ଓଡ଼ିଆ: Open Bible Stories

Updated ? hours ago # views See on DCS

44. ପିତର ଓ ଯୋହନ ଏକ ଭିକ୍ଷୁକକୁ ସୁସ୍ଥ କରନ୍ତି

Image

ଦିନେ, ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ । ସେମାନେ ଯେତେବେଳେ ମନ୍ଦିର ଦ୍ବାରରେ ଉପସ୍ଥିତ ହେଲେ, ସେମାନେ ଏକ ଖଞ୍ଜକୁ ଭିକ ମାଗୁଥିବାର ଦେଖିଲେ ।

Image

ପିତର ପଙ୍ଗୁ ବ୍ୟକ୍ତି ପ୍ରତି ଦୃଷ୍ଟି କରି କହିଲେ “ଦେବା ନିମନ୍ତେ ମୋ ଠାରେ ଅର୍ଥ ନାହିଁ । କିନ୍ତୁ ମୋହର ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଅଛି । ନାଜରିତୀୟ ଯୀଶୁଙ୍କ ନାମରେ ଉଠି ଚାଲ!”

Image

ସାଙ୍ଗେ ସାଙ୍ଗେ, ଈଶ୍ବର ସେହି ପଙ୍ଗୁ ଲୋକକୁ ସୁସ୍ଥ କଲେ, ଏବଂ ସେ ଚାରିପାଖରେ କୁଦା ମାରି ଚାଲିବାକୁ ଲାଗିଲା । ମନ୍ଦିର ପ୍ରାଙ୍ଗଣରେ ଥିବା ଲୋକମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ ।

Image

ଯେଉଁ ଲୋକଟି ସୁସ୍ଥ ହୋଇଥିଲା ତାହାକୁ ଦେଖିବା ନିମନ୍ତେ ଲୋକ ଗହଳି ଆସିଲେ । ପିତର ସେମାନଙ୍କୁ କହିଲେ “ଏହି ଲୋକ ସୁସ୍ଥ ହେବାରୁ ତୁମ୍ଭେମାନେ କାହିଁକି ଏତେ ଆଶ୍ଚର୍ଯ୍ୟାନ୍ମିତ ହେଉଅଛ? ଆମ୍ଭମାନଙ୍କ ଶକ୍ତି ବା ଉତ୍ତମତା ଦ୍ବାରା ଆମ୍ଭେମାନେ ସେହି ଲୋକକୁ ସୁସ୍ଥ କରିନାହୁଁ । ବରଂ, ଏହା ଯୀଶୁଙ୍କ ଶକ୍ତି ଓ ଯୀଶୁ ପ୍ରଦାନ କରିଥିବା ବିଶ୍ବାସ ଯାହା ସେହି ବ୍ୟକ୍ତିକୁ ସୁସ୍ଥ କଲା ।”

Image

“ଆପଣମାନେ ହିଁ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ଶାସକଙ୍କୁ କହିଥିଲେ । ଆପଣମାନେ ଜୀବନର କର୍ତ୍ତାଙ୍କୁ ହତ୍ୟା କଲେ, କିନ୍ତୁ ଈଶ୍ବର ତାହାଙ୍କୁ ମୃତରୁ ଉଠାଇଅଛନ୍ତି । ଆପଣମାନେ ଯାହା ଯାହା କରୁଅଛନ୍ତି ତାହା ଯଦିଓ ବୁଝିପାରିନଥିଲେ, ତଥାପି ଖ୍ରୀଷ୍ଟ ଯେ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ ଏହି ଭାବବାଣୀଗୁଡିକ ସଫଳ କରିବା ନିମନ୍ତେ ଈଶ୍ବର ଆପଣମାନଙ୍କର କାର୍ଯ୍ୟକୁ ବ୍ୟବହାର କଲେ । ତେଣୁ, ବର୍ତ୍ତମାନ, ଅନୁତାପ କର ଏବଂ ଈଶ୍ବରଙ୍କ ନିକଟକୁ ଫେରନ୍ତୁ ଯେପରିକି ଆପଣମାନଙ୍କର ପାପ ସୂଚୀ କରାଯାଇପାରିବ ।”

Image

ପିତର ଓ ଯୋହନ ଯାହା କହୁଥିଲେ ତାହା ଶୁଣି ମନ୍ଦିରର ନେତାମାନେ ବିଚଳିତ ହୋଇଯାଇଥିଲେ । ତେଣୁ ସେମାନେ ସେମାନଙ୍କୁ ଗିରଫ କରି କାରାଗାରରେ ରଖିଲେ । କିନ୍ତୁ ଅନେକ ଲୋକ ପିତରଙ୍କ ସମ୍ବାଦକୁ ବିଶ୍ବାସ କଲେ, ଏବଂ ଯୀଶୁଙ୍କୁ ବିଶ୍ବାସ କରିଥିବା ଲୋକମାନଙ୍କର ସଂଖ୍ୟା ୫୦୦୦ ରେ ପହଞ୍ଚିଥିଲା ।

Image

ପରଦିନ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ମହାଯାଜକ ଓ ଅନ୍ୟ ଧର୍ମଗୁରୁଙ୍କ ନିକଟକୁ ଆଣିଲେ । ସେମାନେ ପିତର ଓ ଯୋହନଙ୍କୁ ପଚାରିଲେ “କେଉଁ ଶକ୍ତିରେ ତୁମ୍ଭେମାନେ ଏହି ଖଞ୍ଜ ବ୍ୟକ୍ତିକୁ ସୁସ୍ଥ କଲ?”

Image

ପିତର ସେମାନଙ୍କୁ ଉତ୍ତର ଦେଲେ “ଏହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଦ୍ବାରା ସୁସ୍ଥ ହୋଇ ଠିଆ ହୋଇଅଛି । ଆପଣମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲା, କିନ୍ତୁ ଈଶ୍ବର ପୁନର୍ବାର ଜୀବିତ କରିଅଛନ୍ତି! ଆପଣମାନେ ତାହାଙ୍କୁ ଅଗ୍ରାହ୍ୟ କରିଅଛନ୍ତି, କିନ୍ତୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ଯୀଶୁଙ୍କ ଶକ୍ତି ଛଡା ଆଉ କୌଣସି ଉପାୟ ନାହିଁ ।

Image

ପିତର ଓ ଯୋହନ ଏତେ ସାହସରେ କଥା କହୁଥିବା ଦେଖି ନେତାମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ଦେଖିଲେ ଯେ ସେମାନେ ସାଧାରଣ ଓ ଅଶିକ୍ଷିତ ଥିଲେ । କିନ୍ତୁ ପରେ ସେମାନେ ସ୍ମରଣ କଲେ ଯେ ଏମାନେ ଯୀଶୁଙ୍କ ସହିତ ଥିଲେ । ସେମାନେ ପିତର ଓ ଯୋହନଙ୍କୁ ଧମକାଇଲା ପରେ ଛାଡିଦେଇଥିଲେ ।

ବାଇବଲର ଏକ କାହାଣୀ: ପିତର_ 3:1-4:22_