ଓଡ଼ିଆ: Open Bible Stories

Updated ? hours ago # views See on DCS

25. ଶୟତାନ ଯୀଶୁଙ୍କୁ ପରୀକ୍ଷା କରେ

Image

ଯୀଶୁ ବାପ୍ତିଜିତ ହେବାର ତତ୍କ୍ଷଣାତ୍ ତ୍ପବିତ୍ରଆତ୍ମା ତାଙ୍କୁ ପ୍ରାନ୍ତରକୁ ଚାଳିତ କଲେ, ଯେଉଁଠି ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କଲେ । ତା'ପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ ତାଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭିତ କଲା ।

Image

ଶୟତାନ ଏହା କହି ଯୀଶୁଙ୍କୁ ପ୍ରଲୋଭିତ କରିଥିଲା “ଯଦି ତୁମ୍ଭେ ଈଶ୍ବରଙ୍କ ପୁତ୍ର, ଏହି ପଥରଗୁଡିକ ରୋଟୀରେ ପରିଣତ ହେବା ପାଇଁ ଆଜ୍ଞା ଦିଅ!”

Image

ଯୀଶୁ ଉତ୍ତର ଦେଲେ “ଈଶ୍ବରଙ୍କ ବାକ୍ୟରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟି ଦ୍ଵ।ରା ବଞ୍ଚେ ନାହିଁ କିନ୍ତୁ ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ!”

Image

ତା’ପରେ ଶୟତାନ ମନ୍ଦିରର ଶୀର୍ଷକୁ ଘେନିଯାଇ ତାଙ୍କୁ କହିଲା “ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତଳକୁ ଡେଇଁପଡ, କାରଣ ଲେଖାଅଛି ‘ତୁମ୍ଭେ ପାଦ ଯେପରି ଆଘାତ ନ ହେବ ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବା ପାଇଁ ଈଶ୍ବର ଦୂତମାନଙ୍କୁ ଆଜ୍ଞା ଦେବେ ।”

Image

କିନ୍ତୁ ଯୀଶୁ ଶାସ୍ତ୍ରରୁ ଉଦ୍ଧୃତ କରି ଶୟତାନକୁ ଉତ୍ତର ଦେଲେ । ସେ କହିଲେ “ଈଶ୍ବରଙ୍କ ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ ଆଦେଶ ଦିଅନ୍ତି ‘ତୁମ୍ଭ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ ।”

Image

ତା’ପରେ ଶୟତାନ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶର୍ଯ୍ୟ ଦେଖାଇ କହିଲା “ତୁମ୍ଭେ ଯଦି ନତ ହୋଇ ମୋତେ ପ୍ରଣାମ କରିବ ତେବେ ମୁଁ ଏହି ସମସ୍ତ ତୁମ୍ଭକୁ ଦେବି ।”

Image

ଯୀଶୁ ଉତ୍ତର ଦେଲେ “ଦୂର ହୁଅ ଶୟତାନ! ଈଶ୍ବରଙ୍କ ବାକ୍ୟରେ ଲୋକମାନଙ୍କୁ କୁହାଯାଇଛି ‘ତୁମ୍ଭେ କେବଳ ତୁମ୍ଭ ପ୍ରଭୁ ଈଶ୍ବରଙ୍କର ହିଁ ଉପାସନା କରିବ ଓ ତାହାଙ୍କର ସେବା କରିବ ।”

Image

ଯୀଶୁ ଶୟତାନର ପ୍ରଲୋଭନରେ ହାରି ନ ଥିଲେ, ତେଣୁ ଶୟତାନ ତାହାଙ୍କୁ ଛାଡି ଚାଲିଯାଇଥିଲା । ତା’ପରେ ଦୂତମାନେ ଆସି ଯୀଶୁଙ୍କର ସେବା କଲେ ।

ବାଇବଲର ଏକ କାହାଣୀ: ମାଥିଉ_ 4:1-11; _ ମାର୍କ_ 1:12-13; _ ଲୂକ_ 4:1-13_