ଓଡ଼ିଆ: Open Bible Stories

Updated ? hours ago # views See on DCS

43. ମଣ୍ଡଳୀର ଆରମ୍ଭ

Image

ଯୀଶୁ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କଲା ପରେ, ଯୀଶୁ ଯେପରି ଆଦେଶ ଦେଇଥିଲେ ସେହି ଅନୁସାରେ ଶିଷ୍ୟମାନେ ଯିରୁଶାଲମରେ ରହିଲେ । ବିଶ୍ବାସୀମାନେ ସେଠାରେ ପ୍ରାର୍ଥନା କରିବା ନିମନ୍ତେ ନିରନ୍ତର ଏକାଠି ହୋଇ ରହିଲେ ।

Image

ନିସ୍ତାରପର୍ବର 50 ଦିନ ପରେ ପ୍ରତି ବର୍ଷ ଯିହୂଦୀମାନେ ପେଣ୍ଟିକଷ୍ଟ ନାମକ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ପାଳନ କରୁଥିଲେ । ପେଣ୍ଟିକଷ୍ଟ ହେଉଛି ସେହି ସମୟ ଯେତେବେଳେ କି ଯିହୂଦୀମାନେ ଶଷ୍ୟ ଅମଳହେବାର ପାଳନ କରନ୍ତି । ପେଣ୍ଟିକଷ୍ଟ ଏକାଠି ପାଳନ କରିବା ପାଇଁ ସମଗ୍ର ଜଗତରୁ ଯିହୂଦୀମାନେ ଯିରୁଶାଲମକୁ ଆସିଲେ । ଏହି ବର୍ଷ, ଯୀଶୁ ସ୍ବର୍ଗକୁ ଯାଇ ପ୍ରାୟ ଏକ ସପ୍ତାହ ପରେ ପେଣ୍ଟିକଷ୍ଟ ଦିନ ଆସିଲା ।

Image

ବିଶ୍ବାସୀମାନେ ଯେତେବେଳେ ଏକାଠି ଥିଲେ, ଯେଉଁ ଗୃହରେ ସେମାନେ ଥିଲେ ପ୍ରଚଣ୍ଡ ପବନର ଶବ୍ଦ ପରି ଏକ ଶବ୍ଦରେ ସେହି ସ୍ଥାନ ପୁର୍ଣ ହେଲା । ତା’ପରେ ଅଗ୍ନି ସଦୃଶ ଜିହ୍ବାଗୁଡିକ ସମସ୍ତ ବିଶ୍ବାସୀଙ୍କ ମସ୍ତକ ଉପରେ ଦେଖାଦେଲା । ସେ ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।

Image

ଯେତେବେଳେ ଯିରୁଶାଲମରେ ଥିବା ଲୋକେ ଏହି ଶବ୍ଦ ଶୁଣିଲେ, କ’ଣ ଘଟିଲା ତାହା ଦେଖିବାକୁ ଜନ ସମାଗମ ହେଲା । ଈଶ୍ବରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ବିଶ୍ବାସୀମାନେ ଘୋଷଣା କରୁଥିବାର ଲୋକମାନେ ଯେତେବେଳେ ଶୁଣିଲେ, ସେମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ କାରଣ ସେମାନେ ସେଗୁଡିକୁ ଆପଣା ନିଜ ଭାଷାରେ କହୁଥିବାର ଶୁଣିଲେ ।

Image

କିଛି ଲୋକ ଶିଷ୍ୟମାନେ ମାତାଲ ହୋଇଥିବାର ଅଭିଯୋଗ କଲେ । କିନ୍ତୁ ପିତର ଠିଆ ହୋଇ ସେମାନଙ୍କୁ କହିଲେ “ମୋ କଥା ଶୁଣନ୍ତୁ! ଏହି ସମସ୍ତ ଲୋକେ ମାତାଲା ହୋଇ ନାହାନ୍ତି ! ଏହା ଯୋୟେଲ ଭାବବାଦୀ କରିଥିବା ଭାବବାଣୀ ସଫଳହେଲା, ଯେଉଁଠି ଈଶ୍ବର କହିଥିଲେ “ଶେଷକାଳରେ, ଆମ୍ଭେ ଆପଣା ଆତ୍ମା ଢାଳିବୁ ।”

Image

“ହେ ଇସ୍ରାୟେଲୀୟ ଲୋକମାନେ, ଯୀଶୁ ଜଣେ ବ୍ୟକ୍ତି ଥିଲେ ଯିଏ ଈଶ୍ବରଙ୍କ ଶକ୍ତିଦ୍ଵାରା ଅନେକ ମହତ୍ ଓ ଆଶ୍ଚର୍ଯ୍ୟକର୍ମ ସବୁ କଲେ, ଯାହା ଆପଣମାନେ ଦେଖିଅଛନ୍ତି ଓ ଜାଣିଅଛନ୍ତି । କିନ୍ତୁ ଆପଣମାନେ ତାହାଙ୍କୁ କ୍ରୁଶବିଦ୍ଧ କଲେ !”

Image

“ଯଦିଓ ଯୀଶୁ ମୃତ୍ୟୁବରଣ କଲେ, ତଥାପି ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ । ଏହା ଏହି ଭାବବାଣୀ ସଫଳ କରେ, ଯାହା କୁହେ ‘ତୁମ୍ଭେ ତୁମ୍ଭର ପବିତ୍ର ଜନଙ୍କୁ ସମାଧିରେ କ୍ଷୟ ପାଇବାକୁ ଦେବନାହିଁ ।‘ ଈଶ୍ବର ଯେ ଯୀଶୁଙ୍କୁ ପୁନର୍ବାର ଜୀବନ ଦାନ କରିଅଛନ୍ତି, ଆମ୍ଭେମାନେ ସାକ୍ଷ ଅଟୁ ।‘

Image

“ବର୍ତ୍ତମାନ ଯୀଶୁ ପିତାଙ୍କ ଦକ୍ଷିଣ ପାର୍ଶ୍ବରେ ଉପବେଶନ କରିଅଛନ୍ତି। ଏବଂ ଯୀଶୁ ଯେଉଁ ପ୍ରକାରେ ପବିତ୍ରଆତ୍ମାଙ୍କୁ ପ୍ରେରଣ କରିବେ ବୋଲି କହିଥିଲେ, ଠିକ୍ ସେହି ଭାବରେ ପବିତ୍ରଆତ୍ମାଙ୍କୁ ପ୍ରେରଣ କଲେ । ବର୍ତ୍ତମାନ ଆପଣମାନେ ଯେଉଁ ବିଷୟ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ସେହି ସମସ୍ତ ପବିତ୍ରଆତ୍ମା ଘଟାଇଅଛନ୍ତି ।”

Image

“ଏହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଅଛନ୍ତି । କିନ୍ତୁ ନିଶ୍ଚିତ ଜାଣନ୍ତୁ ଯେ ଈଶ୍ବର ଯୀଶୁଙ୍କୁ ଉଭୟ ପ୍ରଭୁ ଓ ଖ୍ରୀଷ୍ଟ କରିଛନ୍ତି!”

Image

ଲୋକମାନେ ପିତରଙ୍କ କଥା ଶୁଣିଲେ ଏବଂ ସେ କହିଥିବା କଥା ଯୋଗୁଁ ଗଭୀର ଭାବରେ ସଞ୍ଚାଳିତ ହେଲେ । ତେଣୁ ସେମାନେ ପିତର ଓ ଅନ୍ୟ ଶିଷ୍ୟମାନଙ୍କୁ ପଚାରିଲେ “ଭାଇମାନେ, ଆମ୍ଭେମାନେ କ’ଣ କରିବା?”

Image

ପିତର ସେମାନଙ୍କୁ ଉତ୍ତର ଦେଲେ “ଆପଣମାନେ ପ୍ରତ୍ୟେକେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ ଯେପରିକି ଈଶ୍ବର ଆପଣମାନଙ୍କର ପାପକ୍ଷମା କରିବେ । ତା’ପରେ ସେ ପବିତ୍ରଆତ୍ମାଙ୍କ ଦାନ ଦେବେ ।”

Image

ପ୍ରାୟ ୩୦୦୦ ଲୋକମାନେ, ପିତର କହିଥିବା କଥା ବିଶ୍ବାସ କରି ଯୀଶୁଙ୍କର ଶିଷ୍ୟ ହେଲେ । ସେମାନେ ବିଶ୍ବାସ କରି ଯିରୁଶାଲମରେ ଥିବା ମଣ୍ଡଳୀର ଏକ ଅଂଶ ହେଲେ ।

Image

ଶିଷ୍ୟମାନେ ନିରନ୍ତର ଭାବରେ ପ୍ରଥମ ଶିଷ୍ୟମାନଙ୍କ ଶିକ୍ଷା ଶୁଣିବାକୁ ଲାଗିଲେ, ଏକାଠି ସମୟ କଟାଇଲେ, ଏକାଠି ଭୋଜନ କଲେ, ଏବଂ ଏକାଠି ପ୍ରାର୍ଥନା କଲେ । ସେମାନେ ଏକାଠି ଈଶ୍ବରଙ୍କର ପ୍ରଶଂସା କରିବାରେ ଆନନ୍ଦ କଲେ ଏବଂ ସେମାନଙ୍କର ଯାହା ଯାହା ଥିଲା ତାହା ନିଜ ନିଜ ମଧ୍ୟରେ ବାଣ୍ଟିବାକୁ ଲାଗିଲେ । ପ୍ରତ୍ୟେକେ ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ । ପ୍ରତିଦିନ ଅଧିକାରୁ ଅଧିକ ଲୋକ ବିଶ୍ବାସୀ ହେଉଥିଲେ ।

ବାଇବଲର ଏକ କାହାଣୀ: ପ୍ରେରିତ_ 2_