47. ଫିଲିପ୍ପୀରେ ପାଉଲ ଓ ଶୀଲା

ଶାଉଲ ରୋମୀୟ ସାମ୍ରାଜ୍ୟ ସାରା ଯାତ୍ରା କରିବା ସମୟରେ ସେ ତାହାଙ୍କ ରୋମୀୟ ନାମ “ପାଉଲ” ବ୍ୟବହାର କରୁଥିଲେ । ଦିନେ ପାଉଲ ଓ ତାଙ୍କ ବନ୍ଧୁ ଶୀଲା ଫିଲିପ୍ପୀ ସହରକୁ ଯୀଶୁଙ୍କ ଶୁଭସମ୍ବାଦ ଘୋଷଣା କରିବାକୁ ଗଲେ । ସେମାନେ ସହର ବାହାରରେ ନଦୀ କୂଳରେ ଥିବା ଏକ ସ୍ଥାନକୁ ଗଲେ ଯେଉଁଠି ଲୋକମାନେ ପ୍ରାର୍ଥନା କରିବା ନିମନ୍ତେ ଏକତ୍ରିତ ହେଲେ । ସେଠାରେ ସେମାନେ ଲୂଦିଆ ନାମକ ଜଣେ ବ୍ୟବସାୟୀ ସ୍ତ୍ରୀଙ୍କୁ ଦେଖିଲେ । ସେ ଈଶ୍ବରଙ୍କୁ ପ୍ରେମ କରୁଥିଲେ ଏବଂ ଉପାସନା କରୁଥିଲେ ।

ଯୀଶୁଙ୍କ ବିଷୟର ବାର୍ତ୍ତାକୁ ଯେପରି ଲୂଦିଆ ବିଶ୍ବାସ କରିବେ ଏଥିପାଇଁ ଈଶ୍ବର ତାଙ୍କର ଚକ୍ଷୁ ଉନ୍ମୁକ୍ତ କଲେ, ଏବଂ ସେ ଓ ତାହାଙ୍କ ପରିବାର ବାପ୍ତିଜିତ ହେଲେ । ସେ ପାଉଲ ଓ ଶୀଲାଙ୍କୁ ତାଙ୍କ ଗୃହରେ ରହିବା ନିମନ୍ତେ ନିମନ୍ତ୍ରଣ କଲେ, ତେଣୁ ସେମାନେ ତାଙ୍କ ସହିତ ଓ ତାଙ୍କ ପରିବାର ସହିତ ରହିଲେ ।

ପାଉଲ ଓ ଶୀଲା ପ୍ରାର୍ଥନା ସ୍ଥାନରେ ଅନେକ ସମୟରେ ଲୋକମାନଙ୍କୁ ସାକ୍ଷାତ କରୁଥିଲେ । ପ୍ରତିଦିନ ପରି ସେମାନେ ଯେତେବେଳେ ସେହି ପ୍ରାର୍ଥନା ସ୍ଥାନକୁ ଯାଉଥିଲେ, ସେତେବେଳେ ଭୂତାକ୍ରାନ୍ତ ଜଣେ ବାଳିକା ତାଙ୍କ ପଛେ ପଛେ ଯାଉଥିଲା । ଏହି ଭୂତ ଦ୍ବାରା ସେ ଭବିଷ୍ୟତ ବିଷୟ ଲୋକମାନଙ୍କୁ କହିପାରୁଥିଲା, ତେଣୁ ସେ ତା’ର ମାଲିକ ନିମନ୍ତେ ଏକ ଭବିଷ୍ୟତ କୁହାଳୀ ଭାବରେ ପ୍ରଚୁର ଅର୍ଥ ଉପାର୍ଜନ କରିଦେଉଥିଲା ।

ସେମାନେ ଚାଲିଯାଉଥିବା ସମୟରେ ସେହି ଭୂତାକ୍ରାନ୍ତ ଦାସୀ ନିରନ୍ତର ଚିତ୍କାର କରି କହୁଥିଲା “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ବରଙ୍କ ଦାସଗଣ । ସେମାନେ ଉଦ୍ଧାରପ୍ରାପ୍ତ ହେବାର ଉପାୟ କହୁଅଛନ୍ତି!” ସେ ଅନେକ ସମୟ ଏପରି କରୁଥିଲା ଯେ ପାଉଲଏହା ଶୁଣିଶୁଣି ବିରକ୍ତ ହୋଇଗଲେ ।

ପରିଶେଷରେ ଯେତେବେଳେ ସେହି ଦାସୀ ବାଳିକା ଚିତ୍କାର କରି କହିବାକୁ ଲାଗିଲା, ପାଉଲ ବୁଲିପଡି ସେହି ଦାସୀଠାରେ ଥିବା ଆତ୍ମାକୁ କହିଲେ “ଯୀଶୁଙ୍କ ନାମରେ ଏହାଠାରୁ ବାହାରି ଯା ।” ସେହିକ୍ଷଣି ସେହି ଭୂତ ତାକୁ ଛାଡି ଚାଲିଗଲା ।

ଯେଉଁ ଲୋକ ସେହି ଦାସୀ ବାଳିକାକୁ ନିଯସ୍ଵ କରିଥିଲା, ସେ ଅତି କ୍ରୋଧ କଲା । ସେମାନେ ହୃଦୟଙ୍ଗମ କଲେ ଯେ ଭୂତ ବିହୂନେ ସେହି ଦାସୀ ବାଳିକା ଲୋକମାନଙ୍କର ଭବିଷ୍ୟତ କହିପାରିବ ନାହିଁ । ଏହାର ଅର୍ଥ ହେଉଛି ଲୋକମାନଙ୍କ ଭବିଷ୍ୟତ କହିବା ନିମନ୍ତେ ସେମାନେ ସେହି ଦାସୀ ବାଳିକାର ମାଲିକକୁ ଆଉ ଅର୍ଥ ଦେବେ ନାହିଁ ।

ତେଣୁ ସେହି ଦାସୀ ବାଳିକାର ମାଲିକମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଘେନିଗଲେ, ଯେଉଁମାନେ ପାଉଲ ଓ ଶୀଲାଙ୍କୁ ପ୍ରହାର କରି କାରାଗାରରେ ପୂରାଇ ଦେଲେ ।

ସେମାନେ ପାଉଲ ଓ ଶୀଲାଙ୍କୁ କାରାଗାରର ଅତି ସୁରକ୍ଷିତ ସ୍ଥାନରେ ରଖି ସେମାନଙ୍କ ପାଦକୁ ବାନ୍ଧିଲେ । ତଥାପି ମଧ୍ୟରାତ୍ରିରେ ସେମାନେ ଈଶ୍ବରଙ୍କ ନିକଟରେ ଗୀତଗୁଡିକ ଗାଇବାକୁ ଲାଗିଲେ ।

ହଠାତ୍, ଅତି ଭୟଙ୍କର ଭୂମିକମ୍ପ ହେଲା! କାରାଗାରରେ ଥିବା ସମସ୍ତ ଦ୍ବାର ଖୋଲିଗଲା, ଏବଂ ସମସ୍ତ ବନ୍ଦୀମାନଙ୍କ ହସ୍ତରୁ ଶିକୁଳିଗୁଡିକ ଖସିପଡିଲା ।

କାରାଗାର ରକ୍ଷକ ନିଦ୍ରାରୁ ଉଠିପଡିଲେ, ଏବଂ ଯେତେବେଳେ ସେ ଦେଖିଲେ ଯେ କାରାଗାରର ଦ୍ବାର ସବୁ ଖୋଲା ଯୋଇଛି, ସେ ଭୟଭୀତ ହୋଇଗଲେ । ସେ ଭାବିଲେ ଯେ ସମସ୍ତ ବନ୍ଦୀ ପାର ହୋଇଯାଇଅଛନ୍ତି, ତେଣୁ ସେ ନିଜକୁ ନିଜେ ହତ୍ୟା କରିବା ନିମନ୍ତେ ଯୋଜନା କଲା । (ସେ ଜାଣିଥିଲେ ଯେ ଯଦି ସେ ବନ୍ଦୀମାନଙ୍କୁ ପଳାୟନ ହେବା ବିଷୟ ରୋମୀୟ କର୍ତ୍ତୃପକ୍ଷ ଜାଣିବେ, ସେତେବେଳେ ସେମାନେ ତାଙ୍କୁ ହତ୍ୟା କରିବେ ।) କିନ୍ତୁ ପାଉଲ ତାହାକୁ ଦେଖି ଚିତ୍କାର କରି ଉଠିଲେ “ରୁହ! ନିଜକୁ କ୍ଷତ କରନାହିଁ । ଆମେ ସମସ୍ତେ ଏଠାରେ ଅଛୁ ।”

କାରାଗାର ରକ୍ଷକ ଯେତେବେଳେ ପାଉଲ ଓ ଶୀଲାଙ୍କ ନିକଟକୁ ଆସିଲେ, ସେ ଭୟରେ ଥରୁଥିଲେ ଏବଂ କହିଲେ, ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ମୁଁ କଣ କରିବି? ପାଉଲ ଉତ୍ତର ଦେଲେ “ଯୀଶୁଙ୍କଠାରେ, ଯିଏ ଗୁରୁ, ବିଶ୍ବାସ କର, ତାହା ହେଲେ ତୁମ୍ଭେ ଓ ତୁମ୍ଭ ପରିବାର ଉଦ୍ଧାରପ୍ରାପ୍ତ ହେବ । ତା’ପରେ ସେହି କାରାଗାର ରକ୍ଷକ ନିଜ ଗୃହକୁ ପାଉଲ ଓ ଶୀଲାଙ୍କୁ ନେଇ ସେମାନଙ୍କ କ୍ଷତସବୁ ଧୋଇଦେଲେ । ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ପାଉଲ ଯୀଶୁଙ୍କ ସମ୍ବନ୍ଧୀୟ ଶୁଭସମ୍ବାଦ ପ୍ରଚାର କଲେ ।

କାରାଗାର ରକ୍ଷକ ଓ ତାଙ୍କ ପରିବାର ସମସ୍ତେ ବିଶ୍ବାସ କରି ବାପ୍ତିଜିତ ହେଲେ । କାରାଗାର ରକ୍ଷକ ପାଉଲ ଓ ଶୀଲାଙ୍କୁ ଭୋଜନ କରିବାକୁ ଦେଲେ ଏବଂ ସେମାନେ ସମସ୍ତେ ଏକାଠି ଆନନ୍ଦିତ ହେଲେ ।

ପରଦିନ ନଗରର ନେତାମାନେ ପାଉଲ ଓ ଶୀଲାଙ୍କୁ କାରାଗାରରୁ ମୁକ୍ତ କଲେ ଏବଂସେମାନଙ୍କୁ ଫିଲିପ୍ପୀରୁ ଚାଲିଯିବା ନିମନ୍ତେ କହିଲେ । ପାଉଲ ଓ ଶୀଲା ଲୂଦିଆ ଓ ଅନ୍ୟ କେତେକ ବନ୍ଧୁଙ୍କୁ ସାକ୍ଷାତ କଲେ ପରେ ସେମାନେ ସେହି ନଗର ଛାଡିଲେ । ଯୀଶୁଙ୍କ ବିଷୟକ ଶୁଭସମ୍ବାଦ ପ୍ରସାରିତ ହୋଇଚାଲିଲା, ଏବଂ ମଣ୍ଡଳୀ ମଧ୍ୟ ବୃଦ୍ଧିପାଇବାକୁ ଲାଗିଲା ।

ପାଉଲ ଓ ଅନ୍ୟ ଖ୍ରୀଷ୍ଟିୟ ନେତାମାନେ ଅନେକ ନଗର ଭ୍ରମଣ କଲେ ଏବଂ ଯୀଶୁଙ୍କ ଶୁଭସମ୍ବାଦ ପ୍ରଚାର କରି ଶିକ୍ଷା ଦେବାକୁ ଲାଗିଲେ । ସେମାନେ ମଣ୍ଡଳୀଗୁଡିକରେ ଥିବା ବିଶ୍ବାସୀମାନଙ୍କୁ ଉତ୍ସାହିତ ଓ ଶିକ୍ଷା ଦେବା ନିମନ୍ତେ ଅନେକ ଚିଠିଗୁଡିକ ଲେଖିଲେ । ଏହି ଚିଠିଗୁଡିକ ମଧ୍ୟରୁ କିଛି ବାଇବଲରେ ପୁସ୍ତକଗୁଡିକ ହେଲା ।
ବାଇବଲର ଏକ କାହାଣୀ: ପ୍ରେରିତ 16:11-40