ଓଡ଼ିଆ: Open Bible Stories

Updated ? hours ago # views See on DCS

10. ଦଶଗୋଟି ମହାମାରୀ

Image

ମୋଶା ଓ ହାରଣ ଫାରୋଙ୍କ ନିକଟକୁ ଗଲେ I ସେମାନେ କହିଲେ, “ଇସ୍ରାଇଲର ପରମେଶ୍ଵର ଏହା କହନ୍ତି, ମୋହର ଲୋକମାନଙ୍କୁ ଛାଡିଦିଅ”, ଫାରୋ ସେମାନଙ୍କର କଥା ଶୁଣିଲେ ନାହି I ଇସ୍ରାଏଲୀୟ ମାନଙ୍କୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ବାଧ୍ୟ କରିଲେ I

Image

ଲୋକମାନଙ୍କୁ ସ୍ଵାଧୀନ କରିବାକୁ ଫାରୋ ମନା କରୁଥିଲେ, ସେଥିନିମନ୍ତେ ପରମେଶ୍ଵର ଦଶଗୋଟି ଅସହନୀୟ ମହାମାରୀ, ମିଶରକୁ ପଠାଇଲେ I ଏହି ମହାମାରୀଗୁଡ଼ିକ ଦ୍ଵାରା, ପରମେଶ୍ଵର ଫାରୋଙ୍କୁ ଦେଖାଉଥିଲେ ଯେ ସେ ଫାରୋଙ୍କ ଓ ମିଶରର ସମସ୍ତ ଦେବତାମାନଙ୍କ ଠାରୁ ଅଧିକ ଶକ୍ତିଶାଳି ଅଟନ୍ତି I

Image

ପରମେଶ୍ଵର ନୀଳ ନଦୀର ପାଣିକୁ ରକ୍ତରେ ପରିଣତ କରିଦେଲେ, କିନ୍ତୁ ଫାରୋ ଏପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I

Image

ପରମେଶ୍ଵର ସମସ୍ତ ମିଶର ଦେଶରେ ବେଙ୍ଗମାନଙ୍କୁ ପଠାଇଲେ I ବେଙ୍ଗଗୁଡ଼ିକୁ ଦୂର କରିବା ପାଇଁ ମୋଶାଙ୍କୁ ଫାରୋ ବିନତି କଲେ I କିନ୍ତୁ ସମସ୍ତ ବେଙ୍ଗଗୁଡିକର ମୃତ ହେବା ପରେ, ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଇସ୍ରାଏଲୀୟ ମାନଙ୍କୁ ମିଶରରୁ ଛାଡିଲେ ନାହି I

Image

ତେଣୁ ପରମେଶ୍ଵର ଧୂଳି ଉକୁଣିଆ ପୋକ ମହାମାରୀକୁ ପଠାଇଲେ I ତା’ ପରେ ସେ ମାଛିଗୁଡ଼ିକର ମହାମାରୀ ପଠାଇଲେ I ଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, ଯଦି ସେମାନେ ମହାମାରୀଗୁଡ଼ିକ ବନ୍ଦ କରନ୍ତି, ସେ ଇସ୍ରାଏଲୀୟମାନଙ୍କୁ ମିଶରରୁ ଯାଇପାରିବେ I ଯେତେବେଳେ ମୋଶା ପ୍ରାର୍ଥନା କଲେ, ପରମେଶ୍ଵର ମାଛିଗୁଡ଼ିକୁ ମିଶରରୁ ଘୁଞ୍ଚାଇ ଦେଲେ I କିନ୍ତୁ ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଲୋକମାନଙ୍କୁ ଛାଡିଲେ ନାହି I

Image

ତା’ପରେ ପରମେଶ୍ଵର ସମସ୍ତ କ୍ଷେତର ପଶୁଗୁଡ଼ିକୁ ଯାହାସବୁ ମିଶର ବାସୀମାନଙ୍କ ଥିଲା, ଅସୁସ୍ଥକରି ମୃତ ଘଟାଇଲେ I କିନ୍ତୁ ଫାରୋଙ୍କର ହୃଦୟ କଠିନ ହେଲା, ଏବଂ ସେ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I

Image

ତାପରେ ପରମେଶ୍ଵର ମୋଶାଙ୍କୁ ଫାରୋଙ୍କ ସାକ୍ଷାତରେ ରେ ପାଉଁଶ ଫିଙ୍ଗିବାକୁ କହିଲେ I ଯେତେବେଳେ ସେ କଲେ, ମିଶରୀୟବାସୀଙ୍କ ଚମଡା ଉପରେ କଷ୍ଟଦାୟକ ପୂଜପୂର୍ଣ ଘା ଦେଖାଗଲା, କିନ୍ତୁ ଇସ୍ରାଏଲୀୟମାନଙ୍କୁ ହେଲା ନାହି I ପରମେଶ୍ଵର ଫାରୋଙ୍କର ହ୍ରୁଦୟକୁ କଠିନ କଲେ, ଏବଂ ଫାରୋ ଇସ୍ରାଏଲୀୟମାଙ୍କୁ ଛାଡିଲେ ନାହିଁ I

Image

ତ’ ପରେ, ପରମେଶ୍ଵର ଶିଳାବୃଷ୍ଟି ଦ୍ଵାରା ମିଶରର ଅଧିକାଂଶ ଫସଲ ବିନଷ୍ଟ କଲେ, ଏବଂ ଯେଉଁମାନେ ବାହାରକୁ ଗଲେ ସେମାନେ ମୃତ ହେଲେ I ଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, “ମୁ ପାପ କରିଅଛି I ତୁମେ ଯାଇପାର” I ସେଥିପାଇଁ ମୋଶ ପ୍ରାର୍ଥନା କଲେ, ଓ ଆକାଶରୁ ଶିଳାବୃଷ୍ଟି ପଡିବା ବନ୍ଦ ହେଲା I

Image

କିନ୍ତୁ ପୁନର୍ବାର ଫାରୋ ପାପ କଲେ ଓ ତାଙ୍କ ହୃଦୟକୁ କଠିନ କଲେ I ସେ ଇସ୍ରାଏଲୀୟମାନଙ୍କୁ ଯିବାପାଇଁ ମୁକ୍ତ କଲେ ନାହି I

Image

ସେଥିପାଇଁ ପରମେଶ୍ଵର ପଙ୍ଗପାଳର ମହାମାରୀକୁ ପଠାଇଲେ ଏବଂ ମିଶାରସାରା ବ୍ୟାପିଗଲା I ଯାହା ଶସ୍ୟଗୁଡିକ ଶିଳାବୃଷ୍ଟି ଦ୍ଵାରା ବିନଷ୍ଟ ହୋଇନଥିଲା ସେସବୁକୁ ଏହି ପଙ୍ଗପାଳଗୁଡିକ ନଷ୍ଟ କରିଦେଲେ I

Image

ତାପରେ ପରମେଶ୍ଵର ଅନ୍ଧକାରକୁ ପଠାଇଲେ ତାହା ତିନି ଦିନ ପର୍ଯନ୍ତ ରହିଲା I ଏହା ଏତେ ଅନ୍ଧାର ଥିଲା ଯେ ମିଶରବାସୀ ସେମାନଙ୍କର ଘରଗୁଡିକ ଛାଡିପାରୁ ନ ଥିଲେ I କିନ୍ତୁ ଯେଉଁ ସ୍ଥାନରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେହିଠାରେ ଆଲୁଅ ଥିଲା I

Image

ଏହି ନଅ ଗୋଟି ମହାମାରୀ ହେବା ପରେ ମଧ୍ୟ ଫାରୋ ଇସ୍ରାଏଲିୟମାନଙ୍କୁ ଛାଡିଲେ ନାହି I ଯେହେତୁ ଫାରୋ ନ ଶୁଣିବାରୁ, ପରମେଶ୍ଵର ଏକ ଶେଷ ମହାମାରୀ ପଠାଇବାକୁ ଯୋଜନା କଲେ I ଏହା ଫାରୋଙ୍କର ମନକୁ ପରିବର୍ତ୍ତନ କରିବ I

ବାଇବଲର ଏକ କାହାଣୀ: _ ଯାତ୍ରାପୁସ୍ତକ ୫-_ ୧୦