ଓଡ଼ିଆ: Open Bible Stories

Updated ? hours ago # views See on DCS

50. ଯୀଶୁ ପ୍ରତ୍ୟାବର୍ତ୍ତନ କରନ୍ତି

Image

୨୦୦୦ ବର୍ଷରୁ ଅଧିକ ସମୟ ସମଗ୍ର ବିଶ୍ବରୁ ଅଧିକରୁ ଅଧିକ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ଶୁଭ ସମ୍ବାଦ ଶୁଣିଆସୁଅଛନ୍ତି । ମଣ୍ଡଳୀ ବୃଦ୍ଧିପାଇ ଚାଲିଛି । ଯୀଶୁ ପ୍ରତିଜ୍ଞା କଲେ ଯେ ସେ ଶେଷ ସମୟରେ ଜଗତକୁ ଫେରି ଆସିବେ । ଯଦିଓ ସେ ଏ ପର୍ଯ୍ୟନ୍ତ ଆସିନାହାନ୍ତି, ସେ ତାହାଙ୍କ ପ୍ରତିଜ୍ଞା ରକ୍ଷା କରିବେ ।

Image

ଆମେ ଯୀଶୁଙ୍କ ଆସିବାର ଅପେକ୍ଷା କରୁ କରୁ, ଈଶ୍ବର ଚାହାନ୍ତି ଯେପରିକି ଆମେ ଏକ ପବିତ୍ର ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁଥିବା ଏକ ଜୀବନ କାଟିବା । ସେ ଚାହାନ୍ତି ଯେପରି ଆମେ ତାହାଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହୁ । ଯୀଶୁ ପୃଥିବୀରେ ବାସ କରୁଥିବା ସମୟରେ କହିଲେ “ମୋ ଶିଷ୍ୟମାନେ ଈଶ୍ବରଙ୍କ ରାଜ୍ୟର ଶୁଭସମ୍ବାଦ ଜଗତରେ ଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିବେ, ତା’ପରେ ହିଁ ଯୁଗର ଶେଷ ହେବ ।“

Image

ଅନେକ ଲୋକ ଦଳ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ଶୁଣିନାହାନ୍ତି । ସେ ସ୍ବର୍ଗକୁ ଫେରିଯିବା ପୂର୍ବରୁ, ଯେଉଁମାନେ କେବେ ମଧ୍ୟ ସୁସମାଚାର ଶୁଣିନାହାନ୍ତି ସେମାନଙ୍କ ନିକଟରେ ସୁସମାଚାର ଘୋଷଣା କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ କହିଅଛନ୍ତି । ସେ କହିଲେ “ତୁମ୍ଭେମାନେ ଯାଇ ସମସ୍ତ ଲୋକଦଳଙ୍କୁ ଶିଷ୍ୟ କର!”, ଏବଂ “ଅମଳ ନିମନ୍ତେ ଶଷ୍ୟ ପାକ ହୋଇଅଛି!”

Image

ଯୀଶୁ ଆହୁରି କହିଲେ “ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହଁନ୍ତି । ଏହି ଜଗତର ଅଧିକାରପ୍ରାପ୍ତ ବ୍ୟକ୍ତିମାନେ ଯେପରି ମୋତେ ଘୃଣା କରନ୍ତି, ଠିକ୍ ସେହିପରି ସେମାନେ ମୋ ସକାଶେ ତୁମ୍ଭମାନଙ୍କୁ ତାଡନା କରି ହତ୍ୟା କରିବେ । ଯଦିଓ ଏହି ଜଗତରେ ତୁମ୍ଭେମାନେ କ୍ଲେଶଭୋଗ କରିବ, ଉତ୍ସାହିତ ହୁଅ କାରଣ ଜଗତକୁ ଶାସନ କରୁଥିବା ଶୟତାନକୁ ମୁଁ ଜୟ କରିଅଛି । ଯଦି ତୁମ୍ଭେମାନେ ଶେଷ ପର୍ଯ୍ୟନ୍ତ ମୋ ନିକଟରେ ବିଶ୍ବସ୍ତ ରହିବ, ତେବେ ଈଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ !”

Image

ଯୀଶୁ ତାଙ୍କ ଶିଷ୍ୟ ମାନଙ୍କୁ ଏକ କାହାଣୀକୁ ବୁଝାଇବାକୁ କହିଲେ ଯେ ଜଗତ ଶେଷ ହେବା ସମୟରେ ଲୋକମାନଙ୍କ ପ୍ରତି କ’ଣ ଘଟିବ । ସେ କହିଲେ “ଜଣେ ଲୋକ ତାଙ୍କ କ୍ଷେତରେ ଉତ୍ତମ ବିହନ ବୁଣିଥିଲେ । ସେ ଶୋଇଥିବା ସମୟରେ ତାହାର ଶତ୍ରୁ ଆସି ଗହମ ସହିତ ବାଳୁଙ୍ଗା ବିହନ ବୁଣିଲା ଏବଂ ସେ ଚାଲିଗଲା ।”

Image

“ଯେତେବେଳେ ମଞ୍ଜି ଗଜା ହେଲା, ସେହି ଲୋକର ଦାସମାନେ ଆସି କହିଲେ ‘ଗୁରୁ, ଆପଣ ସେହି କ୍ଷେତରେ ଉତ୍ତମ ବିହନ ବୁଣିଥିଲେ । ତେବେ ସେଠାରେ କାହିଁକି ବାଳୁଙ୍ଗା ଦେଖାଦେଇଛି?” ‘ଗୁରୁ ଉତ୍ତର ଦେଲେ, ‘ଜଣେ ଶତ୍ରୁ ତାହା କରିଅଛି ।”

Image

“ଦାସମାନେ ସେମାନଙ୍କ ମାଲିକକୁ କହିଲେ, ‘ଆମେ ବାଳୁଙ୍ଗାଗୁଡିକ ଉପାଡିବା?” ମାଲିକ କହିଲେ, 'ନାହିଁ. ଯଦି ତୁମେ ତାହା କରିବ, ତାହା ସହିତ ତୁମେ ଗହମ ମଧ୍ୟ ଉପାଡିଦେବ । ଶଷ୍ୟ ଅମଳ ହେବା ଯାଏ ଅପେକ୍ଷା କର, ବାଲୁଙ୍ଗାଗୁଡିକ ଏକାଠି କରି ଜଳାଇ ଦିଅ, କିନ୍ତୁ ଗହମ ଶଷ୍ୟକୁ ମୋ ଅମାରକୁ ଆଣ ।”

Image

ଶିଷ୍ୟମାନେ ସେହି କାହାଣୀ ବା ଦୃଷ୍ଟାନ୍ତର ଅର୍ଥ ବୁଝିପାରିଲେ ନାହିଁ, ତେଣୁ ସେମାନେ ତାହା ବୁଝାଇଦେବା ନିମନ୍ତେ ଯୀଶୁଙ୍କୁ କହିଲେ । ଯୀଶୁ କହିଲେ “ଯେଉଁ ବ୍ୟକ୍ତି ଉତ୍ତମ ବିହନ ରୋପଣ କଲା ସେ ଖ୍ରୀଷ୍ଟଙ୍କୁ ଚିହ୍ନଟ କରେ । କ୍ଷେତ ହେଉଛି ଜଗତ । ଉତ୍ତମ ବିହନ ଈଶ୍ବରଙ୍କ ରାଜ୍ୟର ଲୋକମାନଙ୍କୁ ବୁଝାଏ ।”

Image

“ବାଳୁଙ୍ଗାଗୁଡିକ ସେହିମାନଙ୍କୁ ଚିହ୍ନଟ କରେ ଯେଉଁମାନେ ମନ୍ଦ ଅଟନ୍ତି । ଯେଉଁ ଶତ୍ରୁ ବାଳୁଙ୍ଗାଗୁଡିକ ରୋପଣ କଲା ବା ବୁଣିଦେଇ ଚାଲିଗଲା ସେ ହେଉଛି ଶୟତାନ୍ । ଶଷ୍ୟ ଅମଳ ହେଉଛି ଜଗତର ଶେଷ ଏବଂ ଅମଳକାରୀମାନେ ହେଉଛନ୍ତି ଈଶ୍ବରଙ୍କ ଦୂତଗଣ ।”

Image

ଯେତେବେଳେ ଜଗତ ଶେଷ ହେବ, ସେତେବେଳେ ଦୂତମାନେ ପାପ ସନ୍ତାନମାନଙ୍କୁ ଏକାଠି କରି ପ୍ରଜ୍ଜଳିତ ଅଗ୍ନି ମଧ୍ୟରେ ପକାଇଦେବେ, ଯେଉଁଠି ରୋଦନ ଓ ଦନ୍ତର କିଡିମିଡି ହେବ । ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତା ଈଶ୍ବରଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ହେବେ ।”

Image

ଯୀଶୁ ଆହୁରି ମଧ୍ୟ କହିଲେ ଯେ ଜଗତ ଶେଷ ହେବା ଠିକ୍ ପୂର୍ବରୁ ସେ ପୃଥିବୀକୁ ଫେରି ଆସିବେ । ସେ ଯେପରି ପୃଥିବୀରୁ ସ୍ବର୍ଗକୁ ଯାଇଥିଲେ, ସେ ଠିକ୍ ସେହିପରି ପୃଥିବୀକୁ ଫେରି ଆସିବେ । ତାଙ୍କର ଏକ ଶରୀର ଥିବ ଓ ସେ ଆକାଶରେ ମେଘମାଳାରେ ଆଗମନ କରିବେ । ଯୀଶୁ ଯେତେବେଳେ ଫେରିବେ, ଯେତେଜଣ ଖ୍ରୀଷ୍ଟିୟାନ ମୃତ୍ୟୁଭୋଗ କରିଥିବେ, ସେମାନେ ମୃତ୍ୟୁରୁ ଉଠିବେ ଏବଂ ତାହାଙ୍କୁ ଆକାଶରେ ସାକ୍ଷାତ କରିବେ ।

Image

ତା’ପରେ ଯେଉଁ ଖ୍ରୀଷ୍ଟିୟାନମାନେ ଜୀବିତ ଥିବେ ସେମାନେ ମୃତ୍ୟୁରୁ ଉତ୍ଥିତ ଖ୍ରୀଷ୍ଟିୟାନମାନଙ୍କ ସହ ମିଳିତ ହୋଇ ଆକାଶକୁ ଉଠାଯିବେ । ସେମାନେ ସମସ୍ତେ ସେଠାରେ ଯୀଶୁଙ୍କ ସହିତ ରହିବେ । ତାହା ପରେ, ଯୀଶୁ ତାହାଙ୍କ ଲୋକମାନଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତି ଓ ଏକତାରେ ଚିରକାଳ ରହିବେ ।

Image

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନଙ୍କୁ ଏକ ମୁକୁଟ ଦେବା ପାଇଁ ଯୀଶୁ ପ୍ରତିଜ୍ଞା କରିଅଛନ୍ତି । ସେମାନେ ଈଶ୍ବରଙ୍କ ସହ ସମ୍ପୂର୍ଣ୍ଣ ଶାନ୍ତିରେ ବାସ କରି ରାଜତ୍ବ କରିବେ ।

Image

କିନ୍ତୁ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ନାହିଁ ଈଶ୍ବର ସେମାନଙ୍କର ବିଚାର କରିବେ । ସେ ସେମାନଙ୍କୁ ନର୍କକୁ ନିକ୍ଷେପ କରିବେ, ଯେଉଁଠି ରୋଦନ ଓ ଦାନ୍ତର କିଡିମିଡି ହେବ । ଏପରି ଏକ ଅଗ୍ନି ଯାହା କେବେ ଲିଭିବ ନାହିଁ ଏବଂ ନିରନ୍ତର ଜଲାଉଥିବା, ଏବଂ କୀଟମାନେ ସେମାନଙ୍କୁ ଖାଇବା ବନ୍ଦ କରିବେ ନାହିଁ ।

Image

ଯୀଶୁ ଯେତେବେଳେ ଫେରିବେ, ସେ ସମ୍ପୂର୍ଣ୍ଣରୂପେ ଶୟତାନ ଓ ତାହାର ରାଜ୍ୟକୁ ବିନାଶ କରିବେ । ସେ ଶୟତାନକୁ ଏବଂ ଈଶ୍ବରଙ୍କ ଆଜ୍ଞାବହ ହେବା ଅପେକ୍ଷା ତାହାର ଅନୁଗମନ କରିବାକୁ ମନୋନୀତ କରିଥିବା ସମସ୍ତଙ୍କୁ ନର୍କରେ ନିକ୍ଷେପ କରିବେ ଯେଉଁଠି ଚିରଦିନ ପାଇଁ ଜଲୁଥିବେ ।

Image

ଯେହେତୁ ଆଦମ ଓ ହବା ଈଶ୍ବରଙ୍କର ଅନାଜ୍ଞାବହ ହେଲେ ଏବଂ ଏହି ଜଗତକୁ ପାପ ପ୍ରବେଶ କରାଇଲେ, ତେଣୁ ଈଶ୍ବର ଏହାକୁ ଅଭିଶାପ ଦେଲେ ଏବଂ ଏହାକୁ ବିନାଶ କରିବା ନିମନ୍ତେ ନିଷ୍ପତ୍ତି ନେଲେ । କିନ୍ତୁ ଦିନେ ଈଶ୍ବର ଏକ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ସୃଷ୍ଟି କରିବେ ଯାହା ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ ।

Image

ଯୀଶୁ ଓ ତାହାଙ୍କ ଲୋକମାନେ ନୂତନ ପୃଥିବୀରେ ବାସ କରିବେ, ଏବଂ ଯାହା ସବୁ ଥିବା ସେ ସମସ୍ତ ଉପରେ ସେ ଚିରକାଳ ରାଜତ୍ବ କରିବେ । ସେ ପ୍ରତ୍ୟେକଙ୍କ ଅଶ୍ରୁଜଳ ପୋଛି ଦେବେ ଏବଂ କ୍ଲେଶଭୋଗ, ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ବା ମୃତ୍ୟୁ ହେବନାହିଁ । ଯୀଶୁ ଶାନ୍ତି ଓ ନ୍ୟାୟରେ ତାହାଙ୍କ ରାଜ୍ୟ ଉପରେ ରାଜତ୍ବ କରିବେ ଏବଂ ସେ ତାହାଙ୍କ ଲୋକମାନଙ୍କ ସହ ଚିରଦିନ ରହିବେ ।

ବାଇବଲର ଏକ କାହାଣୀ: ମାଥିଉ 24:24; 28:18; ଯୋହନ 15:20, 16:33; ପ୍ରକାଶିତ 2:10; ମାଥିଉ 13:24-30, 36-42; 1ଥେସଲନିକୀୟ 4:13-5:11; ଯାକୁବ 1:12; ମାଥିଉ 22:13; ପ୍ରକାଶିତ 20:10; 21:1-22:21