ଓଡ଼ିଆ: Open Bible Stories

Updated ? hours ago # views See on DCS

11. ନିସ୍ତାର ପର୍ବ

Image

ପରମେଶ୍ଵର ଫାରୋଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ନ ଦିଅନ୍ତି, ତେବେ ସେ ମନୁଷ୍ୟ ଓ ପଶୁମାନଙ୍କର ସମସ୍ତ ପ୍ରଥମଜାତକୁ ବଧ କରିବେ । ଫାରୋ ଯେତେବେଳେ ଏହା ଶୁଣିଲେ ସେ ତଥାପି ଏହା ବିଶ୍ବାସ କରିବା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ମନା କଲା ।

Image

ତାହାଙ୍କଠାରେ ଯେଉଁମାନେ ବିଶ୍ବାସ କଲେ ଈଶ୍ବର ସେମାନଙ୍କର ପ୍ରଥମଜାତ ପ୍ରତ୍ୟେକଙ୍କୁ ରକ୍ଷା କରିବାର ଏକ ଉପାୟ ଯୋଗାଇଲେ । ପ୍ରତ୍ୟେକ ପରିବାରକୁ ଏକ ନିଖୁନ୍ତ ମେଷଶାବକ ମନୋନୀତ କରି ତାହାକୁ ବଳି ଦେବାକୁ ପଡିଥିଲା ।

Image

ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମେଷଶାବକର କିଛି ରକ୍ତ ଆଣି ସେମାନଙ୍କ ଗୃହ ଦ୍ବାରର ଚାରିପାଖରେ ଲଗାଇବାକୁ କହିଥିଲେ, ଏବଂ ମାଂସ ପାକ କରି ଓ ତାଡିଶୂନ୍ୟ (ତାଡି ମିଶି ନ ଥିବା) ରୋଟି ଶୀଘ୍ର ଖାଇବାକୁ କହିଥିଲେ । ସେମାନେ ଖାଇ ସାରିଲା ପରେ ମିଶରକୁ ଛାଡିବା ନିମନ୍ତେ ପ୍ରସ୍ତୁତ ହେବାକୁ ମଧ୍ୟ ସେ କହିଥିଲେ ।

Image

ଈଶ୍ବର ଯେପରି ସେମାନଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ ଇସ୍ରାଏଲୀୟମାନେ ସମସ୍ତ କାର୍ଯ୍ୟକୁ କଲେ । ମଧ୍ୟରାତ୍ରିରେ, ଈଶ୍ବର ମିଶର ମଧ୍ୟ ଦେଇ ଗମନ କରି ଦ୍ବାରାଦ୍ବାରା ପ୍ରଥମଜାତ ସମସ୍ତଙ୍କୁ ବଧ କଲେ ।

Image

ଇସ୍ରାଏଲୀୟମାନଙ୍କର ଗୃହଗୁଡିକର ଦ୍ବାର ଚାରିପାଖରେ ରକ୍ତ ଲାଗିଥିଲା, ତେଣୁ ଈଶ୍ବର ସେଗୁଡିକୁ ଛାଡି ଦେଲେ । ଗୃହ ଭିତରେ ସମସ୍ତେ ସୁରକ୍ଷିତ ଥିଲେ । ମେଷଶାବକର ରକ୍ତ ଯୋଗୁଁ ସେମାନେ ଉଦ୍ଧାର ପାଇଥିଲେ ।

Image

କିନ୍ତୁ ମିଶରୀୟମାନେ ଈଶ୍ବରଙ୍କୁ ବା ତାହାଙ୍କ ଆଜ୍ଞାଗୁଡିକୁ ବିଶ୍ବାସ କଲେ ନାହିଁ । ତେଣୁ ଈଶ୍ବର ସେମାନଙ୍କ ଗୃହଗୁଡିକୁ ଛାଡିଲେ ନାହିଁ । ପରମେଶ୍ଵର ମିଶରୀୟମାନଙ୍କ ପ୍ରତ୍ୟେକ ପ୍ରଥମଜାତକୁ ବଧ କଲେ ।

Image

ପ୍ରତ୍ୟେକ ମିଶରୀୟମାନଙ୍କ ସମସ୍ତ ପ୍ରଥମଜାତ ନରର ମୃତ୍ୟୁ ହେଲା, କାରାଗାରରେ ବନ୍ଦୀର ପ୍ରଥମଜାତଠାରୁ ଫାରୋଙ୍କର ପ୍ରଥମଜାତ ସମସ୍ତେ ମଲେ । ଅନେକ ମିଶରୀୟ ସେମାନଙ୍କର ଗଭୀର ଦୁଃଖ ଯୋଗୁଁ କ୍ରନ୍ଦନ ଓ ବିଳାପ କରିଥିଲେ।

Image

ସେହି ରାତ୍ରିରେ ଫାରୋ ମୋଶା ଓ ହାରୋଣଙ୍କୁ ଡାକି କହିଲେ “ଇସ୍ରାଏଲୀୟମାନଙ୍କୁ ନେଇ ଶୀଘ୍ର ମିଶର ଛାଡି ପଳାଅ!” ମିଶରୀୟ ଲୋକମାନେ ମଧ୍ୟ ଇସ୍ରାଏଲୀୟମାନଙ୍କୁ ସାଙ୍ଗେ ସାଙ୍ଗେ ମିଶର ଛାଡି ପଳାଇଯିବା ନିମନ୍ତେ ଅନୁରୋଧ କଲେ ।

ବାଇବଲର ଏକ କାହାଣୀ: _ ଯାତ୍ରା ପୁସ୍ତକ ୧୧: - _ ୧୨_:_ ୩୨