6. ଇସାହକଙ୍କ ପାଇଁ ପରମେଶ୍ଵର ଯୋଗାନ୍ତି

ଯେତେବେଳେ ଅବ୍ରାହାମ ଅତି ବୃଦ୍ଧ ହୋଇଥିଲେ, ତାଙ୍କ ପୁତ୍ର, ଇସାହକ ବୃଦ୍ଧି ହୋଇ ଯୁବାଲୋକ ହୋଇଥିଲେ I ତେଣୁ ଅବ୍ରାହାମ ତାଙ୍କ ପୂତ୍ର ଇସହାକଙ୍କ ନିମନ୍ତେ ଭାର୍ଯା ଆଣିବା ପାଇଁ ତାଙ୍କ ପରିଜନମାନେ ଯେଉଁଠାରେ ବାସ କରୁଥିଲେ ସେହି ସ୍ଥାନକୁ ଦାସମାନଙ୍କ ମଧ୍ୟରୁ ଜଣକୁ ପଠାଇଲେ I

ଦୀର୍ଘ ସମୟ ଯାତ୍ରା ପରେ ଯେଉଁ ସ୍ଥାନରେ ଅବ୍ରାହମଙ୍କର ପରିଜନମାନେ ବାସକରୁଥିଲେ ପରମେଶ୍ଵର ଦାସଙ୍କୁ ରିବିକାଙ୍କ ନିକଟକୁ କଢାଇ ନେଲେ I ସେ ଅବ୍ରାହମଙ୍କ ଭାଇ'ଙ୍କ ନାତୁଣୀ ଥିଲେ I

ରିବିକା ତାଙ୍କ ପରିବାରକୁ ଛାଡି ଇସହାକଙ୍କ ଗୃହକୁ ଦାସଙ୍କ ସହିତ ବାହୁଡିଯିବା ପାଇଁ ସହମ୍ମତି ହେଲେ । ସେ ପହଞ୍ଚିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଇସାହାକ ବିବାହ କରିଲେ I

ଅନେକ ଦିନ ପରେ ଅବ୍ରାହମ ମୃତ୍ୟୁବରଣ କଲେ, ଏବଂ ତାଙ୍କ ସହିତ ଯେଉଁ ସବୁ ପ୍ରତିଜ୍ଞାଗୁଡିକ ପରମେଶ୍ଵର କରିଥିଲେ ସେସବୁ ନିୟମ ଇସହାକଙ୍କୁ ହସ୍ତାର୍ପଣ କଲେ I ପରମେଶ୍ଵର ପ୍ରତିଜ୍ଞା କରିଥିଲେ ଯେ ଅବ୍ରାହମଙ୍କ ବଂଶ ଅଗଣିତ ହେବେ, କିନ୍ତୁ ରିବିକା, ଇସାହକଙ୍କର ଭାର୍ଯ୍ୟାଙ୍କୁ, ସନ୍ତାନ ହୋଇପାରୁନଥିଲା I

ରେବିକାଙ୍କ ପାଇଁ ଇସହାକ ପ୍ରାଥର୍ନା କଲେ, ଓ ପରମେଶ୍ଵର ତାଙ୍କୁ ଜଙ୍ଗମ ସନ୍ତାନର ଗର୍ଭବତୀ ହେବାକୁ ଅନୁମତି ଦେଲେ I ଦୁଇ ଛୁଆମାନେ ଯେତେବେଳେ ରିବେକାଙ୍କର ଗର୍ଭରେ ଥିଲେ, ସେସମୟ ଠାରୁ ସେମାନେ ସଙ୍ଘର୍ଷ କରୁଥିଲେ, ତେଣୁ ପରମେଶ୍ଵରଙ୍କୁ ରିବିକା ଏହାକଣ ହେଉଅଛି ବୋଲି ପଚାରିଲେ, I

ପରମେଶ୍ଵର ରିବିକାଙ୍କୁ କହିଲେ, “ ତୁମ ଭିତରେ ଥିବା ଦୁଇଟି ପୁତ୍ରଙ୍କ ଠାରୁ ଦୁଇଟି ଦେଶ ଆସିବ I ସେମାନେ ଦୁହେଁ ପରଷ୍ପର ସହିତ ସଙ୍ଘର୍ଷ କରିବେ ଓ ବଡ ପୁତ୍ର ସାନ ପୁତ୍ରର ସେବା କରିବ I

ଯେତେବେଳେ ରିବିକାଙ୍କ ପୁତ୍ରମାନେ ଜନ୍ମ ହେଲେ, ବଡ ପୁଅ ର ରଙ୍ଗ ଲାଲ ଓ ଲୋମପୂର୍ଣ ଶରୀରରେ ଆସିଲା, ଏବଂ ସେମାନେ ତାଙ୍କ ନାମ ଏଷୌ ରଖିଲେ I ତା’ପରେ ଛୋଟ ଛୁଆ ଏଷଙ୍କର ଗୌଇଣ୍ଠି ଧରି ଆସିଲେ, ସେମାନେ ତାଙ୍କ ନାମ ଯାକୁବ ଦେଲେ I
ବାଇବଲର ଏକ କାହାଣୀ: _ ଆଦିପୁସ୍ତକ ୨୪: ୧ - _ ୨୫: ୨୬