16. ଉଦ୍ଧାରକର୍ତ୍ତାଗଣ

ଯିହୋଶୂୟ ମୃତ୍ୟୁ ପରେ, ଇସ୍ରାଏଲୀୟମାନେ ଈଶ୍ବରଙ୍କର ଅନାଜ୍ଞାବହ ହେଲେ ଏବଂ ସେମାନେ ଅବଶିଷ୍ଟାଂଶ କିଣାନୀୟମାନଙ୍କୁ ବିତାଡିତ କଲେ ନାହିଁ କିମ୍ବା ଈଶ୍ବରଙ୍କ ବ୍ୟବସ୍ଥାସକଳ ପାଳନ କଲେ ନାହିଁ । ଇସ୍ରାଏଲୀୟମାନେ ସତ୍ୟ ଈଶ୍ବର ଯିହୋବାଙ୍କର ଉପାସନା କରିବା ପରିବର୍ତ୍ତେ କିଣାନୀୟମାନଙ୍କ ଦେବତାମାନଙ୍କର ଉପାସନା କରିବାକୁ ଲାଗିଲେ । ଇସ୍ରାଏଲୀୟମାନଙ୍କର କୌଣସି ରାଜା ନ ଥିଲେ, ତେଣୁ ପ୍ରତ୍ୟେକ ଜଣ ତାଙ୍କ ଦୃଷ୍ଟିରେ ଯାହା ଉତ୍ତମ ଦେଖାଗଲା ସେମାନେ ତାହା କଲେ ।

ଯେହେତୁ ଇସ୍ରାଏଲୀୟମାନେ ଈଶ୍ବରଙ୍କର ଅନାଜ୍ଞାବହ ହୋଇ ଚାଲିଲେ, ତେଣୁ ଈଶ୍ବର ଶତ୍ରୁମାନଙ୍କୁ ଅନୁମତି ଦେବା ଦ୍ଵ।ରା ସେମାନଙ୍କୁ ପରାଜୟ କରାଇ ସେମାନଙ୍କୁ ଦଣ୍ଡ ଦେଲେ । ଏହି ଶତ୍ରୁମାନେ ଇସ୍ରାଏଲୀୟମାନଙ୍କ ଅନେକ ଜିନିଷଗୁଡିକ ଚୋରି କଲେ, ସେମାନଙ୍କର ସମ୍ପତ୍ତି ବିନାଶ କଲେ, ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ ।ଅନେକ ବର୍ଷ ଈଶ୍ବରଙ୍କର ଅନାଜ୍ଞାବହ ହୋଇ ଓ ସେମାନଙ୍କର ଶତ୍ରୁଗଣଠାରୁ ଉତ୍ପୀଡିତ ହୋଇ ଇସ୍ରାଏଲୀୟମାନେ ଅନୁତାପ କଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କଲେ ।

ତା’ପରେ ଈଶ୍ବର ସେମାନଙ୍କୁ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଯୋଗାଇଲେ ଯିଏ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ରକ୍ଷା କଲେ ଏବଂ ଦେଶରେ ଶାନ୍ତି ଆଣିଲେ । କିନ୍ତୁ ତାହା ପରେ ଲୋକମାନେ ଈଶ୍ବରଙ୍କୁ ଭୁଲିଗଲେ ଏବଂ ପୁନର୍ବାର ପ୍ରତିମାପୂଜା କରିବାର ଆରମ୍ଭ କଲେ । ତେଣୁ ଈଶ୍ବର ନିକଟସ୍ଥ ଏକ ଶତ୍ରୁ ମିଦିୟୋନୀୟମାନଙ୍କ ଦ୍ବାର ସେମାନଙ୍କୁ ପରାସ୍ତ ହେବାକୁ ଦେଲେ ।

ମିଦିୟୋନୀୟମାନେ ସାତବର୍ଷ ପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କ ଫସଲ ନେଲେ । ଇଶ୍ରାୟେଲୀୟମାନେ ଅତି ଭୟଭୀତ ହେଲେ; ମିଦିୟୋନୀୟମାନେ ଯେପରି ସେମାନଙ୍କୁ ଖୋଜିପାରିବେ ନାହିଁ, ସେଥିପାଇଁ ସେମାନେ ଗୁମ୍ଫାଗୁଡିକରେ ଲୁଚିଲେ । ପରିଶେଷରେ, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେମାନେ ଈଶ୍ବରଙ୍କ ନିକଟରେ ଡାକ ପକାଇଲେ ।

ଦିନେ, ଗିଦିୟୋନ ନାମକ ଜଣେ ଇସ୍ରାଏଲ ଗୁପ୍ତରେ ଶଷ୍ୟ ମଳୁଥିଲେ ଯେପରିକି ମିଦିୟୋନୀୟମାନେ ତାହା ନେଇନଯାଆନ୍ତି । ସଦାପ୍ରଭୁଙ୍କ ଦୂତ ଗିଦିୟୋନଙ୍କ ନିକଟକୁ ଆସି କହିଲେ “ବଳିଷ୍ଠ ଯୋଦ୍ଧା, ଈଶ୍ବର ତୁମ୍ଭ ସହିତ ଅଛନ୍ତି । ଯାଅ ଏବଂ ଇସ୍ରାଏଲକୁ ମିଦିୟୋନୀୟମାନଙ୍କଠାରୁ ରକ୍ଷା କର ।”

ଏଏକ ପ୍ରତିମାକୁ ଉତ୍ସର୍ଗୀକୃତ କରିଥିବା ଯଜ୍ଞବେଦୀ ଗିଦିୟୋନଙ୍କ ପିତାଙ୍କଠାରେ ଥିଲା । ସେହି ଯଜ୍ଞବେଦୀ ଖଣ୍ଡ ଖଣ୍ଡ କରିବାକୁ ଈଶ୍ବର ଗିଦିୟୋନଙ୍କୁ କହିଲେ । କିନ୍ତୁ ଗିଦିୟୋନ ଲୋକମାନଙ୍କୁ ଭୟ କଲେ, ତେଣୁ ସେ ରାତ୍ରି ନ ହେବାଯାଏ ଅପେକ୍ଷା କଲେ । ତେଣୁ ସେ ସେହି ଯଜ୍ଞବେଦୀକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ ଏବଂ ଚୂର୍ଣ୍ଣ କରିଦେଲେ । ପ୍ରତିମା ନିକଟରେ ଯେଉଁ ଯଜ୍ଞବେଦୀ ଥିଲା ସେହି ଯଜ୍ଞବେଦୀ ନିକଟରେ ସେ ଈଶ୍ବରଙ୍କ ନିମନ୍ତେ ଏକ ନୂତନ ଯଜ୍ଞବେଦୀ କଲେ ଏବଂ ଈଶ୍ବରଙ୍କ ନିମନ୍ତେ ବଳୀ ଉତ୍ସର୍ଗ କଲେ ।

ପରଦିନ ସକାଳେ ଲୋକମାନେ ଦେଖିଲେ ଯେ କେହିଜଣେ ସେହି ଯଜ୍ଞବେଦୀ ଚିରି ଓ ଭାଙ୍ଗି ବିନଷ୍ଟ କରିଛନ୍ତି, ଏବଂ ସେମାନେ ଅତି କ୍ରୋଧୀ ଥୀଲେ । ସେମାନେ ଗିଦିୟୋନଙ୍କ ଗୃହକୁ ତାଙ୍କ ହତ୍ୟା କରିବା ନିମନ୍ତେ ଗଲେ, କିନ୍ତୁ ଗିଦିୟୋନଙ୍କ ପିତା କହିଲେ “ତୁମ୍ଭେମାନେ କାହିଁକି ତୁମ ଦେବତାକୁ ସାହାଯ୍ୟ କରିବାକୁ ଚେଷ୍ଟା ଚାହୁଁଅଛ? ଯଦି ସେ ଜଣେ ଈଶ୍ବର, ତେବେ ସେ ନିଜକୁ ରକ୍ଷା କରନ୍ତୁ!” ସେ ଏହି କଥା କହିବାରୁ ଲୋକମାନେ ଗିଦିୟୋନଙ୍କୁ ହତ୍ୟା କଲେ ନାହିଁ ।

ତା’ପରେ ମିଦିୟୋନୀୟମାନେ ଇସ୍ରାଏଲୀୟମାନଙ୍କଠାରୁ ଚୋରି କରିବା ନିମନ୍ତେ ପୁନର୍ବାର ଆସିଲେ । ସେମାନେ ଏତେ ଥିଲେ ଯେ ସେମାନଙ୍କୁ ଗଣି ପାରୁ ନ ଥିଲେ । ସେମାନଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଗିଦିୟୋନ ଇସ୍ରାଏଲୀୟମାନଙ୍କୁ ଏକାଠି କଲେ । ଈଶ୍ବର ଯେ ଇସ୍ରାଏଲକୁ ଉଦ୍ଧାର କରିବାରେ ତାଙ୍କୁ ବ୍ୟବହାର କରିବେ, ଏ ବିଷୟରେ ନିଶ୍ଚିତ ହେବା ନିମନ୍ତେ ଗିଦିୟୋନ ଈଶ୍ବରଙ୍କଠାରୁ ଦୁଇଗୋଟି ଚିହ୍ନଗୁଡିକ ମାଗିଲେ ।

ପ୍ରଥମ ଚିହ୍ନ ସ୍ବରୂପେ, ଗିଦିୟୋନ ଭୂମିରେ ଏକ ମେଶର ଚମଡା ବିଛାଇ ଏବଂ ଈଶ୍ବରଙ୍କୁ ପାହାନ୍ତିଆ କାକର ଭୂମି ଉପରେ ନ ପକାଇ କେବଳ ସେହି ଚମଡ ଉପରେ ପକାଇବାକୁ କହିଲେ । ଈଶ୍ବର ତାହା କଲେ । ପର ରାତ୍ରିରେ, ସେ ଈଶ୍ବରଙ୍କୁ କହିଲେ କେବଳ ଭୂମି ଓଦା ରହୁ କିନ୍ତୁ ଚମଡା ଶୁଖିଲା ରହୁ । ଈଶ୍ବର ତାହା ମଧ୍ୟ କଲେ । ଏହି ଦୁଇଗୋଟି ଚିହ୍ନଗୁଡିକ ଗିଦିୟୋନଙ୍କୁ ନିଶ୍ଚିତ କରାଇଲା ଯେ ଇସ୍ରାଏଲୀୟମାନଙ୍କୁ ମିଦିୟୋନୀୟମାନଙ୍କଠାରୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ତାହାଙ୍କୁ ବ୍ୟବହାର କରିବେ ।

୩୨,000 ଇସ୍ରାଏଲୀୟ ସୈନ୍ୟମାନେ ଗିଦିୟୋନଙ୍କ ନିକଟକୁ ଆସିଲେ, କିନ୍ତୁ ଈଶ୍ବର କହିଲେ ଯେ ଏହା ଅତି ଅଧିକ ଅଟେ । ତେଣୁ ଯେଉଁମାନେ ଯୁଦ୍ଧ କରିବାକୁ ଭୟାଳୁ ଥିଲେ ଏପରି ୨୨,000 ଜଣଙ୍କୁ ସେ ଗୃହକୁ ପଠାଇଦେଲେ। ଈଶ୍ବର ଗିଦିୟୋନଙ୍କୁ କହିଲେ ଯେ ଏହି ସଂଖ୍ୟା ମଧ୍ୟ ଅତି ଅଧିକ ଅଟେ । ତେଣୁ ଗିଦିୟୋନ 300 ଜଣ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଘରକୁ ପଠାଇଦେଲେ ।

ସେହି ରାତ୍ରିରେ ଈଶ୍ବର ଗିଦିୟୋନଙ୍କୁ କହିଲେ “ମିଦିୟୋନୀୟ ଛାଉଣୀକୁ ଯାଅ ଏବଂ ଯେତେବେଳେ ସେମାନେ କଥାହେବାର ତୁମେ ଶୁଣିବ, ତୁମେ ଆଉ ଭୟଭୀତ ହେବନାହିଁ ।” ତେଣୁ ସେହି ରାତ୍ରିରେ, ଗିଦିୟୋନ ସେହି ଛାଉଣୀକୁ ଗଲେ ଏବଂ ଜଣେ ମିଦିୟୋନୀୟ ସୈନ୍ୟ ଦେଖିଥିବା ସ୍ବପ୍ନ କିଛି ବିଷୟରେ ତାହାର ବନ୍ଧୁକୁ କହୁଥିବାର ଶୁଣିଲେ । ସେହି ଲୋକର ବନ୍ଧୁ କହିଲେ “ଏହି ସ୍ବପ୍ନର ଅର୍ଥ ହେଉଛି ଗିଦିୟୋନଙ୍କର ସୈନ୍ୟ ମିଦିୟୋନୀୟ ସୈନ୍ୟମାନଙ୍କୁ ପରାସ୍ତ କରିବେ!” ଗିଦିୟୋନ ଯେତେବେଳେ ଏହା ଶୁଣିଲେ, ସେ ଈଶ୍ବରଙ୍କର ଉପାସନା କଲେ ।

ସେତେବେଳେ ଗିଦିୟୋନ ତାଙ୍କ ସୈନ୍ୟଗଣ ନିକଟକୁ ଫେରିଯାଇ ପ୍ରତ୍ୟେକଙ୍କୁ ଏକ ତୂରୀ, ଏକ ମାଟି ପାତ୍ର ଓ ଏକ ମଶାଲ ଦେଲେ । ମିଦିୟୋନୀୟ ସୈନ୍ୟମାନେ ଯେଉଁଠି ଶୋଇଥିଲେ ସେମାନେ ସେହି ଛାଉଣୀର ଚାରିପଟ ଘେରିଲେ । ଗିଦିୟୋନଙ୍କ 300 ସୈନ୍ୟ ଯେଉଁ ମାଟିପାତ୍ରଗୁଡିକରେ ସେମାନଙ୍କର ମଶାଲଗୁଡିକ ରଖିଲେ ଯେପରି ମିଦିୟୋନୀୟମାନେ ସେହି ମଶାଲର ଆଲୋକକୁ ଦେଖିପାରିବେ ନାହିଁ ।

ତାତା’ପରେ, ଗିଦିୟୋନଙ୍କ ସମସ୍ତ ସୈନ୍ୟମାନେ ଏକା ସମୟରେ ସେମାନଙ୍କର ମାଟିପାତ୍ରଗୁଡିକ ଭାଙ୍ଗିଲେ,ଯଦ୍ଵ।ରା ପାତ୍ରରେ ସମସ୍ତ ମଶାଲର ନିଆଁ ହଠାତ୍ ଦେଖାଗଲା । ସେମାନେ ଧରିଥିବା ତୂରୀଗୁଡିକ ବଜାଇ ଉଚ୍ଚ ସ୍ବରରେ କହିଲେ “ସଦାପ୍ରଭୁ ଏବଂ ଗିଦିୟୋନଙ୍କ ନିମନ୍ତେ ଏକ ଖଡ୍ଗ!”

ଈଶ୍ବର ମିଦିୟୋନୀୟମାନଙ୍କୁ ଦ୍ବନ୍ଦରେ ପକାଇଦେଲେ, ଯଦ୍ଵ।ରା ସେମାନେ ପରସ୍ପର ଆକ୍ରମଣ କରି ପରସ୍ପରକୁ ହତ୍ୟା କଲେ । ସାଙ୍ଗେ ସାଙ୍ଗେ, ଅବଶିଷ୍ଟାଂଶ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଗୃହରୁ ଡକାଯାଇ ମିଦିୟୋନୀୟମାନଙ୍କୁ ଗୋଡାଇବାରେ ସାହାଯ୍ୟ କରିବା ନିମନ୍ତେ କୁହାଗଲା । ସେମାନେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ ଏବଂ ଅବଶିଷ୍ଟାଂଶ ଅନେକଙ୍କୁ ଇସ୍ରାଏଲ ଦେଶର ବାହାରକୁ ଘଉଡାଇ ନେଲେ । ସେହି ଦିନ ୧,୨0,000 ମିଦିୟୋନୀୟ ମଲେ । ଈଶ୍ବର ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କଲେ ।

ଲୋକମାନେ ଗିଦିୟୋନଙ୍କୁ ସେମାନଙ୍କ ରାଜା କରିବାକୁ ଚାହିଁଲେ । ଲୋକମାନେ ସେପରି କରିବାକୁ ଗିଦିୟୋନ ଅନୁମତି ଦେଲେ ନାହିଁ, କିନ୍ତୁ ମିଦିୟୋନୀୟମାନଙ୍କଠାରୁ ସେମାନେ ଯେଉଁସବୁ ସୁବର୍ଣ୍ଣ ମୁଦ୍ରିକାଗୁଡିକ ନେଇଥିଲେ, ସେଗୁଡିକ ମାଗିଲେ । ଲୋକମାନେ ଗିଦିୟୋନଙ୍କୁ ପ୍ରଚୁର ପରିମାଣର ସୁବର୍ଣ୍ଣ ଦେଲେ ।

ତା’ପରେ ମହାଯାଜକ ପରିଧାନ କରୁଥିବା ପୋଷାକ ପରି ଏକ ବିଶେଷ ଧରଣର ବସ୍ତ୍ର ଗିଦିୟୋନ ସେହି ସୁବର୍ଣ୍ଣ ମୁଦ୍ରିକା ବ୍ୟବହାର କରି ପ୍ରସ୍ତୁତ କଲେ । କିନ୍ତୁ ଏହାକୁ ଏକ ପ୍ରତିମା ଭାବରେ ଲୋକମାନେ ପୂଜା କରିବାକୁ ଲାଗିଲେ । ତେଣୁ ଈଶ୍ବର ପୁନର୍ବାର ସେମାନଙ୍କୁ ଦଣ୍ଡ ଦେଲେ କାରଣ ଇସ୍ରାଏଲ ପ୍ରତିମା ପୂଜା କରୁଥିଲେ । ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ଈଶ୍ବର ସେମାନଙ୍କୁ ଅନୁମତି ଦେଲେ । ସେମାନେ ପରିଶେଷରେ ପୁନର୍ବାର ଈଶ୍ବରଙ୍କ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ବର ସେମାନଙ୍କ ନିମନ୍ତେ ଆଉ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପଠାଇଲେ ।

ଏହି ନମୁନା ଅନେକ ଥର ପୁନରାବୃତ୍ତି ହୋଲା: ଇସ୍ରାଏଲୀୟମାନେ ପାପ କଲେ, ଈଶ୍ବର ସେମାନଙ୍କୁ ଦଣ୍ଡ ଦେଉଥିଲେ, ତା’ପରେ ସେମାନେ ଅନୁତାପ କରୁଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ବର ଜଣେ ଉଦ୍ଧାରକର୍ତ୍ତାଙ୍କୁ ପଠାଉଥିଲେ । ଅନେକ ବର୍ଷ ଧରି ଈଶ୍ବର ଅନେକ ଉଦ୍ଧାରକର୍ତ୍ତାମାନଙ୍କୁ ପଠାଇଲେ, ଯେଉଁମାନେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଶତ୍ରୁଗଣଠାରୁ ରକ୍ଷା କରୁଥିଲେ ।

ଶେଷରେ, ସମସ୍ତ ଦେଶରେ ଯେପରି ରାଜା ଥିଲେ ଠିକ୍ ସେହିଭଳି ରାଜା ନିଯୁକ୍ତ କରିବା ନିମନ୍ତେ ଲୋକମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ । ସେମାନେ ଏପରି ଜଣେ ରାଜାଙ୍କୁ ଚାହିଁଲେ ଯିଏ ଉଚ୍ଚ, ବଳିଷ୍ଠ ଓ ଯିଏ ସେମାନଙ୍କୁ ଯୁଦ୍ଧ ନିମନ୍ତେ ପଥ କଢାଇ ନେବେ । ଈଶ୍ବର ଏହି ଅନୁରୋଧକୁ ପସନ୍ଦ କଲେ ନାହିଁ, କିନ୍ତୁ ସେମାନେ ଯେପରି ଚାହିଁଥିଲେ ସେହିପରି ଭାବରେ ଏକ ରାଜା ଦେଲେ ।
ବାଇବଲର ଏକ କାହାଣୀ: _ ବିଚାରକର୍ତ୍ତା ୧ - _ ୩_ ; _ ୬_ - _ ୮