3. ଜଳପ୍ଲାବନ

ଏକ ଦୀର୍ଘ ସମୟ ପରେ, ଅନେକ ଲୋକମାନେ ଜଗତରେ ବାସ କରୁଥିଲେ । ସେମାନେ ଅତି ଦୁଷ୍ଟ ଓ ହିଂସାଜନକ ଥିଲେ । ଏତେ ମନ୍ଦ ହେଲା ଯେ, ପରମେଶ୍ଵର ସାରା ଜଗତକୁ ମହାବନ୍ୟା ଦ୍ବାରା ସମଗ୍ର ପୃଥିବୀକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଲେ ।

କିନ୍ତୁ ନୋହ ପରମେଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ଥିଲେ । ସେ ମନ୍ଦ ଲୋକମାନଙ୍କ ଗହଣରେ ଜଣେ ଧାର୍ମିକ ବ୍ୟକ୍ତିଭାବରେ ଜୀବନଯାପନ କାଟୁଥିଲେ । ପରମେଶ୍ଵର ନୋହଙ୍କୁ ଜଳପ୍ଲାବନ ପଠାଇବାର ଯୋଜନା ବିଷୟରେ କହିଲେ । ସେ ନୋହଙ୍କୁ ଏକ ବୃହତ୍ ଜାହଜ ତିଆରି କରିବାକୁ କହିଲେ ।

୧୪୦ ମିଟର ଲମ୍ବା, ୨୩ ମିଟର ଚଉଡା ଓ ୧୩.୫ ମିଟର ଉଚ୍ଚତାର ଡଙ୍ଗା ତିଆରି କରିବାକୁ ପରମେଶ୍ଵର ନୋହଙ୍କୁ କହିଲେ । ଏହାକୁ କାଠ ଦ୍ଵାରା ନିର୍ମିତ କରିବାକୁ ଏବଂ ତିନି ମହଲାରେ ଅନେକ କୋଠରୀ, ଏକ ଛାତ ଓ ଏକ ଝରକା ତିଆରି କରିବାକୁ କହିଲେ । ଏହି ଡଙ୍ଗା ଜଳପ୍ଲାବନ ସମୟରେ ନୋହଙ୍କ, ତାଙ୍କ ପରିବାର, ଏବଂ ସମସ୍ତ ପ୍ରକାର ସ୍ଥଳଚର ପଶୁମାନଙ୍କୁ ସୁରକ୍ଷିତ ରଖିବ ।

ନୋହ ପରମେଶ୍ଵରଙ୍କର ବାଧ୍ୟ ହେଲେ । ପରମେଶ୍ଵର ଯେପ୍ରକାରେ କହିଲେ, ଠିକ୍ ସେହି ପ୍ରକାରେ ନୋହ ଓ ତାଙ୍କ ତିନି ପୁତ୍ରମାନେ ଡଙ୍ଗା ନିର୍ମାଣ କରିଥିଲେ । ଜହାଜ ତିଆରି କରିବାକୁ ଅନେକ ବର୍ଷ ଲାଗିଥିଲା କାରଣ ଏହା ଅତି ବୃହତ୍ ଥିଲା । ଆସୁଥିବା ଜଳ ପ୍ଲାବନ ବିଷୟରେ ନୋହ ଲୋକମାନଙ୍କୁ ସଚେତନ କରାଉଥିଲେ, ଏବଂ ପରମେଶ୍ଵରଙ୍କର ଆଡକୁ ଫେରିବାକୁ କହୁଥିଲେ, କିନ୍ତୁ ସେମାନେ ତାଙ୍କ କଥାକୁ ବିଶ୍ବାସ କଲେ ନାହିଁ ।

ପରମେଶ୍ଵର ନୋହକୁ ଏବଂ ତାଙ୍କ ପରିବାରକୁ ତାଙ୍କ ଓ ପଶୁମାନଙ୍କ ପାଇଁ ଯଥେଷ୍ଠ ଖାଦ୍ୟ ଆଦାୟ କରିବାକୁ ଆଜ୍ଞା ଦେଲେ । ଯେତେବେଳେ ସମସ୍ତ ପ୍ରସ୍ତୁତ ହେଲା, ନୋହଙ୍କୁ ପରମେଶ୍ଵର କହିଲେ, ବର୍ତ୍ତମାନ ତୁମେ, ତୁମ ସ୍ତ୍ରୀ, ତୁମ ପୁଅମାନେ ଏବଂ ତାଙ୍କ କନ୍ୟାମାନେ ସମସ୍ତ ଆଠ ଜଣ ଡଙ୍ଗା ଭିତରକୁ ପ୍ରବେଶ କରିବାର ସମୟ ହୋଇ ଅଛି ।

ପରମେଶ୍ଵର ପଶୁ ଓ ପକ୍ଷୀମାନଙ୍କ ପ୍ରତ୍ୟେକ ଦମ୍ପତିକୁ ନୋହଙ୍କ ନିକଟକୁ ପଠାଇଲେ ଯେପରି ସେମାନେ ଜଳପ୍ଲାବନ ସମୟରେ ନିମନ୍ତେ ଡଙ୍ଗା ଭିତରକୁ ଯାଇ ସୁରକ୍ଷିତ ରହିବେ । ପରମେଶ୍ଵର ବଳି ନିମନ୍ତେ ସାତଟି ଅଣ୍ଡିରା ଓ ମାଈ ସମସ୍ତ ପଶୁଗୁଡିକୁ ନୋହଙ୍କ ପାଖକୁ ପଠାଇଲେ । ଯେତେବେଳେ ସେମାନେ ଡଙ୍ଗା ଭିତରେ ଥିଲେ, ପରମେଶ୍ଵର ନିଜେ ଦ୍ଵାର ବନ୍ଦ କଲେ ।

ତା’ପରେ ପ୍ରବଳ ବର୍ଷା, ଆରମ୍ଭ ହେଲା । ୪୦ ଦିନ ଓ ୪୦ ରାତ୍ର ଧରି ବିନା ବନ୍ଦ ହୋଇ ବର୍ଷା ହେଲା । ପୃଥିବୀର ଉପରକୁ ପାଣି ପ୍ରବାହିତ ହେବାକୁ ଲାଗିଲା। ପୃଥିବୀର ସମସ୍ତ ଉପରେ ଏପରିକି ସବୁଠାରୁ ଉଚ୍ଚତ୍ତମ ପର୍ବତ ମଧ୍ୟ ପାଣିରେ ବୁଡିବାକୁ ଲାଗିଲା ।

ଡଙ୍ଗା ଭିତରେ ଥିବା ଲୋକମାନେ ଓ ପଶୁପକ୍ଷୀଗୁଡିକୁ ଛାଡି ପୃଥିବୀ ପୃଷ୍ଠର ସମସ୍ତ ଜୀବମାନେ ଯେଉମାନେ ବାସ କରୁଥିଲେ ମୃତ୍ୟୁବରଣ କଲେ । ଡଙ୍ଗା ପାଣି ଉପରେ ଭାସିବାକୁ ଲାଗିଲା ଏବଂ ଡଙ୍ଗ। ଭିତରେ ଥିବା ସମସ୍ତଙ୍କୁ ବୁଡିବାରୁ ସୁରକ୍ଷିତ ରଖିଲା।

ବର୍ଷା ବନ୍ଦ ହେଲା ପରେ, ଡଙ୍ଗା ପାଣି ଉପରେ ପାଞ୍ଚ ମାସ ପର୍ଯ୍ୟନ୍ତ ଭାସିରହିଥିଲା , ଏବଂ ଏହି ସମୟରେ ପାଣି କମିବାକୁ ଲାଗିଲା । ତା’ପରେ ଦିନେ ଡଙ୍ଗା ଏକ ପାହାଡର ଶୀର୍ଷ ଭାଗରେ ଲାଗିଲା, କିନ୍ତୁ ଏ ପର୍ଯ୍ୟନ୍ତ ଜଗତ ପାଣିରେ ବୁଡି ରହିଥିଲା । ଆଉ ତିନି ମାସ ପରେ, ପାହାଡଗୁଡିକର ଉପର ଅଂଶଗୁଡିକ ଦେଖିବାକୁ ମିଳିଲା ।

ଆଉ 40 ଦିନ ପରେ ପାଣି ଶୁଖି ଅଛି କି ନାହିଁ ଦେଖିବା ପାଇଁ ନୋହ ଏକ ପକ୍ଷୀ କାଉକୁ ବାହାରକୁ ପଠାଇଲା । କାଉ ଶୁଖିଲା ଜାଗା ଖୋଜିବା ପାଇଁ ଫେରିଗଲା ଏଣେତେଣେ ଉଡି ବୁଲିଲା, କିନ୍ତୁ କୌଣସୀ ସ୍ଥାନ ପାଇଲା ନାହିଁ ।

ପରେ ନୋହ ଆଉ ଏକ ପକ୍ଷୀ କପୋତକୁ ବାହାରକୁ ପଠାଇଲେ । କିନ୍ତୁ ସେ ମଧ୍ୟ କୌଣସି ଶୁଖିଲା ସ୍ଥାନ ପାଇଲା ନାହି, ଏଣୁ ସେ ନୋହଙ୍କ ପାଖକୁ ଫେରି ଆସିଲା । ଏକ ସପ୍ତାହ ପରେ ନୋହ ପୁନର୍ବାର କପୋତକୁ ବାହାରକୁ ପଠାଇଲେ ଏବଂ ସେ ଜିତ ବୃକ୍ଷର ଡାଳ ଥଣ୍ଟରେ ଧରି ଫେରିଲା । ପାଣି ଧୀରେ କମିଗଲା ଓ ଗଛଗୁଡିକ ପୁନର୍ବାର୍ ବଢିବାକୁ ଲାଗିଲା ।

ନୋହ ଆଉ ଏକ ସପ୍ତାହ ଅପେକ୍ଷା କଲା ପରେ କପୋତକୁ ତୃତୀୟ ଥର ବାହାରକୁ ପଠାଇଥିଲେ । ଏ ଥର ସେ ବିଶ୍ରାମ ନେବାକୁ ସ୍ଥାନ ପାଇଲା ଆଉ ଲେଉଟି ଆସିଲା ନାହିଁ । ପାଣି ଶୁଖିବାକୁ ଲାଗିଲା ।

ଦୁଇ ମାସ ପରେ ନୋହଙ୍କୁ ପରମେଶ୍ଵର କହିଲେ, ତୁମ ପରିବାର ଓ ସମସ୍ତ ପଶୁପକ୍ଷୀଗୁଡ଼ିକ ଓ ତୁମେ ଡଙ୍ଗାରୁ ବାହାରି ଯାଇପାର । ଅନେକ ସନ୍ତାନ ଓ ନାତିନାତୁଣୀ ଜନ୍ମ କରି ପୃଥିବୀକୁ ପରିପୂର୍ଣ କର । ତେବେ, ନୋହ ଓ ତାଙ୍କ ପରିବାର ଡଙ୍ଗାରୁ ବାହାରି ଆସିଲେ ।

ନୋହ ଡଙ୍ଗାରୁ ବାହାରି ଆସିବା ପରେ, ସେ ଏକ ବେଦୀ ତିଆରି କଲେ ଏବଂ ଯେଉଁ ପଶୁମାନଙ୍କୁ ବଳୀ ଉତ୍ସର୍ଗ କରିବା ଆବଶ୍ୟକ, କେତେକ ପ୍ରକାରର ପଶୁମାନଙ୍କୁ ନେଇ ବଳୀ ଉସର୍ଗ କଲା । ପରମେଶ୍ଵର ନୈବେଦ୍ୟରେ ସନ୍ତୁଷ୍ଠ ଥିଲେ । ନୋହ ଓ ତାଙ୍କ ପରିବାରଙ୍କୁ ଆଶୀର୍ବାଦ କଲେ ।

ପରମେଶ୍ଵର କହିଲେ, "ମୁ ପ୍ରତିଜ୍ଞ। କରେ ଲୋକମାନଙ୍କ ଯୋଗୁଁ ଭୁମିକୁ ଅଭିଶାପ କେବେହେଲେ କରିବି ନାହିଁ କିମ୍ବା ମୁଁ ପୃଥିବୀକୁ ବିନାଶ କରିବି ନାହିଁ ଯଦିଓ ଲୋକମାନେ ସେମାନଙ୍କ ଶିଶୁକାଳଠାରୁ ପାପୀ ହେଲେ ମଧ୍ୟ ପୁନର୍ବାର ଜଳ ପ୍ଲାବନ ଦ୍ବାରା ।

ପ୍ରତିଜ୍ଞର ଏକ ଚିହ୍ନ ଭାବେ ପରମେଶ୍ଵର ପ୍ରଥମ ଇନ୍ଦ୍ରଧନୁ ସୃଷ୍ଟି କଲେ । ପ୍ରତ୍ୟେକ ଥର ଆକାଶରେ ଯେବେ ଇନ୍ଦ୍ରଧନୁ ଦେଖାଯିବା, ପରମେଶ୍ଵର ତାଙ୍କ ପ୍ରତିଜ୍ଞାକୁ ସ୍ମରଣ କରିବେ, ସେହି ପ୍ରକାରେ ଲୋକମାନେ ମଧ୍ୟ କରିବେ ।
ବାଇବଲର ଏକ କାହାଣୀ: _ ଆଦିପୁସ୍ତକ ୬ - _ ୮