38. ଯୀଶୁଙ୍କ ପ୍ରତି ବିଶ୍ବାସଘାତକତା କରାଗଲା

ପ୍ରତି ବର୍ଷ ଯିହୂଦୀମାନେ ନିସ୍ତାର ପର୍ବ ପାଳନ କରୁଥିଲେ । ଏହା ହେଉଛି ସେହି ଉତ୍ସବ ପାଳନ ଯାହାକି ଅନେକ ଶହ ବର୍ଷ ପୂର୍ବରୁ ଈଶ୍ବର କିପରି ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦାସତ୍ବାବସ୍ଥାରୁ ଉଦ୍ଧାର କରି ଆଣିଥିଲେ । ଯୀଶୁ ପ୍ରଚାର ଆରମ୍ଭ କରିବାର ଓ ସର୍ବସାଧାରଣରେ ଶିକ୍ଷା ଦେବାର ପ୍ରାୟ ତିନି ବର୍ଷ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ସେ ସେମାନଙ୍କ ସହ ଯିରୁଶାଲମରେ ନିସ୍ତାରପର୍ବ ପାଳନ କରିବାକୁ ଚାହାନ୍ତି, ଏବଂ ସେଠାରେ ତାଙ୍କୁ ହତ୍ୟା କରାଯିବ ।

ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଶିଷ୍ୟ ଥିଲେ । ଯିହୂଦା ଶିଷ୍ୟମାନଙ୍କ ଟଙ୍କା ଥଳୀର ଦାୟିତ୍ବରେ ଥିଲା, କିନ୍ତୁ ସେ ଅର୍ଥ (ଟଙ୍କା)କୁ ଭଲ ପାଇଲା ଏବଂ ଅନେକ ସମୟରେ ସେହି ଥଳୀରୁ ଅର୍ଥ (ଟଙ୍କା) ଚୋରି କରୁଥିଲା । ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୁଶାଲମରେ ପହଞ୍ଚିବା ପରେ, ଯିହୂଦା ଅର୍ଥ ପ୍ରତିବଦଳରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଯିହୂଦୀ ନେତାମାନଙ୍କ ନିକଟକୁ ଗଲା । ସେ ଜାଣିଥିଲା ଯେ ଯୀଶୁ ଯେ ମଶୀହ ଏହା ଯିହୂଦୀ ନେତାମାନେ ଅସ୍ବୀକାର କରୁଥିଲେ ଏବଂ ସେମାନେ ତାଙ୍କୁ (ଯୀଶୁଙ୍କୁ) ହତ୍ୟା କରିବା ପାଇଁ ଯୋଜନା କରୁଥିଲେ ।

ପ୍ରଧାନ ଯାଜକମାନଙ୍କ ଦ୍ବାରା ପରିଚାଳିତ ଯିହୂଦୀ ନେତାମାନେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ତିରିଶିଗୋଟି ରୌପ୍ୟ ମୁଦ୍ରା ପ୍ରଦାନ କରିଥିଲେ । କଭାବବାଦୀମାନେ ଭାବବାଣୀ କରିଥିବା ଅନୁସାରେ ଏହା ଘଟିଥିଲା । ଯିହୂଦା ସେଥିରେ ସହମତି ହୋଇ ଅର୍ଥ ନେଇ ପଳାଇଯାଇଥିଲା । ସେମାନେ ଯେପରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବେ ସେ ଏଥିର ସୁଯୋଗ ଖୋଜିବାକୁ ଲାଗିଲା ।

ଯିରୁଶାଲମରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ନିସ୍ତାରପର୍ବ ପାଳନ କଲେ । ନିସ୍ତାରପର୍ବ ଭୋଜନ ସମୟରେ, ଯୀଶୁ ରୋଟୀ ନେଇ ଏହାକୁ ଭାଙ୍ଗିଲେ । ସେ କହିଲେ “ଏହା ନେଇ ଭୋଜନ କର । ତୁମ୍ଭମାନଙ୍କ ନିମନ୍ତେ ଦିଆଯାଇଥିବା ଏହା ମୋର ଶରୀର । ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।” ଏହିପରି ଭାବରେ, ଯୀଶୁ କହିଲେ ଯେ ସେମାନଙ୍କ ନିମନ୍ତେ ତାହାଙ୍କ ଶରୀର ବଳୀକୃତ ହେବ ।

ତା’ପରେ ଯୀଶୁ ଏକ ପାନପାତ୍ର ଉଠାଇ କହିଲେ “ଏହାକୁ ପାନ କର । ଏହା ମୋହର ନୂତନ ନିୟମର ରକ୍ତ ଅଟେ ଯାହା ପାପକ୍ଷମା ନିମନ୍ତେ ପାତିତ ହୋଇଅଛି। ତୁମ୍ଭେ ପ୍ରତ୍ୟେକ ଥର ଏହା ପାନ କରିବା ସମୟରେ ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”

ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।” ଶିଷ୍ୟମାନେ ଚକିତ ହୋଇଗଲେ, ଏବଂ ଏପରି ବିଷୟ କିଏ କରିବ ବୋଲି ପଚାରିଲେ । ଯୀଶୁ କହିଲେ “ମୁଁ ଯେଉଁ ଜଣକୁ ଏହି ରୋଟୀ ଖଣ୍ଡକ ଦେବି ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।” ତା’ପରେ ସେ ସେହି ରୋଟୀ ଯିହୂଦାକୁ ଦେଲେ ।

ଯିହୂଦା ସେହି ରୋଟୀ ଖଣ୍ଡିକ ନେଲା ପରେ, ଶୟତାନ ତା’ ମଧ୍ୟରେ ପ୍ରବେଶ କଲା । ଯିହୂଦା ସେହି ସ୍ଥାନ ପରିତ୍ୟାଗ କରି ଯିହୂଦୀ ନେତାମାନେ ଯେପରି ଯୀଶୁଙ୍କୁ ଗିରଫ କରନ୍ତି ସେଥିରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିକଟକୁ ଗଲା । ସେ ସମୟରେ ରାତ୍ରି ହୋଇଥିଲା ।

ଭୋଜନ କରିସାରିଲା ପରେ, ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନେ ଜୀତ ପର୍ବତକୁ ଚାଲିଚାଲି ଗଲେ । ଯୀଶୁ କହିଲେ “ତୁମ୍ଭେ ସମସ୍ତେ ମୋତେ ପରିତ୍ୟାଗ କରି ଚାଲିଯିବ । ଲେଖା ଅଛି “ଆମ୍ଭେ ମେଷପାଳକଙ୍କୁ ପ୍ରହାର କରିବା ଓ ପ୍ରତ୍ୟେକ ମେଷ ଛିନ୍ନଭିନ୍ନ ହୋଇଯିବେ ।

ପିତର ଉତ୍ତର ଦେଲେ “ଯଦିଓ ସମସ୍ତେ ଆପଣଙ୍କୁ ପରିତ୍ୟାଗ କରିବେ, ମୁଁ କରିବି ନାହିଁ!” ତେବେ ଯୀଶୁ ପିତରଙ୍କୁ କହିଲେ “ଶୟତାନ ତୁମ୍ଭ ସମସ୍ତଙ୍କୁ ମାଗିଅଛି, କିନ୍ତୁ ପିତର ତୁମ୍ଭର ବିଶ୍ବାସ ଯେପରି ଦୁର୍ବଳ ନ ହେବ ଏଥିପାଇଁ ମୁଁ ବିନତି କରିଅଛି । ଏପରିକି, ଆଜି ରାତି କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ବୀକାର କରିବ ।”

ତା’ପରେ ପିତର ଯୀଶୁଙ୍କୁ କହିଲେ “ଯଦିଓ ମୋତେ ମରିବାକୁ ହୁଏ, ତଥାପି ମୁଁ କେବେ ହେଁ ଆପଣଙ୍କୁ ଅସ୍ବୀକାର କରିବି ନାହିଁ !” ଅନ୍ୟ ସମସ୍ତ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କହିଲେ ।

ତା’ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହ ଗେଥସମାନୀ ନାମକ ସ୍ଥାନକୁ ଗଲେ । ଶିଷ୍ୟମାନେ ଯେପରି ପରୀକ୍ଷାରେ ନ ପଡନ୍ତି ତାହା ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ । ତା’ ପରେ ଯୀଶୁ ନିଜେ ପ୍ରାର୍ଥନା କରିବାକୁ ଗଲେ ।

Jଯୀଶୁ ତିନି ଥର ପ୍ରାର୍ଥନା କଲେ “ମୋ ପିତା, ଯଦି ସମ୍ଭବ ହୁଏ, ତେବେ କ୍ଲେଶଭୋଗର ଏହି ପାନପାତ୍ର ମୋ ଠାରୁ ଦୂର କର । କିନ୍ତୁ ଯଦି ଲୋକମାନଙ୍କର ପାପକ୍ଷମା କରିବା ନିମନ୍ତେ ଆଉ କିଛି ଉପାୟ ନ ଥାଏ, ତେବେ ତୁମ୍ଭର ଇଛା ସଫଳ ହେଉ ।” ଯୀଶୁ ଅତ୍ୟନ୍ତ ମାର୍ମାନ୍ତିକ ଦୁଃଖରେ ଦୁଃଖୀତ ଥିଲେ ଏବଂ ତାହାଙ୍କ ଝାଳ ଘନ ରକ୍ତ ଟୋପା ପରି ଥିଲା । ତାହାଙ୍କୁ ଶକ୍ତି ଯୋଗାଇଦେବା ପାଇଁ ଈଶ୍ବର ଜଣେ ଦୂତଙ୍କୁ ତାଙ୍କ ନିକଟକୁ ପ୍ରେରଣ କଲେ ।

ପ୍ରତି ଥର ପ୍ରାର୍ଥନା କରିସାରିବା ପରେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଦେଖିବାକୁ ଆସୁଥିଲେ କିନ୍ତୁ ସେମାନେ ନିଦ୍ରାଗ୍ରସ୍ତ ଥିଲେ । ଯେତେବେଳେ ସେ ତୃତୀୟ ଥର ଆସିଲେ, ଯୀଶୁ କହିଲେ “ଉଠ! ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବା ଲୋକ ଉପସ୍ଥିତ ।”

ଯିହୂଦା ଯିହୂଦୀ ନେତାଗଣ, ସୈନ୍ୟଗଣ ଓ ବହୁ ଲୋକ ସହ ଆସିଥିଲା । ସେମାନେ ଖଣ୍ଡା ଓ ମଶାଲ ଧରି ଆସିଥିଲେ । ଯିହୂଦା ଯୀଶୁଙ୍କ ନିକଟକୁ ଆସି କହିଲା “ହେ ଗୁରୁ ନମସ୍କାର” ଓ ତାହାଙ୍କୁ ଚୁମ୍ବନ କଲା । ଯିହୂଦୀ ନେତାମାନେ କାହାକୁ ଗିରଫ କରିବେ ଏହା ତହିଁର ଏକ ଚିହ୍ନ ଥିଲା । ତା’ପରେ ଯୀଶୁ କହିଲେ “ଯିହୂଦା, ଚୁମ୍ବନ ଦ୍ବାରା କି ତୁମ୍ଭେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”

ଯେତେବେଳେ ସୈନ୍ୟମାନେ ଯୀଶୁଙ୍କୁ ଗିରଫ କଲେ, ପିତର ତାହାଙ୍କ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସର କାନ କାଟି ପକାଇଲେ । ଯୀଶୁ କହିଲେ “ଖଡ୍ଗକୁ ସ୍ବସ୍ଥାନରେ ରଖ! ମୋତେ ରକ୍ଷା କରିବା ନିମନ୍ତେ ମୁଁ ମୋ ପିତାଙ୍କୁ ଦୂତମାନଙ୍କର ଏକ ସୈନ୍ୟଦଳକୁ ମଗାଇପାରିଥାନ୍ତେ । କିନ୍ତୁ ମୁଁ ନିହାତି ମୋ ପିତାଙ୍କର ଆଜ୍ଞାବହ ହେବାକୁ ପଡିବ ।” ତା’ ପରେ ଯୀଶୁ ସେହି ଲୋକର କାନକୁ ସୁସ୍ଥ କଲେ । ଯୀଶୁ ଗିରଫ ହେଲା ପରେ ସମସ୍ତ ଶିଷ୍ୟ ଦୌଡି ପଳାଇଗଲେ ।
ଏହିଠାରୁ ଏକ ବାଇବଲ ଘଟନା: ମାଥିଉ_ 26:14-56; _ ମାର୍କ_ 14:10-50; _ ଲୂକ୍ଲ_ 22:1-53; _ ଯୋହନ_ 12:6; 18:1-11_