଣ୍ଡାରେ ଲମ୍ବା ଧାର ସହିତ ମୁଠା ଥାଏ ପରନ୍ତୁ ବର୍ଚ୍ଛାରେ ଲମ୍ବା ଅଗ୍ର ଭାବରେ ତୀର ପରି ସରୁ ଧାର ଥାଏ
(ଦେଖ: ଶିକାର, ରୋମ, ଖଣ୍ଡା, ଯୋଦ୍ଧା
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H1265, H2595, H3591, H6767, H7013, H7420, G3057
ବଳିଦାନ କରିବା, ବଳିଦାନଗୁଡ଼ିକ, ଦାନ
ପରିଭାଷା:
ବାଇବେଲରେ “ବଳିଦାନ କରିବା” ଏବଂ “ନୈବେଦ୍ୟ” ଶବ୍ଦଗୁଡ଼ିକ ଈଶ୍ଵରଙ୍କୁ ଉପାସନା କରିବାର ଏକ ବିଶେଷ ଉପହାର ବୋଲି ଦର୍ଶାଯାଏ । ଲୋକମାନେ ମିଥ୍ୟା ଦେବତାଗଣକୁ ମଧ୍ୟ ବଳି ଉତ୍ସର୍ଗ କରୁଥିଲେ।
ବଳିଦାନ
- “ଈଶ୍ଵରଙ୍କ ପାଇଁ ବଳିଦାନ ପାଇଁ ପ୍ରାୟ ପଶୁ ବଧ କରାଯାଉଥିଲା ।
- କେବଳ ଯୀଶୁଙ୍କର ବଳିଦାନ, ଈଶ୍ଵରଙ୍କ ଉପଯୁକ୍ତ, ପାପ ରହିତ ପୁତ୍ର, ଲୋକମାନଙ୍କୁ ପାପରୁ ପରିତ୍ରାଣ ଦେଇପାରିବ କିନ୍ତୁ ପଶୁବଳି କେବେବି ଏହା ଦେଇ ପାରିବ ନାହିଁ ।
ନୈବେଦ୍ୟ
- “ନୈବେଦ୍ୟ” ଶବ୍ଦ ସାଧାରଣତଃ ଏପରି ବସ୍ତୁବିଷୟକୁ ସୂଚାଏ ଯାହା କାହାକୁ ପ୍ରଦାନ କରାଯାଏ କିମ୍ବା ଦିଆଯାଏ । “ବଳିଦାନ” ଶବ୍ଦ ଦାତାଙ୍କ ବହୁ ମୂଲ୍ୟ ଦେବାକୁ ବୁଝାଏ ।
- ଈଶ୍ଵରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଏକ ନିର୍ଦ୍ଦିଷ୍ଟ ବିଷୟକୁ ବୁଝାଏ ଯାହା ସେ ଇସ୍ରାଏଲୀୟମାନଙ୍କୁ ତାଙ୍କ ପ୍ରତି ଭକ୍ତି ଏବଂ ଆଜ୍ଞା ପ୍ରକାଶ କରିବାକୁ ଆଦେଶ ଦେଇଥିଲେ ।
- ବିଭିନ୍ନ ନୈବେଦ୍ୟର ନାମ ଯେପରିକି “ହୋମବଳୀ” ଏବଂ “ମଙ୍ଗଳାର୍ଥକ ବଳୀ” କେଉଁ ପ୍ରକାରର ନୈବେଦ୍ୟକୁ ବୁଝାଏ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ନୈବେଦ୍ୟ” ଶବ୍ଦକୁ “ଈଶ୍ଵରଙ୍କୁ ଏକ ଉପହାର” କିମ୍ବା “ଈଶ୍ଵରଙ୍କୁ ଦିଆଯାଇଥିବା କେତେକ ବିଷୟ” କିମ୍ବା “ଈଶ୍ଵରଙ୍କ ନିକଟରେ ଉପସ୍ଥାପିତ କେତେକ ମୂଲ୍ୟବାନ ବିଷୟ” ବୋଲି ଅନୁବାଦ କରାଯାଇପାରେ ।
- ପ୍ରସଙ୍ଗ ଉପରେ ଆଧାର କରି, “ବଳିଦାନ” ଶବ୍ଦକୁ “ଉପାସନାରେ ଦିଆଯାଇଥିବା କେତେକ ମୂଲ୍ୟବାନ ବିଷୟ” କିମ୍ବା “ଏକ ବିଶେଷ ପଶୁକୁ ହତ୍ୟା କରି ଈଶ୍ଵରଙ୍କ ନିକଟରେ ଉପସ୍ଥାପିତ କରିବା” ବୋଲି ଅନୁବାଦ କରାଯାଇପାରେ । * “ବଳିଦାନ କରିବା” କାର୍ଯ୍ୟ “କେତେକ ମୂଲ୍ୟବାନ ବିଷୟକୁ ତ୍ୟାଗ କରିବା” କିମ୍ବା “ପଶୁକୁ ବଧ କରିବା ଏବଂ ଏହାକୁ ଈଶ୍ଵରଙ୍କୁ ଦେବା” ବୋଲି ଅନୁବାଦ କରାଯାଇପାରେ ।
- “ନିଜକୁ ଜୀବନ୍ତ ବଳି ରୂପେ ଉତ୍ସର୍ଗ କର” ବକ୍ୟାଂଶକୁ “ଯେପରି ଯଜ୍ଞବେଦିରେ ପଶୁ ଉତ୍ସର୍ଗ କରାଯାଏ ସେପରି ନିଜକୁ ଈଶ୍ଵରଙ୍କ ନିକଟରେ ସମର୍ପଣ କର ଜୀବନ ଯାପନ କର” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ଜଜ୍ଞବେଦୀ, ହୋମବଳି, ପାନୀୟ ନୈବେଦ୍ୟ, ମିଥ୍ୟା ଦେବତା,
ମଙ୍ଗଳାର୍ଥକ ବଳି, ସ୍ୱଇଚ୍ଛା ଭେଟି,ମଙ୍ଗଳାର୍ଥକ ବଳୀ , ଯାଜକ, ପାପବଳୀ, ଉପାସନା
ବାଇବେଲ ପଦପର୍ବ:
- ଦ୍ଵିତୀୟ ତୀମଥି ୪:୬
- ପ୍ରେରିତ ୭:୪୨
- ପ୍ରେରିତ ୨୧:୨୫
- ଆଦିପୁସ୍ତକ ୪:୩-୫
- ଯାକୁବ ୨:୨୧-୨୪
- ମାର୍କ ୧:୪୩-୪୪
- ମାର୍କ ୧୪:୧୨
- ମାଥିଉ ୫:୨୩
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୩:୧୪ନୋହ ଜାହାଜରୁ ବାହାରି ଏକ ଜଜ୍ଞବେଦୀ ନିର୍ମାଣ କଲେ ଏବଂ ପ୍ରତ୍ୟେକ ପ୍ରକାର ପଶୁ ବଳିଦାନ କଲେ ଯାହା ବଳିଦାନ ନିମନ୍ତେ ବ୍ୟବହାର କରାଯାଇ ପାରିବ । ଈଶ୍ଵର ବଳିଦାନରେ ଖୁସିଥିଲେ ଏବଂ ନୋହ ଓ ତାଙ୍କର ପରିବାରକୁ ଆଶୀର୍ବାଦ କଲେ ।
- ୫:୬”ଏକମାତ୍ର ପୁତ୍ର, ଇସ୍ହାକକୁ ନେଇ, ମୋ ନିମନ୍ତେ ବଳିଦାନ କର” ପୁଣି ଅବ୍ରହାମ ଈଶ୍ଵରଙ୍କ ବାଧ୍ୟ ହେଲେ ଓ ତାଙ୍କ ପୁତ୍ରକୁ ବଳିଦାନ ପାଇଁ ପ୍ରସ୍ତୁତ କଲେ ।
- ୫:୯ ଈଶ୍ଵର ବଳିଦାନ ପାଇଁ ଇସ୍ହାକ ପରିବର୍ତ୍ତେ ମେଷଶାବକ ଯୋଗାଇଲେ ।
- ୧୩:୯ଯେକେହି ଈଶ୍ଵରଙ୍କ ବ୍ୟବସ୍ଥା ଅବଜ୍ଞା କରିବ, ସମାଗମ ତମ୍ୱୁ ନିକଟକୁ ଗୋଟିଏ ପଶୁ ଆଣିବ ଯେପରି ଗୋଟିଏ ବଳିଦାନ ଈଶ୍ଵରଙ୍କ ନିମନ୍ତେ ଜଣେ ଯାଜକ ସେହି ପଶୁକୁ ବଧ କରିବ ଏବଂ ଜଜ୍ଞବେଦୀରେ ତାହା ଦଗ୍ଧ କରିବ । ପଶୁର ବଳିଦାନ ରକ୍ତ ପାପିର ପାପକୁ ଆଚ୍ଛାଦିତ କରିବ ଏବଂ ସେହି ବ୍ୟକ୍ତିକୁ ଈଶ୍ଵରଙ୍କ ସମ୍ମୁଖରେ ପବିତ୍ର କରିବ ।
- ୧୭:୬ଦାଉଦ ମନ୍ଦିର ନିର୍ମାଣ କରିବେ ଯେଉଁଠି ସମସ୍ତ ଇସ୍ରାଏଲ ସନ୍ତାନମାନେ ଈଶ୍ଵରଙ୍କୁ ଉପାସନା କରି ବଳିଦାନ ଉତ୍ସର୍ଗ କରିବେ ।
- ୪୮:୬ଯୀଶୁ ମହାଯାଜକ ଅଟନ୍ତି । ଅନ୍ୟ ଯାଜକ ପରି, ସେ ନିଜକୁ ଉତ୍ସର୍ଗ କଲେ ଯେପରି କେବଳ ବଳିଦାନ ଯିଏକି ପୃଥିବୀର ସମସ୍ତ ଲୋକମାନଙ୍କର ପାପକୁ ଦୂର କରିବେ ।
- ୪୮:୮କିନ୍ତୁ ଈଶ୍ଵର ଆମ୍ଭମାନଙ୍କ ସ୍ଥାନରେ ମରିବା ପାଇଁ ଈଶ୍ଵରଙ୍କ ମେଷଶାବକ ଯୀଶୁଙ୍କୁ ବଳି ରୂପେ ପ୍ରଦାନ କଲେ ।
- ୪୯:୧୧ କାରଣ ଯୀଶୁ ନିଜକୁ ବଳିଦାନ କଲେ, ଈଶ୍ଵର ଯେକୌଣସି ପାପ, ଏପରିକି ଜଘନ୍ୟ ପାପ ମଧ୍ୟ କ୍ଷମା କରିପାରନ୍ତି ।
ଶବ୍ଦବିନ୍ୟାସ:
- Strong’s: H0801, H0817, H0819, H1685, H1890, H1974, H2076, H2077, H2281, H2282, H2398, H2401, H2402, H2403, H2409, H3632, H4394, H4503, H4504, H5066, H5068, H5071, H5257, H5258, H5261, H5262, H5927, H5928, H5930, H6453, H6944, H6999, H7133, H7311, H8002, H8426, H8548, H8573, H8641, G02660, G03340, G10490, G14350, G14940, G23780, G23800, G36460, G43760, G54850
ବସ୍ତ୍ର
ପରିଭାଷା:
ବାଇବେଲରେ,”ବସ୍ତ୍ର” ଶବ୍ଦ ଏକ ମୋଟା ଭାରୀ ପଦାର୍ଥକୁ ବୁଝାଏ ଯାହା ସମାଗମ ତମ୍ୱୁ ଓ ମନ୍ଦିରରେ ବ୍ୟବହାର ହେଇଥିଲା ।
- ବସ୍ତ୍ର ଉପର ଏବଂ ପାର୍ଶ୍ୱ ପାଇଁ ଚାରୋଟି ସ୍ତରର ପରଦା ବ୍ୟବହାର କରି ତମ୍ବୁ ନିର୍ମାଣ କରାଯାଇଥିଲା । ଏହି ବସ୍ତ୍ର ଆବରଣଗୁଡ଼ିକ କପଡା କିମ୍ବା ପଶୁ ଚର୍ମରେ ତିଆରି ହୋଇଥିଲା ।
- ତମ୍ବୁ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କାନ୍ଥ ତିଆରି କରିବା ପାଇଁ ବସ୍ତ୍ର ପରଦା ମଧ୍ୟ ବ୍ୟବହୃତ ହେଉଥିଲା । ଏହି ବସ୍ତ୍ରଗୁଡ଼ିକ “ଶ୍ବେତ” ରେ ତିଆରି ହୋଇଥିଲା ଯାହା ଫ୍ଲାକ୍ସ ପ୍ଲାଣ୍ଟରୁ ନିର୍ମିତ’ ଥିଲା ।
- ଉଭୟ ତମ୍ବୁ ଏବଂ ମନ୍ଦିର ଭବନରେ ପବିତ୍ର ସ୍ଥାନ ଏବଂ ମହା ପବିତ୍ର ସ୍ଥାନ ମଧ୍ୟରେ ଏକ ମୋଟା କପଡା ପରଦା ଟଙ୍ଗାଯାଉଥିଲା । ଯୀଶୁଙ୍କର ମୃତ୍ୟୁ ସମୟରେ ଏହି ପରଦା ହିଁ ଚମତ୍କାର ଭାବରେ ଦୁଇ ଭାଗରେ ଚିରିଗଲା।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେହେତୁ ଆଧୁନିକ ଯୁଗର ବସ୍ତ୍ର ବାଇବଲରେ ବ୍ୟବହୃତ ବସ୍ତ୍ରଠାରୁ ବହୁତ ଭିନ୍ନ ଅଟେ, ତେଣୁ ଏକ ଭିନ୍ନ ଶବ୍ଦ ବ୍ୟବହାର କରିବା କିମ୍ବା ପରଦାକୁ ବର୍ଣ୍ଣନା କରୁଥିବା ଶବ୍ଦ ବ୍ୟବହାର କରିବା ଅଧିକ ସ୍ପଷ୍ଟ ହୋଇପାରେ ।
- ପ୍ରସଙ୍ଗ ଉପରେ ନିର୍ଭର କରି, ଏହି ଶବ୍ଦର ଅନୁବାଦ “ପରଦା ଆବରଣ” କିମ୍ବା “ଆବରଣ” କିମ୍ବା “ମୋଟା କପଡ଼ାର ଖଣ୍ଡ” କିମ୍ବା “ପଶୁ ଚର୍ମ ଆବରଣ” କିମ୍ବା “କପଡ଼ାର ଝୁଲୁଥିବା ଖଣ୍ଡ” ହୋଇପାରେ ।
(ଦେଖନ୍ତୁ: ପବିତ୍ର ସ୍ଥାନ, ସମାଗମ ତମ୍ୱୁ, ମନ୍ଦିର)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1852, H3407, H4539, H6532, H7050, G26650
ବାଇଗଣିଆ
ସତ୍ୟ ଘଟଣାବଳୀ:
“ବାଇଗଣିଆ” ଶବ୍ଦ ଏକ ରଙ୍ଗର ନାମ ଅଟେ ଯାହା ନୀଳ ଏବଂ ନାଲି ରଙ୍ଗର ମିଶ୍ରଣକୁ ବୁଝାଏ I
- ପ୍ରାଚୀନ କାଳରେ, ବାଇଗଣିଆ ରଙ୍ଗ ଏକ କ୍ୱଚିତ୍ ଏବଂ ଅତିଶୟ ବହୁମୂଲ୍ୟ ରଙ୍ଗଥିଲା ଯାହା ରାଜାମାନଙ୍କର ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନଙ୍କର ଲୁଗାଗୁଡ଼ିକୁ ରଙ୍ଗ କରିବା ନିମନ୍ତେ ବ୍ୟବହୃତ ହେଉଥିଲା I
- ଯେହେତୁ ଏହି ରଙ୍ଗ କରିବା କାର୍ଯ୍ୟ ମୂଲ୍ୟବାନ ଏବଂ ସମୟ-ସାପେକ୍ଷ ଥିଲା, ବାଇଗଣିଆ ବସ୍ତ୍ରକୁ ବିଭବ, ବିଶେଷତ୍ୱ ବା ଭିନ୍ନତା, ଏବଂ ରାଜକୀୟ ଚିହ୍ନ ଭାବରେ ବିବେଚନା କରା ଯାଉଥିଲା I
- ସମାଗମ ତମ୍ୱୁର ଏବଂ ମନ୍ଦିରର ପରଦାଗୁଡ଼ିକ ନିମନ୍ତେ ଏବଂ ଯାଜକମାନଙ୍କ ଦ୍ୱାରା ପରିଧାନ କରାଯାଉଥିବା ଏଫୋଦ ନିମନ୍ତେ ବାଇଗଣିଆ ରଙ୍ଗକୁ ମଧ୍ୟ ଅନ୍ୟତମ ରଙ୍ଗ ଭାବରେ ବ୍ୟବହାର କରାଯାଉଥିଲା I
- ବାଇଗଣିଆ ରଙ୍ଗରେ ଡାଇ କରିବା ବା ରଙ୍ଗେଇବା ବିଷୟ ଏକ ପ୍ରକାର ସାମୁଦ୍ରିକ ଶାମୁକାଠାରୁ ଅଣାଯାଇଛି; ଯାହା ଶାମୁକାକୁ ଛେଚି ପେଷିଵା ଦ୍ୱାରା କିମ୍ୱା ଫୁଟାଇଵା ଦ୍ୱାରା କିମ୍ୱା ସେଗୁଡ଼ିକ ଜୀବନ୍ତ ଥିବା ଅବସ୍ଥାରେ ଏହି ଡାଇକୁ ନିସ୍କାସନ କରିବା ନିମନ୍ତେ ସେଗୁଡିକୁ ବାଧ୍ୟ କରାଯାଇଥାଏ I ଏହା ଏକ ବ୍ୟୟବହୁଳ ପ୍ରକ୍ରିୟା ଅଟେ I
- ରୋମୀୟ ସୈନ୍ୟମାନେ ଯୀଶୁଙ୍କ କ୍ରୁଶାରୋପଣ ପୂର୍ବରୁ ତାହାଙ୍କୁ ଏକ ବାଇଗଣିଆ ରାଜକୀୟ ବସ୍ତ୍ର ପିନ୍ଧାଇଲେ ଯେପରି ଯୀଶୁ ଆପଣାକୁ ଯିହୂଦୀମାନଙ୍କ ରାଜା ଭାବରେ ଦାବୀ କରୁଥିବାରୁ ସେମାନେ ତାହାଙ୍କୁ ପରିହାସ କରିପାରିବେ I
- ଫିଲିପ୍ପୀ ସହରର ଲୂଦିଆ ନାମ୍ନୀ ଜଣେ ମହିଳା ବାଇଗଣିଆ ବସ୍ତ୍ର ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ I (ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମ ଗୁଡ଼ିକର ଅନୁବାଦ କରନ୍ତୁ)
(ଦେଖନ୍ତୁ: ଏଫୋଦ, ଫିଲିପ୍ପୀ, ରାଜକୀୟ, ସମାଗମ ତମ୍ୱୁ, ମନ୍ଦିର)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0710, H0711, H0713, G42090, G42100, G42110
ବାକ୍ୟ, ବାକ୍ୟ ସବୁ
ସଂଜ୍ଞା:
ଏକ ବାକ୍ୟ ତାହାକୁ କୁହାଯାଏ ଯାହା ଏକ ବ୍ୟକ୍ତି କହୁ ଅଛି I * ଉଦାହରଣ ସ୍ୱରୂପ ଯେତେବେଳେ ସ୍ୱର୍ଗ ଦୂତ ଗାବରିଏଲ କୁ କହିଲେ, “ତୁମ୍ଭେ ମୋର ବାକ୍ୟ ବିଶ୍ୱାସ କଲ ନାହିଁ,” ଯାହାର ଅର୍ଥ “ଯାହା ମୁଁ କହିଲି ତୁମ୍ଭେ ବିଶ୍ୱାସ କଲ ନାହିଁ “ହୁଏ I * ଏହି ଶବ୍ଦ ସବୁ ସମୟରେ ସମସ୍ତ ସମ୍ୱାଦ କୁ ଦର୍ଶାଇ ଥାଏ ନା କି ଗୋଟିଏ ଶବ୍ଦ କୁ I * କେତେକ ସମୟରେ “ବାକ୍ୟ” ସାଧାରଣ ବକ୍ତବ୍ୟ କୁ ଦର୍ଶାଏ, ଯେପରି କି “ଶବ୍ଦ ଓ କର୍ମରେ ସାମର୍ଥ ଯା”ହା ର ଅର୍ଥ “ବକ୍ତବ୍ୟ ଓ ବ୍ୟବହାରରେ ଶକ୍ତିଶାଳୀ ଅଟେ “ * ଅଧିକାଂଶ ସମୟରେ ବାଇବଲରେ, ପରମେଶ୍ୱର ଯାହା କିଛି କହି ଅଛନ୍ତି କିଅବା ଆଜ୍ଞା ଦେଇ ଅଛନ୍ତି ଯେପରି କି “ପରମେଶ୍ୱରଙ୍କର ବାକ୍ୟ” କିଅବା “ସତ୍ୟମୟ ବାକ୍ୟ” ସେହି ସବୁ କୁ ବାକ୍ୟ କୁହାଯାଏ I * ଏହି ଶବ୍ଦର ଏକ ବିଶେଷ ବ୍ୟବହାର ଯେତେବେଳେ ଯୀଶୁଙ୍କୁ “ଏ ହିଁ ବାକ୍ୟ” କୁହାଯାଏ I ଏହି ଶେଷ ଦୁଇର ଅର୍ଥ ପାଇଁ, ଦଖନ୍ତୁ: ପରମେଶ୍ୱରଙ୍କର ବାକ୍ୟ
ଅନୁବାଦ ପ୍ରସ୍ତାବ:
- “ବାକ୍ୟ” ଓ “ବାକ୍ୟମାଳା “ଅଲଗା ପ୍ରକାରେ ଅନୁବାଦ କଲେ ଏହା “ଶିକ୍ଷା” କିଅବା “ସମ୍ୱାଦ” କିଅବା “ଖବର” କିଅବା “କଥା” କିଅବା “ଯାହା କୁହାଯାଏ “ରୂପରେ ଅନୁବାଦ କରାଯାଏ I
(ଆହୁରି ଦେଖନ୍ତୁ: ପରମେଶ୍ୱରଙ୍କର ବାକ୍ୟ)
ବାଇବଲ ପଦପର୍ବ:
- ୨ ତୀମଥି ୦୪:୧-୨
- ପ୍ରେରିତ ୦୮:୪-୫
- କଲସୀୟ୦୪: ୨-୪
- ଯାକୁଵ ୦୧:୧୭-୧୮
- ଯିରିମିୟ ୨୭:୧-୪
- ଯୋହନ ୦୧:୧-୩
- ଯୋହନ ୦୧: ୧୪-୧୫
- ଲୁକ ୦୮:୧୪-୧୫
- ମାଥିଉ ୦୨:୭-୮
- ମାଥିଉ ୦୭: ୨୬-୨୭
ବୋର୍ଡ ଡାଟା :
- Strong's: H561, H562, H565, H1697, H1703, H3983, H4405, H4406, H6310, H6600, G518, G1024, G3050, G3054, G3055, G3056, G4086, G4487, G4935, G5023, G5542
ବାଧ୍ୟହେବା, ଅଧିନରେ ରହିବା, ଅଧୀନତା
ସତ୍ୟ ଘଟଣାବଳୀ:
ଜଣେ ବ୍ୟକ୍ତି ଅନ୍ୟର “ଅଧିନରେ ରହେ” ଯଦି ଦ୍ୱିତୀୟ ବ୍ୟକ୍ତି ପ୍ରଥମ ବ୍ୟକ୍ତି ଉପରେ ଶାସନ କରେ । “ଅଧୀନ ହେବା” ବାକ୍ୟାଂଶର ଅର୍ଥ “ପାଳନ କରିବା” କିମ୍ବା “କର୍ତ୍ତୃପକ୍ଷଙ୍କ ନିକଟରେ ବଶୀଭୂତ ହେବା” ଅଟେ ।”
- “ଅଧିନକୁ ଆଣିବା” ବାକ୍ୟାଂଶ ଲୋକମାନଙ୍କୁ ଜଣେ ନେତା କିମ୍ୱା ଶାସକଙ୍କର ଅଧିକାରକୁ ଆଣିବାକୁ ବୁଝାଏ ।
- “କୌଣସି ବ୍ୟକ୍ତିଙ୍କୁ କୌଣସି ବିଷୟରେ ଅଧିନକରିବା” ବାକ୍ୟାଂଶ ଜଣେ ବ୍ୟକ୍ତିକୁ ନକରାତ୍ମକ ଅନୁଭୁତି ଦେବା ଯଥା ଦଣ୍ଡଦେବା ଅଟେ।
- ବେଳେବେଳେ “ଅଧିନ” ଶବ୍ଦଟି କେତେକ ବିଷୟର ବିଷୟ ବା କେନ୍ଦ୍ରିତ ବୋଲି ସୂଚାଇବା ପାଇଁ ବ୍ୟବହୃତ ହୁଏ, ଯେପରି କି, “ତୁମ୍ଭେ ପରିହାସର ବିଷୟ ହେବ ।”
- “ବଶିଭୂତ ହେବା” ବାକ୍ୟାଂଶର ଅର୍ଥ “ଅଧିନରେ ଆସିବା” କିମ୍ୱା “ବଶ୍ୟତା ସ୍ୱୀକାର କରିବା” ଅଟେ ।
(ବଶ୍ୟତା ସ୍ୱୀକାର କରିବା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1697, H3533, H3665, H4522, H5647, H5927, G03500, G13790, G13960, G17770, G36630, G52920, G52930
ବାହାର କରିବା, ଛଡ଼ାଇବା, ପକାଇବା
ପରିଭାଷା:
କାହାକୁ କିମ୍ବା କିଛି ବିଷୟକୁ “ବାହାର କରିବା” କିମ୍ୱା “ଛଡ଼ାଇବା” ଅର୍ଥ କୌଣସି ବସ୍ତୁ କିମ୍ୱା ବ୍ୟକ୍ତିଙ୍କୁ ବଳପୂର୍ବକ ବହିଷ୍ଜାର କରିବାକୁ ବୁଝାଏ।
- “ବାହାର କରିବା” ଶବ୍ଦର ଅର୍ଥ ଯାହା “ପକାଇବା” ଶବ୍ଦ ସହିତ ସମାନ ଅଟେ । ଜାଲ ପକାଇବା ଅର୍ଥ ପାଣିରେ ଜାଲ ପକାଇବା ଅଟେ।
- ଆଳଙ୍କାରିକ ଅର୍ଥରେ, “ବାହାର କରିବା” କିମ୍ୱା “ତଡିଦେବା” ଅର୍ଥ କେହି ଜଣେ ସେହି ବ୍ୟକ୍ତିଙ୍କୁ ପ୍ରତ୍ୟାଖ୍ୟାନ କରି ତାହାଙ୍କୁ ପଠାଇ ପାରନ୍ତି।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ବାଧ୍ୟ କରିବା” କିମ୍ୱା “ପଠାଇବା” କିମ୍ବା “ବାହାର କରିବା” ବୋଲି ମଧ୍ୟ ଏହି ଶବ୍ଦକୁ ଅନୁବାଦ କାରାଯାଇପାରେ।
- “ଭୂତ ଛଡାଇବା” ବାକ୍ୟାଂଶକୁ “ଅଶୁଚି ଆତ୍ମାକୁ ବାହାର କରିବା” କିମ୍ବା “ଅଶୁଚି ଆତ୍ମାକୁ ଛଡ଼ାଇବା” କିମ୍ବା “ଭୂତମାନଙ୍କୁ ତଡ଼ି ଦେବା” କିମ୍ୱା “ଭୂତମାନଙ୍କୁ ବାହାରି ଯିବାକୁ ଆଦେଶ ଦେବା” ବୋଲି ଅନୁବାଦ କାରାଯାଇପାରେ।
(ଦେଖନ୍ତୁ: ଅଶୁଚିଆତ୍ମା, ଭୂତଗ୍ରସ୍ତ, ଗୁଲିବାଣ୍ଟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1272, H1644, H1920, H3423, H7971, H7993, G15440
ବିଜ୍ଞତା, ବିଜ୍ଞ, ବିଜ୍ଞତା ସହକାରେ ବା ବିଚକ୍ଷଣତା ସହିତ
ତଥ୍ୟଗୁଡିକ
ଏହି “ବିଜ୍ଞ” ପ୍ରତିଶବ୍ଦ ଆପଣାର କାର୍ଯ୍ୟଗୁଡିକ ଜାଗ୍ରତ ସହକାରେ ଚିନ୍ତା କରୁଥିବା ଏବଂ ଜ୍ଞାନପୂର୍ଣ୍ଣ ସିଦ୍ଧାନ୍ତଗୁଡିକ ନେଉଥିଵ ଜଣେ ବ୍ୟକ୍ତି ବିଷୟରେ ବର୍ଣ୍ଣନା କରେ I * ଅନେକ ସମୟରେ “ବିଜ୍ଞତା” ପ୍ରତିଶବ୍ଦ ବ୍ୟବହାରିକ, ଭୌତିକ ଶାରୀରିକ ବିଷୟଗୁଡିକରେ ଜ୍ଞାନପୂର୍ଣ୍ଣ ସିଦ୍ଧାନ୍ତଗୁଡିକ ନେବା ନିମନ୍ତେ ସକ୍ଷମତା ସମ୍ପର୍କରେ ସୂଚାଇଥାଏ; ଯଥା: ଟଙ୍କାପଇସାର ବା ସମ୍ପତ୍ତିର ପରିଚାଳନା କରିବା I * ଯଦିଓ “ବିଜ୍ଞତା” ଏବଂ “ଜ୍ଞାନ” ଶବ୍ଦଗୁଡିକର ସମାନ ଧରଣର ଅର୍ଥ ରହିଛି, ଅନେକ ସମୟରେ “ଜ୍ଞାନ” ଶବ୍ଦ ଅଧିକ ସାଧାରଣ ଭାବରେ ବ୍ୟବହୃତ ହୁଏ ଏବଂ ଆତ୍ମିକ ଓ ନୈତିକ ବିଷୟଗୁଡିକ ନିମନ୍ତେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ I * ପୃଷ୍ଠଭୂମି ଉପରେ ଆଧାର କରି “ବିଜ୍ଞ” ଶବ୍ଦକୁ “ଚତୁର” ବା “ଯତ୍ନଶୀଳ” ବା “ବୁଦ୍ଧିମାନ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: ଚତୁର ବା ଚାଲାକ,ଆତ୍ମା, ଜ୍ଞାନୀ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H995, H5843, H6175, H6191, H6195, H7080, H7919, H7922, G4908, G5428
ବିଦେଶୀୟ, ବିଦେଶୀ, ପ୍ରବାସ
ପରିଭାଷା:
“ବିଦେଶୀୟ” ଶବ୍ଦ ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ନିଜ ଦେଶ ଛାଡି ଅନ୍ୟ ଦେଶରେ ବାସ କରେ I “ବିଦେଶୀ” ଶବ୍ଦ ପାଇଁ ଅନ୍ୟ ଏକ ଶବ୍ଦ ହେଲା “ଅନ୍ୟଦେଶୀୟ” ଜଣେ ପ୍ରବାସୀ କୌଣସି ଏକ ଦେଶରେ କିଛି ସମୟ ପାଇଁ ବିଦେଶୀ ଭାବରେ ବାସ କରେ I
- ପୁରାତନ ନିୟମରେ, ଏହି ଶବ୍ଦ ବିଶେଷ କରି ଏକ ବ୍ୟକ୍ତିକୁ ବୁଝାଏ ଯିଏ ଯେଉଁଠାରେ ରହେ ସେହି ଲୋକ ସମୁହରୁ ନୁହେଁ କିନ୍ତୁ ଅଲଗା ଲୋକ ସମୁହର ଅଟେ I
- ଏକ ବିଦେଶୀ ସେହି ବ୍ୟକ୍ତି ଅଟେ ଯାହାର ଭାଷା ଏବଂ ସଂସ୍କୃତି ଏକ ସ୍ଥାନୀୟ ଭାଷା ଏବଂ ସଂସ୍କୃତିଠାରୁ ଭିନ୍ନ ଅଟେ I
- ଉଦାହରଣ ସ୍ୱରୂପ, ଯେତେବେଳେ ନୟମୀ ଏବଂ ତାରୀ ପରିବାର ମୋୟାବ ଦେଶକୁ ଗଲେ, ସେମାନେ ସେହି ଦେଶରେ ବିଦେଶୀ ଥିଲେ I ପରେ ଯେତେବେଳେ ନୟମୀ ଏବଂ ତାର ପୁତ୍ରବଧୂ ଇସ୍ରାଏଲକୁ ଫେରି ଆସିଲେ, ସେତେବେଳେ ରୂତ ସେଠାରେ “ବିଦେଶୀ” ହେଲେ କାରଣ ସେ ଇସ୍ରାଏଲର ମୂଳ ନାଗରିକ ନଥିଲେ I
- ଜଣେ ଅସ୍ଥାୟୀ ବିଦେଶୀ ବାସିନ୍ଦା ପାଇଁ ପ୍ରବାସୀ ଅନ୍ୟ ଏକ ଶବ୍ଦ ଅଟେ I
- ପ୍ରେରିତ ପାଉଲ ଏଫିସୀୟମାନଙ୍କୁ କହିଲେ ଯେ ଯେବେ ସେମାନେ ଈଶ୍ୱରଙ୍କୁ ଜାଣି ନଥିଲେ ସେତେବେଳେ ସେମାନେ ଈଶ୍ୱରଙ୍କ ନିୟମ ପ୍ରତି “ବିଦେଶୀ” ଥିଲେ I
- ବେଳେବେଳେ “ବିଦେଶୀ“ ଶବ୍ଦ “ଅପରିଚିତ“ ବୋଲି ମଧ୍ୟ ଅନୁବାଦ କରାଯାଏ, କିନ୍ତୁ ଏହା ସବୁବେଳେ ଅପରିଚିତ କିମ୍ବା ଅଜଣା ବ୍ୟକ୍ତିକୁ ସୂଚାଏ ନାହିଁ I
ବାଇବେଲ ପଦପର୍ବ:
- ଦ୍ଵିତୀୟ ବଂଶାବଳୀ ୨:୧୭
- ପ୍ରେରିତ ୭:୨୯-୩୦
- ଦ୍ଵିତୀୟ ବିବରଣ ୧:୧୫-୧୬
- ଆଦିପୁସ୍ତକ ୧୫:୧୨-୧୩
- ଆଦିପୁସ୍ତକ ୧୭:୨୭
- ଲୂକ ୧୭:୧୮
- ମାଥିଉ ୧୭:୨୪-୨୫
ଶବ୍ଦବିନ୍ୟାସ:
- Strong’s: H0312, H0628, H0776, H1471, H1481, H1616, H2114, H3937, H4033, H5236, H5237, H6154, H8453, G02410, G02450, G05260, G09150, G18540, G35810, G39270, G39410
ବିଦ୍ଧ କରିବା, ବିଦ୍ଧ
ପରିଭାଷା:
“ବିଦ୍ଧ କରିବା” ଶବ୍ଦର ଅର୍ଥ ଏକ ଧାରୁଆ ଓ ମୁନିଆ ତୀକ୍ଷଣ ବସ୍ତୁ ଦ୍ୱାରା କୌଣସି ବସ୍ତୁକୁ ଭୁଷିବା ବା ଆଘାତ କରିବା ଅଟେ I ଏହା କାହାକୁ ଗଭୀର ଭାବପ୍ରବଣାତ୍ମକ ଭାବରେ ଦୁଃଖ ବା ଯନ୍ତ୍ରଣା ଦେବା ବିଷୟକୁ ଉଲ୍ଲେଖ କରିବା ନିମନ୍ତେ ଆଳଙ୍କାରିକ ବା ରୂପକ ଭାବରେ ମଧ୍ୟ ବ୍ୟବହୃତ ହୁଏ I * ଯୀଶୁ କ୍ରୁଶ ଉପରେ ଟଙ୍ଗା ହୋଇଥିବାବେଳେ ଜଣେ ସୈନ୍ୟ ତାହାଙ୍କ କକ୍ଷଦେଶରେ ବିଦ୍ଧ କଲା I * ବାଇବେଲ ସମୟରେ, ଜଣେ ମୁକ୍ତ ହୋଇଥିବା କ୍ରୀତଦାସର କର୍ଣ୍ଣ ଏକ ଚିହ୍ନ ଭାବରେ ବିଦ୍ଧ ହେଉଥିଲା ଯାହା ଦର୍ଶାଏ ଯେ ସେ ସ୍ୱଇଚ୍ଛାରେ ଆପଣା ମୁନିବର ଗୃହରେ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କରିଛି I * ଶିମିୟୋନ ଆଳଙ୍କାରିକ ଭାବରେ ମରୀୟମଙ୍କୁ କହିଲେ, ଏକ ଖଡ୍ଗ ତାହାର ହୃଦୟକୁ (ପ୍ରାଣକୁ) ବିଦ୍ଧ କରିବ; ଅର୍ଥାତ୍ ସେ ତାଙ୍କର ପୁତ୍ର ଯୀଶୁଙ୍କ ପ୍ରତି ଯାହା ସବୁ ଘଟିବ, ସେଥିସକାଶେ ସେ ଆପଣା ହୃଦୟରେ ଗଭୀର ବେଦନାର ଅନୁଭୁତି ମଧ୍ୟ ଦେଇ ଯିବେ I
(ଦେଖନ୍ତୁ: କ୍ରୁଶ, ଯୀଶୁ, ଦାସ, ଶିମିୟୋନ)
ବାଇବେଲ ପଦଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H0935, H1856, H2342, H2490, H2491, H2944, H3738, H4272, H5181, H5344, H5365, H6398, G13300, G13380, G15740, G26600, G35720, G40440
ବିଦ୍ରୋହୀ, ବିଦ୍ରୋହାଚରଣ, ବିଦ୍ରୋହପ୍ରବଣ, ବିଦ୍ରୋହାତ୍ମକ ଭାବ
ପରିଭାଷା:
“ବିଦ୍ରୋହୀ” ଶବ୍ଦ ଜଣକର କ୍ଷମତା ପ୍ରତି ସମର୍ପିତ ହେବା ନିମନ୍ତେ ଅସ୍ୱୀକାର କରିବାକୁ ବୁଝାଏ । ଜଣେ “ବିଦ୍ରୋହପ୍ରବଣ” ବ୍ୟକ୍ତି ଅନେକ ସମୟରେ ଅବାଧ୍ୟତା ଆଚରଣ କରିଥାଏ ଏବଂ ମନ୍ଦ କାର୍ଯ୍ୟସବୁ କରିଥାଏ। ଏଭଳି ବ୍ୟକ୍ତିକୁ “ଜଣେ ବିଦ୍ରୋହୀ” ବୋଲି କୁହାଯଏ।
- ଜଣେ ବ୍ୟକ୍ତି ସେତବେଳେ ବିଦ୍ରୋହ କରେ ଯେବେ ସେ ତାଙ୍କ ଉପର ଅଧିକାରୀମାନେ ତାହାଙ୍କୁ କୌଣସି ବିଷୟ ନ କରିବାକୁ କହିଥିବା ବିଷୟକୁ କରେ।
- ଜଣେ ବ୍ୟକ୍ତି ବିଦ୍ରୋହ କରେ ଯେବେ ତାହାର ଅଧିକାରୀମାନେ ତାହାଙ୍କୁ କୌଣସି ବିଷୟ କରିବା ନିମନ୍ତେ ଆଦେଶକୁ ସେ ପ୍ରତ୍ୟାଖ୍ୟାନ କରେ ।
- ବେଳେବେଳେ ଲୋକମାନେ ସେମାନଙ୍କ ଉପରେ ଶାସନ କରୁଥିବା ଅଧିକାରୀ କିମ୍ବା ନେତାମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥାନ୍ତି।
- ପ୍ରସଙ୍ଗକୁ ଆଧାର କରି “ବିଦ୍ରୋହ କରିବା” ଶବ୍ଦକୁ “ଅବମାନନା କରିବା” କିମ୍ବା “ବିରକ୍ତିଭାବ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
- “ବିଦ୍ରୋହପ୍ରବଣ” ଶବ୍ଦକୁ “ଅବିରତ ଭାବରେ ଅବାଧ୍ୟ” କିମ୍ବା “ବାଧ୍ୟ ହେବା ନିମନ୍ତେ ମନା କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
- “ବିଦ୍ରୋହାଚରଣ” ଶବ୍ଦକୁ “ବାଧ୍ୟ ହେବାକୁ ପ୍ରତ୍ୟାଖ୍ୟାନ କରିବା” କିମ୍ବା “ଅବାଧ୍ୟ ଆଚରଣ” କିମ୍ବା “ଆଜ୍ଞାଲଙ୍ଘନ କରିବା” ବୋଲି ଅନୁବାଦ କରାଯାଇପାରେ।
- “ବିଦ୍ରୋହାଚରଣ କରିବା” କିମ୍ବା “ଜଣେ ବିଦ୍ରୋହୀ” ବାକ୍ୟାଂଶ ଏକ ସଂଗଠିତ ହୋଇଥିବା ଲୋକଦଳକୁ ସୂଚାଇ ପାରେ ଯେଉଁମାନେ ସର୍ବସାଧାରଣରେ ଆଜ୍ଞାଲଙ୍ଘନ କରନ୍ତି ଏବଂ ନେତାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରି ଶାସନ କରୁଥିବା ଅଧିକାରୀମାନଙ୍କ ବିରୁଦ୍ଧାଚରଣ କରନ୍ତି। ଅନେକ ସମୟରେ ସେମାନେ ଅନ୍ୟ ଲୋକମାନଙ୍କୁ ସେମାନଙ୍କ ବିଦ୍ରୋହରେ ଯୋଗଦେବାକୁ ଚେଷ୍ଟା କରନ୍ତି। (ଦେଖନ୍ତୁ: କ୍ଷମତା, ଶାସନକର୍ତ୍ତା )
ବାଇବେଲ ପଦପର୍ବ:
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୧୪:୧୪ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଚାଳିଶ ବର୍ଷ ଧରି ଏଣେତେଣେ ଭ୍ରମଣ କଲା ପରେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ବିଦ୍ରୋହାଚରଣ କରିଥିଲେ ସେ ସମସ୍ତେ ମଲେ।
- ୧୮:୭ ଇସ୍ରାଏଲ ଜାତିର ଦଶ ଗୋଷ୍ଠୀ ରିହବିୟାମ ବିଦ୍ରୋହ କଲେ__।
- ୧୮:୯ ଯାରବୀୟାମ ଈଶ୍ୱରଙ୍କୁ ବିଦ୍ରୋହ କଲେ ଏବଂ ଲୋକମାନଙ୍କୁ ପାପରେ ପକାଇଲେ।
- ୧୮:୧୩ ଯିହୂଦାର ଅଧିକାଂଶ ଲୋକମାନେ ମଧ୍ୟ ଈଶ୍ୱରଙ୍କ ବିଦ୍ରୋହାଚରଣ କଲେ ଏବଂ ଅନ୍ୟ ଦେବତାଗଣର ପୂଜା ଉପାସନା କଲେ।
- ୨୦:୭ କିନ୍ତୁ କିଛି ବର୍ଷ ପରେ, ଯିହୂଦାର ରାଜା ବାବିଲ ବିରୁଦ୍ଧରେ ବିଦ୍ରୋହାଚରଣ କଲା।
- ୪୫:୩ ତା’ପରେ ସେ (ସ୍ତିଫାନ) କହିଲେ, “ତୁମ୍ଭେ ଅବାଧ୍ୟ ପୁଣି ବିଦ୍ରୋହୀ ଲୋକ ତୁମ୍ଭେମାନେ ସର୍ବଦା ପବିତ୍ର ଆତ୍ମାଙ୍କୁ ପ୍ରତ୍ୟାଖ୍ୟାନ କର, ଯେପରି ତୁମ୍ଭମାନଙ୍କର ପିତୃପୁରୁଷମାନେ ଈଶ୍ୱରଙ୍କୁ ଅସ୍ୱୀକାର କଲେ ଓ ତାହାଙ୍କର ଭାବବାଦୀମାନଙ୍କୁ ବଧ କଲେ I
ଶବ୍ଦବିନ୍ୟାସ:
- Strong’s: H4775, H4776, H4777, H4779, H4780, H4784, H4805, H5327, H5627, H5637, H6586, H6588, H7846, G38930, G49550
ବିଧାନ, ବିଧାନ
ସଂଜ୍ଞା:
ବିଧାନ ହେଉଛି ଲିଖିତ ନୀୟମ ଯାହା ଲୋକମାନଙ୍କୁ ବାସ କରିବା ପଥ ଦେଖାଏ * “ବିଧାନ” ସମାନ ଅର୍ଥବୋଧକ ପରି “ଅଧ୍ୟାଦେଶ” କିମ୍ୱା “ଆଦେଶ” ଏବଂ “ବ୍ୟବସ୍ଥା” ଓ “ଘୋଷଣାନାମା” ଏହିସବୁ ଶବ୍ଦ ଗୁଡିକ ଉପଦେଶ ଏବଂ ଆବଶ୍ୟକତାକୁ ସାମିଲ କରେ ଯାହା ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଦିଅନ୍ତି କିମ୍ୱା ଶାସକ ସେମାନଙ୍କର ଲୋକମାନଙ୍କୁ ଦିଅନ୍ତି * ରାଜା ଦାଉଦ କହିଲେ ଯେ ଯିହୋଵାଙ୍କ ବିଧାନରେ ତାଙ୍କର ଆମୋଦ ଥାଏ * “ବିଧାନ” ଶବ୍ଦ ର ଅନୁବାଦ ହେବ ଯଥା “ନିର୍ଦ୍ଧିଷ୍ଟ ଆଦେଶ” କିମ୍ୱା “ମୁଖ୍ୟ ଘୋଷଣାନାମା”
(ଦେଖ: ଆଦେଶ, ଘୋଷଣାନାମା, ବ୍ୟବସ୍ଥା, ଯିହୋଵା)
ବାଇଅବଲ୍ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H2706, H2708, H6490, H7010
ବିଧିସଙ୍ଗତ, ବିଧିସଙ୍ଗତ ନୁହେଁ, ବ୍ୟବସ୍ଥାହୀନ, ଅଧର୍ମ, ବ୍ୟବସ୍ଥା ଲଙ୍ଘନ
ପରିଭାଷା:
“ବିଧିସଙ୍ଗତ” ଶବ୍ଦ ବ୍ୟବସ୍ଥା କିମ୍ବା ଅନ୍ୟ ଆବଶ୍ୟକତା ଅନୁସାରେ କିଛି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିବାକୁ ବୁଝାଏ। ଏହାର ବିପରୀତ “ବିଧିସଙ୍ଗତ ନୁହେଁ” ଯାହାର ସାଧାରଣ ଅର୍ଥ “ବ୍ୟବସ୍ଥାହୀନ“ ଅଟେ ।
- ବାଇବେଲରେ ଯାହା“ବିଧିସଙ୍ଗତ” ଥିଲା ତାହା ଈଶ୍ୱରଙ୍କ ନୈତିକ ବ୍ୟବସ୍ଥା ଅନୁସାରେ କିମ୍ବା ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କିମ୍ବା ଅନ୍ୟ ଯିହୂଦୀୟ ବ୍ୟବସ୍ଥା ଅନୁସାରେ ଅନୁମତି ପ୍ରାପ୍ତ ଥିଲା । କୌଣସି ବିଷୟ ଯାହା “ବିଧିସଙ୍ଗତ ନଥିଲା” ତାହା ସେହି ବ୍ୟବସ୍ଥାଗୁଡ଼ିକ ଦ୍ୱାରା ନିଷେଧ କରାଯାଇ ଥିଲା। “
- “ବ୍ୟବସ୍ଥା ଅନୁସାରେ” କୌଣସି ବିଷୟକୁ କରିବା ଅର୍ଥ ଏହାକୁ “ଯଥାର୍ଥ ରୂପେ” କିମ୍ବା “ସଠିକ ଭାବରେ କରିବା” ଅଟେ ।
- ଅନେକ ବିଷୟ ଯାହାକୁ ଯିହୂଦୀ ବ୍ୟବସ୍ଥାଗୁଡ଼ିକ ବିଧି ସଂଗତ କିମ୍ବା ଆଇନ୍ ସଂଗତ ନୁହେଁ ବୋଲି ଗଣନା କରୁଥିଲା ଯାହା ଈଶ୍ଵରଙ୍କର ବ୍ୟବସ୍ଥାନୁସାରେ ପରସ୍ପରକୁ ପ୍ରେମ କରିବା ନିୟମ ସହ ସହମତ ନ ଥିଲା।
- ପ୍ରସଙ୍ଗ ଉପରେରେ ଆଧାର କରି, “ବିଧିସଙ୍ଗତ” ଶବ୍ଦକୁ “ଅନୁମତି ପ୍ରାପ୍ତ” କିମ୍ବା “ଈଶ୍ୱରଙ୍କ ନୀୟମାନୁସାରେ” କିମ୍ବା “ଆମ୍ଭମାନଙ୍କ ନିୟମ ଅନୁସାରେ ଚାଲିବା” କିମ୍ବା “ଯଥାର୍ଥ ଭାବରେ” କିମ୍ବା “ଉପଯୁକ୍ତ ଭାବେ” ଭାବେ ବୋଲି ଅନୁବାଦ କରାଯାଇପାରେ ।
- “ଏହା କ'ଣ ବିଧିସଙ୍ଗତ ଅଟେ କି? ବାକ୍ୟାଂଶକୁ “କଅଣ ଆମ୍ଭମାନଙ୍କ ନିୟମ ଅନୁମତି ଦିଏ?” କିମ୍ବା “କଅଣ ଏହା ଆମ୍ଭମାନଙ୍କ ନିୟମ ଅନୁମତି ଦିଏ?” ବୋଲି ଅନୁବାଦ କରାଯାଇପାରେ I
“ବିଧିସଙ୍ଗତ ନୁହଁ” ଏବଂ “ବ୍ୟବସ୍ଥାହୀନ” ଶବ୍ଦକୁ ନିୟମ ଖଣ୍ଡନ କରିଥିବା କ୍ରିୟାକୁ ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଏ ।
- ନୂତନ ନିୟମରେ, “ବିଧିସଙ୍ଗତ ନୁହେଁ” ଶବ୍ଦକୁ କେବଳ ଈଶ୍ୱରଙ୍କର ବ୍ୟବସ୍ଥାକୁ ଖଣ୍ଡନ କରିବାକୁ ହିଁ ଦର୍ଶାଏ ନାହିଁ କିନ୍ତୁ ଅନେକ ସମୟରେ ଯିହୁଦୀମାନଙ୍କର ନିର୍ମିତ ନିୟମ ଖଣ୍ଡନ କରିବାକୁ ମଧ୍ୟ ଦର୍ଶାଏ।
- ଅନେକ ବର୍ଷ ମଧ୍ୟରେ ଯିହୂଦୀମାନେ ଈଶ୍ୱରଙ୍କର ବ୍ୟବସ୍ଥାରେ ଆଉ ଅନେକ ନିୟମ ସଂଯୁକ୍ତ କରି ଚାଲିଲେ। ଯିହୂଦୀ ନେତାମାନେ ଅନେକ ସମୟରେ ଅନେକ ବିଷୟକୁ “ବିଧିସଙ୍ଗତ ନୁହେଁ” ବୋଲି ବିବେଚନା କରୁଥିଲେ ଯଦି ଏହା ମନୁଷ୍ୟ ନିର୍ମିତ ନିୟମ ଅନୁସାରେ ନ ଥାଏ।
- ଯେବେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ବିଶ୍ରାମ ଦିନରେ ଶସ୍ୟ ଛିଡାଉଥିଲେ ସେତେବେଳେ ଫାରୂଶୀମାନେ ସେମାନଙ୍କୁ ଦୋଷାରୋପ କରି କହିଲେ ଯେ ଏହା “ବିଧିସଙ୍ଗତ ନୁହେଁ” କାରଣ ବିଶ୍ରାମ ଦିନରେ କାର୍ଯ୍ୟ କରିବା ଯିହୂଦୀ ନିୟମ ବାହାରେ ଥିଲା।
- ପିତର ଯେବେ କହିଲେ ଅଶୁଚି ଖାଦ୍ୟ ଭୋଜିନ କରିବା ତାହା ନିମନ୍ତେ “ବିଧିସଙ୍ଗତ ନୁହେଁ,” ତାହାର କହିବାର ଅର୍ଥ ଯଦି ସେ ଏହି ପ୍ରକାରର ଖାଦ୍ୟ ଖାଏ ତେବେ ସେ ଈଶ୍ୱରଙ୍କର ବିଧି ଖଣ୍ଡନ କରେ ଯାହା ଇସ୍ରାଏଲ ଲୋକମାନଙ୍କୁ କେତେକେ ଖାଦ୍ୟ ଭୋଜନ କରିବାରୁ ନିବୃତ ରଖେ।
“ବ୍ୟବସ୍ଥାହୀନ” ଶବ୍ଦ ଜଣେ ବ୍ୟକ୍ତିକୁ ବର୍ଣ୍ଣନା କରେ ଯିଏ ନିୟମ କିମ୍ବା ବ୍ୟବସ୍ଥାକୁ ପାଳନ କରେ ନାହିଁ । ଯେବେ କୌଣସି ଦେଶ ବା ଗୋଷ୍ଠୀ “ବ୍ୟବସ୍ଥାହୀନ” ଅବସ୍ଥାରେ ଥାଆନ୍ତି, ସେତେବେଳେ ବ୍ୟାପକ ଅବମାନନା, ବିଦ୍ରୋହ କିମ୍ବା ଅନୈତିକତା ଦେଖିବାକୁ ମିଳେ ।
-
ଜଣେ “ବ୍ୟବସ୍ଥାହୀନ” ବ୍ୟକ୍ତି ବିଦ୍ରୋହୀ ଅଟେ ଏବଂ ଈଶ୍ଵରଙ୍କ ଆଜ୍ଞା ପାଳନ କରେ ନାହିଁ।
-
ପ୍ରେରିତ ପାଉଲ କହନ୍ତି ଯେ ଅନ୍ତିମ ଦିନରେ “ବ୍ୟବସ୍ଥାହୀନ ବ୍ୟକ୍ତି” କିମ୍ବା ଲୋକେ “ବିଧିହୀନ” ହେବେ, ଯିଏ ଶୟତାନ ଦ୍ୱାରା ପ୍ରଭାବିତ ହୋଇ ସମସ୍ତ ମନ୍ଦ କର୍ମ କରିବେ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ବିଧିସଙ୍ଗତ ନୁହେଁ” ଶବ୍ଦକୁ “ବ୍ୟବସ୍ଥାହୀନ” କିମ୍ବା “ନିୟମ ଖଣ୍ଡନ” ବୋଲି ଅନୁବାଦ କରାଯାଏ।
- “ବିଧିସଙ୍ଗତ ନୁହେଁ” ବାକ୍ୟାଂଶକୁ “ଅନୁମତି ନାହିଁ” କିମ୍ବା “ଈଶ୍ୱରଙ୍କର ନୀୟମାନୁସାରେ ନୁହେଁ“ କିମ୍ବା “ଆମ୍ଭ ନିୟମ ଅନୁସାରେ ନୁହେଁ” ବୋଲି ଅନୁବାଦ କରାଯାଇପାରେ।
- “ନିୟମ ବିରୋଧୀ” ଅଭିବ୍ୟକ୍ତିକୁ “ବିଧିସଙ୍ଗତ ନୁହେଁ” ବୋଲି ଅନୁବାଦ କରାଯାଇପାରେ ।
- “ବ୍ୟବସ୍ଥାହୀନ” ଶବ୍ଦକୁ “ବିଦ୍ରୋହୀକାରୀ” କିମ୍ବା “ଅନାଜ୍ଞାକାରୀ” କିମ୍ବା “ନିୟମ ଖଣ୍ଡନକାରୀ” ବୋଲି ଅନୁବାଦ କରାଯାଇପାରେ I
- “ଅରାଜକତା” ଶବ୍ଦକୁ “କୌଣସି ନିୟମକୁ ନମାନିବା” କିମ୍ବା ବିଦ୍ରୋହ “(ଈଶ୍ୱରଙ୍କର ନିୟମର) କରିବା”ବୋଲି ଅନୁବାଦ କରାଯାଇପାରେ I
- “ବ୍ୟବସ୍ଥାହୀନ ମନୁଷ୍ୟ” ବାକ୍ୟାଂଶକୁ “ଯେଉଁ ବ୍ୟକ୍ତି କୌଣସି ନିୟମ ପାଳନ କରେ ନାହିଁ” କିମ୍ବା “ମନୁଷ୍ୟ ଯେ ଈଶ୍ୱରଙ୍କର ନିୟମ ବିରୁଦ୍ଧରେ ବିଦ୍ରୋହ କରେ” ବୋଲି ଅନୁବାଦ କରାଯାଇ ପାରେ । * ଯଦି ସମ୍ଭବ ତେବେ ଏହି ଶବ୍ଦରେ “ନିୟମର” ଧାରଣା ରଖିବା ଆବଶ୍ୟକ ଅଟେ।
- ମନେ ରଖନ୍ତୁ “ବିଧିସଙ୍ଗତ ନୁହେଁ” ଶବ୍ଦର ଏହି ଅର୍ଥରୁ ଭିନ୍ନ ଅର୍ଥ ମଧ୍ୟ ଅଛି।
(ଦେଖନ୍ତୁ: ନିୟମ, ବ୍ୟବସ୍ଥା, ମୋଶା, ବିଶ୍ରାମ ଦିନ)
ବାଇବେଲ ପଦପର୍ବ:
- ମାଥିଉ ୭:୨୧-୨୩
- ମାଥିଉ ୧୨:୨
- ମାଥିଉ ୧୨:୪
- ମାଥିଉ ୧୨:୧୦
- ମାର୍କ ୩:୪
- ଲୂକ ୬:୨
- ପ୍ରେରିତ ୨:୨୩
- ପ୍ରେରିତ ୧୦:୨୮
- ପ୍ରେରିତ ୨୨:୨୫
- ୨ ଥେସଲନୀକୀୟ ୨:୩
- ତୀତସ ୨:୧୪
- ୧ ଯୋହନ ୩:୪-୬
ଶବ୍ଦବିନ୍ୟାସ:
- Strong’s: H6530, G01110, G01130, G02660, G04580, G04590, G18320, G35450
ବିନାଶ କରିବା, ବିନାଶ, ମୂଳୋତ୍ପାଟନ କରିବା
ସଂଜ୍ଞା:
“ବିନାଶ କରିବା” ଶବ୍ଦର ଅର୍ଥ କୌଣସି ଜିନିଷକୁ ସଂପୂର୍ଣ୍ଣ ରୂପେ ସମାପ୍ତ କରିବା, ଯାହା ଦ୍ଵାରା ଏହା ଆଉ ରହିବ ନାହିଁ । * “ବିନାଶକାରୀ” ଶବ୍ଦର ଅର୍ଥ “ବିନାଶ କରୁଥିବା ବ୍ୟକ୍ତି” ଅଟେ । * ଏହି ଶବ୍ଦଟି ପୁରାତନ ନିୟମରେ ବ୍ୟବହୃତ, ଯିଏ ଅନ୍ୟ ଲୋକମାନଙ୍କୁ ବିନାଶ କରେ, ଯେପରିକି ଆକ୍ରମଣକାରୀ ସେନା । * ଯେବେ ଈଶ୍ବର ମିଶରର ସମସ୍ତ ଜ୍ୟେଷ୍ଠ ପୁରୁଷମାନଙ୍କୁ ହତ୍ୟା କରିବା ପାଇଁ ଦୂତଙ୍କୁ ପଠାଇଲେ, ସେହି ଦୂତମାନଙ୍କୁ “ପ୍ରଥମଜାତର ବିନାଶକାରୀ” ବୋଲି କୁହାଗଲା । ଏହାକୁ “ଜଣେ (କିମ୍ବା ଦୂତ) ଭାବରେ ଅନୁବାଦ କରାଯାଇପାରେ ଯିଏ ପ୍ରଥମଜାତ ପୁରୁଷମାନଙ୍କୁ ହତ୍ୟା କରିଥିଲା । * ଶେଷ ସମୟ ବିଷୟରେ ପ୍ରକାଶିତ ପୁସ୍ତକରେ, ଶୟତାନ କିମ୍ବା ଅନ୍ୟ କିଛି ମନ୍ଦ ଆତ୍ମାକୁ “ବିନାଶକାରୀ” କୁହାଯାଏ । ସେ “ଯିଏ ବିନାଶ କରେ” କାରଣ ଈଶ୍ବର ସୃଷ୍ଟି କରିଥିବା ସମସ୍ତ ଜିନିଷକୁ ନଷ୍ଟ କରିବା ଏବଂ ବିନାଶ କରିବା ତାହାର ଉଦ୍ଦେଶ୍ୟ ଅଟେ ।
(ଦେଖନ୍ତୁ: ଦୂତ, ମିଶର, ପ୍ରଥମଜାତ, ନିସ୍ତାରପର୍ବ)
ବାଇବଲ ପଦପର୍ବ:
Word Data:
- Strong’s: H0006, H0007, H0622, H0398, H1104, H1197, H1820, H1826, H1942, H2000, H2015, H2026, H2040, H2254, H2255, H2717, H2718, H2763, H2764, H3238, H3341, H3381, H3423, H3582, H3615, H3617, H3772, H3807, H4191, H4229, H4591, H4658, H4889, H5218, H5221, H5307, H5362, H5420, H5422, H5428, H5595, H5642, H6365, H6789, H6979, H7665, H7667, H7703, H7722, H7760, H7843, H7921, H8045, H8074, H8077, H8316, H8552, G03550, G03960, G06220, G08530, G13110, G18420, G20490, G25060, G25070, G26470, G26730, G27040, G30890, G36450, G41990, G53510, G53560
ବିପଦ ସଙ୍କେତ, ବିପଦ ସଙ୍କେତମାନ, ଭୟ ବିହ୍ୱଳିତ
ତଥ୍ୟମାନ:
ବିପଦ ସଙ୍କେତ ଏହା ଅଟେ, ଯାହା ଲୋକମାନଙ୍କୁ ବିପଦପୂର୍ଣ୍ଣ କ୍ଷତିଠାରୁ ରକ୍ଷା ପାଇବା ପାଇଁ ସତର୍କବାଣୀ ଦିଆଯାଇଥାଏ I ‘’ଭୟ ବିହ୍ୱଳିତ ହେବା’’ ର ଅର୍ଥ କିଛି ବିପଦପୂର୍ଣ୍ଣ ଓ ଧମକପୂର୍ଣ୍ଣ ବିଷୟରେ, ଅଧିକ ବ୍ୟସ୍ତ ଓ ଭୟ କରିବା I * ମୋୟାବୀୟ ଲୋକମାନେ ଯିହୁଦା ପ୍ରଦେଶକୁ ଆକ୍ରମଣ କରିବା ଯୋଜନାଟି, ଯିହୋଶଫଟ୍ ରାଜା ଶୁଣି, ଭୟ ବିହ୍ୱଳିତ ହୋଇଯାଇଥିଲେ I * ଶିଷ୍ୟମାନେ ଅନ୍ତିମ ଦିନର ଦୁର୍ଦ୍ଦଶା ବିଷୟ ଶୁଣନ୍ତେ, ଯୀଶୁ ସେମାନଙ୍କୁ ଭୟବିହ୍ୱଳିତ ନ ହେବା ପାଇଁ କହିଲେ I * ’’ବିପଦ ସଙ୍କେତ ବଜାଅ’’ ପ୍ରକାଶନଟିର ଅର୍ଥ ‘’ସତର୍କ ବାଣୀ ଦିଅ I ପ୍ରାଚୀନ ଯୁଗରେ, ଜଣେ ବ୍ୟକ୍ତି ଉଚ୍ଚ କର୍କଶ ଶବ୍ଦରେ ବିପଦ ସଙ୍କେତ ଜଣାଉଥିଲେ I
ଅନୁବାଦର ପ୍ରସ୍ତାବିତ ବିଷୟମାନ:
- ‘’କୌଣସି ଲୋକଙ୍କୁ ବିପଦ ସଙ୍କେତ ଦେବା’’ ର ଅର୍ଥ ‘’କୌଣସି ଲୋକଙ୍କ ବ୍ୟସ୍ତତାର କାରଣ ହେବା’’ କିମ୍ୱା ‘’କୌଣସି ଲୋକଙ୍କୁ ବ୍ୟସ୍ତ କରିବା’’ I
- ’’ ଭୟ ବିହ୍ୱଳିତ ହେବା’’ ମଧ୍ୟ ‘’ବ୍ୟସ୍ତ ହେବା’’ କିମ୍ୱା ‘’ଭୟଭୀତ ହେବା’’ କିମ୍ୱା ‘’ବିଶେଷ ଉଦ୍ବିଘ୍ନ ହେବା’’ ଭାବେ ଅନୁବାଦ କରାଯାଇପାରେ I
- ’’ବିପଦ ସଙ୍କେତ ବଜାଅ’’ ପ୍ରକାଶନଟି ମଧ୍ୟ ‘’ସାମୁହିକ ଭାବେ ସତର୍କବାଣୀ’’ କିମ୍ୱା ‘’ଘୋଷଣା କରୁ ଯେ ବିପଦ ଆସୁଛି’’ କିମ୍ୱା ‘’ବିପଦ ସଙ୍କେତ ଦେବା ପାଇଁ ତୂରୀ ବଜାଅ’’ ଭାବେ ଅନୁବାଦ କରାଯାଇପାରେ I
(ମଧ୍ୟ ଦେଖିପାରିବା: ଯିହୋଶାଫଟ୍, ମୋୟାବ
ବାଇବଲ ପଦ ପର୍ୱ:
ବୋର୍ଡ ଡାଟା :
- Strong's: H7321, H8643
ବିବରଣ, ବିବରଣୀ, କହିବା, ଖ୍ୟାତି
ପରିଭାଷା:
“ବିବରଣୀ” ପ୍ରଦାନ କରିବା ଶବ୍ଦର ଅର୍ଥ ଘଟିଥିବା କୌଣସି ବିଷୟରେ ଜଣାଇବା, ଅନେକ ସମୟରେ ସେହି ଘଟଣା ସମ୍ପର୍କରେ ବିଶେଷ ବିବରଣୀ ଦେବାକୁ ବୁଝାଏ I ଏକ “ବିବରଣୀ” କୁହାଯାଏ, ଏବଂ ତାହା ମୌଖିକ ଭାବରେ କିମ୍ୱା ଲିଖିତ ଆକାରେ ପ୍ରଦାନ କରାଯାଏ I
- “ବିବରଣୀ“ ଶବ୍ଦକୁ “କହିବା” କିମ୍ବା “ବ୍ୟାଖ୍ୟା କରିବା” କିମ୍ବା “ଏହା ବିଶେଷ ଭାବରେ କହିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “କାହାରିକି ଏହାର ବିବରଣୀ ଦିଅ ନାହିଁ” ଅଭିବ୍ୟକ୍ତିକୁ “ଏହା ବିଷୟରେ କାହା ସହ କଥାବାର୍ତ୍ତା କର ନାହିଁ” କିମ୍ୱା “ଏହା ବିଷୟରେ କାହାରିକୁ କିଛି କୁହନାହିଁ” ବୋଲି ଅନୁବାଦ କରାଯାଇପାରେ I
- “ଏକ ବିବରଣୀ” ଶବ୍ଦକୁ ପ୍ରସଙ୍ଗକୁ ଆଧାର କରି “ଏକ ବ୍ୟାଖ୍ୟା” କିମ୍ୱା “ଏକ କାହାଣୀ” କିମ୍ବା “ଏକ ବିଶେଷ ବିବରଣୀ” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1681, H1696, H1697, H5046, H7725, H8034, H8052, H8085, H8088, H8089, G01890, G01910, G03120, G05180, G09870, G12250, G13100, G18340, G20360, G21630, G30040, G30560, G31400, G33770
ବିବାଦ/ସଙ୍ଘର୍ଷ, ବିରୋଧ, ତର୍କବିତର୍କ, ଝଗଡ଼ା, ଯୁକ୍ତିତର୍କ, କଳହ
ସଂଜ୍ଞା:
“ବିରୋଧ“ ଶବ୍ଦ ଲୋକମାନଙ୍କର ମଧ୍ୟରେ ଶାରୀରିକ କିମ୍ୱାମାନସିକ ବିରୁଦ୍ଧାଚରଣକୁ ବୁଝାଏ * ଜଣେ ବ୍ୟକ୍ତି ଯିଏ ବିବାଦ କରେ ଯେ ସେ ଲୋକମାନଙ୍କର ମତ୍ତକୁ ଦୃଢ ଭାବେ ମତାନ୍ତର କରେ କିମ୍ୱା ବାଧିଲା ପରି ବ୍ୟବହାର କରେ * ବେଳେବେଳେ “ବିରୋଧ” ଶବ୍ଦର ବ୍ୟବହାର ଆବେଦନ କରେ ଯେ ଦୃଢମାନସିକତା ହେଉଛି କ୍ରୋଧ କିମ୍ୱା ତିକ୍ତତା * ଗୋଟିଏ ପକ୍ଷେ ଏହି ଶବ୍ଦର ଅନୁବାଦ ଲଗାଇ “ମତାନ୍ତର” କିମ୍ୱା “ବିବାଦ” କିମ୍ୱା “ବିରୋଧ”
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H1777, H1779, H4066, H4090, H4683, H4808, H7379, H7701, G485, G2052, G2054, G3055, G3163, G5379
ବିଲୁପ୍ତ କରିବା, ପୋଛିଦେବା
ସଂଜ୍ଞା:
"ବିଲୁପ୍ତ କରିବା" ବା "ପୋଛିଦେବା" ଶବ୍ଦଟି କୌଣସି ବିଷୟକୁ ବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବା ବା ନଷ୍ଚ କରିବାକୁ ପ୍ରକାଶ କରେ ׀ * ଏହି ପରିପ୍ରକାଶ ଈଶ୍ୱରଙ୍କ ଆଡ଼ୁ ହେଲେ ତାହାର ସକରାତ୍ମକ ଭାବ ଦେଖାଯାଏ ଯେପରିକି ପରମେଶ୍ୱର ଆମର ସମସ୍ତ ପାପ କୁ ବିଲୁପ୍ତ କରନ୍ତି ଏବଂ ତାହା କେବେ ବି ସ୍ମରଣ କରନ୍ତି ନାହିଁ ׀ * ବେଳେବେଳେ ଏହାର ନକରାତ୍ମକ ପରିପ୍ରକାଶ ହୁଏ ଯେପରିକି ପରମେଶ୍ୱର ସେମାନଙ୍କ ପାପ ହେତୁ ସମସ୍ତ ଲୋକଙ୍କୁ ବିଲୁପ୍ତ କଲେ ବା ଧ୍ୱଂସ କଲେ ׀ * ବାଇବଲ ପରିପ୍ରକାଶ କରେ ଯେ ଜଣେ ବ୍ୟକ୍ତିଙ୍କ ନାମ ଜୀବନ ପୁସ୍ତକରୁ " ବିଲୁପ୍ତ କରିବା" ବା "ହଟାଇ ଦେବା" ଅର୍ଥାତ୍ ସେ ବ୍ୟକ୍ତି ଜଣକ ଅନନ୍ତ ଜୀବନ ପାଇବ ନାହିଁ ׀
ଅନୁବାଦ ର ପ୍ରସ୍ତାବ
- ପ୍ରସଙ୍ଗ ଅନୁଯାୟୀ ଏହାକୁ "ପଛରେ ପକାଇ ଦେବା" ବା "ବାହାର କରିଦେବା" ବା "ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା" ବା "ସମ୍ପୂର୍ଣ୍ଣ ରୂପେ ହଟାଇ ଦେବା" ବୋଲି ଅନୁବାଦ କରାଯାଇପାରେ ׀
- ଜୀବନ ପୁସ୍ତକରୁ କୌଣସି ବ୍ୟକ୍ତିଙ୍କ ନାମ ହଟାଇ ଦେବା ବିଷୟକୁ "ବାହାର କରିଦେବା" ବା "ଲିଭାଇ ଦେବା" ବୋଲି ଅନୁବାଦ କରାଯାଇପାରେ ׀
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H3971, H4229, G631, G1591, G1813
ବିଶ୍ରାମ, ବିଶ୍ରାମ କଲେ, ଅଶାନ୍ତ
ପରିଭାଷା:
“ବିଶ୍ରାମ” ଶବ୍ଦର ସାଧାରଣ ସାମର୍ଥ୍ୟକୁ ପୁଣି ଫେରିପାଇବାକୁ କାର୍ଯ୍ୟରୁ ବିଶ୍ରାମ ନେବାକୁ ବୁଝାଏ I କିନ୍ତୁ ଏହି ଶବ୍ଦ ଭିନ୍ନ ଭିନ୍ନ ପ୍ରକାର ବିଶ୍ରାମକୁ ସୂଚାଇ ପାରେ I ଯେପରିକି ଯୁଦ୍ଧରୁ ବିଶ୍ରାମ ନେବା, କହିବାରୁ ବିଶ୍ରାମ ନେବା କିମ୍ବା କୌଣସି କାର୍ଯ୍ୟରୁ ବିଶ୍ରାମ ନେବା ଇତ୍ୟାଦିକୁ I
- ଗୋଟିଏ ବସ୍ତୁକୁ ମଧ୍ୟ କେତେକ କ୍ଷେତ୍ରରେ “ବିଶ୍ରାମ କରେ” ବୋଲି ଉଲ୍ଲେଖ କରାଯାଏ, ଯାହାର ଅର୍ଥ ସେଠାରେ “ଠିଆ ହେବା” କିମ୍ବା “ବସିଅଛି” ଅଟେ I
- କୌଣସି ବିଷୟ “ବିଶ୍ରାମ କରିବାକୁ ଆସେ” ଅର୍ଥାତ୍ ସେଠାରେ “ଅଟକି ଯାଇଅଛି” ଅଟେ I
- ଯେବେ ଏକ ବ୍ୟକ୍ତି ବା ପଶୁ ବିଶ୍ରାମ କରେ, ସେମାନେ ନିଜକୁ ସତେଜ କରିବା ନିମନ୍ତେ ବସିଥାଆନ୍ତି କିମ୍ୱା ଶୟନ କରନ୍ତି I
- ଈଶ୍ୱର ଇସ୍ରାଏଲୀୟମାନଙ୍କୁ ସପ୍ତାହର ସପ୍ତମ ଦିନରେ ବିଶ୍ରାମ କରିବା ନିମନ୍ତେ ଆଜ୍ଞା ଦେଲେ I ଏହି ଦିନ କାର୍ଯ୍ୟ ନକରିବାକୁ “ବିଶ୍ରାମବାର” କୁହାଗଲା I
- କୌଣସି ବସ୍ତୁକୁ ଏକ ସ୍ଥାନରେ ରଖିବା ଅର୍ଥ “ସ୍ଥାନିତ କରିବା” ବା ସେଠାରେ “ରଖିବା” ଅଟେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
-
ପ୍ରସଙ୍ଗ ଉପରେ ଆଧାର କରି, “ବିଶ୍ରାମ କରିବା” ବାକ୍ୟକୁ “କାର୍ଯ୍ୟ ବନ୍ଦ କରିବା” କିମ୍ବା “ନିଜକୁ ସତେଜ କରିବା” କିମ୍ବା “ଭାର ବହନ କରିବା ବନ୍ଦ କରିବା” ବୋଲି ଅନୁବାଦ କରାଯାଇପାରେ I
-
ଏକ ବସ୍ତୁରେ “ବିଶ୍ରାମ କରିବା” ବକ୍ୟାଂଶକୁ ସେହି ବସ୍ତୁକୁ କୌଣସି ବସ୍ତୁ ଉପରେ “ସ୍ଥାନିତ କରିବା” ବା “ଥୋଇବା” ବା “ସଜାଇ ସ୍ଥିର କରିବା’ ବୋଲି ଅନୁବାଦ କରାଯାଇପାରେ I
-
ଯେବେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି,” ଏହି ବକ୍ୟାଂଶକୁ “ମୁଁ ତୁମ୍ଭମାନଙ୍କୁ ତୁମ୍ଭର ଭାର ବହନ କରିବା ବନ୍ଦ କରିବା କାର୍ଯ୍ୟ କରିବି” ବା “ମୁଁ ତୁମ୍ଭମାନଙ୍କୁ ଶାନ୍ତିରେ ରହିବା ନିମନ୍ତେ ସାହାଯ୍ୟ କରିବି” ବା “ମୋ ଉପରେ ବିଶ୍ୱାସ କରିବାକୁ ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବି” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
-
ଈଶ୍ୱର କହିଲେ, “ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ,” ଏବଂ ଏହି ଉକ୍ତିକୁ “ସେମାନେ ମୋହର ବିଶ୍ରାମ ରୂପକ ଆଶୀର୍ବାଦର ଅନୁଭୁତି ଲାଭ କରିବେ ନାହିଁ”, ବୋଲି ଅନୁବାଦ କରାଯାଇପାରେ I
-
“ଅବଶିଷ୍ଟ” ଶବ୍ଦକୁ “ଯାହା ବଳେ” ବା “ଅନ୍ୟ ସମସ୍ତ ଲୋକମାନେ” ବା “ବଳକା ରହିଥବା ପ୍ରତ୍ୟେକ ବିଷୟ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅବଶିଷ୍ଟାଂଶ, ବିଶ୍ରାମବାର)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0014, H1824, H1826, H2308, H3498, H3499, H4494, H4496, H4771, H5117, H5118, H5183, H5564, H6314, H7258, H7280, H7599, H7604, H7605, H7606, H7611, H7673, H7677, H7901, H7931, H7954, H8058, H8172, H8252, H8300, G03720, G03730, G04250, G15150, G18790, G19540, G19810, G22700, G26630, G26640, G26810, G28380, G30620, G45200
ବିସ୍ମୟ, ଅଦ୍ଭୁତ
ସଂଜ୍ଞା:
ବିସ୍ମୟ ଶବ୍ଦ ଏହାକୁ ସୂଚାଏ ଯାହାକି କୌଣସି ଉତ୍ତମ,ଶକ୍ତିଶାଳୀ,ସୁନ୍ଦର ବିଷୟ ଦେଖିଲା ପରେ ମନରେ ଆନନ୍ଦ ଏବଂ ଗଭୀର ସମ୍ମାନ ଆସେ ׀ * "ଭୟ ମିଶ୍ରିତ ଆନନ୍ଦ" ବଣ୍ଣନା କରେ ଯେ କୌଣସି ବ୍ୟକ୍ତି କିମ୍ୱା ବିଷୟ ଊୟର ଅନୁଭୂତିକୁ ଉତ୍ସାହିତ କରେ ׀ * ପରମେଶ୍ୱରଙ୍କ ଦର୍ଶନ ଯିହିଯିକଲ ଙ୍କ ପ୍ରତି "ଭୟ ମିଶ୍ରିତ ଆନନ୍ଦ" ଓ ଭୟ ଉତ୍ସାହ କାରୀଥିଲା ׀ * ସାଧାରଣ ମନୁଷ୍ୟ ପରମେଶ୍ୱର ଙ୍କ ଉପସ୍ଥିତିରେ ଭୟ କରିବା: ଭୟ, ଆଣ୍ଠୁ ମାଡ଼ିବା, ମୁଖ ଆଚ୍ଛାଦନ ଏବଂ ଥରିବା ׀
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H366, H1481, H3372, H6206, H7227, G2124
ବୀଜ, ବୀର୍ଯ୍ୟ
ପରିଭାଷା:
ଗୋଟିଏ ବୀଜ ଶସ୍ୟର ଅଂଶ ବିଶେଷ ଅଟେ ଯାହାକୁ ଭୂମିରେ ରୋପଣ କରାଯାଏ ଯେପରି ସ୍ୱଜାତି ଅନୁସାରେ ଉତ୍ପାଦନ କରିବ ଏହାର ଅନେକ ଆଳଙ୍କାରିକ ଅର୍ଥ ଅଛି ।
- “ବୀଜ” ଶବ୍ଦକୁ ଆଳଙ୍କାରିକ ଭାବରେ ମନୁଷ୍ୟ ମଧ୍ୟରେ ଥିବା ଛୋଟ କୋଷ ଯାହା ମହିଳା କୋଷରେ ମିଶି ଶିଶୁକୁ ଉତ୍ପନ୍ନ କରେ ଏହାକୁ ବୀର୍ଯ୍ୟ କୁହାଯାଏ ।
- ଏହି ସମ୍ପର୍କିତ, “ବୀଜ” ଶବ୍ଦ ଜଣେ ବ୍ୟକ୍ତିଙ୍କର ସନ୍ତାନ ସନ୍ତତିକୁ ଦର୍ଶାଇବା ନିମନ୍ତେ ମଧ୍ୟ ବ୍ୟବହାର ହୁଏ ।
- ଏହି ଶବ୍ଦ ପ୍ରାୟତଃ ବହୁବଚନ ଅଟେ ଏବଂ ଏହା ଏକାଧିକ ଶସ୍ୟ କିମ୍ୱା ଏକାଧିକ ବଂଶକୁ ବୁଝାଏ ।
- ବୀଜ ବୁଣାଳି ଦୃଷ୍ତାନ୍ତରେ, ଯୀଶୁ ତାଙ୍କର ବୀଜକୁ ଈଶ୍ୱରଙ୍କ ବାକ୍ୟ ସହ ତୁଳନା କରନ୍ତି, ଯାହା ଲୋକମାନଙ୍କ ହୃଦୟରେ ବୁଣା ଯାଇଅଛି, ଯେପରି ଏହା ଉତ୍ତମ ଆତ୍ମିକ ଫଳ ଉତ୍ପନ୍ନ କରିବ ।
- ପ୍ରେରିତ ପାଉଲ ମଧ୍ୟ “ବୀଜ” ଶବ୍ଦକୁ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ବ୍ୟବହାର କରନ୍ତି ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଏକ ଆକ୍ଷରିକ ବୀଜ ପାଇଁ ସ୍ଥାନୀୟ ଭାଷାରେ କୃଷକମାନେ ବ୍ୟବହାର କରିଥିବା “ବୀଜ” ଶବ୍ଦ ବ୍ୟବହାର କରନ୍ତୁ ।
- ଯେବେ ଏହା ଆଳଙ୍କାରିକ ଭାବେ ଈଶ୍ଵରଙ୍କ ବାକ୍ୟକୁ ବୁଝାଏ ତେବେ ଏହାକୁ ପ୍ରସଙ୍ଗକୁ ଆଧାର କରି ଆକ୍ଷରିକ ଶବ୍ଦରେ ଅନୁବାଦ କରାଯିବ ଉଚିତ ।
- ଗୋଟିଏ ବଂଶର ଲୋକମାନଙ୍କୁ ବୁଝାଇବା ନିମନ୍ତେ “ବୀଜ” ଶବ୍ଦ ବଦଳରେ “ବଂଶ” କିମ୍ବା “ବଂଶଧର” ଶବ୍ଦ ବ୍ୟବହାର କରିବା ଅଧିକ ସ୍ପଷ୍ଟ ହୋଇପାରେ । କେତେକ ଭାଷାରେ “ସନ୍ତାନ ଏବଂ ନାତି ବା ନାତୁଣୀ” ବିଶେଷ ଶବ୍ଦ ଥାଇପାରେ ।
- ପୁରୁଷ କିମ୍ୱା ମହିଳାର “ବୀଜ“ ଶବକୁ ସ୍ଥାନୀୟ ଭାଷାରେ ଗ୍ରହଣୀୟ ଭାବରେ ଅନୁବାଦ କରନ୍ତୁ । (ଦେଖନ୍ତୁ: euphemism)
(ଦେଖନ୍ତୁ: ଉତ୍ତରାଧିକାରୀ, ସନ୍ତାନ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2232, H2233, H3610, H6507, G46150, G46870, G46900, G47010, G47030
ବୀଣା, ବୀଣାକାର
ସଂଜ୍ଞା:
ଏକ ବୀଣା ଗୋଟିଏ ବାଦ୍ୟଯନ୍ତ୍ର ଅଟେ, ଯାହା ସାଧାରଣ ଭାବରେ ଭୂଲମ୍ବ ଷ୍ଟ୍ରିଙ୍ଗର ଏକ ବଡ଼ ଖୋଲା ଆକୃତିକୁ ନେଇ ଗଠିତ । * ବାଇବଲ ସମୟରେ ବୀଣା ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ତିଆରି କରିବା ପାଇଁ କାଠ ବ୍ୟବହାର କରାଯାଉଥିଲା । * ବୀଣାଗୁଡ଼ିକ ପ୍ରାୟତଃ ହାତରେ ବଜାଯାଉଥିଲା । * ବାଇବଲର ଅନେକ ସ୍ଥାନରେ ବୀଣାଗୁଡ଼ିକୁ ଯନ୍ତ୍ର ଭାବରେ ଉଲ୍ଲେଖ କରାଯାଇଛି ଯାହା ଈଶ୍ବରଙ୍କୁ ପ୍ରଶଂସା ଓ ଉପାସନା କରିବାରେ ବ୍ୟବହୃତ ହେଉଥିଲା । * ଦାଉଦ ଅନେକ ଗୀତ ଲେଖିଥିଲେ ଯାହା ବୀଣା ବଜାଇବାକୁ ସ୍ଥିର ହୋଇଥିଲା । * ରାଜା ଶାଉଲଙ୍କର ଅସୁବିଧାଜନକ ଆତ୍ମାକୁ ଶାନ୍ତ କରିବା ପାଇଁ ସେ ଏକ ବୀଣା ବଜାଉ ଥିଲେ।
(ଦେଖନ୍ତୁ: ଦାଉଦ, ବୃକ୍ଷ, ଗୀତ, ଶାଉଲ(OT))
ବାଇବଲ ପଦପର୍ବ:
Word Data:
- Strong’s: H3658, H5035, H5059, H7030, G27880, G27890, G27900
ବୁଦ୍ଧିମାନ ଲୋକମାନେ
ତଥ୍ୟ:
ବାଇବଲରେ, ବାକ୍ୟାଂଶ “ବୁଦ୍ଧିମାନ ବ୍ୟକ୍ତି” ଅଧିକାଂଶ ସମୟରେ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ପରମେଶ୍ୱରଙ୍କର ସେବା କରନ୍ତି ଓ ବୁଦ୍ଧିମାନର ସହିତ ବ୍ୟବହାର କରନ୍ତି ଓ ମୁର୍ଖାମୀ ର ସହିତ ନୁହଁ I ଏହା ଏକ ବିଶେଷ ଶବ୍ଦ ଅଟେ ଯାହା ଯେଉଁ ବ୍ୟକ୍ତିମାନଙ୍କର ଅସାଧାରଣ ବୁଦ୍ଧି ଓ ଦକ୍ଷତା ଅଛି ଓ ଯେଉଁମାନେ ରାଜ ପ୍ରସାଦରେ ସେବା କରନ୍ତି ତାହାଙ୍କୁ ଦର୍ଶାଏ I * ଅନେକ ସମୟରେ “ବୁଦ୍ଧିମାନ ବ୍ୟକ୍ତି” ଅନୁଛେଦରେ ଏକ “ପ୍ରବୀଣ ବ୍ୟକ୍ତି “କିଅବା “ଯେଉଁ ମଣିଷ ର ବୁଝାମଣାଅଧିକ ଅଛି ତାହାକୁ ଦର୍ଶାଏ I * ଏହା ସେହି ବ୍ୟକ୍ତିମାନଙ୍କୁ ଦର୍ଶାଏ ଯେଉଁମାନେ ବୁଦ୍ଧିମାନର ସହିତ ଓ ଧାର୍ମିକତା ର ସହିତ କାମ କରନ୍ତି କାରଣ ସେମାନେ ପରମେଶ୍ୱରଙ୍କର ଆଜ୍ଞାକାରୀ ଅଟନ୍ତି I * “ବୁଦ୍ଧିମାନ ବ୍ୟକ୍ତିମାନେ” ଯେଉଁମାନେ ଫାର ଓ ଅନ୍ୟ ରାଜାମାନଙ୍କର ସେବା କରୁଥିଲେ ସେହିମାନେ ବିଜ୍ଞଥିଲେ, ଓ ସେମାନେ ତାରକା ର ଅଧ୍ୟୟନ କରୁଥିଲେ, ବିଶେଷ କରି ତାରକାର ଆକାଶରେ ଗତିବିଧି ଦେଖି ଏକ ବିଶେଷ ଅର୍ଥ ଖୋଜୁଥିଲେI * ଅଧିକାଂଶ ସମୟରେ ବୁଦ୍ଧିମାନ ବ୍ୟକ୍ତିମାନେ ସ୍ୱପ୍ନ ର ଅର୍ଥ କହିବେ ବୋଲେ ଅପେକ୍ଷା କରାଯାଉଥିଲା I ଉଦାହରଣ, ସ୍ୱରୂପେ, ରାଜା ନବୁକଦ୍ନେସର୍ ଏହା ଚାହିଁଲେ କି ତାହାର ବୁଦ୍ଧିମାନ ବ୍ୟକ୍ତିମାନେ ତାହାର ସ୍ୱପ୍ନ କୁହନ୍ତୁ ଓ ତାହାର ଅର୍ଥ ମଧ୍ୟ କୁହନ୍ତୁ କିନ୍ତୁ ଦାନିଏଲ କୁ ଛାଡ଼ି ଆଉ କେହି ଏହି ପରି କରି ପାରିଲେ ନାହିଁ କାରଣ ସେ ପରମେଶ୍ୱର ଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଥିଲେ I * କେତେକ ସମୟରେ ବୁଦ୍ଧିମାନ ଲୋକମାନେ ଆଶ୍ଚର୍ଯ୍ୟ କର୍ମ ଓ ତନ୍ତ୍ର ମନ୍ତ୍ର କରି ଯାଦୁ ବିଦ୍ୟା କରନ୍ତି ଓ ଏହି ସବୁ ମନ୍ଦ ଆତ୍ମା ର ଶକ୍ତିରେ ଏହି ସବୁ କରନ୍ତି I * ନୂତନ ନୀୟମ ସମୟରେ, ପୂର୍ବ ଦେଶରୁ ଏକ “ବୁଦ୍ଧିଜୀବୀ” ସମୁହ ଯୀଶୁଙ୍କର ଆରାଧନା କରିବାକୁ ଆସିଲେ, ଯାହାକୁ ଅଧିକାଂଶ ସମୟରେ ଅନୁବାଦ କଲେ “ବୁଦ୍ଧିମାନ ବ୍ୟକ୍ତି” ହୋଇ ଥାଏ I ହୋଇପାରେ ପୂର୍ବ ଦେଶରେ ଏହି ବିଜ୍ଞମାନେ ଶାସକ ରୂପରେ ଶାସନ କରୁଥିଲେ I * ଏହା ହୋଇପାରେ କି ଏହି ଲୋକମାନେ “ଯ୍ୟୋତିଷୀ “ହୋଇ ପାରନ୍ତି ଯେ ତାରକା ଅଧ୍ୟୟନ କରନ୍ତି I କେତେକ ଲୋକମାନେ ଏହା କହନ୍ତି କି ଡାନିଏଲ୍ ଯେଉଁ ଲୋକଙ୍କୁ ବାବିଲନରେ ଶିକ୍ଷା ଦେଇଥିଲେ ସେହିମାନଙ୍କର ବଂଶଧର ହୋଇ ଥାଇ ପାରନ୍ତି I * ପୃଷ୍ଠଭୂମି ଉପରେ ନିର୍ଭର କରି, “ବୁଦ୍ଧିମାନ ବ୍ୟକ୍ତି ” ଶବ୍ଦ କୁ ଅନୁବାଦ କରି “ବୁଦ୍ଧିମାନ” ବ୍ୟବହାର କଲେ ବାକ୍ୟାଂଶ ଯେପରିକି “ଦକ୍ଷ ବ୍ୟକ୍ତି” କିଅବା “ଶିକ୍ଷିତ ବ୍ୟକ୍ତି” ଓ ଅନ୍ୟ ଶବ୍ଦ ସବୁ ଯାହା ଯେଉଁମାନେ ରାଜ ଦରବାରରେ ଏକ ଉତ୍ତମ ସେବାରେ ନିବୃତ ଅଛନ୍ତି, ତାହାଙ୍କୁ ଦର୍ଶାଏ I * ଯେତେବେଳେ “ବୁଦ୍ଧିମାନ ବ୍ୟକ୍ତି” ଏକ ବିଶେଷ ବାକ୍ୟାଂଶ ହୁଏ, ବୁଦ୍ଧିମାନ ଶବ୍ଦ ଏହି ପରି ହୀ ଅନୁବାଦ କରାଯାଇପାରେ ଯେପରି ବାଇବଲର ଅଲଗା ଭାଗରେ କରାଯାଇଅଛି I
(ଆହୁରି ଦେଖନ୍ତୁ: ବବିଳନ, ଦାନିଏଲ, ତନ୍ତ୍ର, ଯାଦୁ, ନବୁକଦ୍ନେସର, ଶାସକ, ବୁଦ୍ଧିମାନ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H2445, H2450, H3778, H3779, G4680
ବୃଥା ଗପ, ବୃଥା ଗପମାନ, ବ୍ୟର୍ଥ କଥା
ପରିଭାଷା
“ବୃଥା ଗପ “ଶବ୍ଦ ଲୋକଙ୍କୁ କାହାର ବ୍ୟକ୍ତିଗତ ଜୀବନ ବିଷୟରେ, ସାଧାରଣତଃ ନକାରାତ୍ମକ ଏବଂ ଅଫଳପ୍ରଦ ରୀତିରେ କହିବାକୁ ଦର୍ଶାଇଥାଏ I ଅନେକ ସମୟରେ ଯାହା କଥାବାର୍ତ୍ତା ହୁଏ ତାହା ବାସ୍ତବରେ ଘଟି ନଥାଏ I
- ବାଇବେଲ କହେ ଯେ ଲୋକମାନଙ୍କ ବିଷୟରେ ନକାରାତ୍ମକ ସୂଚନା ବ୍ୟାପ୍ତ କରିବା ଭୁଲ ଅଟେ I ବୃଥା ଗପ ଏବଂ ଅପବାଦ ଏହିପରି ନକାରାତ୍ମକ ବିଷୟର ଉଦାହରଣ ଅଟେ I
- ବୃଥା ଗପ ଯାହା ବିଷୟରେ କରାଯାଉ ଅଛି ତାହା ନିମନ୍ତେ ହାନିକାରକ ଅଟେ କାରଣ ଅନେକ ସମୟରେ ଏହା ଅନ୍ୟ ଲୋକ ସହିତ ସହଭାଗିତାରେ ଆଘାତ ପହଞ୍ଚାଇଥାଏ I
( ଅପବାଦ ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H5372, G26360, G53970
ବେତ
ସଂଜ୍ଞା:
“ବେତ” ଶବ୍ଦ ଏକ ସଂକୀର୍ଣ୍ଣ, କଠିନ, ବାଡି ପରି ଉପକରଣକୁ ବୁଝାଏ ଯାହା ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ । ଏହାର ଲମ୍ବ ଅତିକମରେ ଏକ ମିଟର ଥାଏ । * ମେଷପାଳକମାନେ ଅନ୍ୟ ପଶୁମାନଙ୍କଠାରୁ ଆପଣା ମେଷପଲକୁ ରକ୍ଷା କରିବା ପାଇଁ ଏକ କାଠ ବେତ ବ୍ୟବହାର କରୁଥିଲେ । ଏହାକୁ ଏଣେତେଣେ ବୁଲୁଥିବା ପଲକୁ ଫେରାଇ ଆଣିବା ପାଇଁ ଏହା ଉପରେ ମଧ୍ୟ ଫିଙ୍ଗି ଦିଆଯାଉଥିଲା । * ଗୀତସଂହିତା ୨୩ ରେ, ରାଜା ଦାଉଦ ତାଙ୍କ ଲୋକମାନଙ୍କ ପାଇଁ ଈଶ୍ବରଙ୍କ ମାର୍ଗଦର୍ଶନ ଏବଂ ଅନୁଶାସନକୁ ସୂଚାଇବା ପାଇଁ “ବେତ” ଏବଂ “ଯଷ୍ଟି” ଶବ୍ଦଗୁଡ଼ିକୁ ରୂପକ ଭାବରେ ବ୍ୟବହାର କରିଥିଲେ । * ଏକ ମେଷପାଳକର ବେତମଧ୍ୟ ମେଷମାନଙ୍କୁ ଗଣନା କରିବା ପାଇଁ ବ୍ୟବହୃତ ହେଉଥିଲା । * ଅନ୍ୟ ଏକ ଆଳଙ୍କିରିକ ଅଭିବ୍ୟକ୍ତି “ଲୌହଧାତୁର, ଯେଉଁମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି ଏବଂ ମନ୍ଦ କାର୍ଯ୍ୟ କରନ୍ତି ସେମାନଙ୍କ ପାଇଁ ଈଶ୍ବରଙ୍କ ଦଣ୍ଡକୁ ବୁଝାଏ । * ପ୍ରାଚୀନ କାଳରେ, ଏକ ଗୃହ କିମ୍ବା ବସ୍ତୁର ଲମ୍ବ ମାପିବା ପାଇଁ ଧାତୁ, କାଠ କିମ୍ବା ପଥରରେ ନିର୍ମିତ ମାପ ବାଡ଼ି ବ୍ୟବହାର କରାଯାଉଥିଲା । * ବାଇବଲରେ ପିଲାମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଏକ କାଠ ବାଡ଼ିକୁ ମଧ୍ୟ ଏକ ଉପକରଣ ବୋଲି କୁହାଯାଉଥିଲା ।
ବାଇବଲ ପଦପର୍ବ:
Word Data:
- Strong’s: H2415, H4294, H4731, H7626, G25630, G44630, G44640
ବ୍ରୋଞ୍ଜ
ସଂଜ୍ଞା:
"ବ୍ରୋଞ୍ଜ" ଗୋଟିଏ ଧାତୁ ଯାହାକି ତମ୍ୱା ଏବଂ ଟିନ୍ କୁ ତରଳାଇ ତାହାର ମିଶ୍ରଣରେ ଅନ୍ୟ ଏକ ନୂତନ ଧାତୁରେ ପରିଣତ ହୁଏ ׀ ଏହାର ରଙ୍ଗ ଗଭୀର ଧୂସର ଏବଂ ସାମାନ୍ୟ ଲାଲ ଅଟେ ׀ * ବ୍ରୋଞ୍ଜ ପାଣି ର ଅବକ୍ଷୟକୁ ପ୍ରତିରୋଧ କରେ ଏବଂ ତାହା ବିଦ୍ୟୁତର ଉତ୍ତମ ପରିବାହୀ ׀ * ପ୍ରାଚୀନ କାଳରେ ବ୍ରୋଞ୍ଜକୁ ହତିଆର,ଶସ୍ତ୍ର,କଳାକୃତି,ବେଦି,ଖାଦ୍ୟ ପାତ୍ର ଏବଂ ଅନ୍ୟ ରାଜାଙ୍କ ସୈନିକମାନଙ୍କ ସାଞ୍ଜୁ ନିର୍ମାଣରେ ବ୍ୟବହାର କରାଯାଉଥିଲା ׀ * ବହୁତ ଅଟ୍ଟାଳିକାର ସାମଗ୍ରୀ ଯେପରିକି ତମ୍ୱୁ ଏବଂ ମନ୍ଦିର ନିମନ୍ତେ ବ୍ରୋଞ୍ଜ ଦ୍ୱାରା ନିର୍ମିତ ହେଉଥିଲା ׀ * ମିଥ୍ୟା ଦେବତାମାନଙ୍କ ମୂର୍ତ୍ତି ମଧ୍ୟ ବ୍ରୋଞ୍ଜ ଦ୍ୱାରା ନିର୍ମାଣ କରାଯାଉଥିଲା ׀ * ବ୍ରୋଞ୍ଜ ଦ୍ୱାରା ନିର୍ମିତ ବସ୍ତୁକୁ ପ୍ରଥମେ ତରଳାଇ ତାହାକୁ ଛାଞ୍ଚରେ ଢଳାଯାଇ ନୂତନ ବସ୍ତୁ ନିର୍ମାଣ କରାଯାଉଥିଲା ׀ ଏହି ପ୍ରକାର ପଦ୍ଧତିକୁ ଢଳାଇ କୁହାଯାଏ ׀
(ଦେଖନ୍ତୁ: ଅଜଣାକୁ କିପରି ଅନୁବାଦ କରିବେ
(ଦେଖନ୍ତୁ: ସାଞ୍ଜୁ, ତମ୍ୱୁ, ମନ୍ଦିର)
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H5153, H5154, H5174, H5178, G5470, G5474, G5475
ବ୍ୟାଖ୍ୟା କରିବା, ବ୍ୟାଖ୍ୟା, ବ୍ୟାଖ୍ୟାକାରୀ
ସତ୍ୟ ଘଟଣାବଳୀ:
"ବ୍ୟାଖ୍ୟା କରିବା" ଏବଂ "ବ୍ୟାଖ୍ୟା" ଶବ୍ଦଗୁଡ଼ିକୁ କୌଣସି ଅସ୍ପଷ୍ଟ ବିଷୟକୁ ବୁଝି ବ୍ୟାଖ୍ୟା କରିବାକୁ ବୁଝାଏ I
- ପ୍ରାୟତଃ ବାଇବେଲରେ ଏହି ଶବ୍ଦଗୁଡ଼ିକ ସ୍ୱପ୍ନ କିମ୍ବା ଦର୍ଶନର ଅର୍ଥ ବ୍ୟାଖ୍ୟା କରିବାକୁ ବ୍ୟବହୃତ ହୁଏ I
- ଯେତେବେଳେ ବାବିଲର ରାଜା କିଛି ଦ୍ୱନ୍ଦ୍ୱପୂର୍ଣ୍ଣ ସ୍ୱପ୍ନ ଦେଖିଲେ, ଈଶ୍ଵର ଦାନିୟେଲଙ୍କୁ ସେଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଏବଂ ସେଗୁଡ଼ିକ ଅର୍ଥ ବ୍ୟାଖ୍ୟା କରିବାରେ ସାହାଯ୍ୟ କଲେ I
- ସ୍ୱପ୍ନର “ବ୍ୟାଖ୍ୟା” ସ୍ୱପ୍ନର ଅର୍ଥ “ବ୍ୟାଖ୍ୟା” ଅଟେ I
- ପୁରାତନ ନିୟମରେ, ଈଶ୍ଵର ବେଳେବେଳେ ଲୋକମାନଙ୍କୁ ଭବିଷ୍ୟତରେ ଯାହା ଘଟିବ ତାହା ପ୍ରକାଶ କରିବାକୁ ସ୍ୱପ୍ନ ବ୍ୟବହାର କରୁଥିଲେ I ତେଣୁ ସେହି ସ୍ୱପ୍ନଗୁଡ଼ିକର ବ୍ୟାଖ୍ୟା ଭବିଷ୍ୟବାଣୀ ଥିଲା I
- “ବ୍ୟାଖ୍ୟା” ଶବ୍ଦ ଅନ୍ୟ ବିଷୟର ଅର୍ଥ ଜାଣିବା ପାଇଁ ମଧ୍ୟ ସୂଚିତ, ଯେପରିକି ଏହା ଥଣ୍ଡା କିମ୍ବା ଗରମ, କେତେ ପବନ ଏବଂ ଆକାଶର ଅବସ୍ଥା ଉପରେ ଆଧାର କରି ପାଗ କ’ଣ ହେବ ତାହା ଆକଳନ କରିବା ଅଟେ I
- “ବ୍ୟାଖ୍ୟା” ଶବ୍ଦକୁ “ଏହାର ଅର୍ଥ ଜାଣିବା” କିମ୍ବା “ବ୍ୟାଖ୍ୟା କରିବା” କିମ୍ବା “ଏହାର ଅର୍ଥ ଦେବା” ବୋଲି ଅନୁବାଦ କରାଯାଇପାରେI
- "ବ୍ୟାଖ୍ୟା" ଶବ୍ଦକୁ "ବ୍ୟାଖ୍ୟା" ବା "ଅର୍ଥ" ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ବାବିଲୋ, ଦାନିୟେଲ, ସ୍ୱପ୍ନ, ଭବିଷ୍ୟଦ୍ବକ୍ତା, ଦର୍ଶନ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0995, H3887, H6591, H6622, H6623, H7667, H7760, H7922, G12520, G13280, G13290, G13810, G19550, G20580, G31770, G47930
ବୟସ, ବୟସ୍କ
ପରିଭାଷା:
‘’ବୟସ’’ ଶବ୍ଦଟି ଜଣେ ବ୍ୟକ୍ତି ବଞ୍ଚିଥିବା ବର୍ଷର ସଂଖ୍ୟାକୁ ସୂଚାଏ। ଏହା ସାଧାରଣତଃ ଏକ ସମୟ ସୀମାକୁ ସୂଚାଇବା ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ।
- ଏକ ବିସ୍ତାର ସମୟ ପ୍ରକାଶ କରିବାକୁ ଅନ୍ୟ ଶବ୍ଦଗୁଡ଼ିକ ବ୍ୟବହୃତ ହୁଏ ଯେପରି “ଯୁଗ”ଏବଂ “ଋତୁ। “
- ଯୀଶୁ “ଏହି ଯୁଗକୁ”ବର୍ତ୍ତମାନ ସମୟ ଭାବରେ ସୂଚାନ୍ତି, ଯେଉଁଠି ମନ୍ଦ, ପାପ, ଏବଂ ଅବାଧ୍ୟରେ ପୃଥିବୀକୁ ପୂର୍ଣ୍ଣ କରେ।
- ଏକ ଭବିଷ୍ୟତ କାଳ ଅଛି ଯେଉଁଠି ଧାର୍ମିକତା ଏକ ନୂତନ ସ୍ୱର୍ଗ ଏବଂ ଏକ ନୂତନ ପୃଥିବୀ ଉପରେ ରାଜ୍ୟ କରିବ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ଯୁଗ”ଶବ୍ଦକୁ “କାଳ”କିମ୍ୱା “ପୂରାତନ ବର୍ଷ ଗୁଡ଼ିକର ସଂଖ୍ୟା”କିମ୍ୱା “ସମୟସୀମା”କିମ୍ୱା “ସମୟ”ବୋଲି ଅନୁବାଦ କରାଯାଇପାରିବ।
- “ବହୁ ବୃଦ୍ଧାବସ୍ଥାରେ” ବାକ୍ୟାଂଶକୁ “ବହୁ ବର୍ଷ ବୟସରେ” କିମ୍ବା “ଯେତେବେଳେ ସେ ବହୁତ ବୃଦ୍ଧ” କିମ୍ବା “ଯେତେବେଳେ ସେ ବହୁତ ଦିନ ବଞ୍ଚିଥିଲେ” ବୋଲି ଅନୁବାଦ କରାଯାଇପାରେ।
- “ଏହି ବର୍ତ୍ତମାନ ମନ୍ଦ ଯୁଗ’’ ବାକ୍ୟାଂଶଟିର ଅର୍ଥ “ଏହି ସମୟ ମଧ୍ୟରେ ବର୍ତ୍ତମାନ ଯେଉଁଠାରେ ମନୁଷ୍ୟମାନେ ଅତି ମନ୍ଦ ଅଟନ୍ତି। “
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: G01650, G10740
ଭକ୍ଷ ନୈବେଦ୍ୟ, ବହୁଳ ଭକ୍ଷ ନୈବେଦ୍ୟ
ସଂଜ୍ଞା:
ଏକ ଭକ୍ଷ ନୈବେଦ୍ୟ ଅଟା କିଅବା ବାଜରା ର ଉପହାର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ ଅନେକ ସମୟରେ ହୋମ ନୈବେଦ୍ୟ ପରେ I * ଯେଉଁ ଶସ୍ୟ ଭକ୍ଷ ନୈବେଦ୍ୟ ନିମନ୍ତେ ଉତ୍ସର୍ଗ କରାଯାଏ ତାହାକୁ ଭଲରେ ଚୁନା କରାଯାଏ I ଅନେକ ସମୟରେ ଏହାକୁ ଉତ୍ସର୍ଗ କରିବା ପୂର୍ବେ ରନ୍ଧାଯାଏ କିନ୍ତୁ ଅନ୍ୟ ସମୟରେ ବିନା ରାନ୍ଧି ଉତ୍ସର୍ଗ କରାଯାଏ I * ଲବଣ ଓ ତୈଳ ଅଟାରେ ମିଶ୍ରଣ କରାଯାଏ କିନ୍ତୁ କୌଣସି ଖମିର କିଅବା ମଧୁ ନିମନ୍ତେ ଅନୁମତି ନାହିଁ I * ଭକ୍ଷ ନୈବେଦ୍ୟ ର ଗୋଟିଏ ଭାଗ ଅଗ୍ନିରେ ଦଗ୍ଧ କରାଯାଏ ଓ ଏକ ଭାଗ ଯାଜକଙ୍କ ଦ୍ୱାରା ଖିଆଯାଏ I
(ଆହୁରି ଦେଖନ୍ତୁ: ହୋମ ନୈବେଦ୍ୟ, ଦୋଷ ନୈବେଦ୍ୟ, ବଳି, ପାପବଳି ନୈବେଦ୍ୟ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H4503, H8641
ଭଣ୍ଡ ଭାବବାଦୀ
ପରିଭାଷା:
ଏକ ଭଣ୍ଡ ଭାବବାଦୀ ଜଣେ ବ୍ୟକ୍ତି ଅଟେ ଯେ ତାହାର ବାର୍ତ୍ତା ଈଶ୍ଵରଙ୍କଠାରୁ ଆସିଛି ବୋଲି ଭୁଲରେ ଦାବି କରେ I
- ଭଣ୍ଡ ଭାବବାଦୀଗଣର ଭବିଷ୍ୟବାଣୀ ସାଧାରଣତଃ ସଫଳ ହୁଏ ନାହିଁ I ତେଣୁ ଏହା ସତରେ ହୁଏ ନାହିଁ I
- ଭଣ୍ଡ ଭାବବାଦୀଗଣ ଏହି ଶିକ୍ଷା ଦିଅନ୍ତି ଯାହା ଆଂଶିକ କିମ୍ବା ପୂର୍ଣ୍ଣ ରୂପରେ ବାଇବେଲ ବିରୋଧୀ ଅଟେ I
- ଏହି ଶବ୍ଦକୁ “ଏକ ବ୍ୟକ୍ତି ମିଥ୍ୟାରେ ଦାବି କରେ ଯେ ସେ ଈଶ୍ଵରଙ୍କ ମୁଖାପାତ୍ର ଅଟେ“ କିମ୍ବା “ଏପରି ଜଣେ ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ କୁହେ ବୋଲି ଦାବି କରେ I“
- ନୂତନ ନିୟମ ଶିକ୍ଷା ଦିଏ ଯେ ଅନ୍ତିମ ସମୟରେ ଅନେକ ଭଣ୍ଡାଭାବବାଦୀମାନେ ଉତ୍ପନ ହେବେ ଯେଉଁମାନେ ଈଶ୍ଵରଙ୍କଠାରୁ ଆଗତ କହି ଲୋକମାନଙ୍କୁ ଠକିବେ I
(ଦେଖନ୍ତୁ ପୁରାହେବା, ଭବିଷ୍ୟଦ୍ବକ୍ତା, ସତ୍ୟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: G55780
ଭର୍ତ୍ସନା ବା ତିରଷ୍କାର, ଭର୍ତ୍ସନା କରେ, ଭର୍ତ୍ସନା କଲେ, ଭର୍ତ୍ସନା କରିବା, ଭର୍ତ୍ସନାମୂଳକ ଭାବେ
ସଂଜ୍ଞା:
ଜଣକୁ ଭର୍ତ୍ସନା କରିବା ଅର୍ଥ, ସେହି ବ୍ୟକ୍ତିର ଚରିତ୍ର, ସ୍ୱଭାବ ବା ବ୍ୟବହାର ନିମନ୍ତେ ତାହାକୁ ସମାଲୋଚନା କରିବା ଅଟେ I ଜଣକୁ ଭର୍ତ୍ସନା କରିବା ଅର୍ଥ, ସେହି ବ୍ୟକ୍ତି ସମ୍ପର୍କରେ ନକରାତ୍ମକ ମନ୍ତବ୍ୟ ଦେବା ଅଟେ I * ଜଣେ ବ୍ୟକ୍ତି “ଭର୍ତ୍ସନାର ଊର୍ଦ୍ଧ୍ୱରେ ଅଛି” କିମ୍ୱା “ଭର୍ତ୍ସନାର ବହୁ ଦୂରରେ” ବା “ଭର୍ତ୍ସନାବିହୀନ” ବୋଲି କହିବା ଅର୍ଥ ଏହି ବ୍ୟକ୍ତି ଈଶ୍ୱର-ସମ୍ମାନୀୟ ମାର୍ଗରେ ବ୍ୟବହାର କରନ୍ତି ଏବଂ ତାହାଙ୍କୁ ସମାଲୋଚନା କରିବା ନିମନ୍ତେ ତାଙ୍କ ଜୀବନରେ ଖୁବ୍ କମ୍ କଥା ବା ବିଲକୁଲ୍ କିଛି କଥା ନାହିଁ ବୋଲି କୁହାଯାଇପାରେ I * “ଭର୍ତ୍ସନା” ଶବ୍ଦ “ଅଭିଯୋଗ କରିବା ବା ଦୋଷାରୋପ କରିବା” ବା “ଲଜ୍ଜା” ବା “ଅପମାନ ବା ଉଚ୍ଚପଦରୁ ପତନ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I * “ଭର୍ତ୍ସନା” କରିବା କହିଲେ ପୂର୍ବାପର ସମ୍ୱନ୍ଧ ଉପରେ ନିର୍ଭର କରି “ଅନୁଯୋଗ କରିବା” ବା “ଅଭିଗୋଗ କରିବା” ବା “ସମାଲୋଚନା କରିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: [ଅଭିଯୋଗ ବା ଦୋଷାରୋପ କରିବା, ଭର୍ତ୍ସନା କରିବା, ଲଜ୍ୟା)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H1421, H1442, H2617, H2659, H2778, H2781, H3637, H3639, H7036, G410, G423, G819, G3059, G3679, G3680, G3681, G5195, G5196, G5484
ଭାର, ବୋଝ, କଷ୍ଚଦାୟକ, କଠିନ ପରିଶ୍ରମ, କଠିନ କାର୍ଯ୍ୟ, ଉଚ୍ଚାରଣ
ପରିଭାଷା:
ଏକ ଭାର ଏକ ଭାରୀ ବୋଝ ଅଟେ ׀ ଏହା ଏକ ଭୈତିକ ଭାରକୁ ବୁଝାଏ ଯେପରିକି ଏକ ପଶୁ କୌଣସି ବସ୍ତୁକୁ ବହନ କରେ ׀ “ବୋଝ” ଶବ୍ଦର ଅନେକ ସାଙ୍କେତିକ ଅର୍ଥ ମଧ୍ୟ ରହିଅଛି:
- ଜଣେ ବ୍ୟକ୍ତି କରୁଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିମ୍ବା ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ବୋଝ ବୁଝାଏ ׀ ତାହାକୁ “ଭାରୀ ବୋଝ” “ବହନ କରିବା” କିମ୍ବା “ଭାରୀ ବୋଝ” ବୋଲି ଅନୁବାଦ କରାଯାଇପାରେ ׀
- ଜଣେ ନିଷ୍ଠୁର ନେତା ଯେଉଁମାନେ ତାହା ଅଧିନରେ ଅଛନ୍ତି ସେମାନଙ୍କ ଉପରେ କଷ୍ଟଦାୟକ ବୋଝ ଦେଇଥାଏ ଯେପରିକି ସେମାନଙ୍କୁ ଅଧିକ କର ଦେବାକୁ ବାଧ୍ୟ କରାଯାଏ ׀
- ଜଣେ ବ୍ୟକ୍ତି ଯଦି ଅନ୍ୟର ବୋଝ ହେବାକୁ ଚାହୁଁ ନାହିଁ ଅର୍ଥାତ୍ ସେ ତାହାପ୍ରତି ବିପଦ ସୃଷ୍ଟି କରିବାର କାରଣ ହେବାକୁ ଚାହୁଁ ନାହିଁ ׀
- ଜଣେ ବ୍ୟକ୍ତିର ପାପ ତାହା ପ୍ରତି ବୋଝ ଅଟେ ׀
- “ଈଶ୍ପରଙ୍କ ବୋଝ” ଆଳଙ୍କରିକ ଅର୍ଥ ଏହା ଯେ ଈଶ୍ୱରଙ୍କଠାରୁ ଏକ ବାର୍ତ୍ତା ଯାହାକି ଜଣେ ଭବିଷ୍ୟଦ୍ବକ୍ତା ତାହାଙ୍କ ଲୋକମାନଙ୍କୁ ନିଶ୍ଚିତ ଉଦ୍ଧାର କରିବେ ׀
- ପ୍ରସଙ୍ଗକୁ ଅଧାର କରି “ବୋଝ” ଶବ୍ଦକୁ “ଦାୟିତ୍” କିମ୍ବା “ଭାରୀ” କିମ୍ବା “ଭାରୀ ବୋଝ” କିମ୍ବା “ବାର୍ତ୍ତା” ବୋଲି ଅନୁବାଦ କରାଯାଇପାରେ ׀
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H2960, H3053, H4614, H4853, H4864, H5445, H5447, H5448, H5449, H5450, H6006, G00040, G09160, G09220, G23470, G25990, G26550, G54130
ଭାଲୁ
ସଂଜ୍ଞା:
ଭାଲୁ ହେଉଛି ଗୋଟିଏ ଭୟଙ୍କର କଳା କିମ୍ୱା ଧୁସର ରଙ୍ଗ ଲୋମ ଥିବା ଗୋଟିଏ ପ୍ରାଣୀ ଯାହାର କି ତୀକ୍ଷ୍ଣ ଦାନ୍ତ ଓ ପଞ୍ଝା ଥାଏ ׀ ବାଇବଲ ସମଯରେ ଭାଲୁମାନେ ସାଧାରଣ ଭାବେ ଇଶ୍ରାଯେଲରେ ରହୁଥିଲେ ׀ * ଏହି ପଶୁ ଗୁଡ଼ିକ ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ବାସ କରନ୍ତି; ସେମାନେ ମାଛ ପୋକଜୋକ ଓ ଉଦ୍ଭିଦ ଖାଆନ୍ତି * ପୂରାତନ ନିୟମରେ ଭାଲୁ କି ଦୃଢ଼ତାର ପ୍ରତୀକ ଭାବେ ଧରାଯାଉଥିଲା ׀ * ମେଣ୍ଢା ଗୁଡ଼ିକୁ ଚରାଇବା ସମୟରେ ମେଷ ପାଳକ ଦାଉଦ ଗୋଟିଏ ଭାଲୁ ସହ ଲଢ଼ି ତାହାକୁ ପରାସ୍ତ କରିଥିଲା ׀ * ଦୁଇଟି ଭାଲୁ ଜଙ୍ଗଲରୁ ବାହାରି ଆସି ଗୋଟିଏ ଯୁବ ଗୋଷ୍ଠୀଙ୍କୁ ବିଦୀର୍ଣ୍ଣ କଲେ ଯେଉଁମାନେ କି ଇଲିଶାୟଙ୍କ ସହ ମଜା କରୁଥିଲେ ׀
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H1677, G715
ଭେଟି, ଦାନ, ଜୋରିମନା
ସଂଜ୍ଞା:
“ଭେଟି” ଶବ୍ଦଟି ଜଣେ ଶାସକଙ୍କଠାରୁ ଅନ୍ୟ ଶାସକଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ଏବଂ ସେମାନଙ୍କ ଦେଶ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ କରିବାକୁ ଦିଆଯାଇଥିବା ଉପହାରକୁ ବୁଝାଏ । ଭେଟି ମଧ୍ୟ ଏକ ଦେୟ ହୋଇପାରେ ଯାହାକି ଜଣେ ଶାସକ କିମ୍ବା ସରକାର ଲୋକମାନଙ୍କଠାରୁ ଆବଶ୍ୟକ କରନ୍ତି ଯେପରିକି କର ।
- ବାଇବଲ ସମୟରେ ଭ୍ରମଣକାରୀ ରାଜା କିମ୍ବା ଶାସକମାନେ ବେଳେବେଳେ ସେମାନେ ଯାତ୍ରା କରୁଥିବା ଅଞ୍ଚଳର ରାଜାଙ୍କୁ ଭେଟି ଅର୍ପଣ କରିଥିଲେ ଯାହା ଫଳରେ ସେମାନେ ସୁରକ୍ଷିତ ରହିବେ।
- ପ୍ରାୟତଃ ଭେଟି ଅର୍ଥ ବ୍ୟତୀତ ଜିନିଷ ଅନ୍ତର୍ଭୂକ୍ତ କରେ ଯେପରିକି ଖାଦ୍ୟ, ମସଲା, ଧନୀ ପୋଷାକ ଏବଂ ସୁନା ଭଳି ମହଙ୍ଗା ବସ୍ତୁଗୁଡ଼ିକ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ନିର୍ଭର କରି, “ଭେଟି” ଶବ୍ଦକୁ “ସରକାରୀ ଉପହାର” କିମ୍ବା “ସ୍ୱତନ୍ତ୍ର କର” କିମ୍ବା “ଆବଶ୍ୟକ ଦେୟ” ଭାବରେ ଅନୁବାଦ କରାଯାଇପାରେ ।
(ଆହୁରି ଦେଖନ୍ତୁ: ସ୍ବର୍ଣ୍ଣ, ରାଜା, ଶାସକ, କର)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H1093, H4061, H4503, H4530, H4853, H6066, H7862, G54110
ଭୋଜି, ଭୋଜି କରିବା
ପରିଭାଷା:
“ଭୋଜି” ଶବ୍ଦ ଏକ କାର୍ଯ୍ୟକ୍ରମକୁ ବୁଝାଏ ଯେଉଁଠାରେ ଏକ ଜନସମୁହ ଏକତ୍ରିତ ହୋଇ ବହୁ ପରିମାଣର ଖାଦ୍ୟ ଖାଆନ୍ତି, ବହୁବାର କେତେକ ଉତ୍ସବ ପାଳନରେ ହୋଇଥାଏ I ବାଇବେଲ ସମୟରେ, ଏକ ଭୋଜି ବେଳେବେଳେ ଅନେକ ଦିନ କିମ୍ବା ଅଧିକ ସମୟ ଧରି ଚାଲୁଥିଲା I
- ଅନେକ ସମୟରେ ଏକ ବିଶେଷ ପ୍ରକାର ଖାଦ୍ୟ ବିଶେଷ ଭୋଜିରେ ଲୋକମାନେ ଖାଆନ୍ତି I
- ଧାର୍ମିକ ପର୍ବ ଯାହା ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ମାନିବାକୁ ଆଜ୍ଞା ଦେଇଥିଲେ ସାଧାରଣତଃ ତାହା ଏକତ୍ରିତ ହୋଇ ଭୋଜି ଖାଇବାକୁ ବୁଝାଏ I ଏହି କାରଣ ହେତୁ ପର୍ବକୁ “ଭୋଜି” ବୋଲି କୁହାଯାଏ I
- ବାଇବେଲ ସମୟରେ ରାଜାମାନେ ଓ ଧନୀ ଓ ଶକ୍ତିଶାଳୀ ଲୋକମାନେ ବହୁବାର ନିଜ ପରିବାର ଓ ବନ୍ଧୁମାନଙ୍କୁ “ଭୋଜି” ଦେଉଥିଲେ I
- ଅପବୟ ପୁତ୍ରର କାହାଣୀରେ, ପିତା ତାହାଙ୍କ ପୁତ୍ରର ଫେରିବା ହେତୁ ଏକ ବିଶେଷ ଭୋଜିର ଆୟଜନ କଲେ I
- “ଭୋଜି କରିବା” ଶବ୍ଦ “ପ୍ରଚୁର ଖାଇବା“ କିମ୍ବା “ପ୍ରଚୁର ଖାଦ୍ୟା ଖାଇ ଉତ୍ସବ“ କିମ୍ବା “ଏକ ବିଶେଷ ବଡ଼ ଭୋଜି ଖାଇବା” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ଆଧାର କରି, “ଭୋଜି” ଶବ୍ଦକୁ “ପ୍ରଚୁର ଖାଦ୍ୟ ଖାଇ ଉତ୍ସବ ପାଳନ କରିବା“ କିମ୍ବା “ବହୁ ପରିମାଣର ଖାଦ୍ୟ ସହ ଏକ ଭୋଜି ପାଳନ କରିବା“ କିମ୍ବା “ଭୋଜି ପାଳନ କରିବା“ ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
- ୨ ପିତର ୨:୧୨-୧୪
- ଆଦିପୁସ୍ତକ ୨୬:୩୦
- ଆଦିପୁସ୍ତକ ୨୯:୨୨
- ଆଦିପୁସ୍ତକ ୪୦:୨୦
- ଯିହୁଦା ୧:୧୨-୧୩
- ଲୂକ ୨:୪୩
- ଲୂକ ୧୪:୭-୯
- ମାଥିଉ ୨୨:୧
ଶବ୍ଦବିନ୍ୟାସ:
- Strong’s: H0398, H2077, H2282, H3899, H3900, H4150, H4797, H4960, H7646, H8057, H8354, G00260, G10620, G11730, G18590, G21650, G49100
ଭ୍ରଷ୍ଟ ସାକ୍ଷୀ, ମିଥ୍ୟା ବିବରଣୀ, ମିଥ୍ୟା ସାକ୍ଷ, ମିଥ୍ୟା ସାକ୍ଷୀ
ପରିଭାଷା:
“ମିଥ୍ୟା ସାକ୍ଷୀ“ କିମ୍ବା “ଭ୍ରଷ୍ଟ ସାକ୍ଷୀ“ ଶବ୍ଦ ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ଅନ୍ୟ ବ୍ୟକ୍ତି କିମ୍ବା ଘଟଣା ବିଷୟରେ ଅସତ୍ୟ କଥା ପ୍ରଚାର କରେ, ସାଧାରଣତଃ କଚେରୀରେ I
- ଏକ “ମିଥ୍ୟା ସାକ୍ଷ“ କିମ୍ବା “ମିଥ୍ୟା ବିବରଣୀ“ ବାସ୍ତବରେ କୁହାଯାଉଥିବା ଏକ ମିଥ୍ୟା ଅଟେ I
- “ମିଥ୍ୟା ସାକ୍ଷ ବହନ କରିବା“ ଅର୍ଥ କୌଣସି ଏକ ବିଷୟରେ ମିଥ୍ୟା କହିବା କିମ୍ବା ମିଥ୍ୟା ବିବରଣୀ ଦେବା ଅଟେ I
- ବାଇବେଲ ଅନେକ ବିବରଣୀ ଦେଖିବାକୁ ମିଳେ ଯେଉଁଠାରେ ଏକ ବ୍ୟକ୍ତିକୁ ଦଣ୍ଡ ଦେବା କିମ୍ବା ହତ୍ୟା କରିବା ପାଇଁ କାହା ବିଷୟରେ ମିଥ୍ୟା ସାକ୍ଷ ଦେବା ପାଇଁ ନିୟୋଜିତ କରାଯାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ମିଥ୍ୟା ସାକ୍ଷୀ ହେବା“ କିମ୍ବା “ମିଥ୍ୟା ସାକ୍ଷ ଦେବା” କିମ୍ବା “ମିଥ୍ୟା ସାକ୍ଷ ପ୍ରଦାନ କରିବା” କିମ୍ବା “ଅନ୍ୟ ବିଷୟରେ ମିଥ୍ୟା ବିବରଣ ଦେବା“ କିମ୍ବା “କାହା ବିରୁଧରେ ମିଥ୍ୟା କଥା କହିବା“ କିମ୍ବା “ମିଥ୍ୟା“ ବୋଲି ଅନୁବାଦ କରାଯାଇପାରେ I
- ଯେତେବେଳେ “ମିଥ୍ୟା ସାକ୍ଷ“ ଏକ ବ୍ୟକ୍ତିକୁ ଦର୍ଶାଏ, ଏହା “ମିଥ୍ୟାବାଦୀ “କିମ୍ବା “ଯେ ମିଥ୍ୟା ସାକ୍ଷ ଦିଏ “କିମ୍ବା “ଜଣେ ବ୍ୟକ୍ତି ସେହିସବୁ କହେ ଯାହା ସତ୍ୟ ନୁହେଁ “ ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
- ଦୂତିୟ ବିବରଣ ୧୯:୧୯
- ଯାତ୍ରାପୁସ୍ତକ ୨୦:୧୬
- ମାଥିଉ ୧୫:୧୮-୨୦
- ମାଥିଉ ୧୯:୧୮-୧୯
- ହିତୋପଦେଶ ୧୪:୫-୬
- ଗୀତସଂହିତା ୨୭:୧୧-୧୨
ଶବ୍ଦବିନ୍ୟାସ:
- Strong’s: H5707, H6030, H7650, H8267, G19650, G31440, G55710, G55750, G55760, G55770
ଭ୍ରଷ୍ଟ, ଭ୍ରାନ୍ତି, ବିପଥଗାମୀ, ଭ୍ରଷ୍ଟତା, ଦୁଷ୍ଟ, ଭ୍ରାନ୍ତ, ଅସାଧୁ, ବିକୃତ
ପରିଭାଷା:
“ଭ୍ରଷ୍ଟ” ଶବ୍ଦ ଜଣେ ବ୍ୟକ୍ତି ବା କାର୍ଯ୍ୟକୁ ବର୍ଣ୍ଣନା କରିବା ନିମନ୍ତେ ବ୍ୟବହୃତ ହୁଏ, ଯାହା ନୈତିକ ଭାବରେ ଭ୍ରଷ୍ଟ ଅଟେ । “ଭ୍ରାନ୍ତି ଭାବରେ” ବାକ୍ୟାଂଶର ଅର୍ଥ ଭ୍ରଷ୍ଟ ବା ଭ୍ରାନ୍ତିକର ଭାବରେ ଅଟେ । କୌଣସି ବିଷୟକୁ ଭ୍ରଷ୍ଟ ବା ଭ୍ରାନ୍ତ କରିବା ଅର୍ଥ ଏହାକୁ ଠିକ ବା ଉତ୍ତମ ପଥରୁ ବିପଥଗାମୀ କାରାଇବା ଅଟେ ।
- ଯାହା ଉତ୍ତମ ଏବଂ ଠିକ ତହିଁରୁ ପଥଚ୍ୟୁତ ହେବାକୁ ଭ୍ରଷ୍ଟ କୁହାଯାଏ ।
- ବାଇବେଲରେ, ଇସ୍ରାଏଲୀୟମାନେ ଯେବେ ଈଶ୍ୱରଙ୍କ ଅବାଧ୍ୟ ହେଲେ, ସେତେବେଳେ ସେମାନେ ବିପଥଗାମୀ ହେଲେ। ସେମାନେ ଅନେକ ସମୟରେ ମିଥ୍ୟା ଦେବତାଗଣର ପୂଜା ଉପାସନା କରି ଏଭଳି ବିପଥଗାମୀ ହେଲେ।
- ଈଶ୍ୱରଙ୍କ ମାନଦଣ୍ଡ କିମ୍ବା ବ୍ୟବହାର ବିରୁଦ୍ଧରେ ଥିବା ଯେକୌଣସି କାର୍ଯ୍ୟକୁ ଭ୍ରଷ୍ଟତା ବୋଲି ବିବେଚନା କରାଯାଏ।
- ପ୍ରସଙ୍ଗକୁ ଆଧାର କରି “ଭ୍ରଷ୍ଟତା“ ଶବ୍ଦକୁ “ନୈତିକ ଭାବରେ” କିମ୍ବା “ଅନୈତି” କିମ୍ବା “ଈଶ୍ୱରଙ୍କ ସଳଖ ପଥରୁ ବିମୁଖ ହେବା” ବୋଲି ଅନୁବାଦ କରାଯାଇପାରେ ।
- “ବିଭ୍ରାନ୍ତିକର ବାକ୍ୟ” ପରି ବାକ୍ୟକୁ “ଏକ ମନ୍ଦ ଭାବରେ କଥା କହିବା” କିମ୍ବା “ପ୍ରତାରଣାପୂର୍ଣ୍ଣ କଥା” କିମ୍ବା “ଯେଉଁ ଲୋକମାନେ ଅନୈତିକ ଭାବରେ କଥାବାର୍ତ୍ତା କରନ୍ତି” ବୋଲି ଅନୁବାଦ କରାଯାଇପାରେ।
- “ଭ୍ରଷ୍ଟ ଲୋକମାନେ” ବାକ୍ୟାଂଶକୁ “ଅନୈତିକ ଲୋକମାନେ” କିମ୍ବା “ନୈତିକ ଭାବରେ ବିପଥଗମନରେ ଥିବା ଲୋକମାନେ” କିମ୍ବା “ଯେଉଁମାନେ ଅବିରତ ଭାବରେ ଈଶ୍ୱରଙ୍କ ଅବାଧ୍ୟତା ଆଚରଣ କରନ୍ତି” ବୋଲି ଅନୁବାଦ କରାଯାଇପାରେ।
- “ଭ୍ରାନ୍ତିକର ଭାବରେ କାର୍ଯ୍ୟ କରିବା” ବାକ୍ୟାଂଶକୁ “ମନ୍ଦ ଭାବରେ ଆଚରଣ କରିବା” କିମ୍ବା “ଈଶ୍ୱରଙ୍କ ଆଜ୍ଞାଗୁଡ଼ିକର ବିରୁଦ୍ଧରେ କାର୍ଯ୍ୟ କରିବା” କିମ୍ବା “ଈଶ୍ୱରଙ୍କ ଶିକ୍ଷାଗୁଡ଼ିକ ପ୍ରତ୍ୟାଖ୍ୟାନ କରି ଭିନ୍ନ ଭାବରେ ଜୀବନ କାଟିବା” ବୋଲି ଅନୁବାଦ କରାଯାଇପାରିବ।
- “ଭ୍ରାନ୍ତ କରିବା” ବାକ୍ୟାଂଶକୁ “ଭ୍ରଷ୍ଟ କରିବା” କିମ୍ବା “ମନ୍ଦତା ଆଡ଼କୁ ମୁଖ ଫେରାଇବା” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ଦୁର୍ନୀତି, ପ୍ରତାରଣା, ଅବଜ୍ଞା, ମନ୍ଦତା, ଫେରିବା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1942, H2015, H3868, H4297, H5186, H5557, H5558, H5753, H5766, H5773, H5791, H6140, H6141, H8138, H8397, H8419, G12940
ମଙ୍ଗଳIର୍ଥକ ବଳିଦାନ, ମଙ୍ଗଳIର୍ଥକ ବଳିଦାନମାନ
ତଥ୍ୟ:
ପୁରାତନ ନିୟମରେ, “ମଙ୍ଗଳIର୍ଥକ ବଳିଦାନ” ଏକ ଏମିତି ବଳିଦାନ ଯାହା ଅଲଗା କାରଣ ନିମନ୍ତେ ଉତ୍ସର୍ଗ କରାଯାଉଥିଲା, ଯେମିତି କି ପରମେଶ୍ୱରଙ୍କୁ ଧନ୍ୟବାଦ କିଅବା ପ୍ରତିଜ୍ଞା ପୁରା କରିବା I * ଏହି ନୈବେଦ୍ୟରେ ନର କିଅବା ନାରୀ ପଶୁ ମଧ୍ୟରୁ ବଳିଦାନ ର ଆବଶ୍ୟକ ହେଉଥିଲା I ଏହା ହୋମବଳି ରୁ ଅଲଗା ଯାହା ପାଇଁ ନର ପଶୁ ର ଆବଶ୍ୟକ ଅଟେ I * ପରମେଶ୍ୱର ଙ୍କୁ ନୈବେଦ୍ୟ ଉତ୍ସର୍ଗ କଲା ପରେ, ଯେଉଁ ବ୍ୟକ୍ତି ମଙ୍ଗଳIର୍ଥକ ବଳିଦାନ ନେଇ କି ଆସି ଥାଏ, ମାଂସ କୁ ଯାଜକ ଓ ଅନ୍ୟ ଇସ୍ରାଏଲ ଲୋକଙ୍କ ସହିତ ଭାଗ ବାଣ୍ଟ କରନ୍ତି I * ଏହି ନୈବେଦ୍ୟ ସହିତ ଏକ ଭୋଜ ସଂଯୁକ୍ତ ହୋଇ ଥାଏ ଯାହା ସହିତ ଖମିର ଶୂନ୍ୟ ରୋତୀ ଶାମିଲ ଅଟେ I * କେତେକ ସମୟରେ ଏହାକୁ “ଶାନ୍ତି ନୈବେଦ୍ୟ “କୁହାଯାଏ I
(ଆହୁରି ଦେଖନ୍ତୁ: ହୋମବଳି, ପୂର୍ଣ୍ଣ ହେବା, ଭକ୍ଷ ନୈବେଦ୍ୟ, ଦୋଷବଳି, ଶାନ୍ତି ନୈବେଦ୍ୟ, ଯାଜକ, ବଳିଦାନ, ଖମିର ଶୂନ୍ୟ ରୋଟି, ଶପଥ)
ବାଇବଲ ଟିପ୍ପଣୀ:
- ୧ ବଂଶାବଳି ୨୧;୨୫-୨୭
- ୨ ବଂଶାବଳି ୨୯:୩୫-୩୬
- ଯାତ୍ରାପୁସ୍ତକ ୨୪:୫-୬
- ଲେବୀୟ ବ୍ୟବସ୍ଥା ୦୩:୩-୫
- ଗଣନା ପୁସ୍ତକ ୦୬:୧୩-୧୫
ବୋର୍ଡ ଡାଟା :
- Strong's: H8002
ମଙ୍ଗଳାର୍ଥକ ବଳି, ମଙ୍ଗଳାର୍ଥକ ବଳିଗୁଡ଼ିକ
ତଥ୍ୟ ଗୁଡ଼ିକ:
ଏହି “ମଙ୍ଗଳାର୍ଥକ ବଳି” ଅନେକଗୁଡିଏ ତ୍ୟାଗପୂର୍ଣ୍ଣ ମଧ୍ୟରେ ଅନ୍ୟତମ ଅଟେ, ଯାହା ଉତ୍ସର୍ଗ କରିବା ନିମନ୍ତେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଲେ I ଏହାକୁ ବେଳେବେଳେ “ଧନ୍ୟବାଦାର୍ଥକ ବଳି” ବା “ସହଭାଗୀତାର ବଳି” ବୋଲି କୁହାଯାଏ I * ଏହି ବଳିଦାନରେ ଏକ ନିଖୁନ୍ତ ପଶୁକୁ ବଳି ଭାବରେ ଗ୍ରହଣ କରାଯାଏ ପଶୁର ରକ୍ତକୁ ବେଦୀ ଉପରେ ସିଞ୍ଚନ କରାଯାଏ, ଏବଂ ପଶୁର ମେଦକୁ ଦଗ୍ଧ କରାଯାଏ, ତହିଁ ସଙ୍ଗେ ସଙ୍ଗେ ପଶୁର ଅବଶିଷ୍ଟାଂଶ ପୃଥକ୍ ଭାବରେ ଦଗ୍ଧ କରାଯାଏ I * ଏହି ବଳିଦାନ ସହିତ ଉଭୟ ଏକ ତାଡିଶୂନ୍ୟ ରୋଟୀ ଓ ତାଡିଯୁକ୍ତ ରୋଟୀ ମଧ୍ୟ ଉତ୍ସର୍ଗ କରାଯାଏ, ଯାହା ହୋମବଳି ଉପରେ ରଖି ଦଗ୍ଧ କରାଯାଏ I * ଏହି ଉତ୍ସର୍ଗ କରାଯାଇଥିବା ଖାଦ୍ୟକୁ ଏକତ୍ର ଅଂଶୀ ହୋଇ ଭୋଜନ କରିବା ନିମନ୍ତେ ଯାଜକ ଏବଂ ବଳିର ଉତ୍ସର୍ଗକାରୀକୁ ଅନୁମତି ଦିଆଯାଏ I * ଏହି ବଳିଦାନ ଈଶ୍ୱରଙ୍କ ସହିତ ତାହାଙ୍କର ଲୋକମାନଙ୍କ ସହିତ ସହଭାଗୀତାର ପ୍ରତୀକ ଅଟେ I
(ଆହୁରି ମଧ୍ୟ ଦେଖ: ହୋମବଳି, ସହଭାଗୀତା, ସହଭାଗୀତା ବଳି, ଶସ୍ୟ ଉତ୍ସର୍ଗ, ଯାଜକ, ବଳିଦାନ, ତାଡିଶୂନ୍ୟ ରୋଟୀ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H8002
ମତବାତ, ଶିକ୍ଷାଦାନ, ବିଶ୍ୱାସ, ଉପଦେଶ, ଜ୍ଞାନ
ସଂଜ୍ଞା:
“ମତବାତ” ଶବ୍ଦଟିର ଆକ୍ଷରିକ ଭାବେ “ଶିକ୍ଷାଦାନକୁ" ବୁଝାଏ। ଏହା ସାଧାରଣତଃ ଧାର୍ମିକ ଶିକ୍ଷାକୁ ସୂଚାଏ।
- ଖ୍ରୀଷ୍ଟୀବିଶ୍ୱାସ ବା ଖ୍ରୀଷ୍ଟିଆନ ଶିକ୍ଷାଦାନକ ଗୁଡ଼ିକ ପ୍ରସଙ୍ଗରେ,”ମତବାତ” ସମସ୍ତ ତା’ଙ୍କ ଚରିତ୍ର ଗୁଣଗୁଡିକରେ ଅନ୍ତର୍ଭୁକ୍ତ- ଈଶ୍ଵର-ପିତା, ପୁତ୍ର ପୁଣି ପବିତ୍ର ଆତ୍ମାଙ୍କ ବିଷୟରେ ସମସ୍ତ ଶିକ୍ଷାଗୁଡିକୁ ସୂଚାଏ ଏବଂ ସମସ୍ତ ବିଷୟ ସେ କରିଛନ୍ତି।
- ଏହା ମଧ୍ୟ ଈଶ୍ୱର ଶିକ୍ଷା ଦିଅନ୍ତି ଖ୍ରୀଷ୍ଟିଆନମାନେ କିପରି ପବିତ୍ର ଜୀବନ କାଟିବେ ଯାହା ତାହାଙ୍କ ନିମନ୍ତେ ଗୌରବ ଆଣିବ ପ୍ରତ୍ୟେକ ବିଷୟକୁ ସୂଚାଏ।
- “ମତବାତ” ଶବ୍ଦଟି ସମୟ ସମୟରେ ମଧ୍ୟ ମିଥ୍ୟା କିମ୍ବା ସଂସାରିକ ଧାର୍ମିକ ଶିକ୍ଷାଗୁଡ଼ିକ ଯାହା ମନୁଷ୍ୟମାନଙ୍କଠାରୁ ଆସିଥାଏ। ସେହି ପ୍ରସଙ୍ଗଟିର ସ୍ପଷ୍ଟ ଅର୍ଥ ପ୍ରକାଶ କରେ।
- ଏହି ଶବ୍ଦଟି “ଶିକ୍ଷା” ରୂପେ ମଧ୍ୟ ଅନୁବାଦ କରିପାରିବା।
(ପୁନଶ୍ଚ ଦେଖନ୍ତୁ: ଶିକ୍ଷା)
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H3948, H4148, H8052, G1319, G1322, G2085
ମତ୍ସ୍ୟଜୀବୀ, ମାଛ ଧରାଳି
ପରିଭାଷା:
ମତ୍ସ୍ୟଜୀବୀମାନେ ଅର୍ଥ ଅର୍ଜନ ନିମନ୍ତେ ମାଛ ଧରନ୍ତି I ନୂତନ ନିୟମରେ, ମତ୍ସ୍ୟଜୀବୀମାନେ ମାଛା ଧରିବା ନିମନ୍ତେ ବଡ଼ ବଡ଼ ଜାଲ ବ୍ୟବହାର କରୁଥିଲେ I “ମାଛ ଧରାଳି” ମତ୍ସ୍ୟଜୀବୀମାନଙ୍କ ଅନ୍ୟ ନାମ ଅଟେ I
- ଯୀଶୁ ଯେତେବେଳେ ପିତର ଓ ଅନ୍ୟ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ସେହି ସମୟରେ ସେମାନେ ମତ୍ସ୍ୟଜୀବୀ ଥିଲେ I
- ଇସ୍ରାଏଲ ଦେଶ ଜଳ ନିକଟବର୍ତୀ ସ୍ଥାନରେ ଥିବା ହେତୁ, ବାଇବେଲରେ ମତ୍ସ୍ୟ ଓ ମତ୍ସ୍ୟଜୀବୀ ବହୁବାର ଉଲ୍ଲେଖ ଅଛି I
- ଏହି ଶବ୍ଦକୁ “ଲୋକମାନେ ଯିଏ ମାଛା ଧରନ୍ତି“ କିମ୍ବା “ଯେଉଁ ଲୋକମାନେମାଛ ଧରି ଅର୍ଥ ଅର୍ଜନ କରନ୍ତି“ ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1728, H1771, H2271, G02310
ମଦ୍ୟ ପାନ
ପରିଭାଷା:
“ମଦ୍ୟ ପାନ” ବାକ୍ୟାଂଶ ସୁଗନ୍ଧ ଏବଂ ସେଥିରେ ନିଶା ମିଶ୍ରିତ ପାନୀୟକୁ ବୁଝାଏ ।
- ନିଶାଯୁକ୍ତ ପାନୀୟ ଶସ୍ୟ କିମ୍ୱା ଫଳରୁ ତିଆରି ହୋଇଥାଏ ଏବଂ ସେଥିରେ ନିଶାଯୁକ୍ତ ପଦାର୍ଥ ମିଶା ଯାଇଥାଏ ।
- “ମଦ୍ୟ ପାନ” ବିଭିନ୍ନ ପ୍ରକାରର ଅଛି ଯଥା ଦ୍ରାକ୍ଷାରସ, ଖଜୁରୀ ତାଡି, ମଦିରା, ଏବଂ ସେଓ ମଦିରା । ବାଇବେଲରେ, ଦ୍ରାକ୍ଷାରସ ବାରମ୍ୱାର ମଦ୍ୟ ପାନୀୟରେ ଗଣତି ହୁଏ ।
- ଯାଜକ କିମ୍ୱା ଯେକେହି ବିଶେଷ ଶପଥ ନିଏ ଯଥା “ନାଜରିତ ବ୍ରତ”ରେ ମଦ୍ୟ ପାନ ପାଇଁ ଅନୁମତି ନଥିଲା ।
- ଏହି ଶବ୍ଦକୁ “ପଚାଯୁକ୍ତ ପାନୀୟ” କିମ୍ୱା “ନିଶାଯୁକ୍ତ ପାନୀୟ” ବୋଲି ଅନୁବାଦ କରାଯାଇପାରେ ।
(ଅଙ୍ଗୁର, ନାଜରିତ, ଶପଥ, ମଦ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H5435, H7941, G46080
ମଧୁ, ମଧୁଚାକ
ସଂଜ୍ଞା:
“ମଧୁ” ମଧୁର, ଅଠାଳିଆ, ଖାଇବା ପଦାର୍ଥ ଅଟେ ଯାହା ମଧୁଚାକ ଫୁଲଭଣ୍ଡାରୁ ତିଆରି ହୁଏ । ମଧୁଚାକ ମହମସଦୃଶ ଆକୃତି ଅଟେ ଯେଉଁଠାରେ ମଧୁମାଛି ମଧୁ ଗଚ୍ଛିତ କରନ୍ତି ।
- ମଧୁ ହଳଦିଆ କିମ୍ବା ବାଦାମୀ ରଙ୍ଗର ହୋଇପାରେ, ଏହା ଏହାର ପ୍ରକାର ଉପରେ ନିର୍ଭର କରେ’।
- ମଧୁ ଜଙ୍ଗଲରେ ଯେପରିକି ଗଛର ଖାଲରେ କିମ୍ବା ଯେଉଁଠାରେ ମଧୁମାଛି ବସା ବାନ୍ଧନ୍ତି ଦେଖିବାକୁ ମିଳେ । ଲୋକମାନେ ଖାଇବା କିମ୍ବା ବିକ୍ରୟ କରିବା ପାଇଁ ମଧୁ ଉତ୍ପାଦନ କରିବା ପାଇଁ ମଧୁମାଛି ମଧ୍ୟ ପାଳନ କରନ୍ତି, କିନ୍ତୁ ବୋଧହୁଏ ବାଇବଲରେ ଉଲ୍ଲେଖ କରାଯାଇଥିବା ମଧୁ ବଣୁଆ ମଧୁ ଥିଲା ।
- ବାଇବଲ ନିର୍ଦ୍ଦିଷ୍ଟ ଭାବରେ ବନ୍ୟ ମଧୁ ଖାଇଥିବା ତିନି ଜଣ ବ୍ୟକ୍ତିକୁ ଉଲ୍ଲେଖ କରେ ଯଥା ଯୋନାଥନ, ଶାମ୍ସନ୍ ଏବଂ ବାପ୍ତିଜକ ଯୋହନ ।
- ମିଠା ବା ଅତ୍ୟନ୍ତ ଆନନ୍ଦଦାୟକ କୌଣସି ବିଷୟକୁ ବର୍ଣ୍ଣନା କରିବାକୁ ଏହି ଶବ୍ଦଟି ସାଙ୍କେତିକ ଭାବରେ ବ୍ୟବହୃତ ହୁଏ । ଉଦାହରଣ ସ୍ୱରୂପ, ଈଶ୍ବରଙ୍କ ବାକ୍ୟ ଏବଂ ଆଜ୍ଞାଗୁଡ଼ିକ “ମଧୁଠାରୁ ମଧୁର” ବୋଲି କୁହାଯାଏ । (ଆହୁରି ଦେଖନ୍ତୁ: ଉପମାଳଙ୍କାର, ରୂପକ ଅଳଙ୍କାର)
- ବେଳେବେଳେ ଜଣେ ବ୍ୟକ୍ତିର ବାକ୍ୟକୁ ମଧୁ ପରି ମିଠା ପରି ବର୍ଣ୍ଣନା କରାଯାଏ, କିନ୍ତୁ ଏହା ବଦଳରେ ଅନ୍ୟମାନଙ୍କୁ ପ୍ରତାରଣା ଏବଂ କ୍ଷତି ପହଞ୍ଚାଏ ।
(ଆହୁରି ଦେଖନ୍ତୁ: ଯୋହନ(ବାପ୍ତିଜକ), ଯୋନାଥନ, ପିଲିସ୍ତିୟ, ଶାମ୍ସନ୍)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H1706, H3293, H3295, H5317, H6688, G31920
ମଧ୍ୟସ୍ଥ
ପରିଭାଷା:
ଜଣେ ମଧ୍ୟସ୍ଥ ସେହି ବ୍ୟକ୍ତି ଅଟେ ଯେ ଦୁଇ ଜଣ କିମ୍ବା ଅଧିକ ଲୋକ ମଧ୍ୟରେ ଥିବା ଅସହମତି ଏବଂ ଦ୍ୱନ୍ଦକୁ ସମାଧାନ କରେ I ସେ ସେମାନଙ୍କୁ ପୁନଃମିଳନ ନିମନ୍ତେ ସାହାଯ୍ୟ କରେ I
- କାରଣ ଲୋକମାନେ ପାପ କରିଛନ୍ତି, ସେମାନେ ଈଶ୍ୱରଙ୍କର ଶତ୍ରୁ ଅଟନ୍ତି ଏବଂ ତାହାଙ୍କର କ୍ରୋଧ ଏବଂ ଦଣ୍ଡର ପାତ୍ର ଅଟନ୍ତି I ପାପ ହେତୁ, ମନୁଷ୍ୟ ଏବଂ ଈଶ୍ୱରଙ୍କ ମଧ୍ୟରେ ସହଭାଗିତା ପୃଥକ ହୋଇ ଯାଇଅଛି I
- ଯୀଶୁ ପିତା ଈଶ୍ୱର ଏବଂ ତାହାଙ୍କ ଲୋକ ମଧ୍ୟରେ ମଧ୍ୟସ୍ଥ ଅଟନ୍ତି ସେ ତାହାଙ୍କର ମୃତ୍ୟୁ ଦ୍ୱାରା ପାପର ମୂଲ୍ୟ ଦେଇ ସେହି ପୃଥକ ହୋଇଥିବା ସମ୍ପର୍କକୁ ପୁନଃସ୍ଥାପନ କରିଛନ୍ତି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ମଧ୍ୟସ୍ଥ” ଶବ୍ଦକୁ “ଲୋକ ମଧ୍ୟରେ ପ୍ରବେଶ କରିବା” କିମ୍ବା “ପୁନଃସଂଯୋଗକାରୀ” କିମ୍ବା “ଯେ ଶାନ୍ତି ଆଣେ” ବୋଲି ଅନୁବାଦ କରାଯାଇପାରେ I
- “ମଧ୍ୟସ୍ଥ” ଶବ୍ଦକୁ “ଯାଜକ” ଶବ୍ଦ ସହ ତୁଳନା କରି ଦେଖନ୍ତୁ ଏହାକୁ କିପରି ଅନୁବାଦ କରାଯାଇଅଛି I ଯଦି “ମଧ୍ୟସ୍ଥ” ଶବ୍ଦକୁ ଭିନ୍ନ ଭାବରେ ଅନୁବାଦ କରାଯାଏ ତେବେ ଏହା ଉତ୍ତମ ହେବ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H3887, G33120, G33160
ମନସ୍ତାପ
ପରିଭାଷା:
“ମନସ୍ତାପ”ଶବ୍ଦ କଠୋର ଯନ୍ତ୍ରଣା କିମ୍ୱା ମାନସିକ ଅଶାନ୍ତିକୁ ସୂଚାଏ I
- “ମନସ୍ତାପ”ଶାରୀରିକ କିମ୍ୱା ଆବେଗପ୍ରବଣ ଯନ୍ତ୍ରଣା କିମ୍ୱା ମାନସିକ ଅଶାନ୍ତି ହୋଇପାରେ I
- ଯେଉଁ ଲୋକମାନେ ବାରମ୍ୱାର ଅତିଶୟ ମନସ୍ତାପରେ ଥାଆନ୍ତି,ଏହା ସେମାନଙ୍କ ମୁହଁ ଏବଂ ବ୍ୟବହାରରେ ପ୍ରକାଶ ହୁଏ I
- ଉଦାହରଣ ସ୍ୱରୂପ, ପ୍ରବଳ ଯନ୍ତ୍ରଣା କିମ୍ବା ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତି ଦାନ୍ତ କଡ଼ମଡ଼ କରିପାରେ କିମ୍ବା ଚିତ୍କାର କରିପାରେ I
- “ମନସ୍ତାପ”ଶବ୍ଦକୁ “ଆବେଗ ପ୍ରବଣମାନସିକ ଅଶାନ୍ତି”କିମ୍ୱା “ଗଭୀର ଦୁଃଖ”କିମ୍ୱା “କଠୋର ଯନ୍ତ୍ରଣା”ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2342, H2470, H2479, H3708, H4164, H4689, H4691, H5100, H6695, H6862, H6869, H7267, H7581, G09280, G36000, G49280
ମରୁଭୂମୀ, ପ୍ରାନ୍ତର
ପରିଭାଷା:
ମରୁଭୂମୀ କିମ୍ୱା ପ୍ରାନ୍ତର ଏକ ଶୁଷ୍କ, ଟାଙ୍ଗରା ଭୂମି ଯେଉଁଠାରେ କିଛି ଅଳ୍ପ ଗଛ ବୃଦ୍ଧି ହୁଏ I
- ମରୁଭୂମି ଏକ ଶୁଷ୍କ ଏବଂ ଅଳ୍ପ ଗଛ କିମ୍ୱା ପଶୁ ରହିବା ସ୍ଥାନ ଅଟେ I
-
କଠିନ ପରିବେଶ ହେତୁ ଖୁବ୍ ଅଳ୍ପ ଲୋକ ମରୁଭୂମିରେ ବାସ କରନ୍ତି ଯାହାକୁ “ପ୍ରାନ୍ତର” ବୋଲି ମଧ୍ୟ କୁହାଯାଏ I
-
“ପ୍ରାନ୍ତର“ ଶବ୍ଦର ଅର୍ଥ ଦୂର, ଖାଲି ଏବଂ ଲୋକଙ୍କଠାରୁ ଅଲଗା ଅଟେ I
-
ଏହା ଶବ୍ଦକୁ “ପରିତ୍ୟକ୍ତ ସ୍ଥାନ” କିମ୍ୱା “ନିର୍ଜନ ସ୍ଥାନ” କିମ୍ୱା “ଲୋକନଥିବା ସ୍ଥାନ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
- ପ୍ରେରିତ ୧୩:୧୬-୧୮
- ପ୍ରେରିତ ୨୧:୩୭-୩୮
- ଯାତ୍ରାପୁସ୍ତକ ୪::୨୭-୨୮
- ଆଦିପୁସ୍ତକ ୩୭:୨୧-୨୨
- ଯୋହନ ୩:୧୪
- ଲୂକ ୧:୮୦
- ଲୂକ ୯:୧୨-୧୪
- ମାର୍କ ୧:୩
- ମାଥିଉ ୪:୧
- ମାଥିଉ ୧୧:୮
ଶବ୍ଦବିନ୍ୟାସ:
Strong’s: H0776, H2723, H3293, H3452, H4057, H6160, H6723, H6728, H6921, H8047, H8414, G20470, G20480
ମସ୍ତକ
ପରିଭାଷା:
“ମସ୍ତକ” ଶବ୍ଦଟି ମନୁଷ୍ୟ ଶରୀରର ଉପର ଅଂଶ, ବେକ ଉପରେ ଥାଏ । ଏହି ଶବ୍ଦ ଅନେକ ସମୟରେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ଶୀର୍ଷ “, “ପ୍ରଥମ “, “ଆରମ୍ଭ “, “ଉତ୍ସ” ଏବଂ ଅନ୍ୟାନ୍ୟ ବିଷୟକୁ ସୂଚାଏ ।
“ମସ୍ତକ” ଶବ୍ଦର ବିଭିନ୍ନ ବ୍ୟବହାରର ଏହି ଉଦାହରଣରେ ଅନ୍ତର୍ଭୁକ୍ତ ଅଟେ:
- “ତାଙ୍କ ମସ୍ତକରେ କ୍ଷୁର କେବେ ଲାଗିବ ନାହିଁ” ଅଭିବ୍ୟକ୍ତିର ଅର୍ଥ ସେ କେବେ ବି କେଶ କାଟିବେ ନାହିଁ କିମ୍ବା କ୍ଷୌର କରିବେ ନାହିଁ ଅଟେ ।
- “ସେମାନଙ୍କର ରକ୍ତ ତାଙ୍କ ମସ୍ତକରେ ବର୍ତ୍ତୁ” ଅଭିବ୍ୟକ୍ତିର ଅର୍ଥ ସେହି ବ୍ୟକ୍ତି ସେମାନଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ଏଥିପାଇଁ ଦଣ୍ଡ ପାଇବ ଅଟେ ।
- “ଶସ୍ୟର ମସ୍ତକ” ଅଭିବ୍ୟକ୍ତି ଗହମ ଗଛର ଉପର ଅଂଶକୁ ବୁଝାଏ ଯେଉଁଥିରେ ମଞ୍ଜି ଥାଏ । ସେହିଭଳି, “ପର୍ବତର ମସ୍ତକ” ଅଭିବ୍ୟକ୍ତି ପର୍ବତର ଉପର ଅଂଶକୁ ବୁଝାଏ ।
- “ମସ୍ତକ” ଶବ୍ଦ ମଧ୍ୟ କୌଣସି ବିଷୟର ଆରମ୍ଭ କିମ୍ବା ଉତ୍ସକୁ ସୂଚାଇପାରେ, କିମ୍ବା ଜିନିଷଗୁଡ଼ିକର କ୍ରମରେ ପ୍ରଥମ (ବସ୍ତୁ କିମ୍ବା ଲୋକ ହୋଇପାରେ) ସୂଚାଏ ।
- “ମସ୍ତକ” ଶବ୍ଦଟି ପ୍ରାୟତଃ ଗୋଷ୍ଠୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିକୁ କିମ୍ବା ଅନ୍ୟମାନଙ୍କ ଉପରେ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ବୁଝାଏ । ଉଦାହରଣ ସ୍ୱରୂପ, “ତୁମେ ମୋତେ ଜାତିର ପ୍ରଧାନ କରିଅଛ” ବାକ୍ୟର ଅର୍ଥ “ତୁମେ ମୋତେ ଶାସକ କରିଅଛ…” କିମ୍ବା “ତୁମେ ମୋତେ ଅଧିକାର ଦେଇଅଛ…।“
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି “ମସ୍ତକ” ଶବ୍ଦକୁ “ଅଧିକାର” କିମ୍ବା “ଶାସକ” କିମ୍ବା “ଏଥି ନିମନ୍ତେ ଦାୟୀଥିବା ବ୍ୟକ୍ତି I“
- “ତାହାର ନିଜ ମସ୍ତକରେ ପଡ଼ିବ” ଅଭିବ୍ୟକ୍ତିକୁ “ତାହା ଉପରେ ପଡ଼ିବ“ କିମ୍ବା “ସେଥି ନିମନ୍ତେ ତାହାକୁ ଦଣ୍ଡ ମିଳିବ“ କିମ୍ବା “ସେଥି ନିମନ୍ତେ ସେ ଦାୟୀ ହେବେ“ କିମ୍ବା “ସେ ଦୋଷୀ ହେବ“ ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ଆଧାର କରି, ଏହି ଶବ୍ଦକୁ “ଶିର୍ଷ” କିମ୍ବା “ଆରମ୍ଭ“ କିମ୍ବା “ଉତ୍ସ” କିମ୍ବା “ଶାସକ” କିମ୍ବା “ନେତା” ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0441, H1270, H1538, H3852, H4425, H4761, H4763, H5110, H5324, H6285, H6287, H6797, H6915, H6936, H7139, H7144, H7146, H7217, H7226, H7218, H7541, H7636, H7641, H7872, G03460, G07550, G27750, G27760, G47190
ମହାମାରୀ, ମହାମାରୀଗୁଡ଼ିକ
ସଂଜ୍ଞା:
ମହାମାରୀଗୁଡ଼ିକ ଏଭଳି ଘଟଣାମାନ ଯାହା ବହୁ ସଂଖ୍ୟକ ଲୋକମାନଙ୍କର ଅସୁସ୍ଥତା ବା ମୃତ୍ୟୁ ଘଟାଇଥାଏ I ଅନେକ ସମୟରେ, ମହାମାରୀ ଏକ ରୋଗ ଯାହା ଖୁବ୍ ଶୀଘ୍ର ବ୍ୟାପୀଯାଇଥାଏ ଏବଂ ଏହାକୁ ରୋକିପାରିବା ପୂର୍ବରୁ ଅନେକ ଲୋକମାନଙ୍କର ମୃତ୍ୟୁ ଘଟାଇଥାଏ I * ଅନେକ ମହାମାରୀଗୁଡ଼ିକର ପ୍ରାକୃତିକ କାରଣଗୁଡ଼ିକ ଥାଏ, କିନ୍ତୁ କେତେକ ମହାମାରୀକୁ ପାପ ହେତୁ ଲୋକମାନଙ୍କୁ ଦଣ୍ଡ ଦେବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ପ୍ରେରଣ କରାଯାଇଥାଏ I * ମୋଶାଙ୍କ ସମୟରେ, ଈଶ୍ୱର ମିସର ବିରୁଦ୍ଧରେ ଦଶଟି ମହାମାରୀ ପ୍ରେରଣ କଲେ ଯେପରି ମିସର ଛାଡ଼ି ଯିବା ନିମନ୍ତେ ଇସ୍ରାଏଲୀୟ ଲୋକମାନଙ୍କୁ ଅନୁମତି ଦେବା ପାଇଁ ସେ ଫାରୋଙ୍କୁ ବଳପୂର୍ବକ ବାଧ୍ୟ କରିବେ I ଏହି ମହାମାରୀଗୁଡ଼ିକ ମଧ୍ୟରେ ଜଳକୁ ରକ୍ତରେ ପରିଣତ କରିବା, ଶାରୀରିକ ରୋଗଗୁଡିକ, ପଙ୍ଗପାଳ ଏବଂ ଶିଳାବୃଷ୍ଟି ଦ୍ୱାରା ଶସ୍ୟ ନଷ୍ଟ, ତିନି ଦିନ ଧରି ସମ୍ପୂର୍ଣ୍ଣ ଅନ୍ଧକାର, ଏବଂ ପ୍ରଥମ ଜାତ ପୁତ୍ର ସନ୍ତାନମାନଙ୍କର ମୃତ୍ୟୁ ଅନ୍ତର୍ଭୁକ୍ତଥିଲା I * ଏହା ମଧ୍ୟ ପୂର୍ବାପର ସମ୍ୱନ୍ଧକୁ ଆଧାର କରି “ବ୍ୟାପକ ବିପର୍ଯ୍ୟୟ” କିମ୍ୱା “ବ୍ୟାପକ ରୋଗ” ଭାବରେ ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: କୁଆପଥର ବୃଷ୍ଟି, ଇସ୍ରାଏଲ, ମୋଶା, ଫାରୋ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H1698, H4046, H4194, H4347, H5061, H5062, H5063, G3061, G3148, G4127
ମହାସଭା,
ପରିଭାଷା:
ମହାସଭା ଏକ ସ୍ଥାନକୁ ବୁଝାଏ ଯେଉଁଠାରେ ଏକ ଗୋଷ୍ଠୀ, ଆଲୋଚନା କରିବାକୁ, ପରାମର୍ଶ ଦେବାକୁ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ନିଷ୍ପତ୍ତି ନେବା ପାଇଁ ଏକତ୍ରିତ ହୁଅନ୍ତି I
- ଏକ ମହାସଭା ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଏକ ସରକାରୀ ଏବଂ କିଛି ସ୍ଥାୟୀ ଉପାୟରେ ସଂଗଠିତ ହୋଇଥାଏ, ଯେପରିକି ଆଇନଗତ ବିଷୟ ଉପରେ ନିଷ୍ପତ୍ତି ନେବାକୁ I
- ଯିରୂଶାଲମରେ ଥିବା “ଯିହୁଦୀ ମହାସଭା” ଯାହା “ମହାସଭା” ନାମରେ ମଧ୍ୟ ଜ୍ଞାତ, ଏହାର ୭୦ ଜଣ ସଦସ୍ୟ ଥିଲେ, ଯେଉଁ ମହାସଭାରେ ଯିହୁଦୀ ନେତାଗଣ ଯଥା ମହାଯାଜକଗଣ, ପ୍ରାଚୀନଗଣ, ପେଶାଦାର ଧର୍ମଜ୍ଞାନୀ ବ୍ୟକ୍ତିଗଣ, ଫାରୂଶୀ ଏବଂ ସାଦ୍ଦୁକୀମାନେ ପ୍ରତ୍ୟେକ ସମୟରେ ଏକତ୍ର ହୋଇ ଯିହୁଦୀ ନୀୟମାନୁସାରେ ନିଷ୍ପତ୍ତି ନେଉଥିଲେ I ଏହି ଧାର୍ମିକ ମହାସଭାରେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା I
- ସେହି ସମୟରେ ଅନ୍ୟ ସହରଗୁଡ଼ିକରେ ଛୋଟ ଛୋଟ ଯିହୁଦୀ ମହାସଭାଗୁଡ଼ିକ ମଧ୍ୟ ଥିଲା I
- ପ୍ରେରିତ ପାଉଲ ସୁସମାଚାର ପ୍ରଚାର ହେତୁ ବନ୍ଦୀ ଭାବରେ ରୋମୀୟ ମହାସଭାକୁ ଆଣାଯାଇଥିଲେ I
- ପ୍ରସଙ୍ଗ ଉପରେ ଆଧାର କରି, “ମହାସଭା” ଶବ୍ଦକୁ “ନ୍ୟାୟିକ ସମାଗମ” କିମ୍ୱା “ରାଜନୈତିକ ବିଚାର ସ୍ଥଳୀ” ବୋଲି ଅନୁବାଦ କରାଯାଇପାରେ I
- “ମହାସଭାରେ” ଥିବା ଅର୍ଥ କୌଣସି ବିଷୟରେ ନିଷ୍ପତ୍ତି ନେବା ପାଇଁ ସେଠାରେ ଉପସ୍ଥିତ ରହିବା ଅଟେ I
- ଏହା “ପରାମର୍ଶ” ଶବ୍ଦଠାରୁ ଭିନ୍ନ ଅଟେ ଯାହାର ଅର୍ଥ “ଜ୍ଞାନର ଉପଦେଶ ଦେବା” ଅଟେ I
(ଦେଖନ୍ତୁ: ସଭା, ପରାମର୍ଶ, ଫାରୂଶୀ , ବ୍ୟବସ୍ଥା, ଯାଜକ, ସାଦ୍ଦୂକୀ, ଶାସ୍ତ୍ରୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4186, H5475, G10100, G48240, G48920
ମାତାଲ, ମଦ୍ୟାସକ୍ତ ବ୍ୟକ୍ତି
ସତ୍ୟ ଘଟଣାବଳୀ:
“ମାତାଲ” ଶବ୍ଦର ଅର୍ଥ ଅତ୍ୟଧିକ ମଦ୍ୟପାନ କରିବା ଅଟେ ।
- ଏକ “ମଦ୍ୟାସକ୍ତ ବ୍ୟକ୍ତି” ଜଣେ ଏପରି ବ୍ୟକ୍ତି ଅଟେ ଯିଏ ବହୁବାର ମଦ୍ୟପାନ କରିଥାଏ । ଏହି ପ୍ରକାରର ବ୍ୟକ୍ତିକୁ “ମଦମତ୍ତତା” ବୋଲି ଦର୍ଶା ଯାଇପାରେ ।
- ବାଇବେଲ ବିଶ୍ଵାସୀମାନଙ୍କୁ ମଦ୍ୟପାନରେ ମଦ୍ୟପାନ ନକରିବାକୁ ଉତ୍ସାହିତ କରେ ବରଂ ଈଶ୍ଵରଙ୍କ ପବିତ୍ର ଆତ୍ମା ଦ୍ୱାରା ନିୟନ୍ତ୍ରିତ ହେବାକୁ ଉତ୍ସାହିତ କରିଥାଏ।
- ବାଇବେଲ ଶିକ୍ଷା ଦିଏ ଯେ ମତ୍ତତା ଅଜ୍ଞାନତା ଅଟେ ପୁଣି ଏହା ଅନ୍ୟ ମାର୍ଗରେ ପାପରେ ଜଣେ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ।
- “ମାତାଲ” ଶବ୍ଦକୁ “ମଦ୍ୟପ ହେବା” କିମ୍ବା “ନିଶାସକ୍ତ ହେବା” କିମ୍ବା “ଅତ୍ୟଧିକ ମଦମତ୍ତତା ହେବା” କିମ୍ବା “ଉତ୍ତେଜିତ ପାନୀୟ ସହ ପୂର୍ଣ୍ଣ ହେବା” ବୋଲି ଅନୁବାଦ କରାଯାଇପାରେ ।
(ଦେଖନ୍ତୁ: ମଦ୍ୟ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H5433, H7301, H7910, H7937, H7941, H7943, H8354, H8358, G31780, G31820, G31830, G31840, G36300, G36320
ମୁଖ୍ୟ, ପ୍ରଧାନ
ପରିଭାଷା:
“ମୁଖ୍ୟ” ଶବ୍ଦ ଏକ ନିର୍ଦ୍ଧିଷ୍ଟ ଦଳର କ୍ଷମତା ସମ୍ପନ୍ନ ଓ ମହତ୍ଵପୂର୍ଣ୍ଣ ନେତାଙ୍କୁ ବୁଝାଏ ଦିଏ।
- ଯେପରି “ସଂଗୀତ ନିର୍ଦ୍ଦେଶକ“, “ପ୍ରାଧାନ ଯାଜକ” ଏବଂ “ପ୍ରାଧାନ କର ଆଦାୟକାରୀ” ଓ “ପ୍ରଧାନ ଶାସକ।“
-
ଏହି ଶବ୍ଦକୁ ଗ୍ରହର ମୁଖିଆ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇ ପାରିବ, ଯେପରି ଆଦିପୁସ୍ତକ ୩୬ ପଦରେ କେତେକ ଲୋକମାନଙ୍କର ବଂଶର “ମୁଖ୍ୟଙ୍କ” ନାମ ଉଲ୍ଲେଖ କରାଯାଇଛି। ଏଥିରେ, “ମୁଖ୍ୟ” ଶବ୍ଦକୁ “ନେତା” କିମ୍ୱା “ପ୍ରାଧାନ ପିତା” ବୋଲି ଅନୁବାଦ କରାଯାଇପାରେ ।
-
ଯେତେବେଳେ ବିଶେସ୍ୟ ତଥା ନାମ ବଚାକ ଶବ୍ଦକୁ ବର୍ଣ୍ଣନା କରେ, ଏହାର ଅର୍ଥ “ପ୍ରଧାନ” କିମ୍ବା “ଶାସକ” ବୋଲି ଅନୁବାଦ କରାଯାଇପାରେ, ଯେପରି “ଆଗ ଧାଡିର ସଂଗୀତଜ୍ଞ” କିମ୍ୱା “କ୍ଷମତାପୂର୍ଣ୍ଣ ଯାଜକ।“
(ଦେଖନ୍ତୁ: ପ୍ରଧାନ, ପ୍ରାଧାନ ଯାଜକ, ଯାଜକ, କର ଆଦାୟକାରୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0047, H0441, H5057, H5387, H5632, H6496, H7218, H7225, H7227, H7229, H7262, H8269, H8334, G07490, G07500, G07540, G44100, G44130, G55060
ମୂର୍ତ୍ତିପୂଜକ
ସଂଜ୍ଞା:
ବାଇବଲ ସମୟରେ, “ମୂର୍ତ୍ତିପୂଜକ” ଶବ୍ଦ ଯିହୋବାଙ୍କ ବଦଳରେ ମିଥ୍ୟା ଦେବତାଙ୍କୁ ପୂଜା କରୁଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୋଇଥିଲା । * ଏହି ଲୋକମାନଙ୍କ ସହିତ ଜଡିତ ସମସ୍ତ ବିଷୟ ଯେପରିକି ଯଜ୍ଞବେଦି ଯେଉଁଠାରେ ସେମାନେ ପୂଜା କରୁଥିଲେ, ସେମାନେ କରିଥିବା ଧାର୍ମିକ ରୀତିନୀତି ଏବଂ ସେମାନଙ୍କର ବିଶ୍ୱାସକୁ ମଧ୍ୟ “ମୂର୍ତ୍ତିପୂଜା” କୁହାଯାଉଥିଲା। * ମୂର୍ତ୍ତିପୂଜକ ବିଶ୍ୱାସ ପ୍ରଣାଳୀରେ ପ୍ରାୟତଃ ମିଥ୍ୟା ଦେବତାମାନଙ୍କର ଉପାସନା ଏବଂ ପ୍ରକୃତିର ଉପାସନା ଅନ୍ତର୍ଭୁକ୍ତ ଥିଲା । * କେତେକ ପୂଜାପାଠ ଧର୍ମରେ ଯୌନ ନୀତିହୀନ ରୀତିନୀତି କିମ୍ବା ମନୁଷ୍ୟର ହତ୍ୟା ସେମାନଙ୍କର ପୂଜାର ଅଂଶ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା।
(ଦେଖନ୍ତୁ: ବେଦି, ମିଥ୍ୟାଦେବତା, ବଳିଦାନ, ଉପାସନ, ଯିହୋବା)
ବାଇବଲ ପଦପର୍ବ:
- ୧ କରନ୍ଥିୟ ୧୦:୨୦-୨୨
- ୧ କରନ୍ଥିୟ ୧୨:୧-୩
- ୨ ରାଜା ୧୭:୧୪-୧୫
- ୨ ରାଜା ୨୧:୪-୬
Word Data:
- Strong’s: H1471, G14840
ମୂଲ୍ୟବାନ, ଦାମୀ, ବ୍ୟୟବହୁଳ, ଉତ୍କୃଷ୍ଟ
ତଥ୍ୟବଳୀ:
“ମୂଲ୍ୟବାନ” ଶବ୍ଦ ଲୋକ କିମ୍ବା ବିଷୟଗୁଡ଼ିକୁ ବର୍ଣ୍ଣନା କରେ ଯାହା ଅତ୍ୟନ୍ତ ମୂଲ୍ୟବାନ ବୋଲି ବିବେଚନା କରାଯାଏ ।
- ଶବ୍ଦ “ମୂଲ୍ୟବାନ ପଥର” କିମ୍ବା “ମୂଲ୍ୟବାନ ଅଳଙ୍କାର” ପଥର ଏବଂ ଖଣିଜ ପଦାର୍ଥକୁ ବୁଝାଏ ଯାହା ରଙ୍ଗୀନ କିମ୍ବା ଅନ୍ୟାନ୍ୟ ଗୁଣ ଯାହା ସେଗୁଡ଼ିକୁ ସୁନ୍ଦର କିମ୍ବା ଉପଯୋଗୀ କରିଥାଏ ।
- ମୂଲ୍ୟବାନ ପଥରରେ ହୀରା, ରୁବି, ଏବଂ ମରକତ ମଣି ଅନ୍ତର୍ଭୁକ୍ତ।
- ସୁନା ଓ ରୂପାକୁ “ମୂଲ୍ୟବାନ ଧାତୁ” କୁହାଯାଏ ।
- ଯିହୋବା କହନ୍ତି ଯେ ତାଙ୍କ ଲୋକମାନେ ତାଙ୍କ ଦୃଷ୍ଟିରେ “ମୂଲ୍ୟବାନ” ଅଟନ୍ତି (ଯିଶାଇୟ ୪୩: ୪) ।
- ପିତର ଲେଖନ୍ତି ଯେ ନମ୍ର ଏବଂ ଶାନ୍ତ ଆତ୍ମା ଈଶ୍ଵରଙ୍କ ଦୃଷ୍ଟିରେ ମୂଲ୍ୟବାନ ଅଟେ (୧ ପିତର ୩:୪) ।
- ଏହି ଶବ୍ଦକୁ “ମୂଲ୍ୟବାନ” କିମ୍ବା “ଅତି ପ୍ରିୟ” କିମ୍ବା “ପ୍ରିୟ” କିମ୍ବା “ବହୁମୂଲ୍ୟ” ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0068, H1431, H2532, H2667, H2896, H3357, H3365, H3366, H3368, H4022, H4030, H4261, H4262, H5238, H8443, G09270, G17840, G24720, G41850, G41860, G50920, G50930
ମୃଗ, ହରିଣୀ, ମାଈ ହରିଣୀଗୁଡିକ, ମୃଗଶାବକଗୁଡିକ, ପୁଂମୃଗଗୁଡିକ
ସଂଜ୍ଞା:
ଏକ ମୃଗ ଗୋଟିଏ ବୃହତ, ଅନୁଗ୍ରହପୂର୍ଣ୍ଣ, ଚତୁଃଷ୍ପଦ ପ୍ରାଣୀ ଯାହା ବନଗୁଡିକରେ ବା ପାର୍ୱତ୍ୟଗୁଡିକର ଶିଖରେ ରହେ । ପୁରୁଷ ପ୍ରାଣୀଟି ଏହାର ମୁଣ୍ଡ ଉପରେ ଲମ୍ବା ଶିଙ୍ଖଗୁଡିକ ବା କୃଷ୍ଣସାରଗୁଡିକ ଥାଏ । * “ହରିଣୀ” ଶବ୍ଦଟି ଗୋଟିଏ ମାଈ ହରିଣୀକୁ ସୂଚାଏ ଏବଂ ଗୋଟିଏ “ମୃଗଶାବକ” ଗୋଟିଏ ଛୁଆହରିଣୀର ନାମ ଅଟେ । * “ପୁଂମୃଗ” ଗୋଟିଏ ପୁରୁଷ ମୃଗକୁ ବୁଝାଏ । * ଗୋଟିଏ “କୃଷ୍ଣସାର ମୃଗ” ବିଶେଷ ଜାତିର ପୁରୁଷ ମୃଗ ଯାହାକୁ “ଛୋଟ ମୃଗ” କୁହାଯାଏ । * ମୃଗ ଦୃଢ, ପତଳା ଗୋଡଗୁଡିକ ରହିଅଛି ଯାହା ସେମାନଙ୍କୁ ଉଚ୍ଚ କୁଦା ମାରିବା ପୁଣି ଦ୍ରୁତ ଦୌଡରେ ସାହାଯ୍ୟ କରେ । * ସେମାନଙ୍କ ପାଦ ଖୁରାଗୁଡିକ ଦି’ଭାଗ ରହିଥାଏ ଯେଉଁଟା ସେମାନଙ୍କୁ ଉଚ୍ଚ ଉପତ୍ୟକା ଉପରେ ଚାଲିବା ବା ସହଜରେ ଚଢିବାରେ ସାହାଯ୍ୟ କରେ ।
(ପୁନଶ୍ଚ ଦେଖନ୍ତୁ: ଅଜଣାଗୁଡିକୁ କିପରି ଅନୁବାଦ କରିବା)
ବାଇବଲ ଉଲ୍ଲେଖଗୁଡିକ:
ବୋର୍ଡ ଡାଟା :
- Strong's: H354, H355, H365, H3180, H3280, H6643, H6646
ମେଣ୍ଢୀ, ମେଣ୍ଢା, ମେଷ, ମେଣ୍ଢାଶାଳ, ମେଷର ଲୋମଚ୍ଛେଦକଗଣ, ଛାଗଚର୍ମ
ପରିଭାଷା:
“ମେଷ ”ଏକ ମଧ୍ୟବିତ୍ତ ପ୍ରାଣୀ ଅଟେ ଏହା ଚାରି ଗୋଡବିଶିଷ୍ଟ ଅଟେ ଓ ଏହା ଶରୀର ଲୋମପୂର୍ଣ୍ଣ ଅଟେ । “ମେଷ” ଶବ୍ଦ ବହୁବଚନ ଅଟେ ।
- ମେଷର ଛୁଆକୁ “ଶାବକ” କୁହାଯାଏ ।
- ଇସ୍ରାଏଲ ଲୋକମାନେ ମେଷକୁ ବଳିଦାନ ପାଇଁ ବ୍ୟବହାର କରୁଥିଲେ ବିଶେଷକରି ମେଣ୍ଢାକୁ ।
- ଲୋକମାନେ ମେଷର ମାଂସ ଭୋଜିନ କରୁଥିଲେ ଏବଂ ସେମାନଙ୍କର ଲୋମରୁ ବସ୍ତ୍ର ଓ ଅନ୍ୟାନ୍ୟ ପଦାର୍ଥ ପ୍ରସ୍ତୁତ କରୁଥିଲେ ।
- ମେଷମାନେ ଦୁର୍ବଳ ଏବଂ ନିରିହ ଅଟନ୍ତି । ସେମାନେ ଖୁବ୍ ଶୀଘ୍ର ଏଣେତେଣେ ହୁଅନ୍ତି ସେମାନେ ପଥ ଦେଖିବା, ସୁରକ୍ଷିତ ଦେବା ଏବଂ ଖାଦ୍ୟ, ପାନୀୟ, ଆଶ୍ରୟ ସ୍ଥଳୀ ଯୋଗାଇବା ନିମନ୍ତେ ମେଷ ପାଳକ ଆବଶ୍ୟକ କରନ୍ତି ।
- ବାଇବେଲରେ ଲୋକମାନଙ୍କୁ ମେଷ ସହ ତୁଳନା କରାଯାଇଛି ଯାହାଙ୍କର ଈଶ୍ଵର ହିଁ ପ୍ରତିପାଳକ ଅଟନ୍ତି ।
(ଅନୁବାଦ ପ୍ରସ୍ତାବଗୁଡ଼ିକ: ଅଜ୍ଞାତ ବିଷୟଗୁଡ଼ିକୁ କିପରି ଅନୁବାଦ କରିବେ)
(ଦେଖନ୍ତୁ: ଇସ୍ରାଏଲ, ମେଷ ଶାବକ, ବଳିଦାନ, ମେଷପାଳକ)
ବାଇବେଲ ପଦପର୍ବ:
- ପ୍ରେରିତ ୮:୩୨
- ଆଦିପୁସ୍ତକ ୩୦:୩୨
- ଯୋହନ ୨:୧୪
- ଲୂକ ୧୫:୫
- ମାର୍କ ୬:୩୪
- ମାଥିଉ ୯:୩୬
- ମାଥିଉ ୧୦:୬
- ମାଥିଉ ୧୨:୧୨
- ମାଥିଉ ୨୫:୩୩
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୯:୧୨ ଦିନେ ମୋଶା ମେଷ ଚରାଇବା ସମୟରେ, ସେ ଏକ ଜଳୁଥିବା ବୁଦା ଦେଖିଲେ ।
- ୧୭:୨ ବେଥଲିହିମ ନଗରରୁ ଦାଉଦ ମେଷ, ପାଳକଥିଲେ ଭିନ୍ନ୍ ଭିନ୍ନ୍ ସମୟରେ ସେ ତାଙ୍କ ପିତାଙ୍କ __ମେଷ__ମାନଙ୍କର ଯତ୍ନ ନେଉଥିଲେ, ଦାଉଦ ଉଭଯ ଗୋଟିଏ ସିଂହ ଏବଂ ଭାଲୁକୁ ବଧ କରିଥିଲେ ଯିଏ ମେଷମାନଙ୍କୁ ଆକ୍ରମଣ କରୁଥିଲେ ।
- ୩୦:୩ ଯୀଶୁଙ୍କ ଏହି ଲୋକମାନେ __ମେଷ__ପାଳକ ବିହୀନ ଥିଲେ ।
- ୩୮:୮ ଯୀଶୁ କହିଲେ, “ତୁମ୍ଭେମାନେ ସମସ୍ତେ ଆଜି ରାତ୍ରୀରେ ମୋତେ ପରିତ୍ୟାଗ କରିବ । ଏହା ଲେଖା ଅଛି, ‘ମୁଁ ମେଷ ପାଳକଙ୍କୁ ଆଘାତ କରିବି ଏବଂ ସମସ୍ତ ମେଷ ଛିନ୍ନ ଭିନ୍ନ ହେବେ ।“’
ଶବ୍ଦବିନ୍ୟାସ:
- Strong’s: H0352, H1494, H1798, H2169, H3104, H3532, H3535, H3733, H3775, H5739, H5763, H6260, H6629, H6792, H7353, H7462, H7716, G41650, G42620, G42630
ମେଷପାଳକ, ପଶୁପାଳକ, ପାଳକ
ପରିଭାଷା:
ମେଷପାଳକ ଜଣେ ବ୍ୟକ୍ତି ଅଟେ ଯିଏ ମେଷମାନଙ୍କର ଯତ୍ନ ନିଏ । ପୁରାତନ ନିୟମରେ, ଏହି ଶବ୍ଦ ଏକ “ପଶୁପାଳକ” କୁ ମଧ୍ୟ ସୂଚିତ କରେ ଯିଏ ଅନ୍ୟ ପ୍ରକାରର ପଶୁପଲ ଯଥା ଛେଳି କିମ୍ବା ଗୋରୁର ଯତ୍ନ ନିଏ ।
- ଏକ କ୍ରିୟା ଭାବରେ, “ମେଷପାଳକ” ଶବ୍ଦର ଅର୍ଥ ମେଷ (କିମ୍ବା ଅନ୍ୟ ପଶୁ) କୁ ଭଲ ଖାଦ୍ୟ ଏବଂ ଜଳ ଥିବା ସ୍ଥାନକୁ ନେଇଯିବା, ବନ୍ୟଜନ୍ତୁମାନଙ୍କଠାରୁ ରକ୍ଷା କରିବା, ପଶୁମାନଙ୍କୁ ଜୀବିତ ଏବଂ ସୁସ୍ଥ ରଖିବା ପାଇଁ ଆବଶ୍ୟକୀୟ ଅନ୍ୟାନ୍ୟ କାର୍ଯ୍ୟ ଅଟେ ।
- ଲୋକମାନଙ୍କର ଆତ୍ମିକ ଜୀବନକୁ ଏବଂ ଶାରୀରିକ ଜିଗନକୁ ସୁରକ୍ଷିତ ରଖିବା ପାଇଁ ବାଇବେଲରେ ଏହା ଉପମା ଭାବରେ ବ୍ୟବହାର ହୋଇଅଛି ।
- ପୁରାତନ ନିୟମରେ, ଈଶ୍ଵର ତାଙ୍କ ଲୋକମାନଙ୍କର “ମେଷପାଳକ” ବୋଲି ପରିଚିତ କାରଣ ସେ ସେମାନଙ୍କର ଯତ୍ନ ନେଉଥିଲେ । ନୂତନ ନିୟମରେ, ଯୀଶୁ ନିଜକୁ “ଉତ୍ତମ ମେଷପାଳକ” ବୋଲି କହନ୍ତି ଏବଂ ଅନ୍ୟ ସ୍ଥାନରେ ଯୀଶୁଙ୍କୁ ମଣ୍ଡଳୀର “ମହାନ ମେଷପାଳକ” ବୋଲି କୁହାଯାଏ ।
- “ମେଷପାଳକ” ଶବ୍ଦ ନୂତନ ନିୟମରେ ମଧ୍ୟ ବ୍ୟବହୃତ ହୋଇଅଛି ଯିଏ ଅନ୍ୟ ବିଶ୍ଵାସୀଙ୍କ ଉପରେ ଆତ୍ମିକ ନେତା ଅଟେ । “ପାଳକ” ଭାବରେ ଅନୁବାଦିତ ଶବ୍ଦ ସମାନ ଶବ୍ଦ ଅଟେ ଯାହା “ମେଷପାଳକ” ଭାବରେ ଅନୁବାଦ କରାଯାଇଛି | ପ୍ରାଚୀନ ଏବଂ ଅଧ୍ୟକ୍ଷକମାନଙ୍କୁ ମେଷପାଳକ ବୋଲି ମଧ୍ୟ କୁହାଯାଏ ।
ଅବୁବାଦ ପ୍ରସ୍ତାବଗୁଡ଼ିକ:
- “ମେଷପାଳକ” ବିଶେଷ୍ୟକୁ “ମେଷାମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତି” କିମ୍ବା “ମେଷପାଲକ” କିମ୍ବା “ମେଷ ଯତ୍ନକାରୀ” ବୋଲି ଅନୁବାଦ କରାଯାଇପାରେ ।
- ମେଷ ବ୍ୟତୀତ ଅନ୍ୟ ପଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିକୁ ସୂଚାଇବାବେଳେ ଏହି ଶବ୍ଦକୁ “ପଶୁପାଳକ”, “ପଶୁମାନଙ୍କର ପାଳକ” କିମ୍ବା “ପଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତି” ବୋଲି ଅନୁବାଦ କରାଯାଇପାରେ । * ଯେବେ କ୍ରିୟା ଭାବରେ ବ୍ୟବହୃତ ହୁଏ, “ମେଷପାଳକ” ଶବ୍ଦକୁ “ମେଷମାନଙ୍କର ଯତ୍ନ ନେବାକାରୀ” କିମ୍ବା “ମେଷମାନଙ୍କର ଯତ୍ନ” ବୋଲି ଅନୁବାଦ କରାଯାଇପାରେ ।
- କେତେକ ପ୍ରସଙ୍ଗରେ, “ମେଷପାଳକ” ଶବ୍ଦକୁ “ନେତା” କିମ୍ବା “ନିର୍ଦେଶକ” କିମ୍ବା “ଯତ୍ନକାରୀ” ବୋଲି ଅନୁବାଦ କରାଯାଇପାରେ ।
-
ଏହା ଯେତେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ମେଷପାଳକ” ବିଶେଷ୍ୟକୁ ବିଭିନ୍ନ ଉପାୟରେ ଅନୁବାଦ କରାଯାଇପାରେ, ଯେପରିକି “ଆତ୍ମିକ ପାଳକ” କିମ୍ବା “ଆତ୍ମିକ ନେତା” କିମ୍ବା “ଯିଏ ମେଷପାଳକ ପରି” କିମ୍ବା “ଯିଏ ମେଷପାଳକ ପରି ନିଜ ଲୋକଙ୍କ ଯତ୍ନ ନିଏ, ସେ ମେଷପାଳକ ପରି ଯତ୍ନ କରେ । ”କିମ୍ବା“ ଯିଏ ମେଷପାଳକ ପରି ନିଜ ଲୋକଙ୍କୁ ଆଗେଇ ନେଇଥାଏ, ସେ ନିଜ ମେଷକୁ ମାର୍ଗଦର୍ଶନ କରେ ”କିମ୍ବା“ ଯିଏ ଈଶ୍ଵରଙ୍କ ମେଷମାନଙ୍କର ଯତ୍ନ ନିଏ ।”
-
ଏହା ଯେତେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ମେଷପାଳକ” କ୍ରିୟାକୁ “ଯତ୍ନ ନେବା” କିମ୍ବା “ଆତ୍ମିକ ପୋଷଣ ଦେବା” କିମ୍ବା “ମାର୍ଗଦର୍ଶନ ଏବଂ ଶିକ୍ଷା ଦେବା” କିମ୍ବା “ନେତୃତ୍ୱ ନେବା ଏବଂ ଯତ୍ନ ନେବା” ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
- ଆଦିପୁସ୍ତକ ୧୩:୭
- ଆଦିପୁସ୍ତକ ୪୯:୨୪
- ଲୂକ ୨:୯
- ମାର୍କ ୬:୩୪
- ମାର୍କ ୧୪:୨୬-୨୭
- ମାଥିଉ ୨:୬
- ମାଥିଉ ୯:୩୬
- ମାଥିଉ ୨୫:୩୨
- ମାଥିଉ ୨୬:୩୧
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- __୯:୧୧ __ମୋଶା ପ୍ରାନ୍ତରେ ମିସରରୁ ଯାତ୍ରା କରୁଥିବା ବେଳେ ଜଣେ ମେଷପାଳକ ହେଲେ ।
- __୧୭:୨__ଦାଉଦ ବେଥଲିହିମମ ନଗରର ଜଣେ ମେଷପାଳକ ଥିଲେ। ବିଭିନ୍ନ ସମୟରେ ସେ ନିଜ ପିତାଙ୍କ ମେଷର ଯତ୍ନ ନେଉଥିଲେ ମେଷମାନଙ୍କୁ ଆକ୍ରମଣ କରିଥିବା ଉଭୟ ସିଂହ ଏବଂ ଭାଲୁକୁ ସେ ହତ୍ୟା କରିଥିଲେ।
- __୨୩:୬__ସେହି ଦିନ ରାତିରେ ନିକଟସ୍ଥ କ୍ଷେତରେ କେତେକ ମେଷପାଳକ ସେମାନଙ୍କ ମେଷପଲକୁ ଜଗି ରହିଥିଲେ।
- __୨୩: ୮__ମେଷପାଳକମାନେ ଶୀଘ୍ର ଯୀଶୁ ଥିବା ସ୍ଥାନରେ ପହଞ୍ଚିଲେ ଏବଂ ସେମାନେ ତାଙ୍କୁ ଯେପରି ଦୂତ କହିଥିଲେ ସେହିପରି ପାଇଲେ ।
- ୩୦:୩ ଯୀଶୁଙ୍କ ପାଇଁ, ଏହି ଲୋକମାନେ ମେଷପାଳକ ବିହୀନ ଥିଲେ ।
ଶବ୍ଦବିନ୍ୟାସ :
Strong’s: H6629, H7462, H7469, H7473, G07500, G41650, G41660
ଯବ
ପରିଭାଷା:
"ଯବ" ଶବ୍ଦଟି ଗୋଟିଏ ଶସ୍ୟକୁ ବୁଝାଏ ଯାହା ଦ୍ୱାରା ରୋଟି ପ୍ରସ୍ତୁତ ହୁଏ ׀
· ଯବ ଗଛର ଲମ୍ବା ଡେମ୍ଫ ଥାଏ ଯେଉଁଠାରେ ମଞ୍ଜି ଅବା ଶସ୍ୟ ବୃଦ୍ଧି ହୁଏ ׀
- ଯବ ଉଷ୍ମ ଜଳବାୟୁରେ ଭଲ ହୁଏ ତେଣୁ ଏହା ପ୍ରାୟତଃ ବସନ୍ତ କିମ୍ବା ଗ୍ରୀଷ୍ମ ସମୟରେ ଅମଳ କରାଯାଏ ׀
- ଯବ ଶସ୍ୟକୁ ଗୁଣ୍ଡକରି ଅଟା ପ୍ରସ୍ତୁତ କରାଯାଏ ଏବଂ ଏଥିରେ ପାଣି ଓ ତେଲ ମିଶାଇ ରୁଟି ପ୍ରସ୍ତୁତ କରାଯାଏ ׀
- ଯବ ଯଦି ଆପଣଙ୍କ ଭାଷାରେ ବୁଝାଯିବ ନାହିଁ ତେବେ ଆପଣ ଏହାକୁ "ଯବ ନାମକ ଶସ୍ୟ" ବା "ଯବ ଶସ୍ୟ" ବୋଲି ଅନୁବାଦ କରାଯାଇପାରେ ׀
( ଅଜଣା ବିଷୟକୁ କିପରି ଅନୁବାଦ କରାଯିବ ମଧ୍ୟ ଦେଖନ୍ତୁ)
( ଶସ୍ୟ, କାଣ୍ଡିବା, ଗହମ ମଧ୍ୟ ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong's: H8184, G2915, G29160
ଯଷ୍ଟି, ଲାଠି
ପରିଭାଷା:
ଏକ ଯଷ୍ଟି ଏକ ଲମ୍ବା କାଠ ବାଡି ବା ଛଡ଼ ଅଟେ ଯାହା ପ୍ରାୟତଃ ଚାଲିବା ବାଡ଼ି ଭାବରେ ବ୍ୟବହୃତ ହୁଏ ।
- ଯେତେବେଳେ ଯାକୁବ ବୃଦ୍ଧା ହେଲେ, ସେ ଚାଲିବା ନିମନ୍ତେ ଲାଠି ବ୍ୟବହାର କଲେ ।
- ଈଶ୍ଵର ଫାରୋଙ୍କୁ ତାଙ୍କର ଶକ୍ତି ପ୍ରଦର୍ଶନ କରିବା ପାଇଁ ମୋଶାଙ୍କର ଯଷ୍ଟିକୁ ସାପରେ ପରିଣତ କଲେ ।
- ମେଷପାଳକ ମେଷକୁ ଗତିପଥରେ କଢେଇ ନେବାକୁ କିମ୍ୱା ମେଷକୁ ସୁରକ୍ଷା ଦେବାକୁ ଯଷ୍ଟିକୁ ବ୍ୟବହାର କରନ୍ତି ।
- ମେଷପାଳକମାନଙ୍କ ଲାଠିରେ ଅଗ୍ର ଭାଗରେ ଟାଣି ଧରିବା ପାଇଁ ଆଙ୍କୁଡି ଥାଏ, ଏଣୁ ମେଷପାଳକମାନଙ୍କ ଲାଠିରେ ପାର୍ଥକ୍ୟ ଅଛି, ଯେଉଁ ବନ୍ୟପଶୁ ମେଷମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବଣୁଆ ପଶୁମାନଙ୍କୁ ମାରିବା ପାଇଁ ବ୍ୟବହୃତ ହୋଇଥିଲା ।
(ଫାରୋ, କ୍ଷମତା, ମେଷ, ମେଷପାଳକ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4132, H4294, H4731, H4938, H6086, H6418, H7626, G25630, G35860, G44640
ଯାତନା, ଯାତନାଗ୍ରସ୍ଥ, ଯାତନା ପ୍ରଦାନକାରୀ
ସତ୍ୟ ଘଟଣାବଳୀ:
“ଯାତନା” ଶବ୍ଦ ଅତ୍ୟଧିକ ଯନ୍ତ୍ରଣାକୁ ବୁଝାଏ | କାହାକୁ ଯନ୍ତ୍ରଣା ଦେବା ଅର୍ଥ ସେହି ବ୍ୟକ୍ତିକୁ ଯନ୍ତ୍ରଣା ଦେବା, ପ୍ରାୟତଃ ଏହା ଏକ ନିଷ୍ଠୁର ବ୍ୟବହାରକୁ ବୁଝାଏ I
- ବେଳେବେଳେ “ଯାତନା” ଶବ୍ଦ ଶାରୀରିକ ଯନ୍ତ୍ରଣା ଏବଂ ଦୁଃଖଭୋଗକୁ ସୂଚାଇଥାଏ I ଉଦାହରଣସ୍ୱରୂପ, ପ୍ରକାଶିତ ବାକ୍ୟ ପୁସ୍ତକ ବର୍ଣ୍ଣନା କରେ ଯେ, ଶେଷ ସମୟରେ “ପଶୁ”ର ଉପାସକମାନେ ଶାରୀରିକ ଯାତନା ଭୋଗ କରିବେ I
- ଦୁଃଖଭୋଗ ହୁଏତ ଆତ୍ମିକ ଏବଂ ଆବେଗଜନିତ ରୂପ ମଧ୍ୟ ନେଇପାରେ, ଯେପରି ଆୟୁବଙ୍କ ଦ୍ୱାରା ଦୁଃଖଭୋଗର ଅନୁଭୁତି ପ୍ରକାଶ କରାଯାଇଛି I
- ପ୍ରେରିତ ଯୋହନ ପ୍ରକାଶିତ ବାକ୍ୟରେ ଲେଖିଲେ ଯେ ଯୀଶୁଙ୍କୁ ଆପଣାର ଉଦ୍ଧାରକର୍ତ୍ତା ଭାବରେ ବିଶ୍ୱାସ କରି ନ ଥିବା ଲୋକମାନେ ଅଗ୍ନିମୟ ହ୍ରଦରେ ଅନନ୍ତକାଳୀନ ଯନ୍ତ୍ରଣା ଭୋଗ କରିବେ I
- ଏହି ଶବ୍ଦକୁ “ଭୟଙ୍କର ଦୁଃଖଭୋଗ ଓ ଯାତନା” କିମ୍ୱା “ଜଣକୁ ବିଶେଷ ଭାବରେ ଦୁଃଖଭୋଗ କରିବାକୁ ଦେବା” କିମ୍ୱା “ବେଦନା ବା ଆର୍ତ୍ତନାଦ” ବୋଲି ଅନୁବାଦ କରାଯାଇପାରେ I କେତେକ ଅନୁବାଦକମାନେ ହୁଏତ ଅର୍ଥକୁ ସ୍ପଷ୍ଟ କରିବା ନିମନ୍ତେ “ଶାରୀରିକ” ବା “ଆତ୍ମିକ” ଶବ୍ଦ ଯୋଗ କରିପାରନ୍ତି I
(ପଶୁ, ଅନନ୍ତକାଳ, ଆୟୁବ, ତ୍ରାଣକର୍ତ୍ତା, ଆତ୍ମା, ଦୁଖଃଭୋଗ, ଉପାସନା: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3013, G09280, G09290, G09300, G09310, G25580, G28510, G36000
ଯାଦୁବିଦ୍ୟା, କୁହୁକ,ଯାଦୁକର, ଅନେକ ଯାଦୁକର
ସଂଜ୍ଞା:
“ଯାଦୁବିଦ୍ୟା” ଶବ୍ଦ ଏକ କୁହୁକ ଶକ୍ତିର ଉପଯୋଗୀ କୁ ଦର୍ଶାଏ ଯାହା ପରମେଶ୍ୱରଙ୍କର ନିକଟରୁ ନୁହେଁ I “ଯାଦୁକର “ସେହି ବ୍ୟକ୍ତି ଅଟେ ଯେ ଯାଦୁବିଦ୍ୟାର ଅଭ୍ୟାସ କରେ I * ମିସରରେ, ଯେତେବେଳେ ପରମେଶ୍ୱର ମୋଶାଙ୍କ ଦ୍ୱାରା ଆଶ୍ଚର୍ଯ୍ୟକର୍ମ କଲେ ତେବେ ଫାର ର ଯାଦୁକର ମଧ୍ୟ ସେହି ପ୍ରକାରେ କରି ପାରିଲେ କିନ୍ତୁ ସେହି ସମସ୍ତଙ୍କର ଶକ୍ତି ପରମେଶ୍ୱରଙ୍କଠାରୁ ନଥିଲା I * ଯାଦୁବିଦ୍ୟା ଅଧିକାଂଶ ସମୟରେ ମନ୍ତ୍ର ଉଚ୍ଚରଣ କିଅବା କିଛି ଶବ୍ଦ କୁ ବାରମ୍ୱାର ଦୋହରାଇବା କି କୌଣସି ଆଲୌକିକ ଘଟଣା ଘଟୁ I * ପରମେଶ୍ୱର ତାହାଙ୍କ ଲୋକଙ୍କୁ ଆଜ୍ଞା ଦେଇ ଅଛନ୍ତି ଏହି ପରି କାମ ଯେପରିକି ଜାଦୁବିଦ୍ୟା କିଅବା ତନ୍ତ୍ର ବିଦ୍ୟାଠାରୁ ଦୁରରେ ରହିବାକୁ I * ଗୁଣିଆ ଏପରି ଏକ ଯାଦୁକର ଯେ ନିଜ ଯାଦୁରେ ଅନ୍ୟ ଲୋକଙ୍କର କ୍ଷତି କରେ I
(ଆହୁରି ଦେଖନ୍ତୁ: ତନ୍ତ୍ର, ମିସର, ଫାର, ଶକ୍ତି, ଗୁଣି)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H2748, H2749, H3049, G3097
ଯିହୁଦୀ ଅଧିକାରୀ, ଯିହୁଦୀ ନେତା
ତଥ୍ୟ:
“’ଯିହୁଦୀ ଅଧିକାରୀ” ଓ “ଯିହୁଦୀ ନେତା” ଶବ୍ଦମାନ ଧାର୍ମିକ ନେତାଗଣ କୁ ସମ୍ବୋଧିତ କରେ ଯେପରିକି ଯାଜକଗଣ ଓ ପରମେଶ୍ୱରଙ୍କର ବ୍ୟବଶ୍ତା ର ଶିକ୍ଷକ ଗଣ I ସେମାନଙ୍କ ପାଖରେ ଧର୍ମ କର୍ମ ବାହାର ର କାମ ବିଷୟରେ ମଧ୍ୟ ନ୍ୟାୟ କରିବାକୁ ଅଧିକାର ଅଛି I
-
ମହାଯାଜକ, ମୁଖ୍ୟ ଯାଜକଗଣ ଓ ଶାସ୍ତ୍ରୀଗଣ (ପରମେଶ୍ୱରଙ୍କ ବ୍ୟବସ୍ଥାର ର ଶିକ୍ଷକଗଣ) କୁ ଯିହୁଦୀ ନେତା କୁହାଯାଏ I
-
ଯିହୁଦୀ ନେତାମାନଙ୍କର ଦୁଇ ସମୁହ ହେଲେ ଫରୁସୀ ଓ ସାଧୁକୀ I
- ସତୁରୀ ଯିହୁଦୀ ନେତା ଯିରୁଶାଲାମ ପରିଷଦରେ ଏକତ୍ରିତ ହୋଇ ବ୍ୟବସ୍ଥା ବିଷୟରେ ନ୍ୟାୟ କରନ୍ତି I
- ଅନେକ ଯିହୁଦୀ ନେତା ଅଭିମାନୀଥିଲେ ଓ ଭାବୁଥିଲେ କି ସେମାନେ ଧାର୍ମିକ ଅଟନ୍ତି I ସେମାନେ ଯୀଶୁଙ୍କ ଉପରେ ହିଂଶା କରୁଥିଲେ ଓ ତାହାଙ୍କୁ ହାନୀ କରିବାକୁ ଭାବୁଥିଲେ I ସେମାନେ ପରମେଶ୍ୱର କୁ ଜାଣିଛନ୍ତି ବୋଲି ଦାବି କରନ୍ତି କିନ୍ତୁ ତାହାଙ୍କର ଆଜ୍ଞାକାରୀ ହୁଅନ୍ତି ନାହିଁ I
- ଅନେକ ସମୟରେ ବାକ୍ୟାଂଶ “ଯିହୁଦୀମାନେ “ଯିହୁଦୀ ନେତାମାନଙ୍କୁ ଦର୍ଶାଏ ବିଶେଷ କରି ଏହି ପୃଷ୍ଠଭୂମିରେ ଯାହା ସେମାନେ ଯୀଶୁଙ୍କ ଉପରେ କ୍ରୋଧ କରୁଥିଲେ ଓ ତାହାଙ୍କୁ ଦ୍ୱିବିଧାରେ ଧାଳୁଥିଲେ ଓ ହାନୀ କରିବାକୁ ଚାହୁଁଥିଲେ I
- ଏହି ଶବ୍ଦ ସବୁ କୁ “ଯିହୁଦୀ ଶାସକ” କିଅବା “ଲୋକମାନେ ଯେ ଯିହୁଦୀ ଲୋକଙ୍କ ଉପରେ ଶାସନ କରନ୍ତି” କିଅବା “ଯିହୁଦୀ ଧାର୍ମିକ ନେତା” ରୂପରେ ଅନୁବାଦ କରାଯାଏ I
(ଆହୁରି ଦେଖନ୍ତୁ: ଯିହୁଦୀ, ମହାଯାଜକ, ପରିଷଦ, ମୁଖ୍ୟ ଯାଜକ, ଫାରୁସୀ, ଯାଜକ, ସଦୁକୀ, ଶାସ୍ତ୍ରୀ)
ବାଇବଲ ପଦପର୍ବ:
ବାଇବଲ କାହାଣୀରୁ ଉଦାହରଣ:
- ୨୪:୦୩ ଅନେକ __ଧାର୍ମିକ ନେତା__ମାନେ ମଧ୍ୟ ଯୋହନଙ୍କ ପାଖକୁ ଆସି ବାପ୍ତିସ୍ମ ନେଲେ କିନ୍ତୁ ସେମାନେ ଅନୁତାପ କଲେ ନାହିଁ କି ପାପର ସ୍ୱୀକାରକଲେ ନାହିଁ I
-
୩୭:୧୧ କିନ୍ତୁ __ଯିହୁଦୀମାନଙ୍କର ଧାର୍ମିକ ନେତାମାନେ __ହିଂଶା କଲେ, ତେଣୁ ସେମାନେ ଏକତ୍ରିତ ହୋଇ ଯୋଜନା କଲେ କି କିପରି ଯୁଶୁ ଓ ଲାଜାର କୁ ହତ୍ୟା କରିବେ I
-
୩୮:୦୨ ସେ (ଯିହୁଦା) ଜାଣିଲା ଯେ __ଯିହୁଦୀ ନେତାମାନେ__ଯୀଶୁଙ୍କୁ ସ୍ୱୀକାରକରନ୍ତି ନାହିଁ କି ସେ ମସିହା ଓ ସେମାନେ ଷଢ଼ଯନ୍ତ୍ର କଲେ କି ତାହାଙ୍କୁ କିପରି ହତ୍ୟା କରିବେ I
-
[୩୮:୦୩} ମହା ଜାଜକର ନେତୃତ୍ୱରେ __ଯିହୁଦୀ ନେତାମାନେ__ଯୀଶୁଙ୍କୁ ବିଶ୍ୱାସ ଘାତ କରିବାକୁ ୩୦ ଟି ରୁପା ମୁଦ୍ରା ଦେଲେ I
- ୩୯:୦୫ ଯିହୁଦୀ ନେତାମାନେ ସମସ୍ତେ ଯୀଶୁଙ୍କୁ ଉତ୍ତର ଦେଲେ, “ସେ ମରିବାର ଯୋଗ୍ୟ ଅଟେ” !
- ୩୯:୦୯ ତା ପର ଦିନ ସଖାଲେ, ଯିହୁଦୀ ନେତାମାନେ ଯୀଶୁଙ୍କୁ ରୋମୀୟ ରାଜ୍ୟପାଳ ପିଲାତଙ୍କ ପାଖକୁ ଆଣିଲେ I
- ୩୯:୧୧ କିନ୍ତୁ ଯିହୁଦୀ ନେତାମାନେ ଓ ଭିଡ଼ ଚିତ୍କାର କରି କହିଲେ, “ତାହାଙ୍କୁକ୍ରୁଶାର୍ପିତ କର” I
- [୪୦:୦୯} ପରେ ଯୋଷେଫ ଓ ନିକଡିମାସ, ଦୁଇଜଣ ଯିହୁଦୀ ନେତାମାନେ ଯେଉଁମାନେ ଯୀଶୁଙ୍କୁ ମସିହା ବୋଲି ବିଶ୍ୱାସ କରୁଥିଲେ ପିଲାତକୁ ଯୀଶୁଙ୍କ ଶରୀର ମାଗିଲେ I
- ୪୪:୦୭ ତା ପର ଦିନ ଯିହୁଦୀ ନେତାମାନେ ପିତର ଓ ଜହୋନକୁ ମହାଯାଜକ ନିକଟକୁ ଆଣିଲେ ଓ ଅନ୍ୟ ଧାର୍ମିକ ନେତାମାନେ ମଧ୍ୟ I
ବୋର୍ଡ ଡାଟା :
- Strong's: G2453
ଯିହୂଦୀ, ଯିହୂଦୀ ଧର୍ମ
ପରିଭାଷା:
“ଯିହୂଦୀୟ” ବାକ୍ୟାଂଶ ଯିହୂଦୀମାନଙ୍କ ଧର୍ମକୁ ବୁଝାଏ । ଏହାକୁ “ଯିହୁଦୀ ଧର୍ମ” ମଧ୍ୟ କୁହାଯାଏ । * ପୁରାତନ ନିୟମରେ “ଯିହୂଦୀ ଧର୍ମ” ବାକ୍ୟାଂଶ ଏବଂ ନୂତନ ନିୟମରେ “ଯିହୂଦୀୟ” ବାକ୍ୟାଂଶ ବ୍ୟବହୃତ ହୁଏ । * ଯିହୂଦୀୟ ସମସ୍ତ ପୁରାତନ ନିୟମ ଏବଂ ନିର୍ଦ୍ଦେଶଗୁଡ଼ିକ ଅନ୍ତର୍ଭୁକ୍ତ କରେ ଯାହା ଈଶ୍ବର ଇସ୍ରାଏଲୀୟମାନଙ୍କୁ ପାଳନ କରିବାକୁ ଦେଇଥିଲେ । ଏହା ରୀତିନୀତି ଏବଂ ପରମ୍ପରାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ଯାହା ସମୟ କ୍ରମେ ଯିହୂଦୀ ଧର୍ମରେ ଅନ୍ତର୍ଭୁକ୍ତ ହୋଇଥିଲା । * “ଯିହୂଦୀ ଧର୍ମ” ବା “ଯିହୂଦୀମାନଙ୍କର ଧର୍ମ” ବାକ୍ୟାଂଶକୁ ଉଭୟ ପୁରାତନ ଏବଂ ନୂତନ ନିୟମରେ ବ୍ୟବହାର କରାଯାଇପାରେ । * “ଯିହୂଦୀୟ” କେବଳ ନୂତନ ନିୟମରେ ବ୍ୟବହୃତ ହେବା ଉଚିତ, କାରଣ ଏହି ଶବ୍ଦ ସେହି ସମୟ ପୂର୍ବରୁ ବ୍ୟବହୃତ ହୋଇ ନ ଥିଲା ।
(ଆହୁରି ଦେଖନ୍ତୁ: ଯିହୂଦୀ, ବ୍ୟବସ୍ଥା)
ବାଇବଲ ପଦପର୍ବ:
- [ଗାଲାତୀୟ 1:13-14] (https://git.door43.org/translationCore-Create-BCS/en_tn/src/branch/master/gal/01/13.md)
ଶବ୍ଦବିନ୍ୟାସ:
- Strong’s: G24540
ଯୁଆଳି, ଯୁଆଳିରେ ବନ୍ଧା, ବନ୍ଧା
ପରିଭାଷା:
ଯୁଆଳି ଏକ କାଠଖଣ୍ଡ କିମ୍ବା ଧାତୁ ଅଟେ ଯାହାକୁ ଦୁଇ କିମ୍ବା ଏକାଧିକ ପଶୁ ସହିତ ସଂଯୁକ୍ତ କରି ଶଗଡ଼ ଟାଣିବାକୁ କିମ୍ବା ହଳୋ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ I ଏହି ଶବ୍ଦର ଅନେକ ସାଙ୍କେତିକ ଅର୍ଥ ଅଛି I
-
“ଯୁଆଳି” ଶବ୍ଦ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ ଯାହାକି ଏକତ୍ର କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଲୋକମାନଙ୍କୁ ଏକତ୍ର କରିଥାଏ, ଯେପରିକି ଯୀଶୁଙ୍କ ସେବା କରିବାକୁ I
-
ପାଉଲ “ଯୁଆଳି ସାଥୀ” ଶବ୍ଦ ବ୍ୟବହାର କରିଥିଲେ ଯିଏ ଖ୍ରୀଷ୍ଟଙ୍କର ସେବା କରୁଥିଲେ I ଏହାକୁ "ସହକର୍ମୀ" କିମ୍ବା "ସହସେବକ" କିମ୍ବା "ସହକର୍ମୀ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
-
“ଯୁଆଳି” ଶବ୍ଦ ସାଙ୍କେତିକ ଭାବରେ ଭାର ବହନ କରିବାକୁ, ଯେପରିକି ଦାସତ୍ୱ କିମ୍ବା ନିର୍ଯ୍ୟାତନା ଦ୍ୱାରା ବହନ କରିବାକୁ ବ୍ୟବହୃତ ହୁଏ I
-
ଅଧିକାଂଶ ପୃଷ୍ଠଭୂମିରେ, ଏହି ଶବ୍ଦକୁ ଆକ୍ଷରିକ ଅନୁବାଦ କରାଯିବା ଉଚିତ, ଏକ ସ୍ଥାନୀୟ ଶବ୍ଦ ବ୍ୟବହାର କରନ୍ତୁ ଯେଉଁ ଶବ୍ଦକୁ ଚାଷ କରିବା ପାଇଁ ବ୍ୟବହାର କରାଯାଏ I
-
ଏହି ଶବ୍ଦକୁ “ଦଳିତ ବୋଝ” କିମ୍ବା “ଭାରୀ ବୋଝ” ବନ୍ଧନ” ବୋଲି ପୃଷ୍ଠଭୂମିକୁ ଆଧାର କରି ଅନୁବାଦ କରାଯାଇପାରେ I
( ବନ୍ଧନ, ବୋଝ, ଦଳା ଯିବା, ତାଡନା, ସେବକ ଦେଖନ୍ତୁ)
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong’s: H3627, H4132, H4133, H5674, H5923, H6776, G20860, G22180
ଯୋଗ୍ୟ ହେବା, ଯୋଗ୍ୟ ବିବେଚିତ ହୋଇଛି, ଅଯୋଗ୍ୟ ବିବେଚିତ ହୋଇଛି
ସଂଜ୍ଞା:
ଏହି “ଯୋଗ୍ୟ ବିବେଚିତ ହେବା” ପ୍ରତିଶବ୍ଦ ଏକ ଅଧିକାରକୁ ହାସଲ କରିବା ନିମନ୍ତେ କିଛି ଲାଭଗୁଡିକ ଗ୍ରହଣ କରିବା ବା କେତେକ କୌଶଳ ହେତୁ ସ୍ୱୀକୃତିପ୍ରାପ୍ତ ହେବା ସୂଚାଇଥାଏ I * ଏକ ନିର୍ଦ୍ଧିଷ୍ଟ ଚାକିରୀ ନିମନ୍ତେ “ଯୋଗ୍ୟ ବିବେଚିତ ହୋଇଥିବା” ଜଣେ ବ୍ୟକ୍ତି ପାଖରେ ସେହି କାଯ୍ୟ ବା ଚାକିରୀ କରିବା ନିମନ୍ତେ ଆବଶ୍ୟକୀୟ କୌଶଳ ଏବଂ ତାଲିମ ଥାଏ I * କଲସୀୟ ମଣ୍ଡଳୀକୁ ଆପଣାର ପତ୍ରରେ ପ୍ରେରିତ ପାଉଲ ଲେଖିଲେ ଯେ ପିତା ଈଶ୍ୱର ବିଶ୍ୱାସୀମାନଙ୍କୁ ତାହାଙ୍କ ଆଲୋକମୟ ବ ଦୀପ୍ତିମୟ ରାଜ୍ୟର ସହଭାଗୀ ହେବା ନିମନ୍ତେ “ଯୋଗ୍ୟ” କରିଅଛନ୍ତି I ଏହାର ଅର୍ଥ ଏହି ଯେ ଈଶ୍ୱର ସେମାନଙ୍କୁ ଈଶ୍ୱରପରାୟଣ ଜୀବନ କାଟିବା ନିମନ୍ତେ ସେମାନଙ୍କର ପ୍ରତ୍ୟେକ ଆବଶ୍ୟକୀୟ ବିଷୟ ପ୍ରଦାନ କରିଅଛନ୍ତି I * ଈଶ୍ୱରଙ୍କ ରାଜ୍ୟର ସହଭାଗୀ ହେବା ନିମନ୍ତେ ବିଶ୍ୱାସୀ ନିଜେ କୌଣସି ଅଧିକାର ହାସଲ କରିପାରିବ ନାହିଁ I ଯେହେତୁ ଈଶ୍ୱର ତାହାକୁ ଖ୍ରୀଷ୍ଟଙ୍କ ରକ୍ତରେ ମୁକ୍ତ କରିଅଛନ୍ତି, ସେଥପାଇଁ କେବଳ ସେ ଯୋଗ୍ୟ ବିବେଚିତ ହୋଇଥାଏ I
ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:
- ପୂର୍ବାପର ସମ୍ୱନ୍ଧକୁ ଆଖି ଆଗରେ ରଖି “ଯୋଗ୍ୟ ହେଲା” ପଦକୁ “ସଜ୍ଜିତ ହେଲା” ବା “କୌଶଳପ୍ରାପ୍ତ ହେଲା” ବା “ସମର୍ଥ ହେଲା” ବୋଲି ଅନୁବାଦ କରାଯାଇପାରେ I
- ଜଣକୁ “ଯୋଗ୍ୟତା ହାସଲ କରିବା ନିମନ୍ତେ” କହିଲେ “ସଜ୍ଜିତ ହେବା” ବା “ସମର୍ଥ ହେବା” କିମ୍ୱା “ଶକ୍ତିଯୁକ୍ତ ହେବା” ବୋଲି ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: କଲସୀ,ଈଶ୍ୱରପରାୟଣ,ଈଶ୍ୱରଙ୍କ ରାଜ୍ୟ,ଆଲୋକ ଦୀପ୍ତି, ପାଉଲ, ମୁକ୍ତ ହେବା)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H3581
ରକ୍ଷିତା ସ୍ତ୍ରୀ, ଉପ ପତ୍ନିଗଣ
ସଂଜ୍ଞା:
ଯେଉଁ ପୁରୁଷର ସ୍ତ୍ରୀ ଅଛି ସେହି ପୁରୁଷ ଯଦି ଦ୍ୱିତୀୟ ସ୍ତ୍ରୀ ଲୋକ ରଖେ ତାହାକୁ ଉପପତ୍ନୀ ବା ରକ୍ଷିତା ସ୍ତ୍ରୀ ଲୋକ କହନ୍ତି ସାଧାରଣ ଭାବେ ରକ୍ଷିତା ସ୍ତ୍ରୀ ଆଇନଗତ ଭାବେ ବିବାହିତ ନୁହେଁ * ପୁରାତନ ନିୟମରେ ରକ୍ଷିତା ସ୍ତ୍ରୀମାନେ ହେଉଛନ୍ତି ମହିଳା ଦାସୀ * ଜଣେ ରକ୍ଷିତା ସ୍ତ୍ରୀକୁ କିଣିକି ଆଣନ୍ତି, କିମ୍ୱା ସୈନିକ ବିଜୟ ମାଧ୍ୟମରେ କିମ୍ୱା ରୁଣ ପରିଶୋଧ କରି * ରାଜାଙ୍କ ପାଇଁ, ଅଧିକ ରକ୍ଷିତା ସ୍ତ୍ରୀ ରଖିବା ହେଉଛି କ୍ଷମତାର ଚିହ୍ନ * ନୂତନ ନୀୟମ ଶିକ୍ଷା ଦିଏ ଯେ ରକ୍ଷିତା ସ୍ତ୍ରୀ ଗ୍ରହଣ କରିବା ଇଶ୍ୱରଙ୍କ ଇଛା ବିରୋଧୀ
ବାଇବଲ ପୃଷ୍ଠଭୂମି:
ବୋର୍ଡ ଡାଟା :
- Strong's: H3904, H6370
ରଥ, ରଥ ଗୁଡିକ, ରଥ-ଅଶ୍ୱ
ସଂଜ୍ଞା:
ପୁରାତନ ଯୁଗରେ, ରଥ ଗୁଡିକ ହାଲୁକାଥିଲା, ଦୁଇ ଚକିଆ ଶଗଡ଼ ଯାହାକୁ ଘୋଡାମାନେ ଟାଣୁଥିଲେ * ଲୋକମାନେ ରଥ ଉପରେ ବସି କିମ୍ୱା ଛିଡା ହୋଇପାରୁଥିଲେ, ରଥକୁ ଯୁଦ୍ଧରେ କିମ୍ୱା ଯିବା ଆସିବା କରିବା ନିମନ୍ତେ ବ୍ୟବହାର କରୁଥିଲେ * ଯୁଦ୍ଧରେ, ଯଦି ଜଣେ ସୈନିକ ପାଖାରେ ରଥ ଅଛି ସେ ଖୁବ୍ ଶୀଘ୍ର ଧାବମାନ କରୁଥିଲେ ଅପେକ୍ଷା ଯେଉଁ ସୈନିକ ପାଖରେ ରଥ ନାହିଁ * ପୁରାତନ ମିସରୀୟ ଓ ରୋମୀୟମାନେ ଅଶ୍ୱ- ରଥର ବ୍ୟବହାର ବିଷୟରେ ଭଲ ଜ୍ଞାନଥିଲା
(ଦେଖ: ଅଜଣା ବିଷୟରେ କିପରି ଅନୁବାଦ କରିବେ
ବାଇବଲ୍ ସନ୍ଦର୍ୱ:
- ୧ମ ରାଜାବଳି ୦୯:୨୨
- ୨ୟ ବଂଶାବଳି ୧୮:୨୮-୩୦
- ପ୍ରେରିତ ୦୮:୨୯-୩୧
- ପ୍ରେରିତ ୦୮:୩୬-୩୮
- ଦାନୀୟେଲ ୧୧:୪୦-୪୧
- ଯାତ୍ରା ୧୪:୨୩-୨୫
- ଆଦି ୪୧:୪୨-୪୩
ବାଇବଲ ଆଧାରିତ କାହାଣୀ ଗୁଡିକର ଉଦାହରଣ:
- _ ୧୨:୧୦ _ ତହିଁରେ ଇସ୍ରାଏଲ-ସନ୍ତାନ ଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ ମାତ୍ର ସଦାପ୍ରଭୁ ସେମାନଙ୍କର ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ
ବୋର୍ଡ ଡାଟା :
- Strong's: H668, H2021, H4817, H4818, H5699, H7393, H7395, H7396, H7398, G716, G4480
ରହସ୍ୟ, ଗୁପ୍ତ ସତ୍ୟତା
ପରିଭାଷା:
ବାଇବେଲରେ, “ରହସ୍ୟ” ଶବ୍ଦ କୌଣସି ବିଷୟ ଯାହା ଅଜ୍ଞାତ କିମ୍ବା ବୁଝିବାକୁ କଠିନ ଅଟେ ତାହା ଈଶ୍ୱର ବର୍ତ୍ତମାନ ବ୍ୟାଖ୍ୟା କରନ୍ତି I
- ନୂତନ ନିୟମ ପ୍ରକାଶ କରେ ଯେ ଖ୍ରୀଷ୍ଟଙ୍କର ସୁସମାଚାର ଏକ ରହସ୍ୟ ଥିଲା ଯାହା ଅତୀତରେରେ କେହି ଜାଣି ନ ଥିଲେ I
- ଯିହୁଦୀ ଏବଂ ଅଣ-ଯିହୁଦୀମାନଙ୍କର ଖ୍ରୀଷ୍ଟଙ୍କଠାରେ ସମାନତାକୁ ଏକ ବିଶେଷ ରହସ୍ୟ ବୋଲି ବର୍ଣ୍ଣନା କରାଯାଏ I
- ଏହି ଶବ୍ଦକୁ “ଗୁପ୍ତ“ କିମ୍ବା “ଗୁପ୍ତ ସତ୍ୟ” କିମ୍ବା “ଅଜ୍ଞାତା ବିଷୟ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଖ୍ରୀଷ୍ଟ, ବିଜାତୀୟ, ଶୁଭ ସମ୍ୱାଦ, ଯିହୁଦୀ, ସତ୍ୟ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1219, H7328, G34660
ରାଜକୁମାର ବ ଅଧିପତି, ରାଜକୁମାରଗଣ ବା ଅଧିପତିଗଣ, ରଜକୁମାରୀ, ରାଜକୁମାରୀଗଣ
ସଂଜ୍ଞା:
ଜଣେ “ରାଜକୁମାର” ଜଣେ ରାଜାଙ୍କ ପୁତ୍ର ଅଟନ୍ତି I ଜଣେ “ରାଜକୁମାରୀ” ଜଣେ ରାଜାଙ୍କ କନ୍ୟା ଅଟନ୍ତି I * ଜଣେ “ରାଜକୁମାର” ପ୍ରତିଶବ୍ଦ ଅନେକ ସମୟରେ ଆଳଙ୍କରିକ ଭାବରେ ଏକ ନେତା, ଶାସକ, ବା ଅନ୍ୟ ଶକ୍ତିଶାଳୀ କ୍ଷମତାସମ୍ପନ୍ନ ବ୍ୟକ୍ତି ପ୍ରତି ବ୍ୟବହୃତ ହୋଇଥାଏ I * ଅବ୍ରହାମଙ୍କ ସମ୍ପତ୍ତି ଏବଂ ମହତ୍ୱ୍ତ୍ୱ ହେତୁ, ସେ ହିତ୍ତୀୟମାନଙ୍କ ମଧ୍ୟରେ ବାସ କରୁଥିବା ସେହି ଲୋକମାନଙ୍କ ଦ୍ୱାରା ଏକ “ରାଜକୁମାର ବା ରାଜପୁତ୍ର ” ଭାବରେ ଉଲ୍ଲେଖ କରାଯାଉଥିଲେ I * ଦାନୀୟେଲ ପୁସ୍ତକରେ ଏହି “ରାଜକୁମାର ବା ରାଜପୁତ୍ର ”ପ୍ରତିଶବ୍ଦ “ପାରସ୍ୟର ଅଧିପତି ବା ରାଜପୁତ୍ର” ଏବଂ “ଗ୍ରୀସର ଅଧିପତି ବା ରାଜପୁତ୍ର” ଭଳି ଭାବ ପ୍ରକାଶକ ପଦ ଭାବରେ ବ୍ୟବହୃତ ହୋଇଛି, ଯାହା ସେହି ପରିପ୍ରେକ୍ଷୀରେ ଓ ପୃଷ୍ଠଭୂମିରେ ହୁଏତ କ୍ଷମତାସମ୍ପନ୍ନ ମନ୍ଦ ଆତ୍ମଗୁଡିକକୁ ସୂଚାଏ ଯାହାର ସେହି ଅଞ୍ଚଳଗୁଡିକରେ ଅଧିକାର ଓ କ୍ଷମତାଥିଲା I * ଦାନୀୟେଲ ପୁସ୍ତକରେ ପ୍ରଧାନ ଦୂତ ମିଖାୟେଲ ମଧ୍ୟ ଏକ “ଅଧିପତି ବା ରାଜପୁତ୍ର” ଭାବରେ ଉଲ୍ଲେଖ କରାଯାଇଛନ୍ତି I * ବେଳେବେଳେ ବାଇବଲରେ ଶୟତାନକୁ ଜଗତର ଅଧିପତି ବା ରାଜପୁତ୍ର ଭାବରେ ଉଲ୍ଲେଖ କରାଯାଇଥାଏ I * ଯୀଶୁଙ୍କୁ “ଶାନ୍ତିରାଜା” ଏବଂ “ଜୀବନର କର୍ତ୍ତା” କୁହାଯାଏ I * ପ୍ରେରିତ 02:36ରେ ଯୀଶୁଙ୍କୁ “ପ୍ରଭୁ ଏବଂ ଖ୍ରୀଷ୍ଟ” ଭାବରେ ଉଲ୍ଲେଖ କରାଯାଇଛି ଏବଂ ପ୍ରେରିତ 05:31ରେ “ଅଧିପତି ଓ ତ୍ରାଣକର୍ତ୍ତା” ଭାବରେ ଉଲ୍ଲେଖ କରାଯାଇଛି, ଏବଂ ଏହା “ପ୍ରଭୁ” ଓ “ଅଧିପତି” ପଦର ସମାନ୍ତର ଅର୍ଥ ଦର୍ଶାଏ I
ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:
- “ରାଜକୁମାର” ପଦକୁ ଅନୁବାଦ କଲାବେଳେ “ରାଜା ପୁତ୍ର” କିମ୍ୱା “ଶାସକ” ବା “ନେତା” ବା “ମୁଖିଆ” ବା “କପ୍ତାନ ବା ଚାଳକ” ପଦଗୁଡିକୁ ଅନ୍ତର୍ଭୁକ୍ତ କରଯାଇପାରିଵ I
- ଯେତେବେଳେ ଏହା ଦୂତମାନଙ୍କ ପ୍ରତି ଉଲ୍ଲେଖ କରାଯାଏ, ଏହା “ଆତ୍ମିକ ଶାସକ” ବା “ନେତୃତ୍ୱ ନେଉଥିବା ଦୂତ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I
- ଯେତେବେଳେ ଏହା ଶୟତାନ ପ୍ରତି କିମ୍ୱା ଅନ୍ୟାନ୍ୟ ମନ୍ଦ ଆତ୍ମାମାନଙ୍କ ପ୍ରତି ଉଲ୍ଲେଖ କରାଯାଏ, ଏହି ପ୍ରତିଶବ୍ଦକୁ “ମନ୍ଦ ଆତ୍ମା ଅଧିପତି ବା ଭୂତ ଅଧିପତି” କିମ୍ୱା “ଶକ୍ତିଶାଳୀ ଆତ୍ମାର ଅଧିପତି” ବା “ଶାସନ ଅଧିକାରୀ ଆତ୍ମା” ବୋଲି ମଧ୍ୟ ପୂର୍ବାପର ସମ୍ୱନ୍ଧକୁ ରକ୍ଷା କରି ଅନୁବାଦ କରାଯାଇପାରିବ I
(ଆହୁରି ଦେଖ: ଦୂତ, ଅଧିକାର, ଖ୍ରୀଷ୍ଟ, ଭୂତପ୍ରେତ, ପ୍ରଭୁ, ଶକ୍ତି ବା କ୍ଷମତା, ଶାସନକର୍ତ୍ତା, ଶୟତାନ, ତ୍ରାଣକର୍ତ୍ତା, ଆତ୍ମା)
ବାଇବଲ ଅନୁବାଦ:
ବୋର୍ଡ ଡାଟା :
- Strong's: H1, H117, H324, H2831, H3548, H4502, H5057, H5081, H5139, H5257, H5387, H5633, H5993, H6579, H7101, H7261, H7333, H7336, H7786, H7991, H8269, H8282, H8323, G747, G758, G1413, G2232, G3175
ରାଜତ୍ୱ କରିବା, ଶାସନ କରିବା
ପରିଭାଷା:
“ରାଜତ୍ୱ କରିବା” ଶବ୍ଦର ଅର୍ଥ ଏକ ନିର୍ଦ୍ଧିଷ୍ଟ ଦେଶ କିମ୍ବା ରାଜ୍ୟର ଲୋକମାନଙ୍କ ଉପରେ ଶାସନ କରିବା ଅଟେ I ଜଣେ ରାଜାଙ୍କ ରାଜତ୍ଵ ସେହି ସମୟ ବୁଝାଏ ଯେଉଁ ସମୟରେ ସେ ରାଜତ୍ଵ କରନ୍ତି I
- ଈଶ୍ୱର ରାଜା ଭାବରେ ସମୁଦାୟ ପୃଥିବୀ ଉପରେ ରାଜତ୍ୱ କରୁଥିବା ବିଷୟକୁ ସୂଚାଇବା ନିମନ୍ତେ ମଧ୍ୟ “ରାଜତ୍ୱ” ଶବ୍ଦ ବ୍ୟବହୃତ ହୋଇଥାଏ I
- ଲୋକମାନେ ଈଶ୍ୱରଙ୍କୁ ଆପଣାମାନଙ୍କ ଉପରେ ରାଜା ହେବା ନିମନ୍ତେ ଅଗ୍ରାହ୍ୟ କଲାପରେ ଈଶ୍ୱର ମନୁଷ୍ୟ ରାଜାମାନଙ୍କୁ ଇସ୍ରାଏଲ ଉପରେ ରାଜତ୍ୱ କରିବା ନିମନ୍ତେ ଅନୁମତି ଦେଲେ I
- ଯେତେବେଳେ ଯୀଶୁ ଖ୍ରୀଷ୍ଟ ପୁନର୍ବାର ଆସିବେ, ସେ ସାଧାରଣ ଭାବରେ ସମୁଦାୟ ପୃଥିବୀ ଉପରେ ରାଜତ୍ୱ କରିବେ ଏବଂ ଖ୍ରୀଷ୍ଟିୟାନମାନେ ତାହାଙ୍କ ସହିତ ରାଜତ୍ୱ କରିବେ I
- ଏହି ଶବ୍ଦକୁ “ସମ୍ପୂର୍ଣ୍ଣ ରାଜତ୍ୱ” କିମ୍ବା “ରାଜା ଭାବରେ ଶାସନ କରିବା”ବୋଲି ମଧ୍ୟ ଅନୁବାଦ କରାଯାଇପାରେ I (ଦେଖନ୍ତୁ: ରାଜ୍ୟ )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3427, H4427, H4437, H4438, H4467, H4468, H4475, H4791, H4910, H6113, H7287, H7786, G07570, G09360, G22310, G48210
ରାଜଦଣ୍ଡ, ସାର୍ୱଭୌମତ୍ୱ ସୁଚକ ଦଣ୍ଡ
ସଂଜ୍ଞା:
“ରାଜଦଣ୍ଡ” ଶବ୍ଦ ଜଣେ ଶାସକଙ୍କର ଶୋଭା ବର୍ଦ୍ଧକ ପାଞ୍ଚଣ କିମ୍ୱା ଯଷ୍ଟିକୁ ଦର୍ଶାଏ, ଯେପରି ଜଣେ ରାଜା * ସାର୍ୱଭୌମତ୍ୱ ସୁଚକ ଦଣ୍ଡ ପ୍ରଥମରେ ବିଦ୍ୟମାନ କାଠର ଗୋଟିଏ ଡାଳ ସହିତ ସ୍ଥୁଳ ଆକାରରେ ସଜାଇବା ପରେ ଏହି ସୁଚକ ଦଣ୍ଡ ଦାମୀ ପଦାର୍ଥ ଯେପରି ସୁନାରେ ନିର୍ମିତ * ରାଜଦଣ୍ଡ ରାଜକୀୟ ର ଚିହ୍ନ ଏବଂ ଅଧିକାର ପ୍ରାପ୍ତ ପୁଣି ରାଜାଙ୍କର ସମ୍ମାନ ଓ ମହତ୍ୱ୍ୱ ସହିତ ଜଡିତ ପ୍ରତୀକ ସ୍ୱରୂପ * ପୁରାତନ ନିୟମରେ, ପରମେଶ୍ୱରଙ୍କୁ ଧାର୍ମିକତାର ରାଜଦଣ୍ଡ ସଦୃଶ ବର୍ଣ୍ଣନା କରାଯାଇଛି କାରଣ ପରମେଶ୍ୱର ରାଜା ପରି ତାଙ୍କର ଲୋକମାନଙ୍କୁ ଶାସନ କରନ୍ତି * ପୁରାତନ ନୀୟମର ଭାବବାଣୀ ମସୀହଙ୍କୁ ରାଜଦଣ୍ଡ ର ପ୍ରତୀକ ସ୍ୱରୂପେ ଦର୍ଶାଏ ଯେହେତୁ ସେ ଇସ୍ରାଏଲ ବଂଶ ରୁ ଆସିବେ ଏବଂ ସମସ୍ତ ଜାତିକୁ ଶାସନ କରିବେ * ଏହାକୁ ମଧ୍ୟ ଅନୁବାଦ କରିହେବ ଯଥା “ଶାସନ ଦଣ୍ଡ “କିମ୍ୱା “ରାଜାଙ୍କର ପାଞ୍ଚଣ
(ଦେଖ: ଅଧିକାରୀ, ଖ୍ରୀଷ୍ଟ, ରାଜା, ଧାର୍ମିକ)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H2710, H4294, H7626, H8275, G4464
ରାଜା, ରାଜପଦ
ପରିଭାଷା:
ବାଇବେଲରେ, “ରାଜା” ଶବ୍ଦ ଜଣେ ବ୍ୟକ୍ତିଙ୍କୁ ସୂଚାଏ ଯିଏ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କର କିମ୍ବା ଏକ ନିର୍ଦ୍ଦିଷ୍ଟ ଦେଶ (କିମ୍ବା ଉଭୟ)ର ସର୍ବୋଚ୍ଚ ଶାସକ ଅଟେ I
- ବାଇବେଲ ସମୟରେ, ଜଣେ ରାଜା ସାଧାରଣତଃ ପୂର୍ବ ରାଜା (ମାନଙ୍କ) ସହିତ ପାରିବାରିକ ସମ୍ପର୍କ ଆଧାରରେ ଶାସନ କରିବାକୁ ମନୋନୀତ ହେଉଥିଲେ । ଯେବେ ଜଣେ ରାଜା ମୃତ୍ୟୁବରଣ କରୁଥିଲେ ସେତେବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ପରବର୍ତ୍ତୀ ରାଜା ହେଉଥିଲେ ।
- ବାଇବେଲରେ, ଈଶ୍ୱରଙ୍କୁ ରାଜା ରୂପରେ ସମ୍ବୋଧିତ କରାଯାଏ କାରଣ ସେ ସମଗ୍ର ବ୍ରହ୍ମାଣ୍ଡ ଉପରେ (ସାଧାରଣ ଅର୍ଥରେ) ଏବଂ ତାଙ୍କ ଲୋକମାନଙ୍କ ଉପରେ (ଏକ ନିର୍ଦ୍ଦିଷ୍ଟ ଅର୍ଥରେ) ଶାସନ କରନ୍ତି I
- ନୂତନ ନିୟମ ଯୀଶୁଙ୍କୁ ବିଭିନ୍ନ ଉପାୟରେ ରାଜା ଭାବରେ ଦର୍ଶାଏ, ଯେପରିକି: “ଯିହୁଦୀମାନଙ୍କର ରାଜା;” “ଇସ୍ରାଏଲର ରାଜା;”ଏବଂ “ରାଜାମାନଙ୍କର ରାଜା।“
- ଏହି ଶବ୍ଦକୁ “ସର୍ବୋଚ୍ଚ ପ୍ରଧାନ” କିମ୍ବା “ଏକମାତ୍ର ରାଜା”ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
- “ରାଜାମାନଙ୍କର ରାଜା” ବାକ୍ୟାଂଶକୁ “ରାଜା ଯେ ସମସ୍ତ ରାଜା ଉପରେ ଶାସନ କରନ୍ତି” କିମ୍ବା “ମୁଖ୍ୟ ଶାସକ ଯାହାର ସମସ୍ତ ଶାସକ ଉପରେ ଅଧିକାର ଅଛି“ ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅଧିକାର, ଆନ୍ତିପାସ ହେରୋଦ, ରାଜ୍ୟ, ଈଶ୍ୱରଙ୍କର ରାଜ୍ୟ)
ବାଇବେଲ ପଦପର୍ବ:
- ପ୍ରଥମ ତୀମଥି ୬:୧୫-୧୬
- ଦ୍ଵିତୀୟ ରାଜାବଳୀ ୫:୧୮
- ଦ୍ଵିତୀୟ ଶାମୁୟେଲ ୫:୩
- ପ୍ରେରିତ ୭:୯-୧୦
- ପ୍ରେରିତ ୧୩:୨୨
- ଯୋହନ ୧:୪୯-୫୧
- ଲୂକ ୧:୫
- ଲୂକ ୨୨:୨୪-୨୫
- ମାଥିଉ ୫:୩୫
- ମାଥିଉ ୧୪:୯
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- ୮:୬ ଗୋଟିଏ ରାତ୍ରିରେ, ଫାରୋ ଯାହାକୁ ମିସର ଲୋକମାନେ ନିଜର ରାଜା କହନ୍ତି, ତାହାକୁ ଦୁଇଟି ସ୍ୱପ୍ନ ଅତି ବିଚଳିତ କଲା I
- ୧୬:୧ ଇସ୍ରାଏଲୀୟମାନଙ୍କର ରାଜା ନଥିଲେ, ତେଣୁ ସମସ୍ତେ ନିଜ ମନରେ ଯାହା ଭଲ ଭାବୁଥିଲେ ତାହା କରୁଥିଲେ I
- ୧୬:୧୮ ଶେଷରେ, ଲୋକମାନେ ଅନ୍ୟ ଜାତିପରି ଈଶ୍ୱରଙ୍କୁ ରାଜା ପାଇଁ କହିଲେ I
- ୧୭:୫ ଶେଷରେ, ଶାଉଲ ଯୁଦ୍ଧରେ ମଲେ ଏବଂ ଦାଉଦ ଇସ୍ରାଏଲର ରାଜା ହେଲେ I ସେ ଏକ ଉତ୍ତମ ରାଜାଥିଲେ ଏବଂ ଲୋକମାନେ ତାହାକୁ ପ୍ରେମ କରୁଥିଲେ I
- ୨୧:୬ ଈଶ୍ୱରଙ୍କର ଭବିଷ୍ୟଦ୍ବକ୍ତାମାନେ କହିଲେ ଯେ ଖ୍ରୀଷ୍ଟ ଏକ ଭବିଷ୍ୟଦ୍ବକ୍ତା, ଯାଜକ ଏବଂ ରାଜା ହେବେ I
- ୪୮:୧୪ ଦାଉଦ ଇସ୍ରାଏଲର ରାଜା ଥିଲେ କିନ୍ତୁ ଯୀଶୁ ସମସ୍ତ ବିଶ୍ୱର ରାଜା ଅଟନ୍ତି I
ଶବ୍ଦବିନ୍ୟାସ:
- Strong’s: H4427, H4428, H4430, G09350, G09360
ରାଜ୍ୟ
ପରିଭାଷା:
ରାଜା ଦ୍ୱାରା ଶାସନ କରା ଯାଉଥିବା ଲୋକ ସମୁହକୁ ରାଜ୍ୟ କୁହାଯାଏ I ଏହା ରାଜନୈତିକ ଅଞ୍ଚଳକୁ କିମ୍ବା କ୍ଷେତ୍ରଫଳକୁ ଦର୍ଶାଏ ଯାହାକୁ ରାଜା କିମ୍ବା ଅନ୍ୟ ଶାସକଗଣ ନିଜ ଅଧିନରେ କିମ୍ବା ଅଧିକାରରେ ରଖନ୍ତି I
-
ଏକ ରାଜ୍ୟ କୌଣସି ଭୌଗଳିକ ଆକାର ହୋଇପାରେ I ଏକ ରାଜା ଏକ ଦେଶ କିମ୍ବା ଏକ ସହର ଉପରେ ଶାସନ କରିପାରେ I
-
“ରାଜ୍ୟ” ଶବ୍ଦ ଆତ୍ମିକ ଶାସନ କିମ୍ବା ଅଧିକାରକୁ ଦର୍ଶାଏ ଯେପରି “ଈଶ୍ଵରଙ୍କର ରାଜ୍ୟ I“
-
ଈଶ୍ଵର ସମସ୍ତ ସୃଷ୍ଟିର ଶାସକ ଅଟନ୍ତି କିନ୍ତୁ “ଈଶ୍ଵରଙ୍କର ରାଜ୍ୟ“ ଶବ୍ଦ ତାହାଙ୍କର ଅଧିକାର ଓ ଶାସନ ଯାହା ତାହାଙ୍କ ଲୋକମାନଙ୍କ ଉପରେ ଅଛି ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଉପରେ ବିଶ୍ୱାସ କରନ୍ତି ଓ ଯେଉଁମାନେ ତାହାଙ୍କର ଅଧିକାରରେ ସମର୍ପିତ ଅଟନ୍ତି ତାହା ଦର୍ଶାଏ I
-
ବାଇବେଲ ମଧ୍ୟ ଶୟତାନ “ରାଜ୍ୟ” ବିଷୟରେ ଉଲ୍ଲେଖ କରେ, ଯେଉଁଠାରେ ସେ କିଛି ସମୟ ପାଇଁ ପୃଥିବୀ ଉପରେ ଶାସନ କରେ I ତାହାର ରାଜ୍ୟ ମନ୍ଦ ଅଟେ ଓ ଏହାକୁ “ଅନ୍ଧକାର“ କୁହାଯାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେତେବେଳେ ଭୌଗଳିକ ଅଞ୍ଚଳକୁ ବୁଝାଏ ଯାହା ଏକ ରାଜା ଦ୍ୱାରା ଶାସିତ ହୁଏ, ତେବେ ଏହି ଶବ୍ଦକୁ “ଦେଶ (ଏକ ରାଜା ଦ୍ୱାରା ଶାସିତ ଅଟେ)” କିମ୍ବା “ରାଜାର ଅଞ୍ଚଳ” କିମ୍ବା “ଅଞ୍ଚଳ ରାଜା ଦ୍ୱାରା ଶାସିତ” ବୋଲି ଅନୁବାଦ କରାଯାଇପାରେ I
- ଆତ୍ମିକ ଅର୍ଥରେ, “ରାଜ୍ୟ” ଶବ୍ଦକୁ “ଶାସନ କରିବା” କିମ୍ବା “ରାଜତ୍ୱ କରିବା” କିମ୍ବା “ନୀୟନ୍ତ୍ରଣ କରିବା” କିମ୍ବା “ନୀୟମାନୁଯାଇ ଶାସନ କରିବା” ବୋଲି ଅନୁବାଦ କରାଯାଇପାରେ I
- “ଯାଜକିୟ ରାଜ୍ୟ” ଶବ୍ଦକୁ “ଆତ୍ମିକ ଯାଜକଗଣ ଯେଉଁମାନେ ଈଶ୍ଵର ଦ୍ୱାରା ଶାସିତ ଅଟନ୍ତି” ବୋଲି ଅନୁବାଦ କରାଯାଇପାରେ I
·“ଆଲୋକର ରାଜ୍ୟ” ଶବ୍ଦକୁ “ଈଶ୍ଵରଙ୍କର ରାଜତ୍ୱ ଯାହା ଉତ୍ତମ ଅଟେ ଓ ଆଲୋକ ଅପ୍ରି ଅଟେ” କିମ୍ବା “ଯେତେବେଳେ ଈଶ୍ଵର, ଯେ ଆଲୋକ ଅଟନ୍ତି, ଲୋକମାନଙ୍କ ଉପରେ ଶାସନ କରନ୍ତି” କିମ୍ବା “ଈଶ୍ଵରଙ୍କର ରାଜ୍ୟର ଆଲୋକ ଓ ଉତ୍ତମତା ଅଟେ I “ଆଲୋକ” ଶବ୍ଦକୁ ଏହିଅପରୀ ଉଲ୍ଲେଖ କରିବା ଉତ୍ତମ ଅଟେ କାରଣ ଏହା ବାଇବେଲରେ ମହତ୍ତ୍ଵପୂର୍ଣ୍ଣ ଶବ୍ଦ ଅଟେ I * ·“ରାଜ୍ୟ” ଶବ୍ଦ ସାମ୍ରାଜ୍ୟଠାରୁ ଭିହ୍ନ ଅଟେ ଯାହା ଯେଉଁଠାରେ ଜଣେ ସମ୍ରାଟ ଅନେକ ଦେଶ ଉପରେ ଶାସନ କରନ୍ତି I
(ଦେଖନ୍ତୁ:ଅଧିକାର, ରାଜା, ଈଶ୍ଵରଙ୍କର ରାଜ୍ୟ, ଇସ୍ରାଏଲର ରାଜ୍ୟ, ଯିହୂଦା[ଯିହୂଦା(../names/kingdomofjudah.md), ଯିହୂଦା)
ବାଇବେଲ ପଦପର୍ବ:
- 1 ଥେସଲାନୀକୀୟ 2:12
- 2 ତୀମଥି 4:17-18
- କଲସୀୟ 1:13-14
- ଯୋହନ 18:36
- ମାର୍କ 3:24
- ମାଥିଉ 4:7-9
- ମାଥିଉ 13:19
- ମାଥିଉ 16:28
- ପ୍ରକାଶିତ ବାକ୍ୟ 1:9
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
-
-୧୩:୨ ଈଶ୍ଵର ମୋଶା ଓ ଇସ୍ରାଏଲର ଲୋକକୁ କହିଲେ, ‘ଯଦି ତୁମ୍ଭେ ମୋର କଥାମାନ ଓ ମୋର ବ୍ୟବସ୍ଥା ପାଳନ କର, ତୁମ୍ଭେ ମୋର ଉପହାର ସମ୍ପତି ହେବ, ଏକ ଜାଜକିୟ ରାଜ୍ୟ ଓ ପବିତ୍ର ଜାତି ହେବI”
-
-୧୮:୪ ଈଶ୍ଵର ସଲମନ ଉପରେ କ୍ରୋଧିତ ହେଲେ ଓ ସଲମନର ଅବିଶ୍ୱସ୍ତତା ପାଇଁ ଦଣ୍ଡ ସ୍ୱରୂପେ, ସଲମନର ମୃତ୍ୟୁ ପରେ ସେ ଇସ୍ରାଏଲ ଦେଶକୁ ଦୁଇଟି ରାଜ୍ୟରେ ବିଭକ୍ତ କଲେ I
*-୧୮:୭ ଇସ୍ରାଏଲ ଜାତିର ଦଶଟି ଜାତି ରେହୋବିଆମର ବିରୋଧୀ କଲେ I କେବଳ ଦୁଇଟି ଜାତି ତାହା ପ୍ରତି ବିଶ୍ୱସ୍ଥ ରହିଲେ I ଏହି ଦୁଇ ଜାତି ଯିହୂଦା“ରାଜ୍ୟ” ହେଲା I
*-୧୮:୮ ଆଉ ଦଶଟି ଜାତି ଯେଉଁମାନେ ରେହୋବିଆମ ବିରୁଧରେ ବିଦ୍ରୋହ କରିଥିଲେ ଏକ ବ୍ୟକ୍ତିକୁ ଜିରୋବିଆମ ନାମରେ ନିଜର ରାଜା କରି ନିଯୁକ୍ତ କଲେ I ସେମାନେ ନିଜର ରାଜ୍ୟ ଉତ୍ତର ଭାଗରେ ସ୍ଥାପନ କଲେ ଓ ତାହାକୁ ଇସ୍ରାଏଲ ରାଜ୍ୟ କୁହାଗଲା I
*- ୨୧:୮ ଏକ ରାଜା ସିଏ ଅଟେ ଯେ ରାଜ୍ୟ ଉପରେ ଶାସନ କରେ ଓ ଲୋକଙ୍କର ନ୍ୟାୟ କରେ I
ଶବ୍ଦବିନ୍ୟାସ:
Strong’s: H4410, H4437, H4438, H4467, H4468, H4474, H4475, G09320
ରାଣୀ
ପରିଭାଷା:
ଜଣେ ରାଣୀ ହୁଏତ ଗୋଟିଏ ଦେଶର ନାରୀ ଶାସକ କିମ୍ୱା ଜଣେ ରାଜାଙ୍କର ପତ୍ନୀ ହୋଇଥାଇ ପାରନ୍ତି I
- ଏଷ୍ଟର ଯେତେବେଳେ ରାଜା ଅକ୍ଷଶ୍ୱେରସଙ୍କୁ ବିବାହ କଲେ ସେ ପାରସିକ ସାମ୍ରାଜ୍ୟର ରାଣୀ ହେଲେ I
- ରାଣୀ ଇଷେବଲ ଆହାବ ରାଜାଙ୍କର ଦୁଷ୍ଟ ପତ୍ନୀ ଥିଲେ I
- ଶିବା ଦେଶର ରାଣୀ ଜଣେ ବିଖ୍ୟାତ ଶାସନକର୍ତ୍ତ୍ରୀ ଥିଲେ ଓ ସେ ରାଜା ଶଲୋମନଙ୍କୁ ସାକ୍ଷାତ କରିବା ନିମନ୍ତେ ଆସିଥିଲେ I
- “ରାଣୀ ମାତା” ଶବ୍ଦ ସାଧାରଣତଃ ଶାସନ କରୁଥିବା ରାଜାଙ୍କ ମାତା ବା ମାତାମହୀ ବା ସାନ୍ତ’ ମାଆଙ୍କୁ କିମ୍ୱା ପୂର୍ବତନ ରାଜାଙ୍କ ବିଧବା ପତ୍ନୀଙ୍କୁ ସୂଚାଏ I
(ଦେଖନ୍ତୁ: ଅକ୍ଷଶ୍ୱେରସ, ଅଥଲିୟା, ଏଷ୍ଟର, ରାଜା, ପର୍ସିଆ, ଶାସନକର୍ତ୍ତା, ଶିବା)
ବାଇବେଲ ପଦପର୍ବ:
- ୧ ରାଜାବଳୀ ୧୦:୧୦
- ୧ ରାଜାବଳୀ ୧୧:୧୮-୧୯
- ୨ ରାଜାବଳୀ ୧୦:୧୨-୧୪
- ପ୍ରେରିତ ୮:୨୭
- ଏଷ୍ଟର ୧: ୧୭
- ଲୂକ ୧୧: ୩୧
- ମାଥିଉ ୧୨:୪୨
ଶବ୍ଦବିନ୍ୟାସ:
- Strong’s: H1404, H1377, H4410, H4427, H4433, H4436, H4438, H4446, H7694, H8282, G09380
ରୁଟି
ପରିଭାଷା:
ରୁଟି ଏକ ପ୍ରକାରର ଖାଦ୍ୟ ଯାହାକି ଅଟା, ପାଣି ଏବଂ ତୈଳକୁ ମିଶାଇ ତାହାକୁ ଦଳି ତିଆରି କରାଯାଏ ׀ ଦଳାଯାଇଥିବା ଅଟାକୁ ରୁଟିର ରୂପ ଦିଆଯାଇ ତାହାକୁ ଅଗ୍ନରେ ସେକାଯାଏ ׀
- ଯେବେ ରୁଟି ଉଲ୍ଲେଖିତ ଏହାର ଅର୍ଥ “ରୁଟିଖଣ୍ଡ“ ଅଟେ ׀
- ରୁଟି ଫୁଲାଇବା ପାଇଁ ଚକଟା ଅଟାରେ ତାଡ଼ିର ପ୍ରୟୋଗ କରାଯାଏ ׀ ବିନା ତାଡ଼ିରେ ମଧ୍ୟ ରୁଟି କରାଯାଏ ଏବଂ ଏହା ଫୁଲେ ନାହିଁ ׀ ବାଇବେଲରେ ଏହି ପ୍ରକାର ରୁଟିକୁ “ତାଡ଼ିଶୂନ୍ୟ ରୁଟି” କୁହାଯାଏ ଏବଂ ଏହାକୁ ପ୍ରାଚୀନ ଯୀହୁଦିଲୋକେ ନିସ୍ତାରପର୍ବରେ ଖାଦ୍ୟ ଭାବେ ଗ୍ରହଣ କରୁଥିଲେ ׀
- ବାଇବେଲ ସମୟରେ ରୁଟି ଅନେକ ଲୋକମାନଙ୍କ ପ୍ରଧାନ ଖାଦ୍ୟ ଥିଲା ତେଣୁ ଏହି ଶବ୍ଦକୁ ବାଇବେଲରେ ସମସ୍ତ ଖାଦ୍ୟବସ୍ତୁକୁ ସୂଚାଇବା ପାଇଁ ବ୍ୟବହାର କରାଯାଇଥିଲା ׀ (ଦେଖନ୍ତୁ: ସିନେକ୍ଡକି ଉପଲକ୍ଷ୍ୟ ଅଳଙ୍କାର) “ରୁଟି” ଶବ୍ଦକୁ ସାଧାରଣ ଅର୍ଥରେ “ଖାଦ୍ୟ” ବୋଲି ଅନୁବାଦ କରାଯାଇପାରେ ׀
- “ଉପସ୍ଥିତିର ରୁଟି” ବାକ୍ୟାଂଶ ବାରଗୋଟି ରୁଟି ଯାହା ସମାଗମ ତମ୍ୱୁ ବା ମନ୍ଦିରରେ ଏକ ସ୍ୱର୍ଣ୍ଣ ମେଜରେ ଈଶ୍ଵରଙ୍କ ପାଇଁ ଉତ୍ସର୍ଗ କରାଯିବା ଉଦ୍ଦେଶରେ ରଖାଯାଏ ଏହାକୁ ସୂଚାଏ ׀ ଏହି ରୁଟିଖଣ୍ଡଗୁଡ଼ିକ ଇସ୍ରାଏଲର ବାରଗୋଷ୍ଠୀକୁ ବୁଝାଏ ଏବଂ ତାହା କେବଳ ଯାଜକମାନେ ହିଁ ଖାଇବାକୁ ଅନୁମତି ଥିଲା ׀ ଏହାକୁ “ରୁଟି ଏହା ଦର୍ଶାଏ ଯେ ଈଶ୍ଵର ସେମାନଙ୍କ ସହ ଅଛନ୍ତି”ବୋଲି ଅନୁବାଦ କରାଯାଇପାରେ ׀
- “ସ୍ୱର୍ଗରୁ ରୁଟି” ବାକ୍ୟାଂଶଟି ଏକ ବିଶେଷ ଶ୍ୱେତ ଖାଦ୍ୟକୁ ସୂଚାଏ ଯାହାକୁ “ମାନ୍ନା” କୁହାଯାଏ, ଯାହାକି ଈଶ୍ୱର ଇସ୍ରାଏଲଲୋକମାନଙ୍କୁ ପ୍ରାନ୍ତରରେ ଭ୍ରମଣ କରିବା ସମୟରେ ଯୋଗାଇଥିଲେ ׀ ଯୀଶୁ ମଧ୍ୟ ନିଜକୁ “ସ୍ୱର୍ଗରୁ ଆସିଥିବା ରୁଟି” ଏବଂ “ଜୀବନ୍ତ ରୁଟି” ବୋଲି ଦର୍ଶାଇଥିଲେ ׀
(ଦେଖନ୍ତୁ: ନିସ୍ତାରପର୍ବ , ସମାଗମ ତମ୍ୱୁ, ମନ୍ଦିର, ଖମୀରହୀନ ରୁଟି, ଖମୀର )
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2557, H3899, H4635, H4682, G01060, G07400, G42860
ଲଜ୍ଜା, ଲଜ୍ଜିତ, କଳଙ୍କ, ଅପମାନିତ, ତିରସ୍କାର
ପରିଭାଷା:
“ଲଜ୍ଜା” ଶବ୍ଦ କଳଙ୍କିତ ହେବା କିମ୍ବା ଅପମାନିତ କରିବାର ଯନ୍ତ୍ରଣାଦାୟକ ଅନୁଭବକୁ ବୁଝାଏ ଯାହା ଯାହା ଜଣେ ବ୍ୟକ୍ତି ଯେତେବେଳେ କିଛି କରେ ଯାହା ଅନ୍ୟମାନେ ଅସମ୍ମାନ କିମ୍ବା ଅନୁପଯୁକ୍ତ ବୋଲି ମନେ କରନ୍ତି।
- “ଲଜ୍ଜାପୂର୍ଣ୍ଣ” ବିଷୟ “ଅନୁପଯୁକ୍ତ” କିମ୍ବା “ଜନକଅସମ୍ମାନ” ଅଟେ।
- “ଲଜ୍ଜିତ” ଶବ୍ଦର ଏକ ବ୍ୟକ୍ତିର ଅନୁଭବକୁ ବୁଝାଏ ।
- “ଅପମାନ” ଶବ୍ଦର ଅର୍ଥ ସର୍ବସାଧାରଣରେ କାହାକୁ ଲଜ୍ଜିତ କିମ୍ବା ଅପମାନିତ ଅନୁଭବ କରେଇବା । କାହାକୁ ଲଜ୍ଜିତ କରିବାକୁ “ଅପମାନ”କୁହାଯାଏ।
- “ତିରସ୍କାର କରିବା” ଅର୍ଥ ସେହି ବ୍ୟକ୍ତିର ଚରିତ୍ର କିମ୍ବା ଆଚରଣକୁ ସମାଲୋଚନା କରିବା କିମ୍ବା ନାପସନ୍ଦ କରିବା ଅଟେ।
- “ଲଜ୍ଜାଜନକ” ବାକ୍ୟାଂଶର ଅର୍ଥ ଲୋକମାନଙ୍କୁ ପରାଜିତ କରିବା କିମ୍ବା ସେମାନଙ୍କର କାର୍ଯ୍ୟକଳାପକୁ ପ୍ରକାଶ କରିବା ଯାହା ଦ୍ୱାରା ସେମାନେ ନିଜକୁ ଲଜ୍ଜିତ ଅନୁଭବ କରିବେ। ଭବିଷ୍ୟଦ୍ବକ୍ତା ଯିଶାଇୟ କହନ୍ତି, ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଓ ଉପାସନା କରନ୍ତି, ସେମାନେ ଲଜ୍ଜିତ ହେବେ।
- “କଳଙ୍କଜନକ” ଶବ୍ଦଟି ଏକ ପାପପୂର୍ଣ୍ଣ କାର୍ଯ୍ୟ କିମ୍ବା ସେହି ବ୍ୟକ୍ତିକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୋଇପାରେ ଯିଏ ଏହା କରିଅଛି। ଯେତେବେଳେ ଜଣେ ବ୍ୟକ୍ତି କିଛି ପାପପୂର୍ଣ୍ଣ କାର୍ଯ୍ୟ କରେ, ଏହା ତାହାକୁ ଅପମାନ କିମ୍ବା ଅପମାନିତ ଅବସ୍ଥାରେ ପକାଇପାରେ।
- ବେଳେବେଳେ ଜଣେ ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ଏପରି ଭାବରେ ବ୍ୟବହାର କରାଯାଏ ଯାହା ତାହାକୁ ଅପମାନ କିମ୍ବା ଲଜ୍ଜାଜନକ କରିଥାଏ। ଉଦାହରଣ ସ୍ୱରୂପ, ଯେତେବେଳେ ଯୀଶୁଙ୍କୁ କ୍ରୁଶରେ ହତ୍ୟା କରାଯାଇଥିଲେ, ଏହା ଏକ ଅପମାନଜନକ ମୃତ୍ୟୁ ଥିଲା। ଏହି ଅପମାନର ଯୋଗ୍ୟ ହେବା ପରି ଯୀଶୁ କିଛି ଭୁଲ କରି ନ ଥିଲେ।
- ଯେତେବେଳେ ଈଶ୍ଵର କାହାକୁ ନମ୍ର କରନ୍ତି, ଏହାର ଅର୍ଥ ସେ ଜଣେ ଗର୍ବୀ ବ୍ୟକ୍ତିକୁ ତାହାର ଗର୍ବକୁ ଦୂର କରିବାରେ ସାହାଯ୍ୟ କରିବାରେ ବିଫଳତା ଅନୁଭବ କରାଉଛନ୍ତି। ଏହା କାହାକୁ ଅପମାନିତ କରିବାଠାରୁ ଭିନ୍ନ ଅଟେ, ଯାହା ସେହି ବ୍ୟକ୍ତିକୁ ଆଘାତ ଦେବା ପାଇଁ ପ୍ରାୟତଃ କରାଯାଇଥାଏ।
- ବ୍ୟକ୍ତି ଜଣକ “ନିର୍ଦୋଷ” କିମ୍ବା “ଅପମାନ ବାହାରେ” କିମ୍ବା “ଅପମାନ ବିନା” ଅର୍ଥାତ ଏହି ବ୍ୟକ୍ତି ଈଶ୍ଵରଙ୍କ ଗ୍ରହଣୀୟ ଆଚରଣ କରନ୍ତି ଏବଂ ତାହାଙ୍କୁ ସମାଲୋଚନା କରିବାରେ କିଛି କୁହାଯାଇପାରେ ନାହିଁ।
ଅନୁବାଦପ୍ରସ୍ତାବଗୁଡ଼ିକ:
- “ଅପମାନ” ଶବ୍ଦକୁ “ଲଜ୍ଜା” କିମ୍ବା “ଅପମାନ” ବୋଲି ଅନୁବାଦ କରାଯାଇପାରେ।
- “ଅପମାନଜନକ” ଶବ୍ଦକୁ “ଲଜ୍ଜାଜନକ” କିମ୍ବା “ଅପମାନଜନକ” ବୋଲି ଅନୁବାଦ କରାଯାଇପାରେ ।
- “ଅପମାନିତ କରିବା” ବାକ୍ୟାଂଶକୁ “ଲଜ୍ଜା” କିମ୍ବା “ଲଜ୍ଜା ଅନୁଭବ କରିବା” କିମ୍ବା “ଲଜ୍ଜାଜନକ” ବୋଲି ମଧ୍ୟ’ ଅନୁବାଦ କରାଯାଇପାରେ।
- ପ୍ରସଙ୍ଗକୁ ଆଧାର କରି, “ଅପମାନ” ଶବ୍ଦକୁ “ଲଜ୍ଜା” କିମ୍ବା “ଅପମାନସୂଚକ” କିମ୍ବା “କଳଙ୍କ” ବୋଲି ଅନୁବାଦ କରାଯାଇପାରେ ।
- “ନିନ୍ଦା” ଶବ୍ଦକୁ “ଅଭିଯୋଗ” କିମ୍ବା “ଲଜ୍ଜା” କିମ୍ବା “କଳଙ୍କ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
- ପ୍ରସଙ୍ଗକୁ ଆଧାର କରି “ଅପମାନିତ” ଶବ୍ଦକୁ “ଭର୍ତ୍ସନା କରିବା” କିମ୍ବା “ଅଭିଯୋଗ କରିବା” କିମ୍ବା “ସମାଲୋଚନା କରିବା” ବୋଲି ଅନୁବାଦ କରାଯାଇପାରେ।
(ଦେଖନ୍ତୁ: ଅପମାନ, ଦୋଷ ଦେବା, ଭର୍ତ୍ସନା, ମିଥ୍ୟା ଦେବତା, ନମ୍ର, ଯିଶାଇୟ, ଉପାସନା)
ବାଇବେଲ ପଦପର୍ବ:
- ୧ ପିତର ୩:୧୫-୧୭
- ୨ ରାଜାବଳୀ ୨:୧୭
- ୨ ଶାମୁୟେଲ ୧୩:୧୩
- ଲୂକ ୨୦:୧୧
- ମାର୍କ ୮:୩୮
- ମାର୍କ ୧୨:୪-୫
- ୧ ତୀମଥି ୩:୭
- ଆଦିପୁସ୍ତକ ୩୪:୭
- ଏବ୍ରୀ ୧୧:୨୬
- ବିଳାପ ୨:୧-୨
- ଗୀତସଂହିତା ୨୨:୬
- ଦ୍ଵିତୀୟ ବିବରଣ ୨୧:୧୪
- ଏଜ୍ରା ୯:୫
- ହିତୋପଦେଶ ୨୫:୭-୮
- ଗୀତସଂହିତା ୬:୮-୧୦
- ଗୀତସଂହିତା ୧୨୩:୩
- ୧ ତୀମଥି ୫:୭-୮
- ୧ ତୀମଥି ୬:୧୩-୧୪
- ଯିରିମୀୟ ୧୫:୧୫-୧୬
- ଆୟୁବ ୧୬:୯-୧୦
- ହିତୋପଦେଶ ୧୮:୩
ଶବ୍ଦବିନ୍ୟାସ:
- Strong’s: H0937, H0954, H0955, H1317, H1322, H1421, H1442, H1984, H2490, H2616, H2617, H2659, H2778, H2781, H2865, H3001, H3637, H3639, H3640, H3971, H5007, H5034, H5039, H6030, H6031, H6172, H6256, H7022, H7034, H7036, H7043, H7511, H7817, H8103, H8213, H8216, H8217, H8589, G01520, G01530, G04100, G04220, G04230, G08080, G08180, G08190, G08210, G17880, G17910, G18700, G26170, G30590, G36790, G36800, G36810, G38560, G50140, G51950, G51960, G54840
ଲଟକାଇବା, ଲଟକାନ୍ତି, ଲଟକାଇଲେ, ଫାଶୀ ଦେବା, ଫାଶୀ ଦିଅନ୍ତି, ଫାଶୀ ଦେଲେ
ସଂଜ୍ଞା:
“ଲଟକାଇବା” ଶବ୍ଦର ଅର୍ଥ ବ୍ୟକ୍ତି କିଅବା ବସ୍ତୁ କୁ ତା ସ୍ଥାନରୁ ନିଲମ୍ୱନ କରିବା I * ଫାଶୀ ଦେଇ ମାରିବା ର ଅର୍ଥ ରସୀ ଗଳାରେ ବାନ୍ଧି ମାରିବା ଯାହା ଏକ ବ୍ୟକ୍ତି ର ଗଳାରେ ବନ୍ଧାଯାଏ ଓ ଏକ ଜୀବନ ରକ୍ଷକ ବସ୍ତୁ ଉପରେ ରଖାଯାଏ, ଏକ ଗଛର ଶାଖା ପରି I ଯିହୁଦା ନିଜକୁ ଫାଶୀ ଲଗାଇ ଅତ୍ମହତ୍ୱ୍ୟା କଲା I
-
ଜଦ୍ୟାପୀ ଯୀଶୁ ଏକ କାଠ କ୍ରୁଶରେ ଲଟକି ମରିଲେ, ତାହାଙ୍କ ଗଳାରେ କିଛି ବନ୍ଧା ଯାଇ ନଥିଲା: ସୈନିକ ତାହାଙ୍କୁ ମୃତ୍ୟୁ ନିମନ୍ତେ ହାତ (କିଅବା କଚତି)କଅଣ୍ଟା ବିଦ୍ଧ କଲେ ଓ ତାହାଙ୍କ ପାଦ କ୍ରୁଶ ଉପରେ I
-
କାହାକୁ ଲଟକାଇବା ସବୁବେଳେ କାହାକୁ ଫାସୀ ଦେଇ ତାହାର ବେକରେ ରଜ୍ଜୁ ବାନ୍ଧି ହତ୍ୟା କରିବାକୁ ଦର୍ଶାଏ I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H2614, H3363, H8518, G519
ଲାଞ୍ଚ, ଉତ୍କଚୋ, ଲାଞ୍ଚନେବା,ଲାଞ୍ଚୁଆ
ସଂଜ୍ଞା:
ଲାଞ୍ଚ ଦେବା ଅର୍ଥାତ୍ ବେଇମାନ ଭାବେ ପଇସା କିମ୍ୱା ମୂଲ୍ୟବାନ ପଦାର୍ଥ ଦେଇ ଜଣକୁ ଅନ୍ୟ ଜଣଙ୍କ ପ୍ରତି ପ୍ରଭାବିତ କରିବା ׀ * ଯୀଶୁ ଙ୍କ ଶୂନ୍ୟ ସମାଧିକୁ ଯେଉଁ ସୈନିକମାନେ ପହରା ଦେଉଥିଲେ ଲାଞ୍ଚ ଦେଇ ଯାହା ଘଟିଗଲା ତାହା ସମ୍ୱନ୍ଧରେ ମିଥ୍ୟା କହିବା ପାଇଁ କହିଲେ ׀ * ବେଳେବେଳେ ଅଧିକାରୀୀ କର୍ମଚାରୀମାନଙ୍କୁ କୌଣସି ଅପରାଧକୁ ଅଣଦେଖା କରିବା ନିମନ୍ତେ ଲାଞ୍ଚ ଦିଆଯାଏ ׀ * ବାଇବଲ ଲାଞ୍ଚ ଦେବା ବା ଲାଞ୍ଚ ନେବା ବିଷୟରେ ମନାକରେ ׀ * ଲାଞ୍ଚ କୁ ଏହିପରି ଭାବେ ଅନୁବାଦ କରାଯାଇପାରେ ଯେପରିକି "ଅନ୍ୟାୟ ଭାବେ ଅର୍ଥ ପ୍ରଦାନ" ବା "ମିଥ୍ୟା ପାଇଁ ଅର୍ଥ ପ୍ରଦାନ" ବା "ନୀୟମ ଭାଙ୍ଗିବା ପାଇଁ ଅର୍ଥ ପ୍ରଦାନ" ׀ * "ଲାଞ୍ଚ" ବାକ୍ୟ ଖଣ୍ଡକୁ ଏହିପରି ଭାବେ ଅନୁବାଦ କରାଯାଇପାରେ ଯାହାର ଅର୍ଥ ହେଉଛି "ଜଣକୁ ପ୍ରଭାବିତ କରିବା ପାଇଁ ଅର୍ଥ ପ୍ରଦାନ" ବା ଅନ୍ୟାୟ ଭାବେ ଜଣକର ପସନ୍ଦ ହେବା ପାଇଁ ଅର୍ଥ ପ୍ରଦାନ" ବା ପସନ୍ଦ ହେବା ପାଇଁ ଅର୍ଥ ପ୍ରଦାନ ׀
ବାଇବଲ ସମ୍ୱନ୍ଧ ଉଲ୍ଲେଖ
ବୋର୍ଡ ଡାଟା :
- Strong's: H3724, H4979, H7809, H7810, H7936, H7966, H8641, G5260
ଲୋକ, ଲୋକଗୋଷ୍ଠୀ
ପରିଭାଷା
“ଲୋକ” ଏବଂ “ଲୋକଗୋଷ୍ଠୀ” କେତେକ ଲୋକଗୋଷ୍ଠୀକୁ ବୁଝାଏ ଯାହା ଏକ ସାଧାରଣ ଭାଷା ଏବଂ ସଂସ୍କୃତିକୁ ଅନ୍ତର୍ଭୁକ୍ତ କରିଥାଏ । “ଲୋକମାନେ” ଶବ୍ଦ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କିମ୍ବା ଏକ ନିର୍ଦ୍ଦିଷ୍ଟ ଘଟଣାରେ ଲୋକମାନଙ୍କ ସମାବେଶକୁ ବୁଝାଏ I
- ବାଇବେଲ ସମୟରେ, ଏକ ଲୋକଗୋଷ୍ଠୀର ସଦସ୍ୟମାନଙ୍କ ସାଧାରଣତଃ ସମାନ ପିତୃପୁରୁଷ ଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ଦେଶ କିମ୍ବା ଭୂମିରେ ଏକାଠି ବାସ କରୁଥିଲେ I
- ପ୍ରସଙ୍ଗ ଉପରେ ଆଧାର କରି, “ଲୋକମାନେ” ଶବ୍ଦକୁ ଏକ “ଲୋକଗୋଷ୍ଠୀ” କିମ୍ବା “ପରିବାର” କିମ୍ବା “ସମ୍ପର୍କୀୟ” କିମ୍ବା “ସମ୍ପର୍କ” ବୋଲି ଅନୁବାଦ କରାଯାଇପାରେ I
- ବହୁବଚନ ଅର୍ଥରେ “ଲୋକମାନେ” ଶବ୍ଦ ପୃଥିବୀର ସମସ୍ତ ଲୋକଗୋଷ୍ଠୀକୁ ବୁଝାଏ । ବେଳେବେଳେ ଯେଉଁମାନେ ଇସ୍ରାଏଲ ଲୋକ ନୁହଁନ୍ତି କିମ୍ବା ଯିହୋବାଙ୍କ ସେବା କରନ୍ତି ନାହିଁ ସେମାନଙ୍କୁ ଏହା ଅଧିକ ନିର୍ଦ୍ଦିଷ୍ଟ ଭାବରେ ବୁଝାଏ । କେତେକ ଇଂରାଜୀ ବାଇବେଲର ଅନୁବାଦରେ, “ରାଷ୍ଟ୍ର” ଶବ୍ଦ ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହୋଇଅଛି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଲୋକଗୋଷ୍ଠୀ” ଶବ୍ଦ ଏକ ଶବ୍ଦ ବା ବାକ୍ୟାଂଶ ଦ୍ୱାରା ଅନୁବାଦ କରାଯାଇପାରେ ଯାହାର ଅର୍ଥ “ବଡ଼ ପରିବାର ଗୋଷ୍ଠୀ” କିମ୍ବା “ବଂଶ” କିମ୍ବା “ଜାତି” କୁ ବୁଝାଏ I
- ପ୍ରସଙ୍ଗ ଉପରେ ଆଧାର କରି “ମୋର ଲୋକ” ପରି ଏକ ବାକ୍ୟାଂଶ “ମୋର ସମ୍ପର୍କୀୟ” କିମ୍ବା “ମୋର ସହ ଇସ୍ରାଏଲ” କିମ୍ବା “ମୋ ପରିବାର” କିମ୍ବା “ମୋର ଲୋକଗୋଷ୍ଠୀ” ବୋଲି ଅନୁବାଦ କରାଯାଇପାରେ I
- “ତୁମ୍ଭମାନଙ୍କୁ ଲୋକମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବି” ଅଭିବ୍ୟକ୍ତିକୁ ମଧ୍ୟ “ତୁମ୍ଭେମାନେ ଅନେକ ଭିନ୍ନ ଭିନ୍ନ ଗୋଷ୍ଠୀ ସହ ବାସ କରିବ” କିମ୍ବା “ତୁମ୍ଭେମାନେ ପରସ୍ପରଠାରୁ ଅଲଗା ହୋଇ ପୃଥିବୀର ଅନେକ ଅଞ୍ଚଳରେ ବାସ କର” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ଆଧାର କରି “ଲୋକ” ବା “ଲୋକମାନେ” ଶବ୍ଦକୁ “ଦୁନିଆର ଲୋକ” କିମ୍ବା “ଲୋକଗୋଷ୍ଠୀ” ବୋଲି ଅନୁବାଦ କରାଯାଇପାରେ I
- “ଙ୍କର ଲୋକ” ବାକ୍ୟକୁ “ରେ ବାସ କରୁଥିବା ଲୋକ” କିମ୍ବା “ଠାରୁ ଆସିଥିବା ଲୋକମାନେ” କିମ୍ବା “ପରିବାରର” ବୋଲି ଅନୁବାଦ କରାଯାଇପାରେ, ଏହା ଏକ ସ୍ଥାନ କିମ୍ବା ବ୍ୟକ୍ତିଙ୍କ ନାମରେ ମଧ୍ୟ ହୋଇପାରେ I
- “ପୃଥିବୀର ସମସ୍ତ ଲୋକ” ବାକ୍ୟାଂଶକୁ “ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଲୋକ” କିମ୍ବା “ଜଗତର ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ସମସ୍ତ ଲୋକ” ବୋଲି ଅନୁବାଦ କରାଯାଇପାରେ I
- “ଏକ ଲୋକଦଳ” ବାକ୍ୟକୁ “ଲୋକମାନଙ୍କର ଗୋଷ୍ଠୀ” କିମ୍ବା “ନିର୍ଦ୍ଦିଷ୍ଟ ଲୋକ” କିମ୍ବା “ଲୋକମାନଙ୍କର ସମ୍ପ୍ରଦାୟ” କିମ୍ବା “ଲୋକମାନଙ୍କର ପରିବାର” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ବଂଶଧର, ଜାତି, ଗୋଷ୍ଠୀ , ପୃଥିବୀ)
ବାଇବେଲ ପଦପର୍ବ:
ବାଇବେଲ କହାଣୀରୁ ଉଦାହରଣଗୁଡ଼ିକ:
- ୧୪:୨ ଈଶ୍ୱର ଅବ୍ରହାମ, ଇସ୍ହାକ ଏବଂ ଯାକୁବଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଯେ ସେ ସେମାନଙ୍କର ବଂଶଧରମାନଙ୍କୁ ସେହି ପ୍ରତିଜ୍ଞାତ ଦେଶ ଦେବେ, କିନ୍ତୁ ବର୍ତ୍ତମାନ ସେଠାରେ ଅନେକ ଲୋକଦଳ ବାସ କରନ୍ତି, ଯାହା ନିମ୍ନରେ ଉଲ୍ଲେଖ ଅଛି:
-
୨୧:୨ ଈଶ୍ୱର ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କଲେ ଯେ ତାଙ୍କ ମଧ୍ୟ ଦେଇ ସମସ୍ତ ଗୋଷ୍ଠୀଗଣ ପୃଥିବୀରେ ଆଶୀର୍ବାଦ ପାଇବେ I ଏହି ଆଶୀର୍ବାଦ ଖ୍ରୀଷ୍ଟ ଅଟନ୍ତି ଯିଏ ଭବିଷ୍ୟତରେ ଆସିବେ ଏବଂ ପୃଥିବୀର ସମସ୍ତ ଲୋକମାନଙ୍କ ନିମନ୍ତେ ପରିତ୍ରାଣର ମାର୍ଗ ପ୍ରଦାନ କରିବେ I
-
୪୨:୮ “ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି ଯେ ମୋହର ଶିଷ୍ୟମାନେ ପ୍ରତ୍ୟେକ ବ୍ୟକ୍ତିକୁ ପରିବର୍ତ୍ତନର ବାର୍ତ୍ତା ଘୋଷଣା କରିବେ ଯେପରି ସେମାନେ ଆପଣାମାନଙ୍କର ପାପ ନିମନ୍ତେ କ୍ଷମାପ୍ରାପ୍ତ ହେବେ I ସେମାନେ ଏହା ଯିରୂଶାଲମଠାରୁ ଆରମ୍ଭ କରିବେ, ଏବଂ ତା’ପରେ ସମସ୍ତ ଲୋକଦଳ ନିକଟକୁ ଯିବେ I* ୪୨:୧୦ “ଅତଏବ ତୁମ୍ଭେମାନେ ଯାଇ, ସମସ୍ତ ଜାତିକୁ ପିତା, ପୁତ୍ର, ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର I“
-
୪୮:୧୧ ଏହି ନୂତନ ନିୟମ ହେତୁ, ଯେକୌଣସି ଲୋକଦଳ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କ ଲୋକ ଭାବରେ ଅଂଶୀ ହୋଇପାରିବ I
- ୫୦:୩ ସେ (ଯୀଶୁ) କହିଲେ, “ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକମାନଙ୍କୁ ଶିଷ୍ୟକର! ଏବଂ ”କଟାଯିବା ନିମନ୍ତେ ଶସ୍ୟ ପାଚିଲାଣି!“
ଶବ୍ଦବିନ୍ୟାସ:
- Strong’s: H0249, H0523, H0524, H0776, H1121, H1471, H3816, H5712, H5971, H5972, H6153, G10740, G10850, G12180, G14840, G25600, G29920, G37930
ଶପଥ, କରାଯାଇଥିବା ଶପଥ, ଶପଥଗୁଡ଼ିକ
ସଂଜ୍ଞା:
“ଶପଥ” ପ୍ରତିଶବ୍ଦ ଔପଚାରିକ ଭାବରେ ଏବଂ ସତ୍ୟନିଷ୍ଠ ଭାବରେ କୌଣସି ବିଷୟ କରିବା ନିମନ୍ତେ ବା କିଛି ଦେବା ନିମନ୍ତେ ପ୍ରତିଜ୍ଞା କରିବା ବିଷୟକୁ ସୂଚାଏ I * ପୁରାତନ ନିୟମରେ ଇସ୍ରାଏଲର ଅଧ୍ୟକ୍ଷମାନେ ରାଜା ଦାଉଦ ପ୍ରତି ଆନୁଗତ୍ୟ ହେବା ନିମନ୍ତେ ଶପଥ ଗ୍ରହଣ କଲେ I * ପ୍ରତିଜ୍ଞା ସଫଳ ହେଲା ଉତ୍ତାରେ ଶପଥ ଭାବରେ ଦିଆଯାଇଥିବା ବସ୍ତୁକୁ ଏହାର ମୁନିବଙ୍କୁ ଫେରସ୍ତ କରାଯାଇପାରିବ I * “ଶପଥ” କରିବା ବିଷୟକୁ “ଔପଚାରିକ ଭାବରେ ସମର୍ପିତ” ବା “ଦୃଢ଼ ଭାବରେ ପ୍ରତିଜ୍ଞା କରିବା” ବୋଲି ଅନୁବାଦ କରାଯାଇପାରିବ I
-
“ଶପଥ” ପ୍ରତିଶବ୍ଦ ମଧ୍ୟ ଏକ ବସ୍ତୁକୁ ସୂଚାଏ, ଯାହା ଏକ ବଇନା(ଗାରେଣ୍ଟି) ବା ପ୍ରତିଜ୍ଞା ଭାବରେ ପ୍ରଦତ୍ତ ହୋଇଥାଏ ଯେ ୠଣଟି ଫେରସ୍ତ କରାହେବ I
-
ଏକ * “ଶପଥ” କରିବା ବିଷୟକୁ ଅନୁବାଦ କଲାବେଳେ ଏଥିରେ ପୂର୍ବାପର ସମ୍ୱନ୍ଧକୁ ଆଧାର କରି “ସତ୍ୟନିଷ୍ଠ ଭାବରେ ଏକ ପ୍ରତିଜ୍ଞା” କିମ୍ୱା “ଏକ ଔପଚାରିକ ଭାବରେ ସମର୍ପଣ” ବା “ଏକ ବଇନା” ବା “ଗାରେଣ୍ଟି” ବା “ଏକ ଔପଚାରିକ ଭାବରେ ପ୍ରତିଶ୍ରୁତି” ବୋଲି ଅନୁବାଦ କରାଯାଇପାରିବ I
(ଆହୁରି ମଧ୍ୟ ଦେଖ: ପ୍ରତିଜ୍ଞା, ଶପଥ, ପ୍ରତିଜ୍ଞା ବା ରାଣ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H781, H2254, H2258, H5667, H5671, H6148, H6161, H6162
ଶସ୍ୟ କାଟିବା, ଶସ୍ୟ କାଟିବା ବିଷୟଗୁଡିକ, ଶସ୍ୟ କଟାଯାଇଛି, ଶସ୍ୟ କଟାଳି, ଶସ୍ୟ କଟାଳିମାନେ, ଶସ୍ୟକଟାଯାଉଛି
ସଂଜ୍ଞା:
“ଶସ୍ୟ କାଟିବା” ଅର୍ଥ ଅମଳ ନିମନ୍ତେ ଥିବା ଶସ୍ୟଗୁଡିକ କାଟିବା; ଯଥା, ଶସ୍ୟର ଫଳ ବା ବୀଜ I ଜଣେ “କଟାଳି” ଅର୍ଥ ଯିଏ ଫସଲର ଶସ୍ୟ ଅମଳ କରେ I * ସାଧାରଣତଃ ଶସ୍ୟ କଟାଳିମାନେ ହାତ ସାହାଯ୍ୟରେ ଶସ୍ୟ ଅମଳ କରିଥାନ୍ତି; ସେମାନେ ଗୋଟିଏ ଧାରୁଆ କାଟିବା ଯନ୍ତ୍ର ସାହାଯ୍ୟରେ ଗଛକୁ ଉପାଡ଼ିଥାଆନ୍ତି ବା ସେଗୁଡିକୁ କାଟିଥାଆନ୍ତି I * ଶସ୍ୟ ଅମଳ କରିବା ଚିନ୍ତାଧାରା ଅନେକ ସମୟରେ ଆଳଙ୍କାରିକ ଭାବରେ ଲୋକମାନଙ୍କୁ ଯୀଶୁଙ୍କ ସୁସମାଚାର ସମ୍ପର୍କରେ କହିବା ଏବଂ ସେମାନଙ୍କୁ ଈଶ୍ୱରଙ୍କ ପରିବାର ମଧ୍ୟକୁ ଆଣିବା ବିଷୟକୁ ସୂଚାଇଥାଏ I
-
ଏହି ଭାବ ପ୍ରକାଶକ ପଦ ମଧ୍ୟ ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିର କାର୍ଯ୍ୟକଳାପଗୁଡିକରୁ ଘଟିଥିବା ପରିଣାମଗୁଡିକୁ ସୂଚାଇଥାଏ; ଯଥା, ଯିଏ ଯାହା ବୁଣିବ, ତାହା ହିଁ କାଟିବ”I (ଦେଖ: ରୂପକ
-
“କାଟିବା” ଏବଂ “କଟାଳି”କୁ ଅନୁବାଦ କଲାବେଳେ “ଶସ୍ୟ ଅମଳ” ଏବଂ “ଶସ୍ୟ ଅମଳକାରୀ” (କିମ୍ୱା “ଶସ୍ୟଅମଳକାରୀ ବ୍ୟକ୍ତି”) ପଦକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: ସୁସମାଚାର, ଶସ୍ୟ ଅମଳ)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H4672, H7114, H7938, G270, G2325, G2327
ଶସ୍ୟ ନୈବେଦ୍ୟ, ଶସ୍ୟ ନୈବେଦ୍ୟମାନ, ଭକ୍ଷ ନୈବେଦ୍ୟ
ସଂଜ୍ଞା:
“ଶସ୍ୟ ନୈବେଦ୍ୟ” ଓ “ଭକ୍ଷ ନୈବେଦ୍ୟ” ଏକ ବଳିଦାନ ଅଟେ ଯାହା ବିହନ ଓ ରୋଟି ଯାହା ଶସ୍ୟ ରୁ ନିର୍ମିତ ଅଟେ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ I * “ଭୋଜନ “ଶବ୍ଦ ସେହି ସବୁ ବିହନ କୁ ଦର୍ଶାଏ ଯାହା ଅଟା ଚୁନା ନିମନ୍ତେ ବ୍ୟବହାର କରାଯାଏ I * ଏହି ଚୁନା କୁ ପାଣି କିଅବା ତେଲରେ ମିଶାଇ ଦଳାଯାଏ ଓ ସମତଳ ପତଳା ରୋଟି କରାଯାଏ I କେତେକ ସମୟରେ ତେଲ ରୋଟିର ଉପରେ ଲେପନ କରାଯାଏ I * ଏହି ପ୍ରକାର ନୈବେଦ୍ୟ ସାଧାରଣ ଭାବରେ ହୋମବଳି ସହ ଉତ୍ସର୍ଗ କରାଯାଏ I
(ଆହୁରି ଦେଖନ୍ତୁ:ହୋମବଳି, ବିହନ, ବଳିଦାନ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H4503, H8641
ଶସ୍ୟ ସାଉଁଟିବା, ସଂଗ୍ରହ କରିବା
ପରିଭାଷା:
“ସାଉଁଟିବା “ଶବ୍ଦର ଅର୍ଥ ଶସ୍ୟ କ୍ଷେତ୍ର କିଅବା ଫଳ କ୍ଷେତ୍ରରେ ଅମଳକାରୀମାନେ ଯେଉଁ ଶସ୍ୟ କିମ୍ବା ଫଳ ଛାଡିଥାନ୍ତି ତାହା ସଂଗ୍ରହ କରିବାକୁ ବୁଝାଏ I
- ଈଶ୍ଵର ଇସ୍ରାଏଲ ଲୋକମାନଙ୍କୁ ବିଧବା, ଗରିବ ଲୋକ କିଅବା ବିଦେଶୀ ଯେପରି ଆପଣା ଖାଦ୍ୟ ପ୍ରବନ୍ଧ କରିପାରିବେ ସେଥିପାଇଁ ଅବଶିଷ୍ଟ ଶସ୍ୟ ସେମାନଙ୍କ ସାଉଁଟିବା ନିମନ୍ତେ ଛାଡ଼ି ଦେବାକୁ ଆଜ୍ଞା କରିଥିଲେ I
- ଅନେକ ସମୟରେ କ୍ଷେତ୍ରର ମାଲିକ ସାଉଁଟିବା ଲୋକଙ୍କୁ ସିଧା ଶସ୍ୟ ସଂଗ୍ରହକାରୀଙ୍କ ପଛରେ ଯିବାକୁ ଅନୁମତି ଦିଅନ୍ତି, ତେବେ ସେମାନେ ଅଧିକ ଶସ୍ୟ ସାଉଁଟି ପାରିବେ I ଏହା କିପରି କାର୍ଯ୍ୟ କରେ, ରୂତର କାହାଣୀ ଏହାର ଏକ ସ୍ପଷ୍ଟ ଉଦାହରଣ ଅଟେ, ଯିଏକି ତାଙ୍କ ସମ୍ପର୍କୀୟ ବୋୟଜ କ୍ଷେତ୍ରରେ ଅମଳକାରୀଙ୍କ ମଧ୍ୟରେ ସଂଗ୍ରହ କରିବାକୁ ଅନୁମତି ପାଇଲେ I
- ଏହି ଶବ୍ଦକୁ ଭିନ୍ନ ଉପାୟରେ ଅନୁବାଦ କଲେ, “ସାଉଁଟିବା” କିମ୍ବା “ଉଠାଇବା” କିମ୍ବା “ସଂଗ୍ରହ କରିବା” ହୋଇପାରେ I
(ଆହୁରି ଦେଖନ୍ତୁ: ବୋୟଜ, ଶସ୍ୟ. ଫସଲ, ରୂତ )
ବାଇବେଲ ପଦପର୍ବଗୁଡ଼ିକ:
ଶବ୍ଦବିନ୍ୟାସ :
- Strong's: H3950, H3951, H5953, H5955
ଶସ୍ୟ, ଶସ୍ୟକ୍ଷେତ୍ର
ପରିଭାଷା:
“ଶସ୍ୟ” ଶବ୍ଦ ସାଧାରଣତଃ ଗହମ, ବାର୍ଲି, ଏକ ପ୍ରକାର ଖାଦ୍ୟ ଶସ୍ୟ, ମକା, ବାଜରା କିମ୍ବା ଚାଉଳ ପରି ଖାଦ୍ୟ ଉଦ୍ଭିଦର ବୀଜକୁ ବୁଜାଏ | ଏହା ସମଗ୍ର ଉଦ୍ଭିଦକୁ ମଧ୍ୟ ବୁଝାଇପାରେ I
- ବାଇବଲରେ, ମୁଖ୍ୟ ଶସ୍ୟ ଗହମ ଥିଲା ଯାହାକୁ ବାର୍ଲି କୁହାଯାଏ |
- ଶସ୍ୟସିଶା ଉଦ୍ଭିଦର ଏକ ଅଂଶ ଯେଉଁଥିରେ ଶସ୍ୟ ଥାଏ I
- କେତେକ ପ୍ରାଚୀନ ବାଇବେଲର ସଂସ୍କରଣରେ “ମକା” ସାଧାରଣ ଅର୍ଥରେ ସମସ୍ତ ଶସ୍ୟକୁ ଦର୍ଶାଇବାକୁ ବ୍ୟବହାର କରାଯାଇଛି I କିନ୍ତୁ ଆଧୁନିକ ଅନୁବାଦରେ “ମକା” କେବଳ ଏକ ବିଶେଷ ଶସ୍ୟକୁ ବୁଝାଏ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1250, H1430, H1715, H2233, H2591, H3759, H3899, H7054, H7383, H7641, H7668, G02480, G25900, G34500, G46210, G47190
ଶାସନ କରିବା, ଅଧିକାରୀ, ଶାସନକର୍ତ୍ତା, ଶାସନକର୍ତ୍ତା
ପରିଭାଷା:
“ଶାସକ” ଜଣେ ବ୍ୟକ୍ତି ଅଟନ୍ତି ଯେ ଗୋଟିଏ ରାଜ୍ୟ, ଅଞ୍ଚଳ କିମ୍ବା ଭୂଭାଗରେ ଶାସନ କରେ I “ଶାସନ କରିବା” ର ଅର୍ଥ ହେଉଛି ଦିଶା ନିର୍ଦେଶ, ନେତୃତ୍ୱ ଓ ସଂଚାଳ କରିବା I
- ପୁରାତନ ନିୟମରେ, ପାରଶ୍ୟ ପ୍ରଦେଶ ଉପରେ ଶାସନ କରୁଥିବା ଜଣେ ଶାସକଙ୍କ ପାଇଁ “ତିରଶାଥା” ଶବ୍ଦ ଏକ ନିର୍ଦ୍ଦିଷ୍ଟ ଆଖ୍ୟା ଥିଲା |
- ନୂତନ ନିୟମରେ, ରୋମ୍ୟ ପ୍ରଦେଶ ଉପରେ ଶାସନ କରୁଥିବା ଜଣେ ଶାସକଙ୍କ ପାଇଁ “ପ୍ରୋନ୍ସୁଲ୍” ଶବ୍ଦ ଏକ ନିର୍ଦ୍ଦିଷ୍ଟ ଆଖ୍ୟା ଥିଲା |
- ବାଇବେଲ ସମୟରେ, ରାଜ୍ୟପାଳ ରାଜା କିମ୍ବା ମହାରାଜା ଦ୍ୱାରା ନିଯୁକ୍ତ କରା ଯାଉଥିଲେ ଓ ତାହାର ଅଧିନରେ ରହୁଥିଲେ I
- ଏକ “ଅଧିକାରୀ” ଏକ ରାଜ୍ୟ କିମ୍ବା ଦେଶରେ ଶାସନ କରୁଥିବା ସମସ୍ତ ଶାସକର କାର୍ଯ୍ୟକୁ ବୁଝାଏ I ଶାସକ ନିୟମ ପ୍ରସ୍ତୁତ କରନ୍ତି ତାହା ତାହାଙ୍କ ନାଗରିକମାନଙ୍କ ବ୍ୟବହାରକୁ ପଥ ପ୍ରଦର୍ଶକ ହୁଏ ଯାହା ଦ୍ୱାରା ଦେଶର ସମସ୍ତ ଲୋକମାନଙ୍କ ମଧ୍ୟରେ ଶାନ୍ତି, ସୁରକ୍ଷା, ଓ ଫଳପ୍ରଦ ଜୀବନ ରହେ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଶାସକ” ଶବ୍ଦକୁ “ଶାସକ” କିମ୍ବା “ଅଧକ୍ଷ” କିମ୍ବା “ଆଞ୍ଚଳିକ ନେତା“ କିମ୍ବା “ଏକ କ୍ଷୁଦ୍ର ଭୂଭାଗରେ ଶାସକ“ ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗ ଉପରେ ଆଧାର କରି, “ଶାସନ କରିବା” ଶବ୍ଦକୁ “କାହା ଉପରେ ଶାସନ କରିବା” କିମ୍ବା “ନେତୃତ୍ୱ କରିବା“ କିମ୍ବା “ଚଳାଇବା“ କିମ୍ବା “ପର୍ଯ୍ୟବେକ୍ଷଣ କରିବା” ବୋଲି ଅନୁବାଦ କରାଯାଇପାରେ I
- “ଶାସକ“ ଶବ୍ଦକୁ “ରାଜା” କିମ୍ବା “ମହାରାଜା“ ଶବ୍ଦଠାରୁ ଭିନ୍ନ ଅର୍ଥରେ ଅନୁବାଦ କରାଯିବା ଉଚିତ, କାରଣ “ଶାସକ’ ଜଣେ ଅଳ୍ପ ଶକ୍ତିଶାଳୀ ଶାସକ ଥିଲେ, ଯିଏ ସେମାନଙ୍କ ଅଧୀନରେ ଥିଲେ I
- “ପ୍ରୋନ୍ସୁଲ୍“ ଶବ୍ଦକୁ “ରୋମ୍ୟ ରାଜ୍ୟପାଳ“ କିମ୍ବା “ରୋମୀୟ ଅଞ୍ଚଳର ଶାସକ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଅଧିକାର, ରାଜା, ଶକ୍ତି, ଅଞ୍ଚଳ, ରୋମୀୟ, ଶାସକ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0324, H1777, H2280, H4951, H5148, H5460, H6346, H6347, H6486, H7989, H8269, H8660, G04450, G04460, G07460, G14810, G22320, G22330, G22300, G42320
ଶାସନ, ଶାସନ, ଶାସକ, ସିଦ୍ଧ, ପଦାଧିକାରୀ, ନେତା
ପରିଭାଷା:
“ଶାସକ” ଶବ୍ଦ ଜଣେ ବ୍ୟକ୍ତି ଯିହାର ଅନ୍ୟ ଲୋକମାନଙ୍କ ଉପରେ ଅଧିକାର ବା କ୍ଷମତା ରହିଛି, ଯେପରି ଗୋଟେ ଦେଶର, ରାଜ୍ୟର, କିମ୍ବା ଧାର୍ମିକ ଗୋଷ୍ଠୀର ଜଣେ ନେତା। ଜଣେ ଶାସକ ଯିଏ “ଶାସନ” କରନ୍ତି, ଏବଂ ତାଙ୍କର ଅଧିକାର ତାଙ୍କର “ଶାସନ” ବୁଝାଏ ।
- ପୂରାତନ ନିୟମରେ, ଜଣେ ରାଜାଙ୍କୁ ବେଳେବେଳେ ସାଧାରଣତଃ ଜଣେ “ଶାସକ” ଭାବରେ ଉଲ୍ଲେଖ କରାଯାଉଥିଲା; “ତାହାଙ୍କୁ ଇସ୍ରାଏଲର ଶାସକ ଭାବରେ ନିଯୁକ୍ତ କଲେ” ବୋଲି ବାକ୍ୟାଂଶରେ ଉଲ୍ଲେଖ କରାଯାଇଛି।
- ଈଶ୍ଵରଙ୍କୁ ସର୍ବତ୍ତମ ଶାସକ ବୋଲି ଦର୍ଶାଯାଇଛି, ଯିଏ ଅନ୍ୟ ସମସ୍ତ ଶାସକମାନଙ୍କ ଉପରେ ଶାସନ କରନ୍ତି।
- ନୂତନ ନିୟମରେ, ସମାଜଗୃହର ନେତାଙ୍କୁ “ଶାସକ ବା ଅଧ୍ୟକ୍ଷ” ବୋଲି କୁହାଯାଉଥିଲା।
- ନୂତନ ନିୟମରେ ଅନ୍ୟ ଧରଣର ଶାସକ ଥିଲେ, “ଶାସନକର୍ତ୍ତା” ଥିଲେ।
- ପ୍ରସଙ୍ଗକୁ ଆଧାର କରି “ଶାସକ” ଶବ୍ଦକୁ “ନେତା” କିମ୍ବା “ଯେଉଁ ବ୍ୟକ୍ତିଙ୍କ ଅନ୍ୟ ଉପରେ ଅଧିକାର ବା କ୍ଷମତା ରହିଅଛି” ବୋଲି ଅନୁବାଦ କରାଯାଇପାରେ।
- “ଶାସନ କରିବା” କ୍ରିୟାକୁ “କ୍ଷମତ ଲାଭ କରିବାକୁ” କିମ୍ବା “ନେତୃତ୍ୱ ନେବା” କୁ ବୁଝାଏ। ଏହା ଜଣେ ରାଜାଙ୍କ ଶାସନ ସମୟର “ରାଜତ୍ୱକାଳ“ କୁ ବୁଝାଏ।
(ଦେଖନ୍ତୁ: ଅଧିକାର, ଶାସନକର୍ତ୍ତା, ରାଜା, ସମାଜଗୃହ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0995, H1166, H1167, H1404, H2708, H2710, H3027, H3548, H3920, H4043, H4410, H4427, H4428, H4438, H4467, H4474, H4475, H4623, H4910, H4941, H5057, H5065, H5387, H5401, H5461, H5715, H6113, H6213, H6485, H6957, H7101, H7218, H7287, H7300, H7336, H7786, H7860, H7980, H7981, H7985, H7989, H7990, H8199, H8269, H8323, H8451, G07460, G07520, G07550, G07570, G07580, G09320, G09360, G10180, G12030, G12990, G17780, G17850, G18490, G22320, G22330, G25250, G25830, G28880, G29610, G35450, G38410, G41650, G41730, G42910
ଶାସନ, ଶାସନକାରୀ, ପରିଚାଳନା, ଅଧିକାରୀ, ଅଧିକାରୀ, ପ୍ରଧାନ
ତଥ୍ୟ:
“ଶାସନ” ଏବଂ “ଶାସକ” ଶବ୍ଦଗୁଡ଼ିକ ଏକ ଦେଶର ଲୋକମାନଙ୍କୁ ପରିଚାଳନା କିମ୍ବା ପରିଚାଳନାକୁ ସୂଚିତ କରେ ଯାହା ଏହାକୁ ଏକ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।
- ଦାନିୟେଲ ଏବଂ ଅନ୍ୟ ତିନି ଜଣ ଯିହୁଦୀ ଯୁବକ ବାବିଲର କିଛି ଅଂଶ ଉପରେ ପ୍ରଶାସକ କିମ୍ବା ସରକାରୀ ଅଧିକାରୀ ଭାବରେ ନିଯୁକ୍ତ ହୋଇଥିଲେ।
- ନୂତନ ନିୟମରେ ଶାସନ ପବିତ୍ର ଆତ୍ମାଙ୍କର ଅନ୍ୟତମ ଉପହାର ଅଟେ ।
- ଯେଉଁ ବ୍ୟକ୍ତିଙ୍କର ଶାସନର ଆତ୍ମିକ ଉପହାର ଅଛି, ସେ ଲୋକମାନଙ୍କୁ ଆଗେଇ ନେବା ଏବଂ ଶାସନ କରିବା ସହ ଗୃହ ଏବଂ ଅନ୍ୟାନ୍ୟ ସମ୍ପତ୍ତିର ରକ୍ଷଣାବେକ୍ଷଣ ତଦାରଖ କରିବାରେ ସକ୍ଷମ ଅଟନ୍ତି ।
ଅନୁବାଦ ପରାମର୍ଶଗୁଡ଼ିକ
- ପ୍ରସଙ୍ଗ ଉପରେ ଆଧାର କରି, “ଶାସକ” କୁ ଅନୁବାଦ କରିବାର କିଛି ଉପାୟ “ରାଜ୍ୟପାଳ” କିମ୍ବା “ଚାଳକ” କିମ୍ବା “ପରିଚାଳକ” କିମ୍ବା “ଶାସକ” କିମ୍ବା “ସରକାରୀ ଅଧିକାରୀ” ହୋଇପାରେ ।
- “ଶାସନ” ଶବ୍ଦକୁ “ଶାସନ” କିମ୍ବା “ପରିଚାଳନା” କିମ୍ବା “ନେତୃତ୍ୱ” କିମ୍ବା “ସଂଗଠନ” ଭାବରେ ଅନୁବାଦ କରାଯାଇପାରେ ।
- “ଦାୟିତ୍” ରେ ”କିମ୍ବା“ ଯତ୍ନ ନେବା ”କିମ୍ବା“ ଆଦେଶ ଦେବା ”ପରି ଅଭିବ୍ୟକ୍ତିଗୁଡ଼ିକ ଏହି ଶବ୍ଦଗୁଡ଼ିକର ଅନୁବାଦର ଏକ ଅଂଶ ହୋଇପାରେ । (ଦେଖନ୍ତୁ: ବାବିଲ, ଦାନିୟେଲ, ଉପହାର, ରାଜ୍ୟପାଳ, ହନାନୀୟ, ମୀଶାୟେଲ, ଆଯାରୀୟ)
ବାଇବଲ ପଦପର୍ବ:
Word Data:
- Strong’s: H5532, H5608, H5632, H6213, H7860, G29410
ଶିକାର, ଶିକାର ଉପରେ
ସଂଜ୍ଞା:
ଏହି “ଶିକାର” ପ୍ରତିଶବ୍ଦ କୌଣସି ବିଷୟକୁ ଅନୁଧାବନ କରିବା,ବିଶେଷତଃ ଖାଦ୍ୟ ନିମନ୍ତେ ଜନ୍ତୁର ପଛରେ ଅନୁଧାବନ କରିବା ବିଷୟକୁ ସୂଚାଏ I * ଏକ ଆଳଙ୍କରିକ ଅର୍ଥରେ “ଶିକାର” ଏକ ବ୍ୟକ୍ତିକୁ ସୂଚାଇ ପାରିବ, ଯାହାର ଫାଇଦା ନିଆଯାଇଥାଏ, ଅପବ୍ୟବହାର କରାଯାଇଥାଏ, କିମ୍ୱା ଏକ ଅଧିକ ଶକ୍ତିଶାଳୀ ବ୍ୟକ୍ତି ଦ୍ୱାରା ଅତ୍ୟାଚାରିତ ବା ପ୍ରପୀଡ଼ିତ ହୋଇଥାଏ I * ଲୋକମାନଙ୍କୁ “ଶିକାର କରିବା” ଅର୍ଥ ଅତ୍ୟାଚାର କରିବା ଦ୍ୱାରା କିମ୍ୱା ସେମାନଙ୍କଠାରୁ କିଛି ଚୋରି କରି ନେବା ଦ୍ୱାରା ସେମାନଙ୍କର ଫାଇଦା ନେବା ବିଷୟ ଅଟେ I * ଏହି “ଶିକାର” ପ୍ରତିଶବ୍ଦ ମଧ୍ୟ “ଶିକାର ହୋଇଥିବା ଜନ୍ତୁ” କିମ୍ୱା “ଶିକାର ହୋଇଥିବା ବ୍ୟକ୍ତି” ବା “ଶରବ୍ୟ ବା ବଳି” ବୋଲି ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: ଅତ୍ୟାଚାର ବା ତାଡନା)
ବାଇବଲ ପଦଗୁଡିକ:
ବୋର୍ଡ ଡାଟା :
- Strong's: H400, H957, H961, H962, H2863, H2963, H2964, H4455, H5706, H5861, H7997, H7998
ଶିକ୍ଷା ଦେବା, ଶିକ୍ଷାଦାନ, ଅଶିକ୍ଷିତ
ପରିଭାଷା:
କାହାକୁ “ଶିକ୍ଷା ଦେବା” ଅର୍ଥ ସେ ଆଗରୁ ଜାଣି ନ ଥିବା ବିଷୟ ତାହାକୁ ଜଣାଇବା ଅଟେ। ଏହା ସାଧାରଣ ଅର୍ଥରେ “ସୂଚନା ପ୍ରଦାନ କରିବା” ହୋଇପାରେ, ଏବଂ ଏଥିରେ ଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତି ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନ ପାରେ। ସାଧାରଣତଃ, ସୂଚନାକୁ ଔପଚାରିକ ଭାବରେ ବା ଶୃଙ୍ଖଳିତ ଭାବରେ ପ୍ରଦାନ କରାଯାଇଥାଏ। ଜଣେ ବ୍ୟକ୍ତିଙ୍କର “ଉପଦେଶ ବା ଶିକ୍ଷାଦାନ” କିମ୍ବା ତାହାଙ୍କର “ଶିକ୍ଷାଦାନଗୁଡ଼ିକ” ଯାହା ସେ ଶିକ୍ଷା ପ୍ରଦାନ କରନ୍ତି ତାହା ଅଟେ।
- ଜଣେ ବ୍ୟକ୍ତି ଯିଏ ଶିକ୍ଷା ଦିଅନ୍ତି ସେ “ଶିକ୍ଷକ” ଅଟନ୍ତି। “ଶିକ୍ଷା ଦେବା” ପଦର ଅତୀତ କ୍ରିୟାପଦ “ଶିକ୍ଷା ଦେଲେ” ଅଟେ।
- ଯୀଶୁ ଶିକ୍ଷା ଦେଉଥିବା ସମୟରେ, ସେ ଈଶ୍ୱରଙ୍କ ବିଷୟରେ ଏବଂ ତାହାଙ୍କ ରାଜ୍ୟ ବିଷୟରେ ଅନେକ ବିଷୟ ବ୍ୟାଖ୍ୟା କରୁଥିଲେ।
- ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ସମ୍ମାନସୂଚକ ଶବ୍ଦ ବ୍ୟବହାର କରି “ଗୁରୁ” ବୋଲି ଡାକୁଥିଲେ, କାରଣ ସେ ଈଶ୍ୱରଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ।
- ଶିକ୍ଷା ପ୍ରଦାନ କରାଯାଉଥିବା ସୂଚନାକୁ ପ୍ରକାଶ କରାଯାଇପାରେ ବା ବକ୍ତବ୍ୟ ଭାବରେ କୁହାଯାଇପାରେ।
- ଆପଣା ସମ୍ପର୍କରେ ଈଶ୍ୱରଙ୍କଠାରୁ ଶିକ୍ଷାଗୁଡ଼ିକର ଏକ ସମଷ୍ଠିକୁ ଓ ଏଥିରେ କିପରି ଭାବରେ ଜୀବନଯାପନ କରାଯିବ, ସେସମ୍ପର୍କରେ ଈଶ୍ୱରଙ୍କ ପରାମର୍ଶ ଓ ଉପଦେଶକୁ “ମତବାଦ” କୁ ସୂଚାଇଥାଏ। ଏହାକୁ “ଈଶ୍ୱରଙ୍କଠାରୁ ଶିକ୍ଷା” କିମ୍ୱା “ଈଶ୍ୱର ଆମକୁ ଯାହା ଶିକ୍ଷା ଦିଅନ୍ତି” ବୋଲି ଅନୁବାଦ କରାଯାଇପାରେ।
- “ତୁମ୍ଭେମାନେ ଯାହା ଶିକ୍ଷା କରିଅଛ” ବାକ୍ୟାଂଶକୁ ମଧ୍ୟ ପ୍ରସଙ୍ଗ ଉପରେ ଆଧାର କରି “ଏହି ଲୋକମାନେ ଯାହା ତୁମ୍ଭମାନଙ୍କୁ ଶିକ୍ଷା ପ୍ରଦାନ କରିଅଛନ୍ତି” କିମ୍ୱା “ ଈଶ୍ୱର ତୁମ୍ଭମାନଙ୍କୁ ଯାହା ଶିକ୍ଷା ପ୍ରଦାନ କରିଅଛନ୍ତି” ବୋଲି ଅନୁବାଦ କରାଯାଇପାରେ।
- “ଶିକ୍ଷା ଦାନ” ବାକ୍ୟାଂଶକୁ “କହିବା” ବା “ବ୍ୟାଖ୍ୟା କରିବା” ବା “ଉପଦେଶ ଦେବା” ବୋଲି ଅନୁବାଦ କରାଯାଇପାରେ।
- ଅନେକ ସମୟରେ ବାକ୍ୟାଂଶକୁ “ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେବା” ବୋଲି ଅନୁବାଦ କରାଯାଇପାରେ।
(ନିର୍ଦ୍ଦେଶ, ଶିକ୍ଷକ, ଈଶ୍ୱରଙ୍କ ବାକ୍ୟ: ଦେଖନ୍ତୁ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0502, H2094, H2449, H3045, H3046, H3256, H3384, H3925, H3948, H7919, H8150, G13170, G13210, G13220, G20850, G26050, G27270, G31000, G23120, G25670, G38110, G49940
ଶିକ୍ଷିତ ବ୍ୟକ୍ତି, ଯୋତିଷ ଶାସ୍ତ୍ରୀ
ସଂଜ୍ଞା:
ମାଥିଉ ପୁସ୍ତକ ଯୀଶୁଙ୍କର ଜନ୍ମ ଶାରଣୀରେ “ଶିକ୍ଷିତ”କିଅବା ପଢା ଲେଖା ଲୋକମାନେ ହେଉଛନ୍ତି “ଜ୍ଞାନୀପୁରୁଷମାନେ “ଯେଉଁମାନେ ବେଥାଲିହିମରେ ଯୀଶୁଙ୍କ ନିକଟକୁ ତାହାଙ୍କ ଜନ୍ମ ଦିନର କଛି ଦିନ ପରେ ଉପହାର ନେଇ ଆସିଲେ I ସେମାନେ “ଯୋତିଷ ଲୋକମାନେ “ହୋଇ ଥାଇ ପାରନ୍ତି ଯେଉଁମାନେ ତାରକା ଅଧ୍ୟୟନ କରନ୍ତି I * ଏହି ଲୋକମାନେ ଦୁର ପୂର୍ବ ଦେଶରୁ ଜାତ୍ରା କରି ଇସ୍ରାଏଲ ଆସିଲେ I ଏଯା ଜଣା ନାହିଁ କି ସେମାନେ କେଉଁଠାରୁ ଆସିଥିଲେ କି ସେମାନେ କିଏ I କିନ୍ତୁ ସେମାନେ ବୁଦ୍ଧିଜୀବୀ ଲୋକମାନେଥିଲେ ଯେଉଁମାନେ ତାରା ଅଧ୍ୟୟନ କରୁଥିଲେ I * ସେମାନେ ଦାନିଏଲ ସମୟରେ ଥିବା ବୁଦ୍ଧିଜୀବୀ ଲୋକମାନଙ୍କର ବଂଶ ଧର ହୋଇ ପାରନ୍ତି ଯେଉଁମାନେ ବାବିଲନରେ ଦାନିଏଲ ସମୟରେ ରହୁଥିଲେ ଯେଉଁମାନେ ଅନେକ ବିଷୟରେ ପ୍ରଶିକ୍ଷଣ ପାଇଥିଲେ, ତାହା ମଧ୍ୟରେ ତାରକା ଅଧ୍ୟୟନ ଓ ସ୍ୱପ୍ନ ର ଅର୍ଥ କହିବା ଅନ୍ତର୍ଭୁକ ଅଟେ I * ରୀତି ଅନୁସାରେ, କୁହାଯାଏ ତିନି ପଣ୍ଡିତଥିଲେ କାରଣ ତିନଟି ଉପହାର ସେମାନେ ଆଣିଥିଲେ I ଯାହା ମଧ୍ୟ ହେଉ ବାଇବଲ ଅନୁଛେଦ ତିନି ଜଣ ବୋଲି କହୁ ନାହିଁ I
(ଆହୁରି ଦେଖନ୍ତୁ: ବାବିଲନ, ବେହଲୀ ହିମ, ଦାନିଏଲ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H1505, G3097
ଶିଙ୍ଗ, ତୁରୀ
ସତ୍ୟ ଘଟଣାବଳୀ:
ଶିଙ୍ଗ ସ୍ଥାୟୀ, କଠିନ, ଏକ ତିଖ୍ନ ଉଚ୍ଚକୁ ଉଠୁ ଥିବା ଅଙ୍ଗର ଅଟେ ଯାହା ଅନେକ ପଶୁ ମସ୍ତକରେ ଥାଏ ଏଥିରେ ଗୋରୁ, ମେଷ, ଛେଳି ଓ ହରିଣ ଅନ୍ତର୍ଭୁକ୍ତ ଅଟନ୍ତି I
- ପୁଜାତୀୟ ମେଷର ଶିଙ୍ଗରେ ବାଦ୍ୟ ଯନ୍ତ୍ର ନିର୍ମିତ ହୁଏ ଯାହାକୁ “ମେଷ ଶିଙ୍ଗ“ କିମ୍ବା “ଶୋଫାର” କୁହାଯାଏ, ଯାହା ବିଶେଷ କାର୍ଯ୍ୟକ୍ରମରେ ଯଥା ଧାର୍ମିକ ଉତ୍ସବରେ ବଜାନ୍ତି I
- ଈଶ୍ଵର ଇସ୍ରାଏଲ ଲୋକମାନଙ୍କୁ ମେଷ ଶିଙ୍ଗ ଆକାରରେ ଧୂପ ବେଦୀ ଓ ପିତଳ ଚାରଟି କୋଣରେ ନିର୍ମାଣ କରିବାକୁ କହିଲେ I ଯଦିଚ ଏହି ପ୍ରକ୍ଷେପଣ ସବୁକୁ “ଶିଙ୍ଗ” କୁହାଯାଏ ତଥାପି ବାସ୍ତବରେ ତାହା ପଶୁ ଶିଙ୍ଗ ନଥିଲା I
- “ଶିଙ୍ଗ“ ଶବ୍ଦ ଅନେକ ସମୟରେ “ଫ୍ଲାସ୍କ୍“ ପରି ବ୍ୟବହୃତ ହୁଏ ଯାହା ଏକ ଶିଙ୍ଗ ଆକୃତିର ଥିଲା ଯାହାକୁ ପାଣି କିମ୍ବା ତେଲ ରଖିବାକୁ ବ୍ୟବହାର କରାଯାଉଥିଲା I ରାଜାକୁ ଅଭିଷେକ କରିବା ନିମନ୍ତେ ଏଠାରୁ ହିଁ ତେଲ ବ୍ୟବହାର କରାଯାଏ, ଯେପରି ଶାମୁୟେଲ ଦାଉଦଙ୍କ ସହିତ କରିଥିଲେ I
- ଏହି ଶବ୍ଦକୁ ଅଲଗା ରୂପରେ ଅନୁବାଦ କରା ଯିବା ଉଚିତ୍ କିନ୍ତୁ ତୁରୀ ଶବ୍ଦ ନୁହଁ I
- “ଶିଙ୍ଗ” ଶବ୍ଦ ସାଙ୍କେତିକ ରୂପରେ ଏକ ଚିହ୍ନ ଭାବେ ବଳ, ଶକ୍ତି, ଅଧିକାର ନିଷ୍ଟାକୁ ଦର୍ଶାଏ I
(ଦେଖନ୍ତୁ: ଅଧିକାରୀ, ଗାଇ, ହରିଣ, ଛେଳି, ଶକ୍ତି, ନିଷ୍ଟା, ମେଷ , ତୁରୀ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3104, H7160, H7161, H7162, H7782, G27680
ଶିଟୀମ୍
ସଂଜ୍ଞା:
ଶିଟୀମ୍ ଶବ୍ଦ ଏକ ସାଧାରଣ ବୁଦା କିମ୍ୱା ଗଛର ନାମ ଯାହା ପୁରାତନ ସମୟରୁ କିଣାନରେ ବଢି ଆସୁଥିଲା; ଆଜି ମଧ୍ୟ ସେହି ଦେଶରେ ବହୁମାତ୍ରାରେ ଅଛି I * ଶିଟୀମ୍ ଗଛର କମଳା ବାଦାମୀ ରଙ୍ଗର କାଠ ଅତି ଶକ୍ତ ଏବଂ ଦୀର୍ଘସ୍ଥାୟୀ ଅଟେ, ଏହା ନିର୍ମାଣ କାର୍ଯ୍ୟ ପାଇଁ ଏକ ଉପଯୋଗୀ ସାମଗ୍ରୀ ବନାଏ I * ଏହି କାଠ କ୍ଷୟ ପାଇଁ ଅତ୍ୟଧିକ ପ୍ରତିରୋଧୀ ଅଟେ, କାରଣ ଏହା ବହୁତ ଘନ ଅଟେ ଯାହାକି ପାଣିକୁ ବାହାରେ ରଖିଦିଏ, ଏବଂ ଏହା ପ୍ରାକୃତିକ ପରିରକ୍ଷକ ଅଟେ ତାହା ଏକାକୁ ପୋକ ନଷ୍ଟ କରିବାଠାରୁ ରକ୍ଷା କରେ I * ବାଇବଲରେ, ଶିଟୀମ୍ କାଠ ସମାଗମ ତମ୍ୱୁ ଏବଂ ନୀୟମ ସିନ୍ଦୁକ ନିର୍ମାଣରେ ବ୍ୟବହାର ହୋଇଥିଲା I
(ମଧ୍ୟ ଦେଖିପାରିବା: ଅଜ୍ଞାତ ଅନୁବାଦ କିପରି କରାଯାଏ
(ମଧ୍ୟ ଦେଖିପାରିବା: ନୀୟମ ସିନ୍ଦୁକ, ସମାଗମ ତମ୍ୱୁ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H7848
ଶୋଇବା, ମହାନିଦ୍ରା ପ୍ରାପ୍ତ, ଶୋଇବା, ନିଦ୍ରାଳୁ, ନିଦ୍ରାହୀନ
ପରିଭାଷା:
ଏହି ଶବ୍ଦଗୁଡ଼ିକ ମୃତ୍ୟୁ ସହ ଜଡିତ ଆଳଙ୍କାରିକ ଅର୍ଥ ପ୍ରକାଶ କରେ ।
-
“ଶୋଇବା” କିମ୍ୱା “ମହାନିଦ୍ରା ପ୍ରାପ୍ତ” ଶବ୍ଦର ଆଳଙ୍କାରିକ ଅର୍ଥ ”ମୃତ୍ୟୁ” ଅଟେ । (ଦେଖନ୍ତୁ: ଉପମା)
-
“ମହାନିଦ୍ରା ପ୍ରାପ୍ତ “ବାକ୍ୟାଂଶର ଅର୍ଥ ଶୋଇବାକୁ ଆରମ୍ଭ କରିବା କିମ୍ୱା ମୃତ୍ୟୁର ଉପମା ଅଟେ ।
-
“ପିତାଙ୍କ ସହ ନିଦ୍ରାପ୍ରାପ୍ତ” ବାକ୍ୟାଂଶର ଅର୍ଥ, ଜଣେ ପୂର୍ବପୁରୁଷଙ୍କ ପରି ମରିବା ଅଟେ କିମ୍ବା ଯେପରି ଜଣେ ପୂର୍ବପୁରୁଷଙ୍କ ପରି ମୃତ୍ୟୁ ଅଟେ ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଶୋଇ ପଡିବା” ବକ୍ୟାଂଶକୁ “ହଠାତ ଶୋଇ ପଡିଲେ” କିମ୍ୱା “ଶଯ୍ୟାଶାୟୀ” କିମ୍ୱା ଏହାକୁ ଶବ୍ଦର ଅର୍ଥ ଉପରେ ଆଧାର କରି ଅନୁବାଦ କରାଯାଇପାରେ ।
- ସୂଚନା: ଦର୍ଶକମାନେ ଏହାର ଅର୍ଥ ବୁଝି ନଥିବା ପରିପ୍ରେକ୍ଷୀରେ ସାଙ୍କେତିକ ଅଭିବ୍ୟକ୍ତି ରଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ । ଉଦାହରଣ ସ୍ୱରୂପ, ଯେତେବେଳେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, ଲାଜାର “ଶୋଇଛନ୍ତି” ସେମାନେ ଭାବିଲେ ଯେ ଲାଜାର ସ୍ୱାଭାବିକ ଭାବରେ ଶୋଇଛନ୍ତି । ଏହି ପରିପ୍ରେକ୍ଷୀରେ, ଏହାକୁ “ସେ ମରିଲେ” ବୋଲି ଅନୁବାଦ କରିବା ଭଲ ହେବ ।
- କେତେକ ସ୍ଥାନୀୟ ଭାଷାରେ ମୃତ୍ୟୁ କିମ୍ବା ମରଣ ପାଇଁ ଏକ ଭିନ୍ନ ଅଭିବ୍ୟକ୍ତି ଥାଇପାରେ ଯାହା “ଶୋଇବା” ଏବଂ “ନିଦ୍ରା” ଅଭିବ୍ୟକ୍ତି ପାଇଁ ବ୍ୟବହାର କରାଯାଇ ପାରିବ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H1957, H3462, H3463, H7290, H7901, H8139, H8142, H8153, H8639, G08790, G18520, G18530, G25180, G28370, G52580
ଶୋଭା
ସଂଜ୍ଞା:
“ଶିଭା” ଶବ୍ଦ ଅତ୍ୟଧିକ ସୌନ୍ଦର୍ଯ୍ୟ ଏବଂ କମନୀୟ଼ତା ଯାହା ବାରମ୍ୱାର ସଂଲଗ୍ନ ହୋଇଛି ସମ୍ପଦ ଓ ସୁନ୍ଦର ଆବିର୍ଭାବ ଜଣେ ରାଜାଙ୍କର ସମ୍ପତ୍ତିକୁ ବର୍ଣ୍ଣନା କରିବା ବେଳେ ଶୋଭା ଶବ୍ଦର ବ୍ୟବହାର ହୁଏ କିମ୍ୱା ତାହାର ବହୁମୂଲ୍ୟ, ସୁନ୍ଦରୀ ଆଡମ୍ୱର ପୋଷାକ ର ଚାହାଣୀକୁ ବର୍ଣ୍ଣନା କରେ * ଗଛ, ପାହାଡ ଏବଂ ଅନ୍ୟ ଇଶ୍ୱରଙ୍କ ସୃଷ୍ଟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ “ଶୋଭା” ଶବ୍ଦ ର ବ୍ୟବହାର ହୋଇଥାଏ * ନିର୍ଦ୍ଧିଷ୍ଟ ସହର ଗୁଡିକର ଶୋଭା ଅତୁଳନୀୟ କାରଣ ସେମାନଙ୍କର ପ୍ରାକୃତିକ ସମ୍ୱଳ, ଉଚ୍ଚମାନର ଅଟ୍ଟାଳିକା ଏବଂ ରାସ୍ତା ଓ ଲୋକମାନଙ୍କର ସମ୍ପତ୍ତି ଯାହା ଦାମୀ ପୋଷାକ, ସୁନା ଏବଂ ରୁପା * ପରିସ୍ଥିତିକୁ ଦେଖି, ଏହା ଅନୁବାଦ ହୋଇପାରିବ ଯଥା “ଭବ୍ୟ ସୌନ୍ଦର୍ଯ୍ୟ” କିମ୍ୱା “ଚମକପ୍ରଦ ମହିମା” କିମ୍ୱା “ରାଜକିୟ ମହାନତା”
ବାଇବଲ ସନ୍ଦର୍ୱ:
- ୧ ବଂଶାବଳି ୧୬:୨୫-୨୭
- ଯାତ୍ରା ୨୮:୧-୩
- ଯିହିଜିକଲ ୨୮:୬-୭
- ଲୁକ ୦୪:୫-୭
- ଗୀତସଂହିତା ୦୮୯:୪୪-୪୫
- ପ୍ରକାଶିତ ବାକ୍ୟ ୨୧:୨୬-୨୭
ବୋର୍ଡ ଡାଟା :
- Strong's: H1925, H1926, H1927, H1935, H2091, H2122, H2892, H3314, H3519, H6643, H7613, H8597
ଶ୍ୱାସପ୍ରଶ୍ୱାସ, ନିଶ୍ୱାସ
ସଂଜ୍ଞା”
ବାଇବଲରେ, “ଶ୍ୱାସପ୍ରଶ୍ୱାସ” ଏବଂ “ନିଶ୍ୱାସ” ଶବ୍ଦଗୁଡ଼ିକ ସାଙ୍କେତିକ ଭାବରେ ଜୀବନ ପ୍ରଦାନ କିମ୍ବା ଜୀବନ ପାଇବାକୁ ସୂଚୀତ କରେ । * ବାଇବଲ ଶିକ୍ଷା ଦିଏ ଯେ ଈଶ୍ବର ଆଦମଙ୍କ ଜୀବନରେ “ଶ୍ୱାସପ୍ରଶ୍ୱାସ ଦେଲେ” । ସେହି ସମୟରେ ଆଦମ ଏକ ଜୀବନ୍ତ ମନୁଷ୍ୟ ହେଲେ । * ଯେତେବେଳେ ଯୀଶୁ ଶିଷ୍ୟମାନଙ୍କ ଉପରେ ନିଶ୍ୱାସ ତ୍ୟାଗ କଲେ ଏବଂ ସେମାନଙ୍କୁ “ଆତ୍ମା ଗ୍ରହଣ କରିବାକୁ” କହିଲେ, ସେ ବୋଧହୁଏ ସେମାନଙ୍କ ନିକଟକୁ ଆସୁଥିବା ପବିତ୍ର ଆତ୍ମାକୁ ପ୍ରତୀକ ଭାବରେ ସୂଚାଉଥିଲେ। * ବେଳେବେଳେ “ଶ୍ୱାସପ୍ରଶ୍ୱାସ” ଏବଂ “ନିଶ୍ୱାସ ନେବା” ଶବ୍ଦଗୁଡ଼ିକ କହିବା ପାଇଁ ବ୍ୟବହୃତ ହୁଏ । * ସାଙ୍କେତିକ ଅଭିବ୍ୟକ୍ତି “ଈଶ୍ବରଙ୍କ ନିଶ୍ୱାସ” ବା “ଯିହୋବାଙ୍କର ନିଶ୍ୱାସ” ପ୍ରାୟତଃ ବିଦ୍ରୋହୀ କିମ୍ବା ଈଶ୍ୱରଙ୍କ ଉପରେ ଈଶ୍ବରଙ୍କ କ୍ରୋଧକୁ ବୁଝାଏ । ଏହା ତାଙ୍କ ଶକ୍ତିକୁ ପ୍ରକାଶ କରେ । ଅନୁବାଦ ପରାମର୍ଶଗୁଡ଼ିକ * “ତାଙ୍କର ଶେଷ ନିଶ୍ୱାସ ତ୍ୟାଗ” ଅଭିବ୍ୟକ୍ତି “ସେ ମରିଗଲେ” କହିବାର ଏକ ସାଙ୍କେତିକ ଉପାୟ ଅଟେ । ଏହା ମଧ୍ୟ ଅନୁବାଦ କରାଯାଇପାରେ “ସେ ଶେଷ ନିଶ୍ୱାସ ତ୍ୟାଗ କଲେ” କିମ୍ବା “ସେ ନିଶ୍ୱାସ ବନ୍ଦ କରି ମରିଗଲେ” କିମ୍ବା “ସେ ଶେଷ ଥର ପାଇଁ ବାୟୁରେ ନିଶ୍ୱାସ ତ୍ୟାଗ କଲେ।” * ଶାସ୍ତ୍ରଗୁଡ଼ିକୁ “ଈଶ୍ଵଙ୍କ ଦ୍ୱାରା ନିଶ୍ୱାସପ୍ରାପ୍ତ” ଭାବରେ ବର୍ଣ୍ଣନା କରିବାର ଅର୍ଥ ଈଶ୍ବର ଶାସ୍ତ୍ରର ଶବ୍ଦଗୁଡ଼ିକୁ କହିଥିଲେ କିମ୍ବା ପ୍ରେରଣା ଦେଇଥିଲେ ଯାହା ପରେ ମାନବ ଲେଖକମାନେ ଲେଖିଥିଲେ । ଏହା ସମ୍ଭବତଃ ସର୍ବୋତ୍ତମ ଅଟେ, ଯଦି ସମ୍ଭବ, “ଈଶ୍ଵର-ନିଶ୍ୱାସପ୍ରାପ୍ତ” କୁ କିଛି ମାତ୍ରାରେ ଅନୁବାଦ କରିବା ଉତ୍ତମ ଅଟେ, କାରଣ ଏହାର ପ୍ରକୃତ ଅର୍ଥ ପ୍ରକାଶ କରିବା କଷ୍ଟକର ଅଟେ । * ଯଦି “ଈଶ୍ଵର-ନିଶ୍ୱାସପ୍ରାପ୍ତ” ର ଆକ୍ଷରିକ ଅନୁବାଦ ଗ୍ରହଣୀୟ ନୁହେଁ, ତେବେ ଏହାକୁ ଅନୁବାଦ କରିବାର ଅନ୍ୟ ଉପାୟଗୁଡ଼ିକ “ଈଶ୍ଵରଙ୍କ ଦ୍ୱାରା” କିମ୍ବା “ଈଶ୍ବରଙ୍କ ଦ୍ୱାରା ଲେଖା” କିମ୍ବା “ଈଶ୍ବରଙ୍କ ଦ୍ୱାରା କଥିତ” ଅନ୍ତର୍ଭୁକ୍ତ କରାଯାଇପାରେ । ଏହାକୁ “ଈଶ୍ବର ଶାସ୍ତ୍ରରେ ପ୍ରକାଶ କଲେ” ବୋଲି ଅନୁବାଦ କରାଯାଇପାରେ । * “ନିଶ୍ୱାସ ପ୍ରଶ୍ୱାସ” କିମ୍ବା “ଜୀବନକୁ ନିଶ୍ୱାସ ନେବା” କିମ୍ବା “ନିଶ୍ୱାସ ଦେବା” ଅଭିବ୍ୟକ୍ତିଗୁଡ଼ିକ “ନିଶ୍ୱାସ ପ୍ରଶ୍ୱାସର କାରଣ” କିମ୍ବା “ପୁନର୍ବାର ଜୀବନ୍ତ ହେବା” କିମ୍ବା “ସେମାନଙ୍କୁ ବଞ୍ଚିବା ଏବଂ ନିଶ୍ୱାସ ନେବାରେ ସକ୍ଷମ କରିବା” କିମ୍ବା “ଜୀବନ ଦେବା” ଭାବରେ ଅନୁବାଦ କରାଯାଇପାରେ । * ଯଦି ସମ୍ଭବ, ଏକ ଭାଷାରେ “ନିଶ୍ୱାସ” ପାଇଁ ବ୍ୟବହୃତ ଆକ୍ଷରିକ ଶବ୍ଦ ସହିତ “ଈଶ୍ଵଙ୍କ ନିଶ୍ୱାସ” ଅନୁବାଦ କରିବା ସର୍ବୋତ୍ତମ ଅଟେ । ଯଦି ଈଶ୍ଵରଙ୍କୁ “ନିଶ୍ୱାସ” କୁହାଯାଇପାରିବ ନାହିଁ, ତେବେ ଏହାକୁ “ଈଶ୍ଵରଙ୍କ ଶକ୍ତି” କିମ୍ବା “ଈଶ୍ବରଙ୍କ ବାକ୍ୟ” ଭାବରେ ଅନୁବାଦ କରାଯାଇପାରିବ । * “ମୋର ନିଶ୍ୱାସ” କିମ୍ବା “ମୋର ନିଶ୍ୱାସ ଗ୍ରହଣ କର” ଅଭିବ୍ୟକ୍ତିକୁ “ଅଧିକ ଧୀରେ ଧୀରେ ନିଶ୍ୱାସ ନେବା ପାଇଁ ଆରାମ କର” କିମ୍ବା “ସାଧାରଣ ଭାବରେ ନିଶ୍ୱାସ ନେବା ପାଇଁ ଚାଲିବା ବନ୍ଦ କରିବା” ଭାବରେ ଅନୁବାଦ କରାଯାଇପାରେ । * ଅଭିବ୍ୟକ୍ତି “କେବଳ ଏକ ନିଶ୍ୱାସ” ର ଅର୍ଥ “ବହୁତ କମ ସମୟ ପର୍ଯ୍ୟନ୍ତ ରହିଥାଏ ।” * ସେହିଭଳି “ମନୁଷ୍ୟ ଗୋଟିଏ ନିଶ୍ୱାସ” ର ଅର୍ଥ “ଲୋକମାନେ ବହୁତ କମ ସମୟ ବଞ୍ଚନ୍ତି” କିମ୍ବା “ମନୁଷ୍ୟର ଜୀବନ ଅତି କ୍ଷୁଦ୍ର, ଗୋଟିଏ ନିଶ୍ୱାସ ପରି” କିମ୍ବା “ଈଶ୍ଵରଙ୍କ ତୁଳନାରେ, ଜଣେ ବ୍ୟକ୍ତିର ଜୀବନ ଅତି କ୍ଷୁଦ୍ର ମନେହୁଏ ଯେପରି ଥରେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଯେତିକି ସମୟ ଲାଗେ। ”
(ଦେଖନ୍ତୁ: ଆଦମ, ପାଉଲ, ଈଶ୍ଵରଙ୍କ ବାକ୍ୟ,, ଜୀବନ)
ବାଇବଲ ପଦପର୍ବ:
Word Data:
- Strong’s: H3307, H5301, H5396, H5397, H7307, G17200, G41570
ସଚ୍ଚୋଟତା
ସଂଜ୍ଞା:
“ସଚ୍ଚୋଟତା” ଶବ୍ଦ ର ଅର୍ଥ ମଧ୍ୟ ବିଶ୍ୱାସ ଯୋଗ୍ୟ ହେବା, ଏକ ଦୃଢ ନୈତିକ ସିଦ୍ଧାନ୍ତ ଓ ବ୍ୟବହାର କୁ ଦର୍ଶାଏ ଯାହା ସଚ୍ଚୋଟତା ଅଛି ବୋଲି କୁହାଯାଏ I * ସଚ୍ଚୋଟତା ହେବାର ଅର୍ଥ ଯାହା ଦୃଢ ନୈତିକ ସିଦ୍ଧାନ୍ତ ଓ ବ୍ୟବହାର ଥାଏ, ଯେଉଁଠାରେ ସଚ୍ଚୋଟତା ଥାଏ କୁ ବାଛିବା ଅଟେ I * ବାଇବଲରେ କେତେକ ଚରିତ୍ର, ଯେପରିକି ଯୋଷେଫ, ଦାନିଏଲ ନିଜର “ସଚ୍ଚୋଟତା” ଦେଖାଇଲେ ଯେତେବେଳେ ସେମାନେ ମନ୍ଦ କାମ କରିବାକୁ ମନା କଲେ ଓ ପରମେଶ୍ୱରଙ୍କ ଅଜ୍ଞାକାରୀ ହେଲେ I * ହିତୋପଦେଶ ପୁସ୍ତକ କୁହେ କି ଧନୀ ହୋଇ ଭ୍ରଷ୍ଟ ଓ ଅବିଶ୍ୱାସଯୋଗ୍ୟ ହେବା ଅପେକ୍ଷା “ସଚ୍ଚୋଟତା” ଥାଇ ଗରିବ ହେବା ଉତ୍ତମ ଅଟେ I
ଅନୁବାଦ ପ୍ରସ୍ତାବ:
- “ସଚ୍ଚୋଟତା” ଶବ୍ଦ କୁ “ସାଧୁତା “କିଅବା “ସଠିକ ନୈତିକତା “କିଅବା ସତ୍ୟତାରେ ବ୍ୟବହାର କରିବା” କିଅବା “ଭରସା ବଣ୍ଟ ଓ ବିଶ୍ୱାସ ଯୋଗ୍ୟ ରୂପରେ କାମ କରିବା “ରୂପରେ ଅନୁବାବ କରାଯାଇପାରେ I
(ଆହୁରି ଦେଖନ୍ତୁ: ଦାନିଏଲ, ଯୋଷେଫ)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H3476, H6664, H6666, H8535, H8537, H8538, H8549, G4587
ସନ୍ତାନ
ସଂଜ୍ଞା:
“ସନ୍ତାନ” ହେଉଛି ସାଧାରଣତଃ ମନୁଷ୍ୟର କିମ୍ୱା ପଶୁମାନଙ୍କର ଜୈବିକ ସନ୍ତାନଗଣକୁ ବୁଝାଏ * ସାଧାରଣତଃ ବାଇବଲରେ, “ସନ୍ତାନ” ସମଅର୍ଥ ବୋଧକ ଶବ୍ଦ ହେଉଛି “ପିଲାମାନେ” କିମ୍ୱା “ସନ୍ତାନଗଣ” * ସନ୍ତାନକୁ ବେଳେବେଳେ “ମଞ୍ଜି” ବୋଲି ଆଳଙ୍କାରିକ ବ୍ୟବହାର କରାଯାଏ
ବାଇବଲ ପୃଷ୍ଠଭୂମି:
ବୋର୍ଡ ଡାଟା :
- Strong's: H1121, H2233, H5209, H6363, H6529, H6631, G1081, G1085
ସପରିବାର, ସପରିବାରମାନ
ସଂଜ୍ଞା:
“ସପରିବାର” ଶବ୍ଦ ସମସ୍ତ ଜଣକୁ ଦର୍ଶାଏ ଯେଉଁମାନେ ଅର୍ଥାତ ପରିବାର ଓ ଆତ୍ମୀୟ କୁ ଅନ୍ତର୍ଭୁକ୍ତ କରି ଏକତ୍ରିତ ହୋଇ ଗୋଟିଏ ଘରେ ରହନ୍ତି I * ସପରିବାରର ଯତ୍ନ ନେବା ର ଅର୍ଥ ହେଲା ସେବକମାନକୁ ନିର୍ଦେଶ ଦେବା ଆଉ ସମ୍ପତିର ଯତ୍ନ ନେବା ଅଟେ I * ବେଳେ ବେଳେ “ସପରିବାର “ଶବ୍ଦ ସାଙ୍କେତିକ ରୂପରେ ସମସ୍ତ ପରିବାର ଏକ ଜନ ର ଖାନଦାନ କିଅବା ବଂଶରୁ ଆସିଛି କୁ ଦର୍ଶାଏ I
(ଆହୁରି ଦେଖନ୍ତୁ: ଘର)
ବାଇବଲ ପଦପର୍ବ:
- ପ୍ରେରିତ ୦୭:୯-୧୦
- ଗାଲାତୀୟ ୦୬:୯-୧୦
- ଆଦିପୁସ୍ତକ ୦୭:୧-୩
- ଆଦିପୁସ୍ତକ ୩୪: ୧୮-୧୯
- ଯୋହନ ୦୪:୫୩-୫୪
- ମାଥିଉ ୧୦:୨୫-୨୫
- ମାଥିଉ ୧୦:୩୪-୩୫
- ଫିଲିପିୟ ୦୪:୨୧-୨୩
ବୋର୍ଡ ଡାଟା :
- Strong's: H1004, H5657, G2322, G3609, G3614, G3615, G3616, G3623, G3624
ସଫଳ ହେବା, ସମୃଦ୍ଧିଶାଳୀ ଅବସ୍ଥା ବା ସମ୍ପଦ, ବିଭବଶାଳୀ ବା ଶୁଭ
ସଂଜ୍ଞା:
“ଉନ୍ନତି ବା ବୃଦ୍ଧି” ପ୍ରତିଶବ୍ଦ ସାଧାରଣତଃ ଉତ୍ତମ ଭାବରେ ଜୀବନ କାଟିବାକୁ ସୂଚାଏ ଏବଂ ଶାରୀରିକ ଭାବରେ କିମ୍ୱା ଆତ୍ମିକ ଭାବରେ ଉନ୍ନତି କରିବା ବିଷୟକୁ ସୂଚାଇ ପାରିବ। ଯେତେବେଳେ ଲୋକମାନେ ବା ଏକ ଦେଶ “ବିଭବଶାଳୀ”, ଏହାର ଅର୍ଥ ସେମାନେ ବିଭବଶାଳୀ ଏବଂ ସେମାନଙ୍କ ପାଖରେ ସଫଳତାପୂର୍ଣ୍ଣ ହେବା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ରହିଛି।
- “ବିଭବଶାଳୀ” ପ୍ରତିଶବ୍ଦ ଅନେକ ସମୟରେ ଟଙ୍କା ଏବଂ ସମ୍ପତ୍ତି ହାସଲ କରିବା ବିଷୟକୁ କିମ୍ୱା “ଉତ୍ତମ ଓ ସୁଖରେ ଜୀବନଯାପନ କରିବା ନିମନ୍ତେ ଲୋକମାନଙ୍କ ଆବଶ୍ୟକୀୟ ପ୍ରତ୍ୟେକ ବିଷୟ ଉତ୍ପନ୍ନ କରିବା” ବୁଝାଏ।
- ବାଇବଲରେ, ଏହି “ବିଭବଶାଳୀ” ପ୍ରତିଶବ୍ଦ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସନ୍ତାନମାନଙ୍କ ଦ୍ୱାରା ଆଶୀର୍ବାଦପ୍ରାପ୍ତ ହେବା ବିଷୟକୁ ମଧ୍ୟ ଅନ୍ତର୍ଭୁକ୍ତ କରେ।
- ଏକ “ବିଭବଶାଳୀ” ନଗର କିମ୍ବା ଦେଶ ଯେଉଥିରେ ଅନେକ ଲୋକ ଅଛନ୍ତି, ଖାଦ୍ୟର ଉତ୍ତମ ଉତ୍ପାଦନ, ଏବଂ ବ୍ୟବସାୟ ଯାହା ପ୍ରଚୁର ଅର୍ଥ ଆଣିଥା।
- ବାଇବଲ ଶିକ୍ଷା ଦିଏ ଯେ ଯେତେବେଳେ ଜଣେ ବ୍ୟକ୍ତି ଈଶ୍ଵରଙ୍କ ଶିକ୍ଷା ମାନିବ ସେତେବେଳେ ଆଧ୍ୟାତ୍ମିକ ଭାବରେ ଉନ୍ନତି କରିବ। ସେ ଆନନ୍ଦ ଏବଂ ଶାନ୍ତିର ଆଶୀର୍ବାଦ ମଧ୍ୟ ଅନୁଭବ କରିବ। ଈଶ୍ଵର ସର୍ବଦା ଲୋକମାନଙ୍କୁ ଅନେକ ଆବଶ୍ୟକ ବସ୍ତୁ (ଲୁଗା, ସାମଗ୍ରୀ) ସମ୍ପଦ ଦିଅନ୍ତି ନାହିଁ, କିନ୍ତୁ ଯେତେବେଳେ ସେମାନେ ତାହାଙ୍କ ମାର୍ଗ ଅନୁସରଣ କରିନ୍ତି ସେମାନଙ୍କୁ ସର୍ବଦା ଆଧ୍ୟାତ୍ମିକ ଭାବରେ ସଫଳ କରିବେ।
- ପ୍ରସଙ୍ଗ ଉପରେ ଆଧାର କରି, “ସଫଳ ହେବା” ଶବ୍ଦକୁ “ଆଧ୍ୟାତ୍ମିକ ଭାବରେ ସଫଳ” କିମ୍ବା “ଈଶ୍ଵରଙ୍କ ଦ୍ୱାରା ଆଶୀର୍ବାଦପ୍ରାପ୍ତ” କିମ୍ବା “ଉତ୍ତମ ଜିନିଷର ଅନୁଭବ” କିମ୍ବା “ଉତ୍ତମ ଜୀବନଯାପନ” ଭାବରେ ଅନୁବାଦ କରାଯାଇପାରେ।
- ”ବିଭବଶାଳୀ” ପ୍ରତିଶବ୍ଦକୁ “ସଫଳ ବା ସମୃଦ୍ଧି” କିମ୍ୱା “ଧନଶାଳୀ ବା ବିଭବଶାଳୀ” କିମ୍ୱା “ଆତ୍ମିକ ଭାବରେ ଫଳବନ୍ତ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ।
- “ସମୃଦ୍ଧିଶାଳୀ” ପ୍ରତିଶବ୍ଦକୁ “କୁଶଳରେ ବା ସୁଖରେ ରହିବା” କିମ୍ୱା “ସମ୍ପଦ” କିମ୍ୱା “ସଫଳତା” କିମ୍ୱା “ପ୍ରଚୁର ଆଶୀର୍ବାଦ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ।
(ପୁନଶ୍ଚ ଦେଖ: ଆଶୀର୍ବାଦ, ଫଳ, ଆତ୍ମା)
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H1129, H1767, H1878, H1879, H2428, H2896, H2898, H3027, H3190, H3444, H3498, H3787, H4195, H5381, H6500, H6509, H6555, H6743, H6744, H7230, H7487, H7919, H7951, H7961, H7963, H7965,
ସମାଗମ ତମ୍ୱୁ
ତଥ୍ୟଗୁଡିକ:
“ସମାଗମ ତମ୍ୱୁ” ପ୍ରତିଶବ୍ଦଟି ଏକ ତମ୍ୱୁକୁ ବୁଝାଏ ଯାହାକି ଅସ୍ଥାୟୀ ସ୍ଥାନଥିଲା ଯେଉଁଠାରେ ଆବାସତମ୍ୱୁ ନିର୍ମାଣ କରିବା ପୂର୍ବରୁ ଈଶ୍ୱର ମୋଶାଙ୍କ ସହିତ ସାକ୍ଷାତ କରୁଥିଲେ I * ଇସ୍ରାଏଲୀୟମାନଙ୍କର ଶିବିରର ବାହାରେ ଏହି ସମାଗମ ତମ୍ୱୁଟି ସ୍ଥାପିତ ହୋଇଥିଲା I * ଯେତେବେଳେ ମୋଶା ଈଶ୍ୱରଙ୍କୁ ସାକ୍ଷାତ କରିବାକୁ ସମାଗମ ତମ୍ୱୁକୁ ଯାଉଥିଲେ, ସେଠାରେ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ସ୍ୱରୂପେ ମେଘସ୍ତମ୍ଭ ତମ୍ୱୁର ସମ୍ମୁଖଭାଗରେ ଛିଡା ହୋଇ ରହୁଥିଲା I * ଇସ୍ରାଏଲୀୟମାନେ ଆବାସତମ୍ୱୁ ନିର୍ମାଣ କରିବା ପରେ, ଅସ୍ଥାୟୀ ତମ୍ୱୁର ଆବଶ୍ୟକ ଆଉ ରହୁ ନଥିଲା ଏବଂ ଏହି “ସମାଗମ ତମ୍ୱୁ” ପ୍ରତିଶବ୍ଦଟି ବେଳେବେଳେ ଆବାସତମ୍ୱୁ ଭାବରେ ବ୍ୟବହୃତ ହେଉଥିଲା I
(ଆହୁରି ମଧ୍ୟ ଦେଖ: ଇସ୍ରାଏଲ, ମୋଶା, ସ୍ତମ୍ଭ, ଆବାସ ତମ୍ୱୁ, ତମ୍ୱୁ)
ବାଇବଲ ପଦଗୁଡିକ:
ବାଇବଲର କାହାଣୀଗୁଡିକ ମଧ୍ୟରୁ ଉଦାହରଣଗୁଡିକ:
- 13:08 ଈଶ୍ୱର ତମ୍ୱୁକୁ କିପରି ନିର୍ମାଣ କରିବାକୁ ଇଚ୍ଛା କରୁଛନ୍ତି, ଇସ୍ରାଏଲମାନଙ୍କୁ ତାହାର ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା ଦେଇଥିଲେ I ଏହା ସମାଗମ ତମ୍ୱୁ କୁହାଯାଉଥିଲା, ଏହାର ଦୁଇଟି କୋଠରୀଥିଲା,ଯାହାକୁ ଏକ ଲମ୍ବା ପରଦା ପୃଥକ୍ କରୁଥିଲା I
- 13:09 ଯେଉଁମାନେ ଈଶ୍ୱରଙ୍କ ବ୍ୟବସ୍ଥାକୁ ଅବଜ୍ଞା କରୁଥିଲେ, ସେମାନେ ଈଶ୍ୱରଙ୍କୁ ବଳିଦାନ ଦେବା ନିମନ୍ତେ __ସମାଗମ ତମ୍ୱୁର __ ବେଦୀ ସମ୍ମୁଖକୁ ଏକ ପଶୁ ଆଣୁଥିଲେ I
- 14:08 ଈଶ୍ୱର ଅତିଶୟ କୃଦ୍ଧିତ ହୋଇ ଏହି ସମାଗମ ତମ୍ୱୁ ନିକଟକୁ__ ଆସିଲେ I
- 18:02 ଏହି ସମାଗମ ତମ୍ୱୁ ପରିବର୍ତ୍ତେ ବର୍ତ୍ତମାନ ଲୋକମାନେ ମନ୍ଦିରରେ ଈଶ୍ୱରଙ୍କୁ ଉପାସନା ଓ ବଳି ଉତ୍ସର୍ଗ କରୁଛନ୍ତି I
ବୋର୍ଡ ଡାଟା :
- Strong's: H168, H4150
ସମାଧିଦେବା, ସମାଧି, ସମାଧିଦେବା କାର୍ଯ୍ୟ
ପରିଭାଷା:
“ସମାଧି” ଶବ୍ଦ ଏକ ବସ୍ତୁକୁ (ସାଧାରଣତଃ ଏକ ମୃତ ଶରୀରକୁ) ଏକ ଗର୍ତ୍ତରେ କିମ୍ବା ଅନ୍ୟ ସମାଧି ସ୍ଥାନରେ ରଖିବା ଏବଂ ତା’ପରେ ଏହାକୁ ବାଲି କିମ୍ବା ପ୍ରସ୍ତରରେ ଆଚ୍ଛାଦନ କରିବାକୁ ବୁଝାଏ ׀ “ସମାଧି” ଶବ୍ଦଟି କବର ଦେବା କାର୍ଯ୍ୟ, କିମ୍ବା ଏହା ଏକ ସ୍ଥାନକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ ଯେଉଁଠାରେ କିଛି ପୋତି ଦିଆଯାଏ ׀
- ଅନେକ ସମୟରେ ଲୋକମାନେ ମୃତ ଶରୀରକୁ ଗଭୀର ଗାତ କରି ସେଠାରେ ପୋତି ଦିଅନ୍ତି ଏବଂ ମାଟି ଦ୍ୱାରା ତାହାକୁ ଆବୃତ କରନ୍ତି ׀
- ବେଳେବେଳେ ମୃତ ଶରୀରକୁ ପୋତିବା ଆଗରୁ ଗୋଟିଏ ବାକ୍ସରେ ରଖାଯାଏ ଯାହାକୁ କଫିନ ବା ଶବାଧାର କୁହାଯାଏ ׀
- ବାଇବେଲ ସମୟରେ ମୃତ ଶରୀରକୁ ଗୁମ୍ଫା ବା ତାହା ସଦୃଶ ସ୍ଥାନରେ ସମାଧି ଦିଆଯାଉଥିଲା ׀ ଯୀଶୁଙ୍କ ମୃତ୍ୟୁପରେ ତାହାଙ୍କୁ ଗୋଟିଏ କପଡ଼ାରେ ଗୁଡ଼ାଯାଇ ଗୋଟିଏ ପ୍ରସ୍ତର ସମାଧି ମଧ୍ୟରେ ରଖାଯାଇ ଗୋଟିଏ ବଡ଼ ପ୍ରସ୍ତର ଦ୍ୱାରା ଏହାକୁ ଭଲଭାବେ ବନ୍ଦକରି ଦିଆଯାଇଥିଲା ׀
- “ସମାଧି ସ୍ଥାନ” କିମ୍ବା “ସମାଧି ଗୃହ” କିମ୍ବା “ସମାଧି କକ୍ଷ” କିମ୍ବା “ସମାଧି ଗୁମ୍ଫା” ହେଉଛି ଏପରି ସ୍ଥାନ ଯେଉଁଠାରେ ମୃତ ଶରୀରକୁ ସମାଧି ଦିଆଯାଏ ׀
- ଅନ୍ୟ କେତେକ ବିଷୟ ମଧ୍ୟ ପୋତାଯାଏ ଯେପରିକି ଆଖନ୍ ରୂପା ଓ ଅନ୍ୟ କିଛି ଦ୍ରବ୍ୟ ଯିରୀହୋରୁ ହରଣ କରି ଭୂମି ମଧ୍ୟରେ ପୋତିଥିଲା ׀
- “ମୁହଁକୁ ପୋତିଅଛି: ବାକ୍ୟର ଅର୍ଥ “ମୁହଁକୁ ହସ୍ତ ଦ୍ୱାରା ଆଛାଦିତ କରିଅଛି׀”
- ବେଳବେଳେ “ଲୁଚାଇବା” ଶବ୍ଦର ଅର୍ଥ “ପୋତିବା” କାରଣ ଯେତେବେଳେ ଆଖନ୍ ଯିରୀହୋରୁ କିଛି ଦ୍ରବ୍ୟ ହରଣ କରି ଭୂମିରେ ଲୁଚାଇଥିଲା ଏହାର ଅର୍ଥ ସେ ତାହାକୁ ଭୂମିରେ ସମାଧି ଦେଇଥିଲା ׀
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H6900, H6912, H6913, G17790, G17800, G22900, G49160, G50270
ସମୁଦ୍ର ଗାଈ
ସଂଜ୍ଞା:
“ସମୁଦ୍ର ଗାଈ” ଦର୍ଶାଏ ଏକ ବିଶାଳକାୟ ସମୁଦ୍ର ପ୍ରାଣୀ ଯାହା ସମୁଦ୍ର ଘାସ ଏବଂ ମହାସାଗର ଚଟାଣରେ ମିଳୁଥିବା ପରିବା ଖାଏ * ଗୋଟିଏ ସମୁଦ୍ର ଗାଈ ମୋଟା ଚମଡା ଧୂସର ରଂଗ ଦେଖାଯାଏ ଏହା ପାଣି ଭିତରେ ଏହାର ଅଂଗ ବା ଡେଣାରେ ଗତି କରେ * ବାଇବଲ ସମୟରେ ଲୋକମାନେ ତମ୍ୱୁ ତିଆରି କରିବା ପାଇଁ ସମୁଦ୍ର ଗାଈ ର ଚମଡା ବ୍ୟବହାର କରୁଥିଲେ ଏହି ପ୍ରାଣୀମାନଙ୍କ ଚମଡାରେ ସମାଗମ ତମ୍ୱକୁ ଘୋଡାଇବା ନିମନ୍ତେ ବ୍ୟବହାର କରୁଥିଲେ * “ସମୁଦ୍ର ଗାଈ “ହେଉଛି ଡାକ ନାମ କାରଣ ଏହା ଗାଈ ପରି ଘାସ ଖାଏ, କିନ୍ତୁ ଅନ୍ୟ ଭାବେ ଏହା ଗାଈ ସହିତ ସମାନ ନୁହେଁ * ସେହି ପ୍ରକାରେ ପ୍ରାଣୀ ଗୁଡିକ ହେଲେ “ସ୍ତନ୍ୟପାୟୀ” ଏବଂ “ଡେଣା ଓ ଚଟକା ଲାଞ୍ଜଥିବା ଏକ ବଡ ଆକାରର ତୃଣଜୀବୀ ସମୁଦ୍ର ଜୀବ”
(ଦେଖ: ଅଜଣା ବିଷୟ କୁ ଅନୁବାଦ କରିବେ କିପରି
(ଦେଖ: ସମାଗମ ତମ୍ୱୁ)
ବାଇବଲ ସନ୍ଦର୍ୱ:
- ଗଣନା ୦୪:୫-୬
- ଗଣନା ୦୪:୧୨-୧୪
- ଗଣନା ୦୪:୨୪-୨୬ ଯେଉଁ ବ୍ୟକ୍ତି ମୋଡା କାଗଜ ଗ୍ରହଣ କରେ ଭଗ୍ନ ହୋଇ ନଥିବା ମୋହର କୁ ଦେଖିବା ଏବଂ ଜାଣିବ ଯେ କେହି ଏହାକୁ ଖୋଲି ନାହାନ୍ତି
ବୋର୍ଡ ଡାଟା :
- Strong's: H8476
ସମ୍ପର୍କ ରଖିବା, ପ୍ରେମ କରିବା, ଶୋଇବା, ସହବାସ କରିବା, ନିଦ୍ରିତ, ଶୋଇବା
ସଂଜ୍ଞା:
ବାଇବଲରେ, ଏହି ଶବ୍ଦ ଗୁଡିକ ଶ୍ରୁତିମଧୁର ଯାହା ଯୌନ ସମ୍ପର୍କ ଲିପ୍ତ କୁ ଦର୍ଶାଏ
(ଦେଖ: ଶ୍ରୁତିମଧୁର
- “ଶୋଇବା “ଶବ୍ଦ ଟି କେହି ଜଣେ ସାଧାରଣତଃ ଜଣଙ୍କ ସହିତ ସହବାସ କରିବା କୁ ବିଝାଇଥାଏ ଏହାର ଅତୀତ କାଳ ହେବ “ଶୋଇଲା”
- ପୁରାତନ ନୀୟମ ପୁସ୍ତକ “ପରମ ଗୀତ”ରେ ସହରୀ ଭାଷାରେ ଏହି ଶବ୍ଦକୁ “ପ୍ରେମ କରିବା” ଅର୍ଥରେ ଅନୁବାଦ ହୋଇଛି “ପ୍ରେମ” ଶବ୍ଦ, ସେହି ପରିସ୍ଥିତିରେ ଏହି ଶବ୍ଦ ଶାରୀରିକ ଯୌନ ସମ୍ପର୍କ କୁ ବୁଝାଏ ଏହି ଶବ୍ଦ “ପ୍ରେମ କରିବା” ଭାବନା ସହିତ ଜଡିତ
ଅନୁବାଦ ପ୍ରସ୍ତାବ ଗୁଡିକ:
- କିଛି ଭାଷାରେ ସ୍ଥାନୀୟ ପରିସ୍ଥିତିକୁ ନେଇ ଶବ୍ଦର ଭାବ ପ୍ରକାଶ ହୁଏ, ଏହା ହୁଏତ ବିବାହିତ ଯୋଡି କିମ୍ୱା ସେମାନଙ୍କ ମଧ୍ୟରେ ସେହିପରି ସମ୍ପର୍କ ଉପରେ ନିର୍ଭର କରେ ପ୍ରତ୍ୟେକ ପରିସ୍ଥିତିରେ ଶବ୍ଦର ଅର୍ଥକୁ ଅନୁବାଦ କରିବ ଗୁରୁତ୍ୱପୂର୍ଣ୍ଣ୍ଣ ଅଟେ
- ପରିସ୍ଥିତିକୁ ଲକ୍ଷ୍ୟ କରି, ଏହି ପ୍ରକାର ଭାବପ୍ରବଣତା ଶବ୍ଦ ଗୁଡିକ ବୁଝାଇବ ଯଥା “ଶୋଇଲେ” କିମ୍ୱା “ତାହାଙ୍କ ସହିତ ଶୋଇଲେ” କିମ୍ୱା “ପ୍ରେମ କରିବ” କିମ୍ୱା “ଆତ୍ମିୟ଼ତା “
- ଅନ୍ୟ ଭାବେ, “ସମ୍ପର୍କ ରଖିବା”, ଯୋଗ ହୋଇପାରେ “ଶାରୀରିକ ଯୌନ ସମ୍ଭୋଗ” କିମ୍ୱା “ବୈବାହିକ ସମ୍ପର୍କ”
- “ପ୍ରେମ କରିବା” ଶବ୍ଦ ଅନୁବାଡ଼ ଅହୋଇପାରେ “ପ୍ରେମିକ” କିମ୍ୱା “ଆତ୍ମିୟ଼ତା” କିମ୍ୱା ପ୍ରକଳ୍ପ ସଦସ୍ୟ ମଧ୍ୟ ସ୍ୱତ ପ୍ରବୃତ୍ତ ଭାଷାର ଇଙ୍ଗିତ ଅନୁବାଦ କରିପାରିବେ
- ଏହି ଶବ୍ଦର ଅନୁବାଦ ର ବ୍ୟବହାର ପରଖିବା ଜରୁରୀ କାରଣ ଅନୁବାଦ ହୋଇଥିବା ଚିନ୍ତାଧାରା ଯେପରି ଲୋକମାନେ ସହଜରେ ଗ୍ରହଣ କରି ପାରିବେ
- ଦେଖ: ଅନୈତିକ ଶାରୀରିକ ସମ୍ପର୍କ)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H160, H935, H1540, H2181, H2233, H3045, H3212, H6172, H7250, H7901, H7903, G1097
ସମ୍ଭ୍ରାନ୍ତ, ସମ୍ଭ୍ରାନ୍ତ ବ୍ୟକ୍ତି, ରାଜକୀୟ ଶାସକୀୟ
ପରିଭାଷା:
“ସମ୍ଭ୍ରାନ୍ତ” ଶବ୍ଦ ଏକ ଉତ୍କୃଷ୍ଟ ଏବଂ ଉଚ୍ଚ ଗୁଣକୁ ବୁଝାଏ । ଜଣେ “ସମ୍ଭ୍ରାନ୍ତ ବ୍ୟକ୍ତି” ଜଣେ ବ୍ୟକ୍ତି ଅଟେ ଯିଏ ଉଚ୍ଚ ରାଜନୈତିକ କିମ୍ୱା ସାମାଜିକ ଖ୍ୟାତିସମ୍ପର୍ଣ୍ଣ ଶ୍ରେଣୀର ଅଟେ । “ସମ୍ଭ୍ରାନ୍ତ ଜନ୍ମ” ଏକ ସମ୍ଭ୍ରାନ୍ତ ବ୍ୟକ୍ତିକୁ ବୁଝାଏ ।
- ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରାଜ୍ୟରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ କିମ୍ୱା ରାଜାଙ୍କର ଅତି ନିକଟତମ ଦାସକୁ ବୁଝାଏ ।
- “ସମ୍ଭ୍ରାନ୍ତ ବ୍ୟକ୍ତି” ଶବ୍ଦକୁ “ରାଜାଙ୍କର କର୍ମୀ” କିମ୍ୱା “ସରକାରୀ କର୍ମଚାରୀ“ ବୋଲି ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0117, H1419, H2715, H3358, H3513, H5057, H5081, H6440, H6579, H7261, H8282, H8269, G09370, G21040
ସମ୍ମାନ କରିବା, ସମ୍ମାନିତ, ସମ୍ମାନବୋଧ, ସମ୍ମାନପୂର୍ଣ୍ଣ
ସଂଜ୍ଞା:
“ସମ୍ମାନ ବା ସମ୍ମାନବୋଧ” ଶବ୍ଦ କୌଣସି ବ୍ୟକ୍ତି ବା ବିଷୟ ପ୍ରତି ପ୍ରଗାଢ଼, ଗଭୀର ସମ୍ମାନର ଭାବାବେଗଗୁଡ଼ିକୁ ସୂଚାଇଥାଏ। ଜଣକୁ ବା ବିଷୟକୁ “ସମ୍ମାନ ବା ସମ୍ମାନବୋଧ” କରିବା କହିଲେ, ସେହି ବ୍ୟକ୍ତି ବା ବିଷୟ ପ୍ରତି ସମ୍ମାନ ବା ସମ୍ମାନବୋଧ ପ୍ରଦର୍ଶନ କରିବା ଅଟେ।
- ସମ୍ମାନବୋଧ ବା ସମ୍ମାନର ଭାବାବେଗଗୁଡ଼ିକ କାର୍ଯ୍ୟ କ୍ଷେତ୍ରରେ ଦେଖା ଦେଇପାରେ ଯାହା ସେହି ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କୁ ସମ୍ମାନ କରେ।
- ସଦାପ୍ରଭୁ ବିଷୟକ ଭୟ ଏକ ଅନ୍ତରସ୍ଥ ସମ୍ମାନବୋଧ ବା ସମ୍ମାନ ଅଟେ ଯାହା ଈଶ୍ୱରଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା ଦ୍ୱାରା ନିଜକୁ ଦର୍ଶାଏ।
- ଏହି ପ୍ରତିଶବ୍ଦକୁ “ଭୟ ଓ ଭକ୍ତି” ବା “ଅକପଟ ଆଦର” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
(ଆହୁରି ମଧ୍ୟ ଦେଖ: ଭୟ, ସମ୍ମାନ, ଆଜ୍ଞାପାଳନ)
ବାଇବଲ ପଦପର୍ବ:
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H3372, H3373, H3374, H4172, H6342, H7812, G127, G1788, G2125, G2412, G5399, G5401
ସମୟ
ପରିଭାଷା:
କୌଣସି ବିଷୟ କେବେ କିମ୍ବା କେତେ ସମୟ ଘଟିଲା ତାହା ସୂଚାଇବା ପାଇଁ ବ୍ୟବହୃତ ହେବା ସହିତ, “ସମୟ” ଶବ୍ଦ ମଧ୍ୟ ଅନେକ ସାଙ୍କେତିକ ଉପାୟରେ ବ୍ୟବହୃତ ହୁଏ:
- କେତେକ ସମୟରେ “ସମୟ” ନିତ୍ୟ ସମୟ ବୁଝାଏ ଯେପରିକି “ପ୍ରାର୍ଥନାର ସମୟ“
- ଯେତେବେଳେ ବାଇବେଲ କହେ ଯେ ଯୀଶୁଙ୍କୁ ଯନ୍ତ୍ରଣା ଭୋଗିବାକୁ ଓ ମୃତ୍ୟୁଦଣ୍ଡ ଦେବା ପାଇଁ “ସମୟ ଆସିଲା”, ଏହାର ଅର୍ଥ ହେଉଛି ଯେ ଏହା ଘଟିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଥିଲା – ଯାହା ଈଶ୍ଵର ବହୁ ପୂର୍ବରୁ ଯୋଜନା କରିଥିଲେ I
- “ସମୟ” ଶବ୍ଦର ଅର୍ଥ “ସେହି ମୁହୂର୍ତ୍ତରେ” କିମ୍ବା “ଠିକ୍ ସେହି ସମୟରେ”
- ଯେତେବେଳେ ବାଇବେଲ “ସମୟ” ବିଳମ୍ବ ହେବା ବିଷୟରେ କହେ, ଏହାର ଅର୍ଥ ଦିନର ବିଳମ୍ବିତ ସମୟରେ ଯେବେ ସୂର୍ଯ୍ୟ ଅସ୍ତ ହେବI
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ଯେତେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ସମୟ” ଶବ୍ଦକୁ “ସମୟ” କିମ୍ବା “ମୁହୂର୍ତ୍ତ” କିମ୍ବା “ନିର୍ଦ୍ଦିଷ୍ଟ ସମୟ” ଭାବରେ ଅନୁବାଦ କରାଯାଇପାରେ I
- “ସେହି ଘଣ୍ଟାରେ” ବା “ସମାନ ଘଣ୍ଟା” ବାକ୍ୟାଂଶକୁ “ସେହି ମୁହୂର୍ତ୍ତରେ” କିମ୍ବା “ସେହି ସମୟରେ” କିମ୍ବା “ତୁରନ୍ତ” କିମ୍ବା “ଠିକ୍ ସେହି ସମୟରେ” ବୋଲି ଅନୁବାଦ କରାଯାଇପାରେ I
- “ସମୟ ବିଳମ୍ବ” ଅଭିବ୍ୟକ୍ତିକୁ “ଦିନର ବିଳମ୍ବ ସମୟ” କିମ୍ବା “ଏହା ଶୀଘ୍ର ଅନ୍ଧାର ହୋଇଯିବ” କିମ୍ବା “ବିଳମ୍ବିତ ରାତି” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ବେଳ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: G56100
ସମୟ, ଅକାଳ, ତାରିଖ
ସତ୍ୟ ଘଟଣାବଳୀ:
ବାଇବଲରେ “ସମୟ” ଶବ୍ଦଟି ସାଙ୍କେତିକ ଭାବରେ ଏକ ନିର୍ଦ୍ଦିଷ୍ଟ ୠତୁ କିମ୍ବା ସମୟକୁ ତଥା ଯେବେ ଯେଉଁ ଘଟଣା ଘଟିଥିଲା ସୂଚାଇବା ପାଇଁ ବ୍ୟବହୃତ ହୋଇଥିଲା । ଏହାର ଅର୍ଥ “ବୟସ” କିମ୍ବା “ଯୁଗ” କିମ୍ବା “ବିଶିଷ୍ଟ ଘଟଣାବହୁଳ କାଳ” ସହିତ ସମାନ ଅଟେ ।
- “ସମୟ” ଅର୍ଥାତ୍ “ତୃତୀୟ ଥର” ପରି ବାକ୍ୟରେ “ଅବସର” ର ଅର୍ଥ ହୋଇପାରେ । “ଅନେକ ଥର” ବାକ୍ୟର ଅର୍ଥ “ଅନେକ ସମୟରେ” ହୋଇପାରେ।
- ପ୍ରସଙ୍ଗ ଉପରେ ନିର୍ଭର କରି, “ସମୟ” ଶବ୍ଦକୁ “ୠତୁ” କିମ୍ବା “ସମୟ ଅବଧି” କିମ୍ବା “ମୁହୂର୍ତ୍ତ” କିମ୍ବା “ଘଟଣା” କିମ୍ବା “କାଳ” ବୋଲି ଅନୁବାଦ କରାଯାଇପାରେ ।
- “ସମୟ ଏବଂ ୠତୁ” ବାକ୍ୟାଂଶ ଏକ ସାଙ୍କେତିକ ଅଭିବ୍ୟକ୍ତି ଅଟେ ଯାହା ସମାନ ଧାରଣାକୁ ଦୁଇଥର ଦର୍ଶାଏ । ଏହାକୁ “ନିର୍ଦ୍ଦିଷ୍ଟ ସମୟ ଅବଧିରେ ଘଟୁଥିବା କୌଣସି ଘଟଣା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0116, H0227, H0310, H1697, H1755, H2165, H2166, H2233, H2465, H3027, H3117, H3118, H3119, H3259, H3427, H3967, H4150, H4279, H4489, H4557, H5331, H5703, H5732, H5750, H5769, H6235, H6256, H6440, H6471, H6635, H6924, H7105, H7138, H7223, H7272, H7281, H7637, H7651, H7655, H7659, H7674, H7992, H8027, H8032, H8138, H8145, H8462, H8543, G07440, G05300, G10740, G12080, G14410, G15970, G16260, G19090, G20340, G21190, G21210, G22350, G22500, G25400, G34610, G35680, G37640, G38190, G39560, G39990, G41780, G41810, G41830, G42180, G42870, G43400, G44550, G51190, G51510, G53050, G55500, G55510, G56100
ସର୍ପ, ସାପ, କ୍ଷୁଦ୍ର ବିଷଧର ସର୍ପ
ସତ୍ୟ ଘଟଣାବଳୀ:
ଏହି ସବୁ ଶବ୍ଦଗୁଡ଼ିକ ଏକ ପ୍ରକାର ସରୀସୃପକୁ ବୁଝାଏ ଯାହା ଦେଖିବାକୁ ଲମ୍ବା, ସରୁ ଶରୀର ଏବଂ ବିଶାଳ, କଳପାଟିରେ ବିଷ ଦାନ୍ତ ଏବଂ ଭୂମି ଉପରେ ଆଗ ପଛ ହୋଇ ଗତି କରେ । “ସର୍ପ” ଶବ୍ଦ ବାରମ୍ୱାର ଏକ ବଡ ସାପ ଏବଂ “ବିଷଧର ସାପ” କୁ ବୁଝାଏ, ଯିଏ ଶିକାର କରିବା ପାଇଁ ବିଷ ପ୍ରୟୋଗ କରେ ।
- ଏହି ପ୍ରାଣୀ ମଧ୍ୟ ଆଳଙ୍କାରିକ ମନ୍ଦ ବ୍ୟକ୍ତି ପ୍ରତି ବିଶେଷ କରି ଯିଏ ପ୍ରତାରକ ଅଟେ ବ୍ୟବହାର ହୁଏ ।
- ଯୀଶୁ ଧାର୍ମିକ ନେତାମାନଙ୍କୁ “କାଳ ସର୍ପର ବଂଶ” ବୋଲି କହିଲେ ଯେହେତୁ ସେମାନେ ଧାର୍ମିକ ଆଭରଣ ଦେଖାନ୍ତି କିନ୍ତୁ ଲୋକମାନଙ୍କୁ ପ୍ରତାରଣା କରନ୍ତି ଏବଂ ଅସଙ୍ଗତ ବ୍ୟବହାର କରନ୍ତି ।
- ଏଦନ ଉଦ୍ୟାନରେ, ଶୟତାନ ସାପ ରୂପରେ ଈଶ୍ଵରଙ୍କର ଅବାଧ୍ୟ କରିବା ପାଇଁ ହବା ସହ କଥାବାର୍ତ୍ତା କରି ପ୍ରଲୋଭନ ଦେଖାଇଲା ।
- ସର୍ପ ହବାକୁ ପାପ କରିବା ନିମନ୍ତେ ପ୍ରୋଲୋଭନ ପରେ, ଉଭୟ ହବା ଓ ତାଙ୍କର ସ୍ୱାମୀ ପାପ କଲେ, ଈଶ୍ଵର ସାପକୁ ଅଭିଶାପ ଦେଲେ, ଆଜିଠାରୁ ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଅର୍ଥାତ ଏହା ପୂର୍ବରୁ ସର୍ପର ଗୋଡଥିଲା ।
(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକ କିପରି ଅନୁବାଦ କରିବେ)
(ଦେଖନ୍ତୁ: ଅଭିଶାପ, ପ୍ରତାରଣା, ଅବାଧ୍ୟ, ଏଦନ, ମନ୍ଦ, ସନ୍ତାନ, ଶିକାର, ଶୟତାନ, ପାପ, ପ୍ରୋଲୋଭନ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0660, H2119, H5175, H6620, H6848, H8314, H8577, G21910, G20620, G37890
ସାନ୍ତ୍ୱନା ଦେବା, ସାନ୍ତ୍ୱନା, ସାନ୍ତ୍ୱନାକାରୀ, ଅସାନ୍ତ୍ୱନା
ପରିଭାଷା:
ଏହି ଉଭୟ ଶବ୍ଦ “ସାନ୍ତ୍ୱନା ଦେବା”ଏବଂ “ସାନ୍ତ୍ୱନା” ଏକ ବ୍ୟକ୍ତି ଯିଏ ଶାରୀରିକ କିମ୍ୱା ମାନସିକ ଯନ୍ତ୍ରଣା ପାଉଅଛି, ସେହି ବ୍ୟକ୍ତିକୁ ସାହାଯ୍ୟ କରିବାକୁ ସୂଚାଏ I
- ଜଣେ ବ୍ୟକ୍ତି ଯିଏ ଅନ୍ୟକୁ ସାନ୍ତ୍ୱନା ଦିଏ ତାକୁ “ସାନ୍ତ୍ୱନାକାରୀ” କୁହାଯାଏ I
- ପୁରାତନ ନିୟମରେ, “ସାନ୍ତ୍ୱନା“ ଶବ୍ଦକୁ ଈଶ୍ୱର ତାହାଙ୍କ ଲୋକମାନଙ୍କର ଅଭାବ ସମୟରେ କିପରି ଦୟାଳୁ ଏବଂ ପ୍ରେମିକ ଥିଲେ ତାହା ବର୍ଣ୍ଣନା କରିବା ପାଇଁ ବ୍ୟବହାର କରାଯାଇଛି I
- ନୂତନ ନିୟମରେ ଏପରି ଉଲ୍ଲେଖ ଅଛି ଯେ ଈଶ୍ଵର ତାହାଙ୍କ ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ସାନ୍ତ୍ୱନା ଦେବେ I ଯେଉଁମାନେ ସାନ୍ତ୍ୱନା ପାଇଲେ ସେମାନେ ଅନ୍ୟ ଅଭାବଗ୍ରସ୍ତ ଲୋକମାନଙ୍କୁ ସାନ୍ତ୍ୱନା ଦେବେ I
- “ଇସ୍ରାଏଲର ସାନ୍ତ୍ୱନାକାରୀ” ବାକ୍ୟାଂଶଟି ମସୀହଙ୍କୁ ବୁଝାଏ ଯିଏ ତାଙ୍କର ଲୋକମାନଙ୍କୁ ଉଦ୍ଧାର କରିବାକୁ ଆସିବେ I
- ଯୀଶୁ ପବିତ୍ର ଆତ୍ମାଙ୍କୁ ସାନ୍ତ୍ୱନାକାରୀ ବୋଲି ସମ୍ବୋଧନ କରନ୍ତି ଯିଏ ଯୀଶୁଙ୍କୁ ବିଶ୍ୱାସ କରିଥିବା ବିଶ୍ୱାସୀମାନଙ୍କୁ ସାହାଯ୍ୟ କରନ୍ତି I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗ ଉପରେ ଆଧାର କରି, “ସାନ୍ତ୍ୱନା” ଶବ୍ଦକୁ “ଯନ୍ତ୍ରଣାରୁ ଆରମ” କିମ୍ୱା “ଦୁଃଖକୁ ଭୁଲିଯିବା” ନତୁବା “ଉତ୍ସାହିତ” କିମ୍ବା “ଆଶ୍ୱସନା” ବୋଲି ଅନୁବାଦ କରାଯାଇପାରେ I
- “ଆମ୍ଭମାନଙ୍କର ସାନ୍ତ୍ୱନାକାରୀ” ବାକ୍ୟାଂଶକୁ “ଆମ୍ଭମାନଙ୍କର ଉତ୍ସାହକାରୀ” କିମ୍ବା “ଆମ୍ଭମାନଙ୍କର ଆଶ୍ୱାସନା” କିମ୍ୱା “ଆମ୍ଭମାନଙ୍କର ଦୁଃଖ ସମୟରେ ସାନ୍ତ୍ୱନାକାରୀ” ବୋଲି ଅନୁବାଦ କରାଯାଇପାରେ I
- “ସାନ୍ତ୍ୱନାକାରୀ” ଶବ୍ଦକୁ “ଜଣେ ବ୍ୟକ୍ତି ଯିଏ ସାନ୍ତ୍ୱନା ପ୍ରଦାନ କରନ୍ତି” କିମ୍ୱା “କହି ଜଣେ ଯନ୍ତ୍ରଣାରୁ ରକ୍ଷା କରନ୍ତି” କିମ୍ବା “ବ୍ୟକ୍ତି ଜଣେ ଯିଏ ଉତ୍ସାହ ପ୍ରଦାନ କରନ୍ତି” ବୋଲି ଅନୁବାଦ କରାଯାଇପାରେ I
- ଯେବେ ପବିତ୍ର ଆତ୍ମାଙ୍କୁ “ସାନ୍ତ୍ୱନାକାରୀ” ବୋଲି କୁହାଯାଏ ଏହାର ଅର୍ଥ “ସେ ଉତ୍ସାହକାରୀ“ କିମ୍ବା “ସାହାଯ୍ୟକାରୀ” କିମ୍ବା “ଜଣେ ବ୍ୟକ୍ତି ଯିଏ ସାହାଯ୍ୟ ଏବଂ ପରାମର୍ଶ ଦିଅନ୍ତି” ବୋଲି ଅନୁବାଦ କରାଯାଇପାରେ I
- “ଇସ୍ରାଏଲର ସାନ୍ତ୍ୱନାକାରୀ” ବ୍ୟାକ୍ୟାଂଶକୁ “ମସୀହ, ଯିଏ ଇସ୍ରାଏଲକୁ ସାନ୍ତ୍ୱନା କରନ୍ତି” ବୋଲି ଅନୁବାଦ କରାଯାଇପାରେ I
- “ସେମାନଙ୍କର କେହି ସାନ୍ତ୍ୱନାକାରୀ ନାହାନ୍ତି” ବକ୍ୟାଂଶକୁ “ସେମାନଙ୍କୁ କେହି ସାନ୍ତ୍ୱନା ଦେଇନାହିଁ” କିମ୍ୱା “ସେମାନଙ୍କର କହି ଜଣେ ନାହିଁ ଯିଏକି ସେମାନଙ୍କୁ ସାହାଯ୍ୟ କିମ୍ୱା ଉତ୍ସାହ ଦେବ” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: ଉତ୍ସାହ, ପବିତ୍ର ଆତ୍ମା)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
*Strong’s: H2505, H5150, H5162, H5165, H5564, H8575, G03020, G38700, G38740, G38750, G38880, G38900, G39310
ସାମର୍ଥ, ଶକ୍ତିଶାଳୀ, ଶକ୍ତିଶାଳୀ କାର୍ଯ୍ୟ
ପରିଭାଷା:
“ସାମର୍ଥ” କିମ୍ବା “ଶକ୍ତିଶାଳୀ” ଶବ୍ଦ ବହୁତ ଶକ୍ତି କିମ୍ବା ସାମର୍ଥ୍ୟକୁ ବୁଝାଏ I
- ଅଧିକାଂଶ ସମୟରେ “ଶକ୍ତିଶାଳୀ” ଶବ୍ଦ ସାମର୍ଥ୍ୟର ଆଉ ଏକ ଶବ୍ଦକୁ ବୁଝାଏ I ଈଶ୍ଵରଙ୍କ ବିଷୟରେ କହିବା ବେଳେ ଏହାର ଅର୍ଥ “ଶକ୍ତି” ହୋଇପାରେ I
- “ବୀର ପୁରୁଷ” ବକ୍ୟାଂଶ ପ୍ରାୟତଃ ପୁରୁଷମାନଙ୍କୁ ବୁଝାଏ ଯେଉଁମାନେ ଯୁଦ୍ଧରେ ସାହସୀ ଏବଂ ବିଜୟୀ ହୁଅନ୍ତି । ଦାଉଦଙ୍କର ବିଶ୍ୱସ୍ତ ବ୍ୟକ୍ତି, ଯେଉଁମାନେ ତାହାଙ୍କୁ ସୁରକ୍ଷା କରିବାରେ ସାହାଯ୍ୟ କରିଥିଲେ, ସେମାନଙ୍କୁ ଅନେକ ସମୟରେ “ବୀର ପୁରୁଷ” ବୋଲି କୁହାଯାଏ I
- ଈଶ୍ଵରଙ୍କୁ ମଧ୍ୟ “ଶକ୍ତିଶାଳୀ” କୁହାଯାଏ I
- “ଶକ୍ତିଶାଳୀ କାର୍ଯ୍ୟ” ବାକ୍ୟାଂଶ ସାଧାରଣତଃ ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡ଼ିକ ବୁଝାଏ ଯାହା ଈଶ୍ଵର କରନ୍ତି, ବିଶେଷ କରି ଚମତ୍କାର କର୍ମଗୁଡ଼ିକ ଅଟେ I
- ଏହି ଶବ୍ଦ “ସର୍ବଶକ୍ତିମାନ” ଶବ୍ଦକୁ ବୁଝାଏ, ଯାହା ଈଶ୍ଵରଙ୍କ ପାଇଁ ଏକ ସାଧାରଣ ବର୍ଣ୍ଣନା ଅଟେ, ଅର୍ଥାତ୍ ତାଙ୍କର ସମ୍ପୂର୍ଣ୍ଣ ଶକ୍ତିକୁ ବୁଝାଏ I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗକୁ ଆଧାର କରି “ଶକ୍ତିଶାଳୀ” ଶବ୍ଦକୁ “ଶକ୍ତିଶାଳୀ” କିମ୍ବା “ଆଶ୍ଚର୍ଯ୍ୟଜନକ” କିମ୍ବା “ବହୁତ ଶକ୍ତିଶାଳୀ” ବୋଲି ଅନୁବାଦ କରାଯାଇପାରେ I
- “ତାଙ୍କର ଶକ୍ତି” ବାକ୍ୟକୁ “ତାଙ୍କର ବଳ” କିମ୍ବା “ତାଙ୍କର ସାମର୍ଥ୍ୟ” ବୋଲି ଅନୁବାଦ କରାଯାଇପାରେ I
- ପ୍ରେରିତ ୭ ରେ, ମୋଶାଙ୍କୁ ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରାଯାଇଛି ଯିଏ “ବାକ୍ୟ ଓ କାର୍ଯ୍ୟରେ ଶକ୍ତିଶାଳୀ” ଥିଲେ । “ମୋଶା ଈଶ୍ଵରଙ୍କଠାରୁ ଶକ୍ତିଶାଳୀ ବାକ୍ୟ କହିଥିଲେ ଏବଂ ଚମତ୍କାର କରିଥିଲେ” କିମ୍ବା “ମୋଶା ଈଶ୍ଵରଙ୍କ ବାକ୍ୟକୁ ଶକ୍ତିଶାଳୀ ଭାବରେ କହିଥିଲେ ଏବଂ ଅନେକ ଚମତ୍କାର କର୍ମ କରିଥିଲେ” ବୋଲି ଏହାକୁ ଅନୁବାଦ କରାଯାଇପାରେ I
- ପ୍ରସଙ୍ଗକୁ ଆଧାର କରି, “ସାମର୍ଥ୍ୟ କର୍ମ” ବକ୍ୟାଂଶକୁ “ଅଦ୍ଭୁତ କର୍ମ ଯାହା ଈଶ୍ଵର କରନ୍ତି” କିମ୍ବା “ଆଶ୍ଚର୍ଯ୍ୟ କର୍ମ” କିମ୍ବା “ଈଶ୍ୱର ଶକ୍ତିର ସହ କର୍ମ କରନ୍ତି” ବୋଲି ଅନୁବାଦ କରାଯାଇପାରେ I
- “ସାମର୍ଥ” ଶବ୍ଦକୁ “ଶକ୍ତି” କିମ୍ବା “ମହାନ ଶକ୍ତି” ବୋଲି ଅନୁବାଦ କରାଯାଇପାରେ I
- ଏହି ଶବ୍ଦକୁ ଇଂରାଜୀ ଶବ୍ଦ ସହ ଦ୍ୱନ୍ଦରେ ପଡନ୍ତୁ ନାହିଁ ଯାହା ଏକ ସମ୍ଭାବନାକୁ ପ୍ରକାଶ କରିବାକୁ ବ୍ୟବହୃତ ହୁଏ, ଯେପରିକି “ବର୍ଷା ହୋଇପାରେ I”
(ଦେଖନ୍ତୁ: ସର୍ବଶକ୍ତିମାନ, ଆଶ୍ଚର୍ଯ୍ୟ କାମ, ଶକ୍ତି, ସାମର୍ଥ)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ :
- Strong’s: H0046, H0047, H0117, H0202, H0386, H0410, H0430, H0533, H0650, H1219, H1368, H1369, H1396, H1397, H1419, H2220, H2389, H2428, H3201, H3524, H3581, H3966, H4101, H5794, H5797, H6099, H6105, H6108, H6184, H7227, H7580, H8623, H8624, G14110, G14150, G14980, G24780, G24790, G29000, G29040, G31670, G31730
ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ, ସାଷ୍ଟାଙ୍ଗ ପ୍ରଣିପାତ ହେବା
ସଂଜ୍ଞା:
“ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ” ପ୍ରତିଶବ୍ଦର ଅର୍ଥ ମୁଖକୁ ସମ୍ମୁଖରେ ରଖି ଲମ୍ବା ହୋଇ ପଡିବା, ଭୂମିରେ ସିଧା ପଡ଼ିଯିବା ବିଷୟକୁ ବୁଝାଏ I * ଜଣକ ସମ୍ମୁଖରେ “ସାଷ୍ଟାଙ୍ଗ” ହୋଇ ପଡ଼ିବା” କିମ୍ୱା “ନିଜକୁ ସାଷ୍ଟାଙ୍ଗ କରି ପକାଇବା” ଅର୍ଥ ସେହି ବ୍ୟକ୍ତିର ସାମ୍ନାରେ ହଠାତ୍ ଅତିଶୟ ନଇଁ ଯିବା ଅଟେ I * ସାଧାରଣତଃ, ଲମ୍ବା ହୋଇ ପଡିଯିବା ଅବସ୍ଥା ବା ଅବସ୍ଥିତି ଶଙ୍କା, ଚକିତ ହେବା, ଏବଂ ଭୟ ପ୍ରକାଶନର ଏକ ପ୍ରତ୍ୟୁତ୍ତର ଅଟେ I ଏହା ମଧ୍ୟ ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ ବା ଦଣ୍ଡବତ ହୋଇଥିବା ବ୍ୟକ୍ତି ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ଅଟେ I * ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ କରିବା ମଧ୍ୟ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଏକ ଉପାୟ ବା ପଦ୍ଧତି ଅଟେ I ଯେତେବେଳେ ସେ କୌଣସି ଗୋଟିଏ ଆଶ୍ଚର୍ଯ୍ୟକର୍ମ କଲେ କିମ୍ୱା ତାଙ୍କୁ ଜଣେ ମହାନ ଗୁରୁ ବା ଶିକ୍ଷକ ଭାବରେ ଅନେକ ସମୟରେ ଲୋକମାନେ ଯୀଶୁଙ୍କ ପ୍ରତି ଏଭଳି ଭାବରେ ଧନ୍ୟବାଦଜ୍ଞାପନ ଏବଂ ଉପାସନା ଦ୍ୱାରା ଆପଣାମାନଙ୍କର ପ୍ରତ୍ୟୁତ୍ତର ଦେଲେ I * ପୂର୍ବାପର ସମ୍ୱନ୍ଧ ରକ୍ଷା କରି ପୃଷ୍ଠଭୂମି ଅନୁସାରେ “ସାଷ୍ଟାଙ୍ଗ ବା ଭୂମିଷ୍ଟ ପ୍ରଣାମ କଲେ” ପଦକୁ “ମୁଖକୁ ଭୂମି ସହିତ ଲଗାଇ ନମ୍ର ଭାବରେ ଝୁଙ୍କିଯିବା” କିମ୍ୱା “ତାହାଙ୍କ ଛାମୁରେ ମୁଖ ଅବନତ କରି ତଳେ ପଡିଯିବା” କିମ୍ୱା “ଆଶ୍ଚର୍ଯ୍ୟଚକିତ ହୋଇ ତଳେ ନଇଁ ପଡିବା’ କିମ୍ୱା “ଉପାସନା କରିବା ଓ ପ୍ରଣାମ କରିବା” ବୋଲି ଅନୁବାଦରେ ଅନ୍ତର୍ଭୁକ୍ତ କରାଯାଇପାରେ I * ଆପଣାମାନଙ୍କୁ ଅବନତ ବା ଭୂମିଷ୍ଠ କରିବ ନାହିଁ” ଅର୍ଥ “ଉପାସନା କରିବ ନାହିଁ” କିମ୍ୱା “ମୁହଁ ପାତି ପଡ଼ିଵ ନାହିଁ ଓ ଉପାସନା କରିବ ନାହିଁ I * “ସେ ଆପଣାକୁ ଭୂମିଷ୍ଠ ପ୍ରଣାମ କରିଲା” ପଦ ମଧ୍ୟ “ଉପାସନା କରିବା” କିମ୍ୱା “ସମ୍ମୁଖରେ ନଇଁ ଯିବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
(ଆହୁରି ମଧ୍ୟ ଦେଖ: ବିସ୍ମୟ, ନତମସ୍ତକ)
ବାଇବଲ ପଦଗୁଡ଼ିକ:
ବୋର୍ଡ ଡାଟା :
- Strong's: H5307, H5457, H6440, H6915, H7812
ସାହସ, ସାହସିକ, ଉତ୍ସାହ, ଉତ୍ସାହିତ, ସାହସଧର, ହତଉତ୍ସାହିତ କରିବା, ନିରାଶ ହେବା, ହତୋଉତ୍ସାହ, ନିରାଶା, ଉତ୍ସାହିତ ନକରିବା
ଘଟଣାବଳି:
“ସାହସିକ” ଶବ୍ଦ କୌଣସି ଏକ କଠିନ, ଭୟଭିତ, କିମ୍ବା ବିପଦ ସଙ୍କୁଳ କାର୍ଯ୍ୟ କିମ୍ୱା ସାହସ ସହିତ ସମ୍ମୁଖିନ ହେବାକୁ ବୁଝାଏ।
- “ସାହସିକ” ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ, ଯିଏ ସହାସ ଦେଖାଏ ଯଦିଓ ପରିତ୍ୟାଗ କରିବାର ଚାପ ହେଲେ ସୁଦ୍ଧା ଯିଏ ଯୁକ୍ତିଯୁକ୍ତ କାର୍ଯ୍ୟ କରେ।
- ଜଣେ ବ୍ୟକ୍ତି ଯେ ସାହସ ଦେଖାଏ ଯେତେବେଳେ ସେ ଭାବପ୍ରବଣ କିମ୍ବା ଶାରୀରିକ ପୀଡ଼ା ସହିତ ବଳପାଏ ଓ ଦୀର୍ଘ ସହିଷ୍ଣୁ ବା ସ୍ଥିରତା ହୁଏ।
- “ସାହସ ଧର” ଭାବନା ଅର୍ଥ, “ଭୟ କରନାହିଁ“ କିମ୍ବା “ନିଶ୍ଚିତ ହୁଅ ଯେ ଜିନିଷଗୁଡ଼ିକ ଉତ୍ତମରେ ପରିଣତ ହେବ।”
- ଯେତେବେଳେ ଯିହୋଶୁୟ ବିପଦ ସଙ୍କୁଳ ଦେଶ କିଣାନକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, “ବଳବାନ ହୁଅ ଓ ସାହସିକ ହୁଅ” ବୋଲି ମୋଶା ତାଙ୍କୁ ଉତ୍ସାହିତ କଲେ।
- “ସାହସୀ” ଶବ୍ଦକୁ “ନିର୍ଭୟ” କିମ୍ବା “ନିର୍ଭୀକ” କିମ୍ବା “ଆତ୍ମପ୍ରତ୍ୟୟପୂର୍ଣ୍ଣ” ସ୍ଵରୂପେ ଅନୁବାଦ କରାଯାଇପାରେ।
- “ସାହସ ଧର” ଯେପରି “ମାନସିକତାରେ ଦୃଢ ହୁଅ” କିମ୍ବା “ନିଶ୍ଚିନ୍ତ ହୁଅ” କିମ୍ବା “ସ୍ଥିର ରୁହ” ପ୍ରସଙ୍ଗରେ ନିର୍ଭର କରି ଅନୁବାଦ କରାଯାଇପାରେ।
- “ସାହସରେ କୁହ” ଯେପରି “ସାହସରେ କଥା କୁହ” କିମ୍ବା “ଭୟ ନକରି କୁହ” କିମ୍ବା “ପ୍ରତ୍ୟୟ ସମ୍ପନ୍ନ କଥା କୁହ” ଅନୁବାଦ କରାଯାଇପାରେ।
“ଉତ୍ସାହିତ” ଓ “ଉତ୍ସାହ ଦେବା” ଶବ୍ଦ କାହାକୁ ଆସ୍ୱାସନା, ଆଶା, ନିଶ୍ଚୟତା,ଓ ସାହାସ ଯୋଗାଇ କିଛି କହିବା ବା କରିବାକୁ ବୁଝାଏ।
- “ସୁଚିନ୍ତିତ ପରାମର୍ଶ ଦେବା” ଶବ୍ଦ ଠିକ ସେହିପରି ଯାହାର ଅର୍ଥ ହେଉଛି ଜଣକର ଭୁଲ୍ କାର୍ଯ୍ୟକୁ ତ୍ୟାଗ କରିବା ନିମନ୍ତେ ଆଉ ଉତ୍ତମ ଏବଂ ଉପଯୁକ୍ତ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା।
- ପ୍ରେରିତ ପାଉଲ ଓ ଅନ୍ୟ ନୂତନ ନିୟମର ଲେଖକମାନେ ପରସ୍ପରକୁ ପ୍ରେମ ଓ ସେବା କରିବାକୁ ଖ୍ରୀଷ୍ଟିୟାନମାନଙ୍କୁ ଶିକ୍ଷା ଦେଇ ଉତ୍ସାହିତ କଲେ।
“ନିରୁତ୍ସାହିତ ବା ନିରାସ” ଶବ୍ଦଟି କହିବା ଏବଂ କରିବା ଯାହାକି ଲୋକଙ୍କୁ ଆଶା, ଆତ୍ମବିଶ୍ୱାସ, ଏବଂ ସାହସ ହରାଇଥାଏ ଏବଂ ଯାହା କରିବା ଉଚିତ ତାହା କରିବା ପାଇଁ କଠିନ ପରିଶ୍ରମ କରିବାକୁ ଅଳ୍ପ ଇଚ୍ଛା ଥାଏ।
ଅନୁବାଦ ପ୍ରସ୍ତାବଗୁଡ଼ିକ:
- ପ୍ରସଙ୍ଗରେ ନିର୍ଭର କରି, “ଉତ୍ସାହିତ” ଭିନ୍ନ ଭାବରେ ଅନୁବାଦ କଲେ “ଉତ୍ସାହ” କିମ୍ବା “ସାନ୍ତ୍ୱନା” କିମ୍ବା “ଦୟାଳୁ କଥା କହିବା” କିମ୍ବା “ସାହାଯ୍ୟ ଏବଂ ସମର୍ଥନ କରିବା” ଅନ୍ତର୍ଭୁକ୍ତ ହୋଇପାରେ।
- “ପଦେ ଉତ୍ସାହିତ କର” ବାକ୍ୟାଂଶର ଅର୍ଥ “ଏପରି କଥା କୁହ ଯେପରି ଅନ୍ୟମାନେ ପ୍ରେମ, ଗ୍ରହଣୀୟ ଓ ସଶକ୍ତ ହେବେ।”
(ପୁନଶ୍ଚ ଦେଖନ୍ତୁ: ଦୃଢ଼ ବିଶ୍ୱାସ ବା ଆସ୍ଥା, ଉପଦେଶ, ଭୟ, ଶକ୍ତିଯୁକ୍ତ)
ବାଇବଲ ପଦ ପର୍ବ:
- ଦ୍ଵିତୀୟ ବିବରଣ 01:37-38
- 2 ରାଜାବଳୀ 18:19-21
- 1 ବଂଶାବଳୀ 17:25
- ମାଥିଉ 09:20-22
- 1 କରିନ୍ଥୀୟ 14:1-4
- 2 କରିନ୍ଥୀୟ 07:13
- ପ୍ରେରିତ 05:12-13
- ପ୍ରେରିତ 16:40
- ଏବ୍ରୀ 03:12-13
- ଏବ୍ରୀ 13:5-6
ଦତ୍ତ ବିଷୟ ଶବ୍ଦ:
- ମୂଳଶବ୍ଦ: H533, H553, H1368, H2388, H2388, H2428, H3820, H3824, H7307, G2114, G2115, G2174, G2292, G2293, G2294, G3870, G3874, G3954, G4389, G4837, G5111
ସୀତାର, ଦଶ ତାର ବାଦ୍ୟ ଯନ୍ତ୍ର
ସଂଜ୍ଞା:
ଏକ ସୀତାର ଛୋଟ, ତାର ସହ ବାଦ୍ୟ ଯନ୍ତ୍ର ଅଟେ ଯାହା ପରମେଶ୍ୱରଙ୍କର ଉପାସନା କରିବା ନିମନ୍ତେ ଇସ୍ରାଏଲ ଲୋକମାନେ ବ୍ୟବହାର କରୁଥିଲେ I * ଏକ ଛୋଟ ଲୟିଅର ଦଶ ତାର ବାଦ୍ୟ ଯନ୍ତ୍ର ପରି ଦେଖାଯାଏ, ତାହାର ବନ୍ଧା ଯାଇ ଖୁଲା ଆକାରରେ ରଖାଯାଏ I * ଏକ ସୀତାର ଆଧୁନିକ ଗିଟାର ପରି ଦେଖାଯାଏ, ଏକ କାଠ ଧ୍ୱନି ବାକ୍ସ ଓ ତାହା ଆଗକୁ ଲମ୍ବା ହୋଇ ତାର ବନ୍ଧାଯାଏ I * ସୀତାର କିଅବା ଲୟୁର ବଜାଇବା ସମୟରେ କେତେକ ତାର ହାତ ତାଳରେ ରୁହେ ଆଉ ଅନ୍ୟ ତାର ଅନ୍ୟ ହାତରେ ଧରି ବଜାନ୍ତି I * ସୀତାର, ଲୟୁର କିଅବା ଦଶ ତାର ବାଜା, ବଜାଇବା ସମୟରେ ତାର ସହ ବଜାଇଯାଏ I * ଗଣନା ହିସାବରେ ତାର ଅଲଗା ହୁଏ କିନ୍ତୁ ପୁରାତନ ନୀୟମ ଅଶ ତାର ବାଜା ବିଷୟରେ ହିଁ କୁହେ I
(ଆହୁରି ଦେଖନ୍ତୁ: ଦଶ ତାର ବାଜା)
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H3658, H5035, H5443
ସେନାପତି
ପରିଭାଷା:
“ସେନାପତି” ଶବ୍ଦ ଏକ ସୈନ୍ୟବାହିନୀର ନେତାଙ୍କୁ ବୁଝାଏ ଯିଏ ଏକ ନିର୍ଦ୍ଦିଷ୍ଟ ସୈନ୍ୟଦଳକୁ ଆଗେଇ ନିଏ ଏବଂ ନିର୍ଦ୍ଦେଶ ଦିଏ । * ଜଣେ ସେନାପତି ଏକ ଛୋଟ ଗୋଷ୍ଠୀର ସୈନ୍ୟ କିମ୍ବା ଏକ ବୃହତ ଗୋଷ୍ଠୀର ଦାୟିତ୍ୱରେ ରହିପାରନ୍ତି, ଯେପରିକି ଏକ ହଜାର ପୁରୁଷ । * ଏହି ଶବ୍ଦଟି ଯିହୋବାଙ୍କୁ ଦୂତ ସୈନ୍ୟନ୍ୟବାହିନୀର ସେନାପତି ଭାବରେ ସୂଚାଇବା ପାଇଁ ମଧ୍ୟ ବ୍ୟବହୃତ ହୁଏ । * “ସେନାପତି” ଶବ୍ଦକୁ “ନେତା” କିମ୍ବା “ଅଧିନାୟକ” କିମ୍ବା “ଅଧିକାରୀ” ବୋଲି ଅନୁବାଦ କରାଯାଇପାରେ । * ଏକ ସୈନ୍ୟନ୍ୟବାହିନୀର “ନିର୍ଦ୍ଦେଶ” ଶବ୍ଦକୁ “ନେତୃତ୍ୱ” କିମ୍ବା “ଦାୟିତ୍ଵ” ବୋଲି ଅନୁବାଦ କରାଯାଇପାରେ ।
(ଏହା ମଧ୍ୟ ଦେଖନ୍ତୁ: ନିର୍ଦ୍ଦେଶ, ଶାସକ, ଶତସେନାପତି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2710, H2951, H1169, H4929, H5057, H6346, H7101, H7262, H7218, H7227, H7229, H7990, H8269, G55060
ସେଲା
ସଂଜ୍ଞା:
“ସିଲା” ଶବ୍ଦ ହେଉଛି ଏବ୍ରୀୟ ଶବ୍ଦ ଯାହା ଗୀତସଂହିତାରେ ବାରମ୍ୱାର ବ୍ୟବହାର୍ ହୋଇଛି ଏହାର କେତେ ଗୁଡିଏ ଅର୍ଥ ରହିଛି * ଏହାର ଅର୍ଥ ହୋଇପାରେ “ରୁହ ଓ ପ୍ରଂଶସା କର”, ଯେଉଁଠି ଶ୍ରୋତାମାନଙ୍କୁ ଯତ୍ନ ସହକାରେ ଭାବିବେ କଅଣ ସେମାନଙ୍କୁ କୁହାଯାଇଥିଲା * ଅଧିକାଂଶ ଗୀତସଂହିତା ଗୀତା ଭାବେ ରଚନା ହୋଇଛି, ଏହା ଅନୁଧ୍ୟାନ କରାଯାଏ ଯେ “ସିଲା” ହେଉଛି ଏକ ସଙ୍ଗୀତର ଭାବ ଯେଉଁଥିରେ ସଙ୍ଗୀତଜ୍ଞକୁ ଉପଦେଶ ଦିଆଯାଏ ରହି ରହି ସଙ୍ଗୀତର ତାଳରେ ଗୀତ ବୋଲିବା କିମ୍ୱା ଶ୍ରୋତାମାନଙ୍କୁ ଉତ୍ସାହିତ କରାଯାଏ ଯେ ସେମାନେ ସଙ୍ଗୀତର ଶବ୍ଦ ଓ ପଂକ୍ତି କୁ ବୁଝିବା ପରି ଗୀତ ଗାନ କରିବ
(ଦେଖ: ଗୀତସଂହିତା)
ବାଇବଲ ସନ୍ଦର୍ୱ:
ବୋର୍ଡ ଡାଟା :
- Strong's: H5542
ସ୍ଥାପନା କରିବା, ପ୍ରତିଷ୍ଟାତା, ମୂଳଦୁଆ
ପରିଭାଷା:
“ସ୍ଥାପନା କରିବା” ବାକ୍ୟର ଅର୍ଥ ନିର୍ମାଣ କରିବା, ସୃଷ୍ଟି କରିବା କିମ୍ବା ମୂଳଦୁଆ ରଖିବା ଅଟେ I “ଉପରେ ସ୍ଥାପିତ” ବାକ୍ୟାଂଶର ଅର୍ଥ ସମର୍ଥନ କରିବା କିମ୍ବା ଆଧାରିତ ଅଟେ I ଏକ “ମୂଳଦୁଆ” ସମର୍ଥନ କିମ୍ବା ସହାୟତାର ଆଧାର ଯାହା ଉପରେ କିଛି ନିର୍ମାଣ ହେବ କିମ୍ବା ସୃଷ୍ଟି ହେବ I
- ଘର କିମ୍ବା କୋଠାର ମୂଳଦୁଆ ସମର୍ଥନ କରିବା ପାଇଁ ମୂଳଦୁଆ ଦୃଡ଼ ଏବଂ ନିର୍ଭରଶୀଳ ହେବା ଜରୁରୀ ଅଟେ I
- “ମୂଳଦୁଆ” ଶବ୍ଦ ମଧ୍ୟ ଆରମ୍ଭ କିମ୍ବା ସେହି ସମୟକୁ ସୂଚାଇପାରେ ଯେତେବେଳେ କିଛି ପ୍ରଥମେ ନିର୍ମିତ ହୋଇଥିଲା I
- ଏକ ସାଙ୍କେତିକ ଅର୍ଥରେ, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନଙ୍କୁ ଏକ ଅଟ୍ଟାଳିକା ସହିତ ତୁଳନା କରାଯାଏ ଯାହା ପ୍ରେରିତ ଏବଂ ଭବିଷ୍ୟଦ୍ବକ୍ତାଙ୍କ ଶିକ୍ଷା ଉପରେ ଆଧାରିତ, ଖ୍ରୀଷ୍ଟ ନିଜେ ଗୃହର ମୂଳଦୁଆ ଅଟନ୍ତି I
- ଏକ “ମୂଳଦୁଆ ପ୍ରସ୍ତର” ଏକ ପ୍ରସ୍ତର ଥିଲା ଯାହା ମୂଳଦୁଆର ଅଂଶ ଭାବରେ ରଖାଯାଇଥିଲା I ଏହି ପ୍ରସ୍ତରଗୁଡ଼ିକ ସମଗ୍ର ଗୃହକୁ ସମର୍ଥନ କରିବାକୁ ଯଥେଷ୍ଟ ଶକ୍ତିଶାଳୀ ବୋଲି ନିଶ୍ଚିତ କରିବାକୁ ପରୀକ୍ଷଣ କରାଯାଉଥିଲା I
ଅନୁବାଦ ପ୍ରସ୍ତାବଗୁଡ଼ିକ:
- “ଜଗତର ଉତ୍ପନ ପୂର୍ବେ” ବାକ୍ୟାଂଶକୁ “ଜଗତର ସୃଷ୍ଟି ପୂର୍ବରୁ” କିମ୍ବା “ସମୟର ପୂର୍ବରୁ ଯେତେବେଳେ ପୃଥିବୀ ପ୍ରଥମରେ ଅସ୍ତିତ୍ୱକୁ ଆସିଲା” କିମ୍ବା “ସବୁକିଛି ପ୍ରଥମେ ସୃଷ୍ଟି ହେବା ପୂର୍ବରୁ” ବୋଲି ଅନୁବାଦ କରାଯାଇପାରେ I
- “ଉପରେ ସ୍ଥାପିତ” ବାକ୍ୟାଂଶକୁ “ସୁରକ୍ଷିତ ଭାବରେ ନିର୍ମିତ” କିମ୍ବା “ଦୃଡ଼ ଭାବରେ ଆଧାରିତ” ବୋଲି ଅନୁବାଦ କରାଯାଇପାରେ I
- ପ୍ରସଙ୍ଗକୁ ଆଧାର କରି, ‘ମୂଳଦୁଆ” ବାକ୍ୟାଂଶକୁ “ଦୃଢ ଆଧାର” କିମ୍ବା “ସୁଦୃଢ ସମର୍ଥନ” କିମ୍ବା “ଆରମ୍ଭ” କିମ୍ବା “ସୃଷ୍ଟି” ବୋଲି ଅନୁବାଦ କରାଯାଇପାରେ I
(ଦେଖନ୍ତୁ: କୋଣର ପ୍ରଧାନ ପ୍ରସ୍ତର, ସୃଷ୍ଟି)
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- H0134, H0787, H2713, H3245, H3247, H3248, H4143, H4144, H4146, H4328, H4349, H4527, H8356, G23100, G23110, G26020
ସ୍ମରଣୀୟ, ସ୍ମରଣୀୟ ନୈବେଦ୍ୟ
ସଂଜ୍ଞା:
“ସ୍ମରଣୀୟ” ଶବ୍ଦ ସେହି କାର୍ଯ୍ୟ କିଅବା ବସ୍ତୁ କୁ ଦର୍ଶାଏ ଯାହା କାହାକୁ କିମ୍ୱା କୌଣସି ବସ୍ତୁ କୁ ମନେ ପକାଇବାକୁ ପଡ଼େ I ଏହି ଶବ୍ଦ ମଧ୍ୟ ଏକ ଉଦ୍ଦେଶ୍ୟ ଭାବରେ ବ୍ୟବହୃତ ହୁଏ କି ଏକ ବସ୍ତୁ କୁ ବ୍ୟବହାର କରି ଆଉ ଏକ ବସ୍ତୁ କୁ ମନେ ପକାଇବା, ଯେପରିକି “ସ୍ମରଣୀୟ ନୈବେଦ୍ୟ “କିଅବା “ସ୍ମରଣୀୟ ଭାଗ”ଯାହା ଏକ ବଳିଦାନ “ସ୍ମରଣୀୟ ପଥର ଅଟେ “ଅଟେ I * ପୁରାତନ ନିୟମରେ, ସ୍ମରଣୀୟ ନୈବେଦ୍ୟ କୁ ରଖା ଯାଇଥିଲା କି ଇସ୍ରାଏଲ ଲୋକମାନେପାରେଶ୍ୱର କଅଣ କରି ଅଛନ୍ତି ମନେ ରଖି ପାରନ୍ତି I * ପରମେଶ୍ୱର ଇସ୍ରାଏଲ ର ଯାଜକମାନଙ୍କୁ ଏକ ବିଶେଷ ବସ୍ତ୍ର ପରିଧାନ କରିବାକୁ କହିଥିଲେ ଯେଉଁ ଠାରେ ସ୍ମରଣୀୟ ପଥରଥିଲା I ଏହି ପଥର ସବୁରେ ବାର ଜାତିର ନାମ ଖୋଦା ଯାଇଥିଲା I ଏହିସବୁ ବୋଧେ ଏଥି ପାଇଁ କି ପରମେଶ୍ୱରଙ୍କର ବିଶ୍ୱସ୍ଠତା ସେମାନେ ମନେ ରଖନ୍ତୁ I * ନୂତନ ନିୟମରେ, ପରମେଶ୍ୱର ଏକ ବ୍ୟକ୍ତି କୁ ସମ୍ମାନ କଲେ ଯାହାର ନାମ କରନେଲିୟାସଥିଲା କାରଣ ତାହାର ଗରିବ ଲୋକଙ୍କ ପ୍ରତି ସେବାକୁ I ଏହି ସବୁ କାମ ପରମେଶ୍ୱରଙ୍କର ସମ୍ମୁଖରେ “ସ୍ମରଣୀୟ” କୁହାଯାଏ I
ଅନୁବାଦ ପ୍ରସ୍ତାବ:
- ଏହାକୁ “ଚୀର ସ୍ମରଣୀୟ “ରୂପରେ ମନେ ରଖା ଯିବ I
- “ଏକ “ସ୍ମରଣୀୟ ପଥର “କୁ “ଏକ ପଥର ଯାହା ତାହାଙ୍କୁ କିଛି ମନେ ପକାଏ” ରୂପରେ ଅନୁବାଦ କରାଯାଏ I
ବାଇବଲ ପଦପର୍ବ:
ବୋର୍ଡ ଡାଟା :
- Strong's: H2142, H2146, G3422
ସ୍ୱପ୍ନ
ପରିଭାଷା:
ଏକ ସ୍ୱପ୍ନ ଯାହା ଲୋକମାନେ ଶୋଇଥିବା ସମୟରେ ସେମାନଙ୍କ ମନରେ ଦେଖନ୍ତି କିମ୍ବା ଅନୁଭବ କରନ୍ତି ।
- ସ୍ୱପ୍ନ ପ୍ରାୟତଃ ପ୍ରକୃତରେ ଘଟୁଥିବା ପରି ଦେଖାଯାଏ, କିନ୍ତୁ ସେଗୁଡ଼ିକ ଘଟେ ନାହିଁ ।
- ବେଳେବେଳେ ଈଶ୍ଵର ଲୋକମାନଙ୍କୁ କୌଣସି ବିଷୟରେ ସ୍ୱପ୍ନ ଦେଖାନ୍ତି ଯାହା ଦ୍ଵାରା ସେମାନେ ଏଥିରୁ ଶିଖିପାରିବେ । ସେ ମଧ୍ୟ ସେମାନଙ୍କ ସ୍ୱପ୍ନରେ ଲୋକମାନଙ୍କ ସହ ସିଧାସଳଖ କଥ ହୁଅନ୍ତି।
- ବାଇବେଲରେ, ଈଶ୍ଵର ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ସେମାନଙ୍କୁ ଏକ ବାର୍ତ୍ତା ଦେବା ପାଇଁ ବିଶେଷ ସ୍ୱପ୍ନ ଦେଇଥିଲେ, ପ୍ରାୟତଃ ଭବିଷ୍ୟତରେ ଯାହା ଘଟିବାକୁ ଥିବ ସେହି ବିଷୟରେ ।
- ଏକ ସ୍ୱପ୍ନ ଏକ ଦର୍ଶନଠାରୁ ଭିନ୍ନ ଅଟେ । ଜଣେ ବ୍ୟକ୍ତି ଶୋଇଥିବା ସମୟରେ ସ୍ୱପ୍ନ ଦେଖାଯାଏ, କିନ୍ତୁ ସାଧାରଣତଃ ଜଣେ ବ୍ୟକ୍ତି ଜାଗ୍ରତ ଥିବା ସମୟରେ ଦର୍ଶନ ଦେଖିଥାଏ ।
(ଦେଖନ୍ତୁ: ଦର୍ଶନ)
ବାଇବେଲ ପଦପର୍ବ:
- ପ୍ରେରିତ ୨:୧୬-୧୭
- ଦାନିୟେଲ ୧:୧୭-୧୮
- ଦାନିୟେଲ ୨:୧
- ଆଦିପୁସ୍ତକ ୩୭:୬
- ଆଦିପୁସ୍ତକ ୪୦:୪-୫
- ମାଥିଉ ୨:୧୩
- ମାଥିଉ ୨:୧୯-୨୧
ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
- 8:2 ଯୋଷେଫଙ୍କ ଭାଇମାନେ ତାଙ୍କୁ ଘୃଣା କରୁଥିଲେ କାରଣ ସେମାନଙ୍କର ପିତା ତାଙ୍କୁ ଅଧିକ ପ୍ରେମ କରୁଥିଲେ ଏବଂ ଯୋଷେଫ ସ୍ୱପ୍ନ ଦେଖିଥିଲେ ଯେ ସେ ସେମାନଙ୍କର ଶାସକ ହେବେ ।
- 8:6 ଗୋଟିଏ ରାତିରେ, ଫାରୋ, ଯାହାକୁ ମିସରୀୟମାନେ ସେମାନଙ୍କର ରାଜା ବୋଲି କହୁଥିଲେ, ଦୁଇଟି ସ୍ୱପ୍ନ ଦେଖିଲେ ଯାହା ତାଙ୍କୁ ବହୁତ ବିଚଳିତ କରିଥିଲା । ତାଙ୍କର କେହି ପରାମର୍ଶଦାତା ତାଙ୍କୁ ସ୍ୱପ୍ନର ଅର୍ଥ କହିପାରିଲେ ନାହିଁ ।
- 8:7 ଈଶ୍ଵର ଯୋଷେଫଙ୍କୁ ସ୍ୱପ୍ନର ବ୍ୟାଖ୍ୟା କରିବାର କ୍ଷମତା ଦେଇଥିଲେ, ତେଣୁ ଫାରୋ ଯୋଷେଫଙ୍କୁ କାରାଗାରରୁ ଆଣିଥିଲେ । ଯୋଷେଫ ତାଙ୍କ ପାଇଁ ସ୍ୱପ୍ନଗୁଡ଼ିକୁ ବ୍ୟାଖ୍ୟା କରି କହିଲେ, “ପରମେଶ୍ୱର ସାତ ବର୍ଷର ଦୁର୍ଭିକ୍ଷ ପରେ ସାତ ବର୍ଷର ପ୍ରଚୁର ଫସଲ ପଠାଇବାକୁ ଯାଉଛନ୍ତି।”
- 16:11 ତେଣୁ ସେହି ଦିନ ରାତିରେ, ଗିଦିୟୋନ୍ ଶିବିରକୁ ଓହ୍ଲାଇ ଜଣେ ମିଦିୟନୀୟ ସେନା ତାଙ୍କ ବନ୍ଧୁଙ୍କୁ ଏକ ସ୍ୱପ୍ନ ବିଷୟରେ କହିଥିବାର ଶୁଣିଲେ । ସେହି ବ୍ୟକ୍ତିଙ୍କ ବନ୍ଧୁ କହିଲେ, “ଏହି ସ୍ୱପ୍ନର ଅର୍ଥ ଗିଦିୟୋନଙ୍କ ସେନା ମିଦିୟନୀୟ ସେନା ପରାସ୍ତ କରିବେ!”
- 23:1 ସେ (ଯୋଷେଫ) ତାଙ୍କୁ (ମରୀୟମ) ଲଜ୍ଜିତ କରିବାକୁ ଚାହୁଁନଥିଲେ, ତେଣୁ ସେ ଗୁପ୍ତରେ ତାଙ୍କୁ ଛାଡପତ୍ର କରିବାକୁ ଯୋଜନା କରିଥିଲେ । ସେ ତାହା କରିବା ପୂର୍ବରୁ, ଜଣେ ଦୂତ ସ୍ୱପ୍ନରେ* ଆସି ତାଙ୍କ ସହ କଥା ହେଲେ ।
ଶବ୍ଦବିନ୍ୟାସ:
- Strong’s: H1957, H2472, H2492, H2493, G17970, G17980, G36770
ସ୍ୱୀକାର କରିବା, ଅନୁମତି ଦେବା, ସ୍ୱୀକୃତିପ୍ରାପ୍ତ
ତଥ୍ୟବଳୀ:
“ସ୍ୱୀକାର କରିବା” ଶବ୍ଦର ଅର୍ଥ କୌଣସି ବିଷୟକୁ କିମ୍ବା କାହାକୁ ସଠିକ୍ ସ୍ୱୀକୃତି ଦେବା। * ଈଶ୍ଵରଙ୍କୁ ସ୍ୱୀକାର କରିବା ମଧ୍ୟ ଏକ କାର୍ଯ୍ୟ କରିବା ସହ ଅନ୍ତର୍ଭୁକ୍ତ ଅଟେ ଯାହା ଦର୍ଶାଏ ଯେ ସେ ଯାହା କହନ୍ତି ତାହା ସତ୍ୟ ଅଟେ। * ଯେଉଁମାନେ ଈଶ୍ଵରଙ୍କୁ ସ୍ୱୀକାର କରନ୍ତି, ସେମାନେ ତାହାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ଏହା ପ୍ରକାଶ କରନ୍ତି, ଯାହା ତାଙ୍କ ନାମରେ ଗୌରବ ଆଣିଥାଏ। * କୌଣସି ବିଷୟକୁ ସ୍ୱୀକାର କରିବା ଅର୍ଥ ଏହା ସତ୍ୟ ବୋଲି ବିଶ୍ୱାସ କରିବା, କାର୍ଯ୍ୟ ଏବଂ ବାକ୍ୟ ସହ ଏହା ନିଶ୍ଚିତ କରିବା ଅଟେ। ଅନୁବାଦ ପ୍ରସ୍ତାବଗୁଡ଼ିକ: * କୌଣସି ବିଷୟ ସତ୍ୟ ବୋଲି ସ୍ୱୀକାର କରିବା ପରିପ୍ରେକ୍ଷୀରେ, “ସ୍ୱୀକାର” ଶବ୍ଦକୁ “ସ୍ୱୀକାର” କିମ୍ବା “ଘୋଷଣା” କିମ୍ବା “ସତ୍ୟ ବୋଲି ସ୍ୱୀକାର” କିମ୍ବା “ବିଶ୍ୱାସ କରିବା” ଭାବରେ ଅନୁବାଦ କରାଯାଇପାରେ। * ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ସ୍ୱୀକୃତି ଦେବା ବିଷୟରେ, ଏହି ଶବ୍ଦଟି “ଗ୍ରହଣ” କିମ୍ବା “ମୂଲ୍ୟକୁ ଚିହ୍ନିବା” କିମ୍ବା “ସେହି (ବ୍ୟକ୍ତି) ବିଶ୍ୱସ୍ତ ବୋଲି ଅନ୍ୟକୁ କହିବା” ବୋଲି ଅନୁବାଦ କରାଯାଇପାରେ। * ଈଶ୍ଵରଙ୍କୁ ସ୍ୱୀକାର କରିବା ପ୍ରସଙ୍ଗରେ, ଏହାକୁ “ବିଶ୍ଵାସ କର ଏବଂ ଈଶ୍ଵରଙ୍କ ଆଜ୍ଞା ପାଳନ କର” କିମ୍ବା “ଈଶ୍ଵର କିଏ ବୋଲି ଘୋଷଣା କର” କିମ୍ବା “ଈଶ୍ଵର କେତେ ମହାନ ତାହା ଅନ୍ୟ ଲୋକମାନଙ୍କୁ କୁହ” କିମ୍ବା “ଈଶ୍ଵର ଯାହା କହନ୍ତି ଏବଂ କରନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରାଯାଇପାରେ” ବୋଲି ଅନୁବାଦ କରାଯାଇପାରେ।
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H3045, H3046, H5046, H5234, H6942, G14920, G19210, G36700
ସ୍ୱେଚ୍ଛା ବଳିଦାନ,ସକଳ ସ୍ୱେଚ୍ଛା ବଳିଦାନ
ସଂଜ୍ଞା:
ସ୍ୱେଚ୍ଛା ବଳିଦାନ ଏପରି ଏକ ବଳିଦାନ ପରମେଶ୍ୱରଙ୍କ ପ୍ରତି ଉତ୍ସର୍ଗ କରାଯାଉଥିଲା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଆବଶ୍ୟକ ନଥିଲା I ଏହା ବଳିଦାନ ଉତ୍ସର୍ଗ କରିବା ବ୍ୟକ୍ତିର ନିଜ ପସନ୍ଦ ଅଟେ I * ଯଦି ସ୍ୱେଚ୍ଛା ବଳିଦାନ ପଶୁ ମଧ୍ୟରୁ ବଳିଦାନ ଉତ୍ସର୍ଗ କରାଯାଏ, ପଶୁ ର ଛୋଟ ମୋଟ ଦାଗ ହୋଇପାରେ କାରଣ ଏହା ସ୍ୱେଚ୍ଛାକୃତ ଅଟେ I * ଇସ୍ରାଏଲ ଲୋକମାନେ ବଳି ଉତ୍ସର୍ଗ ପଶୁ ଉତ୍ସବ ଭୋଜର ଭାଗ ସ୍ୱରୂପେ ଖାଉଥିଲେ I * ଯେତେବେଳେ ସ୍ୱେଚ୍ଛାବଳିଦାନ ଉତ୍ସର୍ଗ କରାଯାଉଥିଲା, ଏହା ଇସ୍ରାଏଲ ଲୋକଙ୍କ ଆନନ୍ଦର କାରଣଥିଲା, ଏହା ଫସଲ ଭଲ ହୋଇ ଅଛି ଓ ଲୋକଙ୍କ ପାଖରେ ପ୍ରଚୁର ପରିମାଣରେ ଖାଦ୍ୟ ଅଛି ବଳି ଦେଖାଏ I * ଏଜ୍ରା ପୁସ୍ତକରେ ଅଲଗା ପ୍ରକାର ସ୍ୱେଛା ବଳିଦାନ ର ବ୍ୟାଖ୍ୟା କରାଯାଇଅଛି ତାହା ମନ୍ଦିରର ପୁନଃ ସ୍ଥାପନା ନିମନ୍ତେ ଲୋକମାନେ ଆଣୁଥିଲେ I ଏହି ଦାନ ସୁନା, ରୁପା କିଅବା ଅର୍ଥ ହୋଇ ଥାଇପାରେ, କିଅବା କଟୁରୀ କି ଆଉ ଅଲଗା ପଦାର୍ଥ ଯାହା ସୁନା କିଅବା ରୁପା ଦ୍ୱାରା ନିର୍ମିତ ହୋଇ ଥାଏ I
(ଆହୁରି ଦେଖନ୍ତୁ: ହୋମୋବଳି, ଏଜ୍ରା, ଭୋଜ, ଭକ୍ଷ ନୈବେଦ୍ୟ, ଦୋଶାର୍ଥକ ବଳିଦାନ’ ବ୍ୟବସ୍ଥା, ପାପ ମୋଚନ ବଳିଦାନ)
ବାଇବଲ ପଦ ପର୍ୱ: ୩
- ୧ ରାଜାବଳି ୨୯:୬-୭
- ୨ ରାଜାବଳି ୩୫: ୭-୯
- ବ୍ୟବସ୍ଥାବିବରଣ ୧୨:୧୭
- ଯାତ୍ରାପୁସ୍ତକ ୩୬: ୨-୪
- ଲେବୀୟ ବ୍ୟବସ୍ଥା ୦୭: ୧୫-୧୬
ବୋର୍ଡ ଡାଟା :
- Strong's: H5068, H5071
ହଳ, ହଳିତ, ହଳସମୂହ, ହଳ କରୁଥିବା ବ୍ୟକ୍ତି, ଲଙ୍ଗଳର ଫଳଗୁଡ଼ିକ, ଅହଳିତ
ପରିଭାଷା:
ଏକ “ହଳ” କୃଷି ଫାର୍ମର ଏକ ଯନ୍ତ୍ରପାତି ଅଟେ ଯାହା କ୍ଷେତ୍ରକୁ ପ୍ରସ୍ତୁତ କରିବା ନିମନ୍ତେ ମାଟି ହାଣିବା ନିମନ୍ତେ ବ୍ୟବହୃତ ହୁଏ I
- ହଳଗୁଡ଼ିକ ଧାରୁଆ ଏବଂ ତୀକ୍ଷଣ ଥାଏ ଏହା ମାଟିକୁ ଖୋଳେ I ସେଗୁଡ଼ିକୁ ଧରିବା ନିମନ୍ତେ ବେଣ୍ଟସବୁ ଥାଏ ଯେପରି କୃଷକ ତାହା ଧରି ହଳକୁ ବୁଲାଏ I
- ବାଇବେଲ ସମୟରେ, ହଳ ସାଧାରଣତଃ ହଳେ ବଳଦ ଦ୍ୱାରା କିମ୍ୱା କାର୍ଯ୍ୟ କରୁଥିବା ପଶୁଗୁଡ଼ିକ ଦ୍ୱାରା ଟଣା ହେଉଥିଲା I
- ଅଧିକାଂଶ ହଳଗୁଡ଼ିକ କାଠରେ ନିର୍ମିତ ଥିଲା, କେବଳ ଏହାର ଧାରୁଆ ଅଂଶଗୁଡ଼ିକ ଧାତୁରେ ନିର୍ମିତ ଥିଲା; ଯଥା ଧାତୁ କିମ୍ୱା ଲୁହାରେ ନିର୍ମିତ ଥିଲା I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H0406, H0855, H2758, H2790, H5215, H5647, H5656, H5674, H6213, H6398, G07220, G07230
ହିତୋପଦେଶ
ପରିଭାଷା:
ହିତୋପଦେଶ ଏକ କ୍ଷୁଦ୍ର ଉକ୍ତି ଅଟେ ଯାହା ଜ୍ଞାନ ବା ସତ୍ୟ ପ୍ରକାଶ କରିଥାଏ I
- ହିତୋପଦେଶଗୁଡ଼ିକ ଶକ୍ତିଯୁକ୍ତ ଅଟେ କାରଣ ସେଗୁଡ଼ିକ ସ୍ମରଣରେ ରଖିବା ଏବଂ ପୂନରାବୃତ୍ତି କରିବା ସହଜ ଅଟେ I
- ଅନେକ ସମୟରେ ଏକ ହିତୋପଦେଶ ଦୈନନ୍ଦିନ ଜୀବନର ବ୍ୟବହାରିକ ଉଦାହରଣଗୁଡ଼ିକ ଅନ୍ତର୍ଭୁକ୍ତ କରିଥାଏ I
- କେତେକ ହିତୋପଦେଶଗୁଡ଼ିକ ଅତି ସ୍ପଷ୍ଟ ଏବଂ ସିଧାସଳଖ ଅଟେ, ଅଥଚ ଅନ୍ୟାନ୍ୟ ହିତୋପଦେଶଗୁଡ଼ିକ ବୁଝିବା ନିମନ୍ତେ ଅଧିକ କଷ୍ଟକର ଅଟେ I
- ରାଜା ଶଲୋମନ ଆପଣା ଜ୍ଞାନ ହେତୁ ସୁପରିଚିତ ଥିଲେ ଏବଂ ସେ ୧,୦୦୦ ରୁ ଊର୍ଦ୍ଧ୍ୱ ହିତୋପଦେଶଗୁଡ଼ିକ ଲେଖିଥିଲେ I
- ଯୀଶୁ ଅନେକ ସମୟରେ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ହିତୋପଦେଶଗୁଡ଼ିକ କିମ୍ୱା ଦୃଷ୍ଟାନ୍ତଗୁଡ଼ିକ ବ୍ୟବହାର କଲେ I
- “ହିତୋପଦେଶକୁ” ଶବ୍ଦକୁ “ଜ୍ଞାନୀ କଥା” କିମ୍ବା “ସତ୍ୟ ବାକ୍ୟ” ବୋଲି ଅନୁବାଦ କରାଯାଇପାରେ I
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H2420, H4911, H4912, G38500, G39420
ହୋମବଳି, ହୋମବଳି
ସଂଜ୍ଞା:
ଏକ “ହୋମବଳି” ଈଶ୍ବରଙ୍କ ପାଇଁ ଏକ ପ୍ରକାର ବଳି ଥିଲା ଯାହା ଏକ ଯଜ୍ଞବେଦିରେ ଅଗ୍ନିରେ ପୋଡି ଦିଆଯାଇଥିଲା । ଲୋକମାନଙ୍କର ପାପ ପାଇଁ ପ୍ରାୟଶ୍ଚିତ କରିବାକୁ ଏହା ଉତ୍ସର୍ଗ କରାଯାଇଥିଲା । ଏହାକୁ ଅଗ୍ନିବଳି ମଧ୍ୟ କୁହାଯାଉଥିଲା।
- ଏହି ହୋମବଳି ପାଇଁ ବ୍ୟବହୃତ ପଶୁ ସାଧାରଣତଃ ମେଷ କିମ୍ବା ଛେଳି ଥିଲା, କିନ୍ତୁ ବଳଦ ଏବଂ ପକ୍ଷୀ ମଧ୍ୟ ବ୍ୟବହାର କରାଯାଉଥିଲା ।
- ଚର୍ମ ବ୍ୟତୀତ, ଏହି ହୋମବଳିରେ ସମଗ୍ର ପଶୁ ପୋଡି ଯାଇଥିଲା । ଚର୍ମ ଯାଜକଙ୍କୁ ଦିଆଯାଉଥିଲା ।
- ଈଶ୍ୱର ଯିହୂଦୀମାନଙ୍କୁ ପ୍ରତିଦିନ ଦୁଇଥର ହୋମବଳି ଉତ୍ସର୍ଗ କରିବାକୁ ଆଦେଶ ଦେଇଥିଲେ।
(ଆହୁରି ଦେଖନ୍ତୁ: ଯଜ୍ଞବେଦି, ପ୍ରାୟଶ୍ଚିତ, ବଳଦ, ଯାଜକ, ବଳିଦାନ)
ବାଇବଲ ପଦପର୍ବ:
ଶବ୍ଦବିନ୍ୟାସ:
• Strong’s: H0801, H5930, H7133, H8548, G36460
“ଆଡ଼ମ୍ବରପୂର୍ଣ୍ଣ ଭୋଜନ ଉତ୍ସବ”
ପରିଭାଷା:
ଏକ ଆଡ଼ମ୍ବରପୂର୍ଣ୍ଣ ଭୋଜନ ଉତ୍ସବ ଏକ ବୃହତ ଭୋଜି ଅଟେ ଯେଉଁଠାରେ ଅନେକ ଖାଦ୍ୟର ସମାହାର ଥାଏ ׀
- ପ୍ରାଚୀନ କାଳରେ ରାଜନୈତିକ ନେତାଗଣ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ଅତିଥିମାନଙ୍କ ନିମନ୍ତେ ରାଜାମାନେ ଅନେକ ସମୟରେ ଭୋଜିର ଆୟୋଜନ କରୁଥିଲେ ׀
- ଏହାକୁ “ବିସ୍ତୃତ ଭୋଜି” କିମ୍ବା “ଗୁରୁତ୍ତ୍ୱପୂର୍ଣ୍ଣ ଭୋଜି” କିମ୍ବା “ଅନେକ ଖାଦ୍ୟର ସମାହାର”ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
ବାଇବେଲ ପଦପର୍ବ:
ଶବ୍ଦବିନ୍ୟାସ:
- Strong’s: H4960, H4961, H8354, G11730, G14030