45. ସ୍ତିଫାନ ଏବଂ ଫିଲିପ୍

ଆଦ୍ୟ ମଣ୍ଡଳୀର ନେତୃ ମାନଙ୍କ ମଧ୍ୟରୁ ସ୍ତିଫାନ ନାମକ ଜଣେ ବ୍ୟକ୍ତି ଥିଲେ । ସେ ସୁଖ୍ୟାତି ଥିଲେ ଏବଂ ସେ ସମ୍ପୂର୍ଣ୍ଣ ପବିତ୍ରଆତ୍ମା ଓ ବୁଦ୍ଧିରେ ପୂର୍ଣ୍ଣ ହୋଇଥିଲେ । ସ୍ତିଫାନ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ଏବଂ ପ୍ରଭାବଶାଳୀ ଭାବେ ବିଚାର କଲେ ଯେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ।

ଦିନେ, ଯେତେବେଳେ ସ୍ତିଫାନ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ, ସେତେବେଳେ ଯୀଶୁଙ୍କଠାରେ ବିଶ୍ବାସ ନ କରୁଥିବା କେତେଜଣେ ଯିହୂଦୀ ସ୍ତିଫାନଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ । ସେମାନେ ଅତି କ୍ରୋଧ କରିଥିଲେ ଏବଂ ସ୍ତିଫାନଙ୍କ ବିଷୟରେ ଧର୍ମନେତାମାନଙ୍କୁ ମିଥ୍ୟା କହିଲେ । ସେମାନେ କହିଲେ “ଆମ୍ଭେମାନେ ତାହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ କଥା କହିବାର ଶୁଣିଅଛୁ!” ତେଣୁ ଧର୍ମନେତାମାନେ ସ୍ତିଫାନଙ୍କୁ ଗିରଫ କଲେ ଏବଂ ମହାଯାଜକ ଓ ଯିହୂଦୀମାନଙ୍କ ନେତାଙ୍କ ନିକଟକୁ ତାଙ୍କୁ ଆଣିଲେ ଯେଉଁଠି ସ୍ତିଫାନଙ୍କ ବିରୁଦ୍ଧରେ ଅଧିକ ମିଥ୍ୟାସାକ୍ଷୀ ଥିଲେ ।

ମହାଯାଜକ ସ୍ତିଫାନଙ୍କୁ ପଚାରିଲେ “ଏହି ସମସ୍ତ କଥା କି ସତ୍ୟ?” ଅବ୍ରହାମଙ୍କ ସମୟରୁ ଆରମ୍ଭ କରି ଯୀଶୁଙ୍କ ସମୟ ପର୍ଯ୍ୟନ୍ତ ଈଶ୍ବର ଯେଉଁ ସମସ୍ତ ମହା ମହା କର୍ମ କରିଥିଲେ ସେଥିରୁ ଅନେକ ସ୍ମରଣ କରାଇଦେଇ ସେମାନଙ୍କୁ ଉତ୍ତର ଦେଇ କହିଲେ ଯେ ଈଶ୍ବରଙ୍କ ଲୋକମାନେ କିପରି ନିରନ୍ତର ଭାବେ ତାହାଙ୍କର ଅନାଜ୍ଞାବହ ହେଉଥିଲେ । ତା’ପରେ ସେ କହିଲେ “ହେ କଠୋର ହୃଦୟ ଓ ବିଦ୍ରୋହୀ ଲୋକମାନେ ଆପଣମାନେ ସର୍ବଦା ପବିତ୍ରଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି, ଯେପରି ଆପଣଙ୍କ ପୂର୍ବ ପୁରୁଷମାନେ ସର୍ବଦା ଈଶ୍ବରଙ୍କର ପ୍ରତିରୋଧ କରି ତାହାଙ୍କ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ । କିନ୍ତୁ ସେମାନଙ୍କ ଅପେକ୍ଷା ଅଧିକ ମନ୍ଦ କରିଛନ୍ତି! ଆପଣମାନେ ଖ୍ରୀଷ୍ଟଙ୍କୁ ହତ୍ୟା କରିଅଛନ୍ତି!”

ଯେତେବେଳେ ଧର୍ମନେତାମାନେ ଏହା ଶୁଣିଲେ, ସେମାନେ ଏତେ କ୍ରୋଧ ହୋଇଥିଲେ ଯେ ସେମାନେ ସେମାନଙ୍କ କର୍ଣ୍ଣକୁ ଚାପି ଧରି ଅତି ଉଚ୍ଚ ସ୍ବରରେ ଚିତ୍କାର କଲେ । ସେମାନେ ସ୍ତିଫାନଙ୍କୁ ନଗର ବାହାରକୁ ଟାଣି ନେଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ପଥର ଫୋପାଡିଲେ ।

ସ୍ତିଫାନ ମରିବା ସମୟରେ ଉଚ୍ଚ ସ୍ବରରେ ଚିତ୍କାର କଲେ ଏବଂ କହିଲେ “ହେ ଯୀଶୁ, ମୋ ଆତ୍ମାକୁ ଗ୍ରହଣ କର ।” ତା’ପରେ ସେ ଆଣ୍ଠୋଇପଡି ପୁନର୍ବାର ଉଚ୍ଚ ସ୍ବରରେ କହିଲେ “ହେ ପ୍ରଭୁ, ଏହି ପାପ ସେମାନଙ୍କ ବିରୁଦ୍ଧରେ ଗଣନା କରନାହିଁ ।” ତା’ପରେ ସେ ମୃତ୍ୟୁଭୋଗ କଲେ ।

ସାଉଲ ନାମକ ଜଣେ ଲୋକ ସ୍ତିଫାନଙ୍କୁ ହତ୍ୟା କରୁଥିବା ଲୋକମାନଙ୍କ ସହ ଏକମତ ଥିଲେ ଯିଏ ହତ୍ୟାକାରୀମାନେ ହତ୍ୟା କରୁଥିବା ସମୟରେ ସେମାନଙ୍କର ବସ୍ତ୍ରଗୁଡିକ ଜଗୁଥିଲେ । ସେହି ଦିନ, ଯିରୁଶାଲମରେ ଥିବା ଲୋକମାନେ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ତାଡନା କରିବାକୁ ଆରମ୍ଭ କଲେ, ତେଣୁ ବିଶ୍ବାସୀମାନେ ଅନ୍ୟାନ୍ୟ ସ୍ଥାନକୁ ଦୌଡି ପଲାଇଲେ । କିନ୍ତୁ, ଏହି ସମସ୍ତ ସତ୍ତ୍ବେ, ସେମାନେ ଯେଉଁ ଯେଉଁ ସ୍ଥାନକୁ ଗଲେ ସେଠାରେ ଯୀଶୁଙ୍କର ପ୍ରଚାର କରିବାକୁ ଲାଗିଲେ ।

ଯୀଶୁଙ୍କର ଜଣେ ଶିଷ୍ୟ ଯାହାର ନାମ ଫିଲିପ ଯିରୁଶାଲମ ରୁ ତାଡନା ହେବା ସକାଶେ ପଳାଇଯାଇଥିବା ବିଶ୍ବାସୀମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଶମରୀୟକୁ ଯାଇ ସେଠାରେ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଓ ଅନେକ ଲୋକ ସେଠାରେ ଉଦ୍ଧାରପ୍ରାପ୍ତ ହେଲେ । ତା’ପରେ ଦିନେ, ଈଶ୍ବରଙ୍କ ଜଣେ ଦୂତ ଫିଲିପ ନିକଟକୁ ଆସି ମରୁଭୂମିରେ ପଡିଥିବା ନିର୍ଦ୍ଧିଷ୍ଟ ପଥ ଦେଇ ଯିବା ନିମନ୍ତେ କହିଲେ । ସେ ଯେତେବେଳେ ସେହି ପଥ ଦେଇ ଯାଉଥିଲେ, ଫିଲିପ୍ପ ଦେଖିଲେ ଯେ ଇଥିଓପିଆ ରାଜ ପରିବାରର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ତାଙ୍କ ରଥରେ ଆସୁଅଛନ୍ତି । ସେହି ଲୋକ ନିକଟକୁ ଯାଇ ତାଙ୍କ ସହ କଥାହେବାକୁ ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ ।

ଫିଲିପ୍ପ ଯେତେବେଳେ ରଥର ନିକଟବର୍ତ୍ତୀ ହେଲେ, ସେହି ଇଥିଓପିଆ ବ୍ୟକ୍ତି ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପାଠ କରୁଥିବାର ଶୁଣିଲେ । ସେହି ଲୋକ ପାଠ କରୁଥିଲେ “ସେମାନେ ମେଷ ତୁଲ୍ୟ ତାଙ୍କୁ ହତ ହେବା ନିମନ୍ତେ ନେଲେ, ଏବଂ ନିରବ ମେଷ ତୁଲ୍ୟ ସେ ଆପଣା ମୁଖ ଫିଟାଇଲେ ନାହିଁ । ସେମାନେ ତାଙ୍କୁ ଦୁର୍ବବ୍ୟହାର କଲେ ଏବଂ ତାଙ୍କୁ ସମାଦର କଲେନାହିଁ । ସେମାନେ ତାଙ୍କଠାରୁ ତାଙ୍କ ଜୀବନ ନେଲେ ।”

ଫିଲିପ୍ପ ସେହି ଇଥିଓପିଆ ଲୋକଙ୍କୁ ପଚାରିଲେ “ଆପଣ ଯାହା ପାଠ କରୁଅଛନ୍ତି ତାହା ବୁଝୁଅଛନ୍ତି କି?” ସେହି ଇତିଓପିଆ ବ୍ୟକ୍ତି ଉତ୍ତର ଦେଲେ, ନାହିଁ, କେହି ମୋତେ ବ୍ୟାଖ୍ୟା ନ କରିବା ପର୍ଯ୍ୟନ୍ତ ମୁଁ କି ବୁଝିବି ପାରିବି ନାହିଁ । ଦୟାକରି ଆସି ମୋ ନିକଟରେ ବସନ୍ତୁ । ଯିଶାଇୟ କ’ଣ ନିଜ ବିଷୟରେ ନା ଆଉ କାହା ବିଷୟରେ ଏହା ଲେଖିଛନ୍ତି ?”

ଫିଲିପ୍ପ ତାଙ୍କୁ ବୁଝାଇ କହିଲେ ଯେ ଯିଶାଇୟ ଯୀଶୁଙ୍କ ବିଷୟରେ ଏହା ଲେଖିଅଛନ୍ତି । ଯୀଶୁଙ୍କ ବିଷୟରେ ଥିବା ଶୁଭସମ୍ବାଦ କହିବା ନିମନ୍ତେ ଫିଲିପ୍ପ ଅନ୍ୟ ଶାସ୍ତ୍ରାଂଶ ମଧ୍ୟ ବୁଝାଇଦେଲେ ।

ଯେତେବେଳେ ଫିଲିପ୍ପ ଓ ଇଥିଓପିଅ ଯାତ୍ରା କରୁଥିଲେ, ସେମାନେ ଏକ ଜଳାଶୟ ନିକଟକୁ ଆସିଲେ । ଇଥିଓପିଅ ବ୍ୟକ୍ତି କହିଲେ “ଦେଖନ୍ତୁ! ଏଠାରେ କିଛି ଜଳ ଅଛି! ମୁଁ ବାପ୍ତିଜିତ ହୋଇପାରେ କି?” ଏବଂ ସେ ତାଙ୍କ ରଥ ଚାଳକଙ୍କୁ ରଥ ଅଟକାଇବା ନିମନ୍ତେ କହିଲେ ।

ତେଣୁ ସେମାନେ ଜଳ ମଧ୍ୟକୁ ଓହ୍ଲାଇଗଲେ, ଏବଂ ଫିଲିପ୍ପ ସେହି ଇଥିଓପିଅଙ୍କୁ ବାପ୍ତିସ୍ମ ଦେଲେ । ସେମାନେ ଜଳରୁ ଉଠି ଆସିଲା ପରେ, ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ୟ ଏକ ସ୍ଥାନକୁ ଘେନିଗଲେ ଯେଉଠି ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ନିରନ୍ତର କହିବାକୁ ଲାଗିଲେ ।

ଇଥିଓପିଆ ତାଙ୍କ ଗୃହ ପଟ ଯାତ୍ରା ଜାରି ରଖିଲେ, ସେ ଆନନ୍ଦିତ ଥିଲେ ଯେ ସେ ଯୀଶୁଙ୍କୁ ଜାଣିଲେ ।
ବାଇବଲର ଏକ କାହାଣୀ: ପିତର_ 6:8-8:5; 8:26-40_